BSE Odisha 10th Class Odia Grammar ଛନ୍ଦ

Odisha State Board BSE Odisha 10th Class Odia Solutions ଛନ୍ଦ Textbook Exercise Questions and Answers.

BSE Odisha Class 10 Odia Grammar ଛନ୍ଦ

(A) ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ

Question 1.
ଛନ୍ଦ କାହାକୁ କହନ୍ତି ?
Answer:
ପଦ୍ୟ ବା କବିତା ରଚନାରେ ଏକ ନିର୍ଦ୍ଦିଷ୍ଟ ନିୟମ ବା ଶୈଳୀକୁ ଛନ୍ଦ କୁହାଯାଏ ।

Question 2.
ଛାନ୍ଦ କାହାକୁ କହନ୍ତି ?
Answer:
ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଛନ୍ଦରେ ରଚିତ ହୋଇଥିବାରୁ ପ୍ରାଚୀନ ପଦ୍ୟ ବା କବିତାକୁ ଛାନ୍ଦ କହନ୍ତି ।

Question 3.
ଛନ୍ଦ କେତେଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ଛନ୍ଦ ଦୁଇଭାଗରେ ବିଭକ୍ତ; ଯଥା- (୧) ମିତ୍ରାକ୍ଷର (୨) ଅମିତ୍ରାକ୍ଷର ।

Question 4.
ମିତ୍ରାକ୍ଷର ଛନ୍ଦ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ମିତ୍ରାକ୍ଷର ଛନ୍ଦ ତିନି ଭାଗରେ ବିଭକ୍ତ; ଯଥା (କ) ପୂର୍ଣ୍ଣ ମିତ୍ରାକ୍ଷର, (ଖ) ଅପୂର୍ଣ୍ଣ ମିତ୍ରାକ୍ଷର, (ଗ) ଏକାନ୍ତର ମିତ୍ରାକ୍ଷର ।

Question 5.
ପଦ କାହାକୁ କହନ୍ତି ?
Answer:
ଯେକୌଣସି କବିତା କେତେଗୁଡ଼ିଏ ପଦରେ ବିଭକ୍ତ ।

BSE Odisha 10th Class Odia Grammar ଛନ୍ଦ

Question 6.
ମଙ୍ଗଳେ ଅଇଲା ଉଷା ପ୍ରିଚକ ରାଜାବ ଦୃଶା
ଜାନକୀ ଦର୍ଶନ ତୃଷ୍ଣା ହୃଦୟେ ବହି,
କରିପଲ୍ଲବେ ନାହାର ମୁକ୍ତାଧରି ଉପହାର
ସତୀଙ୍କ ବାସ-ବାହାର ପ୍ରାଙ୍ଗଣେ ରହି,
କଳକଶୃ କଣ୍ଢେ କହିଲା,
ଦରଶନ ଦିଅ ସତି, ରାତି ପାହିଲା । – ଏହା କେଉଁ ଛନ୍ଦରେ ରଚିତ ?
Answer:
ଏହା ଚୋଖ୍ ଛନ୍ଦରେ ରଚିତ ।

Question 7.
ପାଦ କାହାକୁ କହନ୍ତି ?
Answer:
ପଦର ପ୍ରତ୍ୟେକ ପଙ୍କ୍ତିକୁ ପାଦ କହନ୍ତି।

Question 8.
ପ୍ରତିଟି ପଦରେ କେତୋଟି ପାଦ ଥାଏ ?
Answer:
ପ୍ରତିଟି ପଦରେ ଦୁଇ ବା ତତୋଽଧ୍ଵକ ପାଦ ଥାଏ ।

Question 9.
ଯତି କାହାକୁ କୁହାଯାଏ ?
Answer:
ଛନ୍ଦର ନିୟମ ଅନୁସାରେ ରଚିତ ହୋଇଥିବା ପଦ୍ୟକୁ ଗାନ ବା ଆବୃତ୍ତି କଲାବେଳେ ପ୍ରତ୍ୟେକ ପାଦର ନିର୍ଦ୍ଦିଷ୍ଟ ଅକ୍ଷର ଉପରେ ବିଶ୍ରାମ ନେବାକୁ ହୁଏ । ଏହି ବିଶ୍ରାମ ବା ଶ୍ଵାସଘାତକୁ ଯଦି ବା ଯତିପାତ କୁହାଯାଏ ।

Question 10.
ଦାଣ୍ଡିବୃତ୍ତର ପାଦ ସଂଖ୍ୟା କେତେ?
Answer:
ଦାଣ୍ଡିବୃତ୍ତର ପାଦ ସଂଖ୍ୟା ଦୁଇ ।

Question 11.
ଦାଣ୍ଡିବୃତ୍ତର ପ୍ରତି ପାଦରେ କେତୋଟି ଲେଖାଏଁ ଅକ୍ଷର ଥାଏ ?
Answer:
ଦାଣ୍ଡିବୃତ୍ତର ପ୍ରତି ପାଦର ଅକ୍ଷର ସଂଖ୍ୟା ଅସମାନ ।

Question 12.
ଦାଣ୍ଡିବୃତ୍ତ ଛନ୍ଦର ଯତି କ’ଣ ?
Answer:
ଦାଣ୍ଡିବୃତ୍ତ ଛନ୍ଦର ଅକ୍ଷର ସଂଖ୍ୟା ବୋଲିଲାବେଳେ ସ୍ଵର ଲମ୍ବାଇ ନିଜ ସୁବିଧା ଅନୁସାରେ ବିଶ୍ରାମ ନିଏ ବା ଯତିପାତ କରେ ।

Question 13.
ସାରଳା ଦାସଙ୍କ ‘ମହାଭାରତ’ କେଉଁ ବୃତ୍ତରେ ରଚିତ ?
Answer:
ସାରଳା ଦାସଙ୍କ ‘ମହାଭାରତ’ ଦାଣ୍ଡି ବୃତ୍ତରେ ରଚିତ ।

Question 14.
ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ କେଉଁ ବୃତ୍ତରେ ରଚିତ ?
Answer:
ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ ଦାଣ୍ଡିବୃତ୍ତରେ ରଚିତ ।

Question 15.
ଚୈତନ୍ୟ ଦାସଙ୍କ ‘ବିଷ୍ଣୁଗର୍ଭ ପୁରାଣ’ କେଉଁ ବୃତ୍ତରେ ରଚିତ ?
Answer:
ଚୈତନ୍ୟ ଦାସଙ୍କ ‘ବିଷ୍ଣୁଗର୍ଭ ପୁରାଣ’ ଦାଣ୍ଡି ବୃତ୍ତରେ ରଚିତ ।

BSE Odisha 10th Class Odia Grammar ଛନ୍ଦ

Question 16.
‘ଏଥୁ ଅନନ୍ତରେ ଗୋ ପାର୍ବତୀ ଦେବୀ ଶୁଣ ମାଲ୍ୟବନ୍ତ ପର୍ବତେ ରହିଲେ ରଘୁରାଣ ।’- ଏହି ପଦଟି କେଉଁ ଛନ୍ଦରେ ରଚିତ ?
Answer:
ଏହି ପଦଟି ଦାଣ୍ଡି ବୃତ୍ତରେ ରଚିତ ।

Question 17.
ଭାଗବତବାଣୀ/ଗୁଜରୀ ଛନ୍ଦରେ କେତୋଟି ପାଦରେ ଗୋଟିଏ ପଦ ହୁଏ ?
Answer:
ଭାଗବତବାଣୀ/ଗୁଜ୍ଜରୀ ଛନ୍ଦରେ ଦୁଇଟି ପାଦରେ ଗୋଟିଏ ପଦ ହୁଏ ।

Question 18.
ଗୁଜରୀ ଛନ୍ଦରେ ପ୍ରତି ପାଦର ଅକ୍ଷର ସଂଖ୍ୟା କେତେ ?
Answer:
ଗୁଜରୀ ଛନ୍ଦରେ ପ୍ରତି ପାଦର ଅକ୍ଷର ସଂଖ୍ୟା ‘ନଅ’ ।

Question 19.
ଭାଗବତବାଣୀ / ଗୁଜରୀ ଛନ୍ଦକୁ ଆଉ କେଉଁ ଛନ୍ଦ ବୋଲି କୁହାଯାଏ ?
Answer:
ଭାଗବତବାଣୀ/ଗୁଜରୀ ଛନ୍ଦକୁ ନବାକ୍ଷରୀବୃତ୍ତ ବା ନବାକ୍ଷରୀ ଛନ୍ଦ ବୋଲି କୁହାଯାଏ ।

Question 20.
ଗୁଜରୀ ଛନ୍ଦର ପ୍ରତି ପାଦର କେଉଁ କେଉଁ ଅକ୍ଷର ଉପରେ ଯତିପାତ ହୁଏ ?
Answer:
ଗୁଜରୀ ଛନ୍ଦର ପ୍ରତି ପାଦର ତୃତୀୟ, ପଞ୍ଚମ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।

Question 21.
ଅମୃତ ‘ବିନୟ’ ବଚନ’ । କହି ତୋ’ଷିବ ‘ପ୍ରାଣୀମନ’ – ଏହି ପଦଟି କେଉଁ ଛନ୍ଦରେ ରଚିତ ?
Answer:
ଏହି ପଦଟି ଗୁଜରୀ ଛନ୍ଦରେ ରଚିତ ।

Question 22.
ନଟବାଣୀ / ବିଭାସକେଦାର ଛନ୍ଦରେ ପ୍ରତି ପଦରେ କେତୋଟି ପାଦ ଥାଏ ?
Answer:
ନଟମାଶା / ବିଭାସକେବାର ଛନ୍ଦରେ ପ୍ରତି ପଦରେ ଦୁଇଟି ପାଦ ଆଏ?

Question 23.
ନଟବାଣୀ ଛନ୍ଦର ପ୍ରତି ପାଦର ଅକ୍ଷର ସଂଖ୍ୟା କେତେ ?
Answer:
ନଟବାଣୀ ଛନ୍ଦର ପ୍ରତି ପାଦର ଅକ୍ଷର ସଂଖ୍ୟା ବାର ।

Question 24.
ନଟବାଣୀ ଛନ୍ଦରେ ପ୍ରତି ପାଦରେ କେଉଁ କେଉଁ ଅକ୍ଷର ଉପରେ ଯତିପାତ ହୁଏ ?
Answer:
ନଣବାଣୀ ଛନ୍ଦର ପ୍ରତି ପାଦର ତୃତୀୟ, ଷଷ୍ଠ, ନବମ ଏବଂ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।

Question 25.
ଉତ୍କଳ’-କମଳା’-ବିଳାସ’ – ଦୀର୍ଘକା’ ।.
ମରାଳ’ –ମାଳିନୀ’ -ନୀଳାମ୍ବୁ’-ଚିଲିକା’ । (ଏହା କେଉଁ ଛନ୍ଦରେ ରଚିତ ?)
Answer:
ଏହି ପଦଟି ବିଭାସକେଦାର ଛନ୍ଦରେ ରଚିତ ।

BSE Odisha 10th Class Odia Grammar ଛନ୍ଦ

Question 26.
ରାମକେରୀ ଛନ୍ଦରେ ପ୍ରତି ପଦରେ କେତୋଟି ପାଦ ଥାଏ ?
Answer:
ରାମକେରୀ ଛନ୍ଦରେ ପ୍ରତି ପଦରେ ଦୁଇଟି ପାଦ ଥାଏ ।

Question 27.
ରାମକେରା ଛନ୍ଦର ପ୍ରତି ପାଦର ଅକ୍ଷର ସଂଖ୍ୟା କେତେ?
Answer:
ରାମକେରୀ ଛନ୍ଦର ପ୍ରତି ପାଦର ଅକ୍ଷର ସଂଖ୍ୟା ୧୬ ।

Question 28.
ରାମକେରୀ ଛନ୍ଦର ପ୍ରତି ପାଦର କେଉଁ କେଉଁ ଅକ୍ଷର ଉପରେ ଯତିପାତ ହୁଏ ?
Answer:
ରାମକେରୀ ଛନ୍ଦର ପ୍ରତି ପାଦର ନବମ, ଏକାଦଶ ଓ ଷୋଡ଼ଶ ଅକ୍ଷର ଉପରେ ଯତିପାତ ହୁଏ ।

Question 29.
କଲାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ । –ଏହା କେଉଁ ଛନ୍ଦରେ ରଚିତ ?
Answer:
ଏହା ରାମକେରୀ ଛନ୍ଦରେ ରଚିତ ।

Question 30.
ବଙ୍ଗଳାଶ୍ରୀ ଛନ୍ଦରେ ପ୍ରତି ପଦରେ କେତୋଟି ପାଦ ଥାଏ ?
Answer:
ବଙ୍ଗଳାଶ୍ରୀ ଛନ୍ଦରେ ପ୍ରତି ପଦରେ ଦୁଇଟି ପାଦ ଥାଏ ।

Question 31.
ବଙ୍ଗଳାଶ୍ରୀ ଛନ୍ଦର ପ୍ରତି ପାଦର ଅକ୍ଷର ସଂଖ୍ୟା କେତେ ?
Answer:
ବଙ୍ଗଳାଶ୍ରୀ ଛନ୍ଦର ପ୍ରତି ପାଦର ଅକ୍ଷର ସଂଖ୍ୟା କୋଡ଼ିଏ ।

Question 32.
ବଙ୍ଗଳାଶ୍ରୀ ଛନ୍ଦର ପ୍ରତି ପାଦର କେଉଁ କେଉଁ ଅକ୍ଷର ଉପରେ ଯତିପାତ ହୁଏ ?
Answer:
ବଙ୍ଗଳାଶ୍ରୀ ଛନ୍ଦର ପ୍ରତି ପାଦର ଷଷ୍ଠ, ଦ୍ଵାଦଶ, ଅଷ୍ଟାଦଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।

Question 33.
ମାଆ ମାଆ ବୋଲି କେତେ ମୁଁ ଖୋଜିଲି
ମାଆକୁ ପାଇଲି ନାହିଁ ।
ଭାଇ ଭାଇ ବୋଲି କେତେ ମୁଁ ଡାକିଲି
ନ ଦେଲେ ଉତ୍ତର କେହି ।
ଏହା କେଉଁ ଛନ୍ଦରେ ରଚିତ ?
Answer:
ଏହା ବଙ୍ଗଳାଶ୍ରୀ ଛନ୍ଦରେ ରଚିତ ।

Question 34.
ଶଙ୍କରାଭରଣ ଛନ୍ଦରେ କେତୋଟି ପାଦରେ ଏକପଦ ହୁଏ ?
Answer:
ଶଙ୍କରାଭରଶ ଛନ୍ଦରେ ଚାରି ପାଦରେ ଏକପଦ ହୁଏ।

Question 35.
ଶଙ୍କରାଭରଣ ଛନ୍ଦର ପ୍ରଥମ, ଦ୍ଵିତୀୟ ଓ ଚତୁର୍ଥ ପାଦର ଅକ୍ଷର ସଂଖ୍ୟା କେତେ ?
Answer:
ଶଙ୍କରାଭରଣ ଛନ୍ଦର ପ୍ରଥମ, ଦ୍ଵିତୀୟ ଓ ଚତୁର୍ଥ ପାଦର ଅକ୍ଷର ସଂଖ୍ୟା ଚଉଦ ।

BSE Odisha 10th Class Odia Grammar ଛନ୍ଦ

Question 36.
ଶଙ୍କରାଭରଣ ଛନ୍ଦର ତୃତୀୟ ପାଦର ଅକ୍ଷର ସଂଖ୍ୟା କେତେ?
Answer:
ଶଙ୍କରାଭରଣ ଛନ୍ଦର ତୃତୀୟ ପାଦର ଅକ୍ଷର ସଂଖ୍ୟା ଆଠ ।

Question 37.
ଶଙ୍କରାଭରଣ ଛନ୍ଦର ତୃତୀୟ ପାଦର କେଉଁ କେଉଁ ଅକ୍ଷର ଉପରେ ଯତିପାତ ହୁଏ ?
Answer:
ଶଙ୍କରାଭରଣ ଛନ୍ଦର ତୃତୀୟ ପାଦର ଦ୍ବିତୀୟ, ଷଷ୍ଠ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।

Question 38.
ଶଙ୍କରାଭରଣ ଛନ୍ଦର ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ପାଦର କେଉଁ କେଉଁ ଅକ୍ଷର ଉପରେ ଯତିପାତ ହୁଏ ?
Answer:
ଶଙ୍କରାଭରଣ ଛନ୍ଦର ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ପାଦର ଅଷ୍ଟମ, ଏକାଦଶ ଓ ଶେଷ ଅକ୍ଷର ଉପରେ ଯତିପାତ

Question 39.
‘ହେ ଆନନ୍ଦମୟ କୋଟି ଭୁବନପାଳକ
ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ
ଜ୍ଞାନ ଦାତା ଭଗବାନ
ଦିଅ ମୋତେ ଶୁଭ ବୁଦ୍ଧି ଦିଅ ଦିବ୍ୟ ଜ୍ଞାନ ।’ –ଏହା କେଉଁ ଛନ୍ଦରେ ରଚିତ ?
Answer:
ଏହା ଶଙ୍କରାଭରଣ ଛନ୍ଦରେ ରଚିତ ।

Question 40.
ଚୋଖ୍ ଛନ୍ଦର ଗୋଟିଏ ପଦ କେତେ ପାଦ ବିଶିଷ୍ଟ ?
Answer:
ଚୋଖ୍ ଛନ୍ଦର ଗୋଟିଏ ପଦ ଚାରିପାଦ ବିଶିଷ୍ଟ ଅଟେ ।

Question 41.
ଚୋଖ୍ ଛନ୍ଦର ପ୍ରଥମ ଓ ଦ୍ବିତୀୟ ପାଦ କେତେ ଅକ୍ଷର ବିଶିଷ୍ଟ
Answer:
ଚୋଖ୍ ଛନ୍ଦର ପ୍ରଥମ ଓ ଦ୍ବିତୀୟ ପାଦ ଅଣତିରିଶ ଅକ୍ଷରବିଶିଷ୍ଟ ।

Question 42.
ଚୋଖ୍ ଛନ୍ଦର ୩ୟ ପାଦ କେତେ ଅକ୍ଷର ବିଶିଷ୍ଟ ?
Answer:
ଚୋଖ୍ ଛନ୍ଦର ୩ୟ ପାଦ ନଅ ଅକ୍ଷର ବିଶିଷ୍ଟ ।

Question 43.
ଚୋଖ୍ ଛନ୍ଦର ୪ର୍ଥ ପାଦ କେତେ ଅକ୍ଷର ବିଶିଷ୍ଟ ?
Answer:
ଚୋଖ୍ ଛନ୍ଦର ୪ର୍ଥ ପାଦ ତେର ଅକ୍ଷର ବିଶିଷ୍ଟ ।

BSE Odisha 10th Class Odia Grammar ଛନ୍ଦ

Question 44.
ଚୋଖ୍ ଛନ୍ଦର ଚତୁର୍ଥ ପାଦରେ କେଉଁ କେଉଁ ଅକ୍ଷର ଉପରେ ଯତିପାତ ହୁଏ ?
Answer:
ଚୋଖ୍ ଛନ୍ଦର ଚତୁର୍ଥ ପାଦରେ ଷଷ୍ଠ, ଅଷ୍ଟମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।

Question 45.
ଜଗନ୍ନାଥ ଦାସଙ୍କ ‘ଭାଗବତ’ କେଉଁ ଛନ୍ଦରେ ରଚିତ ?
Answer:
ଜଗନ୍ନାଥ ଦାସଙ୍କ ‘ଭାଗବତ’ ଗୁର୍ଜରା ଛନ୍ଦରେ ରଚିତ।

Question 46.
କ୍ଷମାସାଗର ପୀତବାସ । କ୍ଷମିଲେ ବଳରାମ ଦାସ ।। ଏହା କେଉଁ ଛନ୍ଦରେ ରଚିତ ?
Answer:
ଏହା ଭାଗବତବାଣୀ ଛନ୍ଦରେ ରଚିତ ।

Question 47.
ଟୋପି ଟୋପି ଗୋପୀଚନ୍ଦନ ମଣ୍ଡିଛନ୍ତି କି ସଜେ,
ଟେକିବାରେ ଚାହାଁ ମଥୁରା ଦାଣ୍ଡେ ଗୋବିନ୍ଦ ବିଜେ ।
ଏହା କେଉଁ ଛାନ୍ଦରେ ରଚିତ ?
Answer:
ଏହା ରାମକେରା ଛନ୍ଦରେ ରଚିତ।

Leave a Comment