BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

Odisha State Board BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି Textbook Exercise Questions and Answers.

BSE Odisha Class 10 History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ସ୍ଵାଧୀନତାବେଳକୁ ଭାରତର ଆର୍ଥନୀତିକ ସମସ୍ୟାଗୁଡ଼ିକ କ’ଣ ଥିଲା ଓ ଭାରତୀୟ ଅର୍ଥନୀତିରେ ସୁଧାର ଆଣିବାପାଇଁ କି କି ସୁବିଧା ଉପଲବ୍‌ଧ ଥିଲା ?
Answer:

  • ସ୍ଵାଧୀନତାବେଳକୁ ଭାରତରେ ଅନେକଗୁଡ଼ିଏ ଆର୍ଥନୀତିକ ସମସ୍ୟା ମୁଣ୍ଡଟେକି ସାରିଥିଲା ।
  • ସେସବୁ ପ୍ରମୁଖ ସମସ୍ୟାଗୁଡ଼ିକ ହେଲା – ପରିବ୍ୟାପ୍ତ ଦାରିଦ୍ର୍ୟ, ନିରକ୍ଷରତା ଓ ଅଜ୍ଞାନତା; ବିପର୍ଯ୍ୟସ୍ତ କୃଷି ବ୍ୟବସ୍ଥା, ଶିଳ୍ପାୟନ କ୍ଷେତ୍ରରେ ସ୍ଥାଣୁତା, ହସ୍ତ ଓ କୁଟୀରଶିଳ୍ପରେ ଅଧୋଗତି ।
  • ସୌଭାଗ୍ୟବଶତଃ ଭାରତର ଏହି ବିପର୍ଯ୍ୟସ୍ତ ଅର୍ଥ ବ୍ୟବସ୍ଥାକୁ ବିକାଶର ଦ୍ଵାରଦେଶରେ ପହଞ୍ଚାଇ ଦେବାପାଇଁ କେତେକ ସୁବିଧା ଏ ଦେଶରେ ଉପଲବ୍ଧ ଥିଲା ।
  • ଏହି ସୁବିଧାଗୁଡ଼ିକ ହେଲା ୧୯୧୪ରୁ ୧୯୪୭ ମସିହା ମଧ୍ୟରେ ଭାରତର ଶିଳ୍ପାୟନକୁ ଆଗେଇ ନେଇଥ‌ିବା କେତେକ ଭାରତୀୟ ପୁଞ୍ଜିପତି ଓ ଉଦ୍ୟୋଗପତିମାନଙ୍କ ଉପସ୍ଥିତି, ଭାରତର ପର୍ଯ୍ୟାପ୍ତ ଖଣିଜ ସମ୍ପଦ ଓ ଭାରତର ମାନବ ସମ୍ପଦ ଏବଂ ଭାରତୀୟମାନଙ୍କ ହାତରେ ଥିବା ବ୍ୟାଙ୍କ, ବୀମା ଓ ଅନ୍ୟାନ୍ୟ ଆର୍ଥିକ ଉପଚାର ।
  • ସ୍ଵାଧୀନତାବେଳକୁ ପ୍ରାୟତଃ କେତେକ ଭାରତୀୟ ଶିଳ୍ପପତି ଓ ଉଦ୍ୟୋଗପତି ଦେଶର ଶିଳ୍ପ, ବାଣିଜ୍ୟ, ବ୍ୟାଙ୍କିଙ୍ଗ୍ ଓ ବୀମାକ୍ଷେତ୍ରରେ ସେମାନଙ୍କ ଆସନ ଦୃଢ଼ କରିସାରିଥିଲେ ।

(ଖ) ସ୍ଵାଧୀନତା ପରେ ଭାରତର ଅର୍ଥନୀତିକୁ ସୁଧାରିବାପାଇଁ କେଉଁ ପ୍ରକାର ପଦକ୍ଷେପ ନେବାର ଆବଶ୍ୟକତା ଥିଲା ।
Answer:

  • ସ୍ଵାଧୀନତା ପରେ ଭାରତୀୟ ଅର୍ଥନୀତିକୁ ସୁଧାରିବାପାଇଁ କେତେକ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକ ଥିଲା । ସେଗୁଡ଼ିକ ହେଲା – ଆତ୍ମନିର୍ଭରଶୀଳତା, ଆମଦାନି ହ୍ରାସ କରି ବ୍ୟାବସାୟିକ ସନ୍ତୁଳନ ରକ୍ଷା କରିବା ଓ ଦ୍ରୁତ ଶିଳ୍ପାୟନ ତଥା ବିଦେଶୀ ପୁଞ୍ଜିପତିମାନଙ୍କୁ ଯଥାସମ୍ଭବ ବାରଣ କରିବା ।
  • ଏତଦ୍‌ବ୍ୟତୀତ ଜମିଦାରୀ ପ୍ରଥା ଉଚ୍ଛେଦ କରି ଭୂସଂସ୍କାର କାର୍ଯ୍ୟକାରୀ କରିବା, ରୟତମାନଙ୍କୁ ସ୍ୱତ୍ୱ ପ୍ରଦାନ କରିବା, ସମବାୟ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ଏବଂ ଭାରତର ବିପୁଳ ଜନସମ୍ବଳକୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରି ଦେଶର ପ୍ରଗତି ପାଇଁ ବିନିଯୋଗ କରିବା ।
  • ଅଧ୍ଵକନ୍ତୁ, କୁଟୀରଶିଳ୍ପକୁ ପ୍ରୋତ୍ସାହିତ କରି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ବୃହତ୍ ଶିଳ୍ପସବୁ ସରକାରୀ ଉଦ୍ୟୋଗରେ ପ୍ରତିଷ୍ଠା କରିବା ।
  • ସରକାରୀ ଓ ବେସରକାରୀ ସ୍ତରରେ ସମାନ ସୁଯୋଗ ପ୍ରଦାନ କରି ଏକପ୍ରକାର ମିଶ୍ରିତ ଅର୍ଥନୀତିର ପରିବେଶ ସୃଷ୍ଟି କରିବା ବ୍ୟବସ୍ଥା କରାଯିବାପାଇଁ ପଦକ୍ଷେପ ନେବା ।
  • ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ଭାରତର ଆର୍ଥନୀତିକ ପ୍ରଗତି ସ୍ରୋତରେ ସାମିଲ କରିବା ।

BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

(ଗ) ପ୍ରଥମ ଦୁଇଟି ପଞ୍ଚବାର୍ଷିକ ଯୋଜନାର ଉଦ୍ଦେଶ୍ୟ ଓ ସୁଫଳ କ’ଣ ଥିଲା ?
Answer:

  • ୧୯୫୧ରୁ ୧୯୫୬ ମସିହା ପର୍ଯ୍ୟନ୍ତ ପ୍ରଥମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଲା । ଏହି ଯୋଜନାର ଉଦ୍ଦେଶ୍ୟ ଥିଲା ଦେଶର କୃଷି ଓ ଜଳସେଚନ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେବା ।
  • ୧୯୫୬ରୁ ୧୯୬୧ ମସିହା ଥିଲା ଭାରତର ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର କାର୍ଯ୍ୟକାଳ । ଏହାର ରୂପରେଖ ପ୍ରସ୍ତୁତ କରିଥିଲେ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ପି.ସି. ମାହାଲାନୋବିସ୍ ।
  • ଏହି ଯୋଜନାର ପ୍ରଧାନ ଉଦ୍ଦେଶ୍ୟ ଥିଲା ଭାରତୀୟ ସମାଜରେ ସମାଜବାଦୀ ବ୍ୟବସ୍ଥାର ପ୍ରଚଳନ ।
  • ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟଗୁଡ଼ିକ ଥିଲା ଜାତୀୟ ଆୟର ବୃଦ୍ଧି, ମୌଳିକ ଓ ବୃହତ୍ ଶିଳ୍ପର ବିକାଶ, ନିଯୁକ୍ତି ସୁଯୋଗ ଦେବାପାଇଁ ବ୍ୟାପକ ବ୍ୟବସ୍ଥା, ଆୟ ଓ ସମ୍ପତ୍ତିର ସୁଷମ ବଣ୍ଟନ ।
  • ଭାରତୀୟ ଶିଳ୍ପ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିବା, ସର୍ବୋପରି ଶିଳ୍ପାୟନ ଓ ସରକାରୀ ଉଦ୍ୟୋଗ ପ୍ରତିଷ୍ଠା ଉପରେ ଗୁରୁତ୍ଵ ପ୍ରଦାନ ଏହି ଯୋଜନାର ଲକ୍ଷ୍ୟ ଥିଲା । ଏହି ସମୟରେ ବିଦେଶୀ ଜ୍ଞାନକୌଶଳକୁ ଉପଯୋଗ କରି ତିନୋଟି (୩ଟି) ସମନ୍ବିତ ଇସ୍ପାତ ପ୍ରକଳ୍ପ ମଧ୍ଯ ନିର୍ମିତ ହେଲା ।

(ଘ) ଚତୁର୍ଥ ପଞ୍ଚବାର୍ଷିକ ଯୋଜନାର ଉଦ୍ଦେଶ୍ୟ ଓ ସୁଫଳଗୁଡ଼ିକ କ’ଣ ଥିଲା ?
Answer:

  • ଚତୁର୍ଥ ପଞ୍ଚବାର୍ଷିକ ଯୋଜନାରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା କୃଷିଜାତ ଦ୍ରବ୍ୟର ଅଧିକ ଉତ୍ପାଦନ ।
  • ଜନସାଧାରଣଙ୍କର ଜୀବନଧାରଣର ମାନକୁ ଉନ୍ନତ କରିବାପାଇଁ ଏହି ଯୋଜନାରେ ସମତା ଓ ସାମାଜିକ ନ୍ୟାୟ ଉପରେ ଅଧ୍ଵ ଗୁରୁତ୍ଵ ଦିଆଗଲା ।
  • ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ଥିବା ଆର୍ଥନୀତିକ ତାରତମ୍ୟ ହ୍ରାସ କରିବାପାଇଁ ଏହି ଯୋଜନାରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା ।
  • ୧୯୬୯ ମସିହାରେ ୧୪ଟି ବ୍ୟାଙ୍କକୁ ଜାତୀୟକରଣ କରାଗଲା । ବ୍ୟାଙ୍କ ଓ ଅନ୍ୟାନ୍ୟ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଲୋକଙ୍କ ନିକଟତର କରାଗଲା ।
  • ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁଁ ଏହି ଯୋଜନା ଆଶାନୁରୂପ ସଫଳତା ପାଇପାରି ନଥିଲା; ବରଂ ଏହି ଯୋଜାନକାଳରେ ଦରଦାମ୍ ଆଶାତୀତ ଭାବେ ବୃଦ୍ଧି ପାଇଥିଲା ।

(ଙ) ଦାରିଦ୍ର୍ୟ ଦୂରୀକରଣ ପାଇଁ ଭାରତ ସରକାର ୧୯୬୯ ରୁ ୨୦୦୦ ମସିହା ପର୍ଯ୍ୟନ୍ତ କି ପଦକ୍ଷେପ ନେଇଥିଲେ ?
Answer:

  • ୧୯୬୯ ମସିହା ପରେ ଗ୍ରାମ ଓ ସହରାଞ୍ଚଳର ଦାରିଦ୍ର୍ୟକୁ ଦୂର କରିବାକୁ ଭାରତ ସରକାର କେତେକ ଯୋଜନା କାର୍ଯ୍ୟକାରୀ କଲେ, କାରଣ ଦାରିଦ୍ର୍ୟ ଓ ବେରୋଜଗାରୀ ଥିଲା ତତ୍‌କାଳୀନ ଭାରତର ମୁଖ୍ୟ ସମସ୍ୟା ।
  • ୧୯୬୯ ମସିହାରେ ଭାରତର ବଡ଼ ବଡ଼ ୧୪ଟି ବ୍ୟାଙ୍କକୁ ଜାତୀୟକରଣ କରିଦିଆଯିବା ପରେ ସାଧାରଣ ଲୋକଙ୍କ ଆତ୍ମନିଯୁକ୍ତି ଓ କୃଷିକ୍ଷେତ୍ର ପାଇଁ ଋଣ ସୁଲଭ ହେଲା ।
  • ୧୯୭୮ ମସିହାରେ ‘ସମନ୍ବିତ ଗ୍ରାମ୍ୟ ଉନ୍ନୟନ ଯୋଜନା’ କାର୍ଯ୍ୟକାରୀ ହେଲା । ସେହି ବର୍ଷ ଆରମ୍ଭ ହେଲା ‘ଗ୍ରାମାଞ୍ଚଳ ନାରୀ ଓ ଶିଶୁବିକାଶ ଯୋଜନା’ ।
  • ୧୯୯୯ ମସିହାରେ ଆରମ୍ଭ ହେଲା ‘ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ୍ୟ ସ୍ଵରୋଜଗାର ଯୋଜନା’ । ପୁନଶ୍ଚ ୨୦୦୦ ମସିହାରେ ଆରମ୍ଭ ହେଲା ‘ ପ୍ରଧାନମନ୍ତ୍ରୀ ଗ୍ରାମୋଦୟ ଯୋଜନା’ । ଏହି ଯୋଜନାର ଦୁଇଟି ମୁଖ୍ୟ ବିଭାଗ ଥିଲା; ଯଥା – (୧) ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, (୨) ଇନ୍ଦିରା ଆବାସ ଯୋଜନା । ସହରାଞ୍ଚଳର ବେକାର ଯୁବକ ଯୁବତୀମାନଙ୍କ ପାଇଁ ୧୯୯୭ ମସିହାରେ ଆରମ୍ଭ ହୋଇଥିଲା ‘ସ୍ଵର୍ଣ୍ଣଜୟନ୍ତୀ ସହରୀ ରୋଜଗାର ଯୋଜନା’ ।
  • ୨୦୦୦ ମସିହାରେ କାର୍ଯ୍ୟକାରୀ ହୋଇଥିବା ‘ଅନ୍ତୋଦୟ ଅନ୍ନ ଯୋଜନା’ ମାଧ୍ୟମରେ ପ୍ରାୟ ଏକକୋଟି ଅତି ଦରିଦ୍ର ଲୋକଙ୍କୁ କିଲୋଗ୍ରାମ୍ ପ୍ରତି ୨ଟଙ୍କା ଦରରେ ଗହମ ଓ ୩ ଟଙ୍କା ଦରରେ ମାସକୁ ୩୫ କି.ଗ୍ରା. ଚାଉଳ ଯୋଗାଇଦେବାର ବ୍ୟବସ୍ଥା ହେଲା ।

BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଯୋଜନା ଆୟୋଗ ଓ ଜାତୀୟ ଉନ୍ନୟନ ପରିଷଦ କେବେ ଗଠିତ ହୋଇଥିଲା ?
Answer:

  • ୧୯୫୦ ମସିହା ମାର୍ଚ୍ଚ ୧୫ ତାରିଖରେ ‘ଯୋଜନା ଆୟୋଗ’ ଗଠିତ ହୋଇଥିଲା ।
  • ୧୯୫୨ ମସିହା ଅଗଷ୍ଟ ୬ ତାରିଖରେ ‘ ଜାତୀୟ ଉନ୍ନୟନ ପରିଷଦ’ ଗଠିତ ହୋଇଥିଲା ।

(ଖ) ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଲକ୍ଷ୍ୟ କ’ଣ ଥିଲା ?
Answer:

  • ଭାରତୀୟ ସମାଜରେ ସମାଜବାଦୀ ବ୍ୟବସ୍ଥାର ପ୍ରଚଳନ ଥିଲା ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର ପ୍ରଧାନ ଉଦ୍ଦେଶ୍ୟ ।
  • ଜାତୀୟ ଆୟର ବୃଦ୍ଧି, ମୌଳିକ ଓ ବୃହତ୍ ଶିଳ୍ପାୟନକୁ ଗୁରୁତ୍ଵ ଦେଇ ଶିଳ୍ପର ବିକାଶ ଓ ନିଯୁକ୍ତ ସୁଯୋଗ ଦେବାପାଇଁ ବ୍ୟାପକ ବ୍ୟବସ୍ଥା, ଆୟ ଓ ସମ୍ପତ୍ତିର ସୁଷମ ବଣ୍ଟନ, ଶିଳ୍ପ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହନ ଦେବା ଏହାର ଅନ୍ୟତମ ଲକ୍ଷ୍ୟ ଥିଲା ।

(ଗ) ତୃତୀୟ ପଞ୍ଚବାର୍ଷିକ ଯୋଜନା କାହିଁକି ବାଧାପ୍ରାପ୍ତ ହୋଇଥିଲା ?
Answer:
୧୯୬୨ ମସିହାରେ ଚୀନ୍‌ର ଭାରତ ଆକ୍ରମଣ ଓ ୧୯୬୫ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧ ଯୋଗୁଁ ତୃତୀୟ ପଞ୍ଚବାର୍ଷିକ ଯୋଜନା ବାଧାପ୍ରାପ୍ତ ହୋଇଥିଲା ।

(ଘ) ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ସଂକ୍ରାନ୍ତରେ ତୃତୀୟ ପଞ୍ଚବାର୍ଷିକ ଯୋଜନାର କ’ଣ ଉଦ୍ଦେଶ୍ୟ ଥିଲା ?
Answer:
ତୃତୀୟ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜାତୀୟ ଆୟକୁ ଶତକଡ଼ା ୩୦ ଭାଗ ବୃଦ୍ଧି କରିବା ଏବଂ ମୁଣ୍ଡପିଛା ଆୟକୁ ଅନ୍ୟୁନ ୧୭% ବଢ଼ାଇବା ।‍

(ଙ) ଚତୁର୍ଥ ପଞ୍ଚବାର୍ଷିକ ଯୋଜନାରେ କାହା ଉପରେ ଗୁରୁତ୍ବ ଦିଆଯାଇଥିଲା ?
Answer:
ଚତୁର୍ଥ ପଞ୍ଚବାର୍ଷିକ ଯୋଜନାରେ ଜନସାଧାରଣଙ୍କ ଜୀବନଧାରଣ ମାନକୁ ଉନ୍ନତ କରିବାପାଇଁ ସମତା ଓ ସାମାଜିକ ନ୍ୟାୟ ଉପରେ ଗୁରୁତ୍ଵ ଦିଆଯାଇଥିଲା ।

BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

(ଚ) ପଞ୍ଚମ ପଞ୍ଚବାର୍ଷିକ ଯୋଜନା କେବେଠାରୁ ବନ୍ଦ କରି ଦିଆଯାଇଥିଲା ଏବଂ ପୁଣି କେବେଠାରୁ ଆରମ୍ଭ ହେଲା ?
Answer:

  • ପଞ୍ଚମ ପଞ୍ଚବାର୍ଷିକ ଯୋଜନା ୧୯୭୮ ମସିହାରୁ ବନ୍ଦ କରି ଦିଆଯାଇଥିଲା ।
  • ପରେ ୧୯୮୦ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଏହାର ପରବର୍ତ୍ତୀ ଷଷ୍ଠ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହେଲା ।

(ଛ) ପ୍ରଧାନମନ୍ତ୍ରୀ ଗ୍ରାମୋଦୟ ଯୋଜନାର ଦୁଇଟି ବିଭାଗ କ’ଣ ଥିଲା ?
Answer:
ପ୍ରଧାନମନ୍ତ୍ରୀ ଗ୍ରାମୋଦୟ ଯୋଜନାର ଦୁଇଟି ମୁଖ୍ୟ ବିଭାଗ ଥିଲା; ଯଥା – (୧) ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ଓ (୨) ଇନ୍ଦିରା ଆବାସ ଯୋଜନା ।

(ଜ) ବ୍ୟାକ୍‌କୁ ଜାତୀୟକରଣ କରାଯିବା ପରେ କ’ଣ ଲାଭ ହେଲା ?
Answer:

  • ବ୍ୟାଙ୍କକୁ ଜାତୀୟକରଣ କରାଯିବା ପରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଋଣପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଜନସାଧାରଣଙ୍କ ନିକଟତର ହେଲେ ।
  • ଫଳରେ ସାଧାରଣ ଲୋକଙ୍କୁ ଆତ୍ମନିଯୁକ୍ତି ଓ କୃଷିକାର୍ଯ୍ୟ ପାଇଁ ଋଣ ସହଜ ଓ ସୁଲଭରେ ମିଳିଲା ।

(ଝ) ମିଶ୍ରିତ ଓ ନିୟନ୍ତ୍ରିତ ଅର୍ଥନୀତି କ’ଣ ?
Answer:

  • ସ୍ଵାଧୀନତା ପରେ ପରେ ଭାରତୀୟ ଅର୍ଥନୀତିର ମୂଳମନ୍ତ୍ର ଥିଲା ‘ମିଶ୍ରିତ ଓ ନିୟନ୍ତ୍ରିତ ଅର୍ଥନୀତି’ ।
  • ଏହି ନୀତି ପ୍ରଚଳିତ ଥିବା ସମୟରେ ଘରୋଇ ଓ ସରକାରୀ ଉଦ୍ୟୋଗ ଉଭୟକୁ ପ୍ରୋତ୍ସାହିତ କରାଯାଉଥିଲା ଓ କେଉଁ କ୍ଷେତ୍ରରେ କିଏ ଅର୍ଥ ବିନିଯୋଗ କରିବ ତାହା ସ୍ଥିର କରାଯାଇଥିଲା ।

ଞ) ଉଦାରୀକରଣ ଅର୍ଥନୀତି ଭାରତରେ କେବେ ଓ କେଉଁ ପରିସ୍ଥିତିରେ ଆରମ୍ଭ ହେଲା ?
Answer:

  • ୧୯୯୧ ମସିହାରେ ଭାରତୀୟ ଅର୍ଥନୀତିରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଲା । ସେତେବେଳେ ବିଶ୍ଵ ଅର୍ଥନୀତି ମଧ୍ୟ ଏକପ୍ରକାର ପରିବର୍ତ୍ତିତ ହୋଇସାରିଥିଲା ।
  • ସୋଭିଏତ୍ ରୁଷିଆର ସାମ୍ୟବାଦୀ ଅର୍ଥନୀତି ପ୍ରତ୍ୟାଖ୍ୟାତ ହୋଇସାରିଥିଲା । ବିଶ୍ବକୁ ଆସିଯାଇଥାଏ ଉଦାରୀକୃତ ଆର୍ଥନୀତିକ ସଂସ୍କାରର ଆନ୍ତର୍ଜାତିକ ଚିନ୍ତାଧାରା । ଏହି ପରିପ୍ରେକ୍ଷୀରେ ଭାରତ ମଧ୍ୟ ଦେଶରେ ପ୍ରଚଳିତ ‘ମିଶ୍ରିତ ଅର୍ଥନୀତି’ ସ୍ଥାନରେ ‘ବିମୁକ୍ତ ଓ ଅବାଧ ଉଦାରୀକରଣ ଅର୍ଥନୀତି’ ପ୍ରଚଳନ କରିଥିଲା ।

BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ଯୋଜନା କମିଶନର ଚେୟାରମ୍ୟାନ କିଏ ହେଲେ ?
Answer:
ଯୋଜନା କମିଶନର ଚେୟାରମ୍ୟାନ୍ ପ୍ରଧାନମନ୍ତ୍ରୀ ହେଲେ ।

(ଖ) ପଞ୍ଚବାର୍ଷିକ ଯୋଜନା କେବେଠାରୁ ଆରମ୍ଭ ହେଲା ?
Answer:
୧୯୫୧ ମସିହାରୁ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହେଲା ।

(ଗ) କିଏ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର ରୂପରେଖ ପ୍ରସ୍ତୁତ କରିଥିଲେ ?
Answer:
ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ପି.ସି. ମାହାଲାନୋବିସ୍ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାର ରୂପରେଖ ପ୍ରସ୍ତୁତ କରିଥିଲେ ।

(ଘ) କେବେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ ହୋଇଥିଲା ?
Answer:
୧୯୬୯ ମସିହାରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ ହୋଇଥିଲା ।

(ଙ) ଚତୁର୍ଥ ପଞ୍ଚବାର୍ଷିକ ଯୋଜନା କାହିଁକି ଆଶାନୁରୂପ ସଫଳତା ହାସଲ କରିପାରିଲା ନାହିଁ ?
Answer:
ବାଂଲାଦେଶୀ ଶରଣାର୍ଥୀ ସମସ୍ୟା ଓ ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁଁ ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ଆଶାନୁରୂପ ସଫଳତା ହାସଲ କରିପାରିଲା ନାହି

(ଚ) ଷଷ୍ଠ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ?
Answer:
ଷଷ୍ଠ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦାରିଦ୍ର୍ୟ ଦୂରୀକରଣ କରିବା ।

BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

(ଛ) ୧୯୭୮ ମସିହାରେ ଗ୍ରାମାଞ୍ଚଳର ଉନ୍ନୟନ ପାଇଁ ଆରମ୍ଭ କରାଯାଇଥିବା ଯୋଜନାଟି କ’ଣ ?
Answer:
୧୯୭୮ ମସିହାରେ ଗ୍ରାମାଞ୍ଚଳର ଉନ୍ନୟନ ପାଇଁ ଆରମ୍ଭ କରାଯାଇଥିବା ଯୋଜନାଟି ହେଲା ‘ସମନ୍ବିତ ଗ୍ରାମ୍ୟ ଉନ୍ନୟନ ଯୋଜନା’ ।

(ଜ) ୧୯୯୯ ମସିହାରେ ବେକାରୀ ଦୂରୀକରଣ ଦିଗରେ କେଉଁ ଯୋଜନା ପ୍ରବର୍ତ୍ତିତ ହୋଇଥିଲା ?
Answer:
୧୯୯୯ ମସିହାରେ ବେକାରୀ ଦୂରୀକରଣ ନିମନ୍ତେ ପ୍ରବର୍ତ୍ତିତ ହୋଇଥିଲା ‘ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ୍ୟ ସ୍ଵରୋଜଗାର ଯୋଜନା’ ।

(ଝ) ସହରାଞ୍ଚଳରେ ବସବାସ କରୁଥିବା ଯୁବକଯୁବତୀଙ୍କର କର୍ମସଂସ୍ଥାନ ପାଇଁ ଆରମ୍ଭ କରାଯାଇଥ‌ିବା ଯୋଜନାଟିର ନାମ କ’ଣ?
Answer:
ସହରାଞ୍ଚଳରେ ବସବାସ କରୁଥିବା ବେକାର ଯୁବକଯୁବତୀଙ୍କର କର୍ମସଂସ୍ଥାନ ପାଇଁ ଆରମ୍ଭ କରାଯାଇଥିବା ଯୋଜନାଟି ହେଲା ‘ସ୍ଵର୍ଣ୍ଣଜୟନ୍ତୀ ସହରୀ ରୋଜଗାର ଯୋଜନା’ ।

(ଞ) ଅନ୍ତୋଦୟ ଅନ୍ନ ଯୋଜନାର ଉଦ୍ଦେଶ୍ୟ କ’ଣ ?
Answer:
ଅନ୍ତୋଦୟ ଅନ୍ନ ଯୋଜନାର ଉଦ୍ଦେଶ୍ୟ ଥିଲା ଗରିବ ଲୋକମାନଙ୍କ ନିକଟରେ ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ।

BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର କାର୍ଯ୍ୟକାଳ କେବେ ଶେଷ ହୋଇଥିଲା ?
(i) ୧୯୫୬
(ii) ୧୯୬୧
(iii) ୧୯୬୨
(iv) ୧୯୬୫
Answer:
(ii) ୧୯୬୧

(ଖ) ଜାତୀୟ ଆୟର କେତେ ଅଭିବୃଦ୍ଧି ତୃତୀୟ ପଞ୍ଚବାର୍ଷିକ ଯୋଜନାର ଲକ୍ଷ୍ୟ ଥିଲା ?
(i) ୫%
(ii) ୫.୬%
(iii) ୭.୫%
(iv) ୬.୮%
Answer:
(i) ୫%

(ଗ) ସପ୍ତମ ପଞ୍ଚବାର୍ଷିକ ଯୋଜନା ଫଳରେ ଖାଦ୍ୟ ଉତ୍ପାଦନ କେତେ ବୃଦ୍ଧି ପାଇଥିଲା ?
(i) ୧୭%
(ii) ୩.୨୩%
(iii) ୫.୮%
(iv) ୧.୨%
Answer:
(ii) ୩.୨୩%

(ଘ) କେବେ ଭାରତରେ ଏକ ନୂଆ ଶିଳ୍ପନୀତି ଘୋଷିତ ହୋଇଥିଲା ?
(i) ୧୯୫୧
(ii) ୧୯୫୬
(iii) ୧୯୯୦
(iv) ୧୯୯୧
Answer:
(ii) ୧୯୫୬

(ଙ) କେବେଠାରୁ ଭାରତରେ ମିଶ୍ରିତ ଅର୍ଥନୀତି ପ୍ରବର୍ତ୍ତିତ ହେଲା ?
(i) ୧୯୬୯
(ii) ୧୯୭୮
(iii) ୧୯୯୧
(iv) ୧୯୯୭
Answer:
କୌଣସି ବିକଳ୍ପ ଠିକ୍ ଉତ୍ତର ନୁହେଁ

BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

୫. ପାଠରେ ଦିଆଯାଇଥ‌ିବା ‘ତୁମପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

Leave a Comment