Odisha State Board BSE Odisha 10th Class History Notes Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା will enable students to study smartly.
BSE Odisha Class 10 History Notes Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:
→ ଉପକ୍ରମ :
- ଦ୍ଵିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ପରେ ବିଶ୍ଵର ରାଜନୀତିକ ପରିସ୍ଥିତିରେ ଏକ ପରିବର୍ତ୍ତନର ଧାରା ଆସିଲା । ୧୯୪୫ ମସିହାରେ ଇଂଲଣ୍ଡରେ ସରକାରଙ୍କର ପରିବର୍ତ୍ତନ ଘଟିଥିଲା ଓ ଶ୍ରମିକ ଦଳର ନେତା କ୍ଲିମେଣ୍ଟ ଅଟ୍ଲି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ ।
- ଏହି ସମୟରେ ଭାରତର ସ୍ଵାଧୀନତା ସଂଗ୍ରାମ ମଧ୍ଯ ଏକ ନୂତନ ପର୍ଯ୍ୟାୟରେ ପହଞ୍ଚିଲା ।
- ୧୯୪୨ର ଅଗଷ୍ଟ ବିପ୍ଲବ, ଆଜାଦ୍ ହିନ୍ଦ୍ ଫୌଜର ସଂଗ୍ରାମ ଭାରତୀୟମାନଙ୍କ ବୀରତ୍ଵ ଓ ଦୃଢ଼ ସଂକଳ୍ପକୁ ସ୍ପଷ୍ଟ କରିଦେଲା । ଆଜାଦ୍ ହିନ୍ଦ୍ ଫୌଜର ସୈନିକ ଓ ସେନାଧ୍ୟକ୍ଷଙ୍କ ବିଚାର ଚାଲିଥିଲାବେଳେ ଭାରତୀୟମାନେ ସେମାନଙ୍କ ମୁକ୍ତି ଦାବି କରି ବିକ୍ଷୋଭ ଶୋଭାଯାତ୍ରା ଓ ହରତାଳ ଆୟୋଜନ କରିଥିଲେ ।
- ଭାରତୀୟମାନଙ୍କୁ ଆଉ ବେଶି ଦିନ ତାଙ୍କ ଅଧୀନରେ ରଖହେବ ନାହିଁ ବୋଲି ବ୍ରିଟିଶ୍ ସରକାର ବୁଝିପାରିଥିଲେ ।
- ୧୯୪୨ର ପ୍ରାଦେଶିକ ସ୍ତରରେ ହୋଇଥିବା ନିର୍ବାଚନରେ କଂଗ୍ରେସ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲାବେଳେ ମୁସ୍ଲିମ୍ ଲିଗ୍ ମଧ୍ୟ ମୁସ୍ଲିମ୍ ସଂରକ୍ଷିତ ଆସନରେ ସଫଳତା ପାଇଥିଲା ।
- ୧୯୪୬ ମସିହାରେ ମୋଟ ୧୧ଟି ପ୍ରଦେଶରୁ ୮ଟି ପ୍ରଦେଶରେ କଂଗ୍ରେସ ଓ ୨ଟି ପ୍ରଦେଶରେ ମୁସ୍ଲିମ୍ ଲିଗ୍ ମନ୍ତ୍ରୀମଣ୍ଡଳ ଗଠିତ ହେଲା । ପଞ୍ଜାବରେ ସଂଯୁକ୍ତ ଦଳର ହାୟାତ୍ ଖାଁଙ୍କ ନେତୃତ୍ୱରେ ମିଳିତ ମନ୍ତ୍ରୀମଣ୍ଡଳ ଗଠିତ ହେଲା ।
→ କ୍ୟାବିନେଟ୍ ମିଶନ ୧୯୪୬ :
- ବ୍ରିଟିଶ୍ ସରକାର ଭାରତୀୟଙ୍କୁ କ୍ଷମତା ହସ୍ତାନ୍ତର ନିଷ୍ପତ୍ତି ନେଇ ଭାରତୀୟ କରିବା ଉଦ୍ଦେଶ୍ୟରେ କ୍ୟାବିନେଟ୍ ମିଶନ ନାମରେ ଏକ ପ୍ରତିନିଧ୍ଵ ଦଳ ଭାରତକୁ ପଠାଇଲେ ।
- ଭାରତ ସଚିବ ପେଣ୍ଡ୍କ୍ ଲରେନ୍ସ, ଏ.ଭି. ଆଲେକ୍ଜାଣ୍ଡାର ଓ ସାର୍ ଷ୍ଟାଫୋର୍ଡ଼ କ୍ରିପ୍ସ୍ ଏହି ପ୍ରତିନିଧ୍ ଦଳର ସଦସ୍ୟ ଥିଲେ ।
- ଏହି କ୍ୟାବିନେଟ୍ ମିଶନ ୧୯୪୬ ମସିହା ମାର୍ଚ୍ଚ ୨୪ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିଲେ ।
- କ୍ୟାବିନେଟ୍ ମିଶନ ପ୍ରସ୍ତାବ ଦେଇଥିଲେ ଯେ ବ୍ରିଟିଶ୍ ଶାସିତ ପ୍ରଦେଶ ଓ ଭାରତୀୟ ଦେଶୀୟ ରାଜାମାନଙ୍କୁ ନେଇ ଏକ ସଂଘ ଗଠିତ ହେବ, ୩୮୯ ସଦସ୍ୟ ବିଶିଷ୍ଟ ଏକ ସମ୍ବିଧାନ ପ୍ରଣୟନ ସଭା ଗଠିତ ହେବ ଓ ପ୍ରତ୍ୟେକ ସମ୍ପ୍ରଦାୟ ୧୪ ଜଣ ପ୍ରତିନିଧିଙ୍କୁ ନେଇ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯିବ ।
→ ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ :
- କ୍ୟାବିନେଟ୍ ମିଶନ୍ ପ୍ରସ୍ତାବରେ ସ୍ଵାଧୀନ ପାକିସ୍ତାନ ଗଠନ କଥା ଉଲ୍ଲେଖ ନ ଥିବାରୁ ମୁସଲିମ୍ ଲିଗ୍ ନେତା ମହମ୍ମଦ ଅଲ୍ଲୀ ଜିନ୍ତା କ୍ଷୁବ୍ଧ ହୋଇଥିଲେ ।
- ସେ ୧୯୪୬ ମସିହା ଅଗଷ୍ଟ ୧୬ ତାରିଖରେ ସାରା ଭାରତରେ ‘ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ’ ପାଳନ କରିବାପାଇଁ ମୁସଲମାନମାନଙ୍କୁ ଆହ୍ଵାନ ଦେଇଥିଲେ ।
- ଉକ୍ତ ଦିନ ଶୋଭାଯାତ୍ରା ବାହାରିବା ସମୟରେ କଲିକତା ସହରରେ ନୃଶଂସ ହତ୍ୟାକାଣ୍ଡ ଘଟି ବହୁ ଲୋକ ମୃତାହତ ହେଲେ ।
- ଏହି ହିଂସାକାଣ୍ଡ ପୂର୍ବବଙ୍ଗର ନୋଆଖଲି ଓ ତିପ୍ରା ଜିଲ୍ଲା, ବିହାର ଓ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଗଲା । ଗାନ୍ଧିଜୀଙ୍କ ଆମରଣ ଅନଶନ ଓ ଜାତୀୟ ନେତାମାନଙ୍କ ସାମ୍ପ୍ରଦାୟିକ ଭାବନା ବିରୋଧରେ ସଂଗ୍ରାମ ସତ୍ତ୍ଵେ କିଛି ସୁଫଳ ମିଳିଲା ନାହିଁ ।
- ୧୯୪୬ ମସିହା ଅଗଷ୍ଟ ମାସରେ କଲିକତା ମହାନଗରୀରେ ହୋଇଥିବା ହିଂସାକାଣ୍ଡକୁ ଜେନେରାଲ ଫ୍ରାନ୍ସିସ୍ ଟକର ‘ବିରାଟ କଲିକତା ହତ୍ୟାକାଣ୍ଡ’ ଭାବରେ ଅଭିହତ କରିଥିଲେ ।
→ ମଧ୍ୟବର୍ତ୍ତୀକାଳୀନ ସରକାର :
- ୧୯୪୬ ସେପ୍ଟେମ୍ବର ୨ରେ ଜବାହରଲାଲ ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ବରେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କଲା । ପ୍ରଥମେ ମୁସ୍ଲିମ୍ ଲିଗ୍ ଏଥରେ ଯୋଗ ଦେଇନଥିଲେ ମଧ୍ୟ ୧୯୪୬ ଅକ୍ଟୋବର ୧୩ରେ ଭାଇସ୍ୟ ଲର୍ଡ ୱାଭେଲ୍ଙ୍କ ପରାମର୍ଶକ୍ରମେ ସରକାରରେ ଯୋଗ ଦେଲା ।
- ୧୯୪୬ ଡିସେମ୍ବର ୯ ତାରିଖରେ ଦିଲ୍ଲୀଠାରେ ନିର୍ବାଚିତ ଭାରତର ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ବସିଲା । ଡିସେମ୍ବର ୧୧ରେ ଡ. ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତି ଭାବେ ନିର୍ବାଚିତ ହେଲେ ।
- ଡକ୍ଟର ଭୀମରାଓ ରାମ୍ଜୀ ଆମ୍ବେଦକର ସମ୍ବିଧାନ ପ୍ରଣୟନ ସଭାର ଚିଠା ପ୍ରସ୍ତୁତି କମିଟିର ଚେୟାରମ୍ୟାନ୍ ଥିଲେ ।
- ୧୯୪୭ ଫେବୃୟାରୀ ୨୦ରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଘୋଷଣା କଲେ ଯେ ୧୯୪୮ ଜୁନ୍ ୩୦ ପୂର୍ବରୁ ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର କରିବେ ।
→ ମାଉଣ୍ଟବ୍ୟାଟେନ୍ ଯୋଜନା :
- ୧୯୪୭ ମସିହା ମାର୍ଚ୍ଚ ୨୨ ତାରିଖରେ ଲର୍ଡ଼ ଲୁଇ ମାଉଣ୍ଟବ୍ୟାଟେନ୍ ଭାରତକୁ ଭାଇସ୍ରାୟ ହୋଇ ଆସିଥିଲେ ।
- ସେ ଉଭୟ କଂଗ୍ରେସ ଓ ମୁସ୍ଲିମ୍ ଲିଗ୍ ମଧ୍ୟରେ ବୁଝାମଣା କରିବା ଲାଗି ଏକ ଯୋଜନା ପ୍ରସ୍ତୁତ କଲେ ଯାହା ବ୍ରିଟିଶ୍ ପାର୍ଲାମେଣ୍ଟରେ ଅନୁମୋଦନକ୍ରମେ ମାଉଣ୍ଟବ୍ୟାଟେନ ଯୋଜନା ନାମରେ ୧୯୪୭ ଜୁନ୍ ୩ତାରିଖରେ ଘୋଷିତ ହେଲା ।
- ମାଉଣ୍ଟବ୍ୟାଟେନ୍ଙ୍କ ଯୋଜନା ଅନୁସାରେ ଭାରତ ବିଭାଜିତ ହୋଇ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ଦେଶ ସୃଷ୍ଟି ହେବ । ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ, ସିନ୍ଧୁ ପ୍ରଦେଶ, ବେଲୁଚିସ୍ଥାନ ଓ ଆସାମର ମୁସଲମାନବହୁଳ ଅଞ୍ଚଳ ଭାରତ ବା ପାକିସ୍ତାନ କେଉଁ ଦେଶରେ ରହିବେ ସେ ସମ୍ପର୍କରେ ନିଷ୍ପତ୍ତି ନେବେ ।
ପୂର୍ବବଙ୍ଗ ଓ ପଶ୍ଚିମ ପଞ୍ଜାବ ପାକିସ୍ତାନରେ ଏବଂ ପଶ୍ଚିମବଙ୍ଗ ଓ ପୂର୍ବ ପଞ୍ଜାବ ଭାରତରେ ରହିବ । ଦେଶୀୟ ରାଜ୍ୟଗୁଡ଼ିକ ସ୍ବାଧୀନ ରହିବେ କିମ୍ବା ଦୁଇ ଦେଶ ମଧ୍ୟରୁ କେଉଁ ଦେଶରେ ମିଶିବେ ତା’ର ନିଷ୍ପଭି ନେଇପାରିବେ । ବ୍ରିଟିଶ୍ ପାର୍ଲାମେଣ୍ଟ କ୍ଷମତା ହସ୍ତାନ୍ତର ପାଇଁ ୧୯୪୭ ଅଗଷ୍ଟ ୨୫ ପୂର୍ବରୁ ଏକ ଆଇନ ପାସ୍ କରିବ । - ଏହି ପରିପ୍ରେକ୍ଷୀରେ ଜାତୀୟ କଂଗ୍ରେସ ଭାରତର ଅଖଣ୍ଡତା ବଜାୟ ରଖିପାଇଁ ସବୁ ପ୍ରକାର ଉଦ୍ୟମ କରି ବିଫଳ ହୋଇ ମାଉଣ୍ଟବ୍ୟାଟେନ୍ ଯୋଜନାକୁ ଗ୍ରହଣ କଲା ।
- ମୁସଲିମ୍ ଲିଗ୍ ପାକିସ୍ତାନ ପାଇଁ ଦୁଇ-ତୃତୀୟାଂଶ ଅଞ୍ଚଳ ଦାବି କରୁଥିଲେ ହେଁ କେବଳ ମୁସ୍ଲିମ୍ ଲିଗ୍ର ପ୍ରାଧାନ୍ୟ ଥିବା ରାଜ୍ୟ ପଞ୍ଜାବ, ବଙ୍ଗ ଓ ଆସାମର ବିଭାଜନ ହେଲା । ଏକ କ୍ଷୁଦ୍ର ଓ ସଙ୍କୁଚିତ ପାକିସ୍ତାନ ଗଠନ ପାଇଁ ଜିନ୍ନା ଚାହୁଁନଥିଲେ ସୁଦ୍ଧା ଅନ୍ୟ ଉପାୟ ନ ପାଇ ଏହି ଯୋଜନାକୁ ଗ୍ରହଣ କଲେ ।
→ ଭାରତ ସ୍ବାଧୀନତା ଆଇନ :
- ୧୯୪୭ ମସିହା ଜୁଲାଇ ୧୮ ତାରିଖରେ ‘ଭାରତ ସ୍ଵାଧୀନତା ଆଇନ ୧୯୪୭’ ବ୍ରିଟିଶ୍ ପାର୍ଲିଆମେଣ୍ଟର ଅନୁମୋଦନ ଲାଭକଲା । ଉକ୍ତ ଆଇନ ବଳରେ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ନୂତନ ରାଷ୍ଟ୍ର ଗଠିତ ହେଲା ।
- ଉଭୟ ଦେଶ ଭାରତ ଶାସନ ଆଇନ ୧୯୩୫ ଅନୁଯାୟୀ ଶାସନ କଲେ ଓ ଇଂଲଣ୍ଡର ଭାରତ ସଚିବ ପଦ ଉଚ୍ଛେଦ କରାଗଲା ।
- ସ୍ଵାଧୀନତା ପରେ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ଲର୍ଡ ଲୁଇ ମାଉଣ୍ଟବ୍ୟାଟେନ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହେରୁ ଶପଥ ଗ୍ରହଣ କଲେ ଏବଂ ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ମହମ୍ମଦ ଅଲ୍ଲୀ ଜିନ୍ନା ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଲିୟାକତ୍ ଅଲ୍ଲୀ ଖାଁ ଶପଥ ଗ୍ରହଣ କଲେ ।
- ସ୍ଵାଧୀନ ଭାରତର ପ୍ରଥମ ଜାତୀୟ ପତାକା ଜବାହରଲାଲ ନେହେରୁ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖର ବିଳମ୍ବିତ ରାତ୍ରିରେ ଉତ୍ତୋଳନ କରିଥିଲେ ।
- ପରବର୍ତ୍ତୀ କାଳରେ ସ୍ଵାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ବଲ୍ଲଭଭାଇ ପଟେଲଙ୍କ ଦକ୍ଷ ନେତୃତ୍ଵ ଯୋଗୁଁ ଅଧିକାଂଶ ଦେଶୀୟ ରାଜ୍ୟ ଭାରତ ସହିତ ଯୋଗ ଦେଇଥିଲେ ।
- ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଦୃଢ଼ ମନୋବଳ ଓ ଦକ୍ଷ ନେତୃତ୍ବ ଯୋଗୁଁ ଲୌହମାନବ ନାମରେ ପରିଚିତ ।
ଐତିହାସିକ ଘଟଣାବଳୀ ଓ ସମୟ:
୧୯୪୨ ଖ୍ରୀ.ଅ. – ଭାରତରେ ଅଗଷ୍ଟ ବିପ୍ଳବ ସଂଘଟିତ ।
୧୯୪୫ ଖ୍ରୀ.ଅ. – (ଏପ୍ରିଲ୍) ଦ୍ଵିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ।
୧୯୪୬ ଖ୍ରୀ.ଅ. – ପ୍ରାଦେଶିକ ସ୍ତରରେ ବିଧାନସଭା ନିର୍ବାଚନ ଓ କ୍ୟାବିନେଟ୍ ମିଶନର ଭାରତ ଆଗମନ ।
୧୯୪୬ ଖ୍ରୀ.ଅ. – (ମାର୍ଚ୍ଚ ୨୪) କ୍ୟାବିନେଟ୍ ମିଶନର ନୂଆଦିଲ୍ଲୀରେ ପଦାର୍ପଣ ।
୧୯୪୬ ଖ୍ରୀ.ଅ. – (ସେପ୍ଟେମ୍ବର ୨) ଜବାହରଲାଲ ନେହେରୁଙ୍କର ନେତୃତ୍ବରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ।
୧୯୪୬ ଖ୍ରୀ.ଅ. – (ଅଗଷ୍ଟ ୧୬) ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଆହ୍ବାନରେ ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ପାଳନ ।
୧୯୪୬ ଖ୍ରୀ.ଅ. – (ଅକ୍ଟୋବର ୧୩) ମୁସଲିମ୍ ଲିଗ୍ର ସରକାରରେ ଯୋଗଦାନ ।
୧୯୪୭ ଖ୍ରୀ.ଅ. – (ଫେବୃୟାରୀ ୨୦) ୧୯୪୮ ଖ୍ରୀ.ଅ. ଜୁନ୍ ୩୦ ତାରିଖ ପୂର୍ବରୁ ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର କରିବେ ବୋଲି ଇଂଲଣ୍ଡର ପ୍ରଧାନମନ୍ତ୍ରୀ କ୍ରିମେଣ୍ଟ ଅଟ୍ଲିଙ୍କ ଘୋଷଣା ।
୧୯୪୭ ଖ୍ରୀ.ଅ. – (ମାର୍ଚ୍ଚ ୨୨) ଲର୍ଡ଼ ଲୁଇ ମାଉଣ୍ଟବ୍ୟାଟେନ୍ଙ୍କ ଭାଇସ୍ୟ ରୂପେ ଭାରତ ଆଗମନ ।
୧୯୪୭ ଖ୍ରୀ.ଅ. – (ଜୁନ୍ ୩) ମାଉଣ୍ଟବ୍ୟାଟେନ୍ଙ୍କ ଯୋଜନା ଘୋଷଣା ।
୧୯୪୭ ଖ୍ରୀ.ଅ. – (ଜୁଲାଇ ୧୮) ‘ଭାରତ ସ୍ଵାଧୀନତା ଆଇନ ୧୯୪୭’ ବ୍ରିଟିଶ୍ ପାର୍ଲିଆମେଣ୍ଟରେ ଅନୁମୋଦିତ ।
୧୯୪୭ ଖ୍ରୀ.ଅ. – (ଅଗଷ୍ଟ ୧୫) ବ୍ରିଟିଶ୍ ସରକାରଙ୍କଦ୍ବାରା ଭାରତୀୟମାନଙ୍କୁ କ୍ଷମତା ହସ୍ତାନ୍ତର ।
୧୯୪୭ ଖ୍ରୀ.ଅ. – (ଅଗଷ୍ଟ ୧୪) ବିଳମ୍ବିତ ରାତ୍ରିରେ ନେହେରୁଙ୍କଦ୍ୱାରା ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ ।
୧୯୪୭ ଖ୍ରୀ.ଅ. – (ଅଗଷ୍ଟ ୧୫) ଭାରତର ପ୍ରଥମ ସ୍ଵାଧୀନତା ଦିବସ ପାଳନ ।