Odisha State Board BSE Odisha 10th Class History Notes Chapter 8 ଉତ୍କଳ ସମ୍ମିଳନୀର ଗଠନ will enable students to study smartly.
BSE Odisha Class 10 History Notes Chapter 8 ଉତ୍କଳ ସମ୍ମିଳନୀର ଗଠନ
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:
→ ଉତ୍କଳ ସଭା :
- ‘ଉତ୍କଳ ସମ୍ମିଳନୀ’ ଗଠିତ ହେବା ପୂର୍ବରୁ ମଧୁସୂଦନ ଦାସ ‘ଉତ୍କଳ ସଭା’ ଗଠନ କରିଥିଲେ ।
- ‘ଉତ୍କଳ ସଭା’ ମଧୁସୂଦନ ଦାସଙ୍କ ଉତ୍ସାହ ଓ ଉଦ୍ୟମରେ ୧୮୮୨ ମସିହା ଅଗଷ୍ଟ ୧୬ ତାରିଖରେ କଟକଠାରେ ଗଠିତ ହୋଇଥିଲା । ଏହା ଥିଲା ଓଡ଼ିଶାର ସର୍ବପ୍ରଥମ ସୁସଙ୍ଗଠିତ ରାଜନୀତିକ ଅନୁଷ୍ଠାନ ।
- ସ୍ଥାନୀୟ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ସୃଷ୍ଟି କରିବାରେ ସାହାଯ୍ୟ କରିବା ଓ ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରୋତ୍ସାହିତ କରିବା ଏହି ଅନୁଷ୍ଠାନର ଉଦ୍ଦେଶ୍ୟ ଥିଲା ।
- ୧୮୮୬ ଡିସେମ୍ବର ୨୮ରେ କଲିକତାରେ ଅନୁଷ୍ଠିତ ଜାତୀୟ କଂଗ୍ରେସର ଦ୍ଵିତୀୟ ଅଧୂବେଶନରେ ମଧୁସୂଦନ ଦାସ, ଗୋଲୋକଚନ୍ଦ୍ର ବୋଷ, ହରିବଲ୍ଲଭ ବୋଷ ଓ କାଳିପଦ ବାନାର୍ଜୀ ‘ଉତ୍କଳ ସଭା’ ତରଫରୁ ପ୍ରତିନିଧ୍ୟ କରିଥିଲେ ।
- ଉତ୍କଳ ସଭାର କାର୍ଯ୍ୟ ପରିସର ସଂକୀର୍ଣ୍ଣ ଥିବାରୁ ମଧୁବାବୁ ଏକ ବୃହତ୍ତର ଅନୁଷ୍ଠାନ ଗଠନ ପାଇଁ ଉଦ୍ୟମ କରିଥିଲେ । ବଙ୍ଗଳାର ବିଭିନ୍ନ ସମସ୍ୟା ସମାଧାନ ଉଦ୍ଦେଶ୍ୟରେ ସାର୍ ସୁରେନ୍ଦ୍ରନାଥ
- ବାନାର୍ଜୀଙ୍କ ନେତୃତ୍ଵରେ ଗଠିତ ‘ବଙ୍ଗ ଜାତୀୟ ସଭା’ ଏ ଦିଗରେ ତାଙ୍କୁ ଯଥେଷ୍ଟ ପ୍ରେରଣା ଦେଇଥିଲା ।
- ଉତ୍କଳ ସଭାର ପ୍ରଥମ ସଭାପତି ଥିଲେ ଚୌଧୁରୀ କାଶୀନାଥ ଦାସ ଓ ପ୍ରଥମ ସମ୍ପାଦକ ଥିଲେ, ଗୌରୀଶଙ୍କର ରାୟ ।
→ ଗଞ୍ଜାମ ଜାତୀୟ ସମିତି :
- ୧୯୦୩ ମସିହା ଆରମ୍ଭରେ କେତେକ ଉତ୍ସାହୀ ଯୁବକ ଗଞ୍ଜାମ ଜିଲ୍ଲାର ରମ୍ଭାଠାରେ ଏକତ୍ର ହୋଇ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ପ୍ରେରଣାରେ ‘ଗଞ୍ଜାମ ଜାତୀୟ ସମିତି’ ନାମକ ଏକ ଅନୁଷ୍ଠାନ ଗଠନ କରିଥିଲେ ।
- ଗଞ୍ଜାମ ଓ ଅନ୍ୟାନ୍ୟ ଦକ୍ଷିଣାଞ୍ଚଳ ଜିଲ୍ଲା ତଥା ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳକୁ ଏକ ଶାସନାଧୀନରେ ରଞ୍ଝାପାଇଁ ଉଦ୍ୟମ କରିବା ଥିଲା ଏହାର ଉଦ୍ଦେଶ୍ୟ ।
- ଏହାର ପ୍ରଥମ ବୈଠକ ବ୍ରହ୍ମପୁରଠାରେ ୧୯୦୩ ମସିହା ଏପ୍ରିଲ ମାସରେ ବସିଥିଲା ଯାହା ‘ଗଞ୍ଜାମ ଜାତୀୟ ସଭା’ ନାମରେ ପରିଚିତ ।
- ଏହି ପ୍ରଥମ ବୈଠକରେ ଓଡ଼ିଶା, ବଙ୍ଗ, କେନ୍ଦ୍ରୀୟ ପ୍ରଦେଶ ଓ ମାନ୍ଦ୍ରାଜ ପ୍ରେସିଡ଼େନ୍ସିର ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳରୁ ପ୍ରତିନିଧିମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ ।
- ଗଞ୍ଜାମ ଜାତୀୟ ସଭାରେ ଅଧ୍ୟକ୍ଷତା କରିଥିଲେ ଶ୍ୟାମସୁନ୍ଦର ରାଜଗୁରୁ ।
- ମଧୁସୂଦନ ଦାସ ନିମନ୍ତ୍ରିତ ହୋଇ କଟକରୁ ଏହି ସଭାରେ ଯୋଗ ଦେଇଥିଲେ ।
- ଗଞ୍ଜାମ ଜାତୀୟ ସଭାର ସଫଳତା ମଧୁବାବୁଙ୍କୁ ସମଗ୍ର ଓଡ଼ିଶା ପାଇଁ ଏକ ଜାତୀୟ ସଭା ଡକାଇବାକୁ ପ୍ରେରଣା ଦେଇଥିଲା । କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏ ଦିଗରେ ତାଙ୍କୁ ଉତ୍ସାହିତ କରିଥିଲେ ।
- ୧୯୦୩ ମସିହାରେ ଜାତୀୟ କଂଗ୍ରେସର ମାନ୍ଦ୍ରାଜ ଅଶେନରେ ମଧୁସୂଦନ ଦାସ ଓ ଗୌରୀଶଙ୍କର ରାୟ ଯୋଗ ଦେଇଥିଲେ । ମଧୁବାବୁଙ୍କର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଓଡ଼ିଶା ପ୍ରଦେଶ ଗଠନ ପ୍ରସ୍ତାବକୁ ସେଠାରେ ଗୁରୁତ୍ଵ ଦିଆନଯିବାରୁ ମଧୁବାବୁ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରିଥିଲେ ।
→ ଉତ୍କଳ ସମ୍ମିଳନୀ :
- ୧୯୦୩ ମସିହାରେ ଗଡ଼ଜାତ ରାଜାମାନଙ୍କର ବାର୍ଷକ ଅଧୁବେଶନରେ ମୟୂରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ,ଖଲ୍ଲିକୋଟର ରାଜା ଓ କନିକାର ରାଜା ମଧୁସୂଦନଙ୍କ ବିଚାରଧାରାକୁ ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସମର୍ଥନ ଜଣାଇଥ୍ଲୋ ।
- ମଧୁବାବୁ ତାଙ୍କର ଏହି ପରିକଳ୍ପନାକୁ କାର୍ଯ୍ୟରେ ପରିଣତ କରିବାପାଇଁ ୧୯୦୩ ମସିହାରେ ‘ଉତ୍କଳ ସଭା’ ଆନୁକୂଲ୍ୟରେ କଟକଠାରେ ଏକ ସଭା ଆହ୍ୱାନ କରିଥିଲେ ।
- ଏହି ସଭାରେ ସମଗ୍ର ଓଡ଼ିଶା ତଥା ବିଚ୍ଛିନ୍ନାଞ୍ଚଳ ସମୂହର ଏକତ୍ରୀକରଣ ଦିଗରେ ଉଦ୍ୟମ କରିବାପାଇଁ ଏକ ଜାତୀୟ ଅନୁଷ୍ଠାନ ଗଠନ କରାଯିବାପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା ।
- ଏହି ଜାତୀୟ ଅନୁଷ୍ଠାନର ନାମ ରଖାଗଲା ‘ଉତ୍କଳ ସମ୍ମିଳନୀ’ । ଏହିଦିନ ‘ଉତ୍କଳ ସଭା’ର ବିଲୋପ ଘଟିଥିଲା ।
- ଏହି ବୈଠକରେ ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନର ପ୍ରସ୍ତୁତି ସ୍ବରୂପ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷଭାବେ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ସମ୍ପାଦକ ଭାବେ ମଧୁସୂଦନ ଦାସ କାର୍ଯ୍ୟନିର୍ବାହ କରିବା ପାଇଁ ସ୍ଥିର ହେଲା । ପାଇଁ ସ୍ଥିର ହେଲା ।
→ ଉତ୍କଳ ସମ୍ମିଳନୀର ଲକ୍ଷ୍ୟ:
- ‘ଉତ୍କଳ ସମ୍ମିଳନୀ’ ଏକ ଅଣରାଜନୀତିକ ସଂସ୍ଥାରୂପେ କାର୍ଯ୍ୟ ଆରମ୍ଭ କଲା ।
- ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଥିଲା ଏହାର ମୁଖ୍ୟ ଲକ୍ଷ୍ୟ । ଏତଦ୍ବ୍ୟତୀତ ଏହାର ଅନ୍ୟ କେତେକ ଲକ୍ଷ୍ୟ ମଧ୍ୟ ଥିଲା । ସେଗୁଡ଼ିକ ହେଲା –
(i) ପ୍ରାକୃତିକ ଓଡ଼ିଶାର ଏକତ୍ରୀକରଣ ।
(ii) ଓଡ଼ିଶାର ସମୁଦାୟ ବିକାଶ ।
(iii) ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକ ଶାସନାଧୀନ କରିବା ।
(iv) ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆମାନଙ୍କ ସ୍ବାର୍ଥର ସୁରକ୍ଷା । - ଉତ୍କଳ ସମ୍ମିଳନୀ ମୋଟ ୧୬ଟି ଅଧୂବେଶନ ଅନୁଷ୍ଠିତ ହୋଇଥିଲା ଓ ପ୍ରତ୍ୟେକଟି ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ନିମନ୍ତେ ସରକାରଙ୍କ ନିକଟରେ ଦାବି କରାଯାଇଥିଲା ।
→ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ :
- ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନ ୧୯୦୩ ମସିହା ଡିସେମ୍ବର ୩୦ ଓ ୩୧ ତାରିଖରେ କଟକଠାରେ ଅନୁଷ୍ଠିତ ହୋଇଥିଲା ।
- ଏହି ଅଧୂବେଶନରେ ମାନ୍ଦ୍ରାଜ, କେନ୍ଦ୍ରୀୟ ପ୍ରଦେଶ ଏବଂ ବଙ୍ଗଳାର ଓଡ଼ିଆ ପ୍ରତିନିଧୂମାନେ ତଥା ସେହି ଅଞ୍ଚଳର ତିରିଶ ଜଣ ଗଡ଼ଜାତ ରାଜା ଯୋଗ ଦେଇଥିଲେ ।
- ଓଡ଼ିଶାର ଖଲ୍ଲିକୋଟ, କନିକା, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, ଆଠଗଡ଼ ଏବଂ ତାଳଚେରର ରାଜାମାନେ ଏହି ଅଧୂବେଶନରେ ଯୋଗ ଦେଇଥିଲେ ।
- ଏହାଛଡ଼ା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅନେକ ଜମିଦାର, ସରକାରୀ କର୍ମଚାରୀ, ଆଇନଜୀବୀ, ବ୍ୟବସାୟୀ ଓ ଛାତ୍ରମାନେ ଯୋଗ ଦେଇଥିଲେ ।
- ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧୂବେଶନରେ ସଭାପତିତ୍ୱ କରିଥିଲେ ମୟୂରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ।
- ଏହି ଅଧ୍ଵବେଶନର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ପରିଚାଳିତ ହୋଇଥିଲା ।
- କୋଲ୍କତାର ‘ଅମୃତବଜାର ପତ୍ରିକା’ର ସମ୍ପାଦକ ମୋତିଲାଲ ଘୋଷ ଏହି ଅଧୁବେଶନରେ ଯୋଗ ଦେଇଥିଲେ ।
- ଏହି ପ୍ରଥମ ଅଧ୍ଵବେଶନରେ ଓଡ଼ିଶାର କଳା ଓ ସାହିତ୍ୟର ଉନ୍ନତି ସମ୍ପର୍କିତ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ରିସ୍ ସର୍କୁଲାରକୁ ଅନୁମୋଦନ କରାଯାଇଥିଲା ।
- ଭାଇସରାୟ ଲର୍ଡ କର୍ଜନଙ୍କ ସରକାରରେ ଗୃହ ସଚିବ ହେନେରୀ ରିସ୍ଲେଙ୍କ ପ୍ରସ୍ତାବ ସମ୍ବଳିତ ଦଲିଲ୍ ରିସ୍ଲେ ସର୍କୁଲାରରେ ଓଡ଼ିଆ ଭାଷାଭାଷୀ ସମ୍ବଲପୁର ଓ ଏହାର ଗଡ଼ଜାତ ଅଞ୍ଚଳ, ଗଞ୍ଜାମ ଜିଲ୍ଲା ଏବଂ ଗଞ୍ଜାମ ଓ ବିଶାଖାପାଟଣା ଏଜେନ୍ସି ଅଞ୍ଚଳକୁ ଓଡ଼ିଶା ଡିଭିଜନରେ ମିଶାଇ ବଙ୍ଗଳା ଶାସନ ଅଧୀନରେ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା ।
- ଏହି ସମ୍ମିଳନୀରେ ମଧୁବାବୁ ଓଡ଼ିଆ ଭାଇମାନଙ୍କୁ ‘ଉତ୍କଳ ସମ୍ମିଳନୀର ମହାସିନ୍ଧୁରେ ନିଜର ପ୍ରାଣବିନ୍ଦୁକୁ ମିଶାଇ ଦେବାପାଇଁ’ ଆହ୍ଵାନ ଦେଇଥିଲେ ।
- ନିଜର ଆତ୍ମଗର୍ବ ଓ ସ୍ଵାର୍ଥପରତାକୁ ତ୍ୟାଗକରି ମାତୃଭୂମିର ସେବାରେ ବ୍ରତୀ ହେବାକୁ ଉତ୍କଳୀୟମାନଙ୍କୁ ସେ ଆହ୍ବାନ ଦେଇଥିଲେ ।
- ଏହି ଅଧୂବେଶନରେ ଯୋଗ ଦେଇଥିବା ସମସ୍ତ ପ୍ରତିନିଧିଙ୍କୁ ମଧୁବାବୁଙ୍କ କଳ୍ପନାପ୍ରସୂତ ଗୋଲାପି ରଙ୍ଗ ସିଲ୍କ କନାର ଭାରତୀୟ ପଗଡ଼ି ପିନ୍ଧିବାକୁ ବାଧ୍ୟ କରାଯାଇଥିଲା ଓ ‘ବନ୍ଦେ ଉତ୍କଳ ଜନନୀ’ ସ୍ଲୋଗାନ୍ ଦିଆଯାଇଥିଲା ।
- ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ସମବେତ ଜନତାକୁ ‘ପ୍ରିୟ ଭାଇମାନେ’ ବୋଲି ସମ୍ବୋଧନ କରି ଇତିହାସ ସୃଷ୍ଟି କରିଥିଲେ ।
→ ଉତ୍କଳ ସମ୍ମିଳନୀର ଅନ୍ୟାନ୍ୟ ଅଧୂବେଶନ :
- ପ୍ରଥମ ଅଧିବେଶନ ପରଠାରୁ ମଧୁସୂଦନ ଦାସଙ୍କ ନେତୃତ୍ଵରେ ଉତ୍କଳ ସମ୍ମିଳନୀର ବାର୍ଷିକ ଅବେଶନ ଭିନ୍ନ ଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇ ଓଡ଼ିଆ ଆନ୍ଦୋଳନକୁ ସକ୍ରିୟ କରିଥିଲା ।
- ଏହାର ଅଷ୍ଟମ ଅଧ୍ଵବେଶନ ୧୯୧୨ ମସିହା ଏପ୍ରିଲ ୬ ଓ ୭ ତାରିଖରେ ବ୍ରହ୍ମପୁରଠାରେ ବସିଥିଲା । ଏହି ଅଧିବେଶନରେ ମଧୁବାବୁ ବିହାର-ଓଡ଼ିଶା ପ୍ରଦେଶ ଗଠନକୁ ବିରୋଧ କରିଥିଲେ ।
- ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ୧୯୧୪ ମସିହା ଡିସେମ୍ବର ୨୬ ଓ ୨୭ ତାରିଖରେ ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ହୋଇଥିଲା । ଜୟପୁରର ମହାରାଜା ବିକ୍ରମଦେବ ବର୍ମା ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନ ପାଇଁ ସୀମା
- 4. ୧୯୧୭ ମସିହା ଡିସେମ୍ବର ୧୧ ତାରିଖରେ ଉତ୍କଳ ସମ୍ମିଳନୀ ତରଫରୁ ମଧୁବାବୁଙ୍କ ନେତୃତ୍ୱରେ ମଣ୍ଟେଗୁ—ଚେମସଫୋର୍ଡ଼ଙ୍କୁ କୋଲକତାଠାରେ ଏକ ଦାବିପତ୍ର ଦିଆଯାଇଥିଲା ।
- ମଣ୍ଟେଗୁ-ଚେମସ୍କୋର୍ଡ଼ ଖସଡ଼ାରେ ଓଡ଼ିଶା ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣ ପାଇଁ କୌଣସି ଯୋଜନା ନ ଥିବାର ୧୯୧୮ ଡିସେମ୍ବରରେ କଟକରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ସ୍ଵତନ୍ତ୍ର ଅଧିବେଶନରେ ତାହାର ଦୃଢ଼ ନିନ୍ଦା କରାଯାଇଥିଲା ।
- ୧୯୨୦ ମସିହାରେ ମହାତ୍ମା ଗାନ୍ଧିଙ୍କ ଆହ୍ଵାନକ୍ରମେ ୧୯୨୧ ମସିହାରୁ ସାରା ଭାରତରେ ବ୍ରିଟିଶ୍ ସରକାରଙ୍କ ବିରୋଧରେ ଅସହଯୋଗ ଆନ୍ଦୋଳନ ଜୋରସୋରରେ ଚାଲିଲା । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳସମୂହର ମିଶ୍ରଣ ଓ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଅସହଯୋଗ ଆନ୍ଦୋଳନଦ୍ୱାରା ହୋଇପାରିବ ବୋଲି ଗୋପବନ୍ଧୁ ଦାସ ପ୍ରମୁଖ କଂଗ୍ରେସ ନେତାମାନେ ଭାବିଲେ ।
- ୧୯୨୦ ମସିହାରେ ସିଂହଭୂମି ଜିଲ୍ଲାର ଚକ୍ରଧରପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଧୂବେଶନ କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶକୁ ଗ୍ରହଣ କରିନେଲା । ଏହା ଫଳରେ ଉତ୍କଳ ସମ୍ମିଳନୀ ଏକ ପ୍ରକାର କଂଗ୍ରେସ ସହିତ ମିଶିଗଲା ଓ ଏହାର ସ୍ବତନ୍ତ୍ର ସତ୍ତା ଲୋପପାଇଲା ।
- ମଧୁବାବୁ ଅସହଯୋଗ ଆନ୍ଦୋଳନର ବିରୋଧୀ ଥିଲେ, ତେଣୁ ସେ ଉତ୍କଳ ସମ୍ମିଳନୀ ସହ ସମସ୍ତ ସମ୍ପର୍କ ତୁଟାଇଦେଲେ ।
- କଂଗ୍ରେସ ସହ ଉତ୍କଳ ସମ୍ମିଳନୀର ମିଶ୍ରଣକୁ ବିରୋଧ କରୁଥିବା ନେତାମାନେ ୧୯୨୪ ମସିହାରେ ଉତ୍କଳ
- ୧୯୨୫ ମସିହାରେ କଟକରେ କଳ୍ପତରୁ ଦାସଙ୍କ ସଭାପତିତ୍ବରେ ଏହାର ଅଧିବେଶନ ବସିଥିଲା ।
- ଏହାପରେ ଉତ୍କଳ ସମ୍ମିଳନୀ ତରଫରୁ ବିଭିନ୍ନ ଶାସନ ସଂସ୍କାର କମିଟିମାନଙ୍କୁ ସ୍ମାରକପତ୍ରମାନ ଦିଆଯାଇଥିଲା ।
- ଆଧୁନିକ ଉତ୍କଳ ନିର୍ମାଣରେ ଉତ୍କଳ ସମ୍ମିଳନୀର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା । କିନ୍ତୁ ଦୁଃଖର କଥା ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ଆଗରୁ ମଧୁବାବୁ ୧୯୩୪ ମସିହା ଫେବୃୟାରୀ ୪ ତାରିଖରେ ପ୍ରାଣତ୍ୟାଗ କରିଥିଲେ ।
- ଉତ୍କଳ ସମ୍ମିଳନୀର ଶେଷ ବୈଠକ କଟକଠାରେ ୧୯୩୫ ମସିହା ଫେବୃୟାରୀ ୧୧ ତାରିଖରେ ଅନୁଷ୍ଠିତ ହୋଇଥିଲା ।
- ଓଡ଼ିଶା ବହୁ ଘାତପ୍ରତିଘାତ ମଧ୍ଯରେ ଗତିକରି ଶେଷରେ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରୁ ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠିତ ହେଲା ଏବଂ ମଧୁବାବୁଙ୍କ ସ୍ଵପ୍ନ ସାକାର ହେଲା ।
ଐତିହାସିକ ଘଟଣାବଳୀ ଓ ସମୟ:
୧୮୮୨ ଖ୍ରୀ.ଅ. – (ଅଗଷ୍ଟ ୧୬) ଉତ୍କଳ ସଭା ଗଠନ ।
୧୮୮୬ ଖ୍ରୀ.ଅ. – (ଡିସେମ୍ବର ୨୮) କୋଲକତାଠାରେ ଜାତୀୟ କଂଗ୍ରେସର ଦ୍ଵିତୀୟ ଅଧ୍ବବେଶନ ଅନୁଷ୍ଠିତ ।
୧୯୦୩ ଖ୍ରୀ.ଅ. – ଗଞ୍ଜାମ ଜାତୀୟ ସମିତି ଗଠନ ଓ ଜାତୀୟ କଂଗ୍ରେସର ମାନ୍ଦ୍ରାଜ ଅଧିବେଶନ ଅନୁଷ୍ଠିତ ।
୧୯୦୩ ଖ୍ରୀ.ଅ. – ଗଡ଼ଜାତ ରାଜାମାନଙ୍କର ବାର୍ଷିକ ଅଧ୍ବବେଶନ ଅନୁଷ୍ଠିତ ।
୧୯୦୩ ଖ୍ରୀ.ଅ. – (ଡିସେମ୍ବର ୩୦, ୩୧) ଉତ୍କଳ ସମ୍ମିଳନୀର ପ୍ରଥମ ଅବେଶନ ଅନୁଷ୍ଠିତ ।
୧୯୧୨ ଖ୍ରୀ.ଅ. – (ଏପ୍ରିଲ୍ ୬ ଓ ୭) ଉତ୍କଳ ସମ୍ମିଳନୀର ବ୍ରହ୍ମପୁରଠାରେ ଅଷ୍ଟମ ଅଧିବେଶନ ଅନୁଷ୍ଠିତ ।
୧୯୧୪ ଖ୍ରୀ.ଅ. – (ଡିସେମ୍ବର ୨୬, ୨୭) ଉତ୍କଳ ସମ୍ମିଳନୀର ପାରଳାଖେମୁଣ୍ଡିଠାରେ ଦଶମ ଅଧ୍ଵବେଶନ ଅନୁଷ୍ଠିତ ।
୧୯୧୭ ଖ୍ରୀ.ଅ. – (ଡିସେମ୍ବର ୧୧) ଉତ୍କଳ ସମ୍ମିଳନୀ ତରଫରୁ ମଧୁବାବୁଙ୍କ ନେତୃତ୍ୱରେ ମଣ୍ଟେଗୁ-ଚେମସ୍ଫୋର୍ଡ଼ଙ୍କୁ କୋଲକତାଠାରେ ଏକ ଦାବିପତ୍ର ପ୍ରଦାନ ।
୧୯୨୦ ଖ୍ରୀ.ଅ. – ମହାତ୍ମା ଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନ ଡାକରା ।
୧୯୨୦ ଖ୍ରୀ.ଅ. – ଉତ୍କଳ ସମ୍ମିଳନୀର ଅଧୂବେଶନ ଚକ୍ରଧରପୁରଠାରେ ଅନୁଷ୍ଠିତ ।
୧୯୨୪ ଖ୍ରୀ.ଅ. – ଉତ୍କଳ ସମ୍ମିଳନୀ ପୁନର୍ବାର ସଙ୍ଗଠିତ ।
୧୯୨୫ ଖ୍ରୀ.ଅ. – କଟକରେ କଳ୍ପତରୁ ଦାସଙ୍କ ସଭାପତିତ୍ୱରେ ଉତ୍କଳ ସମ୍ମିଳନୀର ବୈଠକ ଅନୁଷ୍ଠିତ ।
୧୯୩୪ ଖ୍ରୀ.ଅ. – (ଫେବୃୟାରୀ ୪) ମଧୁବାବୁଙ୍କର ପ୍ରାଣତ୍ୟାଗ ।
୧୯୩୫ ଖ୍ରୀ.ଅ. – (ଫେବୃୟାରୀ ୧୧) ଉତ୍କଳ ସମ୍ମିଳନୀର ଶେଷ ବୈଠକ ଅନୁଷ୍ଠିତ ।
୧୯୩୬ ଖ୍ରୀ.ଅ. – (ଏପ୍ରିଲ୍ ୧) ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ।