Odisha State Board BSE Odisha 6th Class History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ will enable students to study smartly.
BSE Odisha Class 6 History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ
ବିଷୟ ବସ୍ତୁ
ବୈଦିକ ଯୁଗ, ଋକ୍ବେଦ, ସାମବେଦ, ଯଜୁବେଦ, ଅଥର୍ବବେଦ, ଶାସନ ବ୍ୟବସ୍ଥା, ଗ୍ରାମ୍ୟ ଜୀବନ, ସମସାମୟିକ ତାମ୍ର-ପ୍ରସ୍ତର ଯୁଗର ମାନବ ବସତି, ବୈଦିକ ଯୁଗର ଜନପଦ ଓ ମହାଜନ ପଦ ।
→ (କ) ବୈଦିକ ଯୁଗ :
- ଆମ ଦେଶର ସର୍ବପ୍ରାଚୀନ ଗ୍ରନ୍ଥ ହେଉଛି ବେଦ । ଏହାର ଅର୍ଥ ହେଉଛି ଜ୍ଞାନ ।
- ବେଦ ହେଉଛି ଆର୍ଯ୍ୟମାନଙ୍କର ଗ୍ରନ୍ଥ । ଏହାର ମନ୍ତ୍ରଗୁଡ଼ିକ ମୁନି ଋଷିମାନେ ସଂସ୍କୃତ ଭାଷାରେ ମୌଖୁକ ଭାବରେ ରଚନା କରିଥିଲେ ।
- ପ୍ରଥମରେ ବେଦକୁ ଲୋକମାନେ ଶୁଣିଶୁଣି ମନେରଖୁଥିବାରୁ ଏହାର ଅନ୍ୟନାମ ‘ଶ୍ରୁତି’ ଅଟେ ।
- ବେଦ ଚାରିଭାଗରେ ବିଭକ୍ତ ଅଟେ । ଯଥା – ରଗ୍ବେଦ, ସାମବେଦ, ଯଜୁର୍ବେଦ, ଅଥର୍ବ ବେଦ ।
→ ୧. ଋକ୍ବେଦ :
ପ୍ରାୟ ଖ୍ରୀଷ୍ଟପୂର୍ବ ୧୫୦୦ ମସିହା ଅର୍ଥାତ ପ୍ରାୟ ୩୫୦୦ ବର୍ଷପୂର୍ବେ ଋବେଦ ରଚନା କରାଯାଇଥିବାର ବିଶ୍ଵାସ କରାଯାଏ । ଏହା ଦଶଟି ଭାଗ ବା ମଣ୍ଡଳରେ ବିଭକ୍ତ ଏବଂ ଏଥିରେ ଇନ୍ଦ୍ର, ବରୁଣ, ଅଗ୍ନି, ମିତ୍ର ଆଦି ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ରହିଛି ।
ମନେରଖ :
ଋକ୍ବେଦ ସହିତ ଇରାନ୍ର ସର୍ବପ୍ରାଚୀନ ଗ୍ରନ୍ଥ ‘ଆସ୍ତାର’ର ଅନେକ ସାମଞ୍ଜସ୍ୟ ରହିଛି । ଖ୍ରୀ. ପୂ. ୧୫୦୦ରୁ ୧୦୦ ମସିହା ସମୟରୁ ଋକ୍ବେଦୀୟ ଯୁଗ କୁହାଯାଏ ଏବଂ ଗ୍ରୀ.ପୂ. ୧୦୦୦ରୁ ୬୦୦ ମସିହା ସମୟକୁ ପରବର୍ତ୍ତୀ ବା ଉତ୍ତର ବୈଦିକ ଯୁଗ କୁହାଯାଏ ।
→ ୨. ସାମବେଦ :
‘ସାମ’ ଶବ୍ଦର ଅର୍ଥ ଗାନ । ଏହି ବେଦରେ ଅନେକ ସଙ୍ଗୀତମୟ ପ୍ରାର୍ଥନା ରହିଛି ।
→ ୩. ଯର୍ଜୁବେଦ :
ଯର୍ଜୁବେଦରେ ଧର୍ମ ଓ ପୂଜା କର୍ମର ପଦ୍ଧତି ରହିଛି ।
→ ୪. ଅଥର୍ବବେଦ :
ଅଥର୍ବବେଦରେ ଭୂତ ପ୍ରେତ ଦୂର କରିବାପାଇଁ ମନ୍ତ୍ର, ଗୁଣି ଗାରେଡ଼ି ଆଦି ରହିଛି ।
ମନେରଖ :
ଉପନିଷଦ ହେଉଛି ବେଦର ଏକ ଅଂଶ । ଯେଉଥରେ ଆତ୍ମା, ପରମାତ୍ମା ବା ବ୍ରହ୍ମ, ମୋକ୍ଷ ଆଦି ବିଷୟରେ ଉଲ୍ଲେଖ ରହିଛି ।
→ (ଖ) ଶାସନ ବ୍ୟବସ୍ଥା :
- ଆର୍ଯ୍ୟମାନଙ୍କର ସାମାଜିକ ଜୀବନ, ଅର୍ଥନୀତି, ଧର୍ମ ଓ ଶାସନ ବ୍ୟବସ୍ଥା ଆଦି ବୈଦିକ ସାହିତ୍ୟରୁ ଜଣାଯାଏ । ଆର୍ଯ୍ୟମାନେ ଅନେକଗୁଡ଼ିଏ ଦଳରେ ବହୁ ସଂଖ୍ୟକ ଗାଈଗୋରୁ, ଯୋଡ଼ା ଆଦି ପଶୁଙ୍କ ସହିତ ଭାରତରେ ପ୍ରବେଶ କରିଥିଲେ । ପ୍ରଥମେ ସେମାନେ ଯାଯାବର ଜୀବନ ଯାପନ କଲାପରେ କୃଷିକାର୍ଯ୍ୟ କରି ସ୍ଥାୟୀ ବାସିନ୍ଦା ହେଲେ ।
- ଦଳରେ ଥିବା ସମସ୍ତ ଲୋକଙ୍କୁ ‘ଜନ’ ରୂପେ ଗ୍ରହଣ କରାଗଲା ଓ ‘ବିଶ୍’ ଦଳର କେତେକ ସଂଗଠନକୁ ବୁଝାଉଥିଲା ।
- ଦଳର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ‘ରାଜନ’ କୁହାଯାଉଥିଲା ।
- କେତେଗୁଡ଼ିଏ ପରିବାର ବା କୁଳକୁ ନେଇ ନେଇ ଗ୍ରାମ ସୃଷ୍ଟି ହୋଇଥିଲା ଏବଂ ପରିବାରର ମୁଖ୍ୟଙ୍କୁ ‘କୁଳପ’ କୁହାଯାଉଥିଲା ।
- ଏହି ସମୟରେ ମୁଖ୍ୟ ଶାସନ ବ୍ୟବସ୍ଥା ‘ରାଜତନ୍ତ୍ର’ ଥିଲା ଓ ରାଜା ବହୁ କ୍ଷମତାଶାଳୀ ଥିଲେ ।
ମନେରଖ :
ଗ୍ରାମର ମୁଖ୍ୟଙ୍କୁ ‘ବ୍ରଜପତି’ ବା ‘ଗ୍ରାମୀଣ’ କୁହାଯାଉଥିଲା ।
→ (ଗ) ଗ୍ରାମ୍ୟ ଜୀବନ :
- କେତୋଟି ପରିବାରକୁ ନେଇ ଗଠିତ ବିଭିନ୍ନ ଗ୍ରାମରେ ଆର୍ଯ୍ୟମାନେ ଦଳଦଳ ହୋଇ ରହୁଥିଲେ । ପରିବାରର ସମସ୍ତ ସଦସ୍ୟ ଏକତ୍ର ରହୁଥିଲେ ।
- ଆର୍ଯ୍ୟମାନଙ୍କର ପ୍ରଧାନ ଜୀବିକା ଥିଲା କୃଷି । ଏହା ସହିତ ସେମାନେ ପଶୁ ପାଳନ ମଧ୍ୟ କରୁଥିଲେ । ‘ଗାଈ’ ସେମାନଙ୍କର ସମ୍ପତ୍ତି ରୂପେ ବିବେଚନା କରାଯାଉଥିଲା ।
- ବୈଦିକ ସମାଜରେ ଉଚ୍ଚ ସ୍ଥାନରେ ରହିଥିବା ନାରୀମାନେ ପୁରୁଷମାନଙ୍କ ସହିତ ବିଭିନ୍ନ କାର୍ଯ୍ୟ ଓ ଯାଗଯଜ୍ଞରେ ଯୋଗ ଦେଉଥିଲେ ।
- ଆର୍ଯ୍ୟ ସମାଜକୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ପ୍ରଥମ ଶ୍ରେଣୀରେ ଶାସକ ଶ୍ରେଣୀ ଯଥା – ରାଜା, ତାଙ୍କର କର୍ମଚାରୀ ଓ ଯୋଦ୍ଧା ରହୁଥିଲେ । ଦ୍ୱିତୀୟ ଶ୍ରେଣୀରେ ଥିଲେ ପୁରୋହିତମାନେ ଏବଂ ତୃତୀୟ ଶ୍ରେଣୀରେ ସାଧାରଣ ଲୋକ ରହୁଥିଲେ ।
- ଋକ୍ବେଦୀୟ ଯୁଗର ଶେଷ ଭାଗରେ ସମାଜ ଗରିବର୍ଷରେ ବିଭକ୍ତ ଥୁଲା ଯଥା – ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୁଦ୍ର ।
ମନେରଖ :
ଘୋଷା, ଲୋପାମୁଦ୍ରା ଆଦି ନାରୀମାନେ ବୈଦିକ ମନ୍ତ୍ର ରଚନା କରି ପ୍ରସିଦ୍ଧି ଲାଭ କରିଥିଲେ ।
- ଆର୍ଯ୍ୟମାନଙ୍କ ଖାଦ୍ୟ ଥିଲା କ୍ଷୀର ଓ କ୍ଷୀର ଜାତ ଦ୍ରବ୍ୟ, ବିଭିନ୍ନ ଫଳମୂଳ, ପନିପରିବା, ଡାଲିଜାତୀୟ ପଦାର୍ଥ ଓ ମାଂସ ଇତ୍ୟାଦି ।
- ଗହମ ଓ ଯଅ ସେମାନଙ୍କର ପ୍ରଧାନ ଖାଦ୍ୟ ଥିଲା । ପରବର୍ତୀ ବୈଦିକ ଯୁଗରେ ସେମାନେ ଧାନ ଉତ୍ପାଦନ କରି ଶିଖୁଥିଲେ । ପାନୀୟ ରୂପେ ସୋମରସ ଓ ସୁରାକୁ ବ୍ୟବହାର କରୁଥିଲେ ।
- ପ୍ରକୃତିର ବିଭିନ୍ନ ଶକ୍ତିକୁ ଆର୍ଯ୍ୟମାନେ ପୂଜା କରୁଥିଲେ ଏବଂ ପ୍ରକୃତିର ଦୃଶ୍ୟାବଳୀ ପଛରେ ଦେବଦେବୀଙ୍କ ସଭା ଅଛି ବୋଲି ସେମାନେ ବିଶ୍ବାସ କରୁଥିଲେ ।
- ଦେବଦେବୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ସେମାନେ ଯଜ୍ଞାନୁଷ୍ଠାନର ଆୟୋଜନ କରୁଥିଲେ ଏବଂ ଘିଅ, ଦୁଧ ଆଦି ଦ୍ରବ୍ୟ ନିଆଁରେ ସମର୍ପଣ କରୁଥିଲେ ।
→ (ଘ) ସମସାମୟିକ ତାମ୍ର-ପ୍ରସ୍ତର ଯୁଗର ମାନବ ବସତି ।
- ମହାରାଷ୍ଟ୍ର ପ୍ରଦେଶର ଭୀମା ନଦୀର ଶାଖାନଦୀ ଘୋଦ ନିକଟରେ ଇନାମ୍ ଗାଓଁ ଅବସ୍ଥିତ । ଏହି ଇନାମ୍ ଗାଓଁଠାରେ ତାମ୍ର-ପ୍ରସ୍ତର ଯୁଗର ମାନବ ସଭ୍ୟତା ଆବିଷ୍କାର କରାଯାଇଛି । ଏହି ସଭ୍ୟତା ପ୍ରାୟ ଖ୍ରୀ.ପୂ. ୧୫୦୦ରୁ ୬୦୦ ଅର୍ଥାତ ୯୦୦ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଦିଗରେ ବିକାଶ ଲାଭ କରିଥିଲା ।
- ପ୍ରତ୍ନତାତ୍ତ୍ଵିକ ଖନନରୁ ସେଠାରେ ପ୍ରାୟ ୧୩୪ଟି ମାଟିର ଚାରିକୋଣିଆ ଘର ଆବିଷ୍କୃତ ହୋଇଛି । ଏକ ବା ଦୁଇଟି କୋଠରି ସର୍ବସାଧାରଣଙ୍କର ଘର ଥିଲାବେଳେ ଶାସକମାନେ ୫ଟି କୋଠରି ବିଶିଷ୍ଟ ଘରେ ରହୁଥିଲେ ।
- ହରପ୍ପା ଭଳି ସେଠାରେ ମଧ୍ୟ ଶସ୍ୟାଗାର ଦେଖିବାକୁ ମିଳେ । ଲୋକମାନେ ଗାତଖୋଳି ମାଟି ଭିତରେ ଶସ୍ୟକୁ ସାଇତି ରଖୁଥିଲେ ।
- ଅଣ୍ଡାକୃତି ବା ଦୀର୍ଘ ବୃତ୍ତାକାର ଗାତକୁ ସେମାନେ ଚୁଲି ଭାବରେ ବ୍ୟବହାର କରୁଥିଲେ । ଘର ଭିତରେ ଓ ବାହାରେ ଏହି ପ୍ରକାର ଚୁଲି ଦେଖିବାକୁ ମିଳେ ।
- ସେମାନେ ଲାଲ ଓ କଳାରଙ୍ଗର ମାଟି ଓ ତମ୍ବାର ହାତହତିଆର ବ୍ୟବହାର କରୁଥିଲେ । ସେମାନେ ମଧ୍ୟ ପ୍ରସ୍ତର ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ ।
- ଇନାମଗାଓଁରୁ ଆବିଷ୍କାର କରାଯାଇଥିବା ଚିମୁଟା, ବଂଶୀକଣ୍ଟା, ତୀରମୁନ, ମାଳି, ଚୁଡ଼ି, ପାଉଁଜି ପ୍ରଭୃତି ଅଳଙ୍କାର ତମ୍ବାରେ ନିର୍ମିତ ହୋଇଥିବାର ପ୍ରମାଣ ମିଳିଛି ।
- ସେହିପରି ବାଦାମୀରଙ୍ଗର ମାଟିପାତ୍ର, ହାତୀଦାନ୍ତ, ଶାମୁକାର ମାଳି ଓ ପୋଡ଼ା ଇଟାରେ ଓ ମାଟିରେ ତିଆରି ମୂର୍ତ୍ତି ଓ ପଶୁମାନଙ୍କର ଛୋଟ ଛୋଟ ମୂର୍ତ୍ତି ଆବିଷ୍କାର ହୋଇଛି । ଏହିସବୁ ମୂର୍ତ୍ତି ଖେଳନା ଅଥବା ଧର୍ମକାର୍ଯ୍ୟରେ ବ୍ୟବହୃତ କରାଯାଉଥିବାର ପ୍ରମାଣ ମିଳେ ।
ମନେରଖ :
ଇନାମ୍ଗାଓଁର ଲୋକମାନେ ତମ୍ବା ତିଆରି ହାତ ହତିଆର ବ୍ୟବହାର କରୁଥିଲେ । ସେମାନେ ରାଜସ୍ଥାନରୁ ତମ୍ବା ଆଣୁଥିଲେ ।
- ଇନାମ୍ଗାଓଁଠାରେ କିଛି ସମାଧୂର ସନ୍ଧାନ ମିଳିଛି । ଅଧିକାଂଶ ସମାଧୁରେ ପୁରୁଷ ଲୋକମାନଙ୍କର ଅସ୍ଥି ମିଳିଛି ଏବଂ ସେମାନଙ୍କର ମୃତଶରୀରର ମସ୍ତକକୁ ଉତ୍ତର ଦିଗକୁ ରଖାଯାଉଥିଲା । ଘର ଭିତରେ ମଧ୍ୟ ସମାଧ୍ ଦିଆଯାଉଥିଲା ଏବଂ ଖାଦ୍ୟ ଓ ପାଣିଥୁବା ପାତ୍ରକୁ ମୃତଶରୀର ସହିତ ରଖାଯାଉଥିଲା । ଲୋକମାନେ ମାତୃ ଉପାସନା କରୁଥିବାର ବିଶ୍ଵାସ କରାଯାଏ ।
- ସେହି ସମୟରେ ଲୋକମାନେ ଗହମ, ଯଅ, ମସୁର, ମଟର, ବାଜରା, ଧାନ, ଶିମ୍ବ, ଆଦି ଖାଦ୍ୟଶସ୍ୟ ଉତ୍ପାଦନ କରୁଥିବାର ପ୍ରମାଣ ମିଳିଛି । ଗୋରୁ, ମଇଁଷି, ଛେଳି, ମାଛ ମାଂସ, ଗାଈ କ୍ଷୀର, ଜାମୁ, ଖଜୁରୀ ଓବିଭିନ୍ନ ପ୍ରକାର କୋଳି ମଧ୍ୟ ସେମାନେ ଖାଉଥିଲେ । ସେମାନଙ୍କର କୃଷିର ମଧ୍ୟ ଯଥେଷ୍ଟ ଉନ୍ନତି ହୋଇଥିଲା ।
- ପ୍ରାୟ ଖ୍ରୀ. ପୂ. ୧୮୦୦ରୁ ୧୨୦୦ ମଧ୍ଯରେ ବେବିଲୋନ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଲୁହା ପଥରକୁ ତରଳାଇ ଲୁହା ବାହାର କରିବାର କୌଶଳ ସେମାନେ ଜାଣିପାରିଥିଲେ । ଏହି କୌଶଳକୁ କାଳକ୍ରମେ ପାରସିକମାନେ ଜାଣିଲେ । ପରବର୍ତୀ ବୈଦିକ ଯୁଗରେ ଲୁହାର ବ୍ୟବହାର ଗଙ୍ଗା ନଦୀର ଅବବାହିକା ଅଞ୍ଚଳକୁ ପ୍ରସାର ଲାଭ କରିଥିଲା ।
ମନେରଖ :
ଖ୍ରୀ.ପୂ. ୧୦୦୦ ମସିହା ବେଳକୁ ଭାରତରେ ଉତ୍ତର ପଶ୍ଚିମାଞ୍ଚଳ ବିଶେଷକରି ଗାନ୍ଧାର ଅଞ୍ଚଳରେ ଲୁହାର ବ୍ୟବହାର ହେଉଥିବାର ପ୍ରମାଣ ମିଳିଛି ।
- ଲୁହାର ଅସ୍ତ୍ରଶସ୍ତ୍ର ଦ୍ବାରା ଆର୍ଯ୍ୟମାନେ କୃଷ୍ଣକାୟ ମୂଳ ଭାରତୀୟମାନଙ୍କୁ ସହଜରେ ପରାସ୍ତ କଲେ ଏବଂ କୁରାଢ଼ି ଦ୍ଵାରା ଜଙ୍ଗଲ ସଫାକରି ଅଧ୍ବକ ଜମି ଚାଷ କରିପାରିଲେ । ଫଳରେ ଶସ୍ୟ ଅଧିକ ଉତ୍ପାଦନ ହୋଇପାରିଲା ।
→ (ଙ) ବୈଦିକ ଯୁଗର ଜନପଦ ଓ ମହାଜନ ପଦ ।
- ଏସିଆର କେନ୍ଦ୍ରାଞ୍ଚଳ ଆର୍ଯ୍ୟମାନଙ୍କର ପ୍ରଥମ ବାସସ୍ଥାନ ବୋଲି ବିଶ୍ଵାସ କରାଯାଏ । କାଳକ୍ରମେ ସେମାନଙ୍କ ମଧ୍ୟରୁ ଗୋଟିଏ ଦଳ ପଶ୍ଚିମ ଦିଗକୁ ଯାଇ ଇଉରୋପରେ ବିଭିନ୍ନ ସ୍ଥାନରେ ଓ ଅନ୍ୟ ଏକ ଦଳ ପାରସ୍ୟ ବା ବର୍ତ୍ତମାନର ଇରାନରେ ପ୍ରବେଶ କଲେ । ପାରସ୍ୟର ଆର୍ଯ୍ୟମାନେ ବିଭିନ୍ନ ଦଳରେ ବିଭକ୍ତ ହୋଇ ଉତ୍ତର- ପଶ୍ଚିମରେ ଥିବା ଗିରିପଥ ଦେଇ ଭାରତକୁ ଆସିଥିଲେ ।
- ଭାରତରେ ପ୍ରବେଶ କରିଥିବା ଆର୍ଯ୍ୟଦଳ ‘ଭାରତୀୟ ଆର୍ଯ୍ୟ’’ ନାମରେ ପରିଚିତ ହେଲେ ଓ ସଂସ୍କୃତ ଭାଷାରେ ସେମାନେ ଭାବର ଆଦାନ ପ୍ରଦାନ କଲେ । ଆର୍ଯ୍ୟମାନେ ସପ୍ତସିନ୍ଧୁ ଅଞ୍ଚଳରେ ବସବାସ କରି ତାହାର ନାମ ବ୍ରହ୍ମାବର୍ତ୍ତ ଦେଇଥିଲେ ।
ମନେରଖ :
ସିନ୍ଧୁ, ବିସ୍ତା (ଝେଲମ୍), ଚନ୍ଦ୍ରଭାଗା (ଚେନାବ୍), ଇରାବତୀ(ରାବୀ), ବିପାଶ (ବେଆସ) ଓ ଶତକ୍ର (ଶତଲେଜ୍) ଆଦି ନଦୀର ନିକଟ ବତ୍ତୀ ସ୍ଥାନରେ ରହିବାକୁ ଆରମ୍ଭ କଲେ । ଏହି ନଦୀଗୁଡ଼ିକୁ ସେମାନେ ‘ସପ୍ତସିନ୍ଧୁ’ ବୋଲି କହିଲେ ।
- ଆର୍ଯ୍ୟମାନଙ୍କର ରାଜ୍ୟଗୁଡ଼ିକ ଯେଉଁ ଭୌଗୋଳିକ ସୀମା ମଧ୍ୟରେ ଆବଦ୍ଧ ରହିଲା, ତାହାକୁ ‘ଜନପଦ’ କୁହାଯାଏ । ପ୍ରମୁଖ ଜାତିର ନାମ ଅନୁସାରେ ‘ଜନପଦ’ଗୁଡ଼ିକ ନାମିତ ହେଲା । ଏହି ଯୁଗରେ ରାଷ୍ଟ୍ରର ମୁଖ୍ୟଙ୍କୁ ‘ରାଜନ୍’ କୁହାଯାଉଥିଲା । ଏହି ରାଜନ୍ ପଦ ବଂଶାନୁକ୍ରମିକ ଥୁଲା ଓ ତାଙ୍କର କ୍ଷମତା ସୀମିତ ଥିଲା । ସଭା, ସମିତି, ବିଧାତା ଓ ଗଣ ଆଦି ଜନଜାତି ପରିଷଦ ଯୋଗୁଁ ରାଜନ କ୍ଷମତା ସୀମିତ ଥିଲା । କିନ୍ତୁ ପରବର୍ତୀ ବୈଦିକ ଯୁଗରେ ରାଜନର ଶକ୍ତ ବୃଦ୍ଧି ପାଇଲା ।
- ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ବେଳକୁ ଜନପଦଗୁଡ଼ିକର ସୀମା ବୃଦ୍ଧିପାଇ ‘ମହାଜନପଦ’ ସୃଷ୍ଟି ହେଲା ।
ମନେରଖ :
ବୌଦ୍ଧ ଗ୍ରନ୍ଥରୁ ଖ୍ରୀ.ପୂ ୬୦୦ ମସିହା ବେଳକୁ ଉତ୍ତର ଭାରତରେ ୧୬ଟି ମହାଜନପଦ ଥିବାର ସୂଚନା ମିଳେ । ସେମାନଙ୍କ ମଧ୍ୟରେ କୋଶଳ, ମଗଧ, ବସୁ ଓ ଅବନ୍ତୀ ଅଧ୍ବକ ଶକ୍ତିଶାଳୀ ଥିଲେ ।
- ପରବର୍ତ୍ତୀ କାଳରେ ବିମ୍ବିସାର ଓ ଅଜାତଶତ୍ରୁଙ୍କ ଅଧୀନରେ ମଗଧରାଜ୍ୟ ଥିଲା । ଅନ୍ୟ ମହାଜନପଦଗୁଡ଼ିକୁ ଅଧିକାର କରି ମଗଧ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଲା । ପ୍ରତ୍ୟେକ ମହାଜନପଦର ରାଜଧାନୀ ସହିତଆଉ କେତେକ ପ୍ରମୁଖ ସ୍ଥାନ ବା ସହର ଥିଲା । ଏହି ମହାଜନପଦରେ ଦୁର୍ଗ ସ୍ଥାପିତ ହୋଇଥିଲା ଓ ଶକ୍ତିଶାଳୀ ସୈନ୍ୟବାହିନୀ ମଧ୍ୟ ଗଠିତ ହୋଇଥିଲା ।
- ମହାଜନପଦର ରାଜାମାନେ ଆଡ଼ମ୍ବର ସହକାରେ ରାଜସ୍ବୟ ଓ ଅଶ୍ଵମେଧ ପ୍ରଭୃତି ଯଜ୍ଞ କରୁଥିଲେ । ଏହା ମାଧ୍ୟମରେ ସେମାନେ ନିଜର ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରୁଥିଲେ ।