BSE Odisha 6th Class Odia Solutions Chapter 13 ବୃକ୍ଷଲତା ଆମର ବନ୍ଧୁ

Odisha State Board BSE Odisha 6th Class Odia Solutions Chapter 13 ବୃକ୍ଷଲତା ଆମର ବନ୍ଧୁ Textbook Exercise Questions and Answers.

BSE Odisha Class 6 Odia Solutions Chapter 13 ବୃକ୍ଷଲତା ଆମର ବନ୍ଧୁ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ଶିଷ୍ୟ ଜଣକ ଗୁରୁଙ୍କ ପ୍ରଶ୍ନର କି ଉତ୍ତର ଦେଇଥିଲେ ?
Answer:
ଶିଷ୍ୟ ଜଣକ ଗୁରୁଙ୍କୁ କହିଲେ, ‘ଗୁରୁଦେବ, ମୁଁ କେତେ ଗାଁଗଣ୍ଡା, ବଣଜଙ୍ଗଲ ଓ ପାହାଡ଼ପର୍ବତ ବୁଲିଲି । କେଉଁଠି ଗୋଟିଏ ହେଲେ ଅଦରକାରୀ ଗଛ ବା ଲତା ଦେଖଲି ନାହିଁ । ପ୍ରତ୍ୟେକ ଗଛଲତାର ଉପକାରିତା ଅଛି । ପ୍ରତ୍ୟେକ ଉଦ୍ଭଦରେ ଔଷଧଗୁଣ ଭରି ରହିଛି । ସତେ ଯେପରି ମଣିଷ ଓ ପଶୁପକ୍ଷୀଙ୍କୁ ରୋଗମୁକ୍ତ କରି ସେମାନଙ୍କୁ ସୁସ୍ଥ ସବଳ ରଖିବାପାଇଁ ସେମାନେ ଜନ୍ମ ନେଇଛନ୍ତି ।’’

(ଖ) ଚରକ କେଉଁ ଶାସ୍ତ୍ର ଲେଖୁ ପ୍ରସିଦ୍ଧି ଲାଭ କରିଛନ୍ତି ?
Answer:
ଚରକ ‘ଚରକ ସଂହିତା’ ଶାସ୍ତ୍ର ଲେଖୁ ପ୍ରସିଦ୍ଧି ଲାଭ କରିଛନ୍ତି ।

(ଗ) ବୃକ୍ଷରୋପଣ ଅଧିକ ପୁଣ୍ୟକାର୍ଯ୍ୟ ବୋଲି କାହିଁକି କୁହାଯାଇଛି ?
Answer:
ବୃକ୍ଷ ମନୁଷ୍ୟର ଏକାନ୍ତ ଉପକାରୀ ବନ୍ଧୁ । ତେଣୁ ସୁସନ୍ତାନମାନଙ୍କୁ ଜନ୍ମଦେବା ଅପେକ୍ଷା ବୃକ୍ଷରୋପଣ ଅଧିକ ପୁଣ୍ୟକାର୍ଯ୍ୟ ବୋଲି ପୁରାଣରେ କୁହଯାଇଛି । ଅତୀତକାଳରେ ବୃକ୍ଷରୋପଣ କରି ଲୋକେ ଆନନ୍ଦଲାଭ କରୁଥିଲେ ।

(ଘ) ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବୃକ୍ଷଲତା କ’ଣ କରନ୍ତି ?
Answer:
ବୃକ୍ଷଲତା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି ।

(ଙ) ବୃକ୍ଷଲତା ନିକଟରେ ଆମେ ଋଣୀ ବୋଲି କହିବାର କାରଣ କ’’ଣ ?
Answer:
ବାୟୁମଣ୍ଡଳର ବିଶୁଦ୍ଧତା, ବୃଷ୍ଟିପାତ, ମୃତ୍ତିକା ସଂରକ୍ଷଣ, ବିଭିନ୍ନ ଖାଦ୍ୟ, ପାନୀୟ, ବସ୍ତ୍ର ଓ ବାସଗୃହ ଇତ୍ୟାଦି ପାଇଁ ଆମେ ବୃକ୍ଷଲତା ନିକଟରେ ଏକାନ୍ତ ଋଣୀ ଅଟୁ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୨।
ଉତ୍ତର ଲେଖ ।
(କ) ଆମ ଓଡ଼ିଶାର କେଉଁ ଅଞ୍ଚଳରେ ଅଳ୍ପବୃଷ୍ଟି ହୋଇଥାଏ ?
Answer:
ଆମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଅଳ୍ପବୃଷ୍ଟି ହୋଇଥାଏ ।

(ଖ) ଜଙ୍ଗଲ କାଟିଦେବାଦ୍ଵାରା ଆମର କି କି କ୍ଷତି ହେଉଛି ?
Answer:
ଜଙ୍ଗଲ କାଟିଦେବାଦ୍ଵାରା ମୃତ୍ତିକା କ୍ଷୟ ହୋଇ ମାଟି ଶୁଷ୍କ, ଟାଙ୍ଗର ଓ ଅନୁର୍ବର ହୋଇଯାଉଛି । ମରୁଭୂମିର ସଂପ୍ରସାରଣ ଘଟୁଛି । ମୃତ୍ତିକା କ୍ଷୟ ଯୋଗୁଁ ଜଳଭଣ୍ଡାର ଓ ନଦୀଶଯ୍ୟା ପୋତି ହୋଇଯାଉଛି । ଅରଣ୍ୟଲବ୍‌ଧ ବହୁ ଔଷଧ, ଖାଦ୍ୟପଦାର୍ଥ ଓ କଞ୍ଚାମାଲର ଅଭାବ ବଢ଼ିଚାଲିଛି । ଏପରିକି ବହୁ ପଶୁପକ୍ଷୀ ମଧ୍ୟ ଲୋପ ପାଇଯାଉଛନ୍ତି । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ୍‌ର ପରିମାଣ ବୃଦ୍ଧିପାଇ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି ଏବଂ ବୃଷ୍ଟିପାତର ପରିମାଣ ହ୍ରାସପାଇ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି ।

(ଗ) ବୃକ୍ଷଲତାକୁ ‘ସବୁଜ ସ୍ଵର୍ଣ୍ଣ’ ବୋଲି କହିବାର ଯଥାର୍ଥତା କ’ଣ ?
Answer:
ବୃକ୍ଷଲତା ବାୟୁମଣ୍ଡଳର ବିଶୁଦ୍ଧତା ରକ୍ଷା କରେ, ବୃଷ୍ଟିପାତର ପରିମାଣ ବୃଦ୍ଧି କରେ, ମୃତ୍ତିକା କରେ, ବିଭିନ୍ନ ଖାଦ୍ୟ, ପାନୀୟ, ବସ୍ତ୍ର, ବାସଗୃହ ଇତ୍ୟାଦି ପ୍ରଦାନ କରେ । ମାନବ ସଭ୍ୟତା ଓ ଜୀବନକୁ ବୃକ୍ଷଲତାର ଦାନ ଅତୁଳନୀୟ । ତେଣୁ ଏହାକୁ ‘ସବୁଜସ୍ଵର୍ଣ୍ଣ’ ବୋଲି କୁହାଯାଏ । ଯଥାର୍ଥରେ ଏହା ସୁନାଠାରୁ ଅଧିକ ମୂଲ୍ୟବାନ୍ !

(ଘ) କେଉଁ ଉପାୟରେ ଜଙ୍ଗଲର ବୃଦ୍ଧି କରାଯାଇ ପାରିବ ?
Answer:
ସାମାଜିକ ବନୀକରଣ, ମୃତ୍ତିକା ସଂରକ୍ଷଣ, ବନ ସଂରକ୍ଷଣ ଯୋଜନାକୁ ଫଳପ୍ରଦ କରି ଆମେ ନୂତନ ଅରଣ୍ୟ ସୃଷ୍ଟି ଓ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ କଲେ ଜଙ୍ଗଲର ବୃଦ୍ଧି କରାଯାଇ ପାରିବ ।

(ଙ) ମୃତ୍ତିକା କ୍ଷୟ ଘଟିବା ଫଳରେ କି କି କ୍ଷତି ହୁଏ ?
Answer:
ମୃତ୍ତିକା କ୍ଷୟ ଘଟିବା ଫଳରେ ଜଳଭଣ୍ଡାର ଓ ନଦୀ, ପୁଷ୍କରିଣୀର ଶଯ୍ୟା ପୋତି ହୋଇଯାଏ । ଆମ ରାଜ୍ୟର ହୀରାକୁଦ ଜଳଭଣ୍ଡାର ଅନୁରୂପ ବିପଦର ସମ୍ମୁଖୀନ ହୋଇଛି । ପୁନଶ୍ଚ ମୃତ୍ତିକା କ୍ଷୟ ଫଳରେ ଭୂମି ଶୁଷ୍କ, ଟାଙ୍ଗର ଓ ଅନୁର୍ବର ହୋଇ ପଡ଼ିରହେ ।

(ଚ) ଉଦ୍ଭଦ ଜଗତର ବିନା ସାହାଯ୍ୟରେ ପ୍ରାଣୀ ଜଗତ ବଞ୍ଚା ଅସମ୍ଭବ କାହିଁକି ?
Answer:
ପ୍ରାଣୀଜଗତର ବିନା ସାହାଯ୍ୟରେ ଉଭିଦଜଗତ ବଞ୍ଚିପାରେ; ମାତ୍ର ଉଭିଦଜଗତ ବିନା ପ୍ରାଣୀଜଗତ ବଞ୍ଚିବା ଅସମ୍ଭବ । ବାୟୁ ମଣ୍ଡଳର ବିଶୁଦ୍ଧତା, ବୃଷ୍ଟିପାତ, ମୃତ୍ତିକାସଂରକ୍ଷଣ, ବିଭିନ୍ନ ଖାଦ୍ୟ, ପାନୀୟ, ବସ୍ତ୍ର, ବାସଗୃହ ଇତ୍ୟାଦି ପାଇଁ ପ୍ରାଣୀଜଗତ ଉଭିଦଜଗତ ଉପରେ ଏକାନ୍ତ ନିର୍ଭରଶୀଳ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ସତେ ଯେପରି ମଣିଷ ଓ ପଶୁପକ୍ଷୀଙ୍କୁ ରୋଗମୁକ୍ତ କରି ସେମାନଙ୍କୁ ସୁସ୍ଥସବଳ ରଖିବା ପାଇଁ ସେମାନେ ଜନ୍ମ ନେଇଛନ୍ତି ।
Answer:
ସତେ ଯେପରି ……………………… ଜନ୍ମ ଜନ୍ମ ନେଇଛନ୍ତିା
ଉକ୍ତ ଗଦ୍ୟାଶଟି ଡକ୍ଟର ଜଗନ୍ନାଥ ମହାନ୍ତିଙ୍କ ଲିଖ୍ ‘ବୃକ୍ଷଲତା ଆମର ବନ୍ଧୁ’ ବିଷୟରୁ ଉଦ୍ଧୃତ । ବୃକ୍ଷଲତାର ଉପକାରିତା ଦର୍ଶାଇ ଚରକ ତାଙ୍କ ଗୁରୁଙ୍କୁ ଏପରି କହିଛନ୍ତି । ଥରେ ଗୁରୁ ଶିଷ୍ୟମାନଙ୍କୁ ପରୀକ୍ଷା କରିବାପାଇଁ ଚାହିଁଲେ । କେଉଁ ବୃକ୍ଷଲତାଗୁଡ଼ିକ ମନୁଷ୍ୟପାଇଁ ଦରକାରୀ ଓ କେଉଁଗୁଡ଼ିକ ଅଦରକାରୀ ପରୀକ୍ଷା କରି ଶିଷ୍ୟମାନଙ୍କୁ ଜଣାଇବାକୁ କହିଲେ । ଶିଷ୍ୟମାନେ ଜଙ୍ଗଲକୁ ଯାଇ କିଛି ଦିନ ପରେ ଫେରିଆସି କେଉଁ ବୃକ୍ଷଲତାଗୁଡ଼ିକ ଦରକାରୀ ଓ କେଉଁଗୁଡ଼ିକ ଅଦରକାରୀ ତାହା ଗୁରୁଙ୍କୁ ଜଣାଇଲେ । କିନ୍ତୁ ଚରକ ନାମକ ଜଣେ ଶିଷ୍ୟ ବର୍ଷକ ପରେ ଫେରିଲେ । ସେ ଗୁରୁଙ୍କୁ କହିଲେ ଯେ ସୃଷ୍ଟିରେ ପ୍ରତ୍ୟେକ ବୃକ୍ଷଲତା ଦରକାରୀ ।

ସେ କେତେ ଗାଁଗଣ୍ଡା, ବଣଜଙ୍ଗଲ, ପାହାଡ଼ ପର୍ବତ ବୁଲିଥିଲେ ମଧ୍ୟ କୌଣସିଠାରେ ଅଦରକାରୀ ବୃକ୍ଷଟିଏ ପାଇଲେ ନାହିଁ । ସମସ୍ତଙ୍କର କିଛି ନା କିଛି ଔଷଧୀୟ ଗୁଣ ଅଛି । ମଣିଷ ଓ ପଶୁପକ୍ଷୀଙ୍କ ରୋଗ ଭଲ କରି ସେମାନଙ୍କୁ ସୁସ୍ଥସବଳ ରଖୁବା ପାଇଁ ଉଭିଦମାନେ ଜନ୍ମ ନେଇଛନ୍ତି । ତେଣୁ କୌଣସି ବୃକ୍ଷଲତା ଅଦରକାରୀ ନୁହେଁ । ବାସ୍ତବରେ ଲେଖକ ବୃକ୍ଷଲତାମାନଙ୍କର ଯେଉଁ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଛନ୍ତି, ତାହା ଯଥାର୍ଥ ଅଟେ ।

(ଖ) ସମ୍ପ୍ରତି ବୃକ୍ଷଲତା ଅଭାବରେ ମନୁଷ୍ୟ କିପରି ବିପଦର ସମ୍ମୁଖୀନ ହୋଇଛି, ତାହା ସହଜରେ ଅନୁମେୟ ।
Answer:
ସମ୍ପ୍ରତି ବୃକ୍ଷଲତା …………………………. ସହଜରେ ଅନୁମେୟ ।
ଉଦ୍ଧୃତାଂଶଟି ଡକ୍ଟର ଜଗନ୍ନାଥ ମହାନ୍ତିଙ୍କ ଲିଖ୍ ‘ବୃକ୍ଷଲତା ଆମର ବନ୍ଧୁ’ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ବୃକ୍ଷଲତା ବିନା ମନୁଷ୍ୟ ଭୋଗୁଥ‌ିବା ଦୁର୍ଦ୍ଦଶା ସମ୍ପର୍କରେ ଆଲୋକପାତ କରିଛନ୍ତି । ବୃକ୍ଷଲତା ମନୁଷ୍ୟର ଏକାନ୍ତ ଉପକାରୀ ବନ୍ଧୁ । ସେମାନେ ମନୁଷ୍ୟର ଯେତେ ଉପକାର କରନ୍ତି, ତାହା କଳନା ବୃକ୍ଷଲତା ମନୁଷ୍ୟର ଏକାନ୍ତ ଉପକାରୀ ବନ୍ଧୁ । ସେମାନେ ମନୁଷ୍ୟର ଯେତେ ଉପକାର କରନ୍ତି, ତାହା କଳନା କରାଯାଇପାରିବ ନାହିଁ । ପରିବେଶ ସୁରକ୍ଷା, ମୃତ୍ତିକା ସଂରକ୍ଷଣ, ଜଳବାୟୁ ନିୟନ୍ତ୍ରଣ ତଥା ମନୁଷ୍ୟକୁ ଖାଦ୍ୟ ଓ ତା’ର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଯୋଗାଇବାରେ ବୃକ୍ଷଲତାର ଅଶେଷ ଭୂମିକା ରହିଛି ।

ବୃକ୍ଷଲତା ଅଭାବରେ ଅନିୟମିତ ବର୍ଷା ଯୋଗୁଁ ପୃଥ‌ିବୀର ବହୁ ଦେଶ ଦୁର୍ଗତିର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ସ୍ଥାନରେ ଅନାବୃଷ୍ଟି ହୋଇ ଦୁର୍ଭିକ୍ଷ ଦେଖାଯାଉଛି । ବୃକ୍ଷଲତାର ଅଭାବରେ ବାୟୁରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବଢ଼ିଚାଲିଛି । ଫଳରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି । ଆଜି ବୃକ୍ଷଲତାର ଅଭାବରେ ବହୁ ଦେଶରେ ମରୁଭୂମିର ଆୟତନ ବଢ଼ିଚାଲିଛି । ଏସବୁ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ବୃକ୍ଷଲତାର ଅଭାବରେ ମନୁଷ୍ୟ ଅନେକ ବିପଦର ସମ୍ମୁଖୀନ ହେଉଅଛି । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯଥାର୍ଥ ଅଟେ ।

Question ୪।
‘ମୁକ୍ତ’ ଶବ୍ଦ ଲଗାଇ ଯେଉଁପରି ‘ରୋଗମୁକ୍ତ’ ଶବ୍ଦ ହୋଇଛି, ସେହିପରି ‘ମୁକ୍ତ’ ଲଗାଇ ଆଉ ତିନୋଟି ଚିନ୍ତାମୁକ୍ତ, ଦୋଷମୁକ୍ତ, କଷ୍ଟମୁକ୍ତ । ଶବ୍ଦ ଲେଖ ।
Answer:
ଚିନ୍ତାମୁକ୍ତ, ଦୋଷମୁକ୍ତ, କଷ୍ଟମୁକ୍ତା

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୫।
ଯେପରି ‘ସଂପ୍ରସାରଣ’ ଶବ୍ଦରୁ ‘ସଂପ୍ରସାରିତ’, ‘ନିର୍ମାଣ’ ଶବ୍ଦରୁ ‘ନିର୍ମିତ’ ହୋଇପାରୁଛି, ସେହିଭଳି ତଳଲିଖତ ଶବ୍ଦଗୁଡ଼ିକର ରୂପ କ’ଣ ହେବ ଲେଖ ।
ପଠନ, ଗ୍ରହଣ, ଲିଖନ, ଚର୍ବଣ, କମ୍ପନ
Answer:
ପଠନ – ପଠିତ
ଗ୍ରହଣ – ଗୃହାତ
ଲିଖନ – ଲିଖ୍ ତ
ଚର୍ବଣ – ଚର୍ବତ
କମ୍ପନ – କମ୍ପିତ

Question ୬।
ପଶୁ ଓ ପକ୍ଷୀ ମିଶିଲେ ପଶୁପକ୍ଷୀ ହେଉଛି । ସେହିପରି ପାଞ୍ଚଟି ଯୋଡ଼ାଶବ୍ଦ ଏହି ପାଠରୁ ଖୋଜି ଲେଖ ।
Answer:
ଗଛଲତା, ବଣଜଙ୍ଗଲ, ଗାଁଗଣ୍ଡା, ପାହାଡ଼ପର୍ବତ, କଳକାରଖାନା ।

Question ୭।
‘ଶ୍ୟାମଳ ଅରଣ୍ୟ’ । ଏଠାରେ ‘ଶ୍ୟାମଳ’ ଶବ୍ଦଟି ଏକ ବିଶେଷଣ ପଦ । ସେହିପରି ‘ଅରଣ୍ୟ’ ପୂର୍ବରୁ ଆଉ ୩ଟି ବିଶେଷଣ ପଦ ଲଗାଇ ନୂଆ ଶବ୍ଦ ଲେଖ ।
Answer:
ଘନ ଅରଣ୍ୟ, ସବୁଜ ଅରଣ୍ୟ, ନୂତନ ଅରଣ୍ୟ ।

Question ୮।
‘ଉପକାର’ ଶବ୍ଦ ସହିତ ‘ଈ’ ଲାଗିଲେ ‘ଉପକାରୀ’ ହେଉଛି । ସେହିପରି ଶେଷରେ ‘ଈ’ ଲାଗିଥିବା ପାଞ୍ଚଗୋଟି ଶବ୍ଦ ମନରୁ ଭାବି ଲେଖ ।
Answer:
ଦରକାରୀ, ପରଦେଶୀ, ବିଦେଶୀ, ସରକାରୀ, ସ୍ବଦେଶୀ ।

Question ୯।
ତଳେ ଦିଆଯାଇଥ‌ିବା ଅନୁଚ୍ଛେଦରୁ ‘ଓ’, ‘ଏବଂ’, ‘ମାତ୍ରା’ ଉଠାଇ ନିଆଯାଇଛି । ଯଥା ସ୍ଥାନରେ ସେଗୁଡ଼ିକୁ ଯୋଗକରି ଅନୁଚ୍ଛେଦଟିକୁ ଆଉଥରେ ଲେଖ ।
ବୃକ୍ଷଲତା ମୃତ୍ତିକା ସଂରକ୍ଷଣରେ ମଧ୍ୟ ସାହାଯ୍ୟ କରିଥାନ୍ତି । ସେମାନେ ଭୂମି ଭିତରେ ଚେର ବିସ୍ତାର କରି ଉପରେ ଡାଳପତ୍ର ଢାଙ୍କି ବର୍ଷା ଜଳସ୍ରୋତରୁ ମୃତ୍ତିକାକୁ ରକ୍ଷାକରନ୍ତି । ଯେଉଁ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହୋଇଥାଏ ସେଠାରୁ ସହଜରେ ମାଟି ଧୋଇ ହୋଇଯାଏ । ସେହି ଭୂମି ଶୁଷ୍କ ଟାଙ୍ଗର ଅନୁର୍ବର ହୋଇ ପଡ଼ିରହେ ।
Answer:
ବୃକ୍ଷଲତା ମୃତ୍ତିକା ସଂରକ୍ଷଣରେ ମଧ୍ୟ ସାହାଯ୍ୟ କରିଥାନ୍ତି । ସେମାନେ ଭୂମି ଭିତରେ ଚେର ବିସ୍ତାର କରି ଏବଂ ଉପରେ ଡାଳପତ୍ର ଢାଙ୍କି ବର୍ଷା ଓ ଜଳସ୍ରୋତରୁ ମୃଭିକାକୁ ରକ୍ଷାକରନ୍ତି । ମାତ୍ର ଯେଉଁ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହୋଇଥାଏ, ସେଠାରୁ ସହଜରେ ମାଟି ଧୋଇ ହୋଇଯାଏ । ସେହି ଭୂମି ଶୁଷ୍କ, ଟାଙ୍ଗର ଓ ଅନୁର୍ବର ହୋଇ ପଡ଼ିରହେ ।

Question ୧୦।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ନିମ୍ନ ବାକ୍ୟଗୁଡ଼ିକରେ ଥ‌ିବା ଶୂନ୍ୟସ୍ଥାନକୁ ପୂରଣ କରି ଲେଖ ।
(କ) ସେମାନଙ୍କ ଶିକ୍ଷା କେବଳ ……………………. ମଧ୍ୟରେ ସୀମିତ ନୁହେଁ ।
(ଖ) ବୃକ୍ଷଲତା ……………………. ହେବାରେ ସାହାଯ୍ୟ କରନ୍ତି ।
(ଗ) ଏଥର ତୁମେ ଫେରିଯାଅ । ସମାଜ ……………….. ରେ ମନୋନିବେଶ କର ।
(ବର୍ଷା, ସେବା, ପୁସ୍ତକ ପଠନ, ସ୍ଵଗୃହରେ)
(କ) ସେମାନଙ୍କ ଶିକ୍ଷା କେବଳ ପୁସ୍ତକ ପଠନ ମଧ୍ୟରେ ସୀମିତ ନୁହେଁ ।
(ଖ) ବୃକ୍ଷଲତା ବର୍ଷା ହେବାରେ ସାହାଯ୍ୟ କରନ୍ତି ।
(ଗ) ଏଥର ତୁମେ ଫେରିଯାଅ । ସମାଜ ସେବାରେ ମନୋନିବେଶ କର ।

Question ୧୧।
ଶବ୍ଦଗୁଡ଼ିକୁ ଉପଯୁକ୍ତ କ୍ରମରେ ସଜାଇ ବାକ୍ୟଟିକୁ ଠିକ୍ ଭାବରେ ଲେଖ ।
ସଂଶ୍ଳେଷଣ ବାୟୁରୁ ଅଙ୍ଗାରକାମ୍ଳ ପ୍ରକ୍ରିୟାରେ ବୃକ୍ଷଲତା ଗ୍ରହଣ କରି ଆଲୋକ ଛାଡ଼ନ୍ତି ଅମ୍ଳଜାନ ବାଷ୍ପ ।
Answer:
ବୃକ୍ଷଲତା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି।

ତୁମ ପାଇଁ କାମ:

୧। ବୃକ୍ଷଲତାଙ୍କ ଉପକାରିତା ସମ୍ପର୍କରେ ବର୍ଣ୍ଣନା କରି ତୁମର ସାନଭାଇ ପାଖକୁ ପତ୍ରଟିଏ ଲେଖ ।
୨। ତୁମ ଘର ଚାରିପାଖରେ ଥ‌ିବା ବିଭିନ୍ନ ଗଛର ନାମ ଲେଖ । ସେଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକୁ ଔଷଧ ରୂପେ ବ୍ୟବହାର କରିହୁଏ, ତା’ର ଏକ ତାଲିକା ପ୍ରସ୍ତୁତ କର ।

ପରାକ୍ଷା ଉପରଯାଗା ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ଶବ୍ଦଗୁଡ଼ିକ ଠିକ୍ କ୍ରମରେ ସଜାଇ ବାକ୍ୟ ଗଠନ କର ।
(କ) ଗୁଣ ଅନୁଧ୍ୟାନ ଦୋଷ ବୃକ୍ଷଲତାମାନଙ୍କର କଲେ ।
(ଖ) ପ୍ରତ୍ୟାବର୍ତ୍ତନ ଆଶ୍ରମକୁ ଶିଷ୍ୟଙ୍କର କିନ୍ତୁ ବିଳମ୍ବ ଜଣେ ହେଲା କରିବାରେ ।
(ଗ) କର ସେବାରେ ସମାଜ ମନୋନିବେଶ ।
(ଘ) ଅନାବୃଷ୍ଟି ଦୁର୍ଭିକ୍ଷ ଓ ଜିଲ୍ଲାରେ ଘଟୁଛି କଳାହାଣ୍ଡି ରାଜ୍ୟର ଆମ ବାରମ୍ବାର ।
(ଙ) ଦୁଷ୍କର୍ମର ନ ଘଟିଲେ ଆମ ରହିବ ସୀମା ନାହିଁ ଅବସାନ ଏହି ଦୁର୍ଦ୍ଦଶାର ।
Answer:
(କ) ବୃକ୍ଷଲତାମାନଙ୍କର ଦୋଷ ଗୁଣ ଅନୁଧ୍ୟାନ କଲେ ।
(ଖ) କିନ୍ତୁ ଜଣେ ଶିଷ୍ୟଙ୍କର ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହେଲା ।
(ଗ) ସମାଜ ସେବାରେ ମନୋନିବେଶ କର ।
(ଘ) ଆମ ରାଜ୍ୟର କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଅନାବୃଷ୍ଟି ଓ ଦୁର୍ଭିକ୍ଷ ଘଟୁଛି ।
(ଙ) ଏହି ଦୁଷ୍କର୍ମର ଅବସାନ ନ ଘଟିଲେ ଆମ ଦୁର୍ଦ୍ଦଶାର ସୀମା ରହିବ ନାହିଁ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୨।
ଶୂନ୍ୟସ୍ଥାନରେ କ’ଣ ବସିବ ?
(କ) ପଠାଣି ସାମନ୍ତ – ସିଦ୍ଧାନ୍ତ ଦର୍ପଣ, ଚରକ –
(ଖ) ଗୁରୁ ପରୀକ୍ଷା, ଶିଷ୍ଯ –
(ଗ) ଅଭିଶାପ – ଆଶୀର୍ବାଦ, ଅପକାରୀ –
(ଘ) ପ୍ରତିଷ୍ଠା – ପ୍ରତିଷ୍ଠିତ, ପଣ୍ଡିତ –
(ଙ) ପାପ – ପୁଣ୍ୟ, ବିନାଶ –
(ଚ) ଆଲୋକ ସଂଶ୍ଳେଷଣ – ଅଙ୍ଗାରକାମ୍ଳ, ଶ୍ୱାସକ୍ରୟା-
Answer:
(କ) ପଠାଣି ସାମନ୍ତ – ସିଦ୍ଧାନ୍ତ ଦର୍ପଣ, ଚରକ – ଚରକ ସଂହିତା
(ଖ) ଗୁରୁ ପରୀକ୍ଷା, ଶିଷ୍ଯ – ଅଧ୍ୟୟନ
(ଗ) ଅଭିଶାପ – ଆଶୀର୍ବାଦ, ଅପକାରୀ – ଉପକାରା
(ଘ) ପ୍ରତିଷ୍ଠା – ପ୍ରତିଷ୍ଠିତ, ପଣ୍ଡିତ – ପାଣ୍ଡିତ୍ୟ
(ଙ) ପାପ – ପୁଣ୍ୟ, ବିନାଶ – ବିକାଶ
(ଚ) ଆଲୋକ ସଂଶ୍ଳେଷଣ – ଅଙ୍ଗାରକାମ୍ଳ, ଶ୍ୱାସକ୍ରୟା -ଅମ୍ଳଜାନ

Question ୩।
ବିପରୀତ ଶବ୍ଦ ଲେଖ ।
ସୀମିତ, ଉପକାର, ଦରକାରୀ, ପରବର୍ତ୍ତୀ, ସୁସ୍ଥ, ଶୁଷ୍କ, ଦୂଷିତ, ସଙ୍କୁଚିତ, ଉର୍ବର, ଅନୁରୂପ, ସମ୍ଭବ, ବିଚାର ।
Answer:
ସୀମିତ – ଅସୀମ
ପରବର୍ତୀ – ପୂର୍ବବର୍ତ୍ତୀ
ଦୂଷିତ – ବିଶୁଦ୍ଧ
ଅନୁରୂପ – ପ୍ରତିରୂପ
ଉପକାର – ଅପକାର
ସୁସ୍ଥ – ଅସୁସ୍ଥ
ସଙ୍କୁଚିତ – ପ୍ରସାରିତ
ସମ୍ଭବ – ଅସମ୍ଭବ
ଦରକାରୀ -ଅଦରକାରୀ
ଶୁଷ୍କ – ଆର୍ଦ୍ର
ଉର୍ବର – ଅନୁର୍ବର
ବିଚାର – ଅବିଚାର

Question ୪ ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

କ’ ସ୍ତ୍ରମ୍ଭ ‘ଖ’ ସ୍ତମ୍ଭ
ଶୁଷ୍ଠ ବିଚାର ନକରି
ଦୁର୍ଲଭ ସୀମାବଦ୍ଧ
ନିବିଚାର ହୋମକାଠ
ବନାକରଣ ଶୁଖୁଲା
ସମିଧ ବିରଳ
ସାମିତ ନୂଆ ଜଙ୍ଗଲ ସୃଷ୍ଟି କରିବା

Answer:

କ’ ସ୍ତ୍ରମ୍ଭ ‘ଖ’ ସ୍ତମ୍ଭ
ଶୁଷ୍ଠ ଶୁଖୁଲା
ଦୁର୍ଲଭ ବିରଳ
ନିବିଚାର ବିଚାର ନକରି
ବନାକରଣ ନୂଆ ଜଙ୍ଗଲ ସୃଷ୍ଟି କରିବା
ସମିଧ ହୋମକାଠ
ସାମିତ ସୀମାବଦ୍ଧ

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୫।
ସଂକ୍ଷେପରେ ଉତ୍ତର ଦିଅ ।
(କ) ପୂର୍ବେ କେଉଁ କେଉଁ କାର୍ଯ୍ୟକୁ ପାଠପଢ଼ାର ଅଙ୍ଗଭାବରେ ଗ୍ରହଣ କରାଯାଉଥିଲା ?
Answer:
ପୂର୍ବେ ଉଦ୍ୟାନ କର୍ମ, ଗୋ-ସେବା, କୃଷିକାର୍ଯ୍ୟ, ରନ୍ଧନ, ସମିଧ ସଂଗ୍ରହ ଆଦି କାର୍ଯ୍ୟକୁ ପାଠପଢ଼ାର ଅଙ୍ଗଭାବରେ ଗ୍ରହଣ କରାଯାଉଥିଲା।

(ଖ) ଗୁରୁ ଶିଷ୍ୟମାନଙ୍କୁ ଗଛଲତା ସମ୍ପର୍କରେ କ’ଣ ଜଣାଇବାକୁ କହିଥିଲେ ?
Answer:
ଗୁରୁ ଶିଷ୍ୟମାନଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଆଖପାଖରେ ଥିବା ବୃକ୍ଷଲତାକୁ ଦେଖୁ ସେଥ‌ିରୁ କେଉଁ ବୃକ୍ଷ ବା ଲତାଟି ମଣିଷର ଉପକାରରେ ଆସୁନାହିଁ ତାହା ଜଣାଇବାକୁ କହିଥିଲେ ।

(ଗ) ବୃକ୍ଷଲତା ସମ୍ପର୍କରେ ପୁରାଣରେ କ’ଣ କୁହାଯାଇଛି ?
Answer:
ବୃକ୍ଷଲତା ସମ୍ପର୍କରେ ପୁରାଣରେ କୁହାଯାଇଛି ଯେ, ସୁସନ୍ତାନମାନଙ୍କୁ ଜନ୍ମଦେବାଠାରୁ ବୃକ୍ଷରୋପଣ ଅଧିକ ପୁଣ୍ୟକାର୍ଯ୍ୟ ଅଟେ ।

(ଘ) ଅନିୟମିତ ବର୍ଷା ହେବାର କାରଣ କ’ଣ ?
Answer:
ଅରଣ୍ୟ ସମ୍ପଦ ହ୍ରାସ ପାଉଥ‌ିବାରୁ ବର୍ଷାର ଅନିୟମିତତା ଦେଖାଦେଇଛି । କାରଣ ବୃକ୍ଷଲତା ବର୍ଷା ହେବାରେ ସାହାଯ୍ୟ କରନ୍ତି ।

(‍ଙ) କଳାହାଣ୍ଡିରେ ଅଳ୍ପବୃଷ୍ଟି ହେବାର ମୁଖ୍ୟ କାରଣ କ’ଣ ?
Answer:
କଳାହାଣ୍ଡିରେ ଅଳ୍ପବୃଷ୍ଟି ହେବାର ମୁଖ୍ୟ କାରଣ ହେଲା –

(ଚ) ବୃକ୍ଷଲତା ବାୟୁମଣ୍ଡଳକୁ ବିଶୁଦ୍ଧ କରେ କିପରି ?
Answer:
ମନୁଷ୍ୟ ଓ ପଶୁପକ୍ଷୀ ଶ୍ଵାସକ୍ରିୟାରେ ଅମ୍ଳଜାନ ଗ୍ରହଣ କରନ୍ତି ଓ ଅଙ୍ଗାରକାମ୍ଳ ତ୍ୟାଗ କରନ୍ତି । କିନ୍ତୁ ଉଭିଦ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି । ଫଳରେ ବାୟୁମଣ୍ଡଳ ବିଶୁଦ୍ଧ ରହେ ।

(ଛ) ବୃକ୍ଷଲତା ମୃତ୍ତିକା ସଂରକ୍ଷଣରେ କିପରି ସାହାଯ୍ୟ କରିଥାଏ ?
Answer:
ବୃକ୍ଷଲତା ଭୂମି ଭିତରେ ଚେର ଖେଳାଇ (ଏବଂ ଉପରେ ଡାଳପତ୍ର ଢାଙ୍କି ବର୍ଷା ଓ ଜଳସ୍ରୋତରୁ ମୃଭିକାକୁ ରକ୍ଷା କରନ୍ତି । ଫଳରେ ମୃତ୍ତିକା ସଂରକ୍ଷିତ ହୋଇପାରେ ।

(ଳ) ହୀରାକୁଦ ଜଳଭଣ୍ଡାର କ୍ରମେ ପୋତିହୋଇ ପଢୁଥ‌ିବାର କାରଣ କ’ଣ ?
Answer:
ବଣଜଙ୍ଗଲ ନଷ୍ଟ ହୋଇଯିବା ଫଳରେ ମୁଭିକା କ୍ଷୟ ଘଟୁଛି । ଏହି ମୃତ୍ତିକା ଧୋଇହୋଇ ଆସି ଜଳଭଣ୍ଡାର ଶଯ୍ୟାରେ ଜମିରହି କ୍ରମଶଃ ତାହାକୁ ପୋତି ପକାଉଛି । ହୀରାକୁଦ ଜଳଭଣ୍ଡାର ପୋତିହୋଇ ପଡ଼ିବାର ଏହା ଏକ ପ୍ରମୁଖ କାରଣ ଅଟେ ।

(ଝ) ଗୁରୁ ଶିଷ୍ୟମାନଙ୍କୁ ଗଛଲତା ସମ୍ପର୍କରେ କ’ଣ ଜଣାଇବାକୁ କହିଥିଲେ ?
Answer:
ଥରେ ଗୁରୁ ଶିଷ୍ୟମାନଙ୍କୁ ପରୀକ୍ଷା କରିବାକୁ ସ୍ଥିର କଲେ । ତେଣୁ ସେ ଶିଷ୍ୟମାନଙ୍କୁ ଆଖପାଖର କେଉଁ ବୃକ୍ଷ ବା ଲତାଟି ଲୋକମାନଙ୍କ ଉପକାରରେ ଆସୁନାହିଁ ଜଣାଇବାକୁ କହିଥିଲେ ।

(ଞ) ଅରଣ୍ୟ ସମ୍ପଦର ବୃଦ୍ଧିପାଇଁ ଆମ ଦେଶରେ କି ପଦକ୍ଷେପ ନିଆଯାଉଛି ?
ଅରଣ୍ୟ ସମ୍ପଦର ବୃଦ୍ଧିପାଇଁ ଆମ ଦେଶରେ ବିଭିନ୍ନ ବନ ସଂରକ୍ଷଣ ଓ ସାମାଜିକ ବନୀକରଣ ଯୋଜନା କାର୍ଯ୍ୟକାରା ହେଉଛି। ମୃତ୍ତିକା ସଂରକ୍ଷଣ, ବନ ସଂରକ୍ଷଣ ଓ ସାମାଜିକ ବନୀକରଣ ଯୋଜନା ଏସବୁର ଦୃଷ୍ଟାନ୍ତ ।

(ଟ) ବୃକ୍ଷରୋପଣ ସମ୍ବନ୍ଧରେ ପୁରାଣରେ କ’ଣ କୁହାଯାଇଛି ?
Answer:
ସୁସନ୍ତାନମାନଙ୍କୁ ଜନ୍ମଦେବା ଅପେକ୍ଷା ବୃକ୍ଷରୋପଣ ଅଧିକ ପୁଣ୍ୟକାର୍ଯ୍ୟ ବୋଲି ପୁରାଣରେ କୁହାଯାଇଛି । ଏହି କାରଣରୁ ଅତୀତରେ ବୃକ୍ଷରୋପଣ କରି ଲୋକେ ଅଧ‌ିକ ଆନନ୍ଦ ପାଉଥିଲେ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୬।
ସରଳାର୍ଥ ଲେଖ ।
(କ) ଏପରିକି ଦୈନନ୍ଦିନ ଜୀବନରେ ବୃକ୍ଷଲତାର ପୂଜା ଏକ ବିଶିଷ୍ଟ ସ୍ଥାନ ଲାଭ କରିଥିଲା ।
Answer:
ଏପରିକି ଦୈନନ୍ଦିନ …………………………….. ଲାଭ କରିଥିଲା ।
ଉକ୍ତ ଗଦ୍ୟାଶଟି ଡକ୍ଟର ଜଗନ୍ନାଥ ମହାନ୍ତିଙ୍କ ଲିଖ୍ ‘ବୃକ୍ଷଲତା ଆମର ବନ୍ଧୁ’ ବିଷୟରୁ ଆନୀତ । ଏଠାରେ ପୁରାକାଳରେ ଆମ ସାମାଜିକ ଜୀବନରେ ବୃକ୍ଷଲତାର ସ୍ଥାନ କିପରି ଉଚ୍ଚରେ ଥୁଲା, ତାହା ବର୍ଣ୍ଣିତ । ବୃକ୍ଷଲତା ମନୁଷ୍ୟର ଉପକାରୀ ବନ୍ଧୁ । ପୁରାଣରେ ବର୍ଣ୍ଣିତ ଅଛି ଯେ, ସୁସନ୍ତାନମାନଙ୍କୁ ଜନ୍ମଦେବାଠାରୁ ବୃକ୍ଷରୋପଣ ଅଧ୍ବକ ପୁଣ୍ୟ କାର୍ଯ୍ୟ । ଏହି କାରଣରୁ ପୂର୍ବେ ବୃକ୍ଷରୋପଣ କରି ଲୋକେ ଆନନ୍ଦଲାଭ କରୁଥିଲେ । ବିଭିନ୍ନ ପର୍ବପର୍ବାଣିରେ ଓ ଆମର ନିତିଦିନିଆ ଜୀବନରେ ବୃକ୍ଷପୂଜା ପ୍ରଚଳିତ ଥିଲା । ବୃକ୍ଷର ଉପକାର ମଣିଷ ପକ୍ଷେ ଅବର୍ଣ୍ଣନୀୟ ଓ ଅଭୁଲା । ଏହାଦ୍ଵାରା ବୃକ୍ଷର ମହତ୍ତ୍ଵ ସେ କାଳରେ ସମସ୍ତଙ୍କୁ ପ୍ରାୟ ଜଣାଥିଲା ବୋଲି ଜଣାପଡ଼ୁଛି ।

(ଖ) ଏହି ଦୁଷ୍ଟର୍ମର ଅବସାନ ନ ଘଟିଲେ ଆମ ଦୁର୍ଦ୍ଦଶାର ସାମା ରହିବ ନାର୍ହି।
Answer:
ଏହି ଦୁଷ୍କର୍ମର ……………………………… ରହିବ ନାହିଁ ।
ଉକ୍ତ ଗଦ୍ୟାଶଟି ଡକ୍ଟର ଜଗନ୍ନାଥ ମହାନ୍ତିଙ୍କ ଲିଖ୍ ‘ବୃକ୍ଷଲତା ଆମର ବନ୍ଧୁ’ ବିଷୟରୁ ଆସିଅଛି । ଜଙ୍ଗଲ ଧ୍ବଂସ କରି ମଣିଷ ଯେଉଁ କୁକର୍ମ କରୁଛି, ତା’ର ଫଳ ଆମକୁ ଭୋଗ କରିବାକୁ ହେବ ବୋଲି ଲେଖକ ଏଠାରେ କହିଛନ୍ତି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଉଭିଦଜଗତ ନଷ୍ଟ ହେଉଛି । ଅଧୁକ ବାସଗୃହ, ଶସ୍ୟକ୍ଷେତ୍ର ଓ କଳକାରଖାନା ପାଇଁ ମଣିଷ ସବୁଜ ଜଙ୍ଗଲକୁ ନଷ୍ଟ କରୁଛି । ପଶୁପକ୍ଷୀମାନେ ଲୋପ ପାଇବାକୁ ବସିଲେଣି । ଜଙ୍ଗଲଜାତ ପଦାର୍ଥ ସବୁ ସହଜରେ ମିଳୁନାହିଁ । ବାୟୁମଣ୍ଡଳ ଦୂଷିତ ହେଉଛି । ବର୍ଷା ହ୍ରାସ ପାଉଛି । ଆମେ ଗଛ ହାଣୁଛୁ । ନିଜ ପାଇଁ ନିଜେ ଆମେ ବିପଦକୁ ବରଣ କରୁଛୁ । କାରଣ ବୃକ୍ଷଲତା ଆମର ବନ୍ଧୁ । ବାୟୁମଣ୍ଡଳର ବିଶୁଦ୍ଧତା, ବର୍ଷା, ମୃତ୍ତିକା ସଂରକ୍ଷଣ, ଖାଦ୍ୟ, ବସ୍ତ୍ର ଓ ବାସଗୃହପାଇଁ ଆମେ ଉଭିଦ ଉପରେ ନିର୍ଭର କରୁଛୁ । ତେଣୁ ବୃକ୍ଷରୋପଣ କରି ଆମକୁ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ହେବ । ଉଭିଦର ଯତ୍ନ ନେବାକୁ ହେବ । ଗଛ କାଟିବା ବନ୍ଦ କରିବାକୁ ହେବ । ନଚେତ୍ ଆମ ଦୁର୍ଦ୍ଦଶାର ସୀମା ରହିବ ନାହିଁ ।

(ଗ) ‘ଏହି କାରଣରୁ ପୂର୍ବେ ବୃକ୍ଷରୋପଣ କରି ଲୋକେ ଆନନ୍ଦ ପାଉଥିଲେ ।’’
Answer:
ଏହି କାରଣରୁ ……………………………. ପାଉଥିଲେ ।
ଉକ୍ତ ପଦ୍ୟାଶଟି ‘ଆମ ସାହିତ୍ୟ ବହିର ‘ବୃକ୍ଷଲତା ଆମର ବନ୍ଧୁ’ ବିଷୟରୁ ଉଦ୍ଧୃତ । ଏଠାରେ ଲେଖକ ଡ. ଜଗନ୍ନାଥ ମହାନ୍ତି ବୃକ୍ଷଲତା କିପରି ଅଶେଷ କଲ୍ୟାଣ ସାଧନ କରିଥାଏ, ତାହା ଦର୍ଶାଇଛନ୍ତି । ବୃକ୍ଷବିନା ପୃଥ‌ିବୀରେ ଜୀବନଧାରଣ ସମ୍ଭବପର ହୋଇନଥାନ୍ତା । ବୃକ୍ଷଲତା ଆମର ଦୈନନ୍ଦିନ ଜୀବନରେ ଅତ୍ୟନ୍ତ ଉପକାରୀ । ବଞ୍ଚିବାପାଇଁ ମଣିଷ ପଶୁପକ୍ଷୀ ଏହି ଗଛଲତା ଉପରେ ନିର୍ଭର କରନ୍ତି । ସେଥ‌ିପାଇଁ ସର୍ବତ୍ର ଏବଂ ସବୁଯୁଗରେ ବନଲତାର ଗୁଣଗାନ କରାଯାଇଛି । ସାହିତ୍ୟ, ପୁରାଣ ଓ ଲୋକକଥା ମାନଙ୍କରେ ବୃକ୍ଷରୋପଣ ଏକ ମହାନ ପୁଣ୍ୟ କାର୍ଯ୍ୟ ବର୍ଣ୍ଣିତ ଅଛି । ତେଣୁ ବୃକ୍ଷକୁ ଦେବାରାଧନା ଓ ଧର୍ମ କାର୍ଯ୍ୟରେ ମାଧ୍ଯମରୂପେ ଗ୍ରହଣ କରାଯାଇଛି । ଏବେ ମଧ୍ୟ ବୃକ୍ଷକୁ ଦାରୁଦେବତା ରୂପେ ପୂଜନ କରାଯାଉଛି । ସୁତରାଂ, ସେତେବେଳେ ବୃକ୍ଷର ମହତ୍ତ୍ବକୁ ସମସ୍ତେ ଜାଣିଥିଲେ ବୋଲି ଜଣାଯାଏ ।

Question ୭।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଜଙ୍ଗଲ ଅଭିବୃଦ୍ଧି ପାଇଁ ଆମ ଦେଶରେ କି କି ବ୍ୟବସ୍ଥା କରାଯାଇଛି ?
Answer:
ବୃକ୍ଷଲତା ମନୁଷ୍ୟର ପରମ ବନ୍ଧୁ । ନିର୍ବିଚାରରେ ଜଙ୍ଗଲ ନଷ୍ଟ କରିବାଦ୍ଵାରା ମନୁଷ୍ୟ ନିଜ ଧ୍ଵଂସକୁ ନିଜେ ଆମନ୍ତ୍ରଣ କରୁଛି । ସତେ ଯେପରି ସେ ଯେଉଁ ଡାଳରେ ବସିଛି, ସେଇ ଡାଳର ମୂଳକୁ ହାଣୁଛି । ଏହି ଦୁଷ୍କର୍ମର ଅବସାନ ନ ଘଟିଲେ ମନୁଷ୍ୟର ଦୁର୍ଦ୍ଦଶାର ସୀମା ରହିବ ନାହିଁ । ତେଣୁ ଅରଣ୍ୟ ସଂରକ୍ଷଣ ପାଇଁ ଏବେ ଆମ ଦେଶରେ ଅନେକ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଛି । ମୃର୍ତ୍ତିକା ସଂରକ୍ଷଣ, ବନ ସଂରକ୍ଷଣ, ସାମାଜିକ ବନୀକରଣ ଯୋଜନା ପ୍ରଭୃତି ଏହାର ଦୃଷ୍ଟାନ୍ତ । ଏତଦ୍‌ବ୍ୟତୀତ ବୃକ୍ଷରୋପଣ ସପ୍ତାହ, ବିଶ୍ଵ ପରିବେଶ ଦିବସ ଇତ୍ୟାଦି ପାଳନ କରି ଜନସଚେତନତା ସୃଷ୍ଟି କରିବାପାଇଁ ଉଦ୍ୟମ କରାଯାଉଛି ।

(ଖ) ଅନାବୃଷ୍ଟି ଓ ଅନିୟମିତ ବୃଷ୍ଟିର କାରଣ କ’ଣ ?
Answer:
ପୃଥ‌ିବୀରେ ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ଫଳରେ ଅରଣ୍ୟ ନଷ୍ଟ ହେବାରେ ଲାଗିଛି । ଅରଣ୍ୟ କଟାଯାଇ ଚାଷଭୂମି, ବାସଭୂମି ଓ କଳକାରଖାନା ନିର୍ମାଣ ପାଇଁ ବ୍ୟବହୃତ ହେଉଛି । ମଣିଷ ନିର୍ବିଚାରରେ ଜଙ୍ଗଲ ଧ୍ଵଂସ କରିଚାଲିଛି । ଅରଣ୍ୟ ବୃଷ୍ଟିପାତ କରାଇବାରେ ସହାୟକ ହୋଇଥାଏ । ଅରଣ୍ୟ ସଂପଦର ପରିମାଣ ହ୍ରାସ ପାଇବା ଫଳରେ ବୃଷ୍ଟିପାତର ପରିମାଣ ହ୍ରାସ ପାଉଛି । ବେଳେବେଳେ ଅନାବୃଷ୍ଟି ନତୁବା ଅନିୟମିତ ବୃଷ୍ଟି ହେଉଛି । ଜଙ୍ଗଲ ନଷ୍ଟ କାରଣରୁ ଆମ ରାଜ୍ୟର କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଅନାବୃଷ୍ଟି ଓ ଦୁର୍ଭିକ୍ଷ ଘଟୁଛି ।

(ଗ) ଜଙ୍ଗଲ କାଟିଦେବାଦ୍ଵାରା ଆମର କି କି କ୍ଷତି ହେଉଛି ?
Answer:
ଜଙ୍ଗଲ କାଟିଦେବାଦ୍ଵାରା ମୃତ୍ତିକା କ୍ଷୟ ହୋଇ ମାଟି ଶୁଷ୍କ, ଟାଙ୍ଗର ଓ ଅନୁର୍ବର ହୋଇଯାଉଛି । ମରୁଭୂମିର ସଂପ୍ରସାରଣ ଘଟୁଛି । ମୁଭିକା କ୍ଷୟ ଯୋଗୁଁ ଜଳଭଣ୍ଡାର ଓ ନଦୀଶଯ୍ୟା ପୋତି ହୋଇଯାଉଛି । ଅରଣ୍ୟଲବ୍‌ଧ ବହୁ ଔଷଧ, ଖାଦ୍ୟପଦାର୍ଥ ଓ କଞ୍ଚାମାଲର ଅଭାବ ବଢ଼ିଚାଲିଛି । ଏପରିକି ବହୁ ପଶୁପକ୍ଷୀ ମଧ୍ୟ ଆଶ୍ରୟ

(ଘ) ବୃକ୍ଷଲତାକୁ ‘ସବୁଜ ସ୍ଵର୍ଣ୍ଣ’ କହିବାର ଯଥାର୍ଥତା କ’ଣ ?
Answer:
ସୁନା ନିଜର ଉଜ୍ଜଳତା ଓ ସୁନ୍ଦର ରଙ୍ଗ ପାଇଁ ସମସ୍ତଙ୍କୁ ଆକୃଷ୍ଟ କରେ । ଏହାର ମୂଲ୍ୟ ଖୁବ୍ ଅଧିକ ଓ ଲୋକେ ଏହାକୁ ଯତ୍ନର ସହ ସାଇତି ରଖନ୍ତି । ମାତ୍ର ବୃକ୍ଷଲତାର ଉପକାରିତା ସୁନାଠାରୁ ଅଧ୍ଵ । ବୃକ୍ଷଲତା ବାୟୁମଣ୍ଡଳର ବିଶୁଦ୍ଧତା ରକ୍ଷା କରେ, ବୃଷ୍ଟିପାତର ପରିମାଣ ବୃଦ୍ଧି କରେ, ମୃତ୍ତିକା ସଂରକ୍ଷଣ କରେ, ବିଭିନ୍ନ ଖାଦ୍ୟ, ପାନୀୟ, ବସ୍ତ୍ର, ବାସଗୃହ ଇତ୍ୟାଦି ଯୋଗାଇଦିଏ । ମାନବ ସଭ୍ୟତା ଓ ଜୀବନକୁ ବୃକ୍ଷଲତାର ଦାନ ଅତୁଳନୀୟ । ତେଣୁ ଏହାକୁ ‘ସବୁଜସ୍ବର୍ଣ୍ଣ’ ବୋଲି କୁହାଯାଏ । ଯଥାର୍ଥରେ ଏହା ସୁନାଠାରୁ ଅଧିକ ମୂଲ୍ୟବାନ୍ ।

ଲେଖକ ପରିଚୟ:

ଡକ୍ଟର ଜଗନ୍ନାଥ ମହାନ୍ତି (୧୯୩୭)ପୁରୀ ଜିଲ୍ଲାର ଗୋପଥାନା ଅନ୍ତର୍ଗତ ଜଙ୍ଗଲପୁରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଜଣେ ବିଶିଷ୍ଟ ଶିଶୁସାହିତ୍ୟ ଲେଖକ ଭାବରେ ସେ ସୁପରିଚିତ । ‘ଦରିଆ ଅଜାର ମଜାଦୁନିଆଁ’ ପୁସ୍ତକ ପାଇଁ ସେ ଜାତୀୟ ପୁରସ୍କାର ଓ ‘ଶବ୍ଦର କୁହୁକ, ଆଲୁଅର ଲୁଚୁକାଳି’ ପୁସ୍ତକପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି । ସେ ଉଚ୍ଚଶିକ୍ଷା ବିଭାଗରେ ପ୍ରଫେସର ଭାବରେ କାର୍ଯ୍ୟକରି ଅବସର ନେଇଛନ୍ତି ।

ବିଷୟ ସୂଚନା:

‘ବୃକ୍ଷଲତା ଆମର ବନ୍ଧୁ’ ପ୍ରବନ୍ଧରେ ବୃକ୍ଷଲତାର ଉପକାରିତା ସହିତ ପରିବେଶ ସୁରକ୍ଷା ଦିଗରେ ଏହାର ମହତ୍ତ୍ବ ତଥା ଉପାଦେୟତା ସମ୍ପର୍କରେ ଆଲୋକପାତ କରାଯାଇଛି ।

ସାରକଥା:

ସୁନ୍ଦର ଶ୍ୟାମଳ ଅରଣ୍ୟ ଭିତରେ ଗୁରୁ ଆଶ୍ରମରେ ଶିଷ୍ୟମାନେ ପାଠ ପଢୁଥିଲେ । ସେମାନେ ପାଠ ପଢ଼ିବା ସହିତ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରୁଥିଲେ । ଥରେ ଗୁରୁ ଶିଷ୍ୟମାନଙ୍କୁ ପରୀକ୍ଷା କରିବାକୁ ଚାହିଁଲେ । ଆଖପାଖରେ ଯେତେ ବୃକ୍ଷଲତା ଅଛନ୍ତି, ସେଥୁରୁ ଦରକାରୀ କିଏ ଓ ଅଦରକାରୀ କିଏ ଗୁରୁ ଜାଣିବାକୁ ଇଚ୍ଛାକଲେ । ଶିଷ୍ୟମାନେ ଜଙ୍ଗଲସାରା ବୁଲିଲେ । ବୃକ୍ଷଲତାମାନଙ୍କର ଦୋଷ ଗୁଣ ଅନୁଧ୍ୟାନ କଲେ । ଫେରିଆସି ଗୁରୁଙ୍କୁ ଦରକାରୀ ଓ ଅଦରକାରୀ ବୃକ୍ଷଲତା ବିଷୟରେ ଜଣାଇଲେ । କିନ୍ତୁ ଜଣେ ଶିଷ୍ୟ ବର୍ଷକ ପରେ ଫେରିଲେ । ସେ ଗୁରୁଙ୍କୁ କହିଲେ ଯେ, ସବୁ ଗଛଲତା ଦରକାରୀ । ସମସ୍ତଙ୍କର କିଛି ନା କିଛି ଔଷଧୀୟ ଗୁଣ ଅଛି । ତେଣୁ ଅଦରକାରୀ ଗଛ କିଛି ନାହିଁ । ସେ ହେଉଛନ୍ତି ପ୍ରସିଦ୍ଧ ଚିକିତ୍ସାଶାସ୍ତ୍ର ବିଜ୍ଞାନୀ ‘ଚରକ’ । ସେ ଚିକିତ୍ସାଶାସ୍ତ୍ର ବିଷୟରେ ‘ଚରକ ସଂହିତା’ ଗ୍ରନ୍ଥ ଲେଖୁଛନ୍ତି ।

ବୃକ୍ଷରୋପଣ ଅଧିକ ପୁଣ୍ୟ କାର୍ଯ୍ୟ । ପୁରାକାଳରେ ବୃକ୍ଷଲତା ରୋପଣ କରି ଲୋକେ ଆନନ୍ଦ ପାଉଥିଲେ ଓ ବୃକ୍ଷଲତାକୁ ପୂଜା କରୁଥିଲେ । ପ୍ରକୃତି ଓ ପରିବେଶର ସୁରକ୍ଷା, ମୃତ୍ତିକା ସଂରକ୍ଷଣ, ଜଳବାୟୁ ନିୟନ୍ତ୍ରଣ ଏବଂ ମନୁଷ୍ୟକୁ ତା’ର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଯୋଗାଇବାରେ ବୃକ୍ଷଲତାଙ୍କର ଅଶେଷ ଭୂମିକା ରହିଛି ।

ବୃକ୍ଷଲତା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ଗ୍ୟାସ୍ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି; କିନ୍ତୁ ମନୁଷ୍ୟ ଓ ପଶୁପକ୍ଷୀ କେବଳ ଅମ୍ଳଜାନହିଁ ଗ୍ରହଣ କରିଥା’ନ୍ତି । ତେଣୁ ଏହି ଉଭିଦଜଗତ ଅମ୍ଳଜାନ ଯୋଗାଇ ବାୟୁମଣ୍ଡଳକୁ ବିଶୁଦ୍ଧ କରନ୍ତି। ଆଜିକାଲି ବଡ଼ ବଡ଼ କଳକାରଖାନା ପ୍ରତିଷ୍ଠା, ଗାଡ଼ିମଟରର ବହୁଳ ବ୍ୟବହାର ଯୋଗୁଁ ବାୟୁମଣ୍ଡଳରେ ପ୍ରଚୁର ଅଙ୍ଗାରକାମ୍ଳ ମିଶୁଛି । ଏହା ମନୁଷ୍ୟର ସ୍ବାସ୍ଥ୍ୟପକ୍ଷେ ଅତ୍ୟନ୍ତ କ୍ଷତିକାରକ । ବୃକ୍ଷଲତାଗୁଡ଼ିକ ଏହି ଅଙ୍ଗାରକାମ୍ଳ ଗ୍ରହଣ କରି ପରିବେଶକୁ ପ୍ରଦୂଷଣମୁକ୍ତ କରିଥା’ନ୍ତି । ମାତ୍ର ବର୍ତ୍ତମାନ ବୃକ୍ଷଲତା ହ୍ରାସ ପାଉଥବାରୁ ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି ।

ବୃକ୍ଷଲତା ମୃତ୍ତିକା ସଂରକ୍ଷଣରେ ବିଶେଷ ସାହାଯ୍ୟ କରନ୍ତି । ସେମାନେ ଭୂମି ଭିତରେ ଚେର ଖେଳାଇ ଓ ଉପରେ ଡାଳପତ୍ର ଢାଙ୍କି ବର୍ଷା ଓ ଜଳସ୍ରୋତରୁ ମୃଭିକାକୁ ରକ୍ଷା କରନ୍ତି । ଜଙ୍ଗଲ ନଥିବା ଅଞ୍ଚଳରେ ସହଜରେ ମାଟି ଧୋଇଯାଏ । ଫଳରେ ଭୂମି ଶୁଷ୍କ, ଟାଙ୍ଗର ଓ ଅନୁର୍ବର ହୋଇପଡ଼େ । ପୂର୍ବରୁ ଶ୍ୟାମଳ ଅରଣ୍ୟାନୀ ପରିପୂର୍ଣ୍ଣ ଥିବା ଅଞ୍ଚଳ ଜଙ୍ଗଲ ନଷ୍ଟ ଫଳରେ ଏବେ ନୀରସ, କଙ୍କରିଳ ଓ ଉଷର ହୋଇଯାଇଛି । ମରୁଭୂମି ସମ୍ପ୍ରସାରଣକୁ ରୋକିବାପାଇଁ ଏବେ ବ୍ୟାପକ ବନାକରଶ ନିମନ୍ତେ ଉଦ୍ୟମ ହେଉଛ୍ଛା

ବଣଜଙ୍ଗଲ ନଷ୍ଟ ହେବା ଫଳରେ ମୃତ୍ତିକା କ୍ଷୟ ଘଟି ଜଳଭଣ୍ଡାର, ନଦୀ ଓ ପୁଷ୍କରିଣୀର ଶଯ୍ୟା ପୋତି ହୋଇଥାଏ । ବହୁ ଅର୍ଥବ୍ୟୟରେ ନିର୍ମିତ ଆମ ହୀରାକୁଦ ଜଳଭଣ୍ଡାର ଏହି ବିପଦର ସମ୍ମୁଖୀନ ହେଲାଣି । ଜଳଭଣ୍ଡାରକୁ ଏହି ବିପର୍ଯ୍ୟୟରୁ ରକ୍ଷା କରିବାକୁ ହେଲେ ଚତୁଃପାର୍ଶ୍ଵରେ ଅରଣ୍ୟ ସୃଷ୍ଟି କରିବାକୁ ହେବ । ପୁଣି ଜଙ୍ଗଲ ନଷ୍ଟ ହେଉଥ‌ିବାରୁ କାଠ, ଲାଖ, ମହୁ, ଝୁଣା ଆଦି ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ହୁ ହୁ ବଢ଼ିଚାଲିଛି, କାରଣ ଏ ଦ୍ରବ୍ୟଗୁଡ଼ିକ ମିଳୁନାହିଁ । ପୁଣି ଏହାଦ୍ଵାରା ପଶୁପକ୍ଷୀ ମଧ୍ୟ ଲୋପ ପାଇଗଲେଣି । ଅରଣ୍ୟରୁ ମିଳୁଥିବା ବହୁ ଔଷଧ, ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ କଞ୍ଚାମାଲର ଅଭାବ ବଢ଼ିଚାଲିଛି। ଆମ୍ଭମାନଙ୍କର ପରମ କର୍ତ୍ତବ୍ୟ ହେଉଛି ଅରଣ୍ୟର ଯତ୍ନ ନେଇ ପଶୁପକ୍ଷୀ ଓ ଜଙ୍ଗଲଜାତ ପଦାର୍ଥର ସୁରକ୍ଷା କରିବା ।

ଉଭିଦ ଓ ପ୍ରାଣୀ ପରସ୍ପର ନିର୍ଭରଶୀଳ । ପ୍ରାଣୀଜଗତ ବିନା ଉଭିଦଜଗତ ବଞ୍ଚିପାରେ, ମାତ୍ର ଉଭିଦଜଗତ ବ୍ୟତୀତ ପ୍ରାଣୀଜଗତ ତିଷ୍ଠିବା ଅସମ୍ଭବ । ବାୟୁମଣ୍ଡଳର ବିଶୁଦ୍ଧତା, ମୃତ୍ତିକା ସଂରକ୍ଷଣ, ବିଭିନ୍ନ ଖାଦ୍ୟ, ପାନୀୟ, ବସ୍ତ୍ର, ବାସଗୃହ ଇତ୍ୟାଦିପାଇଁ ଉଭିଦଜଗତ ନିକଟରେ ପ୍ରାଣୀଜଗତ ଏକାନ୍ତ ଋଣୀ । ଜନସଂଖ୍ୟାର ବୃଦ୍ଧି ହେତୁ ଉଭିଦଜଗତ ବହୁ ଚାପର ସମ୍ମୁଖୀନ । କ୍ରମଶଃ ଜଙ୍ଗଲ ନଷ୍ଟ ହେବା ଶୁଭ ଲକ୍ଷଣ ନୁହେଁ । ଏହାକୁ ନ ରୋକିଲେ ମାନବ ସମାଜ ଦୁର୍ଦ୍ଦଶାଗ୍ରସ୍ତ ହେବ । ବୃକ୍ଷଲତା ଆମର ବନ୍ଧୁ । ଅରଣ୍ୟ ସୃଷ୍ଟି ଆମର ଲକ୍ଷ୍ୟ ହେବା ଉଚିତ । ଏଥିପାଇଁ ଆମ ଦେଶରେ ମୃତ୍ତିକା ସଂରକ୍ଷଣ, ବନ ସଂରକ୍ଷଣ, ସାମାଜିକ ବନୀକରଣ ଆଦି ଯୋଜନା କାର୍ଯ୍ୟକାରୀ କରାଯାଉଛି । ବୃକ୍ଷଲତାକୁ ସବୁଜ ସ୍ଵର୍ଣ୍ଣ କୁହାଯାଏ । ତେବେ ଏହା ସୁନାଠାରୁ ମଧ୍ୟ ବହୁ ଗୁଣରେ ମୂଲ୍ୟବାନ୍ । ଆମେ ଏହି ଅମୂଲ୍ୟ ବନସମ୍ପଦର ସୁରକ୍ଷା ଓ ବିକାଶ ନ କଲେ ଆମର ସ୍ଥିତି ବିପନ୍ନ ଓ ଉନ୍ନତି ଅସମ୍ଭବ ହୋଇପଡ଼ିବ ।

କଠିନ ଶବ୍ଦାର୍ଥ:

  • ସମିଧ – ହୋମକାଠ ।
  • ଅନୁଧ୍ୟାନ – ବିଚାର ଆଲୋଚନା, ପରୀକ୍ଷା ନିରୀକ୍ଷା ।
  • ଅରଣ୍ୟାନୀ – ଘନଜଙ୍ଗଲ ।
  • ଉତ୍ତର – ଅନୁର୍ବର ।
  • ମନୋନିବେଶ କର – ମନଦିଅ ।
  • ନିର୍ବିଚାର – ବିଚାର ନକରି ।
  • ବନୀକରଣ – ନୂଆ ବଣ ସୃଷ୍ଟି କରିବା ।
  • ଦୁର୍ଲଭ – ବିରଳ ।
  • ସବୁଜସ୍ଵର୍ଣ୍ଣ – ଗଛଲତାକୁ ଏଠାରେ ସୁନାପରି ମୂଲ୍ୟବାନ୍ ବୋଲି କୁହାଯାଇଛି ।
  • ଶ୍ୟାମଳ – ସବୁଜ ।
  • ଅଧ୍ୟୟନରତ – ପାଠପଢ଼ାରେ ବ୍ୟସ୍ତ ।
  • ସୀମିତ – ସୀମାବଦ୍ଧ ।
  • ବିଳମ୍ବ – ଡେରି ।
  • ସଗ୍ରହକୁ – ନିଜ ଘରକୁ ।
  • ବୃକ୍ଷରୋପଣ – ଗଛ ଲଗାଇବା ।
  • ଦୈନନ୍ଦିନ – ନିତିଦିନ ।
  • ଅବାସ୍ତବ – ଯାହା ବାସ୍ତବ ନୁହେଁ ।
  • ଉପାଦେୟତା – ଆବଶ୍ୟକୀୟ ଯୋଗ୍ୟତା ।
  • ଉର୍ଦ୍ଧ୍ଵ – ଅଧୂକ ।
  • ଅନିୟମିତ – ନିୟମିତ ନୁହେଁ, ଅସଂଯତ ।
  • ଦୁର୍ଗତି – ବିପର୍ଯ୍ୟୟ ।
  • ବିବେଚିତ – ପରିଗଣିତ ।
  • ଅନାବୃଷ୍ଟି – ବୃଷ୍ଟିହୀନତା ।
  • ଆତଙ୍କିତ – ଭୟଭୀତ ।
  • ପ୍ରଦୂଷଣମୁକ୍ତ – ଅଶୁଚିକରଣରୁ ମୁକ୍ତ, ବିଶୁଦ୍ଧ ।
  • ଢାଙ୍କି – ଆଚ୍ଛାଦନ କରି ।
  • ସଙ୍କୁଚିତ – କମେଇବା, କମିବା ।
  • ଅନୁରୂପ – ଏହିପରି ।
  • ବିସ୍ତୃତ – ବ୍ୟାପକ ।
  • ଦୁର୍ମୂଲ୍ୟ – ବହୁମୂଲ୍ୟ ।
  • ଅରଣ୍ୟଲବ୍‌ଧ – ଅରଣ୍ୟରୁ ମିଳୁଥିବା ।
  • ଦୁଷ୍କର୍ମ – ମନ୍ଦକାର୍ଯ୍ୟ ।
  • ଦୁର୍ଦ୍ଦଶା – ଦୁଃଖ, ଦୁରବସ୍ଥା, ଦୁର୍ଭାଗ୍ୟ ।
  • ବିନାଶ – ଧ୍ୱଂସ ।
  • ଅମୂଲ୍ୟ – ଯାହାର ମୂଲ୍ୟ କଳନା କରିହେବ ନାହିଁ ।
  • ବିପନ୍ନ – ବିପଦରେ ପଡ଼ିଥିବା ।
  • ପ୍ରତ୍ୟାବର୍ତ୍ତନ – ଫେରିବା ।
  • ବ୍ୟବହାର୍ଯ୍ୟ – ବ୍ୟବହାରଯୋଗ୍ୟ ।
  • ହ୍ରାସ – କମିବା ।
  • ଅନୁମେୟ – ଅନୁମାନଯୋଗ୍ୟ ।
  • କଙ୍କରିଳ – ପଥୁରିଆ ।
  • ସଂପ୍ରସାରଣ – ବୃଦ୍ଧି ।
  • ନିର୍ବିଚାର – ବିଚାର ନ କରି ।

Leave a Comment