Odisha State Board BSE Odisha 10th Class Physical Science Important Questions Chapter 1 ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ Important Questions and Answers.
BSE Odisha 10th Class Physical Science Important Questions Chapter 1 ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ
Objective Type Questions with Answers
A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
Question 1.
ନିମ୍ନ ରାସାୟନିକ ସମୀକରଣରେ ଭୌତିକ ଅବସ୍ଥା ଦର୍ଶାଇବା ପାଇଁ କେତୋଟି ସଂକେତ ବ୍ୟବହାର କରାଯାଇପାରିବ ।
CaCO3 + H2O + CO2 → Ca(HCO3)2
ଉ-
4ଟି
Question 2.
ଲେଡ଼୍ ନାଇଟ୍ରେଟ୍କୁ ଉତ୍ତପ୍ତ କଲେ ସୃଷ୍ଟି ହେଉଥିବା କଠିନ ଉତ୍ପାଦର ନାମ କ’ଣ ?
ଉ-
ଲେଡ଼୍ ଅକ୍ସାଇଡ୍ (PbO)
Question 3.
ସଂକ୍ଷାରଣ ହେତୁ ରୂପା ଉପରେ ସୃଷ୍ଟି ହେଉଥିବା କଳାରଙ୍ଗର ଯୌଗକଟିର ନାମ କ’ଣ ?
ଉ-
ସିଲଭର ସଲଫାଇଡ୍
Question 4.
3MnO2 + 4AI → 3Mn + 2Al2O3 ସମ1କରଣରେ ବିଜାରକ କିଏ ?
ଉ-
ଏଲୁମିନିୟମ (Al)
Question 5.
CaO + H2O → Ca(OH)2 ସମୀକରଣଟି କେଉଁ ପ୍ରକାର ପ୍ରତିକ୍ରିୟାର ଅନ୍ତର୍ଗତ ?
ଉ-
ସଂଶ୍ଳେଷଣ ପ୍ରତିକ୍ରିୟା
Question 6.
କଲିଚୂନ କେଉଁ ଯୌଗିକ ସହ ପ୍ରତିକ୍ରିୟା କରି ଶମୀତଚୂନ ଉତ୍ପନ୍ନ କରେ ?
ଉ-
H2O
![]()
Question 7.
କୋଷ ମଧ୍ୟରେ ଗ୍ଲୁକୋଜ୍ ଅକ୍ସିଜେନ୍ ସହ ପ୍ରତିକ୍ରିୟା କରି ଶରୀରକୁ ଶକ୍ତି ଯୋଗାଉଥିବା ପ୍ରତିକ୍ରିୟାରନାମ କ’ଣ ?
ଉ-
ଶ୍ବସନ
Question 8.
![]()
‘ସମୀକରଣଟି କେଉଁ ପ୍ରତିକ୍ରିୟାର ଅନ୍ତର୍ଗତ ?
ଉ-
ବିଘଟନ
Question 9.
3Fe + XH2O → Fe3O4 + 4H2 ସମୀକରଣରେ ରେ Xର ମୂଲ୍ୟ କେତେ ?
ଉ-
4
Question 10.
FeSO4 କୁ ଉତ୍ତପ୍ତ କଲେ କେଉଁ ଗନ୍ଧ ଉତ୍ପନ୍ନ ହୋଇଥାଏ ?
ଉ-
ଜଳନ୍ତା ଗନ୍ଧକ
Question 11.
ଫେରସ୍ ସଲ୍ଫେଟ୍ ସ୍ଫଟିକର ରଙ୍ଗ କିପରି ହୋଇଥାଏ ?
ଉ-
ସବୁଜ
Question 12.
ଅମ୍ଳୀୟ ଜଳର ବିଦ୍ୟୁତ୍ ବିଶ୍ଳେଷଣରୁ H2 ଓ O2 ଗ୍ୟାସ୍ତ୍ରର ଆୟତନର ଅନୁପାତ କେତେ ?
ଉ-
2 : 1
Question 13.
A + BC → AC + B ସମ1କରଣଟି କେଉଁ ପ୍ରତିକ୍ରଯାର ଅନ୍ତର୍ଗତ ?
ଉ-
ବିସ୍ଥାପନ ପ୍ରତିକ୍ରିୟା
Question 14.
CuSO4 ଦ୍ରବଣରେ ଲୁହାକଣ୍ଟା ବୁଡ଼ାଇଲେ ଉତ୍ପନ୍ନ ଈଷତ୍ ସବୁଜ ରଙ୍ଗର ଯୌଗିକଟିର ନାମ କ’ଣ ?
ଉ-
ଫେରସ ସଲଫେଟ୍ FeSO4
Question 15.
Pb + CuCl2 → PbCl2 + Cu – ଉକ୍ର ପ୍ରତିକ୍ରିୟାଗି କେଉଁ ପ୍ରତିକ୍ରିୟାର ଅନ୍ତ୍ରଗିତ ?
ଉ-
ବିସ୍ଥାପନ ପ୍ରତିକ୍ରିୟା
Question 16.
O + 2e– → O2- ପ୍ରତିକ୍ରିୟାଗି କି ପ୍ରକାର ପ୍ରତିକ୍ରିୟା ଅନ୍ତ୍ରଗିତ ?
ଉ-
ବିଚ୍ଚାରଣ
Question 17.
Zn ଓ H2SO4 ପ୍ରତିକ୍ରିୟାକରି କେଉଁ ଗ୍ୟାସ୍ ଉତ୍ପନ୍ନ କରେ ?
ଉ-
H2
![]()
Question 18.
କେଉଁ ପ୍ରତିକ୍ରିୟା ଆଲୋକ ରୂପରେ ଶକ୍ତି ଗ୍ରହଣ କରିଥାଏ ?
ଉ-
ବିଘଗନ
Question 19.
ତୈଳ ଓ ଚର୍ବି ଜାତୀୟ ଖାଦ୍ୟର ଜାରଣକୁ କ’ଣ କୁହାଯାଏ ?
ଉ-
ସଢ଼ାବସ୍ଥା
Question 20.
କେଉଁ ପ୍ରତିକ୍ରିୟାରେ ଏକା ସାଙ୍ଗରେ ଜାରଣ ଓ ବିଚ୍ଚାରଣ ଘଟିଥାଏ ?
ଉ-
ବିଜାରଣ-ଜାରଣ
Question 21.
ଶରୀରରେ ଖାଦ୍ୟ ପରିପାକ କେଉଁ ପ୍ରତିକ୍ରିୟାର ଉଦାହରଣ ?
ଉ-
ବିଘଟନ
Question 22.
କଳଙ୍କିର ରାସାୟନିକ ନାମ କ’ଣ ?
ଉ-
ଆଇରନ୍ ଅକ୍ସାଇଡ୍
Question 23.
Fe2O3 +3CO → 2Fe + 3CO2 ପ୍ରତିକ୍ରିଯାରେ କେଉଁଟି ଜାରିତ ?
ଉ-
Fe2O3
Question 24.
କାନ୍ଥ ଧଉଳେଇବା ପାଇଁ କେଉଁ ଯୌଗିକ ବ୍ୟବହୃତ ହୁଏ ?
ଉ-
Ca(OH)2
Question 25.
କପର ଉପରେ କଳା ରଙ୍ଗର ସ୍ତରଟିର ନାମ କ’ଣ ?
ଉ-
CuO
![]()
Question 26.
ଖାଦ୍ୟପଦାର୍ଥ ଠ, ସଂସ୍ପର୍ଶରେ ଆସିଲେ, ଏହାକୁ କେଉଁ ଅବସ୍ଥା କୁହାଯାଏ ?
ଉ-
ସଢ଼ା ଅବସ୍ଥା
Question 27.
MnO2 + 4 HCl → MnCl2 + 2H2O + Cl2 ପମ1କରଣରେ କେଉଁଟି ବଜାରିତ ହୋଇଛି ?
ଉ-
MnO2
Question 28.
କପର ଗୁଣ୍ଡକୁ ଉତ୍ତପ୍ତ କଲେ କପର ଗୁଣ୍ଡର ଚାରିପଟେ କପର ଅକ୍ସାଇଡ୍ର କେଉଁ ରଙ୍ଗର ଆସ୍ତରଣ ସୃଷ୍ଟିହେବ ?
ଉ-
କଳା
Question 29.
କେଉଁ ପ୍ରତିକ୍ରିୟାରେ ଅକ୍ସିଜେନ୍ ଯୋଗ କରାଯାଏ ?
ଉ-
ଜାରଣ
Question 30.
କେଉଁ ପ୍ରତିକ୍ରିୟାରେ ହାଇଡ୍ରୋଜେନ୍ ଯୋଗ ହୋଇଥାଏ ?
ଉ-
ବିଜାରଣ
Question 31.
ଅବକ୍ଷେପଣ ପ୍ରତିକ୍ରିୟାର ଅନ୍ୟ ନାମ କ’ଣ ?
ଉ-
ଚୈତ ବିସ୍ଥାପନ
Question 32.
x Na + y H2O → z NaOH + H2 ସମତୁଲ ସମ1କରଣର x, y ଓ z ର ମ୍ଜଲ୍ୟ କେତେ ?
ଉ-
2, 2, 2
Question 33.
ସଂକ୍ଷାରଣ କେଉଁ ପ୍ରତିକ୍ରିୟା ଅନ୍ତର୍ଗତ ?
ଉ-
ସଂଶ୍ଳେଷଣ
Question 34.
ମ୍ୟାଗ୍ନେସିୟମ୍ ପାତକୁ ଜଳାଇବା କେଉଁ ପ୍ରତିକ୍ରିୟାର ଅନ୍ତର୍ଗତ ?
ଉ-
ଦହନ, ଜାରଣ ଓ ସଂଶ୍ଳେଷଣ ପ୍ରକ୍ରିୟା
Question 35.
ଖାଦ୍ୟଦ୍ରବ୍ୟକୁ ବହୁତ ଦିନ ସାଇତି ରଖିବାପାଇଁ କେଉଁ ଗ୍ୟାସ୍ ବ୍ୟବହୃତ ହୁଏ ?
ଉ-
N2 ଓ He
Question 36.
ଚର୍ବି ଓ ତେଲ ଜାତୀୟ ଖାଦ୍ୟ ପଦାର୍ଥ ବାୟୁ ସଂସ୍ପର୍ଶରେ ଆସି ରହଣିଆ ଗନ୍ଧ ସୃଷ୍ଟି ହେବାକୁ କେଉଁ ଅବସ୍ଥା କୁହାଯାଏ ?
ଉ-
ସଢ଼ାଅବସ୍ଥା
![]()
Question 37.
କପରର ସଂକ୍ଷାରଣ ହେତୁ ତାହା ଉପରେ କେଉଁ ରଙ୍ଗର ଆସ୍ତରଣ ସୃଷ୍ଟି ହୁଏ ?
ଉ-
ସବୁଜ
Question 38.
CuSO4 + Zn → Cu + ZnSO4 ସମୀକରଣରେ କେଉଁ ଯୌଗିକ ବିଜାରିତ ହେଉଛି ?
ଉ-
CuSO4
Question 39.
![]()
ଉ-
CO2
Question 40.
Pb3O4 + 8HCl → 3PbCl2 + Cl2 + 4H2O; ଏହି ସମ1କାରଣରେ କାରକ କିଏ ?
ଉ-
Pb3O4
Question 41.
କପର ସହ ସଲଫ୍ୟୁରିକ୍ ଏସିଡ଼ ପ୍ରତିକ୍ରିୟା କରି କେଉଁ ଗ୍ୟାସ୍ ଉତ୍ପନ୍ନ କରେ ।
ଉ-
SO2
Question 42.
Zn + (x) AgNO3 → Zn (NO3)2 + y ସମ1କରଣରେ x ଓ y ର ମାନ କେତେ ?
ଉ-
2 ଓ 2
Question 43.
କେଉଁ ପ୍ରତିକ୍ରିୟାରେ ଏକା ସାଙ୍ଗରେ ଜାରଣ ଓ ବିଜାରଣ ଘଟେ ?
ଉ-
ବିଜାରଣ – ଜାରଣ
Question 44.
Fe + S → FeS ସମୀକରଣରେ ବିଜାରକ କିଏ ?
ଉ-
Fe
Question 45.
C (x) + O2(y) → CO2(y) ସମୀକରଣରେ x ଓ y କାହାକୁ ସୂଚିତ କରେ ?
ଉ-
(s), (g)
Question 46.
2H2S + SO2 → 3S + 2H2O ରେ କିଏ ଜାରିତ ହୋଇଚ୍ଚି ?
ଉ-
H2S
Question 47.
Zn + CuSO4 → ZnSO4 + Cu – ରାସାୟନିକ ସମୀକରଣଟି କେଉଁ ପ୍ରକାର ପ୍ରତିକ୍ରିୟା ?
ଉ-
ବିସ୍ଥାପନ ପ୍ରତିକ୍ରିୟା
![]()
Question 48.
କେଉଁ ଯୌଗିକର ଉପସ୍ଥିତି ଯୋଗୁଁ ଚୂନପାଣି ଦୁଧୂ ରଙ୍ଗ କରିଦିଏ ?
ଉ-
କ୍ୟାଲ୍ସିୟମ୍ କାର୍ବୋନେଟ୍
Question 49.
ବାୟୁ ଶୂନ୍ୟ ପାତ୍ରରେ ଖାଦ୍ୟ ପଦାର୍ଥ ରଖିଲେ କେଉଁ ପ୍ରତିକ୍ରିୟାର ବିରୋଧ ଘଟେ ?
ଉ-
ଜାରଣ
Question 50.
NaCI (aq) + AgNO3(aq) → AgCI (s) + NaNO3(aq) ଏହା କେଉଁ ପ୍ରକାରର ରାସାୟନିକ ପ୍ରତିକ୍ରିୟା ?
ଉ-
ଅବକ୍ଷେପଣ
B ଶୂନ୍ୟସ୍ଥାନ ପୂରଣ କର ।
1. MgO ଚୂର୍ଣ୍ଣର ବର୍ଷ ……………………. |
2. ଲେଡ୍ନାଇଟ୍ରେଟ୍ ରାସାୟନିକ ସଙ୍କେତ …………………… |
3. ପୋଟାସିୟମ ଆସୋଡ଼ାଚ୍ଚଡ୍ର ରାସାୟନିକ ସଙ୍କେତ ……………………… |
4. Zn + HCL → ZnCl2 + ………………. ଗ୍ୟାସ୍ ।
5. କଲିଚୁନର ରାସାୟନିକ ସଙ୍କେତ ………………. |
6. ସମ1ତ ଚୂନର ରାସାୟନିକ ସଙ୍କେତ ………………. |
7. CaO(s) + H2O(1) → ………………. |
8. NO2 ଧୂମର ରଙ୍ଗ ………………. |
9. ଯେଉଁ ପ୍ରତିକ୍ରିୟାରେ ତାପ ଶୋଷିତ ହୁଏ, ସେହି ପ୍ରତିକ୍ରିୟାକୁ ………………. ପ୍ରତିକ୍ରିୟା କହନ୍ତି |
10. କଲିଚୂନ ଜଳ ସହିତ ପ୍ରତିକ୍ରିୟା କଲେ ………………. ସୃଷ୍ଟି ହୁଏ ।
11. ଯେଉଁ ପଦାର୍ଥ ଜାରଣକୁ ବିରୋଧ କରେ ତାକୁ ………………. କହନ୍ତି |
12. ଚିପ୍ସ ଖୋଳ ମଧ୍ୟରେ ………………. ଗ୍ୟାସ୍ ପୂରିଥାଏ ।
13. ପ୍ରାକୃତିକ ଗ୍ୟାସ୍ର ଦିହନ ଏକ ………………. ପ୍ରକ୍ରିୟା ।
14. ଶ୍ଵେତସାରରୁ ………………. ଯୌଗିକ ସୃଷ୍ଟି ହୁଏ ।
15. ଉଦ୍ଭଦ ଦ୍ରବ୍ୟ ବିଘଟନ ଘଟି ଖତରେ ପରିଣତ ହେବା ………………. ପ୍ରକ୍ରିୟାର ଅନ୍ତିଗଢ ଅଟେ |
16. ଫେରସ୍ ସଲଫେଟ୍ରର ରଙ୍ଗ ………………. |
17. ଫେରସ୍ ସଲ୍ଫେଟ୍ ସ୍ଫଟିକର ରାସାୟନିକ ସଙ୍କେତ ………………. |
18. ଫେରସ୍ ସଲ୍ଫେଟ୍ ଅଣୁରେ ………………. ଟି ଜଳ ଅଣୁ ଅଛି ।
19. ବେରିଅମ୍ କ୍ଲୋରାଇଡ୍ର୍ ରାସାୟନିକ ସଙ୍କେତ ………………. |
20. ସୋଡ଼ିୟମ୍ ସଲଫେଟ୍ରର ରାସାୟନିକ ସଙ୍କେତ ………………. |
21.॰ ପରିପାକ ପ୍ରକ୍ରିୟାରେ ଶ୍ଵେତସାର ………………. ଯୌଗିକରେ ପରିଣତ ହୁଏ ।
22. ସୂର୍ଯ୍ୟାଲୋକ ଉପସ୍ଥିତିରେ ………………. ଯୌଗିକ ବିଘଟନ ଘଟି ସିଲଭର ଓ କ୍ଲୋରିନ୍ ଉତ୍ପନ୍ନ ହୁଏ ।
23. ଦସ୍ତା ସହିତ ଲଘୁ ଗନ୍ଧକାମ୍ଳର ପ୍ରତିକ୍ରିୟା ଘଟି ………………. ଗ୍ୟାସ୍ ଉତ୍ପନ୍ନ ହୁଏ ।
24. ତାପ ପ୍ରୟୋଗଦ୍ଵାରା ଘଟୁଥିବା ବିଘଟନ ପ୍ରତିକ୍ରିୟାକୁ ………………. କୁହାଯାଏ ।
25. ରାସାୟନିକ ପ୍ରତିକ୍ରିୟା ସମୟରେ ପ୍ରତିକାରକ ମଧ୍ୟରେ ଆୟନ ବିନିମୟ ଘଟିଲେ ସେହି ପ୍ରତିକ୍ରିୟାକୁ ………………. ପ୍ରତିକ୍ରିୟା କହନ୍ତି ।
26. ଅକ୍ସିଜେନ୍ ର କପର ସହିତ ସଂଯୋଗ ଘଟି କପର ଉପରେ ଏକ କଳା ଆସ୍ତରଣ ସୃଷ୍ଟି ହୁଏ । ଏହି କଳା ପଢାର୍ଥଟି ………………. |
27. ଯେଉଁ ପଦାର୍ଥ ଜାରଣକୁ ନିରୋଧ କରେ, ତାକୁ …………………….. କହନ୍ତି ।
28. ବାୟୁରୋଧୀ ପାତ୍ରରେ ଖାଦ୍ୟପଦାର୍ଥ ରଖିଲେ ………………………. ପ୍ରକ୍ରିୟା ମନ୍ଥର ହୁଏ ।
29. ଅବକ୍ଷେପଣ ପ୍ରକ୍ରିୟାରେ …………………………… ପ୍ରକାର ଲବଣ ସୃଷ୍ଟି ହୁଏ ।
30. ଯେଉଁ ପଦାର୍ଥ ରାସାୟନିକ ପ୍ରତିକ୍ରିୟାରେ ହାଇଡ୍ରୋଜେନ୍ ହରାଏ, ତାକୁ …………………….. କହନ୍ତି ।
31. H2 ଓ O2 ପ୍ରତିକ୍ରିୟାକରି H2O ସୃଷ୍ଟି ହେବା ପ୍ରକ୍ରିୟାଟି …………………….. ପ୍ରତିକ୍ରିୟା
32. …………………….. ପ୍ରତିକ୍ରିୟା ପାଇଁ ମୁଖ୍ୟତଃ ତାପ, ଆଲୋକ କିମ୍ବା ବିଦ୍ୟୁତ୍ ଶକ୍ତି ଆବଶ୍ୟକ ହୁଏ ।
33. ଲୌହନିର୍ମିତ ବସ୍ତୁଗୁଡ଼ିକର କ୍ଷୟ ………………………… ଦ୍ଵାରା ଘଟିଥାଏ ।
34. କୌଣସି ଧାତୁର ଧୀରେ ଧୀରେ କ୍ଷୟ ଘଟିବାକୁ ……………………. କୁହାଯାଏ ।
35. Zn + CuSO4(aq) → ZnSO4(aq) + ……………….. |
36. ଉତ୍ତପ୍ତ ଲୁହା ଉପରେ ଜଳୀୟବାଷ୍ପ ପ୍ରବାହିତ ହେଲେ ………………….. ଗ୍ୟାସ୍ ଉତ୍ପନ୍ନ ହୁଏ ।
37. ଗୁ କୋଡ୍ ଅଣୁର ରାସାୟନିକ ସଂକେତ ………………….. |
38. ଶ୍ଵାସକ୍ରିୟା ଏକ ……………………. ରାସାୟନକ ପ୍ରତିକ୍ରିୟା |
39. ଲେଡ୍ ନାଇଟ୍ରେଟ୍ର ସଂକେତ ………………..
40. ଲେଡ୍ ନାଇଟ୍ରେଟ୍କୁ ଉତ୍ତପ୍ତ କଲେ ଯେଉଁ ବାଦାମୀ ରଙ୍ଗର ଗ୍ୟାସ୍ ଉତ୍ପନ୍ନ ହୁଏ ତା’ର ନାମ ………………….. \
Answers
1. ଧଳା
2. Pb(NO3)2
3. KI
4. ହାଇଡ୍ରୋଜେନ୍
5. CaO
6. Ca(OH)2
7. Ca(OH)2
8. ବାଦାମୀ
10. ସମୀତ ଚୂନ
11. ପ୍ରତିଜାରକ
12. ନାଇଟ୍ରୋଜେନ୍
13. ତାପଉତ୍ପାଦୀ
14. ଗ୍ଲା କୋଜ
15. ତାପଉତ୍ପାଦୀ
16. ସବୁକ
17. FeSO47H2O
18. 7
19. BaCl2
20. Na2SO4
21. ଗ୍ଲା କୋଡ୍
22. ସିଲଭର କ୍ଲୋରାଇଡ୍
23. ହାଇଡ୍ରୋଜେନ୍
24. ତାପୀୟ ବିଘଟନ
25. ଦ୍ବୈତବିସ୍ଥାପନ
26. କପର ଅକ୍ସାଇଡ୍
27. ପ୍ରତିଜାରକ
28. ଜାରଣ
29. ଅଦ୍ରାବ୍ୟ
30. ଜାରିତ
31. ସଂଶ୍ଳେଷଣ
32. ବିଘଟନ
33. ସଂକ୍ଷାରଣ
34. ର୍ଫକ୍ଷାରଣ ବା କ୍ରମକ୍ଷୟ
35. Cu(s)
36. ହାଇଡ୍ରୋଜେନ୍
37. C6H12O6
38. ତାପ ଉତ୍ପାଦୀ
39. Pb(NO3)2
40. ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍
![]()
C ଠିକ୍ ଉକ୍ତି ପାଇଁ (✓) ବା ଭୁଲ ଉକ୍ତି ପାଇଁ (x) ଲେଖ ।
1. ମ୍ୟାଗ୍ନେସିୟମ୍ ପାତଟି ଉଜ୍ଜ୍ବଳ ଧଳାଶିଖା ସହିତ ବାୟୁରେ ଜଳିଲେ ଯେଉଁ ଧଳା ଚୂର୍ଣ୍ଣ ସୃଷ୍ଟି ହୁଏ, ତାହା ମ୍ୟାଗ୍ନେସିୟମ୍ କାରୋନେଟ୍
2. ଉଭିଦ ଦ୍ରବ୍ୟର ବିଘଟନ ଘଟି ଖତରେ ପରିଣତ ହେବା ଏକ ତାପଶୋଷୀ ପ୍ରତିକ୍ରିୟା |
3. ଫେରସ୍ ସଲ୍ଫେଟ୍ ସ୍ଫଟିକର ସଙ୍କେତ FeSO43H2O ।
4. Na2SO4 + BaCl2 → BaSO4 + 2NaCl ପ୍ରତିକ୍ରିୟାଟି ଏକ ଅବକ୍ଷେପଣ ପ୍ରତିକ୍ରିୟା ।
5. ଯେଉଁ ପଦାର୍ଥ ଜାରଣରେ ସାହାଯ୍ୟ କରେ, ତାକୁ ପ୍ରତିଜାରକ କୁହାଯାଏ ।
6. ଲୁହାରେ କଳଙ୍କି ଲାଗିବା ଓ ଶ୍ଵାସକ୍ରିୟା ଉଭୟ ବିଜାରଣ ପ୍ରତିକ୍ରିୟା ।
7. ପରିପାକ ପ୍ରଣାଳୀରେ ଶ୍ଵେତସାର ସରଳୀକୃତ ହୋଇ ଗ୍ଲୁକୋଜ ଯୌଗିକରେ ପରିଣତ ହୁଏ ।
8. ଅମ୍ଳୀୟ ଜଳର ବିଦ୍ୟୁତ୍ ବିଶ୍ଳେଷଣରୁ H2 ଓ O2 ଗ୍ୟାସ୍ର ଅନୁପାତ 2 : 1 |
9. ଚୂନ ବା କଲିଚୂନର ସଂକେତ CaCO3 ।
10. କଲିଚୂନ CO2 ସହ ପ୍ରତିକ୍ରିୟା କରି ଶମୀତ ଚୂନ ଉତ୍ପନ୍ନ କରେ ।
11. କୋଷ ମଧ୍ୟରେ ଗ୍ଲୁକୋଜ୍ ଅକ୍ସିଜେନ୍ ସହ ପ୍ରତିକ୍ରିୟା କରି ଶରୀରକୁ ଶକ୍ତି ଯୋଗାଉଥିବା ପ୍ରତିକ୍ରିୟାର ସ୍ବତନ୍ତ୍ର ନାମ ଶ୍ବସନ ।
12. 3Fe + XH2O → Fe3O4 + 4H2ରେ Xର ମୂଲ୍ୟ = 4 |
13. FeSO4 କୁ ଉତ୍ତପ୍ତ କଲେ ଜଳନ୍ତା ଗନ୍ଧକ ଉତ୍ପନ୍ନ ହୁଏ ।
14. ଫେରସ୍ ସଲ୍ଫେଟ୍ ସ୍ଫଟିକର ରଙ୍ଗ ନୀଳ ।
15. ବିଘଟନ ପ୍ରତିକ୍ରିୟାରେ ବାୟୁ ଆବଶ୍ୟକ ନୁହେଁ ।
16. AgCI କଳାଧଳା ଫଟୋଉଠା କାର୍ଯ୍ୟରେ ବ୍ୟବହୃତ ହୁଏ ।
17. ରୁପାର ଉପକରଣଗୁଡ଼ିକ କିଛି ସମୟ ବାୟୁରେ ରହିଲେ ସିଲ୍ଭର୍ ସଲ୍ଫାଇଡ୍ ଯୋଗୁ କଳା ପଡ଼ିଯାଏ |
18. Zn ଧାତୁ ଅତିଲଘୁ ନାଇଟ୍ରିକ୍ ଅମ୍ଳ ସହ ପ୍ରତିକ୍ରିୟା କରି ହାଇଡ୍ରୋଜେନ୍ ଗ୍ୟାସ୍ ନିର୍ଗତ କରେ ।
19. FeSO4 କୁ ଉତ୍ତପ୍ତ କଲେ ଜଳନ୍ତା ଫସ୍ଫରସ୍ ଗନ୍ଧ ଉତ୍ପନ୍ନ ହୁଏ ।
20. ଫେରସ୍ ସଲ୍ଫେଟ୍ ସ୍ଫଟିକର ରଙ୍ଗ ସବୁଜ ।
21. AgCI କଳାଧଳା ଫଟୋଉଠା କାର୍ଯ୍ୟରେ ବ୍ୟବହୃତ ହୁଏ ।
22. 4Na + O2 → 2Na2O ପ୍ରତିକ୍ରିୟାଟି ବିଘଗନ ପ୍ରତିକ୍ରୟାର ଅନ୍ତଖତ |
23. ମିଥେନ୍ ଗ୍ୟାସ୍ର ଦହନ ପ୍ରତିକ୍ରିୟାକୁ ତାପୀୟ ବିଘଟନ କହନ୍ତି ।
24. AgCI ସୂର୍ଯ୍ୟ କିରଣରେ ଧଳା ବର୍ଷରୁ ଧୂସର ବର୍ଣ୍ଣରେ ପରିଣତ ହୁଏ ।
Answer:
1. x
2. ✓
3. x
4. ✓
5. x
6. x
7.✓
8. ✓
9. x
10. x
11. ✔
12. ✔
13.✔
14. x
15. ✓
16. ✔
17.✔
18. ×
19. x
20. ✓
21.✔
22. ×
23. x
24. ✔
![]()
D ‘କୁ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।






![]()
E ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ରାସାୟନିକ ସମ1କରଣ କାହାକୁ କହନ୍ତି ?
ଉ –
ପ୍ରତୀକ ଓ ସଙ୍କେତ ସାହାଯ୍ୟରେ ରାସାୟନିକ ପ୍ରତିକ୍ରିୟାକୁ ପ୍ରକାଶ କରିବାକୁ ରାସାୟନିକ ସମୀକରଣ କୁହାଯାଏ ।
2. ଲେଡ୍ ନାଇଟ୍ରେଟ ସହିତ ପୋଟାସିୟମ୍ ଆୟୋଡାଇଡ୍ର ଜଳୀୟ ଦ୍ରବଣକୁ ମିଶାଇଲେ କ’ଣ ଉତ୍ପନ୍ନ ହୁଏ ?
ଉ –
ଲେଡ୍ ନାଇଟ୍ରେଟ୍ ସହିତ ପୋଟାସିୟମ୍ ଆୟୋଡାଇଡ୍ର ଜଳୀୟ ଦ୍ରବଣକୁ ମିଶାଇଲେ ଲେଡ୍ ଆୟୋଡାଇଡ୍ ଓ ପୋଟାସିୟମ୍ ନାଇଟ୍ରେଟ୍ ଉତ୍ପନ୍ନ ହୁଏ ।
3. ଶବ୍ଦ ସମୀକରଣ କାହାକୁ କହନ୍ତି ?
ଉ
ରାସାୟନିକ ପ୍ରତିକ୍ରିୟାକୁ ଶବ୍ଦ ମାଧ୍ୟମରେ ପ୍ରକାଶ କରିବାକୁ ଶବ୍ଦ ସମୀକରଣ କହନ୍ତି ।
4. ରାସାୟନିକ ପ୍ରତିକ୍ରିୟାରେ ବସ୍ତୁତ୍ୱ ସଂରକ୍ଷଣ ନିୟମ କ’ଣ ?
ଊ –
କୌଣସି ରାସାୟନିକ ପ୍ରତିକ୍ରିୟାରେ ବସ୍ତୁତ୍ୱ ସୃଷ୍ଟି କିମ୍ବା ବିନାଶ ଘଟେ ନାହିଁ । ଏହାକୁ ବସ୍ତୁତ୍ୱ ସଂରକ୍ଷଣ ନିୟମ କହନ୍ତି । କିମ୍ବା, ମୌଳିକଗୁଡ଼ିକର ମୋଟ ବସ୍ତୁତ୍ଵ ସହିତ ସମାନ । ଏହାକୁ ବସ୍ତୁତ୍ଵ ସଂରକ୍ଷଣ ନିୟମ କହନ୍ତି । ମୋଟ ବସ୍ତୁତ୍ଵ ସହିତ ସମାନ । ଏହାକୁ ବସ୍ତୁତ୍ୱ ସଂରକ୍ଷଣ ନିୟମ କହନ୍ତି ।
5. ସୂଚକୀୟ ରାସାୟନିକ ସମୀକରଣ କାହାକୁ କହନ୍ତି ?
ଉ–
କେବଳ ପ୍ରତିକାରକ ଓ ଉତ୍ପାଦର ସୂଚନା ଦେଉଥିବା ରାସାୟନିକ ସମୀକରଣକୁ ସୂଚକୀୟ ରାସାୟନିକ ସମୀକରଣ କୁହାଯାଏ ।
6. ଆକ୍ସାସ୍ (ag) ଶବ୍ଦ କେଉଁଥ୍ ପାଇଁ ବ୍ୟବହୃତ ହୁଏ ?
ଉ–
ଯଦି ପ୍ରତିକାରକ କିମ୍ବା ଉତ୍ପାଦ ଜଳରେ ଦ୍ରବୀଭୂତ ହୋଇଥାଏ, ସେହି ଦ୍ରବଣପାଇଁ ଆକ୍ସାସ୍ (aq) ଶବ୍ଦ ବ୍ୟବହାର କରାଯାଏ । ଏହାର ସଙ୍କେତ (aq) ଅଟେ ।
7. ସଂଶ୍ଳେଷଣ ପ୍ରତିକ୍ରିୟା କାହାକୁ କହନ୍ତି ?
ଉ–
ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଦୁଇ ବା ଅଧିକ ପ୍ରତିକାରକ ସଂଯୁକ୍ତ ହୋଇ ଏକମାତ୍ର ଉତ୍ପାଦ ଉତ୍ପନ୍ନ ହୁଏ, ସେହି
8. ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା କାହାକୁ କହନ୍ତି ?
ଊ–
ଯେଉଁ ପ୍ରତିକ୍ରିୟାରେ ଉତ୍ପାଦ ଉତ୍ପନ୍ନ ହେବା ସଙ୍ଗେ ସଙ୍ଗେ ତାପ ନିର୍ଗତ ହୋଇଥାଏ, ତାକୁ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା କହନ୍ତି ।
9. ପ୍ରାକୃତିକ ଗ୍ୟାସ୍ ଦହନର ସମୀକରଣ ଲେଖ ।
CH4(g) + 2O2(g) → CO2(g) + 2H2O(g) .
10. ଶ୍ୱସନ ଏକ ତାପ ଉତ୍ପାଦୀ ପ୍ରତିକ୍ରିୟା କାହିଁକି ?
ଉ-
ଶ୍ଵସନ ପ୍ରକ୍ରିୟାରେ ଗ୍ଲୁକୋଜ୍ ଶରୀର କୋଷ ମଧ୍ୟରେ ଅକ୍ସିଜେନ୍ ସହ ପ୍ରତିକ୍ରିୟାକରି ଶରୀରକୁ ଶକ୍ତି ଯୋଗାଏ । ତେଣୁ ଶ୍ୱସନ ପ୍ରକ୍ରିୟାକୁ ତାପ ଉତ୍ପାଦୀ ପ୍ରତିକ୍ରିୟା କହନ୍ତି ।
11. ବିଘଟନ ପ୍ରତିକ୍ରିୟା କାହାକୁ କହନ୍ତି ?
ଉ-
ଯେଉଁ ପ୍ରତିକ୍ରିୟାରେ ଗୋଟିଏ ମାତ୍ର ପ୍ରତିକାରକ ବିଘଟିତ ହୋଇ କିଛି ସରଳତମ ଉତ୍ପାଦ ସୃଷ୍ଟିହୁଏ ତାହାକୁ ବିଘଟନ ପ୍ରତିକ୍ରିୟା କହନ୍ତି ।
12. ତାପୀୟ ବିଘଟନ ପ୍ରତିକ୍ରିୟା କାହାକୁ କହନ୍ତି ?
ଉ-
ତାପ ପ୍ରୟୋଗଦ୍ଵାରା ଘଟୁଥିବା ବିଘଟନ ପ୍ରତିକ୍ରିୟାକୁ ତାପୀୟ ବିଘଟନ ପ୍ରତିକ୍ରିୟା କହନ୍ତି ।
13. ଏକ ତାପୀୟ ବିଘଟନ ପ୍ରତିକ୍ରିୟାର ଉଦାହରଣ ଦିଅ ।
ଉ-
![]()
14. ବୈଦ୍ୟୁତିକ ବିଘଟନ ପ୍ରକ୍ରିୟା କାହାକୁ କହନ୍ତି ?
ଉ-
ଜଳର ବିଦ୍ୟୁତ୍ ବିଶ୍ଳେଷଣଦ୍ଵାରା ହାଇଡ୍ରୋଜେନ ଓ ଅକ୍ସିଜେନ ନିର୍ଗତ ହେବା ପ୍ରକ୍ରିୟାକୁ ବୈଦ୍ୟୁତିକ ବିଘଟନ ପ୍ରକ୍ରିୟା କହନ୍ତି ।
15. ତାପଶୋଷୀ ପ୍ରତିକ୍ରିୟା କାହାକୁ କହନ୍ତି ?
ଉ-
ଯେଉଁ ପ୍ରତିକ୍ରିୟାରେ ତାପ ଶୋଷିତ ହୋଇଥାଏ ସେହି ପ୍ରତିକ୍ରିୟାକୁ ତାପଶୋଷୀ ରାସାୟନିକ ପ୍ରତିକ୍ରିୟା କହନ୍ତି ।
16. ବିସ୍ଥାପନ ପ୍ରତିକ୍ରିୟା କାହାକୁ କହନ୍ତି ?
ଉ–
ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଗୋଟିଏ ମୌଳିକ କୌଣସି ଏକ ଯୌଗିକର ମୌଳିକକୁ ଅପସାରଣ କରେ, ସେହି ରାସାୟନିକ ପ୍ରତିକ୍ରିୟାକୁ ବିସ୍ଥାପନ ପ୍ରତିକ୍ରିୟା କୁହାଯାଏ ।
17. ଅବକ୍ଷେପଣ ପ୍ରତିକ୍ରିୟା କାହାକୁ କହନ୍ତି ?
ଉ–
ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଅଦ୍ରାବ୍ୟ ଅବକ୍ଷେପ ସୃଷ୍ଟିହୁଏ ତାହାକୁ ଅବକ୍ଷେପଣ ପ୍ରତିକ୍ରିୟା କହନ୍ତି ।
18. ↑ ଓ ↓ ତୀର ଚିହ୍ନ କ’ଣ ଦର୍ଶାଏ ?
ଉ–
↑ ତୀରଚିହ୍ନ ଗ୍ୟାସ୍ ଉତ୍ପନ୍ନକୁ ଓ ↓ ତୀରଚିହ୍ନ ଅଦ୍ରବଣୀୟ ଅବକ୍ଷେପକୁ ଦର୍ଶାଏ ।
19. କଲିଚୁନରେ ଜଳ ମିଶାଇଲେ ହେଉଥିବା ରାସାୟନିକ ପ୍ରତିକ୍ରିୟାଟି ଲେଖ ।
ଉ–
CaO(s) + H2O(l) → Ca(OH)2(s) + ରାପ
20. ବେରିୟମ୍ କ୍ଲୋରାଇଡ୍ + ଏଲୁମିନିୟମ୍ ସଲଫେଟ୍
→ ବେରିୟମ୍ ସଲଫେଟ୍ + ଏଲୁମିନିୟମ୍ କ୍ଲୋରାଇଡ୍ ଏହାର ସମତୁଲ ସମୀକରଣଟି ଲେଖ ।
ଉ–
3BaCl2 + Al2(SO4)3 → 3BaSO4 + 2AlCl3
21. ହାଇଡ୍ରୋଜେନ ସଲଫାଇଡ୍ ଗ୍ୟାସ୍ ବାୟୁରେ ଜଳିଲେ ଜଳ ଓ ସଲଫର୍ ଡାଇଅକ୍ସାଇଡ୍ ଉତ୍ପନ୍ନ ହୁଏ । ଏହାର ସମତୁଲ ସମୀକରଣଟି ଲେଖ ।
ଊ–
2H2S(g) + 3O2(g) → 2H2O(l) + 2SO2(g)
22. HNO3 + Ca(OH)2 → Ca(NO3)2 + H2Oର ସମତୁଲ ସମ1କାରଟି ଲେଖ |
ଊ–
2HNO3 + Ca(OH)2 → Ca(NO3)2 + 2H2O
23. ଜାରଣ ପ୍ରତିକ୍ରିୟା କ’ଣ ?
ଊ–
ଯଦି ଏକ ପଦାର୍ଥ ରାସାୟନିକ ପ୍ରତିକ୍ରିୟା ସମୟରେ ଅକ୍ସିଜେନ ଲାଭକରେ କିମ୍ବା ହାଇଡ୍ରୋଜେନ ହରାଏ, ତେବେ ଏହାକୁ ଜାରଣ ପ୍ରତିକ୍ରିୟା କୁହାଯାଏ ।
24. ଚୈତ ବିସ୍ଥାପନ ପ୍ରତିକ୍ରିୟା କାହାକୁ କହନ୍ତି ?
ଊ–
ଯେଉଁ ରାସାୟନିକ ପ୍ରତିକ୍ରିୟାରେ ପ୍ରତିକାରକ ଦୁଇଟି ମଧ୍ୟରେ ଆୟନ ବିନିମୟ ଘଟିଥାଏ, ତାହାକୁ ଦ୍ୱୈତ ବିସ୍ଥାପନ ପ୍ରତିକ୍ରିୟା କୁହାଯାଏ ।
25. ମ୍ୟାଗ୍ନେସିୟମ୍ ପାତକୁ ବାୟୁରେ ଜଳାଇବା ପୂର୍ବରୁ କାହିଁକି ସଫାକରିବା ଉଚିତ ?
ଊ–
ମ୍ୟାଗ୍ନେସିୟମ୍ ଧାତୁ ବାୟୁର ଅମ୍ଳଜାନ ସହ ପ୍ରତିକ୍ରିୟା କରି ମ୍ୟାଗ୍ନେସିୟମ୍ ଅକ୍ସାଇଡ୍ର ଏକ ଆସ୍ତରଣ ସୃଷ୍ଟିକରେ । ଏହା ମ୍ୟାଗ୍ନେସିୟମ୍ ଜଳିବାରେ ପ୍ରତିବନ୍ଧକ ହୋଇଥାଏ । ତେଣୁ ମ୍ୟାଗ୍ନେସିୟମ୍ ପାତ ବାୟୁରେ ଜଳାଇବା ପୂର୍ବରୁ ସଫାକରିବା ଉଚିତ ।
27. ବିଜାରଣ ପ୍ରତିକ୍ରିୟା କାହାକୁ କହନ୍ତି ?
ଊ–
ଯଦି ପଦାର୍ଥଟି ରାସାୟନିକ ପ୍ରତିକ୍ରିୟା ସମୟରେ ଅକ୍ସିଜେନ ହରାଏ କିମ୍ବା ହାଇଡ୍ରୋଜେନ୍ ଗ୍ରହଣ କରେ ତେବେ ଏହାକୁ ବିଜାରଣ ପ୍ରତିକ୍ରିୟା କୁହାଯାଏ ।
28. ZnO + C → Zn + CO ସମୀକରଣରେ କିଏ ଜାରିତ ଓ ବିଜାରିତ ହୋଇଛି ?
ଉ-
କାର୍ବନ, COକୁ ଜାରିତ ହୋଇଛି ଏବଂ Znଠ, Znକୁ ବିଜାରିତ ହୋଇଛି ।
29. ଜାରଣ-ବିଜାରଣ ପ୍ରତିକ୍ରିୟା କ’ଣ ?
ଊ–
କୌଣସି ରାସାୟନିକ ପ୍ରତିକ୍ରିୟା ସମୟରେ ଗୋଟିଏ ପ୍ରତିଜାରକ ଜାରିତ ହେଉଥିଲେ, ଅନ୍ୟ ପ୍ରତିଜାରକଟି ବିଜାରିତ ହେଉଥାଏ । ଏହି ପ୍ରତିକ୍ରିୟାକୁ ଜାରଣ-ବିଜାରଣ ପ୍ରତିକ୍ରିୟା କୁହାଯାଏ ।
![]()
30. ସଂକ୍ଷାରଣ କ’ଣ ?
ଉ–
ଯେତେବେଳେ ଏକ ଧାତୁ ତାକୁ ଘେରି ରହିଥିବା ଉପାଦାନଗୁଡ଼ିକ (ଯଥା : ବାୟୁ, ଜଳୀୟବାଷ୍ପ, ଅମ୍ଳ ଆଦି) ସହିତ ରାସାୟନିକ ପ୍ରତିକ୍ରିୟା କରେ, ସେତେବେଳେ ଧାତୁଟିର ଧୀରେ ଧୀରେ କ୍ଷୟ ଘଟିଥାଏ । ଏହି ପ୍ରାକୃତିକ ପ୍ରତିକ୍ରିୟାକୁ ସଂକ୍ଷାରଣ ବା କ୍ରମକ୍ଷୟ କୁହାଯାଏ ।
31. ଜାରକ କାହାକୁ କହନ୍ତି ?
ଉ–
ଯେଉଁ ପଦାର୍ଥ ଅକ୍ସିଜେନ୍ ଦେଇ କିମ୍ବା ହାଇଡ୍ରୋଜେନ ନେଇ ଅନ୍ୟ ପଦାର୍ଥର ଜାରଣ ଘଟାଏ, ତାହାକୁ ଜାରକ କୁହାଯାଏ । ବିଜାରିତ ପଦାର୍ଥକୁ ଜାରକ କୁହାଯାଏ ।
32. ବିଜାରକ କାହାକୁ କହନ୍ତି ?
ଉ-
ଯେଉଁ ପଦାର୍ଥ ଅକ୍ସିଜେନ୍ ନେଇ କିମ୍ବା ହାଇଡ୍ରୋଜେନ ଦେଇ ଅନ୍ୟ ପଦାର୍ଥର ବିଜାରଣ ଘଟାଇଥାଏ, ତାହାକୁ ବିଜାରକ କୁହାଯାଏ । ଜାରିତ ପଦାର୍ଥକୁ ବିଜାରକ କୁହାଯାଏ ।
33. ସଢ଼ା ଅବସ୍ଥା କ’ଣ ?
ଉ-
ବହୁଦିନ ଧରି ରହିଯାଇଥିବା ଚର୍ବି ଓ ତେଲ ବାୟୁ ସଂସ୍ପର୍ଶରେ ଆସି ଜାରିତ ହୁଏ । ଏହା ଫଳରେ ତାର ଗନ୍ଧ ଓ ସ୍ଵାଦ ବଦଳିଯାଇଥାଏ । ଏହାକୁ ପଦାର୍ଥର ସଢ଼ା ଅବସ୍ଥା କହନ୍ତି ।
41. ଅକ୍ସିଜେନ ଉପସ୍ଥିତିରେ ମିଥେନ୍ର ଦହନ ଘଟିଲେ କାର୍ବନ ଡାଇଅକ୍ସାଇଡ୍ ଓ ଜଳ ସୃଷ୍ଟି ହୁଏ । ଏହାର ଏକ ସମତୁଲ ରାସାୟନିକ ସମୀକରଣ ଲେଖ ।
ଉ-
CH4 (g) + 2O2 (g) → CO2 (g) + 2H2O (l)
42. କଳଙ୍କ ଜ’ ଣ?
ଉ-
ବାୟୁ ତଥା ଅମ୍ଳଜାନ ସହିତ ଲୁହାର ଧୀର ପ୍ରତିକ୍ରିୟା ଘଟି ଲୌହ ଅକ୍ସାଇଡ୍ ସୃଷ୍ଟି ହେବା ଫଳରେ ଲୁହା ଉପରେ ଏକ ଲୋହିତ-ବାଦାମୀ ରଙ୍ଗର ପ୍ରଲେପ ମାଡ଼ିଯାଏ ଏବଂ ଏହି ପ୍ରାକୃତିକ ପ୍ରକ୍ରିୟାକୁ ଲୁହାରେ କଳଙ୍କି ଲାଗିବା କୁହାଯାଏ ।
![]()
F ପ୍ରଥମଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ୱିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।
1. CO(g) + 2H2(g) : CH3OH :: Ca(OH)2 + CO2 : …………..(s) |
2. ଏକାଧ୍ଵ ପ୍ରତିକାରକ ସଂଯୁକ୍ତ ହୋଇ ଏକ ଉତ୍ପାଦ : ସଂଶ୍ଳେଷଣ ପ୍ରତିକ୍ରିୟା :: ଏକ ପ୍ରତିକାରକରୁ ଅନେକ ଉତ୍ପାଦ : ……………………… |
3. C(s) + O2(g) → CO2(g) : ସଂଶ୍ଳେଷଣ :: CaCO3(g) → CaO(s) + CO2(g) ……………. |
4. Pb(NO3)2 : ଧଳା :: PbO : ……………. |
5. AgCl(s): ଧଳା :: Ag : …………… |
6. Ag : ଧୂସର :: Cu : ……………. |
7. Cu : ବାଦାମୀ :: CuO : ……………|
8. ତାପଶୋଷୀ : ତାପଗ୍ରହଣ :: ତାପ ଉତ୍ପାଦୀ : ………………….. |
9. ଅକ୍ସିଜେନ୍ ଲାଭ : ଜାରଣ :: ହାଇଡ୍ରୋଜେନ୍ ଲାଭ : ……………………… |
10. Mg + O2 → MgO : ଜାରଣ ପ୍ରତିକ୍ରିୟା :: CuO + H2 → Cu + H2O : ……………….. |
11. ସିଲଭର : କଳା ଆସ୍ତରଣ :: କପର : ………………….. |
12. ପ୍ରାକୃତିକ ଗ୍ୟାସ୍ ଦହନ : ତାପ ଉତ୍ପାଦୀ :: ଶ୍ବସନ ପ୍ରକ୍ରିୟା : …………. |
13. X + Y → XY : ସଂଶ୍ଳେଷଣ ପ୍ରତିକ୍ରିୟା :: XY → X + Y : ……………………. |
14. PbI2 : ହଳଦିଆ ଅଧଃକ୍ଷେପ :: BaSO4 : ………………… |
15. CaO + ଜଳ : ତାପ ଉତ୍ପାଦୀ ପ୍ରତିକ୍ରିୟା :: ଏସିଡ୍ + ଜଳ : ……………………. |
16. ଫେରସ ଅକ୍ସାଇଡ୍ : FeO : : ଫେରିକ୍ ଅକ୍ସାଇଡ୍ : ……………………… |
17. CuSO4 : ନାଳ :: ZnSO4 : ………………… |
18. ପ୍ରାକୃତିକ ଗ୍ୟାସ୍ ଦହନ : ତାପଉତ୍ପାଦୀ ପ୍ରତିକ୍ରିୟା :: ଶ୍ବସନ ପ୍ରକ୍ରିୟା : …………………… |
19. 2H2 + O2 → 2H2O : ସଂଶ୍ଳେଷଣ ପ୍ରତିକ୍ରିୟା :: C + O2 → CO2 : ……………… |
20. କଠିନ : S :: ଜଳୀୟ ଦ୍ରବଣ : …………………. |
21. ପ୍ରତିକାରକର ଅକ୍ସିଜେନ୍ ଗ୍ରହଣ : ଜାରଣ :: ପ୍ରତିକାରକର ହାଇଡ୍ରୋଜେନ୍ ଗ୍ରହଣ : ………………………. |
22. କପର୍ ସଲ୍ଫେଟ୍ : ନୀଳ :: ଆଇରନ୍ ସଲ୍ଫେଟ୍ : ……………………… |
Answer:
1. CaCO3
2. ବିଘଟନ
3. ବିଘଟନ
4. ହଳଦିଆ
5. ଧୂସର
6. ବାଦାମୀ
7, କଳା
8. ତାପ ଉତ୍ପନ୍ନ
9. ବିଜାରଣ
10. ଜାରଣ ବିଜାରଣ ପ୍ରତିକ୍ରିୟା
11. ସବୁଜ ଆସ୍ତରଣ
12. ତାପ ଉତ୍ପାଦୀ
13. ବିଘଟନ ପ୍ରତିକ୍ରିୟା
14. ଧଳା ଅଧଃକ୍ଷେପ
15. ତାପ ଉତ୍ପାଦୀ
16. Fe2O3
17. ବର୍ଣ୍ଣହୀନ
18. ତାପଉତ୍ପାଦୀ ପ୍ରତିକ୍ରିୟା
19. ସଂଶ୍ଳେଷଣ ପ୍ରତିକ୍ରିୟା
20. ag
21. ବିଜାରଣ,
22. ସବୁଜ
![]()
Subjective Type Questions with Answer
1. ସଂଶ୍ଳେଷଣ ପ୍ରତିକ୍ରିୟା କାହାକୁ କହନ୍ତି ଉଦାହରଣ ମାଧ୍ୟମରେ ଦର୍ଶାଅ । ଏହି ପ୍ରତିକ୍ରିୟାକୁ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା କାହିଁକି କୁହାଯାଏ ? ପ୍ରାକୃତିକ ଗ୍ୟାସ୍, ଶ୍ୱସନ କ୍ରିୟା ଓ ଖତର ଉଦାହରଣ ଦେଇ ବୁଝାଅ ।
ଉ-
(i) ସଂଶ୍ଳେଷଣ ପ୍ରତିକ୍ରିୟା – ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଦୁଇ ବା ଅଧିକ ପ୍ରତିକାରକ ସଂଯୁକ୍ତ ହୋଇ ଏକମାତ୍ର ଉତ୍ପାଦ ଉତ୍ପନ୍ନ ହୁଏ, ସେହି ପ୍ରତିକ୍ରିୟାକୁ ସଂଶ୍ଳେଷଣ ପ୍ରତିକ୍ରିୟା କୁହାଯାଏ ।
ଉଦାହରଣ : କ୍ୟାଲସିୟମ୍ ଅକ୍ସାଇଡ୍ ଜଳ ସହିତ ପ୍ରତିକ୍ରିୟା କଲେ ପ୍ରଚୁର ପରିମାଣରେ ତାପ ନିର୍ଗତ ହେବା ସଙ୍ଗେ ସଙ୍ଗେ କାସିୟମ୍ ହାଇଡ୍ରକ୍ସାଇଡ୍ ଯୌଗିକ ଉତ୍ପନ୍ନ ହୁଏ ।
CaO(s) + H2O(l) → Ca(OH)2(aq)
2H2(g) + O2(g) → 2H2O (l) + ତାପ
ଏହି ପ୍ରତିକ୍ରିୟାରେ ଉତ୍ପାଦ ଉତ୍ପନ୍ନ ହେବା ସଙ୍ଗେ ସଙ୍ଗେ ତାପଶକ୍ତି ନିର୍ଗତ ହୋଇଥାଏ । ତେଣୁ ଏହାକୁ ତାପ ଉତ୍ପାଦୀ ବା ତାପ ଉତ୍ପାଦକ ରାସାୟନିକ ପ୍ରତିକ୍ରିୟା କୁହାଯାଏ ।
(ii) କଲିଚୂନ (CaO) ଜଳ ସହ ତୀବ୍ର ପ୍ରତିକ୍ରିୟା କରି ପ୍ରଚୁର ପରିମାଣରେ ତାପ ନିର୍ଗତ କରେ ଓ ଶମିତଚୂନରେ ପରିଣତ ହୁଏ ।

(iii) ପ୍ରାକୃତିକ ଗ୍ୟାସ୍ ଦହନ ଫଳରେ ପ୍ରଚୁର ତାପଶକ୍ତି ଉତ୍ପନ୍ନ ହୋଇଥାଏ ।
CH4(g) + 2O2(g) → CO2(g) + 2H2O(g) + ତାପ
(iv) ଶ୍ଵାସକ୍ରିୟା ଏକ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା । କାରଣ ବଞ୍ଚିବାପାଇଁ ଯେଉଁ ଶକ୍ତି ଆବଶ୍ୟକ ହୋଇଥାଏ, ତାହା ଆମେ ଖାଦ୍ୟରୁ ପାଇଥାଉ । ପରିପାକ ପ୍ରକ୍ରିୟାରେ ଖାଦ୍ୟ ସରଳତର ପଦାର୍ଥରେ ପରିଣତ ହୁଏ । ଉଦାହରଣସ୍ୱରୂପ, ଭାତ, ଆଳୁ ଓ ରୁଟିରେ ଶ୍ଵେତସାର ରହିଛି । ପରିପାକ କ୍ରିୟା ହେତୁ ଏହି ଶ୍ୱେତସାରରୁ ଗ୍ଲୁକୋଜ ଅଣୁ ସୃଷ୍ଟି ହୁଏ । ଗ୍ଲୁକୋଜ ଅଣୁ ଆମ ଶରୀରର କୋଷଗୁଡ଼ିକ ମଧ୍ୟରେ ଥିବା ଅକ୍ସିଜେନ୍ ସହିତ ରାସାୟନିକ ପ୍ରତିକ୍ରିୟା କରେ ଏବଂ ଶରୀରକୁ ଶକ୍ତି ଯୋଗାଏ । ଏହି ପ୍ରତିକ୍ରିୟାର ନାମ ହେଉଛି ଶ୍ବସନ ପ୍ରକ୍ରିୟା ।
C6H12O6(aq) + 6O2(aq) → 6CO2(aq)+ 6H2O(l) + ଶକ୍ତି
(v) ଉଭିଦଜ ଦ୍ରବ୍ୟର ବିଘଟନ ଘଟି ଖତରେ ପରିଣତ ହୁଏ । ଏହା ଏକ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟାର ଉଦାହରଣ ।
Question 2.
ଜଳନ୍ତା ଗନ୍ଧକର ଗନ୍ଧ, ବାଦାମୀ ରଙ୍ଗର ଧୂମ ଉତ୍ପନ୍ନ, ସିମେଣ୍ଡ ଉତ୍ପାଦନ ପାଇଁ ବ୍ୟବହୃତ ଯୌଗିକରୁ ଜାରଣ ଓ ବିଜାରଣର ଉଦାହରଣ ମାଧ୍ୟମରେ CO2 ଗ୍ୟାସ୍ ଉତ୍ପନ୍ନ ଏବଂ zn ସହ ଅମ୍ଳ ପ୍ରତିକ୍ରିୟାରୁ H2 ଗ୍ୟାସ୍ ନିର୍ଗମନ, ଉଦାହରଣ ସାହାଯ୍ୟରେ ବୁଝାଅ ।
(i) ଫେରସ୍ ସଲଫେଟ୍ର ସ୍ଫଟିକକୁ ଗରମ କଲେ ଫେରିକ୍ ଅକ୍ସାଇଡ୍, ସଲଫର୍ ଡାଇଅକ୍ସାଇଡ୍ ଓ ସଲଫର୍ ଟ୍ରାଇଅକ୍ସାଇଡ୍ ଉତ୍ପନ୍ନ ହୋଇଥାଏ ।
![]()
ସଲଫର୍ ଡାଇଅକ୍ସାଇଡରୁ ଜଳନ୍ତା ଗନ୍ଧକର ଲାକ୍ଷଣିକ ଗନ୍ଧ ବାହାରେ ।
(ii) ଲେଡ୍ ନାଇଟ୍ରେଟ୍ ଚୂର୍ଣ୍ଣକୁ ଉତ୍ତପ୍ତ କଲେ ବାଦାମୀ ରଙ୍ଗର ଧୂମ ଉତ୍ପନ୍ନ ହେବ, ତାହା NO2 ଅଟେ ।
![]()
(iii) CaCO3ର ବିଘଟନରୁ CaO ଉତ୍ପନ୍ନ ହୁଏ
![]()
(iv) Znଠ ସହ କାର୍ବନ ପ୍ରତିକ୍ରିୟା କରି ଜିଙ୍କ ଓ କାର୍ବନ ମୋନୋକ୍ସାଇଡ୍ ଉତ୍ପନ୍ନ କରେ ।
ZnO + C → Zn + CO
ଏଠାରେ କାର୍ବନ୍ CO ଜାରିତ ହୋଇଛି ।
ZnO → Znକୁ ବିଜାରିତ ହୋଇଛି ।
(v) ଜିଙ୍କ ଦାନା ସହ ଲଘୁ ସଲ୍ଫୁରିକ୍ ଏସିଡ୍ ପ୍ରତିକ୍ରିୟା କରି ଜିଙ୍କ ସଲଫେଟ୍ ଓ ହାଇଡ୍ରୋଜେନ୍ ଗ୍ୟାସ ଉତ୍ପନ୍ନ କରେ ।
Zn + H2SO4 → ZnSO4 + H2(g)
![]()
Question 3.
ସଂଶ୍ଳେଷଣ ପ୍ରତିକ୍ରିୟା କାହାକୁ କହନ୍ତି ? ମୌଳିକ-ମୌଳିକ, ମୌଳିକ-ଯୌଗିକ ଏବଂ ଯୌଗିକ-ଯୌଗିକ ମଧ୍ୟରେ ସଂଘଟିତ ହେଉଥିବା ଗୋଟିଏ ଲେଖାଏଁ ପ୍ରତିକ୍ରିୟାର ଉଦାହରଣ ସମୀକରଣ ସହ ଲେଖ । ବସ୍ତୁତ୍ଵ ସଂରକ୍ଷଣ ନିୟମ କ’ଣ ? ଏକ ସମତୁଲ ସମୀକରଣ ଲେଖ ।
ଉ-
(i) ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଦୁଇ ବା ଅଧିକ ପ୍ରତିକାରକ ସଂଯୁକ୍ତ ହୋଇ ଏକମାତ୍ର ଉତ୍ପାଦ ଉତ୍ପନ୍ନ ହୁଏ ସେହି ପ୍ରତିକ୍ରିୟାକୁ ସଂଶ୍ଳେଷଣ ପ୍ରତିକ୍ରିୟା କହନ୍ତି ।
(ii) କୋଇଲାର ଦହନବେଳେ ଦୁଇଟି ମୌଳିକ କାର୍ବନ ଓ ଅକ୍ସିଜେନ୍ ମଧ୍ଯରେ ପ୍ରତିକ୍ରିୟା ଘଟି କାର୍ବନ ଡାଇଅକ୍ସାଇଡ୍ ଉତ୍ପନ୍ନ ହୁଏ ।
C + O2 → CO2 + ତାପ
(iii) 340 ବାୟୁମଣ୍ଡଳୀୟ ଚାପରେ କାର୍ବନ ମନୋକ୍ସାଇଡ୍ ଓ ହାଇଡ୍ରୋଜେନ୍ ଗ୍ୟାସ ମଧ୍ୟରେ ପ୍ରତିକ୍ରିୟା ଘଟି ମିଥାଇଲ୍ ଆଲ୍କହଲ୍ ଉତ୍ପନ୍ନ ହୁଏ ।
![]()
(iv) କ୍ୟାଲସିୟମ୍ ଅକ୍ସାଇଡ୍ ଜଳ ସହିତ ତୀବ୍ର ପ୍ରତିକ୍ରିୟା ଘଟି ପ୍ରଚୁର ପରିମାଣର ତାପ ନିର୍ଗତ ହେବା ସଙ୍ଗେ ସଙ୍ଗେ ଶର୍ମିତ ଚୂନ ଉତ୍ପନ୍ନ ହୁଏ ।
CaO(s) + H2O(l) → Ca(OH)2(aq)
(v) କୌଣସି ରାସାୟନିକ ପ୍ରତିକ୍ରିୟାରେ ବସ୍ତୁତ୍ଵର ସୃଷ୍ଟି କିମ୍ବା ବିନାଶ ଘଟେନାହିଁ ଅର୍ଥାତ୍ କୌଣସି ରାସାୟନିକ ପ୍ରତିକ୍ରିୟାରେ ଉତ୍ପାଦରେ ଥିବା ମୌଳିକଗୁଡ଼ିକର ମୋଟ ବସ୍ତୁତ୍ଵ ପ୍ରତିକାରକରେ ଥିବା ମୌଳିକଗୁଡ଼ିକର ମୋଟ ବସ୍ତୁତ୍ଵ ସହିତ ନିଶ୍ଚୟ ସମାନ ରହିବ ।
3Fe + 4H2O → Fe3O4 + 4H2
Question 4.
ରାସାୟନିକ ସମୀକରଣ କହିଲେ କ’ଣ ବୁଝ ? ରାସାୟନିକ ସମୀକରଣ ଲେଖୁବାପାଇଁ ବ୍ୟବହୃତ ପ୍ରଣାଳୀଗୁଡ଼ିକ ଆଲୋଚନା କର ।
ଉ-
- ପ୍ରତୀକ ଓ ସଙ୍କେତ ସାହାଯ୍ୟରେ ରାସାୟନିକ ପ୍ରତିକ୍ରିୟାକୁ ପ୍ରକାଶ କରିବାକୁ ରାସାୟନିକ ସମୀକରଣ କୁହାଯାଏ ।
- ରାସାୟନିକ ସମୀକରଣକୁ ବାକ୍ୟରେ ପ୍ରକାଶ ନ କରି ଶବ୍ଦ ରୂପରେ ଲେଖୁଲେ, ଏହାକୁ ଶବ୍ଦ ସମୀକରଣ କୁହାଯାଏ ।
ଉଦାହରଣ :- ହାଇଡ୍ରୋଜେନ୍ + ଅକ୍ସିଜେନ୍ → ଜଳ
- ମ୍ୟାଗ୍ନେସିୟମ୍ + ଅକ୍ସିଜେନ୍→ ମ୍ୟାଗ୍ନେସିୟମ୍ ଅକ୍ସାଇଡ୍
ରାସାୟନିକ ପମ1କରଣ ଲେଖ୍ଚାପାଇଁ ବ୍ୟବହୃତ ପ୍ରଣାଳ1 :
(i) ଶବ୍ଦ ସମୀକରଣକୁ ସଙ୍କେତ ଓ ପ୍ରତୀକ ସାହାଯ୍ୟରେ ପ୍ରକାଶ କରାଗଲେ ତାକୁ ସୂଚକୀୟ ରାସାୟନିକ ସମୀକରଣ ବା କଙ୍କାଳ ସମୀକରଣ କୁହାଯାଏ ।
ଉଦାହରଣ :
H2 + O2 → H2O
Mg + O2 → MgO
(ii) ରାସାୟନିକ ସମୀକରଣର ବାମପାର୍ଶ୍ଵରେ ପ୍ରତିକାରଗୁଡ଼ିକୁ ଓ ଡାହାଣ ପାର୍ଶ୍ଵରେ ଉତ୍ପାଦଗୁଡ଼ିକୁ ଲେଖାଯାଏ ।
(iii) ପ୍ରତିକାରକ ଓ ଉତ୍ପାଦ ମଧ୍ଯରେ ତୀର (→) ଚିହ୍ନ ଦିଆଯାଇଥାଏ । ଏହି ତୀରଟି ବାମରୁ ଡାହାଣକୁ ହୋଇଥାଏ । ରାସାୟନିକ ପ୍ରତିକ୍ରିୟାରେ ଏକାଧିକ ପ୍ରତିକାରକ ଥିଲେ ସେମାନଙ୍କ ମଧ୍ୟରେ ଯୁକ୍ତ ଚିହ୍ନ ଦିଆଯାଇଥାଏ ।
(iv) ସୂଚକୀୟ ରାସାୟନିକ ସମୀକରଣଟି ଏକ ଅସମତୁଲ ସମୀକରଣ ଅଟେ । କାରଣ ଏହାର ଉଭୟ ପାର୍ଶ୍ଵର ବସ୍ତୁତ୍ୱ ସମାନ ନଥାଏ । କିନ୍ତୁ ବସ୍ତୁତ୍ୱ ସଂରକ୍ଷଣ ନିୟମାନୁସାରେ କୌଣସି ରାସାୟନିକ ପ୍ରତିକ୍ରିୟା ପୂର୍ବରୁ ଓ ପ୍ରତିକ୍ରିୟା ପରେ ବସ୍ତୁତ୍ୱ ସମାନ ରହିବା ଆବଶ୍ୟକ ଅଟେ । ଏଥିପାଇଁ ଆମକୁ ରାସାୟନିକ ସମୀକରଣକୁ ସମତୁଲ କରିବାକୁ ପଡ଼ିଥାଏ । ସାଧାରଣତଃ ପରଖ-ନୀରେଖ ବିଧ୍ୱଂରେ ରାସାୟନିକ ସମୀକରଣକୁ ସମତୁଲ କରାଯାଇଥାଏ । ପ୍ରତିକାରକ ଓ ଉତ୍ପାଦ ପାର୍ଶ୍ଵରେ ଥିବା ମୌଳିକମାନଙ୍କ ପରମାଣୁ ସଂଖ୍ୟା ସମାନ କରିଦେଲେ ବସ୍ତୁତ୍ୱ ସଂରକ୍ଷଣ ନିୟମ କାର୍ଯ୍ୟକାରୀ ହୋଇଥାଏ ।
ଉଦାହରଣ :

ସଂକ୍ଷିପ୍ତ ଭତ୍ତରମୂଳକ ପ୍ରଶ୍ନୋତ୍ତର
1. ରାସାୟନିକ ସମୀକରଣର ତିନୋଟି ବୈଶିଷ୍ଟ୍ୟ ଉଦାହରଣ ଦେଇ ଲେଖ ।
ଉ-
- ଅବକ୍ଷେପ ସୃଷ୍ଟି
- ତାପର ନିର୍ଗମନ
- ଗ୍ୟାସ୍ର ନିର୍ଗମନ ହୋଇଥାଏ ।
(i) କେତେକ ରାସାୟନିକ ପ୍ରତିକ୍ରିୟାରେ ଅବକ୍ଷେପ ସୃଷ୍ଟି ହୁଏ ।
ଉଦାହରଣ – ପୋଟାସିୟମ୍ ଆୟୋଡାଇଡ୍ର ଜଳୀୟଦ୍ରବଣ ସହ ଲେଡ୍ ନାଇଟ୍ରେଟର ଦ୍ରବଣ ମିଶାଇଲେ ଲେଡ୍ ଆୟୋଡ଼ାଇଡ୍ର ହଳଦିଆ ଅବକ୍ଷେପ ସୃଷ୍ଟି ହୁଏ।
Pb (NO3)2 + 2KI → PbI2 + 2KNO3
(ii) କେତେକ ରାସାୟନିକ ପ୍ରତିକ୍ରିୟାରେ ତାପ ନିର୍ଗତ ହୁଏ ।
ଉଦାହରଣ – ବିକରରେ ଜିଙ୍କ ଦାନା ସହ ଲଘୁ ସଲଫ୍ୟୁରିକ୍ ଏସିଡ୍ର ପ୍ରତିକ୍ରିୟା ଘଟିଲେ ବିକରକୁ ସ୍ପର୍ଶ କଲେ ହାତକୁ ଗରମ ଲାଗିବ ଓ ପ୍ରଚୁର ତାପ ଉତ୍ପନ୍ନ ହେବ ।
Zn + H2SO4 → ZnSO4 + H2
(iii) କେତେକ ରାସାୟନିକ ପ୍ରତିକ୍ରିୟାରେ ଗ୍ୟାସ୍ ନିର୍ଗମନ ହୁଏ ।
ଉଦାହରଣ – ଗୋଟିଏ କୋନିକାଲ ଫ୍ଲସ୍କରେ କିଛି ଜିଙ୍କ ଦାନା ସହ ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ମିଶାଇଲେ ଜିଙ୍କ ଦାନାର ଉପରେ ହାଇଡ୍ରୋଜେନ୍ ଗ୍ୟାସ୍ର ଫୋଟକା ନିର୍ଗତ ହୁଏ ।
Zn + 2HCl → ZnCl2 + H2
2. ଏକ ସମତୁଲ ରାସାୟନିକ ସମୀକରଣ କ’ଣ ? ରାସାୟନିକ ସମୀକରଣଗୁଡ଼ିକ କାହିଁକି ସମତୁଲ ହେବା ତରାକାର ?
ଉ –
- ରାସାୟନିକ ପ୍ରତିକ୍ରିୟାକୁ ଉପସ୍ଥାପନ କରିବାପାଇଁ ବ୍ୟବହୃତ ଉକ୍ତିକୁ ଶବ୍ଦ ସମୀକରଣ କହନ୍ତି ।
- କିନ୍ତୁ ପ୍ରତୀକ ଓ ସଙ୍କେତ ସାହାଯ୍ୟରେ ରାସାୟନିକ ପ୍ରତିକ୍ରିୟାକୁ ପ୍ରକାଶ କରିବାକୁ ରାସାୟନିକ ସମୀକରଣ
- ଯେଉଁ ରାସାୟନିକ ସମୀକରଣରେ ବାମପାର୍ଶ୍ଵରେ ଥିବା ପ୍ରତ୍ୟେକ ମୌଳିକର ପରମାଣୁ ସଂଖ୍ୟା ଦକ୍ଷିଣ ପାର୍ଶ୍ଵରେ ଥିବା ପ୍ରତ୍ୟେକ ମୌଳିକର ପରମାଣୁ ସଂଖ୍ୟା ସହ ସମାନ ହୋଇଥାଏ, ତାହାକୁ ସମତୁଲ ରାସାୟନିକ ସମୀକରଣ କହନ୍ତି ।
- ଡାଲ୍ଟନ୍ଙ୍କ ପରମାଣୁ ତତ୍ତ୍ବ ଅନୁଯାୟୀ ରାସାୟନିକ ପ୍ରତିକ୍ରିୟାରେ ପରମାଣୁର ସୃଷ୍ଟି କିମ୍ବା ବିନାଶ ହୁଏ ନାହିଁ ।
- ବସ୍ତୁତ୍ୱ ସଂରକ୍ଷଣ ନିୟମ ଅନୁଯାୟୀ ଏକ ରାସାୟନିକ ପ୍ରତିକ୍ରିୟାରେ ସମସ୍ତ ଉତ୍ପାଦରେ ଥିବା ମୌଳିକଗୁଡ଼ିକରେ ମୋଟ ବସ୍ତୁତ୍ଵ ପ୍ରତିକାରକରେ ଥିବା ମୌଳିକଗୁଡ଼ିକର ମୋଟ ବସ୍ତୁତ୍ବ ସହ ନିଶ୍ଚୟ ସମାନ ରହିବ । ମୌଳିକଗୁଡ଼ିକର ମୋଟ ବସ୍ତୁତ୍ଵ ଏହାର ପରମାଣୁ ସଂଖ୍ୟା ଉପରେ ନିର୍ଭର କରେ । ତେଣୁ ପ୍ରତ୍ୟେକ ମୌଳିକର ପରମାଣୁ ସଂଖ୍ୟା ପ୍ରତିକାରକ ଓ ଉତ୍ପାଦରେ ସମାନ ରହିବା ଆବଶ୍ୟକ ।
![]()
3.
- 2AgBr → 2Ag + Brର ସମ୍ପାଦନ ପାଇଁ ଆବଶ୍ୟକ ସର୍ଭଟି କ’ଣ ? ଏହାର ଏକ ବ୍ୟବହାର ଲେଖ ।
- ରାସାୟନିକ ସମୀକରଣଟିକୁ ଲେଖ ।

- କଲିଚୂନରେ ଜଳ ମିଶାଇଲେ କ’ଣ ହୁଏ ସମୀକରଣ ସହ ଲେଖ ।
ଉ –
- 2AgBr ସୂର୍ଯ୍ୟାଲୋକ ଉପସ୍ଥିତିରେ Ag ଓ Brରେ ପରିଣତ ହୁଏ । ଏହା କଳାଧଳା ଫଟୋ ସଂକ୍ରାନ୍ତୟ କାର୍ଯ୍ୟରେ ବ୍ୟବହୃତ ହୁଏ ।

- କଲିଚୂନ ଜଳ ସହ ପ୍ରତିକ୍ରିୟା କରି ଶମିତଚୂନରେ ପରିଣତ ହୁଏ ଓ ଏଥୁରୁ ତାପ ନିର୍ଗତ ହୁଏ ।
CaO(s) + H2O(l) → Ca (OH)2
4. ପ୍ରାୟ 2 ଗ୍ରାମ୍ ଫେରସ୍ ସଲଫେଟ୍ ସ୍ଫଟିକ ନେଇ ଶୁଷ୍କ ସ୍ଫୁଟନ ନଳୀରେ ଉତ୍ତପ୍ତ କଲେ
- ରଙ୍ଗର କ’ଣ ପରିବର୍ତ୍ତନ ହେବ ?
- ରାସାୟନିକ ସମୀକରଣଟି ଲେଖ ।
- କେଉଁ ପ୍ରକାର ରାସାୟନିକ ସମୀକରଣ ତାହା ବୁଝାଇ ଲେଖ ।
ଉ –
- ସବୁଜ ବର୍ଣ୍ଣର FeSO4 ବର୍ଣ୍ଣହୀନ ହେବ ଏବଂ ଲୋହିତ ବାଦାମୀ ରଙ୍ଗର କଠିନ ସୃଷ୍ଟି ହେବ ଏବଂ ଜଳନ୍ତା ଗନ୍ଧକର ଲାକ୍ଷଣିକ ଗନ୍ଧ ମିଳିବ ।

- ଏହା ଏକ ବିଘଟନ ପ୍ରତିକ୍ରିୟା ଅଟେ, କାରଣ ଏହି ପ୍ରତିକ୍ରିୟାରେ ଗୋଟିଏ ମାତ୍ର ପ୍ରତିକାରକର ବିଘଟନ ଘଟି କିଛି ସରଳତର ଉତ୍ପାଦ; ଯଥା- Fe2O3, SO2 ଓ SO3 ଉତ୍ପନ୍ନ ହେଉଛି ।
5.
- A2O3 + 2B → B2O3 + 2A
- 3CSO4 + 2B → B2(SO4)3 + 3C
- 3CO + 2A → A2O3 + 3C
ଉପରୋକ୍ତ ସମୀକରଣରେ A, B ଓ C ତ୍ରୟ ପରସ୍ପର ରାସାୟନିକ ପ୍ରତିକ୍ରିୟା କରନ୍ତି ।- କେଉଁଟି ଅଧିକ ପ୍ରତିକ୍ରିୟାଶୀଳ ?
- କେଉଁ ମୌଳିକଟି କମ୍ ପ୍ରତିକ୍ରିୟାଶୀଳ ?
- ଉପରୋକ୍ତ ସମୀକରଣ ତ୍ରୟ କେଉଁ ପ୍ରକାରର ପ୍ରତିକ୍ରିୟା ପ୍ରଦର୍ଶନ କରନ୍ତି ? –
ଉ –
- B ଅଧିକ ପ୍ରତିକ୍ରିୟାଶୀଳ । କାରଣ B ଉଭୟ ଓ C କୁ ବିସ୍ଥାପିତ କରିଛି ।
- C କମ୍ ପ୍ରତିକ୍ରିୟାଶୀଳ । କାରଣ ଉଭୟ A ଓ B ଦ୍ବାରା Cର ବିସ୍ଥାପନ ଘଟେ ।
- ସମୀକରଣ
- ବିସ୍ଥାପନ ସମୀକରଣ
- ବିସ୍ଥାପନ ସମୀକରଣ
- ବିସ୍ଥାପନ ସୁତରାଂ ତିନୋଟିଯାକ ସମୀକରଣ ବିସ୍ଥାପନ ପ୍ରତିକ୍ରିୟା ପ୍ରଦର୍ଶନ କରନ୍ତି ।
6. ସଂଶ୍ଳେଷଣ ପ୍ରତିକ୍ରିୟା କ’ଣ ? ସଂଶ୍ଳେଷଣ ପ୍ରତିକ୍ରିୟା ତାପ ଉତ୍ପାଦୀ କି ? ଉଦାହରଣ ଦେଇ ବୁଝାଅ H2S + Cl2 → 2HCl + S ସମୀକରଣରେ ଜାରକ ଓ ବିଜାରକ କିଏ ଦର୍ଶାଅ । ସଢ଼ା ଅବସ୍ଥା କ’ଣ ? କିପରି ଏହାକୁ ଦୂର କରାଯାଇପାରିବ ?
ଉ –
(a) ସଂଶ୍ଳେଷଣ ପ୍ରତିକ୍ରିୟା – ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଦୁଇ ବା ଅଧିକ ପ୍ରତିକାରକ ସଂଯୁକ୍ତ ହୋଇ ଏକମାତ୍ର ଉତ୍ପାଦ ଉତ୍ପନ୍ନ ହୁଏ, ସେହି ପ୍ରତିକ୍ରିୟାକୁ ସଂଶ୍ଳେଷଣ ପ୍ରତିକ୍ରିୟା କୁହାଯାଏ ।
ଉଦାହରଣ : କ୍ୟାଲ୍ସିୟମ୍ ଅକ୍ସାଇଡ୍ ଜଳ ସହିତ ପ୍ରତିକ୍ରିୟା କଲେ ପ୍ରଚୁର ପରିମାଣରେ ତାପ ନିର୍ଗତ ହେବା ସଙ୍ଗେ ସଙ୍ଗେ କାସିୟମ୍ ହାଇଡ୍ରକ୍ସାଇଡ୍ ଉତ୍ପନ୍ନ ହୁଏ ।
CaO(s) + H2O(l) → Ca(OH)2(aq)
2H2(g) + O2(g) → 2H2O (l) + ତାପ
(b) H2S + CI2 → 2HCI + S ସମୀକରଣରେ ଜାରକ Cl2 ଓ ବିଜାରକ H2S |
(c) ବହୁତ ଦିନ ଧରି ରହିଯାଇଥିବା ଚର୍ବି ଓ ତେଲ ବାୟୁ ସଂସ୍ପର୍ଶରେ ଆସି ଜାରିତ ହୋଇଥାଏ । ଫଳରେ ସ୍ଵାଦ ଓ ଗନ୍ଧ ବଦଳି ଯାଇଥାଏ । ତହିଁରୁ ରହଣିଆ ଗନ୍ଧ ବାହାରେ । ଏହାକୁ ସଢ଼ା ଅବସ୍ଥା କହନ୍ତି । ଏହାର ପ୍ରତିରୋଧ କରିବାପାଇଁ ପ୍ରତିଜାରକ ମିଶାଯାଇଥାଏ ଏବଂ ବାୟୁରୋଧୀ ପାତ୍ରରେ ରଖାଯାଏ । ନାଇଟ୍ରୋଜେନ୍ ଭଳି ଗ୍ୟାସ୍ ଭର୍ତ୍ତି କରାଯାଇଥାଏ ।
![]()
7. ରାସାୟନିକ ପ୍ରତିକ୍ରିୟାରେ ଚାପ, ତାପ ଓ ଉତ୍ପ୍ରେରକର ପ୍ରଭାବ କିପରି ପଡ଼େ, ଉଦାହରଣ ମାଧ୍ୟମରେ ବୁଝାଅ ?
ଉ –
ଉତ୍ପ୍ରେରକ :
(i) ନାଇଟ୍ରୋଜେନ୍ ଓ ହାଇଡ୍ରୋଜେନ୍ ଗ୍ୟାସ୍କୁ 1 : 3 ବସ୍ତୁତ୍ଵ ଅନୁପାତରେ ନେଇ ଏହାକୁ ଉତ୍ତପ୍ତ ଫେରିକ୍ ଅକ୍ସାଇଡ୍ରେ ପ୍ରବାହିତ କଲେ ଏମୋନିଆ ଗ୍ୟାସ୍ ସୃଷ୍ଟି ହୋଇଥାଏ । ଏଠାରେ ଫେରିକ୍ ଅକସାଇଡ୍ ଉତ୍ପ୍ରେରକର କାର୍ଯ୍ୟ କରିଥାଏ । ରାସାୟନିକ ସମୀକରଣରେ ଏହି ଉତ୍ପ୍ରେରକକୁ ତୀର ଚିହ୍ନ ଉପରେ ବା ତଳେ ଦର୍ଶାଯାଇଥାଏ ।
![]()
ଚାପ :
(ii) ସେହିପରି 340 ବାୟୁମଣ୍ଡଳୀୟ ଚାପରେ କାର୍ବନ୍ ମନୋକ୍ସାଇଡ୍ ଓ ହାଇଡ୍ରୋଜେନ୍ ଗ୍ୟାସ୍ର ପ୍ରତିକ୍ରିୟା ଘଟି ମିଥାଇଲ୍ ଆଲ୍କୋହଲ ସୃଷ୍ଟି ହୋଇଥାଏ ।
![]()
ତାପ :
(iii) ସୂର୍ଯ୍ୟାଲୋକ ଓ କ୍ଲୋରୋଫିଲ୍ର ଉପସ୍ଥିତିରେ ସବୁଜ ଉଦ୍ଭଦରେ ଅଙ୍ଗାରକାମ୍ଳ ଗ୍ୟାସ୍ ଓ ଜଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ଗ୍ଲୁକୋଜ ଦ୍ରବଣ ସୃଷ୍ଟି ହୋଇଥାଏ । ଏହି ପ୍ରତିକ୍ରିୟାରୁ ଅକ୍ସିଜେନ୍ ଓ ଜଳ ନିର୍ଗତ ହୁଏ । ଏହାକୁ ଆଲୋକଶ୍ଳେଷଣ ପ୍ରତିକ୍ରିୟା କୁହାଯାଏ ।

![]()
8. 3Fe(s) + 4H2O(g) → Fe3O4(s) + 4H2O(g)
ଜାରକ ଓ ବିଜାରକ ଉଲ୍ଲେଖ କରି ଏହି ରାସାୟନିକ ପ୍ରତିକ୍ରିୟାଟି ଏକ ଜାରଣ ବିଜାରଣ ପ୍ରତିକ୍ରିୟା ଅଟେ, ବୁଝାଅ । ଏତଦ୍ବ୍ୟତୀତ ଏହା ଅନ୍ୟ କେଉଁ ପ୍ରକାରର ରାସାୟନିକ ପ୍ରତିକ୍ରିୟା, ବୁଝାଅ ।
ଉ —
(a) ଯଦି ଗୋଟିଏ ପଦାର୍ଥ ରାସାୟନିକ ପ୍ରତିକ୍ରିୟା ସମୟରେ ଅକ୍ସିଜେନ୍ ଗ୍ରହଣ କରେ କିମ୍ବା ହାଇଡ୍ରୋଜେନ୍ ହରାଏ, ତେବେ ପଦାର୍ଥଟି ଜାରିତ ହୁଏ ।
Fe ଅକ୍ସିଜେନ୍ ଗ୍ରହଣ କରି Fe3O4 କୁ ଜାରିତ ହୋଇଛି ।
(b) ଯଦି ପଦାର୍ଥଟି ରାସାୟନିକ ପ୍ରତିକ୍ରିୟା ସମୟରେ ଅକ୍ସିଜେନ୍ ହରାଏ କିମ୍ବା ହାଇଡ୍ରୋଜେନ୍ ଗ୍ରହଣ କରେ ତେବେ ପଦାର୍ଥଟି ବିଜାରିତ ହୁଏ । H2O ଅକ୍ସିଜେନ୍କୁ ହରାଇ H2 କୁ ବିଜାରିତ ହୋଇଛି ।
(c) ଏଠାରେ H2O ଜାରକ ଓ Fe ବିଜାରକ ଅଟନ୍ତି ।
(d) ଏହା ମଧ୍ୟ ଏକ ବିସ୍ଥାପନ ପ୍ରତିକ୍ରିୟା । ଏଠାରେ ଆଇରନ୍ (Fe) ହାଇଡ୍ରୋଜେନ୍ (H) ଠାରୁ ଅଧିକ ପ୍ରତିକ୍ରିୟାଶୀଳ ହେତୁ Fe, H2O ରୁ H2କୁ ବିସ୍ଥାପିତ କରି Fe2O4 ଗଠନ କରିଛି ।
9. ଲୁହାରେ କଳଙ୍କି କ’ଣ ? ଲୁହାରେ କଳଙ୍କି କାହିଁକି ଲାଗେ ? ଏହାର ଅପକାରିତା କ’ଣ ଓ ଏହାକୁ କିପରି ପ୍ରତିରୋଧ କରାଯାଇ ପାରିବ ?
ଊ–
- ଲୌହ ନିର୍ମିତ ପଦାର୍ଥ କିଛିଦିନ ପାଇଁ ବାହାରେ ପଡ଼ି ରହିଲେ ତା’ ଉପରେ ଏକ ଲୋହିତ-ବାଦାମୀ ରଙ୍ଗର ପ୍ରଲେପ ମାଡ଼ିଯାଏ । ଏହାକୁ ଲୁହାରେ କଳଙ୍କି ବୋଲି କୁହାଯାଏ ।
- ଲୁହା ବାୟୁମଣ୍ଡଳର ଜଳୀୟବାଷ୍ପ ସହ ରାସାୟନିକ ପ୍ରତିକ୍ରିୟା କରି ଲୌହ ଅକ୍ସାଇଡ୍ ସୃଷ୍ଟିକରେ । ଏହି ଧାତବ ଅକ୍ସାଇଡ୍ ଲୋହିତ ବାଦାମୀ ରଙ୍ଗର ପ୍ରଲେପ ସୃଷ୍ଟି କରେ ।
- ଲୌହ ନିର୍ମିତ ପଦାର୍ଥଟିର ଧୀରେ ଧୀରେ କ୍ଷୟ ଘଟିଥାଏ ଓ ଦୀପ୍ତି ହରାଇଥାଏ ।
(iv) ଲୌହ ନିର୍ମିତ ପଦାର୍ଥଟି ବାୟୁମଣ୍ଡଳର ଜଳୀୟବାଷ୍ପ ଓ ଅମ୍ଳଜାନ ସଂସ୍ପର୍ଶରେ ନ ଆସିବା ପାଇଁ ତା’ ଉପରେ ରଙ୍ଗର ପ୍ରଲେପ ଦେଲେ କଳଙ୍କି ଲାଗେ ନାହିଁ ।
10. ଅବକ୍ଷେପଣ ପ୍ରତିକ୍ରିୟା କ’ଣ ? ଏହାର ଦୁଇଟି ଉଦାହରଣ ଦିଅ ।
ଊ–
ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଅବକ୍ଷେପଣ ସୃଷ୍ଟି ହୁଏ, ତାହାକୁ ଅବକ୍ଷେପଣ ପ୍ରତିକ୍ରିୟା କୁହାଯାଏ ।
ଉଦାହରଣ :
(1) ଶମିତ ଚୂନର ଦ୍ରବଣରେ ଅଙ୍ଗାରକାମ୍ଳ ଗ୍ୟାସ୍ ପ୍ରବେଶ କରାଇଲେ କ୍ୟାଲ୍ସିୟମ୍ କାର୍ବୋନେଟ୍ର ଅବକ୍ଷେପ ଓ ଜଳ ସୃଷ୍ଟି ହୁଏ ।
Ca(OH)2(aq) + CO2 (g) → CaCO3(s) + H2O(l)
(2) ସିଲଭର ନାଇଟ୍ରେଟ୍ର ଜଳୀୟ ଦ୍ରବଣରେ ସୋଡ଼ିୟମ୍ କ୍ଲୋରାଇଡ୍ର ଜଳୀୟ ଦ୍ରବଣର ପ୍ରତିକ୍ରିୟା ଘଟିଲେ ସିଲଭର କ୍ଲୋରାଇଡ୍ ବା ଏକ ଧଳାରଙ୍ଗର ଅବକ୍ଷେପ ସୃଷ୍ଟି ହେବା ସହ ସୋଡ଼ିୟମ୍ ନାଇଟ୍ରେଟ୍ ଉତ୍ପନ୍ନ ହୁଏ ।
AgNO3 (aq) + NaCl(aq) → AgCl(s) ↓ + NaNO3(aq)
11. ତମ୍ବାଗୁଣ୍ଡକୁ ବାୟୁର ଉପସ୍ଥିତିରେ ଗରମ କଲେ ତାହା କଳା ପଡ଼ିଯାଏ ଓ ଏହା ମଧ୍ୟଦେଇ ଉତ୍ତପ୍ତ ହାଇଡ୍ରୋଜେନ୍ ଗ୍ୟାସ୍ ପ୍ରବେଶ କରାଇଲେ ତାହା ବାଦାମୀ ରଙ୍ଗକୁ ପରିବର୍ତ୍ତିତ ହୁଏ । ଏହାର କାରଣ ସମୀକରଣ ସହ ବୁଝାଅ ।
ଉ
(i) କପର ଧାତୁର ଗୁଣ୍ଡକୁ ଚିନାମାଟି ପାତ୍ରରେ ରଖ୍ ଉତ୍ତପ୍ତ କଲେ ତାହା ବାୟୁରେ ଥିବା ଅକ୍ସିଜେନ୍ ସହ ପ୍ରତିକ୍ରିୟା କରି କପର ଅକ୍ସାଇଡ୍ ସୃଷ୍ଟି କରେ ।
2Cu(s) + O2(g) → 2CuO(s)
(ii). ଉତ୍ତପ୍ତ କପର (ii) ଅକ୍ସାଇଡ୍ ମଧ୍ୟକୁ ହାଇଡ୍ରୋଜେନ୍ ଗ୍ୟାସ୍ ପ୍ରବେଶ କରାଇଲେ କପର ଓ ଜଳ ସୃଷ୍ଟି ହୁଏ । ଏହି ପ୍ରତିକ୍ରିୟାରେ କପର ପୁନର୍ବାର ଉତ୍ପନ୍ନ ହେଉଥିବାରୁ କଳା ରଙ୍ଗ ବାଦାମୀ ରଙ୍ଗକୁ ପରିବର୍ତ୍ତିତ ହୁଏ ।
CuO + H2 → Cu + H2O
(iii) ଉପରୋକ୍ତ ଦୁଇଟି ପ୍ରତିକ୍ରିୟା ମଧ୍ୟରୁ ପ୍ରଥମ ରାସାୟନିକ ପ୍ରତିକ୍ରିୟାରେ କପରର ଜାରଣ ହେଉଥିବାବେଳେ ଦ୍ୱିତୀୟ ରାସାୟନିକ ପ୍ରତିକ୍ରିୟାରେ Cuଠର ବିଜାରଣ ଓ H2 ର ଜାରଣ ଘଟୁଛି ।
![]()
ଅତିସଂଯିପ୍ର ଉତ୍ତରମ୍ଜଲକ ପ୍ରଣ୍ଟୋତ୍ତର
1. ଲେଡ୍ ନାଇଟ୍ରେଟ୍ର ଜଳୀୟଦ୍ରବଣରେ ପୋଟାସିୟମ୍ ଆୟୋଡାଇଡ୍ର ଜଳୀୟଦ୍ରବଣ ମିଶାଇଲେ କ’ଣ ହୁଏ ? ସମୀକରଣ ସହ ଲେଖ । କିମ୍ବା, ରାସାୟନିକ ପ୍ରତିକ୍ରିୟାରେ ରଙ୍ଗ ଓ ଅବକ୍ଷେପ ସୃଷ୍ଟି କରୁଥିବା ଯୌଗିକଦ୍ବୟର ନାମ ଲେଖ ଓ ସମୀକରଣ ସହ ବୁଝାଅ ।
ଊ–
(i) ଲେଡ୍ ନାଇଟ୍ରେଟ୍ର ଜଳୀୟ ଦ୍ରବଣ ସହ ପୋଟାସିୟମ୍ ଆୟୋଡାଇଡ ଜଳୀୟଦ୍ରବଣ ମିଶାଇଲେ ଲେଡ୍ ଆୟୋଡାଇଡ୍ ଓ ପୋଟାସିୟମ୍ ନାଇଟ୍ରେଟ୍ର ଜଳୀୟଦ୍ରବଣ ଦିଏ ।
Pb(NO3)2 + 2KI → PbI2 + 2KNO3
(ii) ବର୍ଣ୍ଣହୀନ Pb(NO3)ର ଜଳୀୟଦ୍ରବଣ ସହ ବର୍ଣ୍ଣହୀନ KI ମିଶାଇଲେ ହଳଦିଆ ଅବକ୍ଷେପ PbI2 (ଲେଡ୍ ଆୟୋଡ଼ାଇଡ୍) ମିଳିବ ।
2. ସଂଶ୍ଳେଷଣ ପ୍ରତିକ୍ରିୟା କହିଲେ କ’ଣ ବୁଝ ସମୀକରଣ ସହ ବୁଝାଅ । ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା କ’ଣ ପ୍ରାକୃତିକ ଗ୍ୟାସ୍ ଦହନର ଉଦାହରଣ ଦେଇ ବୁଝାଅ ।
ଊ–
(i) ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଦୁଇ ବା ଅଧିକ ପ୍ରତିକାରକ ସଂଯୁକ୍ତ ହୋଇ ଏକମାତ୍ର ଉତ୍ପାଦ ଉତ୍ପନ୍ନ ହୁଏ,
CaO(s) + H2O(l) → Ca(OH)2
(ii) ଯେଉଁ ପ୍ରତିକ୍ରିୟାରେ ଉତ୍ପାଦ ଉତ୍ପନ୍ନ ହେବା ସଙ୍ଗେ ସଙ୍ଗେ ତାପ ନିର୍ଗତ ହୁଏ ତାକୁ ତାପ ଉତ୍ପାଦୀ ରାସାୟନିକ
CH2(g) + 2O2(g) → CO2(g) + 2H2O(g) + ତାପ
CH2 ଦହନରେ CO2, H2O ଓ ତାପ ଉତ୍ପନ୍ନ ହୁଏ ।
3. କଲିଚୂନ ସହିତ ଜଳର ପ୍ରତିକ୍ରିୟା ହେଲେ କ’ଣ ହୁଏ ସମୀକରଣ ସହ ଲେଖ ।
ଊ –
(i) କଲିଚୂନ (CaO) ଜଳ ସହ ତୀବ୍ର ପ୍ରତିକ୍ରିୟା କରି ପ୍ରଚୁର ପରିମାଣରେ ତାପ ନିର୍ଗତ କରେ ଓ ଶମିତଚୂନରେ ପରିଣତ ହୁଏ ।

4. ଜିଙ୍କ ଦାନା ସହ ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ର ପ୍ରତିକ୍ରିୟାକୁ ସମୀକରଣ ମାଧ୍ୟମରେ ଦର୍ଶାଅ । ଏହା କି ପ୍ରକାରର ରାସାୟନିକ ପ୍ରତିକ୍ରିୟା ?
ଊ –
(i) ଜିଙ୍କ ଦାନା ସହ ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ର ପ୍ରତିକ୍ରିୟା ହେଲେ, ଜିଙ୍କ୍ କ୍ଲୋରାଇଡ୍ ଓ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ ହୁଏ ।
Zn(s) + 2HCl(aq) →→ ZnCl2̧(aq) + H2(g)
(ii) ଏହା ତାପ ଉତ୍ପାଦୀ ଓ ବିସ୍ଥାପନ ପ୍ରତିକ୍ରିୟା ଅଟେ । ଏହା ମଧଜାରଣ-ବିଜାରଣ ପ୍ରତିକ୍ରିୟା ଅଟେ ।
5. xMgNO3(s) + yH2O(l) → z Mg(OH)2(aq) + kNH3(g) ସମୀକରଣଟିକୁ ସମତୁଲ କରି x, Y, z ଓ k ର ମାନ ନିର୍ଣ୍ଣୟ କର ।
ଊ –
MgNO3(s) + 6H2O(l) → 3Mg(OH)2(aq) + 2NH3(g)
ଏଠାରେ x = 1 , y = 6, z = 3, k = 2
6.
- CuSO4 + Zn → Cu + ZnSO4 ଓ
- Fe2O3 + 3CO2 → 2Fe + 3CO2 ରେ ଜାରକ ଓ ବିଜାରକ କିଏ ଦର୍ଶାଅ
ଊ –
- CuSO4 ଜାରକ ଓ Zn ବିଜାରକ |
- Fe2O3 ଜାରକ ଓ CO2 ବିଜାରକ |
7. CuSO4 ଦ୍ରବଣରେ ଲୁହାକଣ୍ଡା ପ୍ରାୟ 30 ମିନିଟ୍ ପର୍ଯ୍ୟନ୍ତ ପକାଇଲେ କ’ଣ ପରିବର୍ତ୍ତନ ଦେଖୁବ ସମୀକରଣରେ ଲେଖ ।
ଊ –
ଲୁହାକଣ୍ଟାକୁ CuSO4 ଦ୍ରବଣରେ ପକାଇଲେ CuSO4ର ନୀଳବର୍ଣ୍ଣର ଗାଢ଼ତା ହ୍ରାସ ପାଇବ ଏବଂ ଫିକା ହେବାରେ ଲାଗିବ ତତ୍ ସହିତ ଲୁହାକଣ୍ଟାଟି ମାଟିଆ (Brown)ରଙ୍ଗର ଆବରଣ ସୃଷ୍ଟି କରିବ । ଏହା ଏକ ବିସ୍ଥାପନ ପ୍ରତିକ୍ରିୟା ।
Fe(s) + CuSO4(aq) → FeSO4 + Cu
8. ତମ୍ବା ପାତ୍ର ଓ ରୁପାର ଗହଣାରେ କିଛିଦିନ ପରେ ଯଥାକ୍ରମେ ସବୁଜ ଓ କଳାରଙ୍ଗର ଆସ୍ତରଣ ପଡ଼େ କାହିଁକି ?
ଊ –
(i) ତମ୍ବାରେ ତିଆରି ପାତ୍ର କିଛିଦିନ ବାୟୁ ସଂସ୍ପର୍ଶରେ ଆସିଲେ ସବୁଜ ରଙ୍ଗର କପର କାର୍ବୋନେଟ୍ରେ ପରିଣତ ହୁଏ ।
2Cu(s) + CO2(g) + O2(g) + H2O(l) → CuCO3. Cu(OH)2
(ii) ସେହିପରି ରୁପାରେ ତିଆରି ଗହଣା କିଛିଦିନ ବାୟୁ ସଂସ୍ପର୍ଶରେ ଆସିଲେ କଳାରଙ୍ଗର Ag Sରେ ପରିଣତ ହୁଏ ।
2Ag(s) + H2S(g) → Ag2S(s) + H2(g)
9. ଗୋଟିଏ ଲେଖାଏଁ ଉଦାହରଣ ଦେଇ ତାପ ଉତ୍ପାଦୀ ଓ ତାପଶୋଷୀ ରାସାୟନିକ ପ୍ରତିକ୍ରିୟା କ’ଣ ବୁଝାଅ ।
ଊ –
(i) ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଉତ୍ପାଦ ଉତ୍ପନ୍ନ ହେବା ସଙ୍ଗେ ସଙ୍ଗେ ତାପଶକ୍ତି ନିର୍ଗତ ହୁଏ, ତାହାକୁ ତାପ ଉତ୍ପାଦୀ ପ୍ରତିକ୍ରିୟା କୁହାଯାଏ ।
ଉଦାହରଣ : କୋଇଲାର ଦହନରୁ ଅଙ୍ଗାରକାମ୍ଳ ଓ ପ୍ରଚୁର ତାପଶକ୍ତି ନିର୍ଗତ ହୁଏ ।
C(s) + O2(g) → CO2(g) + ତାପ
(ii) ଯେଉଁସବୁ ପ୍ରତିକ୍ରିୟାରେ ଶକ୍ତି ଶୋଷିତ ହୋଇଥାଏ, ସେଗୁଡ଼ିକୁ ତାପଶୋଷୀ ରାସାୟନିକ ପ୍ରତିକ୍ରିୟା କହନ୍ତି ।
![]()
10. ତାପ ଉତ୍ପାଦୀ ପ୍ରତିକ୍ରିୟା କ’ଣ ? ଗୋଟିଏ ଉଦାହରଣ ଦିଅ ।
ଊ –
- ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଉତ୍ପାଦ ଉତ୍ପନ୍ନ ହେବା ସଙ୍ଗେ ସଙ୍ଗେ ତାପଶକ୍ତି ନିର୍ଗତ ହୁଏ, ତାହାକୁ ତାପ ଉତ୍ପାଦୀ ପ୍ରତିକ୍ରିୟା କୁହାଯାଏ ।
- ଉଦାହରଣ : କୋଇଲାର ଦହନରୁ ଅଙ୍ଗାରକାମ୍ଳ ଓ ପ୍ରଚୁର ତାପଶକ୍ତି ନିର୍ଗତ ହୁଏ ।
C(s) + O2(g) → CO2(g) + ତାପ
![]()
11. ବିସ୍ଥାପନ ଓ ଦ୍ଵୈତ ବିସ୍ଥାପନ କ’ଣ ଉଦାହରଣ ଦେଇ ବୁଝାଅ ।
ଉ –
(i) ବିସ୍ଥାପନ—ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଗୋଟିଏ ମୌଳିକ କୌଣସି ଏକ ଯୌଗିକର ମୌଳିକକୁ ଅପସାରଣ କରେ, ସେହି ରାସାୟନିକ ପ୍ରତିକ୍ରିୟାକୁ ବିସ୍ଥାପନ ପ୍ରତିକ୍ରିୟା କୁହାଯାଏ ।
Zn(s) + CuSO4(aq) → ZnSO4(aq) + Cu(s)
(ii) ଦ୍ଵୈତ ବିସ୍ଥାପନ – ଯେଉଁ ରାସାୟନିକ ପ୍ରତିକ୍ରିୟାରେ ପ୍ରତିକାରକ ମଧ୍ୟରେ ଆୟନ ବିନିମୟ ଘଟେ, ରାସାୟନିକ ପ୍ରତିକ୍ରିୟାକୁ ଦ୍ବୈତ ବିସ୍ଥାପନ ପ୍ରତିକ୍ରିୟା କହନ୍ତି ।
Na2SO4(aq) + BaCl2(aq) → BaSO4(s) + 2NaCl(aq)
12. ଜାରଣ-ବିଜାରଣ ପ୍ରତିକ୍ରିୟା କ’ଣ ? ନିମ୍ନ ସମୀକରଣ ଦ୍ଵୟରୁ କେଉଁଟି ଜାରିତ ଓ କେଉଁଟି ବିଜାରିତ ହୋଇଛି ବୁଝାଅ ।
- 2PbO + C → 2Pb + CO2
- MnO2 + 4HCl → MnCl2+ 2H2O + Cl2
ଉ—
କୌଣସି ରାସାୟନିକ ପ୍ରତିକ୍ରିୟା ସମୟରେ ଗୋଟିଏ ପ୍ରତିକାର୍କ ଜାରିତ ହେଉଥିଲେ ଅନ୍ୟ ପ୍ରତିକାରକଟି ବିଜାରିତ ହୁଏ । ଏହି ପ୍ରକାର ରାସାୟନିକ ପ୍ରତିକ୍ରିୟାକୁ ଜାରଣ-ବିଜାରଣ ପ୍ରତିକ୍ରିୟା କୁହାଯାଏ ।
- PbO ବିଜାରିତ ଓ C ଜାରିତ ହୋଇଛି ।
- MnO ବିଜାରିତ ଓ HCI ଜାରିତ ହୋଇଛି ।
13. ବୈଦ୍ୟୁତିକ ବିଘଟନ କ’ଣ ? ରାସାୟନିକ ସମୀକରଣ ସହ ଗୋଟିଏ ଉଦାହରଣ ଦିଅ ।
ଉ—
- ଯେଉଁ ପ୍ରତିକ୍ରିୟାରେ ଏକ ଯୌଗିକ ଜଳୀୟ ଦ୍ରବଣରେ କିମ୍ବା ତରଳ ଅବସ୍ଥାରେ ବିଦ୍ୟୁସ୍ରୋତ ଦ୍ୱାରା ବିଘଟିତ ହୁଏ, ତାହକୁ ବୈଦ୍ୟୁତିକ ବିଘଟନ କୁହାଯାଏ ।
- ଅମ୍ଳୀକୃତ ଜଳରେ ଉଭୟ ଇଲେକ୍ଟ୍ରୋଡ୍ରେ ଜଳ ବିଘଟିତ ହୋଇ ହାଇଡ୍ରୋଜେନ୍ ଗ୍ୟାସ୍ ଓ ଅକ୍ସିଜେନ୍ ଗ୍ୟାସ୍ ଉତ୍ପନ୍ନ ହୁଏ ।
2H2O(l) → 2H2(g) + 2O2(g)
14. ବେରିୟମ୍ ହାଇଡ୍ରକ୍ସାଇଡ୍ ସହ ଏମୋନିୟମ୍ କ୍ଲୋରାଇଡ୍ର ରାସାୟନିକ ପ୍ରତିକ୍ରିୟାରେ କେଉଁ ପଦାର୍ଥ ଉତ୍ପନ୍ନ ହୁଏ ? ରାସାୟନିକ ସମୀକରଣ ସହ ଏହା କେଉଁ ପ୍ରକ୍ରିୟାର ଅନ୍ତର୍ଗତ ବୁଝାଅ ।
ଉ—
(i) Ba(OH)2(aq) + 2NH4Cl(aq) → BaCl2(aq) + NH3̧(g) + 2H2O
(ii) ବେରିୟମ୍ ହାଇଡ୍ରକ୍ସାଇଡ୍ର ଦ୍ରବଣ ସହ ଏମୋନିୟମ୍ କ୍ଲୋରାଇଡ୍ ଦ୍ରବଣର ରାସାୟନିକ ପ୍ରତିକ୍ରିୟାରେ ବେରିୟମ୍ କ୍ଲୋରାଇଡ୍ ଏମୋନିଆ ଓ ଜଳ ଉତ୍ପନ୍ନ ହୁଏ ଏବଂ ଏମୋନିଆ ଜଳରେ ଦ୍ରବୀଭୂତ ହୁଏ । ଏହା ଏକ ତାପଶୋଷୀ ପ୍ରତିକ୍ରିୟା ଅଟେ ।
15. ସିଲଭର୍ ବ୍ରୋମାଇଡ୍କୁ କଳା କାଚବୋତଲରେ ବା ଅନ୍ଧାରରେ ରଖାଯାଏ କାହିଁକି ସମୀକରଣ ସହ ବୁଝାଅ । ଏହା କେଉଁ ପ୍ରକାର ପ୍ରତିକ୍ରିୟା ?
ଉ—
(i) ସିଲଭର୍ ବ୍ରୋମାଇଡ୍ ସୂର୍ଯ୍ୟାଲୋକରେ ବିଘଟିତ ହୋଇ ସିଲ୍ଭର ଓ ବ୍ରୋମିନ୍ରେ ପରିଣତ ହୁଏ ।

(ii) ତେଣୁ ଆଲୋକ ନ ପଡ଼ିବା ପାଇଁ କଳାକାଚ ବୋତଲରେ ଓ ଅନ୍ଧାରରେ ରଖାଯାଏ । ଏହା ଆଲୋକଦ୍ୱାରା ବିଘଟନ ହୁଏ । ଏହି ପ୍ରକ୍ରିୟାରେ ତାପ ଶୋଷିତ ହେଉଥିବାରୁ ଏହାକୁ ତାପଶୋଷୀ ପ୍ରତିକ୍ରିୟା କହନ୍ତି ।