BSE Odisha 10th Class Political Science Notes Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

Odisha State Board BSE Odisha 10th Class Political Science Notes Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର will enable students to study smartly.

BSE Odisha Class 10 Political Science Notes Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

→ ଭାରତ ଓ ପାକିସ୍ତାନ:

  • ୧୯୪୭ ମସିହାରେ ସ୍ଵାଧୀନତା ପ୍ରାପ୍ତି ସହ ଭାରତ ବିଭାଜିତ ହୋଇ ନୂତନ ରାଷ୍ଟ୍ର ପାକିସ୍ତାନର ସୃଷ୍ଟି ହେଲା । ଶରଣାର୍ଥୀ ପୁନର୍ବସତି ବ୍ୟବସ୍ଥା, କାଶ୍ମୀର ପ୍ରସଙ୍ଗ, ବ୍ରିଟିଶ୍ ଶାସକମାନେ ଛାଡ଼ି ଯାଇଥିବା ସ୍ବଳ୍ପ ଆର୍ଥିକ ସମ୍ବଳକୁ ନେଇ ଉଭୟ ଦେଶ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା ଓ ଭାରତ ସହ କାଶ୍ମୀରର ମିଶ୍ରଣକୁ ବିରୋଧ କରି ପାକିସ୍ତାନ ଯୁଦ୍ଧର ଆହ୍ଵାନ ଦେଇଥିଲା ।
  • କାଶ୍ମୀରରେ ନିଜ ସ୍ଥିତି ଜାହିର କରିବା ପାଇଁ ପାକିସ୍ତାନ ସିଆଟୋ (STATO)ର ସଦସ୍ୟତା ଗ୍ରହଣ ସହ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍ ସହ ଘନିଷ୍ଠତା ବଢ଼ାଇଥଲା ।
  • କାଶ୍ମୀର ପ୍ରସଙ୍ଗକୁ ନେଇ ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ସୋଭିଏତ୍ ରୁଷ୍ ମଧ୍ୟସ୍ଥତାରେ ତାସ୍କେଣ୍ଟଠାରେ ୧୯୬୬ ଜାନୁୟାରୀ ୧୦ ତାରିଖରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲେ ହେଁ ସ୍ଥାୟୀ ଭାବେ ସମସ୍ୟାର ସମାଧାନ ହୋଇପାରିଥିଲା ।
  • ୧୯୭୧ ମସିହାରେ ପୂର୍ବ ପାକିସ୍ତାନର ପାକିସ୍ତାନ ସହ ଯୁଦ୍ଧ ସମୟରେ ଭାରତର ପୂର୍ବ ପାକିସ୍ତାନକୁ ସହାୟତା ଫଳରେ ସ୍ବାଧୀନ ବଙ୍ଗଳାଦେଶ ସୃଷ୍ଟି ହେଲା ଯାହା ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅଧ୍ବକ ତିକ୍ତ କରିଥିଲା ।
  • ୧୯୭୨ ମସିହାରେ ସିମୂଳା ରାଜିନାମାରେ ଯୁଦ୍ଧ ବିରତି ରେଖା ପୁନଃ ନିର୍ଦ୍ଧାରିତ ହେଲା ଯାହା ନିୟନ୍ତ୍ରଣ ରେଖା ନାମରେ ପରିଚିତ ।
  • ୧୯୮୯ ମସିହାରେ ଜାମ୍ମୁ ଓ କାଶ୍ମୀର ମୁକ୍ତି ସଙ୍ଗଠନ (JKLF) ନାମକ ଏକ ବିଚ୍ଛିନ୍ନତାବାଦୀ ସଙ୍ଗଠନକୁ ସହାୟତା ଦେଇ ପାକିସ୍ତାନ ପୁନର୍ବାର କାଶ୍ମୀର ଉପତ୍ୟକାରେ ଅସ୍ଥିରତା ସୃଷ୍ଟି କଲା ।
  • ୧୯୯୮ରେ ଭାରତର ପୋଖରାନ୍‌ରେ ଆଣବିକ ଶକ୍ତି ପରୀକ୍ଷା ପରେ ପାକିସ୍ତାନ ଚଘାଇ ପର୍ବତରେ ଆଣବିକ ଶକ୍ତି ପରୀକ୍ଷା କରିଥିଲା ।
  • ୧୯୯୯ ମସିହାରେ ଉଭୟ ଦେଶ ମଧ୍ୟରେ ବସ୍ ଚଳାଚଳ, କ୍ରିକେଟ୍, ହକି ଆଦି ଖେଳର ଆୟୋଜନା ପାଇଁ ବାଜପେୟୀ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ କିଛିଟା ଉନ୍ନତି ଆଣିଥିଲା; ମାତ୍ର ୧୯୯୯ ମସିହାର କାରଗିଲ ଯୁଦ୍ଧ କାଶ୍ମୀର ପ୍ରସଙ୍ଗକୁ ବିଶ୍ଵ ଦରବାରରେ ପହଞ୍ଚାଇ ଦେଲା ।
  • ୧୯୯୯ ମସିହା ଜୁଲାଇ ୪ ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ଓ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍‌ଙ୍କ ମଧ୍ୟରେ ଆଲୋଚନା ପରେ ନଜ ସରିଫ୍ ଆତଙ୍କବାଦୀମାନଙ୍କୁ କାରଗିଲରୁ ହଟିଯିବା ପାଇଁ ଆଦେଶ ଦେଇଥିଲେ ।
  • ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ନିରବଚ୍ଛିନ୍ନ ପ୍ରୟାସ ସତ୍ତ୍ବେ ଭାରତର ସଂସଦ ଭବନ ଓ କାଶ୍ମୀର ରାଜ୍ୟ ବିଧାନସଭା ଉପରେ ଅସ୍ଥିରତା ସୃଷ୍ଟିକାରୀ ଆତଙ୍କବାଦୀ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ।

BSE Odisha 10th Class Political Science Notes Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

→ ଭାରତ ଓ ଚୀନ୍ :

  • ସ୍ଵାଧୀନତା ପ୍ରାପ୍ତି ପରେ ଭାରତ ବିଭାଜନଜନିତ ସମସ୍ୟା ଓ ଚୀନ୍‌ର ତତ୍କାଳୀନ ଗୃହଯୁଦ୍ଧଜନିତ ସମସ୍ୟା କାରଣରୁ ଉଭୟ ଦେଶ ମଧ୍ୟରେ ଦୀର୍ଘକାଳ ଧରି କୌଣସି ସିଧାସଳଖ ସମ୍ପର୍କ ନ ଥିଲା ।
  • ୧୯୪୭ ମସିହା ମାର୍ଚ୍ଚ ମାସର ଏସୀୟ ସମ୍ପର୍କ ସମ୍ମିଳନୀରେ ଚୀନ୍‌ର ଶାସକ ଚିଆଙ୍କ-କାଇ-ସେକ୍‌ଙ୍କଦ୍ୱାରା ପ୍ରେରିତ ପ୍ରତିନିଧୂ ଦଳ ଭାରତର ସ୍ବୀକୃତିପ୍ରାପ୍ତ ତିବ୍ବତୀୟ ପ୍ରତିନିଧୂ ଦଳକୁ ବିରୋଧ କରିଥିଲା ।
  • ୧୯୪୯ ମସିହା ସେପ୍ଟେମ୍ବର ମାସରେ କ୍ୟୁମିନ୍‌ଙ୍ଗ୍ ସରକାରର ପତନ ପରେ ଚୀନ୍‌ରେ କ୍ଷମତାସୀନ କମ୍ୟୁନିଷ୍ଟ ସରକାର ଓ କମ୍ୟୁନିଷ୍ଟ ଚୀନ୍‌କୁ ଭାରତ ସ୍ବୀକୃତି ପ୍ରଦାନ କରିଥିଲା ।
  • ତିବ୍ବତ ସମସ୍ୟା ହିଁ ଭାରତ ଓ ଚୀନ୍ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା । ୧୮୯୦ରେ ଭାରତର ବ୍ରିଟିଶ୍ ସରକାର ଓ ଚୀନ୍ ମଧ୍ଯରେ ସ୍ୱାକ୍ଷରିତ ଚୁକ୍ତି ଅନୁସାରେ ଭାରତ ଓ ତିବ୍ବତ ମଧ୍ଯରେ ସୀମା ନିର୍ଦ୍ଧାରଣ ହୋଇଥିଲା ଯାହାକୁ ତିବ୍ବତୀୟ ଶାସକମାନେ ପ୍ରତ୍ୟାଖ୍ୟାନ କରିଥିଲେ ।
  • ୧୯୯୧ ମସିହାରେ ଚୀନ୍‌ରେ ଡକ୍ଟର ସନ୍-ୟାତ୍-ସେନ୍‌ଙ୍କ ନେତୃତ୍ବରେ ବିପ୍ଳବ ସଙ୍ଗଠିତ ହୋଇଥିଲା ଏବଂ ଏହାପରେ ତିବ୍ବତ ଚୀନ୍‌କୁ ତା’ର ଭୂଖଣ୍ଡରୁ ଚାଲିଯିବା ପାଇଁ ବାଧ୍ୟ କରିଥିଲା; ମାତ୍ର ୧୯୫୦ ମସିହାରେ ଚୀନ୍ ପୁନଶ୍ଚ ତିବ୍ବତକୁ ଅଧିକାର କରିନେଲା ଯାହାକୁ ଭାରତ ବିରୋଧ କରିଥିଲା । ତେଣୁ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା ।
  • ୧୯୫୪ ମସିହା ଜୁନ୍ ମାସରେ ଭାରତ ଓ ଚୀନ୍‌ର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପାଞ୍ଚଗୋଟି ନୀତି ସମ୍ବଳିତ ‘ପଞ୍ଚଶୀଳ’ ରାଜିନାମା ଓ ‘ହିନ୍ଦୁ-ଚୀନ ଭାଇ ଭାଇ’ ନୀତି ଉଭୟ ଦେଶ ମଧ୍ୟରେ ବନ୍ଧୁତା ବଢ଼ାଇଥିଲା ।
  • ୧୯୫୯ ମସିହାରେ ଚୀନ୍ ସରକାର ଭାରତର ୮୧,୬୦୦ ବର୍ଗ କି.ମି. ଅଞ୍ଚଳ ଦଖଲ କରିନେବା, ସେହି ବର୍ଷ ଜୁଲାଇ ମାସରେ ଲଦାଖ୍ର ଖୁବ୍‌ନାକ ଅଞ୍ଚଳରୁ କେତେକ ଭାରତୀୟ ସୈନ୍ୟଙ୍କୁ ବନ୍ଦୀ କରିନେବା, ଅକ୍ଟୋବର ମାସରେ ୯ ଜଣ ଭାରତୀୟ ସୈନ୍ୟଙ୍କୁ ହତ୍ୟା କରିବା, ଲଦାଖର ଆକ୍‌ସାଇ ଚୀନ୍ ଅଞ୍ଚଳରେ ରାସ୍ତା ନିର୍ମାଣ ଓ ସେହି ରାସ୍ତା ଦେଇ ପଶ୍ଚିମ ତିବ୍ବତକୁ ଚୀନାମାନଙ୍କ ଅନୁପ୍ରବେଶ ଉଭୟ ଦେଶ ମଧ୍ୟରେ ସୀମା ବିବାଦକୁ ତୀବ୍ରତର କରିଥିଲା ।
  • ୧୯୬୨ ମସିହାରେ ଚୀନ୍ ଭାରତ ଉପରେ ଆକ୍ରମଣ କରି ମ୍ୟାକ୍ସୋମୋହନ ସୀମାରେଖା ଅତିକ୍ରମ କର ଭାରତର ବିସ୍ତୃତ ଅଞ୍ଚଳ ଅଧିକାର କରିନେଲା । ଶ୍ରୀଲଙ୍କା ଉଦ୍ୟମରେ କଲମ୍ବୋ ସମ୍ମିଳନୀରେ ଗୃହୀତ ଶାନ୍ତି ପ୍ରସ୍ତାବକୁ ଚୀନ୍ ସରକାର ପ୍ରତ୍ୟାଖ୍ୟାନ କରିଥିଲେ । ଚୀନ୍ ଏବେ ମଧ୍ୟ ଭାରତର ସିକିମ୍ ଉପରେ ଲୋଲୁପ ଦୃଷ୍ଟି ପକାଇଛି ।
  • ୧୯୯୩ ମସିହାରେ ଭାରତ-ଚୀନ୍ ମଧ୍ଯରେ ଏକ ମିଳିତ ରାଜିନାମା ସ୍ବାକ୍ଷରିତ ହୋଇ ଉଭୟ ଦେଶ ପ୍ରକୃତ ନିୟନ୍ତ୍ରଣ ରେଖାକୁ ସମ୍ମାନ ଦେବାକୁ ରାଜି ହେଲେ । ୧୯୯୫ ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କର ଚୀନ୍ ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସ୍ଥିରତାର ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।
  • ୨୦୦୨ ମସିହାରେ ଚୀନ୍ ରାଷ୍ଟ୍ରପତି ଝୁ-ରୋଙ୍ଗ୍‌ଜୀଙ୍କ ଭାରତ ଗସ୍ତ କାଳରେ ଭାରତର ମହାକାଶ ଆୟୋଗ ଓ ଚୀନ୍‌ର ମହାକାଶ ଶିଳ୍ପ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା ।

→ ଭାରତ ଓ ଶ୍ରୀଲଙ୍କା:

  • ଦୁଇ ପଡ଼ୋଶୀ ରାଷ୍ଟ୍ର ଭାବେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରାୟତଃ ଉତ୍ତମ ସମ୍ପର୍କ ରହିଆସିଛି । ଶ୍ରୀଲଙ୍କାର ପ୍ରଥମ ପ୍ରଧାନମନ୍ତ୍ରୀ ଡି.ଏସ୍.ସେନାନାୟକେ ଏବଂ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସାର ଜନ୍ କେଟେଲାୱାଲା, ଏସ୍. ଡବ୍ଲ୍ୟୁ.ଆର୍.ଡି.ବନ୍ଦରନାୟକ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଗୋଷ୍ଠୀ ନିରପେକ୍ଷତା ନୀତିକୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ ।
  • ଶ୍ରୀମତୀ ଶିରିମାଭୋ ବନ୍ଦରନାୟକେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଥିବାବେଳେ ମଧ୍ୟ ଭାରତ ସହ ଶ୍ରୀଲଙ୍କାର ଉତ୍ତମ ସମ୍ପର୍କ ରହିଥିଲା ।
  • ତାମିଲ ସମସ୍ୟା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କକୁ ତିକ୍ତ କରିଥିଲା ।
  • ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲ୍‌ମାନେ ଏକ ଅଲଗା ଦେଶ ଇଲମ୍ ରିପବ୍ଲିକ୍ ଗଠନ ପାଇଁ ଦାବି କରିଥିଲେ । ୧୯୫୦ ମସିହାରେ ତାମିଲ ଜାତୀୟତାବାଦୀ ନେତା ଏସ୍.ଜେ.ଭି.ଚଲଭନାୟକମ୍ ଫେଡ଼େରାଲ ଦଳ ଗଠନ କରି ଏହି ଦାବି ଉପସ୍ଥାପନା କରିଥିଲେ, ଯାହାକି ଅମୃତ ଲିଙ୍ଗମ୍‌ଙ୍କ ନେତୃତ୍ବ କାଳରେ ତାମିଲ୍ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ (TULF) ନାମରେ ପରିଚିତ ହେଲା ।
  • ୧୯୫୩ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ କୋଟେଲାୱାଲାଙ୍କ ମଧ୍ୟରେ ବର୍ଣ୍ଣଗତ ସମସ୍ୟାର ସମାଧାନ ପାଇଁ ଏକ ଚୁକ୍ତିପତ୍ର ଏବଂ ୧୯୬୪ ଅକ୍ଟୋବର ୨୪ରେ ଭାରତର ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ଓ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଶିରି ମାଭୋ ନ୍ଦରନାୟକେଙ୍କ ମଧ୍ୟରେ ରାଷ୍ଟ୍ରବିହୀନ ଲୋକମାନଙ୍କ ସମସ୍ୟା ବିଷୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା ।
  • ପାକ୍ ପ୍ରଣାଳୀରେ ଥ‌ିବା କଚ୍ଛତିଭୁ ଦ୍ବୀପକୁ ନେଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଉପୁଜିଥା । କନ୍ଦଳ ର ସମାଧାନ ପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଶିରିମାଭୋ ବନ୍ଦରନାୟକେ ଓ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ମଧ୍ୟରେ ସାମୁଦ୍ରିକ ଜଳସୀମାକୁ ନେଇ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ୧୯୭୧ରେ ଶ୍ରୀଲଙ୍କାରେ ବାମପନ୍ଥୀ ଆନ୍ଦୋଳନଜନିତ ଅସ୍ଥିରତାକୁ ପ୍ରଶମିତ କରିବାପାଇଁ ଭାରତ ସରକାର ବନ୍ଧୁତ୍ଵର ହାତ ବଢ଼ାଇଥିଲାବେଳେ ସ୍ଵାଧୀନ ବଙ୍ଗଳାଦେଶ ସୃଷ୍ଟି ସମୟରେ ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତା ସୃଷ୍ଟିବେଳେ ଶ୍ରୀଲଙ୍କା ନିରପେକ୍ଷ ରହିଥିଲା ।
  • ୧୯୭୫ ମସିହାରେ ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ଏବଂ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ କମିଶନ ବିଭିନ୍ନ କ୍ଷେତ୍ରରେ ସହଯୋଗର ସୂତ୍ର ବାହାର କରିଥିଲେ ।
  • ୧୯୮୮ ମସିହାରେ ତାମିଲ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟର ସ୍ବତନ୍ତ୍ର ରାଷ୍ଟ୍ର ଦାବିକୁ ନେଇ ଆନ୍ଦୋଳନକୁ ପ୍ରଶମିତ କରିବାକୁ ତାମିଲ ବ୍ୟାଘ୍ର ନେତା ଉମା ମହେଶ୍ଵରନ୍ ଓ ପ୍ରଭାକରନ୍‌ଙ୍କୁ ଗିରଫ କରାଗଲା । ୧୯୮୩ରୁ ୧୯୮୬ ମସିହା ମଧ୍ୟରେ ପ୍ରାୟ ୨୫,୦୦୦ ତାମିଲ ଶରଣାର୍ଥୀ ଭାରତ ଚାଲି ଆସିଲେ ।
  • ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ଶ୍ରୀଲଙ୍କା ରାଷ୍ଟ୍ରପତି ଜୟବର୍ଷନେଙ୍କ ମଧ୍ଯ ଶାନ୍ତି ଫେରାଇ ଆଣିବା ପାଇଁ ଆଲୋଚନା ସତ୍ତ୍ଵେ ଶାନ୍ତି ପ୍ରତିଷ୍ଠା ହୋଇପାରି ନଥିଲା ।
  • ୧୯୮୭ ମସିହାରେ ଭାରତ ଶ୍ରୀଲଙ୍କା ମଧ୍ଯରେ ରାଜିନାମା ଅନୁଯାୟୀ ଶ୍ରୀଲଙ୍କାରେ ଶାନ୍ତି ପ୍ରତିଷ୍ଠା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧି ଶ୍ରୀଲଙ୍କାକୁ ଭାରତୀୟ ଶାନ୍ତିରକ୍ଷା ସାମରିକ ବାହିନୀ ପ୍ରେରଣା କରିଥିଲେ ଯାହା ଭାରତ ପାଇଁ କ୍ଷତିକାରୀ ସାବ୍ୟସ୍ତ ହୋଇଥିଲା ।
  • ୧୯୯୫ ମସିହା ମାର୍ଚ୍ଚ ମାସରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଚନ୍ଦ୍ରିକା କୁମାରତୁଙ୍ଗା ଭାରତ ଗସ୍ତରେ ଆସି ବର୍ଣ୍ଣବୈଷମ୍ୟ ସମସ୍ୟା ଓ ସନ୍ତ୍ରାସବାଦ ବିଲୋପ ବିଷୟରେ ଆଲୋଚନା କରିଥିଲେ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା ।
  • ତଥାପି ସାର୍କର ସଦସ୍ୟଭାବେ ଭାରତ ଓ ଶ୍ରୀଲଙ୍କା ଦକ୍ଷିଣ-ଏସିଆ ଅଞ୍ଚଳରେ ଶାନ୍ତି ଓ ସଭାବ ପ୍ରତିଷ୍ଠା ପାଇଁ ଅଙ୍ଗୀକାରବଦ୍ଧ ।
  • ଭାରତ, ପାକିସ୍ତାନ, ବଙ୍ଗଳାଦେଶ, ଶ୍ରୀଲଙ୍କା, ନେପାଳ, ଭୁଟାନ୍ ଓ ମାଲାଡ଼ାଇଭ୍ ଆଦି ସଦସ୍ୟ ଦେଶକୁ ନେଇ ୧୯୮୫ ମସିହାରେ ସାର୍କ (SAARC) ସଙ୍ଗଠନ ଗଠିତ ହୋଇଥିଲା । ଦକ୍ଷିଣ ଏସୀୟ ରାଷ୍ଟ୍ରଙ୍କ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି ଏହାର ଉଦ୍ଦେଶ୍ୟ ।

BSE Odisha 10th Class Political Science Notes Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

→ ଭାରତ ଓ ନେପାଳ:

  • ଇଂରେଜ ଅମଳରୁ ନେପାଳକୁ ଭାରତ ଓ ଚୀନ୍ ମଧ୍ଯରେ ଏକ ବଫର ଅଞ୍ଚଳ ଭାବେ ପରିଗଣନା କରାଯାଇଥିଲା ।
  • ନେପାଳ ସ୍ବାଧୀନତା ଲାଭ କଲାପରେ ୧୯୫୦ ମସିହାରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ବନ୍ଧୁତାର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।
  • ୧୯୫୫ ମସିହା ମାର୍ଚ୍ଚ ମାସରେ ନେପାଳର ରାଜା ତ୍ରିଭୁବନ ଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ମହେନ୍ଦ୍ର ନେପାଳର ରାଜା ଓ ଚୀନ୍ ସମର୍ଥକ ଟି.ପି.ଆଚାର୍ଯ୍ୟ ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ସହ ନେପାଳର ସମ୍ପର୍କରେ ଅବନତି ଦେଖା ଦେଇଥିଲା ।
  • ନେପାଳ କଂଗ୍ରେସର ବହୁ ବିତାଡ଼ିତ ସଦସ୍ୟଙ୍କୁ ଭାରତ ଆଶ୍ରୟ ଦେଇଥିବାରୁ ରାଜା ମହେନ୍ଦ୍ର ବିମୁଖ ହୋଇ ଚୀନ୍ ପ୍ରତି ସମର୍ଥନ ଜଣାଇ କାଠମାଣ୍ଡୁ ଓ ଲାସା ମଧ୍ଯରେ ଏକ ସଡ଼କ ନିର୍ମାଣ ପାଇଁ ରାଜିନାମା କରିଥିଲେ ।
  • ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ନେପାଳ ରାଜା ଏକ ୧୩ ଦିନିଆ ଭାରତ ଗସ୍ତରେ ଆସିଥିଲେ ଏବଂ ଭାରତର ରାଷ୍ଟ୍ରପତି ରାଧାକ୍ରିଷ୍ଣନ୍ ମଧ୍ଯ କାଠମାଣ୍ଡୁ ଗସ୍ତରେ ଯାଇଥିଲେ ।
  • ୧୯୬୪ ମସିହାରେ ଭାରତର ବୈଦେଶିକ ମନ୍ତ୍ରୀ ସର୍ଦାର ସ୍ଵରଣ ସିଂହ ନେପାଳ ଗସ୍ତରେ ଯାଇ ନେପାଳକୁ ଆର୍ଥନୀତିକ ସହାୟତା ଯୋଗାଇ ଦେବାପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲେ । ୧୯୬୧ରେ ଭାରତ ଓ ନେପାଳ ମଧ୍ୟରେ ବାଣିଜ୍ୟିକ ରାଜିନାମା ଅନୁସାରେ ଏକ ସାଧାରଣ ବଜାର ସୃଷ୍ଟି ହୋଇଥିଲା ।
  • ରାଜା ବୀରେନ୍ଦ୍ର ନେପାଳକୁ ଏକ ଶାନ୍ତିର ଅଞ୍ଚଳ ଭାବେ ଘୋଷଣା କଲେ ଯେଉଁଥରେ କେତେକ ଭାରତ ବିରୋଧୀ ସର୍ତ୍ତ ଥିଲା । ଏହାକୁ ଭାରତ ବିରୋଧ କରିଥିଲା ।
  • ୧୯୭୭ ମସିହାର ମୋରାରଜୀ ସରକାର ଓ ପରବର୍ତ୍ତୀ କାଳରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନେପାଳ ସହ ସମ୍ପର୍କ ବୃଦ୍ଧି ପାଇଁ ଦୁଇଟି ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର କରିଥିଲେ ।
  • ୧୯୯୦ ମସିହା ଅପ୍ରେଲ ୮ ତାରିଖରେ ନେପାଳରେ ବହୁଦଳୀୟ ଗଣତନ୍ତ୍ର ପ୍ରତିଷ୍ଠା ହେବା ପରେ ଭାରତ ଓ ନେପାଳ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା ।

→ ଭାରତ ଓ ଭୁଟାନ୍:

  • ୧୯୪୯ ମସିହାରେ ଭାରତ ଓ ଭୁଟାନ୍ ମଧ୍ୟରେ ବନ୍ଧୁତ୍ବର ସନ୍ଧି ସ୍ବାକ୍ଷରିତ ହୋଇଥିଲା । ୨୦୦୭ ଫେବୃୟାରୀ ୮ ତାରିକରେ ଭୁଟାନ୍‌ର ରାଜା ଜିଗ୍‌ମେ ଖେସର୍ ନାମଗିୟେଲ ୱିଙ୍ଗଚୁକ୍‌ଙ୍କ ଭାରତ ଗସ୍ତ ସମୟରେ ଏହାକୁ ପରିମାର୍ଜିତ ଓ ସମୟୋପଯୋଗୀ କରାଗଲା ।
  • ୧୯୬୮ ମସିହାରେ ଭୁଟାନର ରାଜଧାନୀ ଥ୍ରେ ଭାରତର ଜଣେ ଆବାସିକ ପ୍ରତିନିଧ୍ ନିଯୁକ୍ତି ପରେ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଆରମ୍ଭ ହେଲା ।
  • ଭାରତର ରାଷ୍ଟ୍ରପତି ୧୯୭୦ ମସିହା ଅପ୍ରେଲ ମାସରେ ଓ ୧୯୭୪ ମସିହା ଜୁନ୍ ମାସରେ ଭୁଟାନ୍ ଗସ୍ତ କରିଥିଲେ । ୧୯୮୮ ମସିହା ଅକ୍ଟୋବର ମାସରେ ରାଷ୍ଟ୍ରପତି ରାମସ୍ଵାମୀ ଭେଙ୍କଟରମଣ ଓ ୨୦୦୮ ମସିହା ନଭେମ୍ବର ମାସରେ ରାଷ୍ଟ୍ରପତି ପ୍ରତିଭାଦେବୀ ସିଂ ପାଟିଲ ଭୁଟାନ୍ ଗସ୍ତରେ ଯାଇଥିଲେ ।
  • ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୧୯୫୮ ମସିହାରେ, ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୧୯୬୮ ମସିହାରେ, ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ୧୯୮୫ ଅକ୍ଟୋବର ଏବଂ ୧୯୮୮ ସେପ୍ଟେମ୍ବର ମାସରେ, ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨୦୦୮ ମଇ ମାସରେ ଏବଂ ୨୦୧୦ ଅପ୍ରେଲ ମାସରେ ଭୁଟାନ୍ ଗସ୍ତରେ ଯାଇଥ୍ ଲେ।
  • ଭୁଟାନ୍‌ର ରାଜା ଜିଗ୍‌ମେ ଖେସର ନାମଗିୟେଲ ୱାଙ୍ଗଚୁକ୍ ୨୦୦୭ ମସିହା ଫେବୃୟାରୀ, ୨୦୦୯ ମସିହା ଡିସେମ୍ବର, ୨୦୧୦ ମସିହା ଅକ୍ଟୋବର ଓ ୨୦୧୧ ମସିହା ଅକ୍ଟୋବରରେ ଭାରତ ଗସ୍ତରେ ଆସିଥିଲେ ।
  • ଭୁଟାନ୍‌ର ପ୍ରଧାନମନ୍ତ୍ରୀ ଲିର୍ଲୋଚେନ୍ ୱାଇ ଥଲେ ୨୦୦୮ ମସିହା ଜୁଲାଇ ଏବଂ ୨୦୦୯ ମସିହା ଜୁଲାଇ ମାସରେ ଭାରତ ଗସ୍ତରେ ଆସିଥିଲେ । ତାଙ୍କର ୨୦୧୦ ସେପ୍ଟେମ୍ବର ମାସର ବୁଦ୍ଧଗୟା’ଗସ୍ତ ଓ ୨୦୧୧ ମେମେମ୍ବର ମାସର କୋଲକତା ଗସ୍ତ ଉଭୟ ଦେଶର ସମ୍ପର୍କକୁ ଦୃଢ଼ୀଭୂତ କରିଥିଲା ।
  • ଭୁଟାନ୍‌ର ପ୍ରଥମ ପଞ୍ଚବାର୍ଷିକ ଯୋଜନା ଭାରତ ସରକାରଙ୍କ ଆର୍ଥିକ ସହାୟତାରେ ୧୯୬୧ ମସିହାରେ ଆରମ୍ଭ ହୋଇଥିଲା ।
  • ଭୁଟାନ୍ ନବମ ପଞ୍ଚବାର୍ଷିକ ଯୋଜନା (୨୦୦୨-୨୦୦୮) ପାଇଁ ଭାରତ ୨୬୧୦.୧୪ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇଥିଲା । ଭୁଟାନ୍‌ର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ; ଯଥା – ରାଜପଥ ନିର୍ମାଣ, ପେଣ୍ଡେନ୍ ସିମେଣ୍ଟ କାରଖାନା, ପାରୋଠାରେ ବିମାନ ବନ୍ଦର ନିର୍ମାଣ, ଅନେକ ଜଳବିଦ୍ୟୁତ୍ ପ୍ରକଳ୍ପ ପାଇଁ ଭାରତ ଆର୍ଥିକ ସହାୟତା ଯୋଗାଇ ଦେଇଛି ।
  • ସାର୍କର ସଦସ୍ୟ ରାଷ୍ଟ୍ରଭାବେ ଉଭୟ ଦେଶ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଛି । ପ୍ରତିରକ୍ଷା କ୍ଷେତ୍ରରେ ଭୁଟାନ୍ ଭାରତର ସହାୟତା ଉପରେ ନିର୍ଭରଶୀଳ ।
  • ମେଧାବୀ ଭୁଟାନ୍ ଛାତ୍ରମାନଙ୍କ ପାଇଁ ଭାରତ ସରକାର ଶିକ୍ଷା ବୃତ୍ତି ପ୍ରଦାନ କରୁଛନ୍ତି । ନେହେରୁ -ଓ୍ବାଙ୍ଗଚୁକ୍‌ ବୃତ୍ତି ଲାଭ କରି ଭୁଟାନ୍‌ର ଅନେକ ଛାତ୍ର ଭାରତର ଅଗ୍ରଣୀ ବିଶ୍ବବିଦ୍ୟାଳୟମାନଙ୍କରେ ଅଧ୍ୟୟନ କରୁଛନ୍ତି ।

BSE Odisha 10th Class Political Science Notes Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

→ ଭାରତ ଓ ବଙ୍ଗଳାଦେଶ:

  • ୧୯୦୫ ମସିହାରେ ବ୍ରିଟିଶ୍ ସରକାରଙ୍କ ‘ବଙ୍ଗଭଙ୍ଗ’ ନୀତି ଯୋଗୁଁ ସୃଷ୍ଟି ହୋଇଥିବା ‘ପୂର୍ବବଙ୍ଗ’ ୧୯୪୭ ମସିହାର ଭାରତ ବିଭାଜନ ପରେ ପୂର୍ବ ପାକିସ୍ତାନ ନାମରେ ପରିଚିତ ଥିଲା । ୧୯୭୧ ମସିହା ଡିସେମ୍ବର ମାସରେ ଭାରତ-ପାକିସ୍ତାନ ଯୁଦ୍ଧର ପରିଣତିସ୍ୱରୂପ ଏହା ଏକ ସ୍ବାଧୀନ ରାଷ୍ଟ୍ର ଭାବେ ‘ବଙ୍ଗଳାଦେଶ’ ନାମରେ ପରିଚିତ ହେଲା ।
  • ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ପ୍ରଥମ ଚୁକ୍ତି ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ବଙ୍ଗଳାଦେଶର କାମଚଳା ରାଷ୍ଟ୍ରପତି ନଜରୁଲ୍ ଇସ୍‌ଲାମ୍‌ଙ୍କ ମଧ୍ୟରେ ୧୯୭୧ ମସିହା ଡିସେମ୍ବର ୧୦ ତାରିଖରେ ସ୍ବାକ୍ଷରିତ ହୋଇଥିଲା ।
  • ୧୯୭୨ ମସିହା ମାର୍ଚ୍ଚ ୧୯ ତାରିଖରେ ବନ୍ଧୁତା ଓ ଶାନ୍ତି ସ୍ଥାପନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ବଙ୍ଗଳାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ମୁଜିବୁର୍ ରହମନଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।
  • ପାକିସ୍ତାନ ୧୯୭୪ ମସିହା ଫେବୃୟାରୀ ୨୨ ତାରିଖରେ ବଙ୍ଗଳାଦେଶକୁ ଏକ ସ୍ବାଧୀନ ରାଷ୍ଟ୍ରଭାବେ ସ୍ବୀକୃତି ପ୍ରଦାନ କରିଥିଲା ।
  • ୧୯୭୫ ମସିହାରେ ଶେଖ୍ ମୁଜିବୁର୍ ରହମନ୍‌ଙ୍କୁ ହତ୍ୟାକରି ଲେଫ୍ଟନାଣ୍ଟ ଜେନେରାଲ ଜିଆ-ଭର-ରହମନ୍ ଶାସନକଳକୁ କରାୟତ୍ତ କଲେ, ଯାହା ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା ।
  • ରାଷ୍ଟ୍ରପତି ଏର୍‌ସାଦଙ୍କ ସମୟରେ ବଙ୍ଗଳାଦେଶ ଧର୍ମନିରପେକ୍ଷତା ହରାଇ ବସିଲା ଓ ପାକିସ୍ତାନ ସପକ୍ଷବାଦୀ ଶକ୍ତି ମୁଣ୍ଡ ଟେକିଲା ।
  • ତିନ୍-ବିଘା ଓ ମୁରେ ଦ୍ବୀପକୁ ନେଇ ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଚକ୍ରମା ଶରଣାର୍ଥୀମାନେ ତ୍ରିପୁରା ରାଜ୍ୟରେ ଆଶ୍ରୟ ନେବା ସମସ୍ୟା ମଧ୍ୟ ସୃଷ୍ଟି ହୋଇଥିଲା ।
  • ୧୯୯୬ ମସିହାରେ ଗଙ୍ଗା ନଦୀର ଜଳବଣ୍ଟନକୁ ନେଇ ଉଭୟ ଦେଶ ମଧ୍ୟରେ ଏକ ୩୦ ବର୍ଷିଆ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ୨୦୦୧ ମସିହା ଅପ୍ରେଲ ମାସରେ ବଙ୍ଗଳାଦେଶ ଆସାମ ଓ ମେଘାଳୟ ରାଜ୍ୟର କିଛି ଅଞ୍ଚଳ – ନିଜ କବ୍‌ଜାରେ ରଖୁବା ଓ ଭାରତୀୟ ସୀମା ସୁରକ୍ଷାବାହିନୀର କିଛି ସୈନ୍ୟଙ୍କୁ ହତ୍ୟା କରିବା ଯୋଗୁ ଉଭୟ ଦେଶର ସୀମାରେ ଉତ୍ତେଜନା ପ୍ରକାଶ ପାଇଥିଲା ।
  • ଉଭୟ ଦେଶ ସାର୍କର ସଦସ୍ୟ ଥ‌ିବା ଯୋଗୁଁ ବନ୍ଧୁତ୍ବ ଓ ସଭାବ ବଜାୟ ରଖିବାପାଇଁ ପ୍ରୟାସ ଅବ୍ୟାହତ ରହିଛି ।

→ ଭାରତ ଓ ମିଆଁମାର:

  • ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ୧୯୫୦ ମସିହାରେ ମିଆଁମାର ଗସ୍ତରେ ଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ରାଜନେତା ମିଆଁମାର ଗସ୍ତରେ ଯାଇ ପାରସ୍ପରିକ ସମ୍ପର୍କ ବୃଦ୍ଧି ପାଇଁ ପ୍ରୟାସ କରିଥିଲେ ।
  • ମିଆଁମାରର ପୁରୁଣା ନାମ ଥିଲା ବର୍ମା ଓ ଏହା ଏକ ବ୍ରିଟିଶ୍ ଉପନିବେଶ ଥଲା । ଏହାର ରାଜଧାନୀ ‘ୟାଗନ୍ ପୂର୍ବେ ‘ରେଙ୍ଗୁନ୍’ ନାମରେ ପରିଚିତ ଥିଲା ।
  • ୨୦୦୭ ମସିହା ଅଗଷ୍ଟ ୧୫ରେ ମିଆଁମାରରେ ଶାସକଗୋଷ୍ଠୀଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନକୁ ସାମରିକ ଶାସକମାନେ ଦୃଢ଼ ହସ୍ତରେ ଦମନ କରିଥିଲେ । ଏହି ଦମନଲୀଳାକୁ ଆନ୍ତର୍ଜାତିକ ସ୍ତରରେ ନିନ୍ଦା କରାଯାଇଥିଲା ଏବଂ ଭାରତ ମିଆଁମାରରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନକୁ ପୂର୍ଣପ୍ରାଣରେ ସମର୍ଥନ କରିଥିଲା ।
  • ସଂଯୁକ୍ତ ରାଷ୍ଟ୍ରସଂଘ ପକ୍ଷରୁ ମିଆଁମାର ପାଇଁ ସ୍ବତନ୍ତ୍ର ପ୍ରତିନିଧି ଭାବେ ନିଯୁକ୍ତ ଇବ୍ରାହିମ୍ ଗମ୍ଭାରୀ ୨୦୦୭ ମସିହା ଅକ୍ଟୋବର ମାସରେ ଭାରତ ଗସ୍ତରେ ଆସି ମିଆଁମାରରେ ଆନ୍ଦୋଳନକାରୀଙ୍କ ଉପରେ ଚାଲିଥିବା ଦମନଲୀଳାକୁ ବିରୋଧ କରିବାପାଇଁ ଆହ୍ୱାନ ଦେଇଥିଲେ ।
  • ୨୦୦୮ ମସିହା ଜାନୁୟାରୀ ମାସରେ ମିଆଁମାରର ବୈଦେଶିକ ମନ୍ତ୍ରୀ ନ୍ୟାନ୍‌ୱିନ୍ ଭାରତ ଗସ୍ତରେ ଆସି ଭାରତର ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସାକ୍ଷାତ କରି ମିଆଁମାରରେ ରାଜନୈତିକ ସଂସ୍କାରର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ ।
  • ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ବର୍ମାର ପ୍ରଧାନମନ୍ତ୍ରୀ ୟୁ ନୁଙ୍କ ମଧ୍ୟରେ ବ୍ୟକ୍ତିଗତ ସଭାବ ଥିଲା ଓ ଉଭୟ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କର୍ଣ୍ଣଧାର ଥିଲେ ।
  • ୧୯୬୨ ମସିହା ମାର୍ଚ୍ଚ ମାସରେ ମିଆଁମାରରେ ସାମରିକ ଶାସନ ପ୍ରତିଷ୍ଠିତ ହେବା ପରେ ଭାରତ-ମିଆଁମାର ମଧ୍ୟରେ ସମ୍ପର୍କ ଶିଥୁଳ ହୋଇଯାଇଥିଲା । ମିଆଁମାରର ସାମରିକ ଶାସକ ବୈଷୟିକ ସାହାଯ୍ୟ, ଅଳ୍ପ ସୁଧରେ କରଜ, ଅନୁଦାନ ଇତ୍ୟାଦି ପାଇଁ ଚୀନ୍‌ର ନିକଟତର ହୋଇଥିଲେ । ତେଣୁ ନିଜର ସ୍ୱାର୍ଥ ଓ ନିରାପତ୍ତା ପାଇଁ ଭାରତ ମିଆଁମାର ସହିତ ଅନେକ ଚୁକ୍ତି ସ୍ୱାକ୍ଷର କରିଥିଲା ।
  • ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଜାତୀୟ ନିରାପତ୍ତା ଦୃଷ୍ଟିରୁ ଦୁଇ ଦେଶ ମଧ୍ୟରେ ଅନେକ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା ।
  • ମିଆଁମାର ପ୍ରାକୃତିକ ବାଷ୍ପର ଭଣ୍ଡାର ଅଟେ । ଏହି ଦେଶ ସହ ଉତ୍ତମ ସମ୍ପର୍କ ରଖୁବା ମାଧ୍ୟମରେ ଭାରତ ତା’ର ତୈଳ ଓ ପ୍ରାକୃତିକ ବାଷ୍ପର ଚାହିଦା ମେଣ୍ଟାଇ ପାରୁଥିଲା ।
  • ୨୦୦୮ ମସିହା ଅକ୍ଟୋବର ମାସରେ ମିଆଁମାର-ଭାରତ ମିଳିତ ବାଣିଜ୍ୟିକ କମିଟିର ୩ୟ ଅବେଶନରେ ସୀମା ବାଣିଜ୍ୟକୁ ସ୍ବାଭାବିକ କରିବା ବିଷୟରେ ଆଲୋଚନା କରାଯାଇଥିଲା ।
  • ୨୦୦୧ ମସିହାରେ ଭାରତ ପକ୍ଷରୁ ମିଆଁମାରରେ ‘ଭାରତ-ମିଆଁମାର ବନ୍ଧୁତା ସଡ଼କ’’ ତମୁ ଓ କାଲେମାୟୋ ମଧ୍ୟରେ ନିର୍ମିତ ହୋଇଥିଲା । ୨୦୦୮ ମସିହା ଜାନୁୟାରୀ ୭ ତାରିଖରେ ମିଆଁମାରକୁ ଏକ ଉପହାର ସ୍ବରୂପ କାଲାଦାନ ପ୍ରକଳ୍ପ କାର୍ଯ୍ୟ ହାତକୁ ନେବାକୁ ଭାରତ ସରକାର ଘୋଷଣା କରିଥିଲେ ।
  • ୧୯୯୫ ମସିହାରେ ସୀମାନ୍ତ ଅଞ୍ଚଳରେ ବିଦ୍ରୋହୀମାନଙ୍କୁ ଦମନ କରିବାପାଇଁ ଭାରତ-ମିଆଁମାରର ଏକ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା । ୨୦୦୦ ମସିହାରେ ଉଭୟ ଦେଶର ସ୍ଥଳବାହିନୀର ମୁଖ୍ୟ ଶିଲଂଠାରେ ଉଭୟ ଦେଶର ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ ।
  • ବର୍ତ୍ତମାନ ଚୀନ୍ ସାମରିକ ସାହାଯ୍ୟ ଯୋଗାଇ ମିଆଁମାର ନିକଟତର ହୋଇପାରିଛି ଯାହା ଭାରତ ପାଇଁ ସୁରକ୍ଷା ଦୃଷ୍ଟିରୁ ଚିନ୍ତାର କାରଣ ପାଲଟିଛି ।

BSE Odisha 10th Class Political Science Notes Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

ମୁଖ୍ୟ ଘଟଣାବଳୀ ଓ ସମୟ
୧୮୧୬ ଖ୍ରୀ.ଅ. – ନେପାଳ ବ୍ରିଟିଶ୍ମାନଙ୍କଦ୍ୱାରା ଅଧିକୃତ ।
୧୮୯୦ ଖ୍ରୀ.ଅ. – ଭାରତର ବ୍ରିଟିଶ୍ ସରକାର ଓ ଚୀନ୍ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ଏବଂ ଭାରତ ଓ ତିବ୍ବତ ମଧ୍ଯରେ ସୀମା ନିର୍ଦ୍ଧାରଣ ।
୧୯୦୫ ଖ୍ରୀ.ଅ. – ବଙ୍ଗଭଙ୍ଗ ନୀତି ଯୋଗୁଁ ପୂର୍ବବଙ୍ଗ ସୃଷ୍ଟି ।
୧୯୧୧ ଖ୍ରୀ.ଅ. – ଚୀନ୍‌ରେ ଡକ୍ଟର ସନ୍-ୟାତ୍-ସେନ୍‌ଙ୍କ ନେତୃତ୍ୱରେ ବିପ୍ଳବ ସଂଘଟିତ ।
୧୯୨୨ ଖ୍ରୀ.ଅ. – ସୋଭିଏତ୍ ରୁଷିଆ ଗଠିତ ।
୧୯୨୭ ଖ୍ରୀ.ଅ. – ଜବାହରଲାଲ୍ ନେହେରୁଙ୍କ ପ୍ରଥମ ସୋଭିଏତ୍ ରୁଷ୍ ଗସ୍ତ ।
୧୯୪୫ ଖ୍ରୀ.ଅ. – ଦ୍ବିତୀୟ ବିଶ୍ଵଯୁଦ୍ଧ ଶେଷ ।
୧୯୪୭ ଖ୍ରୀ.ଅ. – ପୂର୍ବବଙ୍ଗ ‘ପୂର୍ବ-ପାକିସ୍ତାନ’ ନାମରେ ପାକିସ୍ତାନରେ ଏକ ଅଂଶବିଶେଷ ରୂପେ ସୃଷ୍ଟି । (ମାର୍ଚ୍ଚ) ନୂଆଦିଲ୍ଲୀରେ ଏସୀୟ ସଂପର୍କ ସମ୍ମିଳନୀ ଅନୁଷ୍ଠିତ ।
୧୯୫୩ ଖ୍ରୀ.ଅ. – ଭାରତର ପ୍ରଧାନମନ୍ତ୍ରୀ ନେହେରୁ ଏବଂ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ କେଟେଲାୱାଲାଙ୍କ ମଧ୍ୟରେ ବର୍ଣ୍ଣଗତ ସମସ୍ୟାର ସମାଧାନ ପାଇଁ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ।
୧୯୫୪ ଖ୍ରୀ.ଅ. – ଭାରତ ଓ ଚୀନ୍ ମଧ୍ୟରେ ପଞ୍ଚଶୀଳ ନୀତି ସ୍ବାକ୍ଷରିତ ।
୧୯୫୮ ଖ୍ରୀ.ଅ. – ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ଭୁଟାନ୍ ଗସ୍ତ ।
୧୯୬୨ ଖ୍ରୀ.ଅ. – ଚୀନ୍‌ର ଭାରତ ଉପରେ ଆକ୍ରମଣ ।
୧୯୬୫ ଖ୍ରୀ.ଅ. – ଭାରତ-ପାକିସ୍ତାନ ଯୁଦ୍ଧ ।
୧୯୭୨ ଖ୍ରୀ.ଅ. – ଭାରତ ଓ ପାକିସ୍ତାନ ମଧ୍ୟରେ ସିମୂଳା ରାଜିନାମା ସ୍ବାକ୍ଷରିତ । (ମାର୍ଚ୍ଚ ୧୯) ଭାରତ ଓ ଦଙ୍ଗଳାଦେଶ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ।
୧୯୭୭ ଖ୍ରୀ.ଅ. – ଭାରତର ମୋରାର୍‌ଜୀ ଦେଶାଇ ସରକାର ଗଠିତ ।
୧୯୯୦ ଖ୍ରୀ.ଅ. – (ଅପ୍ରେଲ୍ ୮) ନେପାଳରେ ସାମ୍ବିଧାନିକ ରାଜତନ୍ତ୍ର ପ୍ରତିଷ୍ଠିତ ।
୧୯୯୧ ଖ୍ରୀ.ଅ. – ସୋଭିଏତ୍ ରୁଷିଆର ବିଲୟ ।
୧୯୯୫ ଖ୍ରୀ.ଅ. – ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟ ସଚିବ ରୋନାଲ୍‌ଡ୍ ବ୍ରାଉନ୍‌ଙ୍କ ଭାରତ ଗସ୍ତ ।

Leave a Comment