Odisha State Board BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ Textbook Exercise Questions and Answers.
BSE Odisha Class 10 History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ
୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
(କ) ଲର୍ଡ଼ ମାଉଣ୍ଟବ୍ୟାଟେନ୍ କେବେ ଓ କାହିଁକି ରାଜନ୍ଯ ମଣ୍ଡଳୀର ବୈଠକ ଡକାଇଥିଲେ ଏବଂ ସେଠାରେ ସେ ଦେଶୀୟ ରାଜାମାନଙ୍କୁ ଭାରତ ସହିତ ମିଶିବାପାଇଁ କିପରି ଅନୁପ୍ରାଣିତ କରିଥିଲେ ?
Answer:
- ୧୯୪୭ ମସିହା ଜୁଲାଇ ୨୫ ତାରିଖରେ ଲର୍ଡ଼ ମାଉଣ୍ଟବ୍ୟାଟେନ୍ ରାଜନ୍ୟମଣ୍ଡଳୀର ଏକ ବୈଠକ ଡକାଇଥିଲେ ।
- ଦେଶୀୟ ରାଜ୍ୟଗୁଡ଼ିକର ଶାସକମାନଙ୍କୁ ସେ ସେମାନଙ୍କର ସାଂପ୍ରତିକ ସ୍ଥିତି ବିଷୟରେ ସ୍ପଷ୍ଟ ସୂଚନା ଦେଇଥିଲେ ।
- ତାଙ୍କ ବକ୍ତବ୍ୟର ସାରମର୍ମ ଥିଲା ବ୍ରିଟିଶ୍ ସର୍ବୋଚ୍ଚ ଶକ୍ତିର ଛତ୍ରଛାୟା ଅପସାରିତ ହେବା ପରେ ସେମାନେ ସ୍ବାଧୀନ ।
- ତେଣୁ ଦେଶୀୟ ରାଜ୍ୟମାନେ ସେମାନଙ୍କର ସୀମାକୁ ଲାଗିଥିବା ଦେଶ ସହିତ ସମ୍ପର୍କ ବାନ୍ଧିବା ବିଧେୟ ।
- କାରଣ, ଦେଶୀୟ ରାଜ୍ୟମାନଙ୍କରେ ପ୍ରଜାମାନେ ନବଗଠିତ ସ୍ଵାଧୀନ ରାଷ୍ଟ୍ର ସହିତ ମିଶି ସେମାନଙ୍କର ଭବିଷ୍ୟତର ସମୃଦ୍ଧି ଇଚ୍ଛାକରନ୍ତି ।
(ଖ) ମିଳନ ପତ୍ରରେ କ’ଣ ବ୍ୟବସ୍ଥା ଥିଲା ଏବଂ ଏହାକୁ ଦେଶୀୟ ରାଜାମାନେ କିପରି ଗ୍ରହଣ କଲେ ?
Answer:
- ଦେଶୀୟ ରାଜାମାନେ କେଉଁ ସର୍ଭରେ ଭାରତ ସହ ସମ୍ପର୍କ ସ୍ଥାପନ କରିବେ, ସେଥିପାଇଁ ସର୍ଦାର ପଟେଲ ଓ ଭି.ପି. ମେନନ ଏକ ମିଳନପତ୍ର ପ୍ରସ୍ତୁତ କରିଥିଲେ ।
- ମିଳନପତ୍ରର ପ୍ରସ୍ତାବ ଅନୁଯାୟୀ ଦେଶୀୟ ରାଜ୍ୟଗୁଡ଼ିକ ଭାରତକୁ ତିନିଗୋଟି କ୍ଷମତା ହସ୍ତାନ୍ତର କରିବା ଆବଶ୍ୟକ ଥିଲା ।
- ସେଗୁଡ଼ିକ ହେଲା– ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ । ଏସବୁ କ୍ଷମତା ହସ୍ତାନ୍ତର ପରେ ଦେଶୀୟ ରାଜାମାନେ ସ୍ଵାଧୀନ ଭାବରେ ସେମାନଙ୍କର ରାଜ୍ୟ ଶାସନ କରିପାରିବେ ବୋଲି ଏଥୁରେ ବ୍ୟବସ୍ଥା ଥିଲା ।
- ଲର୍ଡ଼ ମାଉଣ୍ଟବ୍ୟାଟେନ୍ ଓ ସର୍ଦାର ପଟେଲଙ୍କ ପରାମର୍ଶ ଫଳରେ ଅନେକ ଦେଶୀୟ ରାଜ୍ୟ ଏହି ‘ମିଳନପତ୍ର’ରେ ସ୍ଵାକ୍ଷର କଲେ ।
- ସ୍ଵାଧୀନତା ପୂର୍ବରୁ ଅଳ୍ପ କେତେକଙ୍କୁ ଛାଡ଼ି ପ୍ରାୟ ସମସ୍ତ ଦେଶୀୟ ରାଜ୍ୟ ଏହାକୁ ଗ୍ରହଣ କରିସାରିଥିଲେ ।
(ଗ) କେଉଁ ପରିସ୍ଥିତିରେ କାଶ୍ମୀରର ରାଜା ହରି ସିଂ ମିଳନ ପତ୍ରରେ ସ୍ଵାକ୍ଷର କଲେ ?
Answer:
- କାଶ୍ମୀରର ରାଜା ହରି ସିଂ ହଠାତ୍ କୌଣସି ନିଷ୍ପତ୍ତି ନେଇ ନପାରି ଜାମ୍ମୁ କାଶ୍ମୀରକୁ ସ୍ବାଧୀନ ରଖିବାକୁ ମତପୋଷଣ କଲେ । କିନ୍ତୁ କାଶ୍ମୀରର ଲୋକପ୍ରିୟ ନେତା ଶେଖ୍ ଅବଦୁଲ୍ଲା ଏହି ମତକୁ ପ୍ରତ୍ୟାଖ୍ୟାନ କରିଥିଲେ ।
- କାଶ୍ମୀର ଉପରେ ପାକିସ୍ତାନର ଲୋଲୁପ ଦୃଷ୍ଟି ଥିଲା । ଏହାର ପ୍ରରୋଚନା ଓ ସାହାଯ୍ୟରେ ହଜାର ହଜାର ‘ପଠାଣ ଜନଜାତି’ର ଲୋକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ କାଶ୍ମୀରର ଅନେକ ଅଞ୍ଚଳ ଦଖଲ କରିନେଲେ ।
- ସେମାନେ ‘ଆଜାଦ୍ କାଶ୍ମୀର’ ଗଠନ କରି ଶ୍ରୀନଗର ଆଡ଼କୁ ଅଗ୍ରସର ହେଲେ । ସେମାନଙ୍କ ସହ ନିୟମିତ ପାକିସ୍ତାନୀ ସୈନ୍ୟ ମଧ୍ଯ ଆକ୍ରମଣରେ ଭାଗ ନେଇଥିଲେ ।
- ଏହା ପାକିସ୍ତାନର ‘ଅପରେସନ ଗୁଲମାର୍ଗ’ର ଅଂଶବିଶେଷ ଥିଲା ଯାହା କାଶ୍ମୀରକୁ ଦଖଲ କରିନେବା ପାଇଁ ଉଦ୍ଦିଷ୍ଟ ଥିଲା ।
- ଏଥିରେ ଭୟଭୀତ ହୋଇ ରାଜା ହରି ସିଂ ଭାରତ ସରକାରଙ୍କୁ ସାମରିକ ସାହାଯ୍ୟ ଭିକ୍ଷା କଲେ; ଫଳରେ ତାଙ୍କୁ ଭାରତ ସରକାରଙ୍କ ସହ ଏକ ମିଳନପତ୍ରରେ ସ୍ବାକ୍ଷର କରିବାକୁ ହେଲା ।
(ଘ) ପଟେଲ୍ ଓ ମେନନ୍ ପୂର୍ଣ ମିଶ୍ରଣ ସପକ୍ଷରେ କି କି ଯୁକ୍ତି ଉପସ୍ଥାପନ କଲେ ?
Answer:
ପୂର୍ଣ୍ଣ ମିଶ୍ରଣ ସପକ୍ଷରେ ପଟେଲ ଓ ମେନନ ନିମ୍ନଲିଖ ଯୁକ୍ତିମାନ ଉପସ୍ଥାପନ କରିଥିଲେ :
- ମିଶ୍ରଣ ନହେଲେ ରାଜ୍ୟମାନଙ୍କର ଆର୍ଥିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ।
- ରାଜ୍ୟମାନଙ୍କରେ ଗଣତନ୍ତ୍ର ପରିବର୍ତ୍ତେ ରାଜତନ୍ତ୍ର ଚାଲିଲେ ପ୍ରଜାମାନେ ବିଦ୍ରୋହ କରିବେ ଓ ଅରାଜକତା ବ୍ୟାପିଯିବ ।
- ଅର୍ଥ ବ୍ୟବସ୍ଥା ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ଥିବା ରାଜ୍ୟଗୁଡ଼ିକ ସ୍ଵାଧୀନ ଭାବେ କୌଣସି ଜନହିତକର କାର୍ଯ୍ୟ କରିପାରିବେ ନାହିଁ ।
- ଭାରତ ଭିତରେ ଅବାଧ ବାଣିଜ୍ୟ ବ୍ୟବସାୟ ବାଧାପ୍ରାପ୍ତ ହେବ ।
- ଅପରାଧୀମାନଙ୍କୁ ଦମନ କରିବା ସମ୍ଭବ ହେବ ନାହିଁ, କାରଣ ସେମାନେ ଦେଶୀୟ ରାଜ୍ୟମାନଙ୍କରେ ଆତ୍ମଗୋପନ କରିବେ ।
- ଏକ ପୂର୍ଣାଙ୍ଗ ରାଜନୀତିକ ଭାରତ ଗଠିତ ନ ହୋଇ ପାରିବାଦ୍ଵାରା ଭାରତୀୟ ଜାତୀୟତା ବିଭିନ୍ନ ଭାବରେ ପ୍ରତିହତ ହେବ ।
- ସ୍ଵାଧୀନ ଭାରତର ସୁଫଳ ଲୋକମାନଙ୍କୁ ମିଳିବ ନାହିଁ ।
(ଙ) ମିଶ୍ରଣ ଚୁକ୍ତିର ସର୍ଭଗୁଡ଼ିକ କ’ଣ ଥିଲା ?
Answer:
- ମିଶ୍ରଣ ଚୁକ୍ତି (Merger Agreement)ର ସର୍ଭାବଳୀ ଅନୁଯାୟୀ ଦେଶୀୟ ରାଜାମାନେ ଶାସନ କ୍ଷମତା ସମ୍ପୂଣ୍ଡ ଭାବେ ଭାରତ ସରକାରଙ୍କୁ ହସ୍ତାନ୍ତର କଲେ । ଦେଶୀୟ ରାଜ୍ୟଗୁଡ଼ିକର ସ୍ଥିତି ଲୋପ ପାଇଗଲା ।
- ରାଜ୍ୟ ହରାଇଥିବା ଦେଶୀୟ ରାଜାମାନଙ୍କୁ ‘ବାର୍ଷିକ ପେନ୍ସନ୍’ ବା ‘ରାଜାଙ୍କ ହାତପାଣ୍ଠି’ ଦିଆଗଲା । ଏହି ପାଣ୍ଠି ରାଜ୍ୟରୁ ଆଦାୟ ହେଉଥିବା ରାଜସ୍ଵ ଭିରିରେ ସ୍ଥିରୀକୃତ ହୋଇଥିଲା ।
- ରାଜାମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି, ରାଜପ୍ରାସାଦ ତଥା ପଦପଦବୀ ସେମାନଙ୍କ ପାଇଁ ସୁରକ୍ଷିତ ରହିଲା ।
- ଏଗୁଡ଼ିକୁ ବଂଶାନୁକ୍ରମିକ ଭାବରେ ସେମାନଙ୍କର ବଂଶଧରମାନେ ଭୋଗଦଖଲ କରିବେ ବୋଲି ସର୍ଭ ରହିଲା ।
- ଦେଶୀୟ ରାଜ୍ୟର କର୍ମଚାରୀମାନଙ୍କୁ ସମ୍ପୃକ୍ତ ପ୍ରାଦେଶିକ ସରକାରମାନେ ସେମାନଙ୍କ କର୍ମଚାରୀରୂପେ ଗ୍ରହଣ କଲେ ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
(କ) ଭାରତର ସ୍ଵାଧୀନତା ପରେ ଦେଶୀୟ ରାଜ୍ୟଗୁଡ଼ିକର ଅବସ୍ଥା କିପରି ଥିଲା ?
Answer:
- ଭାରତର ସ୍ଵାଧୀନତା ପରେ ଦେଶୀୟ ରାଜ୍ୟଗୁଡ଼ିକ ଉପରୁ ବ୍ରିଟିଶ୍ ସର୍ବୋଚ୍ଚ ଶକ୍ତିର ଛତ୍ରଛାୟା ଅପସାରିତ ହେଲା ।
- ସୁତରାଂ ସ୍ଵାଧୀନତା ପରବର୍ତ୍ତୀ କାଳରେ ଦେଶୀୟ ରାଜ୍ୟଗୁଡ଼ିକ ସ୍ବାଧୀନ ହୋଇଗଲେ ।
(ଖ) ଭାରତ ସ୍ଵାଧୀନତା ଆଇନରେ ରାଜ୍ୟ ସମ୍ପର୍କରେ କି ବ୍ୟବସ୍ଥା ରହିଥିଲା ?
Answer:
- ୧୯୪୭ ମସିହାର ଭାରତ ସ୍ଵାଧୀନତା ଆଇନ ଅନୁଯାୟୀ ଦେଶୀୟ ରାଜ୍ୟଗୁଡ଼ିକ ସ୍ବାଧୀନ ହୋଇଗଲେ ।
- ଏହି ଦେଶୀୟ ରାଜ୍ୟଗୁଡ଼ିକ ଚାହିଁଲେ ଭାରତ କିମ୍ବା ପାକିସ୍ତାନ ସହିତ ମିଶିଯାଇ ପାରିବେ ଅଥବା ସ୍ଵାଧୀନ ହୋଇ ରହିପାରିବେ ବୋଲି ଆଇନରେ ବ୍ୟବସ୍ଥା ରହିଲା ।
(ଗ) ଜୁନାଗଡ଼ ଦେଶୀୟ ରାଜ୍ୟ କିପରି ଭାରତରେ ମିଶିଲା ?
Answer:
- ହିନ୍ଦୁବହୁଳ ଜୁନାଗଡ଼ ଦେଶୀୟ ରାଜ୍ୟର ମୁସଲିମ୍ ନୱାବ ପାକିସ୍ତାନ ସହିତ ମିଶିଯିବାକୁ ଇଚ୍ଛାପ୍ରକାଶ କରି ସାମରିକ ଶକ୍ତି ପ୍ରଦର୍ଶନ କଲେ । ମାତ୍ର ଏହି ରାଜ୍ୟର ସୀମା ପାକିସ୍ତାନର ସୀମା ସହ ସଂଲଗ୍ନ ଥିଲା ।
- ଭାରତ ସରକାର ଏଠାରେ ଗଣଭୋଟ କଲେ ଓ ଗଣଭୋଟରେ ପ୍ରାୟ ଦୁଇ ଲକ୍ଷ ଭୋଟରଙ୍କ ମଧ୍ୟରେ କେବଳ ୯୦ ଜଣଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଭାରତରେ ମିଶିବାକୁ ଇଚ୍ଛା ବ୍ୟକ୍ତ କଲେ ।
- ନୱାବ୍ ତାଙ୍କ ପରିବାର ସହ ପାକିସ୍ତାନକୁ ପଳାୟନ କଲେ ଓ ଜୁନାଗଡ଼ ଭାରତ ସହ ମିଶିଗଲା ।
(ଘ) କିଏ ହାଇଦ୍ରାବାଦର ନିଜାମ୍ ଥିଲେ ଏବଂ କେଉଁ ସଙ୍ଗଠନ ତାଙ୍କୁ ସମର୍ଥନ କରିଥିଲା ?
Answer:
- ଓସ୍ମାନ ଅଲ୍ଲୀ ଖାଁ ହାଇଦ୍ରାବାଦର ନିଜାମ୍ ଥିଲେ ।
- ସୟଦ କାଶିମ୍ ରଭିଙ୍କ ନେତୃତ୍ୱରେ ‘ରଜାକର’ ନାମକ ଏକ ସଶସ୍ତ୍ର ସଙ୍ଗଠନ ନିଜାମ୍ଙ୍କୁ ସମର୍ଥନ କରିଥିଲା ।
(ଙ) ହାଇଦ୍ରାବାଦ କିପରି ଭାରତ ସହିତ ମିଶିଲା ?
Answer:
- ହିନ୍ଦୁବହୁଳ ଦେଶୀୟ ରାଜ୍ୟ ହାଇଦ୍ରାବାଦର ଯେଉଁ ଜନସାଧାରଣ ଭାରତ ସହିତ ମିଶିବାକୁ ଚାହୁଁଥିଲେ, ସେମାନଙ୍କୁ ‘ରଜାକର’ ନାମକ ଏକ ସଶସ୍ତ୍ର ସଙ୍ଗଠନ ନିଜାମ୍ଙ୍କୁ ସମର୍ଥନ କରି ଅତି ନୃଶଂସ ଭାବରେ ହତ୍ୟାକଲେ ।
- ସର୍ଦାର ପଟେଲ ଏଥିରେ କ୍ଷୁବ୍ଧ ହେଲେ ଏବଂ ହାଇଦ୍ରାବାଦ ଉପରେ ‘ଅପରେସନ୍ ପୋଲୋ’ ନାମକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା; ଫଳରେ ୧୯୪୮ ମସିହା ସେପ୍ଟେମ୍ବର ୧୩ ତାରିଖରୁ ୫ ଦିନ ମଧ୍ୟରେ ହାଇଦ୍ରାବାଦ ଭାରତୀୟ ସୈନ୍ୟବାହିନୀର ଅକ୍ତିଆରକୁ ଆସିଗଲା ।
- ପରିଣାମସ୍ୱରୂପ ୧୯୪୯ ମସିହା ନଭେମ୍ବର ମାସରେ ହାଇଦ୍ରାବାଦର ନିଜାମ ମିଳନ ପତ୍ରରେ ସ୍ବାକ୍ଷର କରିବାରୁ ଏହି ରାଜ୍ୟ ଭାରତରେ ମିଶିଲା ।
(ଚ) ରାଜାଙ୍କ ହାତପାଣ୍ଠି କ’ଣ ଏବଂ ଏହା କିପରି ସ୍ଥିରୀକୃତ ହୋଇଥୁଲା ?
Answer:
- ମିଶ୍ରଣ ଚୁକ୍ତି (Merger Agreement) ଅନୁଯାୟୀ ରାଜ୍ୟ ହରାଇଥିବା ରାଜାମାନଙ୍କୁ ‘ବାର୍ଷିକ ପେନ୍ସନ୍’ ମିଳିବାର ବ୍ୟବସ୍ଥା କରାଗଲା । ଏହାକୁ ‘ରାଜାଙ୍କ ହାତପାଣ୍ଠି’ କୁହାଗଲା ।
- ଏହି ପାଣ୍ଠି ରାଜ୍ୟରୁ ଆଦାୟ ହେଉଥିବା ରାଜସ୍ଵ ଭିରିରେ ସ୍ଥିରୀକୃତ ହୋଇଥିଲା ।
(ଛ) ସର୍ଦାର ପଟେଲ କିପରି ସୌରାଷ୍ଟ୍ର ଦେଶୀୟ ରାଜ୍ୟସଂଘ ଗଠନ କଲେ ?
Answer:
- ‘କଟିହାର’ ଉପଦ୍ଵୀପର ୨୨୨ଟି ରାଜ୍ୟକୁ ମିଶାଇ ସର୍ଦ୍ଦାର ପଟେଲ ୧୯୪୮ ମସିହା ଜାନୁଆରୀ ମାସରେ ସୌରାଷ୍ଟ୍ର ଦେଶୀୟ ରାଜ୍ୟସଂଘ ଗଠନ କଲେ ।
- ପରେ ଏହି ସଂଘରେ ଆଉ ୬ଟି ରାଜ୍ୟ ଯୋଗ ଦେଇଥିଲେ ।
(ଜ) ପୂର୍ବ ପଞ୍ଜାବ ରାଜ୍ୟସଂଘ କିପରି ଗଠିତ ହୋଇଥିଲା ?
Answer:
୧୯୪୮ ମସିହା ଜୁଲାଇ ମାସରେ ପଟିଆଲା, କପୁରତାଲା, ଜିନ୍ଦ, ନାଭା, ଫରିଦ୍ଟ, ମାଲେରକୋଟଲା, ନଲାରଗଡ଼ ଓ କଳସିଆକୁ ନେଇ ପୂର୍ବ ପଞ୍ଜାବ ରାଜ୍ୟସଂଘ ପ୍ରତିଷ୍ଠା ହେଲା ।
(ଝ) କେଉଁ ରାଜ୍ୟଗୁଡ଼ିକ ଦେଶ ମିଶ୍ରଣ ଅଙ୍ଗୀକାରରେ ସ୍ବାକ୍ଷର କରି ନଥିଲେ ?
Answer:
- କେବଳ ତିନୋଟି ଦେଶୀୟ ରାଜ୍ୟ ଦେଶ ମିଶ୍ରଣ ‘ଅଙ୍ଗକାର ପତ୍ର’ରେ ସ୍ବାକ୍ଷର କରି ନଥିଲେ ।
- ସେଗୁଡ଼ିକ ହେଲା – କାଶ୍ମୀର, ମହୀଶୂର ଓ ହାଇଦ୍ରାବାଦ ।
(ଞ) ସର୍ଦାର ପଟେଲ୍ଙ୍କୁ କାହିଁକି ଭାରତର ବିସ୍ର୍କ ଓ ଲୌହମାନବ କୁହାଯାଏ ?
Answer:
- ଦେଶୀୟ ରାଜ୍ୟଗୁଡ଼ିକର ଭାରତ ସହିତ ମିଶ୍ରଣ ପ୍ରକ୍ରିୟାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନେକ ଦୃଢ଼ ପଦକ୍ଷେପ ନେଇଥିଲେ । ତାଙ୍କର କୂଟନୈତିକ ପାରଦର୍ଶିତା ଏବଂ ରାଜନୀତିକ ବିଚକ୍ଷଣତା ବଳରେ ଭାରତକୁ ଏକତ୍ର କରିବାରେ ତାଙ୍କର ସଫଳତା ଯୋଗୁଁ ତାଙ୍କୁ ‘ଭାରତର ବିସ୍ମାର୍କ’ ବୋଲି କୁହାଯାଏ ।
- ପୁନଶ୍ଚ ତାଙ୍କର ବଳିଷ୍ଠ ନେତୃତ୍ୱ ଓ ଦୃଢ଼ ବ୍ୟକ୍ତିତ୍ଵ ଯୋଗୁଁ ତାଙ୍କୁ ଭାରତର ‘ଲୌହମାନବ’ର ଆଖ୍ୟା ଦିଆଯାଇଛି ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ଦେଶୀୟ ରାଜ୍ୟ ବିଭାଗ ସୃଷ୍ଟି ପରେ କିଏ ଏହାର ମନ୍ତ୍ରୀ ହେଲେ ?
Answer:
ଭାରତ ସରକାରଙ୍କର ‘ଦେଶୀୟ ରାଜ୍ୟ ବିଭାଗ’ ସୃଷ୍ଟି ହେବାପରେ ସଦ୍ଦାର ବଲ୍ଲଭଭାଇ ପଟେଲ ଏହାର ମନ୍ତ୍ରୀ ହେଲେ ।
(ଖ) ଭି.ପି. ମେନନ୍ କିଏ ଥିଲେ ?
Answer:
ଦେଶୀୟ ରାଜ୍ୟ ବିଭାଗର ଶାସନ ସଚିବ ଥୁଲେ ଭି.ପି. ମେନନ୍ ।
(ଗ) ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ସମ୍ପର୍କରେ କେବେ ନେହେରୁ ଓ ପଟେଲ୍ ଲର୍ଡ଼ ମାଉଣ୍ଟବ୍ୟାଟେନ୍ଙ୍କୁ ସାକ୍ଷାତ କରିଥିଲେ ?
Answer:
୧୯୪୭ ମସିହା ଜୁଲାଇ ୯ ତାରିଖରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଦେଶୀୟ ରାଜ୍ୟ ବିଭାଗର ମନ୍ତ୍ରୀ ସର୍ଦାର ପଟେଲ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ସମ୍ପର୍କରେ ଲର୍ଡ ମାଉଣ୍ଟବ୍ୟାଟେନ୍ଙ୍କୁ ସାକ୍ଷାତ୍ କରିଥିଲେ ।
(ଘ) କିଏ ମିଳନ ପତ୍ର ପ୍ରସ୍ତୁତ କରିଥିଲେ ?
Answer:
ସର୍ଦାର ପଟେଲ ଓ ଭି.ପି. ମେନନ୍ ‘ମିଳନ ପତ୍ର’ ପ୍ରସ୍ତୁତ କରିଥିଲେ ।
(ଙ) ହନ୍ବନ୍ତ ସିଂହ କିଏ ଥିଲେ ?
Answer:
ହନ୍ବନ୍ତ ସିଂହ ଯୋଧପୁରର ରାଜା ଥିଲେ ।
(ଚ) ଜାମ୍ମୁ-କାଶ୍ମୀର ରାଜାଙ୍କର ପ୍ରସ୍ତାବକୁ କିଏ ପ୍ରତ୍ୟାଖ୍ୟାନ କରିଥିଲେ ?
Answer:
ଜାମ୍ମୁ-କାଶ୍ମୀରର ରାଜାଙ୍କର ପ୍ରସ୍ତାବକୁ କାଶ୍ମୀରର ଲୋକପ୍ରିୟ ନେତା ଶେଖ୍ ଅବଦୁଲା ପ୍ରତ୍ୟାଖ୍ୟାନ କରିଥିଲେ ।
(ଛ) ଭାରତୀୟ ସମ୍ବିଧାନର କେଉଁ ଧାରାରେ ଜାମ୍ମୁ-କାଶ୍ମୀର ପାଇଁ ବିଶେଷ ବ୍ୟବସ୍ଥା ରହିଲା ?
Answer:
ଭାରତୀୟ ସମ୍ବିଧାନର ୩୭୦ ଧାରାରେ ଜାମ୍ମୁ-କାଶ୍ମୀର ପାଇଁ ବିଶେଷ ବ୍ୟବସ୍ଥା ରହିଲା ।
(ଜ) ଅପରେସନ୍ ‘ପୋଲା’ କେଉଁ ଦେଶୀୟ ରାଜ୍ୟ ପାଇଁ ପ୍ରଯୁଜ୍ୟ ଥିଲା ?
Answer:
ଦେଶୀୟ ରାଜ୍ୟ ହାଇଦ୍ରାବାଦ ପାଇଁ ‘ଅପରେସନ୍ ପୋଲୋ’ ପ୍ରଯୁଜ୍ୟ ଥିଲା ।
(ଝ) ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟ କେଉଁଠାରେ ଆରମ୍ଭ ହୋଇଥିଲା ?
Answer:
ଭାରତ ସହିତ ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟ ଓଡ଼ିଶାରୁ ହିଁ ଆରମ୍ଭ ହୋଇଥିଲା ।
(ଞ) ଓଡ଼ିଶାରୁ କିଏ ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟରେ ପଟେଲଙ୍କୁ ସାହାଯ୍ୟ କରିଥିଲେ ?
Answer:
ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟରେ ପଟେଲଙ୍କୁ ସାହାଯ୍ୟ କରିଥିଲେ ।
୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।
(କ) ସ୍ଵାଧୀନତା ପ୍ରାପ୍ତିବେଳକୁ କିଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ ?
(i) ଲର୍ଡ଼ ମାଉଣ୍ଟବ୍ୟାଟେନ୍
(ii) ଜବାହରଲାଲ ନେହେରୁ
(iii) ମହମ୍ମଦ ଅଲ୍ଲୀ ଜିନ୍ନା
(iv) ବଲ୍ଲଭଭାଇ ପଟେଲ
Answer:
(ii) ଜବାହରଲାଲ ନେହେରୁ
(ଖ) ମିଳନ ପତ୍ରର ସର୍ତ୍ତ ଅନୁଯାୟୀ ଦେଶୀୟ ରାଜାମାନଙ୍କୁ କେଉଁ କ୍ଷମତା ଭାରତ ସରକାରଙ୍କୁ ହସ୍ତାନ୍ତର କରିବାକୁ ପଡ଼ୁଥୁଲା ?
(i) ଗୃହ, ପ୍ରତିରକ୍ଷା ଓ ଅର୍ଥ
(ii) ବୈଦେଶିକ ବ୍ୟାପାର, ଯୋଗାଯୋଗ ଓ ଶିକ୍ଷା
(iii) ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ
(iv) ପ୍ରତିରକ୍ଷା, ଗୃହ ଓ ବୈଦେଶିକ ବ୍ୟାପାର
Answer:
(iii) କୋହ୍ଲାପୁର
(ଗ) କେଉଁ ଦେଶୀୟ ରାଜ୍ୟଟି ତତ୍କାଳୀନ ବମ୍ବେ ପ୍ରଦେଶ ସହିତ ମିଶିଯାଇଥିଲା ?
(i) ଗୋଆଲିଅର୍
(ii) ଇନ୍ଦୋର୍
(iii) କୋହ୍ଲାପୁର
(iv) ନଲାରଗଡ଼
Answer:
(iii) ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ
(ଘ) ପଞ୍ଜାବ ପାର୍ବତ୍ୟ ରାଜ୍ୟ ଏଜେନ୍ସିର କେତେଗୋଟି ରାଜ୍ୟକୁ ନେଇ ହିମାଚଳ ପ୍ରଦେଶ ଗଠିତ ହୋଇଥିଲା ?
(i) ୬୬
(ii) ୩୦
(iii) ୬
(iv) ୧୮
Answer:
(ii) ୩୦
(ଙ) କେବେ ରାଜ୍ୟ ପୁନର୍ଗଠିତ ଆଇନ ପ୍ରବର୍ତ୍ତିତ ହେଲା ?
(i) ୧୯୪୭
(ii) ୧୯୪୮
(iii) ୧୯୪୯
(iv) ୧୯୫୬
Answer:
(iv) ୧୯୫୬
୫ । ପାଠରେ ଦିଆଯାଇଥବା ‘ତୁମପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)