BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Odisha State Board BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ Textbook Exercise Questions and Answers.

BSE Odisha Class 6 Odia Solutions Chapter 11 କିଏ ଭାସେ କିଏ ବୁଡ଼େ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ତାକବାଜି ଯନ୍ତ୍ରରେ ସକାଳୁ ଦୁଇଜଣ ଲୋକ କ’ଣ ପ୍ରଚାର କରୁଥିଲେ?

ସକାଳୁ ଦୁଇଜଣ ଲୋକ ଡାକବାଜି ଯନ୍ତ୍ରରେ ପ୍ରଚାର କରୁଥିଲେ ‘‘ଭାଇ ଓ ଭଉଣୀମାନେ, ଦେଖିବାକୁ ଭୁଲନ୍ତୁ ନାହିଁ । ଆଜି ରାତିରେ ଏକ ସମ୍ପୂର୍ଣ୍ଣ ନୂଆ ଧରଣର ନାଟକ ଅଭିନୀତ ହେବ। ମନକୁ ଚମକେଇ ଦେଖୁଲେ ଜୀବନସାରା ଭୁଲିହେବ ନାହିଁ । ଏଥ‌ିରେ ବଛାବଛା ଅଭିନେତା ଓ ଅଭିନେତ୍ରୀମାନେ ଅଭିନୟ କରିବେ ।’’

(ଖ) ସେମାନେ କେଉଁ ନାଟକ କଥା ପ୍ରଚାର କଲେ ?
Answer:
ସେମାନେ ଏକ ନୂଆ ଧରଣର ନାଟକ, ‘ଭାସିଲା ପଥର ବୁଡ଼ିଲା ଶୋଲ’ କଥା ପ୍ରଚାର କଲେ ।

(ଗ) ପୋଲିସ୍ କାହାକୁ ଧରି ନେଇଗଲା ?
Answer:
ପୋଲିସ୍ ନିରୀହ ଓ ନିଘୋଷ ଲୋକଟିକୁ ଭୁଲ୍‌ରେ ଧରି ନେଇଗଲା ।

(ଘ) ଆର୍କିମେଡ଼ିସ୍‌ କ’ଣ କହି କହି ଦାଣ୍ଡରେ ଧାଇଁଲେ ?
Answer:
ଆର୍କିମେଡ଼ିସ୍‌ ‘ଇଉରେକା, ଇଉରେକା’ କହି କହି ଦାଣ୍ଡରେ ଧାଇଁଲେ ।

(ଙ) ରାଜା କ’ଣ ପରୀକ୍ଷା କରିବାକୁ ଚାହିଁଥିଲେ ?
Answer:
ରାଜା ଯେଉଁ ସୁନାର ମୁକୁଟଟି ତିଆରି କରିଥିଲେ, ତାହା ଖାଣ୍ଟି ସୁନାର କିମ୍ବା କାରିଗର ସେଥୁରେ କିଛି ନକଲି ସୁନା ମିଶାଇଛି, ତାହା ପରୀକ୍ଷା କରିବାକୁ ଚାହିଁଥିଲେ ।

(ଚ) ଆର୍କିମେଡ଼ିସ୍‌ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
ଆର୍କିମେଡ଼ିସ୍‌ ଇଟାଲୀର ସିସିଲି ଦ୍ଵୀପ ଅନ୍ତର୍ଗତ ସିରାକ୍ୟୁଜ୍ ନାମକ ସହରରେ ଜନ୍ମଗ୍ରହଣ କରିଥିଲେ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୨ ।
(କ) ନାଟକର ନାଁ ଶୁଣି ଲୋକମାନେ କାହିଁକି ଆଶ୍ଚର୍ଯ୍ୟାନ୍ବିତ ହେଲେ ?
Answer:
ନାଟକର ନାଁ ଥିଲା ‘ଭାସିଲା ପଥର ବୁଡ଼ିଲା ଶୋଲ’। ଯାତ୍ରାଦଳ ସମସ୍ତେ ଜାଣନ୍ତି ପଥର ବୁଡ଼େ ଓ ଶୋଲ ଭାସେ; ମାତ୍ର ଯାତ୍ରା ଦଳ କହୁଛନ୍ତି, ପଥର ଭାସିବ ଓ ଶୋଲ ବୁଡ଼ିବ । ଏହା ସମ୍ପୂର୍ଣ୍ଣ ବିପରୀତ କଥା! ହୋଇଥିବାରୁ ଲୋକମାନେ ଆଶ୍ଚର୍ଯ୍ୟାନ୍ବିତ ହେଲେ ।

(ଖ) କେଉଁ କାରଣରୁ ନାଟକ ଶେଷରେ ଲୋକମାନେ ନିରାଶ ହେଲେ ?
Answer:
ଯାତ୍ରାରେ ପଥର ନଥିଲା କି ଶୋଲ ନଥୁଲା, ପାଣି ମଧ୍ୟ ନଥିଲା । ନିତିଦିନିଆ ଘଟଣା ପରି ନାଟକର ବିଷୟବସ୍ତୁ, ଆଉ ଦୁଇଜଣକ ମଧ୍ୟରେ ଲଢ଼େଇକୁ ନେଇ ନାଟକ ଚାଲିଥିଲା । ଏଥିପାଇଁ ଲୋକେ ନିରାଶ ହେଲେ ।

(ଗ) ଲୋକମାନେ କେଉଁଥପାଇଁ ଆର୍କିମେଡ଼ିସ୍‌ଙ୍କୁ ପାଗଳ ବୋଲି ଭାବିଲେ ?
Answer:
ଆର୍କିମେଡ଼ିସ୍‌ ଗାଧୋଇଲାବେଳେ ବିଜ୍ଞାନର ନୂଆ ସତ୍ୟଟି ପାଇଯିବାରୁ ‘ଇଉରେକା, ଇଉରୋକା’ କହି ମଝିଦାଣ୍ଡରେ ଉଲଗ୍ନ ହୋଇ ଧାଇଁଥିଲେ । ତାଙ୍କୁ ଏପରି ଅବସ୍ଥାରେ ଦେଖ୍ ଲୋକେ ପାଗଳ ବୋଲି ଭାବିଲେ ।

(ଘ) ଆର୍କିମେଡ଼ିସ୍‌ ଏତେ ବିହ୍ବଳ ହେବାର କାରଣ କ’ଣ ?
Answer:
ବହୁଦିନ ଧରି ସେ ଖୋଜୁଥ‌ିବା ବିଜ୍ଞାନର ଗୋଟିଏ ତତ୍ତ୍ବ ଆର୍କିମେଡ଼ିସ୍‌ ହଠାତ୍ ପାଇଯିବାରୁ ଖୁସିରେ ଏତେ ବିହ୍ଵଳ ହୋଇ ଯାଇଥିଲେ ।

(ଙ) ଆର୍କିମେଡ଼ିସ୍‌ କେଉଁ ସକାଶେ ଚିନ୍ତିତ ଥିଲେ ?
Answer:
ରାଜା ତିଆରି କରିଥିବା ସୁନା ମୁକୁଟଟି ଖାଣ୍ଟି ସୁନାର କିମ୍ବା କାରିଗର କିଛି ନକଲି ସୁନା ମିଶାଇଛି, ସେ ତାହା ଜାଣିବାକୁ ଚାହୁଁଥିଲେ । ମୁକୁଟଟିକୁ ନ ଭାଙ୍ଗି ବା ନିଆଁରେ ନ ତରଳାଇ ଏକଥା କିପରି ଜାଣିହେବ ସେ ଦାୟିତ୍ଵ ଆର୍କିମେଡ଼ିସ୍‌ଙ୍କୁ ଦିଆଯାଇଥିଲା । ସେଥ‌ିପାଇଁ ଆର୍କିମେଡ଼ିସ୍‌ ଖୁବ୍ ଚିନ୍ତିତ ଥିଲେ ।

(ଚ) ଗାଧୋଇବା ସମୟରେ ଆକ୍ସିମେଡ଼ିସ୍‌ଙ୍କ ମୁଣ୍ଡକୁ କେଉଁ କଥା ଜୁଟିଗଲା ?
Answer:
ଗାଧୋଇବା ସମୟରେ ପାଣିଭର୍ତ୍ତି କୁଣ୍ଡରେ ଆର୍କିମେଡ଼ିସ୍‌ ପ୍ରବେଶ କରିବା ମାତ୍ରେ ସେଥୁରୁ କିଛି ପାଣି ଉଛୁଳି ବାହାରକୁ ଚାଲିଗଲା । ସେ କୁଣ୍ଡ ଭିତରେ ବସିଥିବା ବେଳେ ଅନୁଭବ କଲେ, କେହି ଯେପରି ତାଙ୍କୁ ଉପରକୁ ଠେଲି ଦେଉଛି । କୌଣସି ପଦାର୍ଥ ବା ବସ୍ତୁକୁ ପାଣିରେ ବୁଡ଼ାଇଲେ ତା’ର ଓଜନ କମିଗଲା ପରି ବୋଧହୁଏ । ପଦାର୍ଥ ବା ବସ୍ତୁ ପାଣି ଭିତରେ ଯେତିକି ସ୍ଥାନ ଅଧିକାର କରେ, ସେହି ସ୍ଥାନରେ ଥ‌ିବା ପାଣିର ଓଜନ ଯେତିକି, ପଦାର୍ଥ ବା ବସ୍ତୁର ଓଜନ ସେତିକି କମିଯାଏ । ଏହି କଥାଟି ଆର୍କିମେଡ଼ିସ୍‌ଙ୍କ ମୁଣ୍ଡକୁ ଜୁଟିଗଲା, ଯାହାକୁ ଆଧାର କରି ରାଜାଙ୍କ ସୁନା ମୁକୁଟଟି କେତେ ଖାଣ୍ଟି, ତାହା ସେ ଜାଣିପାରିଲେ ।

(ଛ) ଲୁହା କାହିଁକି ତଳକୁ ବୁଡ଼ିଯାଏ ?
ଲୁହା ଖଣ୍ଡେ ପାଣିରେ ପକାଇଲେ ଯେତିକି ପାଣି ଉଛୁଳାଏ, ସେଇ ପାଣିରେ ଓଜନ ଲୁହାଖଣ୍ଡର ଓଜନଠାରୁ କମ । ତେଣୁ ଲୁହା ପାଣିରେ ବୁଡ଼ିଯାଏ ।

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ସବୁ କଥାକୁ ଏମିତି ନିଠେଇ କରି ଧରୁଛି । ଆଜିକାଲି ପିଲାଙ୍କର ଲକ୍ଷଣ ହେଉଛି ଏଇଆ ।
Answer:
ସବୁ କଥାକୁ ……………………………….. ହେଉଛି ଏଇଆ ।
ଶଂସିତ ଗଦ୍ୟାଶଟି ପଠିତ ସାହିତ୍ୟ ବହିର ‘କିଏ ଭାସେ, କିଏ ବୁଡ଼େ ?’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକ ଡକ୍ଟର କୁଳମଣି ସାମଲ ଆଜିର ବିଜ୍ଞାନଯୁଗର ପିଲାଙ୍କର ଲକ୍ଷଣ ସମ୍ପର୍କରେ ଅଜାଙ୍କ ମୁହଁରେ ବର୍ଣ୍ଣନା କରାଇଛନ୍ତି । ଅଜାଙ୍କ ସହ ମୁନା ନାଟକ ଦେଖିବାକୁ ଯାଇଥିଲା । ସେ ଭାସିବା ବୁଡ଼ିବା କଥା କିଛି ବୁଝି ପାରିନଥିଲା । ସେ ଅଜାଙ୍କୁ ସେ ବିଷୟରେ ପଚାରିଲା । ଅଜା ତାକୁ ପଥର ପାଣିରେ ବୁଡ଼େ, ଶୋଲ ଭାସେ ବୋଲି କହିଲେ । ଶୋଲ କାହିଁକି ଭାସେ ଆଉ ପଥର କାହିଁକି ବୁଡ଼େ; ସେ ସମ୍ପର୍କରେ ମୁନା ଅଜାଙ୍କୁ ପ୍ରଶ୍ନ ପଚାରିଲା । ଅଜା ବୁଝାଇଲେ, ପଥର ଓଜନିଆ ହୋଇଥିବାରୁ ବୁଡ଼ିଯାଏ ଓ ଶୋଲ ହାଲୁକା ହୋଇଥିବାରୁ ଭାସେ ।

ମୁନା ପୁଣି ପଚାରିଲା, ଦୁଇ କିଲୋ ଓଜନର ଶୋଲ ବିଟି ଏକ କିଲୋ ଓଜନର ଲୁହା ଖଣ୍ଡଠାରୁ ଓଜନିଆ ହୋଇଥିବାରୁ ଶୋଲ ବିଡ଼ାଟି ତ ବୁଡ଼ିଯିବ ଓ ଲୁହା ଖଣ୍ଡଟି ଭାସିବ । ମୁନାର ଏଭଳି ପ୍ରଶ୍ନରେ ଅଜା ହଡ଼ବଡ଼େଇ ଗଲେ ଓ ମହା ଅଡ଼ୁଆରେ ପଡ଼ିଗଲେ । ତା’ର ଟିକିନିଖ୍ ପରୀକ୍ଷା କରିବା ଗୁଣକୁ ଦେଖୁ ଅଜା ଭାବିଲେ, ନାତି ତାଙ୍କର ବିଜ୍ଞାନ ପାଠ ପଢ଼ିଛି । ତେଣୁ ପ୍ରତିଟି କଥାକୁ ଭଲକରି ପରୀକ୍ଷା କରୁଛି । କେବଳ ମୁନା ନୁହେଁ, ଆଜିକାଲି ପ୍ରତ୍ୟେକ ପିଲାଙ୍କର ଲକ୍ଷଣ ଏଇଆ । ସେମାନେ ପ୍ରତିଟି କଥାକୁ ଟିକିନିଖ୍ ପରୀକ୍ଷା ନ କରି ଅନ୍ଧ ଭାବରେ ବିଶ୍ଵାସ କରନ୍ତି ନାହିଁ । କାରଣ ସେମାନେ ବିଜ୍ଞାନ ଯୁଗର ପିଲା ଅଟନ୍ତି । ବାସ୍ତବରେ ଲେଖକଙ୍କର ଏହି ମନ୍ତବ୍ୟ ଯଥାର୍ଥ ଅଟେ ।

(ଖ) ଗୋଟିଏ ଛୋଟିଆ ଘଟଣାରୁ କେମିତି ବିଜ୍ଞାନର ଏଡ଼େ ବଡ଼ ତଥ୍ୟଟିଏ ମିଳିଗଲା !
Answer:
ଗୋଟିଏ ଛୋଟିଆ …………………………………… ତଥ୍ୟଟିଏ ମିଳିଗଲା !
ଶଂସିତ ଗଦ୍ୟାଶଟି ଡକ୍ଟର କୁଳମଣି ସାମଲଙ୍କ ଲିଖ୍ ‘କିଏ ଭାସେ, କିଏ ବୁଡ଼େ ?’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ବିଜ୍ଞାନର ଗୁରୁତ୍ଵପୂର୍ଣ୍ଣ ତଥ୍ୟ କିପରି ଛୋଟିଆ ଘଟଣାରୁ ମିଳିଯାଏ, ସେ ସମ୍ପର୍କରେ ଲେଖକ ଆଲୋକପାତ କରିଛନ୍ତି । ରାଜା ତିଆରି କରିଥିବା ମୁକୁଟଟି ଖାଣ୍ଟି ସୁନାର ନା କାରିଗର କିଛି ନକଲି ସୁନା ମିଶାଇଛି ତାହା ଜାଣିବାକୁ ରାଜା ଆର୍କିମେଡ଼ିସ୍‌ଙ୍କୁ ଦାୟିତ୍ଵ ଦେଇଥିଲେ । ମୁକୁଟଟିକୁ ନ ଭାଙ୍ଗି କିମ୍ବା ନିଆଁରେ ନ ତରଳାଇ ଏ କଥା ଜାଣିବାକୁ ପଡ଼ିବ । ସେ ବହୁତ ଦିନ ଧରି ଏ ବିଷୟରେ ଚିନ୍ତାକଲା ପରେ ଥରେ ଗାଧୁଆ ଘରେ ପାଣି କୁଣ୍ଡରେ ପଶି ଗାଧୋଇବାବେଳେ ଏହି ବୈଜ୍ଞାନିକ ତଥ୍ୟଟିକୁ ଜାଣିପାରିଲେ ।

ପାଣିକୁଣ୍ଡରେ ବସିବା ଫଳରେ ଯେତିକି ପରିମାଣରେ ପାଣି ବାହାରକୁ ଉଛୁଳିଗଲା, ସେହି ପରିମାଣର ଠେଲାବଳ ପ୍ରୟୋଗକରି ପାଣି ତାଙ୍କୁ ଉପରକୁ ଠେଲୁଥ‌ିବାର ସେ ଅନୁଭବ କଲେ । ଏହି ତଥ୍ୟକୁ ଆଧାରକରି ଆର୍କିମେଡ଼ିସ୍‌ ରାଜାଙ୍କ ସୁନା ମୁକୁଟଟି କେତେ ଖାଣ୍ଟି ତାହା ଜାଣିପାରିଥିଲେ । ଆର୍କିମେଡ଼ିସ୍‌ ବୈଜ୍ଞାନିକ ଓ ଗଣିତଜ୍ଞ ଥିଲେ । ସେ ଗାଧୁଆଘରୁ ଯେଉଁ ତଥ୍ୟଟି ପାଇଥିଲେ, ତାହାକୁ ଆଧାର କରି ବସ୍ତୁଟିଏ କାହିଁକି ପାଣିରେ ବୁଡ଼େ ବା ଭାସେ, ସେ ସମ୍ପର୍କରେ ଏକ ବୈଜ୍ଞାନିକ ତଥ୍ୟ ବାହାର କରିପାରିଥିଲେ । ଏପରି ଏକ ଛୋଟିଆ ଘଟଣାରୁ ହିଁ ବିଜ୍ଞାନର ଏକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିପାରିଲା, ଯାହାପାଇଁ ସେହି ବୈଜ୍ଞାନିକ ପୃଥ‌ିବୀ ପ୍ରସିଦ୍ଧ ହୋଇପାରିଥିଲେ । ବାସ୍ତବରେ ଲେଖକଙ୍କର ଏହି ମନ୍ତବ୍ୟ ଯୁକ୍ତିଯୁକ୍ତ ଅଟେ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୪।
ଏହି ପାଠରେ ‘ଠେଲାଠେଲି’ ପରି କେତେଗୁଡ଼ିଏ ଯୋଡ଼ା ଶବ୍ଦ ରହିଛି । ତାକୁ ଖୋଜି ବାହାର କର ।
Answer:
ଗଡ଼ାଗଡ଼ି, ମରାମରି, କୁହାକୁହି, ପୂରାପୂରି ।

Question ୫।
ତଳ ଅନୁଚ୍ଛେଦଟିରେ କୌଣସି ବିରାମ ଚିହ୍ନ ଦିଆଯାଇ ନାହିଁ । ଉପଯୁକ୍ତ ବିରାମ ଚିହ୍ନ ଲଗାଇ ଅନୁଚ୍ଛେଦଟିକୁ ଆଉ ଥରେ ଲେଖ ।
ମୁନା କିନ୍ତୁ ଛାଡ଼ିବା ପିଲା ନୁହେଁ ସେ କହିଲା ନାହିଁ ମ ଅଜା କେତେ ପରିମାଣର ଲୁହା ବା ଶୋଲକୁ କେତେ ପରିମାଣର ପାଣି ସେ କଥା ନ କହିଲେ କିଏ ଓଜନିଆ କିଏ ହାଲୁକା ଜାଣିହେବ କେମିତି
Answer:
ମୁନା କିନ୍ତୁ ଛାଡ଼ିବା ପିଲା ନୁହେଁ । ସେ କହିଲା, ‘ନାହିଁମ ଅଜା, କେତେ ପରିମାଣର ଲୁହା ବା ଶୋଲକୁ କେତେ ପରିମାଣର ପାଣି ଦରକାର, ସେକଥା ନ କହିଲେ, କିଏ ଓଜନିଆ, କିଏ ହାଲୁକା ଜାଣିହେବ କେମିତି ?’’

Question ୬।
ନିମ୍ନଲିଖ ଶବ୍ଦଗୁଡ଼ିକୁ ବ୍ୟବହାର କରି ମନରୁ ବାକ୍ୟ
ଅନତାପ, ପ୍ରତିଭାବାନ୍, ସ୍ୱତ୍ର, ଗଣିତଜ୍ଞ
Answer:
ଅନୁତାପ – ନିଜର ଦୋଷପାଇଁ ହରି ଅନୁତାପ
ପ୍ରତିଭାବାନ୍ – ରାମ ଗୋଟିଏ ପ୍ରତିଭାବାନ୍ ପିଲା ଅଟେ ।
ସୂତ୍ର – ଗଣିତର ସୂତ୍ର ନ ଜାଣିଲେ ଗଣିତ କଷି ହେବ ନାହିଁ ।
ଗଣିତଜ୍ଞ – ପିଥାଗୋରସ୍ ଜଣେ ମହାନ୍ ଗଣିତଜ୍ଞ ଥିଲେ ।

Question ୭ ।
‘କ’ ସ୍ତମ୍ଭର ଯେଉଁ ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥ‌ିବା ଶବ୍ଦର ସମ୍ପର୍କ ଅଛି, ତାକୁ ବାଛି ଲେଖ ।

‘କ’ ସ୍ତମ୍ଭ ‘ଖ’
ସୁନ୍ଦର ସୁନା
ଶାନ୍ତି ଯନ୍ତ୍ରି
ନିଶ୍ ଅବସ୍ଥା
ତାକବାଜି ଲୁଗା
ଉଲଗ୍ନ ସ୍ୱର
ଖାଣ୍ଟି ଶୃଙ୍ଖଳା

Answer:

‘କ’ ସ୍ତମ୍ଭ ‘ଖ’
ସୁନ୍ଦର ସ୍ୱର
ଶାନ୍ତି ଶୃଙ୍ଖଳା
ନିଶ୍ ଫୁଲାଇ
ତାକବାଜି ଯନ୍ତ୍ରି
ଉଲଗ୍ନ ଅବସ୍ଥା
ଖାଣ୍ଟି ସୁନା

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୮।
ନିମ୍ନଲିଖ୍ ଶବ୍ଦଗୁଡ଼ିକୁ ବ୍ୟବହାର କରି ଆର୍କିମେଡ଼ିସ୍‌ଙ୍କ ସମ୍ପର୍କରେ ଅନୁଚ୍ଛେଦଟିଏ ଲେଖ ।
ସିସିଲି, ମୂଲ୍ୟବାନ୍ ତଥ୍ୟ, ସିରାକ୍ୟୁଜ୍ ରାଜା, ଅନୁତାପ, ଶତ୍ରୁ ସୈନ୍ୟ, ସମ୍ମାନ, ପ୍ରତିଭାବାନ୍
Answer:
ମାନବ ଜଗତକୁ ଏଭଳି ଏକ ମୂଲ୍ୟବାନ୍ ତଥ୍ୟ ଦେଇଥ‌ିବା ବୈଜ୍ଞାନିକ ଆର୍କିମେଡ଼ିସ୍‌ ଇଟାଲୀର ସିସିଲି ଦ୍ବୀପ ଅନ୍ତର୍ଗତ ସିରାକ୍ୟୁଜ୍ ସହରରେ ଖ୍ରୀ.ପୂ. ୨୮୭ରେ ଜନ୍ମଗ୍ରହଣ କରିଥିଲେ ଓ ଖ୍ରୀ.ପୂ. ୨୧୨ରେ ମୃତ୍ୟୁବରଣ କରିଥିଲେ । ସେତେବେଳେ ସିରାକ୍ୟୁଜ୍‌ର ରାଜାଙ୍କ ସହିତ ରୋମୀୟମାନଙ୍କର ବରାବର ଯୁଦ୍ଧ ହେଉଥିଲା । ରୋମୀୟମାନେ ସିରାକ୍ୟୁଜ୍ ଦଖଲ କଲାବେଳେ ଚିହ୍ନି ନପାରି ଭୁଲ୍‌ରେ ତାଙ୍କୁ ହତ୍ୟା କଲେ । ଏକଥା ଜଣାପଡ଼ିବା ପରେ ସେମାନେ ଖୁବ୍ ଅନୁତାପ କରିଥିଲେ । କାରଣ ସେମାନେ ଆର୍କିମେଡ଼ିସ୍‌ଙ୍କୁ ଆଗରୁ ଦେଖୁ ନଥିଲେ ମଧ୍ୟ ତାଙ୍କ ନାଆଁ ଶୁଣିଥିଲେ । ଶତ୍ରୁ ସୈନ୍ୟ ହେଲେ ମଧ୍ୟ ଏଭଳି ଜଣେ ପ୍ରତିଭାବାନ୍ ବୈଜ୍ଞାନିକଙ୍କ ପାଖରେ ସେମାନଙ୍କର ମୁଣ୍ଡ ନଇଁଗଲା । ତାଙ୍କ ଉଦ୍ଦେଶ୍ୟରେ ଭକ୍ତି ଓ ସମ୍ମାନ ଜଣାଇ ଶବକୁ ନେଇ ସମାଧି ଦେଲେ ।

Question ୯।
‘ଅଭିନୟ’ ଶବ୍ଦରୁ ଯେପରି ‘ଅଭିନୀତ’ ହେଉଛି, ସେପରି ନିମ୍ନଲିଖ୍ ଶବ୍ଦଗୁଡ଼ିକର ନୂଆ ରୂପଟି କ’ଣ ହେବ ଲେଖ ।
ଆବିଷ୍କାର, ଶୃଙ୍ଖଳା, ପୁରସ୍କାର, ଅନୁମାନ, ଅନୁଭବ
Answer:
ଆବିଷ୍ଣାର – ଆରିଷ୍ଠତ
ଶୃଙ୍ଖଳା – ଣ୍ଠଙ୍ଖଳିତ
ପୁରସ୍କାର – ପୁରସୃତ
ଅନ୍ୟମାନ – ଅନୁମିତ
ଅନୁଭବ – ଅନୁଭୂତ

Question ୧୦।
‘ଗଣିତ ଯେ ଜାଣନ୍ତି’ ତାଙ୍କୁ ଗୋଟିଏ ଶବ୍ଦରେ କୁହାଯାଏ ‘ଗଣିତଜ୍ଞ’ । ସେହିପରି ଏମାନଙ୍କୁ ଗୋଟିଏ ଶବ୍ଦରେ କ’ଣ କୁହାଯାଏ, ଲେଖ ।
Answer:
ସଙ୍ଗୀତ ଯେ ଜାଣନ୍ତି – ସଙ୍ଗୀତଜ୍ଞ
ବେଦ ଯେ ଜାଣନ୍ତି – ବେଦଜ୍ଞ
ଶାସ୍ତ୍ର ଯେ ଜାଣନ୍ତି – ଶାସ୍ତ୍ରଜ୍ଞ
ଆଇନ ଯେ ଜାଣନ୍ତି – ଆଇନଜ୍ଞ
ରାଜନୀତି ଯେ ଜାଣନ୍ତି – ରାଜନୀତିଜ୍ଞ
ସଂସ୍କୃତ ଯେ ଜାଣନ୍ତି – ସଂସ୍କୃତଜ୍ଞ

ତୁମ ପାଇଁ କାମ:

୧। ଆର୍କିମିଡ଼ିସ୍‌ଙ୍କ ଫଟୋ ସଂଗ୍ରହ କରି ଶ୍ରେଣୀରେ ରଖ ।
୨। ଡକ୍ଟର କୂଳମଣି ସାମଲଙ୍କ ଲିଖ୍ ଅନ୍ୟ ବିଜ୍ଞାନଗଳ୍ପକୁ ସଂଗ୍ରହ କରି ପଢ଼ ।

ପରାକ୍ଷା ଉପଯୋଗା ଅତିରିକ୍ତ ପ୍ରଶ୍ନେ।ତ୍ତର:

Question ୧।
ଏକପଦରେ ପ୍ରକାଶ କର ।
Answer:
କଲ୍ୟାଣ କରେ ଯେ – କଲ୍ୟାଣକାରୀ
ନିଷ୍ଠା ଯାହାର ଅଛି – ନିଷ୍ଠାବାନ
ଯୁଦ୍ଧ କରିବା ଅଭ୍ୟାସ ଯାହାର – ପୁଦ୍ଧଖୋର
ଜଳକୁ ଧରନ୍ତି ଯେ – ଜଳଧର
ଶିକ୍ଷାନିମନ୍ତେ ଅନୁଷ୍ଠାନ – ଶିକ୍ଷାନୁଷ୍ଠାନ

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୨।
ଉପଯୁକ୍ତ ବିରାମ ଚିହ୍ନ ଦେଇ ଲେଖ ।
(କ) ଅଜା ପୁଣି ଆରମ୍ଭ କଲେ ଶୁଣ ତୁ ଯେଉଁ ପ୍ରଶ୍ନ ପଚାରିଥିଲୁ ତାହାରି ଉତ୍ତର ଦେବାପାଇଁ ମୁଁ ଏତେ କଥା କହୁଛି
Answer:
ଅଜା ପୁଣି ଆରମ୍ଭ କଲେ, ‘ଶୁଣ, ତୁ ଯେଉଁ ପ୍ରଶ୍ନ ପଚାରିଥିଲୁ ତାହାର ଉତ୍ତର ଦେବାପାଇଁ ମୁଁ ଏତେକଥା କହୁଛି ।’’

(ଖ) ସତକଥା ନାଟକର ନାଆଁ ଯିଏ ଶୁଣିଲା ସେ ଆଶ୍ଚର୍ଯ୍ୟାନ୍ବିତ ହେଲା ଏକି ବିପରୀତ କଥା ପଥରବୁଡ଼େ ଶୋଲ ଭାସେ ଏକଥା ବା କିଏ ନଜାଣେ ହେଲେ ଏଯାତ୍ରାଦଳ କହୁଛନ୍ତି ସଂପୂର୍ଣ୍ଣ ବିପରୀତ କଥା ।
Answer:
ସତକଥା, ନାଟକର ନାଆଁ ଯିଏ ଶୁଣିଲା, ସେ ଆଶ୍ଚର୍ଯ୍ୟାନ୍ବିତ ହେଲା । ଏ କି ବିପରୀତ କଥା ! ପଥର ବୁଡ଼େ, ଶୋଲ ଭାସେ, ଏ କଥା ବା କିଏ ନଜାଣେ ? ହେଲେ ଏ ଯାତ୍ରା ଦଳ କହୁଛନ୍ତି, ସଂପୂର୍ଣ୍ଣ ବିପରୀତ କଥା ।

Question ୩ ।
ସଂକ୍ଷେପରେ ଉତ୍ତର ଦିଅ ।
(କ) ନାଟକରେ କଥାଟା ଓଲଟା ହେଲା ବୋଲି ଲୋକେ କାହିଁକି କୁହାକୁହି ହେଲେ ?
Answer:
ନାଟକରେ ନିରୀହ ଓ ନିଘୋଷ ଲୋକଟିକୁ ପୋଲିସ୍ ଭୁଲ୍‌ରେ ଧରିନେଲା ଓ ଅଧିକ ଦୁଷ୍ଟ ଥ‌ି ଗୁଣ୍ଡାଟି କିଛି ଦଣ୍ଡ ନ ପାଇ ନିଶ ଫୁଲାଇ ଚାଲିଗଲା । ତେଣୁ ଲୋକେ ‘କଥାଟା ଓଲଟା ହୋଇଗଲା’ ବୋଲି କୁହାକୁହି ହେଲେ ।

(ଖ) ଅଜାଙ୍କ ସହ କିଏ ନାଟକ ଦେଖିବାକୁ ଯାଇଥିଲା ? ସେ କ’ଣ ବୁଝିପାରିଲା ନାହିଁ ?
Answer:
ମୁନା ଅଜାଙ୍କ ସହିତ ନାଟକ ଦେଖିବାକୁ ଯାଇଥିଲା । ସେ ଭାସିବା ବୁଡ଼ିବା କଥା କିଛି ବୁଝିପାରିଲା ନାହିଁ ।

(ଗ) କେଉଁଟି ପାଣିରେ ବୁଡ଼େ, କେଉଁଟି ପାଣିରେ ଭାସେ ବୋଲି ଅଜା କହିଲେ ?
Answer:
ପଥର ପାଣିରେ ବୁଡ଼େ ଓ ଶୋଲ ପାଣିରେ ଭାସେ ବୋଲି ଅଜା କହିଲେ ।

(ଘ) ଆଗକାଳରେ ଲୋକେ କ’ଣ ମାନି ନେଉଥିଲେ ?
Answer:
ଆଗକାଳରେ ଲୋକେ ଟିକିଏ ଅନ୍ଧବିଶ୍ଵାସୀ ଥିବା ହେତୁ ଯାହା ଶୁଣିଦେଲେ, ତାକୁ ନବୁଝି ନସୁଝି ସତ ବୋଲି ମାନି ନେଉଥିଲେ ।

(ଙ) ତରଳ ପାରଦରେ ଲୁହା ଭାସେ କାହିଁକି ?
Answer:
ଲୁହା ଖଣ୍ଡକୁ ତରଳ ପାରଦରେ ବୁଡ଼ାଇଲେ, ତାହା ଯେତିକି ପରିମାଣର ତରଳ ପାରଦକୁ ଉଚ୍ଛୁଳାଇ ଦିଏ, ତାହାର ଓଜନ ସେଇ ଲୁହା ଖଣ୍ଡିକର ଓଜନଠାରୁ ବେଶି ହେଉଥ‌ିବାରୁ ଲୁହା ଖଣ୍ଡଟି ବୁଡ଼ି ନଯାଇ ତରଳ ପାରଦରେ ଭାସିଥାଏ ।

(ଚ) ଶତ୍ରୁ ସୈନ୍ୟ ହେଲେ ମଧ୍ୟ ରୋମୀୟମାନେ ଅନୁତାପ କଲେ କାହିଁକି ?
Answer:
ରୋମୀୟମାନେ ଆର୍କିମେଡ଼ିସ୍‌ଙ୍କୁ ଆଗରୁ ଦେଖୁ ନଥିଲେ ମଧ୍ୟ ତାଙ୍କ ନାଆଁ ଶୁଣିଥିଲେ । ସେମାନେ ତାଙ୍କୁ ଚିହ୍ନି ନପାରି ଭୁଲ୍‌ରେ ହତ୍ୟାକରି ଦେଇଥ‌ିବାରୁ ଖୁବ୍ ଅନୁତାପ କରିଥିଲେ । ଶତ୍ରୁ ସୈନ୍ୟ ହେଲେ ମଧ୍ୟ ଏଭଳି ଜଣେ ପ୍ରତିଭାବାନ୍ ବୈଜ୍ଞାନିକଙ୍କ ନିକଟରେ ସେମାନଙ୍କ ମୁଣ୍ଡ ନଇଁ ଯାଇଥିଲା ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୪।
ସରଳାର୍ଥ ଲେଖ ।
(କ) ‘‘ଇଏ ପରା ହେଉଛି ବିଜ୍ଞାନଯୁଗ । ସେ କଥା ଆଉ ଚଳିବ ନାହିଁ ।’’
Answer:
ଇଏ ପରା ……………………………. ନାହିଁ ।
ଶଂସିତ ଉଦ୍ଧତାଂଶଟି ‘କିଏ ଭାସେ, କିଏ ବଡେ’ ପ୍ରବନ୍ଧର ଆନୀତ । ଉକ୍ତ ପ୍ରସଙ୍ଗରେ ପ୍ରାବନ୍ଧିକ ଡକ୍ଟର କୁଳମଣି ସାମଲ ବିଜ୍ଞାନଯୁଗର ଗୁରୁତ୍ଵ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ପରିବର୍ତ୍ତିତ ପରିସ୍ଥିତିରେ ବିଜ୍ଞାନ ସବୁକ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆଜିକାଲିର ପିଲାମାନେ ପ୍ରତ୍ୟେକ କଥାକୁ ନିଠେଇ କରି ଧରୁଛନ୍ତି । ସେମାନେ ବିନାଯୁକ୍ତ ଓ ବିନା ପ୍ରମାଣରେ କୌଣସି କଥାକୁ ସତ୍ୟ ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି । ଆଗ କାଳରେ ଲୋକମାନେ ଟିକିଏ ଅନ୍ଧବିଶ୍ଵାସୀ ଥିଲେ । ଯାହା ଗୋଟିଏ ଶୁଣିଦେଲେ ନ ବୁଝି ନ ସୁଝି ସତବୋଲି ମାନି ନେଇଥିଲେ, କିନ୍ତୁ ଇଏ ପରା ବିଜ୍ଞାନଯୁଗ । ବର୍ତ୍ତମାନ ସବୁର ପ୍ରମାଣ ଆବଶ୍ୟକ । ବାସ୍ତବରେ ପ୍ରସଙ୍ଗଟି ଯୁକ୍ତିଯୁକ୍ତ ଅଟେ ।

(ଖ) ‘ଇଏ ପରା ହେଉଛି ବିଜ୍ଞାନ ଯୁଗ ।’’
Answer:
ଇଏ, …………………………………… ବିଜ୍ଞାନ ଯୁଗ ।
ଶଂସିତ ଗଦ୍ୟାଶଟି ଡକ୍ଟର କୁଳମଣି ସାମଲଙ୍କ ଲିଖିତ ‘କିଏ ଭାସେ, କିଏ ବୁଡ଼େ ?’ ବିଷୟରୁ ଉଦ୍ଧୃତ । ଉକ୍ତ ପ୍ରସଙ୍ଗରେ ବିଜ୍ଞାନ ଯୁଗର ଗୁରୁତ୍ଵ ଉପରେ ଆଲୋକପାତ କରାଯାଇଛି । ଆଗକାଳର ଲୋକେ ଅନ୍ଧବିଶ୍ଵାସୀ ଥିଲେ । ଯାହା ଶୁଣିଦେଲେ ନ ବୁଝି ନ ଶୁଝି ସତ ବୋଲି ମାନି ନେଉଥିଲେ । ଏବେ କିନ୍ତୁ ବିଜ୍ଞାନ ଯୁଗରେ ସେପରି ହେଉନାହିଁ । ଲୋକଙ୍କର ବିଜ୍ଞାନ ଜ୍ଞାନ ବଢ଼ିବା ଫଳରେ ଅନ୍ଧବିଶ୍ଵାସ କମିଯାଇଛି । ଲୋକେ ସତ୍ୟାସତ୍ୟ ପରୀକ୍ଷା ନକରି କିଛି ଗ୍ରହଣ କରିବାକୁ ନାରାଜ । ମାତ୍ର ଆଜିକାଲିର ପିଲାମାନେ ପ୍ରତ୍ୟେକ କଥାକୁ ନିଠେଇ କରି ଧରୁଛନ୍ତି । ସେମାନେ ବିନା ଯୁକ୍ତି ଓ ବିନା ପ୍ରମାଣରେ କୌଣସି କଥାକୁ ସତ୍ୟ ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି । ବର୍ତ୍ତମାନ ସବୁର ପ୍ରମାଣ ଦରକାର । ତେଣୁ ବିନା ଯୁକ୍ତି ବିନା ପ୍ରମାଣରେ ମୁନା ଅଜାଙ୍କ କଥା ମାନିବାକୁ ପ୍ରସ୍ତୁତ ନୁହେଁ । ଉକ୍ତ ପ୍ରସଙ୍ଗଟିର ବର୍ଣ୍ଣନା ବେଶ୍ ଶିକ୍ଷଣୀୟ ହୋଇଛି ।

Question ୫।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଆର୍କିମେଡ଼ିସ୍‌ କିପରି ରାଜାଙ୍କ ମୁକୁଟ ଖାଣ୍ଟି ସୁନାରେ ତିଆରି କି ନାହିଁ ଜାଣିଲେ ?
Answer:
ଆର୍କିମେଡ଼ିସ୍‌ ଗୋଟିଏ ପାତ୍ରରେ ପାଣି ପୂଣ୍ଡକରି ସେଥରେ ମୁକୁଟଟିକୁ ବୁଡ଼ାଇଲେ । ପାତ୍ରରୁ ଯେତିକି ପାଣି ଉଚ୍ଛୁଳି ପଡ଼ିଲା ତାକୁ ନେଇ ଓଜନ କଲେ । ତା’ପରେ ମୁକୁଟଟିକୁ ବାହାର କରିନେଇ ପାତ୍ରଟିକୁ ପୁଣି ଜଳପୂର୍ଣ୍ଣ କଲେ । ଏଥର ମୁକୁଟ ଓଜନର ଖାଣ୍ଟିସୁନା ଆଣି ସେହି ପାତ୍ରରେ ବୁଡ଼ାଇଲେ । ଏଥର ଯେତିକି ପାଣି ଉଛୁଳି ପଡ଼ିଲା ତାକୁ ଓଜନ କଲେ । ଦୁଇଥର ଉଛୁଳିଥ‌ିବା ପାଣିର ଓଜନ ଯଦି ସମାନ ହେଲା, ତେବେ ମୁକୁଟଟି ଖାଣ୍ଟି ସୁନାରେ ତିଆରି । ଯଦି ଓଜନ କମ୍ କିମ୍ବା ବେଶି ହେଲା ତେବେ ମୁକୁଟରେ ଖାଣ୍ଟି ସୁନା ବଦଳରେ କିଛି ନକଲି ଜିନିଷ ମିଶିଛି । ଏହି ସୂତ୍ର ବ୍ୟବହାର କରି ଆର୍କିମେଡ଼ିସ୍‌ ରାଜାଙ୍କ ମୁକୁଟ ଖାଣ୍ଟି ସୁନାରେ ତିଆରି କି ନୁହେଁ ଜାଣିପାରିଲେ ।

(ଖ) ଗାଧୋଇବା ସମୟରେ ଆର୍କିମେଡ଼ିସ୍‌ଙ୍କ ମୁଣ୍ଡକୁ କେଉଁକଥା ଜୁଟିଗଲା ?
Answer:
ଗାଧୋଇବା ସମୟରେ ପାଣିଭର୍ତ୍ତି କୁଣ୍ଡରେ ଆର୍କିମେଡ଼ିସ୍‌ ପ୍ରବେଶ କରିବା ମାତ୍ରେ ସେଥୁରୁ କିଛି ପାଣି ଉଚ୍ଛୁଳି ବାହାରକୁ ଚାଲିଗଲା । ସେ କୁଣ୍ଡ ଭିତରେ ବସିଥିବାବେଳେ ଅନୁଭବ କଲେ, କେହି ଯେପରି ତାଙ୍କୁ ଉପରକୁ ଠେଲି ଦେଉଛି । କୌଣସି ପଦାର୍ଥ ବା ବସ୍ତୁକୁ ପାଣିରେ ବୁଡ଼ାଇଲେ ତା’ର ଓଜନ କମିଗଲା ପରି ବୋଧହୁଏ । ପଦାର୍ଥ ବା ବସ୍ତୁ ପାଣି ଭିତରେ ଯେତିକି ସ୍ଥାନ ଅଧିକାର କରେ, ସେହି ସ୍ଥାନରେ ଥ‌ିବା ପାଣିର ଓଜନ ଯେତିକି, ପଦାର୍ଥ ବା ବସ୍ତୁର ଓଜନ ସେତିକି କମିଯାଏ । ଏହି କଥାଟି ଆର୍କିମେଡ଼ିସ୍‌ଙ୍କ ମୁଣ୍ଡକୁ ଜୁଟିଗଲା, ଯାହାକୁ ଆଧାର କରି ରାଜାଙ୍କ ସୁନା ମୁକୁଟଟି କେତେ ଖାଣ୍ଟି, ତାହା ସେ ଜାଣିପାରିଲେ ।

(ଗ) ନାଟକର ନାଁ ଶୁଣି ଲୋକେ କାହିଁକି ଆଶ୍ଚର୍ଯ୍ୟାନ୍ବିତ ହେଲେ ?
Answer:
ଲେଖକଙ୍କ ସହରକୁ ଥରେ ଏକ ଯାତ୍ରାଦଳ ଆସିଥିଲେ । ସେମାନେ ଭଲ ଭଲ ନାଟକ ଅଭିନୟ କରୁଥିଲେ । କେଉଁଦିନ କେଉଁ ନାଟକ ଅଭିନୀତ ହେବ, ଆଗରୁ ଘୋଷଣା କରୁଥିଲେ । ଦିନେ ସେମାନେ ଏକ ନୂଆ ଧରଣର ନାଟକ କଥା ପ୍ରଚାର କଲେ । ନାଟକର ନାମ ଥିଲା ‘ଭାସିଲା ପଥର ବୁଡ଼ିଲା ଶୁଣି ଲୋକେ ଆଶ୍ଚର୍ଯ୍ୟ ହେଲେ । ପଥର ବୁଡ଼େ, ଶୋଲ ଭାସେ ଏକଥା ଦଳ ବିପରୀତ କଥା ପ୍ରଚାର କରୁଥିବାରୁ ଲୋକେ ଆଶ୍ଚର୍ଯ୍ୟ ହେଲେ । ଶୋଲ’ । ନାଟକର ଏଭଳି ନାଁ ସମସ୍ତେ ଜାଣନ୍ତି । କିନ୍ତୁ ଏ ନାଟକ

(ଘ) ଲୋକମାନେ କେଉଁଥିପାଇଁ ଆର୍କିମେଡ଼ିସ୍‌ଙ୍କୁ ପାଗଳ ବୋଲି ଭାବିଲେ ?
Answer:
ଆଜିକୁ ଦୁଇହଜାର ବର୍ଷ ପୂର୍ବେ ଇଟାଲୀ ଦେଶରେ ଆର୍କିମେଡ଼ିସ୍‌ ନାମରେ ଜଣେ ବୈଜ୍ଞାନିକ ଥିଲେ । ସେହି ଦେଶର ରାଜା ଥରେ ନିଜ ପାଇଁ ଏକ ସୁନାମୁକୁଟ ତିଆରି କରିଥିଲେ । ମୁକୁଟଟି ଖାଣ୍ଟି ସୁନାରେ ତିଆରି କି ସେଥ‌ିରେ କିଛି ନକଲି ଜିନିଷ ମିଶିଛି ରାଜା ତାହା ଜାଣିବାକୁ ଚାହିଁଲେ । ମୁକୁଟଟିକୁ ନ ଭାଙ୍ଗି କି ନିଆଁରେ ନ ତରଳାଇ ଏହା ଜାଣିବାକୁ ଆର୍କିମେଡ଼ିସ୍‌ଙ୍କୁ ଦାୟିତ୍ଵ ଦିଆଗଲା । ସେ ଥରେ ଗାଧୁଆ କୁଣ୍ଡରେ ଉଲଗ୍ନ ହୋଇ ପଶିଥ‌ିବା ବେଳେ କିଛି ଜଳ ଉଛୁଳି ବାହାରିଗଲା । ସେ କୁଣ୍ଡ ଭିତରେ ବସିଥିବା ବେଳେ ତାଙ୍କୁ କିଏ ଉପରକୁ ଠେଲିବା ଭଳି ଲାଗିଲା । ସେଇଥୁରୁ ସେ ରାଜା ଦେଇଥ‌ିବା ଦାୟିତ୍ଵ ସମାଧାନର ସୂତ୍ର ପାଇଗଲେ । ସେ ହଠାତ୍ କୁଣ୍ଡରୁ ଉଠିପଡ଼ି ‘ଇଉରେକା’ ‘ଇଉରେକା’ କହି ଖୁସିରେ ଦାଣ୍ଡରେ ଧାଇଁଲେ । ସେ ଲୁଗା ପିନ୍ଧିବାକୁ ମଧ୍ୟ ଭୁଲିଯାଇଥିଲେ । ଆର୍କିମେଡ଼ିସ୍‌ଙ୍କ ଭଳି ବୈଜ୍ଞାନିକ ଉଲଗ୍ନ ହୋଇ ମଝିଦାଣ୍ଡରେ ଦୌଡୁଥ‌ିବା ଦେଖ୍ ଲୋକେ ତାଙ୍କୁ ପାଗଳ ବୋଲି ଭାବିଲେ ।

(ଙ) କେଉଁ କାରଣରୁ ନାଟକ ଶେଷରେ ଲୋକମାନେ ହତାଶ ହେଲେ ?
Answer:
‘ଭାସିଲା ପଥର ବୁଡ଼ିଲା ଶୋଲ’ ପରି ନାଟକ ନାଁ ଶୁଣି ଲୋକମାନଙ୍କ କୌତୂହଳ ବଢ଼ିଗଲା । ଯାତ୍ରା ଦେଖିବାପାଇଁ ବହୁଆଡୁ ବହୁଲୋକ ଆସି ଭିଡ଼ ଜମାଇଲେ । ଲୋକମାନେ ଟିକେଟ କାଟି ନାଟକ ଦେଖୁବାକୁ ଭିତରେ ପଶିଲେ । ପୁଲିସ ବାହାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ଜଗି ରହିଲା । ମାତ୍ର ନାଟକ ଦେଖୁରିବା ପରେ ଲୋକମାନେ ନିରାଶ ହେଲେ । କାରଣ ଯାତ୍ରାରେ ପଥର ନଥିଲା କି ଶୋଲ ନଥିଲା । ନାଟକର ବିଷୟବସ୍ତୁ ନିତିଦିନିଆ ଘଟଣା ପରି ଥିଲା । ନାଟକରେ ନିଘୋଷ ଲୋକଟିକୁ ପୋଲିସ୍ ଧରିନେଲା, ମାତ୍ର ଗୁଣ୍ଡାମି କରୁଥିବା ଲୋକଟି ନିଶ ଫୁଲାଇ ଚାଲିଗଲା ।

ଲେଖକ ପରିଚୟ:

ଡକ୍ଟର କୁଳମଣି ସାମଲ (୧୯୨୯) କଟକ ଜିଲ୍ଲାର ନୃତାଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଜଣେ ଲୋକପ୍ରିୟ ବିଜ୍ଞାନ ଲେଖକ ଭାବରେ ସେ ପରିଚିତ । ବିଜ୍ଞାନ ସାହିତ୍ୟ ପାଇଁ ସେ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ଓ ଉତ୍କଳ ସାହିତ୍ୟ ସମାଜ ତରଫରୁ ପୁରସ୍କୃତ ହୋଇଛନ୍ତି । ବୁର୍ଲା ଇଞ୍ଜିନିୟରିଂ କଲେଜର ପଦାର୍ଥ ବିଜ୍ଞାନ ବିଭାଗରେ ପ୍ରଫେସର ଭାବରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିଛନ୍ତି । ତାଙ୍କ ଲିଖ୍ ଲୋକପ୍ରିୟ ବିଜ୍ଞାନ ପୁସ୍ତକଗୁଡ଼ିକ ମଧ୍ୟରେ ‘ମହାକାଶର ଆହ୍ଵାନ’, ‘ଆଈମା’ କାହାଣୀ ନୁହେଁ”, ‘ସଭ୍ୟତାର ତିନୋଟି ସୋପାନ’, ‘ବିଶ୍ୱବିଖ୍ୟାତ ବୈଜ୍ଞାନିକ’ ଆଦି ପ୍ରଧାନ ।

ବିଷୟ ସୂଚନା:

ଏହା ବିଜ୍ଞାନର ବିଷୟବସ୍ତୁ ଉପରେ ଆଧାରିତ ଏକ ବିଷୟ । ଜଳରେ କେଉଁ ବସ୍ତୁ ଭାସେ ଓ କେଉଁ ବସ୍ତୁ ବୁଡ଼େ, ତାହାର ବୈଜ୍ଞାନିକ ସିଦ୍ଧାନ୍ତକୁ ଗଳ୍ପ ମାଧ୍ୟମରେ ଏଥିରେ ଉପସ୍ଥାପନ କରାଯାଇଛି । ଏହି ତତ୍ତ୍ଵକୁ କିପରି ବୈଜ୍ଞାନିକ ଆର୍କିମେଡ଼ିସ୍‌ ବାହାର କରିଥିଲେ, ତାହାକୁ ଏଥିରେ ବର୍ଣ୍ଣନା କରାଯାଇଛି ।

ସାରକଥା:

ସେଥର ସହରରେ ଗୋଟିଏ ଯାତ୍ରାଦଳ ନୂଆ ନାଟକ ପରିବେଷଣ କରିବେ ବୋଲି ଘୋଷଣା କରିଥିଲେ । ନାଟକର ନାଁ ଥିଲା ‘ଭାସିଲା ପଥର ବୁଡ଼ିଲା ଶୋଲ’। ସନ୍ଧ୍ୟାବେଳେ ନାଟକ ଦେଖ‌ିବାକୁ ଲୋକମାନେ ଭିଡ଼ ଲଗାଇଲେ । ନାଟକ ଦେଖୁରି ଶେଷରେ ଲୋକମାନେ ନିରାଶ ହେଲେ । ସେଥ‌ିରେ ପଥର କି ଶୋଲ ନଥିଲା । ବରଂ ଦୁଇଜଣ ଲୋକଙ୍କ ଲଢ଼େଇକୁ ନେଇ ନାଟକଟି ହୋଇଥିଲା । ନିରୀହ ଲୋକଟିକୁ ପୋଲିସ୍ ଧରିନେଲା । ବିଚରା ଲୋକଟି ଦୁଃଖରେ ବୁଡ଼ିଗଲା । ମାତ୍ର ଦୁଷ୍ଟ ଗୁଣ୍ଡା ଲୋକଟା କିଛି ଦଣ୍ଡ ନପାଇ ଖୁସିରେ ଭାସିଲା।

ଅଜାଙ୍କ ସହ ମୁନା ନାଟକ ଦେଖୁବାକୁ ଯାଇଥିଲା । ସେ ଅଜାଙ୍କୁ ପଚାରିଲା, ପଥର କାହିଁକି ବୁଡ଼େ, ଶୋଲ କାହିଁକି ଭାସେ ? ଅଜା କହିଲେ, ପଥର ଓଜନିଆ, ତେଣୁ ସେ ବୁଡ଼ିଯାଏ; ମାତ୍ର ଶୋଲ ହାଲୁକା, ତେଣୁ ସେ ଭାସେ । ମୁନା କହିଲା, ତେବେ ଦୁଇକିଲୋ ଓଜନର ଶୋଲ ବିଡ଼ା ବେଶି ଓଜନିଆ ନା କିଲେ ଓଜନର ଖଣ୍ଡେ ଲୁହା ବେଶି ଓଜନିଆ । ଯଦି ଦୁଇକିଲୋ ଓଜନର ଶୋଲ ବିଡ଼ା ବେଶି ଓଜନିଆ ହୁଏ, ତେବେ ତାହା ପାଣିରେ ବୁଡ଼ିଯିବ । ଆଉ କିଲେ ଓଜନର ଲୁହା ଖଣ୍ଡକ ପାଣିରେ ଭାସିବ ।

ଅଜା ମୁନାର ଏଭଳି ପ୍ରଶ୍ନରେ ଟିକେ ହଡ଼ବଡ଼େଇ ଗଲେ । ମୁନା ଯେ ବିନା ଯୁକ୍ତି ଓ ବିନା ପ୍ରମାଣରେ କିଛି କଥାକୁ ସତ୍ୟ ବୋଲି ମାନିବାକୁ ପ୍ରସ୍ତୁତ ନୁହେଁ, ତାହା ଜାଣିଲେ । ଏ ବିଜ୍ଞାନ ଯୁଗରେ ଅନ୍ଧବିଶ୍ଵାସୀ ହେଲେ ଚଳିବ ନାହିଁ । ତେଣୁ ସେ କ’ଣ କହି ନାତିକୁ ବୁଝାଇବେ ଚିନ୍ତା କଲେ । ତାଙ୍କର ବୈଜ୍ଞାନିକ ଆର୍କିମେଡ଼ିସ୍‌ଙ୍କ କଥା ମନେପଡ଼ିଗଲା । ଆର୍କିମେଡ଼ିସ୍‌ ଥରେ ନିଜର ଗାଧୁଆଘରେ ବଡ଼ କୁଣ୍ଡରେ ପଶିଲାମାତ୍ରେ ସେଥୁରୁ କିଛି ପାଣି ବାହାରି ବାହାରକୁ ଚାଲିଗଲା । ଆଉ ସେ କୁଣ୍ଡ ଭିତରେ ବସିଥିଲାବେଳେ ଅନୁଭବ କଲେ ଯେ କେହି ଯେପରି ତାଙ୍କୁ ଉପରକୁ ଠେଲି ଦେଉଛି । ଏହିଥୁରୁ ସେ ହଠାତ୍‌

ବିଜ୍ଞାନର ଗୋଟିଏ ନୂତନ ସତ୍ୟ ପାଇଗଲେ ଓ ‘ଇଉରେକା, ଇଉରେକା’ କହି ଉଲଗ୍ନ ଅବସ୍ଥାରେ ଦାଣ୍ଡରେ ଧାଇଁଲେ । ‘ଇଉରେକା’ ଶବ୍ଦର ଅର୍ଥ ‘ମୁଁ ପାଇଗଲି’। ସେ ବହୁଦିନ ଧରି ଖୋଜୁଥ‌ିବା ବିଜ୍ଞାନର ଗୋଟିଏ ତତ୍ତ୍ଵ ହଠାତ୍ ପାଇଯିବାରୁ ଖୁସିରେ ଏପରି ବିହ୍ବଳ ହୋଇଯାଇଥିଲେ । ରାଜାଙ୍କ ସୁନାର ମୁକୁଟଟି ଖାଣ୍ଟି ସୁନାରେ ନା କିଛି ନକଲି ସୁନା ମିଶିଛି ତାହା ଜାଣିବାକୁ ସେ ଦେଶର ରାଜା ତାଙ୍କୁ ପଚାରିଥିଲେ । ମାତ୍ର ମୁକୁଟଟିକୁ ନ ଭାଙ୍ଗି ନିଆଁରେ ନ ତରଳାଇ ଏହା ଜାଣିବାକୁ ରାଜା କହିଥିଲେ। ଆର୍କିମେଡ଼ିସ୍‌ ବହୁଦିନଧରି ଖୁବ୍ ଚିନ୍ତାରେ ଥିଲେ ।

ଅଜା ଗୋଟିଏ କଥା କହିବାକୁ ଯାଇ ଅନ୍ୟ କେଉଁଆଡ଼େ ଯାଇ ପଶିଲେଣି, ତେଣୁ ମୁନା ବ୍ୟସ୍ତ ହୋଇପଡୁଥାଏ । ଅଜା କହିଲେ, ବସ୍ତୁଟି ପାଣି ଭିତରେ ଯେତିକି ସ୍ଥାନ ଦଖଲ କରେ, ସେହି ସ୍ଥାନରେ ଥ‌ିବା ପାଣିକୁ ଓଜନ କଲେ ଯେତିକି ହେବ, ବସ୍ତୁର ଓଜନ ସେତିକି କମେ । ଫଳରେ ମନେହୁଏ ବସ୍ତୁଟିକୁ ଯେପରି ସେତିକି ବଳରେ କିଏ ଉପରକୁ ଠେଲୁଛି । ଯେକୌଣସି ତରଳ ପଦାର୍ଥର ଏଭଳି ଗୁଣ ଅଛି । ଖଣ୍ଡେ ଲୁହାକୁ ପାଣିରେ ପକାଇଲେ ତାହା ବୁଡ଼ିଯାଉଥିବାବେଳେ ତରଳ ପାରଦରେ ତାହା ଭାସିବ । କାରଣ ପାଣିର ଠେଲା ବଳ ଲୁହାର ଓଜନଠାରୁ କମ୍ ହୋଇଥିବାବେଳେ ତରଳ ପାରଦର ଠେଲା ବଳ ଲୁହାର ଓଜନଠାରୁ ବେଶି ।

ଅଜା କିଛି କହିବା ଆଗରୁ ମୁନା କହିଲା ଯେ, ଯେଉଁ ବସ୍ତୁ ତା’ ସମାନ ଆୟତନର ଜଳ ବା ସେଇଭଳି କୌଣସି ତରଳ ପଦାର୍ଥଠାରୁ ଅଧିକ ଓଜନିଆ ତାହା ବୁଡ଼ିଯିବ, କମ୍ ଓଜନ ବା ହାଲୁକା ହେଲେ ଭାସିବ । ପଥର ଭିତରେ ଫମ୍ପା ଜାଗା ରହିଲେ ତାହା ଭାସିବ । ଶୋଲ ଭିତରେ ଲୁହାଖଣ୍ଡେ ରଖିଦେଲେ ବୁଡ଼ିଯିବ । ଆର୍କିମେଡ଼ିସ୍‌ ଜଣେ ବଡ଼ ଗଣିତଜ୍ଞ ଥିଲେ । ଗାଧୁଆଘର ପାଣିକୁଣ୍ଡରୁ ସେ ବିଜ୍ଞାନର ଯେଉଁ ତଥ୍ୟଟି ପାଇଲେ, ସେଇ ତଥ୍ୟକୁ ପ୍ରୟୋଗକରି ରାଜାଙ୍କ ମୁକୁଟ ଖାଣ୍ଟି ସୁନାରେ ତିଆରି କି ନାହିଁ ଜାଣିପାରିଲେ । ଗୋଟିଏ ଛୋଟିଆ ଘଟଣାରୁ କେମିତି ବିଜ୍ଞାନର ଏତେବଡ଼ ତଥ୍ୟଟିଏ ମିଳିଗଲା ଜାଣି ମୁନା ଖୁସିରେ ତାଳି ମାରିଲା ।

ବୈଜ୍ଞାନିକ ଆର୍କିମେଡ଼ିସ୍‌ ଇଟାଲୀର ସିସିଲି ଦ୍ବୀପ ଅନ୍ତର୍ଗତ ସିରାକ୍ୟୁଜ ନାମକ ସହରରେ ଖ୍ରୀ.ପୂ. ୨୮୭ରେ ଜନ୍ମଗ୍ରହଣ କରିଥିଲେ ଓ ଖ୍ରୀ.ପୂ. ୨୧୨ରେ ମୃତ୍ୟୁବରଣ କରିଥିଲେ । ରୋମୀୟ ସୈନ୍ୟମାନେ ସିରାକ୍ୟୁଜ୍ ଦଖଲ କଲାବେଳେ ଆର୍କିମେଡ଼ିସ୍‌ ମଝି ରାସ୍ତାରେ ବସି ବାଲିରେ ଗାର ଟାଣି ଅଙ୍କ କଷୁଥିଲେ । ସେମାନେ ତାଙ୍କୁ ଚିହ୍ନି ନପାରି ଭୁଲ୍‌ରେ ହତ୍ୟା କରିଥିଲେ । ଏହା ଜାଣିବାପରେ ସେମାନେ ଖୁବ୍ ଅନୁତାପ କରିଥିଲେ । ଶତ୍ରୁସୈନ୍ୟ ହୋଇ ମଧ୍ୟ ଏପରି ଜଣେ ପ୍ରତିଭାବାନ୍ ବୈଜ୍ଞାନିକଙ୍କ ପାଖରେ ସେମାନଙ୍କ ମୁଣ୍ଡ ନଇଁଗଲା । ତାଙ୍କୁ ସମାଧି ଦେଇ ସେ କଷୁଥ‌ିବା ଅଙ୍କର ଚିତ୍ରଟିକୁ ସମାଧ୍ ଉପରେ ଆଙ୍କି ଦିଆଗଲା ।

କଠିନ ଶବ୍ଦାର୍ଥ:

  • ନିଠେଇ – ଟିକିନିଖ୍ ।
  • ଉଚ୍ଛୁଳି – ବାହାରିଯିବା ।
  • ଉଲଗ୍ନ – ଲଙ୍ଗଳା ।
  • ବିହ୍ବଳ – ଖୁସିରେ ।
  • ବରାବର – ସବୁବେଳେ ।
  • ଗଣିତଜ୍ଞ – ଯିଏ ଗଣିତ ଜାଣେ ।
  • ପ୍ରତିଭାବାନ୍ – ଯାହାର ପ୍ରତିଭା ଅଛି ।

Leave a Comment