BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

Odisha State Board BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ will enable students to study smartly.

BSE Odisha Class 6 History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

ବିଷୟ ବସ୍ତୁ
ଉପକ୍ରମ, ପ୍ରଥମ ଚନ୍ଦ୍ରଗୁପ୍ତ, ସମୁଦ୍ରଗୁପ୍ତ, ରାଜ୍ୟଜୟ, ଦ୍ୱିତୀୟ ଚନ୍ଦ୍ରଗୁପ୍ତ, ଦିଗବିଜୟ, ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟଙ୍କ ରାଜସଭା, ଫା-ସିଆଁ (ଫାହିୟାନ)ଙ୍କ ଭାରତ ଭ୍ରମଣ, ବୌଦ୍ଧଧର୍ମର ଅବନତି ଓ ବ୍ରାହ୍ମଣ ଧର୍ମର ପୁନରୁତ୍‌ଥାନ ବୌଦ୍ଧଧର୍ମର ଅବନତିର କାରଣ, ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ, ଗୁପ୍ତଯୁଗର ସାହିତ୍ୟ, କଳା, ସ୍ଥାପତ୍ୟ, ବିଜ୍ଞାନ, ପଲ୍ଲବ ବଂଶ, ଚାଲୁକ୍ୟବଂଶ, ବଦ୍ଧନ ବଂଶ ଏବଂ ଜୁଆଙ୍ଗ-ଜାଙ୍କ ଭାରତ ଭ୍ରମଣ, ଇସ୍‌ଲାମ୍ ଧର୍ମର ଅଭ୍ୟୁଦୟ ଏବଂ ଆରବମାନଙ୍କର ସିନ୍ଧୁ ଅଞ୍ଚଳ ଅଧିକାର, ଆରବ ବଣିକମାନଙ୍କ ସହିତ ଭାରତର ସମ୍ପର୍କ, ଆରବୀୟ ମାନଙ୍କର ସିନ୍ଧୁ ଅଞ୍ଚଳ ଅଧୁକାର ।

→ ଉପକ୍ରମ :

  • କୁଶାଣମାନଙ୍କ ଶାସନ ପରେ ଭାରତ କେତେଗୁଡ଼ିଏ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇଯାଇଥିଲା ।
  • ପରବର୍ତୀ ସମୟରେ ଗୁପ୍ତମାନେ ଏକ ବିଶାଳ ଓ ଶକ୍ତିଶାଳୀ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ଓ ଭାରତରେ ୨୦୦ ବର୍ଷରୁ ଅଧ୍ବକ କାଳଧରି ନିଜର ଆଧୂପତ୍ୟ ଜାହିର କରିପାରିଥିଲେ ।
  • ଗୁପ୍ତବଂଶର ପ୍ରଥମ ଦୁଇଜଣ ରାଜା ଶ୍ରୀଗୁପ୍ତ ଓ ଘଟୋକୁଚଙ୍କ ପରେ ସେହି ବଂଶର ତୃତୀୟ ରାଜା ପ୍ରଥମ ଚନ୍ଦ୍ରଗୁପ୍ତ ରାଜତ୍ଵ କରିଥିଲେ । ସେ ରାଜାଧୁରାଜ ଉପାଧ୍ ଧାରଣ କରିଥିଲେ ।

→ ପ୍ରଥମ ଚନ୍ଦ୍ରଗୁପ୍ତ (ଆନୁମାନିକ ରାଜତ୍ଵକାଳ ଖ୍ରୀ.ଅ. ୩୨୦–୩୩୫)

  • ଚନ୍ଦ୍ରଗୁପ୍ତ ଖ୍ରୀ.ଅ.୩୨୦ରେ ସିଂହାସନ ଆରୋହଣ କରିଥିଲେ ।
  • ଏହି ବର୍ଷଠାରୁ ଭାରତରେ ଗୁପ୍ତାବ୍ଦ ଆରମ୍ଭ ହେଲା ।
  • ସେ ଲିଚ୍ଛବୀ ବଂଶର ରାଜକୁମାରୀ କୁମାରୀଦେବୀଙ୍କୁ ବିବାହ କରିଥିଲେ ।
  • ଏହି ବିବାହଦ୍ବାରା ଉତ୍ତର ଭାରତରେ ପ୍ରଥମ ଚନ୍ଦ୍ରଗୁପ୍ତଙ୍କର ପ୍ରଭାବ ବଢିଥିଲା |
  • ତାଙ୍କର ରାଜ୍ୟ ବିହାର, ବଙ୍ଗଳା ଓ ଉତ୍ତର ଭାରତର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ।
  • ପ୍ରଥମ ଚନ୍ଦ୍ରଗୁପ୍ତ ମଧ୍ୟ ଏକ ମୁଦ୍ରା ପ୍ରଚଳନ କରିଥିଲେ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ସମୁଦ୍ରଗୁପ୍ତ (ଖ୍ରୀ.ଅ. ୩୩୫ – ୩୮୦)

  • ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର ସମୁଦ୍ରଗୁପ୍ତ ସିଂହାସନ ଆରୋହଣ କରିଥିଲେ ଓ ସେ ଜଣେ ଦିଗବିଜୟୀ ବୀର ଥିଲେ ।
  • ଆହ୍ଲାବାଦ ସ୍ତମ୍ଭଲେଖରୁ ତାଙ୍କର କୃତିତ୍ବ ବିଷୟରେ ଜଣାଯାଏ । ଏହି ପ୍ରଶସ୍ତି ସ୍ତମ୍ଭଲେଖ ତାଙ୍କ ମନ୍ତ୍ରୀ ହରିସେଣ ରଚନା କରିଥିଲେ ଓ ଏଥ‌ିରେ ସମୁଦ୍ରଗୁପ୍ତଙ୍କ ଯଶ ଗାନ କରାଯାଇଥିବାରୁ ଏହାକୁ ପ୍ରଶସ୍ତି କୁହାଯାଏ ।

→ ରାଜ୍ୟଜୟ :

  • ସମୁଦ୍ରଗୁପ୍ତ ଉତ୍ତର ଭାରତର ନଅଜଣ ରାଜାଙ୍କୁ ପରାଜିତ କରି ସେମାନଙ୍କ ରାଜ୍ୟକୁ ନିଜ ସାମ୍ରାଜ୍ୟରେ ମିଶାଇ ଦେଇଥିଲେ ।
  • ସେ ଦକ୍ଷିଣ ଭାରତ ଯୁଦ୍ଧ ଅଭିଯାନରେ ଯାଇ ବାରଜଣ ରାଜାଙ୍କୁ ପରାସ୍ତ କରିଥିଲେ ଓ ବିଜିତ ରାଜ୍ୟଗୁଡ଼ିକୁ ସେମାନଙ୍କୁ ଫେରାଇ ଦେଇଥିଲେ ।
  • ଗୁପ୍ତ ସାମ୍ରାଜ୍ୟର ସୀମାକୁ ଲାଗିଥିବା ସମତଟ, ଦାବକ, କାମରୂପ, ନେପାଳ ପ୍ରଭୃତି ରାଜ୍ୟର ରାଜାମାନେ ଏବଂ ସୀମାନ୍ତରେ ଥିବା ନଅଟି ଜନଜାତିମାନଙ୍କର ମୁଖ୍ୟମାନେ ତାଙ୍କର ବଶତା ସ୍ବୀକାର କରିଥିଲେ ।
  • ସମୁଦ୍ରଗୁପ୍ତ ଶକ, କୁଶାଣ ଏବଂ ମୁରୁଣ୍ଡମାନଙ୍କର ମୁଖ୍ୟ ଓ ସିଂହଳର ରାଜା ମେଘବର୍ଷଙ୍କ ସହିତ ବନ୍ଧୁତ୍ଵପୂର୍ଣ ସନ୍ଧି କରିଥିଲେ ।
    (ସିଂହଳ) ପର୍ଯ୍ୟନ୍ତ ବ୍ୟାପିଥିଲା ।
  • ସେ ଅଶ୍ଵମେଧ ଯଜ୍ଞ ଅନୁଷ୍ଠିତ କରି ସେ ନିଜକୁ ସାର୍ବଭୌମ ସମ୍ରାଟ ବୋଲି ପ୍ରତିପାଦିତ କରିଥିଲେ ।
  • ସମୁଦ୍ରଗୁପ୍ତଙ୍କ କବିରାଜ ଉପାଧ୍ ଧାରଣରୁ ଜଣାପଡ଼େ ଯେ ସେ ଜଣେ କବି ଥିଲେ ।
  • ତାଙ୍କଦ୍ୱାରା ପ୍ରଚଳିତ ଏକ ମୁଦ୍ରାର ଗୋଟିଏ ପାର୍ଶ୍ଵରେ ଖୋଦିତ ବୀଣା ପରି ଏକ ବାଦ୍ୟଯନ୍ତ୍ର ସେ ବଜାଉଥିବାର ଚିତ୍ରରୁ ଜଣାପଡ଼େ ଯେ ସେ ଖୁବ୍ ସଙ୍ଗୀତାନୁରାଗୀ ଥିଲେ ।

→ ଦ୍ବିତୀୟ ଚନ୍ଦ୍ରଗୁପ୍ତ (ଖ୍ରୀ.ଅ. ୩୮୦–୪୧୫) :

  • ସମୁଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର ଦ୍ବିତୀୟ ଚନ୍ଦ୍ରଗୁପ୍ତ ସମ୍ରାଟ ହୋଇଥିଲେ ଓ ବିକ୍ରମାଦିତ୍ୟ ଉପାଧ୍ଧରେ ଭୂଷିତ ହୋଇଥିଲେ ।
  • ଦାକ୍ଷିଣାତ୍ୟର ଶକ୍ତିଶାଳୀ ବାକାତକ ରାଜବଂଶର ରାଜକୁମାର ରୁଦ୍ରଦେବଙ୍କ ସହ ତାଙ୍କ କନ୍ୟା ପ୍ରଭାବତୀ ଗୁପ୍ତାଙ୍କୁ ବିକ୍ରମାଦିତ୍ୟ ବିବାହ ଦେଇଥିଲେ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ଦିଗ୍‌ବିଜୟ :

  • ସେ ପଶ୍ଚିମ ଭାରତରେ ଶକମାନଙ୍କ ବିରୋଧରେ ବିଜୟ ଅଭିଯାନ ଚଳାଇ ପଶ୍ଚିମ ମାଳବ ଓ ସୌରାଷ୍ଟ୍ର ଅଧିକାର କରିଥିଲେ ।
  • ଫଳରେ ଗୁପ୍ତ ସାମ୍ରାଜ୍ୟ ଆରବ ସାଗର ପର୍ଯ୍ୟନ୍ତ ବିସ୍ତୃତ ହୋଇ ପାରିଥିଲା ।

→ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟଙ୍କ ରାଜସଭା :

  • ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ତାଙ୍କ ଦରବାରରେ ନଅଜଣ ବିଖ୍ୟାତ ପଣ୍ଡିତଙ୍କୁ ସ୍ଥାନ ଦେଇଥିଲେ, ଯେଉଁମାନଙ୍କୁ ନବରତ୍ନ କୁହାଯାଉଥିଲା । ସେମାନେ ହେଲେ ବରାହମିହିର, ଅମରସିଂହ, କାଳିଦାସ, ଘଟକର୍ପୂର, ଧନ୍ବନ୍ତରୀ, କ୍ଷପଣକ, ଶଙ୍କୁ, ବରରୁଚି ଓ ବେତାଳଭଟ୍ଟ ।
  • ଏହି ପଣ୍ଡିତମାନେ ସଂସ୍କୃତ ଭାଷାରେ ବହୁ ମୂଲ୍ୟବାନ୍ ଗ୍ରନ୍ଥ ରଚନା କରିଥିଲେ ।
  • ତାଙ୍କ ରାଜତ୍ଵର ଏକ ବିଶିଷ୍ଟ ଘଟଣା ହେଲା ଚୀନ୍ ପରିବ୍ରାଜକ ଫା-ସିଆଁ (ଫାହିୟାନ୍)ଙ୍କ ଭାରତ ଭ୍ରମଣ ।

→ ଫା-ସିଆଁ (ଫାହିୟାନ)ଙ୍କ ଭାରତ ଭ୍ରମଣ :

  • ବୌଦ୍ଧଧର୍ମ ବିଷୟରେ ଅଧ୍ବକ ଜ୍ଞାନ ଆହରଣ ପାଇଁ ଚୀନ୍ ପରିବ୍ରାଜକ ଫା-ସିଆଁ (ଫାହିୟାନ) ଭାରତ ଭ୍ରମଣରେ ଆସିଥିଲେ ।
  • ଫା-ସିଆଁ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରି ଲୋକମାନଙ୍କ ସାମାଜିକ, ଆର୍ଥିକ ବ୍ୟବସ୍ଥା ଓ ଧର୍ମ ସମ୍ବନ୍ଧରେ ମୂଲ୍ୟବାନ୍ ବିବରଣୀ ପ୍ରଦାନ କରିଥିଲେ ମଧ ସମ୍ରାଟ୍ ଚନ୍ଦ୍ରଗୁପ୍ତ (ବିକ୍ରମାଦିତ୍ୟ)ଙ୍କ ନାମ ଉଲ୍ଲେଖ କରିନାହାନ୍ତି ।
  • ଫା-ସିଆଁଙ୍କ ବିବରଣୀରୁ ଜଣାପଡ଼େ ଯେ ସେତେବେଳେ ଭାରତୀୟମାନେ ବଡ଼ ଖୁସିରେ ଥିଲେ । ସେମାନେ ବିଭିନ୍ନ ସ୍ଥାନକୁ ଅବାଧରେ ଯାଇ ପାରୁଥିଲେ ।
  • ଲୋକମାନଙ୍କ ଆର୍ଥିକ ଅବସ୍ଥା ଭଲ ଥିଲା ।
  • ରାଜାମାନେ ସୁଶାସକ ଥିଲେ ।
  • ପ୍ରାଣଦଣ୍ଡର ବ୍ୟବସ୍ଥା ନଥିଲା । ଗୁରୁତର ଅପରାଧରେ ଅଙ୍ଗଛେଦ କରାଯାଉଥିଲା । ଦୋଷୀମାନଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଉଥିଲା ।
  • ଗ୍ରାମମାନଙ୍କ ସଂଖ୍ୟା ବହୁତ ଥିଲା ।
  • ରାଜା କୃଷକମାନଙ୍କଠାରୁ ଏକ-ଚତୁର୍ଥାଂଶ ଫସଲକୁ କରରୂପେ ଗ୍ରହଣ କରୁଥିଲେ ।
  • ଉଭୟ ବୌଦ୍ଧଧର୍ମାବଲମ୍ବୀ ଓ ବ୍ରାହ୍ମଣମାନେ ଶାନ୍ତିପୂର୍ଣ୍ଣଭାବେ ଚଳୁଥିଲେ ।
  • ଭାରତରେ ଅନେକ ଧର୍ମଶାଳା ଥିଲା ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ବୌଦ୍ଧଧର୍ମର ଅବନତି ଓ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ :

  • ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଆରମ୍ଭ ହୋଇଥିବା ବୌଦ୍ଧଧର୍ମ ପରବର୍ତ୍ତୀ ସମୟରେ ଭାରତର ବିଭିନ୍ନ ସ୍ଥାନରେ ପ୍ରସାରିତ ହେବା ସହିତ ଶ୍ରୀଲଙ୍କା,ଜାପାନ, ମିଆଁମାର ଆଦି ଦେଶକୁ ପ୍ରସାରିତ ହୋଇଥିଲା; ମାତ୍ର ଗୁପ୍ତ ରାଜତ୍ଵ ସମୟରୁ ବ୍ରାହ୍ମଣ ଧର୍ମର ପୁନରୁତ୍‌ଥାନ ଯୋଗୁ ଏହି ଧର୍ମର କ୍ରମଶଃ ଅବନତି ଘଟିଲା ।

→ ବୌଦ୍ଧଧର୍ମର ଅବନତିର କାରଣ :

  • ଗୁପ୍ତ ରାଜାମାନେ ଦୀର୍ଘ ଦୁଇଶହ ବର୍ଷରୁ ଅଧିକ କାଳ ଶାସନ କରିଥିଲେ । ସେମାନେ ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକତା କରିଥିବାରୁ ବ୍ରାହ୍ମଣ୍ୟ ଧର୍ମର ଲୋକପ୍ରିୟତା ବଢ଼ିଥିଲା ।
  • ସଂସ୍କୃତ ଭାଷାର ଅଧ୍ବକ ବ୍ୟବହାର ଯୋଗୁଁ ବ୍ରାହ୍ମଣ୍ୟ ଧର୍ମର ଗ୍ରନ୍ଥ ସବୁ ସଂସ୍କୃତ ଭାଷାରେ ଲେଖା ହୋଇଥିବାରୁ ଅଧ୍ଵ ବୋଧଗମ୍ୟ ହେଲା I
  • ପଞ୍ଚମ ଶତାବ୍ଦୀ ବେଳକୁ ମହାଯାନ ବୌଦ୍ଧଧର୍ମ ଲୋକପ୍ରିୟତା ହରାଇ ନଥିଲା । ମାତ୍ର ବ୍ରାହ୍ମଣ୍ୟ ଧର୍ମର ବିକାଶ ଯୋଗୁ ଏହାର ଲୋକପ୍ରିୟତା ହ୍ରାସ ପାଇଲା ।
  • ଦକ୍ଷିଣ ଭାରତରେ ପଲ୍ଲବମାନେ ମଧ୍ୟ ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକତା କରିଥିଲେ । ମହାଯାନ ପନ୍ଥାର ଅଭ୍ୟୁଦୟ ଯୋଗୁ ବୌଦ୍ଧଧର୍ମରେ ମୂର୍ତ୍ତିପୂଜା କରାଗଲା । ବୌଦ୍ଧ ଗ୍ରନ୍ଥସବୁ ସଂସ୍କୃତ ଭାଷାରେ ରଚିତ ହେଲା । ଏହାଦ୍ଵାରା ବୌଦ୍ଧଧର୍ମ ଓ ବ୍ରାହ୍ମଣ୍ୟ ଧର୍ମ ମଧ୍ୟରେ ଥ‌ିବା ପ୍ରଭେଦ ହ୍ରାସ ପାଇଲା । ଏପରିକି ବୁଦ୍ଧ ବିଷ୍ଣୁଙ୍କର ଏକ ଅବତାର ଭାବେ ପରିଗଣିତ ହେଲେ ।
  • ଶେଷରେ ଶଙ୍କରଙ୍କ ପ୍ରବର୍ଣିତ ଅଦ୍ୱୈତବାଦର ପ୍ରଭାବ ବୌଦ୍ଧଧର୍ମ ଉପରେ ପଡ଼ିଲା । ଶଙ୍କରଙ୍କ ଦାର୍ଶନିକ ତତ୍ତ୍ଵ ନିକଟରେ ବୌଦ୍ଧ ପଣ୍ଡିତମାନେ ହାର ମାନିଲେ ନାହିଁ ।
  • ହିନ୍ଦୁଧର୍ମର ପ୍ରଭାବରେ ବୌଦ୍ଧଧର୍ମରେ ତନ୍ତ୍ର ପ୍ରବେଶ କରିବାରୁ ବଜ୍ରଯାନର ଆବିର୍ଭାବ ହେଲା । ଫଳରେ ବୌଦ୍ଧଧର୍ମର ଘୋର ଅବନତି ଘଟିଲା ।

→ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ :

  • ଗୁପ୍ତଯୁଗରେ ବୈଷ୍ଣବ ଧର୍ମ ବିଶେଷ ପ୍ରସାର ଲାଭ କରିଥିଲା ।
  • କେତେକ ଗୁପ୍ତରାଜା ବିଷ୍ଣୁଙ୍କ ଉପାସକ ଥିବାରୁ ଏହାର ପ୍ରଭାବରେ ବୈଷ୍ଣବ ଧର୍ମ ସମାଜରେ ଜନପ୍ରିୟ ହୋଇଥିଲା ।
  • ବିଷ୍ଣୁଙ୍କ ଛଡ଼ା ଭଗବାନ ଶିବଙ୍କୁ ମଧ୍ୟ ଲୋକମାନେ ପୂଜା କରୁଥିଲେ ।
  • ଗୁପ୍ତଯୁଗରେ ୧୮ଟି ପୁରାଣ ସଂକଳନ କରାଯାଇଥିଲା । ଏହାକୁ ଅଷ୍ଟାଦଶ ପୁରାଣ କୁହାଯାଏ । ସେହି ପୁରାଣମାନଙ୍କରେ ବିଷ୍ଣୁ ଓ ଶିବଙ୍କ ମହିମା ବର୍ଣ୍ଣନା କରାଗଲା । ମୂର୍ତ୍ତିପୂଜା ନିମନ୍ତେ ମନ୍ଦିରମାନ ନିର୍ମାଣ କରାଗଲା ।
  • ଗୁପ୍ତଯୁଗରେ ବୈଷ୍ଣବ ଧର୍ମର ଅନ୍ୟ ଏକ ବିଶେଷତ୍ଵ ହେଲା ଅବତାରବାଦ । ଦୁଷ୍ଟର ବିନାଶ ପାଇଁ ବିଷ୍ଣୁ ଯେ ବିଭିନ୍ନ ଅବତାର ରୂପରେ ଭୂପୃଷ୍ଠକୁ ଅବତରଣ କରିଥା’ନ୍ତି – ଏହି ବିଷୟ ଲୋକମାନଙ୍କ ମନରେ ଆଲୋଡ଼ନ ସୃଷ୍ଟିକଲା । ଏହିସବୁ କାରଣ ବ୍ରାହ୍ମଣ୍ୟ ଧର୍ମର ଉତ୍‌ଥାନ ପାଇଁ ଦାୟୀ ବୋଲି କୁହାଯାଇପାରେ ।

→ ଗୁପ୍ତଯୁଗର ସାହିତ୍ୟ, କଳା, ସ୍ଥାପତ୍ୟ, ବିଜ୍ଞାନ :
ସାହିତ୍ୟ :

  • ଗୁପ୍ତଯୁଗରେ ସଂସ୍କୃତ ସାହିତ୍ୟରେ ବିଶେଷ ଉନ୍ନତି ହୋଇଥିଲା । ଏହି ଯୁଗର ପ୍ରସିଦ୍ଧ କବି ଓ ନାଟ୍ୟକାର ଥିଲେ କାଳିଦାସ । ତାଙ୍କଦ୍ବାର ରଚିତ ନାଟକ ମାଳବିକାଗ୍ନିମିତ୍ରମ, ବିକ୍ରମୋର୍ବଶୀୟମ୍ ଓ ଅଭିଜ୍ଞାନ ଶାକୁନ୍ତଳମ୍ ମଧ୍ୟରୁ ଅଭିଜ୍ଞାନ ଶାକୁନ୍ତଳମ୍ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲା । ତାଙ୍କର ସଂସ୍କୃତ ଭାଷାର ଅନ୍ୟାନ୍ୟ କାଳଜୟୀ ରଚନା ହେଉଛି ରଘୁବଂଶମ୍, କୁମାରସମ୍ଭବମ୍ ଓ ମେଘଦୂତମ କାବ୍ୟ ।
  • ଗୁପ୍ତ ଯୁଗରେ ଶୁଦ୍ରକଙ୍କଦ୍ବାରା ରଚିତ ମୃଚ୍ଛକଟିକମ୍ ଏକ ସାମାଜିକ ନାଟକ । ସେ ସମୟରେ ବିଷ୍ଣୁଶର୍ମାଙ୍କଦ୍ବାରା ‘ପଞ୍ଚତନ୍ତ୍ର୍ୟ’ ରଚିତ ହୋଇଥିଲା ।
  • ଅମରସିଂହ ‘ଅମରକୋଷ’ ଅଭିଧାନ ରଚନା କରିଥିଲେ ।
  • ଏତଦ୍‌ବ୍ୟତୀତ ଗୁପ୍ତ ଯୁଗରେ ରାମାୟଣ, ମହାଭାରତ ଓ ଅନ୍ୟାନ୍ୟ ପୁରାଣଗୁଡ଼ିକର ସଂକଳନ ସଂପୂର୍ଣ ହୋଇଥିଲା ।
  • ଉପରୋକ୍ତ ଆଲୋଚନାରୁ ଜଣାଯାଏ ସାହିତ୍ୟ କ୍ଷେତ୍ରରେ ଗୁପ୍ତଯୁଗ ଏକ ଗୌରବମୟ ଯୁଗ ଥିଲା ।

→ ସ୍ଥାପାତ୍ୟ :

  • ଗୁପ୍ତଯୁଗରେ ଅନେକ ବୌଦ୍ଧ ଚୈତ୍ୟଗୃହ ଓ ବିହାର ନିର୍ମାଣ କରାଯାଇଥିଲା । ଏ ସମୟର ପଥର ଖୋଦିତ ସ୍ଥାପତ୍ୟର ଦୃଷ୍ଟାନ୍ତ ଅଜନ୍ତା ଗୁମ୍ଫାରେ ଦେଖିବାକୁ ମିଳେ ।
  • ବ୍ରାହ୍ମଣ୍ୟ ଧର୍ମର ପୁନରତ୍‌ଥାନ ଫଳରେ ଗୁପ୍ତଯୁଗରେ ନାନା ଦେବଦେବୀଙ୍କ ମନ୍ଦିର ନିର୍ମିତ ହୋଇଥିଲା ।
  • ଝାନ୍ସୀ ଜିଲ୍ଲାର ଦେଓଗଡ଼ଠାରେ ଦଶାବତାର ମନ୍ଦିର, ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ତଗଠାରେ ବିଷ୍ଣୁମନ୍ଦିର, ଭୂମାରାଠାରେ ଶିବମନ୍ଦିର ଓ ଭିତରଗାଓଁର ଇଟାରେ ନିର୍ମିତ ମନ୍ଦିର ଆଦି ଗୁପ୍ତଯୁଗ ସ୍ଥାପତ୍ୟର ନିଦର୍ଶନ ଅଟନ୍ତି ।

→ ଭାସ୍କର୍ଯ୍ୟ :

  • ଗୁପ୍ତଯୁଗର ଶ୍ରେଷ୍ଠ କଳାକୃତି ମଥୁରା ଓ ସାରନାଥରେ ଦେଖିବାକୁ ମିଳେ । ସାରନାଥର ବୁଦ୍ଧମୂର୍ତ୍ତି ଭାରତୀୟ ଭାସ୍କର୍ଯ୍ୟର ଅନୁପମ କୃତିଭାବେ ପରିଗଣିତ ।
  • ମଧ୍ୟପ୍ରଦେଶର ଉଦୟଗିରିରେ ଥିବା ବରାହ ମୂର୍ତ୍ତି, ଦେଓଗଡ଼ର ଶେଷଶାୟୀ ବିଷ୍ଣୁ, ଅହିଛତ୍ରର ମାଟିର ମୂର୍ତ୍ତି ଓ କୋହର ମୁଖଲିଙ୍ଗ ଆଦି ଗୁପ୍ତ ମୂର୍ତ୍ତିକଳାର ଅନୁପମ କୃତି ।

→ ଚିତ୍ରକଳା :
ଗୁପ୍ତଯୁଗରେ ଚିତ୍ରକଳାର ମଧ୍ୟ ଉନ୍ନତି ଘଟିଥିଲା I ମହାରାଷ୍ଟ୍ରର ଅଜନ୍ତା ଗୁମ୍ଫାରେ ଥ‌ିବା ଚିତ୍ର ବିଶ୍ବବିଦିତ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ବିଜ୍ଞାନ :

  • ଗଣିତ କ୍ଷେତ୍ରରେ ଦଶମିକ ପଦ୍ଧତି, ଶୂନ୍ୟର ପ୍ରଚଳନ ଗୁପ୍ତଯୁଗର ଅବଦାନ । ଭାରତରୁ ଅଙ୍କ ଲିଖନ ପଦ୍ଧତି ଆରବ ଦେଶ ଓ ୟୁରୋପକୁ ମଧ୍ୟ ଯାଇଥିଲା । ପ୍ରଖ୍ୟାତ ଗଣିତ ବିଶାରଦ ଆର୍ଯ୍ୟଭଟ୍ଟ ‘ଆର୍ଯ୍ୟଭଟୀୟମ୍’ ପୁସ୍ତକ ରଚନା କରିଥିଲେ ।
  • ଆର୍ଯ୍ୟଭଟ୍ଟ ଗଣିତ ଓ ଜ୍ୟୋତିର୍ବିଜ୍ଞାନରେ ପାରଙ୍ଗମ ଥିଲେ । ସେ ସମୟର ଆଉ ଜଣେ ଜ୍ୟୋତିର୍ବିଜ୍ଞାନୀ ହେଲେ ବରାହମିହିର । ସେ ବୃହତ୍ ସଂହିତା ରଚନା କରିଥିଲେ । ସେ ସିଦ୍ଧାନ୍ତିକାରେ ରୋମକ ସିଦ୍ଧାନ୍ତ କଥା ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଗ୍ରୀକ୍ ପ୍ରଭାବ ପଡ଼ିଥିବା ଜଣାଯାଏ ।
  • ଚିକିତ୍ସା ଶାସ୍ତ୍ର ବିଶାରଦ ବାଗଭଟ୍ଟ ଗୁପ୍ତ ଯୁଗରେ ଥିଲେ ବୋଲି ବିଶ୍ଵାସ କରାଯାଏ ।
  • ଗୁପ୍ତଯୁଗରେ ଧାତୁଶିଳ୍ପର ମଧ୍ଯ ଉନ୍ନତି ଘଟିଥିଲା ।
  • ଗୁପ୍ତଯୁଗର ଶିଳ୍ପୀମାନେ ସୁନ୍ଦର ସୁନ୍ଦର ଲୌହ ଓ କଂସା ମୂର୍ତ୍ତି ନିର୍ମାଣ କରିଥିଲେ ।
  • ଦିଲ୍ଲୀର ମେହରାଉଲିଠାରେ ଥିବା ଲୌହସ୍ତମ୍ଭ ଯେଉଁଥରେ ଆଜିପର୍ଯ୍ୟନ୍ତ କଳଙ୍କି ଲାଗିନାହିଁ ତାହା ଗୁପ୍ତଯୁଗର କୀର୍ତି । ଏଥିରୁ ଗୁପ୍ତଯୁଗର ଧାତୁଶିଳ୍ପ ବିଦ୍ୟାର ନିପୁଣତା ଜଣାଯାଏ ।
  • ନାଳନ୍ଦାରୁ ମିଳିଥିବା ଏକ ତାମ୍ର ନିର୍ମିତ ବୁଦ୍ଧମୂର୍ତ୍ତି ଯାହାର ରଙ୍ଗ ଅଦ୍ୟାବଧୂ ସତେଜ ରହିଛି ସେଥୁରୁ ସେମାନଙ୍କ ଶିଳ୍ପ ନିପୁଣତା ଜଣାଯାଏ ।
  • ଉପରୋକ୍ତ ବର୍ଣ୍ଣନାରୁ ଗୁପ୍ତଯୁଗ ଭାରତ ଇତିହାସର ଏକ ସୁବର୍ଣ୍ଣଯୁଗ ବୋଲି ପ୍ରତୀୟମାନ ହୁଏ ।

→ ପଲ୍ଲବ ବଂଶ, ଚାଲୁକ୍ୟ ବଂଶ, ବର୍ଷନବଂଶ ଏବଂ ଜୁଆଙ୍ଗ ଜାଙ୍ଗଙ୍କ ଭାରତ ଭ୍ରମଣ :
ପଲ୍ଲବ ବଂଶ :

  • ପଲ୍ଲବମାନେ ତାମିଲନାଡୁର କାଞ୍ଚ୍ ଅଞ୍ଚଳରେ ରାଜତ୍ଵ କରୁଥିବା ଏକ ପ୍ରାଚୀନ ରାଜବଂଶ ।
  • ସିଂହବିଷ୍ଣୁ ଏହି ବଂଶର ପ୍ରଥମ ରାଜା ଓ ତାଙ୍କ ପରେ ମହେନ୍ଦ୍ର ବର୍ମନ ସିଂହାସନ ଆରୋହଣ କରିଥିଲେ ।
  • ପଲ୍ଲବ ବଂଶର ସର୍ବଶ୍ରେଷ୍ଠ ରାଜା ପ୍ରଥମ ନରସିଂହ ବର୍ଦ୍ଧନ ଥିଲେ ।
  • ସେ ଚାଲୁକ୍ୟ ରାଜା ଦ୍ଵିତୀୟ ପୁଲକେଶୀଙ୍କୁ ଯୁଦ୍ଧରେ ପରାସ୍ତ କରି ଚାଲୁକ୍ୟ ରାଜଧାନୀ ବାତାପିକୁ ଅଧିକାର କରିଥିଲେ । ସେଥ‌ିପାଇଁ ତାଙ୍କୁ ବାତାପିକୋଣ୍ଡା (ବାତାପିର ବିଜୟୀ) ନାମରେ ଅଭିହିତ କରାଯାଇଥିଲା ।
  • ପୁଲକେଶୀନ୍ ଯୁଦ୍ଧରେ ପରାସ୍ତ ହୋଇ ମୃତ୍ୟୁବରଣ କରିଥିଲେ ।
  • ସେ ଚେର ଓ ଚୋଳମାନଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ ଓ ଶ୍ରୀଲଙ୍କା ବିରୁଦ୍ଧରେ ନୌସେନା ପଠାଇ ସଫଳତା ଲାଭ କରିଥିଲେ ।
  • ନବମ ଶତାବ୍ଦୀର ଶେଷ ଭାଗରେ ଚୋଳମାନେ ପଲ୍ଲବ ରାଜ୍ୟକୁ ଧ୍ୱଂସ କରିଦେଇଥିଲେ ।

→ ପଲ୍ଲବ ରାଜତ୍ଵରେ ଦକ୍ଷିଣ ଭାରତରେ ସଂସ୍କୃତିର ବିକାଶ :

  • ପଲ୍ଲବମାନଙ୍କ ରାଜତ୍ୱ ସମୟରେ କଳା, ସଂସ୍କୃତି ଓ ସ୍ଥାପତ୍ୟର ପ୍ରଭୂତ ବିକାଶ ଘଟିଥିଲା ।
  • ସେ ସମୟରେ ସଂସ୍କୃତ ଭାଷାକୁ ଯଥେଷ୍ଟ ସମ୍ମାନ ଦିଆଯାଉଥିଲା ।
  • ଭାରବୀ ଓ ଦଣ୍ଡିଙ୍କ ପରି ମହାନ୍ ପଣ୍ଡିତ ପଲ୍ଲବ ରାଜଦରବାରରେ ଥିଲେ ।
  • ଭାରବୀଙ୍କ ରଚିତ କୀରାତାର୍ଜୁନୀୟମ୍ ଏବଂ ଦଶକୁମାର ଚରିତମ୍ ସଂସ୍କୃତ ଭାଷାର ଦୁଇଟି ସୁବିଦିତ ଗ୍ରନ୍ଥ ଏବଂ ରାଜା ପ୍ରଥମ ମହେନ୍ଦ୍ର ବର୍ମନଙ୍କଦ୍ବାରା ରଚିତ ମତ୍ତବିଳାସ ପ୍ରହସନ ଏକ ସାମାଜିକ ନାଟକ ।
  • କାଞ୍ଚ୍ ସଂସ୍କୃତି ଓ ଶିକ୍ଷାର ଏକ ଶ୍ରେଷ୍ଠ କେନ୍ଦ୍ର ଏବଂ କାଞ୍ଚ୍ ବିଶ୍ୱବିଦ୍ୟାଳୟ ଆର୍ଯ୍ୟ ସଂସ୍କୃତି ପ୍ରସାରର କେନ୍ଦ୍ର ଥିଲା ।
  • ଧର୍ମ କ୍ଷେତ୍ରରେ ଭକ୍ତି ଆନ୍ଦୋଳନ ବୈଷ୍ଣବ ଓ ଶୈବ ସନ୍ଥମାନଙ୍କଦ୍ଵାରା ପ୍ରଥମେ ପଲ୍ଲବ ରାଜ୍ୟରେ ଆରମ୍ଭ ହୋଇଥିଲା ।
  • ପଲ୍ଲବ-ରାଜାମାନେ ସବୁଧର୍ମକୁ ସମାନ ଭାବରେ ଦେଖୁଥିଲେ ।
  • ଏହି ସମୟରେ ଦକ୍ଷିଣ ଭାରତରେ ଆର୍ଯ୍ୟ ସଂସ୍କୃତିର ପ୍ରସାର ସଂପୂର୍ଣ୍ଣ ହୋଇଥିଲା । ଚୀନ୍ ପରିବ୍ରାଜକ ଜୁଆଙ୍ଗ୍‌- ଜାଙ୍ଗୁ ପଲ୍ଲବ ରାଜ୍ୟ ଭ୍ରମଣ କରି ତାଙ୍କ ବିବରଣୀରେ କାଞ୍ଚିପୁରମ୍ ସମ୍ବନ୍ଧରେ ବହୁ ତଥ୍ୟ ପ୍ରଦାନ କରିଛନ୍ତି ।

→ ପଲ୍ଲବ ରାଜତ୍ଵରେ କଳା ଓ ସ୍ଥାପତ୍ୟର ବିକାଶ :

  • ପଲ୍ଲବ ରାଜତ୍ଵରେ କଳା ଓ ସ୍ଥାପତ୍ୟର ପ୍ରଭୂତ ବିକାଶ ହୋଇଥିଲା ।
  • ଉଭୟ ଶିବ ଓ ବିଷ୍ଣୁ ମନ୍ଦିରମାନ ନିର୍ମାଣ କରାଯାଇଥିଲା । ବିରାଟ ପଥର କାଟି ମହାବଳୀପୁରମ୍ଭରେ କେତେଗୁଡ଼ିଏ ମନ୍ଦିର ନିର୍ମାଣ କରାଯାଇଥିଲା ଯାହାକୁ ରଥ କୁହାଯାଉଥିଲା ।
  • ମହାବଳୀପୁରମ୍ବର ପାଣ୍ଡବ ରଥ, ସମୁଦ୍ରତଟ ମନ୍ଦିର ଓ କାଞ୍ଚିପୁରମ୍ଭରେ ନିର୍ମିତ କୈଳାସନାଥ ମନ୍ଦିର ପଲ୍ଲବମାନଙ୍କର ବିଖ୍ୟାତ କୃତି ।

→ ଚାଲୁକ୍ୟ ବଂଶ :

  • ବିନ୍ଧ୍ୟ ପର୍ବତମାଳାରୁ ତୁଙ୍ଗଭଦ୍ରା ନଦୀ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳକୁ ଦାକ୍ଷିଣାତ୍ୟ କୁହାଯାଏ ।
  • ଦାକ୍ଷିଣାତ୍ୟରେ ସାତବାହନମାନଙ୍କ ପତନ ପରେ ବାକାତକମାନେ ଏକ ଶକ୍ତିଶାଳୀ ରାଷ୍ଟ୍ର ସ୍ଥାପନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବେଶୀଦିନ ଶାସନ କରିବା ପାଇଁ ସଫଳ ହେଲେ ନାହିଁ ।
  • ବାକାତକମାନଙ୍କ ପରେ ଚାଲୁକ୍ୟମାନେ ଦାକ୍ଷିଣାତ୍ୟରେ ଏକ ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣ କରିବାରେ ସଫଳତା ଲାଭକଲେ ଓ ମୁଖ୍ୟତଃ କୃଷ୍ଣା ଓ ତୁଙ୍ଗଭଦ୍ରା ନଦୀ ମଧ୍ୟରେ ଥିବା ରାଇଚୁରର ଉର୍ବର ଅଞ୍ଚଳରେ ଚାଲୁକ୍ୟମାନେ ନିଜର ଆଧୂପତ୍ୟ ବିସ୍ତାର କରିବା ପାଇଁ ଉଦ୍ୟମ କରିଆସୁଥିଲେ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ଦ୍ବିତୀୟ ପୁଲକେଶୀନ୍ (ଖ୍ରୀ.ଅ. ୬୦୮- ୬୪୨)

  • ଜୈନ କବି ରବିକୀର୍ତିଙ୍କଦ୍ବାରା ରଚିତ ଅହିହୋଇ ଶିଳାଲେଖରୁ ପୁଲକେଶୀଙ୍କ ରାଜତ୍ଵ ସମ୍ପର୍କରେ ଅନେକ କଥା ଜଣାପଡ଼େ ।
  • ଚାଲୁକ୍ୟ ରାଜାମାନଙ୍କ ମଧ୍ୟରେ ଦ୍ୱିତୀୟ ପୁଲକେଶୀନ୍ ସର୍ବଶ୍ରେଷ୍ଠ ରାଜା ଥିଲେ ଓ ସେ ହର୍ଷବର୍ଦ୍ଧନଙ୍କ ସମସାମୟିକ ଥିଲେ ।
  • ହର୍ଷବର୍ଦ୍ଧନ ତାଙ୍କ ଦକ୍ଷିଣ ଭାରତ ଅଭିଯାନରେ ନର୍ମଦା ନଦୀକୂଳରେ ପୁଲକେଶୀନ୍‌ଙ୍କ ସହ ଯୁଦ୍ଧ କରିଥିଲେ ଓ ପରାସ୍ତ ହୋଇ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
  • ହର୍ଷବର୍ଦ୍ଧନଙ୍କୁ ପରାସ୍ତ କରି ଚାଲୁକ୍ୟ ରାଜା ପୁଲକେଶୀନ୍ ଦକ୍ଷିଣାପଥ ସ୍ଵାମୀ ଉପାଧିରେ ଭୂଷିତ ହୋଇଥିଲେ ।
  • ସେ ପଲ୍ଲବ ରାଜା ମହେନ୍ଦ୍ର ବର୍ମନଙ୍କୁ ମଧ୍ୟ ଯୁଦ୍ଧରେ ପରାସ୍ତ କରିଥିଲେ ।
  • ତାଙ୍କ ସମୟରେ ଚାଲୁକ୍ୟ ରାଜ୍ୟର ସୀମା ପଶ୍ଚିମରେ ଆରବ ସାଗର ଓ ଦକ୍ଷିଣରେ ବର୍ତ୍ତମାନର କର୍ଣାଟକ ରାଜ୍ୟ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
  • ପୁଲକେଶୀନ୍ ପଲ୍ଲବ ରାଜା ପ୍ରଥମ ନରସିଂହ ବମନଙ୍କଦ୍ୱାରା ଯୁଦ୍ଧରେ ପରାଜିତ ହୋଇଥିଲେ । ଚାଲୁକ୍ୟ ରାଜଧାନୀ ବାତାପିକୁ ପଲ୍ଲବମାନେ ଅଧିକାର କରିନେଲେ ।
  • ଅଷ୍ଟମ ଶତାବ୍ଦୀର ମଧ୍ୟଭାଗ ବେଳକୁ ଚାଲୁକ୍ୟ ରାଜ୍ୟର ପତନ ଘଟିଥିଲା ।

→ ଚାଲୁକ୍ୟମାନଙ୍କ ସମୟରେ ସଂସ୍କୃତିର ବିକାଶ :

  • ଚାଲୁକ୍ୟ ରାଜ୍ୟର ରାଜଧାନୀ ‘ବାତାପି’ ବା ‘ବାଦାମି’ ଯାହା ବର୍ତ୍ତମାନ କର୍ଣ୍ଣାଟକ ରାଜ୍ୟରେ ଅବସ୍ଥିତ, ସେ ସମୟରେ ଏକ ସମୃଦ୍ଧଶାଳୀ ସହର ଥିଲା ।
  • ବାଣିଜ୍ୟଗତ ସମ୍ପର୍କ ଯୋଗୁ ଚାଲୁକ୍ୟ ସାମ୍ରାଜ୍ୟର ଅର୍ଥନୈତିକ ଉନ୍ନତି ଘଟିଥିଲା ।
  • ଇରାନ୍, ଆରବ ଦେଶ ଏବଂ ଲୋହିତ ସାଗରସ୍ଥିତ ବିଭିନ୍ନ ବନ୍ଦର ସହିତ ଚାଲୁକ୍ୟ ବଣିକମାନେ ବ୍ୟବସାୟ କରିବା ପାଇଁ ଯାଉଥିଲେ ।
  • ଦ୍ଵିତୀୟ ପୁଲକେଶୀନ୍ ପାରସ୍ୟ ରାଜା ଦ୍ଵିତୀୟ ଖୁସୁଙ୍କ ନିକଟକୁ ଦୂତ ପଠାଇଥିଲେ ।
  • ଜୁଆଙ୍ଗ-ଜାଙ୍ଗଙ୍କ ବିବରଣୀରୁ ସେ ଜଣେ ପରାକ୍ରମୀ ରାଜା ଥିଲେ ବୋଲି ଜଣାଯାଏ ।

→ ଚାଲୁକ୍ୟମାନଙ୍କ କୀର୍ତ୍ତି :

  • ଚାଲୁକ୍ୟ ରାଜ୍ୟରେ ପାହାଡ଼ ଖୋଳି ମନ୍ଦିର ନିର୍ମାଣ କରାଯାଉଥିଲା ।
  • ବାତାପି ବା ବାଦାମିରେ ଥିବା ବିଭିନ୍ନ ମନ୍ଦିରରେ ବିଷ୍ଣୁ, ବ୍ରହ୍ମା ଓ ଶିବଙ୍କର ଅତି କମନୀୟ ମୂର୍ତ୍ତି ଦେଖିବାକୁ ମିଳେ ।
  • ଏହି ସମୟରେ ଅଜନ୍ତାର ଚୈତଗୃହଗୁଡ଼ିକ ପାହାଡ଼ରେ ଖୋଦିତ ହୋଇଥିଲା ।
  • ଏଲୋରା, ମେଗୁଡି, ଅହିହୋଲ ଓ ପଟ୍ଟଦକଠାରେ ମନ୍ଦିର ଚାଲୁକ୍ୟ ରାଜତ୍ଵ କାଳରେ ନିର୍ମିତ ହୋଇଥିଲା ।

→ ବର୍ଷନ ବଂଶ :

  • ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ମଧ୍ୟଭାଗରେ ଗୁପ୍ତ ସାମ୍ରାଜ୍ୟର ପତନ ପରେ ଭାରତ ଅନେକଗୁଡ଼ିଏ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇଗଲା । ଷଷ୍ଠ ଶତାବ୍ଦୀର ଶେଷ ଭାଗରେ ଉତ୍ତର ଭାରତରେ ଦୁଇଟି ପ୍ରମୁଖ ରାଜବଂଶର ଉତ୍‌ଥାନ ହୋଇଥିଲା ଯଥା- ଥାନେଶ୍ବରର ବର୍ଷନ ବଂଶ ଏବଂ କନୌଜର ମୌଖରୀ ବଂଶ ।
  • ସପ୍ତମ ଶତାବ୍ଦୀର ଆରମ୍ଭରେ ପ୍ରଭାକର ବଦ୍ଧନ ‘ମହାରାଜାଧୁରାଜ’ ଉପାଧ୍ରେ ଭୂଷିତ ହୋଇ ଥାନେଶ୍ବରରେ ଏକ ସ୍ବତନ୍ତ୍ର ରାଜ୍ୟ ସ୍ଥାପନ କଲେ ।
  • ରାଜ୍ୟବର୍ଦ୍ଧନ ଓ ହର୍ଷବର୍ଦ୍ଧନ ତାଙ୍କର ଦୁଇପୁତ୍ର ଏବଂ ଏକମାତ୍ର କନ୍ୟା ରାଜ୍ୟଶ୍ରୀ ମୌଖାରୀ ରାଜକୁମାର ଗ୍ରହବର୍ମନଙ୍କୁ ବିବାହ କରିଥିଲେ ।
  • ପିତାଙ୍କ ମୃତ୍ୟୁ ପରେ ରାଜ୍ୟବର୍ଦ୍ଧନ ଥାନେଶ୍ଵରର ରାଜା ହୋଇଥିଲେ ।
  • ମାଳବର ରାଜା ଦେବଗୁପ୍ତ ରାଜଶ୍ରୀଙ୍କ ସ୍ୱାମୀ ଗ୍ରହବର୍ମନଙ୍କୁ ହତ୍ୟା କରିଥିଲେ ।
  • ରାଜ୍ୟବର୍ଦ୍ଧନ ଭଗ୍ନୀପତିର ହତ୍ୟାକାରୀକୁ ଯୁଦ୍ଧରେ ପରାସ୍ତ କରି ଫେରିଲାବେଳେ ଗୌଡ଼ର ଶାସକ ଶଶାଙ୍କଙ୍କ ଷଡ଼ଯନ୍ତ୍ରଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା ।

→ ହର୍ଷବର୍ଦ୍ଧନ :

  • ଏହି ଦୁଃଖପୂର୍ଣ୍ଣ ଅବସ୍ଥାରେ ହର୍ଷବର୍ଦ୍ଧନ ବଡ଼ଭାଇ ରାଜ୍ୟବର୍ଦ୍ଧନଙ୍କ ମୃତ୍ୟୁ ପରେ ଖ୍ରୀ.ଅ. ୬୦୬ରେ ଷୋଳବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ।

→ ରାଜ୍ୟଜୟ :

  • ହର୍ଷବର୍ଦ୍ଧନ ମୌଖରୀ ରାଜ୍ୟର ରାଜା ହେବା ଫଳରେ ଥାନେଶ୍ବର ଓ କନୌଜ ରାଜ୍ୟର ମିଶ୍ରଣ ହେଲା ।
  • ହର୍ଷବର୍ଦ୍ଧନ ତାଙ୍କ ରାଜଧାନୀ ଥାନେଶ୍ବରରୁ କନୌଜକୁ ସ୍ଥାନାନ୍ତର କରିଥିଲେ ।
  • ହର୍ଷ ବଦ୍ଧନ ବଂଶର ପ୍ରଧାନ ଶତ୍ରୁ ଗୌଡ଼ରାଜା ଶଶାଙ୍କଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ଯୁଦ୍ଧ ଅଭିଯାନରେ ବାହାରିଥିଲେ ।
  • ଶଶାଙ୍କ ହର୍ଷିଙ୍କଦ୍ୱାରା ପରାସ୍ତ ହୋଇଥିଲେ କି ନାହିଁ ସେ ସମ୍ପର୍କରେ ସଠିକ୍ ତଥ୍ୟ ମିଳି ନଥିଲେ ମଧ୍ୟ ଶଶାଙ୍କଙ୍କ ମୃତ୍ୟୁପରେ ହର୍ଷ ଗୌଡ଼ (ବଙ୍ଗଳା) ଅଧିକାର କରି ନେଇଥିଲେ ।
  • ହର୍ଷବର୍ଦ୍ଧନ ନିଜର ଜାମାତା ଧ୍ରୁବସେନଙ୍କୁ ବଲ୍ଲବୀ ରାଜ୍ୟ ସିଂହାସନରେ ବସାଇ ତାଙ୍କର ଆଧ୍ଵପତ୍ୟକୁ ବଲ୍ଲବୀରେ ପ୍ରତିଷ୍ଠିତ କରାଇଥିଲେ ।
  • ଚାଲୁକ୍ୟ ରାଜା ଦ୍ଵିତୀୟ ପୁଲକେଶୀନ୍‌ଙ୍କଦ୍ବାରା ଦାକ୍ଷିଣାତ୍ୟ ଅଭିଯାନରେ ପରାଜିତ ହୋଇ ହର୍ଷବଦ୍ଧନ ନିଜ ରାଜ୍ୟକୁ ଫେରି ଆସିଥିଲେ ।
  • ହର୍ଷବର୍ଦ୍ଧନ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ନିଜ ସାମ୍ରାଜ୍ୟଭୁକ୍ତ କରିଥିଲେ । ତେଣୁ ତାଙ୍କୁ ‘ସକଳୋତ୍ତର ପଥନାଥ’ କହାଯାଉଥିଲା ।
  • ହର୍ଷବର୍ଦ୍ଧନ ଚାଳିଶବର୍ଷ ରାଜତ୍ବ କରି ୬୪୭ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କରିଥିଲେ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ହର୍ଷଙ୍କ ସମୟରେ ଶାସନ ବ୍ୟବସ୍ଥା :

  • ହର୍ଷବର୍ଦ୍ଧନ ଗୁପ୍ତ ଶାସନର ବିଧି ବ୍ୟବସ୍ଥାକୁ ସାମାନ୍ୟ ପରିବର୍ତ୍ତନ କରି ନିଜ ସାମ୍ରାଜ୍ୟରେ ପ୍ରଚଳନ କରିଥିଲେ ।
  • ଶାସନକାର୍ଯ୍ୟ ପରିଚାଳନା ପାଇଁ ସେ ବହୁ କର୍ମଚାରୀ ନିଯୁକ୍ତ କରିଥିଲେ ।
  • ଅଶୋକଙ୍କ ଭଳି ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତକରି ସେ ପ୍ରତ୍ୟକ୍ଷ ଭାବରେ ଶାସନ ବ୍ୟବସ୍ଥାକୁ ନିରୀକ୍ଷଣ କରୁଥିଲେ ।
  • ତାଙ୍କ ସମୟରେ ଉତ୍ପନ୍ନ ଶସ୍ୟର ଏକ ଷତାଂ ଶ କରରୂପେ ଆଦାୟ କରାଯାଉଥିଲା ।
  • ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ହର୍ଷ କଠୋର ଆଇନ ପ୍ରଣୟନ କରିଥିଲେ ଓ ଗୁରୁତର ଅପରାଧ ପାଇଁ ଅଙ୍ଗଚ୍ଛେଦନ କରାଯାଉଥିଲା ।

→ ଧର୍ମ :

  • ହର୍ଷବର୍ଦ୍ଧନ ଉଭୟ ହିନ୍ଦୁ ଓ ବୌଦ୍ଧଧର୍ମ ବିଶ୍ଵାସୀ ଥିଲେ; ମାତ୍ର ଜୀବନର ଶେଷବେଳକୁ ସେ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ।
  • ସେ ନିଜେ ସୂର୍ଯ୍ୟ, ଶିବ ଓ ବୁଦ୍ଧଙ୍କର ଉପାସନା କରୁଥିଲେ ।
  • ଚୀନ୍ ପରିବ୍ରାଜକ ଜୁଆଙ୍ଗ୍-ଜାଙ୍ଗ୍‌ଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ରାଜଧାନୀ କନୌଜରେ ସେ ଏକ ବିରାଟ ଧର୍ମସଭା ଆୟୋଜନ କରିଥିଲେ । .
  • ହର୍ଷ ପାଞ୍ଚବର୍ଷରେ ଥରେ ପ୍ରୟାଗ (ଆହ୍ଲାବାଦ)ଠାରେ ଏକ ଧର୍ମ ଉତ୍ସବର ଆୟୋଜନ କରୁଥିଲେ ।
  • ସେହି ଉତ୍ସବରେ ସେ ରାଜ୍ୟର ସମସ୍ତ ସଞ୍ଚା ଧନକୁ ଲୋକମାନଙ୍କୁ ଦାନ କରୁଥିଲେ । ତେଣୁ ତାଙ୍କୁ ଦାନବୀର ହର୍ଷ କୁହାଯାଉଥିଲା ।
  • ତାଙ୍କ ସମୟରେ ମହାଯାନ ବୌଦ୍ଧଧର୍ମର ବିଶେଷ ପ୍ରସାର ହୋଇଥିଲା ।

→ ସାହିତ୍ୟ :

  • ହର୍ଷବର୍ଦ୍ଧନଙ୍କର ସାହିତ୍ୟ ପ୍ରତି ରୁଚି ଥୁଲା I
  • ନାଗାନନ୍ଦ, ରତ୍ନାବଳୀ ଏବଂ ପ୍ରିୟଦର୍ଶିକା ଆଦି ନାଟକ ତାଙ୍କଦ୍ବାରା ରଚିତ ହୋଇଥିବା ଲୋକମାନେ ବିଶ୍ୱାସ କରନ୍ତି ।
  • ହର୍ଷିଙ୍କ ରଜସଭା ମଣ୍ଡନ କରୁଥିବା କବି ବାଣଭଟ୍ଟ ହର୍ଷଚରିତଂ ଓ କାଦମ୍ବରୀ ରଚନା କରିଥିଲେ ।

→ ଜୁଆଙ୍ଗ୍-ଜାଲ୍ (ହୁଏନ୍‌ସାଂ)ଙ୍କ ଭାରତ ଭ୍ରମଣ :

  • ଭାରତରୁ ବୌଦ୍ଧଗ୍ରନ୍ଥ ସଂଗ୍ରହ କରିବା ଏବଂ ବୌଦ୍ଧଧର୍ମ ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ଉଦ୍ଦେଶ୍ୟରେ ଚୀନ୍ ପରିବ୍ରାଜକ ଜୁଆଙ୍ଗ୍‌-ଜାଙ୍ଗ୍ (ହୁଏନ୍‌ସାଂ) ୬୨୯ ଖ୍ରୀଷ୍ଟାବ୍ଦରେ ସ୍ଥଳପଥରେ ଭାରତ ଆସିଥିଲେ ।
  • ହର୍ଷଙ୍କ ସମୟର ସାମାଜିକ ଓ ଅର୍ଥନୈତିକ ଅବସ୍ଥା, ଧର୍ମ ଏବଂ ଶାସନ ବ୍ୟବସ୍ଥା ସମ୍ପର୍କରେ ଅନେକ କଥା ତାଙ୍କ ଭ୍ରମଣ ବିବରଣୀ ସି-ୟୁ-କି ନାମକ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି ।
  • ତାଙ୍କ ବିବରଣୀରୁ ଜଣାଯାଏ ଯେ ସେତେବେଳେ କନୌଜ ଏକ ସମୃଦ୍ଧିଶାଳୀ ନଗର ଥିଲା ଏବଂ ପାଟଳୀପୁତ୍ର ଓ ବୈଶାଳୀ ନଗରମାନଙ୍କର ଗୌରବ ହ୍ରାସ ପାଇଥିଲା ।
  • ଲୋକମାନେ ସରଳ ଜୀବନଯାପନ କରୁଥିଲେ ଓ ଅଧିକାଂଶ ଲୋକ ନିରାମିଷ ଖାଦ୍ୟ ଖାଉଥିଲେ ।
  • ଜାତିପ୍ରଥା କଠୋର ଥିଲା ଓ ଶୂଦ୍ରମାନଙ୍କୁ କୃଷକ ଜାତିର ଲୋକ କୁହାଯାଉଥିଲା ।
  • ତାଙ୍କ ବିବରଣୀରୁ ଜଣାଯାଏ ଯେ ବୌଦ୍ଧଧର୍ମର ଅଠରଗୋଟି ଶାଖା ଥିଲା । ସେହି ଶାଖାମାନଙ୍କୁ ମଧ୍ୟରୁ ମହାଯାନ ଓ ହୀନଯାନ ଶାଖା ପ୍ରଧାନ ଥିଲା I
  • ହର୍ଷିଙ୍କ ସମୟରେ ନାଳନ୍ଦା ବିଶ୍ଵବିଦ୍ୟାଳୟ ଏକ ଶ୍ରେଷ୍ଠ ଓ ସମ୍ମାନଜନକ ଶିକ୍ଷାନୁଷ୍ଠାନ ଥିଲା । ସେଠାରେ ୧୦, ୦୦୦ ସଂଖ୍ୟକ ଦେଶ-ବିଦେଶର ବିଦ୍ୟାର୍ଥୀ ଅଧ୍ୟୟନ କରୁଥିଲେ । ନାଳନ୍ଦା ବିଶ୍ବବିଦ୍ୟାଳୟରେ ମହାଯାନ ଶାଖାର ବୌଦ୍ଧ ଦର୍ଶନ ଶିକ୍ଷା ଦିଆଯାଉଥିଲା ।
  • ଜୁଆଙ୍ଗ୍-ଜାଙ୍ଗ୍ ତାଙ୍କ ବିବରଣୀରେ ହର୍ଷଙ୍କଦ୍ବାରା ଆୟୋଜିତ କନୌଜ ସଭା ଏବଂ ପ୍ରୟାଗ ଧର୍ମସଭାର ବିଶଦ ବିବରଣୀ ଉଲ୍ଲେଖ କରିଛନ୍ତି ।
  • ଜୁଆଙ୍ଗ୍‌-ଜାଇଁ ୬୪୪ ଖ୍ରୀଷ୍ଟାବ୍ଦରେ ସ୍ଵଦେଶକୁ ଫେରି ଯାଇଥିଲେ ।

→ ଇସ୍‌ଲାମ୍ ଧର୍ମର ଅଭ୍ୟୁଦୟ ଏବଂ ଆରବମାନଙ୍କର ସିନ୍ଧୁ ଅଞ୍ଚଳ ଅଧିକାର :

  • ଅନ୍ଧବିଶ୍ବାସ ଦୂରୀକରଣ ପାଇଁ ଯେତେଗୁଡ଼ିଏ ଧର୍ମ ମାର୍ଗ ପ୍ରବର୍ତ୍ତିତ ହୋଇଛି, ତନ୍ମଧ୍ୟରୁ ଇସ୍‌ଲାମ୍ ଧର୍ମ ସବୁଠୁ ସରଳ ଓ ବୋଧଗମ୍ୟ ।
  • ଐକ୍ୟଭାବ, ଉଦାରତା, ଭ୍ରାତୃପ୍ରେମ, ପବିତ୍ରତା ଓ ସତ୍ୟ ଏହି ଧର୍ମର ମୂଳମନ୍ତ୍ର ।
  • ଷଷ୍ଠ ଶତାବ୍ଦୀର ଶେଷ ଭାଗରେ ସୁଦୂର ଆରବ ମରୁଭୂମିରେ ମହାପୁରୁଷ ମହମ୍ମଦ ଏହି ଧର୍ମ ପ୍ରବର୍ତନ କରିଥିଲେ ।
  • ମହମ୍ମଦ ୫୭୦ ଖ୍ରୀଷ୍ଟାବ୍ଦରେ ମକ୍କାରେ ଜନ୍ମଗ୍ରହଣ କରିଥିଲେ ।
  • ତାଙ୍କ ପ୍ରବର୍ତ୍ତିତ ନୂତନ ଧର୍ମର ସାରାଂଶ ହେଲା ‘ଭଗବାନ ଏକ ଏବଂ ଅଦ୍ବିତୀୟ । ଆଲ୍ଲା ହେଉଛନ୍ତି ଭଗବାନ ଓ ତାଙ୍କର ପ୍ରତିନିଧ୍ଵ ହେଉଛନ୍ତି ମହମ୍ମଦ ।’
  • ଯେଉଁମାନେ ତାଙ୍କ ପ୍ରବର୍ତ୍ତିତ ଧର୍ମକୁ ଗ୍ରହଣ କଲେ ସେମାନଙ୍କୁ ମୁସଲମାନ କୁହାଗଲା ।
  • ଇସ୍‌ଲାମ୍ ଧର୍ମର ପବିତ୍ର ଧର୍ମଗ୍ରନ୍ଥ କୋରାନ ଏବଂ ଏହା ଆଲ୍ଲାଙ୍କର ମୁଖନିଃସୃତ ବାଣୀ ବୋଲି କୁହାଯାଏ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ଆରବ ବଣିକମାନଙ୍କ ସହିତ ଭାରତର ସମ୍ପକ :

  • ଖ୍ରୀଷ୍ଟପୂର୍ବ ୨୦୦ ଓ ଖ୍ରୀଷ୍ଟାବ୍ଦ ୨୦୦ ମଧ୍ଯରେ ଭାରତ ଏସିଆର ପଶ୍ଚିମ ଓ କେନ୍ଦ୍ରାଞ୍ଚଳର ବିଭିନ୍ନ ଦେଶମାନଙ୍କ ସହ ବାଣିଜ୍ୟ କରୁଥିଲା ।
  • ଇସ୍‌ଲାମ୍ ଧର୍ମର ଆବିର୍ଭାବ ପୂର୍ବରୁ ଆରବ ଦେଶର ବଣିକମାନେ ରୋମ ସାମ୍ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କ ସହ ବାଣିଜ୍ୟ କରୁଥିଲେ ।
  • ସେମାନଙ୍କ ମଧ୍ୟରୁ ଅନେକ କେରଳର ଉପକୂଳବର୍ତ୍ତୀ ଅଞ୍ଚଳ ସହ ବାଣିଜ୍ୟ କରୁଥିଲେ ଏବଂ ସେଠାରୁ ଭାରତୀୟ ମସଲା ଓ ଅନ୍ୟାନ୍ୟ ମୂଲ୍ୟବାନ୍ ସାମଗ୍ରୀ କିଣି ବାହାର ଦେଶର ବଜାରରେ ବିକ୍ରୟ କରୁଥିଲେ । ଏହିପରି ଭାବରେ ଇସ୍‌ଲାମ ଧର୍ମର ଆବିର୍ଭାବ ପୂର୍ବରୁ ଆରବ ସହିତ ଭାରତର ବାଣିଜ୍ୟିକ ସଂପର୍କ ସ୍ଥାପିତ ହୋଇଥିଲା ।
  • ଇସ୍‌ଲାମ୍ ଧର୍ମର ଆବିର୍ଭାବ ପରେ ଆରବ ବଣିକମାନେ ମୁସଲମାନ ଧର୍ମରେ ଦୀକ୍ଷିତ ହୋଇ ଭାରତରେ ଧର୍ମ ପ୍ରଚାର କଲେ ଓ କିଛି ଭାରତୀୟ ମଧ୍ଯ ମୁସଲମାନ ଧର୍ମ ଗ୍ରହଣ କଲେ ।
  • କାଳକ୍ରମେ କେରଳରେ ଏକ ମୁସଲମାନ ସଂପ୍ରଦାୟର ଆବିର୍ଭାବ ହେଲା । ସେମାନଙ୍କୁ ମୋପ୍‌ଲା ମୁସଲମାନ କୁହାଯାଏ ।
  • ଆରବ ବଣିକମାନେ ତାଙ୍କ ସାମ୍ରାଜ୍ୟରେ ବାଣିଜ୍ୟ ମେଳା ଆୟୋଜନ କରି ଭାରତ ଓ ଭାରତ ବାହାରର ଅନେକ ସାମଗ୍ରୀ ବିକ୍ରି କରୁଥିଲେ ।

→ ଆରବୀୟମାନଙ୍କର ସିନ୍ଧୁ ଅଞ୍ଚଳ ଅଧିକାର :

  • ମହମ୍ମଦଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧ୍ୟାକାରୀ ବା ଖଲିଫାମାନେ ରାଜ୍ୟ ବିସ୍ତାର ପାଇଁ ଉଦ୍ୟମ କଲେ ।
  • ଆରବ ସୈନ୍ୟମାନେ ଅଳ୍ପ ସମୟ ମଧ୍ୟରେ ସିରିୟା, ମେସୋପଟାମିଆ, ପାଲେଷ୍ଟାଇନ୍, ଇଜିପ୍‌ଟ, ଆଫ୍ରିକାର ପୂର୍ବାଞ୍ଚଳ ଓ ୟୁରୋପର ସ୍ପେନ୍ ଆଦି ସ୍ଥାନମାନଙ୍କରେ ଧର୍ମ ପ୍ରଚାର ସହିତ ଉପନିବେଶମାନ ସ୍ଥାପନ କଲେ ।
  • ଅଷ୍ଟମ ଶତାବ୍ଦୀରେ ଖଲିଫାମାନେ ଭାରତର ଧନରତ୍ନ ପ୍ରତି ଆକୃଷ୍ଟ ହେଲେ ଏବଂ ରାଜ୍ୟ ବିସ୍ତାର ଉଦ୍ଦେଶ୍ୟରେ ଭାରତ ଆକ୍ରମଣ କରିଥିଲେ । ମାତ୍ର ଦୁଇଥର ଆକ୍ରମଣ କରି ମଧ୍ୟ ସେମାନେ ସଫଳ ହୋଇନଥିଲେ ।
  • ମହମ୍ମଦ-ବିନ୍-କାଶିମ୍ ନାମକ ଜଣେ ଆକ୍ରମଣକାରୀ ଖଲିଫାଙ୍କ ଆଦେଶରେ ସିନ୍ଧୁ ଓ ପଞ୍ଜାବ ଆକ୍ରମଣ କରି କେତେକ ସ୍ଥାନ ଅଧିକାର କରିଥିଲେ ସୁଦ୍ଧା ଖଲିଫାଙ୍କ ଆଦେଶରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।
  • ଫଳରେ ଆରବୀୟମାନେ ଭାରତରେ ଇସ୍‌ଲାମ ରାଷ୍ଟ୍ର ନିର୍ମାଣ କରିପାରି ନଥିଲେ ସୁଦ୍ଧା ଭାରତରୁ ଗଣିତ, ଜ୍ୟୋତିର୍ବିଜ୍ଞାନ, ବିଜ୍ଞାନ, ଆୟୁର୍ବେଦ, ଦର୍ଶନ ଆଦି ବିଷୟରେ ଜ୍ଞାନ ଆହରଣ କରିଥିଲେ ।

Leave a Comment