Odisha State Board BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ will enable students to study smartly.
BSE Odisha Class 6 History Notes Chapter 4 ଭାରତରେ ପ୍ରଥମ ନଗରୀକରଣ
→ (୧) ଉପକ୍ରମ
- ଭାରତ ଉପ ମହାଦେଶର ନୂତନ ପ୍ରସ୍ତର ଯୁଗର ବସତିଗୁଡ଼ିକ ପ୍ରଥମେ ସିନ୍ଧୁ ନଦୀର ପଶ୍ଚିମ ପାର୍ଶ୍ଵରେ ଆରମ୍ଭ ହେଲା ଓ ପରେ ଅନ୍ୟ ଅଞ୍ଚଳରେ ଗଢି ଉଠିଲା ।
- ପାକିସ୍ଥାନର ମେହରଗଡ଼ଠାରେ ନୂତନ ପ୍ରସ୍ତର ଯୁଗର ସଂସ୍କୃତି ପ୍ରଥମେ ବିକାଶ ଲାଭ କରିଥିବାର ପ୍ରତ୍ନତତ୍ତ୍ବବିତ୍ମାନେ ବିଶ୍ବାସ କରନ୍ତି ।
- ମୁଖ୍ୟତଃ କୃଷିର ବିକାଶ କଂସା ଧାତୁର ବହୁଳ ବ୍ୟବହାର ଦ୍ବାରା ଏହି ସମୟରେ ଭାରତର ଉତ୍ତର ପଶ୍ଚିମ ଦିଗରେ କେତେକ ନଗର ଗଢ଼ି ଉଠିଥିଲା ।
- କାଳକ୍ରମେ ସେହି ନଗରଗୁଡ଼ିକ ଧ୍ଵଂସପାଇ ମାଟିତଳେ ପୋତି ହୋଇପଡ଼ିଲା ।
- ପ୍ରତ୍ନତତ୍ତ୍ବବିତ୍ମାନେ ମାଟି ଖୋଳି ସିନ୍ଧୁ ନଦୀର ଉପତ୍ୟକାରୁ ଦୁଇଟି ପ୍ରାଚୀନ ସହର ଉଦ୍ଧାର କରିଥିଲେ । ସେହି ସହର ଦୁଇଟି ବର୍ତ୍ତମାନ ପାକିସ୍ଥାନର ହରପ୍ପା ଓ ମହେଞ୍ଜୋଦାରୋରେ ଅବସ୍ଥିତ ।
ମନେରଖ :
୧୯୨୧ ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ବବିତ୍ ହୟାରାମ୍ ସାହାଣୀ ମାଟିତଳୁ ହରପ୍ପା ସହରକୁ ଆବିଷ୍କାର କରିଥିଲେ । ଏହା ସିନ୍ଧୁନଦୀର ଉପନଦୀ ରାବୀନଦୀ କୂଳରେ ଅବସ୍ଥିତ । ସେହିପରି ୧୯୨୨ ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ୱବିତ୍ ରାଖାଲ ଦାସ ବାନାର୍ଜୀ ସିନ୍ଧୁନଦୀ କୂଳରେ ଥିବା ମହେଞ୍ଜୋଦାରୋ ସହରକୁ ମାଟିତଳୁ ଆବିଷ୍କାର କରିଥିଲେ ।
→ (୨) ସିନ୍ଧୁ ସଭ୍ୟତା
- ସିନ୍ଧୁ ନଦୀ ଉପତ୍ୟକାରେ ହରପ୍ପା ଓ ମହେଞ୍ଜୋଦାରୋ ସହର ଦୁଇଟି ଅବସ୍ଥିତ ହେତୁ ଏହାକୁ ସିନ୍ଧୁ ସଭ୍ୟତା କୁହାଯାଏ ।
- ଏହି ସଭ୍ୟତା ଖ୍ରୀ.ପୂ. ୫୦୦୦ ବର୍ଷ ତଳେଆରମ୍ଭ ହୋଇଥିଲା ବୋଲି ଅନୁମାନ କରାଯାଏ ।
- ମହେଞ୍ଜୋଦାରୋର ଅର୍ଥ ‘ମୃତ ନଗରୀ’। ହରପପାଠାରୁ ଏହାର ଦୂରତା ପ୍ରାୟ ୩୫୦ ମାଇଲ ଅଟେ ।
- ଐତିହାସିକଙ୍କ ମତାନୁସାରେ ମେସୋପଟାମିଆ ସଭ୍ୟତା ପୂର୍ବରୁ ହରପ୍ପା ସଭ୍ୟତା ବିକାଶ ଲାଭ କରିଥିଲା । କାରଣ ହରପ୍ପାର ସିଲ୍ ବା ମୋହର ମେସୋପଟାମିଆର ‘ଉର୍’ ଓ ‘କିଚ୍’ ସ୍ଥାନରେ ଦେଖିବାକୁ ମିଳିଛି ।
- ପ୍ରତ୍ନତତ୍ତ୍ବବିତ୍ଙ୍କ ମତ ଅନୁସାରେ ଏହି ସଭ୍ୟତା ଖ୍ରୀ. ପୂ. ୨୫୦୦ରୁ ଖ୍ରୀ.ପୂ. ୧୫୦୦ ମଧ୍ଯରେ ବିକାଶ ଲାଭ କରିଥିଲା ।
ମନେରଖ :
ପ୍ରତ୍ନତତ୍ତ୍ବବିତ୍ମାନେ ଭାରତର କେତେକ ଅଞ୍ଚଳରୁ ହରପ୍ପା ସଭ୍ୟତାର ଧ୍ବଂସାବଶେଷ ଉଦ୍ଧାର କରିଛନ୍ତି । ସେଗୁଡ଼ିକ ହେଲା– ପଞ୍ଜାବର ରୋପଡ଼, ଗୁଜରାଟର ଲୋଥାଲ ଏବଂ ଧୋଲାବୀରା, ରାଜସ୍ଥାନର କାଳିବଗାଁ, ହରିୟାଣାର ବନୱାଲି ।
→ (୩) ନଗର ପରିକଳ୍ପନା :
- ହରପ୍ପା ସଭ୍ୟତାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ନଗର ନିର୍ମାଣ ।
- ଭୂଖୋଦନରୁ ଜଣାଯାଇଛି ଯେ ହରପ୍ପା ନଗରଟିକୁ ଯୋଜନାବଦ୍ଧ ଭାବେ ନିର୍ମାଣ କରାଯାଇଥିଲା ଓ ତା’ର ରକ୍ଷଣାବେକ୍ଷଣର ସୁବନ୍ଦୋବସ୍ତ କରାଯାଇଥିଲା ।
- ନଗରଟି ଦୁଇଗୋଟି ଭାଗରେ ବିଭକ୍ତ ଥିଲା; ଯଥା— ଉଚ୍ଚ ଭାଗ ଓ ତଳଭାଗ । ଦୁର୍ଗପରି ସୁରକ୍ଷିତ ଉଚ୍ଚଭାଗରେ ଶାସକ, ରାଜକର୍ମଚାରୀ, ଧର୍ମଯାଜକ ଓ ବଣିକମାନେ ବାସ କରୁଥିଲାବେଳେ ତଳଭାଗରେ ସାଧାରଣ ଲୋକ, କୃଷକ ଓ ଶ୍ରମିକମାନେ ବାସ କରୁଥିଲେ ।
- ସହରର ମଧ୍ୟଭାଗରେ ଦୀର୍ଘ ଓ ପ୍ରଶସ୍ତ ରାସ୍ତା ସିଧା ଭାବରେ ରହିଥିଲା ।
→ (୪) ବାସଗୃହ :
- ରାସ୍ତାର ଉଭୟ ପାର୍ଶ୍ଵରେ ବାସଗୃହଗୁଡ଼ିକ ଯୋଜନାବଦ୍ଧ ଭାବରେ ନିର୍ମାଣ କରାଯାଇଥିଲା ।
- ଘରଗୁଡ଼ିକ ଏକ ମହଲା ବା ଦୁଇ ମହଲା ବିଶିଷ୍ଟ ଥିଲା ଏବଂ ସେଗୁଡ଼ିକ ପୋଡ଼ା ଇଟାରେ ନିର୍ମିତ ହୋଇଥିଲା । ଘରକୁ ଆଲୋକ ଓ ବାୟୁ ପ୍ରବେଶ କରିବା ପାଇଁ ଦ୍ଵାର ଓ ଝରକା ରଖାଯାଇଥିଲା । ଉପର ମହଲାକୁ ଯିବା ପାଇଁ କାଠରେ ତିଆରି ସିଡ଼ି ରହୁଥିଲା । କାଠରେ ନିର୍ମିତ ଘରର ଛାତ ସମତଳ ଥିଲା ।
- ଘରର ମଇଳା ପାଣି ଓ ଆବର୍ଜନା ଯିବା ପାଇଁ ଘର ଭିତରେ ଛୋଟ ନାଳ ରହୁଥିଲା ଓ ସେହି ନାଳକୁ ରାସ୍ତାର ମୁଖ୍ୟ ନାଳ ସହିତ ସଂଯୋଗ କରାଯାଇଥିଲା ।
→ (୫) ସ୍ନାନାଗାର :
- ହରପ୍ପା ସଭ୍ୟତାର ମୁଖ୍ୟ ଆକର୍ଷଣ ଥିଲା ଏକ ବୃହତ୍ ସ୍ନାନାଗାର ।
- ମହେଞ୍ଜୋଦାରୋରୁ ଆବିଷ୍କୃତ ସ୍ନାନଗୃହର ଦୈର୍ଘ୍ୟ ୫୫ ମିଟର, ପ୍ରସ୍ଥ ୩୩ ମିଟର ଓ ଗଭୀରତା ୮ ମିଟର ଥିଲା ଓ ଏହାର ଭିତରକୁ ପ୍ରବେଶ କରିବା ପାଇଁ ପୋଡ଼ା ଇଟାରେ ତିଆରି ପାହାଚ ଜଳର ତଳଭାଗ ପର୍ଯ୍ୟନ୍ତ ଲମ୍ବି ରହିଥିଲା । ସ୍ନାନାଗାର ଉପରିଭାଗରେ ଏକ ବିଶାଳ କୂଅରୁ ସ୍ନାନାଗାର ମଧ୍ୟକୁ ପାଣି ଆସିବାର ବ୍ୟବସ୍ଥା ଥିଲା ଓ ସ୍ନାନାଗାରରୁ ଦୂଷିତ ପାଣି ନିଷ୍କାସନର ବ୍ୟବସ୍ଥା ଥିଲା ।
→ (୬) ଶସ୍ୟ ଭଣ୍ଡାର :
- ହରପ୍ପାର ସୁରକ୍ଷିତ ଭାଗର ଉତ୍ତର ଦିଗକୁ ଗୋଟିଏ ଶସ୍ୟାଗାର ଆବିଷ୍କୃତ ହୋଇଥିଲା ।
- ଏହାର ଲମ୍ବ ୬୬ ମିଟର ଓ ଚଉଡ଼ା ୧୬ ମିଟର । ଏହା ମଧ୍ୟରେ ଦୁଇଟି ପ୍ରକୋଷ ଥିଲା ଏବଂ ପ୍ରକୋଷ୍ଠ ମଝିରେ ଯାତାୟାତ ପାଇଁ ବାଟ ଥିଲା ।
- ଏହି ବୃହତ୍ ଶସ୍ୟାଗାରର ଦକ୍ଷିଣ ଦିଗରେ କେତେକ ଗୋଲାକାର ଚଟାଣ ଶସ୍ୟ ଅମଳ ପାଇଁ ନିର୍ମିତ ହୋଇଥିଲା ।
- ମହେଞ୍ଜୋଦାରୋଠାରେ ମଧ୍ୟ ଏକ ବିଶାଳ ଶସ୍ୟଭଣ୍ଡାର ଦେଖିବାକୁ ମିଳେ । ଏହାର ଲମ୍ବ ୪୮ ମିଟର ଓ ଚଉଡ଼ା ୧୫ ମିଟର ଥିଲା ।
- ରାଜସ୍ଥାନର କାଳିବ ଠାରେ ମଧ୍ୟ ଗୋଟିଏ ଶସ୍ୟ ଭଣ୍ଡାର ଦେଖିବାକୁ ମିଳେ ।
→ (୭) ସଭାଗୃହ :
- ମହେଞ୍ଜୋଦାରୋ ନଗର ମଧ୍ଯରେ ୭୦ ମିଟର ଲମ୍ବ ଓ ୨୩ ମିଟର ଚଉଡ଼ା ଏବଂ ୨୫ ଗୋଟି ଖମ୍ବ ବିଶିଷ୍ଟ ପୋଡ଼ାଇଟାରେ ତିଆରି ଏକ ପ୍ରକାଣ୍ଡ ଗୃହ ଦେଖିବାକୁ ମିଳେ ।
- ଏହି ଗୃହ ପାଞ୍ଚଟି କୋଠରି ବିଶିଷ୍ଟ ଥିଲା ଏବଂ ଏହି ଗୃହକୁ ସଭା କିମ୍ବା ପ୍ରାର୍ଥନା ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା ବୋଲି ବିଶ୍ଵାସ କରାଯାଏ ।
→ (୮) କୃଷିକାର୍ଯ୍ୟ :
- ହରପ୍ପା ସଭ୍ୟତାର ଅଧିବାସୀମାନେ କୃଷିକୁ ମୁଖ୍ୟ ଜୀବିକାରୂପେ ଗ୍ରହଣ କରିଥିଲେ ।
- ଏମାନେ ପ୍ରଧାନତଃ ଗହମ, ଯଅ, କପା ଚାଷ କରୁଥିଲେ ।
- ଗହମ ଓ ଯଅରୁ ଅଟା ପ୍ରସ୍ତୁତ କରି ରୁଟି ଖାଉଥିଲେ । ଏହାଛଡ଼ା ସେମାନେ ଫଳ, ମାଛ, ମାଂସ, ଅଣ୍ଡା ଖାଉଥିଲେ । ଖଜୁରିକୋଳି ଏମାନଙ୍କର ପ୍ରିୟ ଖାଦ୍ୟ ଥିଲା ।
→ (୯) ପୋଷାକ ପରିଚ୍ଛଦ ଓ ଅଳଙ୍କାର :
- ହରପ୍ପା ସଭ୍ୟତାର ଲୋକମାନେ କପା ଓ ପଶମର ଲୁଗା ପିନ୍ଧୁଥିଲେ ।
- ପୁରୁଷମାନେ ଲୁଙ୍ଗି ପରି ଲୁଗା ଓ ସ୍ତ୍ରୀଲୋକମାନେ ଘାଗରା ପରି ଲୁଗା ପିନ୍ଧୁଥିଲେ ।
- ନାରୀ ଓ ପୁରୁଷ ଉଭୟ ଦେହରେ ବିଭିନ୍ନ ପ୍ରକାର ଅଳଙ୍କାର ପିନ୍ଧୁଥିଲେ । ହାର, ମୁଦି, ଅଣ୍ଟାସୂତା, ବାଜୁବନ୍ଧ, ବଳା, କାନଫୁଲ, ନାକଫୁଲ ଇତ୍ୟାଦି ଅଳଙ୍କାର ପିନ୍ଧୁଥିଲେ ।
- ଧନୀ, ବଣିକ ଓ ବ୍ୟବସାୟୀମାନେ ସୁନା, ରୁପା, ହାଡ଼ରେ ତିଆରି ଅଳଙ୍କାର ଓ ଗରିବ ଶ୍ରେଣୀର ଲୋକମାନେ ତମ୍ବା, ହାଡ଼, ପୋହଳା, ମାଟି ତିଆରି ଅଳଙ୍କାରମାନ ପିନ୍ଧୁଥିଲେ ।
- ପୁରୁଷମାନେ ଲମ୍ବା କେଶ ଓ ଦାଢ଼ି ରଖୁଥିଲେ ।
- ସ୍ତ୍ରୀଲୋକମାନେ ହାତୀଦାନ୍ତ ଓ ଶିଙ୍ଗ ତିଆରି ପାନିଆ ତଥା ମୁଣ୍ଡକଣ୍ଟା ବ୍ୟବହାର କରୁଥିଲେ ।
→ (୧୦) ଶିଳ୍ପକଳା :
- ହରପ୍ପା ସଭ୍ୟତାର ଲୋକମାନେ ମୃତ୍ତିକା ଶିଳ୍ପ ଓ ଧାତୁଶିଳ୍ପରେ ନିପୁଣ ଥିଲେ ।
- ସେମାନେ ସୁନା, ରୁପା, ତମ୍ବା, ଟିଣ ଏବଂ ଦସ୍ତା ଧାତୁର ବିଭିନ୍ନ ପଦାର୍ଥ ତିଆରି କରୁଥିଲେ । ବିଭିନ୍ନ ଗୃହୋପକରଣ; ଯଥା— ଥାଳି, ପାତ୍ର, ଗରା, କୁଣ୍ଡ, କ୍ଷୁର, ଛୁଞ୍ଚୁ, ଦାଆ, ଖଣ୍ଡା, ତୀର, ବର୍ଚ୍ଛା ପ୍ରଭୃତି ବିଭିନ୍ନ ଧାତୁରେ ତିଆରି କରୁଥିଲେ ।
- କେତେକ କାରିଗର କଂସାର ମୂର୍ତ୍ତି ଓ ଅଳଙ୍କାରମାନ ତିଆରି କରୁଥିଲେ ।
- ହରପ୍ପା ସଭ୍ୟତାର ପ୍ରଧାନ ଶିଳ୍ପ ଥିଲା ମାଟିପାତ୍ର ନିର୍ମାଣ ।
- ଚକ ବ୍ୟବହାର କରି ସେମାନେ ସୁନ୍ଦର ସୁନ୍ଦର ମାଟିପାତ୍ର ନିର୍ମାଣ କରିଥିଲେ ।
- ଚକଥିବା ଛୋଟ ଛୋଟ ଗାଡ଼ି, ବିଭିନ୍ନ ପଶୁ ଓ ପକ୍ଷୀ, ମଣିଷ, ହୁଇସିଲ ଇତ୍ୟାଦି ମାଟିରେ ତିଆରି କରାଯାଉଥିଲା ।
→ ମୋହର :
- ହରପ୍ପା ସଭ୍ୟତାର ବିଭିନ୍ନ ସ୍ଥାନରୁ ବହୁସଂଖ୍ୟକ ପୋଡ଼ା ମାଟିର ମୋହର ମିଳିଛି ।
- ଏହି ମୋହରଗୁଡ଼ିକରୁ ସେମାନଙ୍କ ଜୀବନଧାରା ବିଷୟରେ ଅନେକ କଥା ଜଣାପଡ଼େ ।
- ଏହି ମୋହରଗୁଡ଼ିକରେ ବୃଷଭ, ମଇଁଷି, ଗୟଳ, ହସ୍ତୀ, ସର୍ପ, କୁମ୍ଭୀର, ବିଭିନ୍ନ ବୃକ୍ଷ, ବହୁ ନାରୀ ମୂର୍ତ୍ତି, ଯୋଗାସନ ମୂର୍ତ୍ତି ଦେଖିବାକୁ ମିଳେ ।
- ମୋହରରେ ଏକ ପ୍ରକାର ଲିପି ଖୋଦିତ ହୋଇଛି । ଏଗୁଡ଼ିକ ସେମାନଙ୍କର ଧର୍ମ, ବାଣିଜ୍ୟ ଓ ସାମାଜିକ ବ୍ୟବସ୍ଥାର ସୂଚନା ପ୍ରଦାନ କରେ ।
→ ବାଣିଜ୍ୟ :
- ହରପ୍ପା ସଭ୍ୟତାର କେତେକ ମୋହରରେ ଥିବା ଡଙ୍ଗାର ଛବିରୁ ସେମାନେ ନୌବାଣିଜ୍ୟ କରୁଥିବାର ସୂଚନା ମିଳେ ।
- ସେମାନେ ସେମାନଙ୍କର ବଳକା ଶସ୍ୟ, ମାଟିପାତ୍ର ଇତ୍ୟାଦିକୁ ନେଇ ବାଣିଜ୍ୟ କାରବାର କରୁଥିଲେ ।
- ଗୁଜରାଟର ଲୋଥାଠାରେ ପୋତାଶ୍ରୟର ଅବଶେଷ ମିଳିଛି ।
- ସେମାନେ ଭାରତ ଭିତରେ ଏବଂ ବାହାର ଦେଶ ଯଥା : ଆଫଗାନିସ୍ଥାନ ଓ ମେସୋପଟାମିଆ ସହିତ ବାଣିଜ୍ୟ କରୁଥିବାର ପ୍ରମାଣ ମିଳିଛି ।
→ ଲିପି :
- ହରପ୍ପା ସଭ୍ୟତାର ଅଧିବାସୀମାନଙ୍କର ଭାଷା ଓ ଲିପି ବିଷୟରେ ସଠିକ୍ ଜଣା ନଥିଲେ ମଧ୍ୟ ଆବିଷ୍କାର କରାଯାଇଥିବା ମୋହରମାନଙ୍କରୁ ସେମାନେ ଛବିଲିପି ବ୍ୟବହାର କରୁଥିଲେ ବୋଲି କୁହାଯାଇପାରେ ।
- ଏହି ଛବିଦ୍ୱାରା ସେମାନେ ମନର ଭାବ ପ୍ରକାଶ କରୁଥିଲେ । ଏବେ ୪୦୦ରୁ ଅଧିକ ଚିହ୍ନ ବା ଛବି ଆବିଷ୍କାର କରାଯାଇଛି ।
→ ଧର୍ମ :
- ହରପ୍ପା ସଭ୍ୟତାରେ କୌଣସି ମନ୍ଦିର ଦେଖିବାକୁ ମିଳିନାହିଁ ।
- ପଥର ମୂର୍ତ୍ତି, ତମ୍ବା କିମ୍ବା ପୋଡ଼ାମାଟିର ମୋହର ଉପରେ ଖୋଦିତ ହୋଇଥିବା ବିଭିନ୍ନ ମୂର୍ତ୍ତିକୁ ଦେଖ୍ ଅନୁମାନ କରାଯାଏ ଯେ ସେମାନେ ପଶୁପତି, ଦେବୀ, ବୃଷଭ, ସର୍ପ, ବୃକ୍ଷ ଆଦିକୁ ପୂଜା କରୁଥିଲେ ।
- କେତେକ ମୋହରରେ ଖୋଦିତ ମାତୃକା ମୂର୍ତ୍ତିରୁ ଅନୁମାନ କରାଯାଏ ଯେ ସେମାନେ ଦେବୀ ପୂଜା କରୁଥିଲେ ।
- ହରପ୍ପା ସଭ୍ୟତାର ଲୋକମାନେ ମୃତ ବ୍ୟକ୍ତିର ଜୀବନ ରହିଥାଏ ବୋଲି ବିଶ୍ୱାସ କରୁଥିଲେ । ତେଣୁ ସେମାନେ ମୃତବ୍ୟକ୍ତିର ମୁଣ୍ଡ ଉତ୍ତରଦିଗକୁ ରଖ୍ ସମାଧ୍ ଦେଉଥିଲେ ଏବଂ ତା’ ସହିତ ତା’ର ଅଳଙ୍କାର, ବ୍ୟବହାର କରୁଥିବା ପାତ୍ର, ଦର୍ପଣ, ବାଡ଼ି ଆଦି ଜିନିଷଗୁଡ଼ିକୁ ପୋତି ଦେଉଥିଲେ ।
→ ହରପ୍ପା ସଭ୍ୟତାର ପତନ :
ପ୍ରାୟ ଖ୍ରୀ.ପୂ. ୨୦୦୦ ବର୍ଷ ବେଳକୁ ହରପ୍ପା ସଭ୍ୟତାର ପତନ ଆରମ୍ଭ ହୋଇଥିଲା ।
- ବିଶେଷଜ୍ଞମାନଙ୍କ ମତରେ ପ୍ରାକୃତିକ ଦୁର୍ଘଟଣା ଯଥା ସିନ୍ଧୁନଦୀରେ ବନ୍ୟା ଆସିବା ଫଳରେ ଲୋକମାନେ ନଗର ଛାଡ଼ି ଅନ୍ୟସ୍ଥାନକୁ ପଳାୟନ କଲେ ଓ ସେମାନେ ଯେଉଁ ସ୍ଥାନକୁ ଗଲେ ସେ ସ୍ଥାନରେ ଏ ସଭ୍ୟତା ଆରମ୍ଭ କରିଥିଲେ ।
- କେତେକ ଐତିହାସିକଙ୍କ ମତରେ ବାରମ୍ବାର ଭୂମିକମ୍ପଦ୍ବାରା ଏ ସଭ୍ୟତା ମାଟିତଳେ ପୋତି ହୋଇଯାଇଥିଲା ।
- ଅନେକଙ୍କ ମତରେ ଆର୍ଯ୍ୟମାନଙ୍କ ଆକ୍ରମଣଦ୍ୱାରା ଏହି ସଭ୍ୟତା ଲୋପ ପାଇଛି । ମହେଞ୍ଜୋଦାରୋର ଖନନରୁ ମିଳିଥିବା କଙ୍କାଳଗୁଡ଼ିକରେ ତୀକ୍ଷ୍ଣ ଅସ୍ତ୍ରର ଆଘାତ ଦାଗ ଥିବାରୁ ଏହା ଆନୁମାନ କରାଯାଉଛି ।
- ରାସ୍ତାମାନଙ୍କରେ ପଡ଼ିଥିବା କଙ୍କାଳକୁ ଅନୁଧ୍ୟାନ କରି କେତେକ ଐତିହାସିକ ମତ ଦିଅନ୍ତି ଯେ ମହାମାରୀ ପ୍ଲେଗ ହରପ୍ପା ସଭ୍ୟତାର ପତନ ପାଇଁ ଦାୟୀ ।