Odisha State Board BSE Odisha 10th Class Life Science Notes Chapter 3 ପରିବହନ ଓ ସଞ୍ଚାଳନ will enable students to study smartly.
BSE Odisha Class 10 Life Science Notes Chapter 3 ପରିବହନ ଓ ସଞ୍ଚାଳନ
→ଉଦ୍ଭଦରେ ପରିବହନ (Transport in Plants) :
- ପ୍ରତ୍ୟେକ ଜୀବ ଖାଦ୍ୟ ବ୍ୟତୀତ ଅମ୍ଳଜାନ ଆବଶ୍ୟକ କରିଥା’ନ୍ତି ।
- ବହୁକୋଷୀ ପ୍ରାଣୀମାନେ ଶରୀରର ବିଭିନ୍ନ ଅଙ୍ଗ ସାହାଯ୍ୟରେ ଖାଦ୍ୟ, ଜଳ ଓ ଅମ୍ଳଜାନ ଗ୍ରହଣ କରିଥା’ନ୍ତି ।
- ଉଭିଦମାନେ ପରିବେଶରୁ ଜଳ, ବିଭିନ୍ନ ପୋଷକ, ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଗ୍ରହଣ କରିଥା’ନ୍ତି ।
- ସଂଗୃହୀତ ପଦାର୍ଥଗୁଡ଼ିକ ପରିବହନ ଓ ସଞ୍ଚାଳନଦ୍ୱାରା ଶରୀରର ଗୋଟିଏ ଅଙ୍ଗରୁ ଅନ୍ୟ ଅଂଶରେ ପହଞ୍ଚିଥାଏ ।
- ସଫଳ ସଞ୍ଚାଳନ ଓ ପରିବହନଦ୍ୱାରା ଶରୀରର ପ୍ରତିଟି କୋଷ ଆବଶ୍ୟକତା ମୁତାବକ ଅମ୍ଳଜାନ ଓ ପୋଷଣ ଇତ୍ୟାଦି ପାଇବାରେ ସକ୍ଷମ ହୋଇଥାଏ ।
- ସବୁଜ ଉଦ୍ଭଦ ସୌର ରଶ୍ମିର ଆଲୋକଶକ୍ତିକୁ ରାସାୟନିକ ଶକ୍ତିରେ ପରିବର୍ତ୍ତନ କରି ଶ୍ଵେତସାର ପ୍ରସ୍ତୁତ କରିଥାଏ । ଉଦ୍ଭଦଟି ତା’ର ପରିବେଶରୁ ଏଥିପାଇଁ ଅଙ୍ଗାରକାମ୍ଳ ଗ୍ରହଣ କରେ । ଆଲୋକଶ୍ଳେଷଣ ପାଇଁ ଆବଶ୍ୟକ ଅନ୍ୟ ଏକ ସରଳ ଉପାଦାନ ଜଳକୁ ଉଭିଦଟି ମୃତ୍ତିକାରୁ ଚେର ସାହାଯ୍ୟରେ ଗ୍ରହଣ କରିଥାଏ ।
→ଉଦ୍ଭିଦଗୁଡିକରେ ଜଳ ପରିବହନ (Transport of water in Plants):
- ଜଳ ଓ ଦ୍ରବୀଭୂତ ଧାତବ ଲବଣକୁ ଉଭିଦଟିଏ ମାଟି ସହିତ ସଂଯୋଗ କରୁଥିବା ଅଙ୍ଗ ଚେର ସାହାଯ୍ୟରେ ଶୋଷଣ କରିଥାଏ ଏବଂ ଏସବୁ ନିୟୋଜିତ ହେଉଥିବା ଅଂଶ ଯଥା- କାଣ୍ଡ, ପତ୍ର, ଫୁଲ, ଫଳ ଆଦିକୁ ପ୍ରେରଣ କରେ । ଚେରର ଶେଷାଶ ଆଡ଼କୁ ଥିବା ମୂଳଲୋମ ସାହାଯ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥାଏ ।
- ପାରସୃତି ପଦ୍ଧତିରେ ମୂଳଲୋମରେ ଥିବା ଅଧିକ ସାନ୍ଦ୍ରତା ବିଶିଷ୍ଟ କୋଷଜୀବକକୁ କମ୍ ସାନ୍ଦ୍ରତା ବିଶିଷ୍ଟ ମୃତ୍ତିକା ଦ୍ରବଣ ପ୍ରବେଶ କରେ । ମାତ୍ର ସମୟ ସମୟରେ ବିପରୀତ ପରିସ୍ଥିତିରେ ମୂଳଲୋମ କୋଷଜୀବକ, କମ୍ ସାନ୍ଦ୍ରତା ବିଶିଷ୍ଟ ହେଲେ ମଧ୍ୟ ଅଧ୍ଵ ସାନ୍ଦ୍ରତା ବିଶିଷ୍ଟ ମୃତ୍ତିକା ଦ୍ରବଣ ମୂଳଲୋମକୁ ପଶେ । ଏଥିପାଇଁ ବିପଚନ ଶକ୍ତି ବ୍ୟବହୃତ ହୁଏ । ଏଥିରେ ମୂଳର ଅଂଶ ସକ୍ରିୟ ଭାବେ ସମ୍ପୃକ୍ତ ହେଉଥିବାରୁ ଏହା ଜଳର ସକ୍ରିୟ ଶୋଷଣ କୁହାଯାଏ ।
- ମୂଳଲୋମ କୋଷରେ ଏହିସବୁ ଜଳୀୟ ଦ୍ରବଣର ପ୍ରବେଶ ପରେ ତାହା ବିସରଣ ପ୍ରକ୍ରିୟାରେ ମୂଳର ଜାଇଲେମ୍ବୁକୁ ଚାଲିଯାଏ ।
- ଉଭିଦଟି କ୍ଷୁଦ୍ର ହୋଇଥିଲେ ଶୋଷଣଦ୍ବାରା ଅତି ସହଜରେ ଜଳ ଉଭିଦର ବିଭିନ୍ନ ଅଙ୍ଗରେ ପହଞ୍ଚି ପାରିଥାଏ ।
→ଟ୍ରାନ୍ସପେରେସନ୍ ମଧ୍ୟସ୍ଥ ପରିବହନ (Transpiration mediated transport):
- ଗୋଟିଏ ଉଭିଦକୁ ଉପଯୁକ୍ତ ପରିମାଣର ଜଳ ପ୍ରାପ୍ତ ହେଉଥିଲେ ତାହାର ପତ୍ରରେ ଥିବା ସ୍ତୋମ୍ ମଧ୍ୟଦେଇ ଅତିରିକ୍ତ ଜଳରାଶି ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ମୁକ୍ତ ହୁଏ । ସ୍ତୋମ୍ରେ ଜଳକ୍ଷୟ ଜନିତ ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ପତ୍ରର ବାହିକାରୁ ସ୍ତୋମ୍କୁ ଜଳ ଆସେ ।
- ସ୍ତୋମ୍ ହେଉଛି ଉଦ୍ଭଦରେ ଉମ୍ବେଦନର ମୁଖ୍ୟ ଅଙ୍ଗ । ତା’ ଛଡ଼ା ତ୍ୱଚାବରଣ ବା ବାତରନ୍ଧ୍ରଦ୍ୱାରା ଉଭିଦରେ କିଛି ପରିମାଣର ଉନ୍ମୋଦନ ହୋଇଥାଏ । ଉଭିଦ ପତ୍ରର ଅଧ୍ୱଚାର ଉପରିଭାଗରେ ଅଠାଳିଆ ପଦାର୍ଥଦ୍ଵାରା ତ୍ୱଚାବରଣ ଗଠିତ ହୋଇଥାଏ ।
→ପୋଷକର ପରିବହନ (Transport of nutrients) :
- ସବୁଜ ପତ୍ରରେ ଆଲୋକଶ୍ଳେଷଣଦ୍ୱାରା ସୃଷ୍ଟି ହେଉଥିବା ଶ୍ଵେତସାର ଜାତୀୟ ପଦାର୍ଥ ତାହାର ବିଭିନ୍ନ ଆବଶ୍ୟକ ଅଙ୍ଗକୁ ପରିବାହିତ ହୋଇଥାଏ । ଏହାକୁ ପୋଷକର ସ୍ଥାନାନ୍ତରଣ କୁହାଯାଏ ।
- ଉଭିଦର ଖାଦ୍ୟ ସଞ୍ଚୟକାରୀ ଅଙ୍ଗ ବିଶେଷତଃ ଫଳ, ମୂଳ ଓ ମଞ୍ଜି ସହିତ କାଣ୍ଡ ଓ ମୂଳର ଅଗ୍ରଭାଗ ପରିବର୍ତ୍ତନଶୀଳ ଅଙ୍ଗକୁ ପୋଷକର ପରିବହନ ହୁଏ ।
- ଉଭିଦରେ ଜଳ ପରିବହନ କେବଳ ଉର୍ଦ୍ଧ୍ୱମୁଖୀ ହୋଇଥିବାବେଳେ ଏ ପ୍ରକାର ପରିବହନ ଉଭୟ ଉର୍ଦୁ, ପାର୍ଶ୍ବ ଓ ନିମ୍ନମୁଖୀ ଉଭିଦରେ ଜଳ ପରିବହନ କେବଳ ଉର୍ଦ୍ଧ୍ୱମୁଖୀ ହୋଇଥିବାବେଳେ ଏ ପ୍ରକାର ପରିବହନ ଉଭୟ ଉର୍ଦୁ, ପାର୍ଶ୍ବ ଓ ନିମ୍ନମୁଖୀ ହୋଇପାରେ । ଏହା ଫଳରେ ସଂଶ୍ଳେଷିତ ସ୍ଥାନରୁ ବ୍ୟବହାର ହେଉଥିବା ସ୍ଥାନକୁ ପୋଷକ ପରିବାହିତ ହୋଇ ଉଭିଦର ଜୀବନ ପ୍ରକ୍ରିୟାକୁ ଚାଲୁ ରଖେ । ସଂଶ୍ଳେଷଣ ହେଉଥିବା ସ୍ଥାନକୁ ପୋଷକର ଉତ୍ସ ଏବଂ ବ୍ୟବହୃତ ହେଉଥିବା ସ୍ଥାନକୁ ଜମାଇକ୍ତ ଅଂଶ କହାଯାଏ ।
→ପରିବହନର ପ୍ରକାରଗୁଡିକ (Types of Transportation) :
1. ଉଭିଦର ଆବଶ୍ୟକତାକୁ ନେଇ ତିନିପ୍ରକାର ପରିବହନ ଦେଖାଯାଏ, ଯଥା-
- ଊର୍ଦ୍ଧ୍ଵ ପରିବହନ,
- ନିମ୍ନ ପରିବହନ ଓ
- ପାର୍ଶ୍ଵ ପରିବହନ ।
2. ଊର୍ଦ୍ଧ୍ଵ ପରିବହନରେ ଜଳ ଓ ପୋଷକ ପଦାର୍ଥ ତଳୁ ଉପରକୁ ଏବଂ ନିମ୍ନ ଓ ପାର୍ଶ୍ୱ ପରିବହନରେ ପତ୍ରରେ ପ୍ରସ୍ତୁତ ଖାଦ୍ୟ ବୃକ୍ଷର ବିଭିନ୍ନ ଅଂଶକୁ ପରିବାହିତ ହୋଇଥାଏ ।
3. ଉଭିଦ୍ରରେ ପୋଷକ ପରିବହନ ପାଇଁ ତିନୋଟି ତତ୍ତ୍ଵର ଅବତାରଣା କରାଯାଇଛି, ଯଥା-
- କୈଶିକ ଆକର୍ଷଣ
- ମୂଳଜ ଚାପ ଓ
- ସଂସକ୍ତି ତତ୍ତ୍ବ ।
→(i) କୈଶିକ ଆକର୍ଷଣ (Capillary attraction) :
- ଗୋଟିଏ କୈଶିକ ନଳୀକୁ ଜଳରେ ବୁଡ଼ାଇଲେ କୈଶିକ ଆକର୍ଷଣଜନିତ ଚାପ ଏବଂ ଜଳର ଉଚ୍ଚ ପୃଷ୍ଠତାନ ଫଳରେ ଜଳ କୈଶିକ ନଳୀ ମଧ୍ୟଦେଇ କିଛି ଉପରକୁ ଉଠିଯାଏ ।
- ନଳୀ ମଧ୍ଯରେ ଜଳର ଉଚ୍ଚତା ବୃଦ୍ଧି ନଳୀର ବ୍ୟାସ ଉପରେ ନିର୍ଭର କରେ ।
- ନଳୀର ବ୍ୟାସ ଯେତେ ଛୋଟ ହୁଏ ଜଳର ଉଚ୍ଚତା ସେତିକି ଅଧିକ ହୋଇଥାଏ । ଜାଇଲେମ୍ କୈଶିକ ନଳୀ ସଦୃଶ ଏବଂ
- ତାହା ମଧ୍ୟଦେଇ ଜଳ କୈଶିକ ଆକର୍ଷଣ ଯୋଗୁଁ ଉପରକୁ ଉଠିଥାଏ ।
- ଏକ ମିଲିମିଟରର 100 ଭାଗରୁ 1 ଭାଗ ବ୍ୟାସବିଶିଷ୍ଟ ଜାଇଲେମ୍ ନଳୀରେ କୈଶିକ ଆକର୍ଷଣ ଯୋଗୁଁ ଜଳ 3 ମିଟର ପର୍ଯ୍ୟନ୍ତ ଉଠିଥାଏ ।
- କେତେକ ଜାଇଲେମ୍ ଟିସୁର ବ୍ୟାସ 0.001 ମିଲିମିଟରରୁ ଊଣା ! ତେଣୁ ଉକ୍ତ ନଳୀରେ ଜଳ ପ୍ରାୟ 10 ମିଟର ପର୍ଯ୍ୟନ୍ତ ଉଚ୍ଚକୁ ଉଠିପାରେ ।
- ଛୋଟ ଛୋଟ କମ୍ ଉଚ୍ଚ ଗଛ ପାଇଁ କୈଶିକ ଆକର୍ଷଣଜନିତ ଜଳର ପରିବହନ ସମ୍ଭବପର, ମାତ୍ର ଅତି ଉଚ୍ଚ ବୃକ୍ଷ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ ।
→(ii) ମୂଳ ଚାପ (Root pressure) :
- କୌଣସି ଏକ ଉଭିଦର କାଣ୍ଡକୁ ଅଧାରୁ କାଟିଦେଲେ, କ୍ଷତ ସ୍ଥାନରୁ ଜଳୀୟ ପଦାର୍ଥ ବାହାରୁଥିବା ଲକ୍ଷ୍ୟ କରାଯାଏ । ମୂଳଜ ଚାପ ଯୋଗୁଁ ଏହା ହୋଇଥାଏ ବୋଲି ବିଶ୍ଵାସ କରାଯାଏ ।
- ଗଛର କଟାଅଂଶରେ ଯଦି ଗୋଟିଏ ମାନୋମିଟର ଖଞ୍ଜି ଦିଆଯାଏ, ତେବେ ମୂଳରେ ଯେଉଁ ଚାପ ସୃଷ୍ଟି ହୁଏ, ତାହାକୁ ମପାଯାଇପାରେ ।
- ଯଦି ଜଳର ଊର୍ଦ୍ଧ୍ଵପରିବହନ ପାଇଁ ମୂଳଜ ଚାପ ଆବଶ୍ୟକ, ତେବେ ଉଚ୍ଚ ଗଛଗୁଡ଼ିକରେ ଏହି ଚାପର ପରିମାଣ ଅଧିକ ହେବା କଥା, ମାତ୍ର ତାହା ହୁଏନାହିଁ ।
- ଏହି ସମସ୍ତ କାରଣରୁ ଜଳ ପରିବହନରେ ମୂଳଜ ଚାପର ବିଶେଷ ଭୂମିକା ନାହିଁ କହିଲେ ଚଳେ ।
→(iii) ମିଳନ ସିଦ୍ଧାନ୍ତ (Cohesion theory):
- ଉତ୍ସୁଦନ ପ୍ରକ୍ରିୟାରେ ବହୁ ପରିମାଣର ଜଳକ୍ଷୟ ଯୋଗୁଁ ପତ୍ରଫଳକରେ ଜଳର ବିସରଣ ଚାପ (Diffusion pressure) କମିଯାଏ । ତେଣୁ ପତ୍ରର ଶିରାପ୍ରଶିରାରୁ ଜଳ ପତ୍ର ଫଳକ ମଧ୍ୟକୁ ଗତିକରେ । ଫଳରେ ଶିରାପ୍ରଶିରାରେ ଜଳର ବିସରଣ ଚାପ ମଧ୍ଯ କମିଯାଏ । ପତ୍ରଫଳକ ଓ ଶିରାପ୍ରଶିରାରେ ପୂର୍ବାବସ୍ଥା ଆଣିବାପାଇଁ ଜଳ, କାଣ୍ଡର ଜାଇଲେମ୍ ଟିସୁରୁ ପତ୍ରର ଶିରାପ୍ରଶିରାକୁ ଗତିକରେ ।
- କାଣ୍ଡରେ ଥିବା ଜାଇଲେମ୍ରେ ଜଳର ଧାରା ଅକ୍ଷୁଣ୍ଣ ରଖୁବାପାଇଁ ଜଳ ମୂଳରୁ ଶୋଷିତ ହୋଇ କାଣ୍ଡ ପର୍ଯ୍ୟନ୍ତ ଆସେ ଆକର୍ଷଣ ଯୋଗୁଁ ମୂଳରୁ ପତ୍ର ପର୍ଯ୍ୟନ୍ତ ଜଳର ଏକ ନିରବଚ୍ଛିନ୍ନ ଧାରା ପ୍ରବାହିତ ହୁଏ ।
- ଜଳର ଏହି ଧାରାକୁ ଉଚ୍ଛେଦନ ସ୍ରୋତ କୁହାଯାଏ । ଏହି ଜଳଧାରା ନିମ୍ନୋକ୍ତ 2ଟି କାରଣ ଯୋଗୁଁ ସହଜରେ ଛିନ୍ନ ହୁଏ ନାହିଁ ।
- ଅତି ସୂକ୍ଷ୍ମ ନଳୀ ଭିତରେ ଜଳ ଅଣୁମାନଙ୍କ ମଧ୍ୟରେ ସଂସକ୍ତି ବଳ ଯଥେଷ୍ଟ ଅଧିକ ଥାଏ ।
- ଜଳ ଓ ଜାଇଲେମ୍ ଭିଭି ମଧ୍ୟରେ ଥିବା ସଂଲଗ୍ନ ବଳ ଯୋଗୁଁ ଜଳ ସର୍ବଦା ଜାଇଲେମ୍ ଭିଭି ସହ ଲାଗି ରହେ ଏବଂ ଥରେ ଲାଗି ରହିଲେ ତାହା ସହଜରେ ସେଥୁ ଛାଡ଼ିଯାଏ ନାହିଁ ।
କୈଶିକ ଆକର୍ଷଣ, ମୂଳଜ ଚାପ ଏବଂ ସଂସକ୍ତି ବଳ ଓ ସଂଲଗ୍ନ ବଳର ମିଳିତ ପ୍ରଭାବରେ ଉଭିଦରେ ଜଳ ତଥା ପୋଷକର ପରିବହନ ସମ୍ଭବପର ହୋଇଥାଏ ।
→ଟ୍ରାନ୍ସପେରେସନ୍ (Transpiration) :
- ଉଭିଦର ବାୟବୀୟ ଅଂଶରୁ ଜଳୀୟବାଷ୍ପ ଆକାରରେ ଜଳର ନିର୍ଗମନ ପ୍ରକ୍ରିୟାକୁ ଉତ୍ସୁଦନ କହନ୍ତି ।
- ଉଵେଦନ ଯୋଗୁଁ ମୃତ୍ତିକାରୁ ଜଳ ଓ ଧାତବ ଲବଣ ମୂଳବାଟେ ପ୍ରବେଶ କରି ଗଛର ଅଗ୍ରଭାଗକୁ ଯାଇଥାଏ ଏବଂ ଉଭିଦର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ ।
- ସ୍ତୀମ, ତ୍ଵଚାବରଣ ଓ ବାତରନ୍ଧ୍ର ମଧ୍ୟଦେଇ ଏହି ପ୍ରକ୍ରିୟା ସମ୍ପାଦିତ ହୋଇଥାଏ ।
- ବାୟୁମଣ୍ଡଳକୁ ମୋଚିତ ହେଉଥିବା ଅଧିକାଂଶ ଜଳ (୨୦%ରୁ ଅଧିକ) ସ୍ତୋମ୍ ମଧ୍ୟଦେଇ ନିର୍ଗତ ହୋଇଥାଏ । ଉମ୍ବେଦନ ହାର ବଢ଼ିଲେ ଜଳ ଶୋଷଣ ହାର ମଧ୍ୟ ବଢ଼ିଯାଏ ।
→ମଣିଷ ଶରୀରରେ ପରିବହନ ସଂସ୍ଥା (Transportation in human being) :
- ଆମେ ପରିପାକ କ୍ରିୟାଦ୍ଵାରା ଖାଦ୍ୟ ଓ ଜଳ ଆହରଣ କରିଥାଉ ଏବଂ ଶ୍ଵାସକ୍ରିୟା ସାହାଯ୍ୟରେ ଅମ୍ଳଜାନ ସଂଗ୍ରହ କରିଥାଉ ।
- ଏହି କାର୍ଯ୍ୟ ପାଇଁ ଆମ ଶରୀରରେ ନିର୍ଦ୍ଦିଷ୍ଟ ଅଙ୍ଗପ୍ରତ୍ୟଙ୍ଗ ରହିଥାଏ ।
- ଫୁସ୍ଫୁସ୍ ଅମ୍ଳଜାନ ସଂଗ୍ରହ କରେ ଓ ହଜମ ହୋଇଥିବା ଖାଦ୍ୟ କ୍ଷୁଦ୍ରାନ୍ତରେ ଅବଶୋଷିତ ହୋଇଥାଏ ।
- ସଂଗୃହୀତ ଅମ୍ଳଜାନ, ଅବଶୋଷିତ ଖାଦ୍ୟ, ଜଳ, ଅନ୍ତଃସ୍ରାବୀ ଗ୍ରନ୍ଥିରୁ କ୍ଷରିତ ହରମୋନ୍, ୟୁରିଆ ଆଦି ବର୍ଜ୍ୟବସ୍ତୁ ଓ ଅନ୍ୟ ପଦାର୍ଥ ପରିବହନ ସଂସ୍ଥାଦ୍ୱାରା ଶରୀରର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତରେ ପହଞ୍ଚିଥାଏ ।
→ରକ୍ତ ସଞ୍ଚାଳନ (Blood circulation):
- ଶରୀରରେ ରକ୍ତ ସଂଚାଳନ ପାଇଁ ଥିବା ନଳୀମାନଙ୍କୁ ରକ୍ତବାହିନୀ କୁହାଯାଏ ।
- ପ୍ରାୟ 6000 ରୁ 1,60,000 କିଲୋମିଟର ଲମ୍ବ ନଳୀ ଆମ ଦେହସାରା ବିଛେଇ ହୋଇ ରହିଥାଏ ।
- ରକ୍ତବାହିନୀ ପ୍ରଧାନତଃ ତିନି ପ୍ରକାରର, ଯଥା-ଧମନୀ, ଶିରା ଓ ରକ୍ତକୈଶିକ ।
- ଶିରା ଓ ଧମନୀ ମଧ୍ୟରେ ରକ୍ତକୁ ସଞ୍ଚାଳିତ କରିବାରେ ହୃତ୍ପିଣ୍ଡ ପମ୍ପ ପରି ଅବିରାମ ଭାବେ କାର୍ଯ୍ୟ କରିଥାଏ ।
- ପ୍ରଥମେ ଶିରା ରକ୍ତକୈଶିକ ଓ ପରେ ଛୋଟ ଶିରାଦ୍ବାରା ସେ ସମସ୍ତ ସଂଗୃହୀତ ହୋଇ ଶିରା ମଧ୍ୟକୁ ପ୍ରବେଶ କରେ
- ଓ ଶିରା ମଧ୍ୟରେ ପ୍ରବାହିତ ହୋଇ ହତପିଣ୍ଡ ଆଡକ ଆସେ ।
ଶିରା ଉପରେ ଥିବା ପେଶୀର ସଂକୋଚନ ଓ ପ୍ରସାରଣ ଯୋଗୁଁ ରକ୍ତ ଠେଲି ହୋଇ ହୃତ୍ପିଣ୍ଡ ପର୍ଯ୍ୟନ୍ତ ଆସେ । ଶିରାରେ ଏକ ବିଶେଷ ଧରଣର କପାଟିକା ରହିଥିବାରୁ ରକ୍ତ ଶିରା ମଧ୍ୟରେ ପଛକୁ ଫେରି ପାରେନାହିଁ ।
ଉଇଲିୟମ୍ ହାର୍ଭେ (William Harvey, 1578-1657) ନାମକ ଜଣେ ବ୍ରିଟିଶ୍ ଡାକ୍ତର ଆମ ଶରୀରରେ ରକ୍ତ କିପରି ସଞ୍ଚାଳିତ ହୁଏ ତାହା ପ୍ରଥମେ ଆବିଷ୍କାର କରିଥିଲେ ।
→ହୃତ୍ପିଣ୍ଡ (Heart) :
(i) ବାହ୍ୟ ଗଠନ :
- ମଣିଷର ବକ୍ଷଗହ୍ଵର ମଧ୍ୟସ୍ଥଳରେ, ଦୁଇ ଫୁସ୍ଫୁସ୍ ମଝିରେ ଓ ମଧ୍ୟଚ୍ଛଦାର ଉପରେ ସାମାନ୍ୟ ବାମକୁ ହୃତ୍ପିଣ୍ଡ ଅବସ୍ଥିତ ।
- ଜଣେ ବୟଃପ୍ରାପ୍ତ ବ୍ୟକ୍ତିର ହୃତ୍ପିଣ୍ଡର ଲମ୍ବ ପ୍ରାୟ 12 ସେ.ମି., ଓସାର ପ୍ରାୟ 9 ସେ.ମି. ଓ ଓଜନ ପ୍ରାୟ 250ରୁ 300 ଗ୍ରାମ୍ ଅଟେ ।
- ହୃତ୍ପିଣ୍ଡରେ ଚାରୋଟି ପ୍ରକୋଷ୍ଠ ରହିଥାଏ । ଉପର ଦୁଇ ପ୍ରକୋଷ୍ଠକୁ ଏଟ୍ରିୟମ୍ ବା ଅଳିନ୍ଦ (ଦକ୍ଷିଣ ଓ ବାମ ଅଳିନ୍ଦ) ଓ ତଳ ଦୁଇ ପ୍ରକୋଷ୍ଠକୁ ଭେଣ୍ଡ୍ରିକଲ୍ ବା ନିଳୟ (ଦକ୍ଷିଣ ବା ବାମ ନିଳୟ) କୁହାଯାଏ ।
- ଦକ୍ଷିଣ ଅଳିନ୍ଦ ସହ ଊର୍ଦ୍ଧ୍ବ ମହାଶିରା ଓ ନିମ୍ନ ମହାଶିରା ନାମକ ଦୁଇଟି ବୃହତ୍ ରକ୍ତ ବାହିନୀ ଏବଂ ଦକ୍ଷିଣ ନିଳୟ ସହିତ ଫୁସ୍ଫୁସ୍ ଧମନୀ ସଂଯୁକ୍ତ ହୋଇଥାଏ ।
- ବାମ ଅଳିନ୍ଦ ସହ ଫୁସ୍ଫୁସ୍ ଶିରା ଓ ବାମ ନିଳୟ ସହ ମହାଧମନୀ ସଂଯୁକ୍ତ ହୋଇଥାଏ ।
(ii) ଅନ୍ତଃଗଠନ :
- ହୃତ୍ପିଣ୍ଡର ଅଳିନ୍ଦ-ନିଳୟ ଦ୍ଵାରରେ ଏବଂ ପ୍ରକୋଷ୍ଠ ଓ ରକ୍ତବାହିନୀ ମଧ୍ୟସ୍ଥିତ ଦ୍ୱାରରେ କପାଟିକା ଲାଗିଥାଏ ।
- କପାଟିକାର ପ୍ରତ୍ୟେକ ପରଦାକୁ ପାଖୁଡ଼ା କୁହାଯାଏ । ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନିଳୟ ଦ୍ଵାରରେ 3 ପାଖୁଡ଼ାବିଶିଷ୍ଟ କପାଟିକା ଏବଂ ବାମ ଅଳିନ୍ଦ ଓ ବାମ ନିଳୟ ଭିତରେ ଦୁଇ ପାଖୁଡ଼ାବିଶିଷ୍ଟ କପାଟିକା ରହିଥାଏ ।
- ନିଳୟ ଓ ରକ୍ତବାହିନୀ ମଧ୍ୟସ୍ଥିତ କପାଟିକାକୁ ଅର୍ଦ୍ଧଚନ୍ଦ୍ରାକୃତି କପାଟିକା କୁହାଯାଏ ।
- ଅଳିନ୍ଦ ଓ ନିଳୟ ମଧ୍ୟସ୍ଥିତ କପାଟିକା ନିଳୟ ଆଡ଼କୁ ଏବଂ ନିଳୟ ଓ ରକ୍ତବାହିନୀ ମଧ୍ଯସ୍ଥିତ କପାଟିକା ରକ୍ତବାହିନୀ ଆଡ଼କୁ ଖୋଲିପାରେ । ତେଣୁ ରକ୍ତ କେବଳ ଗୋଟିଏ ଦିଗରେ ପ୍ରବାହିତ ହୋଇଥାଏ ।
→ରକ୍ତ ସଞ୍ଚାଳନ (Blood Circulation) :
- ହୃତ୍ପିଣ୍ଡ ଗଠନ କରୁଥିବା ପେଶୀ ଶରୀରର ଅନ୍ୟ ପେଶୀଠାରୁ ଭିନ୍ନ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏହି ପେଶୀ ଅନବରତ ସଙ୍କୁଚିତ ଓ ପ୍ରସାରିତ ହୋଇ ସ୍ପନ୍ଦିତ ହେଉଥାଏ ।
- ସାଧାରଣତଃ ଏକ ସୁସ୍ଥ ବ୍ୟକ୍ତିର ହୃତ୍ପିଣ୍ଡର ସ୍ପନ୍ଦନ ହାର ଏକ ମିନିଟ୍କୁ 72 ଥର । ହୃତ୍ପିଣ୍ଡ ମାଂସପେଶୀକୁ ହୃତ୍ଧମନୀ ଓ ହୃତ୍ଶିରା ଦ୍ଵାରା ରକ୍ତ ସଞ୍ଚାଳିତ ହୋଇଥାଏ ।
- ମଣିଷ ତଥା ଅନ୍ୟ ସ୍ତନ୍ୟପାୟୀ ଓ ପକ୍ଷୀମାନଙ୍କ ହୃତ୍ପିଣ୍ଡ ଚାରି ପ୍ରକୋଷ୍ଠବିଶିଷ୍ଟ ହୋଇଥିବାରୁ ଏମାନଙ୍କର ହୃତ୍ପିଣ୍ଡରେ ଅମ୍ଳଜାନଯୁକ୍ତ ରକ୍ତ ଓ ଅଙ୍ଗାରକାମ୍ଳ ବିହୀନ ରକ୍ତର ମିଶ୍ରଣ ହୁଏନାହିଁ ।
- ମଣିଷ ଶରୀରରେ ବାମପଟର ଅଳିନ୍ଦ ଓ ନିଳୟ ମଧ୍ୟଦେଇ ଅମ୍ଳଜାନଯୁକ୍ତ ରକ୍ତ ପ୍ରବାହିତ ହେଉଥିବା ବେଳେ, ପଟ ଅଳିନ୍ଦ ଓ ନିଳୟ ମଧ୍ୟଦେଇ ଅମ୍ଳଜାନବିହୀନ ରକ୍ତ ସଂଚାଳିତ ହୋଇଥାଏ । ଶରୀରର କୌଣସି ଅଙ୍ଗକୁ ଥରେ ରକ୍ତ
ମାଛରେ ରକ୍ତ ସଞ୍ଚାଳନ :
- ମାଛର ହୃତ୍ପିଣ୍ଡ ଦୁଇ ପ୍ରକୋଷ୍ଠବିଶିଷ୍ଟ ଅଟେ । ଏଥିରେ ଗୋଟିଏ ଅଳିନ୍ଦ ଏବଂ ଗୋଟିଏ ନିଳୟ ରହିଥାଏ ।
- ଶରୀରରୁ ଅଙ୍ଗାରକାମ୍ଳଯୁକ୍ତ ରକ୍ତ ସଂଗୃହୀତ ହୋଇ ହୃତ୍ପିଣ୍ଡ ମଧ୍ୟଦେଇ ଗାଲି ଭିତରକୁ ଯାଏ, ଗାଲିରେ ରକ୍ତ ଦ୍ରବୀଭୂତ ଅମ୍ଳଜାନ ଆହରଣ କରେ ଓ ତାହା ଶରୀରର ବିଭିନ୍ନ ଅଙ୍ଗକୁ ପ୍ରବାହିତ ହୁଏ ।
- ରକ୍ତ କେବଳ ଥରେ ମାତ୍ର ହୃତ୍ପିଣ୍ଡ ମଧ୍ୟଦେଇ ପ୍ରବାହିତ ହେଉଥିବାରୁ ଏ ପ୍ରକାର ସଞ୍ଚାଳନକୁ ଏକକ ସଞ୍ଚାଳନ କୁହାଯାଏ ।
ବେଙ୍ଗରେ ରକ୍ତ ସଞ୍ଚାଳନ :
- ବେଙ୍ଗ ଆଦି ଉଭୟଚରରେ ହୃତ୍ପିଣ୍ଡ ତିନି ପ୍ରକୋଷ୍ଠବିଶିଷ୍ଟ ଅଟେ । ଏଥିରେ ଦୁଇଟି ଅଳିନ୍ଦ ଓ ଗୋଟିଏ ନିଳୟ ରହିଥାଏ ।
- ଦକ୍ଷିଣ ଅଳିନ୍ଦରେ ଶରୀରର ବିଭିନ୍ନ ଅଙ୍ଗରୁ ଅମ୍ଳଜାନବିହୀନ ଓ ବାମ ଅଳିନ୍ଦରେ ଫୁସ୍ଫୁସରୁ ଅମ୍ଳଜାନଯୁକ୍ତ ରକ୍ତ ପହଞ୍ଚେ । ଅଳିନ୍ଦର ସଂକୋଚନ ହେଲେ ରକ୍ତ ନିଳୟ ମଧ୍ୟକୁ ପ୍ରବେଶ କରିଥାଏ ।
ନିଳୟର ସଂକୋଚନ ହେଲେ ମିଶ୍ରିତ ରକ୍ତ ଧମନୀ ମଧ୍ୟଦେଇ ବିଭିନ୍ନ ଅଙ୍ଗକୁ ପ୍ରବାହିତ ହୋଇଥାଏ ।
→ରକ୍ତ ଚାପ(Blood Pressure):
- ହୃତ୍ପିଣ୍ଡର ସଂକୋଚନ ଓ ପ୍ରସାରଣଦ୍ବାରା ରକ୍ତ, ଧମନୀ ମଧ୍ୟଦେଇ ପ୍ରବାହିତ ହୋଇଥାଏ ।
- ହୃତ୍ପିଣ୍ଡର ସଂକୋଚନବେଳେ ରକ୍ତ ଧମନୀ ମଧ୍ୟକୁ ପଶିଥାଏ । ଫଳରେ ଧମନୀର କାନ୍ଥରେ ରକ୍ତର ଚାପ ବଢ଼ିଯାଏ ।
- ପ୍ରସାରଣବେଳେ କିଛି ବଳକା ରକ୍ତ ଧମନୀ ମଧ୍ୟରେ ଥାଏ ଓ ଧମନୀ କାନ୍ଥରେ ରକ୍ତଚାପ ପୂର୍ବାପେକ୍ଷା କମିଯାଏ ।
- ରକ୍ତର ପ୍ରବାହ ଫଳରେ ଧମନୀ କାନ୍ଥରେ ଯେଉଁ ଚାପ ସୃଷ୍ଟି ହୁଏ, ତାହାକୁ ରକ୍ତଚାପ କୁହାଯାଏ ।
- ହୃତ୍ପିଣ୍ଡର ସଂକୋଚନଜନିତ ଚାପକୁ ସିଷ୍ଟୋଲିକ୍ ଓ ପ୍ରସାରଣ ବେଳର ଚାପକୁ ଡାୟାଷ୍ଟାଲିକ୍ ଚାପ କୁହାଯାଏ ।
- ସାଧାରଣତଃ ଏକ ସୁସ୍ଥ ବ୍ୟକ୍ତିର ବିଶ୍ରାମ ବେଳର ସିଷ୍ଟାଲିକ୍ ଚାପ 120 ମିମି ପାରଦମାନ (120 mm Hg) ଏବଂ ଡାୟାଷ୍ଟାଲିକ୍ ଚାପ 80 ମିମି ପାରଦମାନ (80 mm Hg) ।
- ରକ୍ତଚାପ ଷ୍ଟିଗ୍ମ୍ୟାନୋମିଟର ସାହାଯ୍ୟରେ ମପାଯାଏ ।
- କୌଣସି କାରଣରୁ ଧମନୀ ସଙ୍କୁଚିତ ହେଲେ ରକ୍ତଚାପ ବଢ଼ିଯାଏ । ଏହାକୁ ଉଚ୍ଚ ରକ୍ତଚାପ (ହାଇପର୍ଟେନ୍ସନ୍ ) କୁହାଯାଏ । ଉଚ୍ଚ ରକ୍ତଚାପ ହେଲେ ଧମନୀ ଫାଟିଯିବାର ସମ୍ଭାବନା ଥାଏ ।
→ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା (Clotting of blood)
- ଶରୀରର କୌଣସି ସ୍ଥାନ କଟିଗଲେ ବା ଖଣ୍ଡିଆ ହୋଇଗଲେ ସେ ସ୍ଥାନରୁ ରକ୍ତ ବାହାରେ । କିଛି ସମୟ ପରେ ସେ ସ୍ଥାନରେ ରକ୍ତ ଜମାଟ ବାନ୍ଧେ ଓ ରକ୍ତସ୍ରାବ ବନ୍ଦ ହୁଏ । ପ୍ଲାଜ୍ମାରେ ଥିବା ବିଭିନ୍ନ ପ୍ରୋଟିନ୍ ରକ୍ତଜମାଟ ବାନ୍ଧିବା କାର୍ଯ୍ୟ ୟ କରିଥାଏ ।
- ଖଣ୍ଡିଆ ହୋଇ ରକ୍ତ ବାହାରିଲେ କ୍ଷତ ଟିସୁ ଓ ଭାଙ୍ଗିଯାଇଥବା ଅଣୁଚକ୍ରିକା ବାୟୁର ସଂସ୍ପର୍ଶରେ ଆସିବା ଫଳରେ କ୍ଷତସ୍ଥାନରେ ଥୟୋପ୍ଲାଷ୍ଟିନ୍ ନାମକ ଏକ ଲିପୋପ୍ରୋଟିନ୍ ସୃଷ୍ଟିହୁଏ ।
- ଏହା ରକ୍ତରେ ଥିବା କ୍ୟାଲସିୟମ୍ ଆୟନ (Catt) ତଥା ଏନ୍ଜାଇମ୍ ଉପସ୍ଥିତିରେ ପ୍ଲାଜ୍ମାରେ ଥିବା ପ୍ରୋଟିନ୍ ପ୍ରୋଥ୍ରୋସ୍ପିନ୍କୁ ଥୁମ୍ବିନ୍ ନାମକ ଏକ ସକ୍ରିୟ ଏନ୍ଜାଇମ୍ରେ ପରିଣତ କରାଏ ।
- ଥୁମ୍ବିନ୍ ପ୍ରଭାବରେ ଫାଇବ୍ରେନୋଜେନ୍ ନାମକ ଅନ୍ୟ ଏକ ପ୍ଲାଜ୍ମା-ପ୍ରୋଟିନ୍ ଫାଇବ୍ରେନ୍ରେ ପରିଣତ ହୁଏ ।
- ଅଦ୍ରବଣୀୟ ଓ ତନ୍ତୁ ପରି ଥିବା ଏହି ପ୍ରୋଟିନ୍ କ୍ଷତ ସ୍ଥାନରେ ଠୁଳ ହୋଇ ସେଠାରେ ଏକ ସୂକ୍ଷ୍ମ ଜାଲ ତିଆରି କରେ ।
- ଏହି ଜାଲରେ ରକ୍ତକଣିକା ଓ ଅଣୁଚକ୍ରିକା ଛନ୍ଦି ହେବାଦ୍ଵାରା ଖଣ୍ଡିଆ ସ୍ଥାନ ଉପରେ ଏକ ପତଳା ଆସ୍ତରଣ ତିଆରି ହୁଏ । ଫଳରେ କ୍ଷତରୁ ରକ୍ତ ବାହାରି ପାରେନାହିଁ ଏବଂ ରକ୍ତସ୍ରାବ ବନ୍ଦ ହୋଇଯାଏ ।
ସଂକ୍ଷେପରେ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା :
କ୍ଷତ ଟିସୁ ଓ କୋଷ ତଥା ଭାଙ୍ଗିଥିବା ଅଣୁଚକ୍ରିକାରୁ ଜାତ ଥ୍ରୋୟୋପ୍ଲାଷ୍ଟିନ୍ ଉପସ୍ଥିତିରେ
(ଗ) ଫାଇବ୍ରେନ୍ ଜାଲ, ରକ୍ତକଣିକା →ଏବଂ ଅଣୁଚକ୍ରିକା
7. ଶିରା ଓ ଧମନୀ ଭିତରେ ରକ୍ତ ସ୍ଵାଭାବିକ ଅବସ୍ଥାରେ ଜମାଟ ବାନ୍ଧି ନଥାଏ, କାରଣ କ୍ଷତ ନ ହେଲେ ପ୍ରୟୋପ୍ଲାଷ୍ଟିନ୍ ସୃଷ୍ଟି ହୁଏ ନାହିଁ । ଏହାଛଡ଼ା ରକ୍ତରେ କିଛି ପରିମାଣରେ ହିପାରିନ୍ ନାମକ ପ୍ରୋଟିନ୍ ରହିଛି ଯାହା ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ ।
→ରକ୍ତ ଗୋଷ୍ଠୀ (Blood group)
- ପ୍ରତ୍ୟେକ ବ୍ୟକ୍ତିରେ ଏକ ନିର୍ଦ୍ଦିଷ୍ଟ ବର୍ଗର ରକ୍ତ ଥାଏ । ଏହି ତଥ୍ୟ କାର୍ଲ ଲ୍ୟାଣ୍ଡଷ୍ଟେଇନର୍ ପ୍ରଥମେ ଆବିଷ୍କାର କରିଥିଲେ । ଏଥିପାଇଁ 1930 ମସିହାରେ ତାଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯାଇଥିଲା ।
- ସେ ଦର୍ଶାଇଥିଲେ ଯେ ଲୋହିତ ରକ୍ତକଣିକାର ବାହ୍ୟ ଆବରଣରେ ରହିଛି କିଛି ବିଶେଷ ପ୍ରୋଟିନ୍ । ଏହି ପ୍ରୋଟିକୁ ସେ A ଓ B ନାମରେ ନାମିତ କଲେ ।
- ଲୋହିତ ରକ୍ତକଣିକାର ଆବରଣରେ ଥିବା ଏହି ପ୍ରୋଟିନ୍କୁ ଏଣ୍ଟିଜେନ୍ କୁହାଯାଏ । ପ୍ଲାଜମାରେ ସେହିପରି ରହିଛି ଦୁଇଟି ପ୍ରୋଟିନ୍ ଯାହାକୁ ଏଣ୍ଟିବଡ଼ି କୁହାଯାଏ ।
- ଏଣ୍ଟିଜେନ୍ ଓ ଏଣ୍ଟିବଡ଼ିର ବିଶେଷତ୍ୱ ହେଉଛି ଏକ ନିର୍ଦ୍ଦିଷ୍ଟ ଏଣ୍ଟିବଡ଼ି କେବଳ ତାହାପାଇଁ ଉଦ୍ଦିଷ୍ଟ ଏଣ୍ଟିଜେନ୍କୁ ଚିହ୍ନିପାରେ ।
ABO ରକ୍ତବର୍ଗ
- ଲୋହିତ ରକ୍ତ କଣିକା ଆବରଣରେ ଥିବା ଏଣ୍ଟିଜେନ ଏବଂ ପ୍ଲାଜମାରେ ଥିବା ଏଣ୍ଟିବଡ଼ିର ଉପସ୍ଥିତି ଉପରେ ନିର୍ଭର କରି ମଣିଷରେ ଚାରୋଟି ମୁଖ୍ୟ ରକ୍ତ ବର୍ଗ ନିରୂପିତ ହୋଇଛି ।
- ଏହି ବର୍ଗଗୁଡ଼ିକ ହେଉଛି A, B, AB, O ।