Odisha State Board BSE Odisha 6th Class Odia Solutions Chapter 4 ଶରତ-ନଈ-କୂଳେ Textbook Exercise Questions and Answers.
BSE Odisha Class 6 Odia Solutions Chapter 4 ଶରତ-ନଈ-କୂଳେ
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର
Question ୧।
କବିତାର ଗୋଟିଏ ଲେଖାଏଁ ପଦ ଆବୃତ୍ତି କର ।
Answer:
ଶିକ୍ଷକ/ଶିକ୍ଷିକାମାନେ ଏହି କବିତାରୁ ଗୋଟିଏ ଲେଖାଏଁ ପଦ ଆବୃତ୍ତି କରିବାକୁ ଛାତ୍ରଛାତ୍ରୀମାନଙ୍କୁ କହିବେ ।
Question ୨ ।
କବିତାର ଯେଉଁ ପଦରେ ଏକଥା କୁହାଯାଇଛି ସେହି ପଦକୁ ଆବୃତ୍ତି କର ।
(କ) ବଗ ଶିକାର ପାଇଁ ବସିଛି ।
Answer:
ସୁଅର ଏକ ପାଶେ
ମଉନ ବକ ବସିଛି ତାର
ଶିକାର ଅଭିଳାଷେ ।
ପାଉଛି ଯାହା, ଅତୁଳ ସୁଖେ
ଦେଉଚି ଭରି ଆପଣା ମୁଖେ ।
ଗେଣ୍ଡାଳିଆ
ଝାମ୍ପ ମାରି
ଉଠାଇ ନୀଳାକାଶେ ।
(ଖ) ଶଙ୍ଖଚିଲ ଆକାଶରେ ଉଡୁଛି ।
Answer:
ସେତିକି ବେଳେ ତହିଁ
ଶଙ୍ଖଚିଲ ଉଠଇ ଡାକି
ଆକାଶେ ରହି ରହି ।
ଦୂରେ ଯେ ଥିଲେ ବାଳକ ଦଳ
ଉଚ୍ଚ ମିଳି ତୋଳିଲେ ସ୍ବର,
‘ହେଇ ରେ ଭାଇ
ବିଜୟ-ଶିରୀ,
ଦେଖରେ ଦେଖ ଭାଇ ।’
(ଗ) ଗୋପାଳ ପିଲା ବଂଶୀ ବଜାଉଛି ।
Answer:
ନଈର ଆର ପାରେ
ଦିଶୁଛି ଗାଈ ବାଛୁରୀ ପଲ
ସବୁଜ ପଡ଼ିଆରେ ।
ଗୋପାଳ ପୁଅ ସେଇଠି କାହିଁ
ବଇଁଶୀ ସୁରେ ଦେଉଛି ଗାଇ,
ମୂର୍ଚ୍ଚନାଟି
ଉଠୁଚି ମାତି
ସତେ କି ତାଳେ ତାଳେ ।
(ଘ) ଶରତ -ଆକାଶରେ ନୀଳମେଘ ଅତି ସୁନ୍ଦର ଦେଖାଯାଉଛି ।
Answer:
ଶରତ ଲଗନରେ
ସୁନୀଳ ଏକ ବଉଦ ଉଡ଼େ
ଧୂସର ଗଗନରେ ।
ଉପରେ ମେଘ, ତଳେ ଏ ନଈ
ମନରେ ମୋର ଦିଅଇ କହି
‘ସୃଷ୍ଟି ଧାମେ
ସୁଷମା ଆମେ
ଭରୁଚୁ ଜୀବନରେ ।’
Question ୩।
ନିମ୍ନଲିଖୂ ବାକ୍ୟଗୁଡ଼ିକୁ ଉତ୍ତର ମନେକରି ଏଗୁଡ଼ିକ ପାଇଁ କେତୋଟି ପ୍ରଶ୍ନ ପ୍ରସ୍ତୁତ କର ।
(କ) କବି ଶରତ ଋତୁରେ ନଈକୂଳ ଆମ୍ବଗଛ ମୂଳେ ବସିଥିଲେ ।
Answer:
(୧) କିଏ ଶରତ ଋତୁରେ ନଈକୂଳ ଆମ୍ବଗଛ ମୂଳେ ବସିଥିଲେ ?
(୨) କବି କେଉଁ ଋତୁରେ ନଈକୂଳ ଆମ୍ବଗଛ ମୂଳେ ବସିଥିଲେ ?
(୩) କବି ଶରତ ଋତୁରେ କେଉଁଠି ବସିଥିଲେ ?
(ଖ) ନଈର ଜଳଧାରା ମନୋହର ଦେଖାଯାଉଛି ।
Answer:
(୧) କାହାର ଜଳଧାରା ମନୋହର ଦେଖାଯାଉଛି ?
(୨) କ’ଣ ମନୋହର ଦେଖାଯାଉଛି ?
(୩) ନଈର ଜଳଧାରା କିପରି ଦେଖାଯାଉଛି ?
(ଗ) ବଗ ନଈ ସୁଅର ଗୋଟିଏ ପଟେ ଶିକାର ପାଇଁ ବସିଛି ।
Answer:
(୧) କିଏ ନଈ ସୁଅର ଗୋଟିଏ ପଟେ ଶିକାର ପାଇଁ ବସିଛି ?
(୨) ବଗ କେଉଁଠି ଶିକାର ପାଇଁ ବସିଛି ?
(୩) ବଗ ନଈ ସୁଅର ଗୋଟିଏ ପଟେ କ’ଣ ପାଇଁ ବସିଛି ?
(ଘ) ନଈକୂଳରେ ଶେଫାଳୀ ଫୁଲ ଫୁଟିଛି ।
Answer:
(୧) ନଈକୂଳରେ କେଉଁ ଫୁଲ ଫୁଟିଛି ?
(୨) ଶେଫାଳୀ ଫୁଲ କେଉଁଠି ଫୁଟିଛି ?
୪। ସବୁଜ କୋଳ, ମଉନ ବକ, ଧୀର ସମୀର ଶବ୍ଦରେ ଥିବା ବିଶେଷ୍ୟ ପଦଗୁଡ଼ିକ ଲେଖ ।
Answer:
ବିଶେଷ୍ୟ ପଦଗୁଡ଼ିକ ହେଲା – କୋଳ, ବକ, ସମୀର ।
୫। ନିମ୍ନଲିଖ ପ୍ରତ୍ୟେକ ଶବ୍ଦର ଅର୍ଥ ବୁଝାଉଥବା ଆଉ ଗୋଟିଏ ଶବ୍ଦ ଲେଖ ।
ନୟନ, ଢେଉ, ଗଛ, ଭ୍ରମର, ଜଳ, ସମୀର, ଶେଫାଳୀ
Answer:
ନୟନ – ଚକ୍ଷୁ, – ଢେଉ – ତରଙ୍ଗ, ଗଛ – ପାଦପ, ଭ୍ରମର – ଅଳି, ଜଳ – ନୀର, ସମୀର – ବାୟୁ, ଶେଫାଳୀ – ଗଙ୍ଗଶିଉଳି ।
Question ୬।
କବିତାରେ ଥିବା ପଦରୁ ଗୋଟିଏ ଧାଡ଼ି ଦିଆଯାଇଛି । ପରବର୍ତ୍ତୀ ଧାଡ଼ିକି ପୂରଣ କର ।
(କ) ମଧୁର ତାର ମହକ ରାଶି ___________________ ।
Answer:
ମଧୁର ତାର ମହକ ରାଶି ପବନ ସାଥେ ଆସୁଚି ଭାସି ।
(ଖ) ଦୂରେ ଯେ ଥିଲେ ବାଳକ ଦଳ ___________________ ।
Answer:
ଦୂରେ ଯେ ଥିଲେ ବାଳକ ଦଳ ଉଚ୍ଚ ମିଳି ତୋଲିଲେ ସୁର।
(ଗ) ସୁଅର ଏକ ପାଶେ ___________________ ।
Answer:
ସୁଅର ଏକ ପାଶେ ମଉନ ବକ ବସିଛି ତାର ଶିକାର ଅଭିଳାଷେ ।
(ଘ) ହଲାଇ ଗଛ ପତରରାଶି ___________________ ।
Answer:
ହଲାଇ ଗଛ ପତରରାଶି ସମୀର ଧୀରେ ପଡ଼ଇ ଝାସି ।
Question ୭।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।
ଚକର, ଲଗନ, ମଉନ, ମୂରୁଛନା
Answer:
ପଦ୍ୟରୂପ | ଗଦ୍ୟରୂପ |
ଚକର | ଚକ୍ର |
ଲଗନ | ଲଗ୍ନ |
ମଉନ | ମୌନ |
ମୂରୁଛନା | ମୂଚ୍ଛନା |
୮। ‘ନୀଳ’ ଶବ୍ଦ ପୂର୍ବରୁ ‘ସୁ’ ଯୋଡ଼ିଲେ ସୁନୀଳ ହୁଏ । ସେହିପରି ‘ସୁ’ ଲଗାଇ ଆଉ ତିନିଗୋଟି ଶବ୍ଦ ତିଆରି କର ।
Answer:
ସୁପୁତ୍ର, ସୁଜନ, ସୁଗମ ।
Question ୯।
ତଳେ ଦିଆଯାଇଥିବା ପଦଟିରୁ ସ୍ଵରବର୍ଣ୍ଣଗୁଡ଼ିକୁ ବାଛି ଲେଖ ।
ସୁଅର ଏକ ପାଶେ
ମଉନ ବକ ବସିଛି ତାର
ଶିକାର ଅଭିଳାଷେ ।
Answer:
ଅ, ଏ, ଉ, ଆ, ଇା
ତୁମ ପାଇଁ କାମ:
- କବି ରାଧାମୋହନ ଗଡ଼ନାୟକଙ୍କ ରଚିତ କବିତା ବହିଗୁଡ଼ିକର ନାମ ସଂଗ୍ରହ କର ।
ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
Question ୧।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଏହି କବିତାରେ ବଗ ଓ ଗେଣ୍ଡାଳିଆଙ୍କର କାର୍ଯ୍ୟ କଥା କିପରି ବର୍ଣ୍ଣନା ହୋଇଛି ?
Answer:
ସେହି ନଈ ସୁଅର ଏକ ପାଖରେ ବଗଟିଏ ମଉନରେ ଶିକାର ପାଇଁ ବସିଛି । ସେ ଯାହା ପାଉଛି, ତାହାକୁ ଅତି ଆନନ୍ଦରେ ଆପଣାର ମୁହଁରେ ଭରିଦେଉଛି । ଗେଣ୍ଡାଳିଆଟିଏ ଝାମ୍ପ ମାରି ନୀଳ ଆକାଶକୁ ଉଠିଯାଉଛି ।
(ଖ) ନଈ ଆରପାରିରେ ଗୋପାଳ ପୁଅ କ’ଣ କରୁଛି ?
Answer:
ନଈ ଆରପାରିରେ ଥିବା ସବୁଜ ଘାସ ପଡ଼ିଆରେ ଗାଈବାଛୁରୀ ପଲ ଦିଶୁଛନ୍ତି । ଗୋପାଳ ପୁଅ ସେଇଠି ଥାଇ ବଂଶୀର ସ୍ଵରରେ ଗୀତ ଗାଇ ଅପୂର୍ବ ମୂର୍ଦ୍ଧନା ତୋଳୁଛି ।
(ଗ) ଶେଫାଳୀ ଫୁଲର ବର୍ଣ୍ଣନା କବି କିପରି କରିଛନ୍ତି ?
Answer:
ନଈର ଏଇ କୂଳରେ ଦୂରରେ ଶେଫାଳୀ ଫୁଲ ଫୁଟିଛି । ତା’ର ମଧୁର ମହକ ପବନରେ ଭାସିଆସି କବିଙ୍କୁ ବେଶ୍ ଭାବବିହ୍ବଳ କରିଦେଉଛି।
(ଘ) ଶଙ୍ଖଚିଲକୁ ଦେଖୁ ପିଲାମାନେ କ’ଣ କହୁଛନ୍ତି ?
Answer:
ଆକାଶରେ ଶଙ୍ଖଚିଲ ଉଡ଼ିବୁଲିଲାବେଳେ ରହି ରହି ଡାକୁଛି। ଦୂରରେ ଥିବା ବାଳକମାନେ ତାକୁ ଦେଖୁ ଉଚ୍ଚସ୍ୱରରେ କହିବାରେ ଲାଗିଲେ, ‘ହେ ଭାଇ, ବିଜୟର ସମ୍ପଦ ଏହାକୁ ଦେଖ ।’’
(ଙ) ଶରତ ଆକାଶରେ ନୀଳମେଘ କଥା କିପରି ବର୍ଣ୍ଣନା ହୋଇଛି ?
Answer:
ଶରତ ଋତୁର ସେହି ଧୂସର ଆକାଶରେ ନୀଳମେଘ ଖଣ୍ଡେ ଉଡ଼ି ଉଡ଼ି ଯାଉଛି । ଉପରେ ମେଘର ଦୃଶ୍ୟ ଓ ତଳେ ନଦୀ ବହିଯାଉଥିବାର ଦୃଶ୍ୟ ବେଶ୍ ମନୋରମ ଦିଶୁଛି ।
(ଚ) କବିଙ୍କର ଆଖ୍କୁ ଭ୍ରମର ସହିତ ତୁଳନା କରାଯାଇଛି କାହିଁକି ?
ଭ୍ରମର ଯେପରି ଫୁଲ ଉପରେ ବସିବାପାଇଁ ସବୁ ଜାଗା ଖୋଜିବୁଲେ, ସେହିପରି କବିଙ୍କର ଆଖ୍ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିବାପାଇଁ ବ୍ୟାକୁଳ ହୋଇଉଠୁଛ୍ଠା ତେଣୁ ନୟନକୁ ଭ୍ରମର ସହିତ ତୁଳନା କରାଯାଇଛି।
Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ସୃଷ୍ଟିରେ କିଏ ସୁଷମା ଭରୁଛନ୍ତି ବୋଲି କହୁଛନ୍ତି ?
Answer:
ଶରତ ଋତୁରେ କବି ନଦୀକୂଳର ଏକ ଆମ୍ବ ଗଛ ଛାଇରେ ବସିଥିଲେ । ସେ ଅନୁଭବ କରିଥିଲେ ଯେ ଧୂସର ଆକାଶରେ ଭାସି ଯାଉଥିବା ମେଘ ଓ ତଳେ ବହିଯାଉଥିବା ନଈ ଯେପରି ତାଙ୍କ କାନରେ ସୃଷ୍ଟିର ସୁଷମା
(ଖ) କବିଙ୍କ ନୟନ କାହାର ମାଧୁରୀ ଚାଖି ବୁଲୁଥିଲା ?
Answer:
କବି ଶରତ ଋତୁରେ ନଦୀକୂଳରେ ବସି ପ୍ରକୃତିର ସବୁଜିମା ଦେଖି ବିହ୍ବଳ ହୋଇ ପଡ଼ିଥିଲେ । ତାଙ୍କର ନୟନ ଏକ ଭ୍ରମର ପରି ପ୍ରକୃତିର ସୁଷମା ମାଧୁରୀ ଚାଖି ବୁଲୁଥିଲା ।
(ଗ) ଜଳଧାରା ନିକଟରେ ବଗଟିଏ ବସି କ’ଣ କରୁଛି ?
Answer:
ଜଳଧାରା ନିକଟରେ ବଗଟିଏ ମାଛ ଶିକାର ଆଶାରେ ମଉନ ହୋଇ ବସିରହିଛି । ଯେତେବେଳେ ଯାହା ମିଳୁଛି ତାହାକୁ ସିଏ ପରମ ସୁଖରେ ପାଟି ଭିତରେ ପୂରାଇ ଦେଉଛି ।
(ଘ) ନଈ ଆରପାରିରେ କବି କ’ଣ ଦେଖିଛନ୍ତି ?
Answer:
କବି ନଈ ଆରପାରିରେ ସବୁଜ ପଡ଼ିଆରେ ଗାଈ ବାଛୁରୀ ପଲ ଚରୁଥିବାର ଦେଖିଛନ୍ତି । ଗୋପାଳ ବାଳକଟିଏ ସେଠାରେ କେଉଁଠି ରହି ଅପୂର୍ବ ମୂଚ୍ଛନା ତୋଳି ବଂଶୀ ବଜାଉଛି ।
(ଙ) ଶେଫାଳୀ ଫୁଲଟି କେଉଁଠି ଫୁଟିଛି ଓ ତା’ର ମହକ କିପରି ଭାସି ଆସୁଛି ?
Answer:
ଶେଫାଳୀ ଫୁଲଟି ବହୁତ ଦୂରରେ ନଦୀର ଏଇପାଖ କୂଳରେ ଫୁଟିଛି । ତା’ର ମଧୁର ମହକ ପବନରେ ଭାସି ଭାସି କବିଙ୍କ ନିକଟକୁ ଚାଲି ଆସୁଛି।
Question ୩।
ସରଳାର୍ଥ ଲେଖ ।
(କ) ନୟନ ମମ ଭ୍ରମର ସମ
ମାଧୁରୀ ଚାଖୁ ବୁଲେ ।
Answer:
ନୟନ ମମ ……………………….. ଚାଖି ବୁଲେ ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଶରତ-ନଈ-କୂଳେ’ କବିତାରୁ ସଂଗୃହୀତ । ଏଠାରେ କବି ଡକ୍ଟର ରାଧାମୋହନ ଗଡ଼ନାୟକ ଶରତକାଳୀନ ପ୍ରାକୃତିକ ଶୋଭାଶ୍ରୀକୁ ଦେଖ୍ କିପରି ଆତ୍ମହରା ହୋଇଛନ୍ତି, ତାହା ବର୍ଣ୍ଣିତ ହୋଇଛି । ଶରତ ଋତୁରେ କବି ନଈକୂଳରେ ଥିବା ଏକ ଆମ୍ବଗଛର ସୁନ୍ଦର ଛାଇରେ ବସିଥିଲେ । ଚତୁର୍ଦ୍ଦିଗରେ ପ୍ରକୃତିର ସବୁଜିମାଭରା ଶୋଭାକୁ ଦେଖୁ ତାଙ୍କର ମନ ଆନ୍ଦୋଳିତ ହୋଇଛି । ସେ ସେହି ଅପୂର୍ବ ଶୋଭାଶ୍ରୀକୁ ଅବଲୋକନ କରି ଆତ୍ମବିଭୋର ହୋଇପଡ଼ିଛନ୍ତି । ନିଜର ଚକ୍ଷୁଯୁଗଳ ଭ୍ରମର ପରି ସେହି ଶୋଭାର ମାଧୁର୍ଯ୍ୟକୁ ଚାଖବାପାଇଁ ଘୂରି ବୁଲୁଛି । ଶରତର ଏଇ ନଦୀକୂଳର ଦୃଶ୍ୟ ବେଶ୍ ମନୋରମ ହୋଇଥିବାରୁ ସାମୟିକଭାବେ କବିଙ୍କର ଦୃଷ୍ଟି ସେହିଆଡ଼କୁ ଆକର୍ଷିତ ହୋଇଯାଇଛି । ବାସ୍ତବରେ କବିଙ୍କର ଏଇ ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଛି ।
(ଖ) ‘ଆବେଗ-ଭୋଳ ଚିତ୍ତ ମୋର ତାହାରି ସାଥେ ଘୂରେ’’
Answer:
ଆବେଗ-ଭୋଳ ………………………….. ଘୂରେ ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଶରତ-ନଈ-କୂଳେ’ କବିତାରୁ ସଂଗୃହୀତ । ଏଠାରେ କବି ଡକ୍ଟର ରାଧାମୋହନ ଗଡ଼ନାୟକ ଶେଫାଳୀ ଫୁଲର ମଧୁର ମହକରେ କିପରି ବିଭୋର ହୋଇଛନ୍ତି, ତାହା ବର୍ଣ୍ଣନା କରିଛନ୍ତି । ଶରତ ଋତୁରେ କବି ଏକ ନଈକୂଳେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅବଲୋକନ କରୁଥିଲେ । ନଈର ଆରପଟରେ ଗୋପାଳ ବାଳକର ବଂଶୀର ମଧୁର ମୂର୍ଚ୍ଚନା ଯେପରି କବିକୁ ଆନମନା କରିଛି, ସେହିପରି ନଈର ଏପଟ କୂଳରେ ଦୂରରେ ଫୁଟିଥିବା ଶେଫାଳୀ ଫୁଲର ମହକ ମଧ୍ୟ ବେଶ୍ ବିଭୋର କରିଛି। ଶେଫାଳୀ ବହୁଦୂରରେ ଫୁଟିଛି, ହେଲେ ତା’ର ସୁମଧୁର ମହକ ପବନରେ ଭାସି ଆସି କବିକୁ ଆନମନା କରୁଛି । ଫୁଲକୁ ନ ଦେଖିଲେ ମଧ୍ୟ ତାହାର ମହକକୁ ପବନ ମାଧ୍ୟମରେ ଗ୍ରହଣ କରି କବିଙ୍କର ହୃଦୟ ବେଶ୍ ବିଭୋର ହୋଇ ଉଠୁଛି । ଏପରିକି ଶେଫାଳୀର ବାସ୍ନା ସହିତ କବିଙ୍କର ହୃଦୟ ପାଗଳି ପରି ଘୂରିବୁଲୁଛି । ବାସ୍ତବରେ କବିଙ୍କର ଏହି ବର୍ଣ୍ଣନା ବେଶ୍ ମନୋମୁଗ୍ଧକର ଓ ଭାବଗର୍ଭକ ହୋଇପାରିଛି ।
(ଗ) ମୂହଁନାଟି ଉଠୁଛି ମାତି ସତେ କି ତାଳେ ତାଳେ ।
Answer:
ମୂହଁନାଟି ……………………….. ତାଳେ ତାଳେ ।
ଶଂସିତ ପଦ୍ୟାଶଟି କବି ଡ. ରାଧାମୋହନ ଗଡ଼ନାୟକଙ୍କ ଲିଖିତ ‘ଶରତ-ନଈ-କୂଳ ଶୀର୍ଷକ କବିତାରୁ ଆନୀତ । ଉକ୍ତ ପ୍ରସଙ୍ଗରେ କବି ନଦୀର ଅପରପାର୍ଶ୍ଵରେ ଦୃଶ୍ୟମାନ ଦୃଶ୍ୟାବଳୀ ବିଷୟରେ ସୂଚନା ପ୍ରଦାନ କରିଛନ୍ତି । କବି ଶରତ ଋତୁର କୌଣସି ଏକ ଦିନରେ ନଈକୂଳେ ଆମ୍ବଗଛର ଛାଇ ତଳେ ବସିଛନ୍ତି । ସେଠାରେ ବସି ସେ ନଈର ଓ ନଈ ଦୁଇପାଖର ଶୋଭା ଅବଲୋକନ କରିଛନ୍ତି । ପ୍ରକୃତିର ଶୋଭାସମ୍ପଦ ତାଙ୍କ ଚିତ୍ତକୁ ଭାବବିହ୍ଵଳ କରିଦେଉଛି । କବିଙ୍କର ଦୃଷ୍ଟି ଧୀରେ ଧୀରେ ନଦୀ ଅପର ପାର୍ଶ୍ଵକୁ ପ୍ରସରି ଯାଇଛି । ନଈ ଆରପାରିରେ ସବୁଜ ପଡ଼ିଆରେ ଚରୁଥିବା ଗାଈ ବାଛୁରୀପଲ ତାଙ୍କ ଦୃଷ୍ଟି ଆକର୍ଷଣ କରିଛି । ସେଠାରେ କେଉଁଠି ଗୋପାଳ ବାଳକଟିଏ ଅଛି । ସେ ବଂଶୀ ବଜାଉଛି । ସେହି ବଂଶୀର ମୂର୍ଦ୍ଧନାର ତାଳେ ତାଳେ କବିଙ୍କ ମନ ନାଚି ଉଠିଛି । ସେ ଆତ୍ମବିଭୋର ହୋଇ ପଡ଼ିଛନ୍ତି । କବିଙ୍କ ବର୍ଣ୍ଣନା ବାସ୍ତବରେ ମନଛୁଆଁ ହୋଇପାରିଛି ।
(ଘ) ଗୋଟିକି ଗୋଟି ପଡୁଛି ଲୋଟି ଚପଳ ଢେଉମାଳା ।
Answer:
ଗୋଟିକି ……………………… ଢେଉମାଳା ।
ଶଂସିତ ପଦ୍ୟାଶଟି ରାଧାମୋହନ ଗଡ଼ନାୟକଙ୍କ ଲିଖିତ ‘ଶରତ-ନଈ-କୂଳେ ଶୀର୍ଷକ କବିତାରୁ ଉଦ୍ଧୃତ । ଏହି ପ୍ରସଙ୍ଗରେ କବି ଶରତ ଋତୁରେ ନଦୀର ଶୋଭା ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି । ଶରତ ଋତୁରେ କବି ନଈକୂଳର ଏକ ଆମ୍ବଗଛ ମୂଳେ ବସିଛନ୍ତି । ଗଛ ଛାଇତଳେ ବସି ସେ ପ୍ରାକୃତିକ ସୁଷମା ଉପଭୋଗ କରି ଚାଲିଛନ୍ତି । ନଈଟି କୁଳୁକୁଳୁ ନାଦକରି ବହିଯାଉଛି । ଛାଇ ଆଲୁଅ ତଳେ ପ୍ରବାହିତ ନଦୀର ଜଳଧାରା ଖୁବ୍ ସୁନ୍ଦର ଦେଖାଯାଉଛି । ପବନରେ ଗଛରୁ ପତ୍ରଗୁଡ଼ିକ ଧୀରେ ଧୀରେ ନଈ ଧାରରେ ଖସି ପଡୁଛି । ଗୋଟି ଗୋଟି ପତ୍ର ନଈର ଢେଉମାଳା ଦେହରେ ନାଚି ନାଚି ଭାସିଯାଉଛି । ଏହିସବୁ ଦୃଶ୍ୟ କବିଙ୍କ ହୃଦୟକୁ ସ୍ପର୍ଶ କରିଛି ଏ ପ୍ରସଙ୍ଗରେ କବିଙ୍କ ବର୍ଣ୍ଣନା ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି ।
Question ୪।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) କବି ଶରତ ଋତୁରେ ଆମ୍ବଗଛ ମୂଳରେ ବସି ପ୍ରକୃତିର କି ଅପୂର୍ବ ଶୋଭା ଉପଭୋଗ କରୁଥିଲେ ?
Answer:
ଶରତ ଋତୁର ନିର୍ମଳ ଓ ସୁନ୍ଦର ପରିବେଶ ମନରେ ଭାବାନ୍ତର ସୃଷ୍ଟି କରେ । ଏଭଳି ଏକ ମନୋମୁଗ୍ଧକର ପରିବେଶ କବିଙ୍କୁ ସୌନ୍ଦର୍ଯ୍ୟ-ବିଳାସୀ କରିଛି । ସେ ନଦୀକୂଳରେ ଏକ ଆମ୍ବଗଛ ମୂଳରେ ବସି ପ୍ରକୃତିର ଶୋଭା ସନ୍ଦର୍ଶନ କରି ବିମୋହିତ ହୋଇଛନ୍ତି । ଫୁଲରୁ ମଧୁପାନ କରି ଭ୍ରମର ଆମୋଦିତ ହେବା ଭଳି କବିଙ୍କ ନୟନ ପ୍ରକୃତିର ରୂପ ମାଧୁରୀ ପାନ କରି ଆନନ୍ଦ ବିଭୋର ହୋଇଛି । ଛାଇ ଆଲୁଅ ତଳେ କ୍ଷୁଦ୍ର ନଦୀଟି ବହିଯାଉଛି । ଗଛରୁ ପତ୍ରମାନ ଖସିପଡ଼ି ଢେଉରେ ଭାସି ଦୂରକୁ ଦୂରକୁ ଯାଉଛି । ଜଳଧାରା ପାଖରେ ମଉନ ଭାବରେ ବଗଟିଏ ବସି ମୀନକୁ ଝାମ୍ପି ନେଉଛି । ଏସବୁ ଦୃଶ୍ୟକୁ କବି ଉପଭୋଗ କରୁଥିଲେ ।
(ଖ) ନଦୀର ଆରପାରିରେ କ’ଣ ଦେଖି କବି ଆତ୍ମବିଭୋର ହୋଇ ଉଠିଛନ୍ତି ?
Answer:
ଶରତ ଋତୁ ହେଉଛି ଶୋଭାର ଋତୁ। ଶରତର ଶାନ୍ତ ନିର୍ମଳ ପରିବେଶ ସମସ୍ତଙ୍କ ମନରେ ଭାବାନ୍ତର ସୃଷ୍ଟି କରିଥାଏ । କବିଙ୍କ ମନରେ ମଧ୍ୟ ଭାବାନ୍ତର ସୃଷ୍ଟି ହୋଇଛି । କବି ଦେଖିଛନ୍ତି ନଦୀର ଆରପାରିରେ ଗାଈ ବାଛୁରୀ ପଲ ସବୁଜ ପଡ଼ିଆରେ ଚରୁଛନ୍ତି । ଗୋପାଳ ବାଳକଟିଏ ସେଠାରେ ରହି ସୁମଧୁର ସ୍ଵରରେ ବଂଶୀ ବାଦନ କରୁଛି । ଆମୋଦିତ କରିଛି । ପ୍ରକୃତିର ଏଭଳି ଶୋଭା ତାଙ୍କ ହୃଦୟକୁ ବିହ୍ବଳିତ କରିଦେଇଛି ।
(ଗ) କବିଙ୍କ ଭାବୁକ ଚିତ୍ତ କାହା ସହ ଘୂରି ବୁଲିଛି ?
Answer:
ଶରତ ଋତୁର ଶୋଭା ପରିପୂର୍ଣ୍ଣ ପରିବେଶ କବିଙ୍କ ମନକୁ ଭାବବିହ୍ବଳ କରିଛି । କବି ନଈକୂଳରେ ଆମ୍ବଗଛ ମୂଳରେ ବସି ପ୍ରକୃତିର ଶୋଭା ନିରୀକ୍ଷଣ କରୁଛନ୍ତି । ତାଙ୍କ ଦୃଷ୍ଟି ପ୍ରସରି ଯାଇଛି ନଦୀକୂଳରେ ବହୁଦୂରରେ ଫୁଟିଥୁବା ଶେଫାଳୀ ଫୁଲ ଉପରକୁ । ସେଠାରୁ ଫୁଲର ମଧୁର ମହକ ପବନରେ କବିଙ୍କ ନିକଟକୁ ଭାସି ଆସୁଛି । ସେ ମହକ ଆଘ୍ରାଣରେ କବିଚିତ୍ତ ବିମୋହିତ ହୋଇଛି । ସେହି ମହକ ସହ ତାଙ୍କ ଭାବୁକ ଚିତ୍ତଟି ଘୂରି ବୁଲିଛି ।
(ଘ) ‘ଶରତ-ନଈ-କୂଳେ’ କବିତାରେ କବି ନଈର ଶୋଭା ବିଷୟରେ କି ବର୍ଣ୍ଣନା କରିଛନ୍ତି ?
Answer:
କବି ଡ. ରାଧାମୋହନ ଗଡ଼ନାୟକ ‘ଶରତ-ନଈ-କୂଳେ କବିତାରେ ନଈର ଉଭୟ ପାର୍ଶ୍ଵରେ ଦୃଶ୍ୟମାନ ଶୋଭାରାଶି ଉପରେ ଆଲୋକପାତ କରିଛନ୍ତି । ଶରତ ଋତୁର କୌଣ ସି ଏକ ଦିନରେ କବି ଏକ ଆମ୍ବଗଛ ମୂଳେ ବସି ଏହି ଶୋଭାରାଶିକୁ ଅବଲୋକନ କରି ଭାବବିହ୍ଵଳ ହୋଇଛନ୍ତି । ନଈର ସ୍ଵଚ୍ଛ ଜଳଧାରା ଛାଇ ଆଲୁଅ ତଳେ କୁଳୁକୁଳୁ ନାଦ କରି ବହିଯାଉଛି । ନଈର ସ୍ଵଚ୍ଛ ଜଳରାଶି ଧବଳ ହୀରକ ଭଳି ଦେଖାଯାଉଛି । ସୁଲୁସୁଲିଆ ପବନରେ ଗଛରୁ ପତ୍ରଗୁଡ଼ିକ ଜଳଧାରାରେ ଖସିପଡ଼ୁଛି । ନଈର ଚପଳ ତରଙ୍ଗରେ ସେଗୁଡ଼ିକ ନାଚି ନାଚି ବହୁଦୂରକୁ ଭାସି ଯାଉଛି । କବି ଏହି ଶୋଭାକୁ ଦର୍ଶନ କରି ଆତ୍ମହରା ହୋଇପଡ଼ିଛନ୍ତି ।
(ଙ) ବିଷୟରେ କବିତାରେ କ’ଣ କହିଛନ୍ତି ?
Answer:
ଶରତ ଋତୁର ଏକ ନିର୍ମଳ ଦିନରେ ବଗଟିଏ ମଉନ ହୋଇ ନଦୀକୂଳରେ ବସିଛି । ସେ ଶିକାର ଆଶାରେ ଏକ ଧ୍ୟାନରେ ନଦୀର ଜଳଧାରାକୁ ଚାହିଁ ରହିଛି । ଯେତେବେଳେ ସେ ଯାହା ଆହାର ପାଉଛି ସୁଖରେ ତାହାକୁ ପାଟିରେ ପୂରାଇ ଦେଉଛି । ଗେଣ୍ଡାଳିଆ ମଧ୍ୟ ଆହାର ସଂଗ୍ରହ ପାଇଁ ସେଠାରେ ଘୂରିବୁଲୁଛି । ସେ ଆହାର ପାଇଗଲେ ଝାମ୍ପମାରି ନୀଳାକାଶକୁ ଉଡ଼ିଯାଉଛି । ଶରତ ଋତୁରେ ପକ୍ଷୀମାନଙ୍କର ଖାଦ୍ୟସଂଗ୍ରହ ସହ ମନୋରମ ଜଳକ୍ରୀଡ଼ା କବି ପ୍ରାଣକୁ ଆମୋଦିତ କରିଛି । ସେ କବିତାରେ ଏହାକୁ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି ।
(8) ମେଘ ଓ ନଈ କବିଙ୍କ ମନରେ କ’ଣ କହି ଦେଇଛନ୍ତି ?
Answer:
ଏକ ଶାରଦୀୟ ଦିବସରେ କବି ରାଧାମୋହନ ଗଡ଼ନାୟକ ନଈ ଓ ଆକାଶର ମନୋଲୋଭା ପ୍ରାକୃତିକ ସୁଷମାରେ ଆକୃଷ୍ଟ ହୋଇ ପଡ଼ିଛନ୍ତି । ସେ ନଈକୂଳର ଏକ ଆମ୍ବଗଛ ମୂଳରେ ବସି ଏସବୁ ଦୃଶ୍ୟ ଦେଖ୍ ଆନନ୍ଦ ପାଇଛନ୍ତି । ନଦୀର ସ୍ଵଚ୍ଛ ଜଳଧାରା, ଆକାଶର ନୀଳିମା ଓ ସମୀରର ଶୀତଳ ସ୍ପର୍ଶ ତାଙ୍କ ମନକୁ ହରଣ କରିନେଇଛି । ଶରତ ଲଗ୍ନରେ ଧୂସର ଗଗନରେ ବଉଦମାଳା ଭାସିବୁଲୁଛି । ଏହି ବଉଦମାଳାର ଠିକ୍ ତଳେ ନଈଟି କୁଳୁକୁଳୁ ନାଦ କରି ବହିଯାଉଛି । କବି ଅନୁଭବ କରିଛନ୍ତି ଯେ ଉପରେ ମେଘମାଳ ଓ ତଳେ ନଈ ସତେ ଯେପରି ତାଙ୍କୁ କହୁଛନ୍ତି ଯେ ସେମାନେ ପ୍ରକୃତିରେ ନାନା ସୁଷମା ଭରି ଦେଉଛନ୍ତି ।
(ଛ) କେଉଁ ମୂର୍ଚ୍ଚନା ତାଳେ ତାଳେ ମାତି ଉଠୁଥିଲା ?
Answer:
କବି ରାଧାମୋହନ ଗଡ଼ନାୟକ ଏକ ପ୍ରାକୃତିକ ପରିବେଶରେ ଶରତ ଋତୁର ନଦୀକୂଳରେ ଆନନ୍ଦ ଉପଭୋଗ କରୁଥିଲେ । ତାଙ୍କର ମନ ବିଭୋର ହୋଇଉଠୁଥିଲା । ନଈର ଜଳଧାରା, ଢେଉମାଳା, ନୀଳଆକାଶ ଓ ନଈର ଆରପାରିର ଦୃଶ୍ୟ ତାଙ୍କୁ ଅଶେଷ ଆନନ୍ଦ ଦେଉଥିଲା। ନଈର ଆରପାରିରେ ଗାଈ ବାଛୁରୀ ପଲ ସବୁଜ ଘାସ ପଡ଼ିଆରେ ଚରିବୁଲୁଥିଲେ। ଗୋପାଳ ପୁଅ ମଧୁର ସ୍ଵରରେ ବଇଁଶୀ ବଜାଉଥିଲା। ସେହି ବଇଁଶୀ ସ୍ଵରର ମୂର୍ଚ୍ଚନା ତାଳେ ତାଳେ ମାତି ଉଠୁଥିଲା।
କବି ପରିଚୟ:
ଡକ୍ଟର ରାଧାମୋହନ ଗଡ଼ନାୟକ (୧୯୧୧-୨୦୦୦) ଆଧୁନିକ ଓଡ଼ିଆ କାବ୍ୟ-ସାହିତ୍ୟରେ ଜଣେ ଶ୍ରେଷ୍ଠ ଛନ୍ଦକବି ଭାବରେ ସୁପରିଚିତ। ଅନୁଗୁଳର କଲଣ୍ଡାପାଳ ଗ୍ରାମରେ କବି ଜନ୍ମଗ୍ରହଣ କରିଥିଲେ। ତାଙ୍କ ରଚିତ ‘କୈଶୋରିକା’, ‘ଉତ୍କଳିକା’, ‘ଶାମୁକାର ସ୍ବପ୍ନ’, ‘ପଶୁପକ୍ଷୀର କାବ୍ୟ’ ଆଦି କବିତା ପୁସ୍ତକ ବେଶ୍ ଲୋକପ୍ରିୟ ହୋଇପାରିଛି । ‘ସୂର୍ଯ୍ୟ ଓ ଅନ୍ଧକାର’ କାବ୍ୟଗ୍ରନ୍ଥ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।
କବିତାର ଆଦର୍ଶ:
ପଠିତ ‘ଶରତ-ନଈ-କୂଳେ’ କବିତାଟି କବିଙ୍କ ଲିଖ୍ ‘କୈଶୋରିକା’ କବିତା ଗ୍ରନ୍ଥରୁ ସଂଗୃହୀତ । ଶରତ ଋତୁରେ ପ୍ରକୃତିର ଶୋଭା ଅତୀବ ମନୋମୁଗ୍ଧକର । ବିଶେଷତଃ ଏହି ଋତୁରେ ନଈକୂଳରେ ଦୃଶ୍ୟମାନ ପ୍ରାକୃତିକ ଶୋଭାଶ୍ରୀ କବିଙ୍କୁ ବେଶ୍ ଆନମନା କରିଛି, ଯାହାକି ଉକ୍ତ କବିତାରେ ସ୍ଥାନ ପାଇଛି । ଶରତ ଋତୁରେ ନଦୀକୂଳରେ ଯେଉଁସବୁ ମନୋରମ ଦୃଶ୍ୟ ଦେଖିବାକୁ ମିଳେ, ତାହାହିଁ ଏ କବିତାରେ ବର୍ଣ୍ଣିତ ବିଷୟ ।
ସାରକଥା :
ଶରତ ଋତୁରେ ନଈକୂଳରେ ଥିବା ଏକ ସୁନ୍ଦର ଆମ୍ବଗଛର ଛାଇରେ କବି ବସିଛନ୍ତି । ପ୍ରକୃତିର ସବୁଜିମାଭରା ସୁନ୍ଦର ଦୃଶ୍ୟକୁ ଦେଖୁ ସେ ବେଶ୍ ବିଭୋର ହୋଇଉଠିଛନ୍ତି । ତାଙ୍କର ଆଖ୍ ଦୁଇଟି ଭ୍ରମର ପରି ସୌନ୍ଦର୍ଯ୍ୟକୁ ଦେଖ୍ ଚାଲିଛି । ଛାଇ ଆଲୁଅର ଲୁଚକାଳି ଖେଳ ମଧ୍ଯରେ ନଈର ଜଳଧାରା ବହିଚାଲିଛି ଓ ବେଶ୍ ମନୋହର ଦିଶୁଛି । ସେହି ନଈର ଲହରୀମାଳାରେ ପବନ ଧୀରେ ଧୀରେ ଗଛକୁ ହଲାଇ ପତ୍ରସବୁ ଝଡ଼ାଇ ପକାଇ ଦେଉଛି । ସେହି ନଈ ସୁଅର ଗୋଟିଏ ପାଖରେ ବଗଟିଏ ମଉନରେ ଶିକାର ଉଦ୍ଦେଶ୍ୟରେ ବସିଛି । ଯାହା ପାଉଛି, ବେଶ୍ ଆନନ୍ଦରେ ନିଜ ମୁହଁରେ ଭରି ଦେଉଛି। ଗେଣ୍ଡାଳିଆଟିଏ ସେଇ ନଈକୂଳରେ ଝାମ୍ପମାରି ନୀଳ ଆକାଶକୁ ଉଠିଯାଉଛି । ନଈ ଆରପାରିରେ ଗାଈବାଛୁରୀପଲ ସବୁଜ ପଡ଼ିଆରେ ଚରୁଥିବାର ଦେଖାଯାଉଛି । ସେହିଠାରେ ଗୋପାଳ ବାଳକ ରହି ବଂଶୀର ସ୍ଵରରେ ଗୀତ ଗାଉଛି, ଯାହାର ମାତିଉଠୁଛି ।
ନଈର ଏପଟରେ ଗଙ୍ଗଶିଉଳି ଫୁଲ ଫୁଟିଛି । ତା’ର ସୁମଧୁର ମହକ ପବନରେ ଭାସି ଆସୁଛି । ସେହି ସୁମଧୁର ମହକରେ କବିଙ୍କର ମନ ବିହ୍ଵଳ ହୋଇ ତା’ସହିତ ଘୂରି ବୁଲୁଛି । ସେହି ସମୟରେ ଆକାଶରେ ଶଙ୍ଖଚିଲ ଉଡ଼ିବୁଲି ରହି ରହି ଡାକୁଛି । ଦୂରରେ ଯେଉଁ ବାଳକମାନେ ଥିଲେ, ସେମାନେ ଉଚ୍ଚସ୍ବରରେ କହିଉଠିଲେ ‘ହେଇରେ ଭାଇ ! ବିଜୟ ସମ୍ପଦକୁ ଦେଖ ।’’ ଶରତର ଏଇ ଶୁଭ ଅବସରରେ ଧୂସର ଆକାଶରେ ସୁନୀଳ ବଉଦ ଉଡ଼ିଯାଉଛି । ଉପରେ ମେଘମାଳ, ତଳେ ନଈ ବହିଯାଉଛି । କବି କହୁଛନ୍ତି ଏପରି ଏକ ପରିବେଶକୁ ଦେଖୁ ମୋ ମନରେ ସତେ ଯେପରି କିଏ କହୁଛି ଏ ସୃଷ୍ଟିର ଜନଜୀବନରେ ଆମେ ସୌନ୍ଦର୍ଯ୍ୟକୁ ଭରିଦେଉଛୁ ।
କଠିନ ଶବ୍ଦାର୍ଥ :
- ଛଇଳ – ସୁନ୍ଦର ।
- ଆମ୍ରତରୁ – ଆମ୍ବଗଛ ।
- ଭୋଳ – ବିହ୍ଵଳ ।
- ନୟନ – ଆଖ୍ ।
- ଭ୍ରମର – ଭଅଁର ।
- ମମ – ମୋର ।
- ସମ – ସମାନ ।
- ମାଧୁରୀ – ମଧୁରତା ସୌନ୍ଦର୍ଯ୍ୟ ।
- ପତରରାଶି – ପତ୍ରସମୂହ ।
- ସମୀର – ପବନ ।
- ଝାସି – ଝାସଦେଇ ।
- ଲୋଟି – ଗଡ଼ି ପଡ଼ଛି ।
- ଚପଳ – ଚଳଚଞ୍ଚଳ ।
- ବକ – ବଗ ।
- ଅଭିଳାଷେ – ଉଦ୍ଦେଶ୍ୟରେ ।
- ଅତୁଳ – ଯାହାର ତୁଳନା
- କରିହେବ – ନାହିଁ ।
- ଆପଣା – ନିଜର ।
- ମୁଖେ – ମୁହଁରେ ।
- ଗୋପାଳ – ଗଉଡ଼ ।
- ମୂର୍ଚ୍ଚନା – ସ୍ଵରର ସୁମଧୁର କମ୍ପନ ।
- ଶେଫାଳୀ – ଗଙ୍ଗଶିଉଳି ।
- ମହକ – ସୁଗନ୍ଧ ବାସ୍ନା ।
- ଆଦେଶ – ବିହ୍ଵଳ ।
- ଚିତ୍ତ – ସାଥେ ସହିତ ।
- ଶିରୀ – ସମ୍ପଦ, ସୌନ୍ଦର୍ଯ୍ୟ ।
- ସୃଷ୍ଟିଧାମେ – ଏ ପୃଥିବୀରେ ।
- ସୁଷମା – ସୌନ୍ଦର୍ଯ୍ୟ ।