BSE Odisha 6th Class Odia Solutions Chapter 5 ଧୂଳି

Odisha State Board BSE Odisha 6th Class Odia Solutions Chapter 5 ଧୂଳି Textbook Exercise Questions and Answers.

BSE Odisha Class 6 Odia Solutions Chapter 5 ଧୂଳି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ଧୂଳିକଣା ନିଜକୁ କ’ଣ ବୋଲି କହୁଛି ?
Answer:
ଏ ପୃଥ‌ିବୀରେ ଧୂଳିକଣା ନିଜକୁ ଖୁବ୍ ଛୋଟ ବୋଲି କହୁଛି ।

(ଖ) ଧୂଳିକୁ କେଉଁମାନଙ୍କ ପାଦ ପୀଡ଼ା ଦିଏ ?
Answer:
ଧୂଳିକୁ ସବୁ ଜୀବଜନ୍ତୁଙ୍କର ପାଦ ପୀଡ଼ା ଦିଏ ।

(ଗ) ଧୂଳି କିଭଳି ଭାବରେ ପୃଥ‌ିବୀ ଉପରେ ପଡ଼ିରହିଛି ?
Answer:
ଧୂଳି ନିର୍ବିକାର ଭାବରେ ପୃଥ‌ିବୀ ଉପରେ ପଡ଼ିରହିଛି ।

(ଘ) ବିଶ୍ଵଜୀବଙ୍କ ବିଷୟରେ ଧୂଳି କ’ଣ କହିଛି ?
Answer:
ଜଗତର ଦୁଃଖସୁଖ ସହିତ ଧୂଳିର କିଛି ସମ୍ପର୍କ ନାହିଁ । ହେଲେ ବିଶ୍ଵର ଜୀବଗଣ ତା’ରି ଦେହରେ ମିଶୁଛନ୍ତି, ଏକଥା ସେ ଜାଣିଛି ।

(ଙ) ସୃଷ୍ଟିର ଆରମ୍ଭ ଦିନରୁ ଧୂଳିକଣା କ’ଣ ଦେଖୁଛି ?
Answer:
ସୃଷ୍ଟିର ଆରମ୍ଭ ଦିନରୁ ଯେତେସବୁ ଅଭିଯାନ, ପରିବର୍ତ୍ତନ ଘଟିଛି ବା ଘଟୁଅଛି ସେସବୁକୁ ଧୂଳିକଣା ଦେଖୁଛି ।

BSE Odisha 6th Class Odia Solutions Chapter 5 ଧୂଳି

Question ୨।
ତଳେ ଦିଆଯାଉଥ‌ିବା ପ୍ରଶ୍ନର ଉତ୍ତର ଲେଖ ।
(କ) ଧୂଳିକଣା ନିଜକୁ ଅତି ସାନ ମଣିବାର କାରଣ କ’ଣ ?
Answer:
ଏ ବିରାଟ ବିଶ୍ଵରେ ଅନ୍ୟାନ୍ୟ ଜୀବ ତୁଳନାରେ ଧୂଳିକଣାର ଆକାର ଖୁବ୍ ଛୋଟ । ବିଶାଳ ଆକାଶ ତଳେ ଥିଲାବେଳେ ତା’ର ଆକୃତି ଖୁବ୍ ନଗଣ୍ୟ ପରି ମନେହୁଏ । ତେଣୁ ସେ ନିଜକୁ ଅତି ସାନ ବୋଲି ମଣିଛି ।

(ଖ) ନିର୍ବିକାର ଭାବରେ ଧୂଳିକଣା କ’ଣ ସହେ ?
Answer:
ପୃଥ‌ିବୀର ସକଳ ଜୀବଜନ୍ତୁ ଧରାପଥରେ ପଡ଼ିଥିବା ଧୂଳିକଣା ଉପରେ ଯାତାୟାତ କରିଥା’ନ୍ତି । ତେଣୁ ଧୂଳିକଣା ଜୀବଜନ୍ତୁଙ୍କ ପାଦ ଆଘାତଜନିତ କଷ୍ଟକୁ ନିର୍ବିକାର ଭାବରେ ସହିଥାଏ ।

(ଗ) କେଉଁ କଥା ଧୂଳିକଣା ଭଲଭାବେ ଜାଣେ ?
Answer:
ଜଗତର ଦୁଃଖ ସୁଖ ସହିତ ଧୂଳିକଣାର କୌଣସି ସମ୍ପର୍କ ନାହିଁ । ସେ କିନ୍ତୁ ଭଲ ଭାବେ ଜାଣେ ଯେ ବିଶ୍ୱର ସମସ୍ତ ଜୀବଜନ୍ତୁ ମୃତ୍ୟୁ ପରେ ତା’ ଦେହରେ ମିଶି ଏକାକାର ହେଉଛନ୍ତି ।

(ଘ) ଧୂଳିକଣା କାହିଁକି ନିଜର ମଥାକୁ ଦକ୍ଷ ବୋଲି କହିଛି ?
Answer:
ଧୂଳିକଣା କିଛି କହିପାରେ ନାହିଁ । ସେ ଖୁବ୍ ଦରିଦ୍ର । ତା’ର କେହି ସାହା ଭରସା ନାହାନ୍ତି । ହେଲେ ପୃଥ‌ିବୀର ସକଳ ପ୍ରାଣୀଙ୍କ ପଦାଘାତଜନିତ ଚାପକୁ ସେ ମଥାପାତି ନିର୍ବିକାରଭାବେ ସହିନିଏ । ତେଣୁ ସେ ତା’ର ମଥାକୁ ଦକ୍ଷ ବୋଲି କହିଛି ।

Question ୩।
ନିମ୍ନରେ କେତୋଟି ପଦର କିଛି ଅଂଶ ଦିଆଯାଇଛି ଓ କିଛି ଅଂଶ ବାଦ୍ ଦିଆଯାଇଛି; ସଂପୂର୍ଣ୍ଣ ପଦ ଲେଖ ।
(କ) ……………………
ପୀଡ଼ଇ ନିତି ମତେ,
ନିର୍ବିକାର ତଥାପି ମୁହଁ
ପଡ଼ିଛି ଧରାପଥେ ।
Answer:
ଜନ୍ତୁ-ଜୀବ ସବୁରି ପାଦ
ପୀଡ଼ଇ ନିତି ମତେ,
ନିର୍ବିକାର ତଥାପି ମୁହଁ
ପଡ଼ିଛି ଧରାପଥେ ।

(ଖ) ଏତିକି ଜାଣେ ବିଶ୍ଵ ଜୀବ
…………………………..
Answer:
ଏତିକି ଜାଣେ ବିଶ୍ଵ ଜୀବ
ମିଶଇ ମୋର ବୁକେ ।

(ଗ) ସୃଷ୍ଟି ଦିନୁ ଦେଖୁଛି ବସି
…………………………
…………………………
ବିଶ୍ଵ ଅତି ସାନ ।
Answer:
ସୃଷ୍ଟି ଦିନୁ ଦେଖୁଛି ବସି
ସକଳ ଅଭିଯାନ,
ଆକାଶ ତଳେ ଧୂଳିକଣା ମୁଁ
ବିଶ୍ଵ ଅତି ସାନ ।

Question ୪।
ସରଳ ଭାଷାରେ ବୁଝାଇ ଲେଖ ।
(କ) ‘ଜୀବନେ ମୋର ନାହିଁ ତ କେବେ କା’
ସାଥେ ଅଭିମାନ ।’
Answer:
ଜୀବନେ ମୋର ……………………. ଅଭିମାନ ।
ଶଂସିତ ପଦ୍ୟାଶଟି ନାରୀକବି ବିଦ୍ୟୁତ୍ଵପ୍ରଭା ଦେବୀଙ୍କ ରଚିତ ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ଧୂଳିକଣାର କାହା ଉପରେ କିଛି ମାନ ଅଭିମାନ ନାହିଁ ବୋଲି କବି ବର୍ଣ୍ଣନା କରିଛନ୍ତି । ଆକାଶତଳେ ଧରାପୃଷ୍ଠରେ ଧୂଳିକଣା ରହିଛି । ଏହି ବିଶ୍ଵରେ ସମସ୍ତ ପଦାର୍ଥ ତୁଳନାରେ ତାହା ଖୁବ୍ ସାନ ଅଟେ । ସେ ଏତେ ଛୋଟ ଯେ, ଅନ୍ୟ ସହିତ ନିଜକୁ ତୁଳନା କରିବାକୁ ଅବସର ପାଏ ନାହିଁ । ସେ ଜୀବନରେ କେବେ କାହା ସହିତ ମାନ ଅଭିମାନ, କଳିତ କରାଳ କରେ ନାହିଁ । ବରଂ ସେ ଏହି ବିଶ୍ଵରେ ସବୁକିଛି କଷ୍ଟକୁ ସହିନେଉଛି । ବାସ୍ତବରେ ଏହି କବିତାରେ ଧୂଳିକଣା ଯେ କେଡ଼େ ମହାନ୍ତି, ତାହା ସହଜରେ ଜାଣିହେଉଛି ।

(ଖ) ‘‘ଜନ୍ତୁ ଜୀବ ସବୁରି
ପାଦପୀଡ଼ଇ ନିତି ମତେ ।’’
Answer:
ଜନ୍ତୁ ଜୀବ ……………………………. ନିତି ମତେ ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ନାରୀକବି ବିଦ୍ଯୁପ୍ରଭା ଦେବୀ ଧୂଳିକଣାର ଜାବନଧାରା ସମ୍ପାର୍କରେ ଆଲୋକପାତ କରିଛନ୍ତି। ଧୂଳିକଣା ଏ ବିଶ୍ଵରେ ସବୁଠାରୁ ସାନ ଅଟେ । ତା’ର କାହା ଉପରେ ମାନ ଅଭିମାନ ନାହିଁ । ବରଂ ପ୍ରତିଦିନ ଏ ସୃଷ୍ଟିର ପ୍ରତ୍ୟେକ ଜୀବଜନ୍ତୁ ନିଜର ପାଦ ଆଘାତରେ ତାକୁ ଅହରହ ପୀଡ଼ା ଦେଇଥା’ନ୍ତି । ସେହିମାନଙ୍କର ପଦାଘାତଜନିତ ପୀଡ଼ାକୁ ସେ ନିର୍ବିକାର ଭାବରେ ସହି ନେଇଥାଏ । ଧରାପୃଷ୍ଠରେ ସେହିପରି ସବୁକୁ ସହିନେଇ ସେ ପଡ଼ି ରହିଥାଏ । ନିଜର ମୁହଁ ଖୋଲି କାହାରିକୁ କିଛି ଅଭିଯୋଗ ଶୁଣାଏ ନାହିଁ । ବରଂ ଜୀବଜନ୍ତୁମାନଙ୍କୁ ସେ ଆପଣାର ସହନଶୀଳତା ଗୁଣର ଆଦର୍ଶକୁ ଦେଖାଇ ଚାଲିଛି । ବାବସ୍ତବରେ ଧୂଳିକଣାର ଏହି ମହାନ୍ ଗୁଣ ଆମ ସମସ୍ତଙ୍କର ଧେୟ ହେବା ଉଚିତ ।

(ଗ) ‘ଜଗତେ ମୋର କି ଯାଏ ଆସେ
ଦୁଃଖେ ଅବା ସୁଖେ ।’’
Answer:
ଜଗତେ ………………………….. ଅବା ସୁଖେ ।
ଶଂସିତ ପଦ୍ୟାଶଟି ନାରୀକବି ବିଦ୍ୟୁତ୍ରପ୍ରଭା ଦେବୀଙ୍କ ରଚିତ ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ କବି ଧୂଳିକଣା ମୁହଁରେ ଏ ସୃଷ୍ଟିର ଚିରନ୍ତନ ସତ୍ୟକୁ ଉପସ୍ଥାପନ କରିଛନ୍ତି । ଧୂଳିକଣା ଖୁବ୍ ସାନ ହେଲେ ମଧ୍ୟ ନିର୍ବିକାର ଭାବରେ ସମସ୍ତଙ୍କର ପଦାଘାତଜନିତ କଷ୍ଟକୁ ସହିନିଏ । ଏ ଦୁନିଆରେ କାହାର ଦୁଃଖ-ସୁଖରେ ସେ ଆଦୌ ଭାଗୀଦାର ନଥାଏ । ବରଂ ନିର୍ବିକାର ଭାବରେ ଧରାପୃଷ୍ଠରେ ପଡ଼ିରହି ସେ ଏସବୁକୁ ଦେଖୁଥାଏ । ତେବେ ଏ ପୃଥ‌ିବୀର ଗୋଟିଏ ସତ୍ୟକୁ ସେ ମର୍ମେ ମର୍ମେ ଅନୁଭବ କରିଥାଏ । ସମଗ୍ର ବିଶ୍ଵର ଜୀବଜଗତ ନିଜକୁ ଯେତେ ବଡ଼ ବୋଲି ବିଚାର କଲେ ମଧ୍ୟ ଦିନେ ସେମାନଙ୍କର ମୃତ୍ୟୁ ହେବ । ମୃତ୍ୟୁ ହେଲାପରେ ସେମାନେ ତା’ ସହିତ ଧୂଳିହୋଇ ମିଶିଯିବେ । ତେଣୁ ଏହି ସତ୍ୟକୁ ଅନୁଭବ କରି ସେ ନିଜ ମନରେ ଦୁଃଖ ପୋଷଣ କରିନାହିଁ । ବାସ୍ତବରେ ଧୂଳିକଣା ଅନୁଭବ କରିଥିବା ଚିରନ୍ତନ ସତ୍ୟଟିର ମହତ୍ତ୍ଵ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ ।

(ଘ) ‘‘ସକଳ ଚାପ ନେବାରେ ସହି
ଦକ୍ଷ ଏ ମୋ ଶିର ।’’
Answer:
ସକଳ ଚାପ ………………………… ମୋ ଶିର ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ନାରୀକବି ବିଦ୍ୟୁତପ୍ରଭା ଦେବୀ ଧୂଳି କିପରି ସମସ୍ତ ଦୁଃଖଜନିତ ଚାପକୁ ସହିନେବାରେ ଦକ୍ଷ, ତାହା ବର୍ଣ୍ଣନା କରିଛନ୍ତି । ଧୂଳିକଣା ଖୁବ୍ ସାନ । ତଥାପି ସେ ସମସ୍ତଙ୍କର ପାଦର ଚାପ ସହୁଛି । କାହାର ଦୁଃଖ ସୁଖରେ ସେ ଭାଗୀଦାର ନୁହେଁ । ତା’ର ମୁହଁରୁ କଥା ବାହାରୁ ନାହିଁ । ସେ ଖୁବ୍ ଦରିଦ୍ର । ତାହାର କେହି ସାହାଭରସା ନାହାନ୍ତି । ଏସବୁ ସତ୍ତ୍ୱେ ଧୂଳିକଣା ପୃଥ‌ିବୀବାସୀଙ୍କର ସମସ୍ତ ଚାପକୁ ନିଜର ମଥାରେ ସହି ନେଉଛି, ଆଉ ରାଜରାସ୍ତାରେ ସେହିପରି ମଥାକୁ ଉନ୍ନତ କରି ପଡ଼ିରହିଛି । ନିଜେ ନିଃସ୍ଵ ହେଲେ ମଧ୍ୟ ସମସ୍ତଙ୍କର ଦୁଃଖକଷ୍ଟକୁ ଯେ ସେ ସହିପାରେ, ଏହା ସେ ମୁକ୍ତକଣ୍ଠରେ ଜଣାଇ ଦେଉଛି । ବାସ୍ତବରେ ଧୂଳିକଣାର ଏହି ଆତ୍ମବାଣୀ ବେଶ୍ ହୃଦୟସ୍ପର୍ଶୀ ଅଟେ ।

(ଙ) ‘‘ଆକାଶ ତଳେ ଧୂଳିକଣା ମୁଁ
ବିଶ୍ଵ ଅତି ସାନ।’’
Answer:
ଆକାଶ ତଳେ ……………………………… ଅତି ସାନ।
ଶଂସିତ ପଦ୍ୟାଶଟି ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ନାରୀକବି ବିଦ୍ୟୁତପ୍ରଭା ଦେବୀ ଧୂଳିକଣାର କ୍ଷୁଦ୍ରତ୍ୱ ସମ୍ପର୍କରେ ସୂଚାଇଛନ୍ତି । ଏ ସୃଷ୍ଟିର ସମସ୍ତ ପଦାର୍ଥ ମଧ୍ଯରେ ଧୂଳିକଣା ଖୁବ୍ ସାନ ଓ ନଗଣ୍ୟ । ସେ ନିର୍ବିକାର ଭାବରେ ଧରାପୃଷ୍ଠରେ ପଡ଼ିରହି ଜୀବଜନ୍ତୁଙ୍କର ପାଦର ପୀଡ଼ାକୁ ସହିଚାଲିଛି । କାହାର ଦୁଃଖ ସୁଖରେ ସେ ଭାଗୀଦାର ନୁହେଁ । ବରଂ ଯେତେ ନିଃସ୍ଵ ହେଲେ ମଧ୍ୟ ସେ ସମସ୍ତ ଚାପକୁ ନିର୍ବିବାଦରେ ଆପଣାର ମଥାପାତି ସହିନେଉଛି । ସୃଷ୍ଟିର ଆରମ୍ଭରୁ ସେ ରହିଛି । ଯେତେସବୁ ପରିବତ୍ତର୍ନ ଏ ସୃଷ୍ଟିରେ ହେଉଛି, ତାହାକୁ ସେ ବସି ଦେଖୁଛି । ତଥାପି ନିଜେ ଖୁବ୍ ଛୋଟ ହେଲେ ମଧ୍ୟ ଏ ସୃଷ୍ଟିର ସର୍ବବିଧ ଲୀଳା ରହସ୍ୟକୁ ଦେଖିବାରେ ସେ ମୂକସାକ୍ଷୀ ପାଲଟିଛି ବାସ୍ତବରେ ଧୂଳିକଣାର ଭୂମିକା ଏ ସୃଷ୍ଟିରେ ଖୁବ୍ ଗୁରୁତ୍ଵପୂର୍ଣ ।

BSE Odisha 6th Class Odia Solutions Chapter 5 ଧୂଳି

Question ୫।
ସମାନ ଅର୍ଥ ବୁଝାଉଥବା ଆଉ ଗୋଟିଏ ଲେଖାଏଁ ଶବ୍ଦ ଲେଖ ।
(କ) ଜୀବନ
(ଖ) ଧରା
(ଗ) ଜନ୍ତୁ
(ଘ) ନିଃସ୍ବ
(ଙ) ଦକ୍ଷ
Answer:
(କ) ଜୀବନ – ପ୍ରାଣ
(ଖ) ଧରା – ବସୁଧା
(ଗ) ଜନ୍ତୁ – ପ୍ରାଣୀ
(ଘ) ନିଃସ୍ବ – ଦରିଦ୍ର
(ଙ) ଦକ୍ଷ – ସମର୍ଥ

Question ୬।
ଗଦ୍ଯ ଆକାରରେ ଲେଖ ।
(କ) ନିର୍ବିକାରେ ତଥାପି ମୁହିଁ ପଡ଼ିଛି ଧରାପଥେ ।
Answer:
ମୁଁ ତଥାପି ନିର୍ବିକାର ଭାବରେ ଧରାପଥରେ ପଡ଼ି ରହିଛି ।

(ଖ) ଜଗତେ ମୋର କି ଯାଏ ଆସେ ଦୁଃଖେ ଅବା ସୁଖେ ।
Answer:
ଜଗତର ଦୁଃଖ ସୁଖରେ ମୋର ବା କ’ଣ ଯାଏ ଆସେ ଅଛି ।

(ଗ) ବାକ୍ୟହୀନ ନିଃସ୍ବ ମୁହିଁ ଭରସାହୀନ ଚିର ।
Answer:
ମୁଁ ବାକ୍ୟହୀନ, ନିଃସ୍ଵ ଓ ସର୍ବଦା ଭରସାହୀନ ଅଟେ ।

(ଘ) ସକଳ ଚାପ ନେବାରେ ସହି ଦକ୍ଷ ଏ ମୋ ଶିର ।
Answer:
ମୋର ଏହି ମଥା ସବୁପ୍ରକାରର ଚାପକୁ ସହିନେବାକୁ ସମର୍ଥ ଅଟେ ।

BSE Odisha 6th Class Odia Solutions Chapter 5 ଧୂଳି

୭। ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦର ଅର୍ଥ ‘ଖ’ ସ୍ତମ୍ଭରୁ ବାହାର କରି ଖାତାରେ ଲେଖ ଓ ‘କ’ ସ୍ତମ୍ଭର ପ୍ରତ୍ୟେକ ଶବ୍ଦକୁ ନେଇ ବାକ୍ୟ ଗଠନ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଚିର ଯାହାର କିଛି ନାହିଁ
ଶିର ଦୁନିଆଁ
ଜଗତ ସର୍ବଦା
ନିଃସ୍ବ ମୁଣ୍ଡ
ଆକାଶ

Answer:
ଚିର – ସର୍ବଦା
ଶିର – ମୁଣ୍ଡ
ଜଗତ – ଦୁନିଆଁ
ନିଃସ୍ବ – ଯାହାର କିଛି ନାହିଁ

ଚିର – ମାର୍କୋନୀ ରେଡ଼ିଓ ଉଦ୍ଭାବନ କରି ଚିରକାଳ ପାଇଁ ଯଶ ରଖିଗଲେ ।
ଶିର- ରାଜାଙ୍କ ଶିରରେ ମୁକୁଟ ଶୋଭାପାଏ ।
ଜଗତ – ଜଗତରେ ବହୁ ପ୍ରାଣୀ ରହିଛନ୍ତି ।
ନିଃସ୍ଵ – ହରିବାବୁ ନିଃସ୍ୱ ହୋଇ କାଳ କାଟୁଛନ୍ତି ।

ତୁମ ପାଇଁ କାମ:

୧। ନାରୀକବି ବିଦ୍ୟୁତ୍‌ପ୍ରଭାଙ୍କର ଅନ୍ୟ କବିତା ବହି ସଂଗ୍ରହ କରି ପଢ଼ ।

ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଧୂଳିକଣା କେଉଁ ଚିରନ୍ତନ ସତ୍ୟକୁ ପ୍ରକାଶ କରିଛି ?
Answer:
ଏ ସୃଷ୍ଟିରେ ସମସ୍ତେ ତା’ଠାରୁ ବଡ଼ । ସେ ଖୁବ୍ ସାନ ଓ ନଗଣ୍ୟ । ମାତ୍ର ଜଗତର ସମସ୍ତ ବିରାଟ ଜୀବଜନ୍ତୁ ଶେଷରେ ତା’ରି ଦେହରେ ଧୂଳିହୋଇ ମିଶିଯିବେ । ଏହି ଚିରନ୍ତନ ସତ୍ୟକୁ ଧୂଳିକଣା ପ୍ରକାଶ କରିଛି ।

(ଖ) କବି ଧୂଳିକଣା ମାଧ୍ୟମରେ ଜଗତବାସୀଙ୍କୁ କେଉଁ ବାର୍ତ୍ତା ପ୍ରଦାନ କରିଛନ୍ତି ?
Answer:
ଧୂଳିକଣା ଯେପରି କାହାର ସୁଖ-ଦୁଃଖରେ ଭାଗୀଦାର ନୁହେଁ, ସେହିପରି ଆମ୍ଭେମାନେ ଅନ୍ୟର କଥାରେ ମୁଣ୍ଡ ପୂରାଇବା ଅନୁଚିତ । ନିର୍ବିକାର ଭାବରେ ସମସ୍ତ ଦୁଃଖ ସହି ଧୂଳିକଣା ଆପଣାର ମଥାକୁ ଉନ୍ନତ ରଖୁ ଉଚିତ ।

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ନିର୍ବିକାର ଭାବରେ ଧୂଳିକଣା କ’ଣ ସହେ ?
Answer:
ପୃଥ‌ିବୀର ସକଳ ଜୀବଜନ୍ତୁ ଧରାପଥରେ ପଡ଼ିଥିବା ଧୂଳିକଣା ଉପରେ ଯାତାୟାତ କରିଥା’ନ୍ତି । ତେଣୁ ଧୂଳିକଣା ଜୀବଜନ୍ତୁଙ୍କ ପାଦ ଆଘାତଜନିତ କଷ୍ଟକୁ ନିର୍ବିକାର ଭାବରେ ସହିଥାଏ ।

(ଖ) ଧୂଳିକଣା କେଉଁ କଥା ଭଲଭାବେ ଜାଣେ ?
Answer:
ଜଗତର ଦୁଃଖ ସୁଖ ସହିତ ଧୂଳିକଣାର କୌଣସି ସମ୍ପର୍କ ନାହିଁ । ସେ କିନ୍ତୁ ଭଲ ଭାବେ ଜାଣେ ଯେ ବିଶ୍ଵର ସମସ୍ତ ଜୀବଜନ୍ତୁ ମୃତ୍ୟୁ ପରେ ତା’ ଦେହରେ ମିଶି ଏକାକାର ହେଉଛନ୍ତି ।

(ଗ) ଧୂଳିକଣା କାହିଁକି ନିଜକୁ ନିଃସ୍ଵ ଓ ଭରସାହୀନ ବୋଲି କହିଛି ?
Answer:
ସୃଷ୍ଟିରେ ସବୁଠାରୁ କ୍ଷୁଦ୍ର ଧୂଳିକଣା ସମ୍ବଳହୀନ ଓ ନିଃସହାୟ । ତେଣୁ ଧୂଳିକଣା ନିଜକୁ ନିଃସ୍ଵ ଓ ଭରସାହୀନ ବୋଲି କହିଛି।

(ଘ) ଧୂଳିକଣା କାହିଁକି ନିଜର ମଥାକୁ ଦକ୍ଷ ବୋଲି କହିଛି ?
Answer:
ଧୂଳିକଣା ଖୁବ୍ ସାନ ହେଲେହେଁ ପୃଥ‌ିବୀର ସକଳ ପ୍ରାଣୀଙ୍କର ପଦାଘାତଜନିତ ଚାପକୁ ମଥାପାତି ସହିନିଏ । ତେଣୁ ସେ ନିଜର ମଥାକୁ ଦକ୍ଷ ବୋଲି କହିଛି ।

Question ୩।
ସରଳଭାଷାରେ ବୁଝାଇ ଲେଖ । ଏତିକି ଜାଣେ ବିଶ୍ୱଜୀବ ମିଶଇ ମୋର ବୁକେ ।’’
Answer:
‘‘ଏତିକି …………………………………. ବୁକେ ।’’
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ନାରୀକବି ବିଦ୍ୟୁତପ୍ରଭା ଦେବୀ ମୃତ୍ୟୁପରେ ସକଳଜୀବ କିପରି ଧୂଳିକଣାରେ ମିଶିଯାଆନ୍ତି, ସେ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଧୂଳିକଣା ଆକାରରେ ଅତିକ୍ଷୁଦ୍ର । ତା’ର ମନରେ ଗର୍ବ ଅହଙ୍କାର ବୋଲି କିଛି ନାହିଁ । ପ୍ରତିଦିନ ସେ ଏ ଜଗତର ପ୍ରତିଟି ଜୀବର ପଦାଘାତକୁ ନିର୍ବିକାରରେ ସହିନେଉଛି । ଏ ଦୁନିଆରେ କିଏ କେତେ ସୁଖ ଭୋଗ କଲା ବା କିଏ କେତେ ପରିମାଣରେ ଦୁଃଖ ପାଇଲା, ସେସବୁ କଥାରେ ଧୂଳିକଣା ମୁଣ୍ଡ ଖେଳେଇବାକୁ ଚାହିଁନଥାଏ । ତା’ର ସେସବୁରୁ କିଛି ମିଳିନଥାଏ । ବରଂ ସେ ଗୋଟିଏ ଚିରନ୍ତନ ସତ୍ୟକୁ ମର୍ମେ ମର୍ମେ ଅନୁଭବ କରିଛି ଯେ ବିଶ୍ବର ପ୍ରତ୍ୟେକ ଜୀବ ନିଜର ଲୀଳା ଖେଳା ଶେଷ କରି ପରିଶେଷରେ ତାହାରି ବୁକୁରେ ଏକାକାର ହୋଇଯିବେ ଅର୍ଥାତ୍ ଏତେ ଅହଙ୍କାର କରୁଥିବା ବଡ଼ ବଡ଼ ପ୍ରାଣୀ ଶେଷରେ ତା’ସହିତ ଧୂଳିକଣା ହୋଇ ଏକାକାର ହୋଇଯିବେ । ଏହି ଚିରନ୍ତନ ସତ୍ୟକୁ ଧୂଳିକଣା ଭଲ ଭାବରେ ଅନୁଭବ କରି ସାରିଛି । ବାସ୍ତବରେ କବିଙ୍କର ଏହି ଉକ୍ତି ବେଶ୍ ଚିନ୍ତାମୂଳକ ।

BSE Odisha 6th Class Odia Solutions Chapter 5 ଧୂଳି

Question ୪।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।
(କ) କେଉଁ କଥା କିମ୍ବା, ବିଶ୍ୱଜୀବଙ୍କ ବିଷୟରେ ଧୂଳିକଣା କ’ଣ କହିଛି ?
ବିରାଟ ପୃଥ‌ିବୀରେ ଧୂଳିକଣା ନଗଣ୍ୟ ହେଲେ ବି ଅଭିମାନ ଭାବ ପ୍ରକାଶ କରିନାହିଁ । ସେ ମହତ୍‌କାର୍ଯ୍ୟ ସାଧନ କରି ଚାଲିଛି । ସକଳ ଜୀବଜନ୍ତୁଙ୍କ ପଦାଘାତ ତାକୁ ନିତି ଅଶେଷ ପୀଡ଼ା ଦେଉଛି । ତା’ର କଷ୍ଟ ଓ ସହିବାର ଶେଷ ନାହିଁ । ସେ ନିର୍ବିକାର ଭାବେ ସବୁ ସହି ନେଉଛି । ତା’ ମଧ୍ୟରେ ତା’ର ବିରାଟପଣ ଓ ଉଦାରତା ଲୁକ୍‌କାୟିତ ହୋଇ ରହିଛି। ଜଗତର ଦୁଃଖ ସୁଖ ସହ ତା’ର ମଧ୍ୟ କୌଣସି ସମ୍ପର୍କ ନାହିଁ । ସେ କାହା ଦୁଃଖରେ ଦୁଃଖୀ ବା କାହା ସୁଖରେ ସୁଖୀ ହୁଏ ନାହିଁ । ସେ କିନ୍ତୁ ଜଗତର ଚିରନ୍ତନ ସତ୍ୟକୁ ଭଲ ଭାବେ ଜାଣିଛି । ସଁମସ୍ତ ଜୀବ ଦିନେ ନା ଦିନେ ମୃତ୍ୟୁବରଣ କରିବେ ଓ ଧରାପୃଷ୍ଠରେ ଧୂଳିକଣା ବକ୍ଷରେ ମିଶିଯିବେ । ଧୂଳିକଣା ସେମାନଙ୍କୁ ସାଦରେ କୋଳେଇ ନେବ ।

(ଖ) ଧୂଳିକଣା କ’ଣ ଦେଖୁଛି ବୋଲି କହିଛି ?
Answer:
ନାରୀ କବି ବିଦ୍ୟୁତ୍‌ପ୍ରଭା ଦେବୀଙ୍କ ‘ଧୂଳି’ କବିତାଟି ଧୂଳିକଣାର ମହତ୍ତ୍ବ ବର୍ଣ୍ଣନାରେ ମୁଖରିତ । ଅନନ୍ତ ଆକାଶ ତଳେ ଅବସ୍ଥିତ ଧୂଳିକଣା ସାନ ହେଲେ ହେଁ ଅଭିମାନ ହୀନ । ପୃଥ‌ିବୀର ସକଳ ଜୀବଙ୍କର ପାଦପାତକୁ ନିର୍ବିକାର ଭାବେ ସହ୍ୟ କରି ସେ ଧରାପଥରେ ପଡ଼ିରହିଛି । ସେ ନିର୍ବାକ୍, ନିଃସ୍ବ, ନିଃସହାୟ ଓ ଭରସାହୀନ । ଜଗତର ଦୁଃଖ ସୁଖ ତାକୁ ସ୍ପର୍ଶ କରିପାରିନି । ସେ ଏ ସୃଷ୍ଟିର ଲୀଳାଖେଳା ଦେଖୁଛି । ବିଶ୍ଵର ସକଳ ଅଭିଯାନ ତା’ ଆଖି ଆଗରେ ଘଟୁଛି । ତେଣୁ ସେ ସୃଷ୍ଟିର ସକଳ ସତ୍ୟକୁ ଜାଣିପାରିଛି । ବିଶ୍ଵଜୀବଙ୍କର ଶେଷଗତି କେଉଁଠିକି ତାହା ତାକୁ ଭଲଭାବେ ଜାଣା । ସୃଷ୍ଟିର ଆରମ୍ଭ କାଳରୁ ସେ ଏସବୁ ଲୀଳାଖେଳା ଦେଖୁଛି ବୋଲି ସେ କହିଛି ।

(ଗ) ‘ଧୂଳି’ କବିତା ଆମକୁ କ’ଣ ଶିକ୍ଷା ଦେଉଛି ?
Answer:
ନାରୀ କବି ବିଦ୍ୟୁତପ୍ରଭା ଦେବୀଙ୍କ ରଚିତ ‘ଧୂଳି’ କବିତାଟି ଏକ ଶିକ୍ଷଣୀୟ କବିତା । କ୍ଷୁଦ୍ରଠାରେ କିପରି ମହାନତା ପ୍ରକାଶ ପାଏ ତାହା ଏହି କବିତାରେ ବର୍ଣ୍ଣିତ ହୋଇଛି । ଧୂଳିକଣା ପୃଥ‌ିବୀରେ ସବୁଠାରୁ କ୍ଷୁଦ୍ର ବସ୍ତୁ; ମାତ୍ର ସକଳ ଜୀବଜନ୍ତୁଙ୍କୁ ସେ ତା’ ବକ୍ଷରେ ଧାରଣ କରିଛି । ସେମାନଙ୍କ ପାଦର ଅସହ୍ୟ ଆଘାତକୁ ହସି ହସି ସହିଯାଉଛି । ଶେଷରେ ବିଶ୍ଵର ସମସ୍ତ ଜୀବ ମୃତ୍ୟୁପରେ ମଧ୍ୟ ତା’ ଦେହରେ ମିଶିଯାଉଛନ୍ତି । କୌଣସି ଘାତପ୍ରତିଘାତ ବା ଦୁଃଖ ତାକୁ ତା’ ଲକ୍ଷ୍ୟପଥରୁ ବିଚ୍ୟୁତ କରିପାରି ନାହିଁ । ତେଣୁ ଧୂଳିକଣା ଜୀବନରୁ ଆମେ ଶିକ୍ଷା ପାଉଛୁ ଯେ କ୍ଷୁଦ୍ର ହେୟ ନୁହେଁ । ଆମେ ସବୁ ଦୁଃଖ ଯାତନାକୁ ହସି ହସି ସହିଯିବା ଓ ପରୋପକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା ।

(ଘ) ଧୂଳିକଣା ନିଜକୁ ଅତି ସାନ ମଣିବାର କାରଣ କ’ଣ ?
Answer:
ଏ ବିରାଟ ପୃଥ‌ିବୀରେ ଅନେକ ବିଶାଳକାୟ ଜୀବଜନ୍ତୁ ଅଛନ୍ତି । ସେମାନଙ୍କ ବିରାଟ ଆକାର ତୁଳନାରେ ଧୂଳିକଣାର ଆକାର ଖୁବ୍ ସାନ । କଣିକା ତୁଲ୍ୟ ଧୂଳିକଣା ପୃଥ‌ିବୀରେ ସବୁଠାରୁ କ୍ଷୁଦ୍ର ବସ୍ତୁ । ମାତ୍ର ସେଥ୍ପାଇଁ ଧୂଳିକଣା ମନରେ ଅବଶୋଷ କିମ୍ବା ଅଭିମାନ ନାହିଁ । କ୍ଷୁଦ୍ର ହେଲେ ବି ସେ ମହନୀୟ କାର୍ଯ୍ୟ କରି ମହୀୟାନ ହୋଇପାରିଛି । ପୃଥ‌ିବୀର ସବୁ ଜୀବଜନ୍ତୁଙ୍କୁ ସେ ନିଜ ବକ୍ଷରେ ସ୍ଥାନ ଦେଇଛି । ସମସ୍ତେ ତା’ ଉପରେ ପାଦ ପକାଇ ଆତଯାତ ହେଉଛନ୍ତି । ଏସବୁ ସତ୍ତ୍ଵେ ନିଜ ଉଦାର ଭାବନାରେ ଧୂଳିକଣା ନିଜକୁ ଖୁବ୍ ସାନ ମନେକରିଛି ।

(ଙ) ନିଜର ମଥାକୁ ଧୂଳିକଣା କାହିଁକି ଦକ୍ଷ ବୋଲି ଭାବିଛି ?
Answer:
ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କ ‘ଧୂଳି’ କବିତାଟି ଏକ ଉଦାର ଭାବନା ସମ୍ବଳିତ କବିତା । ଏ ବିଶାଳ ବିଶ୍ଵରେ ଧୂଳିକଣା ଖୁବ୍ ସାନ ଓ ନଗଣ୍ୟ । ତାକୁ କେହି ଗୁରୁତ୍ଵ ପ୍ରଦାନ କରନ୍ତି ନାହିଁ । ତଥାପି ସେ ନିଜ ଗୁଣରେ ଗରୀୟାନ । ନାରୀକବିଙ୍କ ବର୍ଣ୍ଣନାରେ ଧୂଳିକଣା ନିର୍ବାକ୍ । ସେ କିଛି କହିପାରେ ନାହିଁ । ସେ ନିଃସ୍ବ, ତା’ର କେହି ସାହା ଭରସା ନାହାନ୍ତି । ତଥାପି ସେ ଅନ୍ୟ ବିରାଟ ଓ କ୍ଷୁଦ୍ର ଜୀବମାନଙ୍କୁ ନିଜ ବକ୍ଷରେ ସ୍ଥାନ ଦେଇ ଭରସା ଦେଇଛି । ସେମାନଙ୍କ ପାଇଁ ସମ୍ବଳ ପାଲଟିଛି । ପୃଥ‌ିବୀର ସକଳ ଜୀବଙ୍କ ପଦାଘାତଜନିତ କଷ୍ଟକୁ ସେ ନିର୍ବିକାର ଚିତ୍ତରେ ସହି ନେଉଛି । କେବେ କୌଣସି ପ୍ରତିବାଦ କରିନି । ତେଣୁ ଧୂଳିକଣା ନିଜ ମଥାକୁ ଦକ୍ଷ ବୋଲି କହିଛି ।

(ଚ) ନିର୍ବିକାର ଭାବରେ ଧୂଳିକଣା କ’ଣ ସହେ ?
Answer:
ନାରୀକବି ବିଦ୍ୟୁତ୍ ପ୍ରଭାଦେବୀଙ୍କ ‘ଧୂଳି’ କବିତାରେ ଧୂଳିକଣାର ସହନଶୀଳ ଉଦାରଭାବ ପ୍ରକାଶ ଲାଭକରିଛି । ନୀଳାକାଶ ତଳେ ସ୍ଥିତ ପୃଥ‌ିବୀରେ ଧୂଳିକଣା ସବୁଠାରୁ କ୍ଷୁଦ୍ର । ହେଲେ ସେଥ‌ିପାଇଁ ତା’ର କାହା ଉପରେ ଅଭିମାନ ନାହିଁ । ସମସ୍ତେ ତାକୁ ହେୟ ମନେକରନ୍ତି; ମାତ୍ର ତା’ମନରେ କାହାପ୍ରତି ଅଭିମାନ ନାହିଁ । ସାନ ବୋଲି ଅବଶୋଷ କି ଅବସାଦ ତା’ମନକୁ ଛୁଇଁନାହିଁ । କୋଟି କୋଟି ଜୀବଜନ୍ତୁଙ୍କ ପଦାଘାତ ତାକୁ ନିତି ଅଶେଷ ପୀଡ଼ା ଦେଉଛି । ତଥାପି ସେ ପ୍ରତିବାଦ କରିନି । ନିର୍ବିକାର ଚିତ୍ତରେ ସେ ସେହି ପଦାଘାତଜନିତ କଷ୍ଟ ସହ୍ୟ କରୁଛି ଓ ଧରାପଥରେ ପଡ଼ିରହିଛି ।

(ଛ) ‘ଧୂଳି’ କବିତାର ବୈଶିଷ୍ଟ୍ୟ କ’ଣ ?
Answer:
ଧୂଳିକଣାଟିଏ ବିଶ୍ଵରେ ନିହାତି ସାନ ହେଲେ ମଧ୍ୟ ତା’ ପ୍ରାଣରେ ଅଭିମାନ ନାହିଁ । ସମସ୍ତ ଜୀବଜନ୍ତୁଙ୍କର ପୀଡ଼ା ସହ୍ୟକରି ସେ ନିର୍ବିକାର ରହେ । ସେ ଏତିକି ଜାଣେ ଯେ ସବା ଶେଷରେ ସମଗ୍ର ବିଶ୍ବର ଜୀବଜଗତ ତା’ ସହିତ ମିଶିଯିବେ । ସୃଷ୍ଟି ଆରମ୍ଭରୁ ଏଭଳି ସମସ୍ତ ଘଟଣାକୁ ସେ ଦେଖୁ ଆସିଛି । ଏକ ବାସ୍ତବ ସତ୍ୟ ହିଁ କବିତାର ବୈଶିଷ୍ଟ୍ୟ ।

କବି ପରିଚୟ;

ବିଦ୍ୟୁତ୍‌ପ୍ରଭା ଦେବୀ (୧୯୨୬-୧୯୭୭) ଆଧୁନିକ ଯୁଗର ଜଣେ ବିଶିଷ୍ଟ ନାରୀକବି । ସେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ନାଟରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଜଣେ ଗୃହିଣୀ ହେଲେ ମଧ୍ୟ ସେ ଯେଉଁ କାବ୍ୟକବିତା ରଚନା କରି ଓଡ଼ିଆ ବାଣୀ ଭଣ୍ଡାରକୁ ପରିପୁଷ୍ଟ କରିଛନ୍ତି, ତାହା ଅନ୍ୟତ୍ର ବିରଳ । ତାଙ୍କ ରଚିତ ‘ଉତ୍କଳ ସାରସ୍ଵତ ପ୍ରତିଭା’, ‘ସ୍ଵପ୍ନଦୀପ’, ‘ମରୀଚିକା’, ‘ଝରା ଶିଉଳି’, ‘ଯାହାକୁ ଯିଏ’, ‘ବନ୍ଦନିକା’ ପ୍ରଭୃତି କବିତାଗ୍ରନ୍ଥ ଓଡ଼ିଆ କାବ୍ୟ ସାହିତ୍ୟର ଏକ ଏକ ଅମୂଲ୍ୟ ସମ୍ପଦା

କବିତାର ଆଦର୍ଶ :

ପଠିତ ‘ଧୂଳି’ କବିତାଟି କବିଙ୍କ ରଚିତ ‘ମରୀଚିକା’ କବିତା ସଂକଳନରୁ ସଂଗୃହୀତ । ଧୂଳି ଅତି ନଗଣ୍ୟ ପଦାର୍ଥ ହେଲେ ମଧ୍ୟ ସୃଷ୍ଟିର ଆରମ୍ଭରୁ ତାହା ରହିଛି । ସୃଷ୍ଟିର ସମସ୍ତ ପରିବର୍ତ୍ତନକୁ ସେ ନିଜ ଆଖିରେ ଦେଖୁଛି । ଏ ସୃଷ୍ଟିର ଜୀବଜଗତ ଶେଷରେ ତା’ରି ଦେହରେ ମିଶିଥାଏ । ତଥାପି ମନରେ ଅହଙ୍କାର ନରଖୁ ସେ ସବୁ ଦୁଃଖକୁ ସହିନେଉଛି ।

ସାରକଥା:

ଆକାଶ ତଳେ ଥିବା ଧୂଳିକଣା ବିଶ୍ଵରେ ସବୁଠାରୁ କ୍ଷୁଦ୍ର ଅଟେ । ଜୀବନରେ ତା’ର କାହା ସହିତ କିଛି ମାନ ଅଭିମାନ ନାହିଁ । ପ୍ରତିଦିନ କେତେ ଜୀବଜନ୍ତୁ ସେମାନଙ୍କର ପାଦରେ ଦଳି ଚକଟି ତାକୁ କଷ୍ଟ ଦେଉଛନ୍ତି । ହେଲେ ମନରେ ଟିକେ ଦୁଃଖ ନକରି ସେ ବିକାରଶୂନ୍ୟ ହୋଇ ସେହିପରି ଏହି ଧରାପଥରେ ପଡ଼ି ରହିଛି । ଏ ପୃଥ‌ିବୀରେ ଘଟୁଥ‌ିବା ଦୁଃଖସୁଖ ସହିତ ତା’ର କୌଣସି ସମ୍ପର୍କ ନାହିଁ । ତେବେ ସେ ଖାଲି ଜାଣିଛି ଏ ବିଶ୍ବର ଜୀବଗଣ ତା’ରି ଦେହରେ ଶେଷରେ ବିଲୀନ ହେବେ । ତା’ର ମୁହଁରୁ କଥା ବାହାରୁ ନାହିଁ । ସେ ଅତି ଦରିଦ୍ର । ତା’ର କେହି ସାହା ଭରସା ନାହାନ୍ତି । ତଥାପି ସବୁପ୍ରକାରର ଚାପ ସହିନେବାରେ ତା’ର ମଥା ବେଶ୍ ଦକ୍ଷ ଅଟେ । ସୃଷ୍ଟିର ଆରମ୍ଭକାଳରୁ ଧୂଳି ସବୁକିଛି ଅଭିଯାନ ବସି ଦେଖୁଅଛି । ଆକାଶ ତଳେ ଥିବା ଧୂଳିକଣା ଏ ପୃଥ‌ିବୀରେ ଖୁବ୍ ସାନ ହେଲେ ମଧ୍ୟ ତା’ର ଆଦର୍ଶ ଅତ୍ୟନ୍ତ ମହାନ୍ତି ।

କଠିନ ଶବ୍ଦାର୍ଥ:

  • ଅଭିମାନ – ଅହଙ୍କାର ।
  • ଜନ୍ତୁ-ଜୀବ – ଜୀବଜନ୍ତୁ ।
  • ପୀଢ଼ଇ- କଷ୍ଟଦିଏ ।
  • ସବୁରି – ସମସ୍ତଙ୍କର ।
  • ନିତି – ସବୁଦିନେ ।
  • ନିର୍ବିକାରେ – ବିକାରଶୂନ୍ୟଭାବେ ।
  • ଧରାପଥେ – ପୃଥ‌ିବୀର ରାସ୍ତାରେ ।
  • ବୁକୁ – ଛାତିରେ ।
  • ନିଃସ୍ବ – ଦରିଦ୍ର ।
  • ଭରସାହୀନ – ସାହାଭରସାଶୂନ୍ୟ ।
  • ଚିର – ସର୍ବଦା ।
  • ଦକ୍ଷ – ଯୋଗ୍ୟ ।
  • ଶିର – ମଥା ।

Leave a Comment