BSE Odisha 7th Class Political Science Important Questions Chapter 1 ସମ୍ବିଧାନ

Odisha State Board BSE Odisha 7th Class Political Science Important Questions Chapter 1 ସମ୍ବିଧାନ Important Questions and Answers.

BSE Odisha Class 7 Political Science Important Questions Chapter 1 ସମ୍ବିଧାନ

Subjective Type Questions With Answers
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସମ୍ବିଧାନ ସମ୍ବନ୍ଧରେ ଫାଇନର୍‌ ଓ ଉଲ୍‌ସୀ କ’ଣ ମତ ଦେଇଛନ୍ତି ?
Answer:

  • “ରାଜନୀତି ବିଜ୍ଞାନୀ ଫାଇନର୍‌ଙ୍କ ମତରେ ‘ସଂବିଧାନ ମୌଳିକ ରାଜନୈତିକ ଅନୁଷ୍ଠାନମାନଙ୍କର ଏକ ବ୍ୟବସ୍ଥା ଅଟେ ।”
  • ଉସୀଙ୍କ ମତରେ, ‘ସମ୍ବିଧାନ ହେଉଛି ନୀତିମାନଙ୍କର ସମାହାର, ଯାହାଦ୍ୱାରା ସରକାରଙ୍କର କ୍ଷମତା, ନାଗରିକମାନଙ୍କର ଅଧିକାର ଏବଂ ସରକାର ଓ ନାଗରିକମାନଙ୍କ ମଧ୍ୟରେ ସଂପର୍କର ସମନ୍ୱୟ ହୋଇଥାଏ।’’

BSE Odisha 7th Class Political Science Important Questions Chapter 1 ସମ୍ବିଧାନ

୨। ସଂକୀର୍ଣ୍ଣ ଅର୍ଥରେ ସମ୍ବିଧାନ କହିଲେ କ’ଣ ବୁଝାଏ ?
Answer:

  • ସଂକୀର୍ଣ୍ଣ ଅର୍ଥରେ ସମ୍ବିଧାନ କହିଲେ ଲିଖ୍ ସମ୍ବିଧାନକୁ ବୁଝାଏ।
  • ଏଥିରେ ସରକାରର କ୍ଷମତା, ସଂଗଠନ, ଜନସାଧାରଣ ଏବଂ ସରକାର ମଧ୍ୟରେ ସଂପର୍କ ତଥା ଜନସାଧାରଣଙ୍କ ଅଧିକାର, କର୍ଭବ୍ୟ ଲିପିବଦ୍ଧ ହୋଇଥାଏ।

୩। ଆମ ଦେଶର ସମ୍ବିଧାନ ଲିଖିତ ହେଲେହେଁ ଏଥୁରେ ଆଲିଖତ ଜିନିଷ ମଧ୍ଯ ଅଛି – ସଦୃଷ୍ଟାନ୍ତ ବୁଝାଅ।
Answer:

  • ଆମ ଦେଶର ସମ୍ବିଧାନରେ ଅନେକ ପ୍ରଥା, ପରମ୍ପରା, ଆଚରଣ ଓ ସାମାଜିକ ଚଳଣି ପରି ଅନେକ ଅଲିଖ୍ତ ଜିନିଷ ଅଛି, ଯାହା ସମ୍ବିଧାନର ମୁଖ୍ୟ ଅଂଶ।
  • କଥା ସମ୍ବିଧାନରେ ଉଲ୍ଲେଖ ନଥିଲେ ମଧ୍ୟ ଏହା ଏକ ପ୍ରଥା ତଥା ପରମ୍ପରାର ଉଦାହରଣ।

୪। ବିଶ୍ଵର ସର୍ବପ୍ରାଚୀନ ଲିଖ୍ ସମ୍ବିଧାନ କିଏ ? ବିଶ୍ୱର ସର୍ବବୃହତ୍ ସମ୍ବିଧାନ କିଏ ?
Answer:

  • ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ ବିଶ୍ଵର ସର୍ବପ୍ରାଚୀନ ଲିଖ୍ ସମ୍ବିଧାନ ଅଟେ।
  • ଯୁଗୋସ୍ଲୋଭିଆର ସମ୍ବିଧାନ ବିଶ୍ଵର ସର୍ବବୃହତ୍ ସମ୍ବିଧାନ ଅଟେ।

BSE Odisha 7th Class Political Science Important Questions Chapter 1 ସମ୍ବିଧାନ

୫। ବ୍ରିଟିଶ୍ ସାମ୍ବିଧାନିକ ଦଲିଲ୍‌ରୂପେ କେଉଁଗୁଡ଼ିକୁ ଗ୍ରହଣ କରାଯାଏ ?
Answer:

  • ୧୨୧୫ ଖ୍ରୀ.ଅ.ରେ ମାଗ୍ନାକାର୍ଟ,
  • ୧୬୨୮ ଖ୍ରୀ.ଅ.ର ପିଟିସନ୍ ଅଫ୍ ରାଇଟସ୍ ଏବଂ
  • ୧୯୧୧ ଖ୍ରୀ.ଅ.ର ପାର୍ଲିଆମେଣ୍ଟାରୀ ଆକ୍ଟକୁ ବ୍ରିଟିଶ୍ ସାମ୍ବିଧାନିକ ଦଲିଲ୍ ରୂପେ ଗ୍ରହଣ କରାଯାଏ।

୬। ଅନମନୀୟ ସମ୍ବିଧାନ କାହାକୁ କୁହାଯାଏ ଉଦାହରଣ ସହ ଲେଖ।
Answer:

  • ଯେଉଁ ସମ୍ବିଧାନକୁ ସହଜରେ ସଂଶୋଧନ ପରିବର୍ତ୍ତନ କରାଯାଇପାରେ ନାହିଁ, ତାହାକୁ ଅନମନୀୟ ସମ୍ବିଧାନ କୁହାଯାଏ।
  • ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ ଏକ ଅନମନୀୟ ସମ୍ବିଧାନର ଉଦାହରଣ।

୭। କେବେ କାହା ସୁପାରିଶରେ ଭାରତରେ ସମ୍ବିଧାନ ପ୍ରଣୟନ ସଭା ଗଠିତ ହୋଇଥିଲା ? ଆମ ଦେଶରେ କେବେଠାରୁ ସମ୍ବିଧାନ କାର୍ଯ୍ୟକାରୀ ହେଲା ?
Answer:

  • ୧୯୪୬ ମସିହାରେ କ୍ୟାବିନେଟ୍ ମିଶନର ସୁପାରିଶ ଅନୁଯାୟୀ ଭାରତର ଲୋକ ପ୍ରତିନିଧୁମାନଙ୍କୁ ନୋଇ ଏକ ସମ୍ବିଧାନ ପ୍ରଣୟନ ସଭା ଗଠିତ ହୋଇଥିଲା।
  • ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରୁ ଆମ ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ହେଲା।

୮। ନମନୀୟ ସମ୍ବିଧାନର ଦୁଇଟି ଦୁର୍ଗୁଣ ଲେଖ ।
Answer:

  • ନମନୀୟ ସମ୍ବିଧାନ ପରିବର୍ତ୍ତନଶୀଳ ହୋଇଥ‌ିବାରୁ ଦେଶରେ ଶାସନକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୁଏ।
  • ଏହା ଶାସକଗୋଷ୍ଠୀଙ୍କ ମନମୁଖୀ ଶାସନକୁ ପ୍ରଶୟ ଦେଇଥାଏ।

BSE Odisha 7th Class Political Science Important Questions Chapter 1 ସମ୍ବିଧାନ

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଗୋଟିଏ ସ୍ଵାଧୀନ ରାଷ୍ଟ୍ରର ସର୍ବୋଚ୍ଚ ଆଇନ କିଏ ?
Answer:
ସମ୍ବିଧାନ ଗୋଟିଏ ସ୍ଵାଧୀନ ରାଷ୍ଟ୍ରର ସର୍ବୋଚ୍ଚ ଆଇନ ଅଟେ।

୨। ସମ୍ବିଧାନ ସମ୍ପର୍କରେ ଫାଇନର କ’ଣ ମତ ଦିଅନ୍ତି ?
Answer:
ଫାଇନରଙ୍କ ମତରେ, ସମ୍ବିଧାନ ମୌଳିକ ରାଜନୈତିକ ଅନୁଷ୍ଠାନମାନଙ୍କର ଏକ ବ୍ୟବସ୍ଥା ଅଟେ।

୩। ସମ୍ବିଧାନ ସମ୍ପର୍କରେ ଉଲସିଙ୍କ କ’ଣ ମତ ଦିଅନ୍ତି ?
Answer:
ଉଲସିଙ୍କ ମତରେ, ସମ୍ବିଧାନ ହେଉଛି ନୀତିମାନଙ୍କର ସମାହାର ଯାହାଦ୍ୱାରା ସରକାରଙ୍କର କ୍ଷମତା ନାଗରିକମାନଙ୍କର ଅଧିକାର ଏବଂ ସରକାର-ନାଗରିକମାନଙ୍କ ମଧ୍ୟରେ ସମ୍ପର୍କର ସମନ୍ଵୟ ହୋଇଥାଏ ।

୪। ଲିଖିତ ସମ୍ବିଧାନ ଥ‌ିବା ଗୋଟିଏ ଦେଶର ନାମ ଲେଖ।
Answer:
ଲିଖିତ ସମ୍ବିଧାନ ଥ‌ିବା ଗୋଟିଏ ଦେଶ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା।

୫। ଲିଖିତ ସମ୍ବିଧାନ ସମ୍ପର୍କରେ ଗାରନର କ’ଣ ମତ ଦିଅନ୍ତି ?
Answer:
ଗାରନରଙ୍କ ମତରେ, ଲିଖିତ ସମ୍ବିଧାନ ଏକ ସୁଚିନ୍ତିତ ଯୋଜନା ଯାହାକି ଯତ୍ନ ସହକାରେ ସମ୍ବିଧାନ ପ୍ରଣୟନ ସଭା କିମ୍ବା କୌଣସି କ୍ଷମତାପ୍ରାପ୍ତ ସଭାଦ୍ଵାରା ପ୍ରଣୟନ ଓ ଅନୁମୋଦନ ଲାଭ କରିଥାଏ।

BSE Odisha 7th Class Political Science Important Questions Chapter 1 ସମ୍ବିଧାନ

୬। କେଉଁ ସମ୍ବିଧାନକୁ ଆଇନଜୀବୀମାନଙ୍କର ଭୂସ୍ୱର୍ଗ (Lawyer’s Paradise) କୁହାଯାଏ ?
Answer:
ଲିଖିତ ସମ୍ବିଧାନକୁ ଆଇନଜୀବୀମାନଙ୍କର ଭୂସ୍ବର୍ଗ (Lawyer’s Paradise) କୁହାଯାଏ।

୭। ବର୍ତ୍ତମାନ କେଉଁ ଦେଶର ସମ୍ବିଧାନ ବିଶ୍ଵର ସର୍ବବୃହତ୍ ସମ୍ବିଧାନ ?
Answer:
ବର୍ତ୍ତମାନ ଯୁଗୋସ୍ଲୋଭିଆର ସମ୍ବିଧାନ ବିଶ୍ଵର ସର୍ବବୃହତ୍ ସମ୍ବିଧାନ ଅଟେ।

୮। କେଉଁ ମସିହାରେ ଓ କାହାର ସୁପାରିସ ଅନୁସାରେ ଭାରତର ସମ୍ବିଧାନ ପ୍ରଣୟନ ସଭା ଗଠିତ ହୋଇଥିଲା ?
Answer:
୧୯୪୬ ମସିହାରେ କ୍ୟାବିନେଟ ମିଶନର ସୁପାରିସ ଅନୁସାରେ ଭାରତରେ ସମ୍ବିଧାନ ପ୍ରଣୟନ ସଭା ଗଠିତ ହୋଇଥିଲା।

୯। ବିଶ୍ୱର ସର୍ବପ୍ରାଚୀନ ଲିଖିତ ସମ୍ବିଧାନ କେଉଁ ଦେଶର ? ଏହା କେଉଁ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଛି ?
Answer:
ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ ବିଶ୍ଵର ସର୍ବପ୍ରାଚୀନ ଲିଖିତ ସମ୍ବିଧାନ ଓ ଏହା ୧୭୮୯ ମସିହାରୁ କାର୍ଯ୍ୟକାରୀ ହୋଇଆସୁଛି।

୧୦। ସମ୍ବିଧାନର ସଂଶୋଧନ ପ୍ରଣାଳୀ ଅନୁସାରେ ସମ୍ବିଧାନକୁ କେତୋଟି ଶ୍ରେଣୀରେ ବିଭକ୍ତ କରାଯାଏ ?
Answer:
ସମ୍ବିଧାନର ସଂଶୋଧନ ପ୍ରଣାଳୀ ଅନୁସାରେ ସମ୍ବିଧାନକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଏ।

BSE Odisha 7th Class Political Science Important Questions Chapter 1 ସମ୍ବିଧାନ

Objective Type Questions With Answers
ବସ୍ତୁନଷ ପ୍ରଶ୍ନୋତ୍ତର

ଉପଯୁକ୍ତ ଶବ୍ଦ ବା ସଂଖ୍ୟାଦ୍ଵାରା ଶୂନ୍ୟସ୍ଥାନ ପୂରଣ କର।

୧। ପୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ_______________ ଥର ସଂଶୋଧ ହୋଇଛି।
Answer:
୨୬

୨। କୌଣସି ଦେଶର ସମ୍ବିଧାନ ____________ ହେଲେ ସମୟ ସହିତ ପାଦ ମିଳାଇ ଚାଲିବାରେ କୌଣସି ଅସୁବିଧା ହୁଏ ନାହିଁ ।
Answer:
ନମନୀୟ

୩। ____________ ସଭା ସାଧାରଣତଃ ସମ୍ବିଧାନକୁ ସଂଶୋଧନ କରିଥାଏ।
Answer:
ବ୍ୟବସ୍ଥାପକ

୪। ସଂଘୀୟ ରାଷ୍ଟ୍ର ପାଇଁ ____________ ସମ୍ବିଧାନ ଉପଯୋଗୀ ନୁହେଁ।
Answer:
ନମନୀୟ

BSE Odisha 7th Class Political Science Important Questions Chapter 1 ସମ୍ବିଧାନ

୫ । ____________________ ସମ୍ବିଧାନର ସଂଶୋଧନ ପ୍ରଣାଳୀ କଷ୍ଟସାଧ୍ୟ।
Answer:
ଅନମନୀୟ

୬। ଭାରତର ଲିଖିତ ସମ୍ବିଧାନ _____________ ମସିହାରୁ କାର୍ଯ୍ୟକାରୀ ହୋଇଆସୁଛି।
Answer:
୧୯୫୦

୭ । ସଂକୀର୍ଣ୍ଣ ଅର୍ଥରେ ସମ୍ବିଧାନ କହିଲେ ___________ ସମ୍ବିଧାନକୁ ବୁଝାଏ।
Answer:
ଲିଖିତ।

Leave a Comment