BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.1

Odisha State Board BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.1

Question 1. 
ଗୋଟିଏ ତ୍ରିଭୁଜ ଅଙ୍କନ କରି ନାମକରଣ କର । ତା’ର ଶୀର୍ଷବିନ୍ଦୁ, କୋଣ ଓ ବାହୁଗୁଡିକର ନାମ ଲେଖ । 
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.1
କଖଗ ତ୍ରିଭୁଜର ଶୀର୍ଷବିନ୍ଦୁ = କ, ଖ ଓ ଗ କୋଣ = ∠ଖକଗ, ∠କଖଗ ଓ ∠କଗଖ ବାହୁ = \(\overline{\mathrm{କଖ}}\), \(\overline{\mathrm{ଖଗ}}\) ଓ \(\overline{\mathrm{କଗ}}\)

Question 2. 
ବୃତ୍ତରେ ତା’ର ବ୍ୟାସାର୍ଦ୍ଧ ଓ କେନ୍ଦ୍ରକୁ ଦର୍ଶାଅ ।
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.1 1
ବୃତ୍ତର କେନ୍ଦ୍ର = ‘କ’
ବୃତ୍ତର ବ୍ୟାସାର୍ଦ୍ଧ = \(\overline{\mathrm{କଖ}}\)

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.1

Question 3. 
ନିମ୍ନ ମାପବିଶିଷ୍ଟ କୋଣଗୁଡିକୁ ସୂକ୍ଷ୍ମକୋଣ, ସମକୋଣ ଓ ସ୍ଥୂଳକୋଣରେ ବର୍ଗୀକରଣ କର ।
30°, 175°, 90°, 45°, 89°, 115°, 95°, 20°
ସମାଧାନ:
ସୂକ୍ଷ୍ମକୋଣ =30°, 45°, 89°, 20° 
ସମକୋଣ = 90°
ସ୍ଥୂଳକୋଣ = 175°, 115°, 95°
ଯେଉଁ କୋଣର ପରିମାଣ 90° ରୁ କମ୍ ତାହାକୁ ସୂକ୍ଷ୍ମକୋଣ, ଯେଉଁ କୋଣର ପରିମାଣ 90° ତାହାକୁ ସମକୋଣ ଏବଂ ଯେଉଁ କୋଣର ପରିମାଣ 90° ରୁ ବେଶୀ ଓ 180ରୁ କମ୍ ତାହାକୁ ସ୍ଥୂଳକୋଣ କୁହାଯାଏ ।

Leave a Comment