Odisha State Board BSE Odisha 10th Class Life Science Notes Chapter 4 ରେଚନ will enable students to study smartly.
BSE Odisha Class 10 Life Science Notes Chapter 4 ରେଚନ
→ଉପକ୍ରମ (Introduction) :
- ଶରୀରର ବିଭିନ୍ନ କୋଷରେ ଉପଯୁକ୍ତ ଖାଦ୍ୟ ଓ କେତେକ ବିପାଚକଦ୍ୱାରା ଜୈବ ରାସାୟନିକ ପ୍ରକ୍ରିୟା କ୍ରମାଗତ ଭାବେ ସଂଘଟିତ ହୋଇଥାଏ । ଏହି ରାସାୟନିକ ପ୍ରକ୍ରିୟାଦ୍ବାରା କୋଷ ତା’ର ଆବଶ୍ୟକ ଶକ୍ତି ପାଇଥାଏ ।
- ଶରୀରରେ ହେଉଥିବା ବିଭିନ୍ନ ଚୟାପଚୟ ପ୍ରକ୍ରିୟାରୁ ଜାତ ହେଉଥିବା ବର୍ଜ୍ୟବସ୍ତୁ ଶରୀର ପାଇଁ ଅଦରକାରୀ ଓ ହାନିକାରକ ଅଟେ । ଶରୀରରେ ଥିବା ବିଶେଷ ବ୍ୟବସ୍ଥାଦ୍ଵାରା ଏହି ବର୍ଜ୍ୟବସ୍ତୁଗୁଡ଼ିକ ନିଷ୍କାସିତ ହୁଏ ଓ ଶରୀର ଭିତରର ପରିବେଶ ପ୍ରଦୂଷଣମୁକ୍ତ ହୋଇଥାଏ ।
- ବର୍ଜ୍ୟବସ୍ତୁର ନିଷ୍କାସନ ଦ୍ଵାରା କୋଷରେ ହେଉଥିବା ବିଭିନ୍ନ ଜୈବରାସାୟନିକ କାର୍ଯ୍ୟକଳାପର ସନ୍ତୁଳନ ବଜାୟ ରହେ ଓ ଶରୀର ସୁସ୍ଥ ରହେ । ଏହି ପ୍ରକ୍ରିୟାକୁ ରେଚନ କୁହାଯାଏ ।
- ରେଚନ ତନ୍ତ୍ର ମାଧ୍ୟମରେ ଶରୀରରୁ ଏମୋନିଆ, ୟୁରିଆ, ୟୁରିକ୍ ଏସିଡ୍ ଜାତୀୟ ବର୍ଜ୍ୟବସ୍ତୁର ନିଷ୍କାସନ ହୁଏ ଏବଂ ଶରୀରରେ ଜଳ ଓ ଧାତବ ଲବଣ ଆଦି ପଦାର୍ଥର ସନ୍ତୁଳନ ବଜାୟ ରହେ ।
- ଶରୀରରେ ପୁଷ୍ଟିସାର ଚୟାପଚୟ ଫଳରେ ଏମୋନିଆ ନିର୍ଗତ ହୋଇଥାଏ । ଏମୋନିଆ ଏକ ଗ୍ୟାସୀୟ ପଦାର୍ଥ ଓ ଏହା ଜଳରେ ଅତିମାତ୍ରାରେ ଦ୍ରବଣୀୟ । ଦ୍ରବୀଭୂତ ଏମୋନିଆ ଶରୀର ପାଇଁ କ୍ଷତିକାରକ ଅଟେ ।
- ଜଳଚର ପ୍ରାଣୀ ଶରୀରରୁ ଉତ୍ପନ୍ନ ହେଉଥିବା ଏମୋନିଆକୁ ବିସରଣ ପ୍ରକ୍ରିୟାଦ୍ଵାରା ସିଧାସଳଖ ଜଳୀୟ ପରିବେଶକୁ ନିଷ୍କାସିତ କରିଥାନ୍ତି ।
- ସ୍ଥଳଚର ପ୍ରାଣୀଙ୍କଠାରେ ସେ ସୁବିଧା ନଥିବାରୁ ସେମାନେ ଶରୀରରେ ଜାତ ହେଉଥିବା ଏମୋନିଆକୁ ୟୁରିଆ ବା ୟୁରିକ୍ ଏସିଡ୍ରେ ପରିଣତ କରି ଶରୀରରୁ ନିଷ୍କାସିତ କରିଥାନ୍ତି ।
ରେଚନ ମାଧ୍ୟମରେ ମଣିଷ ତଥା ଅନ୍ୟ ସମସ୍ତ ସ୍ତନ୍ୟପାୟୀ ପ୍ରାଣୀ, ବେଙ୍ଗ ଜାତୀୟ ଉଭୟଚର, ସାକ୍ଜାତୀୟ ମାଛ ଶରୀରରୁ ୟୁରିଆ ତ୍ୟାଗ କରୁଥିବାବେଳେ ପକ୍ଷୀ, ସରୀସୃପ ଓ ପତଙ୍ଗ ଶରୀରରୁ ୟୁରିକ୍ ଏସିଡ୍ ନିଷ୍କାସନ କରିଥା’ଛି ।
→ରେଚନର ଉପଯୋଗିତା :
- ଶରୀରର ଆଭ୍ୟନ୍ତରୀଣ ପରିବେଶ ପ୍ରଦୂଷଣମୁକ୍ତ ରହେ ।
- କୋଷରେ ସମ୍ପାଦିତ ବିଭିନ୍ନ ଜୈବ ରାସାୟନିକ କାର୍ଯ୍ୟକଳାପର ସନ୍ତୁଳନ ବଜାୟ ରହେ ଓ ଶରୀର ସୁସ୍ଥ ରହେ ।
→ବିଭିନ୍ନ ଜୀବଜନ୍ତୁଙ୍କ ବହିଷ୍କାର (Excretion in various Animals) :
- ମଣିଷ ତଥା ସମସ୍ତ ସ୍ତନ୍ୟପାୟୀ ପ୍ରାଣୀ, ବେଙ୍ଗ ଓ ସାଲାମାଣ୍ଡର ଭଳି ଉଭୟଚର ଓ ସାର୍କଜାତୀୟ ମାଛ ଶରୀରରୁ ବୃକ୍କଦ୍ଵାରା ୟୁରିଆ ନିଷ୍କାସନ କରିଥା’ନ୍ତି । ୟୁରିଆ ଜଳରେ ଦ୍ରବଣୀୟ ହେତୁ ରକ୍ତରେ ମିଶି ବୃକ୍କରେ ପହଞ୍ଚିଥାଏ । ବୃକ୍କରେ ରକ୍ତରୁ ୟୁରିଆ ପୃଥକ୍ ହୁଏ ଏବଂ ଜଳରେ ଦ୍ରବୀଭୂତ ହୋଇ ମୂତ୍ର ଆକାରରେ ଶରୀରରୁ ନିଷ୍କାସିତ ହୁଏ ।
- ପକ୍ଷୀ, ସରୀସୃପ ଓ ପତଙ୍ଗ ଏମୋନିଆକୁ ‘ୟୁରିକ୍ ଅମ୍ଳ’ରେ ପରିଣତ କରି ମଳ ସହ ଶରୀରରୁ ନିଷ୍କାସନ କରିଥା’ନ୍ତି । ୟୁରିକ୍ ଅମ୍ଳ ଜଳରେ ପ୍ରାୟ ଅଦ୍ରବଣୀୟ ହୋଇଥିବାରୁ ମୂତ୍ର ତିଆରି ପରେ ଏହା ସହଜରେ ଦ୍ରବଣରୁ ପୃଥକ୍ ହୋଇଯାଏ । ଦ୍ରବଣରେ ଥିବା ଜଳ ପୁନର୍ବାର ଶୋଷିତ ହୋଇ ରକ୍ତକୁ ଚାଲିଯାଏ । ଏଣୁ ଉପରୋକ୍ତ ପ୍ରାଣୀମାନେ ରେଚନ ପ୍ରକ୍ରିୟାରେ ଅଧ୍ୟକ ଜଳକ୍ଷୟ କରନ୍ତି ନାହିଁ ।
- ଏକକୋଷୀ ଏମିବା ‘ପ୍ଲାଜ୍ମା ଝିଲ୍ଲୀ’ ଓ ‘ସଙ୍କୋଚିକିଧାନୀ’ (Contractile Vacuole) ଦ୍ୱାରା ବିସରଣ ପ୍ରକ୍ରିୟାରେ ରେଚନ କରିଥାଏ । ଏହା ଏମୋନିଆ ତ୍ୟାଗ କରିଥାଏ ।
- ସଞ୍ଜ୍ ଓ ହାଇଡ୍ରା ପରି ନିମ୍ନବର୍ଗର ପ୍ରାଣୀଙ୍କର ନିର୍ଦ୍ଦିଷ୍ଟ ରେଚନ ଅଙ୍ଗ ନଥାଏ ଏବଂ ଏମାନେ ବିସରଣ ପ୍ରକ୍ରିୟାରେ ଏମୋନିଆ
- ଚେପ୍ଟା କୃମି, ଫିତାକୃମି ଓ ଯକୃତ କୃମି ଶିଖା କୋଷ (Flame Cells)ଦ୍ୱାରା ଏମୋନିଆ ତ୍ୟାଗ କରିଥା’ନ୍ତି ।
- ଜିଆ, ଜୋକ ଓ ନେରିସ୍ ନେଫ୍ରିଡ଼ିଆ (Nephridia)ଦ୍ୱାରା ଏମୋନିଆ କିମ୍ବା ୟୁରିଆ ତ୍ୟାଗ କରନ୍ତି ।
- ଝିଣ୍ଟିକା, ଅସରପା ଭଳି ପତଙ୍ଗ ଏବଂ କଙ୍କଡ଼ାବିଛା, ବୁଢ଼ିଆଣୀ ଭଳି କୀଟ ମାପିଝିଆନ୍ ନଳିକା (Malpighian tubules)ଦ୍ୱାରା ୟୁରିକ୍ ଅମ୍ଳ ତ୍ୟାଗ କରନ୍ତି ।
→ପ୍ରାଣୀମାନଙ୍କ ରେଚନ ଅଙ୍ଗର ଗଠନ, ପ୍ରକାରଭେଦ ଓ କାର୍ଯ୍ୟକାରିତାରେ ନିମ୍ନଲିଖ୍ ବିଭିନ୍ନତା ଦେଖିବାକୁ ମିଳିଥାଏ ।
- ଏମିବାର ରେଚନ ଅଙ୍ଗ – ସଂକୋଚିକିଧାନୀ
- ଗଞ୍ଜ, ହାଇଡ୍ରାର ରେଚନ ଅଙ୍ଗ – ନାହିଁ ।
- ଚେପଟାକୃମିର ରେଚନ ଅଙ୍ଗ – ଶିଖାକୋଷ
- ଜିଆ, ଜୋକର ରେଚନ ଅଙ୍ଗ – ନେଫ୍ରିଡ଼ିଆ
- ଝିଣ୍ଟିକାର ରେଚନ ଅଙ୍ଗ – ମାଲପିଝିଆନ୍ ନଳିକା
- ମେରୁଦଣ୍ଡୀ ପ୍ରାଣୀଙ୍କର ରେଚନ ଅଙ୍ଗ – ବୃକ୍କ, ଚର୍ମ
→ମଣିଷର ରେଚନ ତନ୍ତ୍ର :
1. ମଣିଷର ରେଚନ ତନ୍ତ୍ର ବୃକ୍କ, ମୂତ୍ରସାରଣୀ, ମୂତ୍ରାଶୟ ଓ ମୂତ୍ରମାର୍ଗ ଆଦିକୁ ନେଇ ଗଠିତ ହୋଇଥାଏ ।
→(i) ବୃକ୍କର ବାହ୍ୟ ଗଠନ (External structure of Kidney) :
ଅବସ୍ଥିତି :
- ମଣିଷର ମଧ୍ୟଚ୍ଛଦାର ଠିକ୍ ତଳକୁ ଉଦରଗହ୍ଵର ଭିତରେ ଓ ମେରୁଦଣ୍ଡର ଉଭୟ ପାର୍ଶ୍ଵରେ ଦୁଇଟି ବୃକ୍କ ରହିଥାଏ ।
- ବୃକ୍କର ଆକୃତି ପ୍ରାୟ ଶିମ୍ବ ମଞ୍ଜିପରି । ସୁସ୍ଥ ବୟଃପ୍ରାପ୍ତ ବ୍ୟକ୍ତିର ବୃକ୍କର ଲମ୍ବ ପ୍ରାୟ 10 ରୁ 12 ସେ.ମି., ପ୍ରସ୍ଥ ପ୍ରାୟ 5 ରୁ 7 ସେ.ମି. ଓ ମୋଟେଇ ପ୍ରାୟ 3 ସେ.ମି. ଅଟେ ।
- ବୃକ୍କର ଭିତର ପାଖରେ ଥିବା ଖାଲୁଆ ସ୍ଥାନଟିକୁ ହାଇଲମ୍ କୁହାଯାଏ ।
- ହାଇଲମ୍ ମଧ୍ୟଦେଇ ବୃକ୍କୀୟ ଶିରା, ଧମନୀ ଓ ମୂତ୍ରସାରଣୀ ବୃକ୍କ ସହିତ ସଂଯୁକ୍ତ ହୋଇଥାଏ ।
- ମୂତ୍ରସାରଣୀ ଦେଇ ବୃକ୍କରୁ ମୂତ୍ର ମୂତ୍ରାଶୟକୁ ଆସିଥାଏ ।
→(ii) ବୃକ୍କର ଅନ୍ତଃ ଗଠନ (Internal structure of Kidney) :
- ପ୍ରତ୍ୟେକ ବୃକ୍କ ଭିତରେ 10 ଲକ୍ଷରୁ ଅଧିକ ସୂକ୍ଷ୍ମ ବୃକ୍କୀୟ ନଳିକା ବା ମୂତ୍ରଜନ ନଳିକା ବା ନେଫ୍ରନ୍ ରହିଥାଏ ।
- ପ୍ରତି ବୃକ୍କୀୟ ନଳିକାର ଗୋଟିଏ ପାର୍ଶ୍ଵ ‘କପ୍’ ବା ଗିନା ଆକୃତିର ହୋଇଥାଏ । କପ୍ ଆକୃତିର ପାର୍ଶ୍ଵଟି ବୃକ୍କର ବାହାର ପଟକୁ ମୁହେଁଇଥାଏ । ଏହି କପ୍କୁ ବାଓମ୍ୟାନ୍ସ କ୍ୟାପ୍ସୁଲ କୁହାଯାଏ ।
- ପ୍ରତି ନେଫ୍ରନ୍ ସହ ବୃକ୍କୀୟ ଧମନୀର ଗୋଟିଏ ଲେଖାଏଁ ସୂକ୍ଷ୍ମ ଶାଖା (ଏଫରେଣ୍ଟ ଅନ୍ତର୍ବାହୀ ଉପଧମନୀ) ସଂଯୁକ୍ତ ହୋଇଥାଏ ।
- ଏହା ନେଫ୍ରନ୍ ଭିତରେ ପ୍ରବେଶ କରି ଅନେକ ଅତି ସୂକ୍ଷ୍ମ ଶାଖାପ୍ରଶାଖା ବା କୈଶିକନଳୀରେ ପରିଣତ ହୋଇଥାଏ । ଏହିସବୁ କୈଶିକନଳୀ ପରସ୍ପର ସହ ପୁଣି.ମିଶିଯିବାଦ୍ଵାରା ବହିର୍ବାହୀ ଉପଧମନୀ ସୃଷ୍ଟି ହୋଇଥାଏ ।
- କୈଶିକନଳୀଗୁଡ଼ିକର ପ୍ରାଚୀର ଖୁବ୍ ପତଳା ଅଟେ । ଏ ଦୁଇଟି ଉପଧମନୀ ସହ ସଂଶ୍ଳିଷ୍ଟ କୈଶିକନଳୀର ଏହି ଗୁଚ୍ଛକୁ କୈଶିକଗୁଚ୍ଛ ବା ଗ୍ଲୋମେରୁଲସ୍ କୁହାଯାଏ ।
- ବାଓମ୍ୟାନ୍ସ କ୍ୟାପସୁଲର ‘କପ୍’ରେ ଏହା ଯୋଗୁଁହୋଇ ରହିଥାଏ । ରକ୍ତ, ଅନ୍ତର୍ବାହୀ ଉପଧମନୀ ଦେଇ କୈଶିକଗୁଚ୍ଛରେ ପ୍ରବେଶ କରେ ଏବଂ ବହିର୍ବାହୀ ଉପଧମନୀ ଦେଇ ଗୁଚ୍ଛ ବାହାରକୁ ଯାଇଥାଏ ।
- ‘ରକ୍ତଛଣା’ କାର୍ଯ୍ୟ ପାଇଁ ଏହି ବ୍ୟବସ୍ଥା ବେଶ୍ ଉପଯୋଗୀ । ଗ୍ଲୋମେରୁଲସ୍ ଓ ବାଓମ୍ୟାନ୍ସ କ୍ୟାପସୁଲ୍ ମିଶି ମାଲ୍ପିଝିଆନ୍ ପିଣ୍ଡ ଗଠନ କରିଥାନ୍ତି ।
- ବୃକ୍କୀୟ ନଳିକାର କେତେକ ଅଂଶ ବୃକ୍କ ଭିତରେ ଗୁଡ଼େଇ ରହି ଶେଷ ମୁଣ୍ଡଟି ମୂତ୍ର ସଂଗ୍ରହନଳିକା ମଧ୍ଯରେ ପଶିଥାଏ ।
- ମୂତ୍ର ସଂଗ୍ରହ ନଳିକାଗୁଡ଼ିକ ଏକାଠି ହୋଇ ବୃକ୍କ ଭିତରେ ଥିବା ଏକ ଗହ୍ଵର ଭିତରକୁ ଖୋଲିଥା’ନ୍ତି । ଏହି ଗହ୍ଵରଟିକୁ ଗବିଣୀ ବସ୍ତି କୁହାଯାଏ ।
- ପ୍ରତ୍ୟେକ ବୃକ୍କରୁ ଗୋଟିଏ ଲେଖାଏଁ ମୂତ୍ରସାରଣୀ ବାହାରି ତଳିପେଟରେ ଥିବା ମୂତ୍ରାଶୟ ଭିତରେ ପଶିଥାଏ ।
- ମୂତ୍ରାଶୟରେ ମୂତ୍ର ସ ହୋଇ ରହେ ଓ ପରିସ୍ରା କଲାବେଳେ ତାହା ମୂତ୍ରମାର୍ଗ ଦେଇ ନିଷ୍କାସିତ ହୋଇଥାଏ ।
→(iii) ଗ୍ଲୋମେରୁଲସ୍ର କାର୍ଯ୍ୟ (Function of Glomerulus) :
- ଗ୍ଲୋମେରୁଲସ୍ରେ ରକ୍ତଛଣା କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
- ଗ୍ଲୋମେରୁଲସ୍ ଭିତରେ ଥିବା ଅତି ସୂକ୍ଷ୍ମ ରନ୍ଧ୍ରଦେଇ ରକ୍ତରେ ଥିବା ରକ୍ତ କଣିକା ଓ କିଛି ବଡ଼ ଅଣୁବିଶିଷ୍ଟ ପ୍ରୋଟିନ୍ ପରିସ୍ତ୍ରୁତ ହୋଇପାରେ ନାହିଁ । ତେଣୁ ଏହା ବ୍ୟତୀତ ପ୍ରାୟ ଅନ୍ୟ ସମସ୍ତ ଉପାଦାନ ଛାଣି ହୋଇ ବୃକ୍କୀୟ ନଳୀକା ଭିତରକୁ ଯାଇଥାଏ ।
- ବୃକ୍କୀୟ ନଳିକା ଭିତରେ ପ୍ରବେଶ କରୁଥିବା ଉପାଦାନଗୁଡ଼ିକ ଭିତରେ ଜଳ, ଗ୍ଲୁକୋଜ, ଆମିନୋ ଏସିଡ୍, ୟୁରିଆ, ୟୁରିକ୍ ଏସିଡ୍, କ୍ରିଏଟିନିନ୍, ସୋଡ଼ିୟମ, ପୋଟାସିୟମ୍, କ୍ଲୋରାଇଡ୍ ଆଦି ପ୍ରଧାନ ।
- ଗ୍ଲୁକୋଜ୍ ଓ ଏମିନୋ ଏସିଡ୍ ଭଳି ଉପାଦାନ ଆମ ଶରୀର ପାଇଁ ଅଧିକ ଉପଯୋଗୀ ହୋଇଥିବାରୁ ସେଗୁଡ଼ିକ ନିଷ୍କାସିତ ନ ହୋଇ ବୃକକୀୟ ନଳିକାକୁ ଘେରି ରହିଥିବା କୈଶିକ ରକ୍ତନଳୀ ଭିତରକୁ ପୁନଃଶୋଷିତ ହୋଇଥାଏ ।
- ଏହି କୈଶିକ ରକ୍ତନଳୀମାନ ମିଶି ବୃକ୍କୀୟ ଶିରାରେ ପରିଣତ ହୁଏ ।
ମୂତ୍ରରେ ନିଷ୍କାସିତ ହେଉଥିବା ପଦାର୍ଥମାନଙ୍କ ଭିତରେ ମୁଖ୍ୟତଃ ଜଳ ଓ ୟୁରିଆ ଏବଂ ଅଳ୍ପ ପରିମାଣର ୟୁରିକ୍ ଏସିଡ଼, କ୍ରିଏଟିନିନ୍, ବିଭିନ୍ନ ଲବଣ ଯଥା ସୋଡ଼ିୟମ କ୍ଲୋରାଇଡ୍, ପୋଟାସିୟମ କ୍ଲୋରାଇଡ୍ ଆଦି ପ୍ରଧାନ । ମୂତ୍ରରେ ୟୁରୋକ୍ରୋମ (Urochrome) ନାମକ ବର୍ଷକଣା ଥିବା ହେତୁ ଜଣେ ସୁସ୍ଥ ବ୍ୟକ୍ତିର ପରିସ୍ରା ରଙ୍ଗ ଈଷତ୍ ହଳଦିଆ ହୋଇଥାଏ । ସୁସ୍ଥ ଲୋକର ମୂତ୍ରରେ ଗ୍ଲୁକୋଜ୍, ପ୍ରୋଟିନ୍ ବା କୌଣସି ରକ୍ତକଣିକା ନଥାଏ । ମୂତ୍ରରେ ଏଭଳି କୌଣସି ଉପାଦାନ ଥିଲେ ଅଥବା, ମୂତ୍ରର ବର୍ଷରେ ପରିବର୍ତ୍ତନ ଦେଖାଗଲେ ତାହା ରୋଗର ସୂଚନା ଦିଏ ।
→(iv) କିଡନୀ ର ଅତିରିକ୍ତ କାର୍ଯ୍ୟ (Extra function of kidney) :
- ଶରୀରର ଜଳ ଓ ଧାତବଲବଣ ପରିମାଣର ନିୟନ୍ତ୍ରଣ, ରକ୍ତର ଅମ୍ଳ ଓ କ୍ଷାରୀୟ ମାତ୍ରା ନିୟନ୍ତ୍ରଣ କରୁଥିବା ପଦାର୍ଥମାନଙ୍କ ସନ୍ତୁଳନ ରକ୍ଷା କରିବା, ଶରୀରର ରକ୍ତଚାପ ନିୟନ୍ତ୍ରଣ ଓ ଏରିଥ୍ରୋପୋଇଏଟିନ୍ ନାମକ ହରମୋନ୍ କ୍ଷରଣ କରି ଲୋହିତ ରକ୍ତକଣିକା ତିଆରି କରିବାରେ ସାହାଯ୍ୟ କରିବା ଇତ୍ୟାଦି ବୃକ୍କର ଅନ୍ୟ କାର୍ଯ୍ୟ ।
- ପରିସ୍ରବଣ, ପୁନଃଶୋଷଣ, କ୍ଷରଣ ଏବଂ ନିଷ୍କାସନ – ଏହି ଚାରୋଟି ପ୍ରକ୍ରିୟା ମାଧ୍ୟମରେ ବୃକ୍କ ଶରୀରର ଅନ୍ତଃପରିବେଶରେ ସନ୍ତୁଳନ ବଜାୟ ରଖେ ।
→ଶରୀରର ଅନ୍ୟ ରେଚନ ଅଙ୍ଗ (Other excretory organs) :
ଚର୍ମ :
- ଶରୀରରୁ ବର୍ଜ୍ୟବସ୍ତୁ କିଛି ପରିମାଣରେ ଝାଳ ଆକାରରେ ଚର୍ମଦେଇ ନିଷ୍କାସିତ ହୋଇଥାଏ । ଝାଳ ତିଆରି ଚର୍ମର ଅନ୍ୟତମ କାର୍ଯ୍ୟ ଓ ଏଥପାଇଁ ଚର୍ମରେ ସ୍ବେଦଗ୍ରନ୍ଥି ରହିଥାଏ ।
- ରକ୍ତରୁ ଧାତବଲବଣ, ସାମାନ୍ୟ ୟୁରିଆ ଶୋଷିତ ହୋଇ ପରେ ଝାଳ ଆକାରରେ ଶରୀରରୁ ନିଷ୍କାସିତ ହୋଇଥାଏ ।
- ଝାଳ ବାଷ୍ପୀଭୂତ ହେବା ଫଳରେ ଶରୀର ଶୀତଳ ହୋଇଥାଏ ।
→ଯକୃତ :
- ପାଚକତନ୍ତ୍ର ସହ ଜଡ଼ିତ ଯକୃତ୍ କିଛି ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ସହାୟକ ହୋଇଥାଏ ।
- ଚୟାପଚୟରୁ ଉତ୍ପାଦିତ ବର୍ଜ୍ୟ ଯଥା ଖାଉଥିବା ଔଷଧର ଅବଶିଷ୍ଟାଶ, ମାତ୍ରାଧିକ ଭିଟାମିନ୍, ଲୋହିତ ରକ୍ତକଣିକାର ବିଖଣ୍ଡନ ପ୍ରକ୍ରିୟାରେ ଜାତ ହେଉଥିବା ବର୍ଣ୍ଣକଣା ଇତ୍ୟାଦି ପିତ୍ତରସ ସହ ମିଶି ଖାଦ୍ୟନଳୀ ଭିତରକୁ ଯାଇଥାଏ, ପରେ ସେଠାରୁ ମଳ ସହ ନିଷ୍କାସିତ ହୋଇଥାଏ ।
→ଫୁସ୍ଫୁସ୍ :
1. ନିଃଶ୍ବାସ ଛାଡ଼ିଲା ବେଳେ ଫୁସ୍ଫୁସ୍ରୁ ଶରୀରରେ ଉତ୍ପନ୍ନ ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପ ନିଷ୍କାସିତ ହୋଇଥାଏ ।
→ଉଭିଦରେ ରେଚନ (Excretion in plant) :
- ଉଭିଦରେ ରେଚନ ପାଇଁ ପ୍ରାଣୀପରି ସ୍ବତନ୍ତ୍ର ରେଚନ ଅଙ୍ଗ ନଥାଏ । ଚୟାପଚୟ ପ୍ରକ୍ରିୟାରେ ସୃଷ୍ଟିହେଉଥିବା ବିଭିନ୍ନ ଉପଜାତ ପଦାର୍ଥ ଉଭିଦର କେତେକ ବିଶେଷ ଅଂଶରେ ଗଚ୍ଛିତ ହୋଇ ରହେ ।
- ଖଇର, ଝୁଣା, ଅଠା, କ୍ଷୀର ଏହାର କେତୋଟି ଉଦାହରଣ ଅଟେ ।
- ତେନ୍ତୁଳିରେ ଥିବା ଟାର୍ଟାରିକ୍ ଅମ୍ଳ, ଲେମ୍ବୁରେ ଥିବା ସାଇଟ୍ରିକ୍ ଅମ୍ଳ, ସିନା ଗଛରେ ଥିବା କୁଇନାଇନ୍ ଓ ତମାଖୁ ପତ୍ରରେ ଥିବା ନିକୋଟିନ ପରି ଉପକ୍ଷାର ଇତ୍ୟାଦି ଏହିପରି କିଛି ଉତ୍ପାଦ ଅଟନ୍ତି ।
- ଏଗୁଡ଼ିକ ଆମର ଉପକାରରେ ଆସନ୍ତି । ଏହି ଅଦରକାରୀ ପଦାର୍ଥଗୁଡ଼ିକ ଯୋଗୁଁ ଉଭିଦର କ୍ଷତି ହୋଇ ନଥାଏ ।
- ଉଭିଦରେ ଷ୍ଟୋମାଟା ଶ୍ଵାସକ୍ରିୟା ସମ୍ପାଦନ କରିବା ସହିତ ଏକ ରେଚନ ଅଙ୍ଗଭଳି କାର୍ଯ୍ୟ କରିଥାଏ ।
- ଉଭିଦମାନେ ବର୍ଜ୍ୟବସ୍ତୁରୁ ମୁକ୍ତ ରହିବାପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥା’ନ୍ତି । ଉଭିଦ ଶରୀରରେ ଥିବା ବଳକା ପାଣି ଉଚ୍ଛେଦନ ପ୍ରକ୍ରିୟାରେ ବାହାରିଯାଇଥାଏ ।
ଅନେକ ଉଦ୍ଭଦରେ ବର୍ଜ୍ୟବସ୍ତୁଗୁଡ଼ିକ କୋଷମଧ୍ଯସ୍ଥ ରସଧାନୀରେ ସଂଗୃହୀତ ହୋଇଥାଏ । ସ୍ଥଳବିଶେଷରେ ସେଗୁଡ଼ିକ ମଧ୍ଯ ପତ୍ରରେ ସଂଗୃହୀତ ହୁଏ ଓ ପରେ ବର୍ଜ୍ୟବସ୍ତୁଭରା ପତ୍ର ଶୁଖ୍ ଝଡ଼ିପଡ଼େ । ରେଜିନ୍ ଓ ଟାନିନ୍ ପରି ବର୍ଜ୍ୟବସ୍ତୁଗୁଡ଼ିକ ପରିପକ୍ବ ଜାଇଲେଟ୍ରେ ମଧ୍ଯ ସଂଗୃହୀତ ହୋଇଥାଏ ।