Odisha State Board BSE Odisha 6th Class Odia Solutions Chapter 16 ନ୍ୟାୟ ବିଚାର Textbook Exercise Questions and Answers.
BSE Odisha Class 6 Odia Solutions Chapter 16 ନ୍ୟାୟ ବିଚାର
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର
Question ୧।
ଉତ୍ତର କୁହ ।
(କ) ରାଜକାର୍ଯ୍ୟରୁ ଅବସର ପାଇଲେ ଗିଆସୁଦ୍ଦିନ୍ କ’ଣ କରୁଥିଲେ ?
Answer:
ରାଜକାର୍ଯ୍ୟରୁ ଅବସର ପାଇଲେ ଗିଆସୁଦ୍ଦିନ୍ ଶିକାର କରିବାକୁ ଯାଉଥିଲେ ନହେଲେ ଉଆସ ଭିତରେ ଥାଇ
(ଖ) ଜାନକୀ ବାଈ କିପରି ପେଟ ପୋଷୁଥୁଲା ?
Answer:
ଜାନକୀ ବାଈ ଭିକ୍ଷାବୃତ୍ତି କରି ପୋଟ ପୋଷୁଥିଲା ।
(ଗ) କାଳିଙ୍କ ଅଦାଲତରେ ଥିବା ଲୋକେ ସ୍ତବ୍ଧ ହୋଇଗଲେ କାହିଁକି ?
Answer:
ଜାନକୀ ବାଈ ଭଳି ଜଣେ ଦରିଦ୍ର ଭିକାରୁଣୀ ନିଜ ପୁଅକୁ ମାରିଥିବାର ଅଭିଯୋଗ ସମଗ୍ର ହିନ୍ଦୁସ୍ଥାନର ସମ୍ରାଟ ଗିଆସୁଦ୍ଦିନ୍ଙ୍କ ନାଆଁରେ କରୁଥିବାର ଶୁଣି କାଜିଙ୍କ ଅଦାଲତରେ ଥିବା ଲୋକେ ସ୍ତବ୍ଧ ହୋଇଗଲେ ।
(ଘ) ଅଦାଲତରେ ସୁଲ୍ତାନ୍ଙ୍କୁ ଦେଖ୍ ଲୋକମାନେ କ’ଣ କଲେ ?
Answer:
ଅଦାଲତରେ ସୁଲ୍ତାନ୍ଙ୍କୁ ଦେଖିବା ମାତ୍ରେ ଲୋକମାନେ ଆଣ୍ଠୁମାଡ଼ି ତାଙ୍କୁ ସଲାମ ଜଣାଇଲେ ।
(ଙ) ରାୟ ଘୋଷଣା ପରେ କାଜି ସୁଲ୍ତାନ୍ଙ୍କୁ କ’ଣ କହିଲେ ?
Answer:
ରାୟ ଘୋଷଣା ପରେ କାଜି ନିଜ ଆସନରୁ ଓହ୍ଲାଇ ଆସି ସୁଲତାନ୍ଙ୍କୁ ସଲାମ କଲେ । ତାପରେ କହିଲେ, ‘‘ଜାହାଁପନା, ଆପଣ ମୋତେ କ୍ଷମା କରିବେ । ମୁଁ କେବଳ ମୋର କର୍ତ୍ତବ୍ୟ କରିଛି । ଆପଣ ମୋ ଉପରେ ରାଗ କରିନାହାନ୍ତି ତ ?’’
Question ୨।
ଉତ୍ତର ଲେଖ ।
(କ) ଜାନକୀ ବାଈ ପୁଅର କିଭଳି ମୃତ୍ୟୁ ଘଟିଲା ?
Answer:
ଜାନକୀ ବାଈ ନାମରେ ଜଣେ ଦରିଦ୍ର ମହିଳା ନିଜର ଶିଶୁପୁତ୍ରକୁ ଧରି ଭିକ୍ଷା କରିବାକୁ ବାହାରିଲା ବେଳେ ହଠାତ୍ ଏକ ଶର ଆସି ପୁଅର ତଣ୍ଟିରେ ଫୁଟିଗଲା । ଯାହା ଫଳରେ ତା’ର ମୃତ୍ୟୁ ଘଟିଲା ।
(ଖ) ସ୍ତ୍ରୀ ଲୋକଟି କାଢିଙ୍କୁ କ’ଣ କହିଲା ?
Answer:
ସ୍ତ୍ରୀ ଲୋକଟି କାଢିଙ୍କୁ କହିଲା, ‘ଧର୍ମାବତାର ! ଏ ସଂସାରରେ ମୋର ଏଇ ଏକମାତ୍ର ପୁତ୍ର ଛଡ଼ା ଆଉ କେହି ନାହିଁ । ମୁଁ ଜଣେ ଅସହାୟା ନାରୀ । ପ୍ରତିଦିନ ଭିକ୍ଷାବୃତ୍ତି କରି ପୋଟ ପୋଷେ । ମୁଁ ଆଜି ସମ୍ରାଟଙ୍କ ରାଜନଅର ପଛପଟ ରାସ୍ତାରେ ଏଇ ପୁତ୍ର ସହିତ ଭିକ୍ଷା ଉଦ୍ଦେଶ୍ୟରେ ଯାଉଥିବା ସମୟରେ, ବିନା ଦୋଷରେ କେହି ଜଣେ ତୀର ମାରି ତାକୁ ହତ୍ୟା କରିଛି I ମୋର ପ୍ରାର୍ଥନା, ଦୋଷୀକୁ ଆପଣ ଉଚିତ ଦଣ୍ଡ ଦିଅନ୍ତୁ ।’’
(ଗ) ଜାନକୀ ବାଈର ଅଭିଯୋଗ ଶୁଣି କାଜି କ’ଣ କଲେ ?
Answer:
ଜାନକୀ ବାଈର ଅଭିଯୋଗ ଶୁଣି କାଜି କିଛି ସମୟ ପାଇଁ ନିରବ ରହିଲେ ଏବଂ କିଛି ସମୟପରେ ପିଆଦା ହାତରେ ସୁଲତାନଙ୍କୁ ଡକାଇ ପଠାଇଲେ ଯେ ବିଚାର ନିମିତ୍ତ ଦରବାରରେ ଆସି ଉପସ୍ଥିତ ହୁଅନ୍ତୁ ।
(ଘ) କାଜିଙ୍କର ସାହସ ଦେଖ୍ ଲୋକେ କ’ଣ ଭାବିଲେ ?
Answer:
କାଜିଙ୍କର ଏପରି ସାହସ ଦେଖ୍ ଲୋକେ ଭାବିଲେ ସୁଲ୍ତାନ୍ ତାଙ୍କୁ ଆଜି ନିଶ୍ଚେ ଚାକିରିରୁ ବରଖାସ୍ତ କରିବେ ।
(ଙ) କାଜିଙ୍କର ଆଦେଶକୁ ସ୍କୁଲ୍ତାନ୍ କିପରି ପାଳନ କଲେ ?
Answer:
କାଜିଙ୍କର ଆଦେଶକୁ ସୁଲତାନ ମୁଣ୍ଡପାତି ସହିନେଲେ । ସେ ସେହି ସମୟରୁ ନିଜକୁ ବିଧବା ନାରୀର ପୁଅ ଭାବରେ ଗ୍ରହଣ କରି ବଞ୍ଚିବା ଯାଏ ତା’ର ଦାୟିତ୍ଵ ଗ୍ରହଣ କରିବାକୁ ରାଜି ହୋଇଗଲେ ।
Question ୩।
ସରଳ ଭାଷାରେ ବୁଝାଇ ଲେଖ ।
(କ) ‘ମୁଁ କେବଳ ମୋର କର୍ତ୍ତବ୍ୟ କରିଛି ।??
Answer:
ମୁଁ କେବଳ ………………………… କରିଛି ।
ଉଦ୍ଧୃତାଂଶଟି ପଠିତ ସାହିତ୍ୟ ବହିର ‘ନ୍ୟାୟ ବିଚାର’ ଗଳ୍ପରୁ ସଂଗୃହୀତ । ଏଠାରେ ଗାଳ୍ପିକ ସୁନନ୍ଦ କର କାଜିଙ୍କ କର୍ତ୍ତବ୍ୟ ସମ୍ପର୍କରେ ସ୍ୱାକାରୋକ୍ତିକୁ ପ୍ରକାଶ କରିଛନ୍ତା ଜାନକୀ ବାଈର ପୁଅକୁ ସ୍କୁଲ୍ତାନ୍ ମାରିଥିବାର ଶୁଣି କାଜି ସଙ୍ଗେ ସଙ୍ଗେ ତାଙ୍କୁ ଦରବାରରେ ଉପସ୍ଥିତ ହେବାକୁ ପରୱାନା ପଠାଇଲେ । ସମସ୍ତେ ଭାବିଥିଲେ, କାଜି ସୁଲ୍ତାନ୍ଙ୍କ ନାମ ଶୁଣି ବିଚାରଧାରା ବଦଳାଇ ଦେବେ । ହେଲେ ଜଣେ ବିଚାରପତି ଭାବରେ ସେ ଉଚିତ ବିଚାର କରିବାକୁ ଯାଇ ନ୍ୟାୟ ପ୍ରଦାନ କରିଛନ୍ତି । ପୁତ୍ର ହତ୍ୟାକାରୀ ସୁଲ୍ତାନ୍ଙ୍କୁ ଜାନକୀ ବାଈର ଜୀବନବ୍ୟାପୀ ଭରଣପୋଷଣ ଭାର ଗ୍ରହଣ କରିବାକୁ ସେ ହୁକୁମ ଜାରି କରିଛନ୍ତି । ରାୟ ଘୋଷଣା ପରେ କାଜି ନିଜର ଆସନରୁ ଓହ୍ଲାଇ ଆସି ବିନୟ ଭାବରେ କ୍ଷମା ମାଗିଛନ୍ତି । କାରଣ ବିଚାରପତି ଆସନରେ ବସିଥିଲେ ମଧ୍ୟ ସେ ସୁଲ୍ତାନ୍ଙ୍କ ଅଧୀନସ୍ଥ କର୍ମଚାରୀ ଅଟନ୍ତି । ଆଉ ନିଜେ ଯେ ନିଜର ବିହିତ କର୍ତ୍ତବ୍ୟ କରିଛନ୍ତି; ତାହା ମଧ୍ୟ ଜଣାଇଛନ୍ତି । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯଥାର୍ଥ ଅଟେ ।
(ଖ)‘‘ଧର୍ମାବତାର, ଆପଣଙ୍କ ଆଦେଶ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି ।”
Answer:
ଧର୍ମାବତାର ………………………… ପାଳନ କରିବି ।
ଉଦ୍ଧୃତାଂଶଟି ସୁନନ୍ଦ କରଙ୍କ ଲିଖ୍ ‘ନ୍ୟାୟ ବିଚାର’ ଗଳ୍ପରୁ ଆନୀତ । ଏଠାରେ ଗାଳ୍ପିକ ସୁଲ୍ତାନ୍ଙ୍କ ମୁହଁରେ କାଜିଙ୍କର ଦଣ୍ଡାଦେଶ ଗ୍ରହଣକୁ ସ୍ଵୀକାର କରାଇଛନ୍ତି । ଜାନକୀ ବାଈ ନିଜ ପୁଅର ହତ୍ୟାକାରୀକୁ ଦଣ୍ଡବିଧାନ ମିଳିବ କି ନାହିଁ ବୋଲି କାଜିଙ୍କ ପାଖରେ ସନ୍ଦେହ ପ୍ରକାଶ କରିଥିଲା । ଦୋଷୀ ଯେତେ ବଡ଼ ଲୋକ ହେଉ ନା କାହିଁକି, ତାକୁ ସେ ନିଶ୍ଚୟ ଉଚିତ ଦଣ୍ଡ ଦେବେ ବୋଲି କହିବାରୁ ଜାନକୀ ବାଈ ସୁଲତାନ୍ଙ୍କ ନାମ କହିଥିଲା । କାଜି ମଧ୍ଯ କାଳବିଳମ୍ବ ନକରି ସୁଲତାନଙ୍କୁ ଦରବାରକୁ ଡକାଇ ନିଜର ରାୟ ଶୁଣାଇଥିଲେ । ନିରାଶ୍ରୟା ସ୍ତ୍ରୀଟିର ଏକମାତ୍ର ପୁଅ ମରିଯିବା ଫଳରେ ତା’ର ସମସ୍ତ ସାହା ଭରସା ତୁଟି ଯାଇଛି ।
ତେଣୁ ତା’ର ଭରଣପୋଷଣ ଭାର ସାରାଜୀବନ ପାଇଁ ସୁଲ୍ତାନ୍ ଗ୍ରହଣ କରିବେ ବୋଲି କାଜି ନ୍ୟାୟ ବିଚାରରେ କହିଥିଲେ । କାଜିଙ୍କଠାରୁ ଆଦେଶ ପାଇ ସୁଲତାନ୍ ମୁଣ୍ଡପାତି କହିଥିଲେ, ‘‘ଧର୍ମାବତାର ! ଆପଣଙ୍କ ଆଦେଶ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି। ’’ ପ୍ରକୃତରେ ସୁଲତାନ୍ ଗିଆସୁଦ୍ଦିନ୍ ନିଜ ରାଜ୍ୟରେ ନ୍ୟାୟ ବିଚାରକୁ ସମ୍ମାନ ଦେଇ ଏଇ ଦଣ୍ଡବିଧାନକୁ ଗ୍ରହଣ କରିନେଇଥିଲେ । ଗିଆସୁଦ୍ଦିନ୍ ଥିଲେ ଜଣେ ମହାନୁଭବ ସମ୍ରାଟ। ନିର୍ଭିକ ଓ ନିରପେକ୍ଷଭାବେ ବିଚାର କରିଥିବାରୁ ସେ କାଜିଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ । ବାସ୍ତବରେ ସୁଲ୍ତାନ୍ ଗିଆସୁଦ୍ଦିନ୍ଙ୍କ ମହନୀୟତା ପୃଥିବୀରେ ବିରଳ ।
(ଗ) ‘‘ଆପଣ ମୋ ରାଜ୍ୟର ଗୌରବ ।’’
Answer:
ଆପଣ …………………………….. ଗୌରବ ।
ଉଦ୍ଧୃତାଂଶଟି ସୁନନ୍ଦ କରଙ୍କ ରଚିତ ‘ନ୍ୟାୟ ବିଚାର’ ଗଳ୍ପରୁ ସଂଗୃହୀତ । ଏଠାରେ ସୁଲ୍ତାନ୍ ଗିଆସୁଦ୍ଦିନ୍ କାଜିଙ୍କର ଯେଉଁ ପ୍ରଶଂସା କରିଥିଲେ, ତାହା ଆଲୋଚିତ ହୋଇଛି । ସୁଲ୍ତାନ୍ ଗିଆସୁଦ୍ଦିନ ବଲ୍ବନ ନିଜର ସାମ୍ରାଜ୍ୟକୁ ଲୋକପ୍ରିୟ ତଥା ସୁଦୃଢ଼ କରିବାପାଇଁ ବହୁବିଧ ପଦକ୍ଷେପ ନେଇଥିଲେ । ସେଥିମଧ୍ୟରୁ ନ୍ୟାୟବିଚାର ଲାଗି ଅଭିଜ୍ଞ କାଜିମାନଙ୍କୁ ନିଯୁକ୍ତି ପ୍ରଦାନ ଅନ୍ୟତମ । କାଜିମାନେ ମଧ୍ୟ ଉଚିତ ନ୍ୟାୟ ବିଚାର ପ୍ରଦାନ କରୁଥିଲେ । କାହାର ପକ୍ଷପାତିତା କରୁନଥିଲେ । ତାଙ୍କ ଦୃଷ୍ଟିରେ ସାଧାରଣ ଭିକାରି ଯାହା, ରାଜ୍ୟର ସୁଲ୍ତାନ୍ ମଧ୍ୟ ସେଇଆ । ଭିକାରୁଣୀ ଜାନକୀ ବାଈ ପୁଅର ଝତ୍ୟାକାରୀ ସୁଲ୍ତାନ୍ଙ୍କୁ ଦରବାରକୁ ଡକାଇବା ଓ ଜାନକୀ ବାଈକୁ ଉଚିତ ନ୍ୟାୟ ପ୍ରଦାନ କରିବା ତାଙ୍କର ନିଭୀକ ତଥା ନିରପେକ୍ଷତାର ଉଦାହରଣ ।
ସେ ସୁଲତାନଙ୍କୁ ଦଣ୍ଡାଦେଶ କରିସାରିବା ପରେ ନିଜ ଆସନରୁ ଓହ୍ଲାଇ ଆସି ସଲାମ କରି କ୍ଷମାପ୍ରାର୍ଥନା କରିଛନ୍ତି । କାରଣ ଯାହାର ଅଧୀନରେ କାଜି ଚାକିରି କରିଛନ୍ତି, ତାଙ୍କୁ ଆଜି ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହା କମ୍ ସାହସର କଥା ନୁହେଁ । ନିଜେ ସେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି, ସେଥିପାଇଁ ଯଦି ସୁଲତାନଙ୍କ ମନରେ କିଛି ରାଗ ଥାଏ, ତେବେ କ୍ଷମା କରିବାକୁ ବିନମ୍ର ନିବେଦନ କରିଛନ୍ତି । ହେଲେ ଗିଆସୁଦ୍ଦିନ୍ କାଜିଙ୍କୁ କୁଣ୍ଢାଇ ପକାଇ ତାଙ୍କର ନିରପେକ୍ଷ ବିଚାରର ପ୍ରଶଂସା କରିଛନ୍ତି । କାଜିଙ୍କ ପରି ବିଚାରପତି ଯେ ତାଙ୍କ ରାଜ୍ୟର ଗର୍ବ ଓ ଗୌରବ, ତାହା ମଧ୍ୟ ମୁକ୍ତକଣ୍ଠରେ ସ୍ଵୀକାର କରିଛନ୍ତି । ବାସ୍ତବରେ ଏହିପରି ନିରପେକ୍ଷ ବିଚାରପତି ଥିଲେ ରାଜ୍ୟର ସୁନାମ ବୃଦ୍ଧିପାଏ ।
Question ୪।
ବାକ୍ୟଟିରେ ଉପଯୁକ୍ତ ବିରାମ ଚିହ୍ନ ଦେଇ ଲେଖ । ସେ ତେଣୁ ଦୃଢ଼ ସ୍ୱରରେ କହିଲେ ନିଶ୍ଚିନ୍ତ ହୁଅ ମା’ ଦୋଷୀ ଯେତେବଡ଼ ହେଉନା କାହିଁକି ମୁଁ ନିଶ୍ଚେ ତାକୁ ଉଚିତ ଦଣ୍ଡ ଦେବି କୁହ କିଏ ସେହି ଅପରାଧୀ । ଦଣ୍ଡ ଦେବି କୁହ କିଏ ସେହି ଅପରାଧୀ ।
Answer:
ସେ ତେଣୁ ଦୃଢ଼ ସ୍ୱରରେ କହିଲେ, ‘‘ନିଶ୍ଚିନ୍ତ ହୁଅ ମା’! ଦୋଷୀ ଯେତେବଡ଼ ଲୋକ ହେଉ ନା କାହିଁକି, ମୁଁ ନିଶ୍ଚେ ତାକୁ ଉଚିତ ଦଣ୍ଡ ଦେବି । କୁହ କିଏ ସେହି ଅପରାଧୀ ?’’
Question ୫।
ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକ ମଧ୍ୟରେ ଯେଉଁଗୁଡ଼ିକର ବନାନ ଠିକ୍, ତାକୁ ବାଛି ଲେଖ ।
(କ) ଯାନକି, ଜାନକୀ, ଜାନକି
(ଖ) ସମୁଖ, ସମ୍ମୁଖ, ସମୂଖ
(ଗ) ସଂକିର୍ଣ୍ଣ, ଶଂକୀର୍ଣ୍ଣ, ସଂକୀର୍ଣ୍ଣ
(ଘ) ଭିକାରିଣୀ, ଭିକାରୁଣି, ଭିକାରୁଣୀ
Answer:
(କ) ଜାନକୀ,
(ଖ) ସମ୍ମୁଖ,
(ଗ) ସଂକୀର୍ଣ୍ଣ
(ଘ) ଭିକାରୁଣୀ
Question ୬ ।
‘‘ଭରଣପୋଷଣ’’ ପରି ଆଉ ଚାରିଗୋଟି ଯୋଡ଼ା ଶବ୍ଦ ମନରୁ ଭାବି ଲେଖ ।
Answer:
ଲାଳନପାଳନ, ଶିକ୍ଷାଦୀକ୍ଷା, କଳିକଜିଆ, ଲିପାପୋଛା ।
Question ୭।
ରାଜା ଧନୁ ତୀର ଧରି ଲାଖ ବିନ୍ଧନ୍ତି। ନଦୀ ତୀରରେ ବୁଲିବାକୁ ଭଲ ଲାଗେ ।
ଉପର ବାକ୍ୟ ଦୁଇଟିରେ ରେଖାଙ୍କିତ ପଦ ଦୁଇଟିର ଅର୍ଥ ଅଲଗା । ସେ ଦୁଇଟି ଶବ୍ଦର ଅର୍ଥ ବୁଝି ଓ ସେହିପରି ଏକାଭଳି ଶୁଣାଯାଉଥିବା ଆଉ କେତୋଟି ଶବ୍ଦ ଲେଖୁ ତାହାକୁ ବାକ୍ୟରେ ବ୍ୟବହାର କର ।
Answer:
ତୀର – ଶର, ତୀର – କୂଳ ।
(୧) ନିତି – ପ୍ରତିଦିନ – ସେ ନିତି ବିଦ୍ୟାଳୟକୁ ଯାଏ ।
ନୀତି – ନିୟମ – ତା’ର ଏପରି ନୀତି ଦେଖ୍ ଲୋକେ ରାଗିଲେ ।
(୨) ପ୍ରସାଦ – ଭୋଗ – ଠାକୁରଙ୍କ ପ୍ରସାଦ ଖାଅ ।
ପ୍ରସାଦ – କୋଠା – ରାଜପ୍ରାସାଦରେ ରାଜା ରହନ୍ତ୍ରା
(୩) ବିସ – ପଦ୍ମନାଡ଼ – ହଂସ ବିସ ଖାଏ ।
ବିସ – ଗରଳ – ପିଲାଟି ବିଷ ଖାଇଲା ।
Question ୮।
ଉପଯୁକ୍ତ ଶବ୍ଦ ନେଇ ନିମ୍ନ ପାଠରେ ଥିବା ଶୂନ୍ୟସ୍ଥାନ ପୂରଣ କର ।
ପ୍ରତିଦିନ ___________ ପେଟ ପୋଷେ। ___________ ତକମ୍ ନୁହେଁ ! ___________ ମୁଁ ଅକ୍ଷରେ ଅକ୍ଷରେ ___________ ।
Answer:
ପ୍ରତିଦିନ ଭିକ୍ଷାବୃତ୍ତି କରି ସେ ତା’ର ପେଟ ପୋଷେ ତା’ର ସାହସ ତ କମ୍ ନୁହେଁ ! ଆପଣଙ୍କ ଆଦେଶ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି।
Question ୯।
‘ଭିକାରୁଣୀ’ ଶବ୍ଦର ଲିଙ୍ଗ ପରିବର୍ତ୍ତନ କଲେ ହେବ ‘ଭିକାରି’ । ସେହିପରି ନିମ୍ନଲିଖତ ଶବ୍ଦଗୁଡ଼ିକର ଲିଙ୍ଗ ପରିବର୍ତ୍ତନ କରି ଲେଖ ।
ଠାକୁରାଣୀ, ଅସୁରୁଣୀ, ସମୁଦୁଣୀ, ମାଲୁଣୀ, ବାଘୁଣୀ, ସଙ୍ଗାତୁଣୀ ।
Answer:
ଠାକୁରାଣା – ଠାକୁର
ସମୁଦୁଣା – ସମୁଦି
ବାଘୁଣା – ବାଘ
ଅସ୍ତ୍ରରୁଶା – ଅସୁର
ମାଲୁଶା – ମାଳା
ସଙ୍ଗାତୁଶା – ସଙ୍ଗାତ
ତୁମ ପାଇଁ କାମ
୧। ଏହିପରି ଇତିହାସ ସମ୍ବନ୍ଧୀୟ ଗଛ ସଂଗ୍ରହ କରି ଶ୍ରେଣୀରେ ପାଠ କର ।
୨। ମନରୁ ଆଉ ଗୋଟି, ଏପରି ଗପ ଭାବି ଲେଖ ଓ ଶ୍ରେଣୀ ଶିକ୍ଷକଙ୍କୁ ଦେଖାଅ ।
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର
Question ୧।
ଦୁଃ + ଘଟଣା = ଦୁର୍ଘଟଣା ଶବ୍ଦ ହେଲାପରି ଆଉ ଗୋଟିଏ ନୂଆ ଶବ୍ଦ ଲେଖ ।
Answer:
ଦୁଃ + ଦଶା = ଦୁର୍ଘଣା
Question ୨।
ଉତ୍କଣ୍ଠା, ସଂକୀର୍ଣ୍ଣ, ନିରପେକ୍ଷ, ନିଃସହାୟା – ଏହିସବୁ ଶବ୍ଦକୁ ନେଇ ବାକ୍ୟଗଠନ କର । ପରୀକ୍ଷା ଫଳ ଜାଣିବାକୁ ମୋ ମନରେ ଉତ୍କଣ୍ଠା ବଢ଼ିଯାଇଛି ।
Answer:
ତ୍ତକ୍ଣ୍ଠା – ପରାକ୍ଷା ଫଳ ଜାଣିବାକୁ ମୋ ମନରେ ଉକ୍ଶ୍ୱା ବଢ଼ିଯାଇଛା
ସଂକୀର୍ଣ୍ଣ – ଗାଡ଼ିଟି ସଂକୀର୍ଣ୍ଣ ରାସ୍ତାରେ ଗଲା ।
ନିରପେକ୍ଷ – କାଜି ନିର୍ପେକ୍ଷ ଭାବେ ବିଚାର କଲେ ।
ନିଃସହାୟା – ନିଃସହାୟା ନାରୀଟି ଭିକ୍ଷାବୃତ୍ତି କରୁଛି ।
Question ୩।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଜାନକୀ ବାଈ କେଉଁଠି ରହୁଥିଲା ?
Answer:
ଦିଲ୍ଲୀ ସହରର ଶେଷ ସୀମାରେ ଗୋଟିଏ ଭଙ୍ଗା କୁଡ଼ିଆରେ ନିଜର ସାତବର୍ଷର ପୁଅକୁ ଧରି ଜାନକୀ ବାଈ ରହୁଥିଲା ।
(ଖ) ନିଜର ସାମ୍ରାଜ୍ୟକୁ ସୁଦୃଢ଼ ରଖିବାପାଇଁ ସୁଲତାନ୍ କି ପଦକ୍ଷେପ ଗ୍ରହଣ କରିଥିଲେ ?
Answer:
ନିଜର ସାମ୍ରାଜ୍ୟକୁ ସୁଦୃଢ଼ ରଖିବାପାଇଁ ସୁତାନ୍ ଶାସନ କାର୍ଯ୍ୟ ଲାଗି ଟାଣୁଆ ସୁବେଦାର ଓ ନ୍ୟାୟ ବିଚାର ଲାଗି ଅଭିଜ୍ଞ କାଜିମାନଙ୍କୁ ନିଯୁକ୍ତ କରିଥିଲେ ।
(ଗ) ଶିଶୁପୁତ୍ରର ଶବକୁ ଦେଖ୍ ଗିଆସୁଦ୍ଦିନ୍ କ’ଣ କହିଲେ ?
Answer:
ଶିଶୁପୁତ୍ରର ଶବକୁ ଦେଖ୍ ଗିଆସୁଦ୍ଦିନ୍ କହିଲେ, ‘ଧର୍ମାବତାର, ଏହା ଅବଶ୍ୟ ସତ୍ୟ । ମୁଁ ଆଜି ସକାଳେ ଉଆସର ଛାତ ଉପରେ ଲାଖବିନ୍ଧା ଅଭ୍ୟାସ କରୁଥିବାବେଳେ ଅକସ୍ମାତ୍ ମୋର ଅସାବଧାନତାବଶତଃ ତୀରଟିଏ ଖସିଯାଇ ପିଲାଟି ଦେହରେ ବାଜିଯାଇଛି । ଫଳରେ ଏଭଳି ଦୁର୍ଘଟଣା ଘଟିଛି । ମୁଁ ଜାଣି ଜାଣି ଏହା କରି ନାହିଁ ।’’
(ଘ) ଜାନକୀ ବାଈ କାହିଁକି କାଜିଙ୍କ ଉପରେ ସନ୍ଦେହ ପ୍ରକାଶ କଲା ?
Answer:
ଜାନକୀ ବାଈ ଜାଣିଥିଲା ସୁଲତାନ ହିଁ ତା’ର ପୁଅକୁ ହତ୍ୟା କରିଛନ୍ତି । ରାଜ ଦରବାରରେ ତାଙ୍କ ସମ୍ପର୍କରେ କହିଲେ କାଳେ କାଜି ତାଙ୍କୁ ଉପଯୁକ୍ତ ନ୍ୟାୟବିଚାର ଦେବେ ନାହିଁ, ତେଣୁ ସେ ସନ୍ଦେହ ପ୍ରକାଶ କରିଥିଲେ ।
(ଙ) ଜାନକୀ ବାଈକୁ କାଜି କ’ଣ କହିଥିଲେ ?
Answer:
କାଢି ଦୃଢ଼ସ୍ୱରରେ କହିଥିଲେ, ‘ନିଶ୍ଚିନ୍ତ ହୁଅ ମା’ । ଦୋଷୀ ଯେତେବଡ଼ ଲୋକ ହେଉନା କାହିଁକି, ମୁଁ ତାକୁ ଉଚିତ ଦଣ୍ଡ ଦେବି । ସେହି ଅପରାଧୀଟି କିଏ ମୋ ଆଗରେ କୁହ ।’’
(ଚ) ଏ ଗଛଟି ଆମକୁ କି ଶିକ୍ଷା ଦେଉଛି ?
Answer:
ଯିଏ ଯେଉଁ ସ୍ତରରେ ଥାଉ ନା କାହିଁକି ପ୍ରତ୍ୟେକ ନିଜର ବିହିତ କର୍ତ୍ତବ୍ୟ ନିରପେକ୍ଷ ଭାବରେ କରିବା ଉଚିତ । ଏହା ର୍ହି ଏଗଞ୍ଜ ଆମକୁ ଶିକ୍ଷା ଦେଉଛି। ଦେଉଛି ।
Question ୪।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) କାଜିଙ୍କର ସାହସ ଦେଖ୍ ଲୋକେ କ’ଣ ଭାବିଲେ ?
Answer:
ଜାନକୀ ବାଈର ଅଭିଯୋଗ ଶୁଣି କାଢି କିଛି ସମୟ ନୀରବ ରହିଲେ । ତା’ପରେ ନିଜ ଦସ୍ତଖତରେ ଏକ ପରୱାନା ଲେଖୁ ସମ୍ରାଟଙ୍କ ନିକଟକୁ ପଠାଇଦେଲେ । ସେଥିରେ ବିଚାର ନିମନ୍ତେ ତୁରନ୍ତ ହାଜର ହେବାକୁ ସମ୍ରାଟଙ୍କୁ ଆଦେଶ ଦିଆଯାଇଥିଲା। କାଜିଙ୍କର ଏଭଳି ସାହସ ଦେଖୁ ସମସ୍ତେ ସ୍ତବ୍ଧ ହୋଇଗଲେ । ଲୋକେ ଭାବିଲେ ସୁଲତାନ ଆଜି ନିଶ୍ଚେ କାଢିଙ୍କୁ ଚାକିରିରୁ ବରଖାସ୍ତ କରିବେ । ଘଟଣାର ଶେଷ ପରିଣତି କ’ଣ ହେବ ଦେଖୁବାପାଇଁ ସମସ୍ତେ ଅପେକ୍ଷା କରି ରହିଲେ ।
(ଖ) ଶିଶୁପୁତ୍ରର ଶବକୁ ଦେଖି ଗିଆସୁଦ୍ଦିନ୍ କ’ଣ କହିଲେ ?
Answer:
ଜାନକୀ ବାଈ କାଜିଙ୍କ ନିକଟରେ ଅଭିଯୋଗ କରିଥିଲା ଯେ ସୁଲ୍ତାନ୍ ତୀର ମାରି ତା’ର ଶିଶୁପୁତ୍ରକୁ ହତ୍ୟା କରିଛନ୍ତି । କାଜି ଏ ଘଟଣାର ସତ୍ୟାସତ୍ୟ ବିଷୟରେ ସୁତାନ୍ଙ୍କୁ ପଚାରିଲେ । ଶିଶୁପୁତ୍ରର ଶବକୁ ଦେଖୁ ଗିଆସୁଦ୍ଦିନ୍ କହିଲେ, ‘ଧର୍ମାବତାର, ଏହା ଅବଶ୍ୟ ସତ୍ୟ । ମୁଁ ଆଜି ସକାଳେ ଉଆସର ଛାତ ଉପରେ ଲାଖବିକ୍ଷୀ ଅଭ୍ୟାସ କରୁଥିବାବେଳେ ଅଜସ୍ଵାତ୍ ମୋର ଆସାବଧାନତାବଶତଃ ତାରଟିଏ ଖସିଯାଇ ପିଲାଟି ଦେହରେ ବାଜିଯାଇଛି । ଫଳରେ ଏଭଳି ଦୁର୍ଘଟଣା ଘଟିଛି । ମୁଁ ଜାଣି ଜାଣି ଏହା କରିନାହିଁ ।’’
(ଗ) ଜାନକୀ ବାଈ କାଜିଙ୍କ ନିକଟରେ ଅଭିଯୋଗ କରି କ’ଣ କହିଲା ?
Answer:
ଜାନକୀ ବାଈ କାଢିଙ୍କ ନିକଟରେ ଅଭିଯୋଗ କରି କହିଲା, ‘ଧର୍ମାବତାର ! ଏ ସଂସାରରେ ମୋର ଏଇ ଏକମାତ୍ର ପୁତ୍ର ଛଡ଼ା ଆଉ କେହି ନାହିଁ । ମୁଁ ଜଣେ ଅସହାୟା ନାରୀ । ପ୍ରତିଦିନ ଭିକ୍ଷାବୃତ୍ତି କରି ପୋଟ ପୋଷେ । ମୁଁ ଆଜି ସମ୍ରାଟଙ୍କ ରାଜନଅର ପଛପଟ ରାସ୍ତାରେ ଏଇ ପୁତ୍ର ସହିତ ଭିକ୍ଷା ଉଦ୍ଦେଶ୍ୟରେ ଯାଉଥିବା ସମୟରେ, ବିନା ଦୋଷରେ କେହି ଜଣେ ତୀର ମାରି ତାକୁ ହତ୍ୟା କରିଛି । ମୋର ପ୍ରାର୍ଥନା, ଦୋଷୀକୁ ଆପଣ ଉଚିତ ଦଣ୍ଡ ଦିଅନ୍ତୁ ।’’
(ଘ) ଜାନକୀ ବାଈର ଅଭିଯୋଗ ଶୁଣି କାଜି କ’ଣ କଲେ ?
Answer:
ସମ୍ରାଟ୍ ଗିଆସୁଦ୍ଦିନ୍ ତା’ର ଶିଶୁପୁତ୍ରକୁ ତୀର ମାରି ହତ୍ୟା କରିଛନ୍ତି ବୋଲି ଜାନକୀ ବାଈ କାଜିଙ୍କ ନିକଟରେ ଅଭିଯୋଗ କଲା । ଏକଥା ଶୁଣି ସମସ୍ତେ ସ୍ତବ୍ଧ ହୋଇଗଲେ । କାଜି କ’ଣ କରିବେ ସେ କଥା ଜାଣିବାପାଇଁ ସମସ୍ତେ ଉତ୍କଣ୍ଠିତ ହେଲେ । କାଜି ଜାନକୀ ବାଈର ଅଭିଯୋଗ ଶୁଣି କିଛି ସମୟ ନୀରବ ରହିଲେ । ତା’ପରେ ନିଜ ଦସ୍ତଖତରେ ଗୋଟିଏ ପରୱାନା ପିଆଦା ହାତରେ ସୁଲତାନ୍ଙ୍କ ନିକଟକୁ ପଠାଇଦେଲେ । ସେଥୁରେ ବିଚାର ନିମନ୍ତେ ତୁରନ୍ତ ହାଜର ହେବାକୁ ସୁଲତାନଙ୍କୁ କୁହାଯାଇଥିଲା ।
ଗାଞ୍ଜିକ ପରିଚୟ:
ସୁନନ୍ଦ କର (୧୯୨୭-୧୯୮୫) କଟକ ସହରରେ ଜନ୍ମଗ୍ରହଣ କରିଥିଲେ । ସେ ବାଗ୍ମୀ ବିଶ୍ଵନାଥଙ୍କଦ୍ବାରା ପ୍ରତିଷ୍ଠିତ ମାସିକ ‘ଉତ୍କଳ ସାହିତ୍ୟ’ ପତ୍ରିକାର ସମ୍ପାଦକ ଥିଲେ । ଜଣେ ସାମ୍ବାଦିକ ଭାବରେ ସେ ଦୈନିକ ‘ସମାଜ’ ରେ ମଧ୍ୟ କିଛି ଦିନ କାର୍ଯ୍ୟ କରିଥିଲେ । କେତୋଟି ବଙ୍ଗଳା ଓ ଇଂରାଜୀ ପୁସ୍ତକକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି । ଜଣେ କବି, ଗଳ୍ପ ଲେଖକ ଓ ଅନୁବାଦକ ଭାବରେ ତାଙ୍କର ଖ୍ୟାତି ରହିଛି ।
ବିଷୟ ସୂଚନା :
ସୁଲତାନୀ ଶାସକ ଗିଆସୁଦ୍ଦିନ୍ ବଲ୍ବନ୍ଙ୍କ ଶାସନ କାଳରେ କିପରି ଉଚିତ ନ୍ୟାୟ ବିଚାର ମିଳୁଥୁଲା, ତାହାର ଚିତ୍ର ଏଥିରେ ବର୍ଣ୍ଣିତ ହୋଇଛି । ନ୍ୟାୟ ଆଗରେ ରାଜା ହେଲେ ମଧ୍ୟ ଦଣ୍ଡ ପାଇବାକୁ ହକ୍ର, ଏହା ଏହି ଗଳ୍ପରେ ଦେଖାଇ ଦିଆଯାଇଛି । ବିଚାରକ ଭାବେ କାଜିଙ୍କର ନିରପେକ୍ଷତା ଓ ଶାସକ ଭାବେ ଗିଆସୁଦ୍ଦିନଙ୍କର ମହନୀୟତା ଉକ୍ତ ଗଳ୍ପରେ ପ୍ରଦର୍ଶତ ହୋଇଛା
ସାରକଥା :
ପାଞ୍ଚଶହ ବର୍ଷ ପୂର୍ବେ ଦିଲ୍ଲୀରେ ଗିଆସୁଦ୍ଦିନ୍ ବଲ୍ବନ୍ ଶାସନ କରୁଥିଲେ । ସେ ଶାସନ କାର୍ଯ୍ୟପାଇଁ ଦକ୍ଷ ସୁବେଦାର ଓ ନ୍ୟାୟ ବିଚାରପାଇଁ କାଜିମାନଙ୍କୁ ନିଯୁକ୍ତି ଦେଇଥିଲେ । ଧନୁ ତୀର ଧରି ଲାଖ ବିନ୍ଧିବାରେ ଗିଆସୁଦ୍ଦିନଙ୍କର ପ୍ରବଳ ସଉକ ଥିଲା । ଦିନେ ଭିକାରୁଣୀ ଜାନକୀ ବାଈ ନିଜ ପୁଅକୁ ଧରି ସୁଲ୍ତାନ୍ଙ୍କର ପ୍ରାସାଦ ପଛପଟେ ଏକ ସଂକୀର୍ଣ୍ଣ ରାସ୍ତାରେ ଭିକ ମାଗିବାକୁ ଯାଉଥିବାବେଳେ ଗୋଟିଏ ତୀର ଉଲ୍କା ବେଗରେ ଆସି ତା’ ପୁଅର ତଣ୍ଟିରେ ଫୁଟିଗଲା ଓ ସେ ସେଇଠାରେ ପ୍ରାଣ ହରାଇଥିଲା । ଜାନକୀ ବାଈ ଉଚ୍ଚ ସ୍ଵରରେ କାନ୍ଦିଲା । ଏହା ସୁଲ୍ତାନ୍ଙ୍କ କାର୍ଯ୍ୟ ବୋଲି ସେ ଜାଣିପାରିଲା ।
ଜାନକୀ ବାଈ ନିଜର ମଲାପୁଅକୁ ଧରି କାଜିଙ୍କ ଦରବାରରେ ଯାଇ ପହଞ୍ଚିଲା । କାଜି ତା’ ପୁଅର ହତ୍ୟାକାରୀ କିଏ ଜାଣିବାକୁ ଚାହିଁଲେ । ଜାନକୀ କହିଲା, ‘ଆପଣ ଯଦି ଦୋଷୀକୁ ଦଣ୍ଡ ଦେଇପାରିବେ ବୋଲି ସତ୍ୟ କରି କହିବେ, ତେବେ ମୁଁ ତା’ର ନାମ ପ୍ରକାଶ କରିବି।’’ କାଜିଙ୍କଠାରୁ ଦୋଷୀକୁ ଦଣ୍ଡଦେବାର ନିଶ୍ଚିତତା ଜାଣି ଜାନକୀ ‘ସେ ହେଉଛନ୍ତି ସୁଲ୍ତାନ୍ ଗିଆସୁଦ୍ଦିନ୍ ନିଜେ’। ଦରବାରରେ ଭରି ରହିଥିବା ଲୋକେ ଏକଥା ଶୁଣି ଖୁବ୍ ଆଶ୍ଚର୍ଯ୍ୟ ହେଲେ । କାଜି କିଛି ସମୟ ନୀରବ ରହି ନିଜ ଦସ୍ତଖତରେ ଗୋଟିଏ ପରୱାନା ପିଆଦା ହାତରେ ସୁଲ୍ତାନ୍ଙ୍କ ନିକଟକୁ ପଠାଇଦେଲେ । ସେଥିରେ ସେ ବିଚାର ନିମିତ୍ତ ଶୀଘ୍ର ହାଜର ହେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଲୋକେ ଭାବିଲେ କାଜିଙ୍କର ଆଜି ଚାକିରି ଚାଲିଯିବ ।
କିଛି ସମୟପରେ ପିଆଦା ସହ ସୁଲତାନ୍ ଅଦାଲତକୁ ଆସିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ଭାବିଲେ ନିଶ୍ଚୟ କିଛି ଅଘଟଣ ଘଟିବ । ହେଲେ ଗିଆସୁଦ୍ଦିନ୍ ସିଧା କାଜିଙ୍କ ନିକଟକୁ ଯାଇ ତାଙ୍କୁ ସଲାମ ଜଣାଇଲେ । କାଜି ଜାନକୀ ବାଈର ପୁତ୍ରହତ୍ୟାକାରୀ ସୁଲତାନ୍ କି ନୁହେଁ ତାହା ଜାଣିବାକୁ ଚାହିଁଲେ। ସୁଲତାନ୍ କହିଲେ, ଏହା ସତ୍ୟ । ଲାଖବିନ୍ଧା ଅଭ୍ୟାସ କଲାବେଳେ ଅସାବଧାନତା ହେତୁ ଏଭଳି ଦୁର୍ଘଟଣା ଘଟିଗଲା । ଏଥପାଇଁ ଯେଉଁ ଦଣ୍ଡାଦେଶ ମିଳିବ, ସେ ଗ୍ରହଣ କରିବାକୁ ପ୍ରସ୍ତୁତ । କାଜି କହିଲେ, ସୁଲ୍ତାନ୍ ଏଇ ନିରାଶ୍ରୟା ସ୍ତ୍ରୀ ଲୋକଟିର ସାରା ଜୀବନପାଇଁ ଭରଣପୋଷଣ ଦାୟିତ୍ଵ ଗ୍ରହଣ କରନ୍ତୁ ।
ଗିଆସୁଦ୍ଦିନ୍ ସେ ଆଦେଶକୁ ମୁଣ୍ଡପାତି ମାନିନେଲେ । ଜାନକୀ ବାଈର ପୁଅ ହୋଇ ନିଜେ ବଞ୍ଚିବା ଯାଏ ତା’ର ଭରଣପୋଷଣ ଦାୟିତ୍ଵ ଗ୍ରହଣ କରିବେ ବୋଲି କହିଲେ । ଅଦାଲତରେ ଥିବା ଲୋକମାନେ ଚୁପ୍ଚାପ୍ ନୀରବରେ ଠିଆହୋଇ ରାୟ ଘୋଷଣା ଶୁଣୁଥିଲେ । ରାୟ ଘୋଷଣା ପରେ କାଜି ନିଜ ଆସନରୁ ଓହ୍ଲାଇ ଆସି ସୁଲ୍ତାନ୍ଙ୍କୁ ସଲାମ କଲେ ଓ କହିଲେ, ‘ଜାହାଁପନା, ଆପଣ ମୋତେ କ୍ଷମା କରିବେ । ମୁଁ କେବଳ ମୋର କର୍ତ୍ତବ୍ୟ କରିଛି । ଆପଣ ମୋ ଉପରେ ରାଗ କରିନାହାନ୍ତ୍ରିତ?
ସୁଲ୍ତାନ୍ କାଜିଙ୍କୁ କୁଣ୍ଢାଇ ପକାଇ କହିଲେ – ‘ଆପଣ ମୋ ରାଜ୍ୟର ଗୌରବ, ନ୍ୟାୟ ବିଚାର ହେଉଛି ଆପଣଙ୍କର କର୍ତ୍ତବ୍ୟ । ଆପଣ ଯେ ନିର୍ଭିକ ଓ ନିରପେକ୍ଷ ଭାବରେ ବିଚାର କରୁଛନ୍ତି, ସେଥିପାଇଁ ଆପଣଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।’’ କାଜିଙ୍କର ନିରପେକ୍ଷତା ଓ ଗିଆସୁଦ୍ଦିନ୍ଙ୍କର ମହନୀୟତା ଦେଖୁ ସମସ୍ତଙ୍କ ହୃଦୟ ଭକ୍ତ ଓ ଶ୍ରଦ୍ଧାରେ ପୂରିଉଠିଲା ।
କଠିନ ଶବ୍ଦାର୍ଥ :
- କାଜି – ମୋଗଲ ଶାସନକାଳରେ ନିଯୁକ୍ତଥିବା ବିଚାରପତି ।
- ସୁଲ୍ତାନ୍ – ମୁସଲମାନ ଶାସକ ।
- ସୁବେଦାର – ରାଜକର୍ମଚାରୀ ।
- ତୀର – ଶର ।
- ଅବସର – ଛୁଟି ।
- ଉଆସ – ରାଜପ୍ରାସାଦ ।
- ଭିକ୍ଷାବୃତ୍ତି – ଭିକ୍ଷା ମାଗିବା ।
- ପ୍ରାସାଦ – କୋଠାଘର ।
- ନିର୍ଭିକ – ଭୟଶୂନ୍ୟ ।
- ସଂକୀର୍ଣ୍ଣ – ଅଣ-ଓସାରିଆ ।
- ଉଲ୍କା ବେଗରେ – ଖୁବ୍ ଜୋର୍ରେ ।
- ପ୍ରାଣବାୟୁ – ଜୀବନ ।
- ବୁକୁ – ଛାତି ।
- ଖୋଦ୍ – ନିଜେ ।
- କ୍ରନ୍ଦନ – କାନ୍ଦିବା ।
- ସ୍ତବ୍ଧ – ଆଶ୍ଚର୍ଯ୍ୟ ।
- ଉତ୍କଣ୍ଠା – ଆଗ୍ରହ ।
- ହିନ୍ଦୁସ୍ଥାନ – ଭାରତବର୍ଷର ଅନ୍ୟନାମ ।
- ପରୱାନା – ଆଦେଶପତ୍ର ।
- ପିଆଦା – ପିଅନ, ଚପରାଶି ।
- ବରଖାସ୍ତ – କୌଣସି ବ୍ୟକ୍ତିକୁ କାର୍ଯ୍ୟରୁ ବାହାର କରିବା ।
- ପରିଣତି – ଫଳାଫଳ ।
- ସଲାମ – ନମସ୍କାର ।
- ନିଃସହାୟା – ଯେଉଁ ସ୍ତ୍ରୀର କେହି ସାହା ନାହିଁ ।
- ନମ୍ର – ବିନୟ ।
- ଅକସ୍ମାତ୍ – ହଠାତ୍ ।
- ନିରାଶ୍ରୟା – ଆଶ୍ରୟଶୂନ୍ୟ ।
- କାଠପିତୁଳା – କାଠ କଣ୍ଢେଇ ।
- ରାୟ – ବିଚାରକଙ୍କ ଶେଷ ମୀମାଂସା ।
- ନିରପେକ୍ଷ – କାହା ପକ୍ଷରେ ନ ରହିବା ।