BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

Odisha State Board BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ Textbook Exercise Questions and Answers.

BSE Odisha Class 10 History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ଖୁଲାଫତ୍ ଆନ୍ଦୋଳନ କାହିଁକି ହୋଇଥିଲା ଏବଂ ଏହାର ପରିଚାଳନା ପାଇଁ ଗଠିତ କମିଟିରେ କେଉଁମାନେ ସଦସ୍ୟ ରହିଥିଲେ ?
Answer:

  • ପ୍ରଥମ ବିଶ୍ବଯୁଦ୍ଧରେ ତୁର୍କୀ ମିତ୍ରଶକ୍ତି ବିରୋଧରେ ଯୁଦ୍ଧ କରିଥିଲା । ଯୁଦ୍ଧ ସମୟରେ ତୁର୍କୀ ସାମ୍ରାଜ୍ୟକୁ ବିଭାଜିତ କରିଦିଆଗଲା ।
  • ତୁର୍କୀ ପ୍ରତି ଏତାଦୃଶ ବ୍ୟବହାର ପାଇଁ ଭାରତୀୟ ମୁସଲମାନମାନେ ବ୍ୟଥ୍‌ତ ଓ କ୍ରୋଧାନ୍ଵିତ ହେଲେ ।
  • ତୁର୍କୀର ସୁଲତାନ ଥିଲେ ମୁସଲମାନମାନଙ୍କ ଧର୍ମଗୁରୁ ବା ଖଲିଫା । ଖଲିଫାଙ୍କୁ ସମ୍ମାନ ଦେଖାଇ ଭାରତରେ ଯେଉଁ ଆନ୍ଦୋଳନ ହୋଇଥିଲା, ତାହାକୁ ଖୁଲାଫତ୍ ଆନ୍ଦୋଳନ କୁହାଯାଏ ।
  • ଏହି ଆନ୍ଦୋଳନରେ ନେତୃତ୍ୱ ସୌକତ୍ ଅଲ୍ଲୀ ଓ ମହମ୍ମଦ ଅଲ୍ଲୀ ନାମକ ଦୁଇ ଭାଇ ନେଇଥିଲେ ।
  • ଏହାର ପରିଚାଳନାପାଇଁ ଗଠିତ କମିଟିରେ ଅଲ୍ଲୀ ଭ୍ରାତାଦ୍ବୟ, ଆବୁଲ କାଲାମ ଆଜାଦ୍, ହକିମ୍ ହଜ୍‌ମଲ୍ ଖାଁ ଓ ହସରତ୍ ମୋହାନୀ ସଦସ୍ୟ ଥିଲେ ।

BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

(ଖ) ଖୁଲାଫତ୍ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଭୂମିକା ଆଲୋଚନା କର ।
Answer:

  • ମହାତ୍ମା ଗାନ୍ଧି ହିନ୍ଦୁ ଓ ମୁସଲମାନମାନଙ୍କୁ ଏକତ୍ର କରିବା ସହିତ ଜାତୀୟ ଆନ୍ଦୋଳନର ଭିତ୍ତିଭୂମିକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଖୁଲାଫତ୍ ଆନ୍ଦୋଳନକୁ ସମର୍ଥନ କରିଥିଲେ ।
  • ୧୯୧୯ ମସିହା ନଭେମ୍ବର ମାସରେ ଗାନ୍ଧିଜୀ ନିଷ୍ଫଳ ଭାରତ ଖୋଲାଫତ୍ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହେଲେ ।
  • ଗାନ୍ଧିଜୀଙ୍କ ପରାମର୍ଶକ୍ରମେ ନିଷ୍ଫଳ ଭାରତ ଖୋଲାଫତ୍ କମିଟି ଅସହଯୋଗ କାର୍ଯ୍ୟକ୍ରମ ଗ୍ରହଣ କରି ଆନ୍ଦୋଳନ ଆରମ୍ଭ କରିଥିଲା ।
  • ଇଂରେଜ ସରକାରଙ୍କ ସହିତ ସମ୍ପର୍କ ଛିନ୍ନ କରିବାପାଇଁ ଗାନ୍ଧିଜୀଙ୍କ ନେତୃତ୍ବରେ ଖୁଲାଫତ୍ କମିଟି ନିଷ୍ପଭି ନେଇଥିଲା ।
  • ମୁସଲିମ୍ ଲିଗ୍ ଓ ଭାରତୀୟ ଜାତୀୟ କଂଗ୍ରେସ ଖୁଲାଫତ୍ ଆନ୍ଦୋଳନକୁ ସମର୍ଥନ କରିଥିଲେ ।

(ଗ) ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ?
Answer:

  • ଅସହଯୋଗ ଆନ୍ଦୋଳନର ମୂଳ ନୀତି ଥିଲା ଇଂରେଜ ଅନୁଷ୍ଠାନ ଓ ବିଦେଶୀ ଦ୍ରବ୍ୟ ବର୍ଜନ କରିବା ସହିତ ଇଂରେଜ ସରକାରଙ୍କୁ ଅଚଳ କରିଦେବା ।
  • ୧୯୧୯ ମସିହାର ଭାରତ ଶାସନ ଆଇନ ଅନୁଯାୟୀ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଏବଂ ସରକାରୀ ଉତ୍ସବକୁ ବର୍ଜନ କରିବା ।
  • ସମସ୍ତ ପ୍ରକାର ସରକାରୀ ଉପାଧ୍ ଫେରସ୍ତ କରିବା ଓ ସରକାରୀ ପଦବୀରୁ ଇସ୍ତଫା ଦେବା ।
  • ଆଇନଜୀବୀଙ୍କଦ୍ବାରା ବିଚାରାଳୟ ବର୍ଜନ ଏବଂ ଛାତ୍ରମାନଙ୍କଦ୍ୱାରା ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବର୍ଜନ କରିବା ।
  • ବିଦେଶୀ ଦ୍ରବ୍ୟ ତଥା ବିଦେଶୀ ଲୁଗା ବର୍ଜନ କରିବା ଥିଲା ଅସହଯୋଗ ଆନ୍ଦୋଳନର ପ୍ରମୁଖ କାର୍ଯ୍ୟକ୍ରମ ।

(ଘ) ଅସହଯୋଗ ଆନ୍ଦୋଳନର ଫଳାଫଳ କ’ଣ ହେଲା ?
Answer:

  • ଅସହଯୋଗ ଆନ୍ଦୋଳନର ଫଳାଫଳ ସୁଦୂରପ୍ରସାରୀ ଥିଲା । ପ୍ରଥମ ଥର ପାଇଁ ଇଂରେଜ ସରକାର ବିରୋଧୀ ଆନ୍ଦୋଳନ ସଙ୍ଗଠିତ ଭାବେ ପରିଚାଳିତ ହୋଇଥିଲା ।
  • ଏହା ଭବିଷ୍ୟତର ବିପ୍ଳବ ପାଇଁ ଭାରତବାସୀଙ୍କୁ ଉତ୍ସାହିତ କରିଥିଲା ।
  • ପ୍ରଥମଥର ପାଇଁ କଂଗ୍ରେସ ଆନ୍ଦୋଳନ ଜନ ଆନ୍ଦୋଳନରୁ ଗଣ ଆନ୍ଦୋଳନରେ ପରିଣତ ହୋଇପାରିଥିଲା ।
  • ୧୯୨୨ ମସିହାରେ ମୁସ୍ତାଫା କମାଲ ପାଶାଙ୍କଦ୍ୱାରା ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହେବାଦ୍ଵାରା ଖଲିଫା ବ୍ୟବସ୍ଥାର ଉଚ୍ଛେଦ ହେବା ଫଳରେ ଖୋଲାଫତ୍ ଆନ୍ଦୋଳନର ଯୌକ୍ତିକତା ରହିଲା ନାହିଁ ।
  • ଅସହଯୋଗ ଆନ୍ଦୋଳନ ସ୍ଥଗିତ ହେବାପରେ ଭାରତରେ ଖ୍ଫତ୍ ଆନ୍ଦୋଳନର ମଧ୍ୟ ଅବସାନ ଘଟିଲା; ମାତ୍ର ଏହି ଆନ୍ଦୋଳନ ଇଂରେଜ ସରକାରଙ୍କୁ ଏକ ଶକ୍ତ ଧକ୍‌କା ଦେଇଥିଲା ।

BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

(ଙ) ଅସହଯୋଗ ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କ ଓଡ଼ିଶା ପରିଦର୍ଶନର ଏକ ବିବରଣୀ ଦିଅ ।
Answer:

  • ଅସହଯୋଗ ଆନ୍ଦୋଳନକୁ ଓଡ଼ିଶାରେ ଲୋକାଭିମୁଖୀ କରାଇବା ନିମନ୍ତେ ୧୯୨୧ ମସିହାରେ ଗାନ୍ଧିଜୀ ଓଡ଼ିଶା ଆସିଥିଲେ ।
  • ୧୯୨୧ ମାର୍ଚ୍ଚ ୨୩ ତାରିଖରେ ସେ କଟକଠାରେ ଏକ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ ।
  • ତାଙ୍କ ଉଦ୍‌ବୋଧନରେ ଅନୁପ୍ରାଣିତ ହୋଇ ରମାଦେବୀଙ୍କ ସମେତ ବହୁ ନାରୀ ସେମାନଙ୍କର ଅଳଙ୍କାର ସାମଗ୍ରୀ ‘ତିଳକ ସ୍ଵରାଜ ପାଣ୍ଠି’କୁ ଦାନ କରିଥିଲେ ।
  • ଏହାପରେ ଗାନ୍ଧିଜୀ ଭଦ୍ରକ, ପୁରୀ ଓ ବ୍ରହ୍ମପୁରଠାରେ ଉଦ୍‌ବୋଧନ ଦେଇ ଓଡ଼ିଶାବାସୀଙ୍କ ମନରେ ଜାତୀୟ ଉନ୍ମାଦନା ସୃଷ୍ଟି କରିଥିଲେ ।
  • ଖଦୀର ବ୍ୟବହାର, ଚରଖାର ପ୍ରଚଳନ ଏବଂ ସ୍ବଦେଶୀ ଦ୍ରବ୍ଯ ପ୍ରତି ଆଗ୍ରହ ଉପରେ ସେ ଗୁରୁତ୍ଵ ଦେଇଥିଲେ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୨ . ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଅସହଯୋଗ ଆନ୍ଦୋଳନ କେବେ ଓ କିପରି ଆରମ୍ଭ ହୋଇଥିଲା ?
Answer:

  • ୧୯୨୦ ମସିହା ଅଗଷ୍ଟ ୧ ତାରିଖରେ ଆନୁଷ୍ଠାନିକ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
  • ଉକ୍ତ ଦିନ ପୂର୍ବାହ୍ନରେ ଲୋକମାନ୍ୟ ତିଳକଙ୍କ ବିୟୋଗଜନିତ ଶୋକ ପାଳନ ଓ ଆନ୍ଦୋଳନ ଆରମ୍ଭର ମିଶ୍ରିତ ପ୍ରତିକ୍ରିୟାରେ ସମଗ୍ର ଦେଶରେ ହରତାଳ ଓ ଶୋଭଯାତ୍ରା ସଙ୍ଗଠିତ ହେଲା ।

(ଖ) କେଉଁ ଘଟଣାଗୁଡ଼ିକ ଅସହଯୋଗ ଆନ୍ଦୋଳନର ଆହ୍ୱାନକୁ ସାକାର କରିବାରେ ସହାୟକ ହୋଇଥିଲା ?
Answer:

  • ଭାରତ ଶାସନ ଆଇନ ୧୯୧୯ରେ ତ୍ରୁଟି ଓ ଅମୃତସର ଘଟଣା ପାଇଁ ନିଯୁକ୍ତ ହଣ୍ଟର କମିଟିର ବିବରଣୀରେ ପକ୍ଷପାତିତା ଅସହଯୋଗ ଆନ୍ଦୋଳନର ଆହ୍ଵାନକୁ ସାକାର କରିବାରେ ସହାୟକ ହୋଇଥିଲା ।
  • ଏହାଛଡ଼ା ଭାରତର ମୁସଲମାନମାନଙ୍କ ଇଂରେଜ ବିରୋଧୀ ଖୋଲାଫତ୍ ଆନ୍ଦୋଳନ ମହାତ୍ମା ଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନର ଆହ୍ଵାନକୁ ମଧ୍ୟ ସାକାର କରିବାରେ ସହାୟକ ହୋଇଥିଲା ।

BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

(ଗ) କେବେ ଓ କାହିଁକି ହଣ୍ଟର କମିଟି ଗଠିତ ହୋଇଥିଲା ?
Answer:

  • ‘ହଣ୍ଟର କମିଟି’ ୧୯୧୯ ମସିହା ଅକ୍ଟୋବର ୧୪ ତାରିଖରେ ଲର୍ଡ଼ ହଣ୍ଟରଙ୍କ ନେତୃତ୍ୱରେ ଗଠନ କରାଯାଇଥିଲା ।
  • ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡର ଏକ ସରକାରୀ ତଦନ୍ତ ପାଇଁ ଦାବି ହେବାରୁ ଏହି କମିଟି ଗଠିତ ହୋଇଥିଲା ।

(ଘ) କଂଗ୍ରେସର କେଉଁ ଅଧୁବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ କେଉଁ ଅଧୂବେଶନରେ ଏହା ଅନୁମୋଦିତ ହୋଇଥିଲା ?
Answer:

  • ୧୯୨୦ ମସିହା ସେପ୍ଟେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ କଲିକତା (କୋଲକତା)ଠାରେ କଂଗ୍ରେସର ଏକ ସ୍ବତନ୍ତ୍ର ଅଧୂବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ।
  • ୧୯୨୦ ମସିହା ଡିସେମ୍ବର ମାସରେ ନାଗପୁର କଂଗ୍ରେସର ବାର୍ଷିକ ଅଧ୍ଵବେଶନରେ ଏହାକୁ ଅନୁମୋଦନ କରାଯାଇଥିଲା ।

(ଙ) ‘ତିଳକ ସ୍ଵରାଜ ପାଣ୍ଠି’ କ’ଣ ପାଇଁ ଗଠନ କରାଯାଇଥିଲା ?
Answer:

  • ଅସହଯୋଗ ଆନ୍ଦୋଳନକୁ ଅର୍ଥ ଯୋଗାଇବାପାଇଁ ‘ତିଳକ ସ୍ଵଭାବ ପାଣ୍ଠି’ ଗଠନ କରାଯାଇଥିଲା ।
  • ଏହି ପାଣ୍ଠିକୁ ଜନସାଧାରଣ ମୁକ୍ତ ହସ୍ତରେ ଦାନ କରିବା ଯୋଗୁଁ ଏବଂ ଅଳ୍ପଦିନ ମଧ୍ଯରେ ଏଥ‌ିରେ ଏକ କୋଟି ଟଙ୍କା ଜମା ହୋଇଗଲା ।

(ଚ) ୧୯୨୨ ଫେବୃଆରୀ ୧ ତାରିଖରେ ଇଂରେଜ ସରକାରଙ୍କୁ ଗାନ୍ଧିଜୀ କ’ଣ ଚେତାବନୀ ଦେଇଥିଲେ ?
Answer:
୧୯୨୨ ମସିହା ଫେବୃୟାରୀ ୧ ତାରିଖରେ ଗାନ୍ଧିଜୀ ଇଂରେଜ ସରକାରଙ୍କୁ ଚେତାବନୀ ଦେଇଥିଲେ ଯେ ସାତଦିନ ଭିତରେ ସମସ୍ତ ରାଜନୈତିକ ଦଳକୁ ମୁକ୍ତ କରାନଗଲେ ଓ ସମ୍ବାଦପତ୍ରକୁ ପୂର୍ଣ୍ଣ ସ୍ଵାଧୀନତା ଦିଆ ନଗଲେ ସେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବେ ।

BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

(ଛ) ମହାତ୍ମା ଗାନ୍ଧି କେଉଁ କାରଣ ପାଇଁ ଅସହଯୋଗ ଆନ୍ଦୋଳନ ସ୍ଥଗିତ ରଖିଲେ ?
Answer:

  • ୧୯୨୨ ମସିହା ଫେବୃୟାରୀ ୫ ତାରିଖରେ ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ଚୌରିଚୌରାଠାରେ ଆନ୍ଦୋଳନକାରୀମାନେ ଏକ ପୋଲିସ୍ ଷ୍ଟେସନରେ ନିଆଁ ଲଗାଇଦେବା ଫଳରେ ୨୨ ଜଣ ପୋଲିସ୍ କର୍ମଚାରୀ ଜୀବନ୍ତ ଦଗ୍‌ଧ ହୋଇଥିଲେ ।
  • ଏହି ହିଂସାତ୍ମକ ଘଟଣାରେ ଗାନ୍ଧିଜୀ ବ୍ୟର୍ଥାତ ହେଲେ ଓ ଅନୁଭବ କଲେ ଯେ ଭାରତୀୟମାନେ ଅହିଂସ ଉପାୟରେ ଆନ୍ଦୋଳନ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇନାହାନ୍ତି । ସେଥ‌ିପାଇଁ ସେ ଏହି ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖିଲେ ।

(ଜ) ନାଗପୁର କଂଗ୍ରେସ ଅଧ୍ଵବେଶନ କେବେ ଅନୁଷ୍ଠିତ ହୋଇଥିଲା ଏବଂ ସେଠାରେ କେତେଜଣ ଓଡ଼ିଶାରୁ ପ୍ରତିନିଧୁ କରିଥିଲେ ?
Answer:

  • ୧୯୨୦ ମସିହା ଡିସେମ୍ବର ମାସରେ ନାଗପୁର କଂଗ୍ରେସ ଅଧ‌ିବେଶନ ଅନୁଷ୍ଠିତ ହୋଇଥିଲା ।
  • ସେଠାରେ ଓଡ଼ିଶାରୁ ୩୫ ଜଣ ପ୍ରତିନିଧ୍ୟ କରିଥିଲେ ।

(ଝ) ଗୋପବନ୍ଧୁ ଦାସ କେଉଁଠାରେ ଏବଂ କ’ଣ ପାଇଁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ?
Answer:

  • ଗୋପବନ୍ଧୁ ଦାସ ସାକ୍ଷୀଗୋପାଳଠାରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
  • ଛାତ୍ରମାନଙ୍କୁ ଜାତୀୟତାବାଦୀ ଶିକ୍ଷାଦେବା ନିମନ୍ତେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।

(ଞ) ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦମନ ପ୍ରକ୍ରିୟାରେ ସମ୍ବଲପୁର ମିଶ୍ର ପ୍ରେସ୍‌କୁ କେତେ ଟଙ୍କା ଜରିମାନା କରାଯାଇଥିଲା ଏବଂ କାହିଁକି ?
Answer:

  • ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଦମନ ପ୍ରକ୍ରିୟାରେ ସମ୍ବଲପୁର ମିଶ୍ର ପ୍ରେସ୍‌କୁ ୨୫ ଟଙ୍କା ଜରିମାନା କରାଯାଇଥିଲା ।
  • ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଚାଲିଥିବାବେଳେ ଏହି ପ୍ରେସରୁ ‘ସ୍ଵରାଜ ସଙ୍ଗୀତ’ ନାମକ ଏକ ପ୍ରାଚୀରପତ୍ର ଛପାଯାଇଥିବାରୁ ଏହି ଜରିମାନା କରାଯାଇଥିଲା ।

BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

୩ । ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କେବେ ଗାନ୍ଧିଜୀ ନିଷ୍ଫଳ ଭାରତ ଖୁଲାଫତ୍ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ?
Answer:
୧୯୧୯ ମସିହା ନଭେମ୍ବର ମାସରେ ଗାନ୍ଧିଜୀ ନିଷ୍ଫଳ ଭାରତ ଖୁଲାଫତ୍ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

(ଖ) କେଉଁ ତାରିଖରୁ ଭାରତ ଶାସନ ଆଇନ ୧୯୧୯ ପ୍ରଚଳିତ ହେଲା ?
Answer:
୧୯୧୯ ମସିହା ଡିସେମ୍ବର ୨୩ ତାରିଖରୁ ‘ଭାରତ ଶାସନ ଆଇନ ୧୯୧୯’ ପ୍ରଚଳିତ ହେଲା ।

(ଗ) ଅସହଯୋଗ ଆନ୍ଦୋଳନ ସମୟରେ କାହାର ପରିଦର୍ଶନକୁ ସତ୍ୟାଗ୍ରହୀମାନଙ୍କଦ୍ୱାରା ବାସନ୍ଦ କରାଯାଇଥିଲା ?
Answer:
ଅସହଯୋଗ ଆନ୍ଦୋଳନ ସମୟରେ ୱେଲ୍ସର ଯୁବରାଜଙ୍କ ଭାରତ ପରିଦର୍ଶନକୁ ସତ୍ୟାଗ୍ରହୀମାନଙ୍କଦ୍ୱାରା ବାସନ୍ଦ କରାଯାଇଥିଲା ।

(ଘ) କେଉଁ ସ୍ଥାନରେ ଅନୁଷ୍ଠିତ କଂଗ୍ରେସର ବାର୍ଷିକ ଅଧ୍ଵବେଶନରେ ଅସହଯୋଗ ଆନ୍ଦୋଳନ ଚାଲୁ ରଖୁବାପାଇଁ ନିଷ୍ପତ୍ତି ନିଆଗଲା ?
Answer:
୧୯୨୧ ଖ୍ରୀଷ୍ଟାବ୍ଦ ଡିସେମ୍ବର ମାସରେ କଂଗ୍ରେସର ଅହମ୍ମଦାବାଦ୍ ବାର୍ଷିକ ଅଧ‌ିବେଶନରେ ଅସହଯୋଗ ଆନ୍ଦୋଳନକୁ ଚାଲୁ ରଖିବାପାଇଁ ନିଷ୍ପତ୍ତି ନିଆଗଲା ।

(ଙ) ମହାତ୍ମା ଗାନ୍ଧି କେଉଁଦିନ କଟକରେ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ ?
Answer:
୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ମହାତ୍ମା ଗାନ୍ଧି କଟକରେ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ ।

BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

(ଚ) କାହାର ପ୍ରେରଣାରେ ସମ୍ବଲପୁର ଜିଲ୍ଲା ସ୍କୁଲ୍‌ର ଛାତ୍ରମାନେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ?
Answer:
ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ପ୍ରେରଣାରେ ସମ୍ବଲପୁର ଜିଲ୍ଲା ସ୍କୁଲ୍‌ର ଛାତ୍ରମାନେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।

(ଛ) ‘ଅଳକା ଆଶ୍ରମ’ କେଉଁଠାରେ ପ୍ରତିଷ୍ଠିତ ହୋଇଥିଲା ?
Answer:
‘ଅଳକା ଆଶ୍ରମ’ ଜଗତ୍‌ସିଂହପୁରଠାରେ ପ୍ରତିଷ୍ଠା କରାଯାଇଥିଲା ।

(ଜ) କେଉଁ ଲେଖା ପାଇଁ ଗୋପବନ୍ଧୁଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା ?
Answer:
‘ସମାଜ’ ସମ୍ବାଦପତ୍ରରେ ‘ସତ୍ୟ ହେଲେ ସାଂଘାତିକ’ ସ୍ତମ୍ଭରେ ସରକାର ବିରୋଧୀ ଲେଖା ପାଇଁ ଗୋପବନ୍ଧୁଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା ।

(ଝ) କନିକା ପ୍ରଜା ଆନ୍ଦୋଳନ ସମୟରେ କନିକାର ରାଜା କିଏ ଥିଲେ ?
Answer:
କନିକା ପ୍ରଜା ଆନ୍ଦୋଳନ ସମୟରେ କନିକାର ରାଜା ଥିଲେ ରାଜେନ୍ଦ୍ରନାରାୟଣ ଭଞ୍ଜଦେଓ ।

(ଞ) କେଉଁ ସମ୍ବାଦପତ୍ର ମାଧ୍ୟମରେ କନିକା ଅତ୍ୟାଚାର ଲୋକଲୋଚନକୁ ଆସିଥିଲା ?
Answer:
‘ସମାଜ’ ଓ ‘ଉତ୍କଳ ଦୀପିକା’ ସମ୍ବାଦପତ୍ର ମାଧ୍ୟମରେ କନିକା ଅତ୍ୟାଚାର ଲୋକଲୋଚନକୁ ଆସିଥିଲା ।

୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ହଣ୍ଟର କମିଟି କେବେ ଗଠିତ ହୋଇଥିଲା ?
(i) ୧୯୧୯ ଅକ୍ଟୋବର ୧୪
(ii) ୧୯୧୯ ଡିସେମ୍ବର ୨୩
(iii) ୧୯୨୦ ଜୁନ୍ ୯
(iv) ୧୯୨୦ ଅଗଷ୍ଟ ୧
Answer:
(i) ୧୯୧୯ ଅକ୍ଟୋବର ୧୪

BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

(ଖ) କେଉଁଟି ଅସହଯୋଗ ଆନ୍ଦୋଳନ ସହିତ ସମ୍ପୃକ୍ତ ନୁହେଁ ?
(i) ବିଦେଶୀ ଭାଷା ବର୍ଜନ
(ii) ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ
(iii) ନିର୍ବାଚନ ବର୍ଜନ
(iv) ଅସ୍ପୃଶ୍ୟତା ବର୍ଜନ
Answer:
(i) ବିଦେଶୀ ଭାଷା ବର୍ଜନ

(ଗ) କେଉଁଠାରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଅସହଯୋଗ ଆନ୍ଦୋଳନ ସ୍ଥଗିତ ଘୋଷଣା ଅନୁମୋଦନ କରିଥିଲା ?
(i) ଆଲ୍ଲାହାବାଦ
(ii) ବନ୍ଦୋଳି
(iii) ଗୋରଖପୁର
(iv) ନାଗପୁର
Answer:
(ii) ବନ୍ଦୋଳି

(ଘ) କିଏ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ସଭାପତି ଥିଲେ ?
(i) ହରେକୃଷ୍ଣ ମହତାବ
(ii) ଗୋପବନ୍ଧୁ ଦାସ
(iii) ଗୋପବନ୍ଧୁ ଚୌଧୁରୀ
(iv) ଭାଗୀରଥ୍ ମହାପାତ୍ର
Answer:
(ii) ଗୋପବନ୍ଧୁ ଦାସ

(ଙ) କେଉଁ ଅନୁଷ୍ଠାନ ‘ସ୍ଵରାଜ୍ୟ ସମାଚାର’ ପତ୍ରିକା ପ୍ରକାଶ କରୁଥିଲା ?
(i) ସ୍ବରାଜ ଆଶ୍ରମ
(ii) ସ୍ଵରାଜ ସେବକସଂଘ
(iii) ସ୍ଵରାଜ ମନ୍ଦିର
(iv) ଉତ୍କଳ ସ୍ଵରାଜ୍ୟ ଶିକ୍ଷା ପରିଷଦ
Answer:
(iii) ସ୍ଵରାଜ ମନ୍ଦିର

BSE Odisha

୫ । ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

Leave a Comment