BSE Odisha 9th Class History Solutions Chapter 15 ଓଡ଼ିଶାର ଐତିହ୍ୟ

Odisha State Board BSE Odisha 9th Class History Solutions Chapter 15 ଓଡ଼ିଶାର ଐତିହ୍ୟ Textbook Exercise Questions and Answers.

BSE Odisha Class 9 History Solutions Chapter 15 ଓଡ଼ିଶାର ଐତିହ୍ୟ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ କିପରି ଓଡ଼ିଆ ସାହିତ୍ୟରେ ବିକାଶ ହୋଇଥିଲା ?
Answer:
ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ଓଡ଼ିଆ ସାହିତ୍ୟରେ ଅଭୂତପୂର୍ବ ବିକାଶ ସାଧ୍ୟ ହୋଇଥିଲା ।

  • ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ପଞ୍ଚସଖା ଯଥା ବଳରାମ ଦାସ, ଜଗନ୍ନାଥ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ ଓ ଅଚ୍ୟୁତାନନ୍ଦ ଦାସଙ୍କ କୃତି ଓଡ଼ିଆ ସାହିତ୍ୟକୁ ଦିଗ୍‌ଦର୍ଶନ ଦେଇଥିଲା ।
  • ବଳରାମ ଦାସଙ୍କ ‘ଓଡ଼ିଆ ରାମାୟଣ’, ଜଗନ୍ନାଥ ଦାସଙ୍କ ‘ଓଡ଼ିଆ ଭାଗବତ’ ଓଡ଼ିଶାରେ ସର୍ବାଧ‌ିକ ଆଦୃତ ଓ ସମ୍ମାନିତ ହୋଇଛି ।
  • ସପ୍ତଦଶ ଶତାବ୍ଦୀର ପ୍ରଥମ ଭାଗରେ କବି ଦୀନକୃଷ୍ଣ ଦାସ, ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାରଙ୍କ କାବ୍ୟକୃତି ଓଡ଼ିଶାରେ ସର୍ବାଧ‌ିକ ଜନପ୍ରିୟତା ଲାଭ କରିଥିଲା ।
  • ଏହି ସମୟରେ ରଚିତ ଦୀନକୃଷ୍ଣଙ୍କ ‘ରସକଲ୍ଲୋଳ’, ଉପେନ୍ଦ୍ର ଭଞ୍ଜଙ୍କ ‘ଲାବଣ୍ୟବତୀ’, ‘ବୈଦେହୀଶ ବିଳାସ’, ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’, ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ବିଦଗ୍‌ଧ ଚିନ୍ତାମଣି’ ଆଦି ଆଳଙ୍କାରିକ କାବ୍ୟକୃତି କବିତାଶୈଳୀର ଶୀର୍ଷସ୍ତରରେ ପହଞ୍ଚିଥିଲା ।

(ଖ) ସୋମବଂଶୀ, ପରବର୍ତ୍ତୀ ଗଙ୍ଗବଂଶ ଓ ସୂର୍ଯ୍ୟବଂଶୀ ଗଜପତି ଯୁଗରେ ନିର୍ମିତ ମନ୍ଦିରଗୁଡ଼ିକ ଉଲ୍ଲେଖ କର ।
Answer:

  • ମନ୍ଦିର ସ୍ଥାପତ୍ୟ କ୍ଷେତ୍ରରେ ଓଡ଼ିଶାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ମୁଖ୍ୟତଃ ସୋମବଂଶୀ ଓ ପରବର୍ତ୍ତୀ ଗଙ୍ଗବଂଶୀ ଶାସନ କାଳରେ ଓଡ଼ିଶାରେ ଅନେକ ମନ୍ଦିର ନିର୍ମିତ ହୋଇଥିଲା ।
  • ସୋମବଂଶୀ ରାଜତ୍ଵ କାଳରେ ନିର୍ମିତ ମନ୍ଦିରଗୁଡ଼ିକ ମଧ୍ୟରେ ଭୁବନେଶ୍ୱରର ମୁକ୍ତେଶ୍ଵର, ରାଜାରାଣୀ, ବ୍ରହ୍ମେଶ୍ୱର ଓ ଲିଙ୍ଗରାଜ ମନ୍ଦିର ଅନ୍ୟତମ ଅଟେ ।
  • ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ଵରର ମେଘେଶ୍ବର, ଅନନ୍ତ ବାସୁଦେବ, ଭାସ୍କରେଶ୍ଵର ମନ୍ଦିର ଓ ସାରି ଦେଉଳ ଏବଂ ସର୍ବୋପରି କୋଣାର୍କର ସୂର୍ଯ୍ୟ ମନ୍ଦିର ପରବର୍ତ୍ତୀ ଗଙ୍ଗବଂଶର ରାଜତ୍ୱ ସମୟରେ ନିର୍ମିତ ହୋଇଥ‌ିବା ମନ୍ଦିରଗୁଡ଼ିକ ମଧ୍ୟରେ ପ୍ରଧାନ ଅଟେ ।
  • ସୂର୍ଯ୍ୟବଂଶୀ ଗଜପତି ଶାସନ ସମୟରେ ଓଡ଼ିଶାରେ ମନ୍ଦିର ନିର୍ମାଣ ହ୍ରାସ ପାଇଯାଇଥିଲା ।
  • ଭୁବନେଶ୍ୱରର କପିଳେଶ୍ଵର ମନ୍ଦିର ଏହି ସମୟରେ ନିର୍ମିତ ଏକମାତ୍ର ଉଲ୍ଲେଖଯୋଗ୍ୟ ମନ୍ଦିର ଥିଲା । ସୂର୍ଯ୍ୟବଂଶୀମାନଙ୍କ ଶାସନର ପତନ ପରେ ଓଡ଼ିଶାରେ ମନ୍ଦିର ନିର୍ମାଣର ସମାପ୍ତି ଘଟିଥିଲା ।

(ଗ) ଓଡ଼ିଶାର ଚିତ୍ରକଳା ବର୍ଣ୍ଣନ କର ।
Answer:

  • ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି, ନୂଆପଡ଼ା ଜିଲ୍ଲାର ଯୋଗୀମଠ, ଝାରସୁଗୁଡ଼ା ଜିଲ୍ଲାର ବିକ୍ରମଖୋଲ, ସୁନ୍ଦରଗଡ଼ ଜିଲ୍ଲାର ମାଣିକମୋଡ଼ା ଓ ଉଷାକୋଠି ପ୍ରଭୃତି ସ୍ଥାନରେ ଆବିଷ୍କୃତ ଚିତ୍ରକଳା ଭାରତର ପୁରାତନ ଚିତ୍ରକଳାଗୁଡ଼ିକ ମଧ୍ୟରେ ଅନ୍ୟତମ ।
  • ଖ୍ରୀଷ୍ଟୀୟ ଚତୁର୍ଥ-ପଞ୍ଚମ ଶତାବ୍ଦୀର କେନ୍ଦୁଝର ଜିଲ୍ଲାର ସୀତାବାଞ୍ଜିଠାରେ ରାବଣଛାୟା ପାହାଡ଼ର ଚିତ୍ରକଳା, ଖ୍ରୀଷ୍ଟୀୟ ଦ୍ଵାଦଶ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ ପୁରୀ ଜଗନ୍ନାଥ ମନ୍ଦିର କାନ୍ଥରେ ବୈଷ୍ଣବ ସନ୍ନ୍ୟାସୀ ରାମାନୁଜଙ୍କର ଓଡ଼ିଶାରେ ବୌଦ୍ଧମାନଙ୍କ ଉପରେ ବିଜୟ ଓ ରାଜା ପୁରୁଷୋତ୍ତମଦେବଙ୍କ କାଞ୍ଚ୍ ବିଜୟ ଚିତ୍ରକଳା ଓଡ଼ିଶାର ଚିତ୍ରକଳାର ଐତିହ୍ୟରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଛି ।
  • ମଧ୍ୟଯୁଗର ଶେଷ ଭାଗରେ ଓଡ଼ିଶାର ମଠ ଓ ମନ୍ଦିରମାନଙ୍କର କାନ୍ଥରେ ପୌରାଣିକ ଓ ଧାର୍ମିକ ବିଷୟବସ୍ତୁମାନ ଅଙ୍କିତ କରାଯାଇଥିଲା ।
  • ପଟ୍ଟଚିତ୍ର ଓଡ଼ିଶା ଚିତ୍ରକଳାର ସ୍ବତନ୍ତ୍ରତାର ପରିଚୟ ଦିଏ । କନାରୁ ପ୍ରସ୍ତୁତ ପଟ୍ଟ ଉପରେ ଚିତ୍ରକରମାନେ ବିଭିନ୍ନ ଦେବଦେବୀ, ରାମାୟଣ, ମହାଭାରତ ଆଦିର କଥାବସ୍ତୁ ଉପରେ ଆଧାରିତ ଘଟଣାବଳୀକୁ ଭିନ୍ନ ଭିନ୍ନ ରଙ୍ଗରେ ଚିତ୍ରିତ କରି ଚମତ୍କାର ଚିତ୍ରକଳା କରିଥା’ନ୍ତି ।
  • ଏହି ପଟ୍ଟଚିତ୍ରର ପରମ୍ପରା ଦ୍ବାଦଶ ଶତାବ୍ଦୀରୁ ଚଳିଆସିଛି । ମୋଟାମୋଟି ଭାବରେ ଦେଖିବାକୁ ଗଲେ ପ୍ରାଗ୍- ଐତିହାସିକ ଯୁଗରୁ ପ୍ରଚଳିତ ଏହି ଚିତ୍ରକଳା ଓଡ଼ିଶାର ଐତିହ୍ୟର ଏକ ବିଶିଷ୍ଟ ଉପାଦାନ ହୋଇ ରହିଆସିଛି ।

BSE Odisha 9th Class History Solutions Chapter 15 ଓଡ଼ିଶାର ଐତିହ୍ୟ

(ଘ) ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ସମ୍ପର୍କରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:

  • ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ଓଡ଼ିଶାର ଐତିହ୍ୟକୁ ସମୃଦ୍ଧ କରିଛି । ପୁରାତନ ଯୁଗରେ ଓଡ଼ିଶାର ଅଧିବାସୀମାନେ ବୋଇତରେ ଜାଭା-ସୁମାତ୍ରା, ବାଲି, ବୋର୍ଣ୍ଣିଓ ଦ୍ଵୀପପୁଞ୍ଜ ତଥା ଅନ୍ୟାନ୍ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କ ସହିତ ବାଣିଜ୍ୟ ବ୍ୟବସାୟ କରୁଥିଲେ ।
  • ଏହି ବାଣିଜ୍ୟ ଫଳରେ ଓଡ଼ିଆମାନଙ୍କର ଉକ୍ତ ଦେଶଗୁଡ଼ିକ ସହିତ ସାଂସ୍କୃତିକ ସମ୍ପର୍କ ସ୍ଥାପିତ ହେବା ସହ ସେଠାରେ ଓଡ଼ିଶାବାସୀଙ୍କର ସମ୍ମାନ ବୃଦ୍ଧି ପାଇଥିଲା
  • ପ୍ରାଚୀନ ଓଡ଼ିଶାର ସାଧବ ପୁଅମାନେ କୃଷିଜାତ ଦ୍ରବ୍ୟ, ମସଲା, ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ ସମୁଦ୍ର ପାର ହୋଇ ବାହାର ଦେଶରେ ବିକ୍ରିକରି ସେହି ବିକ୍ରୟଲବ୍‌ଧ ଧନସମ୍ପତ୍ତି ଆଣି ଓଡ଼ିଶାକୁ ଧନଶାଳୀ କରୁଥିଲେ । ସେ ସମୟରେ ତାମ୍ରଲିପ୍ତି, ପାଲୋର, ଦନ୍ତପୁରା, ପିଥୁଣ୍ଡ ଓ ଚେଳିତାଲୋ ପ୍ରଭୃତି ଓଡ଼ିଶାର ପ୍ରଧାନ ବନ୍ଦର ଥିଲା
  • କେଉଁ ସମୟରୁ ଓଡ଼ିଶାର ନୌବାଣିଜ୍ୟ ଆରମ୍ଭ ହେଲା ତାହା ଯଦିଓ ସଠିକ୍ ଭାବରେ ନିରୂପିତ କରାଯାଇ ପାରିନାହିଁ; କିନ୍ତୁ ମିଳୁଥିବା ତଥ୍ୟଗୁଡ଼ିକରୁ ଓଡ଼ିଶାର ନୌବାଣିଜ୍ୟ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ ।
  • ତତ୍‌କାଳୀନ ଶ୍ରୀଲଙ୍କା, ମିଆଁମାର, ଇଣ୍ଡୋନେସିଆ, ମାଲୟେସିଆ ଓ ଚୀନ୍ ଦେଶ ସହିତ ମଧ୍ୟ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟ ଚାଲିଥିବା କଥା ବିଭିନ୍ନ ପ୍ରାମାଣିକ ତଥ୍ୟରୁ ଜଣାଯାଏ ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଆର୍ଯ୍ୟ ଭାଷାଭାଷୀମାନେ କେଉଁ ଅଞ୍ଚଳରୁ ଓଡ଼ିଶାରେ ବସତି ସ୍ଥାପନ କରିବାପାଇଁ ଆସିଥିଲେ ?
Answer:
ଆର୍ଯ୍ୟ ଭାଷାଭାଷୀମାନେ ଅର୍ଥ-ମାଗଧୀ ଓ ସୌରସେନୀ ଅଞ୍ଚଳରୁ ଓଡ଼ିଶାରେ ବସତି ସ୍ଥାପନ କରିବାପାଇଁ ଆସିଥିଲେ ।

(ଖ) କେଉଁ ଦୁଇଟି ରଚନା ପ୍ରାଚୀନ ଓଡ଼ିଆ ସାହିତ୍ୟର ପ୍ରଥମ ଗୁରୁତ୍ଵପୂର୍ଣ୍ଣ ନମୁନା ଭାବେ ପରିଗଣିତ ହୁଏ ?
Answer:
ଖ୍ରୀଷ୍ଟୀୟ ସପ୍ତମରୁ ନବମ ଶତାବ୍ଦୀ ମଧ୍ଯରେ ରଚିତ ବୌଦ୍ଧ ଚର୍ଯ୍ୟାପଦ ଓ ଦୋହା ପ୍ରାଚୀନ ଓଡ଼ିଆ ସାହିତ୍ୟର ପ୍ରଥମ ଗୁରୁତ୍ଵପୂର୍ଣ୍ଣ ନମୁନାଭାବେ ପରିଗଣିତ ହୋଇଥାଏ ।

(ଗ) ମାର୍କଣ୍ଡ ଦାସଙ୍କ ରଚିତ କେଶବ କୋଇଲିର ବୈଶିଷ୍ଟ୍ୟଗୁଡ଼ିକ କ’ଣ ?
Answer:

  • ମାର୍କଣ୍ଡ ଦାସଙ୍କ ରଚିତ ‘କେଶବ କୋଇଲି’ ଚତୁର୍ଦ୍ଦଶ ଶତାବ୍ଦୀର ଏକ ପ୍ରଖ୍ୟାତ ସାଙ୍ଗୀତିକ ଗାଥା କବିତା ଅଟେ ।
  • ଚଉତିଶା ଓ କୋଇଲି ଶୈଳୀରେ ଚଉତିରିଶ ପଦରେ ରଚିତ ଏହି କବିତା ଏବେ ମଧ୍ୟ ଓଡ଼ିଶାରେ ଜନପ୍ରିୟ ।

(ଘ) ‘ସମର ତରଙ୍ଗ’ର ରଚୟିତା କିଏ ?ଏହା କହିଁକି ଭାରତୀୟ ସାହିତ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ?
Answer:

  • ‘ସମର ତରଙ୍ଗ’ର ରଚୟିତା ହେଉଛନ୍ତି ବ୍ରଜନାଥ ବଡ଼ଜେନା ।
  • ଏହା ଶୌର୍ଯ୍ୟ ଓ ବୀରତ୍ଵର କବିତା ଭାବେ ଭାରତୀୟ ସାହିତ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ।

BSE Odisha 9th Class History Solutions Chapter 15 ଓଡ଼ିଶାର ଐତିହ୍ୟ

(ଙ) ଗଙ୍ଗାଧର ମେହେରଙ୍କ କବିତାର ଶୈଳୀ ଓ ବିଷୟର ଭିଭି କ’ଣ ?
Answer:
ସନେଟ୍ ଓ ଗୀତି କବିତା ମାଧ୍ୟମରେ ପ୍ରାକୃତିକ ଦୃଶ୍ୟ ଓ ମନୁଷ୍ୟର ଭାବାବେଗକୁ ବର୍ଶନ କରିବା କବି ଗଙ୍ଗାଧର ମେହେରଙ୍କର କବିତାର ଶୈଳୀ ଓ ବିଷୟର ଭିଭି ଅଟେ ।

(ଚ) ବାଲେଶ୍ଵର ଜିଲ୍ଲାର କେଉଁ ସ୍ଥାନଗୁଡ଼ିକରେ ଜୈନ କୀର୍ତ୍ତି ଦେଖିବାକୁ ମିଳେ ?
Answer:
ବାଲେଶ୍ଵର ଜିଲ୍ଲାର ଅଯୋଧ୍ୟା, ପୁନ୍ଦଳ, ଭୀମପୁର ଓ ଜଳେଶ୍ଵରଠାରେ ଜୈନ କୀର୍ତ୍ତି ଦେଖିବାକୁ ମିଳେ ।

(ଛ) ଭାରତର ମନ୍ଦିରଗୁଡ଼ିକର ସ୍ଥାପତ୍ୟ ଶୈଳୀ କେତେ ପ୍ରକାର ଓ ସେଗୁଡ଼ିକ କ’ଣ ?
Answer:

  • ଭାରତର ମନ୍ଦିରଗୁଡ଼ିକର ସ୍ଥାପତ୍ୟ ଶୈଳୀକୁ ଚାରିଭାଗରେ ବିଭକ୍ତ କରାଯାଇଛି ।
  • ସେଗୁଡିକ ହେଲା ନାଗର, ବେସର, ଦ୍ରାବିଡ଼ ଓ କଳିଙ୍ଗ ଶୈଳୀ ।

(ଜ) ଓଡ଼ିଶାର ପ୍ରାଚୀନ ଭାସ୍କର୍ଯ୍ୟ ଓଡ଼ିଶାର ପ୍ରାଚୀନ ଭାସ୍କର୍ଯ୍ୟ
Answer:
କଳାରେ ସ୍ଥାନ ପାଇଥବା ଚାରିଟି ବାଦ୍ୟଯନ୍ତ୍ରର ନାମ ଲେଖ । କଳାରେ ସ୍ଥାନ ପାଇଥିବା ଚାରୋଟି ବାଦ୍ୟଯନ୍ତ୍ରର ନାମ ହେଲା ଚାଙ୍ଗୁ, ମୃଦଙ୍ଗ, ଝାଞ୍ଜ, ଢୋଲ ।

(ଝ) ଓଡ଼ିଶାର କେଉଁ ସ୍ଥାନଗୁଡ଼ିକ ଶିଙ୍ଗ କାରିଗରି କୌଶଳ ପାଇଁ ପ୍ରସିଦ୍ଧ ?
Answer:
ଓଡ଼ିଶାର ପାରଳାଖେମୁଣ୍ଡି ଓ କଟକ ଶିଙ୍ଗ କାରିଗରି କୌଶଳ ପାଇଁ ପ୍ରସିଦ୍ଧ ।

(ଞ) ପ୍ରାଚୀନ ଓଡ଼ିଶାର ବନ୍ଦରଗୁଡ଼ିକର ନାମ କ’ଣ ?
Answer:
ପ୍ରାଚୀନ ଓଡ଼ିଶାର ବନ୍ଦରଗୁଡ଼ିକର ନାମ ହେଲା ତାମ୍ରଲିପ୍ତି, ପାଲୋର, ଦନ୍ତପୁରା, ପିଥୁଣ୍ଡ ଓ ଚେଳିତାଲୋ ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କାହାକୁ ଓଡ଼ିଶାର ପ୍ରଥମ ସ୍ଵଦେଶ ସାହିତ୍ୟଭାବେ ଗ୍ରହଣ କରାଯାଇଛି ?
Answer:
ଖ୍ରୀ.ପୂ. ପ୍ରଥମ ଶତାବ୍ଦୀର ଭୁବନେଶ୍ବରର ଉଦୟଗିରିରେ ପାଲି-ପ୍ରାକୃତ ଭାଷାରେ ଲିଖ୍ ହାତୀଗୁମ୍ଫା ଶିଳାଲେଖକୁ ଓଡ଼ିଶାର ପ୍ରଥମ ସ୍ବଦେଶ ସାହିତ୍ୟଭାବେ ଗ୍ରହଣ କରାଯାଇଛି ।

(ଖ) ରାଣୀଗୁମ୍ଫା କେଉଁ ପାହାଡ଼ରେ ରହିଛି ?
Answer:
ଭୁବନେଶ୍ଵରସ୍ଥ ଉଦୟଗିରି ପାହାଡ଼ରେ ରାଣୀଗୁମ୍ଫା ରହିଛି ।

BSE Odisha 9th Class History Solutions Chapter 15 ଓଡ଼ିଶାର ଐତିହ୍ୟ

(ଗ) କୋଣାର୍କ ସୂର୍ଯ୍ୟ ମନ୍ଦିରର ନିର୍ମାତା କେଉଁ ବଂଶର ରାଜା ଥିଲେ ?
Answer:
କୋଣାର୍କ ସୂର୍ଯ୍ୟ ମନ୍ଦିରର ନିର୍ମାତା ପରବର୍ତ୍ତୀ ଗଙ୍ଗବଂଶର ରାଜା ଥିଲେ ।

(ଘ) କେବେଠାରୁ ଓଡ଼ିଶାରେ ମନ୍ଦିର ନିର୍ମାଣର ସମାପ୍ତି ଘଟିଥିଲା ?
Answer:
ସୂର୍ଯ୍ୟବଂଶୀମାନଙ୍କର ଶାସନର ପତନ ପରେ ଏବଂ ୧୫୬୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆଫଗାନୀମାନଙ୍କଦ୍ବାରା ଅଧିକୃତ ହେବାପରେ ଓଡ଼ିଶାରେ ମନ୍ଦିର ନିର୍ମାଣର ସମାପ୍ତି ଘଟିଥିଲା ।

(ଙ) କଟକ ତିନିକୋଣିଆ ବଗିଚାରେ କେଉଁ ଚର୍ଚ୍ଚା ଅବସ୍ଥିତ ?
Answer:
କଟକ ତିନିକୋଣିଆ ବଗିଚାଠାରେ ବାପ୍‌ଟିଷ୍ଟ ଚର୍ଚ୍ଚା ଅବସ୍ଥିତ ।

(ଚ) ‘ପଶାପାଲି’ ଶାଢ଼ି ମୁଖ୍ୟତଃ ଓଡ଼ିଶାର କେଉଁ ଜିଲ୍ଲାରେ ପ୍ରସ୍ତୁତ କରାଯାଏ ?
Answer:
ଓଡ଼ିଶାର ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ମୁଖ୍ୟତଃ ‘ପଶାପାଲି’ ଶାଢ଼ି ପ୍ରସ୍ତୁତ କରାଯାଏ ।

(ଛ) ପ୍ରାଚୀନ ଓଡ଼ିଶାର ବଣିକମାନଙ୍କୁ କ’ଣ କୁହାଯାଉଥିଲା ?
Answer: ପ୍ରାଚୀନ ଓଡ଼ିଶାର ବଣିକମାନଙ୍କୁ ସାଧବ କୁହାଯାଉଥିଲା ।

(ଜ) କେଉଁଠାରେ କଳିଙ୍ଗର ରାଜାଙ୍କୁ ‘ମହୋଦଧୂପତି’ ଭାବେ ଚିତ୍ରଣ କରାଯାଇଛି ?
Answer:
ଗୁପ୍ତଯୁଗରେ ରଚିତ କାଳିଦାସଙ୍କ ‘ରଘୁବଂଶମ୍’ରେ କଳିଙ୍ଗର ରାଜାଙ୍କୁ ‘ମହୋଦଧୂପତି’ ଭାବେ ଚିତ୍ରଣ କରାଯାଇଛି ।

(ଝ) ନୂଆଖାଇ ପର୍ବକୁ ଆଉ କ’ଣ କୁହାଯାଏ ?
Answer:
ନୂଆଖାଇ ପର୍ବକୁ ନବାନ୍ନ ଭକ୍ଷଣ ମଧ୍ୟ କୁହାଯାଏ ।

(ଞ) କେଉଁଦିନ ବାଲିଯାତ୍ରା ଅନୁଷ୍ଠିତ ହୁଏ ?
Answer:
କାର୍ତ୍ତିକ ପୂର୍ଣିମା ଦିନ ବାଲିଯାତ୍ରା ଅନୁଷ୍ଠିତ ହୁଏ ।

BSE Odisha 9th Class History Solutions Chapter 15 ଓଡ଼ିଶାର ଐତିହ୍ୟ

୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।

(କ) ‘ବିଲଙ୍କା ରାମାୟଣ’ର ରଚୟିତା କିଏ ?
(i) ବସ୍ଥା ଦାସ
(ii) ସାରଳା ଦାସ
(iii) ମାର୍କଣ୍ଡ ଦାସ
(iv) ଅର୍ଜୁନ ଦାସ
Answer:
(ii) ସାରଳା ଦାସ

(ଖ) ‘ତପସ୍ବିନୀ’ କିଏ ରଚନା କରିଥିଲେ ?
(i) ଉପେନ୍ଦ୍ର ଭଞ୍ଜ
(ii) ରାଧାନାଥ ରାୟ
(iii) ଗଙ୍ଗାଧର ମେହେର
(iv) ନନ୍ଦକିଶୋର ବଳ
Answer:
(iii) ଗଙ୍ଗାଧର ମେହେର

(ଗ) ଓଡ଼ିଶାର ସର୍ବପ୍ରଥମ ଭାସ୍କର୍ଯ୍ୟଭାବେ କେଉଁଟି ପରିଗଣିତ ?
(i) ଧଉଳି ପାହାଡ଼ର ଅଶୋକଙ୍କ ଶିଳାଲେଖ ଉପରିଭାଗରେ ହାତୀର ପ୍ରତିମୂର୍ତ୍ତି
(ii) ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାର ଭାସ୍କର୍ଯ୍ୟ
(iii) ପର୍ଶୁରାମେଶ୍ଵର ମନ୍ଦିର ଭାସ୍କର୍ଯ୍ୟ
(iv) କୋଣାର୍କ ସୂର୍ଯ୍ୟ ମନ୍ଦିର ଭାସ୍କର୍ଯ୍ୟ
Answer:
(i) ଧଉଳି ପାହାଡ଼ର ଅଶୋକଙ୍କ ଶିଳାଲେଖ ଉପରିଭାଗରେ ହାତୀର ପ୍ରତିମୂର୍ତ୍ତି

(ଘ) ମୁକ୍ତେଶ୍ଵର ମନ୍ଦିର କେଉଁଠାରେ ଅବସ୍ଥିତ ?
(i) ଲଳିତଗିରି
(ii) ଭୁବନେଶ୍ଵର
(iii) ସୀତାବାଞ୍ଜି
(iv) ପୁରୀ
Answer:
(ii) ଭୁବନେଶ୍ଵର

(ଙ) ଭୁବନେଶ୍ଵରର କପିଳେଶ୍ବର ମନ୍ଦିର କେଉଁ ଶାସନ ସମୟରେ ନିର୍ମିତ ହୋଇଥିଲା ?
(i) ଭୌମକୂର
(ii) ସୋମବଂଶୀ
(iii) ଗଙ୍ଗବଂଶ
(iv) ସୂର୍ଯ୍ୟବଂଶୀ ଗଜପତି
Answer:
(iv) ସୂର୍ଯ୍ୟବଂଶୀ ଗଜପତି

(ଚ) ତାତର ଖାଁ ମସ୍‌ଜିଦ୍‌ କଟକରେ କେଉଁଠାରେ ଅବସ୍ଥିତ ?
(i) ଦରଘା ବଜାର
(ii) ଦିୱାନ ବଜାର
(iii) ବାଲୁବଜାର
(iv) କାଠଯୋଡ଼ି କୂଳ
Answer:
(ii) ଦିୱାନ ବଜାର

BSE Odisha 9th Class History Solutions Chapter 15 ଓଡ଼ିଶାର ଐତିହ୍ୟ

(ଛ) ‘ଗୀତ ଗୋବିନ୍ଦ’ର ରଚୟିତା କିଏ ?
(i) ଅଚ୍ୟୁତାନନ୍ଦ
(ii) ଭକ୍ତ ସାଲବେଗ୍
(iii) ଜୟଦେବ
(iv) ଅଭିମନ୍ୟୁ ସାମନ୍ତସିଂହାର
Answer:
(iii) ଜୟଦେବ

(ଜ) କେଉଁ ନୃତ୍ୟଶୈଳୀରୁ ଓଡ଼ିଶୀ ନୃତ୍ୟର ସୃଷ୍ଟି ହୋଇଛି ?
(i) ଦଣ୍ତନାଚ
(ii) ନାଗନାଚ
(iii) ମାହାରୀ ନାଚ
(iv) ଛଉନାଚ
Answer:
(iii) ମାହାରୀ ନାଚ

(ଝ) କେଉଁ ପର୍ବରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ତିନିରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ ?
(i) ବିଷୁବ ସଂକ୍ରାନ୍ତି
(ii) ଅକ୍ଷୟ ତୃତୀୟା
(iii) ଶୀତଳ ଷଷ୍ଠୀ
(iv) ଦେବସ୍ନାନ ପୂର୍ଣ୍ଣିମା
Answer:
(ii) ଅକ୍ଷୟ ତୃତୀୟା

(ଞ) କେଉଁ ସ୍ଥାନ ଧନୁଯାତ୍ରା ପାଇଁ ସମଗ୍ର ଭାରତରେ ପ୍ରସିଦ୍ଧି ଲାଭ କରିଛି ?
(i) ସମ୍ବଲପୁର
(ii) ଧବଳେଶ୍ଵର
(iii) ବରଗଡ଼
(iv) ବାଙ୍କୀ
Answer:
(iii) ବରଗଡ଼

Leave a Comment