BSE Odisha 10th Class History Solutions Chapter 20 ଭିଭିଭୂମିର ବିକାଶ

Odisha State Board BSE Odisha 10th Class History Solutions Chapter 20 ଭିଭିଭୂମିର ବିକାଶ Textbook Exercise Questions and Answers.

BSE Odisha Class 10 History Solutions Chapter 20 ଭିଭିଭୂମିର ବିକାଶ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) କୃଷି ପାଇଁ ଓଡ଼ିଶାରେ ଥ‌ିବା ଭିତ୍ତିଭୂମିର ଏକ ଟିପ୍‌ପଣୀ ଲେଖ ।
Answer:

  • ସ୍ଵାଧୀନତୋତ୍ତର ଓଡ଼ିଶାରେ କୃଷି ପାଇଁ ଅନେକଗୁଡ଼ିଏ ଭିଭିଭୂମି ସୃଷ୍ଟି କରାଯାଇଛି । ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକରେ ବନ୍ଧ ବା ଆନିକଟ ନିର୍ମାଣ କରାଯାଇ କେନାଲ ଯୋଗେ ଜଳସେଚନର ବ୍ୟବସ୍ଥା ହୋଇଛି ।
  • ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ତାଳଦଣ୍ଡା, ମାଛଗାଁ, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ କେନାଲଦ୍ଵାରା ହଜାର ହଜାର ହେକ୍ଟର ଜମି ଜଳସେଚିତ ହେଉଛି । ଅବିଭକ୍ତ ପୁରୀ ଜିଲ୍ଲା ଆଠୋଟି କେନାଲଦ୍ଵାରା ଜଳସେଚିତ ହେଉଛି ।
  • ହୀରାକୁଦ ନଦୀବନ୍ଧ ଯୋଜନା, ରେଙ୍ଗାଲି ପ୍ରକଳ୍ପ, ହ୍ରଦଗଡ଼ ନଦୀବନ୍ଧ, ଅପରକୋଲାବ, ବାଲିମେଳା ଓ ଇନ୍ଦ୍ରାବତୀ ପ୍ରକଳ୍ପ ଓଡ଼ିଶାର ଅନେକ ଅଞ୍ଚଳରେ ଜଳସେଚନର ସୁବିଧା କରିପାରିଛି । ଏହାବ୍ୟତୀତ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା କାର୍ଯ୍ୟ କରୁଛି । କେତେକ ଅଞ୍ଚଳରେ ଉଠାଜଳସେଚନର ବ୍ୟବସ୍ଥା ମଧ୍ୟ ଅଛି ।
  • କୃଷି ସମ୍ପର୍କୀୟ ଗବେଷଣା ପାଇଁ କଟକଠାରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, ସାକ୍ଷୀଗୋପାଳଠାରେ ନାରିକେଳ ଗବେଷଣା କେନ୍ଦ୍ର ଓ ଭୁବନେଶ୍ଵର ନିକଟସ୍ଥ କୌଶଲ୍ୟାଗଙ୍ଗଠାରେ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ଏବଂ ଭୁବନେଶ୍ୱରଠାରେ ପ୍ରତିଷ୍ଠିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ନିକଟସ୍ଥ ଚିପିଲିମାଠାରେ ପ୍ରତିଷ୍ଠିତ କୃଷି ମହାବିଦ୍ୟାଳୟ କାର୍ଯ୍ୟରତ। କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧୀନରେ ଏକ ପଶୁ ମହାବିଦ୍ୟାଳୟ ମଧ୍ୟ ରହିଛି ।
  • ଏହାଛଡ଼ା କୃଷି ବିଜ୍ଞାନ କେନ୍ଦ୍ର ଓ ବିହନ ଯୋଗାଣ କେନ୍ଦ୍ର ଓଡ଼ିଶାର କୃଷକମାନଙ୍କୁ ବୈଷୟିକ ସହାୟତା ଓ ପରାମର୍ଶ ପ୍ରଦାନ କରୁଛନ୍ତି । କୃଷକମାନଙ୍କୁ ଆବଶ୍ୟକବେଳେ ଆର୍ଥିକ ସହାୟତା ପ୍ରଦାନ କରିବାପାଇଁ ସମବାୟ ସଂସ୍ଥା ଓ ବ୍ୟାଙ୍କମାନଙ୍କ ଜରିଆରେ ଋଣପ୍ରଦାନର ବ୍ୟାପକ ବ୍ୟବସ୍ଥା ହୋଇଛି ।

(ଖ) ଶିଳ୍ପ ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଓଡ଼ିଶାରେ ସେଗୁଡ଼ିକର ଉପଲବ୍‌ଧତା ସମ୍ପର୍କରେ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
Answer:

  • ରାଜ୍ୟକୁ ଶିଳୋଦ୍ୟୋଗୀମାନଙ୍କୁ ଆକର୍ଷିତ କରିବାପାଇଁ ପରିବହନର ସୁବିଧା, ଆବଶ୍ୟକୀୟ ଜମି ଉନ୍ନତ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥା, ପ୍ରଶିକ୍ଷିତ ମାନବ ଶକ୍ତି, ବିଜୁଳି ଶକ୍ତି ଯୋଗାଇ ଦେବାର ବ୍ୟବସ୍ଥା କରିବା ଦରକାର ।
  • ଏତଦ୍‌ବ୍ୟତୀତ ଉଦ୍ୟୋଗପତିମାନଙ୍କୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି ।
  • ଓଡ଼ିଶାରେ ଶିଳ୍ପ ଉପଯୋଗୀ ଅନେକ ଜମି ରହିଛି ଏବଂ ଦୀର୍ଘ ସମୁଦ୍ରତଟ ରହିଛି ।
  • କେତେକ ସ୍ଥଳରେ ଶିଳ୍ପ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧୂଗ୍ରହଣ ସମୟରେ ବିସ୍ଥାପିତମାନଙ୍କ ସମସ୍ୟା ଦେଖାଯାଉଛି।
  • ଶିଳ୍ପ ପାଇଁ ଆବଶ୍ୟକ ଜଳ ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକରେ ଉପଲବ୍‌ଧ ହେଉଛି ।

BSE Odisha 10th Class History Solutions Chapter 20 ଭିଭିଭୂମିର ବିକାଶ

(ଗ) ଓଡ଼ିଶାର ରାସ୍ତାଘାଟ, ଗମନାଗମନ ଓ ପରିବହନ ବ୍ୟବସ୍ଥାର ଅଗ୍ରଗତି ସମ୍ପର୍କରେ ଲେଖ ।
Answer:

  • ଓଡ଼ିଶା ଦେଇ ଯାଇଥିବା ରାଜପଥର ସଂଖ୍ୟା ବର୍ତ୍ତମାନ ପନ୍ଦରରେ ପହଞ୍ଚିଛି । ଓଡ଼ିଶାରେ ଏହି ଜାତୀୟ ରାଜପଥଗୁଡ଼ିକର ଦୈର୍ଘ୍ୟ ୩୬୫୫ କି.ମି. ।
  • ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗାଁ ଗହଳରେ ଅନେକ ପକ୍‌କା ରାସ୍ତା ନିର୍ମାଣ କରାଯାଇ ପାରିଛି । ପ୍ରତି ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣରେ ଯଥେଷ୍ଟ ଅଗ୍ରଗତି ହାସଲ କରାଯାଇ ପାରିଛି ।
  • ୨୦୦୩ ଏପ୍ରିଲ୍‌ରେ ପୂର୍ବତଟ ରେଳପଥ କାର୍ଯ୍ୟକ୍ଷମ ହୋଇଛି । ଇତିମଧ୍ୟରେ ଦୈତାରୀ ବାଂଶପାଣି ରେଳରାସ୍ତା ପ୍ରକଳ୍ପଟିର କାର୍ଯ୍ୟ ସରିଛି । ଲାଞ୍ଜିଗଡ଼ ରେଳପଥ ନିର୍ମାଣକାର୍ଯ୍ୟ ଭବାନୀପାଟଣା ପର୍ଯ୍ୟନ୍ତ ଶେଷ ହୋଇଛି । ଓଡ଼ିଶାରେ ଅନ୍ୟ କେତେକ ରେଳପଥ ପ୍ରକଳ୍ପଗୁଡ଼ିକ ନିର୍ମାଣାଧୀନ ରହିଛି ।
  • ଭୁବନେଶ୍ଵରଠାରେ ଅବସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରଠାରୁ ଭାରତର ବଡ଼ ବଡ଼ ସହରକୁ ବିମାନ ସେବା ଉପଲବ୍‌ଧ ଅଛି ।
  • ବିଂଶ ଶତାବ୍ଦୀର ସପ୍ତମ ଦଶକରେ ପାରାଦ୍ବୀପ ବନ୍ଦରର ଶୁଭାରମ୍ଭ ହେଲା ପରେ ଏଠାରୁ ଲୁହାପଥର ରପ୍ତାନି କରାଯାଉଥିଲା । ପରେ ଏହାର ପଣ୍ୟ କାରବାର ମଧ୍ୟ ବଢ଼ିଥିଲା ।
  • ପାରଦ୍ଵୀପକୁ ଛାଡ଼ି ଓଡ଼ିଶା ଉପକୂଳରେ ଗୋପାଳପୁର ବନ୍ଦର (୧୯୮୭) ଏବଂ ଟାଟା କମ୍ପାନୀ ସହାୟତାରେ (ଧାମରା)ଠାରେ ଏକ ବୃହତ୍ ବନ୍ଦରର ନିର୍ମାଣ ସମ୍ଭବ ହୋଇଛି ।

(ଘ) ଓଡ଼ିଶାରେ ରେଳପଥର ବିକାଶ ସମ୍ପର୍କରେ ଟିପ୍‌ପଣୀ ଲେଖ ।
Answer:

  • ୧୮୯୭ ମସିହାରେ ଓଡ଼ିଶାରେ ପ୍ରଥମେ ରେଳଗାଡ଼ି ଚାଲିଥିଲା । ସେହିବର୍ଷ ଧାନମଣ୍ଡଳ-କୋଲାଘାଟ ଓ ଖୋର୍ଦ୍ଧାରୋଡ଼-ରାଜମହେନ୍ଦ୍ରୀ ମଧ୍ୟରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା ।
  • ସେତେବେଳେ ଓଡ଼ିଶା ଦେଇ ଯାଇଥିବା ରେଳପଥର ଦୈର୍ଘ୍ୟ ଥିଲା ୩୫୮ କି.ମି. । ସ୍ଵାଧୀନତା ପ୍ରାପ୍ତିବେଳକୁ ଓଡ଼ିଶାରେ ରେଳପଥର ଦୈର୍ଘ୍ୟ ଥିଲା ମାତ୍ର ୯୧୪ କି.ମି. ।
  • ୧୯୯୬ ମସିହା ଅଗଷ୍ଟ ୮ ତାରିଖରେ ପୂର୍ବତଟ ରେଳପଥର ଶୁଭ ଦେଇଥିଲେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା । ୨୦୦୩ ଏପ୍ରିଲ୍‌ରେ ଭୁବନେଶ୍ଵରରେ ମୁଖ୍ୟ କାର୍ଯ୍ୟାଳୟ ସହିତ ଏହା କାର୍ଯ୍ୟକ୍ଷମ ହୋଇଥିଲା ।
  • ଇତିମଧ୍ଯରେ ଦୈତାରୀ-ବାଂଶପାଣି ରେଳରାସ୍ତା ପ୍ରକଳ୍ପଟିର କାର୍ଯ୍ୟ ସରିଛି ଓ ଲାଞ୍ଜିଗଡ଼ ରେଳପଥ ଭବାନୀପାଟଣା ପର୍ଯ୍ୟନ୍ତ ଶେଷ ହୋଇଛି ।

(ଙ) ଓଡ଼ିଶାର ବିମାନସେବା ଓ ପୋତାଶ୍ରୟ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ଲେଖ ।
Answer:

  • ଭୁବନେଶ୍ୱରଠାରେ ଅବସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରୁ ଭାରତର ବଡ଼ ବଡ଼ ସହରକୁ ବିମାନ ସେବା ଉପଲବ୍‌ଧ ହେଉଛି । ଆମଦାନୀ ଓ ରପ୍ତାନିର ସୁବିଧା ପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ଏକ ‘କଷ୍ଟମ୍‌ସ ବିମାନ ବନ୍ଦର’ ଭାବେ ଘୋଷଣା କରାଯାଇଛି ।
  • ୧୯୯୫ ମସିହା ଅଗଷ୍ଟ ମାସରୁ ଏଠାରେ ଏକ ଏୟାର କାର୍ଗୋ କମ୍ପ୍ଲେକ୍ସ କାର୍ଯ୍ୟ କରୁଅଛି । ଖୁବ୍‌ଶୀଘ୍ର ଭୁବନେଶ୍ୱର ଏକ ଆନ୍ତର୍ଜାତିକ ବିମାନ ବନ୍ଦର ହେବାକୁ ଯାଉଛି ।
  • ଭୁବନେଶ୍ଵର ବିମାନ ବନ୍ଦର ବ୍ୟତୀତ ଓଡ଼ିଶାରେ ୧୩ଟି ବିମାନ ଅବତରଣ କେନ୍ଦ୍ର ଓ ୧୬ଟି ହେଲିପ୍ୟାଡ୍ ଅଛି ।
  • ବିଂଶ ଶତାବ୍ଦୀର ସପ୍ତମ ଦଶକରେ ପାରାଦ୍ବୀପ ବନ୍ଦରର ଶୁଭାରମ୍ଭ ହୋଇଥିଲା । ଏହା ଏକ ଗଭୀର ପୋତାଶ୍ରୟ ହୋଇଥିବାରୁ ଏହା ମଧ୍ୟକୁ ବଡ଼ ବଡ଼ ଜାହାଜ ସହଜରେ ଆସିପାରେ ଓ ଯାଇପାରେ ।
  • ୧୯୮୭ ମସିହାରେ ଓଡ଼ିଶା ଉପକୂଳରେ ଗୋପାଳପୁର ବନ୍ଦର ଓ ନିକଟ ଅତୀତରେ ଟାଟା କମ୍ପାନୀ ସହାୟତାରେ ଧାମରାଠାରେ ଏକ ବୃହତ୍ ବନ୍ଦର ନିର୍ମାଣ କରାଯାଇଛି ।

BSE Odisha 10th Class History Solutions Chapter 20 ଭିଭିଭୂମିର ବିକାଶ

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଭିତ୍ତିଭୂମି କହିଲେ କ’ଣ ବୁଝ ?
Answer:

  • ଭିତ୍ତିଭୂମି ଏକ ମୌଳିକ ଢାଞ୍ଚାଗତ ମୂଳଦୁଆ । ସାମାଜିକ ଓ ଅର୍ଥନୈତିକ ବିକାଶ ଏହା ଉପରେ ନିର୍ଭର କରେ ।
  • ଏହି ମୂଳଦୁଆ ଦୃଢ଼ ହେଲେ ଗୋଟିଏ ଦେଶ ବା ଜାତିର ସାମାଜିକ ସୌଷ୍ଠବ ଓ ଅର୍ଥନୈତିକ ସମୃଦ୍ଧି ସମ୍ଭବ ହୁଏ ।

(ଖ) ୧୯୩୬ ମସିହାଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ଭିତ୍ତିଭୂମିର ବିକାଶ ପାଇଁ କାହିଁକି ବିଶେଷ କିଛି କରାଯାଇ ପାରିଲା ନାହିଁ ?
Answer:

  • ପ୍ରଥମତଃ ୧୯୩୬ ମସିହାରୁ ୧୯୪୭ ମସିହା ପର୍ଯ୍ୟନ୍ତ ଓଡ଼ିଶା ଥିଲା ପରାଧୀନ ଭାରତର ଏକ ପ୍ରଦେଶ ।
  • ଦ୍ଵିତୀୟ କାରଣଟି ହେଲା – ୧୯୪୬ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ରାଜନୈତିକ ଅସ୍ଥିରତା ଯୋଗୁଁ ବିକାଶ କାର୍ଯ୍ୟ ଏକ ପ୍ରକାର ବନ୍ଦ ହୋଇଯାଇଥିଲା ।
  • ତୃତୀୟତଃ ୧୯୩୯ରୁ ୧୯୪୫ ପର୍ଯ୍ୟନ୍ତ ଚାଲିଥିବା ୨ୟ ବିଶ୍ଵଯୁଦ୍ଧ ଓ ୧୯୪୨ର ଭାରତଛାଡ଼ ଆନ୍ଦୋଳନ ଭିଭିଭୂମି ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସାଜିଥିଲା ।

(ଗ) କୃଷି ପାଇଁ ଆବଶ୍ୟକ ଭିତ୍ତିଭୂମି କ’ଣ ?
Answer:

  • କୃଷି ପାଇଁ ଅନେକ ଭିତ୍ତିଭୂମିର ଆବଶ୍ୟକତା ରହିଛି; ଯଥା – ଜଳସେଚନ, କୃଷି ବିଜ୍ଞାନ ଓ କୃଷିକ୍ଷେତ୍ରରେ ଆଧୁନିକ ଜ୍ଞାନର ପ୍ରୟୋଗ ।
  • ଏତଦ୍‌ବ୍ୟତୀତ ଉନ୍ନତ ସାର ଓ ବିହନ ଯୋଗାଣ, ରୋଗପୋକ ନିୟନ୍ତ୍ରଣ ଓ ଆବଶ୍ୟକବେଳେ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଇତ୍ୟାଦି ।

BSE Odisha 10th Class History Solutions Chapter 20 ଭିଭିଭୂମିର ବିକାଶ

(ଘ) ଓଡ଼ିଶାରେ କୃଷି ପାଇଁ କାହିଁକି ଜଳସେଚନର ଆବଶ୍ୟକତା ରହିଛି ?
Answer:

  • ପ୍ରାକୃତିକ ବୃଷ୍ଟିପାତର କୌଣସି ସ୍ଥିରତା ରହୁନଥିବାରୁ ଓଡ଼ିଶାର ଚାଷୀ ବୃଷ୍ଟିଜଳ ଉପରେ ଭରସା କରିପାରେ ନାହିଁ ।
  • ତେଣୁ ଓଡ଼ିଶାରେ କୃଷି ପାଇଁ ସ୍ଥାୟୀ ଜଳସେଚନର ଆବଶ୍ୟକତା ଥାଏ |

(ଙ) କୃଷି ସମ୍ପର୍କୀୟ ଶିକ୍ଷା ଗବେଷଣା ପାଇଁ ଓଡ଼ିଶାରେ କେଉଁ କେନ୍ଦ୍ରୀୟ ଗବେଷଣା କେନ୍ଦ୍ର ଅଛି ?
Answer:

  • କୃଷି ସମ୍ପର୍କୀୟ ଶିକ୍ଷା ଗବେଷଣା ପାଇଁ ଓଡ଼ିଶାରେ କେତୋଟି କେନ୍ଦ୍ରୀୟ ଗବେଷଣା କେନ୍ଦ୍ର କାର୍ଯ୍ୟ କରୁଅଛି । ସେଥୁମଧ୍ୟରୁ କଟକର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଅନ୍ୟତମ ।
  • ଏତଦ୍‌ବ୍ୟତୀତ ସାକ୍ଷୀଗୋପାଳଠାରେ ନାରିକେଳ ଗବେଷଣା କେନ୍ଦ୍ର ଓ ଭୁବନେଶ୍ଵର ନିକଟସ୍ଥ କୌଶଲ୍ୟାଗଙ୍ଗଠାରେ କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ରହିଛି ।

(ଚ) ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ କି ପ୍ରକାର ପ୍ରାକୃତିକ ଅନୁକୂଳ ଭିତ୍ତିଭୂମି ରହିଛି ?
Answer:

  • ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ଶିଳ୍ପ ଉପଯୋଗୀ ଅନେକ ଜମି ରହିଛି ଏବଂ ଏହାର ଏକ ସୁଦୀର୍ଘ ସମୁଦ୍ରତଟ ରହିଛି ।
  • ଏହାଛଡ଼ା ଶିଳ୍ପ ପାଇଁ ଆବଶ୍ୟକ ଜଳ ଓଡ଼ିଶାରେ ପ୍ରବାହିତ ନଦୀମାନଙ୍କରେ ଉପଲବ୍‌ଧ ହେଉଛି ।

(ଛ) ଜାତୀୟ ରାଜପଥ ନମ୍ବର ୫ ଓଡ଼ିଶାର କେଉଁ ସ୍ଥାନରୁ କେଉଁ ସ୍ଥାନକୁ ସଂଯୋଗ କରୁଛି ?
Answer:
ଜାତୀୟ ରାଜପଥ ୫ ନମ୍ବର ଓଡ଼ିଶାର ମୟୂରଭଞ୍ଜର ଝାଡ଼ପୋଖରିଆଠାରୁ ଆନ୍ଧ୍ର ସୀମା ନିକଟସ୍ଥ ଗୋଳନ୍ତରାକୁ ସଂଯୋଗ କରୁଛି ।

(ଜ) କିଏ ଏବଂ କେବେ ପୂର୍ବତଟ ରେଳପଥର ଶୁଭ ଦେଇଥିଲେ ?
Answer:

  • ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା ପୂର୍ବତଟ ରେଳପଥର ଶୁଭ ଦେଇଥିଲେ ।
  • ୧୯୯୬ ମସିହା ଅଗଷ୍ଟ ୮ ତାରିଖରେ ସେ ଏହି ରେଳପଥର ଶୁଭ ଦେଇଥିଲେ ।

(ଖ) ପାରାଦ୍ଵୀପ ବନ୍ଦରକୁ ଛାଡ଼ି ଓଡ଼ିଶାର ଅନ୍ୟ କେଉଁ ସ୍ଥାନଗୁଡ଼ିକରେ ବନ୍ଦର ନିର୍ମିତ ହୋଇଛି ?
Answer:
ପାରାଦ୍ଵୀପ ବନ୍ଦରକୁ ଛାଡ଼ି ଓଡ଼ିଶା ଉପକୂଳରେ ଗୋପାଳପୁର ଓ ଧାମରାଠାରେ ବନ୍ଦର ନିର୍ମିତ ହୋଇଛି ।

ଞ) ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟ କେବେଠାରୁ ଆରମ୍ଭ ହୋଇ କାର୍ଯ୍ୟକ୍ଷମ ହେଲା
Answer:

  • ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପର କାର୍ଯ୍ୟ ୧୯୪୮ ମସିହାରେ ଆରମ୍ଭ ହୋଇଥିଲା ।
  • ଏହା ୧୯୫୭ ମସିହାରେ କାର୍ଯ୍ୟକ୍ଷମ ହେଲା ।

BSE Odisha 10th Class History Solutions Chapter 20 ଭିଭିଭୂମିର ବିକାଶ

୩. ନିମ୍ନଲିଖୂତ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ଓଡ଼ିଶାରେ କିପରି ଜଳସେଚନର ବ୍ୟବସ୍ଥା ହୋଇଛି ?
Answer:
ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକରେ ବନ୍ଧ ବା ଆନିକଟ ନିର୍ମାଣ କରାଯାଇ କେନାଲଯୋଗେ ଜଳସେଚନର ବ୍ୟବସ୍ଥା। ହୋଇଛି ।

(ଖ) ଅବିଭକ୍ତ ପୁରୀ ଜିଲ୍ଲା କେତୋଟି କେନାଲଦ୍ବାରା ଜଳସେଚିତ ହେଉଛି ?
Answer:
ଅବିଭକ୍ତ ପୁରୀ ଜିଲ୍ଲା ଆଠୋଟି କେନାଲଦ୍ଵାରା ଜଳସେଚିତ ହେଉଛି ।

(ଗ) କେଉଁ ରାଜପଥ ଭୁବନେଶ୍ଵରଠାରୁ ପୁରୀ, କାଳୀଜାଇ ଦେଇ କୋଣାର୍କ ପର୍ଯ୍ୟନ୍ତ ଯାଇଛି ?
Answer:
ଜାତୀୟ ରାଜପଥ ନଂ ୨୦୩ ଭୁବନେଶ୍ଵରଠାରୁ ପୁରୀ, କାଳୀଜାଇ ଦେଇ କୋଣାର୍କ ପର୍ଯ୍ୟନ୍ତ ଯାଇଛି ।

(ଘ) ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କ’ଣ ?
Answer:
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗାଁଗହଳରେ ଅନେକ ପକ୍‌କା ରାସ୍ତା ନିର୍ମାଣ କରାଯାଇ ପାରିଛି ।

(ଙ) କେବେ ଓଡ଼ିଶାରେ ପ୍ରଥମ ରେଳଗାଡ଼ି ଚାଲିଥିଲା ?
Answer:
ଓଡ଼ିଶାରେ ପ୍ରଥମେ ୧୮୯୭ ମସିହାରେ ରେଳଗାଡ଼ି ଚାଲିଥିଲା ।

(ଚ) ପୂର୍ବତଟ ରେଳପଥ କେବେ କାର୍ଯ୍ୟ ଆରମ୍ଭ କଲା ?
Answer:
୨୦୦୩ ମସିହା ଏପ୍ରିଲ୍ ମାସରେ ପୂର୍ବତଟ ରେଳପଥ କାର୍ଯ୍ୟ ଆରମ୍ଭ କରିଥିଲା ।

(ଛ) ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ କେଉଁଠି ?
Answer:
ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ଵରଠାରେ ଅବସ୍ଥିତ ।

(ଜ) ଓଡ଼ିଶା ବୈଦ୍ୟୁତିକ ସଂସ୍କାର ଆଇନ ୧୯୯୫ କେବେଠାରୁ କାର୍ଯ୍ୟକାରୀ ହେଲା ?
Answer:
୧୯୯୬ ମସିହା ଏପ୍ରିଲ୍ ୧ ତାରିଖରେ ଓଡ଼ିଶା ବୈଦ୍ୟୁତିକ ସଂସ୍କାର ଆଇନ ୧୯୯୫ କାର୍ଯ୍ୟକାରୀ ହେଲା ।

BSE Odisha 10th Class History Solutions Chapter 20 ଭିଭିଭୂମିର ବିକାଶ

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ।

(କ) କେବେଠାରୁ ଓଡ଼ିଶାରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଆରମ୍ଭ ହେଲା ?
(i) ୧୯୩୬
(ii) ୧୯୪୫
(iii) ୧୯୪୬
(iv) ୧୯୪୭

(ଖ) କେତେ ନମ୍ବର ଜାତୀୟ ରାଜପଥ ସମ୍ବଲପୁରଠାରୁ ଚୌଦ୍ଵାର ନିକଟସ୍ଥ ମଙ୍ଗୁଳି ଛକରେ ପାଞ୍ଚ ନମ୍ବର ଜାତୀୟ ରାଜପଥରେ ମିଶିଛି ?
(i) ଜାତୀୟ ରାଜପଥ-୫ (କ)
(iii) ଜାତୀୟ ରାଜପଥ-୪୨
(ii) ଜାତୀୟ ରାଜପଥ – ୬
(iv) ଜାତୀୟ ରାଜପଥ-୪୩

(ଗ) କେଉଁଠାରେ ତାପଜ ବିଦ୍ୟୁତ୍ କେନ୍ଦ୍ର ସ୍ଥାପିତ ହୋଇଛି ?
(i) ରେଇଲୋ
(ii) ଇବ୍
(iii) ଅପର କୋଲାବ୍‌
(iv) ମାଛକୁଣ୍ଡ

(ଘ) ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା କେବେଠାରୁ କାର୍ଯ୍ୟ କରୁଛି ?
(i) ୧୯୯୫
(ii) ୧୯୯୬
(iii) ୨୦୦୬
(iv) ୨୦୦୭

(ଙ) ବିଜୁ ଗ୍ରାମ ଜ୍ୟୋତି ଯୋଜନା କେବେ ପ୍ରବର୍ତ୍ତିତ ହେଲା ?
(i) ୧୯୮୭
(ii) ୧୯୯୬
(iii) ୨୦୦୬
(iv) ୨୦୦୭

BSE Odisha 10th Class History Solutions Chapter 20 ଭିଭିଭୂମିର ବିକାଶ

Answers:
(କ) (iii) ୧୯୪୬
(ଖ) (iii) ଜାତୀୟ ରାଜପଥ-୪୨
(ଗ) (ii) ଇବ୍
(ଘ) (iii) ୨୦୦୬
(ଙ) (iv) ୨୦୦୭

୫। – ପାଠରେ ଦିଆଯାଇଥ‌ିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

Leave a Comment