BSE Odisha 6th Class Odia Solutions Chapter 15 ଓଡ଼ିଶାର ସଂସ୍କୃତି

Odisha State Board BSE Odisha 6th Class Odia Solutions Chapter 15 ଓଡ଼ିଶାର ସଂସ୍କୃତି Textbook Exercise Questions and Answers.

BSE Odisha Class 6 Odia Solutions Chapter 15 ଓଡ଼ିଶାର ସଂସ୍କୃତି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ସଂସ୍କୃତି କହିଲେ ଆମେ କ’ଣ ବୁଝୁ ?
Answer:
ସଂସ୍କୃତି କହିଲେ ଆମେ ସାମାଜିକ ଜୀବନର ପରମ୍ପରା, ଆଦର୍ଶ ଓ ରୀତିନୀତିକୁ ବୁଝୁ ।

(ଖ) ଦେଶ ଦେଶ ବା ଜାତି ଜାତି ମଧ୍ୟରେ ସଂସ୍କୃତିଗତ ପାର୍ଥକ୍ୟ କାହିଁକି ରହେ ?
Answer:
ଯେଉଁ ଜାତିର ଆଦର୍ଶ, ଭାବଧାରା, ଜ୍ଞାନ, ସୃଜନୀଶକ୍ତି ଓ ଆତ୍ମବିଶ୍ଵାସ ଯେତେ ବିସ୍ତୃତ, ସେ ଜାତିର ସଂସ୍କୃତି ସେତେ ଉନ୍ନତ । ଏହି ଦୃଷ୍ଟିରୁ ଦେଶ ଦେଶ ବା ଜାତି ଜାତି ମଧ୍ୟରେ ସଂସ୍କୃତିଗତ ପାର୍ଥକ୍ୟ ଦେଖାଯାଏ ।

(ଗ) ବିଭିନ୍ନ ପର୍ବପର୍ବାଣି ପାଳନଦ୍ୱାରା ଆମର କି ଉପକାର ହୁଏ ?
Answer:
ନାନା ପର୍ବପର୍ବାଣି ପାଳନ କରିବାଦ୍ୱାରା ଆମ ମନରେ ଭଗବତ୍ ଚିନ୍ତା, ସତ୍ୟ, ଦୟା, ନିଷ୍ଠା, ପବିତ୍ରତା ଆଦି ଗୁଣର ବିକାଶ ଘଟେ । ସମାଜରେ ପରସ୍ପର ମଧ୍ୟରେ ମିତ୍ରଭାବ ବୃଦ୍ଧିପାଏ, ଭାବର ଆଦାନ ପ୍ରଦାନ ମଧ୍ୟ ହୁଏ । ଏହା ଜାତୀୟ ସଂହତି ଓ ଏକତା ରକ୍ଷା ଦିଗରେ ସହାୟକ ହୋଇଥାଏ ।

(ଘ) ଓଡ଼ିଶାର ସାମାଜିକ ଓ ପାରିବାରିକ ଜୀବନ ମଧୁର କାହିଁକି ?
Answer:
ଓଡ଼ିଶାର ସାମାଜିକ ଓ ପାରିବାରିକ ଜୀବନ ମଧୁର କାରଣ ପରିବାରରେ ସମସ୍ତେ ସ୍ନେହ, ପ୍ରୀତି ଓ ଆଦର ଯତ୍ନରେ ବନ୍ଧା । ବିଭିନ୍ନ ପାରିବାରିକ ଉତ୍ସବରେ ବନ୍ଧୁବାନ୍ଧବଙ୍କର ଉପସ୍ଥିତି ଉତ୍ସବକୁ ଆନନ୍ଦମୁଖର କରିଥାଏ । ବିପଦ ଆପଦବେଳେ ପଡ଼ୋଶୀ ତଥା ଅନ୍ୟମାନଙ୍କ ସାହାଯ୍ୟ, ସହଯୋଗ ଯୋଗୁଁ ଦୁଃଖ ଅନେକ ପରିମାଣରେ ଲାଘବ ହୋଇଥାଏ ।

(ଙ) ଓଡ଼ିଶାର ସଂସ୍କୃତି ବିଦେଶରେ କାହିଁକି ପରିଚିତ ?
Answer:
ସମଗ୍ର ବସୁଧାକୁ ଗୋଟିଏ କୁଟୁମ୍ବ ଭାବି ସମୁଦାୟ ମାନବ ଜାତିର ସୁଖ କାମନା କରିବା ଓଡ଼ିଆ ସଂସ୍କୃତିର ମୂଳ ଆଦର୍ଶ । ଏହି ସଂସ୍କୃତି ବିଶ୍ଵକୁ ଶାନ୍ତି, ସମତା ଓ ଭ୍ରାତୃତ୍ୱର ନିଦର୍ଶନ ଦେଇଛି । ସମୂହ ସ୍ଵାର୍ଥ ନିମନ୍ତେ ବ୍ୟକ୍ତିଗତ ସ୍ଵାର୍ଥକୁ ବଳି ଦେବା ଓଡ଼ିଆ ସଂସ୍କୃତିର ବୈଶିଷ୍ଟ୍ୟ । ଓଡ଼ିଶାର ସ୍ଥାପତ୍ୟ, ଭାସ୍କର୍ଯ୍ୟ, ବସ୍ତ୍ରଶିଳ୍ପ, ସାହିତ୍ୟ ଓ ଓଡ଼ିଶୀ ନୃତ୍ୟଯୋଗୁଁ ଓଡ଼ିଶାର ସଂସ୍କୃତି ବିଦେଶରେ ପରିଚିତ ହୋଇପାରିଛି ।

BSE Odisha 6th Class Odia Solutions Chapter 15 ଓଡ଼ିଶାର ସଂସ୍କୃତି

Question ୨।
ଶବ୍ଦ ବାଛି ଲେଖ ।
(କ) ମୁନିଋଷିମାନେ ଏ ମାଟିରେ ଜନ୍ମଗ୍ରହଣ କରି ଏହାକୁ ପରିବର୍ତ୍ତନ କରିଛନ୍ତି
(ଖ) ଭାରତୀୟ ସଂସ୍କୃତିର ଆଧାର ହେଉଛି ଈଶ୍ଵର ବିଶ୍ଵାସ ।
(ଗ) ଓଡ଼ିଶାର ସଂସ୍କୃତି, ମହାନ୍ ଭାରତୀୟ ସଂସ୍କୃତିର ଏପରି ଅଙ୍ଗ ଯାହାକୁ ଅଲଗା କରିହେବ ନାହିଁ ।
(ଘ) ଧର୍ମପଦର କାହାଣୀ ତ୍ୟାଗର ଏକ ଉଜ୍ଜ୍ଵଳ ଉଦାହରଣ ।
(ଙ) ବସ୍ତ୍ରଶିଳ୍ପରେ ଓଡ଼ିଶା ପ୍ରାଚୀନ କାଳରୁ ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି ।
(ଚ) ବିଦେଶରେ ମଧ୍ୟ ଓଡ଼ିଶାର ନୃତ୍ୟକଳା ଆଦରଲାଭ କରିଛି ।
(ସମୃଦ୍ଧ, ବୟନଶିଳ୍ପ, ଅବିଚ୍ଛେଦ୍ୟ ଅଙ୍ଗ, ଦୃଷ୍ଟାନ୍ତ, ଆଧ୍ୟାତ୍ମିକତା, ଆଦୃତ)
Answer:
(କ) ମୁନିଋଷିମାନେ ଏ ମାଟିରେ ଜନ୍ମଗ୍ରହଣ କରି ଏହାକୁ ସମୃଦ୍ଧ କରିଛନ୍ତି ।
(ଖ) ଭାରତୀୟ ସଂସ୍କୃତିର ଆଧାର ହେଉଛି ଆଧ୍ୟାତ୍ମିକତା ।
(ଗ) ଓଡ଼ିଶାର ସଂସ୍କୃତି, ମହାନ୍ ଭାରତୀୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ।
(ଘ) ଧର୍ମପଦର କାହାଣୀ ତ୍ୟାଗର ଏକ ଉଜ୍ଜଳ ଦୃଷ୍ଟାନ୍ତ ।
(ଙ) ବୟନଶିଳ୍ପରେ ଓଡ଼ିଶା ପ୍ରାଚୀନ କାଳରୁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି ।
(ଚ) ବିଦେଶରେ ମଧ୍ୟ ଓଡ଼ିଶାର ନୃତ୍ୟକଳା ଆଦୃତ ।

(୫) ଉତ୍କଳର ସଂସ୍କୃତି କିପରି ସମୃଦ୍ଧ ହୋଇଛି ?
(୬) ଦିନେ ଓଡ଼ିଶାର ସୀମା କେଉଁଠାରୁ କେଉଁଯାଏ ବିସ୍ତୃତ ଥିଲା ?
(୭) ଚଣ୍ଡାଶୋକ କେଉଁଠି ଧର୍ମାଶୋକରେ ପରିଣତ ହୋଇଥିଲେ ?
(୮) ଓଡ଼ିଆ ସଂସ୍କୃତିର ବୈଶିଷ୍ଟ୍ୟ କ’ଣ ?
(୯) ଧର୍ମପଦର କାହାଣୀ କେଉଁ ଶିକ୍ଷା ଦିଏ ?

Question ୭।
ସରଳ ଭାଷାରେ ବୁଝାଇ ଲେଖ ।
(କ) ସମଗ୍ର ବିଶ୍ଵକୁ ଏହି ସଂସ୍କୃତି ଦେଇଛି ଶାନ୍ତି, ସମତା ଓ ଭ୍ରାତୃତ୍ଵର ଦିଗ୍‌ଦର୍ଶନ ।
Answer:
ସମଗ୍ର ବିଶ୍ବକୁ ………………………………………. ଭ୍ରାତୃର ଦିଗ୍ଦର୍ଶନା
ଉକ୍ତ ଗଦ୍ୟାଶଟି ଡକ୍ଟର ଚାରୁବାଳା ମହାନ୍ତିଙ୍କ ଲିଖ୍ ‘ଓଡ଼ିଶାର ସଂସ୍କୃତି’ ବିଷୟରୁ ଉଦ୍ଧୃତ । ଏଠାରେ ଓଡ଼ିଶାର ସଂସ୍କୃତିର ମହାନତା ସମ୍ପର୍କରେ ଆଲୋକପାତ କରାଯାଇଛି । ଓଡ଼ିଶା ଆପଣାର ସଂସ୍କୃତି ଓ ପରମ୍ପରାକୁ ନେଇ ସାରା ପୃଥ‌ିବୀରେ ବେଶ୍ ପ୍ରସିଦ୍ଧ । ଓଡ଼ିଆ ଜାତିର ବୀରତ୍ଵ ଯୋଗୁଁ ଏହାର ସୀମା ଦିନେ ଗଙ୍ଗାଠାରୁ ଗୋଦାବରୀଯାଏ ବିସ୍ତୃତ ଥିଲା । ଏଇ ମାଟିରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ । ସମୂହ ସ୍ଵାର୍ଥପାଇଁ ଓଡ଼ିଆ ପୁଅ ଆପଣାର ସ୍ଵାର୍ଥକୁ ବଳିଦିଏ । ଧର୍ମପଦ ତା’ର ଜ୍ଵଳନ୍ତ ଉଦାହରଣ । ସମଗ୍ର ମାନବଜାତିକୁ ନିଜ କୁଟୁମ୍ବ ଭାବି ସେମାନଙ୍କ ସୁଖ କାମନା କରିବା ଓଡ଼ିଆ ସଂସ୍କୃତିର ମୂଳ ଆଦର୍ଶ । ଶିବ, ଶକ୍ତି ଓ ଜଗନ୍ନାଥଙ୍କ ଆରାଧନା କରି ଓଡ଼ିଶା ସମଗ୍ର ମାନବ ଜାତିକୁ ଆପଣା କରିନେଇଛି । ସମଗ୍ର ବିଶ୍ଵରେ ଏହି ସଂସ୍କୃତି ଶାନ୍ତି, ସମତା ଓ ଭ୍ରାତୃତ୍ଵର ବାର୍ତ୍ତା ପ୍ରଚାର କରିଛି । ବାସ୍ତବରେ ଓଡ଼ିଶାର ସଂସ୍କୃତି ଅନନ୍ୟ ।

(ଖ) ନୃତ୍ୟ ମାଧ୍ୟମରେ ଓଡ଼ିଶାର ସଂସ୍କୃତି ସମଗ୍ର ବିଶ୍ଵରେ ପ୍ରତିଷ୍ଠାଲାଭ କରିଛି ।
Answer:
ନୃତ୍ୟ ମାଧ୍ୟମରେ …………………………. ପ୍ରତିଷ୍ଠାଲାଭ କରିଛିା
ଉକ୍ତ ଗଦ୍ୟାଶଟି ଡକ୍ଟର ଚାରୁବାଳା ମହାନ୍ତିଙ୍କ ଲିଖ୍ ‘ଓଡ଼ିଶାର ସଂସ୍କୃତି’ ପ୍ରବନ୍ଧରୁ ଆସିଅଛି । ଏଠାରେ ଓଡ଼ିଶାର ନୃତ୍ୟକଳା କିପରି ବିଶ୍ଵରେ ପ୍ରସିଦ୍ଧିଲାଭ କରିଛି, ତାହା ବର୍ଣ୍ଣିତ ହୋଇଛି । ନୃତ୍ୟ ଓ ସଙ୍ଗୀତ ସଂସ୍କୃତିର ଅନ୍ୟତମ ବିଭବ । ଓଡ଼ିଶାର ଉଚ୍ଚକୋଟୀର ନୃତ୍ୟସଙ୍ଗୀତ ଏହାର ନିଦର୍ଶନ । ଛନ୍ଦୋମୟ ସୁଲଳିତ ଭଙ୍ଗୀ ନିମନ୍ତେ ଭାରତୀୟ ନୃତ୍ୟମାନଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟର ସ୍ଥାନ ସ୍ବତନ୍ତ୍ର । ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକ- ପରମ୍ପରାକୁ ନେଇ ଗଢ଼ିଉଠିଥିବା ସମ୍ବଲପୁରୀ, ଛଉ, ଦଣ୍ଡ, ପାଇକ, ରଣପା ଓ ଗୋଟିପୁଅ ଆଦି ଲୋକନୃତ୍ୟ ଜୀବନକୁ ସରସ, ସୁନ୍ଦର କରିଥାଏ । ପାଲା, ଦାସକାଠିଆ, ଯାତ୍ରା, ରାମଲୀଳା ପ୍ରଭୃତି ମାଧ୍ୟମରେ ଓଡ଼ିଆ ସାହିତ୍ୟ ବହୁ କାଳରୁ ସୁପ୍ରଚାରିତ ହୋଇ ଓଡ଼ିଶାର ସାଂସ୍କୃତିକ ଜୀବନକୁ ଉନ୍ନତ କରିଛି । ଦେଶବିଦେଶରେ ଓଡ଼ିଶାର ନୃତ୍ୟକଳା ବିଶେଷ ଭାବରେ ଆଦରଲାଭ କରିଛି । ଏହାଦ୍ଵାରା ଓଡ଼ିଶାର ସଂସ୍କୃତି ବିଶ୍ଵରେ ପ୍ରତିଷ୍ଠା ଲାଭ କରିଛି ।

(ଗ) ବାହ୍ୟ ଚାକଚକ୍ୟ ଅପେକ୍ଷା ଅନ୍ତରର ସଦ୍‌ଗୁଣରେ ମଣ୍ଡିତ ହେବାକୁ ଓଡ଼ିଆ ଶ୍ରେୟ ମନେକରେ ।
Answer:
ବାହ୍ୟ ଚାକଚକ୍ୟ ……………………………….. ଶ୍ରେୟ ମନେକରେ ।
ଉକ୍ତ ଗଦ୍ୟାଶଟି ଡକ୍ଟର ଚାରୁବାଳା ମହାନ୍ତିଙ୍କ ଲିଖ୍ ‘ଓଡ଼ିଶାର ସଂସ୍କୃତି’ ବିଷୟରୁ ଆସିଅଛି । ଏଠାରେ ଓଡ଼ିଶା ଜନଜୀବନର ମହତ୍ତ୍ଵ ବର୍ଣ୍ଣିତ ହୋଇଛି । ଓଡ଼ିଶାର ସାମାଜିକ ଓ ପାରିବାରିକ ଜୀବନ ମହାନ୍ । ଓଡ଼ିଆ ପରିବାରରେ ସମସ୍ତେ ପରସ୍ପର ସ୍ନେହ, ପ୍ରୀତି ଓ ଆଦର ଯତ୍ନରେ ବନ୍ଧା । ବିଭିନ୍ନ ପାରିବାରିକ ଉତ୍ସବରେ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନମାନଙ୍କୁ ଶଙ୍ଖଳିବା ଏକ ସାଧାରଣ ପ୍ରଥା । ବନ୍ଧୁବାନ୍ଧବମାନଙ୍କ ଉପସ୍ଥିତି ଉତ୍ସବକୁ ଆନନ୍ଦମୁଖର କରିଥାଏ । ସେମାନଙ୍କର ଶାରୀରିକ ଓ ଆର୍ଥିକ ସହଯୋଗଦ୍ଵାରା

Question ୩ ।
ନିମ୍ନ ଚକ୍ରରେ ଥ‌ିବା ଶବ୍ଦଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ସଂସ୍କୃତିକୁ ସମୃଦ୍ଧ କରିଛି, ତାକୁ ସଂସ୍କୃତି ସହ ଯୋଡ଼ି ଲେଖ ।
BSE Odisha 6th Class Odia Solutions Chapter 15 ଓଡ଼ିଶାର ସଂସ୍କୃତି 1

Question ୪।
ଓଡ଼ିଶାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ନମୁନା ଭାବରେ କିଛି ମନ୍ଦିରର ନାମ ଦିଆଯାଇଛି । ସେହିପରି ଅନ୍ୟ କେତୋଟି ମନ୍ଦିରର ନାମ ଲେଖ ।
Answer:
ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର କୋଣାର୍କର ସୂର୍ଯ୍ୟ ମନ୍ଦିର, ଖୂର କୀଚକେଶ୍ଵରୀ ମନ୍ଦିର, ଭୁବନେଶ୍ଵରର ରାଜାରାଣୀ ମନ୍ଦିର ।

Question ୫।
ଓଡ଼ିଶାର କାରୁଶିଳ୍ପ ମଧ୍ୟରୁ ‘ସୁନା ରୁପା’ର ତାରକସି କାମ ଅନ୍ୟତମ । ସେହିପରି ଓଡ଼ିଶାର ଅନ୍ୟ କାରୁଶିଳ୍ପର ନାମ ଲେଖ ।
Answer:
ପିତଳର ସୂକ୍ଷ୍ମ କାରୁକାର୍ଯ୍ୟ, ମୃଣ୍ମୟ ଶିଳ୍ପ, ଶିଙ୍ଗରୁ ତିଆରି ନାନା ପଦାର୍ଥ, ଚାନ୍ଦୁଆ, ପଟ୍ଟଚିତ୍ର ।

BSE Odisha 6th Class Odia Solutions Chapter 15 ଓଡ଼ିଶାର ସଂସ୍କୃତି

Question ୬।
ନିମ୍ନରେ ଗୋଟିଏ ଅନୁଚ୍ଛେଦ ଦିଆଯାଇଛି । ତାକୁ ପଢ଼ି ପ୍ରଶ୍ନସବୁ ତିଆରି କର, ଯାହାର ଉତ୍ତର ଏହି ଅନୁଚ୍ଛେଦରୁ ମିଳିବ ।
ସାମାଜିକ ଜୀବନର ପରମ୍ପରା, ଆଦର୍ଶ ଓ ରୀତିନୀତିକୁ ଆମେ ସଂସ୍କୃତି ବୋଲି କହିଥାଉ । ଯେଉଁ ଜାତିର ଆଦର୍ଶ, ଭାବଧାରା, ଜ୍ଞାନ, ସୃଜନୀଶକ୍ତି ଓ ଆତ୍ମବିଶ୍ଵାସ ଯେତେ ବିସ୍ତୃତ, ସେ ଜାତିର ସଂସ୍କୃତି ସେତେ ଉନ୍ନତ । ଏହି ଦୃଷ୍ଟିରୁ ଦେଶ ଦେଶ ବା ଜାତି ଜାତି ମଧ୍ୟରେ ସଂସ୍କୃତିଗତ ପାର୍ଥକ୍ୟ ସର୍ବଦା ବିଦ୍ୟମାନ । ଓଡ଼ିଶା ଆପଣାର ସ୍ବତନ୍ତ୍ର ଆଦର୍ଶ ଓ ପରମ୍ପରାକୁ ନେଇ ସମଗ୍ର ବିଶ୍ଵରେ ଖ୍ୟାତିଲାଭ କରିଛି । ଉତ୍କଳର ସଂସ୍କୃତିକୁ ସମୃଦ୍ଧ କରିଛି ଏହାର ଐତିହାସିକ ଘଟଣାବଳୀ । ଓଡ଼ିଆ ଜାତିର ବୀରତ୍ଵ ଯୋଗୁଁ ଓଡ଼ିଶାର ସୀମା ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା । ଏହି ଓଡ଼ିଶାରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ । ବ୍ୟକ୍ତିଗତ ସ୍ଵାର୍ଥକୁ ସମୂହ ସ୍ଵାର୍ଥ ପାଇଁ ଅକାତରରେ ବଳିଦେବା ଓଡ଼ିଆ ସଂସ୍କୃତିର ବୈଶିଷ୍ଟ୍ୟ । ଧର୍ମପଦ କାହାଣୀ ତା’ର ଏକ ଉଜ୍ଜ୍ଵଳ ଦୃଷ୍ଟାନ୍ତ ।
Answer:
(୧) ସଂସ୍କୃତି କହିଲେ ଆମେ କ’ଣ ବୁଝୁ ?
(୨) କୌଣସି ଜାତିର ସଂସ୍କୃତି କିପରି ଉନ୍ନତ ହୋଇଥାଏ ?
(୩) ଦେଶ ଦେଶ ଓ ଜାତି ଜାତି ମଧ୍ୟରେ ସଂସ୍କୃତିଗତ ପାର୍ଥକ୍ୟ କାହିଁକି ରହିଥାଏ ?
(୪) ଓଡ଼ିଶା କାହିଁକି ସମଗ୍ର ବିଶ୍ଵରେ ଖ୍ୟାତିଲାଭ କରିଛି ?
(୫) ଉତ୍କଳର ସଂସ୍କୃତି କିପରି ସମୃଦ୍ଧ ହୋଇଛି ?
(୬) ଦିନେ ଓଡ଼ିଶାର ସୀମା କେଉଁଠାରୁ କେଉଁଯାଏ ବିସ୍ତୃତ ଥିଲା ?
(୭) ଚଣ୍ଡାଶୋକ କେଉଁଠି ଧର୍ମାଶୋକରେ ପରିଣତ ହୋଇଥିଲେ ?
(୮) ଓଡ଼ିଆ ସଂସ୍କୃତିର ବୈଶିଷ୍ଟ୍ୟ କ’ଣ ?
(୯) ଧର୍ମପଦର କାହାଣୀ କେଉଁ ଶିକ୍ଷା ଦିଏ ?

Question ୭।
ସରଳ ଭାଷାରେ ବୁଝାଇ ଲେଖ ।
(କ) ସମଗ୍ର ବିଶ୍ଵକୁ ଏହି ସଂସ୍କୃତି ଦେଇଛି ଶାନ୍ତି, ସମତା ଓ ଭ୍ରାତୃତ୍ଵର ଦିଗ୍‌ଦର୍ଶନ ।
Answer:
ସମଗ୍ର ବିଶ୍ଵକୁ ……………………. ଭ୍ରାତୃତ୍ଵର ଦିଗ୍‌ଦର୍ଶନ ।
ଉକ୍ତ ଗଦ୍ୟାଶଟି ଡକ୍ଟର ଚାରୁବାଳା ମହାନ୍ତିଙ୍କ ଲିଖ୍ ‘ଓଡ଼ିଶାର ସଂସ୍କୃତି’ ବିଷୟରୁ ଉଦ୍ଧୃତ । ଏଠାରେ ଓଡ଼ିଶାର ସଂସ୍କୃତିର ମହାନତା ସମ୍ପର୍କରେ ଆଲୋକପାତ କରାଯାଇଛି । ଓଡ଼ିଶା ଆପଣାର ସଂସ୍କୃତି ଓ ପରମ୍ପରାକୁ ନେଇ ସାରା ପୃଥ‌ିବୀରେ ବେଶ୍ ପ୍ରସିଦ୍ଧ । ଓଡ଼ିଆ ଜାତିର ବୀରତ୍ଵ ଯୋଗୁଁ ଏହାର ସୀମା ଦିନେ ଗଙ୍ଗାଠାରୁ ଗୋଦାବରୀଯାଏ ବିସ୍ତୃତ ଥିଲା । ଏଇ ମାଟିରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ । ସମୂହ ସ୍ଵାର୍ଥପାଇଁ ଓଡ଼ିଆ ପୁଅ ଆପଣାର ସ୍ଵାର୍ଥକୁ ବଳିଦିଏ । ଧର୍ମପଦ ତା’ର ଜ୍ଵଳନ୍ତ ଉଦାହରଣ । ସମଗ୍ର ମାନବଜାତିକୁ ନିଜ କୁଟୁମ୍ବ ଭାବି ସେମାନଙ୍କ ସୁଖ କାମନା କରିବା ଓଡ଼ିଆ ସଂସ୍କୃତିର ମୂଳ ଆଦର୍ଶ । ଶିବ, ଶକ୍ତି ଓ ଜଗନ୍ନାଥଙ୍କ ଆରାଧନା କରି ଓଡ଼ିଶା ସମଗ୍ର ମାନବ ଜାତିକୁ ଆପଣା କରିନେଇଛି । ସମଗ୍ର ବିଶ୍ଵରେ ଏହି ସଂସ୍କୃତି ଶାନ୍ତି, ସମତା ଓ ଭ୍ରାତୃତ୍ଵର ବାର୍ତ୍ତା ପ୍ରଚାର କରିଛି । ବାସ୍ତବରେ ଓଡ଼ିଶାର ସଂସ୍କୃତି ଅନନ୍ୟ ।

(ଖ) ନୃତ୍ୟ ମାଧ୍ୟମରେ ଓଡ଼ିଶାର ସଂସ୍କୃତି ସମଗ୍ର ବିଶ୍ଵରେ ପ୍ରତିଷ୍ଠାଲାଭ କରିଛି ।
Answer:
ନୃତ୍ୟ ମାଧ୍ୟମରେ ……………………………………… ପ୍ରତିଷ୍ଠାଲାଭ କରିଛା
ଉକ୍ତ ଗଦ୍ୟାଶଟି ଡକ୍ଟର ଚାରୁବାଳା ମହାନ୍ତିଙ୍କ ଲିଖ୍ ‘ଓଡ଼ିଶାର ସଂସ୍କୃତି’ ପ୍ରବନ୍ଧରୁ ଆସିଅଛି । ଏଠାରେ ଓଡ଼ିଶାର ନୃତ୍ୟକଳା କିପରି ବିଶ୍ଵରେ ପ୍ରସିଦ୍ଧିଲାଭ କରିଛି, ତାହା ବର୍ଣ୍ଣିତ ହୋଇଛି । ନୃତ୍ୟ ଓ ସଙ୍ଗୀତ ସଂସ୍କୃତିର ଅନ୍ୟତମ ବିଭବ । ଓଡ଼ିଶାର ଉଚ୍ଚକୋଟୀର ନୃତ୍ୟସଙ୍ଗୀତ ଏହାର ନିଦର୍ଶନ । ଛନ୍ଦୋମୟ ସୁଲଳିତ ଭଙ୍ଗୀ ନିମନ୍ତେ ଭାରତୀୟ ନୃତ୍ୟମାନଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟର ସ୍ଥାନ ସ୍ଵତନ୍ତ୍ର । ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକ- ପରମ୍ପରାକୁ ନେଇ ଗଢ଼ିଉଠିଥିବା ସମ୍ବଲପୁରୀ, ଛଉ, ଦଣ୍ଡ, ପାଇକ, ରଣପା ଓ ଗୋଟିପୁଅ ଆଦି ଲୋକନୃତ୍ୟ ଜୀବନକୁ ସରସ, ସୁନ୍ଦର କରିଥାଏ । ପାଲା, ଦାସକାଠିଆ, ଯାତ୍ରା, ରାମଲୀଳା ପ୍ରଭୃତି ମାଧ୍ୟମରେ ଓଡ଼ିଆ ସାହିତ୍ୟ ବହୁ କାଳରୁ ସୁପ୍ରଚାରିତ ହୋଇ ଓଡ଼ିଶାର ସାଂସ୍କୃତିକ ଜୀବନକୁ ଉନ୍ନତ କରିଛି । ଦେଶବିଦେଶରେ ଓଡ଼ିଶାର ନୃତ୍ୟକଳା ବିଶେଷ ଭାବରେ ଆଦରଲାଭ କରିଛି । ଏହାଦ୍ଵାରା ଓଡ଼ିଶାର ସଂସ୍କୃତି ବିଶ୍ଵରେ ପ୍ରତିଷ୍ଠା ଲାଭ କରିଛି।

(ଗ) ବାହ୍ୟ ଚାକଚକ୍ୟ ଅପେକ୍ଷା ଅନ୍ତରର ସଦ୍‌ଗୁଣରେ ମଣ୍ଡିତ ହେବାକୁ ଓଡ଼ିଆ ଶ୍ରେୟ ମନେକରେ ।
Answer:
ବାହ୍ୟ ଚାକଚକ୍ୟ …………………………………….. ଶ୍ରେୟ ମନେକରେ ।
ଉକ୍ତ ଗଦ୍ୟାଶଟି ଡକ୍ଟର ଚାରୁବାଳା ମହାନ୍ତିଙ୍କ ଲିଖ୍ ‘ଓଡ଼ିଶାର ସଂସ୍କୃତି’ ବିଷୟରୁ ଆସିଅଛି । ଏଠାରେ ଓଡ଼ିଶା ଜନଜୀବନର ମହତ୍ତ୍ବ ବର୍ଣ୍ଣିତ ହୋଇଛି । ଓଡ଼ିଶାର ସାମାଜିକ ଓ ପାରିବାରିକ ଜୀବନ ମହାନ୍ । ଓଡ଼ିଆ ପରିବାରରେ ସମସ୍ତେ ପରସ୍ପର ସ୍ନେହ, ପ୍ରୀତି ଓ ଆଦର ଯତ୍ନରେ ବନ୍ଧା । ବିଭିନ୍ନ ପାରିବାରିକ ଉତ୍ସବରେ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନମାନଙ୍କୁ ଶଙ୍ଖୁଳିବା ଏକ ସାଧାରଣ ପ୍ରଥା । ବନ୍ଧୁବାନ୍ଧବମାନଙ୍କ ଉପସ୍ଥିତି ଉତ୍ସବକୁ ଆନନ୍ଦମୁଖର କରିଥାଏ । ସେମାନଙ୍କର ଶାରୀରିକ ଓ ଆର୍ଥିକ ସହଯୋଗଦ୍ଵାରା କର୍ତ୍ତାଙ୍କ କାମ ସହଜ ହୋଇଥାଏ । ବିପଦ ଆପଦବେଳେ ପଡ଼ୋଶୀ ତଥା ଅନ୍ୟମାନଙ୍କ ସାହାଯ୍ୟ ମଧ୍ୟ ଦୁଃଖକୁ ଅନେକ ପରିମାଣରେ ଲାଘବ କରେ । ଅତିଥ୍ୟପରାୟଣତା ଓଡ଼ିଆ ଜାତିର ଅନ୍ୟତମ ବୈଶିଷ୍ଟ୍ୟ । ବସନ, ଭୂଷଣ ଓ ଚଳଣିରେ ଓଡ଼ିଆମାନେ ଆଡ଼ମ୍ବରଶୂନ୍ଯ ଓ ସରଳ । ବାହ୍ୟ ଚାକଚକ୍ୟ ଅପେକ୍ଷା ଓଡ଼ିଆମାନେ ସଦ୍‌ଗୁଣର ବିକାଶ କରିବାକୁ ଚାହାଁନ୍ତି; ତେଣୁ ସେମାନଙ୍କ ଦୃଷ୍ଟି ଅନ୍ତର୍ମୁଖୀ ।

Question ୮।
ଯେପରି ‘ସମାଜ’ରୁ ‘ସାମାଜିକ’ ହୁଏ, ସେହିପରି ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ରୂପ କଅଣ ହେବ ଲେଖ ।
ପରିବାର, ବ୍ୟବହାର, ଶରୀର, ସମୂହ, ସଂସ୍କୃତି, ଧର୍ମ, ପରମ୍ପରା
Answer:
ପରିବାର – ପାରିବାରିକ
ଶରୀର – ଶାରୀରିକ
ସଂସ୍କୃତି – ସାଂସ୍କୃତିକ
ପରମ୍ପରା – ପାରମ୍ପରିକ
ବ୍ୟବହାର – ବ୍ୟାବହାରିକ
ସମୂହ – ସାମୂହିକ
ଧର୍ମ – ଧାମିକ

BSE Odisha 6th Class Odia Solutions Chapter 15 ଓଡ଼ିଶାର ସଂସ୍କୃତି

Question ୯।
ନିମ୍ନରେ ଦିଆଯାଇଥବା ଶବ୍ଦଗୁଡ଼ିକୁ ନେଇ ବାକ୍ୟ ଗଠନ କର ।
ବିଭବ, ସମନ୍ବୟ, ସ୍ଵାକ୍ଷର, ସମୃଦ୍ଧ, ବିଦ୍ୟମାନ
Answer:
ବିଭବ – କଳା ଓ ସ୍ଥାପତ୍ୟ ସଂସ୍କୃତିର ଅନ୍ୟତମ ବିଭବ ।
ସମନ୍ୱୟ – ମୁନିଋଷିମାନେ ସର୍ବଧର୍ମ ସମନ୍ବୟ ତ୍ତପରେ ଗୁରୁତ୍ଵ ଦେଇଛନ୍ତ୍ରି ।
ସ୍ବାକ୍ଷର – ଏହି ଲେଖାଟି ଲୋକଙ୍କ ମୌଳିକ ବିଚାରଧାରାର ସ୍ବାକ୍ଷର ବହନ କରିଛି ।
ସମୃଦ୍ଧ – ଓଡ଼ିଆ ଭାଷା ସାହିତ୍ୟ ବହୁ କଥା କାହାଣୀଦ୍ଵାରା ସମୃଦ୍ଧ ହୋଇପାରିଛି ।
ବିଦ୍ୟମାନ – କାରୁକାର୍ଯ୍ୟ ବିମଣ୍ଡିତ କୋଣାର୍କ ମନ୍ଦିର ଆଜି ସଗର୍ବେ ବିଦ୍ୟମାନ ।

ତୁମ ପାଇଁ କାମ:

୧ । ତୁମ ଅଞ୍ଚଳରେ ପାଳିତ ହେଉଥ‌ିବା ପର୍ବପର୍ବାଣିର ତାଲିକା କର ।
୨। ବିଭିନ୍ନ ପର୍ବ ଦିନରେ ତୁମ ଘରେ ତିଆରି କରାଯାଉଥିବା ପିଠାପଣାର ନାମ ଲେଖ ।
୩ । ତୁମ ଖାତାରେ ଗୋଟିଏ ଲୁଗାଧଡ଼ିର ଚିତ୍ର ଅଙ୍କନ କର ।

ପରାକ୍ଷା ତ୍ତପଯୋଗା ଅତିରିକ୍ତ ପ୍ରଶ୍ନୋତ୍ତର

୧। ସଂକ୍ଷେପରେ ଉତ୍ତର ଦିଅ ।
(କ) ଓଡ଼ିଆମାନଙ୍କର ପର୍ବପର୍ବାଣି ପାଳନର ମୂଳ ଲକ୍ଷ୍ୟ କ’ଣ ?
Answer:
ଗୃହ, ଶରୀର ଓ ମନକୁ ନିର୍ମଳ କରି ବିଶ୍ଵାସ ଓ ନିଷ୍ଠାର ସହ ପୂଜା ଅର୍ଚ୍ଚନା ମାଧ୍ୟମରେ ଓଡ଼ିଆମାନେ ଜଗତର ହିତପାଇଁ ଦେବତାଙ୍କ ଆଶୀର୍ବାଦ ପାଇବା ନିମନ୍ତେ ବିଭିନ୍ନ ପର୍ବପର୍ବାଣି ପାଳନ କରନ୍ତି । ଏହାହିଁ ସେମାନଙ୍କର ପର୍ବ ପାଳନର ମୂଳ ଲକ୍ଷ୍ୟ ।

(ଖ) ଓଡ଼ିଶୀ ନୃତ୍ୟ ନୃତ୍ୟକଳାରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି କାହିଁକି ?
Answer:
ଓଡ଼ିଶାର ବିଭିନ୍ନ ନୃତ୍ୟକଳା ମଧ୍ଯରେ ‘ଓଡ଼ିଶୀ’ ନୃତ୍ୟ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ଛନ୍ଦୋମୟ ସୁଲଳିତ ଭଙ୍ଗୀ ନିମନ୍ତେ ଭାରତୀୟ ନୃତ୍ୟମାନଙ୍କ ମଧ୍ୟରେ ଏହାର ସ୍ଥାନ ଉଚ୍ଚରେ । ତେଣୁ ଏହି ନୃତ୍ୟ ବିଦେଶୀମାନଙ୍କୁ ମଧ୍ୟ ଆକୃଷ୍ଟ କରିଥାଏ ।

(ଗ) ‘ଓଡ଼ିଶାର ସଂସ୍କୃତି’ ପ୍ରବନ୍ଧଟି ଆମକୁ କି ଶିକ୍ଷା ଦିଏ ?
Answer:
‘ଓଡ଼ିଶାର ସଂସ୍କୃତି’ ପ୍ରବନ୍ଧଟି ଆମର ଗୌରବମୟ ସଂସ୍କୃତି ଓ ପରମ୍ପରାର ଭାବଧାରା ବହନ କରିଛି । ବର୍ତ୍ତମାନ ଜ୍ଞାନ ବିଜ୍ଞାନର ପ୍ରସାର ଫଳରେ ମାନବଜାତି କୁପଥଗାମୀ ହେଉଛି । ତା’ର ସାମାଜିକ ଓ ସାଂସ୍କୃତିକ ଜୀବନରେ ନାନା ପରିବର୍ତ୍ତନ ଘଟୁଛି । କିନ୍ତୁ ଯାହାହେଉ ପଛକେ ଆମେ ଆମର ସଂସ୍କୃତି ଓ ପରମ୍ପରାରୁ କେବେ ବିଚ୍ଛିନ୍ନ ହେବା ନାହିଁ । ଏପରି କଲେ ନିଜର ସମ୍ମାନହାନି ଘଟିବା ସଙ୍ଗେ ସଙ୍ଗେ ଓଡ଼ିଶା ତା’ର ପୂର୍ବ ଗୌରବ ହରାଇ ବସିବ । ତେଣୁ ଆମେ ଓଡ଼ିଶାବାସୀ ଆପଣାର ମୌଳିକତାକୁ ବଜାୟ ରଖ୍ ବିକାଶ ପଥରେ ଅଗ୍ରସର ହେବା ଉଚିତ । ଆମ୍ଭେମାନେ ଉକ୍ତ ପ୍ରବନ୍ଧଟିରୁ ଏହି ଶିକ୍ଷାଲାଭ କରୁ ।

(ଘ) ଧର୍ମପଦ କାହାଣୀ ଆମକୁ କ’ଣ ଶିକ୍ଷାଦିଏ ?
Answer:
ବ୍ୟକ୍ତିଗତ ସ୍ଵାର୍ଥକୁ ସମୂହ ସ୍ଵାର୍ଥପାଇଁ ଅକାତରରେ ବଳିଦେବାକୁ ଧର୍ମପଦ କାହାଣୀ ଆମକୁ ଶିକ୍ଷା ଦିଏ । ଅର୍ଥାତ୍ ଭୋଗରେ ନୁହେଁ, ତ୍ୟାଗରେ ଆମକୁ ବଞ୍ଚିବାକୁ ହେବ ।

(ଙ) ଭାରତୀୟ ସଂସ୍କୃତିର ଆଧାର କ’ଣ ?
Answer:
ଭାରତୀୟ ସଂସ୍କୃତିର ଆଧାର ହେଉଛି ଆଧ୍ୟାତ୍ମିକତା ବା ଈଶ୍ଵର ବିଶ୍ଵାସ ।

(ଚ) ଓଡ଼ିଶାର ସ୍ଥାପତ୍ୟର କେଉଁ ନିଦର୍ଶନ ରହିଛି ?
Answer:
ଓଡ଼ିଶାର ସ୍ଥାପତ୍ୟର ନିଦର୍ଶନ ରୂପେ କୋଣାର୍କର ସୂର୍ଯ୍ୟମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ଵରର ଲିଙ୍ଗରାଜ ଓ ରାଜାରାଣୀ ମନ୍ଦିର, ଖିଚିଂର କୀଚକେଶ୍ଵରୀ ମନ୍ଦିର ଦେହରେ ଖୋଦିତ ମୂର୍ତ୍ତି ଓ ବିଭିନ୍ନ ଚିତ୍ରକଳା ଏ ଜାତିର କଳାଚାତୁରୀର ମହନୀୟତା ଦର୍ଶାଇଛି ।

(ଛ) ଓଡ଼ିଶାର ପାଞ୍ଚଗୋଟି ସୁନ୍ଦର ହସ୍ତଶିଳ୍ପର ନାମ ଲେଖ ।
Answer:
ଓଡ଼ିଶାର ପାଞ୍ଚଗୋଟି ସୁନ୍ଦର ହସ୍ତଶିଳ୍ପ ହେଲା – (୧) ସୁନାରୁପାର ତାରକସି କାମ, (୨) ପିତଳର ସୂକ୍ଷ୍ମ କାରୁକାର୍ଯ୍ୟ, (୩) ଶିଙ୍ଘରୁ ତିଆରି ବିଭିନ୍ନ ପଦାର୍ଥ, (୪) ଚାନ୍ଦୁଆ, (୫) ପଟ୍ଟଚିତ୍ର ।

(କ) ଓଡ଼ିଶାର କେଉଁ କୁଟୀରଶିଳ୍ପ ବିଶ୍ଵପ୍ରସିଦ୍ଧ ?
Answer:
ଓଡ଼ିଶାର କୁଟୀର ଶିଳ୍ପଭାବେ ବୟନଶିଳ୍ପ ବିଶ୍ଵପ୍ରସିଦ୍ଧ । ସମ୍ବଲପୁର, ବ୍ରହ୍ମପୁର ଓ ନୂଆପାଟଣାର ହାତବୁଣା ବସ୍ତ୍ର ଓଡ଼ିଆ କାରିଗର ହାତର କଳାନିପୁଣତାକୁ ବିଶ୍ଵ ସମ୍ମୁଖରେ ଉପସ୍ଥାପନ କରିଥାଏ ।

(ଝ) ଓଡ଼ିଆ ଭାଷାରେ ରଚିତ ପୁରାଣ ଓ କାବ୍ୟ-କବିତାଗୁଡ଼ିକ ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ କରିଛି କିପରି ?
Answer:
ଓଡ଼ିଆ ଭାଷାରେ ରଚିତ ମହାଭାରତ, ରାମାୟଣ, ଭାଗବତ ଏବଂ ଅନ୍ୟ ପୁରାଣସବୁ ସୁନ୍ଦର ଛନ୍ଦଲହରୀରେ ଓଡ଼ିଶାର ପୁରପଲ୍ଲୀରେ ଶ୍ରଦ୍ଧା ଓ ଭକ୍ତିରେ ପାଠ କରାଯାଏ । ଏବେ ମଧ୍ୟ ବହୁ ଢଗଢ଼ମାଳି, ଲୋକଗୀତ ଓ ଲୋକଗଳ୍ପ ସମାଜରେ ଆଦରଲାଭ କରିଛି । ଏଗୁଡ଼ିକ ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ କରିଛି ।

(ଞ) ଓଡ଼ିଶାର ଚାରିଗୋଟି ଲୋକନୃତ୍ୟର ନାମ ଲେଖ ।
Answer:
ଓଡ଼ିଶାର ଚାରିଗୋଟି ଲୋକନୃତ୍ୟର ନାମ ହେଲା (୧) ସମ୍ବଲପୁରୀ ନୃତ୍ୟ, (୨) ଦଣ୍ଡ ନୃତ୍ୟ, (୩) ଛଉ ନୃତ୍ୟ, (୪) ଗୋଟିପୁଅ ନୃତ୍ୟ ।

(ଟ) କେଉଁ କାରଣରୁ ଓଡ଼ିଶାର ସାମାଜିକ ରୀତିନୀତିରେ ପରିବର୍ତ୍ତନ ଦେଖାଯାଇଛି ?
Answer:
ଜ୍ଞାନବିଜ୍ଞାନର ପ୍ରସାର ଫଳରେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ ନାନା ପରିବର୍ତ୍ତନ ଘଟିଛି । ପୂର୍ବର କେତେକ ପର୍ବପର୍ବାଣି ଲୋପ ହୋଇ ନୂଆ ପର୍ବର ସୃଷ୍ଟି ହୋଇଛି ଏବଂ ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଶିଳ୍ପ, ଚିତ୍ରକଳା ଓ ସାମାଜିକ ରୀତିନୀତିରେ ପରିବର୍ତ୍ତନ ଘଟିଛି ।

BSE Odisha 6th Class Odia Solutions Chapter 15 ଓଡ଼ିଶାର ସଂସ୍କୃତି

Question ୨।
ସରଳ ଭାଷାରେ ବୁଝାଇ ଦିଅ ।
(କ) ଏହି ପରିବର୍ତ୍ତନର ପ୍ରବାହରେ ଆପଣାର ମୌଳିକତାକୁ ବଜାୟ ରଖ୍ ବିକାଶ ପଥରେ ଅଗ୍ରସର ହେବାହିଁ ଆମର ଲକ୍ଷ୍ୟ ।
Answer:
ଏହି ପରିବର୍ତ୍ତନର ………………………………….. ଆମର ଲକ୍ଷ୍ୟ ।
ଉକ୍ତ ଗଦ୍ୟାଶଟି ଡକ୍ଟର ଚାରୁବାଳା ମହାନ୍ତିଙ୍କ ଲିଖ୍ ‘ଓଡ଼ିଶାର ସଂସ୍କୃତି’ ବିଷୟରୁ ଆସିଅଛି । ଏଠାରେ ଲେଖିକା ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ସାଂସ୍କୃତିକ ମୂଲ୍ୟବୋଧ ଉପରେ ଗୁରୁତ୍ଵ ଦେଇଛନ୍ତି । ଜ୍ଞାନବିଜ୍ଞାନର ପ୍ରସାର ଫଳରେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ ପରିବର୍ତ୍ତନ ଘଟିଛି । ପୂର୍ବର କେତେକ ପର୍ବପର୍ବାଣି ଲୋପ ପାଇବା ସଙ୍ଗେ ସଙ୍ଗେ କେତେକ ନୂତନ ପର୍ବପର୍ବାଣି ସୃଷ୍ଟି ହୋଇଛି । ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଶିଳ୍ପ, ଚିତ୍ରକଳା ଓ ସାମାଜିକ ରୀତିନୀତିରେ ମଧ୍ୟ ବହୁ ପରିବର୍ତ୍ତନ ଦେଖାଦେଇଛି । ଏହି ପରିବର୍ତ୍ତନର ପ୍ରବାହରେ ଆପଣାର ମୌଳିକତା ବଜାୟ ରଖୁବା ଉଚିତ । କାରଣ ନିଜସ୍ଵତାକୁ ହଜେଇ ଦେଲେ ସଂସ୍କୃତିର ସ୍ଵାତନ୍ତ୍ର୍ୟ ପ୍ରତି ସନ୍ଦେହ ସୃଷ୍ଟି ହୁଏ । ତେଣୁ ସାଂସ୍କୃତିକ ମୌଳିକତାକୁ ବଜାୟ ରଖି ଆମକୁ ଆଗେଇବାକୁ ପଡ଼ିବ । ପ୍ରଗତି ସହ ନିଜ ସାଂସ୍କୃତିକ ସ୍ଵାତନ୍ତ୍ର୍ୟର ସହାବସ୍ଥାନ ଆମର ଲକ୍ଷ୍ୟ ହେବା ଉଚିତ ।

(ଖ) ‘ଆମ ଓଡ଼ିଶାର ସଂସ୍କୃତି ଏହି ମହାନ ଭାରତୀୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ।’’
Answer:
ଆମ ଓଡ଼ିଶାର ……………………………. ଅବିଚ୍ଛେଦ୍ୟ ଅଙ୍ଗ ।
ଶଂସିତ ଗଦ୍ୟାଶଟି ଆମ ପଠିତ ‘ଆମ ସାହିତ୍ୟ ପୁସ୍ତକର ‘ଓଡ଼ିଶାର ସଂସ୍କୃତି’ ବିଷୟରୁ ଉଦ୍ଧୃତ । ଏଠାରେ ଲେଖୁ ଡଃ ଚାରୁବାଳା ମହାନ୍ତି ଭାରତୀୟ ଓ ଉତ୍କଳୀୟ ସଂସ୍କୃତି ମଧ୍ୟରେ ଥିବା ଐକ୍ୟ ବିଷୟରେ ସୂଚନା ପ୍ରଦାନ କରିଛନ୍ତି । ଏ ଦେଶ ମୁନିଋଷି ଓ ମହାପୁରୁଷମାନଙ୍କର ଦେଶ । ଏ ଦେଶର ସଂସ୍କୃତି ଅତି ପ୍ରାଚୀନ । ଧର୍ମ ଏହାର ଭିତ୍ତିଭୂମି । ଏ ସଂସ୍କୃତିର ଦାନ ସମଗ୍ର ମାନବ ସଭ୍ୟତାକୁ ପ୍ରଭାବିତ କରିଛି । ଏହି ମହାଭାରତୀୟ ସଂସ୍କୃତିର ମହାନତାରେ ବିଭିନ୍ନ ରାଜ୍ୟର ସଂସ୍କୃତି ବିଶେଷ ଭାବେ ଅନୁପ୍ରାଣିତ ହୋଇଛି । ଆମ ଓଡ଼ିଶା ଏହି ପ୍ରାଚୀନ ମହାନ ସଂସ୍କୃତିର ସଂସ୍ପର୍ଶରେ ଆସିଛି । ଆମ ରାଜ୍ୟର ସଂସ୍କୃତିକୁ ଭାରତୀୟ ସଂସ୍କୃତିର ଏକ ସ୍ବତନ୍ତ୍ର ବିକଶିତ ରୂପ ଭାବରେ ପ୍ରକାଶ କରାଯାଇଛି । ଆମର ଆଚାର ବିଚାର, ଚାଲିଚଳନ ଓ ଭାଷା, ସାହିତ୍ୟ, କଳା, ଭାସ୍କର୍ଯ୍ୟ ଆଦି ବିଭିନ୍ନ ଦୃଷ୍ଟିରୁ ଅଲଗା ଜଣାଯାଉଥିଲେ ମଧ୍ୟ ଏହା ମହାଭାରତୀୟ ସଂସ୍କୃତିଦ୍ୱାରା ଉଦ୍‌ବୃଦ୍ଧ ହୋଇଛି । ଏଠାରେ ଅନୈକ୍ୟ ଭିତରେ ଐକ୍ୟ ପ୍ରତିଷ୍ଠିତ ହୋଇଛି । ବାସ୍ତବରେ ପ୍ରସଙ୍ଗଟି ପ୍ରଶଂସନୀୟ ଅଟେ ।

Question ୩।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଓଡ଼ିଶାର ସାଂସ୍କୃତିକ ଜୀବନରେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ଗୁରୁତ୍ଵ ବିଚାର କର ।
Answer:
ପ୍ରତେକ ଦେଶର ସଂସ୍କୃତିକୁ ତାହାର ନୃତ୍ୟ ଓ ସଙ୍ଗୀତ ଋଦ୍ଧିମନ୍ତ କରିଥାଏ । ତେଣୁ ନୃତ୍ୟ ଓ ସଙ୍ଗୀତ ସଂସ୍କୃତିର ଅନ୍ୟତମ ବିଭାବ ଅଟେ । ଓଡ଼ିଶାର ଉଚ୍ଚକୋଟୀର ନୃତ୍ୟ ଓ ସଙ୍ଗୀତ ଏହାର ମହାନ୍ ସଂସ୍କୃତିର ନିଦର୍ଶନ । ଛନ୍ଦୋମୟ ସୁଲଳିତ ଭଙ୍ଗୀ ନିମନ୍ତେ ଭାରତୀୟ ନୃତ୍ୟମାନଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟ ସ୍ବତନ୍ତ୍ର ସ୍ଥାନ ଲାଭ କରିଛି । କେବଳ ଓଡ଼ିଶାରେ ନୁହେଁ ଦେଶ ବିଦେଶରେ ମଧ୍ୟ ଓଡ଼ିଶୀ ନୃତ୍ୟ ଆଦୃତି ଲାଭ କରିଛି । ସେହିପରି ଓଡ଼ିଶୀ ସଙ୍ଗୀତ ମଧ୍ଯ ଓଡ଼ିଶାର ସଂସ୍କୃତିକୁ ମହିମାମଣ୍ଡିତ କରିଛା

(ଖ) ଓଡ଼ିଶାର ଭାଷା ଓ ସାହିତ୍ୟ ଏହାର ସଂସ୍କୃତିର ଅମୂଲ୍ୟ ସମ୍ପଦ କିପରି ?
Answer:
ଓଡ଼ିଶାର ଭାଷା ଓ ସାହିତ୍ୟ ଏହାର ଜାତୀୟ ଜୀବନକୁ ପ୍ରାଣବନ୍ତ କରିଛି । ପୃଥ‌ିବୀର ଉନ୍ନତ ଭାଷାମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଅନ୍ୟତମ । ଏହାର ନିଜସ୍ଵ ଲିପି ଅଛି । ଏହି ଭାଷାରେ ରଚିତ ‘ମହାଭାରତ’, ‘ରାମାୟଣ’, ‘ଭାଗବତ’ ପରି ବହୁ ପୁରାଣ ଓ କାବ୍ୟ କବିତା ଏହାର ସଂସ୍କୃତିକୁ ଋଦ୍ଧିମନ୍ତ କରିଛି । ଓଡ଼ିଶାର ପୁରପଲ୍ଲୀର ଲୋକେ ଏସବୁକୁ ଶ୍ରଦ୍ଧା ଓ ଭକ୍ତି ସହକାରେ ପାଠ କରିଥା’ନ୍ତି । ଓଡ଼ିଆ ଭାଷାରେ ଅନେକ ଢଗଢ଼ମାଳି ଓ ଲୋକଗଳ୍ପ ମଧ୍ୟ ପ୍ରଚଳିତ ଅଛି । ଏସବୁ ଓଡ଼ିଆ ସଂସ୍କୃତିକୁ ସମୃଦ୍ଧ କରୁଥିବାରୁ ଏସବୁକୁ ଓଡ଼ିଆ ସଂସ୍କୃତିର ଅମୂଲ୍ୟ ସମ୍ପଦ ଭାବେ ବିବେଚନା କରାଯାଏ ।

(ଗ) ଜ୍ଞାନ ବିଜ୍ଞାନର ପ୍ରସାର ଫଳରେ ଓଡ଼ିଆ ସଂସ୍କୃତିର କି ପରିବର୍ତ୍ତନ ଘଟିଛି ?
Answer:
ଜ୍ଞାନ ବିଜ୍ଞାନର ପ୍ରସାର ଫଳରେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ ଏବେ ନାନା ପରିବର୍ତ୍ତନ ସଂଘଟିତ ହୋଇଛି । ପୂର୍ବରୁ ପାଳିତ ହେଉଥ‌ିବା କେତେକ ପର୍ବପର୍ବାଣି ଏବେ ଲୋପ ପାଇଗଲାଣି । ଏଗୁଡ଼ିକ ସ୍ଥାନରେ ଅନେକ ନୂତନ ପର୍ବପର୍ବାଣି ସୃଷ୍ଟି ହୋଇଛି । ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଶିଳ୍ପ, ଚିତ୍ରକଳା ଓ ସାମାଜିକ ରୀତିନୀତିରେ ବହୁ ପରିବର୍ତ୍ତନ ଦେଖାଯାଉଛି । ମାତ୍ର ଆମେ ଆମ ପ୍ରାଚୀନ ସଂସ୍କୃତିକୁ ସମ୍ପୂର୍ଣ୍ଣ ଭୁଲିଯିବା ଅନୁଚିତ । ଏହି ପରିବର୍ତ୍ତନର ପ୍ରବାହରେ ଆପଣାର ମୌଳିକତାକୁ ବଜାୟ ରଖ୍ ବିକାଶ ପଥରେ ଅଗ୍ରସର ହେବା ଆମର ଲକ୍ଷ୍ୟ ହେବା ଉଚିତ ।

(ଘ) ଓଡ଼ିଆମାନଙ୍କର ପର୍ବପର୍ବାଣି ପାଳନର ମୂଳ ଲକ୍ଷ୍ୟ କ’ଣ ?
Answer:
ଓଡ଼ିଶାର ସଂସ୍କୃତିରେ ପର୍ବପର୍ବାଣି ପାଳନ ଏକ ଗୁରୁତ୍ଵପୂର୍ଣ ସ୍ଥାନ ଗ୍ରହଣ କରିଛି । ଓଡ଼ିଆମାନେ ବର୍ଷର କେତେକ ନିର୍ଦ୍ଦିଷ୍ଟ ଦିନରେ ନାନା ପୂଜା, ଓଷା ଓ ବ୍ରତ ପାଳନ କରିଥା’ନ୍ତି । ଗୃହ, ଶରୀର ଓ ମନକୁ ନିର୍ମଳ କରି ବିଶ୍ଵାସ ଓ ନିଷ୍ଠାର ସହ ପୂଜା ଅର୍ଚ୍ଚନା ମାଧ୍ୟମରେ ଜଗତର ହିତ ପାଇଁ ଦେବତାଙ୍କ ଆଶୀର୍ବାଦ ଭିକ୍ଷା କରିବା ଏହି ପର୍ବ ପାଳନର ମୂଳ ଲକ୍ଷ୍ୟ । ଏହା ଫଳରେ ସତ୍ୟ, ଦୟା, ନିଷ୍ଠା ଓ ପବିତ୍ରତା ଆଦି ଗୁଣର ବିକାଶ ଘଟେ ଓ ସମାଜରେ ପରସ୍ପର ମଧ୍ୟରେ ମିତ୍ରତା ବୃଦ୍ଧି ପାଏ । ମକର ଚାଉଳ, ମହାପ୍ରସାଦ, ଆମ୍ବ ବଉଳ ଇତ୍ୟାଦି ଦେଇ ବନ୍ଧୁ ହେବା ଓଡ଼ିଆର ଏକ ପ୍ରାଚୀନ ପରମ୍ପରା । ଏହା ଜାତୀୟ ସଂହତି ଓ ଏକତା ରକ୍ଷା କ୍ଷେତ୍ରରେ ସହାୟକ ହୋଇଥାଏ ।

(ଙ) ‘ଓଡ଼ିଶାର ସଂସ୍କୃତି’ ପ୍ରବନ୍ଧଟି ଆମକୁ କି ଶିକ୍ଷା ଦିଏ ?
Answer:
ଜ୍ଞାନ ବିଜ୍ଞାନର ପ୍ରସାର ଫଳରେ ମାନବଜାତି କୁପଥଗାମୀ ହେଉଛି । ତା’ର ସାମାଜିକ ଓ ସାଂସ୍କୃତିକ ଜୀବନରେ ନାନା ପରିବର୍ତ୍ତନ ଘଟୁଛି । କିନ୍ତୁ ଯାହାହେଉ ପଛକେ ଆମେ ଆମର ସଂସ୍କୃତି ଓ ପରମ୍ପରାରୁ କେବେ ବିଚ୍ଛିନ୍ନ ହେବା ନାହିଁ । ଏପରି କଲେ ନିଜର ବଜାୟ ରଖ୍ ବିକାଶ ପଥରେ ଅଗ୍ରସର ହେବା ଉଚିତ । ଆମ୍ଭେମାନେ ଉକ୍ତ ପ୍ରବନ୍ଧଟିରୁ ଏହି ଶିକ୍ଷା ଲାଭକରୁ ।

(ଚ) ଓଡ଼ିଶାର ସଂସ୍କୃତି ଦେଶ ବିଦେଶରେ ପରିଚିତ କିପରି ?
Answer:
ସମଗ୍ର ବସୁଧାକୁ ଗୋଟିଏ କୁଟୁମ୍ବ ଭାବି ସମୁଦାୟ ମାନବ ଜାତିର ସୁଖ କାମନା କରିବା ଓଡ଼ିଆ ସଂସ୍କୃତିର ମୂଳ ଆଦର୍ଶ । ଏହି ସଂସ୍କୃତି ବିଶ୍ୱକୁ ଶାନ୍ତି, ସମତା ଓ ଭ୍ରାତୃତ୍ଵର ନିଦର୍ଶନ ଦେଇଛି । ସମୂହ ସ୍ବାର୍ଥ ନିମନ୍ତେ ବ୍ୟକ୍ତିଗତ ସ୍ଵାର୍ଥକୁ ବଳି ଦେବା ଓଡ଼ିଆ ସଂସ୍କୃତିର ବୈଶିଷ୍ଟ୍ୟ । ଓଡ଼ିଶାର ସ୍ଥାପତ୍ୟ, ଭାସ୍କର୍ଯ୍ୟ, ବସ୍ତ୍ରଶିଳ୍ପ, ସାହିତ୍ୟ ଓ ଓଡ଼ିଶୀ ନୃତ୍ୟ ଯୋଗୁଁ ଓଡ଼ିଶାର ସଂସ୍କୃତି ଦେଶ ବିଦେଶରେ ପରିଚିତ ହୋଇପାରିଛି ।

(ଛ) ଓଡ଼ିଶାର ସଂସ୍କୃତି କିପରି ସମୃଦ୍ଧ ହୋଇଛି ଆଲୋଚନା କର ।
Answer:
ଓଡ଼ିଶା ଆପଣାର ସ୍ବତନ୍ତ୍ର ଆଦର୍ଶ ଓ ପରମ୍ପରାକୁ ନେଇ ସମଗ୍ର ବିଶ୍ବରେ ଖ୍ୟାତିଲାଭ କରିଛି । ଓଡ଼ିଶାର ସଂସ୍କୃତିକୁ ଏହାର ଐତିହାସିକ ଘଟଣାବଳୀ ସମୃଦ୍ଧ କରିଛି । ଓଡ଼ିଆ ଜାତିର ବୀରତ୍ଵ ଯୋଗୁଁ ଓଡ଼ିଶାର ସୀମା ଆଶାତୀତ ଭାବେ ବିସ୍ତୃତ ହୋଇଥିଲା । ଓଡ଼ିଶା ଦିନେ ଗଙ୍ଗାଠାରୁ ଗୋଦାବରୀ ଯାଏ ବିସ୍ତୃତ ହୋଇଥିଲା । ଏହି ଓଡ଼ିଶା ମାଟି ଦିନେ ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିଲା । ସମୂହ ସ୍ବାର୍ଥପାଇଁ ବ୍ୟକ୍ତିଗତ ସ୍ଵାର୍ଥକୁ ବଳିଦେବା ଓଡ଼ିଆର ସଂସ୍କୃତିର ବୈଶିଷ୍ଟ୍ୟ । ଧର୍ମପଦ କାହାଣୀ ତାହାର ଏକ ଉଜ୍ଜଳ ଦୃଷ୍ଟାନ୍ତ ।

(ଜ) ଧର୍ମପଦ କାହାଣୀ ଆମକୁ କି ଶିକ୍ଷା ଦିଏ ?
Answer:
ଧର୍ମପଦ କାହାଣୀ ଏକ କିମ୍ବଦନ୍ତୀ । ଓଡ଼ିଶାର ପୁରପଲ୍ଲୀରେ ଏହି କାହାଣୀ ବହୁଳ ପ୍ରଚାରିତ । ଧରମାକୁ ଓଡ଼ିଶାବାସୀ ସେମାନଙ୍କର ଆଦର୍ଶ ମନେକରନ୍ତି । ବାରଶହ ବଢ଼େଇ କରିପାରୁ ନ ଥିବା କାମ ବାର ବର୍ଷର ବାଳକ ଧରମା କରିପାରିଥିଲା । ସେ କୋଣାର୍କ ମନ୍ଦିରର ମୁଣ୍ଡି ମାରିଦେଲା । ବାରଶହ ବଢ଼େଇଙ୍କ ଜୀବନରକ୍ଷା ପାଇଁ ସେ ହସି ହସି ସାଗରକୁ ଲମ୍ଫ ଦେଇ ଜୀବନ ବିସର୍ଜନ କରିଥିଲା । କୋଣାର୍କର କଳାଚାତୁରୀ ଆଜି ବିଶ୍ଵବିଦିତ । ଧରମାର ଜୀବନଦାନ କଥା ଆଜି ଅମର କାହାଣୀର ଆଖ୍ୟା ଲାଭ କରିଛି । ସମୂହ ସ୍ବାର୍ଥ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲା । ତେଣୁ ଏହି କାହାଣୀ ଆମକୁ ସମୂହ ସ୍ବାର୍ଥ ପାଇଁ ଆପଣା ସ୍ବାର୍ଥକୁ ତ୍ୟାଗ କରିବାକୁ ପ୍ରେରଣା ଦିଏ ।

ଲେଖିକା ପରିଚୟ :

ଡକ୍ଟର ଚାରୁବାଳା ମହାନ୍ତି (୧୯୫୦-୧୯୯୬) ଜଗତ୍‌ସିଂହପୁର ଜିଲ୍ଲାର ଅରେଇକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ବହୁ ପ୍ରବନ୍ଧ ଓ କବିତା ପ୍ରକାଶ ପାଇଛି । ‘ଭିଜା ରାତିର ସୂର୍ଯ୍ୟୋଦୟ’ ତାଙ୍କ ଲିଖ୍ ଏକ କବିତା ସଂକଳନ ।

ବିଷୟ ସୂଚନା :

ସମାଜରେ ଘଟୁଥିବା ନାନାପ୍ରକାର ସମସ୍ୟାକୁ ଲେଖିକା ତାଙ୍କ ଲେଖାମାନଙ୍କରେ ରୂପ ଦେଇଛନ୍ତ୍ରା ଭାରତାୟ ସଂସ୍କୃତିର କେନ୍ଦ୍ରବିନ୍ଦୁ ହେଉଛି ଉତ୍କଳ । ଉତ୍କଳର ପରମ୍ପରା ଓ ସଂସ୍କୃତି ମହାନ୍ । ନିଜ ପରମ୍ପରା ଓ ସଂସ୍କୃତିରୁ ଦୂରେଇଗଲେ ସାମାଜିକ ଜୀବନ ଦୁଃଖମୟ ହେବ । ଉକ୍ତ ପ୍ରବନ୍ଧରେ ଲେଖୁ ଓଡ଼ିଶାର ସଂସ୍କୃତିର ମହତ୍ତ୍ଵ ଓ ଆଦର୍ଶ ଉପରେ ଆଲୋଚନା କରିଛନ୍ତ୍ରି ।

ସାରକଥା :

ଭାରତର ପ୍ରାଚୀନ ସଭ୍ୟତା କେତେ ମୁନିଋଷି ଓ ମହାପୁରୁଷଙ୍କଦ୍ଵାରା ପରିପୁଷ୍ଟ ହୋଇଛି । ଆଧ୍ୟାତ୍ମିକତା ହେଉଛି ଭାରତୀୟ ସଂସ୍କୃତିର ମୂଳାଧାର । ବିଜ୍ଞାନ, ସାହିତ୍ୟ, ସଙ୍ଗୀତ, ଚିତ୍ରକଳା, ଧର୍ମ, ଶିକ୍ଷା, ସ୍ଥାପତ୍ୟ ଆଦି ପ୍ରତ୍ୟେକ ସାଂସ୍କୃତିକ ବିଭବ ମୂଳରେ ଆଧ୍ୟାୟିକ ଭାବଧାରା ନିହିତ । ଏହା ଭାରତୀୟଙ୍କୁ ଏକ ବିଶିଷ୍ଟ ଜାତିରେ ପରିଣତ କରିଛି । ଓଡ଼ିଶାର ସଂସ୍କୃତି ସେହି ମହାନ୍ ସଂସ୍କୃତିର ଅଂଶବିଶେଷ । ଓଡ଼ିଶା ଆପଣାର ସ୍ବତନ୍ତ୍ର ଆଦର୍ଶ ଓ ପରମ୍ପରାକୁ ନେଇ ସମଗ୍ର ବିଶ୍ଵରେ ଖ୍ୟାତିଲାଭ କରିଛି । ଓଡ଼ିଆ ଜାତିର ବୀରତ୍ଵ ଯୋଗୁଁ ଓଡ଼ିଶାର ସୀମା ଦିନେ ଗଙ୍ଗାଠାରୁ ଗୋଦାବରୀ ଯାଏ ବିସ୍ତୃତ ଥିଲା । ଚଣ୍ଡାଶୋକକୁ ଏହି ଓଡ଼ିଶା ଧର୍ମାଶୋକରେ ପରିଣତ କରିଥିଲା । ଓଡ଼ିଶାର ଧର୍ମପଦ ସମୂହ ସ୍ଵାର୍ଥ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲା ।

‘ବସୁଧୈବ କୁଟୁମ୍ବକଂ’ ଓଡ଼ିଆ ସଂସ୍କୃତିର ମୂଳ ଆଦର୍ଶ । ଶକ୍ତି, ଶିବ, ଜଗନ୍ନାଥ ଆରାଧନା ମାଧ୍ୟମରେ ଓଡ଼ିଶା ଏହି ଆଦର୍ଶକୁ ଅନୁସରଣ କରିଆସୁଛି । ଓଡ଼ିଆମାନେ ନାନା ପୂଜା, ଓଷା, ବ୍ରତ ପାଳନ କରନ୍ତି । ଜଗତର ହିତ ସାଧନପାଇଁ ଦେବତାଙ୍କ ଆଶୀର୍ବାଦ ଭିକ୍ଷା ଏସବୁ ପର୍ବପର୍ବାଣି ପାଳନର ଉଦ୍ଦେଶ୍ୟ। ଏସବୁ ପରସ୍ପର ମଧ୍ୟରେ ମିତ୍ରତା ବଢ଼ାଇବାରେ ସହାୟକ ହୋଇଛି । ମହାପ୍ରସାଦ, ମକରଚାଉଳ, ଆମ୍ବ ବଉଳ ଦେଇ ବନ୍ଧୁ ହେବା ଓଡ଼ିଶାର ଏକ ପ୍ରାଚୀନ ପରମ୍ପରା ।

ଓଡ଼ିଶାର ବିଭିନ୍ନ ଶିଳାଲିପି ଓ ମନ୍ଦିର ଏହାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ସ୍ବାକ୍ଷର ବହନ କରେ । କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ଵରର ଲିଙ୍ଗରାଜ ଓ ରାଜାରାଣୀ ମନ୍ଦିର, ଖିଚିଂର କୀଚକେଶ୍ଵରୀ ମନ୍ଦିର ଦେହରେ ଖୋଦିତ ମୂର୍ତ୍ତି ଓ ବିଭିନ୍ନ ଚିତ୍ରକଳା ଓଡ଼ିଆଙ୍କ ଶିଳ୍ପଚାତୁରୀର ନିଦର୍ଶନ । ସୁନାରୁପାର ତାରକସି କାମ, ପିତଳର ସୂକ୍ଷ୍ମ କାରୁକାର୍ଯ୍ୟ, ମୃଣ୍ମୟ ଶିଳ୍ପ, ଶିଙ୍ଗ କାମ, ଚାନ୍ଦୁଆ ଓ ପଟ୍ଟଚିତ୍ର ତିଆରି କ୍ଷେତ୍ରରେ ଓଡ଼ିଶା ପ୍ରସିଦ୍ଧି ଲାଭ କରିଛି ।

ଓଡ଼ିଶା ବସ୍ତ୍ରଶିଳ୍ପ କ୍ଷେତ୍ରରେ ପୃଥ‌ିବୀରେ ଖ୍ୟାତିଲାଭ କରିଛି । ସମ୍ବଲପୁର, ବ୍ରହ୍ମପୁର ଓ ନୂଆପାଟଣାର ହାତବୁଣା ଲୁଗା କାରିଗରୀ ନିପୁଣତାର ପରିଚାୟକ । ସୂକ୍ଷ୍ମବସ୍ତ୍ର ଓ ପଣ୍ୟଦ୍ରବ୍ୟ ନେଇ ଓଡ଼ିଆ ସାଧବପୁଅ ବୋଇତରେ ଦରିଆପାରିକୁ ଯାଇ ବାଣିଜ୍ୟ ବ୍ୟବସାୟ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଭ୍ରାତୃତ୍ଵର ବନ୍ଧନରେ ବାନ୍ଧି ଦେଇଥିଲା ।

ଓଡ଼ିଆ ଭାଷା ପୃଥ‌ିବୀର ଏକ ଉନ୍ନତ ଭାଷାରୂପେ ମାନ୍ୟତାପ୍ରାପ୍ତ । ଓଡ଼ିଆ ଭାଷାରେ ଲିଖ୍ ମହାଭାରତ, ରାମାୟଣ, ଭାଗବତ, ବହୁ ପୁରାଣ ଓ କାବ୍ୟକବିତା ଏହାର ସଂସ୍କୃତିକୁ ପରିପୁଷ୍ଟ କରିଛି । ଓଡ଼ିଆ ଭାଷାରେ ବହୁ ଢଗଢମାଳି ଓ ଲୋକଗଳ୍ପ ମଧ୍ୟ ପ୍ରଚଳିତ । ଓଡ଼ିଶାର ଉଚ୍ଚକୋଟୀର ନୃତ୍ୟ ଓ ସଙ୍ଗୀତ ଏହାର ମହାନ୍ ସଂସ୍କୃତିର ନିଦର୍ଶନ । ଛନ୍ଦୋମୟ ସୁଲଳିତ ଭଙ୍ଗୀପାଇଁ ଭାରତୀୟ ନୃତ୍ୟମାନଙ୍କ ମଧ୍ୟରେ ଓଡ଼ିଶୀ ସ୍ଵତନ୍ତ୍ର ସ୍ଥାନ ଲାଭ କରିଛି । ଲୋକ ପରମ୍ପରାକୁ ନେଇ ସମୃଦ୍ଧ ସମ୍ବଲପୁରୀ, ଛଉ, ଦଣ୍ଡ, ପାଇକ, ରଣପା, ଗୋଟିପୁଅ ଆଦି ନୃତ୍ୟ ଜୀବନକୁ ରସସିକ୍ତ କରିଥାଏ । ଓଡ଼ିଶୀ ନୃତ୍ୟ କେବଳ ଓଡ଼ିଶାରେ ନୁହେଁ, ଦେଶବିଦେଶରେ ବେଶ୍ ଆଦୃତ ହୋଇପାରିଛି । ପାଲା, ଦାସକାଠିଆ, ରାସଲୀଳା ପ୍ରଭୃତି ଓଡ଼ିଶାର ସାଂସ୍କୃତିକ ଜୀବନକୁ ଉନ୍ନତ କରିଛି ।

ଓଡ଼ିଶାର ସାମାଜିକ ଓ ପାରିବାରିକ ଜୀବନ ଖୁବ୍ ମଧୁର । ପରିବାରର ସମସ୍ତେ ସ୍ନେହ ଓ ପ୍ରୀତିରେ ବନ୍ଧା । ବିପଦ ଆପଦରେ ପଡ଼ୋଶୀମାନଙ୍କ ସାହାଯ୍ୟ ଓ ସହଯୋଗ ମିଳିଥାଏ । ଅତିଥ୍ୟପରାୟଣତା ଓଡ଼ିଆ ଜାତିର ପ୍ରଧାନ ବୈଶିଷ୍ଟ୍ୟ । ସାଧାରଣ ବସନ, ଭୂଷଣ ଓ ଆଡ଼ମ୍ବରଶୂନ୍ୟ ଜୀବନଯାପନ କରିବାକୁ ଓଡ଼ିଆମାନେ ଭଲ ପାଆନ୍ତି । ଚାକଚାକ୍ୟ ପ୍ରଦର୍ଶନ ଅପେକ୍ଷା ସୁଗୁଣମଣ୍ଡିତ ହେବାକୁ ସେମାନେ ପସନ୍ଦ କରନ୍ତି ।

ଜ୍ଞାନବିଜ୍ଞାନର ପ୍ରସାର ହେତୁ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ପୁରାତନ ପର୍ବପର୍ବାଣିର ବିଲୋପ ସଙ୍ଗେ ସଙ୍ଗେ ନୂତନ ପର୍ବପର୍ବାଣି ସେ ସ୍ଥାନରେ ସୃଷ୍ଟି ହେଉଛି । ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଶିଳ୍ପ, ଚିତ୍ରକଳା ଓ ସାମାଜିକ ରୀତିନୀତି ବଦଳିଯାଉଛି । ଏ ପରିବର୍ତ୍ତନ ପ୍ରବାହରେ ଭାସି ନ ଯାଇ ଆପଣା ମୌଳିକତା ରକ୍ଷା କରି ପ୍ରଗତି ପଥରେ ଆଗେଇଯିବା ଆମର ଏକମାତ୍ର ଧେୟ ହେବା ଉଚିତ ।

କଠିନ ଶବ୍ଦାର୍ଥ :

  • ପ୍ରାଚୀନ – ପୁରୁଣା ।
  • ପରିପୁଷ୍ଟ – ପରିବଦ୍ଧିତ ।
  • ଆଧ୍ୟାତ୍ମିକତା – ଈଶ୍ଵର ବିଶ୍ଵାସ ।
  • ଅବିଚ୍ଛେଦ୍ୟ – ଯାହାକୁ ଅଲଗା କରିହେବ ନାହିଁ ।
  • ପରମ୍ପରା – ଚଳଣି ।
  • ସୃଜନୀଶକ୍ତି – ସୃଷ୍ଟି କରିବାର କ୍ଷମତା ।
  • ବିସ୍ତୃତ – ବିସ୍ତାରିତ ।
  • ଖ୍ୟାତି – ପ୍ରସିଦ୍ଧି ।
  • ବୈଶିଷ୍ଟ୍ୟ – ବିଶେଷତ୍ଵ ।
  • ବସୁଧା – ପୃଥ‌ିବୀ ।
  • କୁଟୁମ୍ବ – ପରିବାର ।
  • କାମନା – ଇଚ୍ଛା ।
  • ଆରାଧନା – ପୂଜା ।
  • ସ୍ଥାପତ୍ୟ – ଗୃହ ବା ମନ୍ଦିରର ନିର୍ମାଣକଳା ।
  • ଭାସ୍କର୍ଯ୍ୟ – ପଥର ଦେହରେ ମୂର୍ତ୍ତି ନିର୍ମାଣ I
  • ନିଦର୍ଶନ – ନମୁନା ।
  • ଶିଳାଲିପି – ପଥର ଉପରେ ଖୋଳାଯାଇଥିବା ଲେଖା ।
  • ଦୃଷ୍ଟାନ୍ତ – ଉଦାହରଣ।
  • ଦିଗ୍‌ଦର୍ଶନ – ବାଟ ଦେଖାଇବା ।
  • ସମୃଦ୍ଧ – ଋଦ୍ଧିମନ୍ତ, ଧନଶାଳୀ ।
  • ଐତିହାସିକ – ଇତିହାସ ସମ୍ବନ୍ଧୀୟ ।
  • ମିତ୍ରତା – ବନ୍ଧୁତା ।
  • ସଂହତି – ଏକତାଭାବ ।
  • ସ୍ବାକ୍ଷର – ନିଜର ଅକ୍ଷର, ହସ୍ତାକ୍ଷର ।
  • ପର୍ଯ୍ୟଟକ – ଭ୍ରମଣକାରୀ ।
  • ଅମୂଲ୍ୟ – ମୂଲ୍ୟବାନ୍ ।
  • ପଣ୍ୟଦ୍ରବ୍ୟ – ବିକ୍ରୟଯୋଗ୍ୟ ଦ୍ରବ୍ୟ ।
  • ଆଦୃତ – ଆଦର ପାଇଥିବା ।
  • ଲାଘବ – କମାଇ ଦେବା ।
  • ବୟନଶିଳ୍ପ – ବସ୍ତ୍ରଶିଳ୍ପ ।

Leave a Comment