Odisha State Board BSE Odisha 10th Class Political Science Notes Chapter 2 ସାମ୍ବିଧାନିକ ବ୍ୟବସ୍ଥା will enable students to study smartly.
BSE Odisha Class 10 Political Science Notes Chapter 2 ସାମ୍ବିଧାନିକ ବ୍ୟବସ୍ଥା
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ :
- ସ୍ଵାଧୀନତା ପ୍ରାପ୍ତି ପରଠାରୁ ଆମ ଦେଶରେ ଗଣତନ୍ତ୍ର ଶାସନର ପ୍ରତିଷ୍ଠା ହେଲା ।
- ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖ ଦିନଠାରୁ ପ୍ରଚଳିତ ନୂତନ ସମ୍ବିଧାନ ମାଧ୍ୟମରେ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଘୋଷଣା କରାଗଲା ।
- ବର୍ତ୍ତମାନ ବିଶ୍ଵରେ ପ୍ରାୟତଃ ୧୩୦ଟି ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ରହିଛି ।
- ଗଣତନ୍ତ୍ର ଶାସନରେ ପ୍ରତ୍ୟେକ ନାଗରିକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଦେଶ ଶାସନରେ ଅଂଶଗ୍ରହଣ କରୁଥିବାରୁ, ଏହି ଶାସନକୁ ଲୋକମାନଙ୍କର ଶାସନ କୁହାଯାଏ ।
- ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ସାର୍ବଭୌମ କ୍ଷମତାର ଅଧିକାରୀ ।
- ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ ବାସ୍ତବରେ କହିଥିଲେ, ‘ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କଦ୍ୱାରା ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଶାସନ ।’’
- ରାଜନୀତିର୍ବିଜ୍ଞାନୀ ସିଲିଙ୍କ ମତରେ, ‘‘ଯେଉଁ ସରକାରରେ ପ୍ରତ୍ୟେକ ବ୍ୟକ୍ତି ଅଂଶଗ୍ରହଣ କରିଥା’ନ୍ତି, ତାହାକୁ ଗଣତନ୍ତ୍ର କୁହାଯାଏ ।’’
- ଗଣତନ୍ତ୍ର ମୁଖ୍ୟତଃ ଦୁଇ ପ୍ରକାରର; ଯଥା – ପ୍ରତ୍ୟକ୍ଷ ଗଣତନ୍ତ୍ର ଓ ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ର ।
- ପ୍ରାଚୀନ ଗ୍ରୀସ୍ ଦେଶର ‘ନଗର ରାଜ୍ୟ’ରେ ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥା କାର୍ଯ୍ୟ କରୁଥିଲା । ଏହିସବୁ ନଗର ରାଜ୍ୟର ଆୟତନ କ୍ଷୁଦ୍ର ଓ ଲୋକସଂଖ୍ୟା କମ୍ ହେତୁ ନଗର ରାଜ୍ୟର ସମସ୍ତ ଅଧିବାସୀ ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାବରେ ସାମିଲ ହୋଇପାରୁଥିଲା । କିନ୍ତୁ ଏବେ ବହୁଳ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ତାହା ସମ୍ଭବ ହୋଇପାରୁ ନାହିଁ ।
- ଆମ ଦେଶରେ ଜନସଂଖ୍ୟା ଓ ଆୟତନର ବିଶାଳତା ଦୃଷ୍ଟିରୁ ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହୋଇଛି ।
- ଭାରତ ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଇତ୍ୟାଦି ଅନେକ ଦେଶରେ ଏହି ପ୍ରକାର ଶାସନ ବ୍ୟବସ୍ଥା ପ୍ରଚଳିତ ।
→ ଭାରତର ସମ୍ବିଧାନରେ ପ୍ରଦତ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା :
- କ୍ୟାବିନେଟ୍ ମିଶନ୍ର ପ୍ରସ୍ତାବ ଅନୁଯାୟୀ ସ୍ଵାଧୀନ ଭାରତ ପାଇଁ ଏକ ନୂତନ ସମ୍ବିଧାନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏକ ସମ୍ବିଧାନ ପ୍ରଣୟନ ସଭା ଗଠନ କରାଗଲା । ଏହାର ପ୍ରଥମ ବୈଠକ ୧୯୪୬ ମସିହା ଡିସେମ୍ବର ମାସ ୯ ତାରିଖରେ ବସିଥିଲା ଏବଂ ଦୀର୍ଘ ୨ ବର୍ଷ ୧୧ ମାସ ୧୮ ଦିନ ଧରି କାର୍ଯ୍ୟ ଚାଲିବା ପରେ ୧୯୪୯ ମସିହା ନଭେମ୍ବର ମାସ ୨୬ ତାରିଖରେ ନୂତନ ସମ୍ବିଧାନ ପ୍ରଣୟନ କାର୍ଯ୍ୟ ଶେଷ ହେଲା ।
- ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ସମ୍ବିଧାନ ପ୍ରଣୟନ ସଭାରେ ନୂତନ ସମ୍ବିଧାନ ଗୃହୀତ ହେଲା ।
- ଡଃ ଭୀମରାଓ ଆମ୍ବେଦକର ଏହି କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
- ଲୋକମାନଙ୍କର ସ୍ଵାଧୀନତା ଓ ସମାନତା ଉପରେ ଗୁରୁତ୍ଵ ପ୍ରଦାନ, ଶାସନରେ ଲୋକମାନଙ୍କର ଅଂଶଗ୍ରହଣ ନିମନ୍ତେ ସ୍ଵାଧୀନ ଓ ନିରପେକ୍ଷ ନିର୍ବାଚନ ବ୍ୟବସ୍ଥା ଓ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଆମ ସମ୍ବିଧାନରେ ରହିଛି ।
- ସମ୍ବିଧାନର ଆରମ୍ଭରେ ଏକ ‘ପ୍ରସ୍ତାବନା’ ବା ‘ପ୍ରାକ୍କଥନ’ ରହିଛି, ଯାହା ସମ୍ବିଧାନର ମୁଖବନ୍ଧ ସ୍ୱରୂପ । ଏଥିରେ ଭାରତର ଜନସାଧାରଣଙ୍କ ସାର୍ବଭୌମ କ୍ଷମତାର ଅଧିକାରୀ ଭାବରେ ସଚିତ କରାଯାଇଛି ।
- ଭାରତରେ ପରୋକ୍ଷ ବା ପ୍ରତିନିଧୂମୂଳକ ସଂସଦୀୟ ଗଣତନ୍ତ୍ରର ବ୍ୟବସ୍ଥା ରହିଛି । ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କୁ ନେଇ ଭାରତର ସଂସଦ ଗଠିତ ହୋଇଛି ।
- ଲୋକସଭା (ନିମ୍ନ ସଦନ)ର ସଭ୍ୟମାନେ ଲୋକମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ଏବଂ ରାଜ୍ୟସଭା (ଉଚ୍ଚ ସଦନ)ର ସଦସ୍ୟମାନେ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
- ଲୋକସଭାରେ ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ସମର୍ଥନ ପାଇଥିବା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଲୋକସଭା ନିକଟରେ ସାମୂହିକ ଭାବେ ଉତ୍ତରଦାୟୀ ରହିଥାଏ ।
- ରାଜ୍ୟ ସ୍ତରରେ ବିଧାନସଭାର ସଦସ୍ୟମାନେ ଜନସାଧାରଣଙ୍କଦ୍ବାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୁଅନ୍ତି । ଯେଉଁ ରାଜ୍ୟରେ ବିଧାନ ପରିଷଦ ଅଛି ସେଠାରେ ବିଧାନ ପରିଷଦର ସଦସ୍ୟମାନେ ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି ।
- ଆମ ଦେଶରେ ୫ ଗୋଟି ରାଜ୍ୟରେ ବିଧାନ ପରିଷଦ ରହିଛି । ସେହି ରାଜ୍ୟଗୁଡ଼ିକ ହେଉଛି – ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ । ଆନ୍ଧ୍ରପ୍ରଦେଶରେ ୨୦୦୭ ମସିହାରେ ବିଧାନ ପରିଷଦ ପୁନଃ ସ୍ଥାପିତ ହୋଇଛି । ୧୯୮୫ ମସିହାରେ ଏହା ଉଠିଯାଇଥିଲା ।
- ବିଧାନସଭାର ସଂଖ୍ୟାଗରିଷ୍ଠ ଦଳର ନେତା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବାଧୀନ ରାଜ୍ୟ ମନ୍ତ୍ରିମଣ୍ଡଳ ରାଜ୍ୟ ବିଧାନସଭା ନିକଟରେ ଏହାର ସମସ୍ତ କାର୍ଯ୍ୟକଳାପ ପାଇଁ ସାମୁହିକ ଭାବରେ ଉତ୍ତରଦାୟୀ ରହନ୍ତି ।
- ୭୩ତମ ଓ ୭୪ତମ ସମ୍ବିଧାନ ସଂଶୋଧନ ଆଇନ ଜରିଆରେ ଭାରତର ସମ୍ବିଧାନରେ ନିର୍ବାଚନଭିଭିକ ସ୍ଥାନୀୟ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ସୂଚିତ ହୋଇଛି । ଆମ ଦେଶର ସହରାଞ୍ଚଳରେ ପୌର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଗ୍ରାମାଞ୍ଚଳରେ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ ଗଠନର ବ୍ୟବସ୍ଥା ରହିଛି । ଫଳରେ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ସମ୍ଭବ ହୋଇପାରିଛି ।
- ଭାରତରେ ଲୋକସଭା, ରାଜ୍ୟସଭା ଓ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ପ୍ରତିନିଧୂମାନଙ୍କୁ ନିର୍ବାଚିତ କରିବାପାଇଁ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା ପ୍ରଚଳିତ ହେଉଛି ।
- ଆମ ସମ୍ବିଧାନଦ୍ୱାରା ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ସମ୍ପତ୍ତି ଓ ଶିକ୍ଷା ନିର୍ବିଶେଷରେ ପ୍ରତ୍ୟେକ ସାବାଳକ ଭରତୀୟ ନିର୍ବାଚନରେ ମତଦାନ କରିବାପାଇଁ ଅଧିକାର ପାଇଛନ୍ତି ।
- ଆମ ଦେଶରେ ବର୍ତ୍ତମାନ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ସାବାଳକ ନାଗରିକ ମତଦାନ ଅଧ୍ୟାକାର ପାଇଛନ୍ତି । ଏହା ସମ୍ବିଧାନର ୩୨୬ ଧାରାରେ ଉଲ୍ଲେଖ ରହିଛି । ଏହାକୁ ଆଧାର କରି ସଂସଦରେ ଲୋକ ପ୍ରତିନିଧ୍ ଆଇନ ୧୯୫୦ ଓ ୧୯୫୧ ମସିହାରେ ପ୍ରଣୀତ ହୋଇଛି ।