Odisha State Board BSE Odisha 6th Class History Solutions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ Textbook Exercise Questions and Answers.
BSE Odisha Class 6 History Solutions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ
୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ପାରସ୍ୟ ସମ୍ରାଟ ପ୍ରଥମ ଡେରାୟସ୍ କାହିଁକି ଭାରତ ଆକ୍ରମଣ କରିଥିଲେ ?
Answer:
- ପାରସ୍ୟ ସମ୍ରାଟ ପ୍ରଥମ ଡେରାୟସ ଖ୍ରୀ.ପୂ. ୫୨୨ରେ ଶାସନ ଭାର ଗ୍ରହଣ କଲେ ।
- ସେ ଧନ ଲୋଭରେ ଆକର୍ଷିତ ହୋଇ ଭାରତର ଉତ୍ତର ପଶ୍ଚିମାଞ୍ଚଳକୁ ଆକ୍ରମଣ କଲେ । ସେହି ଅଞ୍ଚଳରେ କୌଣସି ଶକ୍ତିଶାଳୀ ଶାସକ ନଥିବାରୁ ଡେରାୟସ୍ ସେଠାରେ ଥିବା ପଞ୍ଜାବ, ସିନ୍ଧୁ ପ୍ରଦେଶ ଓ ସିନ୍ଧୁ ନଦୀର ପଶ୍ଚିମାଞ୍ଚଳକୁ ଦଖଲ କରି ପାରସ୍ୟ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କରାଇଥିଲେ ।
- ପାରସ୍ୟ ଅନ୍ତର୍ଭୁକ୍ତ ଭାରତୀୟ ଅଞ୍ଚଳଟି ସବୁଠାରୁ ଅଧ୍ଵ ଉର୍ବର ଓ ଜନବହୁଳ ଥିଲା ।
- ଏହି ଅଞ୍ଚଳରୁ ପାରସ୍ୟ ରାଜାମାନେ ପ୍ରଚୁର କର ଆଦାୟ କରୁଥିଲେ ।
(ଖ) ଆଲେକ୍ଜାଣ୍ଡାର ଭାରତ ଆକ୍ରମଣ କରିବାର କାରଣ କ’ଣ ?
Answer:
- ପାରସ୍ୟବାସୀଙ୍କଠାରୁ ଭାରତର ବିପୁଳ ଧନ ସମ୍ପତ୍ତର ସୂଚନା ପାଇଁ ଖ୍ରୀ.ପୂ. ୩୨୬ ମସିହାରେ ଆଲେକ୍ଜାଣ୍ଡାର ଭାରତ ଆକ୍ରମଣ କରିଥିଲେ । ସେ ଖାଇବର ଗିରିପଥ ଦେଇ ଉତ୍ତର-ପଶ୍ଚିମାଞ୍ଚଳରେ ସୀମାନ୍ତ ପ୍ରଦେଶଗୁଡ଼ିକୁ ଆକ୍ରମଣ କଲେ ।
- ସେତେବେଳେ ଭାରତର ଉତ୍ତର ପଶ୍ଚିମରେ ଗାନ୍ଧାର ଓ କାମ୍ବୋଜ ଭଳି ଅନେକ ଛୋଟ ଛୋଟ ରାଜ୍ୟ ଗଠିତ ହୋଇଥିଲା । ଯେଉଁମାନଙ୍କ ମଧ୍ୟରେ ଏକତା ନଥିଲା ।
- ସେମାନେ ପରସ୍ପର ସହିତ ଅନବରତ କଳହରେ ଲିପ୍ତ ରହୁଥିଲେ ।
- ଏହାର ସୁଯୋଗ ନେଇ ସେ ଭାରତ ଆକ୍ରମଣ କଲେ ।
(ଗ) ପୁରୁ କିଏ ? ଆଲେକ୍ଜାଣ୍ଡାରଙ୍କ ସହିତ ତାଙ୍କର କ’ଣ ସମ୍ପର୍କ ଥିଲା ?
Answer:
- ଆଲେକ୍ଜାଣ୍ଡାରଙ୍କର ଭାରତ ଆକ୍ରମଣ ସମୟରେ ସିନ୍ଧୁ ଓ ବିତସ୍ତା ନଦୀର ଅପର ପାର୍ଶ୍ବରେ ପୌରବ ରାଜବଂଶର ରାଜା ପୁରୁ ରାଜତ୍ଵ କରୁଥିଲେ ।
- ‘ହାଇଦ୍ରାସ୍ପେସ୍’ ନାମକ ଯୁଦ୍ଧ କ୍ଷେତ୍ରରେ ପୁରୁଙ୍କ ସୈନ୍ୟ ଓ ଆଲେକ୍ଜାଣ୍ଡାରଙ୍କ ଗ୍ରୀକ୍ ସୈନ୍ୟମାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ଗୁରୁତର ଭାବରେ ଆହାତ ହୋଇ ମଧ୍ୟ ପୁରୁ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରି ଶେଷରେ ବନ୍ଦୀ ହେଲେ ।
- ସେତେବେଳେ ଆଲେକ୍ଜାଣ୍ଡାରଙ୍କ ପ୍ରଶ୍ନ ଥିଲା । ପୁରୁ ତାଙ୍କଠାରୁ କିଭଳି ବ୍ୟବହାର ଆଶା କରନ୍ତି । ଏହାର ଉତ୍ତରରେ ନିର୍ଭିକ ପୁରୁ କହିଥିଲେ, ‘ଜଣେ ରାଜା ଆଉ ଜଣେ ରାଜାଙ୍କଠାରୁ ଯେପରି ବ୍ୟବହାର ଆଶା କରନ୍ତି ।’’
- ପୁରୁଙ୍କର ବୀରତ୍ଵ ଓ ଚତୁରତାରେ ଖୁସି ହୋଇ ଆଲେକ୍ଜାଣ୍ଡାର ତାଙ୍କୁ ନିଜର ବନ୍ଧୁ ରୂପେ ସ୍ୱୀକାର କରି ସମ୍ମାନର ସହ ତାଙ୍କୁ ତାଙ୍କର ରାଜ୍ୟ ଫେରାଇ ଦେଇଥିଲେ ।
(ଘ) ଆଲେକ୍ଜାଣ୍ଡାରଙ୍କ ଆକ୍ରମଣର ଫଳାଫଳ କ’ଣ ଥିଲା ?
Answer:
- ଆଲେକ୍ଜାଣ୍ଡାରଙ୍କ ଆକ୍ରମଣର ଫଳାଫଳ ସୁଦୂର ପ୍ରସାରୀ ଥିଲା ଓ ଏହା ଭାରତୀୟ ସମାଜକୁ ଗଭୀର ଭାବେ ପ୍ରଭାବିତ କରିଥିଲା । ଏହା ଭାରତର ରାଜନୈତିକ ଏକତା ଆଣିବାରେ ସାହାଯ୍ୟ କଲା । ଫଳରେ ଭାରତରେ ଏକ ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ ଗଠନ ସମ୍ଭବ ହୋଇଥିଲା ।
- ଏହି ଆକ୍ରମଣ ଦ୍ଵାରା ଭାରତ ଓ ଇଉରୋପ ମଧ୍ଯରେ ବାଣିଜ୍ୟର ପ୍ରସାର ହେଲା । ଭାରତ ଓ ଗ୍ରୀକ୍ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ସ୍ଥାପିତ ହେଲା ।
- ଏହି ଆକ୍ରମଣ ଫଳରେ ଭାରତ ଓ ଗ୍ରୀସ୍ ମଧ୍ୟରେ ଥିବା ୩ଟି ସ୍ଥଳପଥ ଓ ଗୋଟିଏ ଜଳପଥ ଆବିଷ୍କୃତ ହେଲା । ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ ଗାନ୍ଧାର କଳା ସୃଷ୍ଟି ହେଲା ।
- ସର୍ବୋପରି ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇପାରିଥିଲା ।
(ଙ) ଖ୍ରୀ.ପୂ. ୬ଷ୍ଠ ଶତାବ୍ଦୀରେ ପାରସ୍ୟର କେଉଁ ରାଜା ଭାରତ ଆକ୍ରମଣ କରିଥିଲେ ଓ କାହିଁକି ?
Answer:
- ଖ୍ରୀ. ପୂ. ଷଷ୍ଠ ଶତାବ୍ଦୀରେ ପାରସ୍ୟ ରାଜା ପ୍ରଥମ ଡେରାୟସ୍ ଭାରତ ଆକ୍ରମଣ କରିଥିଲେ ।
- ଭାରତରେ ପରିପୂର୍ଣ୍ଣ ଥିବା ବିପୁଳ ଧନ ସମ୍ପତି ଲୋଭରେ ଆକର୍ଷିତ ହୋଇ ସେ ଭାରତ ଆକ୍ରମଣ କରିଥିଲେ ।
୨। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ତକ୍ଷଶିଳା ________ ରାଜ୍ୟର ରାଜଧାନୀ ଥିଲା ।
(କାମ୍ବୋଜ, ମଗଧ, ଗାନ୍ଧାର, ପଞ୍ଜାବ)
Answer:
ଗାନ୍ଧାର
( ଖ ) ଡେରାୟସ୍ ରେ ପାରସ୍ୟର ଶାସନଭାର ଗ୍ରହଣ କଲେ ।
(ଖ୍ରୀ. ପୂ. ୪୬୮, ଖ୍ରୀ. ପୂ. ୫୨୨, ଖ୍ରୀ. ପୂ. ୩୨୨, ଖ୍ରୀ. ପୂ. ୪୨୭)
Answer:
ଖ୍ରୀ.ପୂ. ୫୨୨
(ଗ) ଆଲେକ୍ଜାଣ୍ଡାର ବୟସରେ ସିଂହାସନ ଆରୋହଣ କରିଥିଲେ ।
(୧୭ ବର୍ଷ, ୧୮ ବର୍ଷ, ୧୯ ବର୍ଷ, ୨୦ ବର୍ଷ)
Answer:
୨୦ ବର୍ଷ
୩ । ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ଫିଲିପ୍ କେଉଁ ରାଜ୍ୟର ରାଜା ଥିଲେ ?
Answer:
ଫିଲିପ୍ ଗ୍ରୀସ୍ର ମାସିଡ଼ୋନିଆ ନାମକ ଏକ କ୍ଷୁଦ୍ର ରାଜ୍ୟର ରାଜା ଥିଲେ ।
(ଖ) ଆଲେକ୍ଜାଣ୍ଡାରଙ୍କ ଶିକ୍ଷା ଗୁରୁ କିଏ ?
Answer:
ଆଲେକ୍ଜାଣ୍ଡାରଙ୍କ ଶିକ୍ଷା ଗୁରୁ ଥିଲେ ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲ୍ ।
(ଗ) ଆଲେକ୍ଜାଣ୍ଡାର କେଉଁ ନଗର ପ୍ରତିଷ୍ଠା କରିଥିଲେ ?
Answer:
ଆଲେକ୍ଜାଣ୍ଡାର ‘ଆଲେକ୍ଜାଣ୍ଡ୍ରିଆ’ ନଗର ପ୍ରତିଷ୍ଠା କରିଥିଲେ ।
(ଘ) ଅସ୍ଥି କେଉଁ ଦେଶର ରାଜା ଥିଲେ ?
Answer:
ଅମ୍ବି ଭାରତର ଉତ୍ତର-ପଶ୍ଚିମରେ ଥିବା ଗାନ୍ଧାର ରାଜ୍ୟର ରାଜା ଥିଲେ ।
(ଙ) ଉତ୍ତର ଭାରତର ସବୁଠାରୁ ଶକ୍ତିଶାଳୀ ରାଜା କିଏ ଥିଲେ ?
Answer:
ଉତ୍ତର ଭାରତର ସବୁଠାରୁ ଶକ୍ତିଶାଳୀ ରାଜା ଥିଲେ ମଗଧର ନନ୍ଦ ସାମ୍ରାଜ୍ୟର ରାଜା ।
(ଚ) ଭାରତୀୟମାନେ ପାରସ୍ୟବାସୀଙ୍କଠାରୁ କେଉଁ ଲିପି ଶିଖିଲେ ?
Answer:
ଭାରତୀୟମାନେ ପାରସ୍ୟବାସୀଙ୍କଠାରୁ ଖରୋଷ୍ଟି ଲିପି ଶିଖ୍ଲେ ।