BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର

Odisha State Board BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର Textbook Exercise Questions and Answers.

BSE Odisha Class 6 Odia Solutions Chapter 17 ରାଜୋଚିତ ବ୍ୟବହାର

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ପାଠଟି ପଢ଼ିସାରିବା ପରେ ନିମ୍ନରେ ଦିଆଯାଇଥ‌ିବା ଚରିତ୍ରମାନଙ୍କର ଯେଉଁ ଉକ୍ତି ତୁମକୁ ଭଲଲାଗୁଛି, ସେହି ଉକ୍ତିଗୁଡ଼ିକୁ ଅଭିନୟ ସହ କୁହ ।
(କ) ଆଲୋକ୍‌ଜାଣ୍ଡର
(ଖ) ପୁରୁ
(ଗ) ସେଲ୍ୟୁକାସ୍
(ଘ) ସେନାପତି
Answer:
ପିଲାମାନଙ୍କୁ ଯେଉଁ ଉକ୍ତିଗୁଡ଼ିକ ଭଲଲାଗିବ, ସେମାନେ ସେହି ଉକ୍ତିଗୁଡ଼ିକୁ ଅଭିନୟ ସହ କହିବେ ।

Question ୨।
ନିମ୍ନରେ କେତେଗୁଡ଼ିଏ ଉକ୍ତି ଦିଆଯାଇଛି । ସେହି ଉକ୍ତିଗୁଡ଼ିକ କିଏ କହିଛନ୍ତି, ତାଙ୍କ ନାମ ଲେଖ ।
(କ) ‘‘ସ୍ଵର୍ଣ୍ଣପ୍ରସୂ ବୀରଭୂମି ଭାରତ । ଏ ଦେଶର ଶିକ୍ଷା, ସଂସ୍କୃତି ଓ ପରମ୍ପରା ମହାନ୍ । ଏହାର ସୁନାମ ସାରା ଜଗତରେ ପ୍ରଚାରିତ ।’’
(ଖ) ‘ସମଗ୍ର ଭାରତବର୍ଷକୁ ଜୟ କରିବା ହେଉଛି ଆମର ଅଭିପ୍ରାୟ ।’’
(ଗ) ‘‘ମୁଁ ପଣ କରୁଛି, ମୋ ଶରୀରର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ମୁଁ ଲଢ଼ିବି ।’’
(ଘ) ‘ଶୁଣିଥୁଲି ଏ ଦେଶର ମାଟିରେ ସୁନା ଫଳେ, ଏ ଦେଶ ଘିଅମହୁରେ ପରିପୂର୍ଣ୍ଣ ।’’
(ଚ) ‘ଅସ୍ତ୍ରହୀନ ପଶୁମାନଙ୍କ ଉପରେ ତୀର ପ୍ରୟୋଗ କରିବା ଯୁଦ୍ଧନୀତିର ବିରୁଦ୍ଧ ଅଟେ ।’’
Answer:
(କ) ପୁରୁ,
(ଖ) ଆଲେକ୍‌ଜାଣ୍ଡର,
(ଗ) ପୁରୁ,
(ଘ) ଆଲେକ୍‌ଜାଣ୍ଡର
(ଙ) ପୁରୁ
(ଚ) ସେଲ୍ୟୁକାସ୍ ।

BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର

Question ୩।
ନିମ୍ନରେ କେତେଗୁଡ଼ିଏ ଉକ୍ତି ଦିଆଯାଇଛି। ସେହି ଉକ୍ତିଗୁଡ଼ିକ କିଏ, କାହାକୁ, କେଉଁ ପ୍ରସଙ୍ଗରେ କହିଛି, ଲେଖ ।
(କ) ‘‘ଆମର ଲକ୍ଷ୍ୟ, ଯେକୌଣସି ଉପାୟରେ, ଯେକୌଣସି ପନ୍ଥାରେ ଯୁଦ୍ଧ ଜୟକରିବା ।’’
(ଖ) ‘ଆପଣଙ୍କର ନିର୍ଦ୍ଦେଶ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇଛି । ଭାରତୀୟ ସୈନ୍ୟବାହିନୀର ହାତୀମାନଙ୍କ ଉପରକୁ ଅସ୍ତ୍ରପ୍ରୟୋଗ କରିବା ଫଳରେ ସେମାନେ କ୍ଷତବିକ୍ଷତ ହୋଇ ପୃଷ୍ଠଭଙ୍ଗ ଦେଇ ପଳାଇ ଯାଇଛନ୍ତି ।
(ଗ) ‘‘ପୁରୁଙ୍କୁ ବନ୍ଦକରି ଆଣିବ ନାହିଁ । ପରାଜିତ ହେଲେ ମଧ୍ୟ ସେ ଜଣେ ଦେଶପ୍ରେମୀ ବୀର ।’’
(ଘ) ‘ମୁଁ ପରାଜିତ ହେଲେ ମଧ୍ୟ ଗୋଟିଏ ସ୍ଵାଧୀନ ରାଜ୍ୟର ନରପତି ।’’
(ଙ) ‘ଆଜି ମୁଁ ଅନୁଭବ କରୁଛି ଯେ ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ଭାରତବର୍ଷ ପ୍ରକୃତରେ ବୀରମାନଙ୍କର ଲୀଳାଭୂମି ।’’
Answer:
(କ) ଏହି ଉକ୍ତିଟି ଆଲେକ୍‌ଜାଣ୍ଡର ସେନାପତି ସେଲ୍ୟୁକାସ୍‌ଙ୍କୁ କହିଛନ୍ତି । ସେଲ୍ୟୁକାସ୍ ଯେତେବେଳେ ଅସ୍ତହୀନ ପଶୁମାନଙ୍କ ଉପରେ ତୀର ପ୍ରୟୋଗ କରିବା ଯୁଦ୍ଧନୀତିର ବିରୁଦ୍ଧ ବୋଲି କହିଲେ, ସେତେବେଳେ ସେ ଏହା କହିଥିଲେ ।
(ଖ) ଏହି ଉକ୍ତିଟି ସେଲ୍ୟୁକାସ୍ ଆଲେକ୍‌ଜାଣ୍ଡରଙ୍କୁ କହିଛନ୍ତି । ଆଲେକ୍‌ଜାଣ୍ଡରଙ୍କ ସୁଚିନ୍ତିତ ଯୋଜନା ଯୋଗୁଁ – ବିଜୟପ୍ରାପ୍ତି ସମ୍ବାଦ ତାଙ୍କୁ ଦେଲାବେଳେ ସେ ଏହା କହିଥିଲେ ।
(ଗ) ଏହି ଭକ୍ତିଟି ଆଲେକ୍ଜାଣ୍ଡର ସେନାପତି ସେଲୁଲ୍ୟକାସ୍ ଙ୍କୁ କହିଛନ୍ତିା ସେନାପତି ସେଲ୍ୟୁକାସଙ୍କୁ ପରାଜିତ ରାଜା ପୁରୁଙ୍କୁ ତାଙ୍କ ସମ୍ମୁଖକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇ ଆଲେକ୍‌ଜାଣ୍ଡର ଏହା କହିଥିଲେ ।
(ଘ) ଏହି ଉକ୍ତିଟି ପୁରୁ ଆଲେକ୍‌ଜାଣ୍ଡରଙ୍କୁ କହିଥିଲେ । ଆଲେକ୍‌ଜାଣ୍ଡର ଯେତେବେଳେ ପୁରୁଙ୍କୁ ତାଙ୍କଠାରୁ କି ପ୍ରକାର ବ୍ୟବହାର ଆଶା କରୁଛନ୍ତି ପଚାରିଥିଲେ, ସେତେବେଳେ ସେ ଏହା କହିଥିଲେ ।
(ଡ) ଏ ଉକ୍ତିଟି ଆଲେକ୍‌ଜାଣ୍ଡର ରାଜା ପୁରୁଙ୍କୁ କହିଥିଲେ । ପରାଜିତ ହୋଇଥିଲେ ବି ପୁରୁ ଆଲେକ୍‌ଜାଣ୍ଡରଙ୍କଠାରୁ ଏ । ରାଜୋଚିତ ବ୍ୟବହାର ଆଶା କଲାବେଳେ ଆଲେକ୍‌ଜାଣ୍ଡର ଏହା କହିଥିଲେ ।

Question ୪।
ନିମ୍ନରେ ଦିଆଯାଇଥବା ଅନୁଚ୍ଛେଦଟି ପାଠକରି ସେଥୁରୁ ପ୍ରଶ୍ନ ତିଆରି କର ।
ଆତ୍ମସମର୍ପଣ ! ଆଲେକ୍‌ଜାଣ୍ଡର ଏହି ପତ୍ରରେ ମୋତେ ଲେଖୁଛନ୍ତି ଆତ୍ମ ସମର୍ପଣ କରିବାକୁ ! ସେ ଜାଣନ୍ତି ନାହିଁ, ଏହି ମହାନ୍ ଭାରତଭୂମି ହେଉଛି ବେଦ ଉପନିଷଦର ଦେଶ । ଏ ଦେଶ ରାମାୟଣ ଓ ମହାଭାରତର ଦେଶ । ଆଲେକ୍‌ଜାଣ୍ଡର ଅତିଥି ଭାବରେ ଆସିଥିଲେ ମୁଁ ତାଙ୍କୁ ସମ୍ମାନର ସହିତ ପାଛୋଟି ଆଣିଥାଆନ୍ତି । ସେ ଆସିଛନ୍ତି ଜଣେ ଆକ୍ରମଣକାରୀ ଭାବରେ, ରାଜ୍ୟ ବିସ୍ତାର କରିବାର ଅଭିଳାଷ ନେଇ, ଯୁଦ୍ଧ ନ କରି ତାଙ୍କ ନିକଟରେ ଆତ୍ମସମର୍ପଣ କରିବା ହେବ ଚରମ ଭୀରୁତା ଓ କାପୁରୁଷତା ! ଫେରିଯାଅ ଦୂତ, କହିଦିଅ ତୁମର ସମ୍ରାଟଙ୍କୁ ପୁରୁରାଜ ଏହି ମହାନ୍ ଦେଶର ସମ୍ମାନକୁ ଜଣେ ବିଦେଶୀ ଆକ୍ରମଣକାରୀର ପାଦ ତଳେ ଲୋଟାଇ ଦେବାକୁ ଚାହେଁ ନାହିଁ ।
Answer:
(୧) ଆଲେକ୍‌ଜାଣ୍ଡର ପୁରୁଙ୍କୁ ପତ୍ରରେ କ’ଣ ଲେଖୁଥିଲେ ?
(୨) ଭାରତ ଭୂମି କାହାର ଦେଶ ?
(୩) ଆଲେକ୍‌ଜାଣ୍ଡରଙ୍କୁ କିପରି ଆସିଥିଲେ ତାଙ୍କୁ ସମ୍ମାନର ସହ ପାଛୋଟି ଆଣିଥା’ନ୍ତେ ବୋଲି ପୁରୁ କହିଛନ୍ତି ?
(୪) ଆଲେକ୍‌ଜାଣ୍ଡର ଅତିଥ୍ ଭାବରେ ଆସିଥିଲେ ପୁରୁ କ’ଣ କରିଥା’ନ୍ତେ ?
(୫) ଆଲେକ୍‌ଜାଣ୍ଡର କିପରି ଭାବେ ଭାରତ ଆସିଛନ୍ତି ?
(୬) ପୁରୁଙ୍କ ମତରେ ଆଲେକ୍‌ଜାଣ୍ଡରଙ୍କ ନିକଟରେ ଆତ୍ମସମର୍ପଣ କରିବା କିପରି ହେବ ?
(୭) ଦୂତକୁ ଫେରିବାକୁ ପୁରୁ କାହିଁକି ଆଦେଶ ଦେଲେ ?
(୮) ଦୂତ ଫେରିଯାଇ ଆଲେକ୍‌ଜାଣ୍ଡରଙ୍କୁ କି ଖବର ଦେବାକୁ ପୁରୁରାଜ କହିଥିଲେ ?

BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର

Question ୫।
ତଳେ ଦିଆଯାଇଥ‌ିବା ପ୍ରଶ୍ନର ଉତ୍ତର ଲେଖ ।
(କ) ଆଲେକ୍‌ଜାଣ୍ଡର କେଉଁ ଦେଶର ରାଜା ଥିଲେ ?
Answer:
ଆଲେକ୍‌ଜାଣ୍ଡର ଗ୍ରୀସ୍ ଦେଶର ରାଜା ଥିଲେ ।

(ଖ) ସେ ଭାରତ ପ୍ରତି କାହିଁକି ଆକୃଷ୍ଟ ହୋଇଥିଲେ ?
Answer:
ଭାରତର ଶିକ୍ଷା, ସଂସ୍କୃତି ଓ ପରମ୍ପରା ମହାନ୍ତି । ଏହାର ସୁନାମ ସାରା ଜଗତରେ ପ୍ରଚାରିତ । ଏହାର ଧନସମ୍ପତ୍ତି ପ୍ରତି ସେ ଆକୃଷ୍ଟ ହୋଇଥିଲେ ।

(ଗ) କେଉଁ କାରଣ ଯୋଗୁଁ ଆଲେକ୍‌ଜାଣ୍ଡର ଭାରତ ଆକ୍ରମଣ କରିବା ପାଇଁ ସମର୍ଥ ହେଲେ ?
Answer:
ଭାରତ ବର୍ଷରେ ଥିବା ରାଜ୍ୟ ରାଜ୍ୟ ମଧ୍ୟରେ ଏକତା ଓ ବୁଝାମଣାର ଅଭାବ ପରିଲକ୍ଷିତ ହୋଇଥିଲା । ତେଣୁ ସେହି ସୁଯୋଗକୁ ହାତଛଡ଼ା ନ କରି ଆଲେକଜାଣ୍ଡାର ଭାରତ ଆକ୍ରମଣ କରିବାପାଇଁ ସମର୍ଥ ହୋଇଥିଲୋ ।

(ଘ) ଆଲେକ୍‌ଜାଣ୍ଡର ପିଲାଦିନୁ ଭାରତ ବିଷୟରେ କ’ଣ ଶୁଣିଥିଲେ ?
Answer:
ସ୍ଵର୍ଣ୍ଣପ୍ରସୂ ଭାରତଭୂମିର ମାଟିରେ ସୁନା ଫଳେ ଓ ଏ ଦେଶ ଘିଅ ମହୁରେ ପରିପୂର୍ଣ୍ଣ ବୋଲି ଆଲେକ୍‌ଜାଣ୍ଡର ପିଲାଦିନୁ ଭାରତ ବିଷୟରେ ଶୁଣିଥିଲେ ।

Question ୬।
ନିମ୍ନରେ ଦିଆଯାଇଥବା ଅନୁଚ୍ଛେଦରେ ବିରାମ ଚିହ୍ନ ଯୋଗକରି ଲେଖ ।
ନୀତି ନିୟମ ଆଦର୍ଶ ଇତ୍ୟାଦି ଭାରତୀୟ ସୈନ୍ୟମାନଙ୍କୁ ସାଜେ ଆମକୁ ନୁହେଁ ଆମର ଲକ୍ଷ୍ୟ ଯେକୌଣସି ଉପାୟରେ ଯେକୌଣସି ପନ୍ଥାରେ ଯୁଦ୍ଧ ଜୟ କରିବା ତୁମେ ଯାଅ ସେନାପତି ବିଳମ୍ବ କଲେ ଆମର ବିଜୟ ଆଶା ଧୂଳିସାତ୍ ହୋଇଯିବ ମୋର ଆଦେଶ କାର୍ଯ୍ୟକାରୀ କର ।
Answer:
ନୀତି, ନିୟମ, ଆଦର୍ଶ ଇତ୍ୟାଦି ଭାରତୀୟ ସୈନ୍ୟମାନଙ୍କୁ ସାଜେ, ଆମକୁ ନୁହେଁ । ଆମର ଲକ୍ଷ୍ୟ, ଯେକୌଣସି ଉପାୟରେ, ଯେକୌଣସି ପନ୍ଥାରେ ଯୁଦ୍ଧ ଜୟ କରିବା । ତୁମେ ଯାଅ ସେନାପତି, ବିଳମ୍ବ କଲେ ଆମର ବିଜୟ ଆଶା ଧୂଳିସାତ୍ ହୋଇଯିବ । ମୋର ଆଦେଶ କାର୍ଯ୍ୟକାରୀ କର ।

Question ୭।
ତଳେ ତାହାଶ ପଟେ କେତୋଟି ଅର୍ଥସୂଚକ ଭକ୍ତି ଦିଆଯାଇଚ୍ଛା ବାମପଟେ ଦିଆଯାଇଥବା ଉପଯୁକ୍ତ ଶବ୍ଦ ସହ ତାହାକୁ ମିଳାଇ ଲେଖ ।
ବିତାଡ଼ିତ – କୌଣସି ଆଶା ପୂରଣ ନ ହେବା
ହତୋତ୍ସାହ – କୌଣସି ପରିସ୍ଥିତି ବା ଘଟଣାକୁ ଦେଖୁ ଡରି ପଳାଇବା
ପ୍ରତିରୋଧ – ଯାହାକୁ ବାହାର କରି ଦିଆଯାଇଛି
ପୃଷ୍ଟଭଙ୍ଗ – ଉତ୍ସାହ ହରାଇବା
ଧୂଳିସାତ୍‌ – ବାଧାଦେବା
Answer:
ବିତାଡ଼ିତ – ଯାହାକୁ ବାହାର କରି ଦିଆଯାଇଛି
ହତୋତ୍ସାହ – ଉତ୍ସାହ ହରାଇବା
ପ୍ରତିରୋଧ – ବାଧାଦେବା
ପୃଷ୍ଟଭଙ୍ଗ – କୌଣସି ପରିସ୍ଥିତି ବା ଘଟଣାକୁ ଦେଖୁ ଡରି ପଳାଇବା
ଧୂଳିସାତ୍‌ – କୌଣସି ଆଶା ପୂରଣ ନ ହେବା

BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର

Question ୮।
ଏକାଙ୍କିକାଟିକୁ ଭଲଭାବରେ ପଢ଼ି ତଳେ ଦିଆଯାଇଥ‌ିବା ସୂଚନା ଅନୁଯାୟୀ ଦୁଇଟି ଲେଖାଏଁ ବାକ୍ୟ ଲେଖ ।
Answer:
(କ) ପୁରୁଙ୍କର ଦେଶପ୍ରେମ ।
(୧) ମୋ ଶରୀରର ଶେଷ ରକ୍ତବିନ୍ଦୁ ଥ‌ିବା ପର୍ଯ୍ୟନ୍ତ ମୁଁ ଲଢ଼ିବି ।
(୨) ଜନନୀ ଜନ୍ମଭୂମି ନିମନ୍ତେ ପ୍ରାଣ ଉତ୍ସର୍ଗ କରିବାପାଇଁ ସମସ୍ତ ଦେଶବାସୀଙ୍କୁ ଆହ୍ଵାନ କର ।

(ଖ) ଆଲେକ୍‌ଜାଣ୍ଡରଙ୍କର ଭାରତ ପ୍ରତି ଧାରଣା ।
(୧) ଭାରତର ମାଟିରେ ସୁନା ଫଳେ ।
(୨) ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ଭାରତବର୍ଷ ପ୍ରକୃତରେ ବୀରମାନଙ୍କର ଲୀଳାଭୂମି ।

(ଗ) ପୁରୁଙ୍କର ଆଲେକ୍‌ଜାଣ୍ଡରଙ୍କ ପ୍ରତି ଭକ୍ତି ।
(୧) ପରାଜୟକୁ ମୁଁ ସ୍ଵୀକାର କରୁଛି ।
(୨) ଜଣେ ରାଜା ଆଉ ଜଣେ ରାଜା

(ଘ) ଆଲେକ୍‌ଜାଣ୍ଡରଙ୍କର ପୁରୁଙ୍କୁ ପ୍ରଶଂସା ବାଣୀ ।
(୧) ପରାଜିତ ହେଲେ ମଧ୍ୟ ଆପଣଙ୍କର ମନୋବଳ ଦୃଢ଼ ରହିଛି।
(୨) ଆପଣ ଆଜିଠାରୁ ହେଲେ ମୋର ବନ୍ଧୁ ।

Question ୯।
ଅଭିଧାନ ଦେଖ୍ ଏହି ଶବ୍ଦଗୁଡ଼ିକର ଅର୍ଥ ଲେଖ ।
ସ୍ଵର୍ଣପ୍ରସୂ, ଧୂଳିସାତ୍‌, ବୀରାଙ୍ଗନା, ଅଭିପ୍ରାୟ, ନିକ୍ଷେପ
Answer:
ସ୍ୱର୍ଣ୍ଣପ୍ରସୂ – ସୁବର୍ଣ୍ଣ-ଉତ୍ପାଦିକା, ଅତିଶୟ ଉର୍ବରା
ଧୂଳିସାତ୍ – ମାଟିରେ ମିଶିଯିବା
ବୀରାଙ୍ଗନା – ବୀରା ନାରୀ
ଅଭିପ୍ରାୟ – ଉଦ୍ଦେଶ୍ୟ
ନିକ୍ଷେଯ – ଫିଙ୍ଗିବା

Question ୧୦।
ନିମ୍ନରେ କେତୋଟି ଶବ୍ଦ ଦିଆଯାଇଛି, ସେହି ଶବ୍ଦଗୁଡ଼ିକୁ ବ୍ୟବହାରରେ ଏକ ଅନୁଚ୍ଛେଦ ଲେଖ । ବେଦ ଉପନିଷଦ, ଘିଅମହୁ, ବୀରାଙ୍ଗନା, ସ୍ଵର୍ଣ୍ଣପ୍ରସୂ, ଶକ୍ତିଶାଳୀ, ସମ୍ମାନ, ଶେଷ ରକ୍ତବିନ୍ଦୁ
Answer:
ଭାରତ ବେଦ ଉପନିଷଦର ଦେଶ । ଏହି ସ୍ଵର୍ୟପ୍ରସୂ ବୀରଭୂମିର ବୀରମାନଙ୍କର ପରାକ୍ରମରେ ଏହା ଶକ୍ତିଶାଳୀ ହୋଇଉଠିଛି । ଏଇ ଭୂମିରେ ବୀର ଓ ବୀରାଙ୍ଗନାମାନଙ୍କର ଏକତାର ଅଭାବରୁ ପରାଜୟ ଘଟୁଛି । ପୁରୁ ରାଜା ପଣ କରିଛନ୍ତି ଯେ ତାଙ୍କ ଶରୀରର ଶେଷ ରକ୍ତବିନ୍ଦୁ ଥ‌ିବା ପର୍ଯ୍ୟନ୍ତ ସେ ଲଢ଼ିବେ । ଶେଷରେ ଦିନେ ଘିଅମହୁରେ ଭାସୁଥ‌ିବା ପୁରୁରାଜା ବିଦେଶୀ ହାତରେ ପରାଜୟ ବରଣ କରିଛନ୍ତି । ତେଣୁ ସେପରି ସ୍ଵାଭିମାନୀ ରାଜାଙ୍କୁ ଯଥୋଚିତ ସମ୍ମାନ ଦେବା ଉଚିତ ହେବ ।

ତୁମ ପାଇଁ କାମ

୧। ତୁମ ଅଞ୍ଚଳରେ ଏକତା ବଳରେ କରାଯାଇଥିବା କିଛି କାର୍ଯ୍ୟ ସମ୍ପର୍କରେ ଜାଣିଥୁଲେ ପାଞ୍ଚଟି ବାକ୍ୟରେ ଲେଖ ।
୨। ତୁମ ଗ୍ରାମରେ କିମ୍ବା ଅଞ୍ଚଳରେ ଥ‌ିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ସମ୍ପର୍କରେ ଯାହା ଜାଣିଛ ଲେଖ ।
୩। ସାଙ୍ଗମାନେ ଏକାଠି ମିଶି ଏକାଙ୍କିକାର ଯେକୌଣସି ଗୋଟିଏ ଦୃଶ୍ୟ ଅଭିନୟ କର ।

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଏହି ଏକାଙ୍କିକାରେ କାହାର ଚରିତ୍ର ମହାନ୍ ଓ କାହିଁକି ?
Answer:
ଏହି ଏକାଙ୍କିକାରେ ଆଲେକ୍‌ଜାଣ୍ଡରଙ୍କର ଚରିତ୍ର ମହାନ୍ତି । କାରଣ ଜଣେ ମହାନୁଭବ ରାଜାଭାବେ ପରାଜିତ ରାଜା ପୁରୁଙ୍କୁ ସେ ଯଥୋଚିତ ସମ୍ମାନ ଦେଇଛନ୍ତି । ତାଙ୍କୁ ବନ୍ଧୁ ଭାବରେ ଗ୍ରହଣ କରି ଶେଷରେ ତାଙ୍କୁ ତାଙ୍କର ରାଜ୍ୟ ଫେରାଇ ଦେଇଛନ୍ତି ।

(ଖ) ପୁରୁଙ୍କର ରାଜ୍ୟ କେଉଁଠାରେ ଥିଲା ?
Answer:
ବିତସ୍ତା ଓ ବିପାଶା ନଦୀ ଦ୍ଵୟର ମଧ୍ୟବର୍ତ୍ତୀ ଅଞ୍ଚଳରେ ପୁରୁଙ୍କର ରାଜ୍ୟ ଥିଲା ।

(ଗ) ଯୁଦ୍ଧ ପାଇଁ କେତେ ସୈନ୍ୟବଳ ପ୍ରସ୍ତୁତ କରିବାରୁ ପୁରୁ ଆଦେଶ ଦେଲେ ?
Answer:
ଯୁଦ୍ଧପାଇଁ ପଚାଶ ହଜାର ପଦାତିକ, ତିନିହଜାର ଅଶ୍ୱାରୋହୀ, ଏକ ହଜାର ଗଜାରୋହୀଙ୍କୁ ପ୍ରସ୍ତୁତ କରିବାକୁ ପୁରୁ ଆଦେଶ ଦେଲେ ।

(ଘ) ଯୁଦ୍ଧରେ ଜୟ କରିବା କିପରି ସହଜ ହେବ ବୋଲି ଆଲେକ୍‌ଜାଣ୍ଡର ସେନାପତିଙ୍କୁ କୌଶଳ ବତାଇଲେ ?
Answer:
ଶତ୍ରୁପକ୍ଷର ହାତୀମାନଙ୍କ ଉପରକୁ ତୀର ଓ ବର୍ଚ୍ଛା ପ୍ରୟୋଗ କଲେ ସେମାନେ କ୍ଷତ ବିକ୍ଷତ ହୋଇ ପଳାଇଯିବେ । ପଳାଇଲାବେଳେ ନିଜ ପକ୍ଷର ସୈନ୍ୟମାନଙ୍କୁ ଦଳି ଚକଟି ଦେବେ । ତା’ହେଲେ ଆଉ ଭାରତୀୟ ସୈନ୍ୟମାନେ ଆଗେଇପାରିବେ ନାହିଁ । ତେଣୁ ଯୁଦ୍ଧରେ ଜୟ କରିବା ଆମ ପକ୍ଷେ ସହଜ ହେବ । ଆଲେକ୍‌ଜାଣ୍ଡର ସେନାପତିଙ୍କୁ ଏହି କୌଶଳ ବତାଇ ଦେଲେ ।

(ଙ) ପୁରୁ କାହିଁକି ସ୍ମରଣୀୟ ହୋଇରହିବେ ?
Answer:
ନିଜର ବୀରତ୍ଵ, ସାହସିକତା ଓ ଦେଶଭକ୍ତି ପାଇଁ ପୁରୁ ଯୁଗଯୁଗକୁ ସ୍ମରଣୀୟ ହୋଇ ରହିଥ‌ିବେ ।

(ଚ) ଆଲେକ୍‌ଜାଣ୍ଡରଙ୍କର ଆକ୍ରମଣ ବାର୍ତ୍ତା ଶୁଣି ପୁରୁ ସେନାପତିଙ୍କୁ କ’ଣ କରିଥିଲେ ?
Answer:
ପୁରୁ କହିଥିଲେ ଯେ ତାଙ୍କର ରାଜ୍ୟ ଛୋଟ ହେଲେ ମଧ୍ୟ ସେ ପଛଘୁଞ୍ଚା ଦେବେ ନାହିଁ । ନିଜ ଶରୀରର ଶେଷ ରକ୍ତବିନ୍ଦୁ ଥ‌ିବାଯାଏ, ସେ ଲଢ଼େଇ କରିବେ । ଆଲେକଜାଣ୍ଡରଙ୍କୁ ଭାରତରୁ ବିତାଡ଼ିତ ନ କଲାଯାଏ ଶାନ୍ତିରେ ରହିପାରିବେ ନାହିଁ ।

(ଛ) ପୁରୁ ଆଲେକ୍‌ଜାଣ୍ଡରଙ୍କଠାରୁ କିପରି ବ୍ୟବହାର ଆଶା କରନ୍ତି ବୋଲି କହିଥିଲେ ?
Answer:
ପୁରୁ କହିଲେ ସେ ପରାଜିତ ହେଲେ ମଧ୍ୟ ଗୋଟିଏ ସ୍ଵାଧୀନ ରାଜ୍ୟର ରାଜା ଅଟନ୍ତି । ତେଣୁ ସେ ଆଲେକଜାଣ୍ଡରଙ୍କଠାରୁ ରାଜୋଚିତ ବ୍ୟବହାର ଆଶା କରନ୍ତି ବୋଲି କହିଥିଲେ ।

(ଜ) ଆଲେକ୍‌ଜାଣ୍ଡର ପୁରୁଙ୍କର ପ୍ରଶଂସା କରି କ’ଣ କହିଥିଲେ ?
Answer:
ପୁରୁଙ୍କର ପ୍ରଶଂସା କରି ଆଲେକ୍‌ଜାଣ୍ଡର କହିଥିଲେ, ‘ଧନ୍ୟ ପୁରୁରାଜ ! ଆପଣ ପ୍ରକୃତରେ ଭାରତ ମାଟିର ବୀର ସନ୍ତାନ । ଭାରତବର୍ଷ ପ୍ରକୃତରେ ବୀରମାନଙ୍କର ଲୀଳାଭୂମି, ଏହା ମୁଁ ଅନୁଭବ କରୁଛି । ପରାଜିତ ହେଲେ ମଧ୍ୟ ଆପଣଙ୍କର ମନୋବଳ ଦୃଢ଼ ରହିଛି । ଆପଣ ଆଜିଠାରୁ ମୋର ବନ୍ଧୁ ହେଲେ ।

BSE Odisha 6th Class Odia Solutions Chapter 17 ରାଜୋଚିତ ବ୍ୟବହାର

Question ୨।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ‘‘ସ୍ଵର୍ଣ୍ଣପ୍ରସୂ ବୀରଭୂମି ଭାରତ । ଏ ଦେଶର ଶିକ୍ଷା, ସଂସ୍କୃତି ଓ ପରମ୍ପରା ମହାନ୍ । ଏହାର ସୁନାମ ସାରା ଜଗତରେ ପ୍ରଚାରିତ ।’’ – ଏହା କିଏ, କାହାକୁ ଓ କାହିଁକି କହିଛନ୍ତି ?
Answer:
ବିତସ୍ତା ଓ ବିପାଶା ନଦୀଦ୍ଵୟର ମଧ୍ୟବର୍ତ୍ତୀ ଏକ କ୍ଷୁଦ୍ର ରାଜ୍ୟର ରାଜା ପୁରୁ । ସେ ଦରବାରରେ ଚିନ୍ତିତ ଭାବେ ପଦଚାରଣ କରୁଥ‌ିବା ବେଳେ ଦୂତ ପହଞ୍ଚି ସେନାପତିଙ୍କ ଆଗମନର ସୂଚନା ଦେଇଛନ୍ତି । ସେନାପତିଙ୍କୁ ଭିତରକୁ ଡାକିବାକୁ ପୁରୁ ଦୂତକୁ କହିଛନ୍ତି । ସେନାପତି ପହଞ୍ଚି ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡରଙ୍କ ଭାରତ ଆକ୍ରମଣ ନିମନ୍ତେ ଆଗମନର ସୂଚନା ଦେଇଛନ୍ତି । ଗୋଟିଏ ପରେ ଗୋଟିଏ ରାଜ୍ୟ ଆଲେକ୍‌ଜାଣ୍ଡର ନିଜ ଅଧୀନକୁ ନେଉଥିବା କଥା ସେନାପତି କହିଛନ୍ତି । ପୁରୁ ଦୀର୍ଘ ନିଃଶ୍ବାସ ପକାଇ କହିଛନ୍ତି ଯେ ଭାରତ ସ୍ବର୍ଣପ୍ରସୂ । ଏ ଦେଶର ଶିକ୍ଷା, ସଂସ୍କୃତି ଓ ପରମ୍ପରା ମହାନ୍ । ଭାରତର ଧନସମ୍ପଦ ପ୍ରତି ଆକୃଷ୍ଟ ହୋଇ ଆଲେକ୍‌ଜାଣ୍ଡର ଭାରତ ଆସିଛନ୍ତି । ଭାରତୀୟ ରାଜାମାନଙ୍କ ମଧ୍ୟରେ ଏକତା ନାହିଁ । ସେମାନେ ପରସ୍ପର ମଧ୍ୟରେ କଳହରତ । ତେଣୁ ଆଲେକ୍‌ଜାଣ୍ଡର ଗୋଟିଏ ପରେ ଗୋଟିଏ ରାଜ୍ୟ ଜୟ କରିବାକୁ ସକ୍ଷମ ହେଉଛନ୍ତି ।

(ଖ) ଆଲେକ୍‌ଜାଣ୍ଡର ପୁରୁଙ୍କୁ କାହିଁକି ବନ୍ଧୁଭାବେ ଗ୍ରହଣ କରିଥିଲେ ?
Answer:
ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡର ପୃଥ‌ିବୀ ଜୟ କରିବାର ସ୍ବପ୍ନ ଦେଖିଥିଲେ । ସେଥ‌ିପାଇଁ ସେ ଭାରତ ଆକ୍ରମଣ କରିବାକୁ ଆସିଥିଲେ । ପୁରୁ ଥିଲେ ଏକ କ୍ଷୁଦ୍ରରାଜ୍ୟର ରାଜା । ତେଣୁ ଆଲେକ୍‌ଜାଣ୍ଡର ତାଙ୍କ ସହ ଯୁଦ୍ଧ କରିବାକୁ ଚାହିଁ ନଥୁଲେ । ପୁରୁଙ୍କୁ ଆତ୍ମସମର୍ପଣ କରିବାକୁ ସେ ଦୂତ ହାତରେ ପତ୍ର ଲେଖି ଜଣାଇଥିଲେ । ମାତ୍ର ପୁରୁ ତାଙ୍କ ପ୍ରସ୍ତାବ ଗ୍ରହଣ କରିନଥିଲେ । ଶେଷରେ ଆଲେକ୍‌ଜାଣ୍ଡରଙ୍କ ସହ ପୁରୁଙ୍କର ଯୁଦ୍ଧ ହେଲା । ପୁରୁ ଓ ତାଙ୍କ ସୈନ୍ୟବାହିନୀ ବୀରତ୍ବର ସହ ଲଢ଼ି ବିଜୟର ଦ୍ଵାରଦେଶରେ ପହଞ୍ଚି ଯାଇଥିଲେ । ଆଲେକ୍‌ଜାଣ୍ଡର ଯୁଦ୍ଧନୀତି ପାଳନ ନକରି ପୁରୁଙ୍କ ସୈନ୍ୟବାହିନୀର ହାତୀଗୁଡ଼ିକୁ ତୀର ଓ ବର୍ଚ୍ଛାଦ୍ଵାରା ଆଘାତ କରିବାକୁ ନିର୍ଦ୍ଦେଶ ଦେଲେ । ହାତୀମାନେ ଏଣେତେଣେ ପଳାୟନ କରିବାରୁ ପୁରୁ ପରାଜିତ ଓ ବନ୍ଦୀ ହେଲେ । ପରାଜିତ ପୁରୁଙ୍କୁ ଆଲେକ୍‌ଜାଣ୍ଡର ତାଙ୍କଠାରୁ କି ବ୍ୟବହାର ଚାହାଁନ୍ତି ବୋଲି ପଚାରିଥିଲେ । ପୁରୁ ରାଜୋଚିତ ବ୍ୟବହାର ଚାହାଁନ୍ତି ବୋ ଲି କହିଥିଲେ । ପୁରୁଙ୍କର ବୀରତ୍ଵ ଓ ଦୃଢ଼ ମନୋବଳ ଦେଖି ଆଲେକ୍‌ଜାଣ୍ଡର ତାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିଥିଲେ ।

(ଗ) ‘‘କାପୁରୁଷ ମୃତ୍ୟୁ ପୂର୍ବରୁ ସହସ୍ରବାର ମୃତ୍ୟୁବରଣ କରିଥାଏ ।”? –ଏକଥା କିଏ, କାହାକୁ ଓ କାହିଁକି କହିଛନ୍ତି ?
Answer:
ଏକଥା ଭାରତର ଏକ କ୍ଷୁଦ୍ର ରାଜ୍ୟର ସମ୍ରାଟ୍ ପୁରୁ ତାଙ୍କ ସେନାପତିଙ୍କୁ କହିଛନ୍ତି । ସ୍ବର୍ଣ୍ଣପ୍ରସୂ ଭାରତର ଧନସମ୍ପଭିରେ ଆକୃଷ୍ଟ ହୋଇ ଗ୍ରୀସ୍ ଦେଶରୁ ଆଗେଇ ଆସିଛନ୍ତି ଆଲେକ୍‌ଜାଣ୍ଡର । ଏଭଳି ଘଡ଼ିସନ୍ଧି ମୁହୂର୍ଭରେ ଭାରତବର୍ଷର ରାଜ୍ୟ ରାଜ୍ୟ ମଧ୍ୟରେ ଏକତା ଓ ବୁଝାମଣା ନଥିବାରୁ ସେମାନଙ୍କର ପରାଜୟ ଘଟୁଛି । ପୁରୁ କିନ୍ତୁ ପ୍ରତିଜ୍ଞା କରିଛନ୍ତି ସେ ଆଲେକ୍‌ଜାଣ୍ଡରଙ୍କୁ ଭାରତ ମାଟିରୁ ବିତାଡ଼ିତ କରିବେ । ଆଲେକ୍‌ଜାଣ୍ଡରଙ୍କ ସୈନ୍ୟବଳ ଅପରିସୀମ ଓ ସେମାନେ ଯୁଦ୍ଧବିଦ୍ୟାରେ ପାରଙ୍ଗମ । ସେମାନଙ୍କୁ ପରାଜିତ କରିବା କଷ୍ଟସାଧ୍ୟ ବୋଲି ସେନାପତି କହିଛନ୍ତି । ମାତ୍ର ପୁରୁ ଏଥ‌ିରେ ହତୋତ୍ସାହିତ ନହୋଇ ଯୁଦ୍ଧପାଇଁ ପ୍ରସ୍ତୁତ ହେବାକୁ ସେନାପତିଙ୍କୁ ପରାମର୍ଶ ଦେଇଛନ୍ତି । ସେ ସେନାପତିଙ୍କୁ କହିଛନ୍ତି ଯେ କାପୁରୁଷ ମୃତ୍ୟୁପୂର୍ବରୁ ସହସ୍ର ବାର ମରିଥାଏ ।

ନାଟ୍ୟକାର ପରିଚୟ :

ସାରଦା ପ୍ରସନ୍ନ ନାୟକ (୧୯୨୬) କଟକରେ ଜନ୍ମଗ୍ରହଣ କରିଥିଲେ । ଜଣେ ନାଟ୍ୟକାର ଭାବରେ ଓଡ଼ିଶାର ପୁରପଲ୍ଲୀରେ ସେ ସୁପରିଚିତ । ତାଙ୍କ ରଚିତ ବହୁ ନାଟକ ମଧ୍ୟରୁ ‘ସୁନାମାଟି’, ‘ପରିଶୋଧ’, ‘ଲକ୍ଷ୍ମୀ’, ‘ପନ୍ଥୀ’ ଆଦି ବେଶ୍ ଲୋକପ୍ରିୟ । ଜଣେ ଗୀତିକାର ଭାବରେ ତାଙ୍କର ମଧ୍ୟ ପ୍ରସିଦ୍ଧି ରହିଛି । କଟକ ଆକାଶବାଣୀ ଓ ଦୂରଦର୍ଶନରେ ପ୍ରଯୋଜକ ଭାବରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିଛନ୍ତି ।

ବିଷୟ ପୂଚନା :

ଭାରତୀୟ ରାଜା ପୁରୁ ଓ ଗ୍ରୀସ୍‌ର ରାଜା ଆଲେକ୍‌ଜାଣ୍ଡରଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ପୁରୁ ପରାଜୟ ବରଣ କରିଥିଲେ । ପୁରୁ ପରାଜୟ ସ୍ବୀକାର କରିବା ପରେ ଆଲେକ୍‌ଜାଣ୍ଡର ତାଙ୍କୁ ତାଙ୍କଠାରୁ କି ପ୍ରକାର ବ୍ୟବହାର ଆଶା କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ପୁରୁ ନିର୍ଭୟରେ ରାଜାଙ୍କଠାରୁ ରାଜୋଚିତ ବ୍ୟବହାର ଆଶା କରୁଛନ୍ତି ବୋଲି କହିଥିଲେ । ପୁରୁଙ୍କର ଏହି କଥା କେଇପଦରେ ଆଲେକ୍‌ଜାଣ୍ଡର ବେଶ୍ ପ୍ରଭାବିତ ହୋଇ ତାଙ୍କୁ ତାଙ୍କ ରାଜ୍ୟ ଫେରାଇ ଦେଇଥିଲେ ଓ ତାଙ୍କ ନିକଟରେ ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ । ଏହି ଏକାଙ୍କିକାଟିରେ ନାଟ୍ୟକାର ଏସବୁ ବିଷୟ ସୁନ୍ଦରଭାବେ ଉପସ୍ଥାପନ କରିଛନ୍ତ୍ରା

ସାରକଥା :

ରାଜପ୍ରାସାଦ ଅଭ୍ୟନ୍ତରରେ ପୁରୁ ଓ ତାଙ୍କ ସେନାପତିଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଗ୍ରୀସ୍‌ର ରାଜା ଆଲେକ୍‌ଜାଣ୍ଡର ବୀରଭୂମି ଭାରତକୁ ଆକ୍ରମଣ କରିବାକୁ ଆସୁଥିବାରୁ ତାଙ୍କୁ ପ୍ରତିରୋଧ କରିବାପାଇଁ ରାଜା ପୁରୁ ଉପାୟ ଚିନ୍ତା କରୁଛନ୍ତି । ତା’ ସହିତ ଭାରତର ରାଜାମାନଙ୍କ ମଧ୍ୟରେ ଏକତା ନଥ‌ିବାରୁ ଅନ୍ୟ ହାତରେ ପରାଜୟ ସ୍ଵୀକାର କରିବାକୁ ପଡୁଛି ବୋଲି ସେ ଦୁଃଖରେ ସେନାପତିଙ୍କୁ କହିଛନ୍ତି । ଯାହାହେଲେ ମଧ୍ୟ ବୀର ଆଲେକ୍‌ଜାଣ୍ଡରଙ୍କୁ ଯୁଦ୍ଧରେ ସାମନା କରିବେ ବୋଲି ଦମ୍ଭରେ ପୁରୁ କହିଛନ୍ତି ।

ଆଲେକ୍‌ଜାଣ୍ଡର ଓ ତାଙ୍କର ସେନାପତି ଶତବ୍ଦୀ ନଦୀ କୂଳରେ ନିଜର ଶିବିରରେ ବସି ଆଲୋଚନା କରୁଛନ୍ତି । ପୁରୁ ଯେପରି ତାଙ୍କ ଆଗରେ ଆତ୍ମସମର୍ପଣ କରିବେ, ସେ କଥା ଦୂତ ହାତରେ ଖବର ପଠାଇବାକୁ ଚାହିଁଛନ୍ତି । ମାତ୍ର ପୁରୁ ଆତ୍ମସମର୍ପଣ ନକରି ଯୁଦ୍ଧ କରିଛନ୍ତି । ଶେଷରେ ପୁରୁ ହାରିଯାଇ ପରାଜୟ ବରଣ କରିଛନ୍ତି । ଆଲେକ୍‌ଜାଣ୍ଡର ପୁରୁଙ୍କୁ ନିଜର ଶିବିରରେ ଉପସ୍ଥିତ କରାଇ ତାଙ୍କଠାରୁ ପୁରୁ କିପରି ବ୍ୟବହାର ଚାହୁଁଛନ୍ତି ବୋଲି ପଚାରିଛନ୍ତି । ପୁରୁ ନିର୍ଭୟରେ କହିଛନ୍ତି ଯେ, ସେ ରାଜା।

ତେଣୁ ସେ ରାଜୋଚିତ ବ୍ୟବହାର ଚାହାଁନ୍ତି । ପୁରୁଙ୍କର ଏଇ ଉତ୍ତରରେ ଆଲେକ୍‌ଜାଣ୍ଡର ବେଶ୍ ପ୍ରଭାବିତ ହୋଇଛନ୍ତି । ସେ ପୁରୁ ତଥା ଭାରତବର୍ଷର ଖୁବ୍ ପ୍ରଶଂସା କରିଛନ୍ତି । ପୁରୁଙ୍କୁ ନିଜର ବନ୍ଧୁ ଭାବରେ ଗ୍ରହଣ କରିନେଇଛନ୍ତି । ନିଜର ଅହଙ୍କାରର ଫଳ ସେ ପାଇଛନ୍ତି ବୋଲି ପୁରୁଙ୍କୁ କହିଛନ୍ତି । ଶେଷରେ ପୁରୁଙ୍କର ଦେଶଭକ୍ତି, ବୀରତ୍ଵକୁ ସମ୍ମାନ ଜଣାଇଛନ୍ତି । ତାଙ୍କର ରାଜ୍ୟ ମଧ୍ୟ ତାଙ୍କୁ ଫେରାଇ ଦେଇଛନ୍ତି । ସମଗ୍ର ଭାରତବର୍ଷକୁ ଜୟ କରିବାର ଦୁରାଶା ମନରୁ ତ୍ୟାଗ କରିଛନ୍ତି ।

କଠିନ ଶବ୍ଦାର୍ଥ :

  • ବିତାଡ଼ିତ – ବହିଷ୍କୃତ, ଯାହାକୁ ବାହାର କରି ଦିଆଯାଇଛି ।
  • ପଦାତିକ – ପାଦରେ ଚାଲି ଚାଲି ଯାଉଥ‌ିବା ସୈନ୍ୟ ।
  • ହତୋତ୍ସାହ – ଉତ୍ସାହ ହରାଇବା ।
  • ପ୍ରତିରୋଧ – ବାଧା ।
  • ପୃଷ୍ଠଭଙ୍ଗ – କୌଣସି ଘଟଣାକୁ ମୁକାବିଲା କରି ନପାରି ଭୟରେ ପଛକୁ ପଳାଇବା ।
  • ଧୂଳିସାତ୍ – ମାଟିରେ ମିଶିଯିବା ।
  • ଅଭ୍ୟନ୍ତର – ଭିତର ।
  • ପଦଚାରଣ – ପାଦରେ ଚାଲିବା ।
  • ହତୋତ୍ସାହିତ – ଉତ୍ସାହ ହରାଇବା ।
  • ସ୍ଵର୍ଣପ୍ରସୂ – ସୁନା ଉତ୍ପାଦିକା, ଅତିଶୟ ଉର୍ବରା ।
  • ଅପରିସୀମ – ଅସୀମ ।
  • ଉତ୍ସର୍ଗ – ସତ୍ ଉଦ୍ଦେଶ୍ୟରେ ଅର୍ପଣ ।
  • ଆକୃଷ୍ଟ – ମୁଗ୍‌ଧ, ପ୍ରଲୁବ୍‌ଧ ।
  • ଅଭିପ୍ରାୟ – ଇଚ୍ଛା ।
  • ନିକ୍ଷେପ – ଫିଙ୍ଗିବା ।
  • ପରିତ୍ୟାଗ – ଛାଡ଼ିଯିବା ।
  • ସ୍ମରଣୀୟ – ମନେପକାଇବାର ଯୋଗ୍ୟ ।
  • ଦ୍ରୁତ – ଖୁବ୍ ଜୋର୍‌ରେ ।
  • ବୀରାଙ୍ଗନା – ବୀରା ନାରୀ ।
  • ସୁଶୃଙ୍ଖଳ – ଅତ୍ୟନ୍ତ ଶୃଙ୍ଖଳିତ ।
  • ସହସ୍ରବାର – ହଜାର ଥର ।
  • ପରାକ୍ରମୀ – ବଳଶାଳୀ ।
  • କୋଳାହଳ – ପାଟିତୁଣ୍ଡ ।
  • ନରପତି – ରାଜା ।
  • ରାଜୋଚିତ – ରାଜାନୁରୂପ ।
  • ସ୍ମରଣୀୟ – ମନେରଖୁବା ଭଳି ଘଟଣା ।

Leave a Comment