BSE Odisha 10th Class Physical Science Notes Chapter 2 ଅମ୍ଳ, କ୍ଷାରକ ଓ ଲବଣ

Odisha State Board BSE Odisha 10th Class Physical Science Notes Chapter 2 ଅମ୍ଳ, କ୍ଷାରକ ଓ ଲବଣ will enable students to study smartly.

BSE Odisha Class 10 Physical Science Notes Chapter 2 ଅମ୍ଳ, କ୍ଷାରକ ଓ ଲବଣ

→ ଉପକ୍ରମ (Introduction):
(i) ଅମ୍ଳ (Acids) ର ସାଧାରଣ ଗୁଣ:

  • ଅମ୍ଳ ପାଟିକୁ ଖଟା ଲାଗେ । ଏହା ନୀଳ ଲିଟ୍‌ସ୍‌କୁ ଲାଲ୍ କରିଦିଏ ।
  • କଞ୍ଚା ଆମ୍ବ, ଲେମ୍ବୁ, ପାଚି ନ ଥ‌ିବା ଅଙ୍ଗୁର, ଦହି ଓ ଭିନେଗାର ଇତ୍ୟାଦିରେ ଅମ୍ଳ ଥିବା ଯୋଗୁଁ ଏଗୁଡ଼ିକ ପାଟିକୁ ଖଟା ଲାଗେ ।
  • ଏହା କ୍ଷାରୀୟ ଗୁଣର ପ୍ରଭାବକୁ ପ୍ରତିହତ (Nullify) କରିଥାଏ ।

(ii) କ୍ଷାରକର ସାଧାରଣ ଗୁଣ:

  • କ୍ଷାରକ ପାଟିକୁ ଖାରିଆ ଲାଗେ । ଏହା ଲାଲ୍ ଲିଟ୍‌ସ୍‌କୁ ନୀଳ କରିଦିଏ ।
  • ସାବୁନ, ଧୋଇବା ସୋଡ଼ା ଓ ଚୂନ ଆଦିରେ କ୍ଷାରକ ଥାଏ ।
  • ଏହା ଅମ୍ଳୀୟ ଗୁଣର ପ୍ରଭାବକୁ ପ୍ରତିହତ କରିଥାଏ ।

(iii) ଆମର ଖାଦ୍ୟ ହଜମ ନ ହେବା ଫଳରେ ପାକସ୍ଥଳୀରେ ଅତ୍ୟଧିକ ଅମ୍ଳ ସୃଷ୍ଟି ଯୋଗୁଁ ଜଳାପୋଡ଼ା ହୋଇଥାଏ । ଅମ୍ଳଜନୀତ ଯନ୍ତ୍ରଣାରୁ ଆରୋଗ୍ୟ ଯୋଗୁଁ ବେକିଙ୍ଗ ସୋଡ଼ାର ଦ୍ରବଣ ବା ପ୍ରତିଅମ୍ଳ (antacid) ବଟିକା ଖାଇଥାଉ । ଏଣୁ ପ୍ରତିଅମ୍ଳ ବଟିକା କ୍ଷାରୀୟ ହୋଇଥିବାରୁ ପାକସ୍ଥଳୀରେ ଥ‌ିବା ଅତ୍ୟଧିକ ଅମ୍ଳକୁ ପ୍ରଶମିତ କରିଥାଏ ।

(iv) ଅମ୍ଳ ଓ କ୍ଷାର ରାସାୟନିକ ଭାବେ ପରସ୍ପର ବିପରୀତ ଅଟନ୍ତି ।

(v) କେତେକ ଅମ୍ଳ ଓ କ୍ଷାରକ ସଂକ୍ଷରକ ଅଟନ୍ତି ଓ ସେଗୁଡ଼ିକ ଶରୀରର ବିଭିନ୍ନ କ୍ଷତି କରିପାରନ୍ତି ।

(vi) ଅମ୍ଳ ଓ କ୍ଷାରକକୁ ଚିହ୍ନିବା ପାଇଁ ଲିଟମସ୍ କାଗଜ ଓ ହଳଦୀ ଆଦି ସୂଚକ ରୂପେ ବ୍ୟବହାର କରାଯାଏ ।

(vii) ଲିସ୍ ଦ୍ରବଣ:

  • ଲିଟ୍‌ମସ୍ ଦ୍ରବଣ ଏକ ନୀଳ ଲୋହିତ ରଞ୍ଜକ । ଏହା ଥାଲୋଫାଇଟା ଶ୍ରେଣୀର ଶୈବାଳିକା (Lichen)ରୁ ନିଷ୍କାସନ କରାଯାଇଥାଏ ।
  • ଏହା ପ୍ରାକୃତିକ ସୂଚକ ଭାବରେ ବ୍ୟବହୃତ ହୋଇଥାଏ ।
  • ହଳଦୀ ସେହି ପ୍ରକାରର ଏକ ପ୍ରାକୃତିକ ସୂଚକ (Indicator) ଅଟେ ।
  • ଅମ୍ଳ ଓ କ୍ଷାରକ ପରୀକ୍ଷା କରିବା ପାଇଁ ମିଥାଇଲ ଅରେଞ୍ଜ୍ ଓ ଫେନଲ୍‌ଫ୍‌ଲିନ ପରି ସଂଶ୍ଳେଷିତ ସୂଚକଗୁଡ଼ିକ (Synthetic indicator) ମଧ୍ୟ ବ୍ୟବହାର କରାଯାଇଥାଏ ।
  • ଯେତେବେଳେ ଲିଗ୍‌ମସ୍ ଦ୍ରବଣ ଅମ୍ଳୀୟ କିମ୍ବା କ୍ଷାରୀୟ ନୁହେଁ, ସେତେବେଳେ ଏହାର ବର୍ଣ୍ଣ ନୀଳ ଲୋହିତ ହୋଇଥାଏ ।

(iv) ପ୍ରାକୃତିକ ଅମ୍ଳ-କ୍ଷାରକ ସୂଚକ:
ଅମ୍ଳ – ପାଇଁ ବ୍ୟବହାର କରାଯାଏ । ଲାଲ୍ ବନ୍ଧାକୋବି ପତ୍ର, ହଳଦୀ, କେତେକ ଫୁଲ (ହାଇଡ୍ରାନ୍‌ଜିଆ, ପେଟୁନିଆ ଓ ଜେରାନିୟମ୍)ର ପାଖୁଡ଼ା ପ୍ରଭୃତି ଅନେକ ପ୍ରାକୃତିକ ପଦାର୍ଥ ରହିଛି ଯାହା ଦ୍ରବଣରେ ଅମ୍ଳ ଓ କ୍ଷାରର ଉପସ୍ଥିତି ସୂଚାଇଥା’ନ୍ତି । ଏଗୁଡ଼ିକୁ ଅମ୍ଳ-କ୍ଷାରକ (Acid-base) ସୂଚକ କହନ୍ତି ।

→ ଅମ୍ଳ ଓ କ୍ଷାରକର ରାସାଶନିକ ଧର୍ମ (Chemical Properties of Acids and Bases):

→ ଅମ୍ଳ ଓ କ୍ଷାରକର ଧାତୁ ସହ ରାସାୟନିକ ପ୍ରତିକ୍ରିୟା (Reactions of Acids and Bases with Metals):
(A) ଧାତୁର ଅମ୍ଳ ସହ ପ୍ରତିକ୍ରିୟା – ଧାତୁ ଅମ୍ଳ ସହ ପ୍ରତିକ୍ରିୟା କରି ହାଇଡ୍ରୋଜେନ୍ ଗ୍ୟାସ୍ ସୃଷ୍ଟି କରେ । ଧାତୁ ଅମ୍ଳରୁ ହାଇଡ୍ରୋଜେନ୍ ଗ୍ୟାସ୍‌- ଅପସାରଣ କରି ଅମ୍ଳର ଅବଶିଷ୍ଟ ଅଂଶ ସହ ମିଶି ଏକ ଯୌଗିକ ଗଠନ କରେ, ଏହାକୁ ଲବଣ କୁହାଯାଏ ।

ଉଦାହରଣ :

  • ଧାତୁ + ଅମ୍ଳ – → ଲବଣ + ହାଇଡ୍ରୋଜେନ୍ ଗ୍ୟାସ୍
    Zn + H2SO4 (dil) → ZnSO4 + H2
  • କେତେକ ଧାତୁ କ୍ଷାର ସହ ପ୍ରତିକ୍ରିୟା କରି ଲବଣ ଓ ହାଇଡ୍ରୋଜେନ୍ ଗ୍ୟାସ୍ ସୃଷ୍ଟି କରନ୍ତି ।
    Zn (ଧାତୁ) + 2NaOH (କ୍ଷାରକ) → Na2ZnO2 + H2 (ସୋଡିୟମ୍‌ ଜିକେଟ୍ ଲବଣ)
  • ସମସ୍ତ ଧାତୁ ସହିତ ଏହି ଧରଣର ପ୍ରତିକ୍ରିୟା ସମ୍ଭବ ହୋଇପାରେ ନାହିଁ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 2 ଅମ୍ଳ, କ୍ଷାରକ ଓ ଲବଣ

→ ଚୂନପାଣି ଓ ଅଙ୍ଗାରକାମ୍ଳ ଗ୍ୟାସ୍‌ର ପ୍ରତିକ୍ରିୟା:
ପ୍ରକ୍ରିୟାରୁ ଉତ୍ପନ୍ନ କାର୍ବନ ଡାଇଅକ୍‌ସାଇଡ୍ ଗ୍ୟାସ୍‌କୁ ଚୂନପାଣି ମଧ୍ୟରେ ପ୍ରବେଶ କରାଇଲେ ଧଳା ଅଦ୍ରବଣୀୟ କ୍ୟାଲ୍‌ସିୟମ୍ କାର୍ବୋନେଟ୍‌ର ଅବକ୍ଷେପ ସୃଷ୍ଟି ହୋଇଥାଏ । ଫଳରେ ଚୂନପାଣି ଦୁଧୂରଙ୍ଗ ଧାରଣ କରେ ।
BSE Odisha 10th Class Physical Science Notes Chapter 2 img-1
ଅଧିକ କାର୍ବନ ଡାଇଅକ୍‌ସାଇଡ୍ ଗ୍ୟାସ୍ ଚୂନପାଣି ମଧ୍ୟରେ ପ୍ରବେଶ କରାଇଲେ କ୍ୟାଲସିୟମ୍ ବାଇକାର୍ବୋନେଟ୍ ସୃଷ୍ଟି ହୁଏ । ଏହା ଜଳରେ ଦ୍ରବଣୀୟ ଅଟେ । ଫଳରେ ଦୁଧୂଅ ବର୍ଣ୍ଣ ଲୋପପାଏ ।
BSE Odisha 10th Class Physical Science Notes Chapter 2 img-2

(a) ଧାତବ କାର୍ବୋନେଟ୍‌ର ଅମ୍ଳ ସହ ପ୍ରତିକ୍ରିୟା :
ଚୂନପଥର (lime stone), ଚକ୍ (chalk) ଓ ମାର୍ବଲ କ୍ୟାଲ୍‌ସିୟମର ଭିନ୍ନ ଭିନ୍ନ ରୂପ ଅଟେ । ସମସ୍ତ ଧାତବ କାର୍ବୋନେଟ୍ ସହ ରାସାୟନିକ ପ୍ରତିକ୍ରିୟା କରି ଲବଣ, ଜଳ ଓ ଅଙ୍ଗାରକାମ୍ଳ ସୃଷ୍ଟି କରେ ।
ଧାତବ କାର୍ବୋନେଟ୍ + ଅମ୍ଳ → ଲବଣ + ବଲ + ଅଙ୍ଗ|ରକାମ୍ଳ ଖ୍ୟାସ୍
Na2CO3 + 2HCI → 2NaCl + H2O + CO2

(b) ଅମ୍ଳ ଓ ଧାତବ ହାଇଡ୍ରୋଜେନ୍ କାର୍ବୋନେଟ୍ ମଧ୍ୟରେ ପ୍ରତିକ୍ରିୟା:
ସମସ୍ତ ଧାତବ କାର୍ବୋନେଟ୍ ଓ ହାଇଡ୍ରୋଜେନ୍ କାର୍ବୋନେଟ୍ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କରି ସଂପୃକ୍ତ ଲବଣ, କାର୍ବନ ଡାଇଅକ୍‌ସାଇଡ ଓ ଜଳ ଉତ୍ପନ୍ନ କରେ ।
ଧାତବ ହାଇଡ୍ରୋଜେନ୍ କାର୍ବୋନେଟ୍ + ଅମ୍ଳ → ଲବଣ + କାର୍ବନ ଡାଇଅକ୍‌ସାଇଡ୍ + ଜଳ
NaHCO3 (s) + HCl (aq) → NaCl (aq) + CO2 (g) + H2O (l)

କ୍ଷାରକର ଅମ୍ଳ ସହ ପ୍ରତିକ୍ରିୟା :
ଅମ୍ଳ ଓ କ୍ଷାରକ ପରସ୍ପର ପ୍ରତିକ୍ରିୟା କରି ଲବଣ ଓ ଜଳ ସୃଷ୍ଟି କରନ୍ତି । ଏଥ‌ିରେ ଉଭୟ ଅମ୍ଳ ଓ କ୍ଷାରକ ସେମାନଙ୍କର ଧର୍ମ ହରାଇଥା’ନ୍ତି । ଅର୍ଥାତ୍ ସେମାନଙ୍କର ଅମ୍ଳୀୟ ଗୁଣ ଓ କ୍ଷାରୀୟ ଗୁଣ ଲୋପ ପାଏ । ଏପରି ପ୍ରତିକ୍ରିୟାକୁ ପ୍ରଶମନୀକରଣ ପ୍ରତିକ୍ରିୟା କୁହାଯାଏ ।

→ ଧାତବ ଅକ୍‌ସାଇଡ୍‌ର ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା (Reaction of Metallic Oxides with Acids) :
ଧାତବ ଅକ୍‌ସାଇଡ୍ ଅମ୍ଳ ସହ ପ୍ରତିକ୍ରିୟା କଲେ ଲବଣ ଓ ଜଳ ସୃଷ୍ଟି ହୁଏ ।
ଧାତବ ଅକ୍‌ସାଇଡ଼ + ଅମ୍ଳ → ଲବଣ + ଜଳ

→ ଅଧାତବ ଅକ୍‌ସାଇଡ୍‌ର କ୍ଷାରକ ସହିତ ରାସାୟନିକ ପ୍ରତିକ୍ରିୟା (Reaction of a Non-metallic Oxide with Base):
ରାସାୟନିକ ପ୍ରତିକ୍ରିୟା କଲେ ଲବଣ ଓ ଜଳ ଉତ୍ପନ୍ନ ହୁଏ । ଏହି ରାସାୟନିକ ପ୍ରତିକ୍ରିୟା କ୍ଷାରକ ଓ ଅମ୍ଳ ମଧ୍ୟରେ ଘଟୁଥ‌ିବା ରାସାୟନିକ ପ୍ରତିକ୍ରିୟା ସହିତ ସମାନ । ତେଣୁ ଅଧାତବ ଅକସାଇଡ଼ଗୁଡ଼ିକ ଅମ୍ଳୀୟ ।
BSE Odisha 10th Class Physical Science Notes Chapter 2 img-3

ସମସ୍ତ ଅମ୍ଳ ମଧ୍ୟରେ ଏବଂ ସମସ୍ତ କ୍ଷାରକ ମଧ୍ୟରେ ସମାନତା (Similarity between acids and bases):

  • ଅମ୍ଳଗୁଡ଼ିକ ଧାତୁ ସହ ପ୍ରତିକ୍ରିୟା କରି ହାଇଡ୍ରୋଜେନ୍ ଗ୍ୟାସ୍ ସୃଷ୍ଟି କରନ୍ତି । ତେଣୁ ହାଇଡ୍ରୋଜେନ ସମସ୍ତ ଅମ୍ଳରେ ରହିଥ‌ିବା ପରି ମନେହୁଏ, କିନ୍ତୁ ହାଇଡ୍ରୋଜେନ୍ ଥିବା ସମସ୍ତ ଯୌଗିକ ଅମ୍ଳୀୟ ନୁହଁନ୍ତି ।
  • ଅମ୍ଳଗୁଡ଼ିକ ଦ୍ରବଣରେ ହାଇଡ୍ରୋଜେନ୍ ଆୟନ, H+(aq) ଉତ୍ପନ୍ନ କରନ୍ତି । ଏହି H+ (aq) (କ୍ୟାଟାୟନ) ଆୟନଗୁଡ଼ିକ ପଦାର୍ଥର ଅମ୍ଳୀୟଗୁଣ ପାଇଁ ଦାୟୀ । ଏଣୁ ଆୟନଗୁଡ଼ିକ ଦ୍ବାରା ଅମ୍ଳୀୟ ଦ୍ରବଣରେ ବିଦ୍ୟୁତ୍ ପରିବହନ ହୋଇଥାଏ ।
  • କ୍ଷାରକଗୁଡ଼ିକ ଜଳରେ ହାଇଡ୍ରୋକ୍‌ସାଇଡ୍ OH(aq) ଆୟନ ଉତ୍ପନ୍ନ କରନ୍ତି । ଏହି OH(aq) ଆୟନରେ ଉପସ୍ଥିତି ଦ୍ଵାରା କ୍ଷାରକର ଜଳୀୟ ଦ୍ରବଣ ବିଦ୍ୟୁତ୍ ପରିବହନ କରିଥାଏ ।

→ ଜଳୀୟ ଦ୍ରବଣରେ ଅମ୍ଳ ଓ କ୍ଷାରକର ପ୍ରଭାବ (Effect of acids and bases on water solution) :
ଜଳ ଉପସ୍ଥିତିରେ HCIରୁ ହାଇଡ୍ରୋଜେନ୍ ଆୟନ୍ ଉତ୍ପନ୍ନ ହୁଏ । କିନ୍ତୁ ଜଳ ଅନୁପସ୍ଥିତିରେ HCl ଅଣୁରୁ H+ ଆୟନ ଅଲଗା ହୋଇପାରେ ନାହିଁ ।
BSE Odisha 10th Class Physical Science Notes Chapter 2 img-4

→ ଅମ୍ଳ ଓ କ୍ଷାରକର ପ୍ରଶମନ1ଜରଣ (Neutralisation of Acids & Bases):
ଅମ୍ଳଗୁଡ଼ିକ ଜଳରେ H+(aq) ଆୟନ ଓ କ୍ଷାରକଗୁଡ଼ିକ (OH)(aq) ଆୟନ ଦେଇଥା’ନ୍ତି ।
ହାଇଡ୍ରୋଜେନ୍ ଆୟନ ବା ହାଇଡ୍ରିକ୍‌ସାଇଡ୍ ଆୟନ ଏକାଠି ହୋଇ ଅଣଆୟନୀୟ ଅଣୁ ଗଠନ କରନ୍ତି । ଏହାକୁ ପ୍ରଶମନୀକରଣ ପ୍ରତିକ୍ରିୟା କୁହାଯାଏ ।

→ ରାସାୟନିକ ପ୍ରତିକ୍ରିୟା:
ଅମ୍ଳ + କ୍ଷାରକ → ଲବ୍ରଣ + ଜଳ
BSE Odisha 10th Class Physical Science Notes Chapter 2 img-5

  • ଅମ୍ଳ ବା କ୍ଷାରକ ଜଳରେ ଦ୍ରବୀଭୂତ ହେବା ଏକ ତାପ ଉତ୍ପାଦୀ ପ୍ରତିକ୍ରିୟା ଅଟେ ।
  • ଜଳରେ ଅମ୍ଳ ବା କ୍ଷାରକ ମିଶାଇବାଦ୍ଵାରା ଏକକ ଆୟତନ ପ୍ରତି H3O+ ବା OH ଆୟନଗୁଡ଼ିକର ଗାଢ଼ତା କମିଯାଏ ।
  • ଏହିପରି ପ୍ରକ୍ରିୟାକୁ ଲଘୁକରଣ (Dilution) କୁହାଯାଏ ଏବଂ ଅମ୍ଳ ବା କ୍ଷାରକ ଲଘୁକୃତ (Diluted) ହେଲା ବୋଲି କୁହାଯାଏ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 2 ଅମ୍ଳ, କ୍ଷାରକ ଓ ଲବଣ

→ ଅମ୍ଳ ଓ କ୍ଷାରକ ଦ୍ରବଣର ସାମର୍ଥ୍ୟ :

  • ଲଘୁକରଣ ପ୍ରକ୍ରିୟାରେ ଦ୍ରବଣରେ H+ କିମ୍ବା OH ଆୟନଗୁଡ଼ିକର ଗାଢ଼ତା ହ୍ରାସ ପାଇଥାଏ । ଦ୍ରବଣରେ ଏହି ଆୟନଗୁଡ଼ିକର ପରିମାଣ ଜାଣିବାପାଇଁ ଏକ ସାର୍ବଜନୀନ ସୂଚକ ବ୍ୟବହାର କରାଯାଏ ।
  • ସାର୍ବଜନୀନ ସୂଚକ କେତେଗୁଡ଼ିଏ ସୂଚକର ମିଶ୍ରଣ ଅଟେ । ବିଭିନ୍ନ ହାଇଡ୍ରୋଜେନ୍ ଆୟନ ଗାଢ଼ତା ବିଶିଷ୍ଟ ଦ୍ରବଣ ସହିତ ମିଶିଲେ ସାର୍ବଜନୀନ ସୂଚକ ଭିନ୍ନ ଭିନ୍ନ ବର୍ଷ ଧାରଣ କରେ ।
  • କୌଣସି ଦ୍ରବଣର ହାଇଡ୍ରୋଜେନ୍ ଆୟନ୍ ଗାଢ଼ତା ମାପ କରିବା ପାଇଁ pH ସ୍କେଲ ନାମରେ ଏକ ସ୍କେଲର ବିକାଶ କରାଯାଇଛି ।

→ pH କ’ ଣ ?

  • pH ହେଉଛି ଏକ ସଂଖ୍ୟା ଯାହା ଏକ ଦ୍ରବଣର ଅମ୍ଳୀୟ କିମ୍ବା କ୍ଷାରୀୟ ପ୍ରକୃତିକୁ ସୂଚିତ କରେ ।
  • କୌଣସି ଦ୍ରବଣର ହାଇଡ୍ରୋଜେନ ଆୟନ ଗାଢ଼ତା ମାପ କରିବା ପାଇଁ PH ସ୍କେଲ୍ ବ୍ୟବହାର କରାଯାଏ । ଜର୍ମାନ ଶବ୍ଦ ‘Potenz’ ରୁ pHର ‘p’ ଅକ୍ଷର ଆସିଛି । ‘Potenz’ର ଅର୍ଥ ହେଲା କ୍ଷମତା (Power)
  • pH ସ୍କେଲ୍‌ରେ pHର ମୂଲ୍ୟ ‘୦’ (ଅତ୍ୟଧିକ ଅମ୍ଳୀୟ)ରୁ pH 14 ( ଅତ୍ୟଧ୍ୱ କ୍ଷାରୀୟ) ପର୍ଯ୍ୟନ୍ତ ରହିଥାଏ ।
  • ଏକ ପ୍ରଶମିତ ଦ୍ରବଣ (Neutral Solution)ର pH ହେଉଛି 7 ।
  • pH ସ୍କେଲରେ pH ମୂଲ୍ୟ 7 ରୁ କମ୍ ହେଲେ ଦ୍ରବଣଟି ଅମ୍ଳୀୟ ହୋଇଥାଏ । ସେହିପରି pH ମୂଲ୍ୟ 7ରୁ 14 ପର୍ଯ୍ୟନ୍ତ ରହିଲେ ଦ୍ରବଣଟି କ୍ଷାରୀୟ ହୋଇଥାଏ ।
  • ଦ୍ରବଣରେ H+ ଆୟନର ଗାଢ଼ତା ବଢ଼ିଲେ ଦ୍ରବଣର ଅମ୍ଳୀୟ ପ୍ରକୃତି ବୃଦ୍ଧି ପାଇଥାଏ । ସେହିପରି ଦ୍ରବଣର OH ଆୟନର ଗାଢ଼ତା ବଢ଼ିଲେ ଦ୍ରବଣର କ୍ଷାରୀୟ ପ୍ରକୃତି ବୃଦ୍ଧି ପାଇଥାଏ ।
    BSE Odisha 10th Class Physical Science Notes Chapter 2 img-6
  • H‍+(ag) ଓ OH(ag) ଆୟନଗୁଡ଼ିକର ଗାଢ଼ତାର ପରିବର୍ତ୍ତନ ସହିତ pHର ପରିବର୍ତ୍ତନ

→ ତୈନଦିନ ଜାବନରେ pHର ଗ୍ରରୁତ୍ଵ (Importance of pH in everyday life):

  • ଆମ ଶରୀର pH 7.0ରୁ 7.8 ପରିସରରେ କାମ କରିଥାଏ ।
  • ଜୀବ ଓ ଉଭିଦଗୁଡ଼ିକ (Living Organisms) କେବଳ ଏକ ସଂକୀର୍ଣ୍ଣ pH ପରିସରରେ ବଞ୍ଚରନ୍ତି ।

(A) ଅମ୍ଳବର୍ଷା (Acid rain):

  • ବର୍ଷା ଜଳର pH 5.6 ରୁ କମ୍ ହୋଇଥିଲେ ତାକୁ ଅମ୍ଳବର୍ଷା (Acid rain) କୁହାଯାଏ । ଏହି ଅମ୍ଳବର୍ଷା ପାଣି ଯେତେବେଳେ ବୋହିଯାଇ ନଦୀରେ
  • ମିଶେ, ନଦୀ ଜଳର pH କମିଯାଏ । ଏହାଫଳରେ ନଦୀରେ ଜଳଚର ଜୀବ (Aquatic life) ମାନଙ୍କର ବଞ୍ଚିବା କଷ୍ଟକର ହୋଇପଡ଼େ ।
  • ଶୁକ୍ର (Venus) ଗ୍ରହର ବାୟୁମଣ୍ଡଳ ସଫ୍ୟୁରିକ୍ ଏସିଡ୍‌ର ବହଳିଆ ଧଳା-ହଳଦିଆ ବାଦଲରେ ଗଠିତ ।

(B) ପରିପାକ ବ୍ୟବସ୍ଥାରେ pH ( pH in our digestive system):

  • ଆମର ପାକସ୍ଥଳୀ (Stomach) ହାଇଡ୍ରୋକ୍ଲୋରିକ୍ ଏସିଡ (HCI) ପ୍ରସ୍ତୁତ କରେ ।
  • ଏହା ପାକସ୍ଥଳୀର କୌଣସି କ୍ଷତି ନ କରି ଖାଦ୍ୟ ହଜମ ହେବାରେ ସାହାଯ୍ୟ କରିଥାଏ ।
  • ଅଜୀର୍ଣ୍ଣ ସମୟରେ ପାକସ୍ଥଳୀ ଅତ୍ୟଧିକ ଅମ୍ଳ ଉତ୍ପନ୍ନ କରିଥାଏ ଏବଂ ଏହା ପେଟ ଯନ୍ତ୍ରଣା ଓ ଅସୁସ୍ଥିର କାରଣ ହୁଏ ।
  • ଏହି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ କ୍ଷାରକ ବ୍ୟବହାର କରାଯାଏ । ଏହାକୁ ପ୍ରତି-ଅମ୍ଳ (Antacid) କୁହାଯାଏ ।
  • ଏହି ପ୍ରତି ଅମ୍ଳଗୁଡ଼ିକ ଅତ୍ୟଧିକ ଅମ୍ଳକୁ ପ୍ରଶମନ କରନ୍ତି । ମ୍ୟାଗ୍ନେସିୟମ୍‌ ହାଇଡ୍ରକ୍‌ସାଇଡ୍ ( ମିଲକ୍ ଅଫ୍ ମ୍ୟାଗ୍ନେସିଆ) ଏକ ପ୍ରତି ଅମ୍ଳ (କ୍ଷାରକ)ର ଉଦାହରଣ ଅଟେ ।

(C) pH ପରିବର୍ତ୍ତନ ଦାନ୍ତକ୍ଷନ୍ଧାର କାରଣ (pH Change as the cause of tooth decay) :

  • ଦାନ୍ତର ବହିରାବରଣ (Tooth enamel) କ୍ୟାଲସିୟମ୍ ଫସଫେଟ୍‌ରେ ଗଠିତ । ଏହା ଶରୀର ମଧ୍ୟରେ ସବୁଠାରୁ ଶକ୍ତ ପଦାର୍ଥ ଓ ଏହା ଜଳରେ ଦ୍ରବୀଭୂତ ହୁଏ ନାହିଁ ।
  • ପାଟିର pH 5.5 ରୁ କମ୍ ହେଲେ ଦନ୍ତକ୍ଷୟ ଆରମ୍ଭ ହୋଇଥାଏ ।
  • ଖାଇସାରିବା ପରେ ପାଟିରେ ଲାଗି ରହିଥ‌ିବା ମିଠା ଜିନିଷ ଓ ଖାଦ୍ୟ କଣିକାକୁ ପାଟିର ବୀଜାଣୁ (Bacteria) ନିମ୍ନକରଣ (Degradation) କରି ଅମ୍ଳରେ ପରିଣତ କରନ୍ତି । ଏହାଫଳରେ ପାଟିର pH 5.5 ରୁ କମ୍ ହୋଇଯାଏ ।
  • ଏହାର ପ୍ରତିକାର ପାଇଁ ସର୍ବୋତ୍ତମ ଉପାୟ ହେଉଛି ଖାଇସାରିବା ପରେ ପାଟିକୁ ଭଲଭାବରେ ଧୋଇଦେବା ।
  • ଟୁଥ୍ପେଷ୍ଟ, ସାଧାରଣତଃ କ୍ଷାରୀୟ । ଏହାକୁ ବ୍ୟବହାର କରି ଦାନ୍ତ ଘଷିଲେ ପାଟିର ଅମ୍ଳ କମିଯିବ ଏବଂ ଦନ୍ତକ୍ଷୟକୁ ନିବାରଣ କରିହେବ ।

(D) ରାସାୟନିକ ଯୁଦ୍ଧ ଜରିଆରେ ପ୍ରାଣୀ ଏବଂ ଉଭିଦର ଆତ୍ମରକ୍ଷା (Self defence by Animals and Plants through Chemical warfare):

  • ମହୁମାଛିର ଦଂଶନରେ ଏକ ଅମ୍ଳ ଆମ ଶରୀରକୁ ଆସି ଯନ୍ତ୍ରଣା ଓ ଜ୍ଵାଳାର କାରଣ ହୋଇଥାଏ । ଖାଇବାସୋଡ଼ା (Baking Soda) ପରି ମୃଦୁ କ୍ଷାରକ ଦଂଶନ ସ୍ଥଳରେ ବ୍ୟବହାର କଲେ ଉପଶମ ମିଳିଥାଏ ।
  • ବିଛୁଆତି ପତ୍ରର ଆଂଶୁ ଦେହରେ ଫୋଡ଼ି ହୋଇଗଲେ ମିଥାନୋଇକ୍ ଏସିଡ୍ (ଫରମିକ୍ ଏସିଡ୍) ଶରୀର ମଧ୍ୟକୁ ଆସିଥାଏ । ଏହା ଜଳାପୋଡ଼ା ଯନ୍ତ୍ରଣାର କାରଣ ହୋଇଥାଏ ।
  • ଏହାର ଏକ ପାରମ୍ପରିକ ଉପଚାର ହେଉଛି – ଫୋଡ଼ି ହୋଇ ଯାଇଥିବା ସ୍ଥାନକୁ ‘ଡକ୍‌ପ୍ଲାଣ୍ଟ’ ପତ୍ରରେ ଘଷିଲେ ଉପଶମ ମିଳିଥାଏ ।
    BSE Odisha 10th Class Physical Science Notes Chapter 2 img-7

→ ପ୍ରକୃତିଲତ୍ଵ ପ୍ରଣମନ1କାରଣ ବ୍ୟବସ୍ଥା :

  • ବିଛୁଆତି (Nettle) ଏକ ଲତାଜାତୀୟ ଉଦ୍ଭିଦ । ଏହାର ଆଂଶଗୁଡ଼ିକ ଦେହକୁ ଫୋଡ଼ି ପକାଏ ଓ ଯନ୍ତ୍ରଣା ଦିଏ ।
  • ସେଗୁଡ଼ିକରୁ ନିଃସୃତ ହେଉଥୁବା ମିଥାନୋଇକ୍ ଏସିଡ୍ ହିଁ ଏହି ଯନ୍ତ୍ରଣାର କାରଣ ।
  • ଯନ୍ତ୍ରଣା ହେଉଥିବା ସ୍ଥାନରେ ଡକ୍ . ପ୍ଲାଣ୍ଟ ପତ୍ର ଘସିଲେ ଯନ୍ତ୍ରଣାର ଉପଶମ ମିଳିଥାଏ । କାରଣ ଡକ୍‌ପ୍ଲାଣ୍ଟ ପତ୍ରର ପ୍ରକୃତି କ୍ଷାରୀୟ ହୋଇଥାଏ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 2 ଅମ୍ଳ, କ୍ଷାରକ ଓ ଲବଣ

→ ଲବଣର ପରିବାର (Family of Salts) :
ଅମ୍ଳ ଓ କ୍ଷାରକ ପରସ୍ପରକୁ ପ୍ରଶମିତ କରିବା ଫଳରେ ଲବଣ ସୃଷ୍ଟି ହୁଏ ।
ଅମ୍ଳ + କ୍ଷାରକ → ଲବଣ + ଜଳ
ଲବଣ ଏକ ଆୟନୀୟ ଯୌଗିକ ଯାହା ଯୁକ୍ତାତ୍ମକ ଆୟନ ଓ ବିଯୁକ୍ତାତ୍ମକ ଆୟନ ସୃଷ୍ଟି କରେ ।

ଲବଣଗୁଡ଼ିକର pH (pH of Salts):

  • ଗୋଟିଏ ସବଳ ଅମ୍ଳ ଏବଂ ଗୋଟିଏ ସବଳ କ୍ଷାରକରୁ ପ୍ରସ୍ତୁତ ଲବଣର pH ମୂଲ୍ୟ 7 ଏବଂ ଏହା ଅମ୍ଳ-କ୍ଷାର ଗୁଣ ବିହୀନ ଅଟେ ।
  • ଗୋଟିଏ ସବଳ ଅମ୍ଳ ଏବଂ ଗୋଟିଏ ଦୁର୍ବଳ କ୍ଷାରକରୁ ପ୍ରସ୍ତୁତ ଲବଣ ଅମ୍ଳୀୟ ଅଟେ ଏବଂ ଏହାର pH ମୂଲ୍ୟ 7ରୁ କମ୍ ହୋଇଥାଏ ।
  • ଗୋଟିଏ ସବଳ କ୍ଷାରକ ଏବଂ ଗୋଟିଏ ଦୁର୍ବଳ ଅମ୍ଳରୁ ପ୍ରସ୍ତୁତ ଲବଣ କ୍ଷାରୀୟ ଅଟେ ଏବଂ ଏହାର pH ମୂଲ୍ୟ 7 ରୁ ଅଧ୍ଵ ହୋଇଥାଏ ।

→ ଖାଇବା ଲୁଣରୁ ରାସାୟନିକ ପଦାର୍ଥ (Chemicals from Common Salt) :

  • ହାଇଡ୍ରୋକ୍ଲୋରିକ୍ ଏସିଡ୍ ଏବଂ ସୋଡ଼ିୟମ୍ ହାଇଡ୍ରକ୍‌ସାଇଡ୍ ଦ୍ରବଣ ମିଳିତ ହୋଇ ଯେଉଁ ଲୁଣ ବା ଲବଣ ଉତ୍ପନ୍ନ କରନ୍ତି ତାକୁ ସୋଡ଼ିୟମ କ୍ଲୋରାଇଡ କୁହାଯାଏ ।
    BSE Odisha 10th Class Physical Science Notes Chapter 2 img-8
  • ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥ‌ିବା ବିଭିନ୍ନ ଉପାଦେୟ ଯୌଗିକ; ଯଥା – ସୋଡ଼ିୟମ୍‌ ହାଇଡ୍ରକ୍‌ସାଇଡ୍ (NaOH), ଖାଇବା ପୋଡ଼ା
  • (NaHCO3), ଧୋଇବା ପୋଡା (Na2CO3), ବ୍ଲିଚିଂ ପାଉଡ଼ର (CaOCl2) ଆଦି ପ୍ରସ୍ତୁତ କରିବାରେ ସୋଡ଼ିୟମ୍‌ କ୍ଲୋରାଇଡ୍ (NaCI) କୁ କଞ୍ଚାମାଲ ରୂପେ ବ୍ୟବହାର କରାଯାଏ ।

→ ସୋଡ଼ିୟମ୍‌ ହାଇଡ୍ରକ୍‌ସାଇଡ୍ (Sodium Hydroxide) :
BSE Odisha 10th Class Physical Science Notes Chapter 2 img-9

  • MBD ବିଦ୍ୟୁତ୍ ସ୍ରୋତକୁ ସୋଡ଼ିୟମ୍ କ୍ଲୋରାଇଡ୍‌ର ଜଳୀୟ ଦ୍ରବଣ [ ବ୍ରାଇନ୍ (Brine)] ମଧ୍ୟ ଦେଇ ପ୍ରବାହିତ କରାଇଲେ, ସୋଡ଼ିୟମ୍‌ କ୍ଲୋରାଇଡ୍ର ବିଘଟନଦ୍ୱାରା ସୋଡ଼ିୟମ୍‌ ହାଇଡ୍ରକ୍‌ସାଇଡ୍ ଉତ୍ପନ୍ନ ହୁଏ ।
  • ଏହି ପ୍ରଣାଳୀକୁ କ୍ଲୋରଆଲ୍‌କାଲି ପ୍ରଣାଳୀ ବୋଲି କୁହାଯାଏ, କାରଣ ଉତ୍ପାଦଗୁଡ଼ିକ ହେଉଛି – କ୍ଲୋର୍ ( କ୍ଲୋରିନ୍‌ ପାଇଁ) ଏବଂ ଆଲ୍‌କାଲି (ସୋଡ଼ିୟମ୍‌ ହାଇଡ୍ରକ୍‌ସାଇଡ୍ ପାଇଁ ) ।
    2NaCl (aq) + 2H2O(l) → 2NaOH (aq) + Cl2 (g) + H2(g)
  • କ୍ଲୋରିନ୍‌ ଗ୍ୟାସ୍ ଏନୋଡ୍ଠାରେ ଓ ହାଇଡ୍ରୋଜେନ୍ ଗ୍ୟାସ୍ କ୍ୟାଥୋଡ୍ଠାରେ ନିର୍ଗତ ହୁଏ ।
  • ସୋଡ଼ିୟମ୍ ହାଇଡ୍ରକ୍‌ସାଇଡ୍ ଦ୍ରବଣ କ୍ୟାଥୋଡ୍ ନିକଟରେ ଉତ୍ପନ୍ନ ହୁଏ ।
  • ଏହି ପ୍ରଣାଳୀରେ ଉତ୍ପନ୍ନ ହେଉଥ‌ିବା ତିନୋଟିଯାକ ଉତ୍ପାଦ ଉପଯୋଗୀ ଅଟେ । ଏହି ଉତ୍ପାଦଗୁଡ଼ିକର ବିଭିନ୍ନ ବ୍ୟବହାର ଚିତ୍ରରେ ପ୍ରଦର୍ଶିତ ହୋଇଛି ।

→ ବ୍ଲିଚିଂ ପାଉଡ଼ରକୁ (Bleaching Powder) (CaOCI2):
ପ୍ରସ୍ତୁତି:

  • ସୋଡ଼ିୟମ୍‌ କ୍ଲୋରାଇଡ୍‌ର ଜଳୀୟ ଦ୍ରବଣ (ବ୍ରାଇନ୍)କୁ ବିଦ୍ୟୁତ୍ ବିଶ୍ଳେଷଣ କଲେ କ୍ଲୋରିନ୍ ଗ୍ୟାସ୍ ନିର୍ଗତ ହୁଏ । ଏହି କ୍ଲୋରିନ୍ ଗ୍ୟାସ୍ ବ୍ଲିଚିଂ ପାଉଡ଼ର ଉତ୍ପାଦନ ପାଇଁ ବ୍ୟବହାର କରାଯାଏ ।
  • ଶୁଷ୍କ ଶମିତଚୂନ [Ca(OH)2] ସହିତ କ୍ଲୋରିନ୍‌ର ରାସାୟନିକ ପ୍ରତିକ୍ରିୟା ଘଟି କ୍ଲିଚିଂ ପାଉଡ଼ର ଉତ୍ପନ୍ନ ହୁଏ ।
  • ବ୍ଲିଚିଂ ପାଉଡ଼ରକୁ CaOCI2 ଭାବରେ ଲେଖାଯାଇଥାଏ । ଏହାର ପ୍ରକୃତି ସଂରଚନା (Composition) ବାସ୍ତବରେ ଜଟିଳ ।
    Ca(OH)2 + Cl2 → CaOCl2 + H2O

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 2 ଅମ୍ଳ, କ୍ଷାରକ ଓ ଲବଣ

→ ବ୍ୟବହାର :

  • ବୟନ ଶିଳ୍ପରେ କପାସୂତା ଓ ଶଣ ବସ୍ତ୍ର (Linen)କୁ, କାଗଜ କଳରେ କାଠମଣ୍ଡକୁ ଏବଂ ଲକ୍ଷ୍ମୀରେ ସଫା ଲୁଗାକୁ ବିରଂଜନ (Bleaching) କରିବା ପାଇଁ ବ୍ଲିଚିଂ ପାଉଡ଼ର ବ୍ୟବହାର କରାଯାଏ ।
  • ଅନେକ ରାସାୟନିକ ଶିଳ୍ପରେ ଜାରକ ଭାବରେ କ୍ଲିଚିଂ ପାଉଡ଼ର ବ୍ୟବହାର କରାଯାଏ ।
  • ଜୀବାଣୁ ନାଶକାରୀ (Disinfectant) ପଦାର୍ଥ ଭାବରେ ପାନୀୟ ଜଳକୁ ଜୀବାଣୁମୁକ୍ତ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ ।

→ ବେକିଙ୍ଗ୍ ବା ଖାଇବା ସୋଡ଼ା (Baking Soda) (NaHCO3):

  • ରୋଷେଇ ଘରେ ସୁସ୍ୱାଦୁ ମୁସୁମୁସିଆ ପକୁଡ଼ି ତିଆରି କରିବା ପାଇଁ ସାଧାରଣତଃ ବ୍ୟବହାର କରାଯାଉଥିବା
  • ସୋଡ଼ା ହେଉଛି ବେକିଙ୍ଗ୍ ସୋଡ଼ା ବା ଖାଇବା ସୋଡ଼ା । ବେଳେବେଳେ ରନ୍ଧନକୁ ଦ୍ରୁତତର (Faster) କରିବା ପାଇଁ ମଧ୍ୟ ଏହାକୁ ମିଶାଯାଇଥାଏ ।
  • ଏହି ଯୌଗିକର ରାସାୟନିକ ନାମ ହେଉଛି ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍ (NaHCO3) ।
  • ଏହାକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଉଥିବା କଞ୍ଚାମାଲ୍ ଗୁଡ଼ିକ
    BSE Odisha 10th Class Physical Science Notes Chapter 2 img-10
  • ବେକିଙ୍ଗ୍ ସୋଡ଼ା ଏକ ମୃଦୁ (Mild) ଅସଂକ୍ଷାରକ (Non-corrosive) କ୍ଷାରକ । ରାନ୍ଧିବା ସମୟରେ ଏହାକୁ ଗରମ କଲେ, ପ୍ରଦତ୍ତ ରାସାୟନିକ ପ୍ରତିକ୍ରିୟା ଘଟେ –
    BSE Odisha 10th Class Physical Science Notes Chapter 2 img-11

→ ବ୍ୟବହାର :

  • ବେକିଙ୍ଗ୍ ପାଉଡ଼ର ପ୍ରସ୍ତୁତ କରିବା ପାଇଁ ବେକିଙ୍ଗ୍ ସୋଡ଼ା ବ୍ୟବହାର କରାଯାଏ । ବେକିଙ୍ଗ ସୋଡ଼ା (ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍) ଓ
  • ଟାର୍‌ଟାରିକ୍ ଏସିଡ୍ ପରି ମୃଦୁ ଖାଦ୍ୟୋପଯୋଗୀ ଅମ୍ଳର ଏକ ମିଶ୍ରଣ ଅଟେ ।
  • ଯେତେବେଳେ ବେକିଙ୍ଗ୍ ପାଉଡ଼ରକୁ ଗରମ କରାଯାଏ କିମ୍ବା ଜଳରେ ମିଶାଯାଏ, ନିମ୍ନଲିଖ ରାସାୟନିକ ପ୍ରତିକ୍ରିୟା ଘଟେ ।
    NaHCO3 + H+ (କୌଣସି ଅମ୍ଳରୁ) → CO2 + H2O + ଅମ୍ଳର ସୋଡ଼ିୟମ୍‌ ଲବଣ
  • ରାସାୟନିକ ପ୍ରତିକ୍ରିୟା ସମୟରେ ସୃଷ୍ଟି ହେଉଥ‌ିବା କାର୍ବନ୍ ଡାଇଅକ୍‌ସାଇଡ୍ ପାଉଁରୁଟି କିମ୍ବା କେକ୍‌କୁ ଫୁଲାଇ ଦେଇ ନରମ ଓ ସଚ୍ଛିଦ୍ର କରିଥାଏ ।
  • ସୋଡ଼ିୟମ୍‌ ହାଇଡ୍ରୋଜେନ୍ କାର୍ବୋନେଟ୍ ପ୍ରତିଅମ୍ଳଗୁଡ଼ିକର ମଧ୍ୟ ଏକ ଉପାଦାନ ଅଟେ । କ୍ଷାରୀୟ ହୋଇଥିବା ହେତୁ ଏହା ପାକସ୍ଥଳୀରେ ଅଧ‌ିକ ଅମ୍ଳକୁ ପ୍ରଶମନ କରେ ଏବଂ ଯନ୍ତ୍ରଣା ଉପଶମ କରିଥାଏ ।
  • ଏହା ମଧ୍ଯ ସୋଡ଼ା-ଅମ୍ଳ (soda-acid) ଅଗ୍ନି ନିର୍ବାପକ ଯନ୍ତ୍ର (Fire extinguisher) ରେ ବ୍ୟବହାର କରାଯାଏ ।

→ ଧୋଇବା ସୋଡ଼ା (Washing Soda) (Na2CO2. 10H2O):
ପ୍ରସ୍ତୁତି ପ୍ରଣାଳ1 :

  • ସୋଡ଼ିୟମ କ୍ଲୋରାଇଡରୁ ମିଳୁଥିବା ଅନ୍ୟ ଏକ ରାସାୟନିକ ପଦାର୍ଥ Na2CO3; 10H2O (ଧୋଇବା ସୋଡ଼ା) ।
  • ବେକିଂ ସୋଡ଼ାକୁ ଉତ୍ତପ୍ତ କଲେ ସୋଡ଼ିୟମ୍‌ କାର୍ବୋନେଟ୍ ମିଳିଥାଏ ।
    BSE Odisha 10th Class Physical Science Notes Chapter 2 img-12
  • ସୋଡ଼ିୟମ କାର୍ବୋନେଟକୁ ପୁନଃ ସ୍ଫଟିକୀକରଣ କଲେ ଧୋଇବା ସୋଡ଼ା ମିଳିଥାଏ । ଏହା ମଧ୍ୟ ଏକ କ୍ଷାରୀୟ ଲବଣ ଅଟେ ।
    BSE Odisha 10th Class Physical Science Notes Chapter 2 img-13

→ ବ୍ୟବହାର :

  • ସୋଡ଼ିୟମ୍ କାର୍ବୋନେଟ୍ ( ଧୋଇବା ସୋଡ଼ା) କାଚ, ସାବୁନ୍ ଓ କାଗଜ ଶିଳ୍ପରେ ବ୍ୟବହାର କରାଯାଏ ।
  • ବୋରାକ୍‌ସ୍ ପରି ସୋଡ଼ିୟମ୍ ଯୌଗିକଗୁଡ଼ିକୁ ଉତ୍ପାଦନ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ ।
  • ଘର ସଫା କରିବା କାର୍ଯ୍ୟରେ ସୋଡ଼ିୟମ୍ କାର୍ବୋନେଟ୍‌କୁ ବ୍ୟବହାର କରାଯାଏ ।
  • ଜଳର ସ୍ଥାୟୀ ଖରତ୍ଵ ଦୂର କରିବା ପାଇଁ ଏହାକୁ ବ୍ୟବହାର କରାଯାଏ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 2 ଅମ୍ଳ, କ୍ଷାରକ ଓ ଲବଣ

→ ଲବଣଗୁଡ଼ିକର ସ୍ଫଟିକ (Crystals of Salts) :

  • ସ୍ଫଟିକ ଅବସ୍ଥାରେ ଲବଣର ପ୍ରତ୍ୟେକ ସଂକେତ ଏକକ (Formula unit) ସହିତ ନିର୍ଦ୍ଦିଷ୍ଟ ସଂଖ୍ୟକ ଜଳ ଅଣୁର ରାସାୟନିକ ସଂଯୁକ୍ତି ଘଟିଥାଏ ।
  • ଏହି ନିର୍ଦ୍ଦିଷ୍ଟ ସଂଖ୍ୟକ ଜଳ ଅଣୁକୁ ସ୍ଫଟିକ ଜଳ କୁହାଯାଏ । ଲବଣର ସ୍ଫଟିକକୁ ଉତ୍ତପ୍ତ କଲେ ଏଥିରେ ଥ‌ିବା ଜଳ ଅଣୁ ଅପସାରିତ ହୋଇଥାଏ ।
  • କପର ସଲଫେଟ୍ ସ୍ଫଟିକଗୁଡ଼ିକ ଶୁଷ୍କ ଭଳି ଜଣାପଡ଼ୁଥିଲେ ମଧ୍ୟ, ପ୍ରକୃତରେ ସେଥିରେ ସ୍ଫଟିକ ଜଳ ରହିଥାଏ । ତେଣୁ କପର
    BSE Odisha 10th Class Physical Science Notes Chapter 2 img-14
  • ସଲଫେଟ୍ ସ୍ଫଟିକକୁ ଉତ୍ତପ୍ତ କଲେ ଏଥ‌ିରେ ଥିବା ଜଳ ଅଣୁ ଅପସାରିତ ହୋଇଥାଏ । ଏହି ନୀଳବର୍ଷର କପର ସଲଫେଟ୍ ସ୍ଫଟିକ ଧଳା ଲବଣରେ ପରିଣତ ହୁଏ ।
  • ବର୍ତ୍ତମାନ ଏହି ଧଳା ଦାନାଗୁଡ଼ିକୁ ଓଦା କରିଦେଲେ ଦେଖିବା ଯେ କପର ସଲଫେଟ୍ ସ୍ଫଟିକର ନୀଳବର୍ଣ୍ଣ ପୁନର୍ବାର ଫେରି ଆସୁଛି ।
  • ଜଳ ଯୋଜିତ କପର ସଲଫେଟ୍ରର ରାସାୟନିକ ସଂକେତ ହେଉଛି CuSO45H2O । ଏହି ସଂକେତରେ ପାଞ୍ଚଟି ଜଳ ଅଣୁ ରହିଛି ।
  • ସୋଡ଼ିୟମ୍‌ କାର୍ବୋନେଟ୍ ସ୍ଫଟିକ (ଧୋଇବା ସୋଡ଼ା)ର ରାସାୟନିକ ସଂକେତ ହେଉଛି Na2CO3.10H2O। ଏହି ସ୍ଫଟିକରେ 10ଟି ଜଳ ଅଣୁ ସ୍ଫଟିକ ଜଳ ଭାବରେ ରହିଥାଏ ।
  • ସେହିପରି ଜିପସମ୍ ଲବଣର ଅଣୁ ସଂକେତ ହେଉଛି CaSO4.2H2O । ଏହି ସ୍ଫଟିକରେ ଦୁଇଟି ଜଳ ଅଣୁ ସ୍ଫଟିକ ଜଳ ଭାବରେ ରହିଥାଏ ।

→ ପ୍ନାଷ୍ଠର ଅଫ୍ ପ୍ୟାରିସ୍ (Plaster of Paris) (CaSO4 . 1⁄2H2O) :
ପ୍ରସ୍ତୁତି ପ୍ରଣାଳୀ :

  • ଜିପସମ୍ (CaSO4 2H2O) ସ୍ଫଟିକକୁ 373K ତାପମାତ୍ରାରେ ଉତ୍ତପ୍ତ କଲେ ଏହା ଜଳ ଅଣୁ ହରାଇ କ୍ୟାଲସିୟମ୍ ସଲଫେଟ୍ ସେମିହାଇଡ୍ରେଟ୍ (CaSO4 . 1/2H2O)ରେ ପରିଣତ ହୋଇଥାଏ ।
  • ଏହାକୁ ପ୍ଲାଷ୍ଟର ଅଫ ପ୍ୟାରିସ୍ କୁହାଯାଏ ।
    BSE Odisha 10th Class Physical Science Notes Chapter 2 img-15

→ ଧର୍ମ:
ଏହା ଏକ ଧଳା ପାଉଡର ଏବଂ ଏହା ଜଳ ସହିତ ମିଶି ପୁନର୍ବାର ଜିପସମ୍ଭରେ ପରିଣତ ହୁଏ । ଏହା ଅତ୍ୟନ୍ତ ଶକ୍ତ କଠିନ ବସ୍ତୁ ଅଟେ
BSE Odisha 10th Class Physical Science Notes Chapter 2 img-16

→ ବ୍ୟବହର :

  • ଭାଙ୍ଗିଯାଇଥିବା ହାଡ଼କୁ ଠିକ୍ ସ୍ଥାନରେ ରଖିବା ପାଇଁ ଡାକ୍ତରମାନେ ପ୍ଲାଷ୍ଟର ଅଫ ପ୍ୟାରିସ୍ ବ୍ୟବହାର କରିଥାନ୍ତି ।
  • କଣ୍ଢେଇ, ସାଜସଜା ସରଞ୍ଜାମ ଏବଂ ପୃଷ୍ଠକୁ ଚିକ୍‌କଣ କରିବା ପାଇଁ ଏହାକୁ ବ୍ୟବହର କରାଯାଏ ।
  • ପ୍ଲାଷ୍ଟର ଅଫ୍ ପ୍ୟାରିସ୍‌ର ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ଜିପ୍‌ସମ୍ ପ୍ୟାରିସ୍‌ରେ ମିଳୁଥିବାରୁ ଏବଂ ଏହାକୁ ପ୍ଲାଷ୍ଟର କାର୍ଯ୍ୟରେ ବ୍ୟବହାର କରାଯାଉଥିବାରୁ ଏହାର ଏପରି ନାମକରଣ କରାଯାଇଛି ।

Leave a Comment