Odisha State Board BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ Important Questions and Answers.
BSE Odisha Class 6 Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ବାୟୁମଣ୍ଡଳର ବିଭିନ୍ନ ସ୍ତରଗୁଡ଼ିକୁ ଚିତ୍ର ସାହାଯ୍ୟରେ ଦର୍ଶାଅ ଓ ବାୟୁର ବିଭିନ୍ନ ଉପାଦାନଗୁଡ଼ିକର ନାମ ଲେଖ।
Answer:
- ବାୟୁମଣ୍ଡଳକୁ ୫ ଗୋଟି ସ୍ତରରେ ବିଭକ୍ତ କରାଯାଇଛି; ଯଥା—
(୧) ଟ୍ରପୋସ୍ପିଅର
(୨) ଷ୍ଟ୍ରାଟୋସ୍ପିଅର
(୩) ମେସୋସ୍ପିଅର
(୪) ଥର୍ମୋସ୍ପିଅର
(୫) ଏକ୍ସୋସ୍ପିଅର।

![]()
- ବାୟୁ କେତେକ ବାଷ୍ପ ଓ ଧୂଳିକଣା ଆଦି ପଦାର୍ଥର ଏକ ଭୌତିକ ମିଶ୍ରଣ। ସେହିସବୁ ଉପାଦାନଗୁଡ଼ିକ ହେଲା— ଯବକ୍ଷାରଜାନ, ଅମ୍ଳଜାନ, ଅଙ୍ଗାରକାମ୍ଳ, ଉଦ୍ଜାନ, ଆର୍ଗନ୍, ଜେନନ୍, ନିଅନ ଓ ଜଳୀୟବାଷ୍ପ।
- ବାୟୁର ମୁଖ୍ୟ ଉପାଦାନ ଯବକ୍ଷାରଜାନର ପରିମାଣ ୭୮% ଓ ଅମ୍ଳଜାନର ପରିମାଣ ୨୧% । ଅନ୍ୟାନ୍ୟ ସମସ୍ତ ବାଷ୍ପର ପରିମାଣ ୧% ।
୨। ଅଶ୍ମମଣ୍ଡଳ ବିଷୟରେ ଯାହାଜାଣ ଲେଖ।
Answer:
- ଅଶ୍ମମଣ୍ଡଳଟି ଭୂତ୍ବକ୍ର ବିଭିନ୍ନ ଶିଳା ଓ ମୃତ୍ତିକାସ୍ତରକୁ ନେଇ ଗଠିତ।
- ଭୂପୃଷ୍ଠରେ ଥିବା ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀମାନଙ୍କ ଜୀବନଧାରଣ ପାଇଁ ଆବଶ୍ୟକ ଅଧିକାଂଶ ଉପାଦାନ ଏହି ଶିଳା ଓ ମୃତ୍ତିକାରୁ ହିଁ ମିଳିଥାଏ।
- ଅଶ୍ମମଣ୍ଡଳ ପୃଥିବୀର ସାତୋଟି ମହାଦେଶ ଓ ସମୁଦ୍ରତଳକୁ ନେଇ ଗଠିତ ହୋଇଛି। ଏହି ମହାଦେଶଗୁଡ଼ିକ ହେଲା– ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା, ଇଉରୋପ ଓ ଅଷ୍ଟ୍ରେଲିଆ।
- ଭୂପୃଷ୍ଠରେ ଏହି ମହାଦେଶଗୁଡ଼ିକ ବିସ୍ତୀର୍ଣ୍ଣ ଜଳଭାଗଦ୍ଵାରା ପରସ୍ପରଠାରୁ ଅଲଗା ରହିଛନ୍ତି।
- ପୃଥିବୀର ସ୍ଥଳଭାଗ ସାତଟି ମହାଦେଶ ସହ ବିସ୍ତୀର୍ଣ୍ଣ ଜଳଭାଗ ୪ଟି ମହାସାଗରକୁ ନେଇ ଗଠିତ।
୩। ପୃଥିବୀର ବାରିମଣ୍ଡଳ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କର।
Answer:
- ବାରିମଣ୍ଡଳ ପୃଥିବୀପୃଷ୍ଠର ପ୍ରାୟ ଶତକଡ଼ା ୭୧ ଭାଗ ସ୍ଥାନ ଅଧିକାର କରିଛି।
- ଏହି ଜଳ ସାଗର, ମହାସାଗର, ହ୍ରଦ ବ୍ୟତୀତ ପାର୍ବତ୍ୟ ଅଞ୍ଚଳରେ ତୁଷାରରାଶି ଓ ହିମବାହ, ନଦୀ ଓ କେନାଲରେ ପ୍ରବହମାନ ଧାରା, ଭୂଗର୍ଭରେ ସଞ୍ଚ ଜଳ ଓ ବାୟୁମଣ୍ଡଳରେ ଜଳୀୟବାଷ୍ପ ରୂପେ ଥାଏ।
- ଏହି ସମସ୍ତ ଜଳରାଶିକୁ ନେଇ ବାରିମଣ୍ଡଳ ଗଠିତ।
- ସମୁଦାୟ ଜଳରାଶିର ଶତକଡ଼ା ୯୭.୨ ଭାଗ ଜଳ ମହାସାଗର ଓ ସାଗରରେ ରହିଛି। ଏହା ଲବଣାକ୍ତ ହୋଇଥିବାରୁ ପାନୀୟ ଅନୁପଯୋଗୀ।
- ଶତକଡ଼ା ୨.୮ ଭାଗ ଜଳ ପାନୀୟ ଉପଯୋଗୀ । ତାହା ମଧ୍ୟରୁ ଶତକଡ଼ା ପ୍ରାୟ ୨.୭୭ ଭାଗ ଜଳ ବରଫ ଆକାରରେ ଓ ଭୂଗର୍ଭସ୍ଥ ଜଳ ଆକାରରେ ଅଛି। ମାତ୍ର ଶତକଡ଼ା ୦.୦୩ ଭାଗ ଜଳ ପୃଥିବୀପୃଷ୍ଠରେ ଉପଲବ୍ଧ ।
- ପୃଥିବୀପୃଷ୍ଠରେ ଜଳର ପରିମାଣ ଅଧିକ ଥିବାରୁ ଏହା ଜଳୀୟ ଗ୍ରହ ବା ନୀଳଗ୍ରହ ରୂପେ ପରିଚିତ।
![]()
(କ) ସଂକ୍ଷେପରେ ଉତ୍ତର ଦିଅ।
୧। ପୃଥିବୀର କେଉଁ କେଉଁ ମହାଦେଶ ସଂପୂର୍ଣ୍ଣ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ?
Answer:
- ପୃଥିବୀର ୩ଟି ମହାଦେଶ ସଂପୂର୍ଣ୍ଣ ଭାବରେ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ।
- ସେଗୁଡ଼ିକ ହେଲା– ଉତ୍ତର ଆମେରିକା, ଏସିଆ ଓ ଇଉରୋପ।
୨। ପରିସଂସ୍ଥା କାହାକୁ କୁହାଯାଏ ?
Answer:
- ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜଳବାୟୁ, ମୃତ୍ତିକା ଓ ସେହି ଅଞ୍ଚଳରେ ରହୁଥିବା ଜୀବଗୋଷ୍ଠୀକୁ ଦେହ ଏକ ପରିବେଶ ସୃଷ୍ଟି ହୋଇଥାଏ।
- ଏହାକୁ ପରିସଂସ୍ଥା କୁହାଯାଏ।
୩ । ଭୂଗୋଲକୀୟ ଉଷ୍ମତା ବୃଦ୍ଧି ପାଇବାର କାରଣ କ’ଣ ?
Answer:
- ଭୂପୃଷ୍ଠରେ ଥିବା କଳକାରଖାନା, ତାପଜ ଶକ୍ତିକେନ୍ଦ୍ର ଓ ଗମନାଗମନ ପାଇଁ ବ୍ୟବହୃତ ଯାନବାହନରୁ ନିର୍ଗତ ପାଉଁଶ ଓ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରିଥାଏ।
- ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବୃଦ୍ଧିପାଇଁ ଭୂଗୋଲକୀୟ ଉଷ୍ଣତା ବୃଦ୍ଧି ହୋଇଥାଏ।
୪। ଆଟ୍ଲାଣ୍ଟିକ୍ ମହାସାଗରର ପୂର୍ବ ଓ ପଶ୍ଚିମରେ କେଉଁ କେଉଁ ମହାଦେଶ ଅବସ୍ଥିତ ?
Answer:
- ଆଟ୍ଲାଣ୍ଟିକ୍ ମହାସାଗରର ପୂର୍ବରେ ଇଉରୋପ ଓ ଆଫ୍ରିକା ଅବସ୍ଥିତ।
- ଏହାର ପଶ୍ଚିମରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଅବସ୍ଥିତ।
![]()
୫। ପ୍ରଶାନ୍ତ ମହାସାଗରର କେଉଁ କେଉଁ ଦିଗରେ କେଉଁ ମହାଦେଶ ଅବସ୍ଥିତ ?
Answer:
- ପ୍ରଶାନ୍ତ ମହାସାଗରର ପୂର୍ବରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ମହାଦେଶ ଅବସ୍ଥିତ।
- ଏହାର ପଶ୍ଚିମରେ ଏସିଆ ଓ ଦକ୍ଷିଣରେ ଆଣ୍ଟର୍କଟିକା ମହାଦେଶ ଅବସ୍ଥିତ।
(ଖ) ପାର୍ଥକ୍ୟ ଦର୍ଶାଅ।
୧। ଅଶ୍ମମଣ୍ଡଳ ଓ ଜୈବ ମଣ୍ଡଳ :
Answer:
| ଅଶ୍ମମଣ୍ଡଳ | ଜୈବ ମଣ୍ଡଳ |
|
|
୨। ପ୍ରଶାନ୍ତ ମହାସାଗର ଓ ଆଟଲାଣ୍ଟିକ୍ ମହାସାଗର :
Answer:
| ପ୍ରଶାନ୍ତ ମହାସାଗର | ଆଟଲାଣ୍ଟିକ୍ ମହାସାଗର |
|
|
(ଗ) ସଂକ୍ଷିପ୍ତ ଟିପ୍ପଣୀ :
୧। ନୀଳଗ୍ରହ :
Answer:
- ପୃଥିବୀରେ ଜଳଭାଗର ପରିମାଣ ପ୍ରାୟ ଶତକଡ଼ା ୭୧ ଭାଗ ଓ ସ୍ଥଳଭାଗର ପରିମାଣ ପ୍ରାୟ ଶତକଡ଼ା ୨୯ ଭାଗ।
- ପୃଥିବୀରେ ଜଳର ପରିମାଣ ଅଧିକ ହୋଇଥିବାରୁ ଏହାକୁ ଜଳୀୟ ଗ୍ରହ ବା ନୀଳଗ୍ରହ କହନ୍ତି।
୨। ପରିସଂସ୍ଥା :
Answer:
ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜଳବାୟୁ, ମୃତ୍ତିକା ଏବଂ ସେହି ଅଞ୍ଚଳରେ ରହୁଥିବା ପ୍ରାଣୀ ଓ ଉଦ୍ଭିଦମାନଙ୍କୁ ନେଇ ଯେଉଁ ପରିବେଶ ସୃଷ୍ଟି ହୁଏ। ତାହାକୁ ପରିସଂସ୍ଥା କୁହାଯାଏ।
![]()
୩। ବାୟୁମଣ୍ଡଳ :
Answer:
- ପୃଥିବୀର ଚତୁଃପାର୍ଶ୍ଵରେ ବାୟୁର ଏକ ସ୍ତର ଢାଙ୍କି ହୋଇ ରହିଛି। ଭୂପୃଷ୍ଠ ପ୍ରାୟ ୧୬୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବିସ୍ତୃତ। ଜୀବଜଗତର ଶ୍ଵାସକ୍ରିୟା ପାଇଁ ବାୟୁମଣ୍ଡଳ ଅତ୍ୟନ୍ତ ଆବଶ୍ୟକ।
- ବାୟୁମଣ୍ଡଳର ତାପମାତ୍ରା, ଚାପ, ଘନତ୍ୱ ଆଦି ସବୁଠାରେ ସମାନ ନଥାଏ। ବାୟୁମଣ୍ଡଳରେ ୭୮ ଶତକଡ଼ା ଯବକ୍ଷାରଜାନ ଓ ୨୧ ଭାଗ ଅମ୍ଳଜାନ ରହିଛି।
(ଘ) ଭୌଗୋଳିକ କାରଣ ଦର୍ଶାଅ :
୧। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ଅପେକ୍ଷାକୃତ କମ୍ ଥିଲେ ମଧ୍ୟ ଏହା ଗୁରୁତ୍ବପୂର୍ଣ।
Answer:
- ବାୟୁମଣ୍ଡଳରେ ଅପେକ୍ଷାକୃତ କମ୍ ପରିମାଣରେ ଥିବା ଅଙ୍ଗାରକାମ୍ଳ ବାଷ୍ପ ପୃଥିବୀ ବିକିରଣ କରୁଥିବା ତାପକୁ ଗ୍ରହଣ କରି ପୃଥିବୀର ଉଷ୍ଣତା ରକ୍ଷା କରିବାରେ ସାହାଯ୍ୟକରେ।
- ତାଛଡ଼ା ଉଭିଦ ଜଗତର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟାରେ ଏହା ବିଶେଷ ଆବଶ୍ୟକ ହୋଇଥାଏ। ତେଣୁ ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ।
୨। ପର୍ବତ ଆରୋହଣକାରୀମାନେ ସେମାନଙ୍କ ସହିତ ଅମ୍ଳଜାନ ପୂର୍ଣ୍ଣ ଥଳୀ ଦେଇଥାନ୍ତି।
Answer:
- ବାୟୁମଣ୍ଡଳରେ ବାୟୁର ଘନତା ସର୍ବତ୍ର ସମାନ ନଥାଏ। ଭୂପୃଷ୍ଠରୁ ଉଚ୍ଚତାର ବୃଦ୍ଧି ସଙ୍ଗେ ସଙ୍ଗେ ବାୟୁର ଘନତା କ୍ରମଶଃ କମି କମି ଯାଏ।
- ସମୁଦ୍ର ପତ୍ତନରେ ଏହା ସବୁଠାରୁ ଅଧିକ ଏବଂ ପର୍ବତ ଶିଖରରେ ଏହା ବହୁତ କମ୍ ଥାଏ। ତେଣୁ ପର୍ବତ ଶିଖରରେ ଏହା ବହୁତ କମ୍ ଥାଏ। ତେଣୁ ପର୍ବତ ଆରୋହୀମାନେ ଅମ୍ଳଜାନପୂର୍ଣ୍ଣ ଥଳୀ ସାଙ୍ଗରେ ନେ ଇଥାନ୍ତି।
![]()
(କ) ଶୂନ୍ୟସ୍ଥାନ ପୂରଣ କର।
(୧) ପୃଥିବୀର ସର୍ବୋଚ୍ଚ ପାର୍ବତ୍ୟ ଶୃଙ୍ଗର ଉଚ୍ଚତା _______ ।
Answer:
୮୮୪୮ ମିଟର
(୨) ଭୂପୃଷ୍ଠର ପ୍ରାୟ _________ ଜଳଭାଗଦ୍ବାରା ବେଷ୍ଟିତ।
Answer:
ତିନି-ଚତୁର୍ଥାଂଶ
(୩) ପୃଥିବୀର ସାତଟି ମହାଦେଶ ଓ ସମୁଦ୍ରତଳକୁ ନେଇ ___________ ଗଠିତ।
Answer:
ଅଶ୍ମମଣ୍ଡଳ
(୪) ପୃଥିବୀକୁ ତା’ର ଚତୁଃପାର୍ଶ୍ବରେ ଏକ _________ ଘେରି ରହିଛି।
Answer:
ବାୟୁମଣ୍ଡଳ
(୫) ପୃଥିବୀର ଗଭୀରତମ ସାମୁଦ୍ରିକ ଖାତ ମାରିଆନା ___________ ମହାସାଗରରେ ଅବସ୍ଥିତ।
Answer:
ପ୍ରଶାନ୍ତ
![]()
(୬) ଏଭେରେଷ୍ଟର ଉଚ୍ଚତା ___________ ମିଟର।
Answer:
୮୮୪୮ ମିଟର
(୭) ମାରିଆନାର ଗଭୀରତା ___________ ମିଟର।
Answer:
୧୧୦୨୨ ମିଟର
(୮) ପୃଥିବୀର ବୃହତ୍ତମ ମହାସାଗର _____________।
Answer:
ପ୍ରଶାନ୍ତ ମହାସାଗର
(୯) ପୃଥିବୀପୃଷ୍ଠରେ ଉପଲବ୍ଧ ଜଳର ପରିମାଣ ____________।
Answer:
୦.୦୩ ଭାଗ
(୧୦) ବାୟୁମଣ୍ଡଳରେ ________ ବାଷ୍ପର ପରିମାଣ ଅଧ୍ଵ ହେଲେ ଭୂଗୋଲକୀୟ ତାପମାତ୍ରାରେ କ୍ରମଶଃ ବୃଦ୍ଧି ଘଟିଥାଏ।
Answer:
ଅଙ୍ଗାରକାମ୍ଳ
![]()
(ଖ) ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଦିଅ।
୧। ସମୁଦାୟ ଜଳରାଶିର ଶତକଡ଼ା କେତେ ଅଂଶ ସାଗର ଓ ମହାସାଗରରେ ଅଛି ?
Answer:
ସମୁଦାୟ ଜଳରାଶିର ଶତକଡ଼ା ୯୭.୨ ଭାଗ ଜଳ ସାଗର ଓ ମହାସାଗରରେ ଅଛି।
୨। ଭୂପୃଷ୍ଠରୁ ପ୍ରାୟ କେତେ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବିସ୍ତୃତ ?
Answer:
ଭୂପୃଷ୍ଠରୁ ପ୍ରାୟ ୧୬୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବିସ୍ତୃତ।
୩। ସବୁଠାରୁ ଉଚ୍ଚରେ ଥିବା ସ୍ତରର ନାମ କ’ଣ ?
Answer:
ସବୁଠାରୁ ଉଚ୍ଚରେ ଥିବା ସ୍ତରର ନାମ ଏକ୍ସୋସ୍ପିଅର।
୪। ବାୟୁର ଦୁଇଟି ମୁଖ୍ୟ ଉପାଦାନର ନାମ ଲେଖ।
Answer:
ବାୟୁର ଦୁଇଟି ମୁଖ୍ୟ ଉପାଦାନର ନାମ ଯବକ୍ଷାରଜାନ ଓ ଅମ୍ଳଜାନ।
![]()
୫। ପବନ କାହାକୁ କୁହାଯାଏ ?
Answer:
ପ୍ରବାହିତ ବାୟୁକୁ ପବନ କୁହାଯାଏ।
୬। ପୃଥିବୀର ଗଭୀରତମ ସାମୁଦ୍ରିକ ଖାତର ନାମ କ’ଣ ?
Answer:
ପୃଥିବୀର ଗଭୀରତମ ସାମୁଦ୍ରିକ ଖାତର ନାମ ମାରିଆନା।
୭। ପୃଥିବୀପୃଷ୍ଠରୁ କେତେ ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବ୍ୟାପି ରହିଛି ?
Answer:
ପୃଥିବୀପୃଷ୍ଠରୁ ପ୍ରାୟ ୧୬୦୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବ୍ୟାପି ରହିଛି।
୮। ପୃଥିବୀର ଦ୍ଵିତୀୟ ବୃହତ୍ତମ ମହାସାଗରର ନାମ କ’ଣ ?
Answer:
ପୃଥିବୀର ଦ୍ବିତୀୟ ବୃହତ୍ତମ ମହାସାଗରର ନାମ ଆଟ୍ଲାଣ୍ଟିକ୍ ମହାସାଗର।
୯। ଏସିଆ ମହାଦେଶର ଦକ୍ଷିଣରେ କେଉଁ ମହାସାଗର ଅଛି ?
Answer:
ଏସିଆ ମହାଦେଶର ଦକ୍ଷିଣରେ ଭାରତ ମହାସାଗର ଅଛି।
୧୦। ଆଟ୍ଲାଣ୍ଟିକ୍ ମହାସାଗରର ଆକୃତି କିପରି ?
ଆଟ୍ଲାଣ୍ଟିକ୍ ମହାସାଗରର ଆକୃତି ଇଂରାଜୀ ଅକ୍ଷର ‘S’ ପରି।
![]()
(ଗ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।
୧। ନିମ୍ନଲିଖ ମଧ୍ୟରୁ ପୃଥିବୀରେ ସ୍ଥଳଭାଗର ଆୟତନ ଶତକଡ଼ା କେତେ ?
(A) ୩୯ ଭାଗ
(B) ୨୯ ଭାଗ
(C) ୭୮ ଭାଗ
(D) ୭୧ ଭାଗ
Answer:
(B) ୨୯ ଭାଗ
୨। ଗଡ଼ୱିନ୍ ଅଷ୍ଟିନ୍ କେଉଁ ପର୍ବତରେ ଅବସ୍ଥିତ ?
(A) ହିମାଳୟ
(B) ହିନ୍ଦୁକୁଶ
(C) କ୍ୟୁନଲୁନ୍
(D) କାରାକୋରମ୍
Answer:
(D) କାରାକୋରମ୍
୩। ନିମ୍ନଲିଖ ମଧ୍ୟରୁ କେଉଁ ପ୍ରଣାଳୀଟି ସୁମେରୁ ମହାସାଗର ସହିତ ପ୍ରଶାନ୍ତ ମହାସାଗରକୁ ସଂଯୁକ୍ତ କରୁଛି ?
(A) ପକ୍ ପ୍ରଣାଳୀ
(B) ବେରିଂ ପ୍ରଣାଳୀ
(C) ଜିଦ୍ରାଲିଟର ପ୍ରଣାଳୀ
(D) ଇଂଲିଶ୍ ପ୍ରଣାଳୀ
Answer:
(B) ବେରିଂ ପ୍ରଣାଳୀ
![]()
୪। ନିମ୍ନଲିଖ ମଧ୍ୟରୁ ପୃଥିବୀର ଉଚ୍ଚତମ ଶୃଙ୍ଗ କିଏ ?
(A) ଏଭେରେଷ୍ଟ
(B) ହିନ୍ଦୁକୁଶ
(C) ଭୂଗୋଲକୀୟ
(D) ଗଭୀରତମ
Answer:
(A) ଏଭେରେଷ୍ଟ
୫। ନିମ୍ନଲିଖ ମଧ୍ୟରୁ ପୃଥିବୀର ବୃହତ୍ତମ ମହାସାଗର କିଏ ?
(A) ଭାରତ ମହାସାଗର
(B) ଅମ୍ଳଜାନ
(C) ଆଟଲାଣ୍ଟିକ୍ ମହାସାଗର
(D) ପ୍ରଶାନ୍ତ ମହାସାଗର
Answer:
(D) ପ୍ରଶାନ୍ତ ମହାସାଗର
୬। ଭୂପୃଷ୍ଠରେ ଥିବା ସ୍ଥଳଭାଗର ପରିମାଣ କେତେ ?
(A) ୧/୪
(B) ୧/୩
(C) ୨/୩
(D) ୧/୨
Answer:
(A) ୧/୪
୭। ଆଟଲାଣ୍ଟିକ୍ ମହାସାଗରର ଆକୃତି କେଉଁ ଇଂରାଜୀ ଅକ୍ଷର ପରି ?
(A) T
(B) 0
(C) P
(D) S
Answer:
(D) S
୮। ପୃଥିବୀର ବାୟୁମଣ୍ଡଳଟି ଭୂପୃଷ୍ଠରୁ କେତେ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ?
(A) ୧୬୦୦
(B) ୧୨୦୦
(C) ୪୦୦୦
(D) ୮୦୦୦
Answer:
(A) ୧୬୦୦
![]()
୯। ବାୟୁମଣ୍ଡଳରେ କେଉଁ ଗ୍ୟାସ୍ର ପରିମାଣ ସବୁଠାରୁ ଅଧିକ ?
(A) ଅମ୍ଳଜାନ
(B) ଅଙ୍ଗାରକାମ୍ଳ
(C)ଆଟଲାଣ୍ଟିକ୍ ମହାସାଗର
(D) ଯବକ୍ଷାରଜାନ
Answer:
(D) ଯବକ୍ଷାରଜାନ
୧୦। ପୃଥିବୀର ଗଭୀରତମ ସାମୁଦ୍ରିକ ଖାତ ମାରିଆନା କେଉଁ ମହାସାଗରରେ ଅବସ୍ଥିତ ?
(A) ପ୍ର ଶା ନ୍ତ
(B) ଆଟ୍ଲାଣ୍ଟିକ୍
(C) ଶୂନ୍ୟସ୍ଥାନ
(D)ପୃଥିବୀପୃଷ୍ଠରେ
Answer:
(A) ପ୍ର ଶା ନ୍ତ
![]()
(ଘ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।
1. ପୃଥିବୀର ଗଭୀରତମ ସାମୁଦ୍ରିକ ଖାତ ମାରିଆନା ____________ ମହାସାଗରରେ ଅବସ୍ଥିତ।
(ପ୍ରଶାନ୍ତ, ଆଟ୍ଲାଣ୍ଟିକ୍, ଭାରତ, ସୁମେରୁ)
Answer:
ପ୍ରଶାନ୍ତ
2. ପୃଥିବୀପୃଷ୍ଠରେ ଥିବା ମଧୁର ଜଳର ପରିମାଣ ପ୍ରାୟ ଶତକଡ଼ା __________ ଭାଗ।
(୧.୮, ୧୮ ୩୮, ୪.୮)
Answer:
୧.୮
3. ସୁମେରୁ ମହାସାଗର ସହିତ ପ୍ରଶାନ୍ତ ମହାସାଗରକୁ __________ ପ୍ରଣାଳୀ ସଂଯୁକ୍ତ କରୁଛି ।
(ଜିବ୍ରାଲିଟର, ପକ୍ , ବେରିଂ, ଇଂଲିଶ )
Answer:
ବେରିଂ
4. ବାୟୁମଣ୍ଡଳରେ _____________ ଗ୍ୟାସ୍ ପରିମାଣ ସବୁଠାରୁ ଅଧିକ।
( ଅମ୍ଳଜାନ, ଅଙ୍ଗାରକାମ୍ଳ, ଆରଗନ, ଯବକ୍ଷାରଜାନ)
Answer:
ଯବକ୍ଷାରଜାନ
![]()
5. ପୃଥିବୀର ସର୍ବୋଚ୍ଚ ପାର୍ବତ୍ୟ ଶୃଙ୍ଗର ଉଚ୍ଚତା __________ ମିଟର।
(୮୮୪୮, ୮୮୮୪, ୮୪୮୮, ୮୮୮୮ )
Answer:
୮୮୪୮
6. ପୃଥିବୀପୃଷ୍ଠରେ ଉପଲବ୍ଧ ଜଳର ପରିମାଣ ଶତକଡ଼ା __________ ।
(୦.୩ ଭାଗ, ୦.୦୩ ଭାଗ, ୦.୦୦୩ ଭାଗ, ୩ ଭାଗ)
Answer:
୦.୦୩ ଭାଗ
7. ଭୂପୃଷ୍ଠରେ ଥିବା ସ୍ଥଳଭାଗର ପରିମାଣ ________________ ।
[୧/୪’ ୧/୩’ ୨/୩’୧/୨]
Answer:
୧/୪’
8. ବାୟୁମଣ୍ଡଳରେ __________ ବାଷ୍ପର ପରିମାଣ ଅଧ୍ଵ ହେଲେ ଭୂଗୋଲକୀୟ ତାପମାତ୍ରାର କ୍ରମଶଃ ବୃଦ୍ଧି ଘଟିଥାଏ।
( ଅମ୍ଳଜାନ, ଅଙ୍ଗାରକାମ୍ଳ, ଆରଗନ୍, ଯବକ୍ଷାରଜାନ )
Answer:
ଅଙ୍ଗାରକାମ୍ଳ
10. ପୃଥିବୀର ବାୟୁମଣ୍ଡଳଟି ଭୂପୃଷ୍ଠରୁ ________ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ।
(୧୬୦୦, ୧୨୦୦, ୪୦୦, ୮୦୦)
Answer:
୧୬୦୦
![]()
ତୁମ ପାଇଁ କାମ :
- ମନୁଷ୍ୟ ଯେଉଁ ଯେଉଁ କାର୍ଯ୍ୟ ପାଇଁ ଅଶ୍ଵମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳ ଉପରେ ନିର୍ଭରଶୀଳ ତାହାର ତାଲିକା କର।
Answer:
( ନିଜେ କର।) - ପୃଥିବୀର ଚିତ୍ର ଅଙ୍କନ କରି ତହିଁରେ ମହାଦେଶ ଓ ମହାସାଗରଗୁଡ଼ିକୁ ରେଖାଙ୍କିତ ଚିତ୍ରରେ ଦର୍ଶାଅ।
Answer:
( ନିଜେ କର।) - ମାନଚିତ୍ର ଅଧ୍ୟୟନକରି ପ୍ରଦତ୍ତ ସାରଣୀଟିରେ ବିଭିନ୍ନ ମହାସାଗର ତଟସ୍ଥ ଦେଶଗୁଡ଼ିକର ନାମ ଲେଖ।
( ଦେଶଗୁଡ଼ିକର ନାମ ସାରଣୀରେ ଲେଖୁ ଦିଆଯାଇଛି ।)
![]()
