Odisha State Board BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ Important Questions and Answers.
BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ
Objective Type Questions with Answers
A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. କାର୍ବନର ସଂଯୋଜକ ଇଲେକ୍ଟ୍ରନ୍ ସଂଖ୍ୟା କେତେ ?
ଉ –
4
2. ଅକ୍ସିଜେନ୍ର ବହିଃସ୍ଥ କକ୍ଷରେ କେତୋଟି ଇଲେକ୍ଟ୍ରନ୍ ଥାଏ ?
ଉ –
6
3. ସହସଂଯୋଜ୍ୟ ବନ୍ଧ ଗଠନରେ ଅକ୍ସିଜେନ୍ କେତୋଟି ଇଲେକ୍ଟ୍ରନ୍ ସହଭାଜନ କରେ ।
ଉ –
4
4. କାର୍ବନର ନିକଟତମ ନିଷ୍କ୍ରିୟ ଗ୍ୟାସ୍ର ଇଲେକ୍ଟ୍ରନ୍ ସଂରଚନା ପାଇଁ କେତୋଟି ଇଲେକ୍ଟ୍ରନ୍ ଆବଶ୍ୟକ ?
ଉ –
4
5. କାର୍ବନ-କାର୍ବନ ମଧ୍ୟରେ ବନ୍ଧ ଗଠନ କରି ବୃହତ୍ ଅଣୁ ଗଠନ କରିବା ଗୁଣକୁ କ’ଣ କହନ୍ତି ?
ଉ –
କାଟିନେସନ୍
6. C ଓ Si ମୌଳିକ କେଉଁ ଧର୍ମ ପ୍ରଦର୍ଶନ କରନ୍ତି ?
ଉ –
କାଟିନେସନ୍
7. ଫୁଲେରିନ୍ରେ କାର୍ବନ ପରମାଣୁ ସଂଖ୍ୟା କେତେ ?
ଉ –
60
8. ପୃକ୍ତ ହାଇଡ୍ରୋକାର୍ବନଗୁଡ଼ିକର ଏକ ଅଣୁରେ ସର୍ବନିମ୍ନ କେତୋଟି କାର୍ବନ ପରମାଣୁ ଥିଲେ ଆଇସୋମର୍ ହୋଇପାରିବ ?
ଉ –
4
9. C2H6 ଯୌଗିକରେ କାର୍ବନ ଓ ହାଇଡ୍ରୋଜେନ୍ ମଧ୍ୟରେ ଥିବା ବନ୍ଧ ସଂଖ୍ୟା କେତେ ?
ଉ –
7
10. C4H10 ର ସଂରଚନାତ୍ମକ ଆଇସୋମ୍ର ସଂଖ୍ୟା କେତେ ?
ଉ –
2
11. ଏକ ପୃକ୍ତ ଚକ୍ରୟ କାର୍ବନ ବିଶିଷ୍ଟ ଯୌଗିକର ନାମ ଲେଖ ।
ଉ –
ସାଇକ୍ଳୋତ୍ରେକ୍ସେନ୍
12. ସର୍ବନିମ୍ନ କେତୋଟି କାର୍ବନ ପରମାଣୁ ଥିଲେ ଆଇସୋମର୍ ସମ୍ଭବ ହୋଇଥାଏ ?
ଉ –
4
13. ହାଇଡ୍ରୋକାର୍ବନ ଯୌଗିକର ଚାରୋଟି ହାଇଡ୍ରୋଜେନ୍ ପରମାଣୁ ଥିଲେ ଆଲ୍କାଇନ୍ର କାର୍ବନ ପରମାଣୁ ସଂଖ୍ୟା କେତେ ?
ଉ –
3
14. କେଉଁ ହାଇଡ୍ରୋକାର୍ବନକୁ ଆଲକେନ୍ କହନ୍ତି ?
ଉ –
ପୃକ୍ତ ହାଇଡ୍ରୋକାର୍ବନ
15. ବ୍ୟୁଟେନ୍ ଓ ହେକ୍ସେନ୍ରେ ଥିବା ମୋଟ ବନ୍ଧ ସଂଖ୍ୟା କେତେ ?
ଉ –
32
16. ତ୍ରିବନ୍ଧ ବିଶିଷ୍ଟ ପ୍ରଥମ କାର୍ବନ ଯୌଗିକର ସଂକେତ କ’ଣ ?
ଉ –
C2H2
17. ମିଥେନ୍ ଅଣୁରେ ବନ୍ଧ ଗଠନ ପାଇଁ କେତୋଟି ଇଲେକ୍ଟ୍ରନ୍ ଆବଶ୍ୟକ ?
ଉ –
8
18. ଦୁଇଟି ନାଇଟ୍ରୋଜେନ୍ ପରମାଣୁ ଓ ଦୁଇଟି ଅକ୍ସିଜେନ୍ ମଧ୍ୟରେ ଥିବା ମୋଟ ବନ୍ଧ ସଂଖ୍ୟା କେତେ ?
ଉ –
5
19. 5ଟି କାର୍ବନ ପରମାଣୁ ବିଶିଷ୍ଟ ଆଲ୍ଟ୍ର ଅଣୁ ସଙ୍କେତ କେତେ ?
ଉ –
C5H10
20. ଇଥାଇନ୍ର ଅଣୁସଂକେତ କ’ଣ ?
ଉ –
C2H2
21. କାର୍ବନ କାର୍ବନ ମଧ୍ୟରେ କେଉଁ ବନ୍ଧ ଥିବା ଯୌଗିକଟି C2H2 ?
ଉ –
ତ୍ରିବନ୍ଧ
22. ହେଵେନ୍ର କେତୋଟି ସହସଂଯୋଜ୍ୟ ବନ୍ଧ ଅଛି ?
ଉ –
19
23. ଇଥେନ୍ ଅଣୁର ବନ୍ଧ ଗଠନରେ ମୋଟ କେତୋଟି ଇଲେକ୍ଟ୍ରନ୍ ଭାଗ ନିଅନ୍ତି ?
ଉ –
14
24. ଆଲକାଇନ୍ ଶ୍ରେଣୀର ପଞ୍ଚମ ଯୌଗିକର ଅଣୁ ସଙ୍କେତ ଏବଂ ଆଲେକେନ୍ ଶ୍ରେଣୀର ଷଷ୍ଠ ଯୌଗିକର ଅଣୁ ସଙ୍କେତ ମଧ୍ୟରେ ପାର୍ଥକ୍ୟ ହେଉଛି :
ଉ –
4H
25. ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ଦ୍ବିବନ୍ଧ ଥିବା ଚକ୍ରିୟ କାର୍ବନ ଯୌଗିକଟି କିଏ ?
ଉ –
ବେଞ୍ଜିନ୍
26. C5H12, ଯୌଗିକ ଆଇସୋମର୍ ସଂଖ୍ୟା କେତେ ?
ଉ –
3
27. ମିଥାଇଲ୍ କ୍ଲୋରାଇଡ୍ ଯୌଗିକରେ ଥିବା ମୌଳିକଗୁଡ଼ିକର ପରମାଣୁ କ୍ରମାଙ୍କଗୁଡ଼ିକର ସମଷ୍ଟି କେତେ ?
ଉ –
24
28. ଭିନେଗାରରେ ଥିବା ଜୈବିକ ଅମ୍ଳର ନାମ କ’ଣ ?
ଉ –
ଏସିଟିକ୍ ଏସିଡ୍
29. କାର୍ବନ୍ ଅନ୍ୟ ମୌଳିକ ପରମାଣୁ ସହ ସହଭାଜନଦ୍ଵାରା କେଉଁ ନିଷ୍କ୍ରିୟ ଗ୍ୟାସ୍ତର ସଂରଚନା ଧାରଣ କରେ ?
ଉ –
ନିୟନ
30. ଗୋଟିଏ ଆଲ୍କାଇନ୍ର 75ଟି କାର୍ବନ ଥିଲେ ହାଇଡ୍ରୋଜେନ୍ ପରମାଣୁ ସଂଖ୍ୟା କେତେ ?
ଉ –
148
31. COOH ସକ୍ରିୟ ଗ୍ରୁପ୍ର ନାମ କ’ଣ ?
ଉ –
କାର୍ବୋକ୍ସିଲିକ୍ ଏସିଡ୍
32. ପ୍ରୋପେନ୍ର ହେମୋଲୋଗସ୍ ଶ୍ରେଣୀରେ ଥିବା ଯୌଗିକଟିର ସଂକେତ କ’ଣ ?
ଉ –
C10H22
33. ଆଲକେନ୍ ହେମୋଲଗସ୍ ଶ୍ରେଣୀର ଷଷ୍ଠ ମୌଳିକର ଆଣବିକ ବସ୍ତୁତ୍ୱ କେତେ ?
ଉ –
86
34. CH3COCH3ର ସକ୍ରିୟ ଗ୍ରୁପ୍ର ନାମ କ’ଣ ?
ଉ –
କିଟୋନ୍
35. ଆଲକେନ୍ର ସାଧାରଣ ଅଣୁ ସଙ୍କେତଟି କ’ଣ ?
ଉ –
CnH2n+2
36. କାର୍ବନ ଯୌଗିକକୁ ସ୍ଵତନ୍ତ୍ର ଧର୍ମ ପ୍ରଦାନ କରୁଥିବା ଅସମ ପରମାଣୁଗୁଡ଼ିକୁ କ’ଣ କୁହାଯାଏ ?
ଉ –
ସକ୍ରିୟ ଗ୍ରୁପ୍
37. ଆଲକହଲ୍ ହୋମୋଲଗସ୍ ଶ୍ରେଣୀର ତୃତୀୟ ଯୌଗିକଟି କ’ଣ ?
ଉ –
C3H7OH
38. ହୋମୋଲଗସ୍ ଶ୍ରେଣୀର ଯୋଡ଼ିଗୁଡ଼ିକ ମଧ୍ୟରେ ଆଣବିକ ବସ୍ତୁତ୍ଵର ପ୍ରଭେଦ କେତେ ?
ଉ –
14u
39. ପୃକ୍ତ ହାଇଡ୍ରୋକାର୍ବନ ଦହନରେ କେଉଁ ଶିଖା ଦେଇ ଥାଏ ?
ଉ –
ସ୍ଵଚ୍ଛ
40. ହାଇଡ୍ରୋକାର୍ବନର ସମ୍ପୂର୍ଣ୍ଣ ଦହନରୁ କେଉଁ ଗ୍ୟାସ୍ ନିର୍ଗତ ହୋଇଥାଏ ?
ଉ –
CO2 ଓ H2O
41. KMnO4 ଉପସ୍ଥିତିରେ କେଉଁ ଯୌଗିକ CH3COOHରେ ପରିଣତ ହୁଏ ।
ଉ –
C2H5OH
42. Kr2Cr2O7ର ଉପସ୍ଥିତିରେ C2H5OH କେଉଁ ଯୌଗିକରେ ପରିଣତ ହୁଏ ?
ଉ –
CH3COOH
43. ପ୍ରୋପିନ୍ (C3H6) ଅଣୁରେ କେତୋଟି ସହସଂଯୋଜକ ବନ୍ଧ ରହିଛି ?
ଉ –
8
44. C4H8 ର ଆଣବିକ ବସ୍ତୁତ୍ଵ କେତେ ?
ଉ –
56u
45. ପୃକ୍ତ ହାଇଡ୍ରୋକାର୍ବନର ଅସମ୍ପୂର୍ଣ ଦହନ ହେଲେ କେଉଁ ରଙ୍ଗର ଧୂଆଁ ସୃଷ୍ଟି ହୁଏ ?
ଉ –
କଳା
46. ଏସିଟିକ୍ ଏସିଡ୍ର ଗଳନାଙ୍କ କେତେ ?
ଉ –
290K
47. 82ଟି ହାଇଡ୍ରୋଜେନ୍ଥିବା ଆଲ୍କେନ୍ରେ କେତୋଟି କାର୍ବନ ଅଛି ?
ଉ –
40
48. ଯୌଗିକ ଅଣୁର ସଙ୍କେତ C50H98 ହେଲେ ଏହା କେଉଁ ହୋମୋଲଗସ୍ ଶ୍ରେଣୀର ଅନ୍ତର୍ଗତ ?
ଉ –
ଆଲକାଇନ୍
49. ଆଲକହଲର ହୋମଲଗସ୍ ଶ୍ରେଣୀର ଚତୁର୍ଥ ଯୌଗିକଟିର ନାମ କ’ଣ ?
ଉ –
C4H9OH
50. ଲକିନ୍ର ସାଧାରଣ ଅଣୁ ସଙ୍କେତ କେତେ ?
ଉ –
CnH2n
51. ଏସିଟିକ୍ ଏସିଡ଼ର ଜଳୀୟ ଦ୍ରବଣକୁ କ’ଣ କହନ୍ତି ?
ଉ –
ଭିନେଗାର
52. ଆଲକାଇନ୍ ଶ୍ରେଣୀର ତୃତୀୟ ଯୌଗିକରେ କାର୍ବନ-କାର୍ବନ ମଧ୍ୟରେ କେତୋଟି ସହ ସଂଯୋଜୀ ବନ୍ଧ ରହିଛି ?
ଉ –
5
53. ଥଣ୍ଡା ଜଳବାୟୁରେ ଘନୀଭୂତ ବିଶୁଦ୍ଧ ଏସିଟିକ୍ ଏସିଡ୍କୁ କ’ଣ କହନ୍ତି ?
ଉ –
କାର୍ବୋକ୍ସିଲିକ୍ ଏସିଡ୍
54. ସାଇକ୍ଲୋପ୍ରୋପେନ୍ରେ କେତୋଟି ବନ୍ଧ ଥାଏ ?
ଉ –
9
55. ଆଲକାଇନ୍ର ସାଧାରଣ ଅଣୁ ସଂକେତ କେତେ ?
ଉ –
CnH2n-2
56. ଯୌଗିକଗୁଡ଼ିକରେ ହାଇଡ୍ରୋଜେନ୍ ପରିବର୍ତ୍ତେ ଥିବା ଅସମ ପରମାଣୁକୁ କ’ଣ କହନ୍ତି ?
ଉ –
ସକ୍ରିୟ ଗ୍ରୁପ୍
57. ପ୍ରାକୃତିକ ଗ୍ୟାସ୍ର ମୁଖ୍ୟ ଉପାଦାନଟିର ନାମ କ’ଣ ?
ଉ –
ମିଥେନ୍
58. CH3CH2OHର ସ୍ଫୁଟନାଙ୍କ କେତେ ?
ଉ –
78° C
59. ମିଥାନୋଇକ୍ ଏସିଡ୍ର ସଙ୍କେତ କ’ଣ ?
ଉ –
60. ମିଥେନ୍ର ଗଳନାଙ୍କ କେତେ ?
ଉ –
90 K
B ଶୂନ୍ୟସ୍ଥାନ ପୂରଣ କର |
1. CH3CH2OH ର IUPAC ନାମ ………………….. |
2. ଭୂପୃଷ୍ଠରେ କାର୍ବନର ପରିମାଣ ………………….. % |
3. ବାୟୁମଣ୍ଡଳରେ କାର୍ବନ ଡାଇଅକସ୍|ଇଭ୍ର ପରିମାଣ …………….. % |
4. ବେଞ୍ଜିନ୍ରେ ………………… ଟି ଦ୍ବିବନ୍ଧ ଅଛି ।
5. କ୍ଲୋରୋଫର୍ମର ଗଳନାଙ୍କ ………………….. K |
6. ମିଥେନ୍ର ସ୍ଫୁଟନାଙ୍କ ……………… K |
7. କାର୍ବନାର ସଂଯୋଜକ ଇଲେକଟନ ଫଖ୍ୟା ………………… |
8. C4- ପାଇଁ …………………… ଟି ଇଲେକ୍ଟ୍ରନ୍ ଆବଶ୍ୟକ ।
9. C4+ ପାଇଁ ………………….. ଟି ଇଲେକ୍ଟ୍ରନ ତ୍ୟାଗ କରିବା ଆବଶ୍ୟକ ।
10. C4H10 ର ………………….. ଟି ଇଲେକ୍ଟ୍ରନ୍ ଆବଶ୍ୟକ ।
11. ପ୍ରଥମ ନିଷ୍କ୍ରିୟ ଗ୍ୟାସ୍ ନାମ, ……………………. |
12. ଏକ ବନ୍ଧ ଗଠନ ପାଇଁ ………………….. ଟି ଇଲେକ୍ଟ୍ରନ୍ ଆବଶ୍ୟକ ।
13. ଦୁଇଟି ଅକ୍ସିଜେନ୍ ପରମାଣୁ ମଧ୍ୟରେ ……………………… ଟି ବନ୍ଧ ଅଛି ।
14. ଦୁଇଟି ନାଇଟ୍ରୋଜେନ୍ ପରମାଣୁ ମଧ୍ୟରେ ………………………… ଟି ସହସଂଯୋଗ୍ୟ ବନ୍ଧ ଅଛି ।
15. NH366 ………………. ଟି ସହ ସଂଯୋଜ୍ୟ ବନ୍ଧ ଅଛି ।
16. 5 ଟି ବନ୍ଧ ପାଇଁ …………………. ଟି ଇଲେକ୍ଟ୍ରନ ଆବଶ୍ୟକ ।
17. ଜୈବଗ୍ୟାସ୍ର ମୁଖ୍ୟ ଉପାଦାନଟି …………………. |
18. CNG ମୁଖ୍ୟ ଉପାଦାନଟି …………… ଗ୍ୟାସ୍ ।
19. କାର୍ବନ ଇଲେକ୍ଟ୍ରନ୍ ସହଭାଜନ ଫଳରେ ……………….. ଗ୍ୟାସ୍ ସଂରଚନା ଧାରଣ କରେ ।
20. ଆଠଟି ସଲଫର୍ ପରମାଣୁ ପରସ୍କରସହ ସଂଯୁକ୍ତ ହେଲେ ……………… ଟି ବନ୍ଧ ଗଠିତ ହୁଏ ।
21. ଏସିଟିଲିନ୍ରେ ……………….. ଟି ସହସଂଯୋଜ୍ୟ ବନ୍ଧ ଅଛି ।
22. କାର୍ବନ ଯୌଗିକର ସଂଖ୍ୟା ……………. ରୁ ଅଧ୍ଵ ।
23. କାର୍ବନ-କାର୍ବନ ମଧ୍ୟରେ ବନ୍ଧ ଗଠନ କରିବା ଗୁଣକୁ ……………କହନ୍ତି ।
24. କାର୍ବନ ଯୌଗିକର ପ୍ରତ୍ୟେକ କାର୍ବନ ପରମାଣୁ କେବଳ ଏକ ବନ୍ଧଦ୍ଵାରା ଅନ୍ୟ ପରମାଣୁ ସହ ସଂଯୁକ୍ତ ହେଲେ ତାକୁ ……………. କୁହାଯାଏ ।
25. ଯେଉଁ ଯୌଗିକଗୁଡ଼ିକରେ କାର୍ବନ-କାର୍ବନ ମଧ୍ୟରେ ଦ୍ଵିବନ୍ଧ କିମ୍ବା ତ୍ରିବନ୍ଧ ରହିଥାଏ ତାକୁ …………….. ଯୌଗିକ କହନ୍ତି ।
26. ପ୍ରୋପେନ୍ର ଆଣବିକ ସଙ୍କେତ ……………. |
27. ଏଥୁନ ଯୌଗିକରେ ବନ୍ଧ ସଂଖ୍ୟା ………………… |
28. ସାଇକ୍ଲୋହେକ୍ରେ ……………… ଟି ବନ୍ଧ ଅଛି ।
29. ପୁକ୍ତ ହାଇଡ୍ରୋକାର୍ବନକୁ …………………….. କୁହାଯାଏ ।
30. ଏକ ବା ଅଧିକ ଦ୍ଵିବନ୍ଧ ଥିବା ଅପୃକ୍ତ ହାଇଡ୍ରୋକାର୍ବନକୁ ………………. କହନ୍ତି ।
31. ଅସମ ପରମାଣୁ ରହିଥିବା ଗ୍ରୁପ୍ ଯୌଗିକକୁ ସ୍ଵତନ୍ତ୍ର ଧର୍ମ ପ୍ରଦାନ କରେ । ତେଣୁ ସେଗୁଡ଼ିକୁ …………… କହନ୍ତି ।
32. କିଟୋନର ସକ୍ରିୟ ଗ୍ରୁପ୍ …………. |
33. C4H10 ର ଆଣବିକ ବସ୍ତୁତ୍ଵ …………………. |
34. ଆଲ୍କେନ୍ର ସାଧାରଣ ଅଣୁ ସଙ୍କେତ ……………….. |
35. ନାଇଟ୍ରୋଜେନ୍ ଅଣୁରେ ……………….. ଟି ସହଭାଗୀ ଇଲେକ୍ଟ୍ରନ ଯୁଗଳ ଅଛି ।
36. ଇଥାନଲ୍ର ସ୍ଫୁଟନାଙ୍କ …………… K
37. ଇଥାନୋଇକ୍ ଏସିଡ୍ର ଅନ୍ୟ ନାମ …………….. |
38. ପରମାଣୁଗୁଡ଼ିକର …………………. ବକ୍ଷରେ କଲେକଟ୍ରନର ସହଭାଜନ ଘଟେ |
39. ଜଳ ଅଣୁରେ ………………. ଟି ସହ ସଂଯୋଗ୍ୟ ବନ୍ଧ ଅଛି ।
40. NH3 ରେ, ……………..
41. ସରଳତମ ହାଇଡ୍ରୋକାର୍ବନ୍ଟି …………. |
42. ସଂଚାପିତ ପ୍ରାକୃତିକ ଗ୍ୟାସ୍ ……………. ମୁଖ୍ୟ ଉପାଦାନ ।
43. ଏଥୁରେ ମୋଟ ……………………. ଟି ସହସଂଯୋଜ୍ୟ ବନ୍ଧ ଅଛି ।
44. ପୃକ୍ତ ହାଇଡ୍ରୋକାର୍ବନ୍ରେ ପରମାଣୁର ଯୋଗ୍ୟତା ……………….. ବନ୍ଧଦ୍ୱାରା ସମ୍ପୂର୍ଣ୍ଣ ହୁଏ ।
45. ଏଥୁନ୍ ର ଅଣୁସଙ୍କେତ ……………… |
Answer:
1. ଇଥାନଲ୍
2. 0.02%
3. 0.03%
4. 3
5.209
6. 111
7. 4
8. 4
9.4
10. 2
11. ହିଲିୟମ୍
12. 2
13. 2
14. 3
15. 4
16. 10
17. ମିଥେନ୍
18. ମିଥେନ୍
19. Ne
20. 6
21. 5
22. ତିନି ନିୟୁତରୁ ଅଧ୍ଵ
23. କାଟିନେସନ୍
24. ପୃକ୍ତ ଯୌଗିକ
25. ଅପୃକ୍ତ
26. C3H8
27. 6
28. 15
29. ଆଲ୍କେନ୍
30. ଆଲ୍କିନ୍
31. ସକ୍ରିୟଗ୍ରୁପ୍
32. C = 0
33. 58
34. CnH2n+2
35. 3
36. 351
37. CO2
38. ବହିଃସ୍ଥ
39. 3
41. CH4
42. CH4
43. 6
40. 1
44. ଏକ
45. C2H4 ।
C ଠିକ୍ ଉକ୍ତି ପାଇଁ ( ✓) ବା ଭୁଲ ଉକ୍ତି ପାଇଁ (x) ଲେଖ
1. ଫୁଲେରିନ୍ କାର୍ବନ୍ର ଏକ ରୂପ ।
2. ଗ୍ରାଫାଇଟ୍ ଏକ ଅଧାତୁ, ତେଣୁ ଏହା ବିଦ୍ୟୁତ୍ ପରିବହନ କରେ ନାହିଁ ।
3. ଏଥୁନ୍ ଅଣୁରେ କାର୍ବୋନ୍ ଓ ହାଇଡ୍ରୋଜେନ୍ର ପରମାଣୁ ସଂଖ୍ୟାର ଅନୁପାତ 1 : 2 |
4. ସାଇକ୍ଲୋପ୍ରୋପେନ୍ରେ 7ଟି ବନ୍ଧ ଥାଏ ।
5. ହୀରାର ସଂରଚନାରେ ପ୍ରତ୍ୟେକ କାର୍ବନ୍ ପରମାଣୁ ଚାରିଟି କାର୍ବନ୍ ପରମାଣୁ ସହିତ ସଂଯୁକ୍ତ ହୋଇଥାଏ ।
6. CH3COCH3ର ସକ୍ରିୟ ଗ୍ରୁପ୍ର ନାମ କିଟୋନ୍ ।
7. ଆଲକେନ୍ର ସାଧାରଣ ଅଣୁ ସଙ୍କେତଟି CnH2n
8. ଆଲକହଲ୍ ହୋମୋଲଗସ୍ ଶ୍ରେଣୀର ତୃତୀୟ ଯୌଗିକ C4H9OH |
9. ହୋମୋଲଗସ୍ ଶ୍ରେଣୀର ଯୋଡ଼ିଗୁଡ଼ିକ ମଧ୍ୟରେ ଆଣବିକ ବସ୍ତୁତ୍ଵର ପ୍ରଭେଦ 14u |
10. ପୃକ୍ତ ହାଇଡ୍ରୋକାର୍ବନ୍ ଦହନରେ ସ୍ୱଚ୍ଛ ଶିଖା ଦେଇଥାଏ ।
11. ହାଇଡ୍ରୋକାର୍ବନ୍ର ସମ୍ପୂର୍ଣ୍ଣ ଦହନରୁ CO ଓ H2O ନିର୍ଗତ ହୁଏ ।
12. ଆଲକାଇନ୍ର ସାଧାରଣ ଅଣୁ ସଙ୍କେତ CnH2n-2
13. C4H8 ର ଆଣବିକ ବସ୍ତୁତ୍ଵ 14 ।
14. ପୃକ୍ତ ହାଇଡ୍ରୋକାର୍ବନ୍ର ଅସମ୍ପୂର୍ଣ୍ଣ ଦହନ ହେଲେ ସ୍ବଚ୍ଛନୀଳ ରଙ୍ଗର ଧୂଆଁ ସୃଷ୍ଟି ହୁଏ ।
15. ବ୍ୟୁଟାନାନ୍ର ସକ୍ରିୟ ଗ୍ରୁପ୍ ଆଲଡ଼ିହାଇଡ୍ ।
16. 82ଟି ହାଇଡ୍ରୋଜେନ୍ ଥିବା ଆଲ୍କେନ୍ରେ 42ଟି କାର୍ବନ୍ ଅଛି ।
17. ଯୌଗିକ ଅଣୁର ସଙ୍କେତ C50H98 ଆଲକାଇନ୍ ହୋମୋଲଗସ୍ ଶ୍ରେଣୀର ଅଟେ ।
18. ଆଲକହଲର ହୋମୋଲଗସ୍ ଶ୍ରେଣୀର ଚତୁର୍ଥ ଯୌଗିକଟି C2H5OH।
19. ଆଲ୍କିନ୍ର ସାଧାରଣ ଅଣୁ ସଙ୍କେତ CnH2n-2
20. ଏସିଟିକ୍ ଏସିଡ୍ର ଜଳୀୟ ଦ୍ରବଣକୁ ଭିନେଗାର କହନ୍ତି ।
21. ପୃକ୍ତ ହାଇଡ୍ରୋକାର୍ବନଗୁଡ଼ିକର ଏକ ଅଣୁରେ ସର୍ବନିମ୍ନ ଚୈ କାର୍ବନ ପରମାଣୁ ଥିଲେ ଆଇସୋମର୍ ହୋଇପାରିବ ।
22. ପୃକ୍ତ ହାଇଡ୍ରୋକାର୍ବନକୁ ଆଲକିନ୍ କହନ୍ତି ।
23. ବ୍ୟୁଟେନ୍ ଓ ହେକ୍ସେନ୍ରେ ଥିବା ମୋଟ ବନ୍ଧ ସଂଖ୍ୟା 32 |
24. ହେକ୍ସନ୍ର 1 9ଟି ସହସଂଯୋଜ୍ୟ ବନ୍ଧ ଅଛି ।
25. ପ୍ରୋପିନ୍ (C3H6) ଅଣୁରେ ଟି ସହସଂଯୋଜକ ବନ୍ଧ ରହିଛି ।
26. ଆଲକହଲ୍ ହୋମୋଲଗସ୍ ଶ୍ରେଣୀର ତୃତୀୟ ଯୌଗିକ C3H7OH |
27. କାର୍ବନର ସଂଯୋଜକ ଇଲେକ୍ଟ୍ରନ୍ ସଂଖ୍ୟା 4 ।
28. ସହସଂଯୋଜ୍ୟ ବନ୍ଧ ଗଠନରେ ଅକ୍ସିଜେନ୍ 3ଟି ଇଲେକ୍ଟ୍ରମ୍ ସହଭାଜନ କରେ ।
29. ଗୋଟିଏ ଅଣୁର ଆଣବିକ ସଂକେତ C6H6O ହେଲେ ଏଥରେ – CO – ସକ୍ରିୟ ଗ୍ରୁପ୍ ଅଛି ।
30. ବେଞ୍ଜିନ୍ ଅଣୁ ମଧ୍ୟରେ 3ଟି ଦ୍ବିବନ୍ଧ ଅଛି ।
Answer:
1. ✓
2. x
3. ✔
4. x
5. ✔
6. ✔
7. x
8. ✔
9. ✔
10. ✔
11. x
12. ✔
13. x
14. x
15. x
16. ✔
17. ✔
18. x
19. ✔
20. ✔
21. x
22. x
23.✓
24. ✓
25. x
26.✓
27.✓
28. x
29. x
30. ✔
D ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
E ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. କାର୍ବନ କାହିଁକି ଚତୁଃସଂଯୋଜୀ ?
ଉ–
କାର୍ବନ ପରମାଣୁର ବହିଃସ୍ଥ କକ୍ଷରେ 4ଟି ଇଲେକ୍ଟ୍ରନ ଥାଏ । ଅକ୍ଟ ପୁରଣ କରିବାପାଇଁ ଆଉ 4ଟି ଇଲେକ୍ଟ୍ରନ ଆବଶ୍ୟକ ହୁଏ । ତେଣୁ କାର୍ବନ ଚତୁଃସଂଯୋଜୀ ।
2. କାର୍ବନର ଅପରରୂପଗୁଡ଼ିକର ନାମ ଲେଖ ।
ଉ
କାର୍ବନର ଅପରୂପଗୁଡ଼ିକର ନାମ ହେଲା – ଗ୍ରାଫାଇଟ୍, ହୀରା ଓ ଫୁଲେରିନ୍ ।
3. ଅସମ ପରମାଣୁ କାହାକୁ କହନ୍ତି ?
ଉ—
ହାଇଡ୍ରୋକାର୍ବନ ଯୌଗିକରେ ହାଇଡ୍ରୋଜେନ୍ ବଦଳରେ ଅନ୍ୟ ଯେଉଁ ମୌଳିକର ପରମାଣୁ ସ୍ଥାନ ନିଏ, ତାହାକୁ ଅସମ ପରମାଣୁ କହନ୍ତି ।
ଉଦାହରଣ :
CH4 + Cl2 → CH3Cl + HCl
4. ସକ୍ରିୟ ଗ୍ରୁପ୍ କାହାକୁ କହନ୍ତି ?
ଉ –
ହାଇଡ୍ରୋକାର୍ବନ ଯୌଗିକରେ ଥିବା ଅସମ ପରମାଣୁ ଓ ଗ୍ରୁପରେ ଥିବା ଅସମ ପରମାଣୁ ଯୌଗିକକୁ ସ୍ବତନ୍ତ୍ର ଧର୍ମ ପ୍ରଦାନ କରୁଥିବାରୁ ଏଗୁଡ଼ିକୁ ସକ୍ରିୟ ଗ୍ରୁପ୍ କହନ୍ତି।
5. ସଜାତୀୟ (ହୋମୋଲଗସ୍) ଶ୍ରେଣୀ କାହାକୁ କହନ୍ତି ?
ଭ–
ଯେଉଁ ହାଇଡ୍ରୋକାର୍ବନ ଯୌଗିକ ଶ୍ରେଣୀରେ ଏକ ସକ୍ରିୟ ଗ୍ରୁପ, ସମାନ ରାସାୟନିକ ଧର୍ମ ଏବଂ ପ୍ରତ୍ୟେକ ଯୌଗିକ ତାର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଯୌଗିକଠାରୁ (- CH2) ଗ୍ରୁପ୍ଦ୍ୱାରା ଭିନ୍ନ ସେହି ଯୌଗିକ ଶ୍ରେଣୀକୁ ହୋମୋଲଗସ୍ ଶ୍ରେଣୀ କୁହାଯାଏ ।
6. ସଂରଚନାତ୍ମକ ଆଇସୋମର୍ ସୃଷ୍ଠିହେବାର କାରଣ କ’ ଣ ?
ଭ–
ଯୌଗିକରେ ଏକା ଅଣୁ ସଙ୍କେତ ଥାଇ ଅଣୁ ଭିତରେ ପୃଥକ୍ ପରମାଣୁ ସଜ୍ଜାଯୋଗୁଁ ସଂରଚନାତ୍ମକ ଆଇସୋମର୍ ସୃଷ୍ଟି ହୁଏ । କାର୍ବନ ଶୃଙ୍ଖଳରେ ସକ୍ରିୟ ଗ୍ରୁପର ସ୍ଥାନ ପରିବର୍ତ୍ତନ ଏଥିପାଇଁ ଦାୟୀ ।
7. ସଂରଚନାତ୍ମକ ଆଇସୋମର୍ କାହାକୁ କହନ୍ତି ?
ଭ–
ଯେଉଁ ଯୌଗିକଗୁଡ଼ିକର ଏକା ଅଣୁ ସଙ୍କେତଥାଇ ଅଣୁ ଭିତରେ ପରମାଣୁ ସଜ୍ଜା ପୃଥକ୍ ହୋଇଥାଏ, ସେହି ଯୌଗିକକୁ ସଂରଚନାତ୍ମକ ଆଇସୋମର୍ କହନ୍ତି ।
୫. କାଟିନେସନ୍ କାହାକୁ କହନ୍ତି ?-
ଭ–
କାର୍ବନର ଅନ୍ୟ କାର୍ବନ ପରମାଣୁ ସହିତ ବନ୍ଧ ଗଠନକରି ବୃହତ୍ ଅଣୁ ସୃଷ୍ଟି କରିବାର ଅନନ୍ୟ ସାମର୍ଥ୍ୟ ଗୁଣକୁ କାଟିନେସନ୍ କହନ୍ତି ।
9. ପୃକ୍ତ ହାଇଡ୍ରୋକାର୍ବନ (ପୃକ୍ତ ଯୌଗିକ) କାହାକୁ କହନ୍ତି ?
ଭ–
ହାଇଡ୍ରୋକାର୍ବନ ଯୌଗିକର ପ୍ରତ୍ୟେକ କାର୍ବନ ପରମାଣୁ କେବଳ ଏକ ବନ୍ଧଦ୍ଵାରା ଅନ୍ୟ ପରମାଣୁ ସହିତ ସଂଯୁକ୍ତ ହେଲେ ତାହାକୁ ପୃକ୍ତ ହାଇଡ୍ରୋକାର୍ବନ କହନ୍ତି ।
10. ଅପୃକ୍ତ କାର୍ବନ ଯୌଗିକ କାହାକୁ କହନ୍ତି ?
ଊ–
ଯେଉଁ ହାଇଡ୍ରୋକାର୍ବନ ଯୌଗିକଗୁଡ଼ିକରେ କାର୍ବନ କାର୍ବନ ମଧ୍ୟରେ ଦ୍ଵିବନ୍ଧ ବା ତ୍ରିବନ୍ଧ ରହିଥାଏ, ସେଗୁଡ଼ିକୁ ଅପୃକ୍ତ ହାଇଡ୍ରୋକାର୍ବନ ବା ଅପୃକ୍ତ କାର୍ବନ ଯୌଗିକ କହନ୍ତି ।
11. ଆଲ୍କେନ୍ କାହାକୁ କହନ୍ତି ?
ଊ–
ପୃକ୍ତ ହାଇଡ୍ରୋକାର୍ବନକୁ ଆଲ୍କେନ୍ କହନ୍ତି ।
12. ଆଲ୍କିନ୍ କାହାକୁ କୁହାଯାଏ ?
ଊ–
ଯେଉଁ ଅପୃକ୍ତ ହାଇଡ୍ରୋକାର୍ବନରେ ଏକ ବା ଏକାଧ୍ଵକ ଦ୍ବିବନ୍ଧ ଥାଏ ତାକୁ ଆଲ୍କିନ୍ କହନ୍ତି ।
13. ଆଲ୍କାଇନ୍ କାହାକୁ କହନ୍ତି ?
ଉ-
ଏକ ବା ଏକାଧ୍ଵକ ତ୍ରିବନ୍ଧ ଥିବା ଅପୃକ୍ତ ହାଇଡ୍ରୋକାର୍ବନକୁ ଆଲ୍କାଇନ୍ କହନ୍ତି ।
14. ସହ ସଂଯୋଗ୍ୟ ଯୌଗିକ ଗୁଡ଼ିକର ଗଳନାଙ୍କ ଓ ସ୍ଫୁଟନାଙ୍କ କମ୍ କାହିଁକି ?
ଉ-
ସହସଂଯୋଜ୍ୟ ଯୌଗିକଗୁଡ଼ିକର ଆନ୍ତଃ ଆଣବିକ ବଳ କମ୍ ଥିବାରୁ, ଏଗୁଡ଼ିକର ଗଳନାଙ୍କ ଓ ସ୍ଫୁଟନାଙ୍କ କମ୍ ।
15. ସହ ସଂଯୋଗ୍ୟ ବନ୍ଧ କାହାକୁ କହନ୍ତି ?
ଉ–
ପରମାଣୁ ମଧ୍ୟରେ ଇଲେକ୍ଟ୍ରନ ଯୁଗଳର ସହଭାଜନଦ୍ଵାରା ଗଠିତ ହେଉଥିବା ବନ୍ଧକୁ ସହ ସଂଯୋଗ୍ୟ ବନ୍ଧ କହନ୍ତି ।
16. କାର୍ବନ ଗଠନ କରୁଥିବା ବନ୍ଧ ଖୁବ୍ ଶକ୍ତ କାହିଁକି ?
ଭ–
କାର୍ବନଦ୍ୱାରା ଶକ୍ତ ବନ୍ଧ ଗଠନର ଗୋଟିଏ କାରଣ ହେଲା ଏହାର ଆକାର ଛୋଟ ହୋଇଥିବାରୁ ଏହା ସହ ବିଭାଜିତ ଇଲେକ୍ଟ୍ରନ୍ ଯୁଗଳକୁ ଶକ୍ତ ଭାବରେ ଧରି ରଖୁବାପାଇଁ ନ୍ୟୁକ୍ଲିୟସ୍କୁ ସମର୍ଥ କରିଥାଏ ।
17. ଚକ୍ରୀୟ କାର୍ବନ୍ ଯୌଗିକ କାହାକୁ କହନ୍ତି ?
ଊ–
ଯେଉଁ କାର୍ବନ୍ ଯୌଗିକରେ କାର୍ବନ ପରମାଣୁଗୁଡ଼ିକ ରିଙ୍ଗ୍ ପରି ବା ଚକ୍ରାକାରରେ ସଜ୍ଜିତ ହୋଇଥାଏ, ତାହାକୁ ଚକ୍ରୀୟ
18. ପ୍ରତିସ୍ଥାପନ ପ୍ରତିକ୍ରିୟା କାହାକୁ କୁହାଯାଏ ?
ଭ–
ସୂର୍ଯ୍ୟାଲୋକ ଉପସ୍ଥିତିରେ କ୍ଲୋରିନ୍ ଅତି ଦ୍ରୁତ ପ୍ରତିକ୍ରିୟା କରି ହାଇଡ୍ରୋକାର୍ବନ୍ ସହ ସଂଯୋଗ କରିଥାଏ । ଏହି ପ୍ରତିକ୍ରିୟାରେ ପୃକ୍ତ ହାଇଡ୍ରୋକାର୍ବନ୍ର ହାଇଡ୍ରୋଜେନ ପରମାଣୁ ସ୍ଥାନରେ କ୍ଲୋରିନ୍ ପରମାଣୁ ଗୋଟି ଗୋଟି ହୋଇ ପ୍ରତିସ୍ଥାପିତ ହୋଇଥାଏ । ଏହାକୁ ପ୍ରତିସ୍ଥାପନ ପ୍ରତିକ୍ରିୟା କୁହାଯାଏ ।
19. ଆଲକାଇନ୍ ଶ୍ରେଣୀର ତୃତୀୟ ଯୌଗିକରେ କାର୍ବନ୍-କାର୍ବନ୍ ମଧ୍ଯରେ କେତୋଟି ସହସଂଯୋଜୀ ବନ୍ଧ ରହିଛି ?
ଉ–
ଆଲକାଇନ୍ ଶ୍ରେଣୀର ତୃତୀୟ ଯୌଗିକରେ କାର୍ବନ୍-କାର୍ବନ୍ ମଧ୍ଯରେ 5ଟି ସହସଂଯୋଜୀ ବନ୍ଧ ରହିଛି ।
20. ପୃକ୍ତ ହାଇଡ୍ରୋକାର୍ବନ୍ଗୁଡ଼ିକର ଏକ ଅଣୁରେ ସର୍ବନିମ୍ନ କେତୋଟି କାର୍ବନ୍ ପରମାଣୁ ଥୁଲେ ଆଇସୋମର୍ ହୋଇପାରିବ ?
ଉ–
ପୃକ୍ତ ହାଇଡ୍ରୋକାର୍ବନ୍ଗୁଡ଼ିକର ଏକ ଅଣୁରେ ସର୍ବନିମ୍ନ 4ଟି କାର୍ବନ୍ ପରମାଣୁ ଥିଲେ ଆଇସୋମର୍ ହୋଇପାରିବ ।
21. CO2ର ଇଲେକ୍ଟ୍ରନ ଡଟ୍ ସଂରଚନା ଲେଖ ।
ଉ–
22. 8 ଟି ସଲଫର ପରମାଣୁରେ ଗଠିତ ଏକ ସଲଫର୍ ଅଣୁର ଡଟ୍ ସଂରଚନା କ’ଣ ହେବ ?
ଉ–
23. ସାଇକ୍ଲୋହେକ୍ସେନ୍ ସଂରଚନା ଲେଖ ।
ଉ–
24. ବେଞ୍ଜିନ୍ର ସଙ୍କେତ ଲେଖ ।
ଉ–
25. ଇଥେନ୍ର ଇଲେକ୍ଟ୍ରିନ ଡଟ ସଂରଚନା ଓ ଅଣୁ ସଙ୍କେତ ଲେଖ ।
ଉ-
26. ପେଣ୍ଟେନର ସଂରଚନା ଓ ଅଣୁ ସଙ୍କେତ ଲେଖ ।
ଉ–
F ପ୍ରଥମଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ୱିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।
1. ଭୂପୃଷ୍ଠରେ କାର୍ବନର ପରିମାଣ : 0.02% :: ବାୟୁମଣ୍ଡଳରେ କାର୍ବନର ପରିମାଣ : ………………….. |
2. ମିଥେନ୍ : ୨୦ :: ଏସିଟିକ୍ ଏସିଡ୍ : ………………… |
3. C : 6 :: 0 : …………… |
4. H : K :: F : …………. |
5. ଇଥାନଲ : 351 :: ଏସିଟିକ୍ ଏସିଡ୍ : ………………… |
6. ଅକ୍ସିଜେନ୍ : ଦ୍ଵିବନ୍ଧ :: ନାଇଟ୍ରୋଜେନ୍ : ……………….. |
7. ସ୍ଫୁଟନାଙ୍କ କମ୍ : ସହସଂଯୋଜ୍ୟ ଯୌଗିକ :: ସ୍ଫୁଟନାଙ୍କ ଅଧ୍ଵକ : ………………… |
8. ଇଥେନ୍ : 7ଟି ବନ୍ଧ :: ଏଥୁନ୍ : ……………….. |
9. ଏକବନ୍ଧ : ଆଲ୍କେନ୍ :: ତ୍ରିବନ୍ଧ : …………………… |
10. ଆଲ୍କିନ୍ : CnH2n :: ଆଲ୍କାଇନ୍ : ……………… |
11. ଆଲ୍କହଲ : -OH :: ବ୍ରୋମୋ : …………… |
12. CH3OH : ମିଥାନଲ୍ :: C2H5OH : ………………. |
13. : 12u :: ହାଇଡ୍ରୋଜେନ୍ : …………………… |
14. CH4 + O2 → CO2 + H2O : C2H5OH + O2CO2 +: ………………….. |
15. ଗନ୍ଧକର୍ପୁର : ଅପୃକ୍ତ ହାଇଡ୍ରୋକାର୍ବନ :: ଆଲ୍କହଲ : ………………….. |
16. ପୃକ୍ତ ହାଇଡ୍ରୋକାର୍ବନ : ସ୍ୱଚ୍ଛଶିଖା :: ଅପୃକ୍ତ ହାଇଡ୍ରୋକାର୍ବନ : ………………………. |
17. C2H2OHବହନ : CO2+ H2O :: C2H2OH ଜାରଣ : …………………. |
18. ଆଲକାଇନ୍ : ଇଥାଇନ୍ :: ଆଲ୍କିନ୍ : ………………….. |
19. ଆନ୍ତଃ ଆଣବିକ ବଳ କମ୍ : ସହସଂଯୋଜ୍ୟ ଯୌଗିକ :: ଆନ୍ତଃ ଆଣବିକ ବଳ ଅଧ୍ଵ : …………………. |
20. C2H2n+2 : ଆଲ୍କେନ୍ :: C2H2n-2; ……………….. |
21. C4H10 : ମ୍ୟୁଟେନ୍ :: C4H8 : ……………….. |
22. ମିଥେନ୍ ଗନ୍ଧ ଗଠନ : 8 ଇଲେକ୍ଟ୍ରନ୍ ::ଏସିଟିଲିନ୍ ବନ୍ଧ ଗଠନ : ………………………… |
23. ମିଥେନ୍ ବନ୍ଧ ଗଠନ : 8 ଇଲେକ୍ଟ୍ରମ୍ :: ଇଥେନ୍ ବନ୍ଧ ଗଠନ : ………………. |
24. ତ୍ରିବନ୍ଧ ଥିବା ହାଇଡ୍ରୋକାର୍ବନ୍ : ଆଲ୍କାଇନ୍ :: ଦ୍ବିବନ୍ଧ ଥିବା ହାଇଡ୍ରୋକାର୍ବନ୍ : …………………. |
25. – OH : ହାଇଡ୍ରକ୍ସିଲ୍ :: : ……………
26. – OH : ହାଇଡ୍ରକ୍ସିଲ୍ :: CHO : ……….
27. – OH : ହାଇଡ୍ରକ୍ସିଲ୍ :: – COOH : ………….
28. ବ୍ଲୁଟେନ୍ : 10 ହାଇଡ୍ରୋଜେନ୍ :: ହେକ୍ସନ୍ :
29. ଇଥେନ୍ : 2 କାର୍ବନ ପରମାଣୁ :: ଏଥୁଲିନ୍ :
30. C10H22 : ଆଲ୍କେନ୍ :: C12H22 : ……………..
31. CH2 – CH2 – CH2 – CH3 : ସଳଟ ଚେନ୍ ବ୍ୟୁଟେନ୍ ::
: ………….
32. ବିଦ୍ୟୁତ୍ ସଂଯୋଜ୍ୟ ଯୌଗିକ : ବିଦ୍ୟୁତ୍ ସୁପରିବାହୀ :: ସହସଂଯୋଜ୍ୟ ଯୌଗିକ : ……………………. |
33. ବିଦ୍ୟୁତ୍ ସଂଯୋଜ୍ୟ ବନ୍ଧ : ଇଲେକ୍ଟ୍ରମ୍ ସ୍ଥାନାନ୍ତରଣ :: ସହସଂଯୋଜ୍ୟ ବନ୍ଧ : ……………………. |
34. ଆୟନିକ ଯୌଗିକ : ସ୍ଫୁଟନାଙ୍କ ଅଧ୍ଵ :: ସହସଂଯୋଜ୍ୟ ଯୌଗିକ : ……………………. |
35. ଆୟନିକ ଯୌଗିକ : ଇଲେକ୍ଟ୍ରନ୍ ଆଦାନପ୍ରଦାନ :: ସହସଂଯୋଜ୍ୟ ଯୌଗିକ : ……………………. |
36. C4- : ଏନାୟନ :: C4+ : ……………………. |
37. ହାଇଡ୍ରୋଜେନ୍ : K କକ୍ଷ :: ଅକ୍ସିଜେନ : ……………………. |
38. ଦ୍ଵିବନ୍ଧ : 4 ଇଲେକ୍ଟ୍ରନ୍ :: ତ୍ରିବନ୍ଧ : ……………………. |
39. ଜୈବଗ୍ୟାସ୍ : ମିଥେନ :: ପେଟ୍ରୋଲିୟମ ଗ୍ୟାସ୍ ……………………. |
40. ନାଇଟ୍ରୋଜେନ୍ ଅଣୁ : ତ୍ରିବନ୍ଧ :: ଅକ୍ସିଜେନ୍ ଅଣୁ : ……………………. |
Answer:
1. 0.03%
2.290
3. 8
4. L
5. 391
6. ତ୍ରିବନ୍ଧ
7. ବିଦ୍ୟୁତ୍ ସଂଯୋଜ୍ୟ ଯୌଗିକ
8. 6
9. ଆଲ୍ଇନ୍
10. CnH2n-2
11. -Br
12. ଇଥାନଲ୍
13. lu
14. H2O
15. ପୁକ୍ତ ହାଇଡ୍ରୋକାର୍ବନ
16. କଳାଧୂଆଁ ସହ ହଳଦିଆ ରଙ୍ଗର ଶିଖା
17. CH3COOH
18.12
19. ବିଦ୍ୟୁତ୍ ସଂଯୋଜ୍ୟ ଯୌଗିକ
20. ଆଲ୍କାଇନ୍
21. ବ୍ଯଟାଇନ୍
22. 10 ଇଲେକ୍ଟ୍ର
23. 14 ଇଲେକ୍ଟ୍ର
24. ଆଲ୍କିନ୍
25. କିଟୋନ୍
26. ଆଲ୍ହାଇଡ୍
27. କାର୍ବୋକ୍ଲିକ୍ ଏସିଡ୍
28. 14 ହାଇଡ୍ରୋଜେନ୍
29. ଦୁଇ କାର୍ବନ୍ ପରମାଣୁ
30. ଆଲ୍କାଇନ୍
31. 2 ମିଥାଇଲ୍ ପ୍ରୋପେନ୍
32. ବିଦ୍ୟୁତ୍ କୁପରିବାହୀ
33. ଇଲେକ୍ଟ୍ରନ୍ ସହଭାଜନ
34. ସ୍ଫୁଟନାଙ୍କ କମ୍
35. ଇଲେକ୍ଟ୍ରନ୍ ସହଭାଜନ
36. କାଟାୟନ
37. L
38. 6 ଇଲେକ୍ଟ୍ରନ୍
39. ବ୍ଲୁଟେନ୍
40. ଦ୍ବିବନ୍ଧ
SUBJECTIVE TYPE QUESTIONS WITH ANSWERS
1. ମିଥେନ୍ ଅଣୁର ଗଠନ ଇଲେକ୍ଟ୍ରଡ୍, ଡଟ୍ ଓ ଛକି ଚିହ୍ନଦ୍ଵାରା ଆଲୋଚନା କର । ହୋମୋଲଗସ୍ ଶ୍ରେଣୀ କ’ଣ ଉଦାହରଣ ଦେଇ ବୁଝାଅ ।
ଉ –
- ମିଥେନ୍ ଅଣୁ ଏକ ପୃକ୍ତ ହାଇଡ୍ରୋକାର୍ବନ । ଏହାର ଅଣୁ ସଙ୍କେତ CH4 ଖୋଟିଏ କାର୍ବନ ପରମାଣୁ ରାରୋଟି ହାଇଡ୍ରୋଜେନ୍ ପରମାଣୁ ସହ ସହସଂଯୋଜୀ ବନ୍ଧ ଗଠନ କରି ମିଥେନ ଅଣୁ ଉତ୍ପନ୍ନ କରେ ।
- ହାଇଡ୍ରୋଜେନ୍ର ଯୋଗ୍ୟତା 1 । ଇଲେକ୍ଟ୍ରନ ସଂରଚନା K(1)। କାର୍ବନର ଯୋଗ୍ୟତା 4। କାରଣ ଏହାର ଚାରୋଟି ସଂଯୋଜକ ଇଲେକ୍ଟ୍ରନ୍ ଅଛି । ନିଷ୍କ୍ରିୟ ଗ୍ୟାସ୍ର ସଂରଚନା ଲାଭ କରିବାକୁ କାର୍ବନ ଏହି ଇଲେକ୍ଟ୍ରନଗୁଡ଼ିକୁ ଚାରୋଟି ହାଇଡ୍ରୋଜେନ୍ ପରମାଣୁ ସହିତ ଭାଗ କରିଥାଏ ।
- ହାଇଡ୍ରୋଜେନ୍ ଇଲେକ୍ଟ୍ରନ୍କୁ ଡଟ୍ (.) ଭାବେ କାର୍ବନର ଚାରୋଟି ଇଲେକ୍ଟ୍ରକୁ ଛବି (x) ଭାବେ ଗ୍ରହଣ କରି ଏବଂ ଇଲେକଟ୍ରନ୍ ଯୁଗଳକୁ (.x) ରେଖାଖଣ୍ଡ ବା ବନ୍ଧରୂପେ ଦର୍ଶାଯାଏ । ତେବେ ପ୍ରସ୍ତୁତ ହେଉଥିବା ମିଥେନ୍ ଅଣୁର ସହସଂଯୋଗ୍ୟ ବନ୍ଧର ଚିତ୍ର ନିମ୍ନ ପ୍ରକାରର ହେବ ।
- ହୋମୋଲଗସ୍ ଶ୍ରେଣୀ – ସମାନ ସଂରଚନା ଓ ସମାନ ରାସାୟନିକ ଧର୍ମ ବିଶିଷ୍ଟ ଗୋଟିଏ ଜୈବ ଯୌଗିକ ଶ୍ରେଣୀରେ ଗୋଟିଏ ଯୌଗିକ ତା’ର ପୂର୍ବବର୍ତୀ ଓ ପରବର୍ତ୍ତୀ ଯୌଗିକଠାରୁ ତା’ର ଆଣବିକ ସଙ୍କେତ -CH2 ଗ୍ରୁପ୍ ଦ୍ଵାରା ପୃଥକ ହୋଇଥାଏ । ସେହି ଶ୍ରେଣୀକୁ ହୋମୋଲଗସ୍ ଶ୍ରେଣୀ କହନ୍ତି ଏବଂ ପ୍ରତ୍ୟେକ ଯୌଗିକକୁ ହୋମୋଲଖ୍ କହନ୍ତି
ଉଦାହରଣ – ମିଥେନ୍ (CH4), ଇଥେନ୍ (C2H6), ପ୍ରୋପେନ୍ (C3H8), ବ୍ୟୁଟେନ୍ (C4H10) । ପ୍ରତ୍ୟେକ ଗୋଟିଏ ଗୋଟିଏ ହୋମୋଲଗ୍ । ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ତା’ର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଯୌଗିକଠାରୁ – CH2 ଗ୍ରୁପ୍ଦ୍ବାରା ଅଲଗା ହୋଇଥାଏ ।
2. ହାଇଡ୍ରୋକାର୍ବନ କ’ଣ ? କାର୍ବନ ଯୌଗିକର ବହୁଳତାର କାରଣ କ’ଣ ? ହାଇଡ୍ରୋକାର୍ବନର ଦୁଇଟି ଧର୍ମ ସମୀକରଣ ସହ ବୁଝାଅ ।
ଉ –
(i) କାର୍ବନ ଓ ହାଇଡ୍ରୋଜେନ୍ର ଯୌଗିକକୁ ହାଇଡ୍ରୋକାର୍ବନ କୁହାଯାଏ ।
ଉଦାହରଣ :
ମିଥେନ୍ (CH4), ଇଥେନ୍ (C2H6), ପ୍ରୋପେନ୍ (C3H8) ଇତ୍ୟାଦି ।
(ii) କାର୍ବନର ଅନ୍ୟ କାର୍ବନ ପରମାଣୁ ସହିତ ବନ୍ଧ ଗଠନ କରି ବୃହତ୍ ଅଣୁ ସୃଷ୍ଟି କରିବାର ଅନନ୍ୟ ସାମର୍ଥ୍ୟ ଗୁଣକୁ କାଟିନେସନ୍ କହନ୍ତି । ଏହା କାର୍ବନଠାରେ ଯେତେ ମାତ୍ରାରେ ଦେଖାଯାଏ ଅନ୍ୟ କୌଣସି ମୌଳିକଠାରେ ଦେଖାଯାଏ ନାହିଁ ।
(iii) ଏହି ଯୌଗିକଗୁଡ଼ିକ କାର୍ବନର ଦୀର୍ଘ ଶୃଙ୍ଖଳ; କାର୍ବନର ଶାଖାଯୁକ୍ତ ଶୃଙ୍ଖଳ କିମ୍ବା କାର୍ବନ ପରମାଣୁଗୁଡ଼ିକର ଚକ୍ରୀୟ ସଜ୍ଜା ଦେଖାଯାଏ ।
(iv) (a) ଦହନ : ଅଧିକାଂଶ କାର୍ବନ ଯୌଗିକ ଦହନ ପ୍ରତିକ୍ରିୟାରେ ବହୁ ପରିମାଣରେ ତାପଶକ୍ତି ଓ ଆଲୋକ ଶକ୍ତି ସୃଷ୍ଟି କରିଥାଏ ।
(b) ପୃକ୍ତ ହାଇଡ୍ରୋକାର୍ବନ ସାଧାରଣତଃ ସ୍ଵଚ୍ଛ ଶିଖା ଦେଉଥିବାବେଳେ ଅପୃକ୍ତ ହାଇଡ୍ରୋକାର୍ବନଗୁଡ଼ିକ କଳାଧୂଆଁ ସହ ହଳଦିଆ ଶିଖା ସୃଷ୍ଟି କରେ ।
ଭଦାହରଣ :
(v) ଜାରଣ : ସମ୍ପୂର୍ଣ୍ଣ ଜାରଣ ଛଡ଼ା ଅନେକ ପ୍ରତିକ୍ରିୟା ଅଛି ଯେଉଁଥରେ ଆଲକହଲ୍ଗୁଡ଼ିକ କାର୍ବୋକ୍ଲିକ୍ ଏସିଡ଼ିରେ ପରିଣତ ହୁଏ । କ୍ଷାରୀୟ ପୋଟାସିୟମ୍ ପରମାଙ୍ଗାନେଟ୍ କିମ୍ବା ଅମ୍ଳୀୟ ପୋଟାସିୟମ୍ ଡାଇକ୍ରୋମେଦ୍ଵାରା ଆଲକହଲ୍ ଜାରିତ ହୋଇ ଏସିଡ୍ ସୃଷ୍ଟି କରେ ।
3. ହାଇଡ୍ରୋକାର୍ବନ କ’ଣ ? ଉଦାହରଣ ଦେଇ ପୃକ୍ତ ଓ ଅପୃକ୍ତ ହାଇଡ୍ରୋକାର୍ବନ ମଧ୍ୟରେ ସଂରଚନାତ୍ମକ ପାର୍ଥକ୍ୟ ଦର୍ଶାଅ । ହୋମୋଲଗସ୍ ଶ୍ରେଣୀର ବୈଶିଷ୍ଟ୍ୟ ଲେଖ ।
ଉ –
(i) କାର୍ବନ ଓ ହାଇଡ୍ରୋଜେନ୍ର ଯୌଗିକକୁ ହାଇଡ୍ରୋକାର୍ବନ କହନ୍ତି ।
ଉଦାହରଣ – ମିଥେନ୍ (CH4), ଇଥେନ୍ (C2H6) ଇତ୍ୟାଦି ।
(ii) ପୃକ୍ତ ହାଇଡ୍ରୋକାର୍ବନରେ କାର୍ବନ-କାର୍ବନ ମଧ୍ୟରେ ଗୋଟିଏ ଲେଖାଏଁ ବନ୍ଧ ଥାଏ ।
ଉଦାହରଣ :
(iii) ଅପୃକ୍ତ ହାଇଡ୍ରୋକାର୍ବନରେ କାର୍ବନ-କାର୍ବନ ମଧ୍ୟରେ ଦୁଇଟି କିମ୍ବା ତିନୋଟି ବନ୍ଧ ଥାଏ ।
ପୃକ୍ତ ହାଇଡ୍ରୋକାର୍ବନକୁ ଆଲ୍କେନ୍ କୁହାଯାଏ । କାର୍ବନ-କାର୍ବନ ଦ୍ଵିବନ୍ଧ ଥବା ହାଇଡ୍ରୋକାର୍ବନକୁ ଆଲ୍କିନ୍ ଓ କାର୍ବନ-କାର୍ବନ ମଧ୍ୟରେ ତିନୋଟି ବନ୍ଧ ଥବା ହାଇଡ୍ରୋକାର୍ବନକୁ ଆଲ୍କାଇନ୍ କହନ୍ତି ।
ହୋମୋଲଗସ୍ ଶ୍ରେଣୀର ବୈଶିଷ୍ଟ୍ୟ
(i) ଏହି ଶ୍ରେଣୀର ପ୍ରତ୍ୟେକ ଯୌଗିକ ଏକା ପ୍ରକାରର ସାଧାରଣ ଅଣୁ ସଙ୍କେତ ବହନ କରିଥା’ନ୍ତି ।
ଉଦାହରଣ :
ଆଲ୍କେନ୍ – CnH2n+2, ଆଲ୍କିନ୍ – CnH2n, ଆଲ୍କାଇନ୍ – CnH2n-2
(ii) ପ୍ରତ୍ୟେକ ଯୌଗିକ ତା’ର ଠିକ୍ ପୂର୍ବବର୍ତୀ ଓ ଠିକ୍ ପରବର୍ତ୍ତୀ ଯୌଗିକଠାରୁ – CH2 ଗ୍ରୁପ୍ଦ୍ୱାରା ପୃଥକ ହୋଇଥାନ୍ତି ।
(iii) ଯେକୌଣସି ଦୁଇଟି ଯୋଡ଼ିର ଆଣବିକ ବସ୍ତୁତ୍ଵରେ ପ୍ରଭେଦ ହେଉଛି 14 a.m.u |
(iv) ନିର୍ଦ୍ଦିଷ୍ଟ ଦ୍ରାବକରେ ଏଗୁଡ଼ିକ ଦ୍ରବଣୀୟ ଅଟନ୍ତି ।
(v) ଶ୍ରେଣୀରେ ଗଳନାଙ୍କ, ସ୍ଫୁଟନାଙ୍କ, ସାନ୍ଦ୍ରତା ଆଦିରେ କ୍ରମ ପରିବର୍ତ୍ତନ ଦେଖାଯାଏ ।
(vi) ରାସାୟନିକ ଧର୍ମ କେବଳ ସକ୍ରିୟ ନିର୍ମିତ ହୋଇଥାଏ ।
4. ଅପୃକ୍ତ ହାଇଡ୍ରୋକାର୍ବନର ଯୋଗ ପ୍ରକ୍ରିୟା କ’ଣ ? ଉତ୍ପ୍ରେରକ କାହାକୁ କହନ୍ତି ? ହାଇଡ୍ରୋଜେନୀକରଣର ଉପକାରିତା କ’ଣ ? ଅପୃକ୍ତ ହାଇଡ୍ରୋକାର୍ବନ କେତେ ପ୍ରକାର ଓ କ’ଣ କ’ଣ ?
ଉ –
- ଅପୃକ୍ତ ହାଇଡ୍ରୋକାର୍ବନ ଉତ୍ପ୍ରେରକ ଉପସ୍ଥିତିରେ ହାଇଡ୍ରୋଜେନ୍ ସହ ଯୋଗ ପ୍ରତିକ୍ରିୟା କରି ପୃକ୍ତ ହାଇଡ୍ରୋକାର୍ବନ ଦେଇଥାଏ ।
- ପାଲାଡ଼ିୟମ୍ କିମ୍ବା ନିକେଲ୍କୁ ଉତ୍ପ୍ରେରକ ରୂପେ ବ୍ୟବହାର କରାଯାଏ ।
- ଯେଉଁ ପଦାର୍ଥ ନିଜେ ପ୍ରତିକ୍ରିୟା ଶେଷରେ ଅପରିବର୍ତ୍ତିତ ରହି ପ୍ରତିକ୍ରିୟା ଘଟାଇବାର କାରଣ ହୋଇଥାଏ କିମ୍ବା ପ୍ରତିକ୍ରିୟା ଗତିକୁ ଭିନ୍ନ ବେଗରେ ଅଗ୍ରସର କରାଇଥାଏ, ତାହାକୁ ଉତ୍ପ୍ରେରକ କୁହାଯାଏ ।
- ଏହି ପ୍ରତିକ୍ରିୟାଟିକୁ ବିଶେଷ ଭାବରେ ନିକେଲ୍ ଉତ୍ପ୍ରେରକ ବ୍ୟବହାର କରି ବନସ୍ପତି ତେଲର ହାଇଡ୍ରୋଜେନୀକରଣ
- ବନସ୍ପତି ତେଲରେ ଅପୃକ୍ତ କାର୍ବନ ଶୃଙ୍ଖଳ ଥାଏ । ସ୍ବାସ୍ଥ୍ୟ ପ୍ରତି ଉପକାରୀ ରୋଷେଇ ପାଇଁ ଅପୃକ୍ତ ଫ୍ୟାଟି ଏସିଡ୍ ଥିବା ତେଲକୁ ପସନ୍ଦ କରିବା ଉଚିତ, କାରଣ ଏହା ହୃଦ୍ରୋଗରୁ ରକ୍ଷା କରେ ।
- ଅପୃକ୍ତ ହାଇଡ୍ରୋକାର୍ବନ ଦୁଇ ପ୍ରକାରର – ଆଲ୍କିନ୍ ଓ ଆଇକାଇନ୍ ।
- ଯେଉଁ ହାଇଡ୍ରୋକାର୍ବନର କାର୍ବନ ପରମାଣୁ ମଧ୍ୟରେ ଦ୍ଵିବନ୍ଧ ଥାଏ ତାହାକୁ ଆଲ୍କିନ୍ କହନ୍ତି । ଏହାର ସାଧାରଣ ଅଣୁ ସଙ୍କେତ CnH2n |
- ଯେଉଁ ହାଇଡ୍ରୋକାର୍ବନରେ କାର୍ବନ-କାର୍ଟୁନ ପରମାଣୁ ମଧ୍ଯରେ ତ୍ରିବନ୍ଧ ଥାଏ ତାହାକୁ ଆଲ୍କାଇନ୍ କହନ୍ତି । ଏହାର ଅଣୁ ସଙ୍କେତ CnH2n-2
ସଂକ୍ଷିପ୍ତ ଭତ୍ତରମୂଳକ ପ୍ରଶ୍ନୋତ୍ତର
1. ମିଥେନ୍ ଅଣୁର ଗଠନ ବୁଝାଅ ।
ଉ –
- କାର୍ବନଦ୍ୱାରା ସୃଷ୍ଟି ହେଉଥିବା ସରଳତମ ଯୌଗିକ ଗୁଡ଼ିକ ମଧ୍ୟରୁ ମିଥେନ୍ ଅନ୍ୟତମ । ଏହାର ଅଣୁ ସଙ୍କେତ CH4 |
- କାର୍ବନ ପରମାଣୁର ବାହ୍ୟତମ କକ୍ଷରେ 4ଟି ଇଲେକ୍ଟ୍ରନ୍ ଥିବାରୁ ନିଷ୍କ୍ରିୟ ଗ୍ୟାସ ସଂରଚନା ଧାରଣ କରିବାପାଇଁ ଆଉ 4ଟି ଇଲେକ୍ଟ୍ରନ୍ ଆବଶ୍ୟକ । ସେହିପରି ହାଇଡ୍ରୋଜେନ୍ର ଯୋଗ୍ୟତା 1 ଅଟେ । ଏହାର ଗୋଟିଏ ଇଲେକ୍ଟ୍ରନ୍ ଥିବାରୁ ଏହା ନିକଟତମ ନିଷ୍କ୍ରିୟ ଗ୍ୟାସ୍ ହିଲିୟମ୍ ସଂରଚନା ଧାରଣ କରିବାପାଇଁ ଗୋଟିଏ ଇଲେକ୍ଟ୍ରନ୍ ଆବଶ୍ୟକ ।
- ତେଣୁ କାର୍ବନ ପରମାଣୁର 4ଟି ଇଲେକ୍ଟ୍ରନ୍କୁ 4ଟି ହାଇଡ୍ରୋଜେନ୍ ପରମାଣୁ ସହ ଇଲେକ୍ଟ୍ରନ୍ ସହଭାଜନ ଫଳରେ 4ଟି ସହ ସଂଯୋଜ୍ୟ ବନ୍ଧ ଗଠନ କରେ ।
2. କାର୍ବନ ଏକ ବନ୍ଧୁତ୍ଵପୂର୍ଣ୍ଣ ମୌଳିକ । ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
ଭ –
- କାର୍ବନ ଅନ୍ୟ ମୌଳିକ ଯଥା – ହାଲୋଜେନ୍, ଅକ୍ସିଜେନ୍, ନାଇଟ୍ରୋଜେନ୍ ଏବଂ ସଲଫର୍ ସହିତ ବନ୍ଧ ଗଠନ କରେ ।
- ଏକ ହାଇଡ୍ରୋକାର୍ବନ ଶୃଙ୍ଖଳରେ ଏକ ବା ଅଧିକ ହାଇଡ୍ରୋଜେନ୍ ସ୍ଥାନ ଏହି ସବୁ ମୌଳିକଦ୍ଵାରା ପୂରଣ କରାଯାଇ ପାରିବ । ଏଥିରେ ବି କାର୍ବନର ଯୋଗ୍ୟତା ପୂର୍ଣ ରହିବ ।
- କାର୍ବନ ପରମାଣୁର ଆକାର ଛୋଟ ହେତୁ ଏହି ବନ୍ଧଗୁଡ଼ିକରେ ଥିବା ଇଲେକ୍ଟ୍ରନ ଯୁଗଳଗୁଡ଼ିକ ପ୍ରତି କାର୍ବନ ନ୍ୟୁକ୍ଲିୟସ୍ ଆକର୍ଷଣ ବଳ ଅଧ୍ବକ, ତେଣୁ ବନ୍ଧଗୁଡ଼ିକ ଅଧ୍ବକ ଶକ୍ତ ।
- ହାଇଡ୍ରୋକାର୍ବନରେ କେତେକ ଅସମ ପରମାଣୁ ହାଇଡ୍ରୋଜେନ୍ ବଦଳରେ ସ୍ଥାନ ପାଏ । ଯାହାକି ମୌଳିକ ରୂପରେ କିମ୍ବା କେତେକ ଗ୍ରୁପ୍ରେ ରହିଥାଆନ୍ତି ଏଗୁଡ଼ିକ ଉପସ୍ଥିତିରେ କାର୍ବନ ଯୌଗିକକୁ ଏକ ନିର୍ଦ୍ଦିଷ୍ଟ ଧର୍ମ ପ୍ରଦାନ କରିଥାଏ ।
3. କାର୍ବନ ଯୌଗିକ କ୍ଷେତ୍ରରେ ଦହନ ପ୍ରକ୍ରିୟା କିପରି ସଂଗଠିତ ହୁଏ ଉଦାହରଣ ଦେଇ ବୁଝାଅ ।
ଉ –
ଦହନ :
- ଅଧିକାଂଶ କାର୍ବନ ଯୌଗିକ ଦହନ ପ୍ରକ୍ରିୟାରେ ବହୁ ପରିମାଣରେ ତାପଶକ୍ତି ଓ ଆଲୋକ ଶକ୍ତି ସୃଷ୍ଟି କରିଥାନ୍ତି ।
- ପୃକ୍ତ ହାଇଡ୍ରୋକାର୍ବନ୍ଗୁଡ଼ିକ ସାଧାରଣତଃ ସ୍ଵଚ୍ଛ ଶିଖା ଦେଉଥିବାବେଳେ ଅପୃକ୍ତ ହାଇଡ୍ରୋକାର୍ବନ୍ଗୁଡ଼ିକ ବହୁ ପରିମାଣରେ ହଳଦିଆ ଶିଖାସହ ଅସଂପୂର୍ଣ୍ଣ ଦହନ ହୁଏ ।
ଉଦାହରଣ :
4. ଆଲ୍କହଲ୍ ଓ ଆଲ୍ହାଇଡ୍ର ସାଧାରଣ ଅଣୁ ସଙ୍କେତ ଓ ସକ୍ରିୟ ଗ୍ରୁପ୍ ଲେଖ୍ ଦୁଇଟି ଲେଖାଏଁ ଉଦାହରଣ ଦିଅ ।
ଉ –
(i) ଆଲକହଲର ସାଧାରଣ ଅଣୁ ସଙ୍କେତ CnH2n+1 OH ବା R–OH, R = CnH2n+1, ଏଠାରେ n = 1, 2, 3, 4…
ସକ୍ରିୟ ଗ୍ରୁପ – OH (ହାଇଡ୍ରକ୍ସିଲ୍)
ଉଦାହରଣ :
CH3OH – ମିଥାନଲ୍
C2H5OH – ଇଥାନଲ୍
(ii) ଆଲ୍ହାଇଡ୍ର ସାଧାରଣ ଅଣୁ ସଙ୍କେତ CnH2n+1 CHO ବା R-CHO, n = 0, 1, 2, 3…
ସକ୍ରିୟ ଗ୍ରୁପ -CHO (ଆଲଡିହାଇଡ୍)
ଉଦାହରଣ :
HCHO – ମିଥାନାଲ୍
CH3CHO – ଇଥାନାଲ୍
5. ଏମୋନିଆ ଅଣୁର ଗଠନ ବୁଝାଅ । ନିଃସଙ୍ଗ ଇଲେକ୍ଟ୍ରନ୍ ଯୁଗଳ କ’ଣ ?
ଉ—
- ନାଇଟ୍ରୋଜେନ୍ର ପରମାଣୁ କ୍ରମାଙ୍କ 7, ଇଲେକ୍ଟ୍ରନ୍ ସଂରଚନା K(2) L(5) |
- ନାଇଟ୍ରୋଜେନ୍ର ବହିଃସ୍ଥ କକ୍ଷରେ 5ଟି ଇଲେକ୍ଟ୍ରନ୍ ଥାଏ । ଅକ୍ଟେଟ ପୂରଣ ପାଇଁ ଆଉ 3ଟି ଇଲେକ୍ଟ୍ରମ୍ ଆବଶ୍ୟକ । ଯାହାଫଳରେ ନିକଟତମ ନିଷ୍କ୍ରିୟ ଗ୍ୟାସ୍ ନିୟନର ସଂରଚନା ଧାରଣ କରିବ ।
- ହାଇଡ୍ରୋଜେନ୍ର ପରମାଣୁ କ୍ରମାଙ୍କ 1 । ଏହାର ଇଲେକ୍ଟ୍ରନ୍ ସଂରଚନା K(1) । ଆଉ ଗୋଟିଏ ଇଲେକ୍ଟ୍ରନ ହେଲେ ତାହା ନିକଟତମ ନିଷ୍କ୍ରିୟ ଗ୍ୟାସ୍ ହିଲିୟମର ସଂରଚନା ଧାରଣ କରିବ ।
- ଅକ୍ଳେଟ୍ ପୂରଣ ପାଇଁ ନାଇଟ୍ରୋଜେନ୍ ତାହାର ବହିଃସ୍ଥ କକ୍ଷରେ 3ଟି ଇଲେକ୍ଟ୍ରନ୍ ସହ ତିନୋଟି ହାଇଡ୍ରୋଜେନ୍ର ପ୍ରତ୍ୟେକ ଇଲେକ୍ଟ୍ରନ୍ ସହ ସହଭାଜନରେ ନାଇଟ୍ରୋଜେନ୍-ହାଇଡ୍ରୋଜେନ୍ ମଧ୍ୟରେ ଏକ ବନ୍ଧ ଗଠିତ ହୁଏ ।
- ନାଇଟ୍ରୋଜେନ୍ର ଅନ୍ୟ ଏକ ଇଲେକ୍ଟ୍ରନ୍ ଯୁଗଳ କୌଣସି ବନ୍ଧ ଗଠନ ନ କରି ସେହିପରି ରହିଥାଏ ଏହାକୁ ନି8ସଙ୍ଗ ଇଲେକଟ୍ରନ୍ କହନ୍ତି
6. CO2 ର ଅଣୁର ଗଠନ କିପରି ହୁଏ । ଏହାର ଇଲେକ୍ଟ୍ରନ୍ ଡଟ୍ ସଂରଚନା ଚିତ୍ର ଅଙ୍କନ କର ।
ଉ –
- ଗୋଟିଏ କାର୍ବନ ପରମାଣୁ ଓ ଦୁଇଟି ଅକ୍ସିଜେନ୍ ପରମାଣୁକୁ ନେଇ କାର୍ବନ ଡାଇଅକ୍ସାଇଡ୍ ଅଣୁ ଗଠିତ ।
- କାର୍ବନ ପରମାଣୁ କ୍ରମାଙ୍କ 6, ଇଲେକ୍ଟ୍ରନ ସଂରଚନା K(2) L(4) । ଅକ୍ସିଜେନ୍ର ପରମାଣୁ କ୍ରମାଙ୍କ ୫, ଇଲେକ୍ଟ୍ରନ୍ ସଂରଚନା K(2), L(6) |
- କାର୍ବନର ଦୁଇଟି ଲେଖାଏଁ ଇଲେକ୍ଟ୍ରନ୍ ପୃଥକ ଭାବରେ ଗୋଟିଏ ଅକ୍ସିଜେନ୍ ପରମାଣୁର ଦୁଇଟି ଲେଖାଏଁ ଇଲେକ୍ଟ୍ରନ୍ ସହ ସହଭାଜିତ ହୋଇ CO2 ଅଣୁ ଗଠନ କରେ ।
7. କାର୍ବନ୍ର ବିଭିନ୍ନ ରୂପ ସମ୍ପର୍କରେ ଦର୍ଶାଅ ।
ଉ –
- ପ୍ରକୃତିରେ କାର୍ବନ ମୌଳିକ ବିଭିନ୍ନ ରୂପରେ ମିଳିଥାଏ । ଏହି ବିଭିନ୍ନ ରୂପଗୁଡ଼ିକର ରାସାୟନିକ ପ୍ରକୃତି ସମାନ ହେଲେ ମଧ୍ୟ ଭୌତିକ ପ୍ରକୃତି ଭିନ୍ନ ଅଟେ ।
- ହୀରା, ଗ୍ରାଫାଇଟ୍ ଓ ଫୁଲେରିନ୍ କାର୍ବନର ତିନୋଟି ରୂପ ଅଟେ ।
- କାର୍ବନ୍ର ଏହି ସବୁ ରୂପ ମଧ୍ଯରେ କେବଳ ପରସ୍ପର ବନ୍ଧଗଠନ ପ୍ରଣାଳୀରେ ପ୍ରଭେଦ ରହିଥାଏ ।
- ହୀରାର ପ୍ରତ୍ୟେକ କାର୍ବନ୍ ପରମାଣୁ ଅନ୍ୟ ଚାରୋଟି କାର୍ବନ୍ ପରମାଣୁ ସହିତ ଦୃଢ଼ଭାବରେ ସଂଯୁକ୍ତ ହୋଇଥାଏ ଏବଂ ଏହା ଏକ ତ୍ରିବିମୀୟ ସଂରଚନା ପ୍ରଦାନ କରିଥାଏ ।
- ଗ୍ରାଫାଇଟ୍ରେ ପ୍ରତ୍ୟେକ କାର୍ବନ ପରମାଣୁ ଅନ୍ୟ ତିନୋଟି କାର୍ବନ ପରମାଣୁ ସହ ଏକ ସମତଳରେ ବନ୍ଧ ଗଠନ କରିଥାନ୍ତି ଏବଂ ଏହା ଏକ ଷଡ଼ଭୁଜୀୟ ବିନ୍ୟାସ ପ୍ରଦାନ କରିଥାଏ । ଏହି ଷଡ଼ଭୁଜୀୟ ବିନ୍ୟାସଗୁଡ଼ିକ ଗୋଟିଏ ସ୍ତର ଉପରେ ଆଉ ଏକ ସ୍ତର ରହିବା ଦ୍ବାରା ଗ୍ରାଫାଇଟ୍ ସଂରଚନା ସୃଷ୍ଟି ହୋଇଥାଏ ।
- କାର୍ବନ୍ର ଆଉ ଏକ ରୂପ ହେଉଛି ଫୁଲେରିନ୍ । କାର୍ବନ୍ର ଏହି ରୂପଟି ହେଲା C-60, ଯେଉଁଥିରେ କାର୍ବନ୍ ପରମାଣୁ ଗୁଡ଼ିକ ଫୁଟ୍ବଲ୍ ଆକାରରେ ସଜ୍ଜିତ ହୋଇ ରହିଥାଏ ।
8. କାର୍ବନ ଯୌଗିକର ଦହନ ଓ ଜାରଣ କିପରି ହୁଏ ବୁଝାଅ ।
ଉ –
ଦହନ : ବାୟୁର ଉପସ୍ଥିତିରେ କାର୍ବନ ଯୌଗିକକୁ ଜାଳିଲେ ସେଥୁରୁ କାର୍ବନ ଡାଇଅକ୍ସାଇଡ୍, ଜଳ ଓ ତାପଶକ୍ତି ଉତ୍ପନ୍ନ ହୁଏ । ଏହା ଜାରଣ ପ୍ରତିକ୍ରିୟା ।
ଉଦାହରଣ :
(i) କାର୍ବନ ଅକ୍ସିଜେନ୍ ସହ ପ୍ରତିକ୍ରିୟା କରି CO2, ତାପ ଓ ଆଲୋକ ଦିଏ ।
C + O2 → CO2 + ତାପ ଓ ଆଲୋକ
(ii) ମିଥେନ୍ ଅକ୍ସିଜେନ୍ ସହ ଜଳି CO2, H2O ତାପ ଓ ଆଲୋକ ଦିଏ ।
CH4 + O2 → CO2 + H2O + ରାପ ଓ ଆଲୋକ
ଜାରଣ :
- କାର୍ବନ ଯୌଗିକ ଜାରକର ଉପସ୍ଥିତିରେ ଅକ୍ସିଜେନ୍ ଗ୍ରହଣ କଲେ ତାହାକୁ ଜାରଣ କରନ୍ତି ।
- ଉଦାହରଣ : ଆଲକହଲ୍ କ୍ଷାରୀୟ KMnO4 କିମ୍ବା ଅମ୍ଳୀୟ K2Cr2O7, ଉପସ୍ଥିତିରେ ଜାରିତ ହୋଇ କାର୍ବୋକ୍ଲିକ୍ ଏସିଡ୍ରେ ପରିଣତ ହୁଏ ।
9. ସଜାତୀୟ ଶ୍ରେଣୀ କ’ଣ ? ପୃକ୍ତ ଓ ଅପୃକ୍ତ କାର୍ବନ ଯୌଗିକର ଉଦାହରଣ ଦେଇ ଆଲୋଚନା କର । ସଜାତୀୟ ଶ୍ରେଣୀ : ଯେଉଁ ଯୌଗିକ ଶ୍ରେଣୀର ପ୍ରତ୍ୟେକ ଯୌଗିକ ତାର ପୂର୍ବବର୍ତ୍ତୀ ଓ ପରବର୍ତୀ ଯୌଗିକଠାରୁ (CH.) ଗ୍ରୁପ୍ଦ୍ୱାରା ଭିନ୍ନ ସେହି ଯୌଗିକ ଶ୍ରେଣୀକୁ ହୋମୋଲଗ୍ ଶ୍ରେଣୀ ବା ସଜାତୀୟ ଶ୍ରେଣୀ କହନ୍ତି । କୌଣସି ଯୌଗିକ ଶ୍ରେଣୀର କାର୍ବନ ଶୃଙ୍ଖଳରେ ଥିବା ହାଇଡ୍ରୋଜେନ୍ ପାଇଁ ଏକା ପ୍ରକାରର ସକ୍ରିୟ ଗ୍ରୁପ୍ ପ୍ରତିସ୍ଥାପିତ ହେଲେ ସେହି ଯୌଗିକ ଶ୍ରେଣୀକୁ ସଜାତୀୟ ବା ହୋମୋଲୋଗସ୍ ଶ୍ରେଣୀ କୁହାଯାଏ ।
ଉଦାହରଣ :
(i) ପୃକ୍ତ କାର୍ବନ ଯୌଗିକ; ଯଥା – CH4, C2H6, C3H8, C4H10, ଇତ୍ୟାଦି ସଜାତୀୟ ଶ୍ରେଣୀଭୁକ୍ତ ଅଟନ୍ତି । ଇଥେନ୍ C2H6 ତାର ପୂର୍ବବର୍ତୀ ମିଥେନ୍ (CH4) ଓ ପରବର୍ତ୍ତୀ ପ୍ରୋପେନ୍ (C3H8) ଠାରୁ – CH2 ଗ୍ରୁପ୍ଦ୍ୱାରା ଭିନ୍ନ ।
(ii) ଅପୃକ୍ତ କାର୍ବନ ଯୌଗିକ ଗୁଡ଼ିକ C2H4, C3H6, C4H8, C5H10, ଇତ୍ୟାଦି ସଜାତୀୟ ଶ୍ରେଣୀଭୁକ୍ତ । ପ୍ରୋପିନ୍ (C3H6) ତାର ପୂର୍ବବର୍ତୀ ଏଥ୍ନ୍ (C2H4) ଓ ପରବର୍ତ୍ତୀ ବ୍ୟୁଟିନ୍ (C4H8) ଠାରୁ -CH2, ଗ୍ରୁପ୍ଦ୍ୱାରା ଭିନ୍ନ ।
ଅତିସଂଯିପ୍ର ଉତ୍ତରମ୍ଜଲକ ପ୍ରଣ୍ଟୋତ୍ତର
1. ସହସଂଯୋଜ୍ୟ ଯୌଗିକ ବିଦ୍ୟୁତ୍ କୁପରିବାହୀ ଓ ନିମ୍ନ ଗଳନାଙ୍କ ଓ ନିମ୍ନ ସୁଟନାଙ୍କ ବିଶିଷ୍ଟ କାହିଁକି ?
ଉ –
- ସହସଂଯୋଜ୍ୟ ଯୌଗିକ ବିଦ୍ୟୁତ୍ କୁପରିବାହୀ କାରଣ ଏହି ଯୌଗିକଗୁଡ଼ିକରେ ଦୁଇ ପରମାଣୁ ମଧ୍ୟରେ ମିଳିତ ଭାବେ ଇଲେକ୍ଟ୍ରନ୍ ଭାଗ ହୋଇଥାଏ ଏବଂ ଚାର୍ଜଯୁକ୍ତ କଣିକାମାନ ସୃଷ୍ଟି ହୋଇନଥାଏ ।
- ସହସଂଯୋଗ୍ୟ ବନ୍ଧଦ୍ୱାରା ଗଠିତ ଅଣୁଗୁଡ଼ିକର ଅଭ୍ୟନ୍ତରରେ ଶକ୍ତ ବନ୍ଧ ରହିଥିବା ଦେଖାଯାଏ; ଆନ୍ତଃଅଣୁକ ବଳ କମ୍ ଥାଏ । ଏହି କାରଣରୁ ଏପରି ଯୌଗିକଗୁଡ଼ିକର ଗଳନାଙ୍କ ଓ ସ୍ଫୁଟନାଙ୍କ କମ୍ ହୋଇଥାଏ ।
2. H2 ଅଣୁର ଗଠନ କିପରି ହୁଏ ଚିତ୍ର ସହ ବୁଝାଅ ।
ଉ –
- ହାଇଡ୍ରୋଜେନ୍ର ପରମାଣୁ କ୍ରମାଙ୍କ 1 । ଏହାର ଇଲେକ୍ଟ୍ରନ ସଂରଚନା K(1) । ଏହା ଏହାର ନିକଟତମ ନିଷ୍କ୍ରିୟ ମୌଳିକ He ର ସଂରଚନା ଧାରଣ କରିବାକୁ ଚାହେଁ ।
- ଦୁଇଟି ହାଇଡ୍ରୋଜେନ୍ ପରମାଣୁ ସେମାନଙ୍କ ଗୋଟିଏ ଲେଖାଏଁ ଇଲେକ୍ଟ୍ରର ସହଭାଜନ କରି ଏକ ସହ ସଂଯୋଜ୍ୟ ବନ୍ଧ ଗଠନ କରି H2 ଅଣୁ ଗଠନ କରନ୍ତି ।
3. ଫୁଲେରିନ୍ କ’ଣ ? ଏହାର ନାମକରଣ ଏପରି କାହିଁକି କରାଯାଇଛି ?
ଊ–
- କାର୍ବନର ଅନ୍ୟ ଏକ ରୂପ ହେଲା- ଫୁଲୋରିନ୍ ।
- ପ୍ରଥମେ ଚିହ୍ନିତ ହୋଇଥିବା କାର୍ବନର ଏହି ରୂପଟି ହେଲା C-60। ଯେଉଁଥିରେ କାର୍ବନ ପରମାଣୁଗୁଡ଼ିକ ଫୁଟବଲ ଆକାରରେ ସଜ୍ଜିତ ହୋଇ ରହିଥାଏ ।
- ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥପତି ବକ୍ମିନ୍ଷ୍ଟର ଫୁଲରଙ୍କ ଦ୍ବାରା ପରିକଳ୍ପନା କରାଯାଇଥିବା ଭୂପରିଣାମ ବିଦ୍ୟା
- ଏହାର ଆକାର ସାଧାରଣତଃ ଖେଳୁଥିବା ଫୁଟ୍ବଲ୍ ପରି ।
4. ଅସମ ପରମାଣୁ କ’ଣ ? ଏମାନଙ୍କର ବିଶେଷତ୍ବ କ’ଣ ?
ଊ–
- ହାଇଡ୍ରୋକାର୍ବନରେ ହାଇଡ୍ରୋଜେନ୍ ବଦଳରେ ଯେଉଁ ମୌଳିକ ପରମାଣୁ ବା କେତେକ ମୌଳିକ ପରମାଣୁର ଗ୍ରୁପ୍ ସ୍ଥାନ ପାଇଥାଏ, ତାହାକୁ ଅସମ ପରମାଣୁ କହନ୍ତି ।
- ଏହି ଅସମ ପରମାଣୁ କାର୍ବନ ଯୌଗିକର ଗୁଣ ନିର୍ଦ୍ଧାରଣ କରିଥା’ନ୍ତି ।
5. କାର୍ବନ ଯୌଗିକର ବହୁଳତାର ଦୁଇଟି କାରଣ ଲେଖ ।
ଊ–
(i) କାଟିନେସନ୍ – କାର୍ବନର ଅନ୍ୟ କାର୍ବନ ପରମାଣୁ ସହିତ ବନ୍ଧ ଗଠନ କରି ବୃହତ୍ ଅଣୁ ସୃଷ୍ଟି କରିବାପାଇଁ ଅନନ୍ୟ ସାମର୍ଥ୍ୟ ରହିଛି । ଏହି ଗୁଣକୁ କାଟିନେସନ୍ କହନ୍ତି । ଯୌଗିକଗୁଡ଼ିକର ସଂରଚନା ସଳଖ ଚେନ୍, ଶାଖା ଚେନ୍ କିମ୍ବା ଚକ୍ରାକାର ଚେନ୍ ରୂପରେ ଦେଖାଯାଏ ।
(ii) ଚତୁଃ ସଂଯୋଗ୍ୟତା – କାର୍ବନର ସଂଯୋଜକ କକ୍ଷରେ 4ଟି ଇଲେକ୍ଟ୍ରନ ଥିବାରୁ ଏହାର ଇଲେକ୍ଟ୍ରନ୍ ଅନ୍ୟ କାର୍ବନ କିମ୍ବା ଅନ୍ୟ ଏକ ଯୋଗ୍ୟତା ବିଶିଷ୍ଟ ଅନ୍ୟ ମୌଳିକର ପରମାଣୁ ସହ ବନ୍ଧ ଗଠନ କରିବା ପାଇଁ ସମର୍ଥ ହୋଇଥାଏ । ଅକ୍ସିଜେନ୍ ହାଇଡ୍ରୋଜେନ୍, ନାଇଟ୍ରୋଜେନ୍, ସଲଫର୍, କ୍ଲୋରିନ୍ ଏବଂ ଆହୁରି ଅନେକ ମୌଳିକ ସହ କାର୍ବନର ଯୌଗିକ ସୃଷ୍ଟି ହୋଇଥାଏ । ଫଳରେ କାର୍ବନର ଯୌଗିକ ସଂଖ୍ୟା ବୃଦ୍ଧି ହୋଇଥାଏ ।
6. ଜୈବ ରସାୟନ ବିଜ୍ଞାନ ବଦଳରେ କାର୍ବନ ଯୌଗିକ ବିଜ୍ଞାନ କୁହାଯାଇଛି କାହିଁକି ?
ଉ-
- କାର୍ବନ ଓ ହାଇଡ୍ରୋଜେନ୍କୁ ନେଇ ଯୌଗିକ ପ୍ରାକୃତିକ ପଦାର୍ଥରୁ ନିଷ୍କାସନ କରାଯାଉଥିଲା, ତେଣୁ ଏହାକୁ କାର୍ବନ ଯୌଗିକ ବା ଜୈବ ଯୌଗିକ କୁହାଯାଉଥିଲା । ଧାରଣା ଥିଲା ଯେ ଏହା ଜୀବନ୍ତ ପଦାର୍ଥ ଭିତରେ ପ୍ରସ୍ତୁତ
- କିନ୍ତୁ ଫ୍ରେଡ୍ରିକ୍ ଭୋଲାର 1828 ମସିହାରେ ଏମୋନିୟମ୍ ସିଆନେଟ୍ରୁ ୟୁରିଆ ପ୍ରସ୍ତୁତ କରି ଏହାକୁ ଖଣ୍ଡନ କରିଥିଲେ ।
7. ସେବେଠାରୁ ଏହାକୁ ଜୈବ ରସାୟନ ବିଜ୍ଞାନ ବଦଳରେ କାର୍ବନ ଯୌଗିକ ବିଜ୍ଞାନ କୁହାଗଲା । କୋଇଲା ଓ ପେଟ୍ରୋଲିୟମ୍ବର ଦହନ ପରିବେଶକୁ ପ୍ରଦୂଷଣ କରେ କାହିଁକି ?
ଉ-
- କୋଇଲା ଓ ପେଟ୍ରୋଲିୟମ୍ରେ କିଛି ପରିମାଣରେ ନାଇଟ୍ରୋଜେନ୍ ଓ ସଲଫର୍ ଥାଏ ।
- କୋଇଲା ଓ ପେଟ୍ରୋଲିୟମ୍ର ଦହନରେ ନାଇଟ୍ରୋଜେନ୍ ନାଇଟ୍ରୋଜେନ୍ ଅକ୍ସାଇଡ୍ରେ ଏବଂ ସଲଫର-ସଲଫର୍ ଡାଇଅକ୍ସାଇଡ୍ରେ ପରିଣତ ହୁଏ । ଏହି ଦୁଇଟି ଗ୍ୟାସ୍ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ |
8. ହୋମଲଗସ୍ ଶ୍ରେଣୀର ଗୁଣଗୁଡ଼ିକ ଲେଖ ।
ଉ-
- ହୋମଲଗସ୍ ଶ୍ରେଣୀର ସକ୍ରିୟ ଗ୍ରୁପ୍ ସମାନ ଥାଏ ।
- ଏଗୁଡ଼ିକ ସମାନ ରାସାୟନିକ ଧର୍ମ ପ୍ରଦର୍ଶନ କରନ୍ତି ।
- ଭୌତିକ ପ୍ରକୃତିରେ ଏକ କ୍ରମବିନ୍ୟାସ ଦେଖାଯାଏ ଏବଂ ଆଣବିକ ବସ୍ତୁତ୍ଵ ବୃଦ୍ଧି ଘଟେ ।
- ଏଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଦ୍ରାବକରେ ଦ୍ରବୀଭୂତ ହୋଇଥା’ନ୍ତି ।
9. ଲ୍କେନ୍ ଓ ଆଲ୍କିନ୍ କ’ଣ ବୁଝାଅ ? ପ୍ରତ୍ୟେକର ସାଧାରଣ ଅଣୁ ସଙ୍କେତ ‘ଲେଖ ।
ଉ-
- ଯେଉଁ ହାଇଡ୍ରୋକାର୍ବନଗୁଡ଼ିକରେ କାର୍ବନ କାର୍ବନ ମଧ୍ୟରେ ଗୋଟିଏ ଲେଖାଏଁ ବନ୍ଧ ଥାଏ ସେଗୁଡ଼ିକୁ ଆଲ୍କେନ୍ କହନ୍ତି ।
- ଏହାର ସାଧାରଣ ଅଣୁ ସଙ୍କେତ CnH2n+2 |
- ଯେଉଁ ହାଇଡ୍ରୋକାର୍ବନଗୁଡ଼ିକରେ କାର୍ବନ କାର୍ବନ ମଧ୍ୟରେ ଦୁଇଟି ଲେଖାଏଁ ବନ୍ଧ ଥାଏ, ସେଗୁଡ଼ିକୁ ଆଲ୍କିନ୍ କହନ୍ତି ।
- ଏହାର ସାଧାରଣ ଅଣୁ ସଙ୍କେତ CnH2n
10. ସଂରଚନାତ୍ମକ ଆଇସୋମର କ’ଣ ? ଗ୍ରାଫିକ୍ ସଙ୍କେତ ସହ ଉଦାହରଣ ଦେଇ ବୁଝାଅ ।
ଉ –
- ଯେଉଁ ଯୌଗିକଗୁଡ଼ିକର ଏକ ଅଣୁ ସଙ୍କେତ ଥାଏ; କିନ୍ତୁ ଅଣୁ ଭିତରେ ପରମାଣୁ ସଜ୍ଜା ପୃଥକ୍ ହୋଇଥାଏ, ସେହି ଯୌଗିକଗୁଡ଼ିକୁ ସଂରଚନାତ୍ମକ ଆଇସୋମର କହନ୍ତି ।
- ଉଦାହରଣ : ବ୍ଲୁଟେନ୍ର ଅଣୁ ସଙ୍କେତ C4H10
11. କାଟିନେସନ୍ କ’ଣ ? ସିଲିକନ୍ର କାଟିନେସନ୍ କାର୍ବନର କାଟିନେସନ୍ଠାରୁ କିପରି ଭିନ୍ନ ?
ଉ –
- କାର୍ବନ୍ର ଅନ୍ୟ କାର୍ବନ ପରମାଣୁ ସହିତ ବନ୍ଧ ଗଠନ କରି ବୃହତ୍ ଅଣୁ ସୃଷ୍ଟି କରିବା ପାଇଁ ଅନନ୍ୟ ସାମର୍ଥ୍ୟ ରହିଛି । ଏହି ଗୁଣକୁ କାଟିନେସନ୍ କହନ୍ତି ।
- କାର୍ବନ ଶୃଙ୍ଖଳରେ ବହୁସଂଖ୍ୟକ କାର୍ବନ ସଂଯୁକ୍ତ ହେଉଥିବାବେଳେ ସିଲିକନ୍ ଶୃଙ୍ଖଳରେ ସାତଟି କିମ୍ବା ଆଠଟି ସିଲିକନ୍ ପରମାଣୁ ସଂଯୁକ୍ତ ହୋଇଥାଏ ।
12. ଆଣବିକ ସଙ୍କେତ C3H6O ଉଭୟ ଆଲ୍ହାଇଡ୍ ଓ କିଟୋନ୍ ହୋଇପାରେ । ସେମାନଙ୍କର ସଂରଚନା ଓ ନାମ ଲେଖ ।
ଉ –
C3H6O ଆଣବିକ ସଙ୍କେତ ଥିବା ଆଲଡିହାଇଡ୍ର ନାମ ପ୍ରୋପାନାଲ ଏବଂ କିଟୋନ୍ର ନାମ ପ୍ରୋପାନନ୍ । ଏମାନଙ୍କର ସକ୍ରିୟ ଗ୍ରୁପ୍ ଭିନ୍ନ ଅଟେ ।
13. ସହସଂଯୋଜ୍ୟ ଯୌଗିକର ଧର୍ମ ଦର୍ଶାଅ I
ଉ –
- ଏହି ଯୌଗିକଗୁଡ଼ିକ ସାଧାରଣତଃ ବିଦ୍ୟୁତ୍ କୁପରିବାହୀ ଅଟେ ।
- ଏହି ଯୌଗିକଗୁଡ଼ିକର ଗଳନାଙ୍କ ଓ ସ୍ଫୁଟନାଙ୍କ କମ୍ ଅଟେ ।
- ଏହି ଯୌଗିକର ଅଣୁଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ ଦୃଢ଼ ନୁହେଁ ।
- ଏହି ଯୌଗିକଗୁଡ଼ିକର ବନ୍ଧ କୌଣସି ଆୟନ୍ ସୃଷ୍ଟି କରନ୍ତି ନାହିଁ ।
14. ମିଥେନ୍ ଅଣୁର ସଂକେତ ଓ ଦୁଇଟି ବ୍ୟବହାର ଲେଖ ।
ଉ
- ମିଥେନ୍ ଅଣୁର ସଙ୍କେତ CH4 ।
- ବ୍ୟବହାର :
- ମିଥେନ୍ ଇନ୍ଧନ ରୂପେ ବହୁଳ ବ୍ୟବହୃତ ହୁଏ । ଏହା ଏକ ଜୈବଗ୍ୟାସ୍ ।
- ସଞ୍ଚାପିତ ପ୍ରାକୃତିକ ଗ୍ୟାସ୍ର ମୁଖ୍ୟ ଉପାଦାନ ଅଟେ ।
15. କାର୍ବନ ଏବଂ ଏହାର ଯୌଗିକକୁ ଅଧିକାଂଶ ପ୍ରୟୋଗରେ ଇନ୍ଧନ ରୂପେ ବ୍ୟବହାର କରାଯାଏ କାହିଁକି ?
ଉ –
- କାର୍ବନର ଯେକୌଣସି ଯୌଗିକ ଅକ୍ସିଜେନ୍ରେ ଜଳିଲେ କାର୍ବନ ଡାଇଅକ୍ସାଇଡ୍, ତାପ ଓ ଆଲୋକ ଉତ୍ପନ୍ନ ହୁଏ ।
- ଅଧିକାଂଶ କାର୍ବନ ଯୌଗିକ ମଧ୍ୟ ଦହନ ପ୍ରତିକ୍ରିୟାରେ ବହୁ ପରିମାଣର ତାପଶକ୍ତି ଓ ଆଲୋକ ଶକ୍ତି ସୃଷ୍ଟି କରିଥା’ନ୍ତି ।
- ଏକକ ବସ୍ତୁତ୍ଵ ବିଶିଷ୍ଟ କାର୍ବନ ଯୌଗିକରୁ ଅନ୍ୟ ତୁଳନାରେ ଅଧ୍ଵକ ଶକ୍ତିମିଳେ ।
16. ପେଣ୍ଟିନ୍ ଓ ପ୍ରୋପାଇନ୍ ଅଣୁରେ କେତୋଟି ଲେଖାଏ ହାଇଡ୍ରୋଜେନ ପରମାଣୁ ଅଛି ?
ଉ –
- ପେଣ୍ଟିନ୍ ଅଣୁ (C5H10 ) 10 ଟି ହାଇଡ୍ରୋଜେନ ପରମାଣୁ ଅଛି ।
- ପ୍ରୋପାଇନ୍ ଅଣୁ (C3H4) ରେ 4 ଟି ହାଇଡ୍ରୋଜେନ୍ ପରମାଣୁ ଅଛି ।
17. କାଟିନେସନ୍ କାର୍ବନଠାରେ କାହିଁକି ଦେଖାଯାଏ ?
ଉ –
- କାର୍ବନର ଆକାର ଛୋଟ ଯୋଗୁଁ ଏହା ଅକ୍ଳେଶରେ ବନ୍ଧ ଗଠନ କରିପାରେ ।
- ସହଭାଜିତ ଇଲେକ୍ଟ୍ରମ୍ ଯୁଗଳକୁ ଶକ୍ତଭାବରେ ଧରି ରଖୁବାପାଇଁ ଏହା ନ୍ୟୁକ୍ଲିୟସକୁ ସମର୍ଥ କରିଥାଏ । ଫଳରେ ଏକ-ବନ୍ଧ, ଦ୍ବି-ବନ୍ଧ କିମ୍ବା ତ୍ରି-ବନ୍ଧ ଗଠନ କରିବାକୁ ସମର୍ଥ ହୁଏ ।
18. ପୃକ୍ତ କାର୍ବନ ଯୌଗିକ କ’ଣ ଉଦାହରଣ ଦିଅ ।
ଊ–
- ପୃକ୍ତ କାର୍ବନ ଯୌଗିକ : ଯେଉଁ କାର୍ବନ ଯୌଗିକରେ ପ୍ରତ୍ୟେକ କାର୍ବନ ପରମାଣୁ କେବଳ ଏକ ସହ ସଂଯୋଜ୍ୟ ବନ୍ଧଦ୍ଵାରା ଅନ୍ୟ କାର୍ଟୁନ ପରମାଣୁ ସହ ସଂଯୁକ୍ତ ହୋଇଥାଏ, ତାହାକୁ ପୃକ୍ତ କାର୍ବନ ଯୌଗିକ କହନ୍ତି । ଏହାକୁ ଆଲକେନ୍ ମଧ୍ୟ କହନ୍ତି ।
- ଉଦାହରଣ : ମିଥେନ୍ (CH4), ଇଥେନ୍ (C2H6), ପ୍ରୋପେନ୍ (C3H8) ଆଦି ପୃକ୍ତ କାର୍ବନ ଯୌଗିକ ।
19. ଇଥାନଲ୍ରୁ ଇଥାନୋଇକ୍ ଏସିଡ୍କୁ ରୂପାନ୍ତର କାହିଁକି ଏକ ଜାରଣ ପ୍ରକ୍ରିୟା ?
ଊ–
- ଏହି ପ୍ରତିକ୍ରିୟାରେ ହାଇଡ୍ରୋଜେନ୍ ପରମାଣୁର ହ୍ରାସ ପରିଲକ୍ଷିତ ହେଉଥିବାରୁ ଏହା ଏକ ଜାରଣ ପ୍ରତିକ୍ରିୟା ଅଟେ ।