Odisha State Board BSE Odisha 10th Class Odia Solutions ଅଳଙ୍କାର Textbook Exercise Questions and Answers.
BSE Odisha Class 10 Odia Grammar ଅଳଙ୍କାର
(A) ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
Question 1.
ଅଳଙ୍କାର କାହାକୁ କହନ୍ତି?
Answer:
ସାହିତ୍ୟକୁ ସରସ, ସୁନ୍ଦର ଓ ରମଣୀୟ କରିବାକୁ ଯେଉଁ ସୌନ୍ଦର୍ଯ୍ୟବର୍ଦ୍ଧକ ଉପାଦାନ ଆବଶ୍ୟକ ହୁଏ, ତାହାକୁ ଅଳଙ୍କାର କୁହାଯାଏ ।
Question 2.
ଅଳଙ୍କାର ମୁଖ୍ୟତଃ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ଅଳଙ୍କାର ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ; ଯଥା— (୧) ଶବ୍ଦାଳଙ୍କାର, (୨) ଅର୍ଥାଳଙ୍କାର ।
Question 3.
ଶବ୍ଦାଳଙ୍କାର କାହାକୁ କୁହାଯାଏ ?
Answer:
ଯାହାଦ୍ଵାରା ଶବ୍ଦ ସରସ, ସୁନ୍ଦର ଓ ଶ୍ରୁତିମଧୁର ହୁଏ, ତାହାକୁ ଶବ୍ଦାଳଙ୍କାର କୁହାଯାଏ ।
Question 4.
ଦୁଇଟି ଶବ୍ଦାଳଙ୍କାର ନାମ ଲେଖ ।
Answer:
ଦୁଇଟି ଶବ୍ଦାଳଙ୍କାରର ନାମ ହେଲା– ଅନୁପ୍ରାସ, ଯମକ ।
Question 5.
ଅର୍ଥାଳଙ୍କାର କାହାକୁ କୁହାଯାଏ ?
Answer:
ଯାହାଦ୍ଵାରା ଅର୍ଥ ରମଣୀୟ ଓ ଚିତ୍ତାକର୍ଷକ ହୁଏ, ତାହାକୁ ଅର୍ଥାଳଙ୍କାର କୁହାଯାଏ ।
Question 6.
ଦୁଇଟି ଅର୍ଥଳାଙ୍କାରର ନାମ ଲେଖ ।
Answer:
ଉପମା, ରୂପକା
Question 7.
ପଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଲେ କେଉଁ ଅଳଙ୍କାର ହୁଏ ?
Answer:
ପଦ ମଧ୍ଯରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଲେ ଅନୁପ୍ରାସ ଅଳଙ୍କାର ହୁଏ ।
Question 8.
ଉକ୍ ଳ – କମଳା – ବିଳାସ – ଦାର୍ଘିକା
ପରାଳ – ମାଳିନୀ – ନାଳାମ୍ବୁ – ଚିଲିକା
ଏଠାରେ କେଉଁ ଅଳଙ୍କାର ହୋଇଛି ?
Answer:
ଏଠାରେ କେଉଁ ଅଳଙ୍କାର ହୋଇଛି
Question 9.
ଯମକ ଅଳଙ୍କାର କାହାକୁ କୁହାଯାଏ ?
Answer:
ଭିନ୍ନାର୍ଥବୋଧକ ଏକପ୍ରକାର ଶବ୍ଦର ବାରମ୍ବାର ଆବୃତ୍ତିକୁ ଯମକ ଅଳଙ୍କାର କୁହାଯାଏ ।
Question 10.
ଯମକ ଅଳଙ୍କାର ପ୍ରଧାନତଃ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ଯମକ ଅଳଙ୍କାର ପ୍ରଧାନତଃ ପାଞ୍ଚ ଭାଗରେ ବିଭକ୍ତ; ଯଥା— (୧) ଆଦ୍ୟ ଯମକ (୨) ମଧ୍ଯ ଯମକ (୩) ପ୍ରାନ୍ତ ଯମକ (୪) ମାଳ ଯମକ (୫) ସର୍ବ ଯମକ ।
Question 11.
ବରଜୀବ ରସେ ଦେଇ ମାନସ
ବରଜି ବରଷେ ଅମେଧ୍ୟ ଗ୍ରାସ – ଏଠାରେ କେଉଁ ଅଳଙ୍କାର ହୋଇଛି
Answer:
ଯମକ ଅଳଙ୍କାର ।
Question 12.
ଶ୍ଳେଷ ଅଳଙ୍କାର କେଉଁଠାରେ ହୁଏ ?
Answer:
ଯେଉଁଠାରେ ଗୋଟିଏ ଶବ୍ଦ ଦୁଇବା ତହିଁରୁ ଅଧିକ ଭିନ୍ନାର୍ଥ ପ୍ରକାଶ କରେ, ସେଠାରେ ଶ୍ଳେଷ ଅଳଙ୍କାର ହୁଏ ।
Question 13.
ଶିଷ୍ଟପଦ କାହାକୁ କୁହାଯାଏ ?
Answer:
ଯେଉଁ ଶବ୍ଦ ଏକାଧିକ ଅର୍ଥ ପ୍ରକାଶ କରେ, ତାକୁ ଶ୍ଲିଷ୍ଟ ପଦ କୁହାଯାଏ ।
Question 14.
ଶ୍ଳେଷ ଅଳଙ୍କାର କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ଶ୍ଳେଷ ଅଳଙ୍କାର ତିନି ଭାଗରେ ବିଭକ୍ତ; ଯଥା— (୧) ଅଭଙ୍ଗ ଶ୍ଳେଷ, (୨) ସଭଙ୍ଗ ଶ୍ଳେଷ, (୩) ଭଙ୍ଗାଭଙ୍ଗ ଶ୍ଳେଷ ।
Question 15.
ଅଭଙ୍ଗ ଶ୍ଳେଷ କାହାକୁ କହନ୍ତି ?
Answer:
ଯେଉଁଠାରେ ଶବ୍ଦ ଅଖଣ୍ଡିତ ରହି ଏକାଧ୍ଵ ଅର୍ଥ ପ୍ରକାଶ କଲେ, ତାକୁ ଅଭଙ୍ଗ ଶ୍ଳେଷ କୁହାଯାଏ ।
Question 16.
ସଭଙ୍ଗ ଶ୍ଳେଷ କାହାକୁ କୁହାଯାଏ ?
Answer:
ଯେଉଁଠାରେ ଶବ୍ଦ ଖଣ୍ଡିତ ହୋଇ ଭିନ୍ନାର୍ଥ ପ୍ରକାଶ କରେ, ତାକୁ ସଭଙ୍ଗ ଶ୍ଳେଷ କୁହାଯାଏ ।
Question 17.
ଭଙ୍ଗାଭଙ୍ଗ ଶ୍ଳେଷ କାହାକୁ କୁହାଯାଏ ?
Answer:
ଯେଉଁଠାରେ ଅଭଙ୍ଗ ଓ ସଭଙ୍ଗ ଶ୍ଳେଷ ଉଭୟ ରହିଥା’ନ୍ତି, ତାକୁ ଭଙ୍ଗାଭଙ୍ଗ ଶ୍ଳେଷ କୁହାଯାଏ ।
Question 18.
ବାବୁ ନାକଶିରୀ ଦାନ ଯୋଗ୍ୟ ଯୋଷାକୁ,
ବିହର କାନନ କର ଆଲିଙ୍ଗନକୁ । -ଏଠାରେ କି ଅଳଙ୍କାର ହୋଇଛି ?
Answer:
ଏଠାରେ ପ୍ରଥମ ପାଦରେ ଅଭଙ୍ଗ ଶ୍ଳେଷ ଓ ଦ୍ବିତୀୟ ପାଦରେ ସଭଙ୍ଗ ଶ୍ଳେଷ ଥିବା ହେତୁ ଏହାକୁ ଭଙ୍ଗାଭଙ୍ଗ ଶ୍ଳେଷ କୁହାଯାଏ ।
Question 19.
ଉପମେୟ କାହାକୁ କୁହାଯାଏ ?
Answer:
ଯାହାକୁ ତୁଳନା ଦିଆଯାଏ ତାହାକୁ ଉପମେୟ କୁହାଯାଏ ।
Question 20.
ଉପମାନ କାହାକୁ କୁହାଯାଏ ?
Answer:
ଯାହା ସହିତ ତୁଳନା କରାଯାଏ, ତାହାକୁ ଉପମାନ କୁହାଯାଏ ।
Question 21.
‘ମୁଖ ଚନ୍ଦ୍ର ପରି ସୁନ୍ଦର’ । – ଏଠାରେ ଥିବା ଉପମେୟ ତଥା ଉପମାନକୁ ଦର୍ଶାଅ ।
Answer:
ଏଠ।ରେ ‘ମୁଖ’ ଉପରେୟ ଏବଂ ‘ଚନ୍ଦ୍ର’ ଉପମାନା
Question 22.
ସାଧାରଣତଃ କାହାକୁ ଉପମାନ ଭାବେ ଗ୍ରହଣ କରାଯାଏ ?
Answer:
ସାଧାରଣତଃ ପ୍ରକୃତିର ସୌନ୍ଦର୍ଯ୍ୟ ବିଭବ କିମ୍ବା ଅଧିକ ଗୁଣବିଶିଷ୍ଟ ବସ୍ତୁକୁ ଉପମାନ ଭାବେ ଗ୍ରହଣ କରାଯାଏ ।
Question 23.
ସାଧାରଣ ଧର୍ମ କାହାକୁ କହନ୍ତି ?
Answer:
ଉପମେୟ ଓ ଉପମାନକୁ ଯେଉଁ ସାଧାରଣ ଗୁଣ ହେତୁ ତୁଳନା କରାଯାଏ, ତାହାକୁ ସାଧାରଣ ଧର୍ମ କହନ୍ତି ।
Question 24.
ଉପମାବାଚକ ପଦ କାହାକୁ କହନ୍ତି ?
Answer:
ଉପମେୟ ଓ ଉପମାନ ମଧ୍ୟରେ ଥିବା ସାଧାରଣ ଧର୍ମକୁ ଯେଉଁ ଶବ୍ଦ ସଂଯୋଗ କରେ ଅଥବା ସେମାନଙ୍କ ସାଦୃଶ୍ୟକୁ ପ୍ରକାଶ କରେ, ତାହାକୁ ଉପମାବାଚକ ଶବ୍ଦ କୁହାଯାଏ ।
Question 25.
ଉପମାବାଚକ ଶବ୍ଦର ଉଦାହରଣ ଦିଅ ।
Answer:
ପରି, ଯେହ୍ନେ, ଯଥା – ପ୍ରଭୃତି ଉପମାବାଚକ ପଦ ଅଟନ୍ତି ।
Question 26.
ଉପମା ଅଳଙ୍କାର କାହାକୁ କୁହାଯାଏ ?
Answer:
ଯେଉଁ ବାକ୍ୟରେ ଉପମାନ, ଉପମେୟ ସମାନ ଧର୍ମ ବିଶିଷ୍ଟ ହୋଇଥା’ନ୍ତି ଓ ସେମାନଙ୍କ ମଧ୍ୟରେ ଥିବା ସାଦୃଶ୍ୟ ପରି, ତୁଲ୍ୟ ପ୍ରଭୃତି ସାଧାରଣବୋଧକ ଶବ୍ଦଦ୍ଵାରା ଅଭିହିତ ହୋଇଥାଏ, ତାକୁ ଉପମା ଅଳଙ୍କାର କୁହାଯାଏ ।
Question 27.
ଖଣ୍ଡ ଖଣ୍ଡ ଧଳମେଘ ସୁନୀଳ ଅମ୍ବରେ
ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ– ଏଠାରେ କି ଅଳଙ୍କାର ହୋଇଛି ?
Answer:
ଏଠାରେ ଉପମା ଅଳଙ୍କାର ହୋଇଛି ।
Question 28.
ମାଳୋପମା କାହାକୁ କହନ୍ତି ?
Answer:
ଗୋଟିଏ ଉପମେୟ ପାଇଁ ଏକାଧ୍ୱ ଉପମାନର ବର୍ଣ୍ଣନା ଥିଲେ, ତାକୁ ମାଳୋପମା ଅଳଙ୍କାର କୁହାଯାଏ ।
Question 29.
ଉତ୍ପ୍ରେକ୍ଷା ଅଳଙ୍କାର କାହାକୁ କୁହାଯାଏ ?
Answer:
ପ୍ରକୃତ ବସ୍ତୁରେ (ଉପମେୟରେ) ଅପ୍ରକୃତ ବସ୍ତୁ (ଉପମାନ)ର ସମ୍ଭାବନା ବା ତର୍କଣା କରାଗଲେ ଉତ୍ପ୍ରେକ୍ଷା ଅଳଙ୍କାର ହୁଏ ।
Question 30.
ଉତ୍ପ୍ରେକ୍ଷାବାଚକ ପଦର ଉଦାହରଣ ଦିଅ ।
Answer:
କି, ଅବା, କିବା, ସତେ ପ୍ରଭୃତି ଉତ୍ପ୍ରେକ୍ଷାବାଚକ ଶବ୍ଦ ଅଟନ୍ତି ।
Question 31.
ତ୍ତତ୍ପ୍ରେକ୍ଷାଚାଚକ ପଦର ଉଦାହରଣ ଦିଆ
ନୀରଭେଦି କିବା ଉଠେ ଐରାବତ ।– ଏଠାରେ କି ଅଳଙ୍କାର ହୋଇଛି ?
Answer:
ଏଠାରେ ଉକ୍ଷା ଅଳଙ୍କାର ହୋଇଛି ।
Question 32.
ରୂପକ ଅଳଙ୍କାର କାହାକୁ କହନ୍ତି ?
Answer:
ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଳ୍ପିତ|କଥ୍ତ ହେଲେ ଏବଂ ଉପମେୟରେ ଉପମାନର ଆରୋପ ହେଲେ ରୂପକ ଅଳଙ୍କାର ହୁଏ ।
Question 33.
ଉପମାଳଙ୍କାର ଓ ରୂପକାଳଙ୍କାର ମଧ୍ୟରେ ପାର୍ଥକ୍ୟ କ’ଣ?
Answer:
ଉପମ୍ଭାଳଙ୍କାରରେ ଉପମାନ ଓ ଉପମେୟ ମଧ୍ଯରେ ଅଭେଦ କଳ୍ପନା କରାଯାଇଥାଏ; କିନ୍ତୁ ରୂପକାଳଙ୍କାରରେ ’
Question 34.
କଳୁଷ ପଙ୍କ ମୁହଁ କେଡ଼େ ମିଳନ,
କେମନ୍ତେ ସରି ତୋର ହେବି ନଳିନ ! – ଏଠାରେ କେଉଁ ଅଳଙ୍କାର ହୋଇଛି ?
Answer:
ଏଠାରେ ରୂପକ ଅଳଙ୍କାର ହୋଇଛି।
Question 35.
‘ଜାତି ପ୍ରେମବହ୍ନି ପ୍ରଜ୍ବଳିତ କର’– ରେଖାଙ୍କିତ ପଦଗୁଡ଼ିକରେ କେଉଁ ଅଳଙ୍କାର ପ୍ରଯୁକ୍ତ ହୋଇଛି ?
Answer:
ରେଖାଙ୍କିତ ପଦଗୁଡ଼ିକରେ ରୂପକ ଅଳଙ୍କାର ପ୍ରଯୁକ୍ତ ।
Question 36.
ପ୍ରଚେତା ପ୍ରବାଳ ପ୍ରାସାଦର ରୁଚି,
ନୀଳ ନୀରୁ ଅବା ଫୁଟି ବାହାରୁଚି ।
ଏଠାରେ କେଉଁ ଅଳଙ୍କାର ହୋଇଛି ?
Answer:
ଏଠାରେ ଉକ୍ଷା ଅଳଙ୍କାର ରହିଛି ।
Question 37.
ଦେଖି ନବକାଳିକା ଚ୍କାଲିକା ମାଳିକା
ଆଳି କାଳିକା କାନ୍ତ ସ୍ମରି ।
ଏଠାରେ କେଉଁ ଅଳଙ୍କାର ଅଛି ?
Answer:
ଏଠାରେ ଅନୁପ୍ରାସ ଅଳଙ୍କାର ହୋଇଛି ।
Question 38.
କୀର୍ତ୍ତି ସଉରଭ ଗଲା ଦିଗେ ଦିଗେ ଭାସି – ଏଠାରେ କିଏ ଉପମାନ ଓ କିଏ ଉପମେୟ ଦର୍ଶାଅ ।
Answer:
ଏଠାରେ ଉପମାନ ସଉରଭ ଓ କୀର୍ତ୍ତି ଉପମେୟ ଅଟେ ।