Odisha State Board BSE Odisha 10th Class Life Science Notes Chapter 5 ନିୟନ୍ତ୍ରଣ ଓ ସମନ୍ଵୟ will enable students to study smartly.
BSE Odisha Class 10 Life Science Notes Chapter 5 ନିୟନ୍ତ୍ରଣ ଓ ସମନ୍ଵୟ
→ଉପକ୍ରମ (Introduction) :
ପ୍ରତ୍ୟେକ ଜୀବ ପରିବେଶର ଉଦ୍ଦୀପନା ଅନୁସାରେ ଆବଶ୍ୟକ ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ଅନୁକ୍ରିୟା ପ୍ରଦର୍ଶନ କରି ନିଜର ସ୍ଥିତି ନିଶ୍ଚିତ କରିଥାଏ । ଏଥିପାଇଁ ନିୟନ୍ତ୍ରଣ ଏବଂ ବିଭିନ୍ନ କ୍ରିୟା, ପ୍ରକ୍ରିୟା ଓ ପ୍ରତିକ୍ରିୟା ଭିତରେ ସମନ୍ଵୟ ରକ୍ଷା ଅତ୍ୟନ୍ତ ଆବଶ୍ୟକ । ଉଦ୍ଭିଦରେ ଏହା ରାସାୟନିକ ପଦ୍ଧତିରେ ହୋଇଥାଏ । କିନ୍ତୁ ପଦ୍ଧତିରେ ହୋଇଥାଏ ।
→ଉଭିଦରେ ନିୟନ୍ତ୍ରଣ ଓ ସମନ୍ୱୟ (Control and Co-ordination in plant):
- ଉଦ୍ଭିଦରେ ପ୍ରାଣୀମାନଙ୍କ ପରି କୌଣସି ସ୍ନାୟବିକ ତନ୍ତ୍ର ନଥାଏ ।
- କେବଳ ଜୈବ ରାସାୟନିକ ପ୍ରକ୍ରିୟାରେ ଉଭିଦ ଜଗତ ନିଜ ଶରୀରରେ ଆଲୋକ, ମାଧ୍ୟାକର୍ଷଣ, ସ୍ପର୍ଶ ପରି ବାହ୍ୟ ଉଦ୍ଦୀପନାରେ ଅନୁକ୍ରିୟା ପ୍ରକାଶ କରେ ।
- ଏହି କାର୍ଯ୍ୟରେ ନିୟୋଜିତ ହେଉଥିବା ଜୈବ ରାସାୟନିକ ପଦାର୍ଥ ହେଉଛି ଉଦ୍ଭିଦ ହରମୋନ୍ ।
- ଉଦ୍ଭିଦରେ ବିଭିନ୍ନ ଜୈବିକ ପ୍ରକ୍ରିୟାର ନିୟନ୍ତ୍ରଣ ଓ ସମନ୍ଵୟ ରକ୍ଷା ରାସାୟନିକ ପଦ୍ଧତିରେ ହର୍ମୋନଦ୍ୱାରା ହୋଇଥାଏ ।
→ଫାଇଟୋହର୍ମୋନ (Phytohormone) :
- ହରମୋନ ଜୈବ ପଦାର୍ଥ । ଏହା ଖୁବ୍ କମ୍ ପରିମାଣରେ ଓ କମ୍ ସାନ୍ଦ୍ରତାରେ ବିଭିନ୍ନ କ୍ରିୟା ସମ୍ପାଦନ କରିଥାଏ ।
- ଏହାର ପ୍ରସ୍ତୁତି ସ୍ଥାନ ଓ କାର୍ଯ୍ୟକାରୀ ସ୍ଥାନ ସାଧାରଣତଃ ଅଲଗା ।
- ଉଭିଦର ହରମୋନ୍କୁ ଫାଇଟୋହରମୋନ କୁହାଯାଏ । ଏହା ପାଞ୍ଚ ପ୍ରକାର;
- ଯଥା – ଅକ୍ ସିନ୍ (Auxin)
- ଜିବରେଲିନ୍ (Gibberellin)
- ସାଇଟୋକିନିନ୍ (Cytokinin)
- ଇଥିଲିନ୍ (Ethylene)
- ଅବସିସିସ୍ ଏସିଡ୍ (Abscissic acid) ।
→ଉଭିଦ ହରମୋଦ୍ୱାରା ନିୟନ୍ତ୍ରଣ :
- ଆଲୋକ, ମାଧ୍ୟାକର୍ଷଣ ବଳ, ଜଳ ପ୍ରଭୃତି ବାହ୍ୟ ଉଦ୍ଦୀପନା ଉଭିଦର କାଣ୍ଡ, ଚେର ଓ ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା ସୃଷ୍ଟି କରିଥା’ନ୍ତି । ଫଳତଃ ସେ ସମସ୍ତ ସ୍ଥାନରେ ହର୍ମୋନ୍ କ୍ଷରଣ ବୃଦ୍ଧିପାଏ ।
- ହରମୋନ୍ ଉଦ୍ଭଦରେ ଆଲୋକାନୁବର୍ତ୍ତନ (Phototropism), ଜ୍ୟାନୁବର୍ତ୍ତନ (Geotropism), ଅନ୍ତର୍କୁଞ୍ଚନ ଗତି (Nastic movement), ଷ୍ଟୋମାଟାଲ୍ ଗତି (Stomatal movement), (Ripening of fruit) ଇତ୍ୟାଦିକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।
- ଉଭିଦର ଫୁଲ ଧରିବା ପ୍ରକ୍ରିୟା ଆଲୋକର ଅବଧୂ ଉପରେ ନିର୍ଭର କରେ । ଏହାକୁ ଫଟୋପିରିୟଡ଼ିଜିମ୍ (Photoperiodism) କୁହାଯାଏ ।
→ଫୁଲ ଧରିବା ପ୍ରକ୍ରିୟା :
- ଉଭିଦ ଯେତେବେଳେ ଦରକାର ମୁତାବକ ଆଲୋକାବଧୂ (Photoperiod) ପାଏ, ସେତେବେଳେ ତା’ର ପତ୍ରରେ ଫ୍ଲୋରିଜେନ୍ (Florigen) ନାମକ ଫୁଲଧାରଣ ସହାୟକ ହର୍ମୋନ୍ ତିଆରି ହୁଏ ।
- ଏହି ହରମୋନ୍ ଉଭିଦର ଅଗ୍ରଭାଗକୁ ପରିବାହିତ ହୋଇ ସେଠାରେ ଫୁଲ ଧରିବା ପ୍ରକ୍ରିୟାରେ ସାହାଯ୍ୟ କରେ ।
- ହର୍ମୋନ୍ ସହିତ ଉଭିଦରେ ଫାଇଟୋକ୍ରୋମ୍ (Phytochrome) ନାମକ ଏକ ସ୍ଵତନ୍ତ୍ର ବର୍ଣ୍ଣକଣା ରହିଥାଏ । ଫ୍ଲୋରିଜେନ୍ ଓ ଫାଇଟୋକ୍ରୋମ୍ ଉଭିଦର ଫୁଲ ଧରିବା ପ୍ରକ୍ରିୟାକୁ ନିୟନ୍ତ୍ରଣ କରନ୍ତି ।
→ଆଲୋକାନୁବର୍ତ୍ତନ ପରୀକ୍ଷା :
ପରୀକ୍ଷଣ -1
- ଗୋଟିଏ କୋନିକାଲ୍ ଫ୍ଲସ୍କରେ ପାଣି ଭର୍ତ୍ତି କରାଯାଉ । ଫ୍ଲାସ୍କର ବେକକୁ ଏକ ତାରଜାଲିରେ ଆଚ୍ଛାଦନ କରାଯାଉ ।
- ତାର ଜାଲି ଉପରେ 2 ବା 3ଟି ସଦ୍ୟ ଅଙ୍କୁରୋଦ୍ଗମ ହୋଇଥିବା ବିନ୍ମଞ୍ଜି ରଖାଯାଉ ।
- ଏକପାଖ ଖୋଲାଥିବା ଏକ ମୋଟା କାଗଜ ବାକ୍ସ ନିଆଯାଉ ।
- ଫ୍ଲାସ୍କଟିକୁ ବର୍ତ୍ତମାନ ଏହି ବାକ୍ସ ମଧ୍ଯରେ ଏପରିଭାବରେ ରଖାଯାଉ ଯେପରି ଝରକାରେ ଆସୁଥିବା ଆଲୋକ ବାକ୍ସର ଖୋଲାପାର୍ଶ୍ଵ ଦେଇ ସଦ୍ୟ ଅଙ୍କୁରିତ ଉଭିଦ ଉପରେ ପଡ଼ିବ ।
→ପର୍ଯ୍ୟରେଷଣ :
- ଦୁଇ ତିନି ଦିନପରେ ସେଗୁଡ଼ିକୁ ଲକ୍ଷ୍ୟ କଲେ ଦେଖାଯିବ ଯେ ଉଦ୍ଭଦଟି କ୍ରମଶଃ ଆଲୋକୋନ୍ମୁଖୀ ହୋଇ ଆଲୋକ ଆଡ଼କୁ ବଙ୍କେଇ ଯାଇଛି ।
- ସିଦ୍ଧାନ୍ତ – ଯେତେବେଳେ କ୍ରମବର୍ଦ୍ଧିଷ୍ଣୁ ଉଭିଦଟି ଆଲୋକ ପାଏ, ସେତେବେଳେ ଏହାର ଅଗ୍ରଭାଗରେ ଅକ୍ସିନ୍ ସଂଶ୍ଳେଷିତ ହୁଏ । ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଦିଗରୁ ଆଲୋକ ଆସେ ଅକ୍ସିନ୍ ବିପରୀତ ଦିଗକୁ ପରିବାହିତ ହୁଏ । ଅକ୍ସିନ୍ର ପରିମାଣ ବଢ଼ିବାରୁ ସେଠାରେ ଥିବା କୋଷଗୁଡ଼ିକର ବୃଦ୍ଧି ଘଟେ । ଫଳତଃ ଅନ୍ଧାରରେ ଥିବା ପାର୍ଶ୍ଵ ଆଲୋକ ପଟକୁ ଥିବା ପାର୍ଶ୍ଵ ଅପେକ୍ଷା ଅଧିକ ଲମ୍ବାହୋଇଥାଏ । କ୍ରମଶଃ ଉଦ୍ଭଦଟି ଆଲୋକ ଆଡ଼କୁ ବଙ୍କେଇଯାଏ ।
→ଫାଇଟୋହରମୋନ୍ର କ।ର୍ଯ୍ୟକ।ଚିତା :
ଫାଇଟୋହରମୋନ୍ ଉଭିଦର ବିଭିନ୍ନ ଜୈବ ପ୍ରକ୍ରିୟାର ନିୟନ୍ତ୍ରଣ ଓ ସମନ୍ଵୟ ରକ୍ଷାକରିବା ସହିତ ମୁଖ୍ୟତଃ ଦୁଇପ୍ରକାର କାର୍ଯ୍ୟ କରିଥାଏ; ଯଥା-
- ବୃଦ୍ଧି ନିୟନ୍ତ୍ରଣ ଓ
- ଚଳନଶକ୍ତିର ନିୟନ୍ତ୍ରଣ ।
(I) ବୃଦ୍ଧି ନିୟନ୍ତ୍ରଣ (Growth regulation) :
1. ଫାଇଟୋହରମୋନ୍ ଦୁଇପ୍ରକାର : ଯଥା – ବୃଦ୍ଧିକାରକ ହରମୋନ୍ ଓ ବୃଦ୍ଧିହ୍ରାସକ ହରମୋନ୍ ।
→ବୃଦ୍ଧିକାରକ ହରମୋନ୍ :
- ଫାଇଟୋହର୍ମୋନ୍ ମଧ୍ୟରୁ ଅକ୍ସିନ୍, ଜିବରେଲିନ୍ ଓ ସାଇଟୋକାଇନିନ୍ ପ୍ରଭୃତି ବୃଦ୍ଧିକାରକ ହରମୋନ ଅଟନ୍ତି ।
- ଜିବରେଲିନ୍ ଓ ଅକ୍ସିନ୍ ଶାଖା ଓ କାଣ୍ଡର ବୃଦ୍ଧିରେ ସହାୟକ ହୋଇଥା’ନ୍ତି ଓ ସାଇଟୋକାଇନିନ୍ କୋଷ ବିଭାଜନର ହାର ବୃଦ୍ଧି କରିଥାଏ ।
- କାଣ୍ଡ ଓ ମୂଳର ଅଗ୍ରଭାଗ, କଷିଫଳ ଓ ଫୁଲରେ ବୃଦ୍ଧି ନିୟନ୍ତ୍ରକ ହର୍ମୋନ୍ ଅତ୍ମକ ପରିମାଣରେ ରହିଥାଏ ଓ ଅଗ୍ରଭାଗ ତଳକୁ ହର୍ମୋନ୍ର ପରିମାଣ କ୍ରମଶଃ ହ୍ରାସ ପାଉଥିବାରୁ ବୃଦ୍ଧି ପରିମାଣ ମଧ୍ଯ ତଦନୁସାରେ କମ୍ ହୋଇଥାଏ ।
→ବୃଦ୍ଧିହ୍ରାସକ ହରମୋନ୍ :
- କେତେକ ଫାଇଟୋହର୍ମୋନ୍ ଉଦ୍ଭଦର ବୃଦ୍ଧିରେ ସହାୟକ ହେଉଥିବାବେଳେ ଉଭିଦମାନଙ୍କରେ ମଧ୍ୟ କେତେ ବୃଦ୍ଧିହ୍ରାସକ (Growth retardant) ହର୍ମୋନ୍ ରହିଥା’ନ୍ତି । ଆକ୍ସିସିକ୍ ଏସିଡ୍ ଓ ଏଥୁଲିନ୍ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ।
- ଏହି ହରମୋନ୍ଗୁଡ଼ିକ ସାଧାରଣତଃ ଉଭିଦର ବୃଦ୍ଧିହ୍ରାସ କରିବା, ପତ୍ର, ଫୁଲ, ଫଳ ଝଡ଼ାଇବା ସହିତ ଉଭିଦର ବାର୍ଷକ୍ୟ
(II) ଚଳନଶକ୍ତିର ନିୟନ୍ତ୍ରଣ/ଗତି ନିୟନ୍ତ୍ରଣ :
- ବାହ୍ୟ ଉଦ୍ଦୀପନାଦ୍ଵାରା ପ୍ରଭାବିତ ହୋଇ ହରମୋନ୍ଗୁଡ଼ିକ ଉଭିଦର ଚଳନଶକ୍ତିକୁ ନିୟନ୍ତ୍ରଣ କରିଥା’ନ୍ତି ।
- ଏହି ବାହ୍ୟ ଉଦ୍ଦୀପନାଗୁଡ଼ିକ ହେଲା ଆଲୋକ, ମାଧ୍ୟାକର୍ଷଣ ବଳ ଇତ୍ୟାଦି । ଏଗୁଡ଼ିକର ପ୍ରଭାବରେ ଉଭିଦରେ ବିଭିନ୍ନ ପ୍ରକାର ଚଳନ ପରିଲକ୍ଷିତ ହୁଏ । ଏହାକୁ ଅନୁବର୍ତ୍ତନ (Tropism) ବା ଅନୁବର୍ତ୍ତନୀୟ ଚଳନ (Tropic movement) କୁହାଯାଏ । କାଣ୍ଡର ଆଲୋକାନୁବର୍ତ୍ତନ ଓ ଚେରର ଜ୍ୟାନୁବର୍ତ୍ତନ ଏହାର ଉଦାହରଣ ।
→ଆଲୋକାନୁବର୍ତ୍ତନ (Phototropism):
- ଆଲୋକାନୁବର୍ତ୍ତନ ଉଭିଦମାନଙ୍କର ଏକ ବିଶେଷ ଲକ୍ଷଣ । ଉଭିଦର କାଣ୍ଡ ଆଲୋକ ଆଡ଼କୁ ଗତି କରିଥାଏ । ଏହାକୁ ଅନୁକୂଳ ଆଲୋକାନୁବର୍ତ୍ତନ (Positive phototropism) କୁହାଯାଏ ।
- ଚେର ଆଲୋକର ବିପରୀତ ଦିଗକୁ ଗତିକରେ ଅର୍ଥାତ୍ ଆଲୋକଠାରୁ ଦୂରରେ ରହେ । ଏହାକୁ ପ୍ରତିକୂଳ କାଣ୍ଡର ଆଲୋକାନୁବର୍ତ୍ତନ ଓ ଚେରର ଜ୍ୟାନୁବର୍ତ୍ତନ ଏହାର ଉଦାହରଣ ।
ଆଲୋକାନୁବର୍ତ୍ତନ (Negative phototropism) କୁହାଯାଏ ।
ପରୀକ୍ଷଣ – 2
1. କେତେଗୁଡ଼ିଏ ଗଜା ବାହାରିଥିବା ବୁଟ ମଞ୍ଜିକୁ ଏକ ଦିଗରୁ ଆଲୋକ ଆସୁଥିବା ଏକ ବାକ୍ସ ମଧ୍ୟରେ ରଖାଯାଉ ।
2.
3. ଆଉ କେତେଗୁଡ଼ିକର ଅଗ୍ରଭାଗକୁ କାଟି ଦିଆଯାଉ ଓ ଅବଶିଷ୍ଟକୁ ସେହିପରି ଛାଡ଼ିଦିଆଯାଉ ।
→ପର୍ଯ୍ୟବେକ୍ଷଣ :
- 3-4 ଦିନ ପରେ ସେଗୁଡ଼ିକୁ ପରୀକ୍ଷା କରାଯାଉ । ଯେଉଁ ଗଜାଗୁଡ଼ିକର ଅଗ୍ରଭାଗ କାଟି ଦିଆଯାଇଛି ଏବଂ ଯେଉଁଗୁଡ଼ିକର ଦିଗକୁ ବଙ୍କେଇ ଯାଇଛି ।
- ଟୋପି ଲାଗିଥିବା ଗଜାଗୁଡ଼ିକର ଟୋପି କାଢ଼ିନେଲେ କ୍ରମେ ଦେଖାଯିବ ଯେ ସେଗୁଡ଼ିକ ମଧ୍ୟ ଆଲୋକ ଆଡ଼କୁ ବଙ୍କେଇ ଯାଉଛି ।
→ସିଦ୍ଧାନ୍ତ :
- ଅଗ୍ରଭାଗ କାଟି ଦିଆଯିବା ବା କଳାଟୋପି ଲଗାଯିବାଦ୍ବାରା ଏହିଅଂଶ ଆଲୋକ ପାଇପାରିଲା ନାହିଁ । ଅନ୍ୟପକ୍ଷରେ ଅବଶିଷ୍ଟ ଗଜାଗୁଡ଼ିକର ଅଗ୍ରଭାଗ ଆଲୋକ ପାଇବାରୁ ଆଲୋକ ଆଡ଼କୁ ବଙ୍କେଇଗଲା ।
- ଏଥିରୁ ଜଣାଗଲା ଯେ ଗଜାର ଅଗ୍ରଭାଗରେ ଆଲୋକଜନିତ ଉଦ୍ଦୀପନା ଯୋଗୁଁ କେତେକ ରାସାୟନିକ ପରିବର୍ତ୍ତନ ଘଟି ଭୃଣକାଣ୍ଡ ଆଲୋକ ଆଡ଼କୁ ବଙ୍କେଇଗଲା ।
(II) ଜ୍ୟାନୁବର୍ତ୍ତନ (Geotropism) :
- ମାଧ୍ୟାକର୍ଷଣ ବଳ ବସ୍ତୁକୁ ପୃଥିବୀର କେନ୍ଦ୍ରଆଡ଼କୁ ଆକର୍ଷଣ କରିଥାଏ । ଏଥରେ ପ୍ରଭାବିତ ହୋଇ ଉଭିଦ ବା ଏହାର ଅଂଶବିଶେଷ ମାଟିତଳକୁ ଗତିକରେ । ଏହାକୁ ଜ୍ୟାନୁବର୍ତ୍ତନ ବା ମାଧ୍ୟାକର୍ଷଣ ଅନୁବର୍ତ୍ତନ (Geotropism) କୁହାଯାଏ ।
- ମାଧ୍ୟାକର୍ଷଣ ବଳଯୋଗୁଁ ଉଭିଦର ଚେର ଓ ମୂଳ ପୃଥିବୀର କେନ୍ଦ୍ରଆଡ଼କୁ ଆକର୍ଷିତ ହୋଇଥାନ୍ତି । ଏହାକୁ ଅନୁକୂଳ ଜ୍ୟାନୁବର୍ତ୍ତନ (Positive geotropism) କୁହାଯାଏ । କିନ୍ତୁ ଉଭିଦର କାଣ୍ଡ ତାହାର ବିପରୀତ ଦିଗକୁ ଗତିକରେ । ଏହାକୁ ପ୍ରତିକୂଳ ଜ୍ୟାନୁବର୍ତ୍ତନ (Negative gcotropism) କୁହାଯାଏ ।
→ବାହ୍ୟ ଉଦ୍ଦୀପନା ଓ ଉଭିଦର ହରମୋନ୍ :
- ଆଲୋକ, ମାଧ୍ୟାକର୍ଷଣ ବଳ, ଜଳ, ରାସାୟନିକ ପଦାର୍ଥ ପ୍ରଭୃତି ବାହ୍ୟ ଉଦ୍ଦୀପନା, କାଣ୍ଡ, ଚେର, ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା ସୃଷ୍ଟି କରିଥା’ନ୍ତି । ଫଳରେ ସେଠାରେ ହର୍ମୋନ୍ କ୍ଷରଣ ବୃଦ୍ଧିପାଏ ଓ ସେଗୁଡ଼ିକର ବୃଦ୍ଧି ହରମୋନ୍ଦ୍ୱାରା ନିୟନ୍ତ୍ରିତ ହୁଏ ।
- ବାହ୍ୟ ଉଦ୍ଦୀପନା ପାଇବାପାଇଁ ଉଭିଦର ବିଭିନ୍ନ ଅଂଶ ଉଦ୍ଦୀପନା ଆସୁଥିବା ଦିଗକୁ ବା ତା’ର ବିପରୀତ ଦିଗକୁ ବଢ଼ିଚାଲେ । ଏହିପରି ଭାବରେ ଉଭିଦର ଜୈବିକ ଓ ସମନ୍ଵୟ ନିୟନ୍ତ୍ରଣ ରାସାୟନିକ ପଦ୍ଧତିରେ ହରମୋନ୍ଦ୍ୱାରା ସମାହିତ ହୋଇଥାଏ ।
→ଉଭିଦର ଅନ୍ତର୍କୁଞ୍ଚନ :
1. ଲାଜକୁଳୀ ଲତା (Touch-me-not plant)ର ଡାଳ କିମ୍ବା ପତ୍ରକୁ ଛୁଇଁଦେବା ମାତ୍ରେ ଲତାରେ ଥିବା ପତ୍ରଗୁଡ଼ିକ ନଇଁଯାଇ ଝାଉଁଳି ପଡ଼େ । ସ୍ପର୍ଶ ପ୍ରତି ଅନୁକ୍ରିୟା ପ୍ରଦର୍ଶନ ସ୍ୱରୂପ ପତ୍ରଗୁଡ଼ିକ ଜାକି ହୋଇଯା’ନ୍ତି । ଲାଜକୁଳୀ ଲତାର ଏହି ଗତିକୁ ଅନ୍ତକୁଞ୍ଚନ ଗତି କୁହାଯାଏ ଓ ଏହା ସ୍ପର୍ଶଜନିତ ଉଦ୍ଦୀପନାର ଏକ ବିଶେଷ ଉଦାହରଣ ଅଟେ ।
→ମଣିଷରେ ନିୟନ୍ତ୍ରଣ ଓ ସମନ୍ଵୟ :
- ଆମର ସ୍ନାୟୁ ଓ ସଂବେଦକ ଅଙ୍ଗକୁ ନେଇ ସ୍ନାୟୁତନ୍ତ୍ର (Nervous system) ଗଠିତ ।
- ପରିବେଶରେ ଘଟୁଥିବା ବିଭିନ୍ନ ଘଟଣା ବିଷୟରେ ସ୍ନାୟୁତନ୍ତ୍ର ପ୍ରାଣୀକୁ ଅବଗତ କରାଏ । ପ୍ରାଣୀ ନିଜକୁ ସୁହାଇଲା ପରି କାର୍ଯ୍ୟକରି ପରିବେଶ ସହିତ ଖାପଖୁଆଇ ବଞ୍ଚେ । ତେଣୁ ସ୍ନାୟୁତନ୍ତ୍ର ଆମ ଶରୀରରେ ଥିବା ଅନ୍ୟ ସମସ୍ତ ଅଙ୍ଗ ଓ ତନ୍ତ୍ରର କାର୍ଯ୍ୟ ନିୟନ୍ତ୍ରଣ କରେ ଏବଂ ବିଭିନ୍ନ ଅଙ୍ଗ ମଧ୍ୟରେ ସମନ୍ଵୟ ରକ୍ଷା କରେ ।
- ଭ୍ରୂଣ ଅବସ୍ଥାରେ ମେରୁଦଣ୍ଡୀ ପ୍ରାଣୀ ଶରୀରର ଉପରି ଭାଗରେ ସ୍ନାୟୁତନ୍ତ୍ର ଏକ ନଳିକା ଭାବେ ପ୍ରକାଶ ପାଏ । ସେହି ନଳିକାର ଅଗ୍ରଭାଗ ସ୍ତ୍ରୀତହୋଇ ମସ୍ତିଷ୍କ (Brain) ଓ ନଳିକାର ପଛଭାଗ ସୁଷୁମ୍ନାକାଣ୍ଡ (Spinal cord)ରେ ପରିଣତ ହୁଏ ।
→ମାନବ ସ୍ନାୟୁ ପ୍ରଣାଳୀ (Human nervous system) :
1. ମାନବ ସ୍ନାୟୁତନ୍ତ୍ର ତିନିଭାଗରେ ବିଭକ୍ତ ଯଥା-
- କେନ୍ଦ୍ରୀୟ ସ୍ନାୟୁତନ୍ତ୍ର (Central Nervous System),
- ପେରିଫେରାଲ୍ ସ୍ନାୟୁ ପ୍ରଣାଳୀ (Peripheral Nervous System)
- ସ୍ୱୟଂଶାସିତ ସ୍ନାୟୁ ପ୍ରଣାଳୀ (Autonomic Nervous System) ।
2. କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ମସ୍ତିଷ୍କ ଓ ସୁଷୁମ୍ନାକାଣ୍ଡକୁ ନେଇ ଗଠିତ ହୋଇଥିବାବେଳେ ମସ୍ତିଷ୍କରୁ ବାହାରିଥିବା କରୋଟି ସ୍ନାୟୁ ଓ ସୁଷୁମ୍ନାକାଣ୍ଡରୁ ବାହାରିଥିବା ସୁଷୁମ୍ନା ସ୍ନାୟୁକୁ ନେଇ ପ୍ରାନ୍ତୀୟ ସ୍ନାୟୁତନ୍ତ୍ର ଗଠିତ ହୋଇଥାଏ ।
→ମସ୍ତିଷ୍କ (Brain) :
- ମସ୍ତିଷ୍କ ଶରୀରର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ହୋଇଥିବାରୁ ଏହା ଏକ ଶକ୍ତ ଖପୁରି (Skull) ଭିତରେ ସୁରକ୍ଷିତ ହୋଇ ରହିଥାଏ ।
- ମସ୍ତିଷ୍କ ଉପରେ ଥିବା ବାହ୍ୟ ଆବରଣକୁ ମେନିଞ୍ଜେସ୍ (Meninges) କୁହାଯାଏ । ମସ୍ତିଷ୍କର ଭିତର ଫମ୍ପା । ଏହି ଫମ୍ପା ଅଂଶଗୁଡ଼ିକୁ ମସ୍ତିଷ୍କର ନିଳୟ (Ventricles of brain) କୁହାଯାଏ ।
- ମସ୍ତିଷ୍କର ଚାରିପଟେ ଏବଂ ଏହାର ନିଳୟ ଭିତରେ ଏକ ପ୍ରକାର ତରଳ ପଦାର୍ଥ ରହିଛି । ଏହି ତରଳ ପଦାର୍ଥକୁ ମସ୍ତିଷ୍କ- ମେରୁ ରସ ବା ସେରିବ୍ରୋସ୍ପାଇନାଲ୍ ଦ୍ରବ (Cerebrospinal fluid) କୁହାଯାଏ ।
- ଏହା ମସ୍ତିଷ୍କକୁ ବାୟୁମଣ୍ଡଳର ଚାପରୁ ରକ୍ଷା କରେ । ଏଥୁସହିତ ଏହା ମଧ୍ୟଦେଇ ମସ୍ତିଷ୍କ ଖାଦ୍ୟ ଓ ଅମ୍ଳଜାନ ପାଏ ଏବଂ ମସ୍ତିଷ୍କରୁ ନିର୍ଗତ ବର୍ଜ୍ୟବସ୍ତୁ ଏହା ବାଟଦେଇ ନିଷ୍କାସିତ ହୁଏ ।
- ନବଜାତ ଶିଶୁର ମସ୍ତିଷ୍କର ଓଜନ ପ୍ରାୟ 400 ଗ୍ରାମ୍ ଏବଂ ଜଣେ ବୟଃପ୍ରାପ୍ତ ବ୍ୟକ୍ତିର ମସ୍ତିଷ୍କ ଓଜନ ପ୍ରାୟ 1500 ଗ୍ରାମ୍ ହୋଇଥାଏ ।
- ଏହା ଆମ ଶରୀରର ସବୁଠାରୁ ଚଳଚଞ୍ଚଳ ଅଙ୍ଗ । ଏଠାରେ ସବୁ ସମୟରେ ବିଭିନ୍ନ ପ୍ରକାର ଚୟାପଚୟ ବା ବିପାକୀୟ କ୍ରିୟା ଚାଲିଛି । ସେଥ୍ପାଇଁ ପ୍ରତି ମିନିଟ୍ରେ ମସ୍ତିଷ୍କ ମଧ୍ୟକୁ ପ୍ରାୟ 750 ମିଲିଲି, ରକ୍ତ ପ୍ରବାହିତ ହୁଏ ।
→ମସ୍ତିଷ୍କର ବିଭିନ୍ନ ଅଂଶ ଓ କାର୍ଯ୍ୟ :
1. ମସ୍ତିଷ୍କ ତିନିଭାଗରେ ବିଭକ୍ତ, ଯଥା-
- ଅଗ୍ରମସ୍ତିଷ୍କ (Fore brain),
- ମଧ୍ୟମସ୍ତିଷ୍କ (Mid brain) ଓ
- ପଶ୍ଚ ମସ୍ତିଷ୍କ (Hindbrain) ।
2. ଅଗ୍ରମସ୍ତିଷ୍କରେ
- ଘ୍ରାଣପାଳି (Olfactory lobe)
- ପ୍ରମସ୍ତିଷ୍କ (Cerebral hemisphere) ଓ
- ପଶ୍ଚ ଅଗ୍ରମସ୍ତିଷ୍କ (Diencephalon) ରହିଥାଏ ।
3. ମଧ୍ୟମସ୍ତିଷ୍କ 4 ଗୋଟି ବର୍ତ୍ତୁଳ ପିଣ୍ଡଚତୁଷ୍କ (Corpora quadrigemina)କୁ ନେଇ ଗଠିତ ।
4. ପଶ୍ଚିମସ୍ତିଷ୍କରେ
- ଅନୁମସ୍ତିଷ୍କ (Cerebellum) ଓ
- ସୁଷୁମ୍ନାଶୀର୍ଷକ (Medulla oblongata) ରହିଥାଏ ।
→ଆଗ ମସ୍ତିଷ୍କ (Fore brain) :
ଘ୍ରାଣପାଳି :
1. ଅଗ୍ରମସ୍ତିଷ୍କରେ ଥିବା ଘ୍ରାଣପାଳି ମନୁଷ୍ୟଠାରେ ଅତି କ୍ଷୀଣଭାବେ ରହିଛି । ସେଥିପାଇଁ ମନୁଷ୍ୟର ଘ୍ରାଣଶକ୍ତି ଦୁର୍ବଳ । କିନ୍ତୁ କୁକୁର, ବିଲେଇ ଓ ବାଘ ଇତ୍ୟାଦି ପ୍ରାଣୀଙ୍କଠାରେ ଘ୍ରାଣପାଳି ଉନ୍ନତ ହୋଇଥିବାରୁ ସେମାନଙ୍କର ଘ୍ରାଣଶକ୍ତି ପ୍ରଖର ।
→ପ୍ରମସ୍ତିଷ୍କ :
- ପ୍ରମସ୍ତିଷ୍କ ମସ୍ତିଷ୍କର ସବୁଠାରୁ ବଡ଼ ଅଂଶ ଏବଂ ଏହା ସମାନ ଆକାରରେ ଡାହାଣପାଳି ଓ ବାମପାଳି ଭାବରେ ବିଭକ୍ତ ହୋଇଛି । ଏହାର ଉପରିଭାଗ ବହୁଳଭାବେ ଭାଙ୍ଗଯୁକ୍ତ । ଆମର ସ୍ମରଣ ଶକ୍ତି ଏହି ଭାଙ୍ଗ ଉପରେ ନିର୍ଭର କରିଥାଏ ।
- ପ୍ରମସ୍ତିଷ୍କ, ତାପ, କଷ୍ଟ, ଚାପ, ସ୍ପର୍ଶ ପରି ଉଦ୍ଦୀପନାକୁ ଗ୍ରହଣ କରି ପ୍ରତିକ୍ରିୟା ପ୍ରକାଶ କରିବାରେ ସାହାଯ୍ୟ କରେ ।
→ପଶ୍ଚ ଅଗ୍ରମସ୍ତିଷ୍କ :
1. ପଶ୍ଚ ଅଗ୍ର ମସ୍ତିଷ୍କର ଉପରିଭାଗରେ ପିନିଆଲ ଗ୍ରନ୍ଥି (Pineal gland) ରହିଛି । ଏହାର ନିମ୍ନଭାଗରେ ଥିବା ହାଇପୋଥାଲାମସ୍ (Hypothalamus) ଆମ ଶରୀରର ହୃସ୍ପନ୍ଦନ, ରକ୍ତଚାପ, ନିଦ୍ରା, ଭୟ, ରାଗ, ଆନନ୍ଦ ଇତ୍ୟାଦି ନିୟନ୍ତ୍ରଣ କରେ ।
→bମଧ୍ୟମ ମସ୍ତିଷ୍କ | (Mid brain) :
- ମଧ୍ୟମସ୍ତିଷ୍କ ଦୁଇଯୋଡ଼ା ବର୍ତ୍ତୁଳ ନିଦାପିଣ୍ଡକୁ ନେଇ ଗଠିତ ।
- ଉପର ଦୁଇଟି ପିଣ୍ଡ, ଦୃଷ୍ଟି ସମ୍ବନ୍ଧୀୟ ପ୍ରତିକ୍ଷେପ (Vision reflex)କୁ ନିୟନ୍ତ୍ରଣ କରୁଥିବାବେଳେ ନିମ୍ନଭାଗର ଦୁଇଟି ପିଣ୍ଡ ଶରୀରର ଶ୍ରବଣ ସମ୍ବନ୍ଧୀୟ ପ୍ରତିକ୍ଷେପ (Auditory reflex)କୁ ନିୟନ୍ତ୍ରଣ କରେ ।
→ପଶ୍ଚିମସ୍ତିଷ୍କ (Hind brain) :
- ପଶ୍ଚିମସ୍ତିଷ୍କର ଆଗ ଅଂଶରେ ରହିଛି ଅନୁମସ୍ତିଷ୍କ । ଏହା ମସ୍ତିଷ୍କର ଦ୍ଵିତୀୟ ବୃହତ୍ତମ ଭାଗ ।
- ଏହା ଶରୀରର ସନ୍ତୁଳନ (Balance) ଓ ଭାରସାମ୍ୟ (Equilibrium) ରକ୍ଷାକରେ ।
- ମସ୍ତିଷ୍କର ସୁଷୁମ୍ନାଶୀର୍ଷକ ଅନୁମସ୍ତିଷ୍କର ପଛକୁ ରହିଛି । ଏହା ଆମ ଶରୀରର ଶ୍ଵାସକେନ୍ଦ୍ର (Respiratory centre) ଓ } ହୃକେନ୍ଦ୍ର (Cardiac centre) । ରକ୍ତଚାପ, ଛିଙ୍କ, କାଶ, ବାନ୍ତି ଓ ଖାଦ୍ୟ ଗିଳିବା ପରି କାର୍ଯ୍ୟକୁ ମଧ୍ୟ ସୁଷୁମ୍ନାଶୀର୍ଷକ ନିୟନ୍ତ୍ରଣ କରେ ।
→ସୁଷୁମ୍ନାକାଣ୍ଡ (Spinal cord) :
- ସୁଷୁମ୍ନାଶୀର୍ଷକ ଶେଷଆଡ଼କୁ କ୍ରମଶଃ ସରୁ ହୋଇ ଖପୁରିର ମହାରନ୍ଧ୍ର (Foramen magnum) ବାଟଦେଇ ବାହାରି ସୁଷୁମ୍ନାକାଣ୍ଡରେ ପରିଣତ ହୋଇଛି । ଏହା ଆମ ଶରୀରର ଉପରି ଭାଗରେ ଥିବା ମେରୁଦଣ୍ଡ ହାଡ଼ ଭିତରେ ଲମ୍ବଭାବରେ ସୁରକ୍ଷିତ ହୋଇ ରହିଥାଏ ।
- ଏହା ଫମ୍ପା ଓ ପ୍ରାୟ 45 ସେ.ମି. ଲମ୍ବ । ମସ୍ତିଷ୍କ ପରି ସୁଷୁମ୍ନାକାଣ୍ଡ ମଧ୍ଯ ମେନିଞ୍ଜେସ୍ଦ୍ୱାରା ଆବୃତ ଏବଂ ଏହାର ଭିତରେ ଓ ବାହାରେ ସେରିବ୍ରୋସ୍ପାଇନାଲ ରସ ପ୍ରବାହିତ ହେଉଥାଏ ।
→କାର୍ଯ୍ୟ :
1. ସୁଷୁମ୍ନାକାଣ୍ଡ ଦୁଇଟି କାର୍ଯ୍ୟକରେ । ଏହା ଶରୀରର ବିଭିନ୍ନ ଭାଗରୁ ସଂଗୃହୀତ ବାର୍ଷା ମସ୍ତିଷ୍କକୁ ପଠାଇଥାଏ ଏବଂ ମସ୍ତିଷ୍କରୁ ପ୍ରେରିତ ବାର୍ତ୍ତା ସୁଷୁମ୍ନାକାଣ୍ଡ ବାଟଦେଇ ଶରୀରର ବିଭିନ୍ନ କାର୍ଯ୍ୟକାରୀ ଅଙ୍ଗ (Effectory organ) ନିକଟରେ ପହୁଞ୍ଚେ ।
→ପ୍ରାନ୍ତୀୟ ସ୍ନାୟୁତନ୍ତ୍ର (Peripheral nervous system) :
- କରୋଟି ସ୍ନାୟୁ (Cranial nerve), ସୁଷୁମ୍ନା ସ୍ନାୟୁ (Spinal nerve) ଓ ସେମାନଙ୍କର ଶାଖା, ପ୍ରଶାଖାକୁ ନେଇ ପ୍ରାନ୍ତୀୟ ସ୍ନାୟୁତନ୍ତ୍ର ଗଠିତ ।
- ମଣିଷଠାରେ 12 ଯୋଡ଼ା କରୋଟି ସ୍ନାୟୁ ଓ 31 ଯୋଡ଼ା ସୁଷୁମ୍ନା ସ୍ନାୟୁ ରହିଛି ।
- ଆମ ଶରୀରରେ ଥିବା ଆଖୁ, ନାକ, କାନ, ଜିଭ ଓ ଚର୍ମ ପରି ଗ୍ରାହୀଅଙ୍ଗ (Receptor organ) ରୁ ଆବେଗ ସଂଗ୍ରହ କରୁଥିବା ସ୍ନାୟୁମାନଙ୍କୁ ସଂଜ୍ଞାବହ ସ୍ନାୟୁ (Sensory nerve) କୁହାଯାଏ ।
- ମସ୍ତିଷ୍କ ଓ ସୁଷୁମ୍ନାକାଣ୍ଡରୁ ଆଦେଶ ନେଇ ପେଶୀ ବା ଗ୍ରନ୍ଥି ନିକଟରେ ପହଞ୍ଚାଉଥିବା ସ୍ନାୟୁମାନଙ୍କୁ ଆଜ୍ଞାବହ ସ୍ନାୟୁ (Motor nerve) କୁହାଯାଏ ।
→ସ୍ୱୟଂଶାସିତ ସ୍ନାୟୁ ପ୍ରଣାଳୀ (Autonomic nervous system) :
- ନିଜର ଆବଶ୍ୟକତା ଅନୁସାରେ ସ୍ବତଃପ୍ରବୃତ୍ତଭାବେ ଆମେ ଖାଇବା, ପିଇବା, ନାଚିବା, ଦୌଡ଼ିବା, ପଢ଼ିବା ପରି ଅନେକ କାର୍ଯ୍ୟ କରିଥାଉ । ମସ୍ତିଷ୍କର ନିର୍ଦ୍ଦେଶରେ ପରିଚାଳିତ ଏହି କାମଗୁଡ଼ିକୁ ଐଚ୍ଛିକ କ୍ରିୟା (Voluntary action) କୁହାଯାଏ ।
- ଆମ ଅଜ୍ଞାତସାରରେ ଆପେ ଆପେ ଶରୀର ଭିତରେ ଶ୍ଵାସକ୍ରିୟା, ହୃତ୍ପିଣ୍ଡର ସ୍ପନ୍ଦନ, ରେଚନ, ଖାଦ୍ୟ ପରିପାକ, ରକ୍ତ ସଞ୍ଚାଳନ, ଗ୍ରନ୍ଥିରୁ କ୍ଷରଣ ପରି ଅନେକ କାର୍ଯ୍ୟ ସମ୍ପାଦିତ ହୁଏ । ଶରୀର ମଧ୍ୟରେ ଆପଣାଛାଏଁ ସମ୍ପାଦିତ ହେଉଥିବା ଏହିସବୁ କ୍ରିୟାକୁ ଅନୈଚ୍ଛିକ କ୍ରିୟା (Involuntary action) କୁହାଯାଏ । ଏଗୁଡ଼ିକ ସ୍ବୟଂକ୍ରିୟ ସ୍ନାୟୁତନ୍ତ୍ରଦ୍ୱାରା ପରିଚାଳିତ ହୋଇଥାଏ ।
→ସ୍ନାୟୁକୋଷ (Neuron) :
- ସ୍ନାୟୁକୋଷ ଆମ ସ୍ନାୟୁତନ୍ତ୍ରର ଗାଠନିକ ଏବଂ କ୍ରିୟାତ୍ମକ ଏକକ ଅଟେ ।
- ସ୍ନାୟୁକୋଷରେ ଗୋଟିଏ ନ୍ୟଷ୍ଟି ଓ କୋଷଜୀବକ ରହିଥାଏ ।
- ନ୍ୟଷ୍ଟି ଥିବା ଅଂଶକୁ ସେଲବଡ଼ି କୁହାଯାଏ ।
- ପ୍ରତ୍ୟେକ ସ୍ନାୟୁକୋଷର ଗୋଟିଏ ପଟରେ ଅନେକଗୁଡ଼ିଏ କ୍ଷୁଦ୍ର ଶାଖାୟିତ ତନ୍ତୁ ଥାଏ । ଏଗୁଡ଼ିକୁ ଡେଡ୍ରାଇଟ୍ (Dendrite) PIANI
- ଡେନ୍ସାଇଟ୍ର ଠିକ୍ ବିପରୀତ ପଟରେ ସେଲବଡ଼ିରୁ ଏକ ଲମ୍ବ ଆକସନ୍ (Axon) ବାହାରିଥାଏ ।
- ସ୍ନାୟୁକୋଷ ଆମ ଶରୀରର ସବୁଠାରୁ ଲମ୍ବା କୋଷ ଅଟେ ।
- ଗୋଟିଏ ସ୍ନାୟୁକୋଷର ଆକସନ୍ର ଶାଖାଯୁକ୍ତ ଶେଷଭାଗ ନିକଟବର୍ତୀ ଅନ୍ୟ ସ୍ନାୟୁକୋଷର ଡେଡ୍ରାଇଗୁଡ଼ିକର ଅତି ନିକଟରେ ଥାଏ । ଏହି ସ୍ଥାନକୁ ସିନାପ୍ସ୍ (Synapse) କୁହାଯାଏ ।
କୋଷବିଭାଜନ ସମୟରେ ଆବଶ୍ୟକ ହେଉଥିବା ସେଣ୍ଡୋଜୋମ୍ (Centrosome) ସ୍ନାୟୁକୋଷରେ ନଥାଏ । ତେଣୁ ପରିପକ୍ବ ସ୍ନାୟୁକୋଷର ବିଭାଜନ ହୁଏ ନାହିଁ ।
ସ୍ନାୟୁତନ୍ତ୍ର କିପରି କାମ କରେ ?
- ଡେନ୍ସାଇଟ୍ ସଂଗ୍ରହ କରୁଥିବା ସ୍ନାୟବିକ ଆବେଗ (Nerve impulse) ବିଦ୍ୟୁତ୍ ରାସାୟନିକ ପ୍ରକ୍ରିୟା (Electrochemical process) ଦ୍ଵାରା ସ୍ନାୟୁକୋଷର ଆକ୍ସନ୍ ମଧ୍ୟଦେଇ ସଞ୍ଚରିତ ହୋଇ ସିନାପସ୍ ନିକଟରେ ପହଞ୍ଚେ ।
- ଆକ୍ସନ୍ର ଶେଷଭାଗରେ ବାର୍ତ୍ତା ପହଞ୍ଚିଲେ ସେଠାରୁ ଏସିଟିଲ୍କୋଲିନ୍ (Acetylcholine) ନାମକ ଏକ ପ୍ରକାର ରାସାୟନିକ ପଦାର୍ଥର କ୍ଷରଣ ହୁଏ । ଏହା ଏକ ସ୍ନାୟବିକ ସଞ୍ଚାରକ (Neurotransmitter) । ଏହା ପରବର୍ତ୍ତୀ ସ୍ନାୟୁକୋଷର ଡେଡ୍ରାଇଟ୍ରେ ଏକ ନୂଆ ବିଦ୍ୟୁତ୍ ରାସାୟନିକ ଆବେଗ ସୃଷ୍ଟି କରେ ।
- ଏହିପରି ଭାବରେ ବାର୍ତ୍ତା ଗୋଟିଏ ସ୍ନାୟୁକୋଷରୁ ଅନ୍ୟ ସ୍ନାୟୁକୋଷକୁ ଦ୍ରୁତଗତିରେ ପ୍ରସାରିତ ହୋଇ ଶେଷରେ ମସ୍ତିଷ୍କଠାରେ ପହଞ୍ଚେ ।
→ପ୍ରତିଫଳନ କାର୍ଯ୍ୟ (Reflex Action) :
- ମସ୍ତିଷ୍କ ଆମ ସ୍ନାୟୁସଂସ୍ଥାର ମୁଖ୍ୟ । ଆମ ଶରୀରରେ ଘଟୁଥିବା ସବୁ ଘଟଣାର ଖବର ମସ୍ତିଷ୍କ ପାଖରେ ପହଞ୍ଚେ ଓ ମସ୍ତିଷ୍କ ସବୁ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ସମନ୍ଵୟ ରକ୍ଷା କରି ଶରୀରକୁ ନିଜର ନିୟନ୍ତ୍ରଣରେ ରଖେ ।
- ମସ୍ତିଷ୍କ ବା ସୁଷୁମ୍ନାକାଣ୍ଡ ଦ୍ୱାରା ପରିଚାଳିତ ସ୍ଵତଃସ୍ଫୁର୍ଭ ଓ ସ୍ଵତଃପ୍ରବୃତ୍ତ ପ୍ରକ୍ରିୟାକୁ ପ୍ରତିକ୍ଷେପ କ୍ରିୟା କୁହାଯାଏ ।
- ଆମ ଶରୀରରେ ସମ୍ପାଦିତ ହେଉଥିବା ସବୁଠାରୁ ସରଳ ପ୍ରତିକ୍ଷେପ କ୍ରିୟାରେ
- ସୁଷୁମ୍ନାକାଣ୍ଡ,
- ଗୋଟିଏ ସେନ୍ସରୀ ସ୍ନାୟୁ ଓ
- ଗୋଟିଏ ମୋଟର ସ୍ନାୟୁ ସଂଶ୍ଳିଷ୍ଟ ।
- ସେନ୍ସରୀ ସ୍ନାୟୁ ଗ୍ରାହୀଅଙ୍ଗରୁ ଆବେଗ ଆଣି ସୁଷୁମ୍ନାକାଣ୍ଡ ନିକଟରେ ପହଞ୍ଚାଏ ।
- ସୁଷୁମ୍ନାକାଣ୍ଡ ଖବର ଗ୍ରହଣ କରି ତୁରନ୍ତ କାର୍ଯ୍ୟକାରୀ ଅଙ୍ଗକୁ ମୋଟର ସ୍ନାୟୁ ମାଧ୍ୟମରେ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଏ ।
- ଏହି ପ୍ରକ୍ରିୟାରେ ମାତ୍ର ଗୋଟିଏ ସେନ୍ସରୀ ସ୍ନାୟୁ ଓ ଗୋଟିଏ ମୋଟର ସ୍ନାୟୁ ସଂଶ୍ଳିଷ୍ଟ ଥିବାରୁ ଏହାକୁ ଏକକ ସିନାପ୍ଟିକ୍ ପ୍ରତିକ୍ଷେପ (Monosynaptic reflex) କୁହାଯାଏ ।
- ଶରୀରରେ ସେନ୍ସରୀ ସ୍ନାୟୁ, ସୁଷୁମ୍ନାକାଣ୍ଡ ଓ ମୋଟର ସ୍ନାୟୁର ଅବସ୍ଥିତି ଏକ ଜ୍ୟାମିତିକ ଚାପ (Arc) ଆକାରରେ ଥିବାରୁ ଏହାକୁ ପ୍ରତିକ୍ଷେପ ଚାପ (Reflex arc) କୁହାଯାଏ ।
→ରାସାୟନିକ ସମନ୍ୱୟ (Chemical coordination) :
1. ମୁଖ୍ୟତଃ ହରମୋନ୍ଦ୍ୱାରା ଶରୀରର ରାସାୟନିକ ସମନ୍ବୟ ସମ୍ଭବ ହୋଇଥାଏ ।
2. ଆମ ଶରୀରରେ ଦୁଇପ୍ରକାର ଗ୍ରନ୍ଥି ରହିଛି; ଯଥା-
- ବହିଃସ୍ରାବୀ ଓ
- ଅନ୍ତଃସ୍ରାବୀ ।
→ଏକ୍ସୋକ୍ରାଇନ୍ ଗ୍ରନ୍ଥିଗୁଡିକ (Exocrine glands) :
- ଲାଳଗ୍ରନ୍ଥି ଓ ଯକୃତ୍ ଆଦି ଆମର ଶରୀରର ବହିଃସ୍ରାବୀ ଗ୍ରନ୍ଥି ଅଟନ୍ତି । ଏଥିରୁ ଏନ୍ଜାଇମ୍ ଓ ଅନ୍ୟ କେତେକ ପଦାର୍ଥ କ୍ଷରିତ ହୁଏ ।
- କ୍ଷରିତ ପଦାର୍ଥ ଗ୍ରନ୍ଥିର ନାଳ ଦେଇ ଗ୍ରନ୍ଥି ବାହାରକୁ ଆସେ । ରାସାୟନିକ ପ୍ରକ୍ରିୟାରେ ଭାଗ ନେବା ପରେ ମଧ୍ୟ ଏନ୍ଜାଇମ୍ର ଗଠନରେ କିଛି ପରିବର୍ତ୍ତନ ହୁଏ ନାହିଁ ଏବଂ ଏହା ବାରମ୍ବାର ବ୍ୟବହୃତ ହୁଏ ।
→ଏଣ୍ଡୋକ୍ରାଇନ୍ ଗ୍ରନ୍ଥିଗୁଡିକ (Endocrine glands) :
- ପୋଷ ଡିକ ପିଟୁଇଟାରୀ (Pituitary) ଥାଇରଏଡ୍ (Thyroid) ଓ ଅଧୃକ୍କ ଗ୍ରନ୍ଥି (Adrenal) ଇତ୍ୟାଦି ଆମ ଶରୀରର ଅନ୍ତଃସ୍ରାବୀ ଗ୍ରନ୍ଥି ବା ଅନାଳ ଗ୍ରନ୍ଥି ଅଟନ୍ତି ।
- ଏଥୁରୁ ହର୍ମୋନ୍ କ୍ଷରିତ ହୁଏ । ଏହି ଗ୍ରନ୍ଥିଗୁଡ଼ିକ ନାଳବିହୀନ, ତେଣୁ ସେଥୁ କ୍ଷରିତ ହର୍ମୋନ୍ ସିଧାସଳଖ ରକ୍ତରେ ମିଶେ । ରକ୍ତ ମାଧ୍ୟମରେ ହର୍ମୋନ୍ ଦୂର ସ୍ଥାନକୁ ଯାଇ ନିର୍ଦ୍ଦିଷ୍ଟ ଅଙ୍ଗ ବା ଟିସୁରେ କାର୍ଯ୍ୟ କରେ । କାର୍ଯ୍ୟ ସରିବାପରେ
→ସମନ୍ୱୟ ପଦ୍ଧତି :
1. ଆମ ଶରୀରର ବିଭିନ୍ନ ଅଙ୍ଗ ସଂସ୍ଥାନର ନିୟନ୍ତ୍ରଣ ଏବଂ ସେଗୁଡ଼ିକ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ଦୁଇ ପ୍ରକାର ପଦ୍ଧତି ରହିଛି, ଯଥା-
- ସ୍ନାୟବିକ ପଦ୍ଧତି ଏବଂ
- ରାସାୟନିକ ପଦ୍ଧତି ।
2. ସ୍ନାୟବିକ ପଦ୍ଧତିରେ ସ୍ନାୟୁକୋଷ ମାଧ୍ୟମରେ ଖବର ବିଦ୍ୟୁତ୍ ରାସାୟନିକ କ୍ରିୟାଦ୍ଵାରା ସଂଚାରିତ ହୁଏ ଓ ରାସାୟନିକ ପଦ୍ଧତିରେ ଅନ୍ତଃସ୍ରାବୀ ଗ୍ରନ୍ଥିରୁ କ୍ଷରିତ ବିଭିନ୍ନ ହର୍ମୋନ୍ଦ୍ୱାରା ବାର୍ତ୍ତା ପ୍ରସାରିତ ହୁଏ ।
3. ସ୍ନାୟବିକ ପଦ୍ଧତିର କାର୍ଯ୍ୟ ତୁରନ୍ତ ହେଉଥିବାବେଳେ ରାସାୟନିକ ପଦ୍ଧତିର କାର୍ଯ୍ୟ ମନ୍ଥର ଭାବେ ହୋଇଥାଏ ।
→ଏକ୍ସୋକ୍ରାଇନ୍ ଗ୍ରନ୍ଥିଗୁଡିକ (Exocrine glands) :
- ଲାଳଗ୍ରନ୍ଥି ଓ ଯକୃତ୍ ଆଦି ଆମ ଶରୀରର ବହିଃସ୍ରାବୀ ଗ୍ରନ୍ଥି ।
- ଏଥିରୁ ଏନ୍ଜାଇମ୍ ଓ ଅନ୍ୟ କେତେକ ପଦାର୍ଥ କ୍ଷରିତ ହୁଏ । କ୍ଷରିତ ପଦାର୍ଥ ଗ୍ରନ୍ଥିର ନାଳ ଦେଇ ଗ୍ରନ୍ଥି ବାହାରକୁ ଆସେ । ରାସାୟନିକ ପ୍ରକ୍ରିୟାରେ ଭାଗ ନେବା ପରେ ମଧ୍ୟ ଏନ୍ଜାଇମ୍ର ଗଠନରେ କିଛି ପରିବର୍ତ୍ତନ ହୁଏ ନାହିଁ ଏବଂ ଏହା ବାରମ୍ବାର ବ୍ୟବହୃତ ହୁଏ ।
→ଅନ୍ତଃସ୍ରାବୀ ଗ୍ରନ୍ଥି (Endocrine glands):
1. ପୋଷଗ୍ରନ୍ଥି ବା ପୀୟୂଷ ଗ୍ରନ୍ଥି ବା ପିଟୁଇଟାରି (Pituitary), ଥାଇରଏଡ଼ (Thyroid) ବା ଗଳଗ୍ରନ୍ଥି ଓ ଅଧ୍ବବୃକକ୍ ଗ୍ରନ୍ଥି ବା ଏଡ୍ରିନାଲ୍ (Adrenal) ଇତ୍ୟାଦି ଆମ ଶରୀରର ଅନ୍ତଃସ୍ରାବୀ ଗ୍ରନ୍ଥି (Endocrine glands) ବା ଅନାଳ ଗ୍ରନ୍ଥି (Ductless glands) । ଏଥୁରୁ ହର୍ମୋନ୍ କ୍ଷରିତ ହୁଏ । ଏହି ଗ୍ରନ୍ଥିଗୁଡ଼ିକ ନାଳବିହୀନ, ତେଣୁ ସେଥୁରୁ କ୍ଷରିତ ହରମୋନ୍ ସିଧାସଳଖ ରକ୍ତରେ ମିଶେ । ରକ୍ତ ମାଧ୍ୟମରେ ହରମୋନ୍ ଦୂର ସ୍ଥାନକୁ ଯାଇ ନିର୍ଦ୍ଦିଷ୍ଟ ଅଙ୍ଗ ବା ଟିସୁ (Target organ or tissue) ରେ କାର୍ଯ୍ୟ କରେ । କାର୍ଯ୍ୟ ସରିବା ପରେ ହରମୋନ୍ ନଷ୍ଟ ହୋଇଯାଏ । ତେଣୁ ଏନ୍ଜାଇମ୍ ପରି ହରମୋନ୍ ବାରମ୍ବାର ବ୍ୟବହାରଯୋଗ୍ୟ ନୁହେଁ ।
→ଅନ୍ତଃସ୍ରାବୀ ତନ୍ତ୍ର (Endocrine System) :
- ମସ୍ତ ଅନ୍ତଃସ୍ରାବୀ ଗ୍ରନ୍ଥିକୁ ନେଇ ଆମ ଶରୀରର ‘‘ଅନ୍ତଃସ୍ରାବୀ ତନ୍ତ୍ର’’ ଗଠିତ ହୋଇଛି ।
- ସ୍ନାୟୁତନ୍ତ୍ର ଓ ଅନ୍ତଃସ୍ରାବୀ ତନ୍ତ୍ର ପରସ୍ପର ଉପରେ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରନ୍ତି । ତେଣୁ ଏହାକୁ ‘‘ସ୍ନାୟୁ-ଅନ୍ତଃସ୍ରାବୀ ତନ୍ତ୍ର’’ (Neuro-endocrine system) କୁହାଯାଏ ।
- ମାନବ ଶରୀରରେ ନିମ୍ନଲିଖ୍ ଅନ୍ତଃସ୍ରାବୀ ଗ୍ରନ୍ଥିମାନ ରହିଛି ।
(I) ହାଇପୋଥାଲାମସ୍ (Hypothalamus) :
- ଅଗ୍ରମସ୍ତିଷ୍କରେ ଥିବା ଥାଲାମସ୍ର ନିମ୍ନଭାଗରେ ଏବଂ ପିଟୁଇଟାରି ଗ୍ରନ୍ଥିର ଉପରକୁ ହାଇପୋଥାଲାମସ୍ ଅବସ୍ଥିତ ।
- ହାଇପୋଥାଲାମସ୍ତୁରୁ କେତେକ ରିଲିଜିଙ୍ଗ୍ ହର୍ମୋନ୍ (Releasing hormone) ଏବଂ ଇନ୍ହିବିଟିଙ୍ଗ୍ ହର୍ମୋନ୍ (Inhibiting hormone) କ୍ଷରିତ ହୁଏ ।
- ଏହି ହର୍ମୋନ୍ଗୁଡ଼ିକ ପିଟୁଇଟାରି ଗ୍ରନ୍ଥିର କ୍ଷରଣ କ୍ଷମତାକୁ ନିୟନ୍ତ୍ରଣ କରନ୍ତି ।
(II) ପିଟୁଇଟାରି ଗ୍ରନ୍ଥି (Pituitary gland) :
1. ପିଟୁଇଟାରି ଗ୍ରନ୍ଥି ହାଇପୋଥାଲାମସ୍ ସହିତ ଏକ ଛୋଟ ବୃନ୍ତ (Stalk) ସାହାଯ୍ୟରେ ଲାଗି ରହିଥାଏ ।
2. ଏହି ଗ୍ରନ୍ଥି ଦୁଇଟି ପୃଥକ୍ ଖଣ୍ଡକୁ ନେଇ ଗଠିତ, ଯଥା-
- ଏଡ଼ିନୋହାଇପୋଫାଇସିସ୍ (Adenohypophysis) [GH, PRL, FSH, LH, TSH, ACTH]
- ନିଉରୋହାଇପୋଫାଇସିସ୍ (Neurohypophysis) [ଅକ୍ସିଟୋସିନ୍, ଭାସୋପ୍ରେସିନ୍]
(III) ପିନିଆଲ୍ ଗ୍ରନ୍ଥି (Pineal gland) :
- ପିନିଆଲ୍ ଗ୍ରନ୍ଥି ଅଗ୍ରମସ୍ତିଷ୍କର ଛାତରେ ରହିଥାଏ ।
- ଏହା ଆକାରରେ ଅତ୍ୟନ୍ତ ଛୋଟ ଓ ଓଜନ ମାତ୍ର 150 ମିଲିଗ୍ରାମ୍ ଅଟେ ।
- ଏଥୁରୁ ମେଲାଟୋନିନ୍ (Melatonin) ନାମକ ହର୍ମୋନ୍ କ୍ଷରିତ ହୁଏ ।
- ଏହା ଶରୀରର ‘ଜୈବିକ ଘଡ଼ି’ (Biological clock) ଭାବେ ମଧ୍ୟ କାର୍ଯ୍ୟକରେ ।
(IV) IMG (Thyroid gland) :
- ଥାଇରଏଡ୍ ଗ୍ରନ୍ଥି ବେକର ତଳ ଭାଗରେ, ଶ୍ଵାସନଳୀର ଉଭୟ ପଟରେ ଠିକ୍ ସ୍ୱରପେଟିକାର ପଛକୁ ରହିଥାଏ ।
- ଏଥୁରୁ, ମୁଖ୍ୟତଃ ଥାଇରକ୍ସିନ୍ ହର୍ମୋନ୍ କ୍ଷରିତ ହୁଏ ।
- ଏହା ଶରୀରର ବିଭିନ୍ନ କୋଷର ଅମ୍ଳଜାନ ବିନିଯୋଗ କ୍ଷମତା ବଢ଼ାଏ । ଫଳରେ ଶରୀରରେ ଅଧିକ ଶକ୍ତି ସୃଷ୍ଟି ହୁଏ ଓ ଏହା ବେଙ୍ଗଫୁଲାର ରୂପାନ୍ତରଣ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରେ ।
(V) ପାରାଥାଇରଏଡ୍ ଗ୍ରନ୍ଥି (Parathyroid gland) :
- ଥାଇରଏଡ୍ ଗ୍ରନ୍ଥି ଉପରେ 4 ଗୋଟି ଅତି କ୍ଷୁଦ୍ର ପାରାଥାଇରଏଡ୍ ଗ୍ରନ୍ଥି ରହିଥାଏ ।
- ଏଥୁରୁ ପାରାଥୋର୍ମୋନ୍ (Parathormone) କ୍ଷରିତ ହୁଏ ।
- ପାରାଥୋର୍ମୋନ୍ ରକ୍ତରେ କ୍ୟାଲ୍ସିୟମ୍ ଓ ଫସ୍ଫରସ୍ ପରିମାଣ ସ୍ଥିର ରଖିବାରେ ସାହାଯ୍ୟ କରେ ।
(VI) ଏଡ୍ରିନାଲିନ୍ ଗ୍ରନ୍ଥି (Adrenal gland) :
- ଆମ ଶରୀରର ଦୁଇଟି ବୃକ୍କର ଉପରିଭାଗକୁ ଲାଗି ଦୁଇଟି ଏଡ୍ରେନାଲ ବା ଅଧ୍ବକ୍କ ଗ୍ରନ୍ଥି ରହିଥାଏ ।
- ଏଥୁରୁ ଅନେକଗୁଡ଼ିଏ ହର୍ମୋନ୍ କ୍ଷରିତ ହୁଏ । ସେଥୁମଧ୍ୟରୁ ଏଡ୍ରିନାଲିନ୍ (Adrenaline) ଅନ୍ୟତମ ।
- ଏହି ହର୍ମୋନ୍ ଆକସ୍ମିକ ଆଘାତ, ଭୟ, ଅବଶ ଓ ଉତ୍ତେଜିତ ଅବସ୍ଥାରେ କ୍ଷରିତ ହୁଏ । ତେଣୁ ଏହି ଗ୍ରନ୍ଥିକୁ ‘ଆପଦକାଳୀନ ଗ୍ରନ୍ଥି’ (Emergency gland) କୁହାଯାଏ ।
(VII) ଅଗ୍ନ୍ୟାଶୟ (Pancreas) :
- ଆମ ଶରୀରରେ ପାକସ୍ଥଳୀର ଠିକ୍ ତଳକୁ ଗ୍ରହଣୀଫାସ ମଧ୍ୟରେ ଗୋଟିଏ ଅଗ୍ନ୍ୟାଶୟ ରହିଥାଏ ।
- ଏହା ଏକ ମିଶ୍ରିତ ଗ୍ରନ୍ଥି, କାରଣ ଏଥୁରୁ ଏନ୍ଜାଇମ୍ ଓ ହର୍ମୋନ୍ ଉଭୟ କ୍ଷରିତ ହୁଏ ।
- ଅଗ୍ନ୍ୟାଶୟର ହର୍ମୋନ୍ କ୍ଷରଣ କରୁଥିବା ଅଂଶକୁ ଆଇଲେସ୍ ଅଫ୍ ଲାଙ୍ଗରହାସ୍ (Islets of Langerhans) କୁହାଯାଏ ।
- ଏହି ଅଂଶରେ ଆଲ୍ଫା-କୋଷ (a – cells), ବିଟା-କୋଷ (B – cells) ଓ ଡେଲ୍ କୋଷ (ଓଁ – cells) ପରି ସ୍ରାବୀକୋଷ (Secretory cells) ମାନ ରହିଥାଏ ।
- ଆଲ୍ଫା-କୋଷରୁ ଗୁ କାଗନ୍ (Glucagon), ବିଟା-କୋଷରୁ ଇନ୍ସୁଲିନ୍ (Insulin) ଓ ଡେଲ୍ଟା-କୋଷରୁ ସୋମାଟୋଷ୍ଟାଟିନ୍ (Somatostatin) ହର୍ମୋନ୍ କ୍ଷରିତ ହୁଏ ।
- ଇନ୍ସୁଲିନ୍ ଶରୀରରେ ଶର୍କରା (Glucose) ପରିମାଣ ସ୍ଥିର ରଖୁବାରେ ସାହାଯ୍ୟ କରେ ।
- ଇନ୍ସୁଲିନ୍ର ଅଭାବରେ ରକ୍ତରେ ଶର୍କରା ପରିମାଣ ବଢ଼ି ମଧୁମେହ ରୋଗ ( ଡାଇବେଟିସ୍ ମେଲିଟସ୍) ହୁଏ ।
(VIII) ଶୁକ୍ରାଶୟ (Testis) :
- ଆମ ଶରୀରର ଶୁକ୍ରାଶୟ ଥଳି ମଧ୍ୟରେ ଦୁଇଟି ଶୁକ୍ରାଶୟ ରହିଥାଏ ।
- ଶୁକ୍ରାଶୟ ମଧ୍ୟରେ ଥିବା ଲେଡ଼ିଗ୍ କୋଷ (Leydig cells)ରୁ ଟେଷ୍ଟୋଷ୍ଟିରନ୍ (Testosterone) ନାମକ ଏକ ପୁରୁଷ ହର୍ମୋନ୍ କ୍ଷରିତ ହୁଏ ।
- ଯୁବକ୍ରାନ୍ତି ସମୟରେ ଟେଷ୍ଟୋଷ୍ଟିରନ୍ର ପ୍ରଭାବରେ ବାଳକ ଶରୀରରେ ପୁରୁଷ ଗୌଣ ଲିଙ୍ଗୀୟ ଲକ୍ଷଣମାନ ଦେଖାଯାଏ ।
- ଟେଷ୍ଟୋଷ୍ଟିରନ୍ ଶୁକ୍ରାଣୁ ଉତ୍ପତ୍ତି (Spermatogenesis)ରେ ମଧ୍ଯ ସହାୟକ ହୁଏ । ଏହି ହର୍ମୋନ୍ର ଅଭାବରେ ନପୁଂସକତା ଦେଖାଯାଏ ।
(IX) ଡିମ୍ବାଶୟ (Ovary) :
- ସ୍ତ୍ରୀ ଶରୀର ଉଦର ଗହ୍ଵରର ନିମ୍ନ ଅଂଶରେ ଏକ ଯୋଡ଼ା ଡିମ୍ବାଶୟ ରହିଥାଏ ।
- ଡିମ୍ବାଶୟରୁ ଇଷ୍ଟ୍ରୋଜେନ୍ (Estrogen) ଓ ପ୍ରୋଜେଷ୍ଟିରନ୍ (Progesterone) ହର୍ମୋନ୍ କ୍ଷରିତ ହୁଏ ।
- ଇଟ୍ରୋଜେନ୍ ହର୍ମୋନ୍ର ପ୍ରଭାବରେ ବାଳିକାମାନଙ୍କ ଶରୀରରେ ସ୍ତ୍ରୀ-ଗୌଣ ଲିଙ୍ଗୀୟ ଲକ୍ଷଣମାନ ଦେଖାଯାଏ ।
- ପ୍ରୋଜେଷ୍ଟିରନ୍ ହର୍ମୋନ୍ ଡିମ୍ବୋଦୟ ପରେ ଡିମ୍ବାଶୟରୁ କ୍ଷରିତ ହୁଏ ।
- ଗର୍ଭଧାରଣରେ ଏହାର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବାରୁ ଏହାକୁ ‘ଗର୍ଭାବସ୍ଥାର ହର୍ମୋନ୍’’ କୁହାଯାଏ ।
(X) ଭୃଣବନ୍ଧ (Placenta) :
- ଭୃଣବନ୍ଧ ମାଆ ଓ ଗର୍ଭାଶୟସ୍ଥ ଶିଶୁ ମଧ୍ୟରେ ଥିବା ଏକ ଜୈବ ସଂଯୋଗ ଅଟେ ।
- ଏହା ଏକ ସାମୟିକ ଅନ୍ତଃସ୍ରାବୀ ଗ୍ରନ୍ଥି । ଏଥୁରୁ କ୍ଷରିତ ହର୍ ମୋନ୍ ମାନଙ୍କ ମଧ୍ୟରେ ହ୍ୟୁମାନ୍ କୋରି ଓନିକ୍ ଗୋନାଡୋଟ୍ରଫିକ୍ ହର୍ମୋନ୍ (HCGH) ଅନ୍ୟତମ ।
- ଗର୍ଭବତୀ ମହିଳାଙ୍କ ମୂତ୍ର ସହିତ ମିଶି ଏହି ହରମୋନ୍ ଶରୀର ବାହାରକୁ ଆସେ ।
ରକ୍ତରେ ଥାଇରକ୍ସିନ୍ ହର୍ମୋନ୍ର ପରିମାଣ କମିଗଲେ, ଏହି ବାର୍ତ୍ତା ହାଇପୋଥାଲାମସ୍ ନିକଟରେ ପହଞ୍ଚେ । ଏଥୁରୁ ତୁରନ୍ତ ଥାଇରକ୍ସିନ୍ ରିଲିଜିଙ୍ଗ୍ ହର୍ମୋନ୍ କ୍ଷରିତ ହୁଏ ଏବଂ ଏହାର ପ୍ରଭାବରେ ପିଟୁଇଟାରି ଗ୍ରନ୍ଥିରୁ କ୍ଷରିତ ଥାଇରଏଡ୍ ଷ୍ଟିମୁଲେଟିଙ୍ଗ୍ ହର୍ମୋନ୍ ଥାଇରଏଡ୍ ଗ୍ରନ୍ଥିକୁ ଥାଇରକ୍ସିନ୍ ହର୍ମୋନ୍ ତିଆରି କରିବାକୁ ଆଦେଶ ଦିଏ । ରକ୍ତରେ ଥାଇରକ୍ସିନ୍ ହର୍ମୋନର ପରିମାଣ ଆବଶ୍ୟକ ବା ସ୍ଵାଭାବିକ ଅବସ୍ଥାକୁ ଆସିଲେ ହାଇପୋଥାଲାମସ୍ (Feedback control) କୁହାଯାଏ ।