BSE Odisha 10th Class History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

Odisha State Board BSE Odisha 10th Class History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ will enable students to study smartly.

BSE Odisha Class 10 History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:

→ ଭାରତରେ ଅସହଯୋଗ ଆନ୍ଦୋଳନ :
ଖୁଲାଫତ୍ ଆନ୍ଦୋଳନ :

  • ପ୍ରଥମ ବିଶ୍ଵଯୁଦ୍ଧ ଚାଲିଥିବା ସମୟରେ ତୁର୍କୀ ସାମ୍ରାଜ୍ୟ ବିଖଣ୍ଡିତ ହେବାରୁ ଭାରତର ମୁସଲମାନମାନେ ବ୍ୟର୍ଥାତ ଓ କ୍ରୋଧାନ୍ଵିତ ହୋଇଥିଲେ ।
  • ତୁର୍କୀର ସୁଲତାନ ତଥା ମୁସଲମାନମାନଙ୍କ ଧର୍ମଗୁରୁ ବା ଖଲିଫାଙ୍କୁ ସମର୍ଥନ ଜଣାଇ ତାଙ୍କ କ୍ଷମତା ହ୍ରାସ ବିରୋଧରେ ଭାରତରେ ମୁସଲମାନମାନଙ୍କଦ୍ଵାରା ହୋଇଥିବା ଆନ୍ଦୋଳନକୁ ଖୋଲାଫତ୍ ଆନ୍ଦୋଳନ କୁହାଯାଏ ।
    ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ
  • ମହମ୍ମଦ ଅଲ୍ଲୀ ଓ ସୌକତ୍ ଅଲ୍ଲୀ ନାମକ ଦୁଇ ଭାଇ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଗାନ୍ଧିଜୀ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ ।
  • ଏହି ଆନ୍ଦୋଳନର ପରିଚାଳନା ପାଇଁ ଗଠିତ ଖୁଲାଫତ୍ କମିଟିରେ ଦୁଇ ଅଲ୍ଲୀ ଭ୍ରାତାଙ୍କ ସହ ମୌଲାନା ଆବୁଲ କାଲାମ ଆଜାଦ୍, ହକିମ୍ ହଜ୍‌ମଲ୍ ଖାଁ ଓ ହସରତ ମୋହାନୀ ସଦସ୍ୟ ଥିଲେ ।
  • ୧୯୧୯ ମସିହା ନଭେମ୍ବର ମାସରେ ଗାନ୍ଧିଜୀ ‘ନିଷ୍ଫଳ ଭାରତ ଖୁଲାଫତ୍’ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
  • ସେଭର୍ସ ଚୁକ୍ତିଦ୍ୱାରା ସୁଲତାନଙ୍କ ଅଧିକୃତ ଅନେକ ଅଞ୍ଚଳ ତାଙ୍କଠାରୁ କାଢ଼ି ନିଆଗଲା । ଗାନ୍ଧିଜୀଙ୍କ ପରାମର୍ଶକ୍ରମେ ନିଷ୍ଫଳ ଭାରତ ଖୁଲାଫତ୍ କମିଟି ଅସହଯୋଗ ଆନ୍ଦୋଳନ ଆରମ୍ଭ କଲା ।
  • ୧୯୨୦ ଜୁନ୍‌ରେ ଆଲ୍ଲାହାବାଦରେ ସର୍ବଦଳୀୟ ବୈଠକରେ ଖୁଲାଫତ୍ କମିଟି ଇଂରେଜ ସରକାରଙ୍କ ସହ ସମ୍ପର୍କ ଛିନ୍ନ କରିବାପାଇଁ ନିଷ୍ପତ୍ତି ନେଲା ।

BSE Odisha 10th Class History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

  • ମୁସଲିମ୍ ଲିଗ୍ ଓ ଭାରତୀୟ ଜାତୀୟ କଂଗ୍ରେସ ଖୁଲାଫତ୍ ଆନ୍ଦୋଳନକୁ ସମର୍ଥନ କରିଥିଲେ ।
  • ମୌଲାନା ଆବୁଲ କାଲାମ ଆଜାଦ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଥିଲେ । ସେ ‘ଇଣ୍ଡିଆ ଉଇନ୍ସ ଫ୍ରିଡ଼ମ୍’ ନାମକ ପୁସ୍ତକ ରଚନା କରିଥିଲେ । ୧୯୯୨ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ‘ଭାରତ ରତ୍ନ’ ଉପାଧ୍ ପ୍ରଦାନ କରାଯାଇଥିଲା ।
  • ୧୯୨୦ ଅଗଷ୍ଟ ୧ ତାରିଖରେ ଆନୁଷ୍ଠାନିକ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । ଉକ୍ତ ଦିନ ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ୍‌ଙ୍କ ଦେହାନ୍ତଜନିତ ଶୋକ ପାଳନ ଓ ଆନ୍ଦୋଳନର ମିଶ୍ରିତ ପ୍ରତିବାଦରେ ଦେଶବ୍ୟାପୀ ହରତାଳ ଓ ଶୋଭାଯାତ୍ରା ଆରମ୍ଭ ହେଲା ।
  • ରାଓଲାତ୍ଵ ଆଇନ, ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ ଭଳି ଅମାନୁଷିକ ଘଟଣା ଯୋଗୁଁ ଗାନ୍ଧିଜୀ ଇଂରେଜ ସରକାରଙ୍କ ନୈତିକତା ଉପରୁ ବିଶ୍ଵାସ ତୁଟାଇ ଦେଲେ ଓ ଶାନ୍ତିପୂର୍ଣ ଭାବେ ଅହିଂସ ଆନ୍ଦୋଳନ ପାଇଁ ଡାକରା ଦେଲେ ।
  • ଭାରତ ଶାସନ ଆଇନର ତ୍ରୁଟି, ହଣ୍ଟର କମିଟି ବିବରଣୀରେ ପକ୍ଷପାତିତା ଓ ଖ୍ଫତ୍ ଆନ୍ଦୋଳନ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନକୁ ସାକାର କରିବାରେ ସହାୟକ ହୋଇଥିଲା ।

→ ଭାରତ ଶାସନ ଆଇନ ୧୯୧୯ :

  • ଇଂଲଣ୍ଡର ବୈଦେଶିକ ସଚିବ ଏଡ଼ଉଇନ୍ ମଣ୍ଟେଗୁ ଓ ଭାରତର ଭାଇସ୍‌ରାୟ ଲର୍ଡ଼ ଚେମ୍‌ସ୍‌ଫୋର୍ଡ଼ଙ୍କଦ୍ୱାରା ପ୍ରସ୍ତୁତ ହୋଇଥ୍ ସମ୍ବିଧାନ ସଂସ୍କାରଗୁଡ଼ିକ ୧୯୧୯ ମସିହା ଡିସେମ୍ବର ୨୩ ତାରିଖରେ ପ୍ରକାଶ ପାଇଥିଲା । ତେଣୁ ଏହା ଭାରତ ଶାସନ ଆଇନ ୧୯୧୯ ନାମରେ ଖ୍ୟାତ ।
  • ଏଥୁରେ ଅନେକଗୁଡ଼ିଏ ତ୍ରୁଟି ଥିଲା; ଯଥା— ଭାଇସ୍‌ୟ ଓ ତାଙ୍କ କାର୍ଯ୍ୟକାରୀ ପରିଷଦ ବ୍ରିଟିଶ୍ ମନ୍ତ୍ରିମଣ୍ଡଳ ନିକଟରେ ଉତ୍ତରଦାୟୀ ରହିଲେ, ପ୍ରାଦେଶିକ ସ୍ତରରେ ଦ୍ଵୈତ ଶାସନ ବ୍ୟବସ୍ଥା ପ୍ରଚଳନ ହେଲା, ସମ୍ପ୍ରଦାୟଭିତ୍ତିକନିର୍ବାଚନମଣ୍ଡଳୀ ଗଠନ କରାଗଲା ଓ ଭୋଟଦାନ ଅଧିକାରକୁ ଅଧିକ ସଙ୍କୁଚିତ କରାଗଲା । ଫଳରେ ଭାରତୀୟ ଜାତୀୟ କଂଗ୍ରେସ ଶକ୍ତିଶାଳୀ ସ୍ବରାଜ୍ୟ ପାଇଁ ଦାବି କଲା ।
  • ‘ଭାରତ ଶାସନ ଆଇନ ୧୯୧୯’ ମଧ୍ୟ ‘ମଣ୍ଟେଗୁ-ଚେମ୍ସଫୋର୍ଡ଼ ସଂସ୍କାର’ ନାମରେ ପରିଚିତ ।

→ ହଣ୍ଟର କମିଟି ରିପୋର୍ଟ :

  1. ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡର ସରକାରୀ ତଦନ୍ତ ପାଇଁ ୧୯୧୯ ମସିହା ଅକ୍ଟୋବର ୧୪ ତାରିଖରେ ଲର୍ଡ଼ ହଣ୍ଟରଙ୍କ ନେତୃତ୍ଵରେ ଗଠିତ କମିଟି ଗଠନ କେବଳ ଏକ ଧୂଆଁବାଣ ଥିଲା ।
  2. ଏହି କମିଟି ଜେନେରାଲ ଡାୟାର୍‌ଙ୍କ କାର୍ଯ୍ୟକଳାପକୁ ବ୍ରିଟିଶ୍ ଲର୍ଡ଼ସ୍ ସଭା ଅନୁମୋଦନ କରିଥିଲା, ଯାହାକିଭାରତୀୟମାନଙ୍କୁ କ୍ଷୁବ୍‌ଧ କରିଥିଲା ।
  3. ବ୍ରିଟିଶ୍ ଜନସାଧାରଣ ଜେନେରାଲ ଡାୟାରଙ୍କ ପାଇଁ ୩୦,୦୦୦ ପାଉଣ୍ଡ ସଂଗ୍ରହ କରିଥିଲେ ।
  4. ୧୯୨୦ ମସିହା ସେପ୍ଟେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ କୋଲକତାଠାରେ କଂଗ୍ରେସ ଅଧ୍ବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ପ୍ରସ୍ତାବ ଗୃହୀତ ହେଲା । ସେହି ବର୍ଷ ଡିସେମ୍ବର ମାସରେ ନାଗପୁର ଅଧିବେଶନରେ ଏହାକୁ ଅନୁମୋଦନ କରାଯାଇ ଅସହଯୋଗ ଆନ୍ଦୋଳନ ଚାଲୁ ରଖିବାପାଇଁ ନିଷ୍ପତ୍ତି ନିଆଗଲା ।

BSE Odisha 10th Class History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

→ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ:

  • ଅସହଯୋଗ ଆନ୍ଦୋଳନର ମୂଳ ନୀତି ଥିଲା ଇଂରେଜ ଅନୁଷ୍ଠାନ ଓ ବିଦେଶୀ ଦ୍ରବ୍ୟ ବର୍ଜନ ।
  • ୧୯୧୯ ଭାରତ ଶାସନ ଆଇନ ଅନୁଯାୟୀ ଅନୁଷ୍ଠିତ ହେବାକୁ ଥ‌ିବା ନିର୍ବାଚନ ଓ ସରକାରୀ ଉତ୍ସବ ବର୍ଜନ ।
  • ସମସ୍ତ ପ୍ରକାର ସରକାରୀ ଉପାଧ୍ ଫେରସ୍ତ ଓ ସରକାରୀ ପଦବୀରୁ ଇସ୍ତଫା ।
  • ଆଇନଜୀବୀଙ୍କଦ୍ୱାରା ବିଚାରାଳୟ ବର୍ଜନ ଓ ଛାତ୍ରମାନଙ୍କଦ୍ୱାରା ସ୍କୁଲ, କଲେଜ ବର୍ଜନ ।
  • ବିଦେଶୀ ଦ୍ରବ୍ୟ ତଥା ବିଦେଶୀ ଲୁଗା ବର୍ଜନ ।
  • ଖଦୀ ଓ ଗ୍ରାମୋଦ୍ୟୋଗର ପ୍ରସାର, ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଏକତା ସୃଷ୍ଟି, ଅସ୍ପୃଶ୍ୟତା ନିରାକରଣ, ଜାତୀୟ ଶିକ୍ଷାନୁଷ୍ଠାନ ସ୍ଥାପନ କରି ଗଠନମୂଳକ କାର୍ଯ୍ୟକ୍ରମ ଗ୍ରହଣ ।

ଅସହଯୋଗ ଆନ୍ଦୋଳନର ପ୍ରସାର :

  • ଗାନ୍ଧିଜୀଙ୍କ ଡାକରାରେ ମୋତିଲାଲ ନେହେରୁ, ଚିତ୍ତରଞ୍ଜନ ଦାସଙ୍କ ପରି ଖ୍ୟାତନାମା ବାରିଷ୍ଟର ଆଇନ ବ୍ୟବସାୟ ତ୍ୟାଗ କଲେ । ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ବଲ୍ଲଭଭାଇ ପଟେଲ, ଜବାହରଲାଲ ନେହେରୁ, ସୁଭାଷଚନ୍ଦ୍ର ବୋଷ ଓ ଗୋପବନ୍ଧୁ ଦାସ ଆଦି ଆନ୍ଦୋଳନରେ ଯୋଗ ଦେଲେ । ଆନ୍ଦୋଳନର ବହ୍ନି ଦେଶସାରା ବ୍ୟାପିଗଲା ।
  • ଆନ୍ଦୋଳନକୁ ଅର୍ଥ ଯୋଗାଇବା ପାଇଁ ଗଠିତ ତିଳକ ସ୍ଵରାଜ ପାଣ୍ଠିରେ ଜନସାଧାରଣଙ୍କ ମୁକ୍ତ ଦାନ ଫଳରେ ଏକ କୋଟି ଟଙ୍କା ଜମା ହୋଇଗଲା ।
  • ସତ୍ୟାଗ୍ରହୀମାନେ ୱେଲ୍‌ସ୍‌ର ଯୁବରାଜଙ୍କ ଭାରତ ପରିଦର୍ଶନକୁ ବାସନ୍ଦ କଲେ । ଜନସାଧାରଣଙ୍କ ଅସହଯୋଗ ବ୍ରିଟିଶ୍ ସରକାରଙ୍କ ମୂଳଦୁଆକୁ ଦେହଲାଇ ଦେଲା ।
  • ଅସହଯୋଗ ଆନ୍ଦୋଳନକୁ ଦମନ କରିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଗଲା । ୧୯୨୨ ଫେବୃୟାରୀ ତାରିଖରେ ଗାନ୍ଧିଜୀ ଇଂରେଜ ସରକାରଙ୍କୁ ଚେତାବନୀ ଦେଲେ ଯେ ସାତ ଦିନ ମଧ୍ୟରେ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ ନ କଲେ ଓ ସମ୍ବାଦପତ୍ରକୁ ପୂର୍ଣ୍ଣ ସ୍ବାଧୀନତା ନ ଦେଲେ ସେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ।
  • ୧୯୨୨ ଫେବୃୟାରୀ ୫ ତାରିଖରେ ଉତ୍ତର ପ୍ରଦେଶର ଗୋରଖପୁର ଅଞ୍ଚଳସ୍ଥିତ ଚୌରୀଚୌରାଠାରେ ଉତ୍ୟକ୍ତ ଆନ୍ଦୋଳନକାରୀମାନେ ପୋଲିସ ଷ୍ଟେସନରେ ନିଆଁ ଲଗାଇଦେବାକୁ ୨୨ ଜଣ ପୋଲିସ୍ କର୍ମଚାରୀ ଜୀବନ୍ତ ଦଗ୍‌ଧ ହେଲେ । ଏଥିରେ ବ୍ୟଥ୍‌ତ ହୋଇ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଘୋଷଣା କଲେ ।
  • ୧୯୨୨ ଫେବୃୟାରୀ ୧୨ ତାରିଖରେ ବନ୍ଦୋଳିଠାରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଆନ୍ଦୋଳନ ସ୍ଥଗିତ ଘୋଷଣା ଅନୁମୋଦିତ ହେଲା ।

BSE Odisha 10th Class History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

→ ଅସହଯୋଗ ଆନ୍ଦୋଳନର ଫଳାଫଳ:

  1. ୧୯୨୨ ମସିହା ମାର୍ଚ୍ଚ ୧୦ ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇ ୬ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା ।
  2. ଏହି ଆନ୍ଦୋଳନ ଭବିଷ୍ୟତ ବିପ୍ଳବ ପାଇଁ ଭାରତବାସୀଙ୍କୁ ଉତ୍ସାହିତ କରିଥିଲା ।
  3. ପ୍ରଥମଥର ପାଇଁ କଂଗ୍ରେସ ଆନ୍ଦୋଳନ ଜନ ଆନ୍ଦୋଳନରୁ ଗଣ ଆନ୍ଦୋଳନରେ ପରିଣତ ହୋଇଥିଲା ।
  4. ଏହା ମଧ୍ୟ ଖୁଲାଫତ୍ ଆନ୍ଦୋଳନର ଅବସାନ ଘଟାଇଥିଲା ।

ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ପ୍ରଭାବ :

  • ଓଡ଼ିଶାରେ ଗୋପବନ୍ଧୁ ଚୌଧୁରୀ, ଭାଗୀରଥ୍ ମହାପାତ୍ର, ନିରଞ୍ଜନ ପଟ୍ଟନାୟକ, ଯଦୁମଣି ମଙ୍ଗରାଜ, ହରେକୃଷ୍ଣ ମହତାବ ଆଦି ନେତାମାନେ ଅସହଯୋଗ ଆନ୍ଦୋଳକୁ ସଫଳ କରିବା ପାଇଁ ଉଦ୍ୟମ କଲେ ।
  • ୧୯୨୦ ମସିହା ଡିସେମ୍ବର ମାସରେ ନାଗପୁର କଂଗ୍ରେସ ଅବେଶନ ବସିଥିଲା ଏବଂ ଏଥିରେ ଓଡ଼ିଶାରୁ ୩୫ ଜଣ ପ୍ରତିନିଧୂ ଯୋଗଦେଇଥିଲେ ।
  • ୧୯୨୧ ମସିହା ମାର୍ଚ୍ଚ ମାସରେ ଗୋପବନ୍ଧୁ ଦାସଙ୍କ ଉଦ୍ୟମରେ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା ।
  • ଏହାର ସଭାପତି ଓ ସମ୍ପାଦକ ଯଥାକ୍ରମେ ଗୋପବନ୍ଧୁ ଦାସ ଓ ଭାଗୀରଥ ମହାପାତ୍ର ଥିଲେ ।
  • ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ କଟକଠାରେ ବିଶାଳ ଜନସମାବେଶକୁ ଗାନ୍ଧି ଉଦ୍‌ବୋଧନ ଦେଇଥିଲେ ।
  • ରମାଦେବୀଙ୍କ ସମେତ ଅନେକ ନାରୀ ‘ତିଳକ ସ୍ଵରାଜ ପାଣ୍ଠି’କୁ ବହୁ ଅଳଙ୍କାର ଦାନ କରିଥିଲେ ।
  • ଏହାପରେ ଗାନ୍ଧିଜୀ ଭଦ୍ରକ, ପୁରୀ ଓ ବ୍ରହ୍ମପୁରଠାରେ ଉଦ୍‌ବୋଧନ ଦେଇ ଓଡ଼ିଶାବାସୀଙ୍କ ମନରେ ଉନ୍ମାଦନା ସୃଷ୍ଟି କରିଥିଲେ ।

BSE Odisha 10th Class History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ :

  • ବ୍ରିଟିଶ୍ ଦ୍ରବ୍ୟ, କୋର୍ଟ କଚେରୀ ଓ ଶିକ୍ଷାନୁଷ୍ଠାନ ବର୍ଜନ।
  • ଖଦୀର ବ୍ୟବହାର ଓ ଚରଖା ପ୍ରଚଳନ ।
  • ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠା ।
  • ଅସ୍ପୃଶ୍ୟତା ନିରାକରଣ ଓ ନିଶା ନିବାରଣ ।
  • ଜାତୀୟ ଶିକ୍ଷାର ପ୍ରଚଳନ ।

ଅସହଯୋଗ ଆନ୍ଦୋଳନର ଅଗ୍ରଗତି :

  1. ୧୯୨୧ ମସିହା ଅଗଷ୍ଟ ୩ ତାରିଖରେ ପୁରୀଠାରେ ବିଦେଶୀ ବସ୍ତ୍ରଗୁଡ଼ିକରେ ଅଗ୍ନିସଂଯୋଗ କରାଯାଇଥିଲା ।
  2. କଲିକତାର ଓଡ଼ିଆ ଶ୍ରମିକମାନେ ବିଦେଶୀ ଲୁଗାପେଟି ବୋହିବାକୁ ମନା କରିଥିଲେ ।
  3. ସତ୍ୟାଗ୍ରହୀମାନେ ବିଦେଶୀ ମଦ ବିକ୍ରି ବନ୍ଦ କରିଦେଇଥିଲେ ।
  4. ବହୁ ବିଶିଷ୍ଟ ଓଡ଼ିଆ ବ୍ୟକ୍ତି ତାଙ୍କର ପଦପଦବୀ ତ୍ୟାଗ କରିଥିଲେ ।
  5. ଗୋପବନ୍ଧୁ ଚୌଧୁରୀ, ନୀଳକଣ୍ଠ ଦାସ, ଲିଙ୍ଗରାଜ ମିଶ୍ର, ମୁକୁନ୍ଦପ୍ରସାଦ ଦାସ, ସୁରେନ୍ଦ୍ରନାଥ ଦାସ, ମହମ୍ମଦ ହନିଫ୍, ଚନ୍ଦ୍ରଶେଖର ବେହେରା ଓ ଶ୍ରୀବତ୍ସ ପଣ୍ଡା ଆଦି ଚାକିରି, ଗୋପବନ୍ଧୁ ଦାସ, ଜଗବନ୍ଧୁ ସିଂହ, ବିଶ୍ଵନାଥ ଦାସ, ନଟବର ଗଡ଼ତିଆ, ରାମନାରାୟଣ ମିଶ୍ର, ଭାଗୀରଥ୍ ମହାପାତ୍ର, ଅଚ୍ୟୁତାନନ୍ଦ ପୁରୋହିତ ଓ ମହେନ୍ଦ୍ର ବର୍ମା ଓକିଲାତି; ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନ୍‌ଗୋ, ରାଜକୃଷ୍ଣ ବୋଷ ଆଦି ଯୁବକମାନେ କଲେଜ ତ୍ୟାଗ କରି ଆନ୍ଦୋଳନରେ ଯୋଗ ଦେଇଥିଲେ ।

BSE Odisha 10th Class History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

  1. ବାଲେଶ୍ଵରରେ ଗୌରମୋହନ ଦାସ ଓ ଭଦ୍ରକରେ ବାଞ୍ଛାନିସ୍‌ ମହାନ୍ତି ଘରୋଇ ନ୍ୟାୟାଳୟ ପ୍ରତିଷ୍ଠା କରିଥିଲେ ।
  2. ଛାତ୍ରଛାତ୍ରୀମାନେ ଜାତୀୟତା ଶିକ୍ଷା ଦେବା ନିମନ୍ତେ ୧୯୧୯ରେ ଗୋପବନ୍ଧୁ ଦାସ ସାକ୍ଷୀଗୋପାଳଠାରେ ସତ୍ୟବାଦୀ ବନ ବିଦ୍ୟାଳୟ ସ୍ଥାପନ କରିଥିଲେ ।
  3. କଟକଠାରେ ଉତ୍କଳ ସ୍ଵରାଜ୍ୟ ଶିକ୍ଷା ପରିଷଦ ସ୍ଥାପିତ ହୋଇଥିଲା ।
  4. ବିଭିନ୍ନ ସ୍ଥାନରେ ଆଶ୍ରମମାନ ପ୍ରତିଷ୍ଠା କରାଯାଇଥିଲା ।
  5. ସ୍ଵରାଜ ଆଶ୍ରମ–କଟକ, ଅଳକା ଆଶ୍ରମ– ଜଗତ୍‌ସିଂହପୁର, ସ୍ଵରାଜ ମନ୍ଦିର– ବାଲେଶ୍ଵରଠାରେ ହରେକୃଷ୍ଣ ମହତାବ ପ୍ରତିଷ୍ଠା କରିଥିଲେ ।
  6. ‘ସ୍ଵରାଜ ସଙ୍ଗୀତ’ ନାମକ ପ୍ରାଚୀରପତ୍ର ଛାପିଥିବାରୁ ସମ୍ବଲପୁରର ମିଶ୍ର ପ୍ରେସ୍‌କୁ ୨୫ ଟଙ୍କା ଜରିମାନା

ସରକାରଙ୍କ ଦମନଲୀଳା :

  • ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଦମନ କରିବାପାଇଁ ଜନସାଧାରଣଙ୍କ ଉପରେ ଲାଠିଚାଳନା, ବେତ୍ରାଘାତ କରାଗଲା ଓ ସତ୍ୟାଗ୍ରହୀମାନଙ୍କୁ କାରାରୁଦ୍ଧ କରାଯାଇଥିଲା ।
  • ‘ସ୍ଵରାଜ ସଙ୍ଗୀତ’ ନାମକ ପ୍ରାଚୀରପତ୍ର ଛାପିଥିବାରୁ ସମ୍ବଲପୁରର ମିଶ୍ର ପ୍ରେସ୍‌କୁ ୨୫ ଟଙ୍କା ଜରିମାନା କରାଯାଇଥିଲା ।
  • କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏହି ଆନ୍ଦୋଳନକୁ ଦମନ କରିବାପାଇଁ ଇଂରେଜମାନଙ୍କର ସାହାଯ୍ୟ ନେଇଥିଲେ ।
  • ଆଇନ ଅମାନ୍ୟ ଅଭିଯୋଗରେ ଗୋପବନ୍ଧୁ ଦାସ ଓ ଭାଗୀରଥ୍ ମହାପାତ୍ରଙ୍କୁ ଗିରଫ କରି ହଜାରିବାଗ ଜେଲକୁ ପଠାଇ ଦିଆଯାଇଥିଲା ।
  • ଉତ୍କଳ ଦୀପିକା– ଓଡ଼ିଶାର ପ୍ରଥମ ସମ୍ବାଦପତ୍ର
    ସମାଜ ସମ୍ବାଦପତ୍ର— ଗୋପବନ୍ଧୁ ଦାସ ପ୍ରତିଷ୍ଠା କରିଥିଲେ ।

BSE Odisha 10th Class History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

ଐତିହାସିକ ଘଟଣାବଳୀ ଓ ସମୟ:

୧୯୧୯ ଖ୍ରୀ.ଅ. – (ନଭେମ୍ବର) ଗାନ୍ଧିଜୀ ନିଷ୍ଫଳ ଭାରତ ଖୁଫତ୍ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ।
୧୯୨୦ ଖ୍ରୀ.ଅ. – (ଜୁନ୍ ୯) ଆଲ୍ଲାହାବାଦଠାରେ ସର୍ବଦଳୀୟ ବୈଠକ ଆୟୋଜନ ।
୧୯୨୦ ଖ୍ରୀ.ଅ .- (ଅଗଷ୍ଟ ୧) ଆନୁଷ୍ଠାନିକ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ।
୧୯୨୦ ଖ୍ରୀ.ଅ. – (ଡିସେମ୍ବର) ନାଗପୁର କଂଗ୍ରେସ ଅଧ‌ିବେଶନ ଅନୁଷ୍ଠିତ ।
୧୯୨୨ ଖ୍ରୀ.ଅ. – (ଫେବୃୟାରୀ ୫) ଚୌରିଚୌରା ଦୁର୍ଘଟଣା ସଂଘଟିତ ।
୧୯୨୨ ଖ୍ରୀ.ଅ. – (ମାର୍ଚ୍ଚ ୧୦) ଗାନ୍ଧିଜୀ ୬ ବର୍ଷ ପାଇଁ ଜେଲ୍‌ଦଣ୍ଡରେ ଦଣ୍ଡିତ ।
୧୯୨୧ ଖ୍ରୀ.ଅ. – (ମାର୍ଜ) ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ।
୧୯୨୧ ଖ୍ରୀ.ଅ. – (ଅଗଷ୍ଟ ୩) ପୁରୀଠାରେ ବିଦେଶୀ ବସ୍ତ୍ରରେ ଅଗ୍ନି ସଂଯୋଗ ।

Leave a Comment