Odisha State Board BSE Odisha 6th Class Geography Solutions Chapter 4 ପୃଥିବୀର ଗତି Textbook Exercise Questions and Answers.
BSE Odisha Class 6 Geography Solutions Chapter 4 ପୃଥିବୀର ଗତି
୧। ନିମ୍ନଲିଖତ ବାକ୍ୟଗୁଡ଼ିକରେ ଥିବା ଶୂନ୍ୟସ୍ଥାନ ପୂରଣ କର।
(କ) ବିଷୁବ ବୃତ୍ତଠାରେ ପୃଥିବୀର ଆବର୍ତ୍ତନର ବେଗ ଘଣ୍ଟା ପ୍ରତି ______ କିଲୋମିଟର।
Answer:
୧୭୭୦
(ଖ) ପୃଥିବୀର ଦୁଇମେରୁଠାରେ ଆବର୍ତ୍ତନର ବେଗ ଘଣ୍ଟାକୁ ____________ କି,ମି.।
Answer:
ଶୂନ
(ଗ) ପୃଥିବୀର ଅକ୍ଷ ତା’ର କକ୍ଷ ତଳ ସହିତ ___________ ଡିଗ୍ରୀ କୋଣ କରି ଆନତ ଥାଏ।
Answer:
୬୬ ୧/୨
(ଘ) ସାଧାରଣତଃ ଦୁଇଟି ଅଧ୍ବବର୍ଷ ମଧ୍ୟରେ ବ୍ୟବଧାନ _______ ବର୍ଷ ଅଟେ।
Answer:
୪ ବର୍ଷ
୨। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ।
(କ) ପୃଥିବୀର କେତେ ପ୍ରକାର ଗତି ଅଛି ଓ ସେଗୁଡ଼ିକ କ’ଣ କ’ଣ?
Answer:
ପୃଥିବୀର ଦୁଇ ପ୍ରକାର ଗତି ଅଛି । ସେଗୁଡ଼ିକ ହେଉଛି– ଆବର୍ତ୍ତନ ବା ଦୈନିକ ଗତି ଓ ପରିକ୍ରମଣ ବା ବାର୍ଷିକ ଗତି।
(ଖ) ପୃଥିବୀର ଆବର୍ତ୍ତନର ବେଗ ଭୂପୃଷ୍ଠର କେଉଁଠାରେ ସର୍ବାଧିକ ଓ କାହିଁକି ?
Answer:
ପୃଥିବୀର ଆବର୍ତ୍ତନର ବେଗ ବିଷୁବବୃତ୍ତଠାରେ ସର୍ବାଧିକ, କାରଣ ବିଷୁବ ବୃତ୍ତର ପରିସ୍ ସବୁଠାରୁ ଅଧିକ । ତେଣୁ ଏହା ସେଠାରେ ସର୍ବାଧିକ ବେଗରେ ଆବର୍ତ୍ତନ କରିଥାଏ।
(ଗ) ପୃଥିବୀର ଆବର୍ତ୍ତନର ବେଗ ଖୁବ୍ ଅର୍ଧ ହୋଇଥିଲେ ମଧ୍ୟ ଆମେ କାହିଁକି ତାହା ଅନୁଭବ କରିପାରୁନାହିଁ ?
Answer:
ପୃଥିବୀ ଅଧ୍ବକ ବେଗରେ ଗତି କରୁଥିଲେ ମଧ୍ୟ ତାହା ଆମକୁ ଜଣାପଡ଼େ ନାହିଁ । କାରଣ, ପୃଥିବୀର ଆକାର ବହୁତ ବଡ଼ । ତା’ର ଆୟତନ ତୁଳନାରେ ଆମର ସ୍ଥିତି ଏକ ଗ୍ଲୋବ୍ରେ ସାମାନ୍ୟ ବିନ୍ଦୁ ସଦୃଶ। ତେଣୁ ଆମେ ପୃଥିବୀର ଆବର୍ତ୍ତନର ବେଗ ଖୁବ୍ ଅଧିକ ହୋଇଥିଲେ ମଧ୍ୟ ତାହା ଅନୁଭବ କରିପାରୁନାହୁଁ ।
(ଘ) ପୃଥବୀର ଆବର୍ତ୍ତନର ବେଗ କେଉଁଠାରେ ସର୍ବନିମ୍ନ ଓ କାହିଁକି ?
Answer:
ମେରୁଠାରେ ପୃଥିବୀର ଆବର୍ତ୍ତନର ବେଗ ସର୍ବନିମ୍ନ ହୋଇଥାଏ। କାରଣ ଆବର୍ତ୍ତନ ସମୟରେ ଏହାର ମେରୁ ଦୁଇଟି ସ୍ଥିର ରହିଥାଏ।
(ଙ) ପୃଥିବୀର ପରିକ୍ରମଣକୁ କାହିଁକି ତା’ର ବାର୍ଷିକ ଗତି ବୋଲି କୁହାଯାଏ ?
Answer:
ପୃଥିବୀର ପରିକ୍ରମଣ ଗତି ଫଳରେ ବର୍ଷ ସଂଘଟିତ ହେଉଥିବାରୁ ଏହା ପୃଥିବୀର ବାର୍ଷିକ ଗତି ବୋଲି ମଧ୍ୟ କୁହାଯାଏ।
୩। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର୍ ଉତ୍ତର ଲେଖ ।
(କ) ପୃଥିବୀର ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ବର୍ଷର କେଉଁ କେଉଁ ସମୟରେ କିପରି ସଂଘଟିତ ହୁଏ ଚିତ୍ର ସହ ବୁଝାଇ ଲେଖ।
ପୃଥିବୀର ପରିକ୍ରମଣ ଗତ୍ର ପରିବୀର୍ତ୍ତନ
(୧) ଜୁନ୍ ମାସ ୨୧ ତାରିଖ ବେଳକୁ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇ ରହିଥାଏ। ଏହି ଦିନ କର୍କଟ କ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବରେ ପଡ଼ିଥାଏ। ଏହି ଦିବସକୁ ଗ୍ରୀଷ୍ମ ଅୟନାନ୍ତ ଦିବସ କୁହାଯାଏ। ସେତେବେଳେ ଉତ୍ତର ଗୋଲାର୍ଦ୍ଧରେ ତାପମାତ୍ରା ଅଧିକ ହୋଇଥାଏ। ତେଣୁ ସେଠାରେ ଗ୍ରୀଷ୍ମଋତୁ ହୋଇଥାଏ।
(୨) ଠିକ୍ ସେହିପରି ଡିସେମ୍ବର ୨୨ ତାରିଖ ବେଳକୁ ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇ ରହିଥାଏ ଏବଂ ମକରକ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବରେ ପଡ଼ିଥାଏ। ତେଣୁ ସେଠାରେ ତାପମାତ୍ର ଅଧୂକ ହୁଏ ଏବଂ ଗ୍ରୀଷ୍ମଋତୁ ହୋଇଥାଏ।
(ଖ) ପୃଥିବୀରେ ଦିନରାତି କିପରି ସଂଘଟିତ ହୁଏ ଚିତ୍ର ସହ ବୁଝାଇ ଲେଖ।
Answer:
(୧) ଆବର୍ତ୍ତନ ଫଳରେ ପୃଥିବୀର ପୃଷ୍ଠଭାଗରେ ଥିବା ପ୍ରତ୍ୟେକ ସ୍ଥାନ ଦିନର ୨୪ ଘଣ୍ଟାରୁ ପ୍ରାୟ ୧୨ ଘଣ୍ଟା ପାଇଁ ଆଲୋକିତ ଅକ୍ଷାଂଶରେ ଓ ଅବଶିଷ୍ଟ ୧୨ ଘଣ୍ଟା ପାଇଁ ଅନ୍ଧକାର ଅକ୍ଷାଂଶରେ ରହେ। ଏହି ଦୁଇ ଅକ୍ଷାଂଶର ସନ୍ଧିସ୍ଥଳରେ ସୃଷ୍ଟି ହେଉଥିବା ବୃତ୍ତାକାର ଆଲୋକ ବଳୟକୁ ଆଲୋକ ବୃତ୍ତ କୁହାଯାଏ।
(୨) ଆବର୍ତ୍ତନ ସମୟରେ ପୃଥିବୀର ପ୍ରତ୍ୟେକ ଦ୍ରାଘିମା ଓ ତାହା ଉପରିସ୍ଥ ପ୍ରତ୍ୟେକ ସ୍ଥାନ ପ୍ରତିଦିନ ଦୁଇଥର ପାଇଁ ଆଲୋକ ବୃତ୍ତକୁ ଅତିକ୍ରମ କରିଥାଏ।
(୩) ଯେତେବେଳେ ସଂପୃକ୍ତ ଦ୍ରାଘିମା ରେଖାଟି ପୃଥିବୀର ଅନ୍ଧକାର ଅକ୍ଷାଂଶ ପରିତ୍ୟାଗ କରି ଆଲୋକିତ ଅକ୍ଷାଂଶରେ ପ୍ରବେଶ କରେ ସେତେବେଳେ ସେହି ଦ୍ରାଘିମା ରେଖା ଉପରେ ଅବସ୍ଥିତ ସମସ୍ତ ସ୍ଥାନରେ ସୂର୍ଯ୍ୟୋଦୟ ହୋଇଥାଏ। ଏହା ପୂର୍ବଦିଗରେ ଘଟିଥାଏ।
(୪) ତା’ପରେ ସଂପୃକ୍ତ ଦ୍ରାଘିମାଟି ଆବର୍ତ୍ତନ କ୍ରମରେ ପୂର୍ବ ଦିଗକୁ ଅଧିକରୁ ଅଧ୍ଵ ଅଗ୍ରଗତି କରିବା ହେତୁ ସେହି ଦ୍ରାଘିମା ଉପରିସ୍ଥ ସବୁ ସ୍ଥାନରେ ଦିନ କ୍ରମଶଃ ବଢ଼ି ବଢ଼ି ଚାଲେ । ମଧ୍ୟାହ୍ନ ହେଲେ ଦ୍ରାଘିମାଟି ସିଧାସଳଖ ସୂର୍ଯ୍ୟର ସମ୍ମୁଖୀନ ହୋଇଥାଏ।
(୫) ସୂର୍ଯ୍ୟୋଦୟଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସମୟକୁ ପୂର୍ବାହ୍ନ କୁହାଯାଏ। ମଧ୍ୟାହ୍ନ ପରଠାରୁ ପୃଥିବୀ କ୍ରମଶଃ ଅଧୂକ ପୂର୍ବ ଦିଗକୁ ଗତି କରିବା ଫଳରେ ସେହି ସ୍ଥାନ ଉପରେ ଅପରାହ୍ନ, ସନ୍ଧ୍ୟା, ମଧ୍ୟରାତ୍ରି ଏବଂ ପୁନଃ ସକାଳ ହୋଇଥାଏ। ଏହିପରି ପୃଥିବୀରେ ଦିନରାତି ସଂଘଟିତ ହୁଏ।
(ଗ) ପୃଥିବୀର ଅକ୍ଷଦଣ୍ଡ ତା’ର କକ୍ଷତଳ ସହିତ ଲମ୍ବଭାବରେ ଥିଲେ ଭୂପୃଷ୍ଠରେ କ’ଣ ଘଟନ୍ତା ବୁଝାଇ ଲେଖ ।
Answer:
ପୃଥିବୀର ଅକ୍ଷଦଣ୍ଡ ତା’ର କକ୍ଷତଳ ସହିତ ଲମ୍ବଭାବରେ ଥିଲେ ଋତୁ ପରିବର୍ତ୍ତନ ସଙ୍ଗଠିତ ହୋଇପାରନ୍ତା ନାହିଁ ଏବଂ ଦିନ ଓ ରାତ୍ରିର ଅବସ୍ରେ ତାରତମ୍ୟ ରହନ୍ତା ନାହିଁ।
୪। ପାର୍ଥକ୍ୟ ଦର୍ଶାଅ :
(କ) ଆବର୍ତ୍ତନ ଓ ପରିକ୍ରମଣ
Answer:
ଆବର୍ତ୍ତନ | ପରିକ୍ରମଣ |
(୧) ପୃଥିବୀ ତା’ର ଅକ୍ଷ ଚତୁଃପାର୍ଶ୍ଵରେ ଘୂରିବାକୁ| ଆବର୍ତ୍ତନ କୁହାଯାଏ । (୨) ଏକ ପୂର୍ଣ୍ଣ ଆବର୍ତ୍ତନ କରିବାକୁ ପୃଥିବୀ ପ୍ରାୟ ୨୪ ଘଣ୍ଟା ସମୟ ନିଏ। (୩) ପୃଥିବୀର ଆବର୍ତ୍ତନ ଗତି ଯୋଗୁ ଦିନ ଓ ରାତି ସଙ୍ଗଠିତ ହୁଏ। |
(୧) ପୃଥିବୀ ଏକ ଉପବୃତ୍ତାକାର କକ୍ଷପଥରେ ସୂର୍ଯ୍ୟଙ୍କ ଚାରିପଟେ ପ୍ରଦକ୍ଷିଣ କରିବାକୁ ପରିକ୍ରମଣ କୁହାଯାଏ । (୨) ଏକ ପୂର୍ଣ୍ଣ ପରିକ୍ରମଣ ପାଇଁ ପୃଥିବୀ ପ୍ରାୟ ୩୬୫ ୧/୪ ଦିନ ବା୧ ବର୍ଷ ସମୟ ନିଏ । (୩) ପୃଥିବୀର ପରିକ୍ରମଣ ଗତି ଯୋଗୁ ଋତୁ ପରିବର୍ତ୍ତନ ସଙ୍ଗଠିତ ହୁଏ । |
(ଖ) ଗ୍ରୀଷ୍ମ ଅୟନାନ୍ତ ଦିବସ ଓ ଶୀତ ଅୟନାନ୍ତ ଦିବସ
Answer:
ଗ୍ରୀଷ୍ମ ଅୟନାନ୍ତ ଦିବସ | ଶୀତ ଅୟନାନ୍ତ ଦିବସ |
(୧) ଜୁନ୍ ମାସ ୨୧ ତାରିଖ ଦିନଟିକୁ ଗ୍ରୀଷ୍ମ ଅୟନାନ୍ତ ଦିବସ କୁହାଯାଏ। (୨) ଏହିଦିନ ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇଥାଏ ଏବଂ କର୍କ ଟକ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବେ ପଡ଼ିଥାଏ। (୩) ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ହୋଇଥାଏ। |
(୧) ଡିସେମ୍ବର ମାସ ୨୨ ତାରିଖ ଦିନଟିକୁ ଶୀତ ଅୟନାନ୍ତ ଦିବସ କୁହାଯାଏ। (୨) ଏହି ଦିନ ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇଥାଏ ଏବଂ ମକର କ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବେ ପଡ଼ିଥାଏ। (୩) ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ। |
୫। ଯଦି ପୃଥିବୀ ନିଜ ମେରୁଦଣ୍ଡ ଚାରିପଟେ ଆବର୍ତ୍ତନ କରୁ ନଥା’ନ୍ତା ତେବେ ଆମେ କି କି ସୁବିଧା ଓ ଅସୁବିଧାର ସମ୍ମୁଖୀନ ହୁଅନ୍ତେ ?
Answer:
(୧) ପୃଥିବୀ ନିଜ ମେରୁଦଣ୍ଡ ଚାରିପଟେ ଆବର୍ତ୍ତନ କରୁନଥୁଲେ ଦିନ ଓ ରାତି ସଂଘଟିତ ହୁଅନ୍ତା। ନାହିଁ।
(୨) ପୃଥିବୀର ଗୋଟିଏ ପାର୍ଶ୍ଵରେ ସର୍ବଦା ଦିନ ଓ ଅପର ପାର୍ଶ୍ଵରେ ସର୍ବଦା ରାତି ହୋଇଥା’ନ୍ତା। ପୃଥିବୀର ଦିନ ହେଉଥିବା ପାର୍ଶ୍ବରେ ଅତିଶୟ ତାପମାତ୍ରା ଓ ରାତ୍ରି ହେଉଥିବା ଅତିଶୟ ଶୀତଳତା ଯୋଗୁଁ ଜୀବଜଗତ ବଞ୍ଚିବା ସମ୍ଭବ ହୁଅନ୍ତା ନାହିଁ।
(୩) ବାୟୁ ପ୍ରବାହରେ ବାଧା ସୃଷ୍ଟି ହୋଇଥା’ନ୍ତା।
(୪) ଜଳବାୟୁରେ ଗୁରୁତର ପରିବର୍ତ୍ତନ ସଂଘଟିତ ହୋଇଥା’ନ୍ତା।
BSE Odisha 6th Class Geography Notes Chapter 4 ପୃଥିବୀର ଗତି
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା
- ପୃଥିବୀକୁ ନିଜର ଅକ୍ଷ ଚତୁଃପାର୍ଶ୍ବରେ ଥରେ ଘୂରି ଆସିବାକୁ ପ୍ରାୟ ୨୪ ଘଣ୍ଟା (ବାସ୍ତବରେ ୨୩ ଘଣ୍ଟା ୫୬ ମିନିଟ୍ ୪ ସେକେଣ୍ଡ) ସମୟ ଲାଗେ । ଏହାକୁ ପୃଥିବୀର ଆବର୍ତ୍ତନ ବା ଦୈନିକ ଗତି କୁହାଯାଏ। ପୃଥିବୀ ନିଜର ଉପବୃତ୍ତାକାର କକ୍ଷପଥରେ ସୂର୍ଯ୍ୟଙ୍କୁ ଥରେ ପ୍ରଦକ୍ଷିଣ କରିବାକୁ ଏକ ବର୍ଷ (୩୬୫୧/୪ଦିନ) ଲାଗେ । ଏହାକୁ ପୃଥିବୀର ପରିକ୍ରମଣ ବା ବାର୍ଷିକ ଗତି କୁହାଯାଏ।
- ପୃଥିବୀର ବେଗ ବିଷୁବ ବୃତ୍ତଠାରେ ସର୍ବାଧିକ । ପ୍ରତି ଏକ ଘଣ୍ଟାରେ ଏହି ବେଗ ପ୍ରାୟ ୧୭୭୦ କି.ମି. ହୋଇଥାଏ।
- ପୃଥିବୀର ଆବର୍ତ୍ତନ ଫଳରେ ତାହାର ପୃଷ୍ଠଭାଗରେ ଥିବା ପ୍ରତ୍ୟେକ ସ୍ଥାନ ଦିନର ୨୪ ଘଣ୍ଟା ମଧ୍ୟରୁ ପ୍ରାୟ ୧୨ଘଣ୍ଟା ପାଇଁ ଆଲୋକିତ ଅବାଂଶରେ ଏବଂ ଅବଶିଷ୍ଟ ୧୨ ଘଣ୍ଟା ପାଇଁ ଅନ୍ଧକାର ଅକ୍ଷାଂଶରେ ରହିଥାଏ । ଫଳରେ ଦିନ ଓ ରାତି ହୋଇଥାଏ।
- ସୂର୍ଯ୍ୟକୁ ସମ୍ପୂର୍ଣ୍ଣଭାବେ ଥରେ ପ୍ରଦକ୍ଷିଣ କରି ଆସିବାକୁ ପୃଥିବୀକୁ ପ୍ରାୟ ୩୬୫୧/୪ ଦିନ ବା ଏକ ବର୍ଷ ସମୟ ଲାଗେ। ଏହି ବଳକା ୬ ଘଣ୍ଟା ସମୟ ପ୍ରତି ୪ ବର୍ଷରେ ୨୪ ଘଣ୍ଟା ବା ୧ ଦିନ ହୁଏ । ଏହାକୁ ସେହି ବର୍ଷର ୨୯ ଦିନ ଫେବୃଆରୀ ମାସରେ ଯୋଗ କରାଯାଏ। ଫଳରେ ଏହାର ଦିନ ସଂଖ୍ୟା ୨୯ହୋଇଥାଏ। ସେହି ବର୍ଷକୁ ଅଧୂବର୍ଷ କୁହାଯାଏ।
- ପୃଥିବୀ ସୂର୍ଯ୍ୟ ଚତୁଃପାର୍ଶ୍ବରେ ପରିକ୍ରମଣ କରୁଥିବା ସମୟରେ ତା’ର ଅକ୍ଷଦଣ୍ଡ କକ୍ଷତଳ ସହିତ ସମକୋଣରେ ନରହି ଲମ୍ବଠାରେ ୨୩ ୧/୨ ଡିଗ୍ରୀ କୋଣ ସୃଷ୍ଟି କରି ଘୂର୍ଶନ କରୁଥାଏ। ଅର୍ଥାତ୍ ପରିକ୍ରମଣ କରୁଥିବା ସମୟରେ ପୃଥିବୀର ଅକ୍ଷ ତା’ର କକ୍ଷ ତଳ ସହିତ ଲମ୍ବଭାବରେ ନଥାଇ ୬୬ ୧/୨ ଡିଗ୍ରୀ ଆନତ ଥାଏ। ପୃଥିବୀର ଉତ୍ତର ମେରୁ ସଦାବେଳେ ଉତ୍ତରଦିଗସ୍ଥ ଧ୍ରୁବ ନକ୍ଷତ୍ର ଆଡ଼କୁ ଥାଏ।
- ଗୋଟିଏ ବର୍ଷ ମଧ୍ୟରେ ଛଅଟି ଋତୁ ଯଥାକ୍ରମେ ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ ସଂଘଟିତ ହୋଇଥାଏ ବୋଲି ଆମେ ଜାଣୁ। ମାତ୍ର ପୃଥିବୀର ପରିକ୍ରମଣ ଯୋଗୁଁ ମୁଖ୍ୟତଃ ଚାରୋଟି ଋତୁ; ଯଥା— ଗ୍ରୀଷ୍ମ, ଶରତ, ଶୀତ ଓ ବସନ୍ତ ସଂଘଟିତ ହୋଇଥାଏ।
- ପୃଥିବୀର କକ୍ଷପଥ ସମ୍ପୂର୍ଣ୍ଣ ବୃତ୍ତାକାର ନହୋଇ ଉପବୃତ୍ତାକାର ହୋଇଥାଏ। ତେଣୁ ଉତ୍ତର ମେରୁ ସୂର୍ଯ୍ୟଙ୍କ ଆଡ଼କୁ ଆନତ ଥିବା ସମୟରେ ଦକ୍ଷିଣ ମେରୁ ସୂର୍ଯ୍ୟଠାରୁ ଦୂରେଇ ରହେ। ତେଣୁ ମୁଖ୍ୟତଃ କକ୍ଷପଥରେ ପୃଥିବୀର ଆନତ ଅବସ୍ଥିତ ଏବଂ ଉପବୃତ୍ତାକାର କକ୍ଷପଥ ହେତୁ ପୃଥିବୀ ପୃଷ୍ଠରେ ଋତୁ ପରିବର୍ତ୍ତନ ସଂଘଟିତ ହୋଇଥାଏ।
- ଜୁନ୍ ୨୧ ତାରିଖ ବେଳକୁ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଆଡ଼କୁ ଆନତ ରହିଥାଏ ଓ କର୍କଟକ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବେ ପଡ଼େ। ଏହାକୁ ଗ୍ରୀଷ୍ମ ଅୟନାନ୍ତ ଦିବସ କୁହାଯାଏ। ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ହୋଇଥାଏ।
- ଡିସେମ୍ବର ୨୨ ତାରିଖ ବେଳକୁ ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡ଼କୁ ଢଳି ରହିଥାଏ ଓ ସୂର୍ଯ୍ୟଙ୍କ ଲମ୍ବ କିରଣ ମକରକ୍ରାନ୍ତି ଉପରେ ପଡ଼ିଥାଏ। ତେଣୁ ସେଠାକାର ତାପମାତ୍ରା ଅଧିକ ହୋଇଥାଏ। ସେଠାରେ ଗ୍ରୀଷ୍ମଋତୁ ହୋଇଥାଏ। ତେଣୁ ଉତ୍ତର ଗୋଲାର୍ଦ୍ଧରେ ଏହାର ବିପରୀତ ଅବସ୍ଥା ଅର୍ଥାତ୍ ଶୀତଋତୁ ହୋଇଥାଏ। ଏହି ଦିବସଟି ଶୀତ ଅୟନାନ୍ତ ଦିବସ ରୂପେ ପରିଚିତ।
- ମାର୍ଚ୍ଚ ୨୧ ତାରିଖ ଓ ସେପ୍ଟେମ୍ବର ୨୩ ତାରିଖ ଦିନ ବିଷୁବ ବୃତ୍ତ ଉପରେ ସୂର୍ଯ୍ୟକିରଣ ଲମ୍ବଭାବେ ପଡ଼େ ଓ ଉଭୟ ଗୋଲାର୍ଦ୍ଧ ସୂର୍ଯ୍ୟଠାରୁ ସମାନ ଦୂରରେ ଥାଏ। ତେଣୁ ଏହି ଉଭୟ ତାରିଖରେ ଦିନ ଓ ରାତି ସମାନ ହେଉଥିବାରୁ ଏହାକୁ ସମଦିବାରାତ୍ର ଦିବସ କୁହାଯାଏ।
- ମାର୍ଚ୍ଚ ୨୧ ତାରିଖଠାରୁ ଉତ୍ତର ଗୋଲାର୍ଦ୍ଧା ସୂର୍ଯ୍ୟଙ୍କ ଆଡ଼କୁ ଅଧିକ ଆନତ ହୁଏ ଏବଂ ଏହି ଆନତ ଅବସ୍ଥା ଜୁନ୍ ୨୧ ତାରିଖକୁ ସର୍ବାଧ୍ଵକ ହୁଏ। ଏହାକୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି କୁହାଯାଏ। ସେହିପରି ସେପ୍ଟେମ୍ବର ୨୩ ତାରିଖରୁ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଦକ୍ଷିଣ ଦିଗକୁ ପ୍ରତୀୟମାନ ଗତିକୁ ଦକ୍ଷିଣାୟନ ଗତି କୁହାଯାଏ।