BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

Odisha State Board BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ will enable students to study smartly.

BSE Odisha Class 10 Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ ନିର୍ବାଚନ ପ୍ରକ୍ରିୟା :

  • ଜନମତ ହେଉଛି ଗଣତନ୍ତ୍ରର ଭିତ୍ତିଭୂମି । ତେଣୁ ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମାଧ୍ୟମରେ ଜନମତ ସାବ୍ୟସ୍ତ କରାଯାଇଥାଏ । ଆମ ଦେଶରେ ଏହି ନିର୍ବାଚନ ସାବାଳକ ମତଦାନ ପ୍ରଥା ଉପରେ ଆଧାରିତ ।
  • ଆମ ଦେଶରେ ଲୋକସଭା ଓ ପ୍ରତ୍ୟେକ ରାଜ୍ୟ ବିଧାନସଭାର ପୁନର୍ଗଠନ ପାଇଁ ପ୍ରତି ପାଞ୍ଚବର୍ଷରେ ଥରେ ନିର୍ବାଚନ ହୋଇଥାଏ । ଏହି ନିର୍ବାଚନରେ ନାଗରିକମାନେ ମତାତ୍‌କାର ସାବ୍ୟସ୍ତ କରିଥା’ନ୍ତି ।
  • ଗଣତନ୍ତ୍ର ଶାସନରେ ନିର୍ବାଚନର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଭାରତର ସମ୍ବିଧାନ ପ୍ରଣେତାମାନେ ଏକ ମୁକ୍ତ, ଅବାଧ ଓ ନିର୍ମଳ ନିର୍ବାଚନ ପ୍ରକ୍ରିୟା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । କାରଣ ନିର୍ବାଚନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ହେଲେ ଗଣତନ୍ତ୍ର ଭୁଶୁଡ଼ିପଡ଼ିବ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଗଭୀର କୁଠାରାଘାତ ହେବ ।
  • ଗଣତାନ୍ତ୍ରିକ ସରକାରରେ ଜନକଲ୍ୟାଣ ବା ଜନମଙ୍ଗଳ ପାଇଁ ଆଇନ ପ୍ରଣୟନ କରିବା ଉଦ୍ଦେଶ୍ୟରେ ନିର୍ବାଚନ ମାଧ୍ୟମରେ ଲୋକମାନେ ସେମାନଙ୍କର ପ୍ରତିନିଧୁ ଚୟନ କରନ୍ତି ।

→ ନିର୍ବାଚନର ପ୍ରକାରଭେଦ :
ନିର୍ବାଚନ ମୁଖ୍ୟତଃ ଦୁଇପ୍ରକାରର; ଯଥା – ପ୍ରତ୍ୟକ୍ଷ ନିର୍ବାଚନ ଓ ପରୋକ୍ଷ ନିର୍ବାଚନ ।

(୧) ପ୍ରତ୍ୟକ୍ଷ ନିର୍ବାଚନ:
ପ୍ରତ୍ୟକ୍ଷ ନିର୍ବାଚନରେ ସମସ୍ତ ମତଦାତା ସିଧାସଳଖ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ନିଜର ମତଦାନ କରିଥାଆନ୍ତି ଏବଂ ପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାଆନ୍ତି ।

  • ଭାରତକୁ ୫୪୩ ଗୋଟି ଏକ-ସଦସ୍ୟ ବିଶିଷ୍ଟ ସଂସଦୀୟ ନିର୍ବାଚନମଣ୍ଡଳୀରେ ବିଭକ୍ତ କରାଯାଇଛି । ନିର୍ଦ୍ଦିଷ୍ଟସଂଖ୍ୟକ ଜନସଂଖ୍ୟାକୁ ଆଧାର କରି ଲୋକସଭା ଆସନ ଓ ରାଜ୍ୟ ବିଧାନସଭା ଆସନ ପାଇଁ ଅଲଗା ଅଲଗା ନିର୍ବାଚନମଣ୍ଡଳୀ ସ୍ଥିର କରାଯାଇଛି । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ଜଣେ ଲେଖାଏଁ ପ୍ରତିନିଧୁ ନିର୍ବାଚିତ ହୁଅନ୍ତି । ତେଣୁ ଏଗୁଡ଼ିକୁ ‘ଏକ- ସଦସ୍ୟ ବିଶିଷ୍ଟ ନିର୍ବାଚନ ମଣ୍ଡଳୀ’ କୁହାଯାଏ ।
  • ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ସାଧାରଣ ନିର୍ବାଚନ ମାଧ୍ୟମରେ ଲୋକପ୍ରତିନିଧୁ ନିର୍ବାଚିତ ହୁଅନ୍ତି । ଆବଶ୍ୟକସ୍ଥଳେ ଉପ-ନିର୍ବାଚନ ଓ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ବ୍ୟବସ୍ଥା ସମ୍ବିଧାନରେ ରହିଛି । ସ୍ବାଭାବିକ କାର୍ଯ୍ୟକାଳ ପୂର୍ବରୁ ଲୋକସଭା ବା ରାଜ୍ୟ ବିଧାନସଭା ଭାଙ୍ଗିଗଲେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଏବଂ ଜଣେ ସଦସ୍ୟଙ୍କ ଇସ୍ତଫା କିମ୍ବା ମୃତ୍ଯୁ କିମ୍ବା ନିର୍ବାଚନ ଅସିଦ୍ଧ ଘୋଷିତ ହେବା ହେତୁ ସେହି ଶୂନ୍ୟ ପଡ଼ିଥିବା ସଦସ୍ୟ ପଦ ପୂରଣ ପାଇଁ ଉପ-ନିର୍ବାଚନ କରାଯାଏ ।
  • ପ୍ରତ୍ୟକ୍ଷ ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକ ନିଜର ରାଜନୈତିକ କର୍ଭବ୍ୟ ପ୍ରତି ସଚେତନ ରହିଥାଏ ଓ ନିଜ ମତଦାନ ଅଧିକାରର ଗୁରୁତ୍ଵ ବୁଝିଥାଏ ।
  • ଲୋକସଭାର ନିର୍ବାଚିତ ୫୪୩ ଜଣ ସାଂସଦଙ୍କୁ ବାଦଦେଲେ ଆଙ୍ଗୋ-ଭାରତୀୟ ସମ୍ପ୍ରଦାୟ ମଧ୍ୟରୁ ୨ ଜଣଙ୍କୁ ରାଷ୍ଟ୍ରପତି ମନୋନୀତ ସାଂସଦ ଭାବେ ଲୋକସଭାକୁ ମନୋନୀତ କରିଥା’ନ୍ତି ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(୨) ପରୋକ୍ଷ ନିର୍ବାଚନ:
ଲୋକମାନେ ପରୋକ୍ଷ ଭାବରେ ନିଜର ପ୍ରତିନିଧ‌ିଙ୍କୁ ବାଛିବାକୁ ପରୋକ୍ଷ ନିର୍ବାଚନ କୁହାଯାଏ ।

  • ଏହି ପ୍ରକ୍ରିୟାରେ ମତଦାତାମାନେ ପ୍ରଥମେ ଗୋଟିଏ ପ୍ରତିନିଧ୍ଵ ସଭା ପାଇଁ ଲୋକ ପ୍ରତିନିଧୁ ନିର୍ବାଚିତ କରନ୍ତି । ଏହି ନିର୍ବାଚିତ ଲୋକପ୍ରତିନିଧୂ ସଭାର ସଦସ୍ୟମାନେ ଅନ୍ୟ ଲୋକପ୍ରତିନିଧୁମାନଙ୍କୁ ନିର୍ବାଚିତ କରନ୍ତି । ଏହା କମ୍ ବ୍ୟୟସାପେକ୍ଷ।
  • ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟସଭାର ସଦସ୍ୟ ଓ ରାଜ୍ୟ ବିଧାନ ପରିଷଦର ସଦସ୍ୟମାନେ ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହୋଇଥା’ନ୍ତି ।

(୧) ସଂସଦର ଉଭୟ ଗୃହ ଏବଂ ରାଜ୍ୟ ବିଧାନସଭାମାନଙ୍କର ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ଗଠିତ ‘ନିର୍ବାଚକ ମଣ୍ଡଳୀ’ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି ।
(୨) ଲୋକସଭା ଓ ରାଜ୍ୟସଭାର ସଭ୍ୟମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି ।

→ ଭାରତରେ ପ୍ରଚଳିତ ନିର୍ବାଚନ ବ୍ୟବସ୍ଥାର ବିଶେଷତ୍ଵ:

  • ଭାରତ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଲୋକସଭା,ରାଜ୍ୟ ବିଧାନସଭାର ସଦସ୍ୟ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର କେତେକ ସ୍ଵାୟତ୍ତ ଶାସନ ସଂସ୍ଥା; ଯଥା – ପୌର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ନିର୍ବାଚିତ ସଦସ୍ୟ ଚୟନ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ କରାଯାଏ । ଗ୍ରାମ ପଞ୍ଚାୟତର ସରପଞ୍ଚ ମଧ୍ୟ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
  • ରାଜ୍ୟସଭା, ରାଜ୍ୟ ବିଧାନ ପରିଷଦର ସଦସ୍ୟ, ଭାରତର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପରୋକ୍ଷ ଭାବରେ ନିର୍ବାଚିତ ହୁ ଅନ୍ତି ।
  • ଲୋକସଭା ଓ ରାଜ୍ୟ ବିଧାନମଣ୍ଡଳର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ଯୋଗ୍ୟ ମତଦାତାଙ୍କର ଏକ ନାମ ତାଲିକା ପ୍ରସ୍ତୁତିର ବ୍ୟବସ୍ଥା ରହିଛି । ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ମତଦାତାଙ୍କ ନାମ ତାଲିକା ଅନ୍ତର୍ଭୁକ୍ତ କରାଯିବ ।
  • ସାର୍ବଜନୀନ ସାବାଳକ ମତଦାନ ପ୍ରଥା ହେଉଛି ଭାରତୀୟ ନିର୍ବାଚନ ବ୍ୟବସ୍ଥାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହାଦ୍ୱାରା ଜାତି, ଧର୍ମ, ଲିଙ୍ଗ, ସମ୍ପତ୍ତି ଓ ଜନ୍ମସ୍ଥାନ ନିର୍ବିଶେଷରେ ୧୮ ବର୍ଷ ବା ତଦୂର୍ଣ୍ଣ ବୟସର ସାବାଳକ ନାଗରିକ ନିଜର ମତଦାନ ସାବ୍ୟସ୍ତ କରିବାର ଅଧ୍ୟାକାର ପାଇଛନ୍ତି ।
  • ଲୋକସଭା, ରାଜ୍ୟସଭା, ରାଜ୍ୟ ବିଧାନସଭା, ରାଜ୍ୟ ବିଧାନ ପରିଷଦ ଏବଂ ଅନ୍ୟାନ୍ୟ ନିର୍ବାଚିତ ପଦବୀ ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା ବିଷୟରେ ସମ୍ବିଧାନରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ।
  • ମତଦାତାଙ୍କ ନାମ ତାଲିକା ନିୟମିତ ଭାବେ ନିର୍ବାଚନ ପୂର୍ବରୁ ସଂଶୋଧନ କରାଯାଏ । ଏହାଛଡ଼ା ପ୍ରତି ୧୦ ବର୍ଷରେ ଥରେ ଜନଗଣନା ଶେଷ ହେବା ପରେ ମଧ୍ଯ ନାମ ତାଲିକା ସଂଶୋଧନ କରାଯାଏ ।
  • ଆମ ସମ୍ବିଧାନ ଅନୁସାରେ ଜଣେ ମତଦାତା ଗୋପନୀୟ ମତଦାନ ମାଧ୍ୟମରେ ତା’ର ମତଦାନ ସାବ୍ୟସ୍ତ କରେ । ଘୋଷିତ ହେବେ ।
  • ବର୍ତ୍ତମାନ ନିର୍ବାଚନରେ ‘ଇଲେକ୍ଟ୍ରୋନିକ୍ସ ମତଦାନ ଯନ୍ତ୍ର’ ପ୍ରଚଳନ କରାଯାଉଛି । ଫଳର ମତଦାନ ଓ ମତଗଣନା କାର୍ଯ୍ୟ ସହଜରେ ଓ ଶୀଘ୍ର ହୋଇପାରୁଛି । କିଛି ସ୍ୱାୟତ୍ତ ଶାସନ ସଂସ୍ଥାର ନିର୍ବାଚନ କାର୍ଯ୍ୟରେ ମତଦାନ ବ୍ୟବସ୍ଥା ‘ବାଲାଟ୍ ପେପର’ ମାଧ୍ୟମରେ କରାଯାଉଛି ।
  • ଭାରତର ସମ୍ବିଧାନ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କର ସ୍ୱାର୍ଥରକ୍ଷା ପାଇଁ ଲୋକସଭା, ରାଜ୍ୟ ବିଧାନସଭା, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାରେ ସେମାନଙ୍କ ଜନସଂଖ୍ୟାର ଅନୁପାତ ଅନୁସାରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ହୋଇଛି ।
  • ବର୍ତ୍ତମାନ ଲୋକସଭାରେ ୭୯ଟି ଆସନ ଓ ୪୧ଟି ଆସନ ଯଥାକ୍ରମେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ୨୪ଟି ଆସନ ଅନୁସୂଚିତ ଜାତି, ୩୨ଟି ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ।
  • ସମ୍ବିଧାନ ଅନୁସାରେ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିବାଦର ସମାଧାନ ପାଇଁ କ୍ଷମତା ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଦେଶର ଉଚ୍ଚତମ ନ୍ୟାୟାଳୟ ଉପରେ ନ୍ୟସ୍ତ କରାଯାଇଛି । ପ୍ରତ୍ୟେକ ବିଜୟୀ ପ୍ରାର୍ଥୀଙ୍କୁ ରିଟଣ୍ଡିଂ ଅଫିସର ଏକ ‘ସ୍ବୀକୃତି ପତ୍ର’ ପ୍ରଦାନ କରନ୍ତି । ଜିଲ୍ଲାପାଳ ସେହି ଜିଲ୍ଲାର ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ରିଟଣ୍ଡିଂ ଅଫିସର ଏବଂ ଉପ-ଜିଲ୍ଲାପାଳମାନେ ସଂପୃକ୍ତ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ରାଜ୍ୟ ବିଧାନସଭାର ନିର୍ବାଚନମଣ୍ଡଳୀ ପାଇଁ ରିଟଣ୍ଡିଂ ଅଫିସର ଭାବରେ ନିଯୁକ୍ତ ହୁଅନ୍ତି । ଏହି ରିଟଣ୍ଡିଂ ଅଫିସରମାନଙ୍କୁ ଭାରତୀୟ ନିର୍ବାଚନ ଆୟୋଗ ନିଯୁକ୍ତ କରନ୍ତି ।
  • ଭାରତରେ ସାଧାରଣ ନିର୍ବାଚନ ପରିଚାଳନା ଦାୟିତ୍ଵ ଦେଶର ନିର୍ବାଚନ ଆୟୋଗ ଉପରେ ନ୍ୟସ୍ତ କରାଯାଇଛି ।
  • ସମ୍ବିଧାନ ଓ ଆଇନଗତ ବ୍ୟବସ୍ଥା ମାଧ୍ୟମରେ ସୂଚିତ ମାନସିକ ବିକୃତି, ଅଣନାଗରିକତା, କେତେକ ନିର୍ଦ୍ଦିଷ୍ଟ ଅପରାଧ ବା ନିର୍ବାଚନରେ ଦୁର୍ନୀତିପରାୟଣତା, ବାସସ୍ଥାନରୁ ବିଚ୍ୟୁତ ଓ ବେଆଇନ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିବା କାରଣରୁ ଅଯୋଗ୍ୟ ବିବେଚିତ ବ୍ୟକ୍ତି ମତଦାନ କରିପାରିବେ ନାହିଁ ।
  • 4. ପ୍ରତ୍ୟେକ ରାଜ୍ୟ ଲୋକସଭା ପ୍ରାର୍ଥୀଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଓ ପ୍ରତ୍ୟେକ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା, ନିର୍ବାଚନ ଖର୍ଚ୍ଚର ସର୍ବାଧ‌ିକ ପରିମାଣ ଭାବରେ ଆଇନ ମାଧ୍ୟମରେ ସ୍ଥିର କରାଯାଇଛି ।
  • ମତଦାତାଙ୍କର ନିର୍ବାଚନ ଫଟୋ ପରିଚୟପତ୍ର : ପ୍ରତ୍ୟେକ ମତଦାତାଙ୍କୁ ନିର୍ବାଚନ ଆୟୋଗ ଗୋଟିଏ ଲେଖାଏଁ ‘ପରିଚୟପତ୍ର’ ଦେଇଥା’ନ୍ତି । ସେଥରେ ମତଦାତାଙ୍କ ନାମ, ବୟସ, ବାସସ୍ଥାନ, ପିତା/ସ୍ଵାମୀଙ୍କର ନାମ ସୂଚିତ ହୋଇଥାଏ I ମତଦାନ ସମୟର ମତଦାତାଙ୍କର ପରିଚୟ ଏହି ‘ପରିଚୟପତ୍ର’ ଦ୍ବାରା ସାବ୍ୟସ୍ତ ହୋଇଥାଏ ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟ 
(୧) ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ :

  • ଲୋକସଭାର ୫୪୩ଟି ସ୍ଥାନ ପାଇଁ ସମଗ୍ର ଦେଶକୁ ୫୪୩ଟି ଏକ-ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀରେ ବିଭକ୍ତ କରାଯାଇଛି । ଜନସଂଖ୍ୟାକୁ ଆଧାର କରି ନିର୍ବାଚନ ମଣ୍ଡଳୀ ସ୍ଥିର କରାଯାଇଛି । ପ୍ରତ୍ୟେକ ଜନଗଣନା ପରେ ନିର୍ବାଚନ ମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରିତ ହେଉଛି । ଲୋକସଭା ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଗୋଟିଏ ନିର୍ବାଚନ ମଣ୍ଡଳୀ ଏକାଧିକ ରାଜ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ । ଓଡ଼ିଶାର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ୨୧ ଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀର ଅନ୍ତର୍ଭୁକ୍ତ କରାଯାଇଛି ଓ ଏହାର ଅନୁପାତ ହେଉଛି – ୭:୧।
  • ଓଡ଼ିଶାରେ ୨୧ ଗୋଟି ଲୋକସଭା ନିର୍ବାଚନମଣ୍ଡଳୀ ରହିଅଛି । ସେଗୁଡ଼ିକ ହେଲା – (୧) ଆସ୍କା, (୨) ବାଲେଶ୍ୱର, (୩) ବରଗଡ଼, (୪) ବ୍ରହ୍ମପୁର, (୫) ଭଦ୍ରକ (ସଂ), (୬) ଭୁବନେଶ୍ୱର, (୭) ବଲାଙ୍ଗୀର, (୮) କଟକ, (୯) ଢେଙ୍କାନାଳ, (୧୦) ଜଗତ୍‌ସିଂହପୁର(ସଂ), (୧୧) ଯାଜପୁର(ସଂ), (୧୨) କଳାହାଣ୍ଡି, (୧୩) କନ୍ଧମାଳ, (୧୪) କେନ୍ଦ୍ରାପଡ଼ା, (୧୫) କେନ୍ଦୁଝର (ସଂ), (୧୬) କୋରାପୁଟ (ସଂ), (୧୭) ମୟୂରଭଞ୍ଜ (ସଂ), (୧୮) ନବରଙ୍ଗପୁର (ସଂ), (୧୯) ପୁରୀ, (୨୦) ସମ୍ବଲପୁର, (୨୧) ସୁନ୍ଦରଗଡ଼ (ସଂ) ।

(୨) ମତଦାତାଙ୍କ ପୂର୍ଣ୍ଣାଙ୍ଗ ନାମ ତାଲିକା ପ୍ରସ୍ତୁତି:
ମୁଖ୍ୟତଃ ନିର୍ବାଚନ ହେବା ପୂର୍ବରୁ ଭୋଟର ତାଲିକା ସଂଶୋଧ ହୋଇଥାଏ । ସେଥ‌ିରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କ ନାମ ଓ ଅନ୍ୟ ବିବରଣୀ ରହିଥାଏ । ମୃତ ମତଦାତାଙ୍କ ନାମ ତାଲିକାରୁ କାଟିଦିଆଯାଏ । ଭୋଟର ତାଲିକାରେ ଥ‌ିବା ଭୋଟରମାନେ ହିଁ ଭୋଟ ଦେଇପାରନ୍ତି ।

(୩) ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ଏବଂ ରିଟଣ୍ଡିଂ ଅଫିସର ଓ ନିର୍ବାଚନ ପ୍ରକ୍ରିୟାରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତି:

  • ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ଆୟୋଗ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ବିଚାରବିମର୍ଶ କରି ଲୋକସଭା ପାଇଁ ସାଧାରଣ ନିର୍ବାଚନର ନିର୍ଦ୍ଦିଷ୍ଟ ତାରିଖ ଓ ଦିନ ଘୋଷଣା କରନ୍ତି । ରାଜ୍ୟ ବିଧାନସଭା ପାଇଁ ରାଜ୍ୟପାଳଙ୍କ ଆଦେଶମତେ ନିର୍ଦ୍ଦିଷ୍ଟ ତାରିଖ ଓ ଦିନ ଘୋଷଣା କରାଯାଏ । ପ୍ରାର୍ଥୀମାନଙ୍କଦ୍ୱାରା ନାମାଙ୍କନ ପତ୍ର ଦାଖଲର ତାରିଖ, ପ୍ରାର୍ଥୀପତ୍ର ଯାଞ୍ଚର ତାରିଖ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ମତଦାନ ତାରିଖ ଏବଂ ମତଗଣନା ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଥା’ନ୍ତି ।
  • ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ ଜଣେ ରିଟଣ୍ଡିଂ ଅଫିସର ଓ ତିନିଜଣ ନିରପେକ୍ଷ ପରିଦର୍ଶକଙ୍କୁ ନିର୍ବାଚନ ଆୟୋଗ ନିଯୁକ୍ତ କରିଥା’ନ୍ତି । ନିର୍ବାଚନ ପରିଚାଳନା ପାଇଁ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କୁ ନିଯୁକ୍ତ କରାଯାଏ ।

(୪) ପ୍ରାର୍ଥୀ ମନୋନୟନ :
ପ୍ରତ୍ୟେକ ମତଦାତାଙ୍କର ନିର୍ବାଚନରେ ପ୍ରାର୍ଥୀ ହେବାର ଅଧିକାର ରହିଛି । ତାଙ୍କର ସର୍ବନିମ୍ନ ବୟସ ସୀମା ଅନ୍ୟୁନ ୨୫ ବର୍ଷ ହେବା ଆବଶ୍ୟକ । ଦଳୀୟ ପ୍ରାର୍ଥୀମାନଙ୍କୁ ରାଜନୈତିକ ଦଳ ପକ୍ଷରୁ ଦଳୀୟ ‘ଟିକେଟ’ ମିଳେ । ନିର୍ଦ୍ଦଳୀୟ ସ୍ବାଧୀନ ପ୍ରାର୍ଥୀମାନଙ୍କୁ ନିର୍ବାଚନ ସଂକେତ ନିର୍ବାଚନ ଆୟୋଗ ଦେଇଥା’ନ୍ତି ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(୫) ନାମାଙ୍କନ ପତ୍ର ଦାଖଲ :

  • ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମର ତାରିଖ ଓ ଦିନ ଘୋଷଣା ହେଲାପରେ ନିର୍ବାଚନରେ ପ୍ରତିଦ୍ଵହିତା କରିବାପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ତାରିଖ ମଧ୍ୟରେ ନିଜ ନିଜ ନିର୍ବାଚନ ମଣ୍ଡଳୀର ରିଟର୍ଡିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରନ୍ତି । ପ୍ରତି ନାମାଙ୍କନ ପତ୍ରରେ ପ୍ରତ୍ୟେକ ପ୍ରାର୍ଥୀଙ୍କର ନାମକୁ ଅନ୍ୟୁନ ଜଣେ ମତଦାତା ପ୍ରସ୍ତାବ କରିବେ ଏବଂ ଆଉ ଜଣେ ମତଦାତା ସମର୍ଥନ କରିବେ ଏବଂ ପ୍ରାର୍ଥୀ ନିଜେ ନିଜର ସମ୍ମତି ପ୍ରଦାନପୂର୍ବକ ଏଥରେ ସ୍ବାକ୍ଷର ପ୍ରଦାନ କରିବେ । ନାମାଙ୍କନ ପତ୍ର ଦାଖଲବେଳେ ପ୍ରାର୍ଥୀ ନିଜ ଆୟର ପରିମାଣ ଓ ନିଜ
    ବିରୋଧରେ ଥିବା ଫୌଜଦାରୀ ମକଦ୍ଦମାର ସୂଚନା ଦାଖଲ କରନ୍ତି ।
  • ସମ୍ବିଧାନର ଧାରା-୭୧ ଅନୁସାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କିତ ମୋକଦ୍ଦମାର ବିଚାର କେବଳ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ କରାଯାଇପାରିବ ।

(୬) ଅମାନତ ଅର୍ଥରାଶି ଦାଖଲ :
ପ୍ରତ୍ୟେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଅମାନତ ଭାବରେ ଦାଖଲ କରିଥାଆନ୍ତି ଏବଂ ନିର୍ବାଚନମଣ୍ଡଳୀରୁ ମିଳିଥିବା ସମସ୍ତ ସିଦ୍ଧମତର ଏକ-ଷତାଂଶ ସମର୍ଥନ ନ ମିଳିଲେ ସେ ଏହି ଅମାନତ ରାଶି ହରାଇଥାଆନ୍ତି ।

(୭) ନାମାଙ୍କନ ପତ୍ର ଯାଞ୍ଚ’ :
ନାମାଙ୍କନ ପତ୍ର ଯାଞ୍ଚ ସମୟରେ ପ୍ରାର୍ଥୀମାନଙ୍କର ଯୋଗ୍ୟତା ଏବଂ ଆବଶ୍ୟକ ସମସ୍ତ କାଗଜପତ୍ର ଦାଖଲ ହୋଇଛି କି ନାହିଁ ଯାଞ୍ଚ କରାଯାଏ ଏବଂ ଆଇନ ଅନୁସାରେ ବୈଧ ନାମାଙ୍କନ ପତ୍ରଗୁଡ଼ିକର ଏକ ପୂର୍ଣ୍ଣାଙ୍ଗ ନାମ ତାଲିକା ରିଟଣ୍ଡିଂ ଅଫିସର ଘୋଷଣା କରନ୍ତି ।

(୮) ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ନାମତାଲିକା ଘୋଷଣା :
ବୈଧ ନାମାଙ୍କନ ପତ୍ରର ଏକ ପୂର୍ଣାଙ୍ଗ ନାମତାଲିକା ଘୋଷଣା ହେବାପରେ କୌଣସି ପ୍ରାର୍ଥୀ ଚାହିଁଲେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ଅମାନତ ଟଙ୍କା ଫେରିପାଇବେ । ପରବର୍ତୀ ସମୟରେ ରିଟଣ୍ଡିଂ ଅଫିସର ଏକ ଚୂଡ଼ାନ୍ତ ନାମତାଲିକା ପ୍ରକାଶ କରିବେ । ଯଦି କୌଣସି ନିର୍ବାଚନମଣ୍ଡଳୀରୁ ଏକମାତ୍ର ସିଦ୍ଧ ପ୍ରାର୍ଥୀପତ୍ର ଚୂଡ଼ାନ୍ତ ହୁଏ, ସେଠାରେ ସେହି ପ୍ରାର୍ଥୀ ନିର୍ଦ୍ଦରେ ନିର୍ବାଚିତ ଘୋଷିତ ହୁଅନ୍ତି ଓ ସେଠାରେ ନିର୍ବାଚନ କରାଯାଏ ନାହିଁ ।

(୯) ନିର୍ବାଚନ ସଂକେତ ପ୍ରଦାନ :

  • ପ୍ରତ୍ୟେକ ରାଜନୈତିକ ଦଳକୁ ନିର୍ବାଚନ ଆୟୋଗ ଦଳୀୟ ସଂକେତ ପ୍ରଦାନ କରନ୍ତି ।
  • ସ୍ଵାଧୀନ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଆୟୋଗ ପ୍ରାର୍ଥୀ ନିଜେ ଚୟନ କରିଥିବା ନିର୍ବାଚନ ସଂକେତ ପ୍ରଦାନ କରିଥା’ନ୍ତି । ନିର୍ବାଚନ ଆୟୋଗଙ୍କଦ୍ଵାରା ସ୍ଵୀକୃତ କେତେକ ସଙ୍କେତ ମଧ୍ୟରୁ ପ୍ରାର୍ଥୀ ଗୋଟିଏ ବାଛିବାର ବ୍ୟବସ୍ଥା ଥିଲେ ହେଁ ଏ କ୍ଷେତ୍ରରେ ନିର୍ବାଚନ ଆୟୋଗଙ୍କର ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥାଏ ।

(୧୦) ନିର୍ବାଚନ ପ୍ରଚାର ଅଭିଯାନ :

  • ପ୍ରାର୍ଥୀମାନଙ୍କର ଚୂଡ଼ାନ୍ତ ନାମତାଲିକା ଘୋଷଣା କରାଯିବା ପରେ ନିର୍ବାଚନ ପ୍ରଚାର ଆରମ୍ଭ ହୁଏ । ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜ ଦଳର ନିର୍ବାଚନ ଇସ୍ତାହାର ପ୍ରକାଶ କରନ୍ତି ।
  • ସ୍ଵାଧୀନ ପ୍ରାର୍ଥୀମାନେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ନିର୍ବାଚନ ପ୍ରଚାର କରିଥା’ନ୍ତି ।
  • ନିର୍ବାଚନ ପ୍ରଚାର ପାଇଁ ପ୍ରାୟ ୧୫ ଦିନ ସମୟ ମିଳିଥାଏ । ନିର୍ବାଚନ ପ୍ରଚାର ଅଭିଯାନ ମତଦାନ ପାଇଁ ନିର୍ଦ୍ଧାରିତ ଦିନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୁଏ ।
  • ପ୍ରାଚୀର ପତ୍ର, ବିଜ୍ଞାପନ, ଦୂରଦର୍ଶନରେ ବିତର୍କ, ସମ୍ବାଦପତ୍ରରେ ବାର୍ତ୍ତା ପ୍ରକାଶନ, ସାଧାରଣସଭା ଓ ଭ୍ୟାଲି ଇତ୍ୟାଦି ପ୍ରଚାର ବ୍ୟବସ୍ଥା ମାଧ୍ୟମରେ ନିର୍ବାଚନ ପ୍ରଚାର ହୋଇଥାଏ ।

(୧୧) ଆଦର୍ଶ ଆଚରଣ ବିଧ୍ :

  • ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ‘ଆଦର୍ଶ ଆଚରଣ ବିଧ୍’ ଲାଗୁ କରିଥା’ନ୍ତି । ଏହା ନିର୍ବାଚନ ସମୟରେ ହିଂସାକାଣ୍ଡ ଓ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନକୁ ରୋକିବାରେ ସହାୟକ ହୋଇଥାଏ ।
  • ଆଦର୍ଶ ଆଚରଣ ବିଧୂ ଭଙ୍ଗକଲେ ଅଭିଯୋଗକ୍ରମେ ପ୍ରାର୍ଥୀଙ୍କୁ ନିର୍ବାଚନ ଆୟୋଗ ଦଣ୍ଡିତ କରିଥାଆନ୍ତି ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(୧୨) ମତଦାନ ବ୍ୟବସ୍ଥା :
ନିର୍ବାଚନ ପାଇଁ ମତଦାନ ତାରିଖ ଓ ସମୟସୀମା ନିର୍ବାଚନ ଆୟୋଗଙ୍କଦ୍ୱାରା ସ୍ଥିର ହୋଇଥାଏ । ମତଦାନ ପ୍ରକ୍ରିୟାକୁ ଠିକ୍ ଭାବରେ ଚଳାଇବାପାଇଁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଏକାଧିକ ମତଦାନ କେନ୍ଦ୍ର ଥାଏ । ମତଦାନ କେନ୍ଦ୍ରଠାରୁ ୧୦୦ ମିଟର ମଧ୍ୟରେ ନିର୍ବାଚନ ପ୍ରଚାର ନିଷିଦ୍ଧ ।

  • ମତଦାନ କେନ୍ଦ୍ରକୁ ପରିଚାଳନା କରିବାପାଇଁ ଜଣେ ପ୍ରିଜାଇଡିଂ ଅଫିସର ଓ ଏକାଧ୍ଵକ ପୋଲିଂ ଅଫିସର ନିଯୁକ୍ତ ହୁଅନ୍ତି । ପ୍ରାର୍ଥୀମାନଙ୍କର ପ୍ରତିନିଧୂ ମଧ୍ଯ କେନ୍ଦ୍ରରେ ଉପସ୍ଥିତ ରହନ୍ତି ।
  • ମତଦାତାମାନେ ନିର୍ଦ୍ଧାରିତ ସମୟସୀମା ମଧ୍ଯରେ ନିଜ ନିଜର ମତଦାନ କରନ୍ତି । ସେମାନେ ‘ନିର୍ବାଚନ ଫଟୋ ପରିଚୟ ପତ୍ର’ଦ୍ଵାରା ନିଜର ପରିଚୟ ସାବ୍ୟସ୍ତ କରନ୍ତି ।
  • ମତଦାନ ପତ୍ରରେ ମତଦାତାମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ମୋହର ଲଗାଇ ମତଦାନ ବାକ୍ସରେ ପକାନ୍ତି । ଏବେ ମତଦାନ କେନ୍ଦ୍ରରେ ‘ଇଲେକ୍‌ଟ୍ରୋନିକ୍‌ସ୍ ଭୋଟିଂ ମେସିନ୍’ର ପ୍ରଚଳନ ହେଲାଣି । ଏହି ଯନ୍ତ୍ରରେ ଥ‌ିବା ନିର୍ଦ୍ଦିଷ୍ଟ ସୁଇଚ୍ ଚିପି ମତଦାତାମାନେ ମନୋନୀତ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରନ୍ତି । ଡାକ ମାଧ୍ୟମରେ ଭୋଟ ଦେବାର ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି ।
  • ମତଦାନର ସମୟ ସକାଳ ୭ ଘଟିକାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଥାଏ ।
  • ଭୋଟ ଗ୍ରହଣର ସମୟ ଅତିକ୍ରାନ୍ତ ହେଲାପରେ ‘ମତଦାନ ପେଟି’ (ବାକ୍ସ) ଅଥବା ଇ. ଭି. ଏମ୍. ଗୁଡ଼ିକୁ କନାରେ ବାନ୍ଧି ଜଉମୁଦ ଦେଇ ସିଲ୍ କରାଯାଏ ଓ ରିଟଣ୍ଡିଂ ଅଫସିରଙ୍କ ପାଖକୁ ଭୋଟଗଣତି ପାଇଁ ପଠାଯାଏ ।
  • ଇ. ଭି. ଏମ୍. ବା ମତଦାନ ପତ୍ରରେ ଉଦ୍ଦିଷ୍ଟ ସ୍ଥାନରେ ନିଜ ମନପସନ୍ଦର ଜଣେ ପ୍ରାର୍ଥୀଙ୍କୁ ମତଦାତା ନିଜର ସିଦ୍ଧମତ ପ୍ରଦାନ କରିବେ । ଗୋଟିଏ ମତଦାତାଙ୍କର ଗୋଟିଏ ସିଦ୍ଧମତ ଥାଏ I ଅନ୍ୟଥା ମତଦାନ ଅସିଦ୍ଧ ଘୋଷିତ ହୁଏ ବା ମତଦାନ ନାକଚ ହୁଏ । ନାକଚ ହୋଇଥିବା ମତଦାନ ଗଣା ହୁଏ ନାହିଁ ।

(୧୩) ସିଦ୍ଧମତ ଗଣତି ଏବଂ ଚୂଡ଼ାନ୍ତ ଫଳାଫଳ ଘୋଷଣା :

  • ସିଦ୍ଧମତ ଗଣତି କରାଯିବାର ସ୍ଥାନ, ତାରିଖ, ଦିନ ଓ ସମୟ ନିର୍ବାଚନ ଆୟୋଗ ଘୋଷଣା କରିଥାଆନ୍ତି । ନିର୍ଦ୍ଧାରିତ ସମୟରେ ମତଦାନ ପେଟି କିମ୍ବା ଇ. ଭି. ଏମ୍.ଗୁଡ଼ିକୁ ଖୋଲାଯାଏ ଓ ଗଣନା କାର୍ଯ୍ୟ ଆରମ୍ଭ ହୁଏ । ସର୍ବାଧ୍ଵ ମତଦାତାଙ୍କର ସିଦ୍ଧମତ ସମର୍ଥନ ପାଇଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଏ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଏ ।
  • ରିଟଣ୍ଡିଂ ଅଫିସର ନିର୍ବାଚନ ଫଳାଫଳ ଘୋଷଣା କରି ସେହି ଘୋଷଣାନାମାକୁ ନିର୍ବାଚନ ଆୟୋଗଙ୍କୁ ପଠାଇ ଦିଅନ୍ତି ଓ ବିଜୟୀ ପ୍ରାର୍ଥୀଙ୍କୁ ଏକ ସାର୍ଟିଫିକେଟ୍ ଦିଅନ୍ତି ।
  • ନିର୍ବାଚନ ପ୍ରକ୍ରିୟା ସମୟରେ କୌଣସି ତ୍ରୁଟି ପରିଲକ୍ଷିତ ହେଲେ ନିର୍ବାଚନ ଫଳାଫଳକୁ ନେଇ ପରାଜିତ ପ୍ରାର୍ଥୀ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ମକଦ୍ଦମା ମାଧ୍ୟମରେ ଅଭିଯୋଗ ଆଣିପାରିବେ । ଉଚ୍ଚ ନ୍ୟାୟାଳୟର ନିଷ୍ପଭି ବିରୋଧରେ ଅଭିଯୋଗକାରୀ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ । ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ଚୂଡ଼ାନ୍ତ ଅଟେ ।
  • ନିର୍ବାଚନ ପ୍ରକ୍ରିୟା ଚାଲୁଥିବା ସମୟରେ କୌଣସି ପ୍ରାର୍ଥୀଙ୍କର ମୃତ୍ୟୁ ଘଟିଲେ ସେହି ନିର୍ବାଚନମଣ୍ଡଳୀର ମତଦାନ ବନ୍ଦ ରହେ ଓ ପରବର୍ତ୍ତୀ ସମୟରେ ଭୋଟ ଗ୍ରହଣ କରାଯାଏ ।
  • ଲୋକପ୍ରତିନିଧ୍ ଆଇନର ବ୍ୟବସ୍ଥାନୁସାରେ ନିର୍ବାଚନ ସମ୍ପର୍କିତ ସମସ୍ତ ପ୍ରକାର ମୋକଦ୍ଦମାର ବିଚାର ପ୍ରଥମେ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଓ ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ କରାଯିବ ଏବଂ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପଭି ଚୂଡ଼ାନ୍ତ ଅଟେ ।

→ ଭାରତର ନିର୍ବାଚନ ଆୟୋଗ :

  • ଭାରତର ନିର୍ବାଚନ ଆୟୋଗ ଏକ ସମ୍ବିଧାନ ସ୍ଵୀକୃତ ସ୍ଵୟଂଶାସିତ ସଂସ୍ଥା ।
  • ଏହି ସଂସ୍ଥାକୁ ଆମ ଦେଶରେ ମୁକ୍ତ, ଅବାଧ ତଥା ସ୍ଵଚ୍ଛ ଏବଂ ନିର୍ମଳ ନିର୍ବାଚନ ସମ୍ପାଦନ କରିବାପାଇଁ ଅନେକ ସାମ୍ବିଧାନିକ କ୍ଷମତା ପ୍ରଦାନ କରାଯାଇଛି ।
  • ଏହାର କାର୍ଯ୍ୟାଳୟ ନୂଆଦିଲ୍ଲୀରେ ଅବସ୍ଥିତ ।

→ ନିର୍ବାଚନ ଆୟୋଗର ଗଠନ :

  • ଭାରତୀୟ ସମ୍ବିଧାନର ୩୨୪ ଧାରାରେ ଏକ ତିନି ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗର ଗଠନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଜଣେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଦୁଇଜଣ ନିର୍ବାଚନ ଆୟୁକ୍ତଙ୍କୁ ନେଇ ଏହି ସଂସ୍ଥା ଗଠିତ ହୋଇଛି । ସେମାନଙ୍କୁ ଭାରତର ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରନ୍ତି । ଏହି ପଦବୀରେ ଜଣେ ଆୟୁକ୍ତ ୬ ବର୍ଷ ପାଇଁ ବା ସର୍ବାଧ‌ିକ ୬୫ ବର୍ଷ ବୟସ୍କ ହେବା ପର୍ଯ୍ୟନ୍ତ ରହିପାରିବେ ।
  • ସଂସଦର ପ୍ରତ୍ୟେକ ସଦନର ସ୍ବତନ୍ତ୍ର ସଂଖ୍ୟାଗରିଷ୍ଠ ସାଂସଦଙ୍କ ସମର୍ଥନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ପଦଚ୍ୟୁତ ହୋଇପାରିବେ । ମୁଖ୍ୟତଃ ‘ପ୍ରମାଣିତ ଅସଦାଚରଣ ଓ ଶାରୀରିକ ଅସାମର୍ଥ୍ୟ’ କାରଣରୁ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ପଦଚ୍ୟୁତ କରାଯାଏ ।
  • ନିର୍ବାଚନ ଆୟୋଗର ଅନ୍ୟ ଆୟୁକ୍ତଦ୍ଵୟ ମୁଖ୍ୟ ଆୟୁକ୍ତଙ୍କ ବିନା ଅନୁମୋଦନରେ ରାଷ୍ଟ୍ରପତିଙ୍କଦ୍ବାରା ପଦଚ୍ୟୁତ ହେବେ ନାହିଁ ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

→ ନିର୍ବାଚନ ଆୟୋଗଙ୍କର କ୍ଷମତା ଓ କାର୍ଯ୍ୟାବଳୀ :

  • ସମ୍ବିଧାନର ଧାରା-୩୨୪ରୁ ଧାରା-୩୨୮ ମଧ୍ୟରେ ନିର୍ବାଚନ ଆୟୋଗଙ୍କ କ୍ଷମତା ଓ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦିଆଯାଇଛି ।
  • ଭାରତର ସଂସଦ, ରାଜ୍ୟ ବିଧାନମଣ୍ଡଳ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିଷୟର ତତ୍ତ୍ୱାବଧାନ, ପରିଚାଳନା ଦାୟିତ୍ବ ଓ ନିୟନ୍ତ୍ରଣ କ୍ଷମତା ନିର୍ବାଚନ ଆୟୋଗଙ୍କ ଉପରେ ନ୍ୟସ୍ତ ହୋଇଛି ।
  • ନିର୍ବାଚନ ଆୟୋଗଙ୍କ ମତଦାତାମାନଙ୍କ ନିର୍ବାଚନ ଫଟୋ ପରିଚୟପତ୍ର ପ୍ରଦାନ କରନ୍ତି, ନିର୍ବାଚନ ତାରିଖ ଓ ତତ୍‌ସମ୍ପର୍କିତ କାର୍ଯ୍ୟସୂଚୀ ବିଷୟରେ ବିଜ୍ଞପ୍ତି ଜାରି କରିଥା ନ୍ତି।
  • ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନ ସଂକେତ ଓ ଦଳୀୟ ସ୍ବୀକୃତି ପ୍ରଦାନ, ନିର୍ବାଚନ ସମୟରେ ପର୍ଯ୍ୟବେକ୍ଷକ ଓ ରିଟଣ୍ଡିଂ ଅଫିସର ନିଯୁକ୍ତି, ବିଭିନ୍ନ ରାଜନୈତିକ ଦଳକୁ ଦୂରଦର୍ଶନ ଓ ଆକାଶବାଣୀରେ ନିର୍ବାଚନ ପ୍ରଚାରର ସୁଯୋଗ ପ୍ରଦାନ, ନିର୍ବାଚନ ସମ୍ପର୍କିତ ସମସ୍ତ ବିବାଦର ସମାଧାନ, ପ୍ରାର୍ଥୀଙ୍କର ନିର୍ବାଚନ ବ୍ୟୟର ସର୍ବାଧ‌ିକ ସୀମା ନିର୍ଦ୍ଧାରଣ ଆଦି କାର୍ଯ୍ୟ ନିର୍ବାଚନ ଆୟୋଗଙ୍କର ଦାୟିତ୍ବ ପରିସରଭୁକ୍ତ ।

→ ରାଜ୍ୟ ନିର୍ବାଚନ ଆୟୋଗ :

  • ସମ୍ବିଧାନର ୭୩ତମ ସଂଶୋଧନ ଆଇନ (୧୯୯୨) ପୌରସଂସ୍ଥାମାନଙ୍କର ନିର୍ବାଚନ ପରିଚାଳନା କାର୍ଯ୍ୟ, ମତଦାତାଙ୍କ ନାମତାଲିକା ପ୍ରସ୍ତୁତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ହାତରେ ନ୍ୟସ୍ତ ହୋଇଛି ।
  • ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟକାଳ ଏବଂ କାର୍ଯ୍ୟ ସର୍ଭାବଳୀ ରାଜ୍ୟପାଳ, ସେହି ରାଜ୍ୟର ବିଧାନମଣ୍ଡଳଦ୍ଵାରା ପ୍ରଣୀତ ଆଇନକୁ ନଜରରେ ରଖ୍ ନିରୂପଣ କରନ୍ତି ।
  • ରାଜ୍ୟ ନିର୍ବାଚନ ଆୟୁକ୍ତ ରାଜ୍ୟପାଳଙ୍କଦ୍ୱାରା ନିଯୁକ୍ତ ହୋଇଥା’ନ୍ତି । ତାଙ୍କ କାର୍ଯ୍ୟକାଳର ସର୍ବାଧ‌ିକ ବୟସ ସୀମା ୬୨ ବର୍ଷ ।
  • ରାଜ୍ୟ ନିର୍ବାଚନ ଆୟୁକ୍ତ ଏକ ସଦସ୍ୟ ବିଶିଷ୍ଟ ଅଟେ ।
  • ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗର କାର୍ଯ୍ୟାଳୟ ଭୁବନେଶ୍ଵରରେ ଅବସ୍ଥିତ ।

ଜାଣିବା କଥା

  • ଓଡ଼ିଶା ବିଧାନସଭା ପାଇଁ ରାଜ୍ୟରେ ୧୪୭ ଗୋଟି ଏକ-ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀ ରହିଛି ।
  • ରାଜ୍ୟସଭାର ସର୍ବାଧ‌ିକ ସଦସ୍ୟ ସଂଖ୍ୟା – ୨୫୦। ସେଥୁରୁ ସର୍ବାଧ‌ିକ ୨୩୮ ଜଣ ସଦସ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ଏବଂ ସାହିତ୍ୟ, କଳା, ବିଜ୍ଞାନ ଓ ସମାଜସେବା କ୍ଷେତ୍ରରେ ପ୍ରତିଷ୍ଠା ଲାଭକରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୨ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କଦ୍ୱାରା ମନୋନୀତ ହୁଅନ୍ତି । ବର୍ତ୍ତମାନ ରାଜ୍ୟସଭାରେ ନିର୍ବାଚିତ ସାଂସଦଙ୍କ ସଂଖ୍ୟା ହେଉଛି ୨୩୩ ଓ ମନୋନୀତ ସାଂସଦଙ୍କ ସଂଖ୍ୟା – ୧୨ ।
  • ଓଡ଼ିଶା ବିଧାନସଭାର ସଦସ୍ୟମାନେ ରାଜ୍ୟସଭାକୁ ୧୦ ଜଣ ସାଂସଦଙ୍କୁ ନିର୍ବାଚିତ କରନ୍ତି । ସେମାନଙ୍କ ମଧ୍ୟରୁ ଏକ-ତୃତୀୟାଂଶ ସଦସ୍ୟ ପ୍ରତି ଦୁଇବର୍ଷରେ ଅବସର ନିଅନ୍ତି । ତେଣୁ ପ୍ରତି ଦୁଇବର୍ଷରେ ଥରେ ଉକ୍ତ ଶୂନ୍ୟ ପଡ଼ିଥିବା ଆସନ ପାଇଁ ନିର୍ବାଚନ କରାଯାଏ ।
  • ଲୋକସଭାର ସର୍ବାଧ‌ିକ ସଦସ୍ୟ ସଂଖ୍ୟା ୫୫୨ । ବିଭିନ୍ନ ରାଜ୍ୟରୁ ୫୩୦ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ସର୍ବାଧ୍ଵ ୨୦ ଜଣ ସାଂସଦ ନିର୍ବାଚିତ ହୁଅନ୍ତି । ଆବଶ୍ୟକସ୍ଥଳେ,
    ରାଷ୍ଟ୍ରପତି ଆଙ୍ଗ୍ଲଭାରତୀୟ ସମ୍ପ୍ରଦାୟ ମଧ୍ୟରୁ ଦୁଇଜଣା ପ୍ରତିନିଧିଙ୍କୁ ଲୋକସଭାର ସାଂସଦ ଭାବରେ ମନୋନୀତ କରିବାର ବ୍ୟବସ୍ଥା ଅଛି । ଓଡ଼ିଶାରୁ ଲୋକସଭାକୁ ୫ ବର୍ଷ ପାଇଁ ୨୧ ଜଣ ସାଂସଦ ନିର୍ବାଚିତ ହୁଅନ୍ତି ।
  • ବର୍ତ୍ତମାନ ଲୋକସଭାର ସାଂସଦଙ୍କ ସଂଖ୍ୟା – ୫୪୫ । ସେମାନଙ୍କ ମଧ୍ୟରୁ ରାଜ୍ୟଗୁଡ଼ିକରୁ ୫୩୦ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୩ ଜଣ ନିର୍ବାଚିତ ସାଂସଦ ଅଛନ୍ତି । ସେମାନଙ୍କ ବ୍ୟତୀତ ଆଉ ଦୁଇଜଣ ଆଙ୍ଗୋ- ଭାରତୀୟଙ୍କୁ ରାଷ୍ଟ୍ରପତି ସାଂସଦ ଭାବରେ ମନୋନୀତ କରିଛନ୍ତି ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

ଭାରତରେ ମୁକ୍ତ ଓ ଅର୍ବାଧ ନିର୍ବାଚନ ପାଇଁ ପ୍ରତିବନ୍ଧକ

  • ଭାରତରେ ମୁକ୍ତ ଓ ଅବାଧ ନିର୍ବାଚନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଯାଏ । ସେଗୁଡ଼ିକ ହେଲା
    (୧) ପ୍ରତିଦ୍ଵନ୍ଦିତା ପାଇଁ ରାଜନୈତିକ ଦଳର ସଂଖ୍ୟା ବୃଦ୍ଧି ।
    (୨) ପ୍ରତିଦ୍ବନ୍ଦୀଙ୍କ ସଂଖ୍ୟାରେ ଅସ୍ଵାଭାବିକ ବୃଦ୍ଧି ।
    (୩) ନିର୍ବାଚନ ସମୟରେ ଅଧ୍ବକସଂଖ୍ୟକ ରାଜନୈତିକ ହିଂସାଜନିତ କାର୍ଯ୍ୟକଳାପ ବୃଦ୍ଧି ।
    (୪) ଅଧ୍ଵସଂଖ୍ୟକ ସ୍ବାଧୀନ ପ୍ରାର୍ଥୀଙ୍କର ନିର୍ବାଚନରେ ଅଂଶଗ୍ରହଣ ।
    (୫) ସରକାରଙ୍କର ନିର୍ବାଚନୀ ବ୍ୟୟ ବୃଦ୍ଧି ।
    (୬) ପ୍ରତିଦ୍ଵନ୍ଦୀ ପ୍ରାର୍ଥୀମାନଙ୍କଦ୍ଵାରା ସୀମା ବହିର୍ଭୂତ ଗୋପନୀୟ ନିର୍ବାଚନଜନିତ ବ୍ୟୟାଧ୍ୟାକ୍ୟ ।
    (୭) ମାସାଧ୍ଵ ସମୟ ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ।
    (୮) ଅର୍ଥବଳ ଓ ବାହୁବଳ ଇତ୍ୟାଦି ଅସାଧୁ ପନ୍ଥାର ଅବଲମ୍ବନ ହେତୁ କେତେକ ପ୍ରାର୍ଥୀଙ୍କର ନିର୍ବାଚନରେ ଜୟଲାଭର ହୋଇପାରିଛି ।
    (୯) ନିର୍ବାଚନରେ ଅପରାଧୀକରଣ ବୃଦ୍ଧି ।
  • ଏସବୁ ଘାତ ପ୍ରତିଘାତ ସତ୍ତ୍ଵେ ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ ବ୍ୟବସ୍ଥା ଗଣତାନ୍ତ୍ରିକ ପ୍ରଣାଳୀ ଅବଲମ୍ବନଦ୍ଵାରା ସଫଳକାମ ହୋଇପାରିଛି ।
  • ଭାରତର ନିର୍ବାଚନ ପ୍ରକ୍ରିୟାରେ ନିମ୍ନୋକ୍ତ ଅନ୍ୟ କେତେଗୋଟି ପ୍ରତିବନ୍ଧକ ପରିଲକ୍ଷିତ ହୋଇଛି; ଯଥା –
    (୧) କ୍ଷୁଦ୍ର ରାଜନୀତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀମାନେ ନିର୍ବାଚନରେ ବିଶେଷଭାବେ କ୍ଷତିଗ୍ରସ୍ତ ହେଉଛନ୍ତି ।
    (୨) କେତେକ ରାଜନୀତିକ ଦଳରେ ‘ପାରିବାରିକ ରାଜନୀତି’ର ଛିଟା ଦେଖିବାକୁ ମିଳୁଛି । ‘ଦଳୀୟ ଟିକେଟ’ ଆବଣ୍ଟନରେ ‘ପାରିବାରିକ ରାଜନୀତି’ର ପ୍ରଭାବ ବୃଦ୍ଧିପାଉଛି ।
    (୩) ରାଜନୀତିକ ଅପରାଧୀକରଣ ନିର୍ବାଚନ ପ୍ରକ୍ରିୟାକୁ ଅଧ‌ିକ ପ୍ରଭାବିତ କରୁଅଛି ।
    (୪) ନିର୍ବାଚନ ରାଜନୀତିରେ ଧନିକ ଶ୍ରେଣୀ ତଥା କୋଟିପତି ପ୍ରାର୍ଥୀମାନଙ୍କର ବିଜୟର ଆଶା ଅଧୁକ ଜଣାପଡୁଛି ।
  • ତଥାପି ରାଜନୀତିକ ଦଳ, ସରକାର ଓ ଜନସାଧାରଣଙ୍କର ନିର୍ବାଚନୀ ସଂସ୍କାରମୁଖୀ ପ୍ରଚେଷ୍ଟାଦ୍ୱାରା ଭାରତ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ବୋଲି ଆଶା କରାଯାଏ ।

Leave a Comment