Odisha State Board BSE Odisha 10th Class Life Science Solutions Chapter 3 ପରିବହନ ଓ ସଞ୍ଚାଳନ Textbook Exercise Questions and Answers.
BSE Odisha Class 10 Life Science Solutions Chapter 3 ପରିବହନ ଓ ସଞ୍ଚାଳନ
Question 1.
ମଣିଷ ହୃତ୍ପିଣ୍ଡର ଆଭ୍ୟନ୍ତରୀଣ ଗଠନ ବୁଝାଅ ।
ଊ-
- ହୃତପିଣ୍ଡ ଚାରି ପ୍ରକୋଷ୍ଠବିଶିଷ୍ଟ । ଉପର ଦୁଇ ପ୍ରକୋଷ୍ଠକୁ ଏଟ୍ରିୟମ୍ ବା ଅଳିନ୍ଦ ଓ ତଳ ଦୁଇ ପ୍ରକୋଷ୍ଠକୁ ଭେଣ୍ଡ୍ରିକଲ୍ ବା ନିଳୟ କୁହାଯାଏ ।
- ଦକ୍ଷିଣ ଅଳିନ୍ଦ ସହ ଉର୍ଦ୍ଧ୍ବ ମହାଶିରା ଓ ନିମ୍ନ ମହାଶିରା ନାମକ ଦୁଇଟି ରକ୍ତବାହିନୀ ଏବଂ ଦକ୍ଷିଣ ନିଳୟ ସହିତ ଫୁସ୍ଫୁସ୍ ଧମନୀ ସଂଯୁକ୍ତ । ହୃତ୍ପିଣ୍ଡର ବାମ ଅଳିନ୍ଦ ସହ ଫୁସ୍ଫୁସ୍ ଶିରା (Pulmonary vein) ଓ ବାମ ନିଳୟସହ ମହାଧମନୀ (Aorta) ସଂଯୁକ୍ତ ।
- ଅଳିନ୍ଦ-ନିଳୟ ଦ୍ଵାରରେ ଏବଂ ନିଳୟ-ରକ୍ତବାହିନୀ ଦ୍ଵାରରେ ରହିଥିବା 2 ବା 3ଟି ପତଳା ପରଦାକୁ କପାଟିକା (Valve) କୁହାଯାଏ । କପାଟିକାର ପ୍ରତ୍ୟେକ ପରଦାକୁ ପାଖୁଡ଼ା (Cusp) କୁହାଯାଏ ।
- ଦକ୍ଷିଣ ଅଳିନ୍ଦ-ଦକ୍ଷିଣ ନିଳୟ ଦ୍ବାରରେ ଓ ପାଖୁଡ଼ାବିଶିଷ୍ଟ କପାଟିକା (Tricuspid valve), ବାମ ଅଳିନ୍ଦ- ବାମ ନିଳୟ ଦ୍ବାରରେ 2 ପାଖୁଡ଼ାବିଶିଷ୍ଟ କପାଟିକା (Bicuspid valve) ଓ ନିଳୟ ରକ୍ତବାହିନୀ ଦ୍ଵାରରେ ଅର୍ଦ୍ଧଚନ୍ଦ୍ରାକୃତି କପାଟିକା (Semilunar valve) ରହିଥାଏ । ହୃତପିଣ୍ଡର 4ଟି ପ୍ରକୋଷ୍ଠ ମଧ୍ୟରୁ ବାମ ନିଳୟ ଅଧିକ ଦକ୍ଷ ଓ ଏହାର ପ୍ରାଚୀର ଅଧିକ ମୋଟା । କାରଣ ବାମ ନିଳୟର ସଙ୍କୋଚନ ହେଲେ ଅମ୍ଳଜାନଯୁକ୍ତ ରକ୍ତ ମହାଧମନୀ ଦେଇ ଶରୀରର ବିଭିନ୍ନ ଅଂଶକୁ ଯାଇଥାଏ ।
- ଅଳିନ୍ଦ ଓ ନିଳୟ ମଧ୍ୟସ୍ଥ କପାଟିକା ନିଳୟ ଆଡ଼କୁ ଏବଂ ନିଳୟ ଓ ରକ୍ତବାହିନୀ ମଧ୍ୟସ୍ଥ କପାଟିକା ରକ୍ତବାହିନୀ ଆଡ଼କୁ ଖୋଲୁଥିବାରୁ ରକ୍ତ କେବଳ ଗୋଟିଏ ଦିଗରେ ପ୍ରବାହିତ ହୋଇଥାଏ । କପାଟିକା ବନ୍ଦ ହୋଇଗଲେ ରକ୍ତ ସେହିବାଟେ ପଛକୁ ଫେରିପାରେ ନାହିଁ ।
Question 2.
ରକ୍ତବାହିନୀ କ’ଣ ? ଶିରା ଓ ଧମନୀ ମଧ୍ୟରେ ପାର୍ଥକ୍ୟ ଉଲ୍ଲେଖ କର ।
ଊ-
- ଶରୀରରେ ରକ୍ତ ସଞ୍ଚାଳନ ପାଇଁ ରହିଛି କିଛି ନଳୀ । ଏହି ନଳୀମାନଙ୍କୁ ରକ୍ତବାହିନୀ (Blood Vessels) କୁହାଯାଏ । ଏହି ନଳୀଗୁଡ଼ିକ ଶରୀର ପରିବହନ ସଂସ୍ଥାର ଏକମୁହାଁ ରାସ୍ତା ପରି ।
- ଆମ ଦେହସାରା ପ୍ରାୟ 96,000ରୁ 1,60,000 କିଲୋମିଟର ଲମ୍ବ ନଳୀ ବିଛେଇ ହୋଇ ରହିଛି ।
- ରକ୍ତବାହିନୀ ପ୍ରଧାନତଃ ତିନି ପ୍ରକାରର; ଯଥା – ଧମନୀ (Artery), ଶିରା (Vein) ଓ ରକ୍ତକୈଶିକ (Capillary) ।
- ଶିରା ଓ ଧମନୀ ମଧ୍ୟରେ ପାର୍ଥକ୍ୟ
ଣିରା:
- ଏହା ଶରୀରର ବିଭିନ୍ନ ଅଂଶରୁ ହୃତ୍ପିଣ୍ଡକୁ ରକ୍ତ ବହନ କରିଥାଏ ।
- ଏହା ଅମ୍ଳଜାନବିହୀନ ରକ୍ତ ବହନ କରେ ।
- ଏହାର ଭିଭି ପତଳା ଓ କମ୍ ପ୍ରସାରଣଶୀଳ ।
- ଏଥରେ ରକ୍ତ ନିମ୍ନ ଚାପରେ ଧୀର ଗତିରେ ପ୍ରବାହିତ ହୁଏ ।
- ଏଥରେ କପାଟିକା ଥାଏ ।
- ଏହାର ଅବସ୍ଥିତି ସହଜରେ ଜାଣିହୁଏ ।
ଧମନ।:
- ଏହା ହୃତ୍ପିଣ୍ଡରୁ ଶରୀରର ବିଭିନ୍ନ ଅଂଶକୁ ରକ୍ତ ବହନ କରିଥାଏ ।
- ଏହା ଅମ୍ଳଜାନଯୁକ୍ତ ରକ୍ତ ବହନ କରେ ।
- ଏହାର ଭିଭି ମୋଟା ଓ ଅଧିକ ପ୍ରସାରଣଶୀଳ ।
- ଏଥିରେ ରକ୍ତ ଉଚ୍ଚ ଚାପରେ ଦ୍ରୁତ ଗତିରେ ପ୍ରବାହିତ ହୁଏ ।
- ଏଥରେ କପାଟିକା ନଥାଏ ।
- ଏହା ଶରୀର ମଧ୍ୟରେ ଗଭୀରକୁ ଥାଏ ।
Question 3.
ରକ୍ତ କିପରି ଜମାଟ ବାନ୍ଧେ ବୁଝାଅ ।
ଉ-
- ଶରୀରର କୌଣସି ସ୍ଥାନ କଟିଗଲେ ବା କ୍ଷତ ହୋଇଗଲେ ସେ ସ୍ଥାନରୁ ରକ୍ତ ବାହାରେ । କିଛି ସମୟ ଉତ୍ତାରୁ ସେ ସ୍ଥାନରେ ରକ୍ତ ଜମାଟ ବାନ୍ଧେ ଓ ରକ୍ତସ୍ରାବ ବନ୍ଦ ହୁଏ । ପ୍ଲାଜ୍ମାରେ ଥିବା ବିଭିନ୍ନ ପ୍ରୋଟିନ୍ ରକ୍ତଜମାଟ ବାନ୍ଧିବା କାର୍ଯ୍ୟଟି କରିଥାନ୍ତି ।
- କ୍ଷତ ହୋଇ ରକ୍ତ ବାହାରିଲେ କ୍ଷତ ଟିସୁ ଓ ଭାଙ୍ଗିଯାଇଥିବା ଅଣୁଚକ୍ରିକା ବାୟୁର ସଂସ୍ପର୍ଶରେ ଆସିବା ଫଳରେ କ୍ଷତସ୍ଥାନରେ ଥ୍ରୋୟୋପ୍ଲାଷ୍ଟିନ୍ ନାମକ ଏକ ଲିପୋପ୍ରୋଟିନ୍ ସୃଷ୍ଟି ହୁଏ ।
- ଏହା ରକ୍ତରେ ଥିବା କ୍ୟାଲସିୟମ୍ ଆୟନ (Catt) ତଥା ଏନ୍ଜାଇମ୍ ଉପସ୍ଥିତିରେ ପ୍ଲାଜମାରେ ଥିବା ପ୍ରୋଟିନ୍ ପ୍ରୋଥ ନ୍କୁ ଥୁମ୍ବିନ୍ ନାମକ ଏକ ସକ୍ରିୟ ଏନ୍ଜାଇମ୍ରେ ପରିଣତ କରାଏ ।
- ଥୁମ୍ବିନ୍ ପ୍ରଭାବରେ ଫାଇଟ୍ରିନୋଜେନ୍ ନାମକ ଅନ୍ୟ ଏକ ପ୍ଲାଜମା-ପ୍ରୋଟିନ୍ ଫାଇବ୍ରିନ୍ରେ ପରିଣତ ହୁଏ ।
- ଦ୍ରବଣୀୟ ଓ ତନ୍ତୁପରି ଥବା ଏହି ପ୍ରୋଟିନ୍ କ୍ଷତ ସ୍ଥାନରେ ଠୁଳ ହୋଇ ସେଠାରେ ଏକ ସୂକ୍ଷ୍ମ ଜାଲ ତିଆରି କରେ ।
- ଏହି ଜାଲରେ ରକ୍ତକଣିକା ଓ ଅଣୁଚକ୍ରିକା ଛନ୍ଦି ହେବାଦ୍ଵାରା ଖଣ୍ଡିଆ ସ୍ଥାନ ଉପରେ ଏକ ପତଳା ଆସ୍ତରଣ ତିଆରି ହୁଏ । ଫଳରେ କ୍ଷତରୁ ରକ୍ତ ବାହାରି ପାରେନାହିଁ ଏବଂ ରକ୍ତସ୍ରାବ ବନ୍ଦ ହୋଇଯାଏ ।
ସଂକ୍ଷେପରେ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା :
କ୍ଷତ ଟିସୁ ଓ କୋଷ ତଥା ଭାଙ୍ଗିଥିବା ଅଣୁଚକ୍ରିକାରୁ ଜାତ ଥ୍ରୋୟୋପ୍ଲାଷ୍ଟିନ୍ ଉପସ୍ଥିତିରେ
(ଗ) ଫାଇବ୍ରୋନ୍ ଜାଲ ଓ ରକ୍ତକଣିକା ଏବଂ ଅଣୁଚକ୍ରିକା →ପତଳା ଆସ୍ତରଣ ସୃଷ୍ଟି ଓ ରକ୍ତସ୍ରାବ ବନ୍ଦ
Question 4.
ମଣିଷ ହୃତ୍ପିଣ୍ଡର ଅବସ୍ଥିତି ଓ ବାହ୍ୟ ଗଠନ ବର୍ଣ୍ଣନା କର ।
ଉ-
ଅବସ୍ଥିତି :
- ମନୁଷ୍ୟ ଶରୀରରେ ବକ୍ଷଗହ୍ଵର ମଧ୍ୟସ୍ଥଳରେ, ଦୁଇ ଫୁସ୍ଫୁସ୍ ମଝିରେ ଓ ମଧ୍ୟଚ୍ଛଦାର ଉପରେ ସାମାନ୍ୟ ବାମକୁ ହୃତ୍ପିଣ୍ଡ ଅବସ୍ଥିତ ।
ବାହ୍ୟଗଠନ : - ଜଣେ ବୟଃପ୍ରାପ୍ତ ବ୍ୟକ୍ତିର ହୃତ୍ପିଣ୍ଡର ଲମ୍ବ ପ୍ରାୟ 12 ସେ.ମି., ଓସାର ପ୍ରାୟ 9 ସେ.ମି. ଓ ଓଜନ ପ୍ରାୟ 250ରୁ 300 ଗ୍ରାମ୍ । ଏହାର ରଙ୍ଗ ମାଟିଆ ଲାଲ ।
- ହୃତ୍ପିଣ୍ଡରେ ଚାରୋଟି ପ୍ରକୋଷ୍ଠ ରହିଛି । ଉପର ଦୁଇ ପ୍ରକୋଷ୍ଠକୁ ଏଟ୍ରିୟମ୍ ବା ଅଳିନ୍ଦ (ଦକ୍ଷିଣ ଓ ବାମ ଅଳିନ୍ଦ) ଓ ତଳ ଦୁଇ ପ୍ରକୋଷ୍ଠକୁ ଭେଣ୍ଡିକଲ୍ ବା ନିଳୟ (ଦକ୍ଷିଣ ବା ବାମ ନିଳୟ) କୁହାଯାଏ ।
- ଦକ୍ଷିଣ ଅଳିନ୍ଦ ସହ ଊର୍ଦ୍ଧ୍ବ ମହାଶିରା ଓ ନିମ୍ନ ମହାଶିରା ନାମକ ଦୁଇଟି ବୃହତ୍ ରକ୍ତବାହିନୀ ଏବଂ ଦକ୍ଷିଣ ନିଜୟ ସହିତ ଫୁସ୍ଫୁସ୍ ଧମନୀ ସଂଯୁକ୍ତ ହୋଇଥାଏ ।
- ବାମ ଅଳିନ୍ଦ ସହ ଫୁସ୍ଫୁସ୍ ଶିରା ଓ ବାମ ନିଳୟ ସହ ମହାଧମନୀ ସଂଯୁକ୍ତ ହୋଇଥାଏ ।
Question 5.
ଉଦ୍ଭିଦରେ ଜଳର ପରିବହନରେ ସମ୍ପୃକ୍ତ ତତ୍ତ୍ଵଗୁଡ଼ିକୁ ବୁଝାଅ ।
ଉ-
ଉଦ୍ଭଦରେ ପୋଷକ ପରିବହନ ପାଇଁ ତିନୋଟି ତତ୍ତ୍ଵର ଅବତାରଣା କରାଯାଇଛି, ଯଥା-
(କ) କୈଶିକ ଆକର୍ଷଣ
(ଖ) ମୂଳଜ ଚାପ
(ଗ) ସଂସକ୍ତି ତତ୍ତ୍ଵ ।
ମୂଳଜ ଚାପ :
- କୌଣସି ଏକ ଉଦ୍ଭଦର କାଣ୍ଡକୁ ଅଧାରୁ କାଟିଦେଲେ, କ୍ଷତ ସ୍ଥାନରୁ ଜଳୀୟ ପଦାର୍ଥ ବାହାରିଥାଏ ।
- ଏହା ମୂଳଜ ଚାପ ଯୋଗୁଁ ହୋଇଥାଏ ବୋଲି ବିଶ୍ଵାସ କରାଯାଏ ।
- ଗଛର କଟା ଅଂଶରେ ଯଦି ଗୋଟିଏ ମାନୋମିଟର ଖଞ୍ଜି ଦିଆଯାଏ, ତେବେ ମୂଳରୁ ଯେଉଁ ଚାପ ସୃଷ୍ଟି ହୁଏ (ମୂଳଜ ଚାପ), ତାହାକୁ ମପାଯାଇପାରେ ।
- ଜଳର ଊର୍ଦ୍ଧ୍ଵ ପରିବହନ ପାଇଁ ଉଚ୍ଚ ଗଛଗୁଡ଼ିକରେ ମୂଳଜ ଚାପ ଅଧିକ ହେବା କଥା । କିନ୍ତୁ ତାହା ହୁଏନାହିଁ ।
- ଉସ୍ବେଦନର ବେଗ ସର୍ବାଧିକ ହେଲେ ଜଳ ସର୍ବାଧିକ ଉଚ୍ଚ ଉଠିଯାଏ; ମାତ୍ର ସେତେବେଳେ ମୂଳକ ଚାପ ସର୍ବନିମ୍ନ ଥିବା ଦେଖାଯାଏ । ତେଣୁ ଜଳ ପରିବହନରେ ମୂଳଜ ଚାପର ବିଶେଷ ଭୂମିକା ନାହିଁ ।
ସଂସକ୍ତି ବଳ ଓ ସଂଲଗ୍ନ ବଳ :
- ଜଳର ଶୋଷଣ ମୁଖ୍ୟତଃ ଉଦନ ପ୍ରକ୍ରିୟାଦ୍ବାରା ସଙ୍ଗଠିତ ହୋଇଥାଏ । ଏହି ପ୍ରକ୍ରିୟା ହେତୁ ପତ୍ରରୁ ବହୁ ପରିମାଣର ଜଳ କ୍ଷୟ ହୁଏ ।
- ଜଳକ୍ଷୟ ଯୋଗୁଁ ପତ୍ରଫଳକରେ ଜଳର ବିସରଣ ଚାପ କମିଯାଏ । ତେଣୁ ପତ୍ରର ଶିରାପ୍ରଶିରାରୁ ଜଳ ପତ୍ର ଫଳକ ମଧ୍ୟକୁ ଗତିକରେ ।
- ଫଳରେ ଶିରାପ୍ରଶିରାରେ ଜଳର ବିସରଣ ଚାପ ମଧ୍ୟ କମିଯାଏ । ପତ୍ରଫଳକ ଓ ଶିରାପ୍ରଶିରାରେ ପୂର୍ବାବସ୍ଥା ଆଣିବାପାଇଁ ଜଳ, କାଣ୍ଡର ଜାଇଲେମ୍ ଟିସୁରୁ ପତ୍ରର ଶିରାପ୍ରଶିରାକୁ ଗତିକରେ ।
- କାଣ୍ଡରେ ଥିବା ଜାଇଲେଟ୍ରେ ଜଳର ଧାରା ଅକ୍ଷୁଣ୍ଣ ରଖିବାପାଇଁ ଜଳ ମୂଳରୁ ଶୋଷିତ ହୋଇ କାଣ୍ଡ ପର୍ଯ୍ୟନ୍ତ ଆସେ ଅର୍ଥାତ୍ ପତ୍ରପୃଷ୍ଠରେ ଉଚ୍ଛେଦନଜନିତ ଆକର୍ଷଣ ଯୋଗୁଁ ମୂଳରୁ ପତ୍ର ପର୍ଯ୍ୟନ୍ତ ଜଳର ଏକ ନିରବଚ୍ଛିନ୍ନ ଧାରା ପ୍ରବାହିତ ହୁଏ ।
- ଜଳର ଏହି ଧାରାକୁ ଉତ୍ସୁଦନ ସ୍ରୋତ କୁହାଯାଏ । ଏହି ଜଳଧାରା ଛିନ୍ନ ନ ହେବାର ଦୁଇଟି କାରଣ ହେଲା, ସଂସକ୍ତି ବଳ ଓ ସଂଲଗ୍ନ ବଳ ।
(a) ଅତି ସୂକ୍ଷ୍ମ ନଳୀ ଭିତରେ ଜଳ ଅଣୁମାନଙ୍କ ମଧ୍ୟରେ ସଂସକ୍ତି ବଳ ଯଥେଷ୍ଟ ଅଧିକ ଥାଏ ।
(b) ଜଳ ଓ ଜାଇଲେମ୍ ଭିଭି ମଧ୍ୟରେ ଥିବା ସଂଲଗ୍ନ ବଳ ଯୋଗୁଁ ଜଳ ସର୍ବଦା ଜାଇଲେମ୍ ଭିଭି ସହ ଲାଗି ରହେ । ତେଣୁ ମୂଳଜ ଚାପ ସଂଯୁକ୍ତ ବଳ ଓ ସଂଲଗ୍ନ ବଳର ପ୍ରଭାବରେ ଉଭିଦରେ ଜଳର ପରିବହନ ସମ୍ଭବ ହୋଇଥାଏ ।
Question 6.
ଉଦ୍ଭିଦରେ ଜଳ ପରିବହନ ଦର୍ଶାଉଥିବା ଏକ ପରୀକ୍ଷଣ ବର୍ଣ୍ଣନା କର ।
ଉ-
ଉଭିଦରେ ଜଳର ପରିବହନ ଦର୍ଶାଇବାପାଇଁ ଏକ ପରୀକ୍ଷଣ :
ଆବଶ୍ୟକ ଉପକରଣ – କୋନିକାଲ୍ ଫ୍ଲସ୍କ, ନାଲି କାଳି ବା ସାଫ୍ରାନିନ୍ ରଙ୍ଗ, ଜଳ, ହରଗୌରା ଗଛ ।
ପରୀକ୍ଷଣ – ଗୋଟିଏ କୋନିକାଲ୍ ଫ୍ଲସ୍କରେ ଅଧା ପାଣି ନିଆଯାଉ । ସେଥିରେ ଦୁଇତିନି ବୁନ୍ଦା ନାଲି କାଳି ମିଶାଯାଉ । ପାଣିର ରଙ୍ଗ ଲାଲ ହୋଇଛି କି ନାହିଁ ଦେଖାଯାଉ । ଗୋଟିଏ ହରଗୌରା ଗଛକୁ ସାବଧାନରେ ମାଟିରୁ ଚେର ସହ ଉପାଡ଼ି ବାହାର କରାଯାଉ । ଏବେ ଚେରରୁ ମାଟି ଧୋଇ ଦିଆଯାଉ । କୋନିକାଲ୍ ଫ୍ଲସ୍କରେ ଗଛଟିକୁ ସିଧାକରି ଠିଆ କରାଯାଉ ଯେପରି ଚେର ନାଲି ପାଣିରେ ବୁଡ଼ି ରହିବ । ଏକ ଘଣ୍ଟା ପରେ ଲକ୍ଷ୍ୟ କରାଯାଉ ।
ପର୍ଯ୍ୟବେକ୍ଷଣ : ହରଗୌରା ଗଛର କାଣ୍ଡ ଓ ପତ୍ରର ଶିରା ପ୍ରଶିରା ନାଲି ହେବାର ଦେଖାଯିବ ।
ସିଦ୍ଧାନ୍ତ : କୋନିକାଲ୍ ଫ୍ଲସ୍କରେ ଥିବା ନାଲି ପାଣି ଚେରଦ୍ଵାରା ଶୋଷିତ ହୋଇ ଗଛର କାଣ୍ଡ ଓ ପତ୍ରର ଶିରା ମଧ୍ୟକୁ ପରିବାହିତ ହୋଇଥାଏ । ଏଥୁଁ ଜଣାଗଲା ଯେ ଉଭିଦରେ ଜଳର ପରିବହନ ହୋଇଥାଏ ।
Question 7.
ମଣିଷ ହୃତ୍ପିଣ୍ଡର ଆଭ୍ୟନ୍ତରୀଣ ଗଠନର ନାମାଙ୍କିତ ଚିତ୍ର ଦିଅ ।
ଉ-
Question 8.
ଟିପ୍ପଣୀ ଦିଅ ।
(କ) ଦ୍ଵୈତ ସଞ୍ଚାଳନ :
ଉ-
(i) ମନୁଷ୍ୟ ତଥା ଅନ୍ୟ ସ୍ତନ୍ୟପାୟୀ ଓ ପକ୍ଷୀମାନଙ୍କ ହୃତ୍ପିଣ୍ଡ ଚାରି ପ୍ରକୋଷ୍ଠବିଶିଷ୍ଟ ହୋଇଥିବାରୁ ଏମାନଙ୍କର ହୃତ୍ପିଣ୍ଡରେ ଅମ୍ଳଜାନଯୁକ୍ତ ରକ୍ତ ଓ ଅଙ୍ଗାରକାମ୍ଳ ବିହୀନ ରକ୍ତର ମିଶ୍ରଣ ହୁଏନାହିଁ ।
(ii) ବାମପଟର ଅଳିନ୍ଦ ଓ ନିଳୟ ମଧ୍ୟଦେଇ ଅମ୍ଳଜାନଯୁକ୍ତ ରକ୍ତ ପ୍ରବାହିତ ହେଉଥିବା ବେଳେ, ଅଳିନ୍ଦ ଓ ନିଳୟ ମଧ୍ୟଦେଇ ଅମ୍ଳଜାନବିହୀନ ରକ୍ତ ସଂଚାଳିତ ହୋଇଥାଏ ।
(iii) ଶରୀରର କୌଣସି ଅଙ୍ଗକୁ ଥରେ ରକ୍ତ ପହଞ୍ଚିଲାବେଳକୁ ତାହା ଦୁଇଥର ହୃତ୍ପିଣ୍ଡ ମଧ୍ୟଦେଇ ପ୍ରବାହିତ ହୋଇଥାଏ । ଏ ପ୍ରକାର ରକ୍ତ ସଞ୍ଚାଳନକୁ ଶ୍ବେତ ସଞ୍ଚାଳନ କୁହାଯାଏ ।
(ଖ) ସଂସକ୍ତି ତତ୍ତ୍ବ :
ଉ-
- ଜଳର ଶୋଷଣ ମୁଖ୍ୟତଃ ଉଵେଦନ ପ୍ରକ୍ରିୟାଦ୍ଵାରା ସଙ୍ଗଠିତ ହୋଇଥାଏ । ଏହି ପ୍ରକ୍ରିୟା ହେତୁ ପତ୍ରରୁ ବହୁ ପରିମାଣର ଜଳ କ୍ଷୟ ହୁଏ ।
- ଜଳ କ୍ଷୟ ଯୋଗୁଁ ପତ୍ରଫଳକରେ ଜଳର ବିସରଣ ଚାପ କମିଯାଏ । ତେଣୁ ପତ୍ରର ଶିରାପ୍ରଶିରାରୁ ଜଳ ପତ୍ରଫଳକ ମଧ୍ୟକୁ ଗତିକରେ ।
- ଶିରାପ୍ରଶିରାରେ ଜଳର ବିସରଣ ଚାପ କମିଯିବାରୁ ପତ୍ରଫଳକ ଓ ଶିରାପ୍ରଶିରାରେ ପୂର୍ବାବସ୍ଥା ଆଣିବାପାଇଁ ଜଳ, କାଣ୍ଡର ଜାଇଲେମ୍ ଟିସୁରୁ ପତ୍ରର ଶିରାପ୍ରଶିରାକୁ ଗତିକରେ ।
- କାଣ୍ଡରେ ଥିବା ଜାଇଲେମ୍ରେ ଜଳର ଧାରା ଅକ୍ଷୁଣ୍ଣ ରଖିବାପାଇଁ ଜଳ ମୂଳରୁ ଶୋଷିତ ହୋଇ କାଣ୍ଡ ପର୍ଯ୍ୟନ୍ତ ଆସେ ଅର୍ଥାତ୍ ପତ୍ରପୃଷ୍ଠରେ ଉଲ୍ଲେଦନଜନିତ ଆକର୍ଷଣ ଯୋଗୁଁ ମୂଳରୁ ପତ୍ର ପର୍ଯ୍ୟନ୍ତ ଜଳର ଏକ ନିରବଚ୍ଛିନ୍ନ ଧାରା ପ୍ରବାହିତ ହୁଏ ।
- ଜଳର ଏହି ଧାରାକୁ ଉତ୍ସୁଦନ ସ୍ରୋତ କୁହାଯାଏ । ଏହି ଜଳଧାର ନିମ୍ନୋକ୍ତ 2ଟି କାରଣଯୋଗୁଁ ସହଜରେ ଛିନ୍ନ ହୁଏନାହିଁ –
ଯଥା :
(i) ସଂସକ୍ତି ବଳ ଓ
(ii) ସଂଲଗ୍ନ ବଳ ।
(ଗ) ଶିରା ଓ ଧମନୀ :
ଉ-
- ଶିରା ଓ ଧମନୀ ମଧ୍ୟରେ ରକ୍ତକୁ ସଞ୍ଚାଳିତ କରିବାରେ ହୃତ୍ପିଣ୍ଡ ମୁଖ୍ୟତଃ ଗୋଟିଏ ପମ୍ପ ପରି ଅବିରାମ ଭାବେ କାର୍ଯ୍ୟ କରିଥାଏ ।
- ହୃତ୍ପିଣ୍ଡର ସଙ୍କୋଚନଜନିତ ଚାପ ଫଳରେ ଧମନୀ ଓ ରକ୍ତକୈଶିକ ଦେଇ ରକ୍ତ ପ୍ରବାହିତ ହୋଇ ଶରୀରର ପ୍ରତ୍ୟେକ କୋଷ ନିକଟରେ ପହଞ୍ଚେ । ଏଥୁରୁ କୋଷ ଅମ୍ଳଜାନ, ଖାଦ୍ୟ ଓ ଅନ୍ୟାନ୍ୟ ପଦାର୍ଥ ଆବଶ୍ୟକ ମୁତାବକ ସଂଗ୍ରହ କରେ ।
- ଅମ୍ଳଜାନ ଓ ଖାଦ୍ୟ, କୋଷ ମଧ୍ୟରେ ବ୍ୟବହାର ହେଲାପରେ କୋଷରୁ ବାହାରୁଥିବା ଅଙ୍ଗାରକାମ୍ଳ ଓ ବିଭିନ୍ନ ବର୍ଜ୍ୟବସ୍ତୁ କୋଷ ବାହାରକୁ ଆସେ ।
- ପ୍ରଥମେ ଶିରା ରକ୍ତକୈଶିକ ଓ ପରେ ଛୋଟ ଶିରାଦ୍ୱାରା ସେ ସମସ୍ତ ସଂଗୃହୀତ ହୋଇ ଶିରା ମଧ୍ୟକୁ ପ୍ରବେଶ କରେ ଓ ଶିରା ମଧ୍ୟରେ ପ୍ରବାହିତ ହୋଇ ହୃତ୍ପିଣ୍ଡ ଆଡ଼କୁ ଆସେ ।
- ଶିରା ଉପରେ ଥିବା ପେଶୀର ସଂକୋଚନ ଓ ପ୍ରସାରଣ ଯୋଗୁଁ ରକ୍ତ ଠେଲି ହୋଇ ହୃତ୍ପିଣ୍ଡ ପର୍ଯ୍ୟନ୍ତ ଆସେ ।
- ଏହାଛଡ଼ା ଶିରାରେ ରହିଛି ଏକ ବିଶେଷ ଧରଣର କପାଟିକା ଯାହାଫଳରେ ରକ୍ତ ଶିରା ମଧ୍ୟରେ ପଛକୁ ଫେରିପାରେ ନାହିଁ ।
(ଘ) ରକ୍ତବର୍ଗ :
- ପ୍ରତ୍ୟେକ ବ୍ୟକ୍ତିରେ ଏକ ନିର୍ଦ୍ଦିଷ୍ଟ ବର୍ଗର ରକ୍ତ ଥାଏ । ଏହି ତଥ୍ୟ କାର୍ଲ ଲ୍ୟାଣ୍ଡଷ୍ଟେଇନ୍ର ପ୍ରଥମେ ଆବିଷ୍କାର କରିଥିଲେ । ଏଥିପାଇଁ 1930 ମସିହାରେ ତାଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ
- ସେ ଦର୍ଶାଇଥିଲେ ଯେ ଲୋହିତ ରକ୍ତକଣିକାର ବାହ୍ୟ ଆବରଣରେ ରହିଛି କିଛି ବିଶେଷ ପ୍ରୋଟିନ୍ । ଏହି ପ୍ରୋଟିନ୍କୁ ସେ A ଓ B ନାମରେ ନାମିତ କରିଥିଲେ ।
- ଲୋହିତ ରକ୍ତକଣିକାର ଆବରଣରେ ଥିବା ଏହି ପ୍ରୋଟିନ୍କୁ ଏଣ୍ଟିଜେନ୍ କୁହାଯାଏ । ପ୍ଲାଜ୍ମାରେ ସେହିପରି ରହିଛି ଦୁଇଟି ପ୍ରୋଟିନ୍ ଯାହାକୁ ଏଣ୍ଟିବଡ଼ି କୁହାଯାଏ ।
- ଏଣ୍ଟିଜେନ୍ ଓ ଏଣ୍ଟିବଡ଼ିର ବିଶେଷତ୍ୱ ହେଉଛି ଏକ ନିର୍ଦ୍ଦିଷ୍ଟ ଏଣ୍ଟିବଡ଼ି କେବଳ ତାହାପାଇଁ ଉଦ୍ଦିଷ୍ଟ ଏଣ୍ଟିଜେନ୍କୁ ଚିହ୍ନିପାରେ ।
- ଲୋହିତ ରକ୍ତକଣିକା ଆବରଣରେ ଥିବା ଏଣ୍ଟିଜେନ ଏବଂ ପ୍ଲାଜ୍ମାରେ ଥିବା ଏଣ୍ଟିବଡ଼ିର ଉପସ୍ଥିତି ଉପରେ ନିର୍ଭର କରି ମଣିଷରେ ଚାରୋଟି ମୁଖ୍ୟ ରକ୍ତବର୍ଗ ନିରୂପିତ ହୋଇଛି ।
- ଏହି ବର୍ଗଗୁଡ଼ିକ ହେଉଛି A, B, AB, O ।
() କୈଶିକ ଆକର୍ଷଣ
ଉ-
- ଗୋଟିଏ କୈଶିକ ନଳୀକୁ ଜଳରେ ବୁଡ଼ାଇଲେ କୈଶିକ ଆକର୍ଷଣଜନିତ ଚାପ ଏବଂ ଜଳର ଉଚ୍ଚ ପୃଷ୍ଠତାନ ଫଳରେ ଜଳ କୈଶିକ ନଳୀ ମଧ୍ୟଦେଇ କିଛି ଉପରକୁ ଉଠିଯାଏ ।
- ନଳୀ ମଧ୍ଯରେ ଜଳର ଉଚ୍ଚତା ବୃଦ୍ଧି ନଳୀର ବ୍ୟାସ ଉପରେ ନିର୍ଭର କରେ
- ନଳୀର ବ୍ୟାସ ଯେତେ ଛୋଟ ହୁଏ ଜଳର ଉଚ୍ଚତା ସେତିକି ଅଧ୍ବକ ହୁଏ ।
- ଜାଇଲେମ୍ କୈଶିକ ନଳୀ ସଦୃଶ ଏବଂ ତାହା ମଧ୍ୟଦେଇ ଜଳ କୈଶିକ ଆକର୍ଷଣ ଯୋଗୁଁ ଉପରକୁ
- ଏକ ମିଲିମିଟରର 100 ଭାଗରୁ 1 ଭାଗ ବ୍ୟାସବିଶିଷ୍ଟ ଜାଇଲେମ୍ ନଳୀରେ କୈଶିକ ଆକର୍ଷଣ ଯୋଗୁଁ ଜଳ 3 ମିଟର ପର୍ଯ୍ୟନ୍ତ ଉଠିପାରେ ।
- କେତେକ ଜାଇଲେମ୍ ଟିସୁର ବ୍ୟାସ 0.001 ମିଲିମିଟରରୁ ଊଣା । ତେଣୁ ଉକ୍ତ ନଳୀରେ ଜଳ 10 ମିଟର ପର୍ଯ୍ୟନ୍ତ ଉଚ୍ଚକୁ ଉଠିପାରେ, ତା’ଠାରୁ ଅଧିକ ନୁହେଁ ।
- ଛୋଟ ଛୋଟ କମ୍ ଉଚ୍ଚ ଗଛ ପାଇଁ କୈଶିକ ଆକର୍ଷଣଜନିତ ଜଳର ପରିବହନ ସମ୍ଭବପର, ମାତ୍ର ଅତି ଉଚ୍ଚ ବୃକ୍ଷ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ ।
(ଚ) ମୂଳଜ ଜାପ :
ଉ-
- କୌଣସି ଏକ ଉଭିଦର କାଣ୍ଡକୁ ଅଧାରୁ କାଟିଦେଲେ, କ୍ଷତ ସ୍ଥାନରୁ ଜଳୀୟ ପଦାର୍ଥ ବାହାରୁଥିବା ଲକ୍ଷ୍ୟ କରାଯାଏ । ମୂଳଜ ଚାପ ଯୋଗୁଁ ଏହା ହୋଇଥାଏ ବୋଲି ବିଶ୍ଵାସ କରାଯାଏ ।
- ଗଛର କଟାଅଂଶରେ ଯଦି ଗୋଟିଏ ମାନୋମିଟର ଖଞ୍ଜି ଦିଆଯାଏ, ତେବେ ମୂଳରେ ଯେଉଁ ଚାପ ସୃଷ୍ଟି ହୁଏ, ତାହାକୁ ମପାଯାଇପାରେ
- ଯଦି ଜଳର ଉର୍ଶ୍ୱପରିବହନ ପାଇଁ ମୂଳଜ ଚାପ ଆବଶ୍ୟକ, ତେବେ ଉଚ୍ଚ ଗଛଗୁଡ଼ିକରେ ଏହି ଚାପର ପରିମାଣ ଅଧିକ ହେବା କଥା, ମାତ୍ର ତାହା ହୁଏନାହିଁ ।
- ଏହି ସମସ୍ତ କାରଣରୁ ଜଳ ପରିବହନରେ ମୂଳଜ ଚାପର ବିଶେଷ ଭୂମିକା ନାହିଁ କହିଲେ ଚଳେ ।
Question 9.
ସଂକ୍ଷେପରେ ଉତ୍ତର ଦିଅ ।
(କ) କୈଶିକ ଆକର୍ଷଣ ଯୋଗୁଁ ଜଳର ପରିବହନ କିପରି ହୋଇଥାଏ ?
ଉ-
- ଫଳରେ ଜଳ କୈଶିକ ନଳୀ ମଧ୍ୟଦେଇ କିଛି ଉପରକୁ ଉଠିଯାଏ ।
- ନଳୀର ବ୍ୟାସ ଯେତେ କମ୍ ହୁଏ ଜଳ ସେତିକି ଅଧ୍ଵ ଉଚ୍ଚକୁ ଉଠିଯାଏ ।
- ଉଭିଦର ଜାଇଲେମ୍ ଟିସୁ କୈଶିକ ନଳୀ ପରି କାର୍ଯ୍ୟ କରୁଥିବାରୁ ଜଳର ପରିବହନ ସମ୍ଭବ ହୋଇଥାଏ ।
(ଖ) ମଣିଷର ରକ୍ତବର୍ଗ କିପରି ନିର୍ଣ୍ଣୟ କରାଯାଇଛି ?
ଉ-
- ଲୋହିତ ରକ୍ତ କଣିକା ଆବରଣରେ ଥିବା ପ୍ରୋଟିନ୍କୁ ଏଣ୍ଟିଜେନ ଏବଂ ପ୍ଲାଜ୍ମାରେ ପ୍ରୋଟିନକୁ ଏଣ୍ଟିବଡ଼ି କୁହାଯାଏ ।
- ଏକ ନିର୍ଦ୍ଦିଷ୍ଟ ଏଣ୍ଟିବଡ଼ି ତା’ ପାଇଁ ଉଦ୍ଦିଷ୍ଟ ଏଣ୍ଟିଜେନ୍କୁ ଚିହ୍ନିପାରେ ।
- ଏହି ଏଣ୍ଟିବଡ଼ି ଓ ଏଣ୍ଟିଜେନ୍ର ଉପସ୍ଥିତି ଉପରେ ନିର୍ଭର କରି ରକ୍ତବର୍ଗ ନିର୍ଣ୍ଣୟ କରାଯାଉଛି ।
(ଗ) ମଣିଷ ହୃତ୍ପିଣ୍ଡର ପ୍ରକୋଷ୍ଠ ଓ କପାଟିକାର ଅବସ୍ଥିତି ଲେଖ ।
ଉ-
- ମଣିଷ ହୃତ୍ପିଣ୍ଡରେ ଚାରୋଟି ପ୍ରକୋଷ୍ଠ ରହିଛି । ଉପର ପ୍ରକୋଷ୍ଠଗୁଡ଼ିକୁ ଅଳିନ୍ଦ ଓ ତଳ ପ୍ରକୋଷ୍ଠଗୁଡ଼ିକୁ ନିଳୟ କୁହାଯାଏ । ଦକ୍ଷିଣ ପାର୍ଶ୍ଵରେ ଥିବା ଉପର ଓ ତଳ ପ୍ରକୋଷ୍ଠକୁ ଯଥାକ୍ରମେ ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନିଳୟ ଏବଂ ବାମ ପାର୍ଶ୍ଵରେ ଥୁବା ଉପର ଓ ତଳ ପ୍ରକୋଷ୍ଠକୁ ବାମ ଅଳିନ୍ଦ ଓ ବାମ ନିଳୟ କୁହାଯାଏ ।
- ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନିଳୟ ଦ୍ଵାରରେ ତିନି ପାଖୁଡ଼ାବିଶିଷ୍ଟ କପାଟିକା ଏବଂ ବାମ ଅଳିନ୍ଦ ଓ ବାମ ନିଳୟ ଭିତରେ ଦୁଇ ପାଖୁଡ଼ାବିଶିଷ୍ଟ କପାଟିକା ଥାଏ ।
- ନିଳୟ – ରକ୍ତବାହିନୀ ଦ୍ଵାରରେ ଅର୍ଦ୍ଧଚନ୍ଦ୍ରାକୃତି କପାଟିକା ଥାଏ ।
(ଘ) କେଉଁ କାରକମାନଙ୍କ ଯୋଗୁ ଜଳ ମୂଳରୁ ଗଛର ଅଗ୍ରଭାଗ ପର୍ଯ୍ୟନ୍ତ ଯାଏ ?
ଉ-
କୈଶିକ ଆକର୍ଷଣ, ମୂଳଜ ଚାପ, ଉତ୍ସଦନ, ସଂସକ୍ତି ବଳ ଓ ସଂଲଗ୍ନ ବଳର ମିଳିତ ପ୍ରଭାବରେ ଜଳ ମୂଳରୁ ଗଛର ଅଗ୍ରଭାଗ ପର୍ଯ୍ୟନ୍ତ ଯାଏ ।
(ଙ) ଉଦ୍ଭଦରେ ଜଳର ପରିବହନରେ ମୂଳଜ ଚାପର ଭୂମିକା କ’ଣ ? ଉଭିଦରେ ଜଳ ପରିବହନରେ ମୂଳଜ ଚାପ ଅଧିକ ହୋଇନଥାଏ ।
ଉ-
(i) ଉଚ୍ଚ ଗଛ ମୂଳରେ ମୂଳଜ ଚାପ ଅଧିକ ହୋଇନଥାଏ ।
(ii) ଉତ୍ସୁଦନର ବେଗ ସର୍ବାଧିକ ଥିବାବେଳେ ମୂଳଜ ଚାପ ସର୍ବନିମ୍ନ ହୋଇଥାଏ ।
Question 10.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ମଣିଷ ରକ୍ତର କେଉଁଠାରେ ଆଣ୍ଟିଜେନ୍ ଓ ଆଣ୍ଟିବଡ଼ି ରହିଥା’ନ୍ତି ?
ଉ-
ମଣିଷ ରକ୍ତର ଲୋହିତ ରକ୍ତକଣିକାର ବାହ୍ୟ ଆବରଣରେ ଆଣ୍ଟିଜେନ୍ ଓ ପ୍ଲାଜ୍ମାରେ ଆଣ୍ଟିବଡ଼ି ଥାଏ ।
(ଖ) ଲ୍ୟାଣ୍ଡଷ୍ଟେଇନର କେଉଁ ଜାତିର ମାଙ୍କଡ଼ଙ୍କ ଲୋହିତ ରକ୍ତ କଣିକାର ବାହ୍ୟ ଆବରଣରେ Rh ଆଣ୍ଟିଜେନ୍ ଥିବାର ଦେଖି ।
ଉ-
ଲ୍ୟାଣ୍ଡଷ୍ଟେଇନ୍ର ପାତିମାଙ୍କଡ଼ ବା ରେସସ୍ ମଙ୍କିର ଲୋହିତ ରକ୍ତକଣିକାର ବାହ୍ୟ ଆବରଣରେ Rh ଆଣ୍ଟିଜେନ୍ ଥିବାର ଦେଖିଲେ ।
(ଗ) ମଣିଷ ହୃତ୍ପିଣ୍ଡ କେତେ ପ୍ରକୋଷ୍ଠବିଶିଷ୍ଟ ?
ଉ-
ମଣିଷ ହୃତ୍ପିଣ୍ଡ ଚାରି ପ୍ରକୋଷ୍ଠବିଶିଷ୍ଟ ।
(ଘ) ପତ୍ରରେ ପ୍ରସ୍ତୁତ ଶ୍ଵେତସାର କିପରି ଭାବରେ ଗଛର ବିଭିନ୍ନ ଅଂଶକୁ ସ୍ଥାନାନ୍ତରିତ ହୋଇଥାଏ ?
ଉ-
ପତ୍ରରେ ପ୍ରସ୍ତୁତ ଶ୍ଵେତସାର ଫ୍ଲୋଏମ୍ ସାହାଯ୍ୟରେ ପରିବାହିତ ହୋଇ ଗଛର ବିଭିନ୍ନ ଅଂଶକୁ ସ୍ଥାନାନ୍ତରିତ ହୋଇଥାଏ ।
(ଙ) ଗଛର ମୂଳଜ ଚାପ କେଉଁ ଯନ୍ତ୍ର ସାହାଯ୍ୟରେ ମପାଯାଇପାରେ ?
ଉ
ଗଛର ମୂଳଜ ଚାପ ମାନୋମିଟର ଯନ୍ତ୍ର ସାହାଯ୍ୟରେ ମପାଯାଇପାରେ ।
Question 11.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) କେଉଁ ରକ୍ତବାହିନୀଦ୍ୱାରା ରକ୍ତ ମଣିଷ ହୃତ୍ପିଣ୍ଡରୁ ଶରୀରର ବିଭିନ୍ନ ଅଂଶକୁ ପ୍ରବାହିତ ହୋଇଥାଏ ?
ଉ-
ମହି।ମକୁ।
(ଖ) ଶିରାରେ କାହାର ଅବସ୍ଥିତ ଯୋଗୁଁ ରକ୍ତ ପଛକୁ ଫେରିପାରେ ନାହିଁ ?
ଉ-
କାପରିକୁ।
(ଗ) ମଣିଷ ହୃତ୍ପିଣ୍ଡର ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନିଳୟ ଦ୍ବାରରେ କେତୋଟି ପାଖୁଡ଼ା ବିଶିଷ୍ଟ କପାଟିକା ରହିଛି ?
ଉ-
ତିନିପାଖୁଡ଼ା ବିଶିଷ୍ଟ କପାଟିକା
(ଘ) ନିଳୟ ଓ ରକ୍ତବାହିନୀ ମଧ୍ୟରେ କେଉଁ ପ୍ରକାର କପାଟିକା ରହିଛି ?
ଉ-
(ଙ) ଉଭିଦର ବାୟବୀୟ ଅଂଶରୁ ଜଳୀୟବାଷ୍ପ ଆକାରରେ ଜଳର ନିର୍ଗମନ ପ୍ରକ୍ରିୟାକୁ କ’ଣ କୁହାଯାଏ ?
ଉ-
ଉଭିଦର
Question 12.
ଶୂନ୍ୟସ୍ଥାନ ପୂରଣ କର ।
(କ) ପତ୍ରରେ ପ୍ରସ୍ତୁତ ଶ୍ଵେତସାର …………………….. ଟିସୁଦ୍ଵାରା ସ୍ଥାନାନ୍ତରିତ ହୋଇଥାଏ ।
(ଖ) ସମସ୍ତଙ୍କୁ ରକ୍ତ ଦେଇ ପାରୁଥିବା ବ୍ୟକ୍ତିକୁ ………………….. କୁହାଯାଏ ।
(ଗ) ବାମ ଅଳିନ୍ଦ ଓ ବାମ ନିଳୟ ମଧ୍ୟରେ ଥିବା କପାଟିକା ……………………..ପାଶୂଷ୍ ଟି ଶୂ ସ ।
(ଙ) ଷ୍ ଙ୍କ ଦ6 ର କଳ ରେ ଟିସୁ ମାଧ୍ୟମରେ ବିଭିନ୍ନ ଅଂଶକୁ ପରିବାହିତ …………………. ହୋଇଥାଏ ।
(ଙ) ଉସ୍ବେଦନଦ୍ଵାରା ଉଭିଦର …………………… ନିୟନ୍ତ୍ରିତ ହୋଇଥାଏ ।
Answer:
(କ) ଫ୍ଲୋଏମ୍
(ଖ) ସର୍ବଜନ ଦାତା
(ଗ) 2,
(ଘ) ଜାଇଲେମ୍
(ଙ) ତାପମାତ୍ରା
Question 13.
ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।
(କ) ଧମନୀ ବାଟ ଦେଇ ମଣିଷ ଶରୀରର ବିଭିନ୍ନ ଅଂଶରୁ ରକ୍ତ ସଂଗୃହୀତ ହୋଇ ହୃତ୍ପିଣ୍ଡଠାରେ ପହଞ୍ଚେ ।
ଉ-
ଉର୍ବ ମହାଶିରା ଓ ନିମ୍ନ ମହାଶିରା ବାଟ ଦେଇ ମଣିଷ ଶରୀରର ବିଭିନ୍ନ ଅଂଶରୁ ରକ୍ତ ସଂଗୃହୀତ ହୋଇ ହୃତ୍ପିଣ୍ଡ ଠାରେ ପହଞ୍ଚେ ।
(ଖ) ମଣିଷ ହୃତ୍ପିଣ୍ଡର ବାମ ଅଳିନ୍ଦ ଓ ବାମ ନିଳୟ ଦ୍ଵାରରେ ଚାରି ପାଖୁଡ଼ା ବିଶିଷ୍ଟ କପାଟିକା ରହିଛି ।
ଉ-
ମଣିଷ ହୃତ୍ପିଣ୍ଡର ବାମ ଅଳିନ୍ଦ ଓ ବାମ ନିଳୟ ଦ୍ବାରରେ ଦୁଇ ପାଖୁଡ଼ା ବିଶିଷ୍ଟ କପାଟିକା ରହିଛି ।
ମଣିଷ ଶରୀରରେ ଏକକ ସଞ୍ଚାଳନ ପ୍ରକାର ରକ୍ତ ସଞ୍ଚାଳନ ଦେଖାଯାଏ ।
ଉ-
ମଣିଷ ଶରୀରରେ ଦୈତ ସଞ୍ଚାଳନ ପ୍ରକାର ରକ୍ତ ସଞ୍ଚାଳନ ଦେଖାଯାଏ ।
(ଘ) କୈଶିକ ଆକର୍ଷଣ ପାଇଁ ଜଳର ସଂସକ୍ତି ବଳ ଦରକାର ।
ଉ-
କୈଶିକ ଆକର୍ଷଣ ପାଇଁ ଜାଇଲେମ୍ ନଳୀର ବ୍ୟାସ ଛୋଟ ହେବା ଦରକାର ।
Question 14.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖୁ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।
(କ) ଦକ୍ଷିଣ ନିଳୟ : ଫୁସ୍ଫୁସ୍ ଧମନୀ : : ବାମ ନିଳୟ : ……………………।
(ଖ) ଜୋକ ଲାଳ : ହିରୁଡ଼ିନ୍ : : ମଣିଷ ରକ୍ତ : ……………………।
(ଗ) ଲୋହିତ ରକ୍ତକଣିକା ଆବରଣ : ଏଣ୍ଟିଜେନ୍ : : ପ୍ଲାଜମା : ……………………।
(ଘ) ମୂଳଜ ଚାପ : ଚେର,: : କୈଶିକ ଆକର୍ଷଣ : ……………………।
Answer:
(କ) ମହାଧମନୀ
(ଖ) ହିପାରିନ୍
(ଗ) ଏଣ୍ଟିବଡ଼ି
(ଶ) ଲାଳଲୋମାନ୍