BSE Odisha 10th Class Political Science Solutions Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

Odisha State Board BSE Odisha 10th Class Political Science Solutions Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ Textbook Exercise Questions and Answers.

BSE Odisha Class 10 Political Science Solutions Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ଗୋଆ ରାଜ୍ୟ ଗଠନ ସମ୍ପର୍କରେ ଆଲୋଚନା କର ।
Answer:

  • ୧୯୬୧ ମସିହା ଡିସେମ୍ବର ମାସ ୧୯ ତାରିଖ ଦିନ ଗୋଆ, ଡାମନ ଓ ଡିଉ ଭାରତରେ ମିଶିଲା ।
  • ଏହା ପୂର୍ବରୁ ଦୀର୍ଘ ୪୫୦ ବର୍ଷ ଧରି ଏହି ଅଞ୍ଚଳ ପର୍ତ୍ତୁଗାଲ ଅଧୀନରେ ଥିଲା ।
  • ଭାରତ ସହିତ ମିଶିବା ପରେ ସମ୍ବିଧାନ ସଂଶୋଧନ ଆଇନ ବଳରେ ଏହି ଅଞ୍ଚଳ ପ୍ରଥମେ ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଥିଲା ।
  • ୧୯୮୭ ମସିହାର ଗୋଆ ରାଜ୍ୟ ପୁନର୍ଗଠନ ଆଇନ ବଳରେ ୧୯୮୭ ମସିହା ମେ ମାସ ୩୦ ତାରିଖରେଏକ ରାଜ୍ୟର ମାନ୍ୟତା ପାଇଥିଲା ।

(ଖ) ‘କ’ ଶ୍ରେଣୀର ରାଜ୍ୟଗୁଡ଼ିକର ନାମ ଲେଖ ।
Answer:

  • ନୂତନ ସମ୍ବିଧାନର ପ୍ରଥମ ପରିଶିଷ୍ଟରେ ସୂଚିତ ତାଲିକା ଅନୁସାରେ ନଅଗୋଟି ରାଜ୍ୟକୁ ‘କ’ ଶ୍ରେଣୀଭୁକ୍ତ କରାଯାଇଥିଲା । ସେହିସବୁ ରାଜ୍ୟର ଶାସନ ମୁଖ୍ୟଭାବେ ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତ ଜଣେ ଜଣେ ରାଜ୍ୟପାଳ ରହିଲେ ।
  • ଏହି ନଅ ଗୋଟି ପ୍ରଦେଶ ପ୍ରାକ୍ତନ ବ୍ରିଟିଶ୍ ଶାସନାଧୀନ ଭାରତୀୟ ପ୍ରଦେଶ ଥିଲା ।
  • ୧୯୫୦ ମସିହାର ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେବାପରେ ଏହି ରାଜ୍ୟଗୁଡ଼ିକ ‘କ’ ଶ୍ରେଣୀଭୁକ୍ତ ରାଜ୍ୟଭାବେ ଗ୍ରହଣ କରାଗଲା ।
  • ସେହି ‘କ’ ଶ୍ରେଣୀଭୁକ୍ତ ରାଜ୍ୟଗୁଡ଼ିକ ହେଲା – ଆସାମ, ବିହାର, ବମ୍ବେ, ମଧ୍ୟପ୍ରଦେଶ, ମାଡ୍ରାସ, ଓଡ଼ିଶା, ପଞ୍ଜାବ, ସଂଯୁକ୍ତ ପ୍ରଦେଶ ଓ ପଶ୍ଚିମବଙ୍ଗ ।

BSE Odisha 10th Class Political Science Solutions Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

(ଗ) ଦିଲ୍ଲୀ ଶାସନ ବ୍ୟବସ୍ଥା ଆଲୋଚନା କର ।
Answer:

  • ୧୯୮୭ ମସିହାଠାରୁ ଦିଲ୍ଲୀକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । କିନ୍ତୁ ୧୯୯୨ ମସିହାଠାରୁ ଏହାକୁ ଏକ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ମିଳିଛି ।
  • ୧୯୯୨ ମସିହା ଫେବୃୟାରୀ ୧ ତାରିଖ ଦିନଠାରୁ ସମ୍ବିଧାନର ଧାରା ୨୩୯(କ) (କ) ଓ ୨୩୯(କ) (ଖ), ଏବଂ ୬୯ ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ସମ୍ବିଧାନରେ ଏହି ନୂତନ ବ୍ୟବସ୍ଥା ଯୋଗ କରାଯାଇ ଦିଲ୍ଲୀକୁ ‘‘ଜାତୀୟ ରାଜଧାନୀ ଅଞ୍ଚଳ’’ର ମାନ୍ୟତା ମିଳିଛି ।
  • ୧୯୯୩ ମସିହା ପରଠାରୁ ଦିଲ୍ଲୀପାଇଁ ଗୋଟିଏ ବିଧାନସଭା ଓ ଗୋଟିଏ ମନ୍ତ୍ରିପରିଷଦର ବ୍ୟବସ୍ଥା କରାଯାଇଛି ।
  • କେବଳ ରାଜ୍ୟ ତାଲିକାଭୁକ୍ତ ତିନୋଟି ବିଷୟ; ଯଥା – ଆଇନ ଓ ଶାନ୍ତିଶୃଙ୍ଖଳାରକ୍ଷା, ପୋଲିସ୍ ଓ ଜମିଜମା ବିଷୟ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ଆଇନ ପ୍ରଣୟନ କ୍ଷମତା ଦିଲ୍ଲୀ ବିଧାନସଭାର ଅଛି ।
  • ଦିଲ୍ଲୀର ଶାସନମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ଜଣେ ଉପରାଜ୍ୟପାଳ ବା ଲେଫ୍‌ଟନନାଣ୍ଡ ଗଭର୍ଣ୍ଣର

(ଘ) ଭାଷାଭିତ୍ୟିକ ପ୍ରଦେଶ ଆୟୋଗର କେଉଁମାନେ ସଦସ୍ୟ ଥିଲେ ଏବଂ ଏହି ଆୟୋଗର ସୁପାରିସ କ’ଣ ଥିଲା ?
Answer:

  • ୧୯୪୮ ମସିହାରେ ‘ଭାଷାଭିଭିକ ପ୍ରଦେଶ ଆୟୋଗ’ ଗଠନ କରାଯାଇଥିଲା ।
  • ଏହି ଆୟୋଗ ଗଠନ ପାଇଁ ସମ୍ବିଧାନ ପ୍ରଣୟନ ସଭା ସୁପାରିସ କରିଥିଲା ।
  • ଏଥରେ ଯେଉଁ ତିନିଜଣ ସଦସ୍ୟ ରହିଲେ, ସେମାନେ ହେଲେ ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦାର ବଲ୍ଲଭ ଭାଇ ପଟେଲ ଓ ପଟ୍ଟାଭି ସୀତାରାମାୟା ।
  • ଏହି ଆୟୋଗ ଭାଷାଭିଭିକ ରାଜ୍ୟ ଗଠନର ବିରୋଧୀ ଥିଲା ସତ, ମାତ୍ର ଆନ୍ଧ୍ରପ୍ରଦେଶ ଗଠନ ଦିଗରେ ଆୟୋଗର

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ପଣ୍ଡିଚେରୀ / ପୁଡୁଚେରୀର ସାମ୍ବିଧାନିକ ବ୍ୟବସ୍ଥା ।
Answer:

  • ୧୯୬୨ ମସିହା ଡିସେମ୍ବର ମାସର ଚତୁର୍ଦ୍ଦଶ ସମ୍ବିଧାନ ସଂଶୋଧନ ଆଇନ ଅନୁସାରେ ପଣ୍ଡିଚେରୀ ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଥିଲା ।
  • ୧୯୭୪ ମସିହାଠାରୁ ଏଠାରେ ଏକ ବିଧାନସଭା ଓ ମନ୍ତ୍ରିପରିଷଦର ବ୍ୟବସ୍ଥା ରଖାଯାଇଛି । ଏହାର ଶାସନମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ଜଣେ ଉପରାଜ୍ୟପାଳ ବା ଲେଫ୍‌ଟନନାଣ୍ଡ ଗଭର୍ଣ୍ଣର ।

BSE Odisha 10th Class Political Science Solutions Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

(ଖ) ‘ଖ’ ଶ୍ରେଣୀଭୁକ୍ତ ରାଜ୍ୟମାନଙ୍କର ମୁଖ୍ୟଙ୍କୁ କ’ଣ କୁହାଯାଏ ?
Answer:

  • ‘ଖ’ ଶ୍ରେଣୀରେ ପାଞ୍ଚଗୋଟି ରାଜ୍ୟ ଥିଲା ।
  • ‘ଖ’ ଶ୍ରେଣୀଭୁକ୍ତ ରାଜ୍ୟମାନଙ୍କର ଶାସନମୁଖ୍ୟଙ୍କୁ ‘ରାଜ୍ୟ ପ୍ରମୁଖ’ କୁହାଯାଉଥିଲା ।

(ଗ) ଜାମ୍ମୁ ଓ କାଶ୍ମୀରକୁ ବର୍ତ୍ତମାନ କେଉଁ ଶ୍ରେଣୀଭୁକ୍ତ କରାଯାଇଛି ?
Answer:

  • ୨୦୧୯ ମସିହା ଅକ୍ଟୋବର ୩୧ ତାରିଖରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ଆଇନ ୨୦୧୯ ଅନୁସାରେ ଜାମ୍ମୁ ଓ କାଶ୍ମୀରକୁ ବିଭାଜନ କରାଯାଇଥିଲା ।
  • ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ନାମକ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠିତ ହୋଇଛି । ଫଳରେ ଆମ ଦେଶରେ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ୭ରୁ ୯ କୁ ବୃଦ୍ଧିପାଇଛି ।

Leave a Comment