Odisha State Board BSE Odisha 10th Class History Solutions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ Textbook Exercise Questions and Answers.
BSE Odisha Class 10 History Solutions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ
୧। ପ୍ରଶ୍ନଗୁଡ଼ିକର ଉତ୍ତର ୬୦ଟି ଶବ୍ଦରେ ଲେଖ ।
(କ) ଦେଶୀୟ ରାଜ୍ୟମାନଙ୍କରେ ପ୍ରଚଳିତ ଥିବା ‘ପ୍ରଜାମାରଣ’ ପ୍ରଥାଗୁଡ଼ିକ ବିଷୟରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:
- ଦେଶୀୟ ରାଜ୍ୟମାନଙ୍କରେ ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି ପ୍ରଭୃତି ‘ପ୍ରଜାମାରଣ’ ପ୍ରଥାଗୁଡ଼ିକ ପ୍ରଚଳିତ ଥିଲା । ଏହିସବୁ ପ୍ରଥା ଯୋଗୁଁ ପ୍ରଜାମାନଙ୍କୁ ରାଜା ବା ରାଜକର୍ମଚାରୀମାନଙ୍କ ପାଇଁ ଅର୍ଥଦାନ ବା ଶ୍ରମଦାନ ବା ଦ୍ରବ୍ୟଦାନ କରିବାକୁ ପଡୁଥିଲା ।
- ରାସ୍ତା, ରାଜପ୍ରାସାଦ ପ୍ରଭୃତି ନିର୍ମାଣ ପାଇଁ ପ୍ରଜାମାନେ ବିନା ପାରିଶ୍ରମିକରେ କରୁଥିବା ଶ୍ରମଦାନକୁ ‘ବେଠି’ କୁହାଯାଉଥିଲା ।
- ରାଜା ଓ ରାଜକର୍ମଚାରୀମାନଙ୍କୁ ବିନା ପାଉଣାରେ ପାଲିଙ୍କି ବା ସବାରୀରେ ଗୋଟିଏ ଶିବିରରୁ ଅନ୍ୟ ଶିବିରକୁ ବୋହିବା ପ୍ରଥାକୁ ‘ବେଗାରୀ’ କୁହାଯାଉଥିଲା ।
- ରାଜକୀୟ ବିବାହ ଓ ଅନ୍ୟାନ୍ୟ ଉତ୍ସବମାନଙ୍କରେ ପ୍ରଜାମାନେ ଅର୍ଥ ଓ ଦ୍ରବ୍ୟ ଆକାରରେ ଉପହାର ଦେୟ ପ୍ରଦାନ କରିବା ପ୍ରଥାକୁ ‘ମାଗଣ’ କୁହାଯାଉଥିଲା ।
- ରାଜା ଓ ରାଜକର୍ମଚାରୀମାନଙ୍କ ମଫସଲ ଅଞ୍ଚଳକୁ ଗସ୍ତ ସମୟରେ ସେମାନଙ୍କର ମାଗଣା ଖାଦ୍ୟପେୟର କରିବା ପ୍ରଥାକୁ ‘ରସଦ’ କୁହାଯାଉଥିଲା । ସେହିପରି ପର୍ବପର୍ବାଣି ବା ବିବାହ ସମୟରେ ରାଜଉଆସକୁ ଉପହାର ପଠାଇବା ପ୍ରଥାକୁ ‘ଭେଟି’ କୁହାଯାଉଥିଲା ।
(ଖ) ପ୍ରଜାମଣ୍ଡଳ ଆନ୍ଦୋଳନରେ କି କି ମୁଖ୍ୟ ଦାବି ଥିଲା ?
Answer:
ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ଦାବିଗୁଡ଼ିକ ନିମ୍ନ ପ୍ରକାର ଥିଲା –
- ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି ପ୍ରଭୃତି ଅନ୍ୟାୟ ପ୍ରଥାକୁ ବନ୍ଦ କରିବା ।
- ପ୍ରଜାମାନଙ୍କୁ ଅଭିବ୍ୟକ୍ତିର ଅଧିକାର, ଗଣମାଧ୍ୟମର ସ୍ଵାଧୀନତା ଅଧିକାର, ସଂଘ ଗଠନ କରିବାର ଅଧିକାର ପ୍ରଭୃତି ମୌଳିକ ନାଗରିକ ଅଧିକାର ପ୍ରଦାନ କରିବା ।
- ଚାଷଜମି ଉପରେ ରୟତର ଅଧିକାର ସମ୍ପର୍କିତ ସ୍ପଷ୍ଟ ନିୟମ ପ୍ରଚଳନ କରିବା ।
- ଏକଚାଟିଆ ବାଣିଜ୍ୟ କାରବାରକୁ ବନ୍ଦ କରିବା ।
- ଜଙ୍ଗଲଜାତ ଦ୍ରବ୍ୟର ସୁବିନିଯୋଗ ଓ ଆଦିବାସୀ ଜନଜାତିମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ଉପଯୋଗ କରିବାର ଅଧ୍ୟାର ପ୍ରଦାନ କରିବା ।
(ଗ) ପୁନର୍ଗଠିତ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟିରେ କେଉଁମାନେ ସଦସ୍ୟ ଥିଲେ ଏବଂ ଏହାର କି କି ପ୍ରସ୍ତାବ ଥିଲା ?
Answer:
- ଗଡ଼ଜାତମାନଙ୍କରେ ପ୍ରଜାମଣ୍ଡଳ ଆନ୍ଦୋଳନ ଚାଲୁଥିବାବେଳେ, ଓଡ଼ିଆ ଗଡ଼ଜାତମାନଙ୍କରେ ଶାସନ ବ୍ୟବସ୍ଥା କାର୍ଯ୍ୟକାରିତାର ତଦନ୍ତ କରିବାକୁ ୧୯୩୮ ମସିହାରେ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟି ପୁନର୍ଗଠିତ ହେଲା ।
- ଏହି ପୁନର୍ଗଠିତ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟିର ଅଧ୍ୟକ୍ଷ ରହିଲେ ହରେକୃଷ୍ଣ ମହତାବ ।
- ଏହାର ସମ୍ପାଦକ ଥିଲେ ସାରଙ୍ଗଧର ଦାସ ଏବଂ ଅନ୍ୟ ଦୁଇଜଣ ସଭ୍ୟରୂପେ ଲାଲ୍ମୋହନ ପଟ୍ଟନାୟକ ଓ ବଳବନ୍ତରାୟ ମେହେଟ୍ଟା କାର୍ଯ୍ୟ କରୁଥିଲେ ।
- ୧୯୩୯ ମସିହାରେ ଉକ୍ତ କମିଟିର ବିବରଣୀରେ ଗଡ଼ଜାତ ପ୍ରଜାମାନଙ୍କ ଦୁଃଖଦୁର୍ଦ୍ଦଶା ଓ ଅରାଜକତା ବିଷୟରେ ଉଲ୍ଲେଖ କରାଯାଇଥିଲା । ଗଡ଼ଜାତମାନଙ୍କରେ ବିଧ୍ ବ୍ୟବସ୍ଥାର ପ୍ରଚଳନ ଓ ପ୍ରଜାମାନଙ୍କର ଦୁଃଖ ଲାଘବ ନିମନ୍ତେ କମିଟି କେତେକ ପ୍ରସ୍ତାବ ମଧ୍ୟ ଦେଇଥିଲେ ।
- ଏହି କମିଟିର ମୁଖ୍ୟ ପ୍ରସ୍ତାବ ଥିଲା, ଗଡ଼ଜାତ ଶାସନ ଉପରେ ଅଧୀକ୍ଷଣ କ୍ଷମତା ବ୍ରିଟିଶ୍ ପ୍ରତିନିଧ୍ଵଙ୍କଠାରୁ ହସ୍ତାନ୍ତର କରି ଓଡ଼ିଶା ସରକାରଙ୍କ ହାତରେ ନ୍ୟସ୍ତ କରାଯିବ । ମହତାବ କମିଟିର ଏହି ବିବରଣୀକୁ ଓଡ଼ିଶା ସହିତ ଗଡ଼ଜାତ ମିଶ୍ରଣର ପ୍ରାଥମିକ ସୂଚନା ବୋଲି ଗ୍ରହଣ କରାଯାଏ ।
(ଘ) ଓଡ଼ିଶା ସହିତ ଓଡ଼ିଆ ଭାଷାଭାଷୀ ଗଡ଼ଜାତଗୁଡ଼ିକ ମିଶାଇ ଦେବାପାଇଁ ଭାରତ ସ୍ଵାଧୀନତା ପାଇବା ପୂର୍ବରୁ ମହତାବ କ’ଣ କରିଥିଲେ ?
Answer:
- ୧୯୩୯ ମସିହାରେ ହରେକୃଷ୍ଣ ମହତାବଙ୍କ ଅଧ୍ୟକ୍ଷତାରେ ପୁନର୍ଗଠିତ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟିର ବିବରଣୀରେ ଗଡ଼ଜାତ ଶାସନ ଉପରେ ଅଧୀକ୍ଷଣ କ୍ଷମତା ବ୍ରିଟିଶ୍ ରାଜପ୍ରତିନିଧ୍ଵଙ୍କ ହାତରୁ ଆସି ଓଡ଼ିଶା ସରକାରଙ୍କ ହସ୍ତରେ ନ୍ୟସ୍ତ କରାଯିବା ଲାଗି ପ୍ରସ୍ତାବ ଦିଆଯାଇଥିଲା । ମହତାବ କମିଟିର ଏହି ବିବରଣୀକୁ ଓଡ଼ିଶା ସହ ଓଡ଼ିଆ ଭାଷାଭାଷୀ ଗଡ଼ଜାତ ମିଶ୍ରଣର ପ୍ରାଥମିକ ସୂଚନା ବୋଲି ଗ୍ରହଣ କରାଯାଏ ।
- ଏଥପାଇଁ ମହତାବ ୧୯୩୯ ମସିହା ଅଗଷ୍ଟ ମାସରେ ଭାରତର ତତ୍କାଳୀନ ଭାଇସ୍ରାୟ ଲର୍ଡ଼ ଲିନ୍ଲିଷ୍ଟୋଙ୍କୁ ସାକ୍ଷାତ୍ କରି ଓଡ଼ିଶାର ଗଡ଼ଜାତ ଅଞ୍ଚଳର ଶାସନ ବ୍ୟବସ୍ଥାରେ ସୁଧାର ପାଇଁ ଓଡ଼ିଶା ପ୍ରାଦେଶିକ ସରକାରଙ୍କ ହସ୍ତକ୍ଷେପ ଜରୁରୀ ବୋଲି ବୁଝାଇଥିଲେ ।
- ପୁନଶ୍ଚ, ୧୯୪୨ ମସିହାରେ ସାର୍ ଷ୍ଟାଫୋର୍ଡ଼ କ୍ରିପ୍ସ୍ଙ୍କୁ ମଧ୍ଯ ସେ ଏହି ମିଶ୍ରଣ ବିଷୟରେ ସାକ୍ଷାତ୍ କରିଥିଲେ । ପରେ ୧୯୪୬ ମସିହା ଏପ୍ରିଲ୍ ୬ ତାରିଖରେ ଗଡ଼ଜାତ ମିଶ୍ରଣ ସପକ୍ଷରେ ଯୁକ୍ତି ବାଢ଼ିବା ଉଦ୍ଦେଶ୍ୟରେ ମହତାବ କ୍ୟାବିନେଟ୍ ମିଶନକୁ ସାକ୍ଷାତ୍ କରିଥିଲେ ।
- ଅଧ୍ଵନ୍ତୁ, ମହତାବଙ୍କ ପ୍ରଚେଷ୍ଟା ଫଳରେ ଓଡ଼ିଶା କଂଗ୍ରେସ କମିଟି ତରଫରୁ କ୍ୟାବିନେଟ୍ ମିଶନକୁ ଦିଆଯାଇଥିବା ସ୍ମାରକପତ୍ରରେ ଓଡ଼ିଆ ଭାଷାଭାଷୀ ୨୬ଟି ଗଡ଼ଜାତକୁ ଓଡ଼ିଶା ପ୍ରଦେଶ ସହିତ ସର୍ବାନ୍ତକରଣରେ ମିଶାଇଦେବାକୁ ସ୍ପଷ୍ଟ ଭାବରେ ଦାବି ଉପସ୍ଥାପନା କରାଯାଇଥିଲା ।
- ଫଳରେ କ୍ୟାବିନେଟ୍ ମିଶନ ମଧ୍ଯ ମହତାବଙ୍କର ଏହି ମିଶ୍ରଣ ଆଭିମୁଖ୍ୟଦ୍ୱାରା ପ୍ରଭାବିତ ହୋଇଥିଲେ । ମହତାବ ଏ ବିଷୟରେ ଗଡ଼ଜାତ ରାଜାମାନଙ୍କ ପାଖକୁ ୧୯୪୬ ମସିହା ମେ ୧୦ ତାରିଖ ଓ ଜୁନ୍ ୨୯ ତାରିଖରେ ୨ ଥର ଚିଠି ମଧ୍ୟ ଲେଖୁଥିଲେ ।
(ଙ) ନୀଳଗିରିରୁ କିପରି ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ?
Answer:
- ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଦେଶୀୟ ରାଜ୍ୟ ବିଭାଗର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ପ୍ରମୁଖ ସଚିବ ଭି.ପି. ମେନନ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିବାକୁ ସମୟ, ସୁଯୋଗର ଅପେକ୍ଷାରେ ଥିବାବେଳେ ନୀଳଗିରିର ଘଟଣା ପ୍ରବାହ ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲା ।
- ନୀଳଗିରିର ପ୍ରଜାମଣ୍ଡଳ ଯଥେଷ୍ଟ ସକ୍ରିୟ ଥିଲା । ନୀଳଗିରିର ରାଜା ପ୍ରଜାମଣ୍ଡଳ ଆନ୍ଦୋଳନକୁ ଦମନ କରିବାକୁ ତାଙ୍କର ପୋଲିସ୍ବାହିନୀକୁ ଶକ୍ତିଶାଳୀ କଲେ ଓ ଗୁର୍ଖାମାନଙ୍କୁ ପୋଲିସ୍ ବାହିନୀରେ ନିଯୁକ୍ତି ଦେଲେ ।
- ପ୍ରଜାମଣ୍ଡଳ ଆନ୍ଦୋଳନରେ ଯୋଗ ଦେଇଥିବା ଲୋକମାନଙ୍କର ଘରଦ୍ଵାର ପୋଡ଼ିଦେଇ ସେମାନଙ୍କର ଧନସମ୍ପତ୍ତି ଲୁଣ୍ଠନ କରିବାକୁ ନୀଳଗିରିର ରାଜା ସରଳ ଆଦିବାସୀ ଜନଜାତିର ଲୋକମାନଙ୍କୁ ପ୍ରରୋଚିତ କରି ନିୟୋଜିତ କରିଥିଲେ । ଏହିପରି ନୀଳଗିରିରେ ପ୍ରଜା ଆନ୍ଦୋଳନ ବ୍ୟାପକ ରୂପ ଧାରଣ କଲା ।
- ଓଡ଼ିଶା ସରକାର ଭାରତ ସରକାରଙ୍କ ନିକଟକୁ ନୀଳଗିରିର ଏପରି ଉଦ୍ବେଗଜନକ ଆଇନ ଶୃଙ୍ଖଳା ପରିସ୍ଥିତି ଉଲ୍ଲେଖକରି ବିବରଣୀ ପ୍ରେରଣ କଲେ । ସେତେବେଳେ ହରେକୃଷ୍ଣ ମହତାବ ଦିଲ୍ଲୀରେ ଥିବାରୁ ଏ ବିଷୟରେ ସର୍ଦ୍ଦାର ପଟେଲଙ୍କ ସହିତ ବିଚାର ବିମର୍ଶ କରିଥିଲେ । ଭାରତ ସରକାର ନିକଟସ୍ଥ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସହାୟତାରେ ନୀଳଗିରିକୁ ଦଖଲ କରିବାକୁ ଓଡ଼ିଶା ସରକାରଙ୍କୁ କ୍ଷମତା ପ୍ରଦାନ କଲେ ।
- ମହତାବଙ୍କ ଅନୁପସ୍ଥିତିରେ ମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସୁପରିଚାଳନାରେ ୧୯୪୭ ମସିହା ନଭେମ୍ବର ୧୪ ତାରିଖରେ ନୀଳଗିରିକୁ ଓଡ଼ିଶା ସରକାର ଦଖଲ କରିନେଲେ । ଏହି ନୀଳଗିରି ରାଜ୍ୟର ମିଶ୍ରଣ ପ୍ରକ୍ରିୟାରୁ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟାର ଶୁଭାରମ୍ଭ ହୋଇଥିଲା ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
(କ) କେଉଁ ଭିଭିରେ ଓଡ଼ିଶାର ଗଡ଼ଜାତଗୁଡ଼ିକ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥିଲା ଏବଂ କେଉଁ ଗଡ଼ଜାତଗୁଡ଼ିକ ‘ଗ’ ଶ୍ରେଣୀଭୁକ୍ତ ଥିଲା ?
Answer:
- ଓଡ଼ିଶୀର ଗଡ଼ଜାତଗୁଡ଼ିକୁ ସେମାନଙ୍କର ଆୟତନ ଦୃଷ୍ଟିରୁ ‘କ’, ‘ଖ’ ଓ ‘ଗ’ ଭାବରେ ତିନି ଶ୍ରେଣୀରେ ବିଭକ୍ତ କରାଯାଇଥିଲା ।
- ତନ୍ମଧ୍ୟରୁ ତିନୋଟି ଗଡ଼ଜାତ ଯଥା – (୧) ପାଲଲହଡ଼ା, (୨) ତିଗିରିଆ, (୩) ରଣପୁର ‘ଗ’ ଶ୍ରେଣୀଭୁକ୍ତ ଥିଲା ।
(ଖ) ବେଠି ଓ ଭେଟି ମଧ୍ୟରେ ପାର୍ଥକ୍ୟ କ’ଣ ?
Answer:
- ବେଠି ଓ ଭେଟି ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ହେଉଛି ଏହି ଯେ ‘ବେଠି’ ହେଉଛି ବିନା ପାରିଶ୍ରମିକରେ କରାଯାଉଥିବା ଶ୍ରମଦାନ; ମାତ୍ର ‘ଭେଟି’ ହେଉଛି ଅନିଚ୍ଛାକୃତଭାବେ କରାଯାଉଥିବା ଦ୍ରବ୍ୟ କିମ୍ବା ଅର୍ଥ ଦାନ ।
- ରାସ୍ତାଘାଟ, ରାଜପ୍ରାସାଦ ପ୍ରଭୃତି ନିର୍ମାଣକାର୍ଯ୍ୟ ପାଇଁ ପ୍ରଜାମାନେ ବିନା ପାରିଶ୍ରମିକରେ କରୁଥିବା ଶ୍ରମଦାନକୁ ‘ବେଠି’ କୁହାଯାଉଥିଲା; ମାତ୍ର ପର୍ବପର୍ବାଣି କିମ୍ବା ବିବାହ ଉତ୍ସବ ସମୟରେ ରାଜଉଆସକୁ ଉପହାର ପଠାଇବା ପ୍ରଥାକୁ ‘ଭେଟି’ କୁହାଯାଉଥିଲା
(ଗ) କେବେ ଏବଂ କେଉଁଠାରେ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା ?
Answer:
- ପ୍ରଜା ଆନ୍ଦୋଳନ ୧୯୨୨ ମସିହାରେ ଆରମ୍ଭ ହୋଇଥିଲା ।
- ଏହି ଆନ୍ଦୋଳନ ଢେଙ୍କାନାଳରେ ଆରମ୍ଭ ହୋଇଥିଲା ।
(ଘ) ଓଡ଼ିଆ ଗଡ଼ଜାତ ପ୍ରଜା ସମ୍ମିଳନୀର ପ୍ରଥମ ଅଧିବେଶନ କେଉଁଠାରେ ଏବଂ କାହା ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ?
Answer:
- ଓଡ଼ିଆ ଗଡ଼ଜାତ ପ୍ରଜା ସମ୍ମିଳନୀର ପ୍ରଥମ ଅଧିବେଶନ ‘କଟକ’ଠାରେ ଅନୁଷ୍ଠିତ ହୋଇଥିଲା ।
- ଏହା ଭୁବନାନନ୍ଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
(ଙ) ସାରଙ୍ଗଧର ଦାସ କିଏ ? କେବେ ଏବଂ କେଉଁଠାରେ ପ୍ରଜା ସମ୍ମିଳନୀର ଦ୍ୱିତୀୟ ଅଧୂବେଶନ ଅନୁଷ୍ଠିତ ହୋଇଥିଲା ?
Answer:
- ସାରଙ୍ଗଧର ଦାସ ଓଡ଼ିଶା ଗଡ଼ଜାତ ପ୍ରଜା ସମ୍ମିଳନୀର ଆବାହକ ତଥା ପୁନର୍ଗଠିତ ଗଡ଼ଜାତ ତଦନ୍ତ କମିଟିର ସମ୍ପାଦକ ଥିଲେ ।
- ୧୯୩୭ ମସିହା ଜୁନ୍ ୨୩ ତାରିଖରେ କଟକଠାରେ ପ୍ରଜା ସମ୍ମିଳନୀର ଦ୍ଵିତୀୟ ଅଧ୍ବବେଶନ ଅନୁଷ୍ଠିତ ହୋଇଥିଲା ।
(ଚ) କେଉଁ ଅଞ୍ଚଳଗୁଡ଼ିକର ଦେଶୀୟ ରାଜାମାନେ ମିଶ୍ରଣ ବିରୋଧରେ ଏକ ସଂଘ ଗଠନ କରିଥିଲେ ?
Answer:
- ଓଡ଼ିଶା ଓ ଛତିଶଗଡ଼ର ଅଣଚାଳିଶଟି ଦେଶୀୟ ରାଜ୍ୟର ରାଜାମାନେ ମିଶ୍ରଣ ବିରୋଧରେ ଏକ ସଂଘ ଗଠନ କରିଥିଲେ ।
- ଏହା‘ପୂର୍ବାଞ୍ଚଳ ଗଡ଼ଜାତ ସଂଘ’ ନାମରେ କାର୍ଯ୍ୟକ୍ଷମ ହେଲା ।
(ଛ) କେବେ ଏବଂ କେଉଁଠାରେ ଅନୁଷ୍ଠିତ ଗଡ଼ଜାତ ରାଜାମାନଙ୍କର ସମ୍ମିଳନୀରେ ସର୍ଦ୍ଦାର ପଟେଲ ଯୋଗ ଦେଇଥିଲେ ?
Answer:
୧୯୪୭ ମସିହା ଡିସେମ୍ବର ୧୪ ତାରିଖରେ କଟକଠାରେ ଅନୁଷ୍ଠିତ ଗଡ଼ଜାତ ରାଜାମାନଙ୍କର ସମ୍ମିଳନୀରେ ସର୍ଦାର ପଟେଲ ଯୋଗ ଦେଇଥିଲେ ।
(ଜ) ମୟୂରଭଞ୍ଜର ରାଜା ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିବାପାଇଁ କାହିଁକି କିଛିଦିନ ସମୟ ନେଇଥିଲେ ?
Answer:
- ପୂର୍ବରୁ ମୟୂରଭଞ୍ଜରେ ଲୋକପ୍ରତିନିଧୂମୂଳକ ସରକାର ଗଠିତ ହୋଇସାରିଥିଲା ।
- ତେଣୁ ମୟୂରଭଞ୍ଜର ମହାରାଜା ତାଙ୍କ ମନ୍ତ୍ରୀମଣ୍ଡଳ ସହିତ ଆଲୋଚନା ନକରି ମିଶ୍ରଣ ଚୁକ୍ତିପତ୍ରରେ ସ୍ଵାକ୍ଷର କରିବେ ନାହିଁ ବୋଲି ଯୁକ୍ତି ବାଢ଼ିଲେ ଓ ଏଥିପାଇଁ କିଛିଦିନ ସମୟ ନେଇଥିଲେ ।
(ଝ) ଷଢ଼େଇକଳା ଓ ଖରସୁଆଁ କାହିଁକି ବିହାର ସହିତ ମିଶିଯାଇଥିଲା ?
Answer:
- ଷଢ଼େଇକଳା ଓ ଖରସୁଆଁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ମୟୂରଭଞ୍ଜ ପ୍ରଥମେ ଓଡ଼ିଶାରେ ନ ମିଶିବାରୁ ଏହି ଦୁଇ ରାଜ୍ୟ ମଧ୍ୟରେ ପ୍ରତ୍ୟକ୍ଷଭାବେ ଯୋଗାଯୋଗ ହୋଇପାରି ନଥିଲା ।
- ତେଣୁ ଏହି ଦୁଇଟି ରାଜ୍ୟର ରାଜାମାନେ ସେମାନଙ୍କ ପୂର୍ବ ମତକୁ ପରିବର୍ତ୍ତନ କରି ବିହାର ସହିତ ମିଶିଯିବାପାଇଁ ସ୍ଥିର କଲେ । ଏଣୁ ଭାରତ ସରକାର ୧୯୪୮ ମସିହା ମେ ୧୮ ତାରିଖରୁ ସେ ଦୁଇଟି ଗଡ଼ଜାତକୁ ଓଡ଼ିଶାରୁ କାଢ଼ିନେଇ ବିହାରରେ ମିଶାଇ ଦେଇଥିଲେ ।
(ଞ) ଗଡ଼ଜାତଗୁଡ଼ିକର ପ୍ରତିନିଧୁମାନଙ୍କ ସହିତ ଓଡ଼ିଶା ବିଧାନସଭାର ଅଧିବେଶନ ପ୍ରଥମେ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
- ଗଡ଼ଜାତଗୁଡ଼ିକର ପ୍ରତିନିଧୁମାନଙ୍କ ସହିତ ଓଡ଼ିଶା ବିଧାନସଭାର ଅଧୂବେଶନ ପ୍ରଥମେ ୧୯୪୯ ମସିହା ଅକ୍ଟୋବର ୧୦ ତାରିଖରେ ଅନୁଷ୍ଠିତ ହୋଇଥିଲା ।
- ଏହି ଐତିହାସିକ ବିଧାନସଭାର ଅଧ୍ଵବେଶନ ଓଡ଼ିଶାର ନୂଆ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ବୌଦରେ ପ୍ରଜାମଣ୍ଡଳ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା ?
Answer:
୧୯୩୦ ମସିହାରେ ବୌଦରେ ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
(ଖ) ନୀଳଗିରିରେ କିଏ ପ୍ରଜାମଣ୍ଡଳ ଗଠନ କରିଥିଲେ ?
Answer:
ସାରଙ୍ଗଧର ଦାସ ନୀଳଗିରିରେ ପ୍ରଜାମଣ୍ଡଳ ଗଠନ କରିଥିଲେ ।
(ଗ) ୧୯୩୯ ଅଗଷ୍ଟରେ କିଏ ଓଡ଼ିଶା ଗଡ଼ଜାତ ମିଶ୍ରଣ ସମ୍ପର୍କରେ ଭାଇସ୍ୟଙ୍କୁ ସାକ୍ଷାତ୍ କରିଥିଲେ ?
Answer:
୧୯୩୯ ମସିହା ଅଗଷ୍ଟ ମାସରେ ହରେକୃଷ୍ଣ ମହତାବ ଓଡ଼ିଶା ଗଡ଼ଜାତ ମିଶ୍ରଣ ସମ୍ପର୍କରେ ଭାଇସ୍ୟଙ୍କୁ ସାକ୍ଷାତ୍ କରିଥିଲେ ।
(ଘ) କିଏ ହରେକୃଷ୍ଣ ‘ମହତାବଙ୍କୁ ‘ପର୍ଶୁରାମ’ ଆଖ୍ୟା ଦେଇଥିଲେ ?
Answer:
କଳାହାଣ୍ଡିର ମହାରାଜା ହରେକୃଷ୍ଣ ମହତାବଙ୍କୁ ‘ପର୍ଶୁରାମ’ ଆଖ୍ୟା ଦେଇଥିଲେ ।
(ଙ) ହରେକୃଷ୍ଣ ମହତାବଙ୍କ ଅନୁପସ୍ଥିତିରେ କିଏ ନୀଳଗିରି ଦଖଲ କାର୍ଯ୍ୟ ପରିଚାଳନା କରିଥିଲେ ?
Answer:
ହରେକୃଷ୍ଣ ମହତାବଙ୍କ ଅନୁପସ୍ଥିତିରେ ଓଡ଼ିଶା ସରକାରଙ୍କର ଜଣେ.ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନୀଳଗିରି ଦଖଲ କାର୍ଯ୍ୟ ପରିଚାଳନା କରିଥିଲେ ।
(ଚ) କେବେ ମୟୂରଭଞ୍ଜ ଓଡ଼ିଶାରେ ମିଶିଲା ?
Answer:
୧୯୪୯ ମସିହା ଜାନୁଆରୀ ୧ ତାରିଖରେ ମୟୂରଭଞ୍ଜ ଓଡ଼ିଶା ସହିତ ମିଶିଥିଲା ।
(ଛ) ଚୂଡ଼ାନ୍ତ ଭାବରେ କେତୋଟି ଗଡ଼ଜାତ ଓଡ଼ିଶାରେ ମିଶିଲା ?
Answer:
ଚୂଡ଼ାନ୍ତ ଭାବରେ ଚବିଶଟି ଗଡ଼ଜାତ ଓଡ଼ିଶାରେ ମିଶିଲା ।
(ଜ) ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାରେ କେତୋଟି ଆସନ ବୃଦ୍ଧି ପାଇଥିଲା ଏବଂ ସମୁଦାୟ ଆସନ ସଂଖ୍ୟା କେତେ ହୋଇଥିଲା ?
Answer:
ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାରେ ୩୧ଟି ଆସନ ବୃଦ୍ଧି ପାଇଥିଲା ଏବଂ ସମୁଦାୟ ଆସନ ସଂଖ୍ୟା ୯୧ ହୋଇଥିଲା ।
(ଝ) ଗଡ଼ଜାତଗୁଡ଼ିକ ମିଶିବା ପରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ପୁନର୍ଗଠନ ପରେ କେତୋଟି ଜିଲ୍ଲା ସୃଷ୍ଟି ହେଲା ?
Answer:
ଗଡ଼ଜାତଗୁଡ଼ିକ ମିଶିବା ପରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ପୁନର୍ଗଠନ ପରେ ତେରଟି (୧୩) ଜିଲ୍ଲା ସୃଷ୍ଟି ହେଲା ।
୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।
(କ) ମିଶ୍ରଣ ପୂର୍ବରୁ ଓଡ଼ିଆ ଭାଷାଭାଷୀ ଗଡ଼ଜାତମାନଙ୍କର ସଂଖ୍ୟା କେତେ ଥିଲା ?
(i) ୧୩
(ii) ୨୫
(iii) ୨୬
(iv) ୨୭
Answer:
(iii) ୨୬
(ଖ) ଗଡ଼ଜାତମାନଙ୍କରେ ଗୋଟିଏ ଶିବିରରୁ ଅନ୍ୟ ଶିବିରକୁ ରାଜା ବା ରାଜକର୍ମଚାରୀମାନଙ୍କୁ ବିନା ପାଉଣାରେ ପାଲିଙ୍କି ବା ସବାରୀରେ ବୋହିନେବା ପ୍ରଥାକୁ କ’ଣ କୁହାଯାଉଥିଲା ?
(i) ବେଠି
(ii) ବେଗାରୀ
(iii) ରସଦ
(iv) ମାଗଣ
Answer:
(ii) ବେଗାରୀ
(ଗ) କିଏ ପୁନର୍ଗଠିତ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟିର ସମ୍ପାଦକ ଥିଲେ ?
(i) ହରେକୃଷ୍ଣ ମହତାବ
(ii) ସାରଙ୍ଗଧର ଦାସ
(iii) ବଳବନ୍ତରାୟ ବେହେଟ୍ଟା
(iv) ପଟ୍ଟାଭି ସୀତାରାମାୟା
Answer:
(ii) ସାରଙ୍ଗଧର ଦାସ
(ଘ) କେଉଁ ସ୍ଥାନରୁ ଭାରତରେ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ?
(i) ମୟୂରଭଞ୍ଜ
(ii) ନୀଳଗିରି
(iii) ଜୁନାଗଡ଼
(iv) କଳାହାଣ୍ଡି
Answer:
(iii) ମୟୂରଭଞ୍ଜ
(ଡ) କେଉଁ ଗଡ଼ଜାତର ରାଜା କଟକ ସମ୍ମିଳନୀ ସମୟରେ ମିଶ୍ରଣ ଚୁକ୍ତିପତ୍ରରେ ସ୍ଵାକ୍ଷର କରି ନଥିଲେ ?
(i) ଷଢ଼େଇକଳା
(ii) ଖରସୁଆଁ
(iii) ମୟୂରଭଞ୍ଜ
(iv) କଳାହାଣ୍ଡି
Answer:
(ii) ସାରଙ୍ଗଧର ଦାସ
(ଚ) ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାର ସଭ୍ୟସଂଖ୍ୟା ୬୦ରୁ ବଢ଼ି _______ ହେଲା ।
(i) ୯୦
(ii) ୯୧
(iii) ୯୨
(iv) ୯୩
Answer:
(ii) ୯୧
୫ | ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା .ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)