BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

Odisha State Board BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ Textbook Exercise Questions and Answers.

BSE Odisha Class 10 History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ଲର୍ଡ଼ ମାଉଣ୍ଟବ୍ୟାଟେନ୍ କେବେ ଓ କାହିଁକି ରାଜନ୍ଯ ମଣ୍ଡଳୀର ବୈଠକ ଡକାଇଥିଲେ ଏବଂ ସେଠାରେ ସେ ଦେଶୀୟ ରାଜାମାନଙ୍କୁ ଭାରତ ସହିତ ମିଶିବାପାଇଁ କିପରି ଅନୁପ୍ରାଣିତ କରିଥିଲେ ?
Answer:

  • ୧୯୪୭ ମସିହା ଜୁଲାଇ ୨୫ ତାରିଖରେ ଲର୍ଡ଼ ମାଉଣ୍ଟବ୍ୟାଟେନ୍ ରାଜନ୍ୟମଣ୍ଡଳୀର ଏକ ବୈଠକ ଡକାଇଥିଲେ ।
  • ଦେଶୀୟ ରାଜ୍ୟଗୁଡ଼ିକର ଶାସକମାନଙ୍କୁ ସେ ସେମାନଙ୍କର ସାଂପ୍ରତିକ ସ୍ଥିତି ବିଷୟରେ ସ୍ପଷ୍ଟ ସୂଚନା ଦେଇଥିଲେ ।
  • ତାଙ୍କ ବକ୍ତବ୍ୟର ସାରମର୍ମ ଥିଲା ବ୍ରିଟିଶ୍ ସର୍ବୋଚ୍ଚ ଶକ୍ତିର ଛତ୍ରଛାୟା ଅପସାରିତ ହେବା ପରେ ସେମାନେ ସ୍ବାଧୀନ ।
  • ତେଣୁ ଦେଶୀୟ ରାଜ୍ୟମାନେ ସେମାନଙ୍କର ସୀମାକୁ ଲାଗିଥିବା ଦେଶ ସହିତ ସମ୍ପର୍କ ବାନ୍ଧିବା ବିଧେୟ ।
  • କାରଣ, ଦେଶୀୟ ରାଜ୍ୟମାନଙ୍କରେ ପ୍ରଜାମାନେ ନବଗଠିତ ସ୍ଵାଧୀନ ରାଷ୍ଟ୍ର ସହିତ ମିଶି ସେମାନଙ୍କର ଭବିଷ୍ୟତର ସମୃଦ୍ଧି ଇଚ୍ଛାକରନ୍ତି ।

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

(ଖ) ମିଳନ ପତ୍ରରେ କ’ଣ ବ୍ୟବସ୍ଥା ଥିଲା ଏବଂ ଏହାକୁ ଦେଶୀୟ ରାଜାମାନେ କିପରି ଗ୍ରହଣ କଲେ ?
Answer:

  • ଦେଶୀୟ ରାଜାମାନେ କେଉଁ ସର୍ଭରେ ଭାରତ ସହ ସମ୍ପର୍କ ସ୍ଥାପନ କରିବେ, ସେଥ‌ିପାଇଁ ସର୍ଦାର ପଟେଲ ଓ ଭି.ପି. ମେନନ ଏକ ମିଳନପତ୍ର ପ୍ରସ୍ତୁତ କରିଥିଲେ ।
  • ମିଳନପତ୍ରର ପ୍ରସ୍ତାବ ଅନୁଯାୟୀ ଦେଶୀୟ ରାଜ୍ୟଗୁଡ଼ିକ ଭାରତକୁ ତିନିଗୋଟି କ୍ଷମତା ହସ୍ତାନ୍ତର କରିବା ଆବଶ୍ୟକ ଥିଲା ।
  • ସେଗୁଡ଼ିକ ହେଲା– ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ । ଏସବୁ କ୍ଷମତା ହସ୍ତାନ୍ତର ପରେ ଦେଶୀୟ ରାଜାମାନେ ସ୍ଵାଧୀନ ଭାବରେ ସେମାନଙ୍କର ରାଜ୍ୟ ଶାସନ କରିପାରିବେ ବୋଲି ଏଥୁରେ ବ୍ୟବସ୍ଥା ଥିଲା ।
  • ଲର୍ଡ଼ ମାଉଣ୍ଟବ୍ୟାଟେନ୍ ଓ ସର୍ଦାର ପଟେଲଙ୍କ ପରାମର୍ଶ ଫଳରେ ଅନେକ ଦେଶୀୟ ରାଜ୍ୟ ଏହି ‘ମିଳନପତ୍ର’ରେ ସ୍ଵାକ୍ଷର କଲେ ।
  • ସ୍ଵାଧୀନତା ପୂର୍ବରୁ ଅଳ୍ପ କେତେକଙ୍କୁ ଛାଡ଼ି ପ୍ରାୟ ସମସ୍ତ ଦେଶୀୟ ରାଜ୍ୟ ଏହାକୁ ଗ୍ରହଣ କରିସାରିଥିଲେ ।

(ଗ) କେଉଁ ପରିସ୍ଥିତିରେ କାଶ୍ମୀରର ରାଜା ହରି ସିଂ ମିଳନ ପତ୍ରରେ ସ୍ଵାକ୍ଷର କଲେ ?
Answer:

  1. କାଶ୍ମୀରର ରାଜା ହରି ସିଂ ହଠାତ୍ କୌଣସି ନିଷ୍ପତ୍ତି ନେଇ ନପାରି ଜାମ୍ମୁ କାଶ୍ମୀରକୁ ସ୍ବାଧୀନ ରଖିବାକୁ ମତପୋଷଣ କଲେ । କିନ୍ତୁ କାଶ୍ମୀରର ଲୋକପ୍ରିୟ ନେତା ଶେଖ୍ ଅବଦୁଲ୍ଲା ଏହି ମତକୁ ପ୍ରତ୍ୟାଖ୍ୟାନ କରିଥିଲେ ।
  2. କାଶ୍ମୀର ଉପରେ ପାକିସ୍ତାନର ଲୋଲୁପ ଦୃଷ୍ଟି ଥିଲା । ଏହାର ପ୍ରରୋଚନା ଓ ସାହାଯ୍ୟରେ ହଜାର ହଜାର ‘ପଠାଣ ଜନଜାତି’ର ଲୋକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ କାଶ୍ମୀରର ଅନେକ ଅଞ୍ଚଳ ଦଖଲ କରିନେଲେ ।
  3. ସେମାନେ ‘ଆଜାଦ୍ କାଶ୍ମୀର’ ଗଠନ କରି ଶ୍ରୀନଗର ଆଡ଼କୁ ଅଗ୍ରସର ହେଲେ । ସେମାନଙ୍କ ସହ ନିୟମିତ ପାକିସ୍ତାନୀ ସୈନ୍ୟ ମଧ୍ଯ ଆକ୍ରମଣରେ ଭାଗ ନେଇଥିଲେ ।
  4. ଏହା ପାକିସ୍ତାନର ‘ଅପରେସନ ଗୁଲମାର୍ଗ’ର ଅଂଶବିଶେଷ ଥିଲା ଯାହା କାଶ୍ମୀରକୁ ଦଖଲ କରିନେବା ପାଇଁ ଉଦ୍ଦିଷ୍ଟ ଥିଲା ।
  5. ଏଥିରେ ଭୟଭୀତ ହୋଇ ରାଜା ହରି ସିଂ ଭାରତ ସରକାରଙ୍କୁ ସାମରିକ ସାହାଯ୍ୟ ଭିକ୍ଷା କଲେ; ଫଳରେ ତାଙ୍କୁ ଭାରତ ସରକାରଙ୍କ ସହ ଏକ ମିଳନପତ୍ରରେ ସ୍ବାକ୍ଷର କରିବାକୁ ହେଲା ।

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

(ଘ) ପଟେଲ୍ ଓ ମେନନ୍ ପୂର୍ଣ ମିଶ୍ରଣ ସପକ୍ଷରେ କି କି ଯୁକ୍ତି ଉପସ୍ଥାପନ କଲେ ?
Answer:
ପୂର୍ଣ୍ଣ ମିଶ୍ରଣ ସପକ୍ଷରେ ପଟେଲ ଓ ମେନନ ନିମ୍ନଲିଖ ଯୁକ୍ତିମାନ ଉପସ୍ଥାପନ କରିଥିଲେ :

  • ମିଶ୍ରଣ ନହେଲେ ରାଜ୍ୟମାନଙ୍କର ଆର୍ଥିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ।
  • ରାଜ୍ୟମାନଙ୍କରେ ଗଣତନ୍ତ୍ର ପରିବର୍ତ୍ତେ ରାଜତନ୍ତ୍ର ଚାଲିଲେ ପ୍ରଜାମାନେ ବିଦ୍ରୋହ କରିବେ ଓ ଅରାଜକତା ବ୍ୟାପିଯିବ ।
  • ଅର୍ଥ ବ୍ୟବସ୍ଥା ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ଥିବା ରାଜ୍ୟଗୁଡ଼ିକ ସ୍ଵାଧୀନ ଭାବେ କୌଣସି ଜନହିତକର କାର୍ଯ୍ୟ କରିପାରିବେ ନାହିଁ ।
  • ଭାରତ ଭିତରେ ଅବାଧ ବାଣିଜ୍ୟ ବ୍ୟବସାୟ ବାଧାପ୍ରାପ୍ତ ହେବ ।
  • ଅପରାଧୀମାନଙ୍କୁ ଦମନ କରିବା ସମ୍ଭବ ହେବ ନାହିଁ, କାରଣ ସେମାନେ ଦେଶୀୟ ରାଜ୍ୟମାନଙ୍କରେ ଆତ୍ମଗୋପନ କରିବେ ।
  • ଏକ ପୂର୍ଣାଙ୍ଗ ରାଜନୀତିକ ଭାରତ ଗଠିତ ନ ହୋଇ ପାରିବାଦ୍ଵାରା ଭାରତୀୟ ଜାତୀୟତା ବିଭିନ୍ନ ଭାବରେ ପ୍ରତିହତ ହେବ ।
  • ସ୍ଵାଧୀନ ଭାରତର ସୁଫଳ ଲୋକମାନଙ୍କୁ ମିଳିବ ନାହିଁ ।

(ଙ) ମିଶ୍ରଣ ଚୁକ୍ତିର ସର୍ଭଗୁଡ଼ିକ କ’ଣ ଥିଲା ?
Answer:

  • ମିଶ୍ରଣ ଚୁକ୍ତି (Merger Agreement)ର ସର୍ଭାବଳୀ ଅନୁଯାୟୀ ଦେଶୀୟ ରାଜାମାନେ ଶାସନ କ୍ଷମତା ସମ୍ପୂଣ୍ଡ ଭାବେ ଭାରତ ସରକାରଙ୍କୁ ହସ୍ତାନ୍ତର କଲେ । ଦେଶୀୟ ରାଜ୍ୟଗୁଡ଼ିକର ସ୍ଥିତି ଲୋପ ପାଇଗଲା ।
  • ରାଜ୍ୟ ହରାଇଥିବା ଦେଶୀୟ ରାଜାମାନଙ୍କୁ ‘ବାର୍ଷିକ ପେନ୍‌ସନ୍’ ବା ‘ରାଜାଙ୍କ ହାତପାଣ୍ଠି’ ଦିଆଗଲା । ଏହି ପାଣ୍ଠି ରାଜ୍ୟରୁ ଆଦାୟ ହେଉଥ‌ିବା ରାଜସ୍ଵ ଭିରିରେ ସ୍ଥିରୀକୃତ ହୋଇଥିଲା ।
  • ରାଜାମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି, ରାଜପ୍ରାସାଦ ତଥା ପଦପଦବୀ ସେମାନଙ୍କ ପାଇଁ ସୁରକ୍ଷିତ ରହିଲା ।
  • ଏଗୁଡ଼ିକୁ ବଂଶାନୁକ୍ରମିକ ଭାବରେ ସେମାନଙ୍କର ବଂଶଧରମାନେ ଭୋଗଦଖଲ କରିବେ ବୋଲି ସର୍ଭ ରହିଲା ।
  • ଦେଶୀୟ ରାଜ୍ୟର କର୍ମଚାରୀମାନଙ୍କୁ ସମ୍ପୃକ୍ତ ପ୍ରାଦେଶିକ ସରକାରମାନେ ସେମାନଙ୍କ କର୍ମଚାରୀରୂପେ ଗ୍ରହଣ କଲେ ।

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଭାରତର ସ୍ଵାଧୀନତା ପରେ ଦେଶୀୟ ରାଜ୍ୟଗୁଡ଼ିକର ଅବସ୍ଥା କିପରି ଥିଲା ?
Answer:

  1. ଭାରତର ସ୍ଵାଧୀନତା ପରେ ଦେଶୀୟ ରାଜ୍ୟଗୁଡ଼ିକ ଉପରୁ ବ୍ରିଟିଶ୍ ସର୍ବୋଚ୍ଚ ଶକ୍ତିର ଛତ୍ରଛାୟା ଅପସାରିତ ହେଲା ।
  2. ସୁତରାଂ ସ୍ଵାଧୀନତା ପରବର୍ତ୍ତୀ କାଳରେ ଦେଶୀୟ ରାଜ୍ୟଗୁଡ଼ିକ ସ୍ବାଧୀନ ହୋଇଗଲେ ।

(ଖ) ଭାରତ ସ୍ଵାଧୀନତା ଆଇନରେ ରାଜ୍ୟ ସମ୍ପର୍କରେ କି ବ୍ୟବସ୍ଥା ରହିଥିଲା ?
Answer:

  • ୧୯୪୭ ମସିହାର ଭାରତ ସ୍ଵାଧୀନତା ଆଇନ ଅନୁଯାୟୀ ଦେଶୀୟ ରାଜ୍ୟଗୁଡ଼ିକ ସ୍ବାଧୀନ ହୋଇଗଲେ ।
  • ଏହି ଦେଶୀୟ ରାଜ୍ୟଗୁଡ଼ିକ ଚାହିଁଲେ ଭାରତ କିମ୍ବା ପାକିସ୍ତାନ ସହିତ ମିଶିଯାଇ ପାରିବେ ଅଥବା ସ୍ଵାଧୀନ ହୋଇ ରହିପାରିବେ ବୋଲି ଆଇନରେ ବ୍ୟବସ୍ଥା ରହିଲା ।

(ଗ) ଜୁନାଗଡ଼ ଦେଶୀୟ ରାଜ୍ୟ କିପରି ଭାରତରେ ମିଶିଲା ?
Answer:

  • ହିନ୍ଦୁବହୁଳ ଜୁନାଗଡ଼ ଦେଶୀୟ ରାଜ୍ୟର ମୁସଲିମ୍ ନୱାବ ପାକିସ୍ତାନ ସହିତ ମିଶିଯିବାକୁ ଇଚ୍ଛାପ୍ରକାଶ କରି ସାମରିକ ଶକ୍ତି ପ୍ରଦର୍ଶନ କଲେ । ମାତ୍ର ଏହି ରାଜ୍ୟର ସୀମା ପାକିସ୍ତାନର ସୀମା ସହ ସଂଲଗ୍ନ ଥିଲା ।
  • ଭାରତ ସରକାର ଏଠାରେ ଗଣଭୋଟ କଲେ ଓ ଗଣଭୋଟରେ ପ୍ରାୟ ଦୁଇ ଲକ୍ଷ ଭୋଟରଙ୍କ ମଧ୍ୟରେ କେବଳ ୯୦ ଜଣଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଭାରତରେ ମିଶିବାକୁ ଇଚ୍ଛା ବ୍ୟକ୍ତ କଲେ ।
  • ନୱାବ୍ ତାଙ୍କ ପରିବାର ସହ ପାକିସ୍ତାନକୁ ପଳାୟନ କଲେ ଓ ଜୁନାଗଡ଼ ଭାରତ ସହ ମିଶିଗଲା ।

(ଘ) କିଏ ହାଇଦ୍ରାବାଦର ନିଜାମ୍ ଥିଲେ ଏବଂ କେଉଁ ସଙ୍ଗଠନ ତାଙ୍କୁ ସମର୍ଥନ କରିଥିଲା ?
Answer:

  1. ଓସ୍‌ମାନ ଅଲ୍ଲୀ ଖାଁ ହାଇଦ୍ରାବାଦର ନିଜାମ୍ ଥିଲେ ।
  2. ସୟଦ କାଶିମ୍ ରଭିଙ୍କ ନେତୃତ୍ୱରେ ‘ରଜାକର’ ନାମକ ଏକ ସଶସ୍ତ୍ର ସଙ୍ଗଠନ ନିଜାମ୍‌ଙ୍କୁ ସମର୍ଥନ କରିଥିଲା ।

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

(ଙ) ହାଇଦ୍ରାବାଦ କିପରି ଭାରତ ସହିତ ମିଶିଲା ?
Answer:

  • ହିନ୍ଦୁବହୁଳ ଦେଶୀୟ ରାଜ୍ୟ ହାଇଦ୍ରାବାଦର ଯେଉଁ ଜନସାଧାରଣ ଭାରତ ସହିତ ମିଶିବାକୁ ଚାହୁଁଥିଲେ, ସେମାନଙ୍କୁ ‘ରଜାକର’ ନାମକ ଏକ ସଶସ୍ତ୍ର ସଙ୍ଗଠନ ନିଜାମ୍‌ଙ୍କୁ ସମର୍ଥନ କରି ଅତି ନୃଶଂସ ଭାବରେ ହତ୍ୟାକଲେ ।
  • ସର୍ଦାର ପଟେଲ ଏଥିରେ କ୍ଷୁବ୍‌ଧ ହେଲେ ଏବଂ ହାଇଦ୍ରାବାଦ ଉପରେ ‘ଅପରେସନ୍ ପୋଲୋ’ ନାମକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା; ଫଳରେ ୧୯୪୮ ମସିହା ସେପ୍ଟେମ୍ବର ୧୩ ତାରିଖରୁ ୫ ଦିନ ମଧ୍ୟରେ ହାଇଦ୍ରାବାଦ ଭାରତୀୟ ସୈନ୍ୟବାହିନୀର ଅକ୍ତିଆରକୁ ଆସିଗଲା ।
  • ପରିଣାମସ୍ୱରୂପ ୧୯୪୯ ମସିହା ନଭେମ୍ବର ମାସରେ ହାଇଦ୍ରାବାଦର ନିଜାମ ମିଳନ ପତ୍ରରେ ସ୍ବାକ୍ଷର କରିବାରୁ ଏହି ରାଜ୍ୟ ଭାରତରେ ମିଶିଲା ।

(ଚ) ରାଜାଙ୍କ ହାତପାଣ୍ଠି କ’ଣ ଏବଂ ଏହା କିପରି ସ୍ଥିରୀକୃତ ହୋଇଥୁଲା ?
Answer:

  • ମିଶ୍ରଣ ଚୁକ୍ତି (Merger Agreement) ଅନୁଯାୟୀ ରାଜ୍ୟ ହରାଇଥିବା ରାଜାମାନଙ୍କୁ ‘ବାର୍ଷିକ ପେନ୍‌ସନ୍’ ମିଳିବାର ବ୍ୟବସ୍ଥା କରାଗଲା । ଏହାକୁ ‘ରାଜାଙ୍କ ହାତପାଣ୍ଠି’ କୁହାଗଲା ।
  • ଏହି ପାଣ୍ଠି ରାଜ୍ୟରୁ ଆଦାୟ ହେଉଥିବା ରାଜସ୍ଵ ଭିରିରେ ସ୍ଥିରୀକୃତ ହୋଇଥିଲା ।

(ଛ) ସର୍ଦାର ପଟେଲ କିପରି ସୌରାଷ୍ଟ୍ର ଦେଶୀୟ ରାଜ୍ୟସଂଘ ଗଠନ କଲେ ?
Answer:

  1. ‘କଟିହାର’ ଉପଦ୍ଵୀପର ୨୨୨ଟି ରାଜ୍ୟକୁ ମିଶାଇ ସର୍ଦ୍ଦାର ପଟେଲ ୧୯୪୮ ମସିହା ଜାନୁଆରୀ ମାସରେ ସୌରାଷ୍ଟ୍ର ଦେଶୀୟ ରାଜ୍ୟସଂଘ ଗଠନ କଲେ ।
  2. ପରେ ଏହି ସଂଘରେ ଆଉ ୬ଟି ରାଜ୍ୟ ଯୋଗ ଦେଇଥିଲେ ।

(ଜ) ପୂର୍ବ ପଞ୍ଜାବ ରାଜ୍ୟସଂଘ କିପରି ଗଠିତ ହୋଇଥିଲା ?
Answer:
୧୯୪୮ ମସିହା ଜୁଲାଇ ମାସରେ ପଟିଆଲା, କପୁରତାଲା, ଜିନ୍ଦ, ନାଭା, ଫରିଦ୍‌ଟ, ମାଲେରକୋଟଲା, ନଲାରଗଡ଼ ଓ କଳସିଆକୁ ନେଇ ପୂର୍ବ ପଞ୍ଜାବ ରାଜ୍ୟସଂଘ ପ୍ରତିଷ୍ଠା ହେଲା ।

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

(ଝ) କେଉଁ ରାଜ୍ୟଗୁଡ଼ିକ ଦେଶ ମିଶ୍ରଣ ଅଙ୍ଗୀକାରରେ ସ୍ବାକ୍ଷର କରି ନଥିଲେ ?
Answer:

  • କେବଳ ତିନୋଟି ଦେଶୀୟ ରାଜ୍ୟ ଦେଶ ମିଶ୍ରଣ ‘ଅଙ୍ଗକାର ପତ୍ର’ରେ ସ୍ବାକ୍ଷର କରି ନଥିଲେ ।
  • ସେଗୁଡ଼ିକ ହେଲା – କାଶ୍ମୀର, ମହୀଶୂର ଓ ହାଇଦ୍ରାବାଦ ।

(ଞ) ସର୍ଦାର ପଟେଲ୍‌ଙ୍କୁ କାହିଁକି ଭାରତର ବିସ୍‌ର୍କ ଓ ଲୌହମାନବ କୁହାଯାଏ ?
Answer:

  • ଦେଶୀୟ ରାଜ୍ୟଗୁଡ଼ିକର ଭାରତ ସହିତ ମିଶ୍ରଣ ପ୍ରକ୍ରିୟାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନେକ ଦୃଢ଼ ପଦକ୍ଷେପ ନେଇଥିଲେ । ତାଙ୍କର କୂଟନୈତିକ ପାରଦର୍ଶିତା ଏବଂ ରାଜନୀତିକ ବିଚକ୍ଷଣତା ବଳରେ ଭାରତକୁ ଏକତ୍ର କରିବାରେ ତାଙ୍କର ସଫଳତା ଯୋଗୁଁ ତାଙ୍କୁ ‘ଭାରତର ବିସ୍‌ମାର୍କ’ ବୋଲି କୁହାଯାଏ ।
  • ପୁନଶ୍ଚ ତାଙ୍କର ବଳିଷ୍ଠ ନେତୃତ୍ୱ ଓ ଦୃଢ଼ ବ୍ୟକ୍ତିତ୍ଵ ଯୋଗୁଁ ତାଙ୍କୁ ଭାରତର ‘ଲୌହମାନବ’ର ଆଖ୍ୟା ଦିଆଯାଇଛି ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ଦେଶୀୟ ରାଜ୍ୟ ବିଭାଗ ସୃଷ୍ଟି ପରେ କିଏ ଏହାର ମନ୍ତ୍ରୀ ହେଲେ ?
Answer:
ଭାରତ ସରକାରଙ୍କର ‘ଦେଶୀୟ ରାଜ୍ୟ ବିଭାଗ’ ସୃଷ୍ଟି ହେବାପରେ ସଦ୍ଦାର ବଲ୍ଲଭଭାଇ ପଟେଲ ଏହାର ମନ୍ତ୍ରୀ ହେଲେ ।

(ଖ) ଭି.ପି. ମେନନ୍ କିଏ ଥିଲେ ?
Answer:
ଦେଶୀୟ ରାଜ୍ୟ ବିଭାଗର ଶାସନ ସଚିବ ଥୁଲେ ଭି.ପି. ମେନନ୍ ।

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

(ଗ) ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ସମ୍ପର୍କରେ କେବେ ନେହେରୁ ଓ ପଟେଲ୍ ଲର୍ଡ଼ ମାଉଣ୍ଟବ୍ୟାଟେନ୍‌ଙ୍କୁ ସାକ୍ଷାତ କରିଥିଲେ ?
Answer:
୧୯୪୭ ମସିହା ଜୁଲାଇ ୯ ତାରିଖରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଦେଶୀୟ ରାଜ୍ୟ ବିଭାଗର ମନ୍ତ୍ରୀ ସର୍ଦାର ପଟେଲ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ସମ୍ପର୍କରେ ଲର୍ଡ ମାଉଣ୍ଟବ୍ୟାଟେନ୍‌ଙ୍କୁ ସାକ୍ଷାତ୍ କରିଥିଲେ ।

(ଘ) କିଏ ମିଳନ ପତ୍ର ପ୍ରସ୍ତୁତ କରିଥିଲେ ?
Answer:
ସର୍ଦାର ପଟେଲ ଓ ଭି.ପି. ମେନନ୍ ‘ମିଳନ ପତ୍ର’ ପ୍ରସ୍ତୁତ କରିଥିଲେ ।

(ଙ) ହନ୍ବନ୍ତ ସିଂହ କିଏ ଥିଲେ ?
Answer:
ହନ୍ବନ୍ତ ସିଂହ ଯୋଧପୁରର ରାଜା ଥିଲେ ।

(ଚ) ଜାମ୍ମୁ-କାଶ୍ମୀର ରାଜାଙ୍କର ପ୍ରସ୍ତାବକୁ କିଏ ପ୍ରତ୍ୟାଖ୍ୟାନ କରିଥିଲେ ?
Answer:
ଜାମ୍ମୁ-କାଶ୍ମୀରର ରାଜାଙ୍କର ପ୍ରସ୍ତାବକୁ କାଶ୍ମୀରର ଲୋକପ୍ରିୟ ନେତା ଶେଖ୍ ଅବଦୁଲା ପ୍ରତ୍ୟାଖ୍ୟାନ କରିଥିଲେ ।

(ଛ) ଭାରତୀୟ ସମ୍ବିଧାନର କେଉଁ ଧାରାରେ ଜାମ୍ମୁ-କାଶ୍ମୀର ପାଇଁ ବିଶେଷ ବ୍ୟବସ୍ଥା ରହିଲା ?
Answer:
ଭାରତୀୟ ସମ୍ବିଧାନର ୩୭୦ ଧାରାରେ ଜାମ୍ମୁ-କାଶ୍ମୀର ପାଇଁ ବିଶେଷ ବ୍ୟବସ୍ଥା ରହିଲା ।

(ଜ) ଅପରେସନ୍ ‘ପୋଲା’ କେଉଁ ଦେଶୀୟ ରାଜ୍ୟ ପାଇଁ ପ୍ରଯୁଜ୍ୟ ଥିଲା ?
Answer:
ଦେଶୀୟ ରାଜ୍ୟ ହାଇଦ୍ରାବାଦ ପାଇଁ ‘ଅପରେସନ୍ ପୋଲୋ’ ପ୍ରଯୁଜ୍ୟ ଥିଲା ।

(ଝ) ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟ କେଉଁଠାରେ ଆରମ୍ଭ ହୋଇଥିଲା ?
Answer:
ଭାରତ ସହିତ ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟ ଓଡ଼ିଶାରୁ ହିଁ ଆରମ୍ଭ ହୋଇଥିଲା ।

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

(ଞ) ଓଡ଼ିଶାରୁ କିଏ ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟରେ ପଟେଲଙ୍କୁ ସାହାଯ୍ୟ କରିଥିଲେ ?
Answer:
ଓଡ଼ିଶାର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟରେ ପଟେଲଙ୍କୁ ସାହାଯ୍ୟ କରିଥିଲେ ।

୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ସ୍ଵାଧୀନତା ପ୍ରାପ୍ତିବେଳକୁ କିଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ ?
(i) ଲର୍ଡ଼ ମାଉଣ୍ଟବ୍ୟାଟେନ୍‌
(ii) ଜବାହରଲାଲ ନେହେରୁ
(iii) ମହମ୍ମଦ ଅଲ୍ଲୀ ଜିନ୍ନା
(iv) ବଲ୍ଲଭଭାଇ ପଟେଲ
Answer:
(ii) ଜବାହରଲାଲ ନେହେରୁ

(ଖ) ମିଳନ ପତ୍ରର ସର୍ତ୍ତ ଅନୁଯାୟୀ ଦେଶୀୟ ରାଜାମାନଙ୍କୁ କେଉଁ କ୍ଷମତା ଭାରତ ସରକାରଙ୍କୁ ହସ୍ତାନ୍ତର କରିବାକୁ ପଡ଼ୁଥୁଲା ?
(i) ଗୃହ, ପ୍ରତିରକ୍ଷା ଓ ଅର୍ଥ
(ii) ବୈଦେଶିକ ବ୍ୟାପାର, ଯୋଗାଯୋଗ ଓ ଶିକ୍ଷା
(iii) ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ
(iv) ପ୍ରତିରକ୍ଷା, ଗୃହ ଓ ବୈଦେଶିକ ବ୍ୟାପାର
Answer:
(iii) କୋହ୍ଲାପୁର

(ଗ) କେଉଁ ଦେଶୀୟ ରାଜ୍ୟଟି ତତ୍‌କାଳୀନ ବମ୍ବେ ପ୍ରଦେଶ ସହିତ ମିଶିଯାଇଥିଲା ?
(i) ଗୋଆଲିଅର୍
(ii) ଇନ୍ଦୋର୍
(iii) କୋହ୍ଲାପୁର
(iv) ନଲାରଗଡ଼
Answer:
(iii) ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ

(ଘ) ପଞ୍ଜାବ ପାର୍ବତ୍ୟ ରାଜ୍ୟ ଏଜେନ୍ସିର କେତେଗୋଟି ରାଜ୍ୟକୁ ନେଇ ହିମାଚଳ ପ୍ରଦେଶ ଗଠିତ ହୋଇଥିଲା ?
(i) ୬୬
(ii) ୩୦
(iii) ୬
(iv) ୧୮
Answer:
(ii) ୩୦

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

(ଙ) କେବେ ରାଜ୍ୟ ପୁନର୍ଗଠିତ ଆଇନ ପ୍ରବର୍ତ୍ତିତ ହେଲା ?
(i) ୧୯୪୭
(ii) ୧୯୪୮
(iii) ୧୯୪୯
(iv) ୧୯୫୬
Answer:
(iv) ୧୯୫୬

୫ । ପାଠରେ ଦିଆଯାଇଥବା ‘ତୁମପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

 

Leave a Comment