Go through BSE Odisha Class 8 Science Notes Odia Medium and Class 8 Science Chapter 4 Notes Odia Medium ବିଦ୍ୟୁତ୍ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ to understand important concepts and topics more clearly.
8th Class Science Chapter 4 Notes Odia Medium
BSE Odisha Class 8 Science Chapter 4 Notes Odia Medium
ବିଷୟବସ୍ତ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ :
ଉପକ୍ରମ :
ବିଦ୍ୟୁତ୍ ଏକ ଶକ୍ତି । ଏହା ଆଧୁନିକ ବିଜ୍ଞାନର ମାନବ ସମାଜକୁ ଏକ ଅବଦାନ । 1800 ମସିହାରେ ଇଟାଲୀର ବୈଜ୍ଞାନିକ ଭୋଲ୍ଟା ଏକ ସରଳ ଭୋଲ୍ଟୀୟ ସେଲ୍ ତିଆରି କରିଥିଲେ । ଏହା ଥିଲା ବିଦ୍ୟୁତ୍ ସ୍ରୋତର ପ୍ରଥମ ମନୁଷ୍ୟକୃତ ଉତ୍ସ । ଏହାର ବହୁତ ବର୍ଷ ପୂର୍ବରୁ ଚୁମ୍ବକର ଆବିଷ୍କାର ହୋଇ ସାରିଥିଲା । ମାତ୍ର ଚୁମ୍ବକ ସହ ବିଦ୍ୟୁତ୍ ପ୍ରବାହର କିଛି ସମ୍ପର୍କ ଥାଇପାରେ ବୋଲି କେହି ଭାବୁ ନଥିଲେ । 1820 ମସିହାରେ ଡେନ୍ମାର୍କର ବୈଜ୍ଞାନିକ ହାନ୍ସ ଖ୍ରୀଷ୍ଟିଆନ ଓରଷ୍ଟେଡ଼ ସର୍ବପ୍ରଥମେ ବିଦ୍ୟୁତ୍ ପ୍ରବାହ ସହିତ ଚୁମ୍ବକତ୍ଵର ସମ୍ପର୍କ ସ୍ଥାପନ କରିଥିଲେ ।
ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ :
ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ ଜାଣିବାପାଇଁ ଏକ ସରଳ ପରୀକ୍ଷା :
କାର୍ଯ୍ୟ –୧ : ଆସ ଅନୁସନ୍ଧାନ କରିବା
ଆବଶ୍ୟକୀୟ ଉପକରଣ ଓ ପ୍ରଣାଳୀ :
(i) ଏକ ଚୁମ୍ବକୀୟ କମ୍ପାସ୍, ଏକ ବିଦ୍ୟୁତ୍ କୋଷ (Electric Cell), ଏକ କୋଷ ଧାରକ (Cell holder), ଦୁଇଟି ଡ୍ରଇଂ ପିନ୍, ଗୋଟିଏ ସେପ୍ଟି ପିନ୍, ଦୁଇଟି କଣ୍ଟା, ଦୁଇ ଖଣ୍ଡ ସଂଯୋକାରୀ ତାର (ଗୋଟିଏ ଲମ୍ବା ଓ ଗୋଟିଏ ଛୋଟ), ଆଉ ଦୁଇ ଖଣ୍ଡ ଛୋଟ କାର୍ଡ଼ବୋର୍ଡ଼ ସଂଗ୍ରହ କରାଯାଉ ।
(ii) ଦୁଇଟି ଡ୍ରଇଂ ପିନ୍, ଗୋଟିଏ ସେଫ୍ଟି ପିନ୍ ଏବଂ ଗୋଟିଏ କାର୍ଡ଼ବୋର୍ଡ଼ ଖଣ୍ଡ ବ୍ୟବହାର କରି ଗୋଟିଏ ସୁଇଚ୍ ତିଆରି କରାଯାଉ । ଯାହାର ବ୍ୟାଟେରୀ (କୋଷ)କୁ ଧାରକରେ ରଖାଯାଉ ।
(iii) ଦୁଇଟି କଣ୍ଟା ଗୋଟିଏ କାର୍ଡ଼ବୋର୍ଡ଼ ଖଣ୍ଡରେ ଲଗାଯାଉ । ଲମ୍ବା ତାରର ମଧ୍ୟ ଭାଗକୁ ଦୁଇ କଣ୍ଟା ମଧ୍ୟରେ ଟାଣି ରଖ, ଯାହା କାର୍ଡ଼ବୋର୍ଡ଼ ପୃଷ୍ଠରୁ ଟିକେ ଉପରେ ରହିବ । ସେହି ତାରର ଗୋଟିଏ ମୁଣ୍ଡକୁ କୋଷ ଧାରକ ସହିତ ଓ ଅନ୍ୟ ମୁଣ୍ଡକୁ ସୁଇଚ୍ ସହିତ ସଂଯୋଗ କରାଯାଉ ।
(iv) ଦ୍ଵିତୀୟ ତାରକୁ କୋଷ ଧାରକ ଓ ସୁଇଚ୍ ମଧ୍ଯରେ ସଂଯୋଗ କରାଯାଉ । ଚୁମ୍ବକୀୟ କମ୍ପାସକୁ ଦୁଇ କଣ୍ଟା ମଧ୍ୟରେ ଥିବା ତାର ତଳେ ରଖାଯାଉ ।
(v) କମ୍ପାସ ସୂଚୀକୁ ଦେଖୁଥିବା ସମୟରେ, ତାରରେ ବିଦ୍ୟୁତ୍ ପ୍ରବାହ ହେବାପାଇଁ ସୁଇଟ୍କୁ ଅନ୍ (ON) କରାଯାଉ । (ଚିତ୍ର-(ଖ) । ବର୍ତ୍ତମାନ ଆଉ ଥରେ କମ୍ପାସ୍ ସୂଚୀକୁ ଲକ୍ଷ୍ୟକରି ସୁଇଟ୍କୁ ଅଫ୍ (OFF) କରାଯାଉ । ସୁଇଟ୍କୁ ଅନ୍ ଏବଂ ଅଫ୍ ସ୍ଥିତି ମଧ୍ୟରେ କିଛି ଥର ଚଳାଅ । ପ୍ରତ୍ୟେକ ଥର କମ୍ପାସ୍ ସୂଚୀ କିପରି କାର୍ଯ୍ୟ କରୁଛି ତାହା ଭଲ ଭାବେ ପର୍ଯ୍ୟବେକ୍ଷଣ କର ।
ପର୍ଯ୍ୟବେକ୍ଷଣ :
ଯେତେବେଳେ ପରିପଥ ମଧ୍ଯରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ, କମ୍ପାସ୍ ସୂଚୀ ତାର ମୂଳ ସ୍ଥାନରୁ ବିକ୍ଷେପିତ ହୋଇଯାଏ । ଯେତେବେଳେ ବିଦ୍ୟୁତ୍ ପ୍ରବାହ ବନ୍ଦ ହୋଇଯାଏ, ସୂଚୀ ତାର ମୂଳ ସ୍ଥାନକୁ ଫେରିଯାଏ ।

ସିଦ୍ଧାନ୍ତ :
(i) କମ୍ପାସ୍ ସୂଚୀ ଏକ କ୍ଷୁଦ୍ର ଚୁମ୍ବକ ଯାହା ଅନ୍ୟ ଏକ ଚୁମ୍ବକକୁ ପାଖକୁ ଆଣିଲେ ଏହାର ସୂଚୀ ବିକ୍ଷେପିତ ହୁଏ । ମଝିରେ ଅଣଚୁମ୍ବକୀୟ ପଦାର୍ଥ ରହିଲେ ମଧ୍ୟ ଏହି ଚୁମ୍ବକୀୟ ପ୍ରଭାବ କାର୍ଯ୍ୟ କରେ ! କିନ୍ତୁ ତାରରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ପାଖରେ ଥିବା କମ୍ପାସ ସୂଚୀ ବିକ୍ଷେପିତ ହୋଇଥାଏ ।
(ii) ଏହି ବିକ୍ଷେପଣରୁ ଜଣାଯାଏ ଯେ, ବିଦ୍ୟୁତ୍ ସ୍ରୋତବାହୀ ତାରର ଚୁମ୍ବକୀୟ ପ୍ରଭାବ ଅଛି ଯାହା କମ୍ପାସ ସୂଚୀ ଉପରେ ପଡୁଛି । ଯେତେବେଳେ ବିଦ୍ୟୁତ୍ ସ୍ରୋତ ବନ୍ଦ ହୋଇଯାଇଛି, ଏହି ଚୁମ୍ବକୀୟ ପ୍ରଭାବ ଆଉ ରହେ ନାହିଁ, ତେଣୁ କମ୍ପାସ ସୂଚୀ ପୂର୍ବ ଅବସ୍ଥାକୁ ଫେରି ଆସିଥାଏ ।
ଏକ ଚୁମ୍ବକ ବା ବିଦ୍ୟୁସ୍ରୋତ ବହନକାରୀ ତାର ନିକଟସ୍ଥ ଅଞ୍ଚଳରେ ଚୁମ୍ବକୀୟ କ୍ଷେତ୍ର (Magnetic Field) ଥାଏ ଯେଉଁଠାରେ ଚୁମ୍ବକୀୟ ପ୍ରଭାବ ଅନୁଭୂତ ହୁଏ । ଏହି ତତ୍ତ୍ଵକୁ ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ କୁହାଯାଏ ।
![]()
ଓଷ୍ଟ୍ରେଡ୍ଙ୍କ ଆବିଷ୍କାର :
(i) 1820 ମସିହାରେ ଡେନ୍ମାର୍କର ବୈଜ୍ଞାନିକ ହାନ୍ସ ଖ୍ରୀଷ୍ଟିଆନ୍ ଓର୍ଷେଡ୍ ବିଦ୍ୟୁତ୍ ପ୍ରବାହ ସହିତ ଚୁମ୍ବକତ୍ଵର ସମ୍ପର୍କ ସ୍ଥାପନ କରିଥିଲେ । ସେ ଡେନ୍ମାର୍କର ଗୋଟିଏ ବିଶ୍ଵ ବିଦ୍ୟାଳୟରେ ପ୍ରଫେସର ଥିଲେ ।
(ii) ସେ ଦିନେ ଶ୍ରେଣୀରେ ବିଦ୍ୟୁତ୍ ବିଷୟରେ ପଢ଼ାଇଲା ସମୟରେ ଗୋଟିଏ କମ୍ପାସ ସୂଚୀର ନିକଟରେ ଥିବା ଧାତବ ତାରରେ ବିଦ୍ୟୁତ୍ ପ୍ରବାହ କରିବାରୁ କମ୍ପାସ୍ ସୂଚୀଟି ବିକ୍ଷେପିତ ହେଲା ।
(iii) ଏହି ପର୍ଯ୍ୟବେକ୍ଷଣରୁ ସେ ନିଶ୍ଚିତ ହେଲେ ଯେ ତାରରେ ତାଙ୍କ ବିଦ୍ୟୁତ୍ ପ୍ରବାହ ହେବାରୁ, ତାରଟି ଗୋଟିଏ ଚୁମ୍ବକ ଭଳି କାର୍ଯ୍ୟ କରୁଛି । ଅର୍ଥାତ୍, ବିଦ୍ୟୁତ୍ ସ୍ରୋତ ପ୍ରଭାବରେ ହାନ୍ସ ଖ୍ରୀଷ୍ଟିଆନ୍ ଓଷ୍ଟେଡ୍ ପ୍ରକୃତରେ କମ୍ପାସ୍ ସୂଚୀଟି ବିକ୍ଷେପିତ ହେଉଥାଏ ।
ବିଦ୍ୟୁତ୍ ଶକ୍ତିର ଚୁମ୍ବକୀୟ ପ୍ରଭାବକୁ ବିନିଯୋଗ କରି ବ୍ୟବହାରିକ କ୍ଷେତ୍ରରେ ବିଦ୍ୟୁତ୍ ଚୁମ୍ବକ, ବିଦ୍ୟୁତ୍ ଘଣ୍ଟି, ବୈଦ୍ୟୁତିକ ମୋଟର, ପଙ୍ଖା (Fan) ମାଇକ୍ ଓ ଡାକବାଜି ଯନ୍ତ୍ର (ମାଇକ୍ରୋଫୋନ୍) ଆଦି ନିର୍ମାଣ କରାଯାଇଛି ।

ବିଦ୍ୟୁତ୍ ଚୁମ୍ବକ :
ଯେତେବେଳେ ବିଦ୍ୟୁତ୍ ଶକ୍ତି ଏକ ତାର କୁଣ୍ଡଳୀ ମଧ୍ୟରେ ପ୍ରବେଶ କରେ, ଏହାର ଚାରି ପାଖରେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ, ଏହାକୁ ବିଦ୍ୟୁତ୍ ଚୁମ୍ବକ କୁହାଯାଏ ।
କାର୍ଯ୍ୟ -୨ : ଆସ ଅନ୍ଵେଷଣ କରିବା
ପ୍ରାୟ 50 ସେ.ମି. ଦୈର୍ଘ୍ୟର ନମନୀୟ ବିଦ୍ୟୁତ୍ ପ୍ରତିରୋଧ ଆବୃତ୍ତ ପରିବାହୀ ତାର, ଏକ ଲୁହା କଣ୍ଟା, ଏକ ବିଦ୍ୟୁତ୍ କୋଷ ଏବଂ କିଛି ଲୁହା କାଗଜ କ୍ଲିପ୍ ନି ଆଯାଉ ।
ପରିବାହୀର ତାରଟିକୁ କଣ୍ଟା ଚାରିପାଖରେ ଦୃଢ଼ ଭାବେ ଗୁଡ଼ାଇ କୁଣ୍ଡଳୀ (coil) ପ୍ରସ୍ତୁତ କର ଏବଂ ଏହାକୁ ଅଠା ଫିତା ଦ୍ଵାରା ବାନ୍ଧି ରଖାଯାଉ ।

କୋଷ ସହିତ ସଂଯୁକ୍ତ ତାର କୁଣ୍ଡଳୀ
ତାରର ମୁଣ୍ଡଗୁଡ଼ିକ ବ୍ୟାଟେରୀ ସହ ସଂଯୋଗ କରାଯାଉ । ଯେପରି ତାରଗୁଡ଼ିକୁ ବ୍ୟାଟେରୀ ସହ କିଛି ସେକେଣ୍ଡରୁ ଅଧିକ ସମୟ ଯୋଡ଼ି ହୋଇ ନ ରୁହେ, ନହେଲେ ବ୍ୟାଟେରୀ ଶୀଘ୍ର ଦୁର୍ବଳ ହୋଇଯିବ ।
ଲୁହା କଣ୍ଟାକୁ କାଗଜ କ୍ଲିପ୍ ଗୁଡ଼ିକ ନିକଟକୁ ଆଣି ଉପରକୁ ଉଠାଇଲେ । ଲୁହା କଣ୍ଟାର ଅଗ୍ରଭାଗରେ କ୍ଲିପ୍ଗୁଡ଼ିକ ଝୁଲି ହୋଇ ରହିବ । ତାରରେ ବିଦ୍ୟୁତ୍ ସ୍ରୋତ ବନ୍ଦ କରିବା ପାଇଁ ବ୍ୟାଟେରୀରୁ ତାର ଅଲଗା କଲେ, କ୍ଲିପ୍ଗୁଡ଼ିକ ତଳକୁ ଖସିଯାଉଛି ।
ସିଦ୍ଧାନ୍ତ :
ଯେତେବେଳେ ବିଦ୍ୟୁତ୍ ସ୍ରୋତ ପରିବାହୀ ତାରକୁଣ୍ଡଳୀ ମଧ୍ୟରେ ପ୍ରବାହିତ ହୁଏ, ସେତେବେଳେ କ୍ଲିପ୍ଗୁଡ଼ିକ ଏଠାରେ ଲାଗିଯାଏ । କିନ୍ତୁ ଯେତେବେଳେ ସ୍ରୋତ ବନ୍ଦ ହୋଇଯାଏ, କ୍ଲିପ୍ଗୁଡ଼ିକ ଆଉ ଏଠାରେ ଲାଗି ରହେ ନାହିଁ । ତଳକୁ ଖସି ଯାଇଥାଏ ।
କାର୍ଯ୍ୟ –୩ : ଆସ ପରୀକ୍ଷା କରିବା
ବିଦ୍ୟୁତ୍ ଚୁମ୍ବକର ପ୍ରସ୍ତୁତି ପ୍ରଣାଳୀ :
ପ୍ରାୟ 100 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ନମନୀୟ ବିଦ୍ୟୁତ୍ ରୋଧ ଆବୃତ ତାର, ଏକ ଚାର୍ଟ କାଗଜ ଖଣ୍ଡ, ଏକ ଲୁହା କଣ୍ଟା, ଏକ ବିଦ୍ୟୁତ୍ କୋଷ, ଦୁଇଟି ଚୁମ୍ବକୀୟ କମ୍ପାସ ଏବଂ କିଛି ଲୁହା ଇସ୍ପାତ କାଗଜ କ୍ଲିପ୍ ନିଆଯାଉ । ଚାର୍ଟ କାଗଜର ଗୋଟିଏ ଖଣ୍ଡକୁ ଗୁଡ଼େଇ ପେନସିଲ୍ ବ୍ୟାସ ସହ ସମାନ ବ୍ୟାସର ଏକ ସିଲିଣ୍ଡର ତିଆରି କରି ଏହାକୁ ଅଠା ଫିତା ସହ ବାନ୍ଧି ରଖାଯାଉ ।

(କ) ବିଦ୍ୟୁତ୍ରରୋଧ ଆବୃତ ତାର କୁଣ୍ଡଳୀ
ନମନୀୟ ବିଦ୍ୟୁତ୍ ପ୍ରତିରୋଧ ଆବୃତ ତାର ସିଲିଣ୍ଡର ଉପରେ ପ୍ରାୟ ୫୦ ଘେରା ଶକ୍ତ ଭାବେ ଗୁଡ଼ାଇ ଏକ ସିଲିଣ୍ଡର ଆକୃତିର କୁଣ୍ଡଳୀ ତିଆରି କର । ତାରକୁ ଅଠା ଫିତା ସହ ବାନ୍ଧି ରଖାଯାଉ ।
ସିଲିଣ୍ଡର ଆକୃତିର କୁଣ୍ଡଳୀର ଦୁଇ ମୁଣ୍ଡ ନିକଟରେ କମ୍ପାସଗୁଡ଼ିକୁ ରଖାଯାଉ କୁଣ୍ଡଳୀର ଦୁଇ ମୁଣ୍ଡକୁ ବ୍ୟାଟେରୀ ଦୁଇ ମୁଣ୍ଡ ସହ ଯୋଡ଼ ଏବଂ ଚୁମ୍ବକୀୟ କମ୍ପାସଗୁଡ଼ିକୁ ସୂଚୀ ବିକ୍ଷେପିତ ହେବ ।
କୋଷର ଦୁଇ ମେରୁରୁ ତାରକୁ ବିଚ୍ଛିନ୍ନ କଲେ କମ୍ପାସର ସୂଚୀଗୁଡ଼ିକ ନିଜ ମୂଳ ସ୍ଥାନକୁ ଫେରିଯାଉଛି । କାଗଜ ସିଲିଣ୍ଡରରେ ଗୋଟିଏ ଲୁହା କଣ୍ଟା ଭର୍ତ୍ତି କର ଏବଂ ଉପରୋକ୍ତ କାର୍ଯ୍ୟଗୁଡ଼ିକ ପୁନରାବୃତ୍ତି କର । କମ୍ପାସ ସୂଚୀଗୁଡ଼ିକର ବିକ୍ଷେପଣ ଅଧିକ ହେବ ।
ଲୁହା କଣ୍ଟାର ଦୁଇ ମୁଣ୍ଡ ନିକଟରେ କିଛି ଲୁହା, କାଗଜ କ୍ଲିପ୍ ରଖିଲେ । କ୍ଲିପ୍ଗୁଡ଼ିକ ଲୁହା କଣ୍ଟାର ମୁଣ୍ଡ ଆଡ଼କୁ ଆକର୍ଷିତ ହେବ ।

ସିଦ୍ଧାନ୍ତ :
(i) ଏହା ଦେଖାଯାଏ ଯେ, ଯେତେବେଳେ ବିଦ୍ୟୁତ୍ ସ୍ରୋତ ସିଲିଣ୍ଡର ଆକୃତିର କୁଣ୍ଡଳୀ ମଧ୍ୟରେ ପ୍ରବାହିତ ହୁଏ, ଏହା ଚୁମ୍ବକ ପରି ଆଚରଣ କରେ ଏବଂ କମ୍ପାସ ଭିତରେ ଥିବା ସୂଚୀକୁ ବିକ୍ଷେପିତ କରେ ।
(ii) କୁଣ୍ଡଳୀର ମଧ୍ୟ ଭାଗକୁ ଗୋଟିଏ ଲୁହାକଣ୍ଟା ଭର୍ତ୍ତି କରାଇଲେ, ତେବେ କୁଣ୍ଡଳୀ ପରିଣତ ହୁଏ ଏବଂ ଚୁମ୍ବକୀୟ କମ୍ପାସ ସୂଚୀର ବିକ୍ଷେପଣ ଅଧିକ ହୁଏ । ଏହା ଲୁହା କରେ । ଯେତେବେଳେ ବିଦ୍ୟୁତ୍ ସ୍ରୋତ ବନ୍ଦ ହୋଇଯାଏ, ସିଲିଣ୍ଡର ଆକୃତିର କୁଣ୍ଡଳୀ ହରାଇ ଥାଏ ।
ବିଦ୍ୟୁତ୍ ଚୁମ୍ବକ କ’ଣ :
ଗୋଟିଏ ବିଦ୍ୟୁତ୍ ସ୍ରୋତ ବହନକାରୀ କୁଣ୍ଡଳୀ ଏକ ଚୁମ୍ବକ ପରି ଆଚରଣ ପ୍ରଦର୍ଶନ କରିଥାଏ । ତାହାକୁ ବିଦ୍ୟୁତ୍ ଚୁମ୍ବକ (electromagnet) କୁହାଯାଏ । ବ୍ୟବହାରିକ ପ୍ରୟୋଗ ପାଇଁ, ଅଧିକାଂଶ ବିଦ୍ୟୁତ୍ ଚୁମ୍ବକର ଭିତରେ ଏକ ଲୌହ କୁଣ୍ଡଳୀ (core) ଥାଏ ଯାହା ଏହାକୁ ଏକ ଶକ୍ତିଶାଳୀ ଚୁମ୍ବକରେ ପରିଣତ କରେ ।
କାର୍ଯ୍ୟ –୪ : ଆସ ଅନୁସନ୍ଧାନ କରିବା
ବିଦ୍ୟୁତ୍ ଚୁମ୍ବକର ମେରୁ ନିର୍ଣ୍ଣୟ :

(i) ଦଣ୍ଡ ଚୁମ୍ବକ ପରି ବିଦ୍ୟୁତ୍ ଚୁମ୍ବକର ଦୁଇଟି ମେରୁ ଅଛି ଯଥା : ଉତ୍ତର ମେରୁ ଓ ଦକ୍ଷିଣ ମେରୁ ।
(ii) ଯେତେବେଳେ ଦୁଇଟି ଚୁମ୍ବକ ପରସ୍ପର ନିକଟବର୍ତ୍ତୀ ହୁଅନ୍ତି ବିଷମ ମେରୁ (ଉତ୍ତର-ଦକ୍ଷିଣ) ପରସ୍ପରକୁ ଆକର୍ଷଣ କରିଥାନ୍ତି । ଏଣୁ ଯଦି କମ୍ପାସ–ଚୁମ୍ବକର ଉତ୍ତର ମେରୁ ବିଦ୍ୟୁତ୍ ଚୁମ୍ବକର ‘A” ପ୍ରାନ୍ତକୁ ଆକର୍ଷଣ କରେ, ତେବେ ବିଦ୍ୟୁତ୍ ଚୁମ୍ବକର ‘A’ ପ୍ରାନ୍ତ ହେଉଛି ଦକ୍ଷିଣ ମେରୁ ।
(iii) ଏହି ପଦ୍ଧତିକୁ ଅନୁସରଣ କରି ଆମ ଜାଣି ପାରିବା ଯେ ବିଦ୍ୟୁତ୍ ଚୁମ୍ବକର ‘B’ ପ୍ରାନ୍ତଟି ‘A’ ପ୍ରାନ୍ତର ବିପରୀତ ମେରୁ ହେବ ଅର୍ଥାତ୍ ବିଦ୍ୟୁତ୍ ଚୁମ୍ବକର ‘B’ ପ୍ରାନ୍ତ ହେଉଛି ଉତ୍ତରମେରୁ ।
ଭାର ଉତ୍ତୋଳନକାରୀ ବିଦ୍ୟୁତ୍ ଚୁମ୍ବକ :
(i) ବିଦ୍ୟୁତ୍ ଚୁମ୍ବକ ହେଉଛି ଏକ ଶକ୍ତିଶାଳୀ ଚୁମ୍ବକ, ଯାହା କ୍ରେନ୍ ସହ ଝୁଲାଯାଇ ଭାରୀ ବସ୍ତୁକୁ ଉପରକୁ ଉଠାଇଥାଏ ।
(ii) ଏଥୁରେ କ୍ରେନଚାଳକ ବିଦ୍ୟୁତସ୍ରୋତ ଚାଲୁ (ON) କିମ୍ବା ବନ୍ଦ (OFF) କରି ଚୁମ୍ବକକୁ ନିୟନ୍ତ୍ରଣ କରେ ।
(iii) ଯେତେବେଳେ ବିଦ୍ୟୁତ ଶକ୍ତି ଚାଲୁ କରାଯାଏ, ସେତେବେଳେ ବିଦ୍ୟୁତ୍ ଚୁମ୍ବକ ଲୌହ ବସ୍ତଗୁଡ଼ିକୁ ଉପରକୁ ଉଠାଇଥାଏ ଏବଂ ବିଦ୍ୟୁସ୍ରୋତ ବନ୍ଦ କରାଗଲେ ଚୁମ୍ବକୀୟ କ୍ଷେତ୍ର ଅପସରି ଯାଏ ଏବଂ ବସ୍ତୁଗୁଡ଼ିକୁ ଛାଡ଼ିଦିଏ ।
(iv) ଭାର – ଉତ୍ତୋଳନ ବିଦ୍ୟୁତ୍ ଚୁମ୍ବକ ଗୁଡ଼ିକ କାରଖାନା, କବାଡ଼ିଖାନା (Scrap Yard) ରେ ଭାରୀ ଧାତୁର ଦ୍ରବ୍ୟଗୁଡ଼ିକ ଦକ୍ଷତାର ସହିତ ଘୂଞ୍ଚାଇବା, ଉଠାଇବା ଏବଂ ସଜାଇ ରଖିବା ପାଇଁ ବ୍ୟାପକ ଭାବରେ ବ୍ୟବହୃତ ହୁଏ ।
ବିଦ୍ୟୁତ୍ ଓ ଚୁମ୍ବକତ୍ଵ ମଧ୍ୟରେ ସମ୍ପର୍କ :
ଏକ ପରିବାହୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ, ଏହାର ଚାରିପାଖରେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୋଇଥାଏ । ଯେପରି ବିଦ୍ୟୁତ ଯୋଗୁଁ ଚୁମ୍ବକତ୍ଵ ସୃଷ୍ଟି ହୁଏ, ସେହିପରି ଗତିଶୀଳ ଚୁମ୍ବକ ମଧ୍ୟ ବିଦ୍ୟୁତ୍ ସ୍ରୋତ ସୃଷ୍ଟି କରେ । ଏଣୁ ବୈଦ୍ୟୁତିକ କ୍ଷେତ୍ର ଏବଂ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଅଦ୍ଭୁତ ସମ୍ପର୍କ ରହିଛି । ଏହା ଆମର ଦୈନନ୍ଦିନ ଜୀବନ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ, କାରଣ ବିଦ୍ୟୁତ୍ ମୋଟରଠାରୁ ଆରମ୍ଭ କରି ବିନତ୍ ଶକ୍ତି ଉତ୍ପାଦକ (Generator) ପର୍ଯ୍ୟନ୍ତ ଅନେକ ଯନ୍ତ୍ରର ଅଧାର ରୂପେ କାର୍ଯ୍ୟ କରିଥାଏ ।
ବିଦ୍ୟୁତ୍ ସ୍ରୋତ ପ୍ରବାହ ତାରରେ ତାପଶକ୍ତି ଉତ୍ପନ୍ନ :
କୌଣସି ପରିବାହୀରେ ବିଦ୍ୟୁତ ପ୍ରବାହିତ ହେଲେ ପରିବାହିଟି ଉତ୍ତପ୍ତ ହୁଏ । ଏହାକୁ ବିଦ୍ୟୁତଶକ୍ତିର ତାପୀୟ ପ୍ରଭାବ କହନ୍ତି, କାରଣ ଏଠାରେ ବିଦ୍ଯୁକ୍ତି ତାପଶକ୍ତିରେ ପରିଣତ ହୁଏ । ବିଦ୍ୟୁତ୍କ୍ତିର ତାପୀୟ ପ୍ରଭାବ ପରିବାହିର ପ୍ରତିରୋଧ (Resistance) ଉପରେ ନିର୍ଭର କରେ । ଯେଉଁ ପରିବାହିର ପ୍ରତିରୋଧ ଅଧିକ ହୋଇଥାଏ ସେଥିରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ ଅଧିକ ତାପ ଉତ୍ପନ୍ନ ହୋଇଥାଏ ।
କାର୍ଯ୍ୟ –୫ : ଆସ ପର୍ଯ୍ୟବେକ୍ଷଣ କରିବା
ବିଦ୍ୟୁତ୍ ଶକ୍ତିର ତାପୀୟ ପ୍ରଭାବ ପାଇଁ ପରୀକ୍ଷା :
ଆବଶ୍ୟକୀୟ ଉପକରଣ ଓ ପ୍ରଣାଳୀ :
(i) ପ୍ରାୟ 10 ସେ.ମି. ଲମ୍ବ ଏବଂ 10 ସେ.ମି. ଚଉଡ଼ାର ଏକ କାର୍ଡ଼ବୋର୍ଡ଼ ଖଣ୍ଡ, ଦୁଇଟି କଣ୍ଟା, ପ୍ରାୟ 0.3 ମି.ମି. ମୋଟେଇ (26-28 ଗେଜ) ଏବଂ 10 ସେ.ମି. ଲମ୍ବର ନିକ୍ରୋମ ତାର, ଏକ ବିଦ୍ୟୁତ୍ କୋଷ, ଏକ କୋଷ ଧାରକ, ଏକ ସୁଡ୍ ଏବଂ ସଂଯୋଗ ତାର ନିଆଯାଉ ।
(ii) କାର୍ଡ଼ବୋର୍ଡ଼ରେ ପ୍ରାୟ 5 ସେ.ମି. ଦୂରରେ କଣ୍ଟାଗୁଡ଼ିକୁ ସ୍ଥାପନ କରାଯାଉ ।
(iii) ଏହି କଣ୍ଟାଗୁଡ଼ିକ ମଧ୍ୟରେ ନିକ୍ରୋମ ତାରକୁ ବାନ୍ଧି ଏବଂ ସୁଇଚ୍ ବନ୍ଦ (OFF) ଅବସ୍ଥାରେ ସଂଯୋଗ କରାଯାଉ ।
(iv) ନିକ୍ରୋମ ତାରକୁ ସ୍ପର୍ଶ କଲେ ଆମେ ତାପ ଅନୁଭବ କରିଥାଉ ।
(v) ସୁଇଟ୍କୁ ପ୍ରାୟ 30 ସେକେଣ୍ଡ ପାଇଁ ଚାଲୁ (ON) ଅବସ୍ଥାକୁ ନେଇ ଏବଂ ତାପରେ ସୁଇକୁ ବନ୍ଦ କରାଯାଉ । ନିକ୍ରୋମ ତାରକୁ କିଛି ସମୟ ପାଇଁ ସ୍ପର୍ଶ କଲେ (ନିକ୍ରୋମ ତାରକୁ ଧରି ରଖ ନାହିଁ), ଆମେ ତାରଟି ଉତ୍ତପ୍ତ ହେବା ଅନୁଭବ କରିଥାଉ ।
(vi) ନିକ୍ରୋମ ତାର ଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଏହା ଗରମ ଲାଗେ । କାରଣ, ଯେତେବେଳେ ଯେକୌଣସି ପରିବାହୀ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ, ଏହା କିଛି ପ୍ରତିରୋଧର ସମ୍ମୁଖୀନ ହୁଏ । ବିଭିନ୍ନ ପରିବାହୀ ବିଦ୍ୟୁତ୍ ପ୍ରବାହ ପାଇଁ ବିଭିନ୍ନ ସ୍ତରର ପ୍ରତିରୋଧ ପ୍ରଦାନ କରିଥାନ୍ତି ।
(vii) ଉଦାହରଣସ୍ୱରୂପ, ସମାନ ଆକାର ଏବଂ ଲମ୍ବର ଏକ ନିକ୍ରୋମ ତାର ତମ୍ବା ତାର ତୁଳନାରେ ଅଧିକ ପ୍ରତିରୋଧ ପ୍ରଦାନ କରେ । ଏହି ପ୍ରତିରୋଧ କିଛି ବିଦ୍ୟୁତ୍ ଶକ୍ତିକୁ ତାପ ଶକ୍ତିରେ ରୂପାନ୍ତରିତ କରାଇଥାଏ ।
(viii) ଯେତେବେଳେ ଏକ ପରିବାହୀ ଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ, ଏହା ଗରମ ହୋଇଯାଏ । ଏହିପରି ଗରମ ହେବାକୁ ବିଦ୍ୟୁତର ତାପୀୟ ପ୍ରଭାବ କୁହାଯାଏ ।

ବୈଦ୍ୟୁତିକ ତାପନ କେଉଁ କେଉଁ କାରକ (Factor) ଉପରେ ନିର୍ଭର କରେ :
ପରିବାହିରେ ବିଦ୍ୟୁତ୍ ପ୍ରଭାବ ଦ୍ଵାରା ଉତ୍ପନ୍ନ ତାପଶକ୍ତିକୁ ବୈଦ୍ୟୁତିକ ତାପନ କୁହାଯାଏ । ଏହାର ପରିମାଣ ପରିବାହିର ପ୍ରକୃତି, ମୋଟେଇ, ଲମ୍ବ, ବିଦ୍ୟୁତ୍ ସ୍ରୋତର ପରିମାଣ ଏବଂ ବିଦ୍ୟୁତ୍ ପ୍ରବାହ ସମୟ ଉପରେ ନିର୍ଭର କରେ ।
![]()
ବିଦ୍ୟୁତ୍ ପ୍ରବାହ ଦ୍ଵାରା ତାପଶକ୍ତି ଉତ୍ପନ୍ନ କରୁଥିବା । ଯକରଣ :
(i) ବିଭିନ୍ନ ଘରୋଇ ଉପକରଣ ଯଥା- ବିଦ୍ୟୁତ୍ ରୁମ୍ ହିଟର, ବିଦ୍ୟୁତ୍ ଚୁଲା, ଇସ୍ତ୍ରୀ, ବୁଡ଼ିରହିବା ଦଣ୍ଡ (Immersion Rod), ୱାଟର ହିଟର, କେଟଲୀ ଏବଂ ହେୟାର ଡ୍ରାୟର ଇତ୍ୟାଦି ବିଦ୍ୟୁତର ତାପୀୟ ପ୍ରଭାବ ଦ୍ଵାରା କାମକରିଥାଏ । ଏହି ସମସ୍ତ ଉପକରଣରେ ଏକ ଦଣ୍ଡ ବା ତାର କୁଣ୍ଡଳୀ ଥାଏ, ଯାହାକୁ ତାପ ଉତ୍ପାଦନକାରୀ ଉପାଦାନ କୁହାଯାଏ । କିଛି ଉପକରଣରେ ଏହି ଉପାଦାନ ଗରମ ହୋଇ ଉଜ୍ଜ୍ଵଳ ଓ ଲାଲ୍ ଦେଖାଯାଏ ।
(ii) ଦିପ୍ତିମାନ ବତୀ (Incandescent Lamp) ରେ ଥିବା ଫିଲାମେଣ୍ଟ ବିଦ୍ୟୁତ୍ ଦ୍ଵାରା ଉତ୍ତପ୍ତ ହୋଇ ଆଲୋକ ପ୍ରଦାନ କରେ ।

ସାଧାରଣ ବୈଦ୍ୟୁତିକ ତାପନ ଭିଭିକ ଘରୋଇ ଉପକରଣଗୁଡ଼ିକ (କ) ରୁମ୍ ହିଟର; (ଖ) ବୈଦ୍ୟୁତିକ ଚୁଲା; (ଗ) ବୈଦ୍ୟୁତିକ କେଟଲୀ (ଘ) ବୈଦ୍ୟୁତିକ ଇସ୍ତ୍ରୀ; (ଙ) ପାଣି ଗରମ କରୁଥିବା ଇମର୍ସନ କୁଣ୍ଡଳୀ; (ଚ) ହେୟାର ଡ୍ରାୟର (କେଶ ଶୁଖାଇବା ଯନ୍ତ୍ର)
ଶିଳ୍ପକ୍ଷେତ୍ରରେ ବିଦ୍ୟୁତ୍ ପ୍ରବାହର ତାପନ ପ୍ରଭାବର ବ୍ୟବହାର :
ଲୌହ ଇସ୍ପାତ ଶିଳ୍ପରେ ଏକ ସ୍ଵତନ୍ତ୍ର ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଇଥିବା ଉଚ୍ଚ ତାପମାତ୍ରା ଚୁଲା (Blast Furnace) ବିଦ୍ୟୁତ୍ ସ୍ରୋତ ବ୍ୟବହାର କରି ତାପ ଉତ୍ପାଦନ କରେ । ଏହା ବ୍ୟବହାର କରି ପୁରୁଣା ଇସ୍ପାତକୁ ତରଳାଇ ପୁନଃ ଚକ୍ରଣ ପଦ୍ଧତିରେ ବ୍ୟବହାରଯୋଗୀ ଇସ୍ପାତ ପ୍ରସ୍ତୁତ କରାଯାଏ ।
ଭୋଲ୍ଟାଇକ ବିଦ୍ୟୁତ୍ଷ Voltaic Cell
ଭୋଲ୍ଟାଇକ୍ କିମ୍ବା ଗାଲ୍ଭାନିକ ବିଦ୍ୟୁତ୍ଷ ଇଟାଲୀର ଦୁଇଜଣ ବୈଜ୍ଞାନିକ ଆଲସାର୍ଥେ ଭୋଲ୍ଟା ଏବଂ ଲୁଇଗାଲଭାନି ଉଦ୍ଭାବନ କରିଥିଲେ । ଏହା ଏକ ବ୍ୟବସ୍ଥା ଯାହାଦ୍ଵାରା ରାସାୟନିକ ଶକ୍ତି ବିଦ୍ୟୁତ୍ ଶକ୍ତିକୁ ରୂପାନ୍ତରିତ ହୁଏ । ଏହା ଏକ ପ୍ରାଥମିକ ବିଦ୍ୟୁତକୋଷ ଯାହା ଧାତୁ ଏବଂ ତରଳ ପଦାର୍ଥର ସମ୍ମିଶ୍ରଣ ରେ ଲେ ବିଦ୍ୟୁସ୍ରୋତ ସୃଷ୍ଟିହେବାର ପ୍ରମାଣ ଦେଲା ଏବଂ ପ୍ରଥମ ବ୍ୟାଟେରୀ ଉଦ୍ଭାବନର ପଥ ଦେଖାଇଲା ।
ଗଠନ ପ୍ରକ୍ରିୟା :
(i) ଭୋଲ୍ଟାଇକ କୋଷ ତିଆରି ପାଇଁ ଦୁଇଟି ଧାତବ ଫଳକ ଯଥା ତମ୍ବା ଓ ଦସ୍ତା ଏବଂ ଗୋଟିଏ ଇଲେକ୍ଟ୍ରୋଲାଇଟ୍ (Electrolyte) ଆବଶ୍ୟକ ହୋଇଥାଏ ।
(ii) ବିଦ୍ୟୁତ୍ ବତୀ ବିଦ୍ୟୁତ୍ । ସ୍ରୋତ ଗୋଟିଏ କାଚ କିମ୍ବା ପ୍ଲାଷ୍ଟିକ୍ ପାତ୍ରରେ ଇଲେକ୍ଟ୍ରୋଲାଇଟ୍ ରଖାଯାଏ ।
im-9
(iii) ଏହି ଧାତବ ଫଳକ ଦୁଇଟିକୁ ବିଦ୍ୟୁତ-ଅଗ୍ର (Electrode) କୁହାଯାଏ । ଇଲେକ୍ଟ୍ରୋଡ୍ ଦୁଇଟିକୁ ଆଂଶିକ ଭାବରେ ଇଲେକ୍ଟ୍ରୋଲାଇଟ୍ରେ ବୁଡ଼ାଇ ରଖାଯାଏ ।
(iv) ଫଳକ ଓ ଇଲେକ୍ଟ୍ରୋଲାଇଟ୍ ମଧ୍ଯରେ ରାସାୟନିକ ପ୍ରତିକ୍ରିୟା ଯୋଗୁ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ । (v) ସେଲ୍ରେ ଦସ୍ତା ବିଯୁକ୍ତ ବିଦ୍ୟୁତ୍ଵଗ୍ର ଓ ତମ୍ବାଯୁକ୍ତ ଅଗ୍ରଭାବରେ କାର୍ଯ୍ୟକରିଥାଏ ।
(vi) ସାଧାରଣତଃ ଲଘୁ ଗନ୍ଧକାମ୍ଳକୁ ଇଲେକ୍ଟ୍ରୋଲାଇଟ୍ ଭାବେ ନିଆଯାଏ ।
(vii) ଫଳକ ଦୁଇଟିକୁ ଏକ ପରିପଥ ଦ୍ଵାରା ସଂଯୁକ୍ତ କଲେ ଇଲେକ୍ଟ୍ରୋନ୍ ଗୁଡ଼ିକ ଦସ୍ତାରୁ ତମ୍ବା ଫଳକ ଆଡକୁ ଗତି କରିବେ କିନ୍ତୁ ବିଦ୍ୟୁତ ତମ୍ବାଫଳକରୁ ଦସ୍ତାଫଳକ ଦିଗରେ ପ୍ରବାହିତ ହେବ ।
(viii) କିଛି ସମୟ ପରେ ମିଶ୍ରଣରେ ଥିବା ଇଲେକ୍ଟ୍ରୋଲାଇଟ୍ ବ୍ୟବହୃତ ହୋଇ ଶେଷ ହୋଇଯାଏ ଏବଂ ବିଦ୍ୟୁତକୋଷ କାର୍ଯ୍ୟ କରିବା ବନ୍ଦ ହୋଇଯାଏ ।
(ix) ବିଦ୍ୟୁବାହ ବନ୍ଦ ହେବାପରେ ଏହାକୁ ମୃତ ବା ଅକାମୀ କୋଷବୋଲି କୁହାଯାଏ କାରଣ ଏହାର କୌଣସି ବିଦ୍ୟୁତ୍ ଉତ୍ପାଦନ କ୍ଷମତା ନଥାଏ ।
(x) ଦସ୍ତା ଫଳକଠାରେ,
Zn → Zn2+ + 2e–
Zn2+ + SO42- → ZnSO4
ତମ୍ବା ଫଳକଠାରେ, 2H+ + 2e– → H2
ସେଲ୍ରେ ଉପରୋକ୍ତ ରାସାୟନିକ ପ୍ରତିକ୍ରିୟାଗୁଡ଼ିକ ଦେଖାଯାଏ ।
(xi) ଫଳକ ଦୁଇଟି ମଧ୍ୟରେ ବିଦ୍ୟୁତ ବିଭବ ପାର୍ଥକ୍ୟ (1.08 ଭୋଲ୍ଟ) ରହୁଥିବା ଯୋଗୁ ବିଦ୍ୟୁତ୍ ପ୍ରବାହିତ ହୋଇଥାଏ ।
କାର୍ଯ୍ୟ –୬ : ଆସ ତିଆରି କରିବା
ଭୋଲ୍ଟେଇକ୍ ବିଦ୍ୟୁଷ ପାଇଁ ଆବଶ୍ୟକ ଧାତୁଯୋଡ଼ି (Metal Pair) :
ଭୋଲ୍ଟାଇକ୍ ବିଦ୍ୟୁଷ ନିର୍ମାଣ କରିବା ପାଇଁ ଯଥା ଦସ୍ତା ଓ ତମ୍ବା, ଦସ୍ତା ଓ ରୂପା, ଏଲୁମିନିୟମ୍ ଓ ତମ୍ବା, ଲୁହା ଓ ତମ୍ବା, ମାଗ୍ନେସିୟମ୍ ଓ ତମ୍ବା ଏବଂ ସୀସା ଓ ତମ୍ବା ଧାତୁଯୋଡ଼ି ଗୁଡ଼ିକ ବ୍ୟବହାର କରାଯାଇପାରିବ । ଧାତୁଗୁଡ଼ିକର ରାସାୟନିକ ଗୁଣ ଦୃଷ୍ଟିକୋଣରୁ ଧାତୁ ଯୋଡ଼ି ମଧ୍ୟରୁ ଗୋଟିଏ ଯୁକ୍ତ ଅଗ୍ର ଏବଂ ଅନ୍ୟଟି ବିଯୁକ୍ତ ଅଗ୍ର ଭାବେ କାର୍ଯ୍ୟ କରେ ।
ଆମେ କିପରି ଗୋଟିଏ ବିଦ୍ୟୁତ୍ଷ ତିଆରି କରିପାରିବା :
(i) ପାଞ୍ଚ କିମ୍ବା ଛଅଟି ରସାଳ ଲେମ୍ବୁ, ତମ୍ବା ତାରଖଣ୍ଡ (1-2 ମିମି ମୋଟା) ଏବଂ ଲୁହା କଣ୍ଟା ନିଆଯାଉ । ଏକ LED (ଏଲ୍.ଇ.ଡ଼ି.) Light Emitting Diode ଏବଂ କିଛି ସଂଯୋଗକାରୀ ତାର ମଧ୍ଯ ନିଆଯାଉ ।
(ii) ଗୋଟିଏ ଲେମ୍ବୁରେ ତମ୍ବା ତାର ଏବଂ ଲୁହା କଣ୍ଟାକୁ ଅଳ୍ପ ଦୂରତାରେ ରଖ୍ ପୋତି ଦିଆଯାଉ ।
(iii) ବାକି ସମସ୍ତ ଲେମ୍ବ ପାଇଁ ଉପରୋକ୍ତ ପଦ୍ଧତିର ପୁନରାବୃତ୍ତି କରାଯାଉ ।
(iv) ତମ୍ବା ତାର ଏବଂ କଣ୍ଟାଗୁଡ଼ିକୁ ଯୋଡ଼ାଯାଉ ।
(v) ସଂଯୋଗ କ। ର ତାର ବ୍ୟବ ହାର କରି ପ୍ର ଥମ ଲେମ୍ବୁର ତମ୍ବା ତାର ଏବଂ ଶେଷ ଲେମ୍ବୁର ଲୁହା କଣ୍ଟା |ଲେମ୍ବୁ ମଧ୍ୟରେ LED ସଂଯୋଗ କରାଇଲେ LED ଟି ଜଳି ଉଠିବ ।

(କ) ଲେମ୍ବୁ ବ୍ୟବହାର କରି ପ୍ରସ୍ତୁତ ବିଦ୍ୟୁତ୍ କୋଷ (ଖ) ଲେମ୍ବୁ କୋଷରେ ସଂଯୋଗ
ଲୁହା
କଣ୍ଟା
(vi) ଯଦି LED ଜଳୁ ନାହିଁ, ଏହାର ସଂଯୋଗ ଓଲଟା କରାଯାଉ । ଏବେ LED ଜଳି ଉଠିବ । ଜାଣିଛୁ କେବଳ LED ର ଯୁକ୍ତାତ୍ମକ ଅଗ୍ର (ତମ୍ବା ତାର) ବ୍ୟାଟେରୀର ଯୁକ୍ତ ଅଗ୍ର ସହ ଏବଂ LEDର ବିଯୁକ୍ତାତ୍ମକ ଅଗ୍ର (ଛୋଟ ତାର) ବ୍ୟାଟେରିର ବିଯୁକ୍ତାତ୍ମକ ଅଗ୍ର ସହିତ ସଂଯୁକ୍ତ LED ଦେଇ ବିଦ୍ୟୁତ୍ ପ୍ରବାହିତ ହୋଇଥାଏ । (vii) ଜଳୁଥିବା LED ସୂଚାଏ ଯେ ଆମର ବିଦ୍ୟୁତ କୋଷ କାମ କରୁଛି । ଏହି ବିଦ୍ୟୁତ କୋଷରେ ଧାତୁ ଅଗ୍ରଗୁଡ଼ିକ ହେଉଛି ତମ୍ବା ତାର ଏବଂ ଲୁହା କଣ୍ଟା । ଇଲେକ୍ଟ୍ରୋଲାଇଟ୍ ହେଉଛି ଲେମ୍ବୁ ରସ, ଯାହା ବିଦ୍ୟୁତ୍ ପରିବହନରେ ସାହାଯ୍ୟ କରେ । ଆମେ ଲେମ୍ବୁ ରସ ବଦଳରେ ଲୁଣ ଦ୍ରବଣ ମଧ୍ୟ ବ୍ୟବହାର କରିପାରିବା ।
ଶୁଷ୍କ ବିଦ୍ୟୁତକୋଷ Dry Cell :
ଭୋଲ୍ଟାଇକ୍ ବିଦ୍ୟୁତକୋଷରେ ପଦାର୍ଥ ବ୍ୟବହୃତ ଇଲେକ୍ଟ୍ରୋଲାଇଟ୍ ତରଳହୋଇଥିବାରୁ, ସେଲ୍କୁ ବ୍ୟବହାର କରିବା ସୁବିଧାଜନକ ନୁହେଁ । ଏହା ବଦଳରେ ଶୁଷ୍କ ବିଦ୍ୟୁତକୋଷ ବର୍ତ୍ତମାନ ସମୟରେ ସର୍ବାଧିକ ବ୍ୟବହୃତ ବିଦ୍ୟୁତ୍ଷ ମଧ୍ୟରୁ ଅନ୍ୟତମ ।
(i) ଶୁଷ୍କ ବିଦ୍ୟୁତ୍ଷରେ ଭୋଲ୍ହାଇକ୍ କୋଷପରି ରାସାୟନିକ ଶକ୍ତି ବିଦ୍ୟୁତଶକ୍ତିରେ ପରିଣତ ହୁଏ ।
(ii) ଏଥ୍ ରେ ବ୍ୟବହୃତ ଇଲେକେ । ଲ। ଇ ଟ୍ (ଏମୋନିୟମ କ୍ଲୋରାଇଡ୍ ଓ ଜିଙ୍କ୍ କ୍ଲୋରାଇଡ୍ର ମିଶ୍ରଣ) ତରଳ ନହୋଇ ଏକ ବହଳିଆ ମଣ୍ଡ ପରି ପଦାର୍ଥ ହୋଇଥାଏ ।
(iii) ଏଥୁରେ ସିଲିଣ୍ଡର ଆକୃତିର ଏକ ଜିକ୍ ପାତ୍ର ଥାଏ, ଯାହା ସେଲ୍ର ବିଦ୍ୟୁତ୍ ଅଗ୍ର ଭାବେ କାର୍ଯ୍ୟ କରେ ।
(iv) ସେଲ୍ ଭିତରେ ଏକ କାର୍ବନ ଦଣ୍ଡଥାଏ ଯାହା ଧାତୁ ଟୋପି ସହ ସଂଯୁକ୍ତ ହୋଇଥାଏ, ତାହାକୁ ସେଲ୍ର ଯୁକ୍ତ ଅଗ୍ର କହନ୍ତି ।

(କ) ଶୁଷ୍କ ବିଦ୍ୟୁତ୍ କୋଷ;
(ଖ) ଏହାର ଆଭ୍ୟନ୍ତରୀଣ ଗଠନ
(v) କାର୍ବନ ଦଣ୍ଡ ଚାରିପଟେ ମାଙ୍ଗାନିଜ ଡାଇଅକ୍ସାଇଡ୍ର ଏକ ମଣ୍ଡ ଦିଆଯାଏ ।
(vi) ଏହା ସେଲ୍ର ଯୁକ୍ତ ଅଗ୍ର ଅଟେ । ସେଲ୍ ଭିତରେ ଇଲେକ୍ଟ୍ରୋଲାଇଟରୁ ଜଳ ବାଷ୍ପିକରଣ ନହେବା ପାଇଁ ବ୍ୟବସ୍ଥା ଥାଏ ।
(vii) ଯୁକ୍ତ ଓ ବିଯୁକ୍ତ ଅଗ୍ର ସଂଯୁକ୍ତ ହେଲେ ସେଲ୍ରେ ବିଦ୍ୟୁତ୍ ପ୍ରବାହିତ ହୁଏ ।
(viii) ସେଲ୍କୁ ନେବା ଆଣିବା କରିବା ଏବଂ ବ୍ୟବହାର କରିବା ସ୍ରୋତ ନିରାପଦ ଅଟେ ।
(ix) ସେଲ୍ରେ ରାସାୟନିକ ପ୍ରତିକ୍ରିୟା ଚାଲିଥିବା ପର୍ଯ୍ୟନ୍ତ ବିଦ୍ୟୁତ୍ ପ୍ରବାହିତ ହୁଏ । ପ୍ରତିକ୍ରିୟା ବନ୍ଦ ହୋଇଗଲେ ସେଲ୍ ଅନୁପଯୋଗୀ ହୋଇଥାଏ ।
(x) ଶୁଷ୍କ ବିଦ୍ୟୁତ୍ ସେଲ୍ ଟର୍ଚ୍ଚିଲାଇଟ୍, କାନ୍ଥଘଣ୍ଟା, ରିମୋଟ୍ ଏବଂ କଣ୍ଢେଇ ଆଦି ପଦାର୍ଥରେ ଏହା ବ୍ୟବହାର
କରାଯାଏ ।
ଦୁଇ ବା ତହିଁରୁ ଅଧିକ ଶୁଷ୍କକୋଷର ସଂଯୋଗକୁ ବ୍ୟାଟେରୀ କହନ୍ତି ।
ପୁନଃ ଚାର୍ଜଯୋଗ୍ୟ ବ୍ୟାଟେରୀ (Rechargeable batteries)
ଯେଉଁ ବ୍ୟାଟେରିକୁ ରିଚାର୍ଜ କରି ଅନେକଥର ପୁନଃ ବ୍ୟବହାର କରାଯାଇପାରେ, ସେଗୁଡ଼ିକୁ ପୁନଃ ଚାର୍ଜଯୋଗ୍ୟ ବ୍ୟାଟେରି କହନ୍ତି । ଏହା ସମୟ ସହିତ ଅର୍ଥ ଅପଚୟ ରୋକିବାରେ ସାହାଯ୍ୟ କରେ ।
(i) ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ ପାଇଁ ଅନେକ ପ୍ରକାରର ପୁନଃ ଚାର୍ଜଯୋଗ୍ୟ ବ୍ୟାଟେରି ବ୍ୟବହାର କରାଯାଏ ।

ବିଭିନ୍ନ ସ୍ଥାନରେ ବ୍ୟବହୃତ ସାଧାରଣ ପୁନଃଚାର୍ଜଯୋଗ୍ୟ ବ୍ୟାଟେରି (କ) ଲ୍ୟାପଟପ୍; (ଖ) ମୋବାଇଲ୍ଫୋନ୍; (ଗ) କ୍ୟାମେରା; (ଘ) ଇନଭର୍ଟର; (ଙ) ଯାନବାହନ; (ଚ) ମୋବାଇଲ୍ ଫୋନ୍ ଚାର୍ଜ କରିବା
ଫୋନ୍ରେ ବ୍ୟବହୃତ ବ୍ୟାଟେରୀ, ଲ୍ୟାପଟପ୍ ଓ ଟ୍ୟାବଲେଟ୍ରେ ବ୍ୟବହୃତ ବ୍ୟାଟେରୀ, ଇନ୍ଭଟର୍ ଚଳାଇବା ପାଇଁ ଆବଶ୍ୟକ ବଡ଼ ବ୍ୟାଟେରୀ ଗୁଡ଼ିକ ଏକାଧିକ ଥର ଚାର୍ଜ କରାଯାଇ ବ୍ୟବହାର ଉପଯୋଗୀ କରାଯାଏ ।
(iii) ପୁନଃ ଚାର୍ଜଯୋଗୀ ବ୍ୟାଟେରି ମଧ୍ୟ ସ୍ଥାୟୀ ନୁହେଁ । ଅନେକଥର ଚାର୍ଜ ଏବଂ ବ୍ୟବହାର କରିବା ଫଳରେ ସେଗୁଡ଼ିକ ଧୀରେଧୀରେ କ୍ଷୟ ହୋଇ ଅବ୍ୟବହୃତ ହୋଇଯାଏ ।
(iv) ପ୍ରାୟ ସମସ୍ତ ଉପକରଣରେ ଲିଥୁମ୍-ଆୟନ୍ (Li-ion) ବ୍ୟାଟେରୀ ପୁନଃଚାର୍ଜଯୋଗ୍ୟ ବ୍ୟାଟେରି ରୂପେ ବ୍ୟବହାର କରାଯାଏ ।
(v) ଲିଥ୍ୟମ୍ ଓ କୋବାଲ୍ଟ ପରି ଧାତୁ ଗୁଡ଼ିକର ପରିମାଣ ବିଶ୍ଵରେ ସୀମିତ ସ୍ଥାନରେ ମିଳୁଥିବାରୁ ବିଭିନ୍ନ ଦେଶ ବ୍ୟାଟେରୀ ଯୋଗାଣ ସୁରକ୍ଷିତ କରିବା, ପୁର୍ନବ୍ୟବହାର କରିବା ଓ ନୂତନ ପ୍ରଯୁକ୍ତିବିଦ୍ୟା ବିକଶିତ କରିବାପାଇଁ ଧ୍ୟାନ ଦେଉଛନ୍ତି ।
(vi) ବୈଜ୍ଞାନିକମାନେ ‘କଠିନାବସ୍ଥା ବ୍ୟାଟେରୀ’’ (Solid State battery) ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି । ଏଥିରେ କଠିନ ପଦାର୍ଥକୁ ଇଲେକ୍ଟ୍ରୋଲାଇଟ୍ ରୂପେ ବ୍ୟବହାର କରାଯାଏ । ଏହା ଅଧିକ ସୁରକ୍ଷିତ, ଦ୍ରୁତ ଚାର୍ଜ ଓ ଅଧିକ ସ୍ଥାୟୀହେବା ସଙ୍ଗେ ସଙ୍ଗେ ପରିବେଶ ଅନୁକୂଳ ହେବାର ସଙ୍କେତ ଦେଉଛି ।
ଆମେ ଯାହା ଜାଣିଲୁ
- ଯେତେବେଳେ ବିଦ୍ୟୁତ୍ ସ୍ରୋତ ଏକ ପରିବାହୀ (ଯେପରିକି ତାର) ଦେଇ ପ୍ରବାହିତ ହୁଏ, ଏହା ତାହାର ଚାରିପାଖରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରେ । ଏହି ଘଟଣାକୁ ବିଦ୍ୟୁତ୍ ପ୍ରବାହର ଚୁମ୍ବକୀୟ ପ୍ରଭାବ କୁହାଯାଏ । ବିଦ୍ୟୁତ୍ ସ୍ରୋତ ବହନ ତାର କରୁଥିବା କୁଣ୍ଡଳୀ ଯାହା ଚୁମ୍ବକ ପରି ବ୍ୟବହାର ହୁଏ ତାକୁ ବିଦ୍ୟୁତ– ଚୁମ୍ବକ କୁହାଯାଏ । ବ୍ୟବହାରିକ ପ୍ରୟୋଗ ପାଇଁ, ଅଧିକାଂଶ ବିଦ୍ୟୁତ୍ ଚୁମ୍ବକରେ ସେମାନଙ୍କୁ ଅଧିକ ଶକ୍ତିଶାଳୀ କରିବାପାଇଁ ଅନ୍ତସ୍ଥଳରେ ଲୁହା ରଖାଯାଇଥାଏ ।
- ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଉଥିବା ପରିବାହୀରେ ତାପ ଉତ୍ପନ୍ନ ହେବାକୁ ବିଦ୍ୟୁତ୍ ପ୍ରବାହର ତାପାୟ ପ୍ରଭାବ କୁହାଯାଏ ।
- ବିଦ୍ୟୁତ୍ କୋଷ କିମ୍ବା ବ୍ୟାଟେରି ହେଉଛି ଏକ ଉପକରଣ ଯାହା ଭିତରେ ଘଟୁଥିବା ରାସାୟନିକ ପ୍ରତିକ୍ରିୟା କାରଣରୁ ବିଦ୍ୟୁତ୍ ଉତ୍ପନ୍ନ ହୁଏ ।
- ପୁନଃଚାର୍ଜଯୋଗ୍ୟ ବ୍ୟାଟେରିକୁ ରିଚାର୍ଜ କରି ଅନେକଥର ପୁନଃବ୍ୟବହାର କରାଯାଇପାରେ ।