Odisha State Board BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ Textbook Exercise Questions and Answers.
BSE Odisha Class 10 Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର
Question ୧।
ଭାଲୋରି ଶିଖରେ ସାକ୍ଷ୍ୟାତରା ଦେଖ୍
ଆସନ୍ତି ପଟ୍ଟିକା ମହୋଲ୍ଲାସେ ବେକି।
ଏହି ପଦଟିରେ କବି କେଉଁମାନଙ୍କୁ ଉଲ୍ଲସିତ ହେବାର ଦେଖିଚ୍ଛନ୍ତି
(କ) ପ୍ରକୃତିପ୍ରେମୀ
(ଖ) କୌକାଚାଳକ
(ଗ) ମାନଜବା
(ଘ) ପର୍ଯ୍ୟଟକ
Answer:
(ଗ) ମାନଜବା
Question ୨।
ନିଶା ଆଗମନରେ ଅବନା କେଉଁ ରୂପ ଧାରଣ କରିଛି
(କ) ଗମ୍ଭାର
(ଖ) ନିଶୁଳ
(ଗ) କୋଳାହଳପୂର୍ଣ୍ଣ
(ଘ) ନିସ୍ତବ୍ଧ
Answer:
(ଖ) ନିଶୁଳ
Question ୩ ।
ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
ଆସେ – ଆଶେ, ଦୁକୂଳ- ଦିକୂଳ, ତରଣୀ – ତରଣି, ଦ୍ବିପ – ଦୀପ
Answer:
ଆସେ – ଆସିଥାଏ।/ଆଗମନ କରେ (ଆସିବା ଅର୍ଥରେ)
ଆଶେ – ଇଛ୍ଛାରେ/ ଉଦ୍ଦେଶ୍ୟରେ (ଆଶ କରିବା ଅର୍ଥରେ)
ତୁକଳ – ବସ୍ତ୍ର/ଲୁଗା
ବିତ୍କଳ – ନଦାର ଦୁଇ କୁଳ
ତରଶା – ନୈକା
ତରଣି – ସୂର୍ଯ୍ୟ
ଦ୍ୱିପ – ହାତା
ଦାପ – ପ୍ରଦୀପ
Question ୪ ।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।”
ସମୁଦ୍ର, ମାରୁତ, ଅବନୀ, ନିଶୀଥୁନୀ, ବାଗୀଶ୍ୱରୀ
Answer:
ସମୁଦ୍ର – ସାଗର, ଅର୍ଦ୍ଧବ, ସିନ୍ଧୁ
ଅବନୀ – ପୃଥିବୀ, ଧରିତ୍ରୀ, ରସା, ମହୀ
ବାଗୀଶ୍ବରୀ – ସରସ୍ଵତୀ, ବୀଣାପାଣି, ବାଗ୍ଦେବୀ
ମାରୁତ – ପବନ, ସମୀର, ଅନିଳ
ନିଶିଥୁନୀ – ରାତ୍ରି, ବିଭାବରୀ, ଶର୍ବରୀ
Question ୫ ।
‘ବାଗୀଶ୍ଵରୀ’ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
(କ) ବାକାଶ + ଅରା
(ଖ) ବାଗାଶ + ଅରା
(ଗ) ରାଗି + ଈଶ୍ଵାରା
(ଘ) ବାକ୍ + ଈଣ୍ଠରା
Answer:
(ଘ) ବାକ୍ + ଈଣ୍ଠରା
କ୍ଷୁଦ୍ର ଉତ୍ତରମୂଳକ ପୂନୋତ୍ତର
Question ୭।
ଏହି କବିତାରେ କବି କେଉଁ ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି ?
Answer:
ଏହି କବିତାରେ କବି ସନ୍ଧ୍ୟାକାଳର ଦୃଶ୍ୟ ବର୍ଣ୍ଣନା କରିଛନ୍ତି ।
Question ୮।
ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି କେଉଁ ଶବ୍ଦପୁଞ୍ଜ ବ୍ୟବହାର କରିଛନ୍ତି ?
Answer:
ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି ‘ମଧୁର – ବାସିନା’ ଏବଂ ‘ଜ୍ୟୋତ୍ସ୍ନା – ବୁତ୍କଳ -ବାସିନା’ ଏହି ଶବ୍ଦପୁଞ୍ଜଜ୍ୱୟ ବ୍ୟବହାର କରିଛନ୍ତି।
Question ୯୮
‘ଗଲାଣି ତ ଗଲା କଥାରେ ସଙ୍ଗାତ’ର ଅର୍ଥ କ’ଣ ?
Answer:
ଯେଉଁ କଥା ଅତୀତ ହୋଇଯାଇଛି ସେହି କଥାକୁ ଧରି ବସିଲେ କୌଣସି ଲାଭ ହୁଏ ନାହିଁ ।
Question ୧୦ ।
ପୋତପାଳ ମଶାଲ ଜାଳିଛି କାହିଁକି ?
Answer:
ନୌକା ଉପରେ ଜଳୁଥିବା ମଶାଲର ଅଗ୍ନିଶିଖାଦ୍ଵାରା ଆକର୍ଷିତ ହୋଇ ମୀନମାନେ ନୌକା ଭିତରକୁ ଡେଇଁ ଥାଆନ୍ତି । ତେଣୁ ମୀନ ଧରିବା ଉଦ୍ଦେଶ୍ୟରେ ପୋତପାଳ ମଶାଲ ଜାଳିଛି ।
Question ୧୧ ।
ଶିଖାର ଉଠିବା ପଡ଼ିବା ସହିତ କବି କାହାକୁ ତୁଳନା କରିଛନ୍ତି ?
Answer:
ଶିଖାର ଉଠିବା ପଡ଼ିବା ସହିତ କବି ଦୁଃଖୀଜନ ମନରେ ସୃଷ୍ଟ ଆଶା ଓ ହତାଶାକୁ ତୁଳନା କରିଛନ୍ତି ।
Question ୧୨ ।
କେଉଁ ଦୃଶ୍ୟକୁ କବି ପାରଦ-ଧଉତ ବୋଲି ବର୍ଣ୍ଣନା କରିଛନ୍ତି ?
Answer:
ଜ୍ୟୋତ୍ସ୍ନାଲୋକରେ ଆଲୋକିତ ସମଗ୍ର ଜଳ, ସ୍ଥଳ ଓ ଆକାଶର ସ୍ଵଚ୍ଛ ପରିପ୍ରକାଶକୁ କବି ପାରଦ-ଧଉତ ବୋଲି ବର୍ଣ୍ଣନା କରିଛନ୍ତି ।
Question ୧୩ ।
ହ୍ରଦ ମଧ୍ୟଭାଗରେ କାହାର ପ୍ରତିବିମ୍ବ ଶୋଭା ପାଉଛି ?
Answer:
ହ୍ରଦ ମଧ୍ୟଭାଗରେ ଦ୍ବୀପ ଓ ଦ୍ଵୀପ ଉପରିସ୍ଥ ପର୍ବତର ପ୍ରତିବିମ୍ବ ଶୋଭା ପାଉଛି।
Question ୧୪ ।
ଛାୟାମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ କାହା ରୂପ ସହିତ ତୁଳନା କରାଯାଇଛି ?
Answer:
ଛାୟା ମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ ସର୍ପଚିତ୍ରିତ ମହାଦେବଙ୍କ କଳେବର ସହିତ ତୁଳନା କରାଯାଇଛି ।
Question ୧୫ ।
ନିଶୀଥୁନୀର ପ୍ରଭାବକୁ କିଏ ପ୍ରଚାର କରୁଛି ?
Answer:
ନିଶାଥନାର ପ୍ରଭାବକୁ ଦୂରରୁ ଭାସିଆସୁଥ୍ ବା ନିଝରର କଳନାଦ ତଥା ଝିଙ୍କାରାର ଝଙ୍କ।ରାର ଝଙ୍କାର ପ୍ରଚାର କରୁଛି ।
ପପ୍ରସଙ୍ଗ ସରଳାର୍ଥ
Question ୧୬ ।
ଉଲ୍ଲାସର ଆତ୍ମା ପ୍ରାୟେ ଗୀତ-ତାନ
ହ୍ରଦ ନୀଳ-ବକ୍ଷେ କରେ ଅଷ୍ଠାନ ।.
Answer:
ଉଲ୍ଲାସର ଆତ୍ମା ………………….. କରେ ଅନ ।
ପ୍ରୋକ୍ତ ପଦ୍ୟାଶଟି କବିବର ରାଧାନାଥ ରାୟଙ୍କଦ୍ବାରା ରଚିତ ଖଣ୍ଡକାବ୍ୟ ‘ଚିଲିକାରୁ ଗୃହୀତ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ ଶୀର୍ଷକ କବିତାରୁ ଆନୀତ । ଏଠାରେ କବି ସନ୍ଧ୍ୟାକାଳରେ ଚିଲିକାର ସମୁଦ୍ର ମୁହାଣରୁ ମତ୍ସ୍ୟପୂର୍ଣ୍ଣ ନୌକା ଧରି ଫେରୁଥିବା ମୀନଜୀବୀମାନଙ୍କ କଣ୍ଠ ନିଃସୃତ ଚିତ୍ତୋଲ୍ଲାସକ ଗୀତାମୃତ ତଥା ସେମାନଙ୍କ ତୃପ୍ତ ମାନସିକତା ଉପରେ ଆଲୋକପାତ କରିଛନ୍ତି । ଚିଲିକାର ସାୟଂକାଳୀନ ଶୋଭା କବିଙ୍କୁ ଗଭୀରଭାବେ ଆମୋଦିତ କରିଛି । ଭାଲେରୀ ପାହାଡ଼ ଚୂଡ଼ାଶୀର୍ଷରେ ଦେଖାଦେବା ପରେ ମତ୍ସ୍ୟଜୀବୀମାନେ ପ୍ରାଚୀ ମୁହାଣରୁ ମତ୍ସ୍ୟପୂର୍ଣ୍ଣ ନୌକାମାନ ଧରି ତଟ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରନ୍ତି । ନୌକାଗୁଡ଼ିକୁ ସ୍ୱୟଂଚାଳିତ କରିବାପାଇଁ ସେମାନେ ପାଲ ଟାଣିଦେଇ ସାରାଦିନର ପରିଶ୍ରମଜନିତ କ୍ଳାନ୍ତି ଅପନୋଦନ ନିମିତ୍ତ ସଂଗୀତ ଗାନରେ ମଜ୍ଜି ଯାଆନ୍ତି ।
ସାରାଦିନ ପରିଶ୍ରମର ଫଳକୁ ଚକ୍ଷୁ ସମ୍ମୁଖରେ ଦେଖ୍ ତୃପ୍ତିରେ ସେମାନଙ୍କ ମନରେ ଆନନ୍ଦ ଭରିଯାଇଥାଏ। ତେଣୁ ସରାଗରେ ସେମାନଙ୍କ କଣ୍ଠରୁ ଝରିସୂର୍ଯ୍ୟ ବଳଦେବ ରଥଙ୍କ କିଶୋର ଚନ୍ଦ୍ରାନନ ଚର୍ମ୍ପ ର ଅମୃତପଦାବଳୀ । କବିସୂର୍ଯ୍ୟଙ୍କ ଅମୃତରସବର୍ଷୀ କୋମଳ ପଦାବଳୀ ମୀନଜୀବୀଙ୍କ ସ୍ବରତାନ ଅପୂର୍ବ ସଙ୍ଗୀତ ମୂର୍ଦ୍ଧନା ସୃଷ୍ଟିକରେ । ସେହି ସଙ୍ଗୀତର ସ୍ଵର୍ଗଝଙ୍କାର ସେମାନଙ୍କ ଉଲ୍ଲସିତ ହୃଦୟର ଆତ୍ମସମ ଶ୍ରୋତାକୁ ମନ୍ତ୍ରମୁଗ୍ଧ କରେ । ରାଗରାଗିଣୀର ଛନ୍ଦ ସମୀର ସଞ୍ଚାଳିତ ହୋଇ କବିଙ୍କ ଶ୍ରୁତିଗୋଚର ହୋଇଛି । ସମଗ୍ର ହ୍ରଦର ବିସ୍ତୃତ ବକ୍ଷରେ ନିନାଦିତ ସଙ୍ଗୀତର ପ୍ରତିଧ୍ବନି କବିଙ୍କୁ କରିଛି ଆତ୍ମହରା । ତେଣୁ ସେହି ସଙ୍ଗୀତକୁ କବି ଉଲ୍ଲାସର ଆତ୍ମା ସହ ତୁଳନା କରିଛନ୍ତି ।
Question ୭ ।
ପାପଗର୍ଭେ ଯେହ୍ନେ ପଡ଼ଇ ଅଜ୍ଞାନ
ତରୀ-ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ ।
Answer:
ପାପଗର୍ଭେ ଯେହ୍ନେ ……………………………. .କବିତାରୁ ଆନୀତ ।
ଶଂସିତ ପଦ୍ୟାଶଟି କବିବର ରାଧାନାଥ ରାୟଙ୍କ ଖଣ୍ଡକାବ୍ୟ ‘ଚିଲିକା ‘ରୁ ଗୃହୀତ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ ଶୀର୍ଷକ କବିତାରୁ ଆନୀତ। ଏଠାରେ କବି ସନ୍ଧ୍ୟାକାଳରେ ଚିଲିକା ଗର୍ଭରେ ଭାସମାନ ନୌକାର ମଶାଲ ବହ୍ନିରେ ଆକର୍ଷିତ ମୀନମାନଙ୍କ ଅବସ୍ଥାକୁ ବାହ୍ୟ ଚାକଚକ୍ୟପୂର୍ଣ୍ଣ ‘ପାପ’ ଘୂର୍ଣ୍ଣି ପ୍ରତି ଆକର୍ଷିତ ମୂର୍ଖ ମାନବର ଯନ୍ତ୍ରଣା ଓ ମୃତ୍ୟୁ ସହ ତୁଳନା କରିଛନ୍ତି ।
ଚିଲିକାର ମତ୍ସ୍ୟଜୀବୀମାନେ ବିଳମ୍ବିତ ସନ୍ଧ୍ୟାରେ ମତ୍ସ୍ୟ ସଂଗ୍ରହ କରିବାପାଇଁ ଏକ କୌଶଳ ଅବଲମ୍ବନ କରନ୍ତି । ନୌକାମାନଙ୍କରେ ମଶାଲ ପ୍ରଜ୍ଜ୍ୱଳିତ କରି ସ୍ଥିରଭାବେ ସେମାନେ ବସିରହନ୍ତି । ଚତୁର୍ଦ୍ଦିଗ ଅନ୍ଧକାର ଥିବାବେଳେ ମଶାଲ ଅଗ୍ନିର ଲେଲିହାନ ଶିଖାଦ୍ବାରା ଆକର୍ଷିତ ହୋଇ ମୀନମାନେ ନୌକା ମଧ୍ୟକୁ ଲମ୍ଫ ପ୍ରଦାନ କରନ୍ତି ଓ ଛଟପଟ ହୋଇ ପ୍ରାଣପାତ କରିଥାଆନ୍ତି । ମୀନମାନଙ୍କର ଏତାଦୃଶ ଅବସ୍ଥା ଲକ୍ଷ୍ୟ କରି କବି ମୂଢ଼ମାନବ ଚରିତ୍ରର ଏକ ସାଧାରଣ ସତ୍ୟ ଆବିଷ୍କାର କରିଛନ୍ତି।
ତାଙ୍କ ମତରେ ଅନ୍ଧବ୍ୟକ୍ତି ବାହ୍ୟ ଚାକଚକ୍ୟ ଓ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ନିଜ ଅଲକ୍ଷ୍ୟରେ ପାପବୃହ ମଧ୍ୟକୁ ଆକର୍ଷିତ ହୁଏ । ପରବର୍ତୀ ସମୟରେ ସେହି ପାପାବର୍ତ୍ତ ମଧ୍ଯରୁ ମୁକ୍ତି ପାଇବାକୁ ଅସମର୍ଥ ହୁଏ । ଫଳତଃ ଯନ୍ତ୍ରଣାଜର୍ଜରିତ ହୋଇ ଅକାଳ ମୃତ୍ୟୁ ବରଣ କରିଥାଏ । ବାସ୍ତବିକତା ପ୍ରତି ଅଜ୍ଞ ମୂର୍ଖ ମଣିଷ ଅଲକ୍ଷ୍ୟରେ ପାପପଙ୍କରେ ଘାଣ୍ଟିହୋଇ ପ୍ରାଣପାତ କରିବାପରି ମଶାଲ ଅଗ୍ନି-ସ୍ପର୍ଶର ଭୟାବହତା ସମ୍ପର୍କରେ ଅଜ୍ଞମୀନମାନେ ମୃତ୍ୟୁକୁ ଆମନ୍ତ୍ରଣ କରନ୍ତି । ଏ କବିତା ମାଧ୍ୟମରେ ଏକ ଗୁରୁତ୍ଵପୂର୍ଣ ଶାଶ୍ବତ ବାର୍ତ୍ତା ପ୍ରଦାନ କରି କବି ପାଠକମାନଙ୍କୁ ପରୋକ୍ଷରେ ସତର୍କ କରାଇଛନ୍ତି ।
Question ୧୮ ।
ପ୍ରତିବିମ୍ବରାଜି ଦ୍ୱୀପ-ଶୈଳ-ତଳେ
ସ୍ପଷ୍ଟାକାରେ ଶୋଭେ ହ୍ରଦ-ଅନ୍ତଃ ସ୍ଥଳେ ।
Answer:
ପ୍ରତିବିମ୍ବରାଜି ……………………….. ହ୍ରଦ ଅନ୍ତଃସ୍ଥଳେ ।
ପ୍ରଦତ୍ତ ପଦ୍ୟାଶଟି କବିବର ରାଧାନାଥ ରାୟଙ୍କ ରଚିତ ‘ବୈଦେହୀଶ ବିଳାସ ’କାବ୍ୟର ଚତ୍ୱାରିଂଶ ଛାନ୍ଦ ଅନ୍ତର୍ଗତ ‘ଚିଲିକାରେ ସାୟନ୍ତ୍ରନ ଦୃଶ୍ୟ ଶୀର୍ଷକ କବିତାରୁ ଆନୀତ। ଏଠାରେ କବି ଜ୍ୟୋତ୍ସ୍ନାବିଧୌତ ରାତ୍ରିରେ ଚିଲିକା ହ୍ରଦ ମଧ୍ୟସ୍ଥ ଦ୍ବୀପ ଓ ଶୈଳରାଜିର ସ୍ଫଟିକ୍ ସ୍ୱଚ୍ଛଜଳ ଦର୍ପଣରେ ପ୍ରତିବିମ୍ବିତ ଶୋଭା ବର୍ଣ୍ଣନା କରିଛନ୍ତି । କବିଙ୍କ କାବ୍ୟନାୟିକା ଚିଲିକା ସଦା ହାସ୍ୟମୟୀ, ଲାସ୍ୟମୟୀ, ଛନ୍ଦାମୟୀ ତଥା ଚଳଚପଳମୟୀ । ପ୍ରଭାତ, ପ୍ରଦୋଷ, ମଧ୍ୟାହ୍ନ, ସାୟନ୍ତନ ସବୁ ସମୟରେ ତା’ର ରୂପମାଧୁରୀ କବିଙ୍କୁ କରିଛି ଆତ୍ମହରା ।
ବିଶେଷତଃ ରାକାରଜନୀର ରଜତଶୁଭ୍ର ଜ୍ୟୋତ୍ସ୍ନାଲୋକରେ ଚିଲିକା ହୋଇଉଠେ ଅପରୂପା ଲାବଣ୍ୟମୟୀ । ତୀର ପାର୍ଶ୍ୱସ୍ଥ ହ୍ରଦର ମୁହୂ ତରଙ୍ଗାୟିତ ସ୍ଵଚ୍ଛ ଜଳରାଶି ଉପରେ ଶୁଭ୍ରଜ୍ୟୋତ୍ସ୍ନାର ପ୍ରତିଫଳନ ତରଳ ହୀରକସମ କମନୀୟ ରୂପଛଟା ପ୍ରକାଶ କରେ । ହ୍ରଦ ଅନ୍ତଃସ୍ଥଳର ସ୍ଥିର ଜଳରାଶିରେ କିନ୍ତୁ ହଦ୍ରମଧ୍ଯସ୍ଥ କ୍ଷୁଦ୍ର ଦ୍ବୀପସମୂହ ଓ ତଦୁପରି ଶୈଳରାଜି ପ୍ରତିବିମ୍ବିତ ହୋଇ ସ୍ପଷ୍ଟ ପ୍ରତିଭାତ ହୋଇଉଠେ । ସ୍ବଚ୍ଛଜଳ ଦର୍ପଣରେ ଦ୍ବୀପ ଓ ଶୈଳମାନ ଓଲଟଭାବେ ପ୍ରତିଫଳିତ ହୋଇ ଚିତ୍ରପଟ ପ୍ରାୟ ପରିଦୃଷ୍ଟ ହୁଏ । ପ୍ରକୃତିର ଏହି ନିଃସର୍ଗ ଶୋଭା ସ୍ଵଚ୍ଛ କବିମାନସରେ ମଧ୍ୟ ପ୍ରତିବିମ୍ବିତ ହୋଇଛି । ଜ୍ୟୋସ୍ନା ପରିପ୍ଟ ତ ଚିଲିକାର ରୂପମାଧୁରୀ କବିଙ୍କ ଲେଖନୀରେ ଜୀବନ୍ତ ହୋଇଉଠିଛି ।
Question ୧୯ ।
କଳି ଉପଦ୍ରବେ ତ୍ୟଜି ଲୋକାଳୟ
ଶାନ୍ତି କି ଏ ସ୍ଥଳେ ଭଜିଲେ ଆଶ୍ରୟ ।
Answer:
କଳି ଉପଦ୍ରବେ ……………………….. ଭଜିଲେ ଆଶ୍ରୟ ।
ପ୍ରତ୍ୟୁଷରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚିଲିକାରେ ମତ୍ସ୍ୟଚ୍ଚାବାମାନଙ୍କ ଗହଳ ତଥା ପର୍ଯ୍ୟଟକମାନଙ୍କ ଚଳପ୍ରଚଳରେ ସଦା କୋଳାହଳ ମୁଖରିତ ରହିଥାଏ । ପ୍ରକୃତିପ୍ରେମୀ ରାଧାନାଥଙ୍କ ସୌନ୍ଦର୍ଯ୍ୟପିପାସୁ ମନ ଚିଲିକାରେ ସୂର୍ଯ୍ୟାସ୍ତ ଓ ସାୟନ୍ତନକୁ ପ୍ରାଣଭରି ଉପଭୋଗ କରିଛି । ସନ୍ଧ୍ୟା ଅତିକ୍ରାନ୍ତ ପରେ ମତ୍ସ୍ୟଜୀବୀମାନେ ମଶାଲ ଜାଳି ମୀନ ସଂଗ୍ରହରେ ବ୍ୟସ୍ତ ଥାଆନ୍ତି । ଶୁକ୍ଳପକ୍ଷରେ ଆକାଶରେ ଚନ୍ଦ୍ରୋଦୟ ଚିଲିକା ବକ୍ଷରେ ମନୋମୁଗ୍ଧକର ଶୋଭାର ପସରା ମେଲିଧରେ । ରାତ୍ରିର ଗଭୀରତା ବୃଦ୍ଧିପାଇବା ମାତ୍ରେ କ୍ରମେ ଜନଗହଳି ଅପସରିଯାଏ ଚିଲିକା ତୀରରୁ । ସଦା କୋଳାହଳ ମୁଖରିତ ତଟଦେଶରେ ଶାନ୍ତି ବିରାଜମାନ କରେ । କେବଳ ଦୂରରୁ ଭାସିଆସିଥିବା ନିର୍ଭରର କଳତାନ ଓ ଝିଙ୍କାରିର ଝଙ୍କାର ରାତ୍ରିର ନିବିଡ଼ତାକୁ ଯାହା ସୂଚାଇଥାଏ । ଚତୁଃପାର୍ଶ୍ଵରେ ଅଖଣ୍ଡ ନୀରବତା ଓ ବିପୁଳ ପ୍ରଶାନ୍ତ ରାଜୁତି କରେ ।
କବିଙ୍କ ମତରେ କଳି କଳୁଷିତ ମାନବ ସମାଜରେ ସର୍ବଦା ଅଶାନ୍ତିର ବାତାବରଣରେ ଅତିଷ୍ଠ ହୋଇ ‘ଶାନ୍ତି’ ଏହି କୋଳାହଳଶୂନ୍ୟ ସ୍ଥାନକୁ ନିଜ ଆଶ୍ରୟସ୍ଥଳୀ ରୂପେ ବାଛିନିଅନ୍ତି । ଗ୍ରାମ, ଜନପଦ, ସହର, ନଗର ସର୍ବତ୍ର ମାନବ ସ୍ଵାର୍ଥସିଦ୍ଧି ନିମନ୍ତେ କଳିଝଗଡ଼ାରେ ଲିପ୍ତ ହୋଇ ପରିବେଶକୁ ଅଶାନ୍ତ କରିଚାଲିଛି । ନିର୍ଜନ ରାତ୍ରିର ନିସ୍ତବ୍ଧ ପ୍ରହରରେ ଚିଲିକା ତୀରକୁ ପ୍ରଶାନ୍ତି ଆଳୟ ବିବେଚନା କରି ‘ଶାନ୍ତି’ ସେଠାକୁ ଆଶ୍ରୟ ନେବାପାଇଁ ଧାଇଁ ଆସିଛି । ‘ଶାନ୍ତି’ଠାରେ ମାନବତ୍ବ ଆରୋପ କରି କବି ଚିଲିକା ତୀରର ନିର୍ଜନ ରାତ୍ରିର ନୀରବ ପରିବେଶକୁ ସୁନ୍ଦରଭାବେ ଉପସ୍ଥାପନ କରିଛନ୍ତ୍ରି
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୨୦ ।
ପଠିତ କବିତା ଅନୁସରଣରେ ଚିଲିକାର ସାୟଂକାଳୀନ ଦୃଶ୍ୟ ବର୍ଣ୍ଣନା କର ।
Answer:
ଆଧୁନିକ କାବ୍ୟଧାରାର ଭିଭି ସଂସ୍ଥାପକ, କାନ୍ତ-କୋମଳ, ମୃଦୁ-ମଞ୍ଜୁଳ ଉତ୍କଳୀୟ ପ୍ରାକୃତିକ ଶୋଭାସମ୍ପଦର ଚିହ୍ନରା ଗ୍ରାହକ ତଥା ସାରସ୍ଵତ ସାଧନାର ଅତନ୍ଦ୍ର ସାଧକ କବିବର ରାଧାନାଥ ରାୟଙ୍କର ଉତ୍କଳ ରାଶାଭଶ୍ରୀରକୁ ଅବଦାନ ଅନସ୍ବୀକାର୍ଯ୍ୟ । ପ୍ରକୃତି କବି ରାଧାନାଥଙ୍କ ସୃଷ୍ଟି ସମୂହ ବାସ୍ତବିକ ଜନଜୀବନ-ସ୍ପର୍ଶୀ ଓ ସୁଖପାଠ୍ୟ । ପ୍ରାକୃତିକ ଶୋଭାବୈଭବରେ ଚିରତଲ୍ଲୀନ ଏହି ପ୍ରଜ୍ଞାପୁରୁଷଙ୍କ ‘କେଦାରଗୌରୀ’, ‘ଚନ୍ଦ୍ରଭାଗା’, ‘ନନ୍ଦିକେଶ୍ଵରୀ’, ‘ଉଷା’, ‘ପାର୍ବତୀ’, ‘ଦରବାର’ ଓ ‘ମହାଯାତ୍ରା’ ଆଦି ସୃଷ୍ଟିନିଚୟ ଯେଭଳିଭାବେ ବିଦଗ୍ଧ ଚେତନାରେ ଅନୁରଞ୍ଜିତ ତା’ର ପଟାନ୍ତର ନାହିଁ ।
କବିଙ୍କ ଖଣ୍ଡକାବ୍ୟ ‘ଚିଲିକା’ ହେଉଛି ସୌନ୍ଦର୍ଯ୍ୟ ସାଗରର ବୈଦୁର୍ଯ୍ୟ ତରଙ୍ଗ । ‘ଚିଲିକା’ କାବ୍ୟର କିୟଦଂଶ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ ଶୀର୍ଷକ କବିତାରେ ପ୍ରକୃତି ଚିତ୍ରଣର ମନ୍ମୟତା, ପୂଜ୍ୟପୂଜାର ମହାନତା ତଥା କବିଙ୍କ ଜୀବନ ଦର୍ଶନର ପ୍ରତିବିମ୍ବ ପରିଦୃଷ୍ଟ ହେଲେହେଁ କବିତାଟିରେ ଚିଲିକାରେ ସାକ୍ଷ୍ୟକାଳୀନ ପ୍ରାକୃତିକ ସୌନ୍ଦର୍ଯ୍ୟ ଗଭୀର ମମତ୍ୱବୋଧରେ ଚିତ୍ରିତ ହୋଇଛି ।
ପ୍ରକୃତିର ଚିର ଆଲେଖ୍ୟଶାଳିକା ଉତ୍କଳରେ ନିସର୍ଗ ଶୋଭାର ଅବଗୁଣ୍ଠନବତା – ନାୟିକା – ଚିଲିକା, ସାୟଂକାଳରେ ପରିପ୍ରକାଶ କରେ ତା’ର ଅଭିନବ ରୂପବିନ୍ୟାସ । ବିଳମ୍ବିତ ଗୋଧୂଳିରେ ବାରୁଣୀ ଗଗନର ରକ୍ତିମ ଆଭା ଚିଲିକାର ସ୍ଫଟିକ ସ୍ୱଚ୍ଛ ଛାୟାକାରରେ ପରିଦୃଷ୍ଟ ହେଉଥିଲା । ଭାଲେରୀ ଶୈଳ ଶିଖର ଉର୍ବଭାଗରେ ସନ୍ଧ୍ୟାତାରାକୁ ଦେଖୁ ମୀନଜୀବୀମାନେ ମତ୍ସ୍ୟପୂର୍ଣ୍ଣ ଜଳ ଦର୍ପଣରେ କ୍ରମଶଃ ନିଷ୍ପ୍ରଭ ହୋଇଆସୁଥିଲା। ଚିଲିକାର ପ୍ରାଚୀ ଦିଗ୍ବଳୟ ତଳୁ ମୀନଜୀବୀମାନଙ୍କ ତରୀମାନ କ୍ରମେ ଛାୟାକାରରେ ପରିଦୃଷ୍ଠ ହେଉଥିଲେ। ଭାଲେରା ଶୈଳ ଶିଖର ଉର୍ଘ୍ଜଭ।ଗରେ ସକ୍ଷ୍ୟାତାରାକୁ ଦେଖି ମାନଜାବମାନେମତ୍ସ୍ୟପୂର୍ଣ୍ଣ ନୌକା ବାହି ଗୃହାଭିମୁଖୀ ହେଉଥିଲେ । ମୁଦୁମନ୍ଦ ପୂବେଇ ପବନରେ ସେମାନଙ୍କ ପାଲଟଣା ନୌକାମାନ ସମୁଦ୍ର ମୁହାଣରୁ କୂଳକୁ ଫେରିଆସୁଥିଲା ।
ମତ୍ସ୍ୟଜୀବୀମାନଙ୍କ ମନର ଉଲ୍ଲାସ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ସେମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ଗୀତାମୃତର ସଙ୍ଗୀତ ମୂହଁନାରୁ । ସେହି ସଙ୍ଗୀତର ସୁମଧୁର ସ୍ଵରଲହରୀ ସମୀର ସଞ୍ଚାଳିତ ହୋଇ ଚିଲିକା ବକ୍ଷରେ ପ୍ରତିଧ୍ଵନିତ ହେଉଥିଲା । ଉଲ୍ଲାସର ଆତ୍ମାସମ ସେହି ଗୀତତାନର ପ୍ରତିଧ୍ଵନି ସମଗ୍ର ହ୍ରଦର ସୁନୀଳ ବକ୍ଷରେ ନିନାଦିତ ହୋଇ କବିଙ୍କୁ କରୁଥୁଲା ଆମୋଦିତା ଚନ୍ଦ୍ରମାର ରଜତଶୁଭ୍ର ଜ୍ୟୋତିରାଶିର ଝଲକରେ ଚିଲିକା ବକ୍ଷ ହୋଇଉଠୁଥିଲା ଉଦ୍ଭାସିତ । କବିଙ୍କୁ ପ୍ରତୀତ ହେଉଥିଲା, ସତେ ଯେପରି ଲାବଣ୍ୟମୟୀ ଦେବୀ ଦେବାଙ୍ଗନା ଜ୍ୟୋସ୍ନାରୂପକ ପାଟବସ୍ତ୍ର ପରିହିତା ହୋଇ ସ୍ମିତହାସ୍ୟ ବଦନରେ ବିରାଜମାନା କରିଙ୍କ ଭାଷାରେ
‘ହସନ୍ତ ଚୌଦିଗେ ମଧୁର ହାସିନୀ
ଦିଗଙ୍ଗନା ଜ୍ୟୋସ୍ନା-ଦୁକୂଳ-ବାସିନୀ ।’’
ଜ୍ୟୋତ୍ସ୍ନାବିଧୌତ ସାୟଂକାଳରେ କବିସୂର୍ଯ୍ୟଙ୍କ ରଚନାର ଭାବଗ୍ରାମ୍ଭୀର୍ଯ୍ୟ ତଥା ସଙ୍ଗୀତର ମନମତାଣିଆ ସ୍ଵର କବିଙ୍କୁ ଟାଣିନେଇଛି ଅତୀନ୍ଦ୍ରିୟ ରାଜ୍ୟକୁ । ମତ୍ସ୍ୟଜୀବୀଙ୍କ କଣ୍ଠନିଃସୃତ ବଳଦେବ ରଥଙ୍କ ଚମ୍ପୂ-
‘ଗଲାଣି ତ ଗଲା କଥାରେ ସଙ୍ଗାତ
ଗଲାଶି ତ ଗଲା କଥା
ଗୁପତେ ସିନା ମୁଁ ତୋତେ ପଚାରିଲି
ବଳି ପଡ଼ିବାରୁ ବ୍ୟଥା ।”
ସଙ୍ଗୀତ ଶ୍ରବଣରେ କବି ଆତ୍ମବିସ୍ମୃତ ହୋଇ ଉଠିଛନ୍ତି ଓ ସେହି ଅପ୍ରାକୃତ ପ୍ରେମମୂର୍ତ୍ତି ପାଦପଦ୍ମରେ ମଥାନତ ପୂର୍ବକ ଭକ୍ତିପୂତ କୃତାଞ୍ଜଳି ନିବେଦନ କରିଛନ୍ତି । ଯୋଗଜନ୍ମା, ବିଦଗ୍ଧ କବିସୂର୍ଯ୍ୟଙ୍କ ଅମୀୟ ରସବର୍ଷୀ କବିତା ଶ୍ରବଣ କରି କବି କଣ୍ଠରୁ ଝରିପଡ଼ିଛି
‘ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ
ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ ।’’
ଚିଲିକା ବକ୍ଷରେ ଭାସମାନ ନୌକାଗୁଡ଼ିକ ଉପରେ ପ୍ରଜ୍ଜ୍ୱଳିତ ମଶାଲର ଶିଖା ଚିଲିକାର ସୁନୀଳ ଜଳରାଶିରେ ପ୍ରତିବିମ୍ବିତ ହୋଇଉଠୁଥିଲାବେଳେ ମଶାଲ ଜ୍ୟୋତିରେ ଆକର୍ଷିତ ମୀନମାନେ ନୌକା ମଧ୍ୟକୁ ଲମ୍ଫ ଦେଉଥିଲେ । ଜ୍ଵଳନ୍ତ ମଶାଲର ଲେଲିହାନ ଶିଖାଦ୍ବାରା ଆକର୍ଷିତ ମୀନଗୁଡ଼ିକଙ୍କ ଯନ୍ତ୍ରଣାଦଗ୍ଧ ମୃତ୍ୟୁ ଦର୍ଶନ କରି କବି ମାନବ ଜୀବନର ଏକ ସାଧାରଣ ଦୁର୍ବଳତା ଉପରେ ଆଧାରିତ ସାଧାରଣ ସତ୍ୟ ଆବିଷ୍କାର କରିଛନ୍ତି ।
ତରଙ୍ଗାୟିତ ଜଳରାଶି ଉପରେ ମଶାଲବାର୍ହି ନୌକାମାନଙ୍କର ଉତ୍ ଥାନ ପତନ ହେତୁ କେତେବେଳେ ନୌକାମାନ ସ୍ୱଷ୍ଠ ପରିଦୃଷ୍ଟ ହେଉଥିଲେ ତ କେତେବେଳେ ଅନ୍ତର୍ହିତ ହେଲାପରି ପ୍ରତୀୟମାନ ହେଉଥିଲେ । ଏହି ଦୃଶ୍ୟ ଦର୍ଶନରେ କବିଙ୍କ ଦାର୍ଶନିକ ମନରେ ଭାବାନ୍ତର ସୃଷ୍ଟି ହୋଇଛି । ଯେପରି ଦୁଃଖୀଜନର ଅନ୍ତରରେ ଆଶାର ଆଲୋକ ଜଳିଉଠି ତାକୁ ଉଲ୍ଲସିତ କରିଦିଏ ତ କେବେ ପୁଣି ନିର୍ବାପିତ ହୋଇ ତା’ ହୃଦୟକୁ ଠେଲିଦିଏ ନୈରାଶ୍ୟର ଅନ୍ଧକାର ମଧ୍ୟକୁ । ଚିଲିକାରେ ପରିଦୃଷ୍ଟ ଦୃଶ୍ୟକୁ ସାଧାରଣ ଜୀବନ ଦର୍ଶନ ସହ କବି ସୁନ୍ଦରଭାବେ ତୁଳନା କରିଛନ୍ତି । ଜ୍ୟୋତ୍ସ୍ନାଲୋକରେ ଚିଲିକା ଗର୍ଭସ୍ଥ ଦ୍ବୀପ, ଶୈଳ, ବନରାଜି ସ୍ବଚ୍ଛ ଜଳଦର୍ପଣରେ ପ୍ରତିବିମ୍ବିତ ହୋଇ ଅନିର୍ବଚନୀୟ ଶୋଭା ଧାରଣ କରନ୍ତି । ରାକା ରଜନୀର ଶୁଭ୍ର ଜ୍ୟୋତ୍ସ୍ନାରେ ସମଗ୍ର ସୃଷ୍ଟି ପାରଦଧୌତ ହେଲାପରି ପ୍ରତୀତ ହୁଏ । ହ୍ରଦ ମଧ୍ୟ ଗିରି-
“କ୍ଷାରେ।ଦ – ସୋଦର – ଜ୍ୟୋସ୍ନାର୍ଣ୍ଣବେ ଭାସି
ଦିଶନ୍ତି ବିଶଦ ଗିରି, ବନ, ନାସି ।’’
ମସୃଣ ପ୍ରସ୍ତର ଓ କୋମଳ-ସ୍ନିଗ୍ଧ ପତ୍ରାବଳୀ ଉପରେ ଜ୍ୟୋତ୍ସ୍ନାଲୋକର ପ୍ରତିଫଳନ ଝଟକି ଉଠେ । ପାର୍ଶ୍ଵଦେଶ ବନସ୍ଥଳୀରେ ଛାୟା ଓ ଆଲୋକର ଯୁଗଳବଷ୍ଠିତ ମହାଯୋଗା ଯୋଗମଗ୍ନ ମହେଶ୍ନରଙ୍କ ରୁଦ୍ର- ସୁନ୍ଦର ବିଶାଳ ବପୁର ଭ୍ରମ ସୃଷ୍ଠିକରେ ସନ୍ଧ୍ୟା ପରେ ରାତ୍ରିର ଗଭୀରତା ବୃଦ୍ଧି ହେବାମାତ୍ରେ ତୀରବର୍ତ୍ତୀ ଅଞ୍ଚଳ କ୍ରମେ ଜନଶୂନ୍ୟ ହୋଇଉଠେ । ଶାନ୍ତ ଓ ନୀରବ ହୋଇଉଠେ ପରିବେଶ । ଚିଲିକାର ବର୍ଣ୍ଣେ।ତ୍ସବମୟ ସାଫ୍ଟନ୍ତନ ଦୃଶ୍ୟ ଦର୍ଶନରେ ଭାବୁକ ରାଧାନାଥ ଆମ୍ବିଭୋର ହୋଇଉଠିଛନ୍ତି ଏବଂ ତାଙ୍କ ଲେଖନୀରୁ ଝରିପଡ଼ିଛି ରସାଳ, ପୁଷ୍କଳ ଓ ମନୋଜ୍ଞ ପଦାବଳୀ । ଚିଲିକା ପାଇଁ କବି କଣ୍ଠରୁ ଝରିପଡ଼ିଛି-
“ଅଟେ ସର୍ବଟୋଭା ସାମନ୍ତର ଟାକା
ପ୍ରକୃତିର ଚାରୁ ଆଲେଖ୍ୟ ଶାଳିକା ।’’
Question ୨୧ ।
ଶଂସିତ କବିତା ଆଧାରରେ ମୀନଜୀବୀମାନଙ୍କର ଭାବାବେଗ ବର୍ଣ୍ଣନା କର। କିମ୍ବା, ମୀନଜୀବୀମାନଙ୍କର କାର୍ଯ୍ୟାବଳୀ କବିଙ୍କ ପ୍ରାଣରେ କିପରି ଭାବାନ୍ତର ସୃଷ୍ଟି କରିଛି, ତାହା ପଠିତ କବିତାନୁସରଣରେ ଆଲୋଚନା କର ।
Answer:
ଆଧୁନିକ ଓଡ଼ିଆ କାବ୍ଯସାହିତ୍ୟର ଜନକ, ପ୍ରକୃତି କବି ରାଧାନାଥ ଊନବିଂଶ ଶତାବ୍ଦୀର ଶେଷଭାଗରେ ଆଧୁନିକ ଚିନ୍ତା ଓ ଚେତନାରେ ଅନୁପ୍ରାଣିତ ହୋଇ ଓଡ଼ିଆ ସାହିତ୍ୟରେ ଏକ ନୂତନ ଧାରା ପ୍ରବର୍ତ୍ତନ କରିଯାଇଛନ୍ତି । ପ୍ରାକୃତିକ ଶୋଭାବୈଭବରେ ଚିରକଲୀନ ଏହି କବି ନିଜର ଅସାଧାରଣ ସାରସ୍ଵତ ସୃଷ୍ଟିସମ୍ଭାରରେ ଓଡ଼ିଆ ବାଣୀଭଣ୍ଡାରକୁ କରିଛନ୍ତି ସୁସମୃଦ୍ଧ । ତାଙ୍କ ଲେଖନୀ ନିଃସୃତ ‘କେଦାର ଗୌରୀ’, ‘ନନ୍ଦିକେଶ୍ୱରୀ’, ‘ଚନ୍ଦ୍ରଭାଗା’, ‘ଉଷା’, ‘ପାର୍ବତୀ’, ‘ଦରବାର’, ‘ଚିଲିକା’ଏବଂ ‘ମହାଯାତ୍ରା’ଆଦି କବିଙ୍କ ଅସାଧାରଣ ପ୍ରତିଭାର ଜ୍ୱଳନ୍ତ ନିଦର୍ଶନ ।
ବିଳମ୍ବିତ ଗୋଧୂଳିରେ ବାରୁଣୀ ଗଗନ ରକ୍ତିମ ଆଭା ବିକିରଣ କରୁଥିବାବେଳେ ଚିଲିକାର ସାୟଂକାଳୀନ ପରିବେଶ ହୋଇଉଠେ ବର୍ଣ୍ଣୋତ୍ସବମୟ । ସନ୍ଧ୍ୟାର ମନୋଜ୍ଞ ପରିବେଶରେ କବିଙ୍କ ଭାବୁକ ପ୍ରାଣ ସୌନ୍ଦର୍ଯ୍ୟାନୁସନ୍ଧାନରେ ତତ୍ପର ହୋଇଉଠେ। ଚିଲିକା ବକ୍ଷରେ ସାୟଂନ୍ତନ ଦୃଶ୍ୟ ଦର୍ଶନରେ କବିପ୍ରାଣ ଉଲ୍ଲସିତ ହୋଇଉଠିଛି । ସୁଦୂର ପ୍ରାଚୀ ଦିଗ୍ବଳୟ ତଳୁ ମତ୍ସ୍ୟଜୀବୀମାନଙ୍କ ନୌକାମାନ କ୍ରମେ ଛାଯ୍ୟାକାରରେ ପରିଦୃଷ୍ଠ ହେବାକୁ ଲାଗେ। ମାନଜାବାମାନେ ସମୁଦ୍ର ମୁହ୍ୟପୂର୍ଣ୍ଣରୁ ମତ୍ସ୍ୟଜାବାମାନଙ୍କ ନୌକାମାନ କ୍ରମେ ଛାୟାକାରରେ ପରିଦୃଷ୍ଠ ହେବାକୁ ଲାଗେ । ମାନଜାବାମାନେ ସମୁଦ୍ର ମୁହାଣରୁ ମତ୍ସ୍ୟପୂର୍ଣ୍ଣ କୌକାମାନଙ୍କରେ ପାଲ ଟାଣିଦେଇ ତୀରାଭିମୁଖୀ ହେଉଥା’ନ୍ତି । ଭାଲେରୀ ଚୂଡ଼ାରେ ସନ୍ଧ୍ୟାତାରା ଦର୍ଶନ କରି ଚିଲିକାର ପୂର୍ବପାର୍ଶ୍ବରୁ ମତ୍ସ୍ୟଜୀବୀମାନଙ୍କ ଆନନ୍ଦ ମନରେ ମନଫୁଲାଣିଆ ଗୀତରେ ହଜିଯାଆନ୍ତି ।
ବହୁଦୂରରୁ ସେମାନଙ୍କ ତରୀମାନ ଛାୟାଚିତ୍ର ସମ ପରିଲକ୍ଷିତ ହେଉଥିଲାବେଳେ ସେମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ବଳଦେବ ରଥଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ର ଅମୃତ ପଦାବଳୀର ସୁମଧୁର ସଙ୍ଗୀତ ମୂହଁନାରେ ଚିଲିକା ବକ୍ଷ ପ୍ରତିଧ୍ଵନିତ ହୋଇଉଠେ । କବିସୂର୍ଯ୍ୟଙ୍କ ‘ଗଲାଣି ତ ଗଲା କଥାରେ ସଙ୍ଗୀତ’ଗୀତାମୃତ ସମୀର ସଞ୍ଚାଳିତ ହୋଇ କବିବର ରାଧାନାଥଙ୍କୁ ଆତ୍ମବିଭୋର କରିଛି । ‘ଚମ୍ପୂ’ ପଦାବଳୀର ଭାବଗାମ୍ଭୀର୍ଯ୍ୟ ତଥା ମୀନଜୀବୀଙ୍କ ସ୍ଵରମାଧୁରୀରେ ତଲ୍ଲୀନ ହୋଇ କବିମାନସ ଅତୀନ୍ଦ୍ରିୟ ରାଜ୍ୟରେ ବିଚରଣ କରିଛି । କଳ୍ପଲୋକରେ ରହି କବି ଅପ୍ରାକୃତ ପ୍ରେମମୂର୍ତି ଦର୍ଶନ ପୂର୍ବକ ଅନ୍ତରର ଭକ୍ତିପୂତ ଶ୍ରଦ୍ଧାଞ୍ଜଳ ଅର୍ପଣ କରିଛନ୍ତି । ଧୀବରମାନଙ୍କ କଣ୍ଠନିଃସୃତ ଚମ୍ପୂର ପଦାମୃତ ଗାନରୁ ସେମାନଙ୍କ
‘ଉଲ୍ଲାସର ଆତ୍ମା ପ୍ରାୟେ ଗୀତ-ତାନ
ହ୍ରଦ-ନୀଳ-ବକ୍ଷେ କରେ ଅନ ।’’
ମତ୍ସ୍ୟଜୀବୀମାନଙ୍କ ଉଲ୍ଲସିତ ମାନସିକତା କବିଙ୍କୁ ଆମୋଦିତ କରିଛି । ଜୀବନ-ଜୀବିକା ପାଇଁ ସମୁଦ୍ରରୁ ମାଛ ଧରିବା ସେମାନଙ୍କ ନିତ୍ୟନୈମିତ୍ତିକ କର୍ମ । ସନ୍ଧ୍ୟାରେ ମତ୍ସ୍ୟପୂର୍ଣ୍ଣ ନୌକାଧରି ସେମାନେ ଆତ୍ମତୃପ୍ତିରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ତୀରାଭିମୁଖୀ ନୌକାରେ ବସି କ୍ଳାନ୍ତି ଅପନୋଦନ ନିମିତ୍ତ ସେମାନଙ୍କ କଣ୍ଠରୁ ଝରିପଡ଼େ ତୃପ୍ତିର ସଙ୍ଗୀତ । ସ୍ଵଳ୍ପ ବିଳମ୍ବିତ ସନ୍ଧ୍ୟାରେ ଚିଲିକା ବକ୍ଷରେ ଭାସମାନ ନୌକାରେ ମଶାଲମାନ ପ୍ରଜ୍ଜ୍ୱଳିତ ହୋଇଉଠେ । ରାତ୍ରିର ଅନ୍ଧକାରରେ ମାଛ ମାରିବାପାଇଁ ମୀନଜୀବୀମାନେ ଏହି କୌଶଳ ଅବଲମ୍ବନ କରିଥାଆନ୍ତି ।
ଜ୍ଵଳନ୍ତ ମଶାଲର ଲେଲିହାନ ଅଗ୍ନିଶିଖାର ଆକର୍ଷଣରେ ମୀନମାନେ ନୌକା ମଧ୍ୟକୁ ଲମ୍ଫ ଦେଇଥାଆନ୍ତି ଓ ମତ୍ସ୍ୟଜୀବୀମାନେ ନୌକା ମଧ୍ୟରୁ ସେଗୁଡ଼ିକୁ ସଂଗ୍ରହ କରି ନିଅନ୍ତି । ମୀନମାନଙ୍କ ଏତାଦୃଶ ଆଚରଣ ଲକ୍ଷ୍ୟକରି କବି ସଂସାରରେ ପରିଲକ୍ଷିତ ଅଜ୍ଞାନ ମାନବ ଚରିତ୍ରର ଏକ ସାଧାରଣ ସତ୍ୟ ଉପଲବ୍ଧ-କରିଛନ୍ତି । କବିଙ୍କ ମତରେ ବାହାରକୁ ରମ୍ୟ ଓ ଲୋଭନୀୟ ପ୍ରତୀୟମାନ ହେଉଥିବା ବସ୍ତୁର ଅନ୍ତରାଳରେ ଏକ ମାରାତ୍ମକ ଭୟଙ୍କରିତା ଲୁକ୍କାୟିତ ହୋଇ ରହିଥାଏ । ମାନବ ସମାଜକୁ ଜୀବନ ସମ୍ପର୍କିତ ଏକ ଗୁରୁତ୍ଵପୂର୍ଣ୍ଣ ଶାଶ୍ୱତ ବାର୍ତ୍ତା ପ୍ରଦାନ କରି କବି କହିଛନ୍ତି
‘ଭବେ ପାପମୂର୍ତି ପରି ଅଟଇ ସେ,
ସ୍ପର୍ଶୀ ମାରାତ୍ମକ ରୂପେ ରମ୍ୟ ଦିଶେ;
ପାପ-ଗର୍ଭେ ଯେହ୍ନେ ପଡ଼ଇ ଅଜ୍ଞାନ,
ତରୀ ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ ।’’
ଜୀବିକା ନିର୍ବାହ ପାଇଁ ଚିଲିକା ତଟଦେଶରେ ଅବସ୍ଥାନ କରୁଥିବା ମତ୍ସ୍ୟଜୀବୀମାନେ ଚିଲିକା ତଥା ତତ୍ସଂଲଗ୍ନ ସମୁଦ୍ରରୁ ମାଛ ଧରି ଆନନ୍ଦରେ କାଳାତିପାତ କରନ୍ତି । ସାରାଦିନ ଅକ୍ଳାନ୍ତ ପରିଶ୍ରମ କରି ଆଶାନୁରୂପ ମତ୍ସ୍ୟ ଉତ୍ପାଦନ କଲାପରେ ଆତ୍ମତୃପ୍ତିରେ ନିଜର ଭାବାବେଗ ପରିପ୍ରକାଶ କରନ୍ତି ସଙ୍ଗୀତ ତାନରେ । କବି ସେମାନଙ୍କ ମନମତାଣିଆ ଗୀତଗାନରୁ ସେମାନଙ୍କ ଉଲ୍ଲସିତ ଭାବାବେଗକୁ ଅନୁଭବ କରିଛନ୍ତି ।
Question ୨୨ ।
ପଠିତ କବିତା ଅବଲମ୍ବନରେ ଚିଲିକାର ଯେଉଁ ରୂପରାଜି କବି ମାନସରେ ଉଦ୍ଭାସିତ ହୋଇଛି ତାହା ବର୍ଣ୍ଣନା କର । କିମ୍ବା, ଚିଲିକାର ସାୟଂକାଳୀନ ଦୃଶ୍ୟ ବର୍ଣ୍ଣନାରେ କବିଙ୍କ ଭାବାବେଗକୁ ପ୍ରକାଶ କର ।
Answer:
ଊନବିଂଶ ଶତାବ୍ଦୀର ଶେଷଭାଗରେ କବିବର ରାଧାନାଥ ଆଧୁନିକ ଚିନ୍ତା ଓ ଚେତନାରେ ଅନୁପ୍ରାଣିତ ହୋଇ କାବ୍ୟଧାରାରେ ସାହିତ୍ୟର ଯେଉଁ ନୂତନ ଧାରା ପ୍ରବର୍ତ୍ତନ କଲେ ତାହା ତାଙ୍କୁ ଯୁଗସ୍ରଷ୍ଟାର ଗୌରବରେ ମହିମାମଣ୍ଡିତ କଲା । ପ୍ରାଚୀନ କଥାବସ୍ତୁରେ ଆଧୁନିକ ରଙ୍ଗ ବୋଳି ସେ ଉତ୍କଳ ବାଣୀଭଣ୍ଡାରକୁ ଦେଇଗଲେ କାଳଜୟୀ ସୃଷ୍ଟି ସମ୍ପଦ । ପ୍ରକୃତିର ଅନନ୍ୟ ଉପାସକ କବିବର ରାଧାନାଥଙ୍କ ସୃଷ୍ଟିସମ୍ଭାର ମଧ୍ୟରେ ‘କେଦାରଗୌରୀ’, ‘ନନ୍ଦିକେଶ୍ୱରୀ’, ‘ଉଷା’, ‘ପାର୍ବତୀ’, ‘ଚନ୍ଦ୍ରଭାଗା’, ‘ଦରବାର’ ଓ ‘ମହାଯାତ୍ରା’ ଆଦି କାବ୍ୟସମୂହ କବିଙ୍କ ଅସାଧାରଣ ପ୍ରତିଭାର ପରିଚାୟକ । ଖଣ୍ଡକାବ୍ୟ ‘ଚିଲିକା’ ପ୍ରକୃତି ଉପରେ ସଂପୂର୍ଣ୍ଣ ରୂପେ ଆଧାରିତ ହୋଇଥିଲେ ହେଁ କବି ଏହି କାବ୍ୟରେ ଉତ୍କଳର ବହୁ ପ୍ରାଚୀନ କିମ୍ବଦନ୍ତୀ, ଉତ୍କଳ
ସାହିତ୍ୟର ଦୁରବସ୍ଥା ତଥା ନିଜ ଜୀବନ ଦର୍ଶନକୁ ସନ୍ନିବେଶିତ କରିବା ସହ ବହୁ ସାଧାରଣ ସାମାଜିକ ସତ୍ୟ ତଥା ନୈତିକ ବାର୍ତ୍ତା ପ୍ରେରଣ କରିଛନ୍ତି ପାଠକ ସମାଜକୁ । ଚିଲିକାର ସୌନ୍ଦର୍ଯ୍ୟକୁ କବି ଭାରତର ବିଭିନ୍ନ ସ୍ଥାନର ପ୍ରାକୃତିକ ଦୃଶ୍ୟ ସହ ତୁଳନା କରି ତାହାକୁ ଭାରତର ସର୍ବଶ୍ରେଷ୍ଠ ସୌନ୍ଦର୍ଯ୍ୟର ଗନ୍ତାଘର ଭାବେ ଉପସ୍ଥାପନ କରିଛନ୍ତି । ଚିଲିକାର ସୌନ୍ଦର୍ଯ୍ୟ କବି ଚକ୍ଷୁରେ ଚିର ଶାଶ୍ଵତ ତଥା ସ୍ୱର୍ଗୀୟ ।
ପଠିତ କବିତା ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ କବିଙ୍କ ଖଣ୍ଡକାବ୍ୟ ‘ଚିଲିକା’ର କୀୟଦଂଶ ଯେଉଁଥରେ କବିଙ୍କ ପ୍ରକୃତି ଚିତ୍ରଣର ମନ୍ମୟତା, ପୂଜ୍ୟପୂଜାର ମହାନତା ତଥା ସ୍ୱଜୀବନ ଦର୍ଶନର ବାସ୍ତବତା ପ୍ରତିଫଳିତ । ପ୍ରକୃତିର ଜଣେ ଚିହ୍ନରା ଗ୍ରାହକଭାବେ ଆହୁରି ମାଧୁର୍ଯ୍ୟବନ୍ତ । ଅପରୂପା ଲାବଣ୍ୟବତୀ ଚିଲିକା କବିଙ୍କ ଶିଳ୍ପୀ ହସ୍ତ ସ୍ପର୍ଶରେ ମହିମାନ୍ବିତ ହୋଇଉଠିଛି । ଦିଗବଳୟବ୍ୟାପୀ ବାରୁଣୀ ଗଗନର ରକ୍ତିମ ଆଭା ଚିଲିକାର ସ୍ଫଟିକ ସ୍ୱଚ୍ଛ ଜଳ ଦର୍ପଣରେ ପ୍ରତିବିମ୍ବିତ ହୋଇ ବିଳମ୍ବିତ ଗୋଧୂଳିର ଶୋଭାକୁ ବହୁଗୁଣିତ କରିଛି । ଚିଲିକା ପ୍ରାଚୀ ଚକ୍ରବାଳ ଉହାଡ଼ରୁ ମତ୍ସ୍ୟଜୀବୀମାନଙ୍କ ପାଲଟଣା ତରୀମାନ ଛାୟାସମ ପ୍ରତୀୟମାନ ହୋଇଛନ୍ତି ।
ସମୁଦ୍ର ମୁହାଣରୁ ମତ୍ସ୍ୟପୂର୍ଣ୍ଣ ନୌକାମାନ ଧରି ଉଲ୍ଲସିତ ମନରେ ମୀନଜୀବୀମାନେ ତୀରାଭିମୁଖୀ ହେଉଥୁଲାବେଳେ ସେମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ଗୀତାମୃତର ମଧୁର ମୂର୍ଦ୍ଦନା କବିଙ୍କୁ ଭାବବିହ୍ବଳ କରିଛି । ଉଲ୍ଲାସର ଆମ୍ବାସମ ସେହି ଗୀତ ତାନର ପ୍ରତିଧ୍ଵନି ସମୀର ସଞ୍ଚାଳିତ ହୋଇ ସମଗ୍ର ନୀଳହ୍ରଦରେ ବ୍ୟାପିଯାଇଛି । ଭାଲେରୀ ପାହାଡ଼ ଉହାଡ଼ରୁ ଦୃଶ୍ୟମାନ ହୋଇଛି ସନ୍ଧ୍ୟାତାରା । କ୍ରମେ କ୍ରମେ ଚିଲିକାର ମୃଦୁ ତରଙ୍ଗାୟିତ ଜଳରାଶି ଉପରେ ଚନ୍ଦ୍ରମାର ରଜତଶୁଭ୍ର ଆଲୋକରାଶି ଉଦ୍ଭାସିତ ହୋଇଉଠିଛି । କବିଙ୍କୁ ପ୍ରତୀତ ହୋଇଛି ସତେଯେପରି ଲାବଣ୍ୟମୟୀ ଦେବୀ ଦିଗଙ୍ଗନା ଜ୍ୟୋତ୍ସ୍ନା ରୂପକ ପାଟବସ୍ତ୍ର ପରିଧାନ କରି ସହାସ୍ୟ ବଦନରେ ବିରାଜମାନ କରିଛନ୍ତି । କବିଙ୍କ ଭାଷାରେ
‘‘ହସନ୍ତି ଚୌଦିଗେ ମଧୁର ହାସିନୀ
ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୂଳବାସିନୀ ।’’
ମତ୍ସ୍ୟଜୀବୀଙ୍କ କଣ୍ଠନିଃସୃତ କବିସୂର୍ଯ୍ୟଙ୍କ ‘କିଶୋର ଚନ୍ଦ୍ରାନନ ଚମ୍ପୁ ର ଅମୃତ ରସବର୍ଷୀ ପଦାବଳୀ ତଥା ଧୀବରମାନଙ୍କ ସୁରଲହରା କବିଙ୍କୁ ଅତାଦ୍ରିୟ ରାଜ୍ୟକୁ ଟାଣିଦେଇଛି। ଆମ୍ବବିସ୍ତୃ ତ କବି ଚଳହେବ ରଥଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାର ଭୂୟସା ପ୍ରଶଂସା କରିଛନ୍ତି । ବିଳମ୍ବିତ ସନ୍ଧ୍ୟାରେ ଚିଲିକା ବକ୍ଷର ଭାସମାନ ନୌକାଗୁଡ଼ିକରେ ମତ୍ସ୍ୟଜୀବୀମାନଙ୍କଦ୍ଵାରା ପ୍ରଜ୍ବଳିତ ମଶାଲ କବିଙ୍କ ଦୃଷ୍ଟି ଆକର୍ଷଣ କରିଛି । ଜ୍ଵଳନ୍ତ ମଶାଲର ଲେଲିହାନ ଶିଖାଦ୍ଵାରା ଆକର୍ଷିତ ମୀନମାନେ ନୌକା ଗର୍ଭକୁ ଲମ୍ଫପ୍ରଦାନ କରିଥାଆନ୍ତି । ଅକ୍ଳେଶରେ ମତ୍ସ୍ୟ ସଂଗ୍ରହ କରିବାପାଇଁ ମୀନଜୀବୀମାନଙ୍କ ଏତାଦୃଶ ପ୍ରକ୍ରିୟା ଲକ୍ଷ୍ୟକରି, କବି ମାନବ ଜୀବନର ଏକ ସାଧାରଣ ଚାରିତ୍ରିକ ଦୁର୍ବଳତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସଂସାରରେ ରମ୍ୟ ମୂର୍ତ୍ତିଧାରୀ ‘ପାପ’ ସାଧାରଣ ମଣିଷକୁ ଆକର୍ଷଣ କରି କିପରି ଯନ୍ତ୍ରଣାଦାୟକ ମୃତ୍ୟୁ ଗର୍ଭକୁ ଠେଲି ଦେଇଥାଏ ତାହା ଉଲ୍ଲେଖ କରି ମାନବ ସମାଜ ପ୍ରତି ଏକ ତାତ୍ତ୍ଵିକ ବାର୍ତ୍ତା ପ୍ରେରଣ କରିଛନ୍ତି ।
ଚିଲିକା ଗର୍ଭସ୍ଥ ସମାର ସଞ୍ଚଳିତ ତରଙ୍ଗାୟିତ ସୁନାଳ ଜଳରାଣି ଉପରେ ଭାସମାନ କ୍ରୈକାମୀନଙ୍କର ଉତ୍ଥାନ ପତନ ହେତୁ କେତେବେଳେ ସେସବୁ ସ୍ପଷ୍ଟ ପ୍ରତିଭାତ ହୋଇଥାଆନ୍ତି ତ କେତେବେଳେ ଅନ୍ତର୍ହିତ ହେବାପରି ପ୍ରତୀୟମାନ ହୋଇଥା’ନ୍ତି । ଏହି ଦୃଶ୍ୟ କବିଙ୍କ ମନରେ ଭାବାନ୍ତର ସୃଷ୍ଟି କରିଛି । ଦୁଃଖୀଜନର ଅନ୍ତରରେ କେତେବେଳେ ଆଶାର ଆଲୋକ ସୃଷ୍ଟି ହୋଇ ତାକୁ ଆମୋଦିତ କରିଥାଏ ତ ପୁଣି କେତେବେଳେ ତାହା ସଂପୂର୍ଣ୍ଣ ନିର୍ବାପିତ ହୋଇ ତାକୁ ଦୁଃଖ ଓ ନୈରାଶ୍ୟର ଘନ ଅନ୍ଧକାର ମଧ୍ୟକୁ ଠେଲିଦିଏ । ଏସବୁ ଦୃଶ୍ୟକୁ ବାସ୍ତବ ଜୀବନ ସହ ଯଥାର୍ଥ ତୁଳନା କରି କବି ନିଜ ବୌଦ୍ଧିକ ଚେତନାର ପରିଚୟ ପ୍ରଦାନ କରିଛନ୍ତି।
ସନ୍ଧ୍ୟା ଅତିକ୍ରାନ୍ତ ହୋଇ ରାତ୍ରିର ନିବିଡ଼ତା ବୃଦ୍ଧି ହେଲା ପରେ ଚିଲିକା ବକ୍ଷରେ ଜନକୋଳାହଳ କ୍ରମଶଃ ହ୍ରାସ ପାଇବାକୁ ଲାଗେ ଓ ନୀରବତା ରାଜୁତି କରିବାକୁ ଆରମ୍ଭ କରେ । ଚନ୍ଦ୍ରମାର ରଜତ ଶୁଭ୍ର ଧବଳ ଜ୍ୟୋତିରାଶି ଜଳ, ସ୍ଥଳ ଓ ଆକାଶରେ ବିଚ୍ଛୁରିତ ହୋଇ ଏକ ଅପରୂପ ଶୋଭା ଧାରଣ କରେ । ରାକା ରଜନୀର ଶୁଭ୍ରଜ୍ୟୋତ୍ସ୍ନାରେ ସମଗ୍ର ସୃଷ୍ଟି ପାରଦଧୌତ ହେଲାପରି ସ୍ପଷ୍ଟ ପରିଦୃଷ୍ଟ ହୁଏ । ଚିଲିକାବକ୍ଷସ୍ଥ ଦ୍ୱୀପ, ଶୈଳ, ବନରାଜି ଜଳ ଦର୍ପଣରେ ପ୍ରତିଫଳିତ ହୋଇ ଅନିର୍ବଚନୀୟ ଶୋଭାଶ୍ରୀ ଧାରଣ କରେ । ମସୃଣ ଶିଳାଖଣ୍ଡର ପୃଷ୍ଠଭାଗ ତଥା କୋମଳ-ସ୍ନିଗ୍ଧ ପତ୍ରାବଳୀ ଉପରେ ଜ୍ୟୋତ୍ସ୍ନାଲୋକର ପ୍ରତିଫଳନ ସେହି ଶୋଭାକୁ ବହୁଗୁଣିତ କରିଦିଏ ।
ପାର୍ଶ୍ଵଦେଶସ୍ଥ ବନଭୂମିରେ ଆଲୋକଛାୟାର ଯୁଗଳବନ୍ଦୀ ସର୍ପବେଷ୍ଟିତ ମହାଯୋଗୀ ଯୋଗମଗ୍ନ ମହେଶ୍ଵରଙ୍କ ତନ୍ଦ୍ରାବିଜଡ଼ିତ ରୁଦ୍ରଗମ୍ଭୀର ବିଶାଳବପୁର ଭ୍ରମ ସୃଷ୍ଟିକରେ । କ୍ରମେ ଗିରିବନଘେରା ତଟଦେଶ ଜନଶୂନ୍ୟ ହୋଇ ଚତୁର୍ଦ୍ଦିଗରେ ଖେଳିଯାଏ ଅଖଣ୍ଡ ନୀରବତା, ପ୍ରୀତିପ୍ରଦ ପ୍ରଶାନ୍ତି । ସେହି ନୀରବ ପରିବେଶକୁ ଲକ୍ଷ୍ୟକରି କବି କହିଛନ୍ତି, ସତେଯେପରି କଳି କଳୁଷ ଉପଦ୍ରବରେ ଅତିଷ୍ଠ ‘ଶାନ୍ତି’ ଜନକୋଳାହଳରୁ ଆସି ସେହି ସ୍ଥାନଟିକୁ ନିଜ ଆଶ୍ରୟସ୍ଥଳୀ ରୂପେ ବାଛି ନେଇଛନ୍ତି । ଉତ୍କଳ ଲକ୍ଷ୍ମୀଙ୍କ ବିଳାସ ସରୋବର, ମରାଳମାଳିନୀ ନୀଳାମ୍ବୁ ଚିଲିକାକୁ ସସ୍ନେହ ସମ୍ବୋଧନ କରି କବି କହିଛନ୍ତି
‘ଚିଲିକା ! ତୋହର ଏହି ଶୋଭାବନ
ବର୍ଣ୍ଣୋତ୍ସବମୟ ଦୃଶ୍ୟ ସାୟନ୍ତନ ।’’
Question ୨୩ ।
କବିତା ଅନୁସରଣରେ ଚିଲିକାର ସାୟନ୍ତନ ପରିବେଶ ବର୍ଣ୍ଣନା କରି ତୁମର ଜଣେ ବନ୍ଧୁଙ୍କ ନିକଟକୁ ପତ୍ରଟିଏ ଲେଖ ।
ନେତାଜା ଛାତ୍ରାବାସ
ତା ……………………
ପ୍ରିୟ ଶ୍ରେୟାନ୍,
ଶୁଭେଚ୍ଛା ନେବୁ । ଗତକାଲି ତୋ’ର ଚିଠି ପାଇଲି । ପରୀକ୍ଷାରେ ଭଲ କରିଛୁ ଜାଣି ଖୁସି ହେଲି । ମାସ ଶେଷବେଳକୁ ସ୍କୁଲ ଛୁଟିହେଲେ ଗାଁକୁ ଯିବି। ଆମ ସାହିତ୍ୟ ବହିର ଗୋଟିଏ ବିଷୟ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ ଆଜି ଗୁରୁଜୀ ଆମକୁ ଯେପରି ଭାବେ ପଢ଼ାଇଲେ, ତୁ ବିଶ୍ଵାସ କରିପାରିବୁନି । ଶ୍ରେୟାନ୍, ଆମକୁ ଲାଗିଲା ସତେ ଯେମିତି ଆମେ ଚିଲିକା କୂଳରେ ବସି ସନ୍ଧ୍ୟା ସମୟଟିକୁ ପ୍ରାଣଭରି ଉପଭୋଗ କରୁଛୁ । ଆଜି ସେ ବିଷୟରେ ତୋ’ ପାଖକୁ ଲେଖୁଛି । ଚିଠି ପଢ଼ି କେମିତି ଲାଗିଲା କହିବୁ ।
ଶ୍ରେୟାନ୍, ତୁ ତ ଜାଣିଛୁ । କବିବର ରାଧାନାଥ ଥିଲେ ଜଣେ ମହାନ୍ ପ୍ରକୃତି କବି । ଯୁଗ ଯୁଗ ଧରି ଅନ୍ୟ କବିମାନଙ୍କ ଲେଖନୀରେ ଯେଉଁ ପ୍ରକୃତି ଅବହେଳିତ ହୋଇଥିଲା, ରାଧାନାଥ ସେହି ପ୍ରକୃତି ସଙ୍ଗେ ଆତ୍ମୀୟତା ପ୍ରତିଷ୍ଠା କରି ଶହ ଶହ ବର୍ଷର ବିସ୍ମ ତିରୁ ତାହାକୁ ସାହିତ୍ୟାଲୋକକୁ ଟାଣିଆଣିଲେ । ପ୍ରକୃତି-ଭକ୍ତ ରାଧାନାଥ ଉତ୍କଳୀୟ ପ୍ରକୃତିର ରୂପଲାବଣ୍ୟ, ମନୋହାରିତା, ଶାନ୍ତିପୂର୍ଣ୍ଣତା ଓ ତା’ରି ମାଧ୍ୟମରେ ଜନ୍ମଭୂମିର ସୁଭଗତା ଓ ସମ୍ପଦଶାଳିତାକୁ ଶତମୁଖରେ କୀର୍ତ୍ତନ କଲେ । ବିଶେଷତଃ ରାଧାନାଥ ଚିଲିକାକୁ ଉତ୍କଳ କମଳାଙ୍କ ବିଳାସସ୍ଥଳୀ ଭାବେ ବର୍ଣ୍ଣନା କରି ଯେପରି ଭାବେ ତା’ର ପ୍ରାକୃତିକ
ବକ୍ଷରେ ସନ୍ତରଣଶୀଳ ମରାଳ-ମାଳିକା, ଚିଲିକାର ନୀଳ-ନିର୍ମଳ ବିଶାଳ ଜଳରାଶି, ଚିଲିକା ବକ୍ଷସ୍ଥିତ ଇନ୍ଦ୍ରନୀଳମଣି ବର୍ଣ୍ଣରଞ୍ଜିତ ଶୈଳରାଜି, ଶୋଭାର ଆଶ୍ରମ-ରୂପୀ ଚାରୁ ତୀରଭୂମିର ଗିରିଖୋଲ, ନାସି, କାନ୍ତାର-କନ୍ଦରା, ଶୈବାଳ ମସୃଣ, ଶିଳାଖଣ୍ଡ, ହରିତାୟମାନ ଦ୍ଵୀପମାଳା ଏ ସବୁକିଛି ରାଧାନାଥ ନେତ୍ର ସିଂହାସନରେ ଅଧୂରୂଢ଼ ହୋଇଛନ୍ତି । ସବୁକିଛିରେ କବିମାନସ ଅନୁସନ୍ଧାନ କରିବସିଛି ସୌନ୍ଦର୍ଯ୍ୟର ସତ୍ତା ଏବଂ ସେହି ସତ୍ତା ଭିତରେ କବି ଚାହିଁଛନ୍ତି, ପାଠକଶ୍ରେଣୀ ଅବଗାହନ କରି ଆନନ୍ଦର ଅଧିକାରୀ ହୁଅନ୍ତୁ । ଚିଲିକାର ସୌନ୍ଦର୍ଯ୍ୟରେ ଆତ୍ମହରା କବି ଗାଇଉଠିଛନ୍ତି-
‘ଆହା ଏ ଶୋଭାର କାହିଁ ପଟାନ୍ତର ?
ଥିଲେ ଥିବ ସ୍ଵର୍ଗେ ମର୍ଭେ ଅଗୋଚର ।’’
ଚିଲିକାରେ କବିଙ୍କ ସୂର୍ଯ୍ୟାସ୍ତ ବର୍ଣ୍ଣନା ଯେପରି ପୁଷ୍କଳ ଓ ହୃଦୟଗ୍ରାହୀ ହୋଇଉଠିଛି, ତତୋଽକ ମନୋମୁଗ୍ଧକର ହୋଇଛି ଚିଲିକାର ସାୟନ୍ତନ ଶୋଭାସମ୍ଭାର । ବାରୁଣୀ ଗଗନ ପୀତବର୍ଷରେ କାନ୍ତମୟ ହୋଇଉଠିଥିବାବେଳେ ଦୂର ଚକ୍ରବାଳରୁ ମତ୍ସ୍ୟଜୀବୀମାନଙ୍କ ପାଲଟଣା ନୌକାମାନ ଛାୟାସମ ପରିଦୃଷ୍ଟ ହୋଇଛି । ମତ୍ସ୍ୟପୂର୍ଣ୍ଣ ନାଆ ଉପରେ ବସି ଉଲ୍ଲସିତ ମୀନଜୀବୀମାନେ କବିସୂର୍ଯ୍ୟଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ସୁଲଳିତ ପଦାବଳୀକୁ ଗାନ କରି ପରିବେଶକୁ ସଙ୍ଗୀତମୟତାରେ ଭରି ଦିଅନ୍ତି । ଉଲ୍ଲାସର ଆତ୍ମା ସମ ସେହି ଗୀତତାନର ପ୍ରତିଧ୍ଵନି ଚିଲିକା ବକ୍ଷରେ ବିରାଜମାନ କରି କବିଙ୍କୁ ଆମୋଦିତ କରିଛି । ଭାଲେରି ପାହାଡ଼ ଉହାଡ଼ରେ ସନ୍ଧ୍ୟାତାରା ଓ ପ୍ରାଚୀ ଗଗନରେ ଚନ୍ଦ୍ରମା ଆକାଶକୁ ସ୍ନିଗ୍ଧ କିରଣରେ ରଞ୍ଜିତ କରି ଅପରୂପ ଶୋଭା ପରିପ୍ରକାଶ କରନ୍ତି ।
ପଶ୍ଚିମାକାଶର ରକ୍ତିମା ଓ ପୂର୍ବାକାଶର ଧବଳିମା ଦର୍ଶକ ପ୍ରାଣରେ ସୃଷ୍ଟିକରେ ଅନିର୍ବଚନୀୟ ଆନନ୍ଦ । ନବୋଦିତ ଚନ୍ଦ୍ରର ଚନ୍ଦ୍ରିକାରେ, ସମୀର ସଞ୍ଚାଳିତ ମୃଦୁ ତରଙ୍ଗାୟିତ ଜଳରାଶି, ଚିଲିକାର ଦ୍ଵୀପରାଜି, ତୀରଦେଶ ଓ ସମଗ୍ର ଆକାଶମଣ୍ଡଳ ପାରଦଧୌତ ହେଲା ପରି ପ୍ରତୀୟମାନ ହୁଏ । ରାତ୍ରିକାଳରେ ମୀନଜୀବୀମାନେ ନୌକାରେ ମଶାଲମାନ ଜଳାଇ ଅଭିନବ ଉପାୟରେ ମତ୍ସ୍ୟସଂଗ୍ରହ କରନ୍ତି । ମଶାଲର ଉଜ୍ଜଳ ଲେଲିହାନ ଶିଖାରେ ଆକର୍ଷିତ ହୋଇ ମୀନମାନେ ନୌକା ମଧ୍ୟକୁ ଲମ୍ଫ ଦେଇଥାଆନ୍ତି । ଏହି ଦୃଶ୍ୟକୁ ଲକ୍ଷ୍ୟ କଲାବେଳେ କବି ସଂସାରର ଏକ ଗୁରୁତ୍ଵପୂର୍ଣ୍ଣ ତତ୍ତ୍ବ ବର୍ଣ୍ଣନା କରି କହିଛନ୍ତି ଯେପରି ଆଖୁକୁ ମନୋହର ପ୍ରତୀତ ହେଉଥିବା ‘ପାପ’ର ଆକର୍ଷଣରେ ମୂର୍ଖ ମାନବ ପାପଗର୍ଭ ମଧ୍ୟକୁ ପ୍ରବେଶ କରେ ଓ ଯନ୍ତ୍ରଣା ଜର୍ଜରିତ ହୋଇ ଅକାଳରେ ପ୍ରାଣପାତ କରେ, ଠିକ୍ ସେହିପରି ମୀନଗଣ ମଶାଲ ଅଗ୍ନିରେ ଆକର୍ଷିତ ହୋଇ ନୌକା ମଧ୍ୟକୁ ଲମ୍ଫଦେଇ ପ୍ରାଣ ହରାଇଥାଆନ୍ତି ।
ତରଙ୍ଗାୟିତ ଜଳରାଶି ଉପରେ ଦୂରରୁ ଭାସି ଆସୁଥୁବା ନୌକାମାନଙ୍କର ସମତାଳରେ ଉତ୍ଥାନ ପତନ ହେତୁ ନୌକାଗୁଡ଼ିକର ମଶାଲ ଶିଖା କେତେବେଳେ ସ୍ପଷ୍ଟ ଦୃଶ୍ୟମାନ ହୋଇଉଠେ ତ ପୁଣି କେତେବେଳେ ଅନ୍ତର୍ହିତ ହେଲାପରି ପ୍ରତୀୟମାନ ହୁଏ । ଏହାକୁ ଅତି ସୁନ୍ଦର ଭାବେ କବି ଦୁଃଖୀ ଜନର ଅନ୍ତରରେ ସୃଷ୍ଟ ଆଶା ଓ ନୈରାଶ୍ୟର ଲୁଚକାଳି ଖେଳ ସହ ତୁଳନା କରିଛନ୍ତି । ବିଳମ୍ବିତ ସନ୍ଧ୍ୟାରେ ରାତ୍ରିର ନିବିଡ଼ତା ବଢ଼ିଚାଲେ ଓ ଚିଲିକାର ତୀରଦେଶ ଓ ବକ୍ଷସ୍ଥଳୀରୁ କୋଳାହଳ କମିବାରେ ଲାଗେ । ଚିଲିକାର ପରିବେଶ ହୋଇଉଠେ ଶାନ୍ତ ଶୀତଳ, ଆଉ ଚିଲିକା ହୋଇଉଠେ ଭାବୁକମାନଙ୍କର ପରମ ପ୍ରିୟ । କବିବରଙ୍କ ଦୃଷ୍ଟିରେ ସେହି ଦୃଶ୍ୟ ହେଉଛି-
“ଅଟେ ସର୍ଗଶୋଭା ସାମନ୍ତର ଟାକା
ପ୍ରକୃତିର ଚାରୁ ଆଲେଖ୍ୟ-ଶାଳିକା ।’’
ଚିଲିକାର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାକୁ ଯାଇ କବି ନିଜ ଭାଷାର ଯାଦୁକରୀ ମାୟାରେ ପାଠକକୁ ଅଭିଭୂତ କରିଛନ୍ତି । କବିଙ୍କ ମାନସରାଜ୍ୟରେ ଉଦ୍ଭାସିତ ଛାୟାଚିତ୍ରକୁ କବି ପାଠକର ମାନସ ଦର୍ପଣରେ ପ୍ରତିବିମ୍ବିତ କରାଇବାରେ ସକ୍ଷମ ହୋଇଚ୍ଛନ୍ତି ରାଧାନାଥଙ୍କ ଲେଖନୀ ସମଗ୍ର ଭାବରେ କେବଳ ଅନୁସନ୍ଧାନ କରିଛି ସୌନ୍ଦର୍ଯ୍ୟର ସତ୍ତା, ଯେଉଁ ସତ୍ତା ମଧ୍ୟରେ ଲୁକ୍କାୟିତ ହୋଇ ରହିଛି ଆନନ୍ଦର ବାରିଧାରା । ଜ୍ୟୋତ୍ସା ଲୋକରେ ଚିଲିକା ଗର୍ଭସ୍ଥ ଦ୍ଵାପରାକି ଓ ତନ୍ମଧ୍ୟସ୍ଥ ଶୈଳରାଜି ଜଳ ଦର୍ପଶରେ ପ୍ରତିବିମ୍ବିତ ହୋଇ ଅନୁପମ ଶୋଭା ଧାରଣ କରିଛି । ହ୍ରଦ ମଧ୍ୟସ୍ଥ ଗିରିବନ, ଶୈଳଶିଖର କ୍ଷୀରସିନ୍ଧୁ ସହୋଦର ଜ୍ୟୋସ୍ଟାଣ୍ଡବରେ ଭାସି ବୁଲିବାର ଭ୍ରମ ସୃଷ୍ଟି କରିଛି ।
ପାର୍ଶ୍ଵଦେଶ ବନସ୍ଥଳୀରେ ଆଲୋକ ଛାୟାର ଲୁଚକାଳି ଖେଳ ମହାଯୋଗୀ ମହେଶ୍ଵରଙ୍କ ରୁଦ୍ରସୁନ୍ଦର ବିଶାଳ ବପୁର ଭ୍ରମ ସୃଷ୍ଟି କରିଛି । କ୍ରମେ କ୍ରମେ ଗିରିବନ ଘେରା ଉପକୂଳ ଜନଶୂନ୍ୟ ହୋଇଉଠିଛି । କେବଳ ଦୂରରୁ ଭାସିଆସୁଥିବା ନିର୍ଝରର କଳତାନ ଓ ଝିଙ୍କାରିର ଝଙ୍କାର ଘନ ନିଶିଥୁନୀର ସୂଚନା ପ୍ରଦାନ କରି ଚାଲିଛି । କବିଙ୍କୁ ପ୍ରତୀତ ହୋଇଛି ସତେ ଯେପରି କଳିକଳୁଷ ଉପଦ୍ରବରେ ଅତିଷ୍ଠ ହୋଇ ଶାନ୍ତିଦେବା ଜନକୋଳାହଳପୂର୍ଣ୍ଣ ସ୍ଥାନ ତ୍ୟାଗ କରି ଏହି ଚିଲିକାତୀରକୁ ନିଜ ବିଶ୍ରାମସ୍ଥଳୀ ଭାବେ ବାଛି ନେଇଛନ୍ତି । ଶ୍ରେୟାନ୍, ଭାବାବେଗରେ ବହୁତ କିଛି ଲେଖୁଦେଲି । ଅଧିକ ଲେଖୁ ତୋତେ ଧୈର୍ଯ୍ୟଚ୍ୟୁତ କରିବାକୁ ଚାହୁଁନି । ଘରେ ମଉସାମାଉସୀଙ୍କୁ ମୋର ପ୍ରଣାମ ଓ ସାନ ଭାଇଭଉଣୀଙ୍କୁ ସ୍ନେହ ଜଣାଇ ରହୁଛି ।
|| ଇତି ||
ତୋର ସ୍ନେହାବଦ୍ଧ
ପ୍ରଦ୍ୟୁମ୍ନ
ଠିକ ଶା
ପ୍ରେରକ | ପ୍ରାପ୍ତେଷୁ |
ପ୍ରଦ୍ୟୁମ୍ନ ପଟ୍ଟନାୟକ | ଶ୍ରେୟନ୍ ମହାନ୍ତି |
ମାର୍ଫତ ପ୍ରଦୋଷ ପଟ୍ଟନାୟକ | ମାର୍ଗତ – ଶୌଭିତ୍ ମହାନ୍ତି |
ନେତାଜା ଛାତ୍ରାବାସ | ମହାରଣାର ନଗର |
ଆଠଗଡ଼ ହାଇସ୍କଲ | ପୋ. – ତୁଳସୀପୁର |
ପୋ. – ଆଠଗଡ଼ | ଜି. – କଟକ |
ଜି. – କଟକ |
ତୁମ ପାଇଁ କାମ
Question ୨୪ ।
ଚିଲିକା ଖଣ୍ଡକାବ୍ୟଟି ପଢ଼ ।
Question ୨୫ ।
ଓଡ଼ିଆ ସାହିତ୍ୟରେ ଚିଲିକା ବିଷୟରେ ଥିବା ଅନ୍ୟ ଲେଖାମାନ ସଂଗ୍ରହ କରି ପଢ଼ ।
Question ୨୬ ।
ଚିତ୍ର ମାଧ୍ୟମରେ ଚିଲିକାର ସାୟଂକାଳୀନ ଦୃଶ୍ୟ ଅଙ୍କନ କରି ସାହିତ୍ୟ ଶିକ୍ଷକଙ୍କୁ ଦେଖାଅ ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]
ବଷ୍ଥନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର
Question 1.
ପୂର୍ବ ଦିଗ୍ବଳୟରେ କବି କାହାର ଛାୟାଚିତ୍ର ଦେଖୁଛନ୍ତି ?
Answer:
ଧାରରଙ୍କ ନୌକାଗୁଡ଼ିକର
Question 2.
ସର୍ପମଣ୍ଡିତ ଶିବଙ୍କ ସହିତ କବି କାହାକୁ ତୁଳନା କରିଛନ୍ତି ?
Answer:
ବନଭୂମି
Question 3.
ନିଶୀଥୁନୀର ପ୍ରଭାବକୁ କିଏ ପ୍ରଚାର କରୁଛି ?
Answer:
ହର ଝରନାଦ/ଝିଙ୍କାରି – ଝଙ୍କାର
Question 4.
ମଶାଲ ଦେଖୁ ମୀନମାନେ କ’ଣ କରିବେ ?
Answer:
ତରୀ ଗର୍ଭରେ ପଡ଼ି ପ୍ରାଣ ଦେବେ
Question 5.
ଚିଲିକା ପବନରେ କେଉଁ କବିଙ୍କ ସଙ୍ଗୀତ ଭାସି ଆସୁଥୁଲା ?
Answer:
କବିସୂର୍ଯ୍ୟଙ୍କ
Question 6.
ସମୁଦ୍ର ମୁହାଣରୁ ମାଛଧରି ଧୀବରମାନେ କେଉଁ କଥା ଭାବି ଫେରୁଥିଲେ ?
Answer:
ନିଜ ଘରକଥା
Question 7.
ଭାଲେରି ପର୍ବତ ଚିଲିକାର କେଉଁ ଦିଗରେ ଅବସ୍ଥିତ ?
Answer:
ପଶ୍ଚିମ
Question 8.
ପଠିତ କବିତାରେ କଳି ଉପଦ୍ରବରେ ଲୋକାଳୟ ତ୍ୟାଗ କରି କିଏ ଗିରି ବନଦେଶରେ ଆଶ୍ରୟ ନେଇଥିବାର ସମ୍ଭାବନା କରାଯାଇଛି ?
Answer:
ଶାନ୍ତି
Question 9.
ମାନ-ଆକର୍ଷଣ ଆଶାରେ ପୋତପାଳ ତରଶାରେ କ’ଣ କରେ?
Answer:
ମଶାଲ ଜଳାଏ
Question 10.
ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ଠାନ – ଏକଥା କାହାକୁ ଲକ୍ଷ୍ୟ କରି କୁହାଯାଇଛି ?
Answer:
କବିସ୍ୱର୍ଯ୍ୟ ବଳଦେବ ରଥ
ପରୀକ୍ଷା ଉପଯୋଗୀ ଅତିରି
(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
Question 1.
ମୀନଜୀବୀମାନେ କେଉଁଠାରୁ ମାଛ ଧରିବା କଥା କବି ବର୍ଣ୍ଣନା କରିଛନ୍ତି ?
Answer:
ମୀନଜୀବୀମାନେ ସମୁଦ୍ର ମୁହାଣରୁ ମାଛ ଧରିବା କଥା କବି ବର୍ଣ୍ଣନା କରିଛନ୍ତି ।
Question 2.
‘ପୋତପାଳ’ କହିଲେ କ’ଣ ବୁଝ ?
Answer:
ପୋତପାଳ – ‘ପୋତ’ ଅର୍ଥାତ ନାବ ଓ ‘ପାଳ’ ଅର୍ଥାତ୍ ପାଳନକର୍ତ୍ତା ବା ମୁଖ୍ୟ, ସୁତରାଂ ପୋତପାଳ କହିଲେ ନାବମୁଖ୍ୟ ବା ମୀନଜୀବୀକୁ ବୁଝାଏ ।
Question 3.
କବି କାହାକୁ ଉତ୍କଳ ଭୁବନରେ ମୃତ୍ୟୁଞ୍ଜୟ ବୋଲି କହିଛନ୍ତି ?
Answer:
କବି କବିସୂର୍ଯ୍ୟ ବଳଦେବ ରଥଙ୍କୁ ଉତ୍କଳ ଭୁବନରେ ମୃତ୍ୟୁଞ୍ଜୟ ବୋଲି କହିଛନ୍ତି ।
Question 4.
ଚିଲିକା ମାରୁତ ଦୂରରୁ କ’ଣ ବହି ଆଣୁଥୁଲା ?
Answer:
ଚିଲିକା ମାରୁତ ଦୂରରୁ ମୀନଜୀବୀମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ଗୀତାମୃତକୁ ବହି ଆଣୁଥୁଲା ।
Question 5.
କିଏ ଲୋକାଳୟ ତ୍ୟାଗ କରି ଚିଲିକାକୁ ଆଶ୍ରୟ କରିଛନ୍ତି ବୋଲି କବି କହିଛନ୍ତି ?
Answer:
ଶାନ୍ତିଦେବୀ ଲୋକାଳୟ ତ୍ୟାଗକରି ଚିଲିକାକୁ ଆଶ୍ରୟ କରିଛନ୍ତି ବୋଲି କବି କହିଛନ୍ତି ।
Question 6.
କବି କାହାକୁ ପାପମୂର୍ତ୍ତି ସହ ତୁଳନା କରିଛନ୍ତି ?
Answer:
କବି ନାବବକ୍ଷରେ ପ୍ରଜ୍ୱଳିତ ମଶାଲକୁ ପାପମୂର୍ତ୍ତି ସହ ତୁଳନା କରିଛନ୍ତି ।
Question 7.
‘ଗଲାଣି ତ ଗଲା କଥାରେ ସଙ୍ଗାତ’- ଏହା କବିଙ୍କ କେଉଁ କାବ୍ୟର ଏକ ଅଂଶ ?
Answer:
‘ଗଲାଣି ତ ଗଲା କଥାରେ ସଙ୍ଗୀତ’- ଏହା କବିସୂର୍ଯ୍ୟ ବଳଦେବ ରଚିତ ‘କିଶୋର ଚନ୍ଦ୍ରାନନ୍ଦ ଚତ୍ସ’ କାବ୍ୟର ଏକ ଅଂଶ ।
Question 8.
କବିବରଙ୍କ କେଉଁ ସୃଷ୍ଟି ଓଡ଼ିଆ ସାହିତ୍ୟରେ ପ୍ରଥମ ପ୍ରବନ୍ଧ ଭାବେ ବିବେଚିତ ?
ଭ-
କବିବରଙ୍କ ରଚିତ ପ୍ରବନ୍ଧ ‘ବିବେକୀ’ ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧ ଭାବେ ବିବେଚିତ ।
Question 9.
କବିବରଙ୍କ ଲିଖୂତ ଗଳ୍ପର ନାମ କ’ଣ ?
Answer:
କବିବରଙ୍କ ଲିଖ୍ ଗଳ୍ପର ନାମ ହେଉଛି ‘ଇତାଲୀୟ ଯୁବା’।
Question 10.
‘ଚିଲିକା’ ଭିନ୍ନ ରାଧାନାଥଙ୍କ ଅନ୍ୟ ଦୁଇଗୋଟି କାବ୍ୟର ନାମ ଲେଖ ।’
Answer:
ରାଧାନାଥଙ୍କ ରଚିତ ‘ଚିଲିକା’ ଭିନ୍ନ ଅନ୍ୟ ଦୁଇଗୋଟି କାବ୍ୟର ନାମ ହେଲା ‘ଚନ୍ଦ୍ରଭାଗା’ ଓ ‘ପାର୍ବତୀ’ ।
Question 11.
ସମୁଦ୍ର ମୁହାଣରୁ ମତ୍ସ୍ୟ ଧରି ଫେରୁଥିଲାବେଳେ ମତ୍ସ୍ୟଜୀବୀମାନଙ୍କ ମନରେ କି ଭାବନା ଥିଲା ?
Answer:
ସମୁଦ୍ର ମୁହାଣରୁ ମତ୍ସ୍ୟ ଧରି ଫେରୁଥିଲାବେଳେ ମତ୍ସ୍ୟଜୀବୀମାନଙ୍କ ମନରେ ନିଜ ନିଜ ଗୃହଚିନ୍ତା ଥିଲା ।.
Question 12.
‘ଯଶୋଦେହେ ଆୟୁଷ୍ମାନ’- ଏହା କାହା ଉଦ୍ଦେଶ୍ୟରେ କୁହାଯାଇଛି ?
Answer:
‘ଯଶୋଦେହେ ଆୟୁଷ୍ମାନ’ କବିସୂର୍ଯ୍ୟ ବଳଦେବ ରଥଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ।
Question 13.
କବି କାହାକୁ ‘ଉଲ୍ଲାସର ଆତ୍ମା’ ବୋଲି ବର୍ଣ୍ଣନା କରିଛନ୍ତି ?
Answer:
ମତ୍ସ୍ୟଜୀବୀମାନଙ୍କ ମୁଖନିଃସୃତ କବିସୂର୍ଯ୍ୟଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ର ଗୀତାମୃତ ‘ଗଲାଣି ତ ଗଲା କଥାରେ ସଙ୍ଗାତ’ ଶୀର୍ଷକ ଲଳିତ୍ର କୋମଳ ଗୀତାବଳୀର ସଙ୍ଗୀତକୁ କବି ‘ଉଲ୍ଲାସର ଆତ୍ମା’ ବୋଲି ବର୍ଣ୍ଣନା କରିଛନ୍ତି ।
Question 14.
ଦୁଃଖୀଜନର୍ ଅନ୍ତର ମଧ୍ଯରେ କାହାର ଉତ୍ଥାନ ପତନ କଥା କବି କହିଛନ୍ତି ?
Answer:
ଦୁଃଖୀଜନର ଅନ୍ତର ମଧ୍ୟରେ ସୃଷ୍ଟ ଆଶାର ଉତ୍ଥାନ ପତନ କଥା କବି ଉଲ୍ଲେଖ କରିଛନ୍ତି ।
Question 15.
କବି ‘କ୍ଷୀରୋଦ-ସୋଦର’ ବୋଲି କାହାକୁ କହିଛନ୍ତି ?
Answer:
ଜ୍ୟୋତ୍ସ୍ନାବିଧୌତ ରାତ୍ରିକୁ ଜ୍ୟୋତ୍ସ୍ନାର୍ଣ୍ଣବ ଭାବେ ଅଭିହିତ କରି ତାହାକୁ ‘କ୍ଷୀରୋଦ-ସୋଦର’ ବୋଲି କବି ବର୍ଣ୍ଣନା କରିଛନ୍ତି ।
Question 16.
କେଉଁ ଶବ୍ଦ ରାତ୍ରିର ଗଭୀରତା ଦର୍ଶାଏ ବୋଲି କବି କହିଛନ୍ତି ?
Answer:
ଦୂରରୁ ଭାସି ଆସୁଥିବା ନିର୍ଝରର କଳନାଦ ଓ ଝଙ୍କାରିର ଝି ଝି ଶବ୍ଦ ହିଁ ରାତ୍ରିର ଗଭୀରତା ଦର୍ଶାଇଥାଏ ବୋଲି କବି
Question 17.
ବଳଦେବ ରଥଙ୍କ ରଚିତ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ର କେଉଁ କାବାଂଶ ଗୃହକୁ ପ୍ରତ୍ୟାବର୍ତ୍ତନ କାଳରେ ଧୀବରମାନଙ୍କ ମୁଖରୁ ନିଃସୃତ ହୋଇଛି ?
Answer:
ବଳଦେବରଥଙ୍କ ରଚିତ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ କାବ୍ୟର ଏକ ଅଂଶ ‘ଗଲାଣି ତ ଗଲା କଥାରେ ସଙ୍ଗୀତ’ ଗୃହକୁ ପ୍ରତ୍ୟାବର୍ତ୍ତନ କାଳରେ ଧୀବରମାନଙ୍କ ମୁଖରୁ ନିଃସୃତ ହୋଇଛି ।
(B) ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।
Question 1.
ମୀନମାନଙ୍କୁ ଆକୃଷ୍ଟ କରିବାପାଇଁ ପୋତପାଳମାନେ ନୌକାରେ କ’ଣ ଜାଳନ୍ତି ?
Answer:
ମଶାଳ
Question 2.
ମୀନମାନେ କେଉଁଠାକୁ ଡେଇଁ ପ୍ରାଣ ଦେବେ ବୋଲି ‘ଚିଲିକାରେ ସାୟନ୍ତନ’ କବିତାରେ କବି କହିଛନ୍ତି ?
Answer:
ତରା ଗର୍ଭକୁ
Question 3.
ନିଶାଗମନରେ ଅବନୀ କେଉଁ ରୂପ ଧାରଣ କରିଛି ?
Answer:
ନିଶ୍ଚଳ
Question 4.
ନିଶୀଥୁନୀର ପ୍ରଭାବକୁ କିଏ ପ୍ରଚାର କରୁଛି ବୋଲି କବି କହିଛନ୍ତି ?
Answer:
ଝିଙ୍କାରି – ଝଙ୍କାର
Question 5.
କଳି ଉପଦ୍ରବ ହେତୁ ଲୋକାଳୟ ତ୍ୟାଗକରି ଶାନ୍ତି ଦେବୀ କେଉଁଠାରେ ଆଶ୍ରୟ ନେଲେ ବୋଲି କବି କହିଛନ୍ତି ?
Answer:
ଚିଲିକାରେ
Question 6.
ନଦୀ ବା ସମୁଦ୍ର ମଧ୍ୟକୁ ପଶି ଯାଇଥବା ପର୍ବତ ବା ସ୍ଥଳଭାଗକୁ କ’ଣ କୁହାଯାଏ ?
Answer:
ନାମି
Question 7.
ହ୍ରଦ ମଧ୍ୟଭାଗରେ କାହାର ପ୍ରତିବିମ୍ବ ଶୋଭାପାଉଛି ?
Answer:
ଶୈଳର
Question 8.
ଅଜ୍ଞାନ କେଉଁ ଗର୍ଭରେ ପଡ଼େ ?
Answer:
ପାପ ଗର୍ହଁରେ
Question 9.
କବିବର ରାଧାନାଥ ରାୟ ଆଧୁନିକ ଓଡ଼ିଆ କାବ୍ୟଧାରାର କ’ଣ ଥିଲେ ?
Answer:
ଭିତ୍ତି ସଂସ୍ଥ।ପକ
Question 10.
ବାଲେଶ୍ଵର ଜିଲ୍ଲାର କେଉଁ ଗ୍ରାମରେ ରାଧାନାଥ ଜନ୍ମଗ୍ରହଣ କରିଥିଲେ ?
Answer:
ଙ୍କେଦାରପୁର
Question 11.
ଖଣ୍ଡବାକ୍ୟ ଚିଲିକା କବିଙ୍କର ଏକ କି ପ୍ରକାର କାବ୍ୟ ?
Answer:
ପ୍ରକୃତି କାବ୍ୟ
Question 12.
‘ଚିଲିକାରେ ସାୟନ୍ତନ ଦୃଶ୍ୟ’ କବିତାରେ କବିଙ୍କର କେଉଁ ଚିତ୍ତବୃତ୍ତି ପ୍ରତିଫଳିତ ହେଉଛି ?
Answer:
ସୌନ୍ଦର୍ଯ୍ୟ
Question 13.
କବି ରାଧାନାଥ ତାଙ୍କ କବିତାରେ କାହା ପ୍ରତି ଶାଶ୍ୱତ ବାର୍ତ୍ତା ଦେଇଛନ୍ତି ?
Answer:
ଜୀବନ ପ୍ରତି
Question 14.
ମୀନଜୀବୀମାନଙ୍କର ନାବଗୁଡ଼ିକ କେଉଁଠାରେ ଦେଖାଯାଉଥିଲା ?
Answer:
ପୂର୍ବ ଦିଗ୍ ବଳୟରେ
Question 15.
ମୀନଜୀବୀମାନେ ମାଛ ଧରି ସାରି ଫେରିବା ସମୟରେ କେଉଁ କଥା ଭାବୁଥିଲେ ?
Answer:
ଗୃହ କଥା
Question 16.
ମୀନଜୀବୀମାନେ ସନ୍ଧ୍ୟାତାରା କେଉଁ ଶିଖରରେ ଦେଖୁଥିଲେ ?
Answer:
ଭାଲେରି ଶିଖରେ
Question 17.
ଆକାଶରେ ସନ୍ଧ୍ୟାତାରା କେଉଁ ସମୟରେ ଦେଖାଯାଏ ?
Answer:
ସାୟଂକାଳରେ
Question 18.
ଶ୍ମଶାନ କେଉଁ ଦେହକୁ ଗ୍ରାସ କରେ ?
Answer:
ମାଟି ଦେହକୁ
Question 19.
କବି କେଉଁ ଦେହକୁ ଆୟୁଷ୍ଠାନ ବୋଲି କହିଛନ୍ତି ?
Answer:
ଯଶୋଦହକୁ
Question 20.
କାହା ମନରେ ଆଶାର ଉତ୍ଥାନ ପତନ ହୁଏ ବୋଲି କବି କହିଛନ୍ତି ?
Answer:
ଦୁଃଖା ମନରେ
Question 21.
ରାତ୍ରିର ଆଗମନ ହେତୁ କ’ଣ ବଞ୍ଚରୁ ନାହିଁ ବୋଲି କବି କହିଛନ୍ତି ?
Answer:
ଲୋକ କୋଳାହଳ
Question 22.
କେଉଁମାନେ ଚନ୍ଦ୍ର କିରଣରେ କୁଡୁବୁଡୁ ହୋଇଛନ୍ତି ବୋଲି କବି ବର୍ଣ୍ଣନା କରିଛନ୍ତି ?
Answer:
ଜଳ, ସ୍ଥଳ ଓ ଆକାଶ
Question 23.
କବି ରାତ୍ରିକାଳରେ କାହାର ଝଙ୍କାର ଶୁଣିଛନ୍ତି ?
Answer:
ଝିଙ୍କାରିକ ଝିଙ୍କାରିର
Question 24.
କବି ଚିଲିକାର ସାୟନ୍ତନ ଦୃଶ୍ୟକୁ କ’ଣ ବୋଲି କହିଛନ୍ତି ?
Answer:
ବର୍ଣ୍ଣେତ୍ସବମୟ
Question 25.
ଏ ଲୀଳା – ରଚନ୍ତି ଦେବୀ ବାଗୀଶ୍ବରୀ – ଉକ୍ତ ପଦର କେଉଁ ଶବ୍ଦ ‘ସରସ୍ଵତୀ’ଙ୍କୁ ବୁଝାଉଛି ?
Answer:
ଚାଗାଶ୍ୱରା
Question 26.
ନୌକାରେ ମାଛ ପଡ଼ି ପ୍ରାଣ ଦେବାବେଳେ ତାକୁ କାହା ସହିତ କବି ତୁଳନା କରିଛନ୍ତି ?
Answer:
ଅଜ୍ଞାନ
Question 27.
‘ଚିଲିକାରେ ସାୟନ୍ତନ’ କବିତାର କବି କେଉଁ ସମୟର ଦୃଶ୍ୟ ବର୍ତ୍ତନ କରିଛନ୍ତି ?
Answer:
ସକ୍ଷ୍ୟା
Question 28.
‘ଦିଗଙ୍ଗନା’ ଶବ୍ଦଟି ସହ କବିତାର କେଉଁ ଶବ୍ଦର ସମ୍ପର୍କ ରହିଛି ?
Answer:
ମଧୁର – ହାସିନା
Question 29.
ଚଉଦିଗରେ କେଉଁମାନେ ହସନ୍ତି ବୋଲି କବି କହିଛନ୍ତି ?
Answer:
ଦିଗଙ୍ଗନାମାନେ
Question 30.
ପୋତପାଳମାନେ ରାତ୍ରିରେ ତରଣୀରେ କ’ଣ ଜାଳନ୍ତି ?
Answer:
ମଶାଲ
Question 31.
କବି ସଂସାରରେ କାହାକୁ ପାପମୂର୍ତ୍ତି ପରି ବୋଲି କହିଛନ୍ତି ?
Answer:
ମଶାଲକୁ
Question 32.
ବୋଇତ ଥରେ ଦୃଶ୍ୟମାନ ଓ ଥରେ ଅନ୍ତର୍ହିତ ହୁଏ କାହିଁକି ?
Answer:
ତରଙ୍ଗରେ ତୋହଲୁଥ୍ ବାରୁ
Question 33.
କେଉଁମାନଙ୍କୁ କବି ଜ୍ୟୋତ୍ସ୍ନା ଦୁକୂଳବାସିନୀ ବୋଲି କହିଛନ୍ତି ?
Answer:
ଦିଗଙ୍ଗନାମାନଙ୍କୁ
Question 34.
ଜ୍ୟୋତ୍ସ୍ନା ପରିପ୍ଟ ତ ସୃଷ୍ଟି କିପରି ଦେଖାଯାଉଛି ବୋଲି କବି କହିଛନ୍ତି ?
Answer:
ପାରଦ – ଧୌତ ପରି
Question 35.
ଦ୍ବୀପ ଓ ଶୈଳମାନଙ୍କର ପ୍ରତିବିମ୍ବରାଜି କେଉଁଠାରେ ସ୍ପଷ୍ଟାକାରେ ଶୋଭାପାଉଛି ?
Answer:
ହ୍ରଦର ଅନ୍ତଃସ୍ଥଳରେ
Question 36.
ଶାନ୍ତିଦେବୀ କାହିଁକି ଲୋକାଳୟ ତ୍ୟାଗ କରିଛନ୍ତି ବୋଲି କବି କହିଛନ୍ତି ?
Answer:
କଳିର ଉପହବ ହେତୁ
(C) ଶୂନ୍ୟସ୍ଥାନ ପୂରଣ କର ।
Question 1.
କବି ପଶେ।ଦେହେ ଆୟୁଷ୍ଟାନ ବୋଲି ……………………… ଙ୍କୁ କହିଛନ୍ତି।
Answer:
କବିସୂର୍ଯ୍ୟ ବଳଦେବ ରଥ
Question 2.
ପ୍ରାଚୀ ଦିଗ କହିଲେ …………………….. ଦିଗକୁ ବୁଝାଯାଏ।
Answer:
ପୂର୍ବ
Question 3.
ଚିଲିକାର ନାଳ ବକ୍ଷରେ ………………..ଅଧ୍ ଷ୍ଠ।ନ କରିଛି ବୋଲି କବି କହିଛନ୍ତି
Answer:
ଗୀତ-ତାନ
Question 4.
ସଙ୍ଗୀତ ଆବେଶରେ ମନ ନାନା ରୂପରେ …………………. ରେ ଚିଚରଣ କରେ।
Answer:
ଅତାନ୍ଦ୍ରିୟ ଦେଶ
Question 5.
ଧନ୍ୟ ରଥେ। ଏଠାରେ ‘ରଥେ’ ବୋଲି କବି …………………….ଙ୍କୁ ସମ୍ବେ।ଧନ କରିଛନ୍ତି।
Answer:
ବଳଦେବ ରଥ
Question 6.
ସର୍ପମଣ୍ଡିତ ଶିବଙ୍କ ସହିତ କବି ……………………. କୁ ତୁଳନା କରିଛନ୍ତି।
Answer:
ବନଭୂମି
Question 7.
ଚିଲିକା କାବ୍ୟର ପ୍ରଣେତା …………….. ।
Answer:
ରାଧାନାଥ ରାୟ
Question 8.
କରିବାର ରାଧାନାଥ ରାୟ ଆଧୁନିକ ଓଡ଼ିଆ କାବ୍ୟଧାରାର ……………….. ଥିଲେ।
Answer:
ଭିଭି ସଂସ୍ଥାପକ
Question 9.
ଖଣ୍ଡରାକ୍ୟ ‘ଚିଲିକା’ କାନ୍ତିଙ୍କର ଏକ ……………………….. କାବ୍ୟା
Answer:
ପ୍ରକୃତି
Question 10.
ମାନଚ୍ଚାବାମାନଙ୍କର ନାବଗୁଡ଼ିକ ……………………. ରେ ଦେଖାଯାତ୍ତଥ୍ ଲା
Answer:
ପୂର୍ବ ଦିଗ୍ବଳୟ
Question 11.
ମୀନଜୀବୀମାନଙ୍କ କଣ୍ଠରୁ ……………………. ଗୀତାମୃତ ଭାସି ଆସିଛି ।
Answer:
କବିସୂର୍ଯ୍ୟ
Question 12.
ଦୁଃଖୀମନର ଆଶା ସହିତ କବି ………………………. କୁ ତୁଳନା କରିଛନ୍ତି।
Answer:
ମଶାଲର ଶିଖା
Question 13.
କବି ରାତ୍ରିକାଳରେ …………….. ର ଝଙ୍କାର ଶୁଣିଛନ୍ତି।
Answer:
ଝିଙ୍କାରି
Question 14.
କବି ଚିଲିକାର ସାୟନ୍ତନ ଦୃଶ୍ୟକୁ …………………… ବୋଲି କହିଛନ୍ତି ।
Answer:
ବର୍ଣ୍ଣୋତ୍ସବମୟ
Question 15.
ଭାଲେରି ଶିଖରରେ………………………. ଦେଖୁ ମୀନଜୀବୀମାନେ ପାଲ ଟେକି ମହାଆନନ୍ଦରେ ଫେରି ଆସନ୍ତି ।
Answer:
ସନ୍ଧ୍ୟାତାରା
Question 16.
ନୌକାରେ ମାଛ ପଡ଼ି ପ୍ରାଣ ଦେବାବେଳେ ତାକୁ ……………………….. ସହିତ କବି ତୁଳନା କରିଛନ୍ତି ।
Answer:
ଅଜ୍ଞାନ
Question 17.
‘ଚିଲିକାରେ ସାୟନ୍ତନ’ କବିତାର କବି …………………….. ସମୟର ଦୃଶ୍ୟ ବର୍ଣ୍ଣନ କରିଛନ୍ତି ।
Answer:
ସକ୍ଷ୍ୟା
Question 18.
କବି …………………..-କୁ ସଂସାରରେ ପାପମୂର୍ତ୍ତି ପରି ବୋଲି କହିଛନ୍ତି ।
Answer:
ମଶାଲ
Question 19.
କବି ଜ୍ୟୋତ୍ସ୍ନା ଦୁକୂଳବାସିନୀ ବୋଲି. …………………… ମାନଙ୍କୁ କହିଛନ୍ତି ।
Answer:
ଦିଗଙ୍ଗନା
Question 20.
ଜ୍ୟୋତ୍ସ୍ନା ………………….. ଠାରେ ଜକଜକ ହୋଇ ପ୍ରତିଫଳିତ ହେଉଛି ।
Answer:
ସ୍ମିଗ୍ ଧ ତରୁପତ୍ର
(D) ଠିକ୍ ଉକ୍ତି ପାଇଁ ‘T” ଓ ଭୁଲ୍ ଉକ୍ତି ପାଇଁ ‘F” ଲେଖ ।
1. ‘ଚନ୍ଦ୍ରଚୂଡ଼’ କହିଲେ ଚନ୍ଦ୍ରଙ୍କୁ ବୁଝାଇଥାଏ ।
2. ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ କବିତାଟି ‘ଦରବାର’ କାବ୍ୟର ଅଂଶବିଶେଷ ।
3. ‘ଚିଲିକା’ କାବ୍ୟର ପ୍ରଣେତା ରାଧାନାଥ ରାୟ ।
4. ବଳଦେବ ରଥ ‘କବିସୂର୍ଯ୍ୟ’ ଉପାଧ୍ଧରେ ଭୂଷିତ ହୋଇଥିଲେ ।
5. ‘ବାଗୀଶ୍ଵରୀ’ – କହିଲେ ସରସ୍ଵତୀଙ୍କୁ ବୁଝାଯାଏ ।
6. ମୀନମାନଙ୍କୁ ଆକୃଷ୍ଟ କରିବାକୁ ପୋତପାଳମାନେ ନୌକାରେ ମଶାଲ ଜାଳନ୍ତି ।
7. ‘ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ୍’ – ଏକଥା କବିସୂର୍ଯ୍ୟ ବଳଦେବ ରଥଙ୍କୁ ଲକ୍ଷ୍ୟକରି କୁହାଯାଇଛି ।
8. କଳି ଉପଦ୍ରବ ହେତୁ ଲୋକାଳୟ ତ୍ୟାଗକରି ଶାନ୍ତିଦେବୀ ଅଂଶୁପାରେ ଆଶ୍ରୟ ନେଲେ ବୋଲି କବି କହିଛନ୍ତି ।
9. କବି ବଳଦେବ ରଥଙ୍କୁ ଉତ୍କଳ ଭୁବନରେ ମୃତ୍ୟୁଞ୍ଜୟ ବୋଲି କହିଛନ୍ତି ।
10. ମୀନମାନେ କୂଅକୁ ଡେଇଁ ପ୍ରାଣ ଦେବେ ବୋଲି କବି କହିଛନ୍ତି ।
11. ନିଶାଗମନରେ ଅବନୀ ନିଶ୍ଚଳ ରୂପ ଧାରଣ କରିଛି ।
12. ଛାୟାମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ ସର୍ପଭୂଷିତ ମହାଦେବଙ୍କ ତନୁର ରୂପ ସହିତ ତୁଳନା କରାଯାଇଛି ।
13. ନିଶୀଥୁନୀର ପ୍ରଭାବକୁ ଝିଙ୍କାରି-ଝଙ୍କାର ପ୍ରଚାର କରୁଛି ବୋଲି କବି କହିଛନ୍ତି ।
14. ସାଗର ମଧ୍ୟଭାଗରେ ଶୈଳର ପ୍ରତିବିମ୍ବ ଶୋଭାପାଉଛି ।
15. ଅଜ୍ଞାନ ପାପ ଗର୍ଭରେ ପଡ଼େ ।
Answer:
1. ‘ଚନ୍ଦ୍ରଚୂଡ଼’ କହିଲେ ଚନ୍ଦ୍ରଙ୍କୁ ବୁଝାଇଥାଏ । (F)
2. ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ କବିତାଟି ‘ଦରବାର’ କାବ୍ୟର ଅଂଶବିଶେଷ । (F)
3. ‘ଚିଲିକା’ କାବ୍ୟର ପ୍ରଣେତା ରାଧାନାଥ ରାୟ । (T)
4. ବଳଦେବ ରଥ ‘କବିସୂର୍ଯ୍ୟ’ ଉପାଧ୍ଧରେ ଭୂଷିତ ହୋଇଥିଲେ । (T)
5. ‘ବାଗୀଶ୍ଵରୀ’ – କହିଲେ ସରସ୍ଵତୀଙ୍କୁ ବୁଝାଯାଏ । (T)
6. ମୀନମାନଙ୍କୁ ଆକୃଷ୍ଟ କରିବାକୁ ପୋତପାଳମାନେ ନୌକାରେ ମଶାଲ ଜାଳନ୍ତି । (T)
7. ‘ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ୍’ – ଏକଥା କବିସୂର୍ଯ୍ୟ ବଳଦେବ ରଥଙ୍କୁ ଲକ୍ଷ୍ୟକରି କୁହାଯାଇଛି । (T)
8. କଳି ଉପଦ୍ରବ ହେତୁ ଲୋକାଳୟ ତ୍ୟାଗକରି ଶାନ୍ତିଦେବୀ ଅଂଶୁପାରେ ଆଶ୍ରୟ ନେଲେ ବୋଲି କବି କହିଛନ୍ତି । (F)
9. କବି ବଳଦେବ ରଥଙ୍କୁ ଉତ୍କଳ ଭୁବନରେ ମୃତ୍ୟୁଞ୍ଜୟ ବୋଲି କହିଛନ୍ତି ।
10. ମୀନମାନେ କୂଅକୁ ଡେଇଁ ପ୍ରାଣ ଦେବେ ବୋଲି କବି କହିଛନ୍ତି । (F)
11. ନିଶାଗମନରେ ଅବନୀ ନିଶ୍ଚଳ ରୂପ ଧାରଣ କରିଛି । (T)
12. ଛାୟାମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ ସର୍ପଭୂଷିତ ମହାଦେବଙ୍କ ତନୁର ରୂପ ସହିତ ତୁଳନା କରାଯାଇଛି । (T)
13. ନିଶୀଥୁନୀର ପ୍ରଭାବକୁ ଝିଙ୍କାରି-ଝଙ୍କାର ପ୍ରଚାର କରୁଛି ବୋଲି କବି କହିଛନ୍ତି । (T)
14. ସାଗର ମଧ୍ୟଭାଗରେ ଶୈଳର ପ୍ରତିବିମ୍ବ ଶୋଭାପାଉଛି । (F)
15. ଅଜ୍ଞାନ ପାପ ଗର୍ଭରେ ପଡ଼େ । (T)
(E) ସ୍ତମ୍ଭ ମିଳନ କର ।
Question 1.
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଭ।କେରି | ଶିଖରେ |
ସମୁଦ୍ର | ମହାଶେ |
କବିସୂର୍ଯ୍ୟ | ବିଚରଣ |
ଅତାନ୍ଦ୍ରିୟ ଦେଶେ | ମାରାମ୍ କ |
ସର୍ଶେ | ଗାଣାମୃତ |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଭ।କେରି | ଶିଖରେ |
ସମୁଦ୍ର | ମହାଶେ |
କବିସୂର୍ଯ୍ୟ | ଗାଣାମୃତ |
ଅତାନ୍ଦ୍ରିୟ ଦେଶେ | ବିଚରଣ |
ସର୍ଶେ | ମାରାମ୍ କ |
Question 2.
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ମହୋଲ୍ଲ।ସେ | ହାସିନା |
ଭାବି | ଶୁଭକ୍ଷଶେ |
ମଧୁର | ଶୁଶାନ |
ଗ୍ରାସିଛ | ଟେକି |
ଜନ୍ମ | ଏକଧ୍ୟାନେ |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ମହୋଲ୍ଲ।ସେ | ଟେକି |
ଭାବି | ଏକଧ୍ୟାନେ |
ମଧୁର | ହାସିନା |
ଗ୍ରାସିଛ | ଶୁଶାନ |
ଜନ୍ମ | ଶୁଭକ୍ଷଶେ |
Question 3.
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ମସୃଶ | ତନୁ |
ଚନ୍ଦ୍ରଚୂଡ | ଆରେଗେ |
ସ୍କର୍ଶେ | ହାମିନା |
ସଙ୍ଗତ | ଉପଳେ |
ମଧୁର | ମାରାମକ |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ମସୃଶ | ଉପଳେ |
ଚନ୍ଦ୍ରଚୂଡ | ତନୁ |
ସ୍କର୍ଶେ | ମାରାମକ |
ସଙ୍ଗତ | ଆରେଗେ |
ମଧୁର | ହାମିନା |
ସୃଷ୍ଟି ସମ୍ପଦ :
ସାରଳାଯୁଗର ପୁରାଣପ୍ରୀତି, ପଞ୍ଚସଖା ଯୁଗର ଧାର୍ମିକ ଚେତନା ଓ ରୀତିଯୁଗର ପ୍ରଣୟିନୀ ରୂପବିଳାସ; ଏହି ତ୍ରିଧାରାକୁ ମାନସଲୋକରେ ଏକୀଭୂତ କରି ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବରେ, ଆଳଙ୍କାରିକ ଅନୁଶାସନର ଗତାନୁଗତିକ ଭାବଧାରାରେ ଚମକ ସୃଷ୍ଟିକଲେ ଆଧୁନିକ କାବ୍ୟଧାରାର ଭିତ୍ତି ସଂସ୍ଥାପକ କବିବର ରାଧାନାଥ ରାୟ । ରମଣୀୟ ପ୍ରକୃତିର ସୁରମ୍ୟ ଶ୍ୟାମଳ କ୍ରୋଡ଼ରେ, ବାଲେଶ୍ଵର ଜିଲ୍ଲା ସୋର ନିକଟବର୍ତ୍ତୀ କେଦାରପୁର ଗ୍ରାମରେ ପିତା ସୁନ୍ଦର ନାରାୟଣ ଓ ମାତା ତାରିଣୀଦେବୀଙ୍କ କୋଳ ମଣ୍ଡନ କରିଥିଲେ ଏହି ନୂତନ ଯୁଗ ସୃଷ୍ଟିର ଅଧ୍ଵନାୟକ । ବିଶ୍ଵବିଦ୍ୟାଳୟର ଉଚ୍ଚ ଉପାଧ୍ ଧାରଣ କରିନଥିଲେ ମଧ୍ୟ ସ୍ବୀୟ ଅଧ୍ୟବସାୟ ଓ ଗଭୀର ବିଦ୍ୟାନୁରାଗ ଫଳରେ ଇଂରାଜୀ, ସଂସ୍କୃତ, ବଙ୍ଗଳା ବିଶେଷ କରି ଓଡ଼ିଆ ଭାଷାରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରି ବହୁଶାସ୍ତ୍ରଦର୍ଶୀ ପଣ୍ଡିତ ରୂପେ କୃତିତ୍ଵର ଅଧିକାରୀ ହୋଇପାରିଥିଲେ । ଜୀବନର ପ୍ରଜ୍ଞା ଉନ୍ମେଷ କାଳରୁ ସମସ୍ତ ଉଜ୍ଜ୍ବଳ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ରାଧାନାଥ ବାଲେଶ୍ଵର ଜିଲ୍ଲା ସ୍କୁଲର ତୃତୀୟ ଶିକ୍ଷକ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ନିଜର ଦକ୍ଷତା ତଥା ନିଷ୍ଠାପର ଅଧ୍ୟବସାୟ ବଳରେ ଉତ୍ତରୋତ୍ତର ଉନ୍ନତି
ପଥରେ ଅଗ୍ରସର ହୋଇ ସେ ଅବଶେଷରେ ବଙ୍ଗ-ବିହାର-ଓଡ଼ିଶା ବିଦ୍ୟାଳୟସମୂହର ସର୍ବୋଚ୍ଚ ପଦବୀ ସ୍କୁଲ ଇନିସ୍ପେକ୍ଟର ରୂପେ ଅଧ୍ଵଷ୍ଠିତ ହୋଇଥଲେ । ଉଚ୍ଚାଭିଳାଷୀ ରାଧାନାଥ ଆଜୀବନ ରୁଗ୍ଣ ଶରୀରରେ ଦାରୁଣ ରୋଗ ଯନ୍ତ୍ରଣା ତଥା ମାନସିକ ଦୁଶ୍ଚିନ୍ତାରେ ମ୍ୟୁହମାନ ହେଲେହେଁ ତାଙ୍କ କାବ୍ୟଚର୍ଚ୍ଚାର ପରିସର ଉତ୍ତରୋଭର ଶ୍ରୀବୃଦ୍ଧି ଲାଭ କରିଥିଲା । ପ୍ରାଚ୍ୟ ଓ ପାଶ୍ଚାତ୍ୟ ଭାଷାରେ ବିଦ୍ବତ୍ତା ଅର୍ଜନ କରି କବି ରାଧାନାଥ ମଧ୍ୟଯୁଗୀୟ ସୃଷ୍ଟି ଆଦର୍ଶ ଭିତରେ ଏକ ନୂତନ ଆଦର୍ଶର ଚମକ ସୃଷ୍ଟି କରିଥିଲେ । ପ୍ରଜ୍ଞାଦୀପ୍ତ ହୃଦୟ ନେଇ ପ୍ରାଚ୍ୟ ବିଷୟର ଉପାଦାନମାନଙ୍କୁ ପାଶ୍ଚାତ୍ୟ ରୀତିରେ ପରିବେଷଣ କରି ଚର୍ଚ୍ଚିତ ହୋଇଥିଲେ ସେ ।
ତାଙ୍କ କବିକୀର୍ତ୍ତିର ଗୌରବାବହ କୃତି ମଧ୍ୟରେ ‘କେଦାରଗୌରୀ’, ‘ନନ୍ଦିକେଶ୍ୱରୀ’, ‘ଉଷା’, ‘ପାର୍ବତୀ’, ‘ଚନ୍ଦ୍ରଭାଗା’, ‘ଉର୍ବଶୀ’, ‘ଚିଲିକା’, ‘ମହାଯାତ୍ରା’ ଆଦି କାବ୍ୟସମୂହ, ‘ମେଘଦୂତ’ ଓ ‘ତୁଳସୀ ସ୍ତବକ’ ପରି ଅନୁବାଦ ସାହିତ୍ୟ, ‘ବିବେକୀ’ ଓ ‘ଇତାଲୀୟ ଯୁବା’ ପରି ଗଦ୍ୟ ସାହିତ୍ୟ ଆଦି ରାଧାନାଥଙ୍କ ବହୁପାଠିତା, ପାଣ୍ଡିତ୍ୟ ଓ କବିତ୍ଵର ଉଚ୍ଚକୋଟୀର ନିଦର୍ଶନ । ଏତଦ୍ଭିନ୍ନ କବିଙ୍କ ‘ସର୍ବେଷା ନୋ ଜନନୀ ଭାରତ ଧରଣୀ କଳ୍ପଲତେୟଂ’’ (ଭାରତ ସ୍ମରଣୀୟ ଗୀତିକା) କବିଙ୍କ ସଂସ୍କୃତ ଗୀତି ପ୍ରତିଭାର ଅପୂର୍ବ ସ୍ବାକ୍ଷର ବହନ କରେ । ଦୁର୍ବୋଧ ଶାବ୍ଦିକ ବୈଭବ ଓ ଆଳଙ୍କାରିକ ଆଟୋପ ମଧ୍ୟରେ ସାଧାରଣ ପାଠକବର୍ଗଙ୍କଦ୍ୱାରା ସମାଲୋଚିତ ରୀତିଯୁଗୀୟ କାବ୍ୟଚେତନାରେ ପରିବର୍ତ୍ତନ ତୋଳି ରାଧାନାଥଙ୍କ ସୃଷ୍ଟିସମୂହ ଜନଜୀବନସ୍ପର୍ଶୀ ତଥା ସୁଖପାଠ୍ୟ ହୋଇପାରିଥିଲା । ଭକ୍ତକବି ମଧୁସୂଦନ ରାଓ କବିଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାରେ ବିମୁଗ୍ଧ ହୋଇ କହିଛନ୍ତି-
ତ୍ତତ୍କଳ – ନିସର୍ଗ – ଲକ୍ଷ୍ମୀ ଦେବା ପୁରୋହିତ
ଲଳିତ-କବିତା ଶିଳ୍ପୀ ରସଜ୍ଞ ପଣ୍ଡିତ ।
ଗରିମା ମହିମା ସର୍ବ ଉତ୍କଳ ଧାମର
ନବ ବର୍ଷେ ବର୍ଷିଅଛ କବି ଚିତ୍ରକର ।’’
ସ୍ଥଙ୍କନା ଭିମୁଖ୍ୟ
ଓଡ଼ିଆ ସାହିତ୍ୟରେ ରାଧାନାଥ ରାୟ ଆଧୁନିକ ଯୁଗର ପ୍ରବର୍ତ୍ତକ ଭାବେ ସୁବିଦିତ । ନୂତନ ଭାବ ଓ କଥାବସ୍ତୁ ବ୍ୟବହାର କରି, ପାଶ୍ଚାତ୍ୟ ସାହିତ୍ୟ ଓ ସଭ୍ୟତାରୁ ବିଷୟବସ୍ତୁ ସଂଗ୍ରହ କରି ସେ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରି ଯାଇଛନ୍ତି । ପ୍ରକୃତି ଚିତ୍ରଣ, ଜାତୀୟତାଭାବ, ମୃତ୍ୟୁ ସଚେତନତା ଓ ବିଦୁପାତ୍ମକ ଦୃଷ୍ଟିଭଙ୍ଗୀରେ କବିଙ୍କର ମୌଳିକତା ସ୍ପଷ୍ଟ । ପ୍ରାଚ୍ୟ କାବ୍ୟ ପରମ୍ପରା ମିଳନାନ୍ତକ ହୋଇଥିବାବେଳେ ରାଧାନାଥଙ୍କ ସମସ୍ତ କାବ୍ୟ ହୋଇଛି ବିୟୋଗାନ୍ତକ । ‘ଚିଲିକା’ ଏକ ଖଣ୍ଡକାବ୍ୟ
କବିତାର ପୃଷ୍ଠଭୂମି
ରାଧାନାଥଙ୍କ ଅମ୍ଳାନ ସାରସ୍ଵତ କୃତି ଖଣ୍ଡକାବ୍ୟ ‘ଚିଲିକା’ର ସୃଷ୍ଟି ୧୮୯୨ ମସିହାରେ । ‘ଚିଲିକା’ କାବ୍ୟ ପ୍ରକୃତି ଉପରେ ସମ୍ପୂର୍ଣ୍ଣ ରୂପେ ଆଧାରିତ ହେଲେହେଁ ଏଥରେ ପ୍ରକାରାନ୍ତରେ ଉତ୍କଳର କେତେକ ପ୍ରାଚୀନ କିମ୍ବଦନ୍ତୀ, ଉତ୍କଳ ସାହିତ୍ୟର ଦୁରବସ୍ଥା ତଥା କବିଙ୍କ ଜୀବନଦର୍ଶନ ପ୍ରକାଶ ପାଇଛି । ମୁଖ୍ୟତଃ ‘ଚିଲିକା’ କାବ୍ୟ କବିଙ୍କ ପାଇଁ ସୌନ୍ଦର୍ଯ୍ୟ ଉନ୍ନୀତ କରାଇଛନ୍ତି । ଚିଲିକାର ସୌନ୍ଦର୍ଯ୍ୟକୁ କବି ଭାରତର ବିଭିନ୍ନ ସ୍ଥାନର ପ୍ରାକୃତିକ ଦୃଶ୍ୟ ସହିତ ତୁଳନା ଆନନ୍ଦଧାର୍ମକୁ ଉନ୍ନୀତ କରାଇଛନ୍ତି। ଚିଲିକାର ସୌନ୍ଦର୍ଯ୍ୟକୁ କବି ଭାରତର ବିଭିନ୍ନ ସ୍ଥାନର ପ୍ରାକୃତିକ ଦୃଶ୍ୟ ସହିତ ତୁଳନା ସ୍ଵର୍ଗୀୟ, ଚିର ଶାଶ୍ଵତ। ତାଙ୍କ ଭାଷାରେ
‘‘ଆହା ଏ ଶୋଭାର କାହିଁ ପଟାନ୍ତର ?
ଥିଲେ ଥିବ ସ୍ଵର୍ଗେ ମର୍ତ୍ତ୍ୟ ଅଗୋଚର ।
ପାଶୋରିବ ଦେଖି କହ କେହୁ ଜନ
ଏ ଶୋକ ପାଶୋରା ଅପ୍ସରା ଭୁବନ ।’’
ଚିଲିକା କେବଳ ପ୍ରକୃତିର ଏକ ଚିତ୍ରପୁରୀ ନୁହେଁ, ମନୋଜ୍ଞ ସୃଷ୍ଟିରେ ସେ ହେଉଛି ଚାରୁ ଆଲେଖ୍ୟଶାଳିକା । ପ୍ରକୃତିର ଗନ୍ତାଘର ସେ । ପ୍ରକୃତିର ଜଣେ ଚିହ୍ନରା ଗ୍ରାହକ ଭାବେ କବି ଚିଲିକାର ସୌନ୍ଦର୍ଯ୍ୟକୁ ଆକଣ୍ଠ ପାନ କରି ତା’ର ରମଣୀୟତାକୁ ଆହୁରି ମାଧୁର୍ଯ୍ୟବନ୍ତ କରିଛନ୍ତି । ତାଙ୍କ ଲେଖନୀରେ ଚିଲିକା ସତେଯେପରି ସଞ୍ଜୀବନୀ ମନ୍ତ୍ରରେ ନବଜୀବନ ଲାଭକରିଛି । ଅପରୂପା ଲାବଣ୍ୟବତୀ ଚିଲିକା କବିଙ୍କ ଶିଳ୍ପୀ ହାତସ୍ପର୍ଶରେ ମହିମାନ୍ବିତ ହୋଇଉଠିଛି । ସୌନ୍ଦର୍ଯ୍ୟପିପାସୁ ପ୍ରାଣରେ ରୂପତୃଷ୍ଣାର ଅନ୍ତ ନଥାଏ । କବିଙ୍କ କାବ୍ୟନାୟିକା ଚିଲିକା ସଦା ହାସ୍ୟମୟୀ, ଛନ୍ଦୋମୟୀ ତଥା ଚଳଚପଳମୟୀ ।
ପ୍ରଭାତ, ମଧ୍ୟାହ୍ନ, ସାୟନ୍ତନ ସବୁ ସମୟରେ ତା’ର ରୂପମାଧୁରୀ କବିଙ୍କୁ କରିଛି ଆତ୍ମହରା । ଆଲୋଚ୍ୟ କବିତାରେ କବି ଗୋଧୂଳିରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚିଲିକା ବକ୍ଷରେ ପରିଦୃଷ୍ଟ ଦୃଶ୍ୟାବଳୀ ଉପସ୍ଥାପନ କରିବାକୁ ଯାଇ ଉତ୍କଳର ଅନ୍ୟତମ ବରପୁତ୍ର କବିସୂର୍ଯ୍ୟ ଚଳଦେବ ରଥଙ୍କ ଯଶୋଗାନରେ ହୋଇଉଠିଛିନ୍ତି ଗରଜିହ୍ୱ ସାକ୍ଷ୍ୟକାଳାନ ଚିଲିକାର ମନୋରମ ଦୃଶ୍ୟରାଜି କବିଙ୍କୁ କରିଛି ଆତ୍ମହରା । ଏତଦ୍ଭିନ୍ନ ମତ୍ସ୍ୟଜୀବୀମାନଙ୍କ କଣ୍ଠରେ କବିସୂର୍ଯ୍ୟଙ୍କ ସଙ୍ଗୀତର ମୂହଁନା, କବିଙ୍କ ହୃଦୟରେ ଅଙ୍କୁରିତ ଜାତୀୟତା ଭାବନାର ଉଦ୍ବେଳନ, ଜୀବନ ସ୍ରୋତସ୍ଵିନୀର ସୁଖ, ଦୁଃଖ ସମ ପାର୍ଶ୍ଵଦ୍ଵୟର ଅନୁଶୀଳନ, ସର୍ବୋପରି କବିଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟପିପାସା କବିତାର ଅନ୍ତଃସ୍ବର ।
କବିତାର ମର୍ମବାଶା
ବିଳମ୍ବିତ ଗୋଧୂଳିରେ ବାରୁଣୀ ଗଗନର ରକ୍ତିମ ଆଭା ଚିଲିକାର ସ୍ଫଟିକ ସ୍ୱଚ୍ଛ ଜଳଦର୍ପଣରେ କ୍ରମଶଃ ନିଷ୍ପ୍ରଭ ହୋଇ ଆସୁଥିଲା । ଚିଲିକାର ପୂର୍ବ ପାର୍ଶ୍ଵ ସମୁଦ୍ର ମୁହାଣରୁ ମତ୍ସ୍ୟଜୀବୀମାନେ ଆନନ୍ଦ ମନରେ ଫେରିଆସୁଥିଲେ ମସ୍ଥ୍ୟପୂର୍ଣ୍ଣ ନାଗମାନ ଧରି। କାହିଁ କେତେ ଦୂରରୁ ସେମାନଙ୍କ ନୌକାମାନ ଛାୟାସମ ପ୍ରତୀୟମାନ ହେଉଥିଲା । ଜୀବନ ଜୀବିକା ପାଇଁ ସମୁଦ୍ର ମୁହାଣକୁ ନୌକା ନେଇ ମାଛଧରିବା ଥିଲା ସେମାନଙ୍କ ନିତ୍ୟନୈମିତ୍ତିକ କର୍ମ । ସୁଲୁସୁଲୁ ପୂବେଇ ପବନରେ ପାଲଟଣା ନୌକାମାନ ହଲି ଦୋହଲି ଫେରି ଅସୁଥୁଲେ କୂଳକୁ । ଭାଲେରୀ ପାହାଡ଼ ଚୂଡ଼ା ଉପରେ ଆକାଶରେ ଦୃଶ୍ୟମାନ ହେଉଥିଲା ସନ୍ଧ୍ୟାତାରା !
ମତ୍ସ୍ୟଜୀବୀମାନଙ୍କ ମନର ଉଲ୍ଲାସ ସ୍ପଷ୍ଟ ବାରି ହୋଇପଡୁଥିଲା ସେମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ଗୀତାମୃତର ସଙ୍ଗୀତ ମୂର୍ଦ୍ଧନାରୁ । ସେହି ସଙ୍ଗୀତର ସୁରଲହରୀ ସମୀର ସଞ୍ଚାଳିତ ହୋଇ ଚିଲିକା ବକ୍ଷରେ ପ୍ରତିଧ୍ଵନିତ ହେଉଥିଲା । ଉଲ୍ଲାସର ଆତ୍ମା ସମ ସେହି ଗୀତ ତାନର ପ୍ରତିଧ୍ଵନି ସମଗ୍ର ହ୍ରଦର ସୁନୀଳ ବକ୍ଷରେ ବିରାଜମାନ କରି କବିଙ୍କୁ କରୁଥିଲା ଆମୋଦିତ । ଚନ୍ଦ୍ରମାର ରଜତଶୁଭ୍ର ଜ୍ୟୋତିରାଶିର ଝଲକରେ ଚିଲିକା ବକ୍ଷ ହୋଇଉଠୁଥିଲା ଉଦ୍ଭାସିତ । କବିଙ୍କୁ ପ୍ରତୀତ ହେଉଥିଲା ସତେ ଯେପରି ଲାବଣ୍ୟମୟୀ ଦେବୀ ଦିଗଙ୍ଗନା ଜ୍ୟୋତ୍ସ୍ନାରୂପକ ପାଟବସ୍ତ୍ର ପରିହିଡ଼ା ହୋଇ ସ୍ମିତହାସ୍ୟ ବଦନରେ ବିରାଜମାନ । କବିଙ୍କ ଭାଷାରେ-
ଦିଗଙ୍ଗନା ଜ୍ୟୋତ୍ସ୍ନା-ଦୁକୂଳ-ବାସିନୀ ।’’
ଦିଗଙ୍ଗନା ଜ୍ୟୋତ୍ସ୍ନା-ଦୁକୂଳ-ବାସିନୀ ।’’
ମତ୍ସ୍ୟଜୀବୀଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ବଳଦେବ ରଥଙ୍କ ଚମ୍ପୂ –
‘ଗଲାଣି ତ ଗଲା କଥାରେ ସଙ୍ଗାତ
ଗଲାଣି ତ ଗଲା କଥା
ଗୁପତେ ସିନା ମୁଁ ତୋତେ ପଚାରିଲି
ବଳି ପଡ଼ିବାରୁ ବ୍ୟଥା ।’’
କବି ଭାବନାର ପଟ୍ଟ ପରିବର୍ତ୍ତନ କରିଛି । ସଙ୍ଗୀତର ସେହି ମନମତାଣିଆ ସ୍ଵର ବିତାନ ଓ ରଚନାର ଭାବଗାମ୍ଭୀର୍ଯ୍ୟ କବିଙ୍କୁ ଅତୀନ୍ଦ୍ରିୟ ରାଜ୍ୟକୁ ଟାଣି ନେଇଛି । କବି ଆତ୍ମବିସ୍ମୃତ ହୋଇ ଉଠିଛନ୍ତି ଓ ସେହି ଅପ୍ରାକୃତ ପ୍ରେମମୂର୍ତ୍ତିଙ୍କଠାରେ ମଥାନତ ପୂର୍ବକ ଭକ୍ତିପୂତ କୃତାଞ୍ଜଳି ନିବେଦନ କରିଛନ୍ତି । ଯାହାଙ୍କ ଆଜ୍ଞାରେ ବାଗ୍ଦେବୀ ସରସ୍ଵତୀ କବିମାନସରେ ରଚନା କରନ୍ତି ତାଙ୍କର ଅମୃତଲୀଳା, ସେହି ପରଂବ୍ରହ୍ମ ପରାତ୍ପରଙ୍କ ସାନ୍ନିଧ୍ୟ ଲାଭ ଆଶାରେ ଅଲକ୍ଷ୍ୟରେ କବିଙ୍କ ଆତ୍ମା ଶୂନ୍ୟ ଶୂନ୍ୟଭାସିଯାଇଛି । କବିସୂର୍ଯ୍ୟଙ୍କ କାଳଜୟୀ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଲଳିତ ମଧୁର ପଦାବଳୀକୁ ଶ୍ରବଣ କରି କବି ଆହ୍ଲାଦିତ ହୋଇଛନ୍ତି । ତାଙ୍କ ଅମ୍ଳାନ ପ୍ରତିଭାର ଭୂୟସୀ ପ୍ରଶଂସାରେ ଶତଜିହ୍ଵା ହୋଇ କବି ଗାଇ ଉଠିଛନ୍ତି-
‘ଧନ୍ୟ ରଥେ ! ତୁମ୍ଭ ଜନ୍ମ ଶୁଭକ୍ଷଣେ
ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳଭୁବନେ ।’’
କବିସୂର୍ଯ୍ୟଙ୍କ ପାର୍ଥିବ ଶରୀର ମାଟିରେ ମିଶିଯାଇଥିଲେ ମଧ୍ୟ ତାଙ୍କ ସୃଷ୍ଟ ବିଦଗ୍ଧ ସାରସ୍ଵତ ସମ୍ଭାର ପାଇଁ ସେ ଚିର ଯଶସ୍ୱୀ ହୋଇ ପାଠକ ହୃଦୟରେ ଯେ ଚିର ଆୟୁଷ୍ମାନ ରହିବେ ବୋଲି କବି ରାଧାନାଥ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି । କବିସୂର୍ଯ୍ୟ ବଳଦେବଙ୍କ ସୁମହାନ୍ ସାରସ୍ଵତ କୀର୍ତ୍ତିର ମହିମା ଗାନ କରି କବି ସ୍ଵମହନୀୟତାର ପରିଚୟ ପ୍ରଦାନ କରିଛନ୍ତି ।
ଚିଲିକା ବକ୍ଷସ୍ଥ ଭାସମାନ ନୌକା ଉପରେ ମତ୍ସ୍ୟଜୀବୀମାନଙ୍କଦ୍ଵାରା ପ୍ରଜ୍ଵଳିତ ମଶାଲର ଶିଖା କବିଙ୍କ ଦୃଷ୍ଟି ଆକର୍ଷଣ କରିଛି ରାତ୍ରିକାଳରେ ହ୍ରଦରୁ ମାଛ ଧରିବାପାଇଁ ସେମାନଙ୍କର ଏହା ଏକ ଅଭିନବ କୌଶଳ । ଜ୍ଵଳନ୍ତ ମଶାଲର ଲେଲିହାନ ଶିଖାଦ୍ବାରା ଆକର୍ଷିତ ହୋଇ ମାଛମାନେ ନୌକା ମଧ୍ୟକୁ ଲମ୍ଫ ଦେଇଥାଆନ୍ତି । ବିନା କଷ୍ଟରେ ମତ୍ସ୍ୟ ସଂଗ୍ରହ କରିବାର ଏହି ଦୃଶ୍ୟ ଦର୍ଶନ କରି କବି ମାନବ ଜୀବନର ଏକ ସାଧାରଣ ଦୁର୍ବଳତା ଉପରେ ଆଧାରିତ ସତ୍ୟକୁ ଆବିଷ୍କାର କରିଛନ୍ତି ।ମଶାଲ ଅଗ୍ନିର ରଙ୍ଗ ରୂପରେ ଆକର୍ଷିତ ହୋଇ ମୀନ ଯେପରି ମୃତ୍ୟୁକୁ ଆମନ୍ତ୍ରଣ କରେ, ସେହିପରି ଏହି ସଂସାର ସାଗରରେ ରମ୍ୟ ମୂର୍ତ୍ତି ଧାରଣ କରି ପାପାଗ୍ନି ଅଜ୍ଞାନ ମଣିଷକୁ ଆକର୍ଷଣ କରିଥାଏ । ସେହି ମନମୋହକାରୀ ରୂପରେ ଆକର୍ଷିତ ହୋଇ ସେ ପାପଗର୍ଭରେ ପତିତ ହୁଏ ଏବଂ ଅବିଳମ୍ବେ ଯନ୍ତ୍ରଣାରେ ଜର୍ଜରିତ ହୋଇ ପ୍ରାଣପାତ କରିଥାଏ । କବିଙ୍କ ଭାଷାରେ
“ପାପ – ଗର୍ଭେ ଯେହ୍ନେ ପଢ଼ଇ ଅଜ୍ଞାନ
ତରୀ-ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ ।’’
ତରଙ୍ଗୟିତ ସୂନାଳ ଜଳରାଶି ଉପରେ ଭାସମାନ ନୌକାମାନଙ୍କରି ସମତଳରେ ଉତଥାନ ପତନ ହେତୁ ମଶାଲ ଶିଖା କେତେବେଳେ ସ୍ପଷ୍ଟ ହୋଇଉଠୁଥୁଲା ତ ପୁଣି କେତେବେଳେ ଅନ୍ତର୍ହିତ ହେଲାପରି ପ୍ରତୀୟମାନ ହେଉଥିଲା । ଏହି ଦୃଶ୍ୟକୁ ଲକ୍ଷ୍ୟକରି କବି କହିଛନ୍ତି – ଯେପରି ଦୁଃଖୀଜନ ଅନ୍ତରରେ କେବେ କେବେ ଆଶାର ଆଲୋକ ଝଲସି ଉଠେ; ପୁଣି ତାହା ସମ୍ପୂର୍ଣ୍ଣ ନିର୍ବାପିତ ହୋଇ ତାକୁ ନୈରାଶ୍ୟ ମଧ୍ୟକୁ ଠେଲିଦିଏ, ବିଳମ୍ବିତ ସନ୍ଧ୍ୟାରେ ରାତ୍ରିର ନିବିଡ଼ତା ଯେତେ ବଢ଼ି ଚାଲିଥାଏ, ଚିଲିକା ମଧ୍ୟରେ ଜନକୋଳାହଳ ଅନୁରୂପ ଭାବେ କମିବାରେ ଲାଗେ । କ୍ରମଶଃ ନୀରବତା ବଢ଼ିବାକୁ ଆରମ୍ଭ କରେ ।
ଚନ୍ଦ୍ରମାର ରଜତ କିରଣ ଜଳ, ସ୍ଥଳ ଓ ଆକାଶରେ ତା’ର ସମ୍ପୂର୍ଣ ରାଜୁତି ବିସ୍ତାର କରେ । ରାକା ରଜନୀର ଶୁଭ୍ରଜ୍ୟୋସ୍ନାରେ ସମଗ୍ର ସୃଷ୍ଟି ପାରଦଧୌତ ହେଲାପରି ସ୍ପଷ୍ଟ ପ୍ରତିଭାତ ହୁଏ । ଜ୍ୟୋତ୍ସ୍ନାଲୋକରେ ଚିଲିକା ଗର୍ଭସ୍ଥ ଦ୍ବୀପ ଓ ତଦୁପରି ଶୈଳରାଜି ସ୍ଵଚ୍ଛ ଜଳଦର୍ପଣରେ ପ୍ରତିବିମ୍ବିତ ହୋଇ ଅନିର୍ବଚନୀୟ ଶୋଭା ଧାରଣ କରନ୍ତି । ହ୍ରଦ ମଧ୍ୟସ୍ଥ ଗିରି-ବନ, ଶୈଳ-ଶିଖର କ୍ଷୀରସିନ୍ଧୁ ସହୋଦର ଜ୍ୟୋତ୍ସ୍ନାର୍ଣ୍ଣବରେ ଭାସମାନ ଥିବାର ଭ୍ରମ ସୃଷ୍ଟି କରନ୍ତି । ମସୃଣ ପ୍ରସ୍ତର ଓ କୋମଳ ସ୍ନିଗ୍ଧ ପତ୍ରାବଳୀ ଉପରେ ଜ୍ୟୋତ୍ସ୍ନାଲୋକର ପ୍ରତିଫଳନ ଝଟକି ଉଠେ । ପାର୍ଶ୍ଵଦେଶର ବନସ୍ଥଳୀରେ ଛାୟା, ଆଲୋକର ଯୁଗଳବନ୍ଦୀ ସର୍ପବେଷ୍ଟିତ ମହାଯୋଗୀ ଯୋଗମଗ୍ନ ମହେଶ୍ଵରଙ୍କ ରୁଦ୍ର ସୁନ୍ଦର ବିଶାଳ ବପୁର ଭ୍ରମ ସୃଷ୍ଟି କରେ । କବିଙ୍କ ଭାଷାରେ-
‘‘ସର୍ପେ ଚିତ୍ର ଚନ୍ଦ୍ରଚୂଡ଼-ତନୁ ଭଳି
ଛାୟା-ମିଶ୍ର-କରେ ଶୋଭେ ବନସ୍ଥଳୀ ।’’
କେବଳ ଦୂରରୁ ଭାସି ଆସୁଥିବା ନିର୍ଝରର କଳନାଦ ଓ ଝିଙ୍କାରିର ଝଙ୍କାର ଘନ ନିଶିଥୁନୀର ସୂଚନା ପ୍ରଦାନ କରିଥାଏ । ଏହି ପରିବେଶରେ କବିଙ୍କୁ ପ୍ରତୀତ ହୋଇଥିଲା ସତେଯେପରି କଳିକଳୁଷ ଉପଦ୍ରବରେ ଅତିଷ୍ଠ ହୋଇ ‘ଶାନ୍ତିଦେବୀ’ ଲୋକାଳୟ ତ୍ୟାଗକରି ଜନକୋଳାହଳ ଶୂନ୍ୟ ସେହି ସ୍ଥାନକୁ ନିରାପଦ ଆଶ୍ରୟସ୍ଥଳୀ ଭାବେ ବାଛି ନେଇଛନ୍ତି । ଶେଷରେ ଉତ୍କଳଲକ୍ଷ୍ମୀଙ୍କ ବିଳାସ ସରୋବର, ମରାଳମାଳିନୀ ନୀଳାମ୍ବୁ ଚିଲିକାକୁ ସସ୍ନେହ ସମ୍ବୋଧନ କରି ବଙ୍ଗୋତ୍ସବମୟ ସାୟନ୍ତନ ଦୃଶ୍ୟ ବର୍ଣ୍ଣନାକୁ ବିରାମ ଦେଇଛନ୍ତି କବି । ତାଙ୍କ ଭାଷାରେ-
‘ଚିଲିକା ! ତୋହର ଏହି ଶୋଭାବନ
ବର୍ଷେତ୍ସବମୟ ଦୃଶ୍ୟ ସାୟନ୍ତନ ।’’
କଠିନ ଶବ୍ଦାର୍ଥ ଓ ଟିପ୍ପଣୀ
- ପାୟନ୍ତନ – ପକ୍ଷ୍ୟକାଳ
- ପ୍ରାଚୀ – ପୂର୍ବଦିଗ
- ମାନଜାବା – ଚ୍ଚଳଭ।ଗରୁ ମାଛଧରି ଓ ବିକ୍ରୟ କରି ଜାବିକା ନିର୍ବାହ କରୁଥିବା ବ୍ୟକ୍ତି
- ଠାରେ ଠାରେ – ଣ୍ଠାନେ ଣ୍ଠାନେ
- ଛାୟାକାରେ – ଛାର ଆକାରରେ ବା ଅସୃଷ୍ଟ ରୂପେ ଦେଖାଯିବା
- ଭାଲେରି – ଚିଲିକା ମଧ୍ୟସ୍ଥି ଏକ ପାହାଡର ନାମ
- ସମୁଦ୍ର ମୁହାଣ – ନଦା ଓ ସମୁଦ୍ରର ମିଳନ ସ୍ଥଳ
- ପଟିକା – ପାଲ
- ମହୋଲ୍ଲାସେ – ଖୁବ୍ ଆନନ୍ଦରେ
- କରିମର୍ଯ୍ୟ – କରିସୂର୍ଯ୍ୟ ତଳଦେବ ରଥ
- ଗାତୀମୃତ – ଅମୃତ ତୁଲ୍ୟ ମଧୁର ଗାତ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚର୍ମ ଓଡିଆ ସାହିତ୍ୟରେ ଏକ କାଳଜୟ। ବିଦଗ୍ଧ ସାରସ୍ଵତ ସୃଷ୍ଟି
- ମାରୁତ – ବାୟୁ/ ପବନ
- ବିଗଙ୍ଗନା – ଭିରମାଳିକା ଦେବା
- ଗାତ ତାନ – ଗାତର ଧୁନି (ସ୍ଵର)
- ଅଧିଷ୍ଠାନ – ଅବସ୍ଥିତି
- ଦୁକୂଳ – ପାଗଲୁଗା
- ଆଚାନ୍ଦ୍ରିୟ – ଇନ୍ଦ୍ରିୟମାନଙ୍କୁ ଅତିକ୍ରମ କରି ଇନ୍ଦ୍ରି ୟାତୀତ, ଇନ୍ଦ୍ରିୟର ଅଗୋଚର, ଚକ୍ଷୁ, କର୍ଣ୍ଣ ପ୍ରଭୃତିଦ୍ଵାରା ଯାହା ଜ।ଶି ହୁଏ ନାହିଁ।
- ଗଲାଶି ତ ଗଲା କଥାରେ ସଙ୍ଗୀତ – କରିସୂର୍ଯ୍ୟ ଚଳାଦେବ ରଥଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ର ଏକ ପଦ୍ୟାଶ । ଏହି ଚମ୍ପୂ ଆଦ୍ୟ ‘ଗ’ ବର୍ଣ୍ଣ ନିୟମରେ ରଚିତ ଚଉପଦୀ ।
- ବାପାଶ୍ଵରା – ସରସ୍ଵତୀ
- ମୃତ୍ୟୁଞ୍ଜୟ – ମୃତୁତ୍ୟୁକୁ ଯେ ଜୟ କରିଛି
- ଯଶୋଦହେ – ଯଶସ୍ଵା ଶରୀରରେ
- ଆରେଶେ – ଆଦେଶରେ/ବିହ୍ଵଳରେ
- ପୋତପାଳ – ନାବିକ/ନୌକାଚାଳକ
- ତରଣ। – ନୌକା
- ବିଚରଣ – ବୁଲିବା
- ମଶାଲ – ନିଆଁହୁଳା
- ପାପଗର୍ତ୍ତ – ପାପ ରୂପକ ଖାଲରେ
- ନିରର୍ତ୍ତି – ରଞ୍ଚ ନ ପାରିବ।
- ଜ୍ଜ୍ୟୋତ୍ସାପରିପ୍ପୁତ – ଚନ୍ଦ୍ର କାରଣରେ ଜୁଡୁବୁଡୁ
- କ୍ଷାରୋଦ – କ୍ଷାର ସମୁଦ୍ର
- ମସ୍ତଶ – ଚିକକଶ
- ଉପଳ – ଚାଲିଗରଢ଼ା/ପଥରଖଣ୍ତ
- ଚନ୍ଦ୍ରଚୂଡ଼ – ମହାଦେବ
- ନିଶ୍ରଥନା – ରାତ୍ରି
- ଲୋକାଳୟ – ଗ୍ରାମ/ଜନପଦ
- ଅର୍ଣ୍ଣବ – ସମୁଦ୍ର
- ନାସି – ପବିତ ବା ସ୍ଥଳଭାଗ ଯାହା ସମୁଦ୍ର ମଧ୍ୟକୁ ପଶିଥାଏ
- ବିଶଦ – ଶୁଭ୍ର/ନିର୍ମଳ/ସୃଷ୍ଠ ଭାବେ ଦୃଶ୍ୟମାନ
- ସ୍ନିଗ୍ଧ – ଚିକ୍ କଶ/ କୋମଳ/ମଧୁର/ସୁନ୍ଦର
- ଶୋଭବନ – ସୁନ୍ଦର
- ପାୟନ୍ତ୍ରନ – ସନ୍ଧ୍ୟାକଳାନ