BSE Odisha 10th Class Life Science Solutions Chapter 1 ପୋଷଣ

Odisha State Board BSE Odisha 10th Class Life Science Solutions Chapter 1 ପୋଷଣ Textbook Exercise Questions and Answers.

BSE Odisha Class 10 Life Science Solutions Chapter 1 ପୋଷଣ

Question 1.
ଆଲୋକଶ୍ଳେଷଣ କ’ଣ ? ସବୁଜ ଉଦ୍ଭଦରେ ଏହି ପ୍ରକ୍ରିୟା କିପରି ହୋଇଥାଏ ବର୍ତ୍ତନ କର ।
Answer:
ଆଲୋକଶ୍ଳେଷଣ : ଆଲୋକଶ୍ଳେଷଣ ଏକ ଜୈବ ରାସାୟନିକ ପ୍ରକ୍ରିୟା ଯାହାଦ୍ୱାରା ପତ୍ରହରିତ୍ ଥ‌ିବା ସମସ୍ତ ଉଦ୍ଭଦ ଓ ନୀଳହରିତ୍ ଶୈବାଳ ଆଦି ସମସ୍ତ ଜୀବ ସୂର୍ଯ୍ୟର ଆଲୋକ ଶକ୍ତିକୁ ଉପଯୋଗ କରି କ୍ଲୋରୋଫିଲ୍‌ର ଉପସ୍ଥିତିରେ ଅଙ୍ଗାରକାମ୍ଳ ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥା’ନ୍ତି ।

BSE Odisha 10th Class Life Science Solutions Chapter 1 ପୋଷଣ 5

ସବୁଜ ଉଭିଦରେ ଆଲୋକଶ୍ଳେଷଣ ପ୍ରକ୍ରିୟା :
(i) ଆଲୋକ ପ୍ରକ୍ରିୟା ବା ଆଲୋକ ରାସାୟନିକ ପ୍ରକ୍ରିୟା
(ii) ଅନ୍ଧକାର ପ୍ରକ୍ରିୟା ବା ଜୈବରାସାୟନିକ ପ୍ରକ୍ରିୟା
ଏହି ଦୁଇଟି ପ୍ରକ୍ରିୟା ପତ୍ରରେ ଥିବା ହରିତ୍‌ଲବକରେ ହୋଇଥାଏ । ଆଲୋକଶ୍ଳେଷଣରେ ଆଲୋକ ପ୍ରକ୍ରିୟା ଥାଇଲାକଏଡ୍ ଝିଲ୍ଲୀରେ ଓ ଅନ୍ଧକାର ପ୍ରକ୍ରିୟା କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମାରେ ସମ୍ପାଦିତ ହୁଏ ।

BSE Odisha 10th Class Life Science Solutions Chapter 1 ପୋଷଣ

(i) ଆଲୋକ ପ୍ରକ୍ରିୟା (Light Reaction) :
ଆଲୋକ ପ୍ରକ୍ରିୟା ଏକ ଆଲୋକ ରାସାୟନିକ ପର୍ଯ୍ୟାୟ (Photochemical phase) ଅଟେ । ଏହି ପ୍ରକ୍ରିୟା ହରିତ୍‌ଲବକରେ ଥ‌ିବା ଗ୍ରାନାରେ ସମ୍ପାଦିତ ହୁଏ । ଏହି ପ୍ରକ୍ରିୟା ନିମ୍ନସ୍ଥ ଚାରୋଟି ସୋପାନଦେଇ ସମ୍ପୂର୍ଣ୍ଣ ହୁଏ ।
(a) ପ୍ରଥମ ସୋପାନ : କ୍ଲୋରୋଫିଲ୍‌ର ଉତ୍ତେଜିତକରଣ (Excitation of Chlorophyll) :
କ୍ଲୋରୋଫିଲ୍ ସୂର୍ଯ୍ୟର ଆଲୋକ ଶକ୍ତି ଶୋଷଣ କରି ଉତ୍ତେଜିତ ହୁଏ ଏବଂ ରାସାୟନିକ ଶକ୍ତିକୁ ରୂପାନ୍ତରିତ ହୁଏ ।

(b) ଦ୍ୱିତୀୟ ସୋପାନ : ADP ରୁ ATP ଗଠନ (Formation of ATP from ADP) :
ଆଡ଼େନୋସିନ୍ ଡାଇଫସ୍‌ଫେଟ୍ (ADP) ଓ ଅଜୈବ ଫସ୍‌ଫେଟ୍‌ରୁ ଆଡ଼େନୋସିନ୍ ଟ୍ରାଇଫସ୍‌ଫେଟ୍ (ATP) ସଂଶ୍ଳେଷିତ ହୁଏ । ଅନ୍ଧକାର ପ୍ରକ୍ରିୟାରେ ATP ବ୍ୟବହୃତ ହୁଏ ।
ADP + Pi + ଶକ୍ତି → ATP

(c) ତୃତୀୟ ସୋପାନ : ଜଳ ଅଣୁର ବିଭାଜନ (Splitting of water molecule) :
ଆଲୋକ ଶକ୍ତିଦ୍ୱାରା ଜଳ ଅଣୁ ବିଭାଜିତ ହୋଇ ଅମ୍ଳଜାନ ଗ୍ୟାସ୍ (02) ଓ ଉଚ୍ଚ କ୍ରିୟାଶୀଳ ଉଦ୍‌ଜାନ ଆୟନ (H+) ଉତ୍ପନ୍ନ ହୁଏ । ଏହାକୁ ଜଳର ଆଲୋକ ବିଶ୍ଳେଷଣ (Photolysis of water) କୁହାଯାଏ । ଅମ୍ଳଜାନ ଗ୍ୟାସ୍ ବାୟୁମଣ୍ଡଳକୁ ନିର୍ଗତ ହୁଏ ଓ ଉଦ୍‌ଜାନ ଆୟନ ଅନ୍ଧକାର ପ୍ରକ୍ରିୟାରେ ଗ୍ଲୁକୋଜ୍କୁ ବିଜାରିତ ହୁଏ ।

(d) ଚତୁର୍ଥ ସୋପାନ : NADP ର NADPHକୁ ବିଚ୍ଚାରଣ (Reduction of NADP to NADPH) :
ଜଳଅଣୁର ବିଭାଜନରେ ଉଦ୍‌ଜାନ ଆୟନ୍ (H+) ମୁକ୍ତ ହୋଇ NADP ଅଣୁକୁ NADPH ରେ ବିଜାରିତ କରିଥାଏ

(ii) ଅନ୍ଧକାର ପ୍ରକ୍ରିୟା
(a) ଅନ୍ଧକାର ପ୍ରକ୍ରିୟାକୁ ଏନ୍‌ଜାଇମ୍ ପ୍ରକ୍ରିୟା ମଧ୍ୟ କୁହାଯାଏ ।
(b) ମେଲ୍‌ଭିନ୍‌ କେନ୍‌ଭିନ୍ ଏହି ପ୍ରକ୍ରିୟାକୁ ଆବିଷ୍କାର କରିଥିବାରୁ ଏହାକୁ କେଭିନ୍ ଚକ୍ର ମଧ୍ୟ କୁହାଯାଏ ।
(c) ଆଲୋକ ପ୍ରକ୍ରିୟାରେ ଗଠିତ ଆଲୋକଶ୍ଳେଷଣ ଶକ୍ତି, ଅନ୍ଧକାର ପ୍ରକ୍ରିୟାରେ ବ୍ୟବହୃତ ହୋଇ CO2କୁ ଗ୍ଲୁକୋଜ ରୂପକ ଶର୍କରାରେ ପରିଣତ କରେ ।
(d) ଏଥ‌ିପାଇଁ ଅନ୍ଧକାର ପ୍ରକ୍ରିୟା ଆଲୋକ ପ୍ରକ୍ରିୟାରେ କିଛି ସମୟ ପରେ ଆରମ୍ଭ ହୋଇଥାଏ ଓ ତା’ପରେ ଆଲୋକ ପ୍ରକ୍ରିୟା ସହିତ ଚାଲିଥାଏ ।
(e) ଏହି ପ୍ରକ୍ରିୟାରେ ଅନେକଗୁଡ଼ିଏ ଏନ୍‌ଜାଇମ୍ ଅଂଶଗ୍ରହଣ କରିଥା’ନ୍ତି । ବିପାଚକ ବା ସନ୍ତ୍ରକ ବା ଏନ୍‌ଜାଇମ୍ ଏକ ଜୈବତ୍ଵରକ ଅଟେ ।
(f) ଏହା ବିଭିନ୍ନ ପ୍ରକ୍ରିୟାକୁ ପ୍ରଭାବିତ କରେ କିନ୍ତୁ ନିଜେ ପରିବର୍ତ୍ତିତ ହୋଇନଥାଏ । ସେମାନଙ୍କ ମଧ୍ୟରେ ରୁବିସ୍କୋ
(g) ରୁବିସ୍କୋ ସାହାଯ୍ୟରେ ସର୍ବପ୍ରଥମେ CO2 ଜୈବପଦାର୍ଥରେ ବିବନ୍ଧିତ ହୋଇ କ୍ରମଶଃ ଗ୍ଲୁକୋଜରେ ପରିଣତ ହୁଏ ଓ ପରବର୍ତୀ ସମୟରେ ଗ୍ଲୁକୋଜ୍ ପତ୍ରର ସ୍ପଞ୍ଜି ପାରେନ୍‌କାଇମାରେ ମଣ୍ଡଦରେ ପରିଣତ ହୋଇ ଗଚ୍ଛିତ
ହୋଇ ରହେ ।
(h) ଆବଶ୍ୟକତା ଅନୁସାରେ ଏହା ପୁନର୍ବାର ଶର୍କରାରେ ପରିଣତ ହୋଇ ଫ୍ଲୋଏମ୍ବଦ୍ଵାରା ଉଭିଦର ବିଭିନ୍ନ ଅଂଶକୁ ପ୍ରବାହିତ ହୁଏ ।

Question 2.
ଖାଦ୍ୟର ପ୍ରକାରଭେଦ ଉଦାହରଣ ସହ ଲେଖ ।
Answer:
ଖାଦ୍ୟର ପ୍ରକାରଭେଦ : ରାସାୟନିକ ଗଠନ, କାର୍ଯ୍ୟ ଓ ଶକ୍ତି ପ୍ରଦାନକାରୀ କ୍ଷମତା ଉପରେ ନିର୍ଭର କରି ଖାଦ୍ୟକୁ ମୁଖ୍ୟତଃ 6 ଭାଗରେ ବିଭକ୍ତ କରାଯାଇଛି; ଯଥା-ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର, ଭିଟାମିନ୍ ଓ ଜଳ ।

I. ଶ୍ଵେତସାର :
(a) ଆମେ ଖାଉଥ‌ିବା ଖାଦ୍ୟର ପ୍ରଧାନ ଶ୍ଵେତସାର ହେଉଛି ଶର୍କରା ଓ ମଣ୍ଡଦ ।
(b) ଆଳୁ, ଭାତ, ରୁଟିରେ ପ୍ରଚୁର ପରିମାଣରେ ମଣ୍ଡଦ ଥାଏ । ଚିନି, ଗୁଡ଼ ଆଦିରେ ସୁକ୍ରୋଜ ରହିଥାଏ । ଫଳରସ, ପନିପରିବାରେ ଗ୍ଲୁକୋଜ ଜାତୀୟ ଶ୍ଵେତସାର ରହିଥାଏ ।
(c) ଶ୍ଵେତସାରରୁ ଆମେ ସହଜରେ ଶକ୍ତି ଆହରଣ କରିଥାଉ ।
(d) ଗ୍ଲା କୋଚ୍ଚ (C6H12O6), ଉଦ୍‌ଜାନ ଏବଂ ଅମ୍ଳଜାନକୁ ନେଇ ଗଠିତ ।
(e) କୋଷୀୟ ଶ୍ୱସନ ବେଳେ ଗ୍ଲା କୋଜର ଜାରଣ ଫଳରେ ଅଙ୍ଗାରକାମ୍ଳ ଓ ଜଳ ସୃଷ୍ଟି ହେବା ସହ ଶକ୍ତି ନିର୍ଗତ ହୋଇଥାଏ ।
(f) ଏକ ଗ୍ରାମ ଶ୍ଵେତସାରରୁ ପ୍ରାୟ 16 କିଲୋ ଜୁଲ (kJ) ଶକ୍ତି ନିର୍ଗତ ହୋଇଥାଏ ।

II. ପୁଷ୍ଟିସାର :
(a) ମୁଖ୍ୟତଃ ମାଛ, ମାଂସ, ଅଣ୍ଡାର ଧଳା ଅଂଶ, ଛେନା ଓ କ୍ଷୀର ପରି ପ୍ରାଣିଜ ଦ୍ରବ୍ୟ ସୋୟାବିନ୍ ଆଦିରୁ ଆମେ ଉଭିଦଜାତ ପୁଷ୍ଟିସାର ପାଇଥାଉ । ଡାଲି ଜାତୀୟ ଶସ୍ୟ,
(b) ଶରୀରର ବୃଦ୍ଧି ଏବଂ ନୂତନ କୋଷ ଓ ତନ୍ତୁ ଗଠନ ପାଇଁ ପୁଷ୍ଟିସାର ଖାଦ୍ୟ ଏକାନ୍ତ ଆବଶ୍ୟକ ।
(c) ଏମିନୋ ଅମ୍ଳ ଶୃଙ୍ଖଳଦ୍ଵାରା ପ୍ରୋଟିନ୍ ଗଠିତ ହୋଇଥିବାରୁ ପରିପାକ ହେଲେ ଏହା ଏମିନୋ ଅମ୍ଳରେ ପରିଣତ ହୋଇ ବିଭିନ୍ନ କୋଷ ନିକଟରେ ପହଞ୍ଚିଥାଏ ।

III. ସ୍ନେହସାର :
(a) ମାଂସ, କ୍ଷୀର, ଛେନା, ଲହୁଣୀ, ଅଣ୍ଡାର ହଳଦିଆ ଅଂଶ ଓ ତେଲ, ଘିଅରେ ସ୍ନେହସାର ଜାତୀୟ ଖାଦ୍ୟ ରହିଥାଏ ।
(b) କୋଷଝିଲ୍ଲୀ ତିଆରିରେ ଲିପିଡ୍‌ର ପ୍ରମୁଖ ଭୂମିକା ରହିଛି ।
(c): ଶରୀରରେ ସ୍ନେହସାର ଚର୍ବି ଭାବରେ ସଂଚିତ ହୋଇ ରହେ ଓ ଆବଶ୍ୟକ ସ୍ଥଳେ କୋଷୀୟ ଶ୍ଵାସନଦ୍ୱାରା ଏହାର ଜାରଣ ହୁଏ ଓ ଏହା ଶରୀରକୁ ଶକ୍ତି ଯୋଗାଇଥାଏ ।
(d) ଚର୍ମତଳେ ଚର୍ବିର ଏକ ଆସ୍ତରଣ ରହିଥାଏ । ତାପ ଅପରିବାହୀ ହୋଇଥିବାରୁ ଚର୍ବି ଶରୀରକୁ ଉଷୁମ ରଖିବାରେ ସାହାଯ୍ୟ କରିଥାଏ ।

IV. ଧାତୁସାର :
(a) ଶରୀର ଗଠନପାଇଁ ବିଭିନ୍ନ ଧରଣର ଧାତୁସାର, ଯଥା-ଲୌହ, କ୍ୟାଲସିୟମ୍, ଆୟୋଡ଼ିନ୍, ଫସ୍‌ଫରସ୍, ସୋଡ଼ିୟମ୍, ପୋଟାସିୟମ୍ ଆଦି ଆବଶ୍ୟକ ।
(b) ଶରୀରରେ ଦାନ୍ତ ଓ ହାଡ଼ର ଗଠନପାଇଁ କ୍ୟାଲସିୟମ୍ ଓ ଲୋହିତ ରକ୍ତ କଣିକାରେ ଥ‌ିବା ହିମୋଗ୍ଲୋବିନ୍‌ର ଗଠନ
(c) ଶରୀରର ଆୟନ ସନ୍ତୁଳନ ରକ୍ଷା କରିବାରେ ଧାତୁସାରର ପ୍ରମୁଖ ଭୂମିକା ରହିଥାଏ ।

V. ଭିଟାମିନ୍ :
(a) କୋଷରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରକ୍ରିୟା ଏନଜାଇମ୍ ସାହାଯ୍ୟରେ ହୋଇଥାଏ ।
(b) ଭିଟାମିନ୍‌ର ଉପସ୍ଥିତିରେ ସେ ସମସ୍ତ ପ୍ରକ୍ରିୟା ସୁଚାରୁରୂପେ ସମ୍ପନ୍ନ ହୋଇଥାଏ ।
(c) ଭିଟାମିନ୍ ଅଭାବରୁ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ।
(d) ଜଳରେ ଦ୍ରବଣୀୟ ଭିଟାମିନ୍ ଶାଗ, ପନିପରିବା ଓ ଫଳ ଆଦିରୁ ମିଳିଥାଏ । ଚର୍ବିବା ତେଲରେ ଦ୍ରବଣୀୟ ଭିଟାମିନ୍ ପ୍ରାଣିଜ ଚର୍ବି ବା ଉଭିଦଜାତ ତେଲରୁ ମିଳିଥାଏ ।

VI. ଜଳ :
(a) କୋଷରେ ଥିବା କୋଷରସର ପ୍ରାୟ 70-90 ଭାଗ ଜଳ ଅଟେ ।
(b) କୋଷର ସ୍ଥିତି ଓ ଏଥ‌ିରେ ହେଉଥ‌ିବା ବିଭିନ୍ନ ପ୍ରକ୍ରିୟା ପାଇଁ ଜଳ ଏକାନ୍ତ ଆବଶ୍ୟକ ।
(c) ଝାଳ, ପରିସ୍ରା ଓ ନିଃଶ୍ଵାସରେ ଶରୀରରୁ ଜଳ କ୍ଷୟ ହୋଇଥାଏ, ତାହାର ଭରଣା ପାଇଁ ପ୍ରତିଦିନ ପ୍ରାୟ 3 ରୁ 4 ଲିଟର ପାଣି ପିଇବା ଉଚିତ ।
(d) ଶରୀରରେ ଜଳୀୟ ଅଂଶ କମିଗଲେ ଶରୀର ଅବଶ ହୋଇଯାଏ ଓ ବିଭିନ୍ନ ଅସୁସ୍ଥତା ପ୍ରକାଶ ପାଏ ।

Question 3.
ପରଭୋଜୀ ପୋଷଣ କ’ଣ ? ପରଭୋଜୀ ପୋଷଣର ପ୍ରକାରଭେଦ ଉଦାହରଣ ସହ ବୁଝାଅ ।
Answer:
(a) ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିନପାରି ପୋଷଣ ପାଇଁ ଅନ୍ୟ ପ୍ରାଣୀ ବା ଉଦ୍ଭଦ୍ର ଉପରେ ନିର୍ଭର କରିଥା’ନ୍ତି, ସେମାନଙ୍କୁ ପରଭୋଜୀ କୁହାଯାଏ ।
(b) ସମସ୍ତ ପ୍ରାଣୀ, ମଲାଙ୍ଗ, ନିର୍ମୂଳୀ, ରାଫ୍ଲେସିଆ ଆଦି ପରଜୀବୀ ଉଦ୍ଭିଦ, କବକ ଏବଂ ଅଧିକାଂଶ ବ୍ୟାକ୍ଟେରିଆ
(c) ଏହି ଜୀବମାନଙ୍କ ପୋଷଣ ପ୍ରଣାଳୀକୁ ପରଭୋଜୀ ପୋଷଣ କୁହାଯାଏ ।
(d) ପରଭୋଜୀ ପୋଷଣ ମୁଖ୍ୟତଃ ଚାରିପ୍ରକାରର; ଯଥା-

  • ପ୍ରାଣୀସମ ପୋଷଣ,
  • ମୃତୋପଜୀବୀୟ ପୋଷଣ,
  • ପରଜୀବୀୟ ପୋଷଣ
  • ସହଜୀବୀୟ ପୋଷଣ ।

(i) ପ୍ରାଣିସମ ପୋଷଣ :
(a) ଯେଉଁ ପୋଷଣରେ ପ୍ରାଣୀ କିମ୍ବା ଉଦ୍ଭଦର ସମୁଦାୟ ଶରୀର କିମ୍ବା ଆଂଶିକ ଶରୀର ଖାଦ୍ୟ ରୂପେ ଅନ୍ୟ ପ୍ରାଣୀଙ୍କଦ୍ୱାରା ବ୍ୟବହୃତ ହୁଏ, ତାହାକୁ ପ୍ରାଣିସମ ପୋଷଣ କୁହାଯାଏ ।
(b) ଉଦାହରଣ : ମଣିଷ, କୁକୁର, ବିଲେଇ, ଅସରପା, ଏମିବା ଇତ୍ୟାଦି ।

(ii) ମୃତୋପଜୀବୀୟ ପୋଷଣ :
(a) ଯେଉଁ ପୋଷଣଦ୍ୱାରା ପରଭୋଜୀ ମୃତ, ଗଳିତ, ପଚାସଢ଼ା ଉଦ୍ଭଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟିସାଧନ କରିଥା’ନ୍ତି, ତାହାକୁ ମୃତୋପଜୀବୀ ପୋଷଣ କୁହାଯାଏ ।
(b) ଏହି ଜୀବମାନେ କଠିନ ପଦାର୍ଥକୁ ଖାଦ୍ୟରୂପେ ଗ୍ରହଣ କରିପାରନ୍ତି ନାହିଁ ।
(c) ସାଧାରଣତଃ ଖାଦ୍ୟ ଗ୍ରହଣବେଳେ ଏମାନେ ନିଜ ଶରୀରରୁ ପାଚକ ରସ କ୍ଷରଣ କରି, ଶରୀର ବାହାରେ ହିଁ ଜଟିଳ ଖାଦ୍ୟକୁ ସରଳ ଖାଦ୍ୟରେ ପରିଣତ କରିଦିଅନ୍ତି ଓ ପରେ ସରଳୀକୃତ ଖାଦ୍ୟକୁ ଶରୀର ମଧ୍ୟକୁ ଶୋଷଣ କରି ଶରୀର ଗଠନରେ ବିନିଯୋଗ କରିଥା’ନ୍ତି ।
(d) ଛତୁ ଜାତୀୟ କବକ, ଇଷ୍ଟ୍, ବ୍ୟାକ୍ଟେରିଆ ଆଦି ଜୀବମାନଙ୍କଠାରେ ଏହି ପୋଷଣ ଦେଖାଯାଏ ।

BSE Odisha 10th Class Life Science Solutions Chapter 1 ପୋଷଣ

(iii) ପରଜୀବୀୟ ପୋଷଣ :
(a) ଯେଉଁ ପୋଷଣରେ ଜୀବମାନେ ଅନ୍ୟ ଜୀବନ୍ତ ଉଭିଦ ବା ପ୍ରାଣୀଙ୍କ ଶରୀର ଭିତରେ ବା ବାହାରେ ରହି ସେମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରି ନିଜର ପୁଷ୍ଟିସାଧନ କରନ୍ତି, ତାହାକୁ ପରଜୀବୀୟ ପୋଷଣ କୁହାଯାଏ ।
(b) ପରଜୀବୀମାନେ ଭୋଜଦାତା ଉଭିଦ ବା ପ୍ରାଣୀଙ୍କଠାରୁ ସରଳୀକୃତ ଖାଦ୍ୟ ସିଧାସଳଖ ଗ୍ରହଣ କରି ନିଜର
(c) ଭୋଜଦାତାର ଆଶ୍ରୟରେ ରହି ପରଜୀବୀମାନେ ସାଧାରଣତଃ ତାହାର ଅନିଷ୍ଟ କରିଥା’ନ୍ତି
(d) ମଲାଙ୍ଗ, ନିର୍ମୂଳୀ, ରାଗ୍ନେସିଆ ଆଦି ଉଦ୍ଭଦ୍ର, ପ୍ଲାସ୍‌ମୋଡ଼ିୟମ୍, ଉକୁଣୀ, ଜୋକ, କେତେକ କୃମି ପରି ପ୍ରାଣୀ

(iv) ସହଜୀବୀୟ ପୋଷଣ :
(a) ଯେଉଁ ପୋଷଣରେ ଦୁଇଟି ସଂପୂର୍ଣ୍ଣ ଭିନ୍ନ ଜାତିର ପ୍ରାଣୀ, ଅଥବା ଉଭିଦ ଓ ପ୍ରାଣୀ ବା ପ୍ରାଣୀ ଓ ଅଣୁଜୀବ ବା ଉଦ୍ଭଦ ଓ ଅଣୁଜୀବ ମଧ୍ଯରେ ପୋଷଣର ଆଦାନପ୍ରଦାନ ହୋଇଥାଏ, ତାହାକୁ ସହଜୀବୀୟ ପୋଷଣ କୁହାଯାଏ ।
(b) ଏଥ‌ିରେ କେହି କାହାରି କ୍ଷତି କରନ୍ତି ନାହିଁ, ବରଂ ସେମାନଙ୍କ ଭିତରେ ପୋଷଣର ଆଦାନ ପ୍ରଦାନ ମଧ୍ୟ ହୋଇଥାଏ ।
(c) ମନୁଷ୍ୟର ଅନ୍ତନଳୀରେ ସହଜୀବୀଭାବେ ବାସ କରୁଥିବା ଇସ୍‌ରିଚିଆ କୋଲାଇ ନାମକ ବ୍ୟାକ୍ଟେରିଆ ଶରୀରରେ ଭିଟାମିନ୍ B, (ସାୟନୋକୋବାଲାମିନ୍) ପ୍ରସ୍ତୁତ କରି ମନୁଷ୍ୟକୁ ଯୋଗାଇଥାଏ । ତା’ ପରିବର୍ତ୍ତେ ମନୁଷ୍ୟର ଅନ୍ତ୍ରନଳୀରୁ ସରଳୀକୃତ ଖାଦ୍ୟ ଗ୍ରହଣ କରି ନିଜର ପୁଷ୍ଟିସାଧନ କରିଥାଏ ।
(d) ଯବକ୍ଷାରଜାନ ବିବନ୍ଧନରେ ସହଜୀବୀ ବ୍ୟାକ୍ଟେରିଆର ଅବଦାନ, ସହଜୀବୀତାର ଅନ୍ୟ ଏକ ଉଦାହରଣ ।

Question 4.
ମଣିଷ ଖାଦ୍ୟନଳୀର ବିଭିନ୍ନ ଅଂଶ ଲେଖ । ପାଟିରେ ଖାଦ୍ୟର ପରିବର୍ତ୍ତନ କିପରି ହୋଇଥାଏ ବୁଝାଅ ।
Answer:
ମଣିଷ ଖାଦ୍ୟନଳୀର ବିଭିନ୍ନ ଅଂଶଗୁଡ଼ିକ ହେଲା – ପାଟି, ମୁଖଗହ୍ଵର, ଗ୍ରସନୀ, ନିଗଳ, ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର, ମଳାଶୟ, ମଳଦ୍ଵାର ।

ପାଟିରେ ଖାଦ୍ୟର ପରିବର୍ତ୍ତନ :

  • ପାଟି ବାଟେ ଖାଦ୍ୟ ଗ୍ରହଣ କଲାପରେ ତାହା ପ୍ରଥମେ ଦାନ୍ତଦ୍ୱାରା ଚର୍ବିତ ଓ ପେଷିତ ହୋଇ ମଣ୍ଡରେ ପରିଣତ ହୁଏ ।
  • ପାଟିରେ ଥ‌ିବା ଲାଳଗ୍ରନ୍ଥିରୁ ଲାଳ କ୍ଷରିତ ହୋଇ ଚର୍ବିତ ଖାଦ୍ୟ ସହିତ ମିଶେ । ଲାଳରେ ଜଳ, ଲବଣ, ମ୍ୟୁକସ୍ ଓ ସାଲାଇଭାରି ଆମାଇଲେଜ୍ ବା ଟାୟାଲିନ୍ ନାମକ ଏନ୍‌ଜାଇମ୍ ଥାଏ ।
  • ଲାଳ ଚର୍ବିତ ଖାଦ୍ୟକୁ ପିଚ୍ଛିଳ ମଣ୍ଡପରି କରିଦିଏ ।
  • ଲାଳ ମୁଖଗହ୍ଵର ଓ ଦାନ୍ତକୁ ସଫା ରଖୁବା ସଙ୍ଗେ ସଙ୍ଗେ ସେଥିରେ ଥ‌ିବା ଲାଇସୋଜାଇମ୍ ନାମକ ଏନ୍‌ଜାଇମ୍ ମୁଖଗହ୍ଵର ଓ ଖାଦ୍ୟରେ ଥ‌ିବା ବ୍ୟାକ୍ଟେରିଆମାନଙ୍କୁ ମାରିଦିଏ ।
  • ଲାଳରେ ଥିବା ସାଲାଇଭାରି ଆମାଇଲେଜ୍ ଜଟିଳ ଶ୍ଵେତସାରଜାତୀୟ ମଣ୍ଡଦ (Starch)କୁ ସରଳ ମାଲଟୋଜ୍‌ରେ ପରିଣତ କରେ ।

Question 5.
ପାକସ୍ଥଳୀର ଗଠନ ଓ କାର୍ଯ୍ୟ ଲେଖ ।
Answer:
ପାକସ୍ଥଳୀର ଗଠନ :

  • ପାକସ୍ଥଳୀ ଇଂରାଜୀ ଅକ୍ଷର I ଆକୃତିର ଏକ ମାଂସଳ ଥଳୀ । ଏହାର ଉପର ଅଂଶ ଓସାରିଆ ଓ ତଳ ଅଂଶ କମ୍ ଓସାରିଆ ।
  • ଏହା ମଧ୍ୟଚ୍ଛଦା (Diaphragm) ତଳେ ଉଦର ଗହ୍ଵର (Abdomen)ର ବାମପାର୍ଶ୍ଵରେ ଅବସ୍ଥିତ ।
  • ଏହା ତିନି ଭାଗରେ ବିଭକ୍ତ; ଯଥା – କାର୍ଡିଆକ୍ (Cardiac), ଫଣ୍ଡିକ୍ (Fundic) ଓ ପାଇଲୋରିକ୍ (Pyloric) । ପାକସ୍ଥଳୀର ହୃତ୍‌ପିଣ୍ଡ ଆଡ଼କୁ ଥିବା ଅଂଶକୁ କାର୍ଡିଆକ୍ ଷ୍ଟୋମାକ୍ ଓ ତଳ ଅଂଶକୁ ପାଇଲୋରିକ୍ ଷ୍ଟୋମାକ୍ କୁହାଯାଏ ।
  • ପାଇଲୋରିକ୍ ଷ୍ଟୋମାକ୍‌ର ଶେଷ ଭାଗରେ ଥ‌ିବା ମୁଦ୍ରିକା ଆକାରର ମାଂସପେଶୀକୁ ପାଇଲୋରିକ୍ ସ୍ପିନ୍ଟର (Pyloric Sphinter) କୁହାଯାଏ । ଏହା ପାକସ୍ଥଳୀରୁ କ୍ଷୁଦ୍ରାନ୍ତ୍ର ମଧ୍ୟକୁ ଅର୍ଦ୍ଧଜୀର୍ଣ୍ଣ ଖାଦ୍ୟ ପ୍ରବେଶ କରିବାକୁ ନିୟନ୍ତ୍ରଣ କରିଥାଏ ।
  • ପାକସ୍ଥଳୀର ଭିତର ଆଚ୍ଛାଦନରେ ଅନେକଗୁଡ଼ିଏ ପାକଗ୍ରନ୍ଥି (Gastric glands) ରହିଥାଏ ।

ପାକସ୍ଥଳୀର କାର୍ଯ୍ୟ:

  • ପାକସ୍ଥଳୀର ଭିତର ଆଚ୍ଛାଦନରେ ଥିବା ପାଚକ ଗ୍ରନ୍ଥିରୁ ନିଃସୃତ ପାଚକରସରେ ପାଚକ ଏନ୍‌ଜାଇମ୍ ଓ ଲବଣାମ୍ଳ (HCI) ଥାଏ ।
  • ଲବଣାମ୍ଳ ଏକ ଅମ୍ଳୀୟ ପରିବେଶ ସୃଷ୍ଟି କରେ, ଯାହା ପାଚକ ଏନ୍‌ଜାଇମ୍‌ଗୁଡ଼ିକର କ୍ରିୟାଶୀଳତା ପାଇଁ ଆବଶ୍ୟକ ହୋଇଥାଏ । ଏହା ଖାଦ୍ୟରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆମାନଙ୍କୁ ମାରିଦିଏ । ଏହା ମଧ୍ୟ ଖଣିଜ ଲବଣଗୁଡ଼ିକୁ ଦ୍ରବୀଭୂତ କରେ ।
  • ଲବଣାମ୍ଳ ପେପ୍‌ସିନୋଜେନ୍‌କୁ ପେପ୍‌ସିରେ ପରିଣତ କରେ । ପେପ୍‌ସିନ୍ ପୁଷ୍ଟିସାରକୁ ଭାଙ୍ଗି ସରଳ ପ୍ରୋଟିଏଜ୍ ଓ ପେପ୍ଟୋନ୍‌ରେ ପରିଣତ କରେ ।

Question 6.
ପାକନଳୀ ସହ ଜଡ଼ିତ ଗ୍ରନ୍ଥିଗୁଡ଼ିକର ନାମ ଓ କାର୍ଯ୍ୟ ଲେଖ ।
Answer:
BSE Odisha 10th Class Life Science Solutions Chapter 1 ପୋଷଣ 6

Question 7.
ସଂକ୍ଷିପ୍ତ ଉତ୍ତର ଦିଅ ।
(କ) ସହଜୀବୀୟ ପୋଷଣ ବୁଝାଅ ।
Answer:

  • ଦୁଇଟି ଭିନ୍ନ ଜାତିର ଜୀବ ମଧ୍ଯରେ ପୋଷଣର ଆଦାନପ୍ରଦାନକୁ ସହଜୀବୀୟ ପୋଷଣ କୁହାଯାଏ ।
  • ଉଦାହରଣ – I : ଆମ ଅନ୍ତ୍ରନଳୀରେ ସହଜୀବୀଭାବେ ରହୁଥ‌ିବା ଇସ୍‌ରିଚିଆ କୋଲାଇ ନାମକ ବ୍ୟାକ୍ଟେରିଆ ନିଜ ଶରୀରରେ ଭିଟାମିନ୍ (ସାୟନୋକୋବାଲାମିନ୍) ପ୍ରସ୍ତୁତ କରି ଆମକୁ ଯୋଗାଇଥାଏ । ତା’ ପରିବର୍ତ୍ତେ ଆମ ଅନ୍ତ୍ରନଳୀର ସରଳୀକୃତ ଖାଦ୍ୟ ଗ୍ରହଣ କରି ନିଜର ପ୍ରତିପାଳନ କରିଥାଏ ।
  • ଉଦାହରଣ – II : ଯବକ୍ଷାରଜାନ ବିବନ୍ଧନରେ ସହଜୀବୀ ବ୍ୟାକ୍ଟେରିଆର ଅବଦାନ, ସହଜୀବିତାର ଅନ୍ୟ ଏକ

(ଖ) ଆମର କେତେ ପ୍ରକାର ଓ କେତୋଟି ଦାନ୍ତ ଅଛି ?

  • ଆମର 4 ପ୍ରକାରର ଓ 32ଟି ଦାନ୍ତ ଅଛି ।
  • ଚାରି ପ୍ରକାର ଦାନ୍ତ ହେଲା : କର୍ଜନ ଦାନ୍ତ – ୫ଟି, ଶ୍ଵାନଦାନ୍ତ – 4ଟି, ଚର୍ବଣ ଦାନ୍ତ – ୫ଟି, ପେଷଣ ଦାନ୍ତ 12ଟି । ଏହିପରି ଭାବେ ତଳ ଓ ଉପର ମାଡ଼ିରେ 1ଟି ଲେଖାଏଁ 32ଟି ଦାନ୍ତ ରହିଥାଏ ।

(ଗ) ଜିଭ କେତେ ପ୍ରକାରର ସ୍ଵାଦ ବାରିପାରେ ? ଜିଭର ଅନ୍ୟ କାର୍ଯ୍ୟଗୁଡ଼ିକ କ’ଣ ? ଉ

  • ଜିଭ ପିତା, ଖଟା, ମିଠା, ଲୁଣିଆ ଓ ରାଗ ଆଦି ସ୍ଵାଦ ବାରିପାରେ ।
  • ଜିଭ ଖାଦ୍ୟକୁ ଦାନ୍ତ ନିକଟରେ ପହଞ୍ଚାଇବାରେ ଓ ଖାଦ୍ୟକୁ ଗିଳିବାରେ ସାହାଯ୍ୟ କରେ ।

(ଘ) ପାକସ୍ଥଳୀରେ ଖାଦ୍ୟର ପରିଣତି ଲେଖ ।
ଉ-

  • ପାକସ୍ଥଳୀର ଭିତର ଆଚ୍ଛାଦନରେ ଅନେକ ଗ୍ରନ୍ଥି ରହିଛି । ଏହି ଗ୍ରନ୍ଥିରୁ ପାଚକ ରସ ଓ ଲବଣାମ୍ଳ (HCI) ନିଃସୃତ ହୋଇଥାଏ ।
  • ପାଚକ ରସରେ ଥ‌ିବା ପେପ୍‌ସିନ୍ ଏନ୍‌ଜାଇମ୍ ଅମ୍ଳୀୟ ପରିବେଶରେ ପୁଷ୍ଟିସାର ଜାତୀୟ ଖାଦ୍ୟକୁ ସରଳ ପ୍ରୋଟିଓଜ୍ ଓ ପେପ୍‌ଟୋନ୍‌ରେ ପରିଣତ କରିଥାଏ ।
  • ଲବଣାମ୍ଳ ଖାଦ୍ୟରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ଆଦିକୁ ମଧ୍ୟ ମାରିଦିଏ ।

(ଙ) ପାକସ୍ଥଳୀରୁ ଖାଦ୍ୟମଣ୍ଡ କେଉଁଠାକୁ ଯାଏ ? ଖାଦ୍ୟର ଅବଶୋଷଣ ପରେ ଅବଶିଷ୍ଟ ଖାଦ୍ୟର ପରିଣତି ଲେଖ
ଊ-

  • ପାକସ୍ଥଳୀରୁ ଖାଦ୍ୟମଣ୍ଡ କ୍ଷୁଦ୍ରାନ୍ତର ପ୍ରଥମ ଅଂଶ ଗ୍ରହଣୀ ମଧ୍ୟକୁ ଯାଏ । ଏଠାରେ ସ୍ନେହସାର ଖାଦ୍ୟର ଅବଦ୍ରବୀକରଣ ହୋଇଯାଏ ଓ ଖାଦ୍ୟ ଦ୍ରବ୍ୟ ସାମାନ୍ୟ କ୍ଷାରୀୟ ହୋଇଥାଏ ।
  • ଖାଦ୍ୟର ଅବଶେଷଣ ପରେ ଅବଶିଷ୍ଟ ଖାଦ୍ୟ ବୃହଦନ୍ତକୁ ଯାଏ । ସେଠାରେ ଖାଦ୍ୟମଣ୍ଡରେ ଥ‌ିବା ବଳକା
    ଅଜୀର୍ଣ୍ଣ ଖାଦ୍ୟ ମଳରେ ପରିଣତ ହୋଇଥାଏ । ମଳ ମଳାଶୟରେ କିଛି ସମୟ ରହିବା ପରେ ମଳଦ୍ଵାର ଦେଇ ନିଷ୍କାସିତ ହୁଏ ।

BSE Odisha 10th Class Life Science Solutions Chapter 1 ପୋଷଣ

(ଚ) ‘ଆଲୋକ ପ୍ରକ୍ରିୟା’ ବୁଝାଅ ।
ଭ-

  • ଆଲୋକ ପ୍ରକ୍ରିୟା ପାଇଁ କ୍ଲୋରୋଫିଲ୍, ଜଳ ଓ ଆଲୋକ ଆବଶ୍ୟକ ।
  • କ୍ଲୋରୋଫିଲ୍ ଅଣୁଗୁଡ଼ିକ ଦୃଶ୍ୟମାନ ଆଲୋକ ରଶ୍ମି (Visible rays)କୁ ଶୋଷଣ କରି ଶକ୍ତିପ୍ରବାହ ଜରିଆରେ ଏକ କ୍ଲୋରୋଫିଲ୍ ଅଣୁକୁ ଅଧ‌ିକ ଶକ୍ତି ସମ୍ପନ୍ନ କରି ଏଥିରେ ଉତ୍ତେଜନା ସୃଷ୍ଟି କରିଥା’ନ୍ତି ।
  • ଏହି ଉତ୍ତେଜିତ କ୍ଲୋରୋଫିଲ୍‌ରୁ ଏକ ଇଲେକ୍‌ଟ୍ରମ୍ ବାହାରି ଥାଇଲାକଏଡ୍ ଝିଲ୍ଲୀରେ ପ୍ରବାହ କରିବାଦ୍ୱାରା ଥାଇଲାକଏଡ୍ ଭିତରକୁ ଉଦ୍‌ଜାନ ଆୟନ୍ ପ୍ରବାହିତ ହୋଇଥାଏ ।
  • ପରିଶେଷରେ ଏହା ଏକ ନିମ୍ନଶକ୍ତି ସଂପନ୍ନ ଜାରିତ ନିକୋଟିନାମାଇଡ୍ ଆଡେନାଇନ୍ ଡାଇନିଉକ୍ଲିଓଟାଇଡ୍ ଫସ୍‌ଫେଟ୍ ନାମକ ଏକ ସହକାରକରେ ପହଞ୍ଚି ଏହାକୁ ବିଜାରିତ କରିଥାଏ ।

(ଛ) ଆଲୋକଶ୍ଳେଷଣରେ ରୁବିସ୍କୋର ଭୂମିକା ବୁଝାଅ ।

  • କେଲ୍‌ଭିନ୍‌ ଚକ୍ର, ରୁବିସ୍କୋରୁ ଆରମ୍ଭ ହୋଇ ପରିଶେଷରେ ସେହିଠାରେ ହିଁ ସମାପ୍ତ ହୋଇଥାଏ ।
  • ଫଳତଃ କେବଳ ଅଙ୍ଗାରକାମ୍ଳ ଏହି ପ୍ରକ୍ରିୟାଦ୍ଵାରା ଶର୍କରାରେ ପରିଣତ ହୋଇଥାଏ ।
  • ପ୍ରତ୍ୟେକ ରୁବିସ୍କୋ ଅଣୁ ଗୋଟିଏ ଲେଖାଏଁ CO2 ଅଣୁ ଗ୍ରହଣ କରି ପରେ ବିଭାଜିତ ହୋଇଥାଏ ଓ ଦୁଇଟି ଫସ୍ଫୋଗ୍ଲିସରିକ୍ ଏସିଡ୍ (PGA) ପ୍ରସ୍ତୁତ କରିଥାଏ ।
  • ଏହିପରି ଟି ରୁବିସ୍କୋ ସହିତ ଚୈ CO2 ମିଶି ରୁବିସ୍କୋ ସାହାଯ୍ୟରେ 12ଟି PGAରେ ପରିଣତ ହୋଇଥା’ନ୍ତି ।
  • ଏଥୁମଧ୍ୟରୁ ଦୁଇଟି PGA ଗୋଟିଏ ବ୍ଲ କୋଜ ଅଣୁ ପ୍ରସ୍ତୁତ କରିଥା’ନ୍ତି ଓ ଅବଶିଷ୍ଟ 10ଟି PGAର ପୁନଶ୍ଚ କ୍ରଣ ଘଟି ଟି ରୁବିସ୍କୋ ଅଣୁ ଜାତ ହୋଇଥାଏ ।

Question 8.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

(କ) ଜିଭର କାର୍ଯ୍ୟ କ’ଣ ?
ଭ-
ସ୍ଵାଦ ବାରିବା ସହ ଖାଦ୍ୟକୁ ଦାନ୍ତ ନିକଟରେ ପହଞ୍ଚାଇବା, କଥା କହିବାରେ ସହାୟତା କରିବା ଜିଭର କାର୍ଯ୍ୟ ଅଟେ ।

(ଖ) ମଣିଷ ମାଢ଼ିରେ କେଉଁ ପ୍ରକାର ଦାନ୍ତ ରହିଛି ?
ଭ-
ମଣିଷର ମାଢ଼ିରେ, କର୍ଜନ, ଛେଦକ ବା ଶ୍ଵାନ, ଚର୍ବଣ ଓ ପେଷଣ ଆଦି ଦାନ୍ତ ରହିଛି ।

(ଗ) ପିତ୍ତର କାର୍ଯ୍ୟ କ’ଣ ?
ଭ-
ଖାଦ୍ୟର ଅମ୍ଳତ୍ୱ ଦୂର କରିବା ସହିତ ସ୍ନେହସାର ଜାତୀୟ ଖାଦ୍ୟର ଅବଦ୍ରବୀକରଣ କରାଇବାରେ ସାହାଯ୍ୟ କରେ ।

(ଘ) ବୃହଦନ୍ତ୍ରରେ କ’ଣ ଅବଶୋଷଣ ହୋଇଥାଏ ?

(ଙ) ପାଚକ ରସରେ କେଉଁ ପ୍ରକାର ଏନ୍‌ଜାଇମ୍ ରହିଛି ?
ପାଚକ ରସରେ ପେପ୍‌ସିନ୍ ଓ ଲାଇପେଜ୍ ଏନ୍‌ଜାଇମ୍ ରହିଛି ।

(ଚ) ଆଲୋକ ପ୍ରକ୍ରିୟାରେ କ’ଣ ଉତ୍ପନ୍ନ ହୁଏ ?
ଭ-
ଆଲୋକ ପ୍ରକ୍ରିୟାରେ ଆଲୋକ ଶକ୍ତିଦ୍ଵାରା ଜଳର ଆଲୋକ ବିଶ୍ଳେଷଣ ଘଟି NADPH ଓ ATP ଗଠିତ ହେବା ସହ ଅମ୍ଳଜାନ ମୁକ୍ତ ହୁଏ ।

(ଛ) ଆଲୋକଶ୍ଳେଷଣ ଶକ୍ତି କ’ଣ ?
ଭ- NADPH ଓ ATP ଉଭୟ ମିଶି ଆଲୋକଶ୍ଳେଷଣ ଶକ୍ତି ଗଠନ କରନ୍ତି ।

Question 9.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

(କ) ଅନ୍ଧକାର ପ୍ରକ୍ରିୟାରେ ଗୋଟିଏ ଗ୍ଲୁକୋଜ ପ୍ରସ୍ତୁତ କରିବା ପାଇଁ କେତୋଟି CO2ର ଆବଶ୍ୟ କତା ପଡ଼ିଥାଏ ?
ଭ-
6 ଟି

(ଖ) ଥାଇଲାକଏଡ଼୍ ଝିଲ୍ଲୀରେ ପ୍ରବାହିତ ହେଉଥ‌ିବା ଇଲେକ୍‌ଟ୍ରିକ୍‌ ପରିଶେଷରେ କେଉଁଠାରେ ପହଞ୍ଚିଥାଏ ?
ଭ-
ଥାଇଲାକଏଡ୍ ଝିଲ୍ଲୀରେ ପ୍ରବାହିତ ଇଲେକ୍‌ଟ୍ରନ୍ ବାହକ ଅଣୁ ମାଧ୍ୟମରେ ଗ୍ରାହକ ଅଣୁ ପାଖରେ ପହଞ୍ଚେ ।

(ଗ) ଟାୟାଲିନ୍ ଏନ୍‌ଜାଇମ୍ କେଉଁଥ୍ରେ ରହିଥାଏ ?
ଭ-
ଲାକରେ

(ଘ) ଆମ ଶରୀରର କେଉଁଟି ଏକ ମିଶ୍ରିତ ଗ୍ରନ୍ଥି ଅଟେ ?
ଭ-
ଅଗ୍ନ୍ୟାଶୟ

Question 10.
ଶୂନ୍ୟସ୍ଥାନ ପୂରଣ କର ।
(କ) ପାକସ୍ଥଳୀର ଉପର ଅଂଶକୁ କାର୍ଡିଆକ୍ ଷ୍ଟୋମାକ୍ ଓ ତଳ ଅଂଶକୁ
(ଖ) ମଲାଙ୍ଗ, ନିର୍ମୂଳୀ ଆଦି – ଉଭିଦ ଅଟନ୍ତି ।
(ଗ) ଲାଳରେ – ନାମକ ଏନଜାଇମ୍ ଥାଏ ।
(ଘ ଖାଦ୍ୟ ଓ ପବନକୁ ଯେ ଯାହା ବାଟରେ ଚାଳନ କରିବା ପାଇଁ
(ଙ) ପିତ୍ତ ସ୍ନେହସାର ଜାତୀୟ ଖାଦ୍ୟର କରାଇଥାଏ।
(ଚ) ଜଳର ଆଲୋକ ବିଶ୍ଳେଷଣ ଥାଇଲାକଏଡ଼ – ରେ ହୁଏ।
BSE Odisha 10th Class Life Science Solutions Chapter 1 ପୋଷଣ 7

Question 11.
ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ / ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ।
(କ) ପିତ୍ତରେ ରହିଥ‌ିବା ଟାୟାଲିନ୍ ସ୍ନେହସାର ଜାତୀୟ ଖାଦ୍ୟର ଅବଦୁବୀକରଣ କରାଏ ।
ଉ-
ପିତ୍ତରେ ରହିଥ‌ିବା ପିତ୍ତଲବଣ ସ୍ନେହସାର ଜାତୀୟ ଖାଦ୍ୟର ଅବଦ୍ରବୀକରଣ କରାଏ ।

(ଖ) ମଣିଷର ପ୍ରତି ମାଢ଼ିରେ ୨ଟି କର୍ଜନ ଦାନ୍ତ ରହିଛି ।
ଉ-
ମଣିଷର ପ୍ରତି ମାଢ଼ିରେ ୪ଟି କର୍ତନ ଦାନ୍ତ ରହିଛି ।

(ଗ) ଯେଉଁ ପରଭୋଜୀ, ମୃତ, ଗଳିତ, ପଚାସଢ଼ା ଉଦ୍ଭଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟିସାଧନ କରିଥା’ନ୍ତି ସେମାନଙ୍କୁ ପରଜୀବୀ କୁହାଯାଏ ।
ଉ-
ଯେଉଁ ପରଭୋଜୀ, ମୃତ, ଗଳିତ, ପଚାସଢ଼ା ଉଦ୍ଭଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟିସାଧନ କରିଥା’ନ୍ତି ସେମାନଙ୍କୁ ମୃତୋପଜୀବୀ କୁହାଯାଏ ।

(ଘ) ପ୍ଲାସ୍‌ମୋଡ଼ିୟମ୍ ଏକ ବାହ୍ୟପରଜୀବୀ ।
ଉ-
ପ୍ଲାସ୍‌ମୋଡ଼ିୟମ୍ ଅନ୍ତଃପରଜୀବୀ ।

BSE Odisha 10th Class Life Science Solutions Chapter 1 ପୋଷଣ

Question 12.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।

(କ) ପ୍ଲା କୋଜ୍ : ଶ୍ଵେତସାର : : ଏମିନୋ ଏସିଡ଼୍ : …………………….. ।
ଉ-
ପୁସ୍ତସାର
(ଖ) ପ୍ଲାସ୍‌ଡ଼ିୟମ୍‌ : ଅନ୍ତଃପରଜୀବୀ : : ଉକୁଣୀ : …………………….. ।
ଉ-
ଚାତ୍ୟୁପରଜୀବୀ

(ଗ) ଖାଦ୍ୟନଳୀର ଦ୍ଵାର : ଗଲେଟ୍ : : ଶ୍ଵାସନଳୀର ଦ୍ଵାର : …………………. ।
ଉ- ଗ୍ଲଟିସ୍

(ଘ) ଗ୍ଲାଇକୋଲିସିମ୍ : କୋଷଜୀବକ : ସାଇଟ୍ରିକ୍ ଅମ୍ଳଚକ୍ର : ………………… ।
ଉ- ‘ମାଇଟୋକଣ୍ଡ୍ରିଆ

କାର୍ଯ୍ୟାବଳୀ (ACTIVITY)

କାର୍ଯ୍ୟାବଳୀ-1
‘ଆଲୋକଶ୍ଳେଷଣ’’ରେ ଆଲୋକର ଆବଶ୍ୟକତା ଦର୍ଶାଇବା ପାଇଁ ପରୀକ୍ଷଣ
BSE Odisha 10th Class Life Science Solutions Chapter 1 ପୋଷଣ 1

BSE Odisha 10th Class Life Science Solutions Chapter 1 ପୋଷଣ 9

  • ଚିତ୍ରରେ ଦର୍ଶାଯାଇଥବା ଭଳି କୁଣ୍ଡରେ ଥିବା ଏକ ଗଛର ଗୋଟିଏ ପତ୍ରର ମଝି ଅଂଶକୁ କଳା କାଗଜଦ୍ୱାର ଆଚ୍ଛାଦିତ କରି ଗଛଟିକୁ ସୂର୍ଯ୍ୟାଲୋକରେ 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ ରଖାଯାଉ ।
  • ଏହାପରେ ଗଛରୁ ପତ୍ରଟିକୁ ଛିଣ୍ଡାଇ ଆଣି ଫୁଟନ୍ତା ସୁରାସାରରେ କିଛି ସମୟ ବୁଡ଼ାଇ ରଖାଯାଉ ।
  • ଏହାପରେ ପତ୍ରଟିକୁ ଭଲଭାବରେ ଧୋଇ ଦିଆଯାଉ ।
  • ଏହି ପତ୍ରଟିକୁ ଲଘୁ ଆୟୋଡ଼ିନ୍ ଦ୍ରବଣରେ ବୁଡ଼ାଇ ଉଠାଯାଉ ।

BSE Odisha 10th Class Life Science Solutions Chapter 1 ପୋଷଣ 10

  • ପତ୍ରଟିକୁ ଫୁଟନ୍ତା ସୁରାସାରରେ ପକାଇଲେ ପତ୍ରରୁ କ୍ଲୋରୋଫିଲ୍ ବାହାରି ପତ୍ରଟି ବର୍ଣ୍ଣହୀନ ହେବ ।
  • ବର୍ଣ୍ଣହୀନ ପତ୍ରକୁ ଲଘୁ ଆୟୋଡ଼ିନ୍ ଦ୍ରବଣରେ ପକାଇଲେ କଳାକନା ଦିଆଯାଇଥିବା ଅଂଶବ୍ୟତୀତ ଅନ୍ୟ ସମସ୍ତ ଅଂଶ ନୀଳବର୍ଣ୍ଣ ଧାରଣ କରିବ ।

BSE Odisha 10th Class Life Science Solutions Chapter 1 ପୋଷଣ 11

  • ସବୁଜ ପତ୍ରକୁ ଫୁଟନ୍ତା ସୁରାସାରରେ ପକାଇବାରୁ ସେଥୁରୁ କ୍ଲୋରୋଫିଲ୍ ବାହାରିଯାଏ । ଫଳରେ ପତ୍ରଟି ବର୍ଣ୍ଣହୀନ ହୁଏ । ପତ୍ରର ଯେଉଁ ସ୍ଥାନରେ ମଣ୍ଡଦ ରହିଥାଏ, ସେହି ଅଂଶ ଆୟୋଡ଼ିନ୍ ଦ୍ରବଣର ସଂସ୍ପର୍ଶରେ ଆସି ନୀଳବର୍ଷ ଧାରଣ କରିଥାଏ ।
  • ପତ୍ରର ସବୁ ଅଂଶରେ ଏକ ପ୍ରକାରର ପରିବର୍ତ୍ତନ

ନାହିଁ ।

  • ପତ୍ରର ଆଚ୍ଛାଦିତ ଅଂଶରେ ମଣ୍ଡଦ ନ ଥ‌ିବାରୁ ଏହା ନୀଳବର୍ଷ ଧାରଣ କରେ ନାହିଁ ।
  • ଆଲୋକଶ୍ଳେଷଣ ପାଇଁ ଆଲୋକ ଏକାନ୍ତ ଆବଶ୍ୟକ ଅଟେ ।

କାର୍ଯ୍ୟାବଳୀ – 2
‘ଆଲୋକଶ୍ଳେଷଣ ପାଇଁ ପତ୍ରହରିତ୍‌ର ଆବଶ୍ୟକ’ତା’ ଦର୍ଶାଇବା ପାଇଁ ପରୀକ୍ଷଣ :
BSE Odisha 10th Class Life Science Solutions Chapter 1 ପୋଷଣ 2

[ ଆଲୋକଶ୍ଳେଷଣ ପାଇଁ ପତ୍ରହରିତ୍ରର ଆବଶ୍ୟକତା ପ୍ରଦର୍ଶନ ]

  • ଏକ ବିକରରେ ଯଥେଷ୍ଟ ପାଣି ପୁରାଇ ଚିତ୍ରିତ ପତ୍ର (କ୍ରୋଟନ ଗଛ) ଥିବା ଏକ ଗଛର ଗୋଟିଏ ଡାଳକୁ ସେଥୁରେ
  • ଏହିପରି ଅବସ୍ଥାରେ ବିକର୍‌ଟିକୁ ସୂର୍ଯ୍ୟାଲୋକରେ 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ ରଖାଯାଉ ।
  • 2 ଓ 3 ଘଣ୍ଟା ପରେ ଗୋଟିଏ ପତ୍ରକୁ ଛିଣ୍ଡାଇ ଆଣି ଏକ ଟ୍ରେସିଙ୍ଗ କାଗଜ ଉପରେ ରଖାଯାଉ ଓ ଏହାର ସବୁଜ ଅଂଶଗୁଡ଼ିକୁ ଚିହ୍ନଟ କରାଯାଉ ।
  • ପତ୍ରଟିକୁ ପ୍ରଥମେ ଫୁଟନ୍ତା ସୁରାସାର ଓ ତାପରେ ଲଘୁ ଆୟୋଡ଼ିନ୍ ଦ୍ରବଣରେ ବୁଡ଼ାଇ ଉଠାଯାଉ ।

ପର୍ଯ୍ୟବେକ୍ଷଣ :

  • ଚିତ୍ରିତ ପତ୍ରକୁ ଫୁଟନ୍ତା ସୁରାସାରରେ କିଛି ସମୟ ବୁଡ଼ାଇ ରଖିଲେ ଏଥୁରୁ ପତ୍ରହରିତ୍ ବାହାରିଯିବ ଓ ପତ୍ରଟି ରଙ୍ଗହୀନ
  • ରଙ୍ଗହୀନ ପତ୍ରକୁ ଲଘୁ ଆୟୋଡ଼ିନ୍ ଦ୍ରବଣରେ ବୁଡ଼ାଇଲେ ଏହାର କେବଳ ସବୁଜ ଅଂଶ ଥ‌ିବା ସ୍ଥାନ ନୀଳବର୍ଣ୍ଣ ଧାରଣ କରିବ ।

BSE Odisha 10th Class Life Science Solutions Chapter 1 ପୋଷଣ 11

  • ପତ୍ରର ସବୁ ଅଂଶରେ ଏକ ପ୍ରକାରର ରଙ୍ଗ ପରିବର୍ତ୍ତନ ହୁଏ ନାହିଁ । ଫୁଟନ୍ତା ସୁରାସାରରେ ପକାଇଲେ ପତ୍ରଟି ବର୍ଣ୍ଣହୀନ ହୁଏ ଓ ଲଘୁ ଆୟୋଡିନ୍ ଦ୍ରବଣରେ ପକାଇଲେ ଏହାର ସବୁଜ ଅଂଶଣ୍ଢା ସ୍ଥାନ ନୀଳ ହୁଏ ।
  • ପତ୍ରଟିକୁ ଅଙ୍କାଯାଇଥବା ନକ୍ସା ଉପରେ ପକାଇଲେ ପତ୍ରହରିତ୍‌ ଥିବା ଅଂଶଗୁଡ଼ିକ ନୀଳବର୍ଣ୍ଣ ଧାରଣ କରିଥାଏ ।
  • ପତ୍ରହରିତ୍‌ ନଥ୍‌ ଅଂଶଗୁଡ଼ିକରେ କିଛି ରଙ୍ଗ ପରିବର୍ତ୍ତନ ହୁଏ ନାହିଁ କାରଣ ଏଠାରେ ମଣ୍ଡଦ ନଥାଏ ।
  • ଆଲୋକଶ୍ଳେଷଣ ପାଇଁ ପତ୍ରହରିତ୍‌ ଏକାନ୍ତ ଆବଶ୍ୟକ ଅଟେ ।

BSE Odisha 10th Class Life Science Solutions Chapter 1 ପୋଷଣ

କାର୍ଯ୍ୟାବଳୀ -3

  • ସୋଲ କିମ୍ବା ନରମ କର୍କ ଠିପି ଥ‌ିବା ଏକ ବୋତଲ ନିଆଯାଉ ।
  • ଏହାର ଠିପିକୁ ଦୁଇଫାଳ କରି ମଝିରୁ କାଟି ଦିଆଯାଉ ।
  • ବୋତଲ ଭିତରେ କିଛି କଷ୍ଟିକ୍ ପଟାସ ଦ୍ରବଣ (KOH) ରଖ୍ ଏହି କଟା ଠିପି ଦେଇ ଏକ ସରୁ ପତ୍ରର କିଛି ଅଂଶ ବୋତଲ ଭିତରକୁ ପୂରାଇ ଦେଇ ଠିପିଟିକୁ ଭଲଭାବରେ
  • ବୋତଲ ଭିତରକୁ ବାୟୁ ଯାତାୟତ ନ କରିବା ପାଇଁ କିଛି ମହମ ତରଳାଇ ବୋତଲ ମୁହଁକୁ ସିଲ୍ କରିଦିଆଯାଉ ।
  • ପତ୍ରର ଡେମ୍ଫକୁ ଏକ ଜଳପୂର୍ଣ୍ଣ ପାତ୍ରରେ ବୁଡ଼ାଇରଖ୍ ପତ୍ରଟିକୁ ସୂର୍ଯ୍ୟାଲୋକରେ 2-3 ଘଣ୍ଟା ପର୍ଯ୍ୟନ୍ତ ରଖାଯାଉ ।
  • ପତ୍ରଟିକୁ ବାହାର କରି ପ୍ରଥମେ ଫୁଟନ୍ତା ସୁରାସାର ଓ ତା’ପରେ ଧୋଇ ଲଘୁ ଆୟୋଡ଼ିନ୍ ଦ୍ରବଣରେ ପକା

BSE Odisha 10th Class Life Science Solutions Chapter 1 ପୋଷଣ 3

BSE Odisha 10th Class Life Science Solutions Chapter 1 ପୋଷଣ 8

  • ପତ୍ରଟିକୁ ଫୁଟନ୍ତା ସୁରାସାରରେ ପକାଇଲେ ଏହା ବର୍ଣ୍ଣହୀନ ହେବ ।
  • ବର୍ଣ୍ଣହୀନ ପତ୍ରକୁ ଲଘୁ ଆୟୋଡ଼ିନ୍ ଦ୍ରବଣରେ ପକାଇଲେ ବୋତଲ ବାହାରେ ଥ‌ିବା ପତ୍ରର ଅଂଶ କେବଳ ନୀଳବର୍ଣ୍ଣ ଧାରଣ କରିବ ।

ସିଦ୍ଧାନ୍ତ :

  • ପତ୍ରର ସବୁ ଅଂଶରେ ଏକା ପ୍ରକାରର ରଙ୍ଗ ପରିବର୍ତ୍ତନ ହେବ ନାହିଁ ।
  • ବୋତଲ ଭିତରେ ଥିବା ପତ୍ର ଅଂଶରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏଥୁରୁ କେବଳ ହରିତ୍‌ ଲବକ ବାହାରି ଯାଇ ବର୍ଣ୍ଣହୀନ ହୋଇଥିବ କିନ୍ତୁ ବୋତଲ ବାହାରେ ଥିବା ପତ୍ର ଅଂଶରେ ମଣ୍ଡଦ ଥ‌ିବାରୁ ଏହା ନୀଳବର୍ଣ୍ଣ ଧାରଣ କରିବ ।
  • ଆଲୋକଶ୍ଳେଷଣ ପାଇଁ ଅଙ୍ଗାରକାମ୍ଳ ଏକାନ୍ତ ଆବଶ୍ୟକ ଅଟେ ।

କାର୍ଯ୍ୟାବଳୀ – 4
‘ମଣିଷ ପାଟିର ଲାଳ, ଜଟିଳ ଶ୍ଵେତସାର ଜାତୀୟ ଖାଦ୍ୟକୁ ସରଳ କରିବାରେ ସାହାଯ୍ୟ କରେ’’ ଦର୍ଶାଇବା ପାଇଁ ପରୀକ୍ଷଣ ।

ପରୀକ୍ଷଣ :

  • ପାଟିକୁ ଭଲଭାବରେ ଧୋଇ ଜିଭ ଉପରେ ଗୋଟିଏ ରାଗ କଞ୍ଚାଲଙ୍କା
  • କିଛି ସମୟ ପରେ ରାଗ ପ୍ରଭାବରୁ ପାଟିରୁ ଆପେ ଆପେ ଲାଳ କ୍ଷରିତ ହେବ ।
  • ଗୋଟିଏ ପରୀକ୍ଷାନଳୀରେ 5ml ଲାଳ ସଂଗ୍ରହ କରାଯାଉ ।
  • ଏହି ଲାଳକୁ ଦୁଇଭାଗ କରି 2 ଟି ପରୀକ୍ଷାନଳୀରେ ରଖାଯାଉ ।
  • ପ୍ରଥମ (କ) ପରୀକ୍ଷାନଳୀରେ 3 ରୁ 4 ବୁନ୍ଦା ଆୟୋଡ଼ିନ୍ ଦ୍ରବଣ
  • ଦ୍ଵିତୀୟ (ଖ) ପରୀକ୍ଷାନଳୀରେ 20-30 ମିନିଟ୍ ପରେ 3 ରୁ 4 ବୁନ୍ଦା ଆୟୋଡ଼ିନ୍ ଦ୍ରବଣ ମିଶାଯାଉ ।

ପର୍ଯ୍ୟବେକ୍ଷଣ :

  • ‘କ’ ପରୀକ୍ଷାନଳୀରେ ଦ୍ରବଣର ରଙ୍ଗ ନୀଳ ହେବ କାରଣ ମଣ୍ଡଦ ସହିତ ଆୟୋଡ଼ିନ୍ ମିଶିଲେ ନୀଳବର୍ଣ୍ଣ ହୋଇଥାଏ ।
  • ‘ଖ’ ପରୀକ୍ଷାନଳୀରେ ଦ୍ରବଣର ରଙ୍ଗ ନୀଳ ହେବ ନାହିଁ କାରଣ ଲାଳର ପ୍ରଭାବରେ ମଣ୍ଡଦ ସରଳୀକୃତ ବା ବିଘଟିତ ହୋଇଥାଏ ।

BSE Odisha 10th Class Life Science Solutions Chapter 1 ପୋଷଣ

ସିଦ୍ଧାନ୍ତ :
(i) ମଣିଷ ଲାଳରେ ଟାୟାଲିନ୍ ନାମକ ଏକ ପ୍ରକାର ଆମାଇଲେଜ୍ ଏନ୍‌ଜାଇମ୍ ରହିଥାଏ । ଏହା ଆମ ଖାଦ୍ୟରେ ଥ‌ିବା ଜଟିଳ ଶ୍ଵେତସାର ଜାତୀୟ ଖାଦ୍ୟକୁ ସରଳ କରିବାରେ ସାହାଯ୍ୟ କରିଥାଏ ।
BSE Odisha 10th Class Life Science Solutions Chapter 1 ପୋଷଣ 4

Leave a Comment