BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

Odisha State Board BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା Textbook Exercise Questions and Answers.

BSE Odisha Class 10 History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ମହାତ୍ମା ଗାନ୍ଧିଙ୍କ ଦାଣ୍ଡିଯାତ୍ରା ସମ୍ପର୍କରେ ବର୍ଣ୍ଣନା କର ।
Answer:

  • ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରି ସାବରମତୀ ଆଶ୍ରମଠାରୁ ବାହାରି ୨୪୧ ମାଇଲ୍ ଦୂର ଦାଣ୍ଡି ନାମକ ସ୍ଥାନକୁ ୭୮ ଜଣ କଂଗ୍ରେସ କର୍ମୀଙ୍କ ସହ ଲବଣ ଆଇନ ଭଙ୍ଗ କରିବାପାଇଁ ଯାତ୍ରା କରିଥିଲେ ।
  • ଏହି ଯାତ୍ରାପଥରେ ବିଭିନ୍ନ ସ୍ଥାନରେ ପୁରୁଷ ମହିଳା ନିର୍ବିଶେଷରେ ଅନେକ ନେତା ଓ ସାଧାରଣ ଜନତା ଗାନ୍ଧିଜୀଙ୍କୁ ସମ୍ବଦ୍ଧିତ କରିଥିଲେ ଓ ତାଙ୍କ ସହିତ ଯୋଗ ଦେଇଥିଲେ ।
  • ସାବରମତୀଠାରୁ ଦାଣ୍ଡି ପର୍ଯ୍ୟନ୍ତ ଗାନ୍ଧିଜୀଙ୍କ ପଦଯାତ୍ରା ଐତିହାସିକ ‘ଦାଣ୍ଡିଯାତ୍ରା’ ଭାବରେ ପ୍ରସିଦ୍ଧ ।
  • ୧୯୩୦ ମସିହା ଏପ୍ରିଲ୍ ୬ ତାରିଖ ସକାଳେ ଗାନ୍ଧିଜୀ ଲୁଣ ମାରିବା ଉଦ୍ଦେଶ୍ୟରେ ଦାଣ୍ଡି ସମୁଦ୍ର ଉପକୂଳରେ ମୁଠାଏ ବାଲି ଉଠାଇଲେ ।
  • ଏହାଦ୍ଵାରା ସରକାରଙ୍କ ପ୍ରଚଳିତ ଲବଣ ଆଇନ ଭଙ୍ଗ ହେଲା ଏବଂ ସମଗ୍ର ଦେଶବାସୀଙ୍କୁ ଆଇନ ଅମାନ୍ୟ ଆନ୍ଦୋଳନର ସଙ୍କେତ ପ୍ରଦାନ କରାଗଲା ।

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଖ) ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ଏବଂ ଏହା କେବେ ଘୋଷଣା କରାଯାଇଥିଲା ?
Answer:

  • ୧୯୩୦ ମସିହା ଏପ୍ରିଲ ୯ ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା । ସେଥ‌ିରେ ନିମ୍ନଲିଖୂ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଥିଲା ।
  • ଲବଣ ଆଇନ ଭଙ୍ଗ କରି ଲବଣ ତିଆରି କରାଯିବ ।
  • ମଦ ଦୋକାନ, ଅଫିମ ବିକ୍ରୟ ସ୍ଥାନ ଓ ବିଦେଶୀ ଲୁଗା ବ୍ୟବସାୟୀଙ୍କ ଦୋକାନ ଆଗରେ ସତ୍ୟାଗ୍ରହ କରାଯିବ ଓ ଯୁବକଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଚରଖାରେ ସୂତା କାଟିବେ ।
  • ବିଦେଶୀ ଲୁଗାରେ ଅଗ୍ନି ସଂଯୋଗ କରାଯିବ ଓ ଅସ୍ପୃଶ୍ୟତା ବର୍ଜନ କରାଯିବ ।
  • ଛାତ୍ରମାନେ ସରକାରୀ ସ୍କୁଲ୍ ଓ କଲେଜ ପରିତ୍ୟାଗ କରିବେ, ସରକାରୀ କର୍ମଚାରୀମାନେ ଚାକିରିରୁ ଇସ୍ତଫା ଦେବେ ଏବଂ ଓକିଲମାନେ ଆଇନ ବ୍ୟବସାୟ ତ୍ୟାଗ କରିବେ ଓ ଏହି ସମସ୍ତ କାର୍ଯ୍ୟକ୍ରମ ସତ୍ୟ ଏବଂ ଅହିଂସାତ୍ମକ ପନ୍ଥାରେ ସମ୍ପାଦିତ ହେବ ।

(ଗ) ଗାନ୍ଧି-ଇର୍‌ଉଇନ୍ ଚୁକ୍ତି କେବେ ସମ୍ପାଦିତ ହୋଇଥିଲା ଏବଂ ଏହାର ଫଳାଫଳ କ’ଣ ଥିଲା ?
Answer:

  • ୧୯୩୧ ମସିହା ମାର୍ଚ୍ଚ ୫ ତାରିଖରେ ଗାନ୍ଧି-ଇରଉଇନ୍ ଚୁକ୍ତି ସମ୍ପାଦିତ ହୋଇଥିଲା ।
  • ଏହି ଚୁକ୍ତି ଅନୁସାରେ ଇଂରେଜ ସରକାର ସମସ୍ତ ଦମନମୂଳକ ଆଇନ ପ୍ରତ୍ୟାହାର କରିଥିଲେ ଏବଂ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ ।
  • ସରକାର ସରକାରୀ କର୍ମଚାରୀମାନଙ୍କ ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ଫେରସ୍ତ କରିଥିଲେ ଏବଂ ଇସ୍ତଫା ଦେଇଥିବା କର୍ମଚାରୀଙ୍କ ପ୍ରତି କୋହଳ ନୀତି ଗ୍ରହଣ କଲେ ।
  • ଉପକୂଳବର୍ତ୍ତୀ ଗ୍ରାମଗୁଡ଼ିକର ଅଧିବାସୀଙ୍କୁ ନିଜ ବ୍ୟବହାର ପାଇଁ ଲୁଣ ଉତ୍ପାଦନ କରିବାର ଅଧିକାର ଦିଆଗଲା ।
  • ଜାତୀୟ କଂଗ୍ରେସ ଆଇନ ଅମାନ୍ୟ ଆନ୍ଦୋଳନକୁ ସ୍ଥଗିତ ରଖିପାଇଁ ତଥା ଦ୍ବିତୀୟ ଗୋଲଟେବୁଲ ବୈଠକରେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କଲା ।

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଘ) ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମ୍ପର୍କରେ ବର୍ଣ୍ଣନା କର ।
Answer:

  • ଓଡ଼ିଶାର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମଗ୍ର ଭାରତରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା ।
  • ଦାଣ୍ଡି ଲବଣ ଆଇନ ଭଙ୍ଗ କରିବା ଦିନ ଓଡ଼ିଶାରେ ୨୧ ଜଣ ସତ୍ୟାଗ୍ରହୀ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ କଟକ ସ୍ବରାଜ ଆଶ୍ରମରୁ ଇଞ୍ଚୁଡ଼ି ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ ।
  • ଏପ୍ରିଲ୍ ୮ରେ ଚାନ୍ଦୋଳଠାରେ ଗୋପବନ୍ଧୁ ଚୌଧୁରୀ ଗିରଫ ହେବାପରେ ଆଚାର୍ଯ୍ୟ ହରିହର ପଦଯାତ୍ରାର ନେତୃତ୍ୱ ନେଇ ୧୯୩୦ ମସିହା ଏପ୍ରିଲ୍ ୧୨ ତାରିଖରେ ଇଞ୍ଚୁଡ଼ିଠାରେ ପହଞ୍ଚିଲେ ।
  • ଏହି ଇଞ୍ଚୁଡ଼ି ପଦଯାତ୍ରାରେ ରମାଦେବୀ, ମାଳତୀ ଦେବୀ, କୋକିଳା ଦେବୀ, ଜାହ୍ନବୀ ଦେବୀ ଓ ସୁଭଦ୍ରା ମହତାବ ଆଦି ନାରୀନେତ୍ରୀମାନେ ଯୋଗ ଦେଇଥିଲେ ।
  • ଏପ୍ରିଲ୍ ୧୩ ତାରିଖରେ ଆଚାର୍ଯ୍ୟ ହରିହର ଇଞ୍ଚୁଡ଼ିଠାରେ ଲବଣ ଆଇନ ଭଙ୍ଗ କଲେ ଓ ୭ ନିଜର ଜଣ କର୍ମୀଙ୍କ ସହ ଗିରଫ ହୋଇଥିଲେ । ଏହି ପ୍ରସଙ୍ଗରେ କୁହାଯାଇଥାଏ ଯେ ‘ଇଞ୍ଚୁଡ଼ି ହେଉଛି ଦ୍ବିତୀୟ ଦାଣ୍ଡି’ ।

(ଙ) ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଓଡ଼ିଶାର ଶ୍ରୀଜଙ୍ଗ ଗ୍ରାମରେ ସଙ୍ଗଠିତ କରବିରୋଧୀ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କର ।
Answer:

  • ଆଇନ ଅମାନ୍ୟ ଆନ୍ଦୋଳନର ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଥିଲା ଚୌକିଦାରୀ କରର ବିରୋଧ ।
  • ଇଞ୍ଚୁଡ଼ି ନିକଟସ୍ଥ ଶ୍ରୀଜଙ୍ଗ ଅଞ୍ଚଳରେ ଗୌରମୋହନ ଦାସ ଓ ବିଦ୍ୟାଧର ରଥଙ୍କ ନେତୃତ୍ୱରେ ୧୯୩୧ ମସିହା ମେ’ ମାସରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ।
  • ଚୌକିଦାର ତଥା ଦଫାଦାରମାନଙ୍କୁ ଇଂରେଜ ସରକାରଙ୍କ ଗୋଲାମୀ ନ କରିବାପାଇଁ କୁହାଗଲା । ଏଥିରେ ଉଦ୍‌ବୁଦ୍ଧ ହୋଇ କେତେକ ଚୌକିଦାର ଚାକିରିରୁ ଇସ୍ତଫା ଦେଲେ ।
  • ଏହି ଆନ୍ଦୋଳନକୁ ଦମନ କରିବାପାଇଁ ପୋଲିସ୍ କେତେକ ନେତାଙ୍କୁ ଗିରଫ କଲାପରେ ଗ୍ରାମବାସୀମାନେ ପୋଲିସ୍ ବାହିନୀକୁ ମାରଧର କରିବାରୁ ୫୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଗଲା ।
  • ସେଠାରେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସମ୍ପତ୍ତି ଲୁଟ୍ ସହିତ ଗ୍ରାମବାସୀଙ୍କ ଉପରେ ଛ’ହଜାର ଟଙ୍କାର ଶାସ୍ତିମୂଳକ କରଭାର ଲଦି ଦିଆଯାଇଥିଲା ।

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଜାତୀୟ କଂଗ୍ରେସ କାହିଁକି ସାଇମନ୍ କମିଶନ୍‌କୁ ବର୍ଜନ କରିବାପାଇଁ ନିଷ୍ପତ୍ତି ନେଇଥିଲା ?
Answer:

  • ସାଇମନ୍ କମିଶନ୍‌ରେ ସାତଜଣ ସଦସ୍ୟ ଥିଲେ; ମାତ୍ର ସେଥିରେ ଜଣେ ହେଲେ ଭାରତୀୟ ନ ଥିଲେ ।
  • ଏହା ସମସ୍ତ ଭାରତୀୟଙ୍କୁ ଅପମାନଜନକ ବୋଧହେଲା, ତେଣୁ ଜାତୀୟ କଂଗ୍ରେସ ଏହି କମିଶନ୍‌କୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲା ।

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଖ) ଭାରତୀୟ ଜାତୀୟ କଂଗ୍ରେସର ୧୯୨୯ ମସିହାର ଲାହୋର ଅଧ୍ବବେଶନ କାହିଁକି ଗୁରୁତ୍ଵପୂର୍ଣ ?
Answer:

  • ୧୯୨୯ ମସିହାର ଲାହୋର କଂଗ୍ରେସ ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବମାନ ଗୃହୀତ ହୋଇଥିଲା; ଯଥା – ‘ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ’ ଏବଂ ‘୧୯୩୦ ମସିହା ଜାନୁୟାରୀ ୨୬ ତାରିଖ’କୁ ଭାରତର ପ୍ରଥମ ସ୍ଵାଧୀନତା ଦିବସଭାବେ ପାଳନ କରିବା ନିଷ୍ପତ୍ତି ଇତ୍ୟାଦି ।
  • ଏହି ଅଧ୍ଵବେଶନରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

(ଗ) ଗାନ୍ଧିଜୀ କାହିଁକି ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଲେ ?
Answer:

  • ଗାନ୍ଧିଜୀ ୧୧ ଦଫା ସମ୍ବଳିତ ଏକ ଶାସନ ସଂସ୍କାର ଚିଠା ପ୍ରସ୍ତୁତ କରି ଇଂରେଜ ସରକାରଙ୍କ ଆଗରେ ଉପସ୍ଥାପନ କରିଥିଲେ ଓ ଏହାକୁ ଗ୍ରହଣ ନକଲେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ଜଣାଇ ଦେଇଥିଲେ ।
  • ମାତ୍ର ବଡ଼ଲାଟ୍ ଲର୍ଡ଼ ଇର୍‌ଉଇନ୍ ଗାନ୍ଧିଜୀଙ୍କର ପ୍ରସ୍ତାବକୁ ଗ୍ରହଣ ନ କରିବାକୁ ୧୯୩୦ ମସିହାରେ ଗାନ୍ଧି ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଇଥିଲେ ।

(ଘ) ବ୍ରିଟିଶ୍ ସରକାର କେବେ ଓ କାହିଁକି ପ୍ରଥମ ଗୋଲଟେବୁଲ ବୈଠକ ଡକାଇଥିଲେ ?
Answer:

  • ବ୍ରିଟିଶ୍ ସରକାର ଅନୁଭବ କଲେ ଯେ ଶକ୍ତି ପ୍ରୟୋଗଦ୍ଵାରା ଭାରତରେ ଆନ୍ଦୋଳନକୁ ଦମନ କରିବା ଅସମ୍ଭବ ।
  • ତେଣୁ ଭାରତ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବାପାଇଁ ବ୍ରିଟିଶ୍ ସରକାର ୧୯୩୦ ମସିହାରେ ପ୍ରଥମ ଗୋଲଟେବୁଲ ବୈଠକ ଡକାଇଥିଲେ ।

(ଙ) ଦ୍ଵିତୀୟ ଗୋଲଟେବୁଲ ବୈଠକରେ ମହାତ୍ମା ଗାନ୍ଧି କାହିଁକି ଅସନ୍ତୋଷ ପ୍ରକାଶ କଲେ ?
Answer:

  • ଏଥିରେ ଭାରତୀୟମାନଙ୍କର ଦାବିକୁ ଉପେକ୍ଷା କରାଯାଇ ହିନ୍ଦୁ, ମୁସଲମାନ ଓ ହରିଜନଙ୍କ ପାଇଁ ସ୍ବତନ୍ତ୍ର ନିର୍ବାଚନମଣ୍ଡଳୀର ବ୍ୟବସ୍ଥା ରଖାଗଲା ।
  • ତେଣୁ ଏଥରେ ଗାନ୍ଧି ଅସନ୍ତୋଷ ପ୍ରକାଶ କରିଥିଲେ ।

(ଚ) ଗାନ୍ଧିଜୀ କାହିଁକି ସ୍ଥଗିତ ଥିବା ଆଇନ ଅମାନ୍ୟ ଆନ୍ଦୋଳନର ପୁନରାରମ୍ଭ କଲେ ?
Answer:

  • ୧୯୩୧ ମସିହା ଏପ୍ରିଲ୍ ମାସରେ ଲର୍ଡ଼ ୱିଲିଙ୍ଗ୍‌ଡ଼ନ୍ ଭାରତର ଭାଇସ୍‌ୟ ହେବାପରେ ଗାନ୍ଧି-ଇରଉଇନ୍ ଚୁକ୍ତିର କେତେକ ବ୍ୟବସ୍ଥାକୁ ଉପେକ୍ଷା କଲେ ଏବଂ ଭାରତର ସ୍ଵାଧୀନତା ଆନ୍ଦୋଳନ ପ୍ରତି କଠୋର ନୀତି ଅବଲମ୍ବନ କଲେ ।
  • ଏହି ଦମନମୂଳକ ଅଧ୍ୟାଦେଶ ପ୍ରତ୍ୟାହାର କରିବା ଏବଂ ପୂର୍ଣ୍ଣ ସ୍ବରାଜ ହାସଲ ଦିଗରେ ଆନ୍ଦୋଳନ କରିବାପାଇଁ ଗାନ୍ଧିଜୀଙ୍କର ଅନୁରୋଧକୁ ୱିଲିଙ୍ଗଡ଼ନ୍ ପ୍ରତ୍ୟାଖ୍ୟାନ କରିବାରୁ ଗାନ୍ଧି ସ୍ଥଗିତ ଥିବା ଆଇନ ଅମାନ୍ୟ ଆନ୍ଦୋଳନକୁ ପୁନରାରମ୍ଭ କରିଥିଲେ ।

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଛ) ୧୯୩୩ ମେ’ ମାସରେ ଗାନ୍ଧିଜୀ କାହିଁକି ଏକୋଇଶ ଦିନିଆ ଅନଶନ ଘୋଷଣା କଲେ ?
Answer:
୧୯୩୩ ମେ ମାସରେ ହରିଜନ ସମସ୍ୟା ଉପରେ ଗୁରୁତ୍ଵ ଦେବାପାଇଁ ଓ ସହଯୋଗୀମାନଙ୍କର ମନର ଶୁଦ୍ଧିକରଣ ପାଇଁ ଗାନ୍ଧିଜୀ ଏକୋଇଶ ଦିନିଆ ଅନଶନ ଘୋଷଣା କରିଥିଲେ ।

(ଜ) ଦ୍ବିତୀୟ ପର୍ଯ୍ୟାୟ ଆଇନ ଅମାନ୍ୟ ଆନ୍ଦୋଳନ କେବେ ସ୍ଥଗିତ ରଖାଗଲା ଏବଂ କେବେ ପ୍ରତ୍ୟାହୃତ ହେଲା ?
Answer:

  • ଦ୍ଵିତୀୟ ପର୍ଯ୍ୟାୟ ଆଇନ ଅମାନ୍ୟ ଆନ୍ଦୋଳନ ୧୯୩୩ ମସିହା ମେ’ ମାସରେ ସ୍ଥଗିତ ରଖାଯାଇଥିଲା ।
  • ଏହି ଆନ୍ଦୋଳନକୁ ୧୯୩୪ ମସିହା ଏପ୍ରିଲ ମାସରେ ଔପଚାରିକ ଭାବେ ପ୍ରତ୍ୟାହାର କରାଗଲା ।

(ଝ) କୁଜଙ୍ଗଠାରେ ସତ୍ୟାଗ୍ରହରେ କେଉଁମାନେ ନେତୃତ୍ବ ନେଇଥିଲେ ?
Answer:

  • କୁଜଙ୍ଗଠାରେ ସତ୍ୟାଗ୍ରହରେ ନାରାୟଣ ବୀରବର ସାମନ୍ତ, ରମାଦେବୀ ଓ ମାଳତୀ ଦେବୀ ନେତୃତ୍ୱ ନେଇଥିଲେ ।
  • ଏମାନଙ୍କ ବ୍ୟତୀତ ରାଣୀ ଭାଗ୍ୟବତୀ ପାଟମହାଦେଈ ମଧ୍ୟ ଏହି ଆନ୍ଦୋଳନର ଯୋଗଦାନ କରିଥିଲେ ।

(ଞ) ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ‘ବାନରସେନା’ର ଭୂମିକା କ’ଣ ଥିଲା ?
Answer:

  • ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ୧୬ ବର୍ଷରୁ କମ୍ବବୟସ୍କ ପିଲାମାନେ ସତ୍ୟାଗ୍ରହୀରୂପେ କାର୍ଯ୍ୟ କରିଥିଲେ । ସେମାନଙ୍କୁ ‘ବାନରସେନା’ କୁହାଯାଉଥିଲା ।
  • ଏହି ବାନରସେନାର ପିଲାମାନେ ଲୁଗା ଦୋକାନ, ମଦ ଦୋକାନ ଆଗରେ ଧାରଣା ଦେବା ଓ ପ୍ରଚାରପତ୍ର ବାଣ୍ଟିବା କାର୍ଯ୍ୟରେ ସାହାଯ୍ୟ କରୁଥିଲେ ଓ ପୋଲିସ୍‌ର ବେତମାଡ଼ ମଧ୍ଯ ଖାଉଥିଲେ ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ସାଇମନ୍ କମିଶନ୍ କାହିଁକି ଭାରତ ଆସିଥିଲେ ?
Answer:
୧୯୧୯ ଭାରତ ଶାସନ ଆଇନର କାର୍ଯ୍ୟକାରିତା ଅନୁଧ୍ୟାନ କରିବାପାଇଁ ସାଇମନ୍ କମିଶନ୍ ଭାରତ ଆସିଥିଲେ ।

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଖ) ସାଇମନ୍ କମିଶନ୍ କେଉଁଦିନ ଭାରତରେ ପହଞ୍ଚିଲେ ?
Answer:
୧୯୨୮ ମସିହା ଫେବୃଆରୀ ୩ ତାରିଖ ଦିନ ସାଇମନ୍ କମିଶନ୍ ଭାରତରେ ପହଞ୍ଚିଲେ ।

(ଗ) ୧୯୨୯ ମସିହାର କେଉଁ ତାରିଖରେ ଲାହୋରଠାରେ ସ୍ଵାଧୀନତାର ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା ?
Answer:
୧୯୨୯ ମସିହା ଡିସେମ୍ବର ୩୧ ତାରିଖରେ ଲାହୋରଠାରେ ସ୍ୱାଧୀନତାର ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା ।

(ଘ) କେଉଁଠାରେ ଜନତା ଜଙ୍ଗଲ ଆଇନ ଅମାନ୍ୟ କରିଥିଲେ ?
Answer:
ମହାରାଷ୍ଟ୍ରରେ ଜନତା ଜଙ୍ଗଲ ଆଇନ ଅମାନ୍ୟ କରିଥିଲେ ।

(ଙ) ‘ଖୁଦାଇ ଖୁବ୍‌ମତଗାର’ର ପ୍ରତିଷ୍ଠାତା କିଏ ?
Answer:
‘ଖୁଦାଇ ଖ୍ଦ୍‌ମତଗାର’ର ପ୍ରତିଷ୍ଠାତା ଥିଲେ ଖାନ୍ ଅବଦୁଲ ଗଫର୍ ଖାନ୍ ।

(ଚ) ଦ୍ଵିତୀୟ ଗୋଲ୍ଟେବୁଲ ବୈଠକ କେବେଠାରୁ କେବେ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ?
Answer:
ଦ୍ଵିତୀୟ ଗୋଲଟେବୁଲ ବୈଠକ ୧୯୩୧ ମସିହା ସେପ୍ଟେମ୍ବର ୭ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ଅନୁଷ୍ଠିତ ହୋଇଥଲା ।

(ଛ) କୁଜଙ୍ଗଠାରେ କେବେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା ?
Answer:
କୁଜଙ୍ଗଠାରେ ୧୯୩୦ ମସିହା ମେ ୮ ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା ।

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(କ) କିଏ ପୁରୀ ଜିଲ୍ଲାରେ ଲବଣ ସତ୍ୟାଗ୍ରହର ନେତୃତ୍ଵ ନେଇଥିଲେ ?
Answer:
ପୁରୀ ଜିଲ୍ଲାରେ ପଣ୍ଡିତ ନୀଳକଣ୍ଠ ଦାସ ଓ ଜଗନ୍ନାଥ ରଥ ଲବଣ ସତ୍ୟାଗ୍ରହର ନେତୃତ୍ଵ ନେଇଥିଲେ ।

(ଝ) ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବିଦେଶୀ ମଦ ଦୋକାନ ଆଗରେ ବିକ୍ଷୋଭ କରି କେଉଁ ଦୁଇଜଣ ନାରୀନେତ୍ରୀ ବେତ୍ରାଘାତର ଶିକାର ହୋଇଥିଲେ ?
Answer:
ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବିଦେଶୀ ମଦ ଦୋକାନ ଆଗରେ ବିକ୍ଷୋଭ କରି ନାରୀନେତ୍ରୀ ରମାଦେବୀ ଓ ସରଳାଦେବୀ ବେତ୍ରାଘାତର ଶିକାର ହୋଇଥିଲେ ।

(ଞ) ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ଓଡ଼ିଶାର କେଉଁ ସମ୍ବାଦପତ୍ରଗୁଡ଼ିକ ଉପରେ କଟକଣା ଜାରି କରାଯାଇଥିଲା ?
Answer:
ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ସମ୍ବାଦପତ୍ର ‘ସମାଜ’, ‘ପ୍ରଜାତନ୍ତ୍ର’ ଓ ‘ଆଶା’ ଉପରେ କଟକଣା ଜାରି କରାଯାଇଥିଲା ।

୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ସାଇମନ୍ କମିଶନ୍ ଭାରତର କେଉଁ ସହରରେ ପହଞ୍ଚିଲା ?
(i) ଦିଲ୍ଲୀ
(iii) ମୁମ୍ବାଇ
(ii) ଲାହୋର
(iv) କୋଳ୍‌କତା
Answer:
(iii) ମୁମ୍ବାଇ

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଖ) ଲକ୍ଷ୍ନୌଠାରେ ସାଇମନ୍ କମିଶନ୍ ବିରୋଧୀ ଶୋଭାଯାତ୍ରାକାରୀଙ୍କ ମଧ୍ୟରୁ କିଏ ପୋଲିସ୍ ଲାଠିମାଡ଼ର ଶିକାର ହୋଇଥିଲେ ?
(i) ସୁଭାଷଚନ୍ଦ୍ର ବୋଷ
(iii) ଲାଲା ଲଜପତ୍ ରାୟ
(ii) ମହାତ୍ମା ଗାନ୍ଧି
(iv) ଗୋବିନ୍ଦବଲ୍ଲଭ ପଛ
Answer:
(iv) ଗୋବିନ୍ଦବଲ୍ଲଭ ପନ୍ଥ

(ଗ) ଦ୍ଵିତୀୟ ଗୋଲ୍‌ଟେବୁଲ୍ ବୈଠକରେ କିଏ ଅଧ୍ୟକ୍ଷତା କରିଥିଲେ ?
(i) ଲର୍ଡ଼ ଇର୍‌ଉଇନ୍
(ii) ରାମ୍‌ ମାକ୍‌ନାଲ୍‌ଡ୍
(iii) ଉଇନ୍‌ଷ୍ଟନ୍‌ ଚର୍ଚ୍ଚିଲ୍
(iv) ପଞ୍ଚମ ଜର୍ଜ
Answer:
(ii) ରାମ୍‌ ମାକ୍ସୋନାଲ୍‌ଡ୍

(ଘ) ଦଳିତ ଶ୍ରେଣୀ ପାଇଁ ପୃଥକ୍ ନିର୍ବାଚନମଣ୍ଡଳୀ ଘୋଷଣା ପ୍ରତ୍ୟାହାର ଦାବିରେ ଗାନ୍ଧିଜୀ କେବେଠାରୁ ଅନଶନ ଆରମ୍ଭ କରିଥିଲେ ?
(i) ୧୯୩୧ ସେପ୍ଟେମ୍ବର ୭
(ii) ୧୯୩୧ ଡିସେମ୍ବର ୨୮
(iii) ୧୯୩୨ ସେପ୍ଟେମ୍ବର ୨୦
(iv) ୧୯୩୫ ଅଗଷ୍ଟ ୨
Answer:
(iii) ୧୯୩୨ ସେପ୍ଟେମ୍ବର ୨୦

(ଙ) ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ଵ ଦିଆଯାଇଥିଲା ?
(i) କଟକ
(ii) ପୁରୀ
(iii) ବାଲେଶ୍ଵର
(iv) କାକଟପୁର
Answer:
(iii) ବାଲେଶ୍ଵର

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୫| ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

Leave a Comment