BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

Odisha State Board BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା Textbook Exercise Questions and Answers.

BSE Odisha Class 6 History Solutions Chapter 1 ଇତିହାସ ବିଷୟରେ ଧାରଣା

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ‘‘ମନୁଷ୍ୟର ଅତୀତ ଘଟଣାର ନିରବଚ୍ଛିନ୍ନ କ୍ରମିକ ଅଗ୍ରଗତି ହେଉଛି ଇତିହାସ’’– ଏହା କାହିଁକି କୁହାଯାଇଛି ଲେଖ ।
Answer:

  • ବୈଜ୍ଞାନିକମାନଙ୍କ ମତରେ ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ପୂର୍ବେ ପୃଥ‌ିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା । କିନ୍ତୁ ତା’ପୂର୍ବରୁ ମନୁଷ୍ୟର ରୂପ ଏପରି ନଥିଲା । ବର୍ତ୍ତମାନ ପୃଥ‌ିବୀରେ ଯେତେ ମନୁଷ୍ୟ ଦେଖାଯାଆନ୍ତି ସମସ୍ତେ ଗୋଟିଏ ଜାତି
  • ନୃବାନରମାନଙ୍କର କ୍ରମବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା । ସେହି ଜାତିର ଗିବନ, ଓରାଙ୍ଗୁଓଟାଙ୍ଗ୍, ଗରିଲା ଓ ସିମ୍ପାଞ୍ଜିମାନେ ଏବେ ପୃଥ‌ିବୀରେ ଦେଖାଯାଉଛନ୍ତି ।
  • ପ୍ରାଚୀନତମ କାଳରୁ ଆଜି ପର୍ଯ୍ୟନ୍ତ ମାନବ ସମାଜର ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ କ୍ଷେତ୍ରରେ ଯେଉଁସବୁ ପରିବର୍ତ୍ତନ ଦେଖା ଦେଇଥିଲା, ତାହାର କ୍ରମ ବିବରଣୀକୁ ହିଁ ଇତିହାସ କୁହାଯାଏ ।
  • ମନୁଷ୍ୟମାନଙ୍କର ସଂସ୍କୃତିର ଧାରା ଅତି ପ୍ରାଚୀନ । ସାମାଜିକ ରୀତିନୀତି ଅସ୍ତ୍ରଶସ୍ତ୍ର ତିଆରିରୁ ମନୁଷ୍ୟ ସଂସ୍କୃତି ଆରମ୍ଭ ହୋଇଛି ବୋଲି କୁହାଯାଏ । ଏହାଛଡ଼ା କୃଷିକାର୍ଯ୍ୟ, ଅଗ୍ନିର ଆବିଷ୍କାର ଓ ବ୍ୟବହାର, ଚକର ‘ ଉଦ୍ଭାବନ, ବିଭିନ୍ନ ଧାତୁର ବ୍ୟବହାର, ଗ୍ରାମ, ସହର ଓ ରାଜ୍ୟର ପରିକଳ୍ପନା, ଶାସନ ପ୍ରଣାଳୀ ଓ ପରିଚାଳନା ଇତ୍ୟାଦି ବିଭିନ୍ନ ସୋପାନ ଦେଇ ମନୁଷ୍ୟ ସଂସ୍କୃତି ଅଗ୍ରଗତି କରିଛି । ଅତଏବ ମନୁଷ୍ୟର ଅତୀତ ଘଟଣାଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତି ହେଉଛି ଇତିହାସ ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଖ) ଇତିହାସ କାହିଁକି ପଢ଼ିବା ?
Answer:

  • ଇତିହାସ ପଢିବା ଦ୍ୱାରା ଆମେ ସମୟାନୁକ୍ରମେ ଅତୀତରେ ଘଟିଥିବା ଘଟଣାକୁ ଜାଣିପାରୁ । ବର୍ତ୍ତମାନକୁ ବୁଝିବାକୁ ହେଲେ ଅତୀତକୁ ଜାଣିବା ଆବଶ୍ୟକ ।
  • ଅତୀତରେ ମନୁଷ୍ୟ ଆନନ୍ଦ ଓ ସୁଖଶାନ୍ତିରେ ରହିବାପାଇଁ ଯେଉଁସବୁ ଉପାୟ ଅବଲମ୍ବନ କରୁଥୁଲା, ସେଗୁଡ଼ିକ ମଧ୍ୟରୁ ଦରକାରୀଗୁଡ଼ିକୁ ବାଛି ଗ୍ରହଣ କରିବାରେ ଇତିହାସ ପଠନ ସାହାଯ୍ୟ କରିଥାଏ ।
  • ଅତୀତର ବିଭିନ୍ନ ପ୍ରଥା, ରାଜ୍ୟ ଗଠନ, ଶାସନ ପ୍ରଣାଳୀ ଆଦି ବିଷୟରେ ଜାଣିବା, ଯେଉଁଗୁଡ଼ିକ ଆମ ପାଇଁ ଦରକାର ସେଗୁଡ଼ିକ ଗ୍ରହଣ କରିପାରିବା । ଏହି କାର୍ଯ୍ୟ କରିବାରେ ଇତିହାସ ପଠନ ସହାୟକ ହୋଇଥାଏ ।
  • ଇତିହାସ ପଠନ ଦ୍ଵାରା ଅତୀତରେ ଆମ ସମାଜରେ ପ୍ରଚଳିତ ଅନେକ କୁପ୍ରଥା ଓ ଅନ୍ଧବିଶ୍ବାସ ପ୍ରତି ଅବଗତ ହେଉ ଏବଂ ସେଗୁଡ଼ିକ ଆମ ପାଇଁ କେତେଦୂର ଗ୍ରହଣଯୋଗ୍ୟ ତାହା ଆମେ ବୁଝିପାରିବା । ସେଗୁଡ଼ିକୁ ଆବଶ୍ୟକୀୟ ପରିବର୍ତ୍ତନ କରି ବର୍ତ୍ତମାନର ପରିସ୍ଥିତି ସହିତ ମେଳ କରିବା ପାଇଁ ଚେଷ୍ଟା କରିବା । ତେଣୁ ଇତିହାସ ପଢ଼ିବା ଆମ ପାଇଁ ନିହାତି ଆବଶ୍ୟକ ।

(ଗ) ଇତିହାସ ଜାଣିବାର ବିଭିନ୍ନ ଉପାଦାନଗୁଡ଼ିକ କ’ଣ ?
Answer:

  • ଇତିହାସ ଜାଣିବାର ଉପାଦାନ ଗୁଡ଼ିକୁ ଦୁଇଭାଗରେ ବିଭକ୍ତ କରାଯାଏ ।
  • ସେଗୁଡ଼ିକ ହେଲା ଯଥା – (କ) ପ୍ରତ୍ନତାତ୍ତ୍ଵିକ ଉପାଦାନ, (ଖ) ସାହିତ୍ୟିକ ଉପାଦାନ ।
  • ପ୍ରତ୍ନତାତ୍ତ୍ଵିକ ଉପାଦାନ ଚାରି ଭାଗରେ ବିଭକ୍ତ । ଯଥା – (କ) ଖୋଦିତ ଲେଖା ବା ଲିପି, (ଖ) କୀର୍ତ୍ତି ଓ କଳାକୃତି, (ଗ) ଭୌତିକ ଅବଶେଷ, (ଘ) ମୁଦ୍ରା ।
  • ସାହିତ୍ୟିକ ଉପାଦାନ ତିନି ଭାଗରେ ବିଭକ୍ତ । ଯଥା – (କ) ଧର୍ମ ସମ୍ବନ୍ଧୀୟ ସାହିତ୍ୟ, (ଖ) ଐହିକ ସାହିତ୍ୟ, (ଗ) ବୈଦେଶିକ ବିବରଣୀ ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଘ) ସମୟ ଅନୁସାରେ ଇତିହାସକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
Answer:

  1. ସମୟ ଅନୁସାରେ ଇତିହାସକୁ ତିନିଭାଗରେ ବିଭକ୍ତ କରାଯାଇଛି । ଯଥା – (କ) ପ୍ରାକ୍-ଐତିହାସିକ ଯୁଗ, (ଖ) ଆଦ୍ୟ ଐତିହାସିକ ଯୁଗ, (ଗ) ଐତିହାସିକ ଯୁଗ ।
  2. ପ୍ରାକ୍-ଐତିହାସିକ ଯୁଗ – ବହୁ ପୁରାତନ କାଳରେ ଲୋକମାନେ ଲେଖୁଣି ନଥିଲେ । ବିଭିନ୍ନ ପ୍ରକାର ମାଟିପାତ୍ର, ଅଳଙ୍କାର, ହାତହତିଆର, ଅସ୍ଥିକଙ୍କାଳ ଆଦିରୁ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥାଏ । ସେକାଳର ଗୁମ୍ଫାର ଚିତ୍ରରୁ ଆମେ ସେମାନଙ୍କ ବିଷୟରେ ମଧ୍ୟ ଜାଣିପାରୁ ।
  3. ଆଦ୍ୟ-ଐତିହାସିକ ଯୁଗ – ମନୁଷ୍ୟ ଲେଖୁଣିବା ପରେ ବିଭିନ୍ନ ଘଟଣାକୁ ନିଜର ଲେଖାଦ୍ଵାରା ପ୍ରକାଶ କରିପାରିଲା । ଏହି ସମୟକୁ ଆଦ୍ୟ-ଐତିହାସିକ ଯୁଗ କୁହାଯାଏ । ଏହି ଲେଖାସବୁ ସୀମିତ ଓ ପଢ଼ିବା ସମ୍ଭବ ହୋଇନଥାଏ । ତେଣୁ ଏ ସମୟର ଘଟଣାବଳୀ ଜାଣିବାକୁ ହେଲେ ଲେଖାଗୁଡ଼ିକ ସହିତ ପ୍ରତ୍ନତାତ୍ତ୍ୱିକ ଖନନ ଓ ଅନୁସନ୍ଧାନ ଉପରେ ନିର୍ଭର କରିବାକୁ ପଡ଼େ । ସିନ୍ଧୁନଦୀ କୂଳରେ ଏହି ସମୟରେ ଏକ ସଭ୍ୟତା ଗଢି ଉଠିଥିଲା ।
  4. ଐତିହାସିକ ଯୁଗ – ଲେଖାର ଉନ୍ନତି ହେବାପରେ ମନୁଷ୍ୟ ବିଭିନ୍ନ ଘଟଣାକୁ ପଥର କାନ୍ଥ, ଖମ୍ବ, ତମ୍ବାପଟା, ତାଳପତ୍ର, ମାଟିପାତ୍ର ଇତ୍ୟାଦି ଉପରେ ଲେଖୁରିଲା । ଏହି ଲେଖାଗୁଡ଼ିକରୁ ସେ ସମୟର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତି ଅବସ୍ଥା ବିଷୟରେ ଅନେକ ସୂଚନା ମିଳି ପାରିଥାଏ । ଏହି ସମୟକୁ ଐତିହାସିକ ଯୁଗ କୁହାଯାଏ ।

(ଙ) ଭାରତର ଭୌଗୋଳିକ ଅବସ୍ଥା ଏହାର ଇତିହାସକୁ କିପରି ପ୍ରଭାବିତ କରିଛି ?
Answer:

  • ଭାରତ ପୃଥ‌ିବୀର ଉତ୍ତର ଗୋଲାର୍ଦ୍ଧରେଅବସ୍ଥିତ । ଏହା ଏସିଆ ମହଦେଶର ଦକ୍ଷିଣ ଉପକୂଳର ପ୍ରାୟ ମଧ୍ୟ ଭାଗରେ ଅବସ୍ଥିତ । ଭାରତର ଦକ୍ଷିଣ ଭାଗକୁ ତିନି ଦିଗରୁ ସମୁଦ୍ର ଘେରି ରହିଥ‌ିବାରୁ ଏହାକୁ ଉପଦ୍ୱୀପ କୁହାଯାଏ ।
  • ଆଫ୍ରିକା, ଅଷ୍ଟ୍ରେଲିଆ ଓ ୟୁରୋପଠାରୁ ଭାରତ ପ୍ରାୟ ସମାନ ଦୂରତାରେ ରହିଛି ।
  • ପ୍ରାଚୀନ ସଭ୍ୟତାର ବିକାଶଶୀଳ ଦେଶଗୁଡ଼ିକ ଭାରତର ସୀମାକୁ ଲାଗି ବା ଭାରତଠାରୁ ଅନତିଦୂରରେ ରହିଛନ୍ତି ।
  • ଭାରତର ଉତ୍ତରପୂର୍ବ ସୀମାରେ ଚୀନ, ପଶ୍ଚିମରେ ଇରାନ୍ ରହିଥିବାବେଳେ ଇରାକ୍, ଇସ୍ରାଏଲ୍, ମିଶର, ଗ୍ରୀସ୍ ଆଦି ଦେଶ ଭାରତଠାରୁ ଅନତି ଦୂରରେ ଅବସ୍ଥିତ । ଏହିପରି ଭାବରେ ଭାରତର ଭୌଗୋଳିକ ଅବସ୍ଥା ଏହାର ଇତିହାସକୁ ପ୍ରଭାବିତ କରିଛି ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଚ) ଭାରତର କେଉଁ ଦୁଇଟି ପ୍ରାକୃତିକ ବୈଶିଷ୍ଟ୍ୟ ବିଶେଷ ପରିମାଣରେ ଭାରତ ଇତିହାସକୁ ପ୍ରଭାବିତ କରିଛି, କାରଣ ସହ ଉଲ୍ଲେଖ କର ।
Answer:

  • ଭାରତବର୍ଷର ପ୍ରାକୃତିକ ଅଞ୍ଚଳମାନଙ୍କ ମଧ୍ୟରୁ ପାର୍ବତ୍ୟ ଅଞ୍ଚଳ ଓ ନଦୀ ଉପତ୍ୟକା ଅଞ୍ଚଳ ବିଶେଷ ପରିମାଣରେ ଭାରତ ଇତିହାସକୁ ପ୍ରଭାବିତ କରିଛି ।
  • ଭାରତର ଉତ୍ତର ସୀମାରେ ଅବସ୍ଥିତ ହିମାଳୟ ପର୍ବତଶ୍ରେଣୀକୁ ଅତିକ୍ରମ କରି ଉତ୍ତର ଦିଗରୁ ଭାରତ ମଧ୍ୟକୁ ପ୍ରବେଶ କରିବା କଷ୍ଟକର । ଏହାର ଉତ୍ତର-ପଶ୍ଚିମ ପାର୍ଶ୍ଵରେ ଅବସ୍ଥିତ ପାର୍ବତ୍ୟ ଅଞ୍ଚଳରେ ଥ‌ିବା କେତେକ ସଂକୀର୍ଣ୍ଣ ଗିରିପଥ ମଧ୍ୟରେ ବିଭିନ୍ନ ସମୟରେ ଆକ୍ରମଣକାରୀ, ବ୍ୟବସାୟୀ ଓ ପରିବ୍ରାଜକମାନେ ଭାରତକୁ ଆସିଛନ୍ତି ।
  • ସେମାନେ ଆସିବା ଫଳରେ ସେମାନଙ୍କର ଚଳଣି, ଦର୍ଶନ, ଭାଷା ଓ ସାହିତ୍ୟଦ୍ୱାରା ଆମ ସଂସ୍କୃତି ଓ ଇତିହାସ ପ୍ରଭାବିତ ହୋଇଛି ।
  • ସିନ୍ଧୁ, ଗଙ୍ଗା ଆଦି ନଦୀ ଉପତ୍ୟକା ଅଞ୍ଚଳକୁ ନେଇ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ଗଠିତ ହୋଇଛି । ଏହି ଅଞ୍ଚଳର ମୃତ୍ତିକା ଉର୍ବର ଓ ଏଠାରେ ପ୍ରଚୁର ଜଳ ମିଳୁଥ‌ିରୁ ବିଭିନ୍ନ ଶସ୍ୟ ଉତ୍ପାଦନ ହୋଇଥାଏ । ତେଣୁ ଏ ଅଞ୍ଚଳରେ ବହୁତ ଲୋକ ବାସ କରନ୍ତି ।
  • ଏହିସବୁ କାରଣରୁ ନଦୀକୂଳମାନଙ୍କରେ ପ୍ରାଚୀନ ସଭ୍ୟତାମାନ ଗଢ଼ି ଉଠିଥିଲା ଓ ଭାରତର ଇତିହାସକୁ ପ୍ରଭାବିତ କରିଥିଲା ।

୨। ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୩୦ଟି ଶବ୍ଦରେ ଲେଖ ।

(କ) ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ ଯେଉଁ କେତୋଟି ଅଞ୍ଚଳରେ ବିଭକ୍ତ କରାଯାଇଛି ସେଗୁଡ଼ିକର ନାମ ଲେଖ ।
Answer:

  • ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ ଛଅଗୋଟି ପ୍ରାକୃତିକ ଅଞ୍ଚଳରେ ବିଭକ୍ତ କରାଯାଇଛି ।
  • ସେଗୁଡ଼ିକ ହେଲା ହେଲା ଯଥା – (କ) ହିମାଳୟ ପାର୍ବତ୍ୟଅଞ୍ଚଳ, (ଖ) ଉତ୍ତରସ୍ଥ ସମତଳ ଅଞ୍ଚଳ, (ଗ) କେନ୍ଦ୍ରସ୍ଥ ମାଳଭୂମି ଅଞ୍ଚଳ, (ଘ) ପଶ୍ଚିମସ୍ଥ ମରୁଭୂମି ଅଞ୍ଚଳ, (ଙ) ଉପକୂଳସ୍ଥ ସମତଳ ଅଞ୍ଚଳ, (ଚ) ସମୁଦ୍ର ମଧ୍ୟସ୍ଥ ଦ୍ବୀପସମୂହ ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଖ) ସଂକୀର୍ଣ୍ଣ ଗିରିପଥ ଦେଇ କେଉଁମାନେ ଭାରତକୁ ଆସିଛନ୍ତି ଏବଂ ସେମାନେ କେଉଁ କ୍ଷେତ୍ରରେ ଆମ ସଂସ୍କୃତିକୁ ପ୍ରଭାବିତ କରିଛନ୍ତି ?
Answer:

  1. ଭାରତର ଉତ୍ତର-ପଶ୍ଚିମରେ ଥିବା ପାର୍ବତ୍ୟ ଅଞ୍ଚଳରେ କେତୋଟି ସଂକୀର୍ଣ୍ଣ ଗିରିପଥ ରହିଛି । ଏହି ଗିରିପଥ ଦେଇ ବିଭିନ୍ନ ସମୟରେ ଆକ୍ରମଣକାରୀ, ବ୍ୟବସାୟୀ ଓ ପରିବ୍ରାଜକମାନେ ଭାରତକୁ ଆସି ଛନ୍ତି ।
  2. ଫଳରେ ସେମାନଙ୍କ ଚଳଣି, ଦର୍ଶନ, ଭାଷା ଓ ସାହିତ୍ୟ ଆଦି ଦ୍ବାରା ଆମ ସଂସ୍କୃତି ପ୍ରଭାବିତ ହୋଇଛି ।

(ଗ) ପଶ୍ଚିମଘାଟ ପର୍ବତମାଳା କେଉଁଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତୃତ ଏବଂ ଏହା କେଉଁ କାରଣରୁ ଘନ ଜଙ୍ଗଲ ପୂର୍ବ ?
Answer:

  • ଭାରତର ଦକ୍ଷିଣ ଭାରତ ମାଳଭୂମିର ପଶ୍ଚିମ ପାର୍ଶ୍ବରେ ପଶ୍ଚିମଘାଟ ପର୍ବତମାଳା ଅବସ୍ଥିତ । ପଶ୍ଚିମଘାଟ ପର୍ବତମାଳା ଭାରତର ମଧ୍ୟ ଭାଗରୁ ଦକ୍ଷିଣ ପ୍ରାନ୍ତ ଯାଏଁ ବିସ୍ତୃତ ହୋଇଛି ।
  • ପଶ୍ଚିମଘାଟ ପାର୍ବତ୍ୟ ଅଞ୍ଚଳରେ ପ୍ରଚୁର ବର୍ଷା ହେଉଥ‌ିବାରୁ ଏହି ଅଞ୍ଚଳ ଘନ ଜଙ୍ଗଲପୂର୍ଣ ହୋଇଛି ।

(ଘ) ସମତଳ ଅଞ୍ଚଳ କିପରି ସୃଷ୍ଟି ହୋଇଛି ଏବଂ ଏଠାରେ କେଉଁ କାରଣରୁ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଇଥାଏ ?
Answer:

  • ଭାରତରେ ହିମାଳୟ ପାର୍ବତ୍ୟ ଅଞ୍ଚଳ ଓ ଦକ୍ଷିଣ ଭାରତ ମାଳଭୂମି ମଧ୍ୟରେ ଅବସ୍ଥିତ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଆଦି ନଦୀଗୁଡ଼ିକର ପଟୁମାଟି ଦ୍ବାରା ଗଠିତ ହୋଇଛି ।
  • ଏହି ଅଞ୍ଚଳର ମୃତ୍ତିକା ଉର୍ବର ଓ ପ୍ରଚୁର ଜଳ ମିଳୁଥିବାରୁ ଏଠାରେ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଏ ।

(ଙ) ସାମୁଦ୍ରିକ ବାଣିଜ୍ୟର କିପରି ଉନ୍ନତି ଘଟିଥିଲା ?
Answer:

  • ସମୁଦ୍ର କୂଳବର୍ତ୍ତୀ ସମତଳଭୂମି ଅତ୍ୟନ୍ତ ଉର୍ବର ଓ କୃଷିପାଇଁ ବହୁତ ଉପଯୋଗୀ । ତେଣୁ ଏହି ଅଞ୍ଚଳରେ ଘନ ଜନବସତି ଦେଖାଯାଏ ।
  • ଉପକୂଳବର୍ତୀ ସମତଳ ଅଞ୍ଚଳରେ ଅବସ୍ଥିତ ନଦୀ ମୁହାଣଗୁଡ଼ିକରେ ଅନେକ ବନ୍ଦର ଗଢ଼ି ଉଠିଥିଲା । ଏହା ଫଳରେ ସାମୁଦ୍ରିକ ବାଣିଜ୍ୟ ଉନ୍ନତି ଘଟିଥିଲା ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଚ) କେଉଁ କାରଣରୁ ନଦୀକୂଳମାନଙ୍କରେ ପ୍ରାଚୀନ ସଭ୍ୟତାମାନ ଗଢ଼ି ଉଠିଥିଲା ?
Answer:

  • ନଦୀକୂଳମାନଙ୍କରେ ମୃତ୍ତିକା ଉର୍ବର ଓ ପ୍ରଚୁର ଜଳ ମିଳୁଥ‌ିବାରୁ ଏଠାରେ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ କରାଯାଏ ।
  • ତେଣୁ ଏହି ଅଞ୍ଚଳରେ ବହୁଲୋକ ବାସ କରନ୍ତି । ଏଥିପାଇଁ ଏଠାରେ ପ୍ରାଚୀନ ସଭ୍ୟତା ଗଢି ଉଠିଥିଲା ।

(ଛ) କେଉଁ ଅଞ୍ଚଳରେ ଘନ ଜନବସତି ଦେଖାଯାଏ ଓ କାହିଁକି ?
Answer:

  • ହିମାଳୟ ପର୍ବତମାଳାର ପାଦଦେଶୀୟ ଅଞ୍ଚଳ ଓ ଉପତ୍ୟକା ଅଞ୍ଚଳର ମୃତ୍ତିକା ଓ ଜଳ ସମ୍ପଦରେ ପରିପୂର୍ଣ୍ଣଥ‌ିବାରୁ ଏହି ଅଞ୍ଚଳ କୃଷି ଉପଯୋଗୀ ଓ ଜନବସତି ପୂର୍ଣ୍ଣ ।
  • ସମୁଦ୍ର କୂଳବର୍ତ୍ତୀ ସମତଳଭୂମି ଅତ୍ୟନ୍ତ ଉର୍ବର ଓ କୃଷିପାଇଁ ବହୁତ ଉପଯୋଗୀ । ତେଣୁ ଏହି ଅଞ୍ଚଳରେ ଘନ ଜନବସତି ଦେଖାଯାଏ ।

୩ । ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ଧାଡ଼ିରେ ଲେଖ ।

(କ) କେଉଁଠାରେ ଅନେକ ବନ୍ଦର ଗଢ଼ି ଉଠିଥିଲା
Answer:
ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ଅବସ୍ଥିତ ନଦୀ ମୁହାଣଗୁଡ଼ିକରେ ଅନେକ ବନ୍ଦର ଗଢ଼ି ଉଠିଥିଲା ।

(ଖ) ଅରଣ୍ୟର ଶାନ୍ତ ମନୋମୁଗ୍ଧକର ପରିବେଶ କେଉଁ କେଉଁ କ୍ଷେତ୍ରରେ ଉନ୍ନତି କରିବାରେ ସାହାଯ୍ୟ କରିଥିଲା ?
Answer:
ଅରଣ୍ୟର ଶାନ୍ତ ମନୋମୁଗ୍ଧକର ପରିବେଶ ସଭ୍ୟତାର ବିଶେଷ କରି ଧର୍ମ, ଦର୍ଶନ ଏବଂ ସାହିତ୍ୟର ଉନ୍ନତି କରିବାରେ ସାହାଯ୍ୟ କରିଥିଲା ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଗ) ଆମ ଦେଶର କେଉଁ ସ୍ଥାନରେ ସମତଳ ଅଞ୍ଚଳ ଦେଖାଯାଏ ?
Answer:
ଆମ ଦେଶର ପଶ୍ଚିମ ପାର୍ଶ୍ଵରେ ଆରବ ସାଗର ଓ ପୂର୍ବପାର୍ଶ୍ବରେ ବଙ୍ଗୋପସାଗର ଉପକୂଳରେ ସମତଳ ଅଞ୍ଚଳ ଦେଖାଯାଏ । ଏହାଛଡ଼ା ହିମାଳୟ ପାର୍ବତ୍ୟ ଅଞ୍ଚଳ ଓ ଦକ୍ଷିଣ ଭାରତ ମାଳଭୂମି ମଧ୍ୟରେ ଏକ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ଦେଖାଯାଏ ।

(ଘ) କେଉଁ ସମତଳ ଅଞ୍ଚଳ ଅଧ୍ବକ ପ୍ରଶସ୍ତ ?
Answer:
ପୂର୍ବ ଉପକୂଳର ସମତଳ ଅଞ୍ଚଳ ଅଧ୍ବକ ପ୍ରଶସ୍ତ ।

(ଙ) ପଶ୍ଚିମ ଉପକୂଳସ୍ଥ ସମତଳ ଭୂମି କାହାକୁ କୁହାଯାଏ ?
Answer:
ଗୁଜରାଟଠାରୁ କେରଳ ପର୍ଯ୍ୟନ୍ତ ବିସ୍ତୃତ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳକୁ ପଶ୍ଚିମ ଉପକୂଳସ୍ଥ ସମତଳ ଭୂମି କୁହାଯାଏ ।

(ଚ) ପୂର୍ବ ଉପକୂଳସ୍ଥ ସମତଳ ଭୂମି କାହାକୁ କୁହାଯାଏ ?
Answer:
ଓଡ଼ିଶାଠାରୁ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତୃତ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳକୁ ପୂର୍ବ ଉପକୂଳସ୍ଥ ସମତଳ ଭୂମି କୁହାଯାଏ ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

୪ । ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ/ସଂଖ୍ୟା ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଆଜକୁ ପ୍ରାୟ _______ ଲକ୍ଷ ବର୍ଷ ପୂର୍ବେ ପୃଥ‌ିବୀ ପୃଷ୍ଠରେ ମନୁଷ୍ୟ ସୃଷ୍ଟି ହୋଇଥିଲା ବୋଲି ଅନୁମାନ କରାଯାଏ ।
(୧୨, ୧୩, ୧୪, ୧୫)
Answer:
୧୫

(ଖ) ପ୍ରାଚୀନ କାଳରେ _________ ପତ୍ର ଉପରେ ଲେଖାଯାଉଥିଲା ।
(ବର, ତାଳ, ପଣସ, ଶାଳ)
Answer:
ତାଳ

(ଗ) ସମୟ ଅନୁସାରେ ଇତିହାସକୁ _______ ଭାଗରେ ଭାଗ କରାଯାଇଛି ।
(୨, ୩, ୪, ୫)
Answer:

(ଘ) ଭାରତର ________ ବୃହତ୍ତମ ପ୍ରାକୃତିକ ଅଞ୍ଚଳ ଅଟେ ।
(ହିମାଳୟ ପାର୍ବତ୍ୟ ଅଞ୍ଚଳ, ଉତ୍ତରସ୍ଥ ସମତଳ ଅଞ୍ଚଳ, ପଶ୍ଚିମସ୍ଥ ମରୁଭୂମି ଅଞ୍ଚଳ, କେନ୍ଦ୍ରସ୍ଥ ମାଳଭୂମି)
Answer:
କେନ୍ଦ୍ରସ୍ଥ ମାଳଭୂମି

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

୫ । ରେଖାଙ୍କିତ ପଦ/ପଦଗୁଡ଼ିକୁ ନ ବଦଳାଇ ଭ୍ରମ ସଂଶୋଧନ କର ।

(କ) ସିମ୍ପାଞ୍ଜିର କ୍ରମବିକାଶ ହୋଇ ମନୁଷ୍ୟ ସୃଷ୍ଟି ହୋଇଅଛି ।
Answer:
ନବାନରମାନଙ୍କର କ୍ରମବିକାଶ ହୋଇ ମନୁଷ୍ୟ ସୃଷ୍ଟି ହୋଇଅଛି ।

(ଖ) ଇତିହାସ ଶବ୍ଦଟି ଲାଟିନ୍ ଶବ୍ଦ ହିଷ୍ଟୋରୁ ଆସିଅଛି ।
Answer:
ଇତିହାସ ଶବ୍ଦଟି ଗ୍ରୀକ୍ ଶବ୍ଦ ହିଷ୍ଟୋରୁ ଆସିଅଛି ।

(ଗ) ଭୁବନେଶ୍ଵର ନିକଟବର୍ତ୍ତୀ ରତ୍ନଗିରିଠାରେ ପଥର ଉପରେ ବାଇଶି ଶହ ବର୍ଷ ତଳର ଲେଖା ଦେଖିବାକୁ ମିଳେ ।
Answer:
ଭୁବନେଶ୍ଵର ନିକଟବର୍ତ୍ତୀ ଧଉଳିଠାରେ ପଥର ଉପରେ ବାଇଶି ଶହ ବର୍ଷ ତଳର ଲେଖା ଦେଖିବାକୁ ମିଳେ ।

(ଘ) ବାଣଭଟ୍ଟ ଜଣେ ବୈଦେଶିକ ପରିବ୍ରାଜକ ଅଟନ୍ତି ।
Answer:
ମେଘାସ୍ଥିନିସ୍ ଜଣେ ବୈଦେଶିକ ପରିବ୍ରାଜକ ଅଟନ୍ତି ।

(ଙ) ଆମ ଦେଶର ପୂର୍ବ ଭାଗରେ ଆରବ ସାଗର ଅଛି ।
Answer:
ଆମ ଦେଶର ପଶ୍ଚିମ ଭାଗରେ ଆରବ ସାଗର ଅଛି ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

୬ | ତଳେ ଦିଆଯାଇଥ‌ିବା ଉତ୍ତରଗୁଡ଼ିକ ମଧ୍ୟରୁ ଯେଉଁ ଉତ୍ତରଟି ଠିକ୍ ତା’ ପାଖରେ ଠିକ୍ (✓) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)

(କ) ନୃବାନର ସମ୍ପର୍କୀୟ ହେଉଛନ୍ତି—

  • ବାଘ
  • ଗୋଧୂ
  • ଓଟ
  • ଓରାଙ୍ଗଓଟାଙ୍ଗ ( ✓)

(ଖ) ମନୁଷ୍ୟର ବୌଦ୍ଧିକ ଗୁଣ ସହ ସାମଞ୍ଜସ୍ୟ ଥ‌ିବା ପ୍ରାଣୀ ହେଉଛି–

  • ଗରିଲା
  • ସିମ୍ପାଞ୍ଜି (✓)
  • ପାତିମାଙ୍କଡ଼
  • ଗିବନ୍

(ଗ) ହର୍ଷଚରିତ ରଚନା କରିଥିଲେ–

  • କୌଟିଲ୍ୟ
  • ପତଞ୍ଜଳି
  • ପାଣିନି
  • ବାଣଭଟ୍ଟ (✓)

(ଘ) ଗୋଟିଏ ପ୍ରତ୍ନତାତ୍ତ୍ଵିକ ଉପାଦାନର ଉଦାହରଣ ହେଉଛି–

  • ଉପନିଷଦ
  • ମାଟିପାତ୍ର (✓)
  • ବେଦ
  • ମହାଭାରତ

(ଙ) ଇରାନ ଦେଶ ଭାରତର କେଉଁ ଦିଗରେ ଅବସ୍ଥିତ ?

  • ପୂର୍ବ
  • ପଶ୍ଚିମ (✓)
  • ଉତ୍ତର
  • ଦଷିଣ

Leave a Comment