Odisha State Board BSE Odisha 10th Class Physical Science Solutions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ Textbook Exercise Questions and Answers.
BSE Odisha Class 10 Physical Science Solutions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ
Question 1.
ଚକ୍ଷୁ ଲେନ୍ସ ଫୋକସ୍ ଦୂରତାକୁ ବଦଳାଇ ବିଭିନ୍ନ ଦୂରତାରେ ଥିବା ବସ୍ତୁକୁ ଫୋକସ୍ କରିବା ହେଉଛି –
(a) ସମାପ ଦୃଷ୍ଟି
(b) ସମାପ୍ଟେ|ଜନ
(c) ଦୂର ଦୃଷ୍ଟି
(d) ଚାଳିଶା
Answer:
(b) ସମାୟୋଜନ
Question 2.
ଚକ୍ଷୁ ଗୋଟିଏ ବସ୍ତୁର ପ୍ରତିବିମ୍ବକୁ ଏହାର କେଉଁଠାରେ ସୃଷ୍ଟିକରେ ?
(a) ସୃଷ୍ଟିପଟ୍ଟଳ
(b) କନୀନିକା
(c) ନେତ୍ରପିତ୍ରଳା
(d) ମୁକୁରିକା
Answer:
(d) ମୁକୁରିକା
Question 3.
ଜଣେ ସୁସ୍ଥ ଓ ସ୍ଵାଭାବିକ ଦୃଷ୍ଟିସମ୍ପନ୍ନ ବ୍ୟକ୍ତିର ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା କେତେ ?
(a) 25 ମି.
(b) 2.5 ସେ.ମି.
(c) 25 ସେ.ମି.
(d) 2.5 ମି.
Answer:
(c) 25 ସେ.ମି.
Question 4.
ଚକ୍ଷୁ ଲେନ୍ସର ଫୋକସ୍ ଦୂରତା ପରିବର୍ତ୍ତନ ପାଇଁ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଦାୟୀ ?
(a) ନେତ୍ରପିତୁଳା
(b) ମୁକୁରିକା
(c) ସିଲିଆରୀ ମାଂସପେଶୀ
(d) କନୀନିକା
Answer:
(c) ସିଲିଆରୀ ମାଂସପେଶୀ
Question 5.
ଜଣେ ସମୀପ ଦୃଷ୍ଟିସମ୍ପନ୍ନ ବ୍ୟକ୍ତି ପାଇଁ – 5.5 D ର ଲେନ୍ସ ପାୱାର ବିଶିଷ୍ଟ ଲେନ୍ସ ଆବଶ୍ୟକ ହୁଏ ଏବଂ ତାଙ୍କର ଦୂର ଦୃଷ୍ଟି ପାଇଁ (+ 1.5 D) ପାୱାର ବିଶିଷ୍ଟ ଲେନ୍ସ ଦରକାର ହୁଏ । ତାଙ୍କର (i) ସମୀପ ଦୃଷ୍ଟି ଓ (ii) ଦୂର ଦୃଷ୍ଟି ଦୂର କରିବା ପାଇଁ ବ୍ୟବହୃତ ଲେନ୍ସ ଦ୍ବୟର ଫୋକସ୍ ଦୂରତା ନିର୍ଣ୍ଣୟ କର ।
Answer:
(i) ସମୀପ ଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ପାଇଁ ଲେନସ୍ର ପାୱାର P1 = – 5.5 D
ସମୀପ ଦୃଷ୍ଟି ଦୋଷ ଦୂର କରିବା ପାଇଁ ଆବଶ୍ୟକ ଲେନ୍ସର ଫୋକସ୍ ଦୂରତା
f1 = \(\frac{1}{\mathrm{P}_1}\) = \(\frac { 1 }{ -5.5D }\) = – \(\frac { 10 }{ 55 }\) ମି. = \(\frac { -2 }{ 11 }\) ମି.
= \(\frac { -2 }{ 11 }\) x 100 ସେ.ମି. = – 18.8 ସେ.ମି. = – 18.2 ସେ.ମି.
ସମୀପ ଦୃଷ୍ଟିର ସଂଶୋଧନ ପାଇଁ ଲେନ୍ସର ଫୋକସ୍ ଦୂରତା 18.2 ସେ.ମି. ହେବ । ଫୋକସ୍ ଦୂରତାର ବିଯୁକ୍ତ ଚିହ୍ନରୁ ଜଣାଯାଏ ଯେ ଏହା ଏକ ଅବତଳ ଲେନ୍ସ୍ ।
(ii) ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ପାଇଁ ଲେନସ୍ର ପାୱାର P2 = + 1.5D
ଦୂରଦୃଷ୍ଟି ଦୋଷ ଦୂର କରିବା ପାଇଁ ଆବଶ୍ୟକ ଲେନ୍ସର ଫୋକସ୍ ଦୂରତା
f2 = \(\frac{1}{\mathrm{P}_2}\) = \(\frac { 1 }{ +1.5D }\) = + \(\frac { 10 }{ 15 }\) ମି. = + \(\frac { 10 }{ 15 }\) ସେ.ମି. = + 66.67 ସେ.ମି.
ଦୂରଦୃଷ୍ଟି ଦୋଷ ସଂଶୋଧନ ପାଇଁ ଲେନ୍ସର ଫୋକସ୍ ଦୂରତା 66.7 ସେ.ମି. ହେବ । ଫୋକସ୍ ଦୂରତାର . ଯୁକ୍ତ ଚିହ୍ନରୁ ଜଣାଯାଏ ଯେ ଏହା ଏକ ଉତ୍ତଳ ଲେନ୍ସ୍।
Question 6.
ସ୍ଵାଭାବିକ ଚକ୍ଷୁର 25 ସେ.ମି.ରୁ କମ୍ ଦୂରତାରେ କୌଣସି ବସ୍ତୁକୁ ରଖିଲେ ଚକ୍ଷୁ ବସ୍ତୁଟିକୁ କାହିଁକି ଦେଖିପାରେ ନାହିଁ ।
(i) ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା 25 ସେ.ମି. । ଚକ୍ଷୁଠାରୁ ବସ୍ତୁର ଅବସ୍ଥାନ 25 ସେ.ମି.ରୁ କମ୍ହେଲେ ସିଲିଆରୀ ମାଂସପେଶୀ ସଙ୍କୁଚିତ ହୁଏ ଓ ଚକ୍ଷୁ ଲେନସ୍ର ବକ୍ରପୃଷ୍ଠକୁ ଆଉ ଅଧିକ ବକ୍ର କରିପାରେ ନାହିଁ ।
(ii) ଫଳରେ ଚକ୍ଷୁ ଲେନସ୍ର ଫୋକସ୍ ଦୂରତା ହ୍ରାସ ପାଏ ନାହିଁ (ସମାୟୋଜନ କ୍ଷମତା ହରାଏ) । ତେଣୁ ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ଗଠିତ ହୋଇପାରେ ନାହିଁ, ଫଳରେ ବସ୍ତୁଟିର ପ୍ରତିବିମ୍ବ ଅସ୍ପଷ୍ଟ ଭାବରେ ଦେଖାଯାଏ ।
Question 7.
ଚକ୍ଷୁ ନିକଟରେ ଥିବା ଗୋଟିଏ ବସ୍ତୁର ଦୂରତାକୁ ବଢ଼ାଇଲେ ତାହାର ପ୍ରତିବିମ୍ବ ଦୂରତା କ’ଣ ହେବ ?
Answer:
(i) ଚକ୍ଷୁ ନିକଟରେ ଥିବା ଗୋଟିଏ ବସ୍ତୁର ଦୂରତାକୁ ବଢ଼ାଇଲେ ତାହାର ପ୍ରତିବିମ୍ବର ଦୂରତା ପରିବର୍ତ୍ତନ ହୁଏ ନାହିଁ ।
(ii) ପ୍ରତିବିମ୍ବର ଦୂରତା ମୁକୁରିକା ଓ ଚକ୍ଷୁଲେନ୍ସ ମଧ୍ୟରେ ଥିବା ଦୂରତା ସହିତ ସମାନ । କାରଣ ବସ୍ତୁର ଦୂରତା ବୃଦ୍ଧି ଘଟିଲେ ଲେନ୍ସକୁ ଧରି ରଖିଥିବା ସାଂସପେଶୀଗୁଡ଼ିକ ହୁଗୁଳା ହୋଇଯାଆନ୍ତି । ଲେନ୍ସଟି ସରୁ ହୋଇଯାଏ ଏବଂ ଫୋକସ୍ ଦୂରତା ବଢ଼ିଯାଏ । ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ପଡ଼େ, ଫଳରେ ବସ୍ତୁଟି ସ୍ପଷ୍ଟ ଦେଖାଯାଏ ।
Question 8.
ସାଧାରଣ ଚକ୍ଷୁର ଦୂର-ବିନ୍ଦୁ ଓ ନିକଟ-ବିନ୍ଦୁ କାହାକୁ କୁହାଯାଏ ?
Answer:
- ଦୂରବିନ୍ଦୁ – ଯେଉଁ ଦୂରତା ପର୍ଯ୍ୟନ୍ତ ଚକ୍ଷୁ ସ୍ପଷ୍ଟ ଭାବରେ ବସ୍ତୁକୁ ଦେଖୂପାରେ ତାହାକୁ ଦୂର ବିନ୍ଦୁ କୁହାଯାଏ । ସାଧାରଣ ‘ଚକ୍ଷୁ ପାଇଁ ଏହା ଅନନ୍ତ ଦୂରତା ଅଟେ ।
- ନିକଟ ବିନ୍ଦୁ : ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତାକୁ ଚକ୍ଷୁର ନିକଟ ବିନ୍ଦୁ କହନ୍ତି । ସାଧାରଣ ଚକ୍ଷୁ ପାଇଁ ଏହା 25 ସେ.ମି.
Question 9.
ଇନ୍ଦ୍ରଧନୁ କିପରି ସୃଷ୍ଟି ହୁଏ ଏକ ସ୍ପଷ୍ଟ ନାମାଙ୍କିତ ଚିତ୍ର ସାହାଯ୍ୟରେ ବୁଝାଅ
Answer:
ଇନ୍ଦ୍ରଧନୁ ଆଲୋକ ପ୍ରକୀର୍ଶନର ଏକ ପ୍ରାକୃତିକ ଦୃଷ୍ଟାନ୍ତ । ବର୍ଷାଦିନେ ଆକାଶରେ ସୂର୍ଯ୍ୟ ଯେଉଁ ଦିଗରେ ଥାଏ ସମୟ ସମୟରେ ତାହାର ବିପରୀତ ଦିଗରେ ଇନ୍ଦ୍ରଧନୁ ଦେଖାଯାଏ ।
- ମେଘରେ ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର ଜଳକଣା ଥାଏ ।
- ଏହି ଜଳକଣାଗୁଡ଼ିକ ଛୋଟ ଛୋଟ ପ୍ରିଜ୍ମ ପରି କାମ କରନ୍ତି । କଳକଣାଗୁଡ଼ିକରେ ଆପତିତ ସୂର୍ଯ୍ୟାଲୋକ ପ୍ରଥମେ ପ୍ରତିସୃତ ଓ ପ୍ରକୀର୍ଣ୍ଣନ ହୁଏ ।
- ଜଳକଣା ମଧ୍ୟରେ ଏହାର ଆଭ୍ୟନ୍ତରୀଣ ପ୍ରତିଫଳନ ହୁଏ ଏବଂ ପରିଶେଷରେ ଏହା ପ୍ରତିସ୍ମୃତ ହୋଇ ଜଳକଣାରୁ ବାହାରି ଆସେ ।
- ଆଲୋକର ପକୀର୍ଣ୍ଣ ନ ଓ ଆଭ୍ୟନ୍ତରୀଣ ପ୍ରତିଫଳନ ଯୋଗୁଁ ଦର୍ଶକର ଚକ୍ଷୁକୁ ବିଭିନ୍ନ ବର୍ଣ୍ଣ ଦେଖାଯାଏ । ଏହାକୁ ଇନ୍ଦ୍ରଧନୁ କହନ୍ତି ।
Question 10.
ଟିଣ୍ଡଲ୍ ସିଦ୍ଧାନ୍ତକୁ ଗୋଟିଏ ଉଦାହରଣ ଦେଇ ବୁଝାଅ !
Answer:
- କୌଣସି ଆଲୋକ ଗୁଚ୍ଛ ଏକ ସୂକ୍ଷ୍ମ କଣିକାଗୁଡ଼ିକ ଉପରେ ପଡ଼ିଲେ ଆଲୋକର ଗତିପଥ ଦୃଶ୍ୟ ହୁଏ । କ୍ଷୁଦ୍ର କଣିକା ଗୁଡ଼ିକଦ୍ବାରା ଆଲୋକ ବିଭିନ୍ନ ଆଡ଼କୁ ପ୍ରତିଫଳିତ ହୁଏ । କଲଏଡ଼ାଲ କଣିକାଗୁଡ଼ିକ ଦ୍ଵାରା ଏପରି ଆଲୋକ ବିଚ୍ଛୁରଣକୁ ଟିଣ୍ଡଲ ସିଦ୍ଧାନ୍ତ କୁହାଯାଏ ।
- ଧୂଆଁପୂର୍ଣ୍ଣ କୋଠରିରେ ଅନେକଗୁଡ଼ିଏ ସୂକ୍ଷ୍ମ କଣିକା ଥାଆନ୍ତି ।
- ଆଲୋକ ରଶ୍ମି କୋଠରି ମଧ୍ୟକୁ ସୂକ୍ଷ୍ମରନ୍ଧ୍ର ସାହାଯ୍ୟରେ ସୂର୍ଯ୍ୟାଲୋକ ପ୍ରବେଶ କରାଇଲେ । ଆପତିତ ଆଲୋକ ରଶ୍ମିରୁ କଣିକାଗୁଡ଼ିକ ଶକ୍ତି ଆହରଣ କରନ୍ତି ।
- କିଛି ଆଲୋକ ରଶ୍ମି ସେଗୁଡ଼ିକର ପୃଷ୍ଠରୁ ବିଚ୍ଛୁରିତ ହୁଏ ।
- ଫଳରେ ଆଲୋକର ଗତିର ଦିଗ ଦୃଶ୍ୟମାନ ହୁଏ ଏବଂ କଣିକାଗୁଡ଼ିକ ଗତି କରୁଥିବାର ଲକ୍ଷ୍ୟ କରାଯାଏ ।
- ଏଠାରେ ଧୁଆଁର କ୍ଷୁଦ୍ର କଣିକା କଲଏଡ଼ାଲ୍ କଣିକା ଅଟନ୍ତି ।
Question 11.
ବିଜ୍ଞାନସମ୍ମତ କାରଣ ଦର୍ଶାଅ ।
(a) ତାରାଗୁଡ଼ିକ କାହିଁକି ଦପ୍ଦପ୍ ହୁଏ ?
ଉ :
- ପୃଥିବୀର ବାୟୁମଣ୍ଡଳର ଉଚ୍ଚତର ସ୍ତର ସମୁଦ୍ର ପତ୍ତନ ଆଡ଼କୁ ଥିବା ବାୟୁସ୍ତର ଅପେକ୍ଷା କମ୍ ଘନ । ତାରାମାନଙ୍କଠାରୁ ଆସୁଥିବା ଆଲୋକ ରଶ୍ମି କ୍ରମାଗତ ଭାବେ କମ୍ ଘନ ମାଧ୍ୟମରୁ ବେଶୀ ଘନ ମାଧ୍ୟମ ଆଡ଼କୁ ଗତିକରି ଥାଏ ।
- ବାୟୁମଣ୍ଡଳର କ୍ରମ ପରିବର୍ତ୍ତିତ ପ୍ରତିସରଣାଙ୍କ ଯୋଗୁଁ ଆଲୋକ ରଶ୍ମି ଅଭିଲମ୍ବ ଆଡ଼କୁ ଅନବରତ ବଙ୍କେଇ ହେଉଥାଏ ଏବଂ କ୍ରମାଗତ ଭାବରେ ପ୍ରତିସ୍ମୃତ ହୋଇ ଆମ ଚକ୍ଷୁ ନିକଟରେ ପହଞ୍ଚେ । ଫଳରେ ତାରାର ଆଭାସୀ ଅବସ୍ଥାନ ତାହାର ପ୍ରକୃତ ଅବସ୍ଥାନ ଅପେକ୍ଷା ଭିନ୍ନ ହୋଇ ସାମାନ୍ଯ ଉପରକୁ ହୁଏ ।
- ବାୟୁସ୍ତରର ଅବସ୍ଥାର ପରିବର୍ତ୍ତନ ହେଉଥିବାରୁ ବହୁଦୂରର ବିନ୍ଦୁ ଉତ୍ସ ପ୍ରାୟ ତାରାର ଆଭାସୀ ଅବସ୍ଥାନ ସାମାନ୍ୟ ଉପର ତଳ ହୋଇ ବଦଳୁଥାଏ । ଫଳରେ ତାରାମାନେ ଦପ୍ ଦପ୍ ହେଲା ପରି ଦିଶେ ।
(b) ଗ୍ରହଗୁଡ଼ିକ କାହିଁକି ଦପ୍ଦପ୍ ହୁଏ ନାହିଁ ?
ଉ :
- ଗ୍ରହଗୁଡ଼ିକ ତାରାମାନଙ୍କ ଅପେକ୍ଷା ପୃଥିବୀର ନିକଟରେ ଥିବାରୁ ବଡ଼ ଦେଖାଯାଆନ୍ତି ।
- ଗ୍ରହମାନଙ୍କର ବିସ୍ତୀର୍ଣ୍ଣ ଆଲୋକ ଉତ୍ସର ବିଭିନ୍ନ ବିନ୍ଦୁରୁ ଏକ ସମୟରେ ଅନେକ ରଶ୍ମି ବାହାରି ବାୟୁମଣ୍ଡଳ ମଧ୍ୟକୁ ଏକ ରଶ୍ମି ଗୁଚ୍ଛ ଭାବେ ପ୍ରବେଶ କରେ ।
- ରଶ୍ମିଗୁଚ୍ଛର ପ୍ରତ୍ୟେକ ବିନ୍ଦୁଉତ୍ସରୁ ଦୀପ୍ତିର ହ୍ରାସବୃଦ୍ଧି ହେଉଥିଲେ ମଧ୍ୟ ସ୍ବତନ୍ତ୍ର ଭାବେ ଜଣା ନ ପଡ଼ି ସବୁ ବିନ୍ଦୁ ଉତ୍ସର ମିଶ୍ରିତ ଦୀପ୍ତି ସମାନ ରହିଲାପରି ଲାଗେ । ତେଣୁ ଗ୍ରହଗୁଡ଼ିକ ଦପ୍ଦପ୍ ନ ହୋଇ ସ୍ଥିର ଆଲୋକ ଦେଲ|ପରି ଜଣ|ପାଏ |
(c) ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ କାହିଁକି ଗାଢ଼ ଲାଲ୍ ଦେଖାଯାଏ ?
ଉ :
- ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ଦିଗ୍ବଳୟ ନିକଟରେ ଥାଆନ୍ତି । ସୂର୍ଯ୍ୟଠାରୁ ଆସୁଥିବା ଆଲୋକ ଦିଗ୍ବଳୟରେ ଥିବା ବାୟୁସ୍ତର ଦେଇ ଏବଂ ବାୟୁମଣ୍ଡଳରେ ଅଧିକ ଦୂରତା ଗତିକରେ ।
- ଫଳରେ ଅଧିକାଂଶ କମ୍ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ନୀଳ ଆଲୋକ କ୍ଷୁଦ୍ର କଣିକାଗୁଡ଼ିକଦ୍ୱାରା ବିଚ୍ଛୁରିତ ହୋଇଥାଏ । ଅଧ୍ଵ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଆଲୋକ ଅତି କମ୍ ମାତ୍ରାରେ ବିଚ୍ଛୁରଣ ହୋଇଥାଏ ।
- ଅଧୂକ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଲାଲ୍ ଆଲୋକ ଆମ ଆଖରେ ପଡ଼େ । ତେଣୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟର ବର୍ଣ୍ଣ ଲାଲ୍ ଦେଖାଯାଏ ।
(d) ଆକାଶ କାହିଁକି ନୀଳ ଦେଖାଯାଏ ?
ଉ :
- ବାୟୁମଣ୍ଡଳରେ ଥିବା ବାୟୁର ଅଣୁଗୁଡ଼ିକ ଏବଂ ଅନ୍ୟ ସୂକ୍ଷ୍ମକଣିକାଗୁଡ଼ିକର ଦୈର୍ଘ୍ୟ ଦୃଶ୍ୟମାନ ଆଲୋକର ତରଙ୍ଗ ଦୈର୍ଘ୍ୟଠାରୁ କମ୍ ।
- ଏହି କଣିକା ଗୁଡ଼ିକ ଅଧ୍ଵ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଲାଲ୍ ଆଲୋକ ବିଚ୍ଛୁରଣ ନ କରି କମ୍ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ନୀଳ ଆଲୋକ ବିଚ୍ଛୁରଣ କରନ୍ତି । ଏହି ବିଚ୍ଛୁରିତ ନୀଳ ଆଲୋକ ଆମ ଚକ୍ଷୁରେ ପ୍ରବେଶ କରୁଥିବାରୁ ଆକାଶ ନୀଳ ଦେଖାଯାଏ ।
(e) ମହାକାଶଚାରୀମାନଙ୍କୁ ଆକାଶ କାହିଁକି ନୀଳ ପରିବର୍ତ୍ତେ ଅନ୍ଧାରୁଆ ଜଣାଯାଏ ?
ଉ :
- ମହାକାଶରେ ବାୟୁମଣ୍ଡଳ ନଥାଏ । ବାୟୁର କ୍ଷୁଦ୍ରକଣିକା ନ ଥିବାରୁ ଆଲୋକର ବିଚ୍ଛୁରଣ ଘଟେ ନାହିଁ ।
- ମହାକାଶଚାରୀମାନେ 20 km ରୁ ଅଧିକ ଉଚ୍ଚତାରେ ଏହାକୁ ପର୍ଯ୍ୟବେକ୍ଷଣ କରିଥାନ୍ତି । ତେଣୁ ମହାକାଶଚାରୀମାନଙ୍କୁ ଆକାଶ ନୀଳ ପରିବର୍ତ୍ତେ ଅନ୍ଧାରୁଆ ଦେଖାଯାଏ ।
(f) ଲାଲ ବର୍ଷକୁ କାହିଁକି ବିପଦ ସଂକେତ ରୂପେ ବ୍ୟବହାର କରାଯାଏ ?
ଉ :
- ଦୃଶ୍ୟବର୍ଣ୍ଣାଳୀରେ ଲାଲ୍ସ ବର୍ଣ୍ଣର ତରଙ୍ଗର ଦୈର୍ଘ୍ୟ ସର୍ବାଧିକ ।
- ଲାଲ୍ ବର୍ଷର ଆଲୋକ କୁହୁଡ଼ି, ଧୂଳିକଣା କିମ୍ବା କଲଏଡ୍ କଣିକାଦ୍ଵାରା ଅତ୍ୟନ୍ତ କମ୍ ( ସର୍ବନିମ୍ନ) ବିଚ୍ଛୁରଣ ହୁଏ । ତେଣୁ ଲାଲ୍ ବର୍ଷର ଆଲୋକ କୁହୁଡ଼ି ଏବଂ ଧୂଆଁଳିଆ ପାଗ ସମୟରେ ବହୁତ ଦୂରକୁ ଦେଖାଯାଏ । ତେଣୁ ଲାଲ୍ ବର୍ଷକୁ ବିପଦ ସଂକେତ ରୂପେ ବ୍ୟବହାର କରାଯାଏ ।
ପ୍ରଶ୍ନବଳୀ ଓ ଉତ୍ତର:
Question 1.
ଚକ୍ଷୁର ସମାୟୋଜନ ପାୱାର କାହାକୁ କହନ୍ତି ?
Answer:
ଚକ୍ଷୁ ଲେନସ୍ ଫୋକସ୍ ଦୂରତାକୁ ଆବଶ୍ୟକତା ଅନୁଯାୟୀ ବଦଳାଇବା ସାମର୍ଥ୍ୟକୁ ସମାୟୋଜନ ପାୱାର କୁହାଯାଏ ।
Question 2.
ସମୀପ ଦୃଷ୍ଟି ଥିବା ଜଣେ ବ୍ୟକ୍ତିର 1.2m ରୁ ଅଧିକ ଦୂରରେ ଗୋଟିଏ ବସ୍ତୁ ଥିଲେ ସେ ଭଲ ଭାବରେ ତାକୁ ଦେଖିପାରେ ନାହିଁ । ସେ କେଉଁ ପ୍ରକାର ଲେନ୍ସର ଚଷମା ବ୍ୟବହାର କଲେ ଏହି ଦୋଷ ଦୂର ହେବ ?
ଏଠାଚେ ତୂର ବିତୃର ତୃରତା = 1.2 ମି
ଲେନସ୍ର ପାୱାର, P = \(\frac { 1 }{ f }\) = – \(\frac { 1 }{ 1.2 }\) = \(\frac { -10 }{ 12 }\) = – \(\frac { 5 }{ 6 }\) = – 0.83 D.
ପାୱାର ବିଯୁକ୍ତାତ୍ମକ ହୋଇଥିବାରୁ ବ୍ୟକ୍ତି ଜଣକ ଅବତଳ ଲେନ୍ସର ଚଷମା ବ୍ୟବହାର କଲେ ଏହି ଦୋଷ ଦୂର ହେବ ।
Question 3.
ସ୍ଵାଭାବିକ ଦୃଷ୍ଟିଯୁକ୍ତ ବ୍ୟକ୍ତିମାନଙ୍କର ସ୍ପଷ୍ଟ ଦର୍ଶନର ଦୂରବିନ୍ଦୁ ଓ ନିକଟ ବିନ୍ଦୁ କ’ଣ ?
Answer:
ସାଧାରଣ ସୁସ୍ଥ ଚକ୍ଷୁର ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତାକୁ ଚକ୍ଷୁର ନିକଟ ବିନ୍ଦୁ (Near point) କୁହାଯାଏ । ସୁସ୍ଥ ଚକ୍ଷୁ ଯେଉଁ ଦୂରତା ପର୍ଯ୍ୟନ୍ତ ସ୍ପଷ୍ଟଭାବରେ ଦେଖାରେ ତାହାକୁ ଦୂରବିନ୍ଦୁ (Far point) କୁହାଯାଏ । ସ୍ୱାଭାବିକ ଦୃଷ୍ଟି ପାଇଁ ଦୂରବିନ୍ଦୁ ହେଉଛି ଅନନ୍ତ ଦୂରତା ଓ ନିକଟ ବିନ୍ଦୁ ହେଉଛି 25 ସେ.ମି. ।
Question 4.
ଜଣେ ଛାତ୍ର ଶ୍ରେଣୀର ପଛ ବେଞ୍ଚରେ ବସି ବ୍ଲାକବୋର୍ଡ଼ରେ ଯାହା ଲେଖାଯାଉଛି ତାହାକୁ ଦେଖିପାରୁ ନାହିଁ । ପିଲାଟିର କେଉଁ ପ୍ରକାର ଦୃଷ୍ଟି ଦୋଷ ଅଛି ? ଏହା କିପରି ଦୂର କରାଯାଇପାରିବ ?
Answer:
ପିଲାଟିର ସମୀପ ଦୃଷ୍ଟି ଦୋଷ ଅଛି । ଉପଯୁକ୍ତ ଫୋକସ୍ ଦୂରତା ବିଶିଷ୍ଟ ଅବତଳ ଲେନ୍ସର ଚଷମା ବ୍ୟବହାର କରିବ ।
କାର୍ଯ୍ୟାବଳୀ (Activity)
କାର୍ଯ୍ୟାବଳୀ- 1 (Activity-1)
ସ୍ଵଚ୍ଛ ପ୍ରିଜମ୍ରେ ଆଲୋକ ରଶ୍ମିର ପ୍ରତିସରଣ, ଆପତନ କୋଣ, ପ୍ରିଜମ୍ର କୋଣ, ବିଚଳନ କୋଣ, ନିର୍ଗତ କୋଣ,
ଆବଶ୍ୟକ ଉପକରଣ :
(a) କାଚ ପ୍ରିଜମ୍, (b) ଡ୍ରଇଂ ବୋର୍ଡ଼, (c) ଡ୍ରଇଂ ପିନ୍, (d) ଆଲ୍ପିନ୍, (e) ଜ୍ୟାମିତି ବାକ୍ସ (f) ଏକ ଫର୍ଦ୍ଦ ଧଳା କାଗଜ ।
ପର1କ୍ଷଣ:
- ଗୋଟିଏ ଡ୍ରଇଂ ବୋର୍ଡ଼ ସଂଗ୍ରହ କର ।
- ଏହା ଉପରେ ଏକ ଫର୍ଜ ଧଳା କାଗଜ ପିନ୍ ସାହାଯ୍ୟରେ ଚପାଇ ରଖ । ଗୋଟିଏ କାଚ ପ୍ରିଜ୍ମର ତ୍ରିଭୁଜାକାର ପୃଷ୍ଠକୁ ଏହି କାଗଜ ଉପରେ ରଖ । ପେନ୍ ସିଲ ସାହାଯ୍ୟରେ ଫ୍ରିଜ୍ମର ପରିସୀମା ଅଙ୍କନ କର ।
- ଏହି ତ୍ରିଭୁଜର ଗୋଟିଏ ପୃଷ୍ଠ AB ପ୍ରତି ଏକ ତୀର୍ଯ୍ୟକ୍ ସରଳରେଖା PE ଅଙ୍କନ କର ଏବଂ ଏହା ଉପରେ ଦୁଇଟି ପିନ୍ P ଓ Q ବିନ୍ଦୁରେ ପୋତ ।
PE – ଆପତନ ରଶ୍ମି, EF – ପ୍ରତିସୃତ ରଶ୍ମି, FS – ନିର୍ଗତ ରଶ୍ମି, ∠A = ପ୍ରିଜ୍ମର କୋଣ, ∠i = ଆପତନ କୋଣ, ∠r = ପ୍ରତିସୃତ କୋଣ , ∠e – ନିର୍ଗତ କୋଣ, ∠D = ବିଚଳନ କୋଣ - P ଓ Q ବିନ୍ଦୁରେ ପୋତାଯାଇଥିବା ପିଦ୍ଵୟର ପ୍ରତିବିମ୍ବ ପ୍ରଜ୍ମର ଅନ୍ୟ ପୃଷ୍ଠ AC ପାର୍ଶ୍ବରେ ଦେଖ । R ଓ S ବିନ୍ଦୁରେ ଦୁଇଟି ପିନ୍ ଏପରି ପୋଡ ଯେ ଏହି
- ପିଦ୍ଵୟର ମୂଳ ଏବଂ P ଓ Q ବିନ୍ଦୁରେ ଥିବା ପିୟର ପ୍ରତିବିମ୍ବର ମୂଳ ଏକ ସରଳରେଖାରେ ରହିବ ।
- ବର୍ତ୍ତମାନ ପିନ୍ଗୁଡ଼ିକ ଏବଂ ପ୍ରିଜ୍ମକୁ ଧଳା କାଗଜ ଉପରୁ କାଢ଼ି ନିଅ ।
- PQ ସରଳରେଖା ପ୍ରିଜ୍ମର ପରିସୀମାକୁ E ବିନ୍ଦୁରେ ଛେଦ କରିବ । ସେହିଭଳି RS ସରଳରେଖା ପ୍ରିଜ୍ର ପରିସୀମାକୁ F ବିନ୍ଦୁରେ ଛେଦ କରିବ ।
- E ଓ F ବିନ୍ଦୁଦ୍ଵୟକୁ ଯୋଗକର । ଏହା ପ୍ରତିସରଣ ରଶ୍ମିପଥ ।
- ପ୍ରତିସରଣ ପୃଷ୍ଠ AB ଓ AC ପ୍ରତି ଅଭିଲମ୍ବ ଗୁଡ଼ିକ ଯଥାକ୍ରମେ E ଓ F ଠାରେ ଅଙ୍କନ କର ।
ଏବେ ଆପତନ କୋଣ (i), ପ୍ରତିସରଣ କୋଣ (r) ଏବଂ ନିର୍ଗତ କୋଣ (e) ଚିହ୍ନିତ କର ।
ପର୍ଯ୍ୟବେକ୍ଷଣ :
- PE ଆପତିତ ରଶ୍ମି, AB ପୃଷ୍ଠରେ ପ୍ରଥମେ ପ୍ରବେଶ କରି ପ୍ରତିସୃତ ହେଲାବେଳେ EF ଦିଗରେ ଅଭିଲମ୍ବ NN’ ଆଡ଼କୁ ବଙ୍କେଇ ଆସେ ।
- ସେହିପରି EF ଆଲୋକ ରଶ୍ମି କାଚରୁ ବାୟୁକୁ ଦ୍ବିତୀୟ ପୃଷ୍ଠ ACର F ବିନ୍ଦୁଠାରେ ପ୍ରତିସୃତ ହୋଇ ES ନିର୍ଗତ ରଶ୍ମି MM’ ଅଭିଲମ୍ବଠାରୁ ଦୁରେଇ ଯାଇଛି।
- ଆପତନ କୋଣ ∠i, ପ୍ରିଜ୍ର କୋଣ ∠A, ନିର୍ଗତ କୋଣ ∠e, ବିଚଳନ କୋଣ m∠D ମାପ ।
- ପୂର୍ବରୁ ଆୟତାକାର କାଚ ସ୍କାଚ୍ରେ ଆଲୋକର ପ୍ରତିସରଣ ରଶ୍ମି ବଙ୍କେଇଲାଭଳି ଏଠାରେ ହେଉନାହିଁ ।
ସିଦ୍ଧାନ୍ତ :
ପ୍ରିଜିମ୍ ତ୍ରିଭୁଜାକାର ଆକୃତି ହେତୁ ଦୁଇ ଆୟତାକାର ପ୍ରତିସରଣ ପୃଷ୍ଠ ପରସ୍ପର ସହ କୋଣ କରି ରହିଥିବାରୁ ନିର୍ଗତ ରଶ୍ମି ଆପତନ ରଶ୍ମି ସହିତ କୋଣ କରି ବଙ୍କାଇଥାଏ । ଏହି କୋଣକୁ ବିଚଳନ କୋଣ (Angle of deviation) କୁହାଯାଏ । i + e = A + D
କାର୍ଯ୍ୟାବଳୀ -2 (Activity-2)
ଆବଶ୍ୟକ ଉପକରଣ :
କାଚ ଫ୍ରିଜମ୍, ମୋଟା କାର୍ଡ଼ବୋର୍ଡ, ଗୋଟିଏ ପରଦା !
ପରୀକ୍ଷଣ :
- ଗୋଟିଏ ମୋଟା କାର୍ଡ଼ବୋର୍ଡ଼ ସଂଗ୍ରହ କର ଏବଂ ମଝିରେ ସୂକ୍ଷ୍ମ ରନ୍ଧ୍ରଟିଏ କର ।
- ଏହି ରନ୍ଧ୍ର ଦେଇ ଧଳା ସୂର୍ଯ୍ୟାଲୋକ ପ୍ରବେଶ କରାଅ ଏବଂ ଏହାକୁ ଗ୍ଲାସ୍ ପ୍ରିଜମ୍ର ଗୋଟିଏ ପ୍ରତିସରଣ ପୃଷ୍ଠ ଉପରେ ପକାଅ ।
- ପ୍ରିଜ୍ମକୁ ଧୀରେ ଧୀରେ ଘୂରାଇ ପ୍ରତିସୃତ ରଶ୍ମିକୁ ନିକଟସ୍ଥ କାନ୍ଥ ବା ପରଦାରେ ଦେଖି ।
ପର୍ଯ୍ୟବେକ୍ଷଣ :
ପ୍ରିଜ୍ମ ଆପତିତ ଧଳା ଆଲୋକକୁ ବଣ୍ଡ ପଟ୍ଟିରେ ପରିଣତ କଲା । ପରଦାରେ ବିଭିନ୍ନ ବର୍ଣ୍ଣର ପଟ୍ଟ (Colour bands) ନିର୍ଦ୍ଦିଷ୍ଟ କ୍ରମରେ ଅଛି । ବଣ୍ଡ ଗୁଡ଼ିକର କ୍ର ମ ବାଇଗଣୀ, ଘନନୀଳ, ନୀଳ, ସବୁଜ, ହଳଦିଆ, ନାରଙ୍ଗୀ ଓ ଲାଲ୍ । ମୂଳ ଅକ୍ଷରକୁ ଲେଖିଲେ ହେବ ବାଘନୀସହନାଲା । ଧଳା ଆଲୋକର ଏହି ବର୍ଷ (ବାଘନୀ ସହନାଲ।) ଅଂଶଗୁଡ଼ିକୁ ବର୍ଣ୍ଣାଳୀ (Spectrum) କହନ୍ତି ।
ସିଦ୍ଧାନ୍ତ :
- ପ୍ରିଜମ୍ରେ ବିଭିନ୍ନ ବର୍ଷର ଆଲୋକର ବେଗ ଓ ପ୍ରତିସରଣାଙ୍କ ପୃଥକ୍ ପୃଥକ୍ ହେଉଥିବାରୁ ପ୍ରତିସରଣ ଅନୁସାରେ ବଣ୍ଡଳୀ ସୃଷ୍ଟିହୁଏ ।
- ବାଇଗଣୀ ଆଲୋକ ଅଧିକ ବଙ୍କାଇଥାଏ ଏବଂ ଲାଲ୍ ଆଲୋକ କମ୍ ବଙ୍କେଇଥାଏ ।
- ମିଶ୍ରିତ ବର୍ଣ୍ଣ ଧଳା ଆଲୋକରୁ ବଣ୍ଡାଳୀ ସୃଷ୍ଟିର ଏହି ପ୍ରକ୍ରିୟାକୁ ଆଲୋକର ପ୍ରକୀର୍ଣ୍ଣନ କହନ୍ତି ।
ଧଳା ଆଲୋକର ବର୍ଣ୍ଣ ଫରଚନା:
ସୂର୍ଯ୍ୟାଲୋକ ଭଳି ଧଳା ଆଲୋକ ସାତଟି ସ୍ଵତନ୍ତ୍ର ବର୍ଣ୍ଣର ମିଶ୍ରଣ ଅଟେ ।
- ପ୍ରଥମେ ବୈଜ୍ଞାନିକ ସାର୍ ଆଇଜାକ୍ ନିଉଟନ୍ ପ୍ରିଜମ୍ଦ୍ୱାରା ସୂର୍ଯ୍ୟାଲୋକର ପ୍ରତିସରଣ କରାଇ ବର୍ଣ୍ଣାଳୀ ସୃଷ୍ଟି କରିଥିଲେ ।
- ଧଳା ଆଲୋକକୁ ପ୍ରିଜମ୍ର ଗୋଟିଏ ପ୍ରତିସରଣ ପୃଷ୍ଠ ଉପରେ ପକାଇଲେ ପ୍ରିଜମ୍ର ଅପର ପ୍ରତିସରଣ ପୃଷ୍ଠଦେଇ ଧଳା ଆଲୋକରେ ଥିବା ମୂଳ ମିଶ୍ର ବର୍ଣ୍ଣର ଆଲୋକ ଅଂଶସବୁ ବିଭିନ୍ନ କୋଣରେ ବାହାରି ଆସିବ ।
- ପ୍ରିଜମ୍ଠାରୁ ଅଳ୍ପ ଦୂରରେ ଖଣ୍ଡିଏ ଧଳା କାଗଜରେ ବା ଧଳା କାନ୍ଥରେ ଏହି ବର୍ଣ୍ଣାଳୀକୁ ଅନୁଧ୍ୟାନ କରାଯାଇପାରିବ ।
- ପ୍ରିଜମ୍ର ଭୂମି ଆଡୁ ଉପରକୁ ଦେଖିଲେ ଆଲୋକଗୁଡ଼ିକର ବର୍ଣ୍ଣ ବାଇଗଣି, ଘନନୀଳ, ନୀଳ, ହଳଦିଆ, ନାରଙ୍ଗୀ ଓ ଲାଲ୍ ।
- ଏହି ସପ୍ତବର୍ଷର ଆଲୋକରୁ ଆଉ ଗୋଟିଏ ଏକା ପ୍ରକାରର ପ୍ରିଜମ୍କୁ ଓଲଟାଇ ରଖ୍ ତା’ ଭିତରକୁ ବର୍ଣ୍ଣାଳୀକୁ ପ୍ରବେଶ କରାଇଲେ, ଯେଉଁ ଆଲୋକ ଦ୍ଵିତୀୟ ପ୍ରିଜ୍ମରୁ ନିର୍ଗତ ହେବ ତାହା ମୂଳ ଆଲୋକଟି ଭଳି ଧଳା ।
- ଏହି ପରୀକ୍ଷଣରୁ ନିଉଟନ୍ ପ୍ରମାଣ କଲେ ଯେ ସୂର୍ଯ୍ୟାଲୋକ ସାତଟି ବର୍ଷର ଆଲୋକର ସମଷ୍ଟି ଏବଂ ପ୍ରିଜମ୍ କେବଳ ବର୍ଣ୍ଣଗୁଡ଼ିକୁ ପୃଥକ୍ କରି (ପ୍ରକୀର୍ଣ୍ଣନଦ୍ଵାରା) ବର୍ଣ୍ଣାଳୀ ସୃଷ୍ଟିରେ ସହାୟକ ହୁଏ ।
- ଯେ କୌଣସି ଆଲୋକ ସୂର୍ଯ୍ୟାଲୋକ ଭଳି ବର୍ଣ୍ଣାଳୀ ସୃଷ୍ଟିକଲେ ତାହାକୁ ଧଳା ଆଲୋକ କହନ୍ତି ।
ଇନ୍ଦ୍ରଧନୁ (Rainbow) :
- ବର୍ଷାଦିନେ ଆକାଶରେ ସୂର୍ଯ୍ୟ ଯେଉଁ ଦିଗରେ ଥାଏ ସମୟ ସମୟରେ ତାହାର ବିପରୀତ ଦିଗରେ ଇନ୍ଦ୍ରଧନୁ ଦେଖାଯାଏ ।
- ମେଘରେ ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର ଜଳକଣା ଥାଏ ।
- ଜଳକଣାଗୁଡ଼ିକ ଛୋଟ ଛୋଟ ପ୍ରିଜମ୍ ଭଳି କାର୍ଯ୍ୟ କରନ୍ତି ।
- ଜଳକଣାଗୁଡ଼ିକରେ ପଆପତିତ ସୂର୍ଯ୍ୟାଲୋକ ପ୍ରଥମେ ପ୍ରତିସୃତ ଓ ପ୍ରକୀର୍ଷିତ ହୁଏ ।
- ତାହାପରେ ଜଳକଣା ମଧ୍ୟରେ ଏହାର ଆଭ୍ୟନ୍ତରୀଣ ପ୍ରତିଫଳନ ହୁଏ ଓ ପରିଶେଷରେ ଏହା ପ୍ରତିସୃତ ହୋଇ ଜଳକଣାରୁ ବାହାରି ଆସେ ।
- ଆଲୋକର ପ୍ରକୀର୍ଣ୍ଣ ନ ଓ ଆଭ୍ୟନ୍ତରୀଣ ପ୍ରତିଫଳନ ଯୋଗୁଁ ଦର୍ଶକର ଚକ୍ଷୁକୁ ବିଭିନ୍ନ ବର୍ଷ ଦେଖାଯାଏ, ଏହାକୁ ଇନ୍ଦ୍ରଧନୁ କୁହାଯାଏ ।
- ଖରାଦିନେ ସୂର୍ଯ୍ୟକୁ ପଛ କରି ଜଳ ପ୍ରପାତ ବା ଝରଣାର ଜଳକଣା ମଧ୍ୟକୁ ଚାହିଁଲେ ଇନ୍ଦ୍ରଧନୁ ପଡ଼ିଲା ପରି ଦିଶେ ।
କାର୍ଯ୍ୟାବଳୀ-3 (Activity-3)
ଆବଶ୍ୟକ ଉପକରଣ :
ଦୁଇଟି ଉତ୍ତଳ ଲେନସ୍ (L1 ଓ L2), ସ୍ବଚ୍ଛ ଜଳପୂର୍ଣ୍ଣ କାଚ ପାତ୍ର (T) (2 lit), ଆଲୋକ ଉତ୍ସ (S) ବୃତ୍ତାକାର ରନ୍ଧ୍ର ବିଶିଷ୍ଟ କାର୍ଡ଼ବୋର୍ଡ଼, MN ପରଦା, 200 ଗ୍ରାମ୍ ସୋଡ଼ିୟମ୍ ଥାଓସଲଫେଟ୍, 1 ରୁ 2 ମିଲି ଲି. ଗାଢ଼ ସଲ୍ଫ୍ୟୁରିକ୍ ଏସିଡ୍ ।
ପରୀକ୍ଷଣ :
- ଚିତ୍ରରେ ପ୍ରଦର୍ଶିତ ହେଲାଭଳି ଗୋଟିଏ ଅଭିସାରୀ (Converging) ଉତ୍ତଳ ଲେନ୍ ସ (L1)ର ଫୋକସ୍ ରେ ଗୋଟିଏ ଧଳା ଆଲୋକ ଉତ୍ସ ରଖ ।
- ଏହି ଲେନ୍ସ (L1 )ରୁ ନିର୍ଗତ ହେଉଥିବା ସମାନ୍ତରାଳ ଆଲୋକ ରଶ୍ମିଗୁଡ଼ିକୁ ସ୍ବଚ୍ଛ ଜଳପୂର୍ଣ୍ଣ କାଚପାତ୍ର (T) ମଧ୍ୟରେ ଯିବାକୁ ଦିଅ ।
- ତାହାପରେ ଆଲୋକ ରଶ୍ମିଗୁଚ୍ଛକୁ ଏକ କାର୍ଡ଼ବୋର୍ଡ଼ର ବୃତ୍ତାକାର ରନ୍ଧ୍ର (C)ଦେଇ ଛାଡ଼ । ତାହା ଅନ୍ୟ ଗୋଟିଏ ଉତ୍ତଳ ଲେନ୍ସ (L2) ମଧ୍ୟରେ ଯାଇ MN ପରଦାରେ ଚିତ୍ରରେ ପ୍ରଦର୍ଶିତ ହେଲାଭଳି ପଡ଼ୁ ।
- 200 ଗ୍ରାମ୍ ସୋଡ଼ିୟମ୍ ଥାଓସଲ୍ଫେଟ୍ 2 ଲିଟର ଜଳରେ ଦ୍ରବୀଭୂତ କରି କାଚପାତ୍ର (T) ମଧ୍ୟରେ ରଖ । 1 ରୁ 2 ମିଲି ଲିଟର ଗାଢ଼ ସଫ୍ୟୁରିକ୍ ଏସିଡ୍ ଏହି ଦ୍ରବଣରେ ମିଶାଅ ।
ପର୍ଯ୍ୟବେକ୍ଷଣ:
- ଦୁଇ ବା ତିନି ମିନିଟ୍ ମଧ୍ଯରେ ଅତି ସୂକ୍ଷ୍ମ ସଲ୍ଫର କଣିକାଗୁଡ଼ିକ ଫେଣ ଆକାରରେ ଭାସୁଥିବାର ଦେଖାଯିବ ।
- ସଲ୍ଫର କଣିକାଗୁଡ଼ିକ ସୃଷ୍ଟି ହେଲେ, କାଚପାତ୍ର (T) ର ତିନିପାଖରୁ ନୀଳ ଆଲୋକ ଆସୁଥିବାର ଦେଖାଯିବ ।
- ବୃତ୍ତାକାର ରନ୍ଧ୍ର (C) ଦେଇ ସଞ୍ଚାରିତ ଆଲୋକ ଲେନ୍ସ (L2) ଦ୍ୱାରା ପ୍ରତିସୃତ ହେଲାପରେ MN ପରଦାରେ ପ୍ରଥମେ ଲାଲ୍ ମିଶା ନାରଙ୍ଗୀ ଓ ପରେ ଗାଢ଼ ଲାଲ୍ ବର୍ଷର ଆଲୋକ ଦେଖାଯିବ ।
ସିଦ୍ଧାନ୍ତ :
ସଲ୍ଫର କଣିକାଗୁଡ଼ିକ ଅତି କ୍ଷୁଦ୍ର ହୋଇଥିବାରୁ ସେଗୁଡ଼ିକ କମ୍ ତରଙ୍ଗ ଦୈର୍ଘ୍ୟବିଶିଷ୍ଟ ନୀଳ ଆଲୋକ ବିଚ୍ଛୁରଣ କରନ୍ତି । କିନ୍ତୁ ବୃତ୍ତାକାର ରନ୍ଧ୍ରର ସମ୍ମୁଖରେ ଥିବା କାଚପାତ୍ରର ପାର୍ଶ୍ଵରୁ ସଞ୍ଚରିତ ଆଲୋକର ରଙ୍ଗ ଲାଲ୍ ମିଶା ନାରଙ୍ଗୀ ହୋଇ ବୃହତ୍ତର ଆକାରର କଲଏଡ଼ାଲ୍ କଣିକା ଗଠନ କରନ୍ତି । ସେହି ବୃହତ୍ତର କଣିକାଗୁଡ଼ିକ ଅଧ୍ଵକ ନାରଙ୍ଗୀ ଆଲୋକ ବିଚ୍ଛୁରଣ କରନ୍ତି । ତେଣୁ କାଚପାତ୍ରର ସମସ୍ତ ପାର୍ଶ୍ବରୁ ନିର୍ଗତ ସଞ୍ଚରିତ ଆଲୋକର ବର୍ଷ ଗାଢ଼ ଲାଲ୍ ଦେଖାଯାଏ ।