Odisha State Board BSE Odisha 6th Class Odia Solutions Chapter 6 ବନବାଣୀ Textbook Exercise Questions and Answers.
BSE Odisha Class 6 Odia Solutions Chapter 6 ବନବାଣୀ
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର
Question ୧। ଉତ୍ତର କୁହା
(କ) ପୁରାତନ ଭାରତର ଛାତ୍ରମାନେ କେଉଁ ସ୍ଥାନରେ ରହି ଶିକ୍ଷାଲାଭ କରୁଥିଲେ ?
Answer:
ପୁରାତନ ଭାରତରେ ଛାତ୍ରମାନେ ଅରଣ୍ୟରେ ଆର୍ଯ୍ୟଋଷିମାନଙ୍କ ଚରଣତଳେ ବସି ଶିକ୍ଷାଲାଭ କରୁଥିଲେ ।
(ଖ) କେଉଁମାନଙ୍କର ପବିତ୍ର ସ୍ମୃତି ଏବେ ବି ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି ?
Answer:
ଭାରତୀୟ ଯୋଗୀ ଋଷିମାନଙ୍କର ପବିତ୍ର ସୂତି ଏବେ ମଧ୍ୟ ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି ।
(ଗ) ରାଜା ମହାରାଜାମାନେ ଜୀବନରେ କାହାର ଆଶ୍ରୟ ନେଇ ନିଜକୁ କୃତାର୍ଥ ମଣୁଥିଲେ ?
Answer:
ରାଜା ମହାରାଜାମାନେ ଜୀବନର ଶେଷ ଦଶାରେ ‘ମୁନିବନ ତରୁଛାୟା’ର ଆଶ୍ରୟ ନେଇ ନିଜକୁ କୃତାର୍ଥ ମଣୁଥିଲେ ।
(ଘ) ଭାରତର କେଉଁ ପ୍ରାଚୀନ କାବ୍ୟ, ନାଟକ ଆଦିରେ ଅରଣ୍ୟର କଥା କୁହାଯାଇଛି ?
Answer:
ପ୍ରାଚୀନ ନାଟକ ‘ଶକୁନ୍ତଳା’, ‘ଉତ୍ତର ରାମଚରିତ’ ଓ କାବ୍ୟ ‘କୁମାର ସମ୍ଭବ’ ରେ ଅରଣ୍ୟର କଥା କୁହାଯାଇଛିା
Question ୨।
ପଠିତ ପ୍ରବନ୍ଧରୁ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜି ଲେଖ ।
(କ) ଭାରତୀୟ ଭାବୁକମାନେ କାହିଁକି ପ୍ରକୃତିକୁ ସମସ୍ତ ପ୍ରେରଣାର ଉତ୍ସ ବୋଲି ଗ୍ରହଣ କରିଛନ୍ତି ?
Answer:
ଦୃଷ୍ଟିରେ ପ୍ରକୃତି ନିର୍ଜୀବ ଓ ଜଡ଼ ନୁହେଁ । ବରଂ ତାହା ଏକ ମହାଶକ୍ତି ରୂପେ ବିଦ୍ୟମାନ ହୋଇ ପ୍ରତି ମୁହୂର୍ଭରେ ପ୍ରେରଣା ଦେଉଥିଲା । ଏହା ସଙ୍ଗେ ସେମାନଙ୍କର ପ୍ରକୃତି ସହିତ ଘନିଷ୍ଠ ମିଳନ ଘଟୁଥିବାରୁ ସେମାନେ ବିଶ୍ଵପ୍ରାଣରେ ନିଜ ପ୍ରାଣ ଏବଂ ନିଜ ପ୍ରାଣରେ ବିଶ୍ଵପ୍ରାଣକୁ ଅନୁଭବ କରି ପାରୁଥିଲେ ।
(ଖ) ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷମାନେ କାହିଁକି ଅରଣ୍ୟରେ ସମୟ ଅତିବାହିତ କରୁଥିଲେ ?
Answer:
ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷଗଣ ସଂସାର କ୍ଷେତ୍ରରେ ସମାଜର ନେତୃତ୍ଵ ନେବା ପୂର୍ବରୁ ଜୀବନର ସଂଯମ ଓ ସାଧନା ପାଇଁ ଅରଣ୍ୟ ମଧ୍ୟରେ ଦୀର୍ଘକାଳ ଅତିବାହିତ କରୁଥିଲେ । ଏଭଳି ଅବସ୍ଥାରେ ନ ପଡ଼ିଲେ ଜୀବନର ବାସ୍ତବିକତା ସମ୍ବନ୍ଧରେ ମନୁଷ୍ୟର ଯଥାର୍ଥ ଜ୍ଞାନ ଜନ୍ମିବ ନାହିଁ । ତେଣୁ ସେମାନେ ଅରଣ୍ୟରେ ଦୀର୍ଘ ସମୟ ଅତିବାହିତ କରୁଥିଲେ ।
(ଗ) ଭାରତୀୟ ସଭ୍ୟତାର ପରିବର୍ତ୍ତନ ଯୋଗୁଁ ବନପ୍ରଦେଶ କିପରି ବଦଳିଛି ?
Answer:
ସଭ୍ୟତାର ପରିବର୍ତ୍ତନ ଯୋଗୁଁ ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି । ଏବେ ଆଉ ଋଷି ଆଶ୍ରମ ଦେଖିବାକୁ ମିଳୁନାହିଁ କିମ୍ବା ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ମୁଖରିତ ହେଉନାହିଁ ।
(ଗ) ଭାରତୀୟ ସଭ୍ୟତାର ପରିବର୍ତ୍ତନ ଯୋଗୁଁ ବନପ୍ରଦେଶ କିପରି ବଦଳିଛି ?
Answer:
ସଭ୍ୟତାର ପରିବର୍ତ୍ତନ ଯୋଗୁଁ ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି । ଏବେ ଆଉ ଋଷି ଆଶ୍ରମ ଦେଖିବାକୁ ମିଳୁନାହିଁ କିମ୍ବା ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ମୁଖରିତ ହେଉନାହିଁ । ଆଜି ପୂର୍ବକାଳର ଋଷି ଆଶ୍ରମ ନଥିଲେ ଓ ଶିଷ୍ୟଗଣଙ୍କ ବେଦ ଧ୍ଵନିରେ ବନପ୍ରଦେଶ ମୁଖରିତ ହେଉ ନ ଥିଲେ ମଧ୍ୟ ସେହି ସହସ୍ର ସହସ୍ର ବର୍ଷ ପୂର୍ବର ସ୍ମୃତି ଏବେ ମଧ୍ୟ ଭାରତୀୟଙ୍କ ମନରୁ ଲୋପ ପାଇ ଯାଇନାହିଁ । ବନବାଣୀ ହିଁ ଏ ଦେଶର ସଭ୍ୟତାର ବିଶେଷତ୍ଵ । ଏହା ଭାରତୀୟଙ୍କ ହୃଦୟରେ ସର୍ବଦା ଚିରଜାଜ୍ୱଲ୍ୟ ହୋଇ ରହିଛି । ତେଣୁ ବନବାଣୀକୁ ଭାରତର ବାଣୀ ବୋଲି କୁହାଯାଇଛି ।
(ଘ) ବନବାଣୀକୁ କାହିଁକି ‘ଭାରତର ବାଣୀ’ ବୋଲି କୁହାଯାଇଛି ?
Answer:
ଆଜି ପୂର୍ବକାଳର ଋଷି ଆଶ୍ରମ ନଥିଲେ ଓ ଶିଷ୍ୟଗଣଙ୍କ ବେଦ ଧ୍ଵନିରେ ବନପ୍ରଦେଶ ମୁଖରିତ ହେଉ ନ ଥିଲେ ମଧ୍ୟ ସେହି ସହସ୍ର ସହସ୍ର ବର୍ଷ ପୂର୍ବର ସ୍ମୃତି ଏବେ ମଧ୍ୟ ଭାରତୀୟଙ୍କ ମନରୁ ଲୋପ ପାଇ ଯାଇନାହିଁ । ଏ ଦେଶର ସଭ୍ୟତାର ବିଶେଷତ୍ଵ। ଏହା ଭାରତୀୟଙ୍କ ହୃଦୟରେ ସର୍ବଦା ଚିରଜାଜ୍ୱଲ୍ୟ ହୋଇ ରହିଛି । ତେଣୁ ବନବାଣୀକୁ ଭାରତର ବାଣୀ ବୋଲି କୁହାଯାଇଛି ।
Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ଼ ନୁହେଁ, ତାହା ଏକ ମହାଶକ୍ତି ।
Answer:
ପ୍ରକୃତି ସେମାନଙ୍କ ……………………….. ମହାଶକ୍ତି ।
ଶଂସିତ ଗଦ୍ୟାଶଟି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଲିଖିତ ‘ବନବାଣୀ’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକ ଭାରତୀୟ ଭାବୁକଙ୍କ ଦୃଷ୍ଟିରେ ପ୍ରକୃତି କିପରି ମହାଶକ୍ତି ଭାବରେ ପରିଚିତ, ସେ ସମ୍ପର୍କରେ ଆଲୋକପାତ କରିଛନ୍ତି । ଶାନ୍ତ କୋମଳ ଅରଣ୍ୟରେ ଭାରତର ସଭ୍ୟତା ଓ ସଂସ୍କୃତିର ବିକାଶ ଘଟିଥିଲା। ଏହି ଅରଣ୍ୟ ଥିଲା ମୁନିଋଷିଙ୍କର ସାଧନାର ପୀଠସ୍ଥଳୀ ଓ ରାଜା, ମହାରାଜାମାନଙ୍କର ଶେଷ ଜୀବନର ଆଶ୍ରୟସ୍ଥଳୀ । ଏହି ବନପ୍ରଦେଶର ଚିତ୍ର ଭାରତର କାବ୍ୟ, ନାଟକ, ପୁରାଣାଦିରେ ଚିତ୍ରିତ ହୋଇଛି ।
ସେଥିରେ ବର୍ଣ୍ଣିତ ଘଟଣା ସକଳ କବିଙ୍କର ପୂର୍ଣପ୍ରାଣତା ପ୍ରକାଶର ମାଧ୍ୟମ ହୋଇଛି । ଏହି ଅରଣ୍ୟ ପ୍ରକୃତି ଭାରତୀୟ ଭାବୁକମାନଙ୍କର ପ୍ରେରଣାର ମୂଳ କାରଣ ଭାବରେ ଗୃହୀତ । ପ୍ରକୃତି ସେମାନଙ୍କ ଦୃଷ୍ଟିରେ ନିର୍ଜୀବ ବା ଜଡ଼ ନୁହେଁ, ବରଂ ଏକ ମହାଶକ୍ତି । ପ୍ରକୃତି ସହିତ ଘନିଷ୍ଠ ମିଳନଦ୍ବାରା ସେମାନେ ବିଶ୍ଵପ୍ରାଣରେ ନିଜ ପ୍ରାଣ ଓ ନିଜ ପ୍ରାଣରେ ବିଶ୍ଵପ୍ରାଣକୁ ଅନୁଭବ କରିପାରୁଥିଲେ । ଏପରି ମହାନ୍ ଅନୁଭୂତି ପ୍ରଦାନ କରୁଥିବା ପ୍ରକୃତି କେବେହେଲେ ନିର୍ଜୀବ ବା ଜଡ଼ ହୋଇ ନ ପାରେ । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯଥାର୍ଥ ଅଟେ ।
(ଖ) ଭାରତର ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି ।
Answer:
ଭାରତର ସଭ୍ୟତା …………………………… ପରିବର୍ତ୍ତିତ ହୋଇଛି ।
ଉଦ୍ଧୃତାଂଶଟି ପଠିତ ସାହିତ୍ୟ ବହିର ‘ବନବାଣୀ’ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ଲେଖକ ପଣ୍ଡିତ ଗୋପବନ୍ଧୁ ଦାସ ବାହ୍ୟ ପ୍ରଭାବରେ ଭାରତୀୟ ସଭ୍ୟତା ଓ ଚିନ୍ତାର ଗତି କିପରି ପରିବର୍ତ୍ତିତ ହୋଇଛି, ତାହା ଉପରେ ଆଲୋକପାତ କରିଛନ୍ତି । ଦିନେ ବନ ଥିଲା ସମସ୍ତ ପ୍ରଗତିର ମୂଳଉତ୍ସ, ଭାରତୀୟ ଭାବୁକମାନଙ୍କର ପ୍ରେରଣାର ମୂଳ ନିଦାନ । ମହାକାବ୍ୟ ବର୍ଣ୍ଣିତ ମହାପୁରୁଷମାନଙ୍କର ସଂଯମ ତଥା ସାଧନାର ପରୀକ୍ଷାଗାର ଥିଲା ଏହି ଅରଣ୍ୟ । ଅରଣ୍ୟର ତରୁଲତାଗଣ ଭାବୁକ କାନରେ ନୀରବ ବାଣୀ ଶୁଣାଇ ଅନୁପ୍ରେରିତ କରୁଥିଲେ । ବନସ୍ପତିର ମାହାତ୍ମ୍ୟକୁ ସେମାନେ ମର୍ମେ ମର୍ମେ ଅନୁଭବ କରୁଥିଲେ ।
ହେଲେ ଆଜି ସେସବୁ ବାହାର ସଭ୍ୟତାର ପ୍ରଭାବରେ ପରିବର୍ତ୍ତିତ ହୋଇଯାଇଛି । ପୂର୍ବରୁ ସେ ଋଷି ଆଶ୍ରମ ନାହିଁ । ସେଠାରୁ ଆଉ ବେଦଧ୍ଵନି ଶୁଣାଯାଉନାହିଁ । ଏସବୁ ପ୍ରଭାବ ସତ୍ତ୍ଵେ ଏହି ଅରଣ୍ୟର ପବିତ୍ର ସ୍ମୃତି ଭାରତବାସୀଙ୍କ ହୃଦୟରୁ ସଂପୂର୍ଣ୍ଣ ଲୋପ ପାଇଯାଇ ନାହିଁ, ବରଂ ଏହି ବନବାଣୀ ଭାରତରବାଣୀ ପାଲଟି ଯାଇଛି । ସମୟ ସ୍ରୋତରେ ପ୍ରତ୍ୟେକ ସଭ୍ୟତାର ପରିବର୍ତ୍ତନ ଘଟିଛି । ହେଲେ ସେହି ସ୍ରୋତରେ ସଂପୂର୍ଣ୍ଣ ଭାସିଯାଇ ଦେଶ ସଭ୍ୟତାର ବିଶେଷତ୍ଵକୁ ହରାଇବା ଅନୁଚିତା ବାସ୍ତବରେ ଲେଖକଙ୍କର ଏହି ଉକ୍ତି ବେଶ୍ ହୃଦୟସ୍ପର୍ଶୀ ତଥା ସମୟୋପଯୋଗୀ ହୋଇପାରିଛି ।
Question ୪।
ପ୍ରତ୍ୟେକ ଧାଡ଼ିରେ ତିନୋଟି ଏକଜାତୀୟ ଶବ୍ଦ ସହିତ ଗୋଟିଏ ଭିନ୍ନଜାତୀୟ ଶବ୍ଦ ମିଶି ରହିଛି । ଭିନ୍ନଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ ।
(କ) ଯୋଗୀ, ମୁନି, ଋଷି, ରୋଗୀ
(ଖ) ପ୍ରୌଢ଼, ନାଗରିକ, ବାଳକ, ଯୁବକ
(ଗ) ବନ, ଉପବନ, ଅରଣ୍ୟ, ପର୍ବତ
(ଘ) କାବ୍ୟ, କିମ୍ବଦନ୍ତୀ, ନାଟକ, ପୁରାଣ
(ଙ) ତରୁ, ବିହଙ୍ଗ, ଦ୍ରୁମ, ମହାଦ୍ରୁମ
Answer:
(କ) ଯୋଗୀ
(ଖ) ନାଗରିକ
(ଗ) ପର୍ବତ
(ଘ) କିମ୍ବଦନ୍ତୀ
(ଙ) ବିହଙ୍ଗ
Question ୫।
ତଳେ ‘କ’ ଓ ‘ଖ’ ସ୍ତମ୍ଭରେ କିଛି ଶବ୍ଦ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ପରସ୍ପର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ବାକ୍ୟ କର।
‘କ’ | ‘ଖ’ |
ଅବଶ୍ୟ | କ୍ଷେତ୍ର |
ତରୁ | ସ୍ରୋତ |
ଚିନ୍ତ୍ରା | ପାଠ |
କାର୍ଯ୍ୟ | ପ୍ରଦେଶ |
ସାଧନା | ଛାୟା |
Answer:
ଅରଣ୍ୟପ୍ରଦେଶ, ତରୁଛାୟା, ଚିନ୍ତାସ୍ରୋତ, କାର୍ଯ୍ୟକ୍ଷେତ୍ର, ସାଧନାପୀଠ
ଅରଣ୍ୟପ୍ରଦେଶର – ଅରଣ୍ୟପ୍ରଦେଶର ଦୃଶ୍ୟ ଖୁବ୍ ମନୋରମ ।
ତରୁଛାୟା – ତରୁଛାୟା ତଳେ ବସି ଋଷି ବେଦପାଠ କରୁଛନ୍ତି ।
ଚିନ୍ତ୍ରାସ୍ରୋତ – ମନ ମଧ୍ୟରେ ଅଜସ୍ର ଚିନ୍ତାସ୍ରୋତ ଖେଳିଗଲା ।
କାର୍ଯ୍ୟକ୍ଷେତ୍ର – ରାମବାବୁ ନିଜର କାର୍ଯ୍ୟକ୍ଷେତ୍ରରେ ବେଶ୍ ନାଁ କରିଛନ୍ତି ।
ସାଧନାପାଠ – ଜଗନ୍ନାଥ ଦାସଙ୍କ ସାଧନାପୀଠ ଭାବରେ ବଡ଼ଓଡ଼ିଆ ମଠ ସୁପରିଚିତ ।
Question ୬ ।
ବନ୍ଧନୀରୁ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କରି ପାଠଟିକୁ ପୂର୍ଣ୍ଣ ଭାବରେ ଲେଖ ।
ମହାଭାରତରେ ପଞ୍ଚୁପାଣ୍ଡବଙ୍କୁ ମଧ୍ୟ ରାଜ୍ୟଲାଭ ପୂର୍ବରୁ …………. ବନବାସରେ ଏହିପରି ଦୀର୍ଘ ………… ମଧ୍ୟଦେଇ ଯିବାକୁ ପଡ଼ିଅଛି । କେଜାଣି, ଅରଣ୍ୟର ତରୁଲତାଶ୍ରେଣୀ ଭାରତୀୟ ………….. କାନରେ କି …………. ବାଣୀ କହୁଥିଲେ । (ଅଜ୍ଞାତ, ନୀରବ, ଭାବୁକ, ସାଧନା)
Answer:
ମହାଭାରତରେ ପଞ୍ଚୁପାଣ୍ଡବଙ୍କୁ ମଧ୍ୟ ରାଜ୍ୟଲାଭ ପୂର୍ବରୁ ଅଜ୍ଞାତ ବନବାସରେ ଏହିପରି ଦୀର୍ଘ ସାଧନା ମଧ୍ୟଦେଇ ଯିବାକୁ ପଡ଼ିଅଛି । କେଜାଣି, ଅରଣ୍ୟର ତରୁଲତାଶ୍ରେଣୀ ଭାରତୀୟ ଭାବୁକ କାନରେ କି ନୀରବ ବାଣୀ କହୁଥିଲେ ।
Question ୭।
ତଳ କୋଠରିମାନଙ୍କରେ କେତୋଟି ଅକ୍ଷର ଦିଆଯାଇଛି । ପ୍ରତିଧାଡ଼ିରୁ ଅକ୍ଷରମାନଙ୍କୁ ନେଇ କେତୋଟି ଦୁଇ ଓ ତିନି ଅକ୍ଷରବିଶିଷ୍ଟ ଶବ୍ଦ ତିଆରି କର ।
Answer:
ସାଧବ, ବନ, ସାଧନ, ବସା, ଧବ ସ୍ୱର, ନଗର, ନର, ଗର, ସ୍ଵନ ରସ, ସଭ୍ୟ, ମର,ସର, ସମ, ଅର୍କ, ସମ୍ପର୍କ ଦର୍ଶନ, ମନ, ଦମ, ଦମନ,
Question ୮।
ପ୍ରତି ବାକ୍ୟର କିଛି ଅଂଶ ‘କ’ ସ୍ତମ୍ଭରେ ଓ କିଛି ଅଂଶ ‘ଖ’ ସ୍ତମ୍ଭରେ ଦିଆଯାଇଅଛି । ଦୁଇ ସ୍ତମ୍ଭରେ ପରସ୍ପର ସମ୍ପର୍କ ଥିବା ବାକ୍ୟାଶକୁ ଏକାଠି ମିଳାଇ ଲେଖ ।
Answer:
‘କ’ | ‘ଖ’ |
ପ୍ରକୃତି ସେମାନଙ୍କ ନିକଟରେ | ଭାରତର ବାଣୀ |
ବନ ବାଣୀ ହିଁ | ବନପ୍ରଦେଶ ମୁଖରିତ ହେଉନାହିଁ |
ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ | ପ୍ରାଣରେ ଅନୁଭବ କରୁଥିଲେ |
ବନସ୍ପତିର ମାହାତ୍ମ୍ୟ | ସାଧନାପୀଠ ଥିଲା |
ଅରଣ୍ୟ ହିଁ ସେମାନଙ୍କର | ନିର୍ଜୀବ ଏବଂ ଜଡ଼ ନୁହେଁ |
Answer:
(୧) ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ଼ ନୁହେଁ ।
(୨) ବନବାଣୀ ହିଁ ଭାରତର ବାଣୀ ।
(୩) ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ମୁଖରିତ ହେଉନାହିଁ ।
(୪) ବନସ୍ପତିର ମାହାତ୍ମ୍ୟ ପ୍ରାଣରେ ଅନୁଭବ କରୁଥିଲେ ।
(୫) ଅରଣ୍ୟ ହିଁ ସେମାନଙ୍କର ସାଧନାପୀଠ ଥିଲା ।
Question ୯।
ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକ ମଧ୍ୟରୁ ନିର୍ଭୁଲ ଶବ୍ଦଗୁଡ଼ିକୁ ବାଛି ଲେଖ ।
(କ) ଜାତିୟ, ଜାତୀୟ, ଯାତୀୟ
(ଖ) ବିଶେଷ, ବିଷେଶ, ବିସେଷ
(ଗ) ବାଲ୍ମିକୀ, ବାଲ୍ମୀକି, ବାଲ୍ମୀକି
(ଘ) ନୀର୍ଜିବ, ନିର୍ଜିବ, ନିର୍ଜୀବ
Answer:
(କ) ଜାତାୟ
(ଖ) ବିଶେଷ
(ଗ) ବାଲ୍ମ।କି
(ଘ) ନିର୍ଜାବ
ତୁମ ପାଇଁ କାମ:
୧। ଜଙ୍ଗଲ ସମ୍ପର୍କରେ ତୁମ ଅନୁଭୂତି ନିଜ ଭାଷାରେ ଲେଖ ।
୨। ଗୋପବନ୍ଧୁଙ୍କ ଅନ୍ୟାନ୍ୟ ରଚନାଗୁଡ଼ିକ ସଂଗ୍ରହ କରି ପଢ଼ ।
ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
Question ୧।
(କ) ବିପରୀତ ଶବ୍ଦ ଲେଖ ।
Answer:
ବିକାଶ – ବିନାଶ
ପବିତ୍ର – ଅପବିତ୍ର
ମିଳନ – ବିଚ୍ଛେଦ
ଜଡ଼ – ଚେତନ
ଉତ୍କୃଷ୍ଟ – ନିକୃଷ୍ଟ
(ଖ) ପ୍ରତିଶବ୍ଦ ଲେଖ ।
Answer:
ଅରଣ୍ୟ – ବଣ, ବନାନୀ, ଜଙ୍ଗଲ
ମୁନି – ସନ୍ୟାସୀ, ତାପସ, ଋଷି
ବିହଙ୍ଗ – ବିହଗ, ବିହଙ୍ଗମ, ପକ୍ଷୀ, ଖଗ
ନଦୀ – ନଈ, ସ୍ରୋତସ୍ଵିନୀ, ତଟିନୀ
(ଗ) ଅର୍ଥଗତ ପାର୍ଥକ୍ୟ ଲେଖ ।
Answer:
ବାଣି – ରସି/ଦଉଡ଼ି
ସୁଧା – ଅମୃତ
ଭୀତି – ଭୟ
ବାଣୀ- କଥା
ସୁଦ୍ଧା – ତଥାପି
ଭିଭି – ମୂଳଦୁଆ
Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଭାରତର ମହାପୁରୁଷମାନେ ଅରଣ୍ୟକୁ କେଉଁ ରୂପେ ନିରୂପଣ କରିଥିଲେ ?
Answer:
ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଏବଂ ସିଦ୍ଧିର ସ୍ଥାନ ରୂପେ ନିରୂପଣ କରିଥିଲେ ।
(ଖ) ଅରଣ୍ୟ ଭାରତୀୟ ସଭ୍ୟତାର କେନ୍ଦ୍ର କିପରି ଥିଲା ?
Answer:
ଅରଣ୍ୟ ମୁନିଋଷିଙ୍କର ସାଧନା ଓ ସିଦ୍ଧିର ସ୍ଥାନ ଥିଲା । ଭାରତୀୟ ସଭ୍ୟତାର ମୂଳଭିତ୍ତିର ଆବିର୍ଭାବ ଏହି ବନପ୍ରଦେଶରେ ହିଁ ହୋଇଥିଲା । ଏହିଠାରେ ହିଁ ଋଷିଙ୍କର ପବିତ୍ର ସ୍ମୃତିପୀଠ ରହିଥିଲା । ବାଲ୍ୟାବସ୍ଥାରେ ଭାରତର ସନ୍ତାନମାନେ ଏହିଠାରେ ଆର୍ଯ୍ୟଋଷିମାନଙ୍କ ଚରଣତଳେ ବସି ଶିକ୍ଷାଲାଭ କରୁଥିଲେ । ଏଣୁ ଅରଣ୍ୟକୁ ଭାରତୀୟ ସଭ୍ୟତାର କେନ୍ଦ୍ରରୂପେ ବିବେଚନା କରାଯାଇଥିଲା ।
(ଗ) ରାମଚନ୍ଦ୍ରଙ୍କୁ କାହିଁକି ନାନାବିଧ ଦୁଃଖ ଦୁର୍ବିପାକ ଭୋଗ କରିବାକୁ ପଡ଼ିଥିଲା ?
Answer:
ସଂସାରକ୍ଷେତ୍ରରେ ସମାଜର ନେତୃତ୍ୱ ନେବା ପୂର୍ବରୁ ଜୀବନର ସଂଯମ ଓ ସାଧନା ଆବଶ୍ୟକ । ସେଥିପାଇଁ ରାମଚନ୍ଦ୍ରଙ୍କୁ ଅଯୋଧ୍ୟା। ସିଂହାସନରେ ବସିବା ଆଗରୁ ଅରଣ୍ୟ ପ୍ରଦେଶରେ ନାନାବିଧ ଦୁଃଖ ଦୁର୍ବିପାକ ଭୋଗ କରିବାକୁ ପଡ଼ିଥିଲା ।
(ଘ) ଭାବୁକମାନେ ବନସ୍ପତିର ମାହାତ୍ମ୍ୟ ପ୍ରାଣରେ ଏତେ ଅନୁଭବ କରୁଥିଲେ କିପରି ?
Answer:
ଅରଣ୍ୟର ତରୁଲତା ଶ୍ରେଣୀ ସେହି ଭାବୁକମାନଙ୍କ କାନରେ ନୀରବ ବାଣୀ କହୁଥିଲେ । ପବନର ସନ ସନ ଶବ୍ଦ, ନଦୀର କଳ କଳ ନାଦ ଓ ପକ୍ଷୀମାନଙ୍କର କଳକୂଜନ ସେମାନଙ୍କ ପ୍ରାଣରେ ଅପୂର୍ବ ଭାବ ସୃଷ୍ଟି କରୁଥୁଲା, ଯଦ୍ବାରା ସେମାନେ ବନସ୍ପତିର ମାହାତ୍ମ୍ୟ ପ୍ରାଣରେ ଅନୁଭବ କରୁଥିଲେ ।
(ଙ) ବର୍ତ୍ତମାନ ଅନେକଙ୍କ ହୃଦୟରେ କେଉଁ ଆଶା ଜାଗିଛି ?
Answer:
କୌଣସି ବିଶେଷତ୍ଵ ଲୋପ ପାଇବା ଅର୍ଥ ସେ ଦେଶ ବା ଜାତିର ବିଲୟ । ଆମ୍ଭମାନଙ୍କର ଅନ୍ୟାନ୍ୟ ଲୁପ୍ତ ପ୍ରାୟ ଜାତୀୟ ବିଶେଷତ୍ଵ ପରି ଏ ବିଶେଷତ୍ଵ ଆଡ଼କୁ କ୍ରମେ ଚିନ୍ତା ଫେରିଅଛି ଏବଂ ଏହାର ପୁନରୁଦ୍ଧାର ଆଶା ଅନେକଙ୍କ ହୃଦୟରେ ବର୍ତ୍ତମାନ ଜାଗିଅଛି ।
Question ୩ ।
ସଂକ୍ଷେପରେ ଉତ୍ତର ଦିଅ ।
(କ) ରାଜ୍ୟଲାଭ ପୂର୍ବରୁ ପଞ୍ଚୁପାଣ୍ଡବଙ୍କୁ କ’ଣ କରିବାକୁ ପଡ଼ିଥିଲା ?
Answer:
‘ମହାଭାରତ’ରେ ପଞ୍ଚୁପାଣ୍ଡବଙ୍କୁ ରାଜ୍ୟଲାଭ ପୂର୍ବରୁ ଅଜ୍ଞାତ ବନବାସରେ ଦୀର୍ଘ ସାଧନା ମଧ୍ୟଦେଇ ଯିବାକୁ ପଡ଼ିଥିଲା । କାରଣ ଏଭଳି ଅବସ୍ଥାରେ ନ ପଡ଼ିଲେ ଜୀବନର ବାସ୍ତବିକତା ସମ୍ବନ୍ଧରେ ଯଥାର୍ଥ ଜ୍ଞାନ ଜନ୍ମ ନାହିଁ ।
(ଖ) ଭାରତୀୟ ସଭ୍ୟତାର ବିଶେଷତ୍ବ କ’ଣ ?
Answer:
‘ବନବାଣୀ ହିଁ ଭାରତର ବାଣୀ ’- ଏହାହିଁ ଭାରତୀୟ ସଭ୍ୟତାର ବିଶେଷତ୍ଵ । ଭାରତର ସଭ୍ୟତା ଓ ଚିନ୍ତାଧାରା ବାହ୍ୟ ପ୍ରଭାବରେ ଯେତେ ପ୍ରଭାବିତ ହେଲେ ମଧ୍ୟ ବନପ୍ରଦେଶର ଅତୀତ ଗାଥା ଏବେ ମଧ୍ୟ ଭାରତବାସୀଙ୍କ ସ୍ମୃତରୁ ବିଲୁପ୍ତ ହୋଇନାର୍ହା
(ଗ) କେଉଁମାନେ ଅରଣ୍ୟକୁ ଆପଣାର ସାଧନା ଓ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ ?
Answer:
ଅରଣ୍ୟ ଭାରତୀୟ ସଭ୍ୟତାର ପ୍ରାଣକେନ୍ଦ୍ର ଅଟେ । ଆବହମାନ କାଳରୁ ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଓ ସିଦ୍ଧିର ସ୍ଥାନ ରୂପେ ନିରୂପଣ କରିଥିଲେ ।
(ଘ) କେଉଁ ସମସ୍ତ ତତ୍ତ୍ଵର ଆବିର୍ଭାବ ବନପ୍ରଦେଶରେ ଘଟିଥିଲା ?
Answer:
ପ୍ରାଚୀନ କାଳରେ ଭାରତର ଯେଉଁ ସମସ୍ତ ତତ୍ତ୍ଵ ପୃଥିବୀକୁ ଆଲୋକିତ କରିଥିଲା, ସେସବୁର ଆବିର୍ଭାବ
(ଙ) ଭାରତର କେଉଁ କାବ୍ୟ, ନାଟକ, ପୁରାଣାଦିରେ ଅରଣ୍ୟର ଗୌରବ ସନ୍ନିବେଶିତ ହୋଇଛି ?
Answer:
ଭାରତର କାବ୍ୟ, ନାଟକ, ପୁରାଣାଦିରେ ଅରଣ୍ୟର ଗୌରବ ବିଶେଷ ଭାବେ ପ୍ରକଟିତ ହୋଇଛି । ‘ଶକୁନ୍ତଳା’, ‘କୁମାରସମ୍ଭବ’ ଓ ‘ଉତ୍ତର ରାମଚରିତ’ ଆଦି ଉତ୍କୃଷ୍ଟ ଓ ସୁନ୍ଦର ସାହିତ୍ୟରେ ଅରଣ୍ୟର ଗୌରବ ସୁନ୍ଦର ଭାବେ ସନ୍ନିବେଶିତ ହୋଇଛି ।
Question ୪।
ସରଳାର୍ଥ ଲେଖ ।
(କ) କୌଣସି ବିଶେଷତ୍ଵ ଲୋପପାଇବା ଅର୍ଥ ସେ ଦେଶ ବା ଜାତିର ବିଲୟ ।
Answer:
କୌଣସି …………………………….. ଜାତିର ବିଲୟ ।
ଶଂସିତ ଗଦ୍ୟାଶଟି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରଚିତ ‘ବନବାଣୀ’ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ଲେଖକ ଦେଶ ବା ଜାତିର ବିଲୟର କାରଣ ସମ୍ପର୍କରେ ଆଲୋକପାତ କରିଛନ୍ତି । ଭାରତୀୟ ସଭ୍ୟତା ଅନେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି । ଏହି ସଭ୍ୟତା ଓ ଚିନ୍ତାର ଗତି ମଧ୍ୟ ବାହାର ଦେଶର ସଭ୍ୟତା ପ୍ରଭାବରେ ପ୍ରଭାବିତ ହୋଇଛି । ଆଜି ଆଉ ଅତୀତର ଋଷି ଆଶ୍ରମ ନାହିଁ । ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ଆଉ ପୂର୍ବପରି ମୁଖରିତ ହେଉନାହିଁ । ତଥାପି ସେହି ଅନେକ ବର୍ଷର ସ୍ମୃତି ଏବେ ମଧ୍ୟ ଭାରତବାସୀଙ୍କ ହୃଦୟରେ ଅଲିଭା ସ୍ମୃତି ହୋଇରହିଛି । ଭାରତୀୟମାନଙ୍କ ମନ ବଚନରେ ବନବାଣୀର କଥା ମୁଖରିତ ହେଉଛି । କାରଣ ଏହା ହିଁ ଏ ଦେଶ ସଭ୍ୟତାର ବିଶେଷତ୍ଵ ଅଟେ । କୌଣସି ଦେଶର ବିଶେଷତ୍ଵ ଲୋପପାଇଯିବା ଅର୍ଥ ସେ ଦେଶ ବା ଜାତିର ବିଲୟ ଘଟିବା । ତେଣୁ ଯାହା ବା କିଛି ହେଉ, ଦେଶ ନିଜର ବିଶେଷତ୍ଵକୁ ହରାଇ ସଂପୂର୍ଣ୍ଣ ରୂପେ ବିଲୁପ୍ତ ହେବ ନାହିଁ । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯେପରି ଗୁରୁତ୍ଵପୂର୍ଣ୍ଣ, ସେପରି ଯୁଗୋପଯୋଗୀ ଅଟେ ।
(ଖ) ଆବହମାନ କାଳରୁ ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଏବଂ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ ।
Answer:
ଆବହମାନ କାଳରୁ ………………………….. ନିରୂପଣ କରିଥିଲେ ।
ଉକ୍ତ ଗଦ୍ୟାଶଟି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଲିଖିତ ‘ବନବାଣୀ’ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ଭାରତୀୟ ସଭ୍ୟତାର ବିକାଶ ଘଟାଇବାରେ ଅରଣ୍ୟର ଭୂମିକା ଉପରେ ଆଲୋକପାତ କରିଛନ୍ତି । ଅରଣ୍ୟ ଭାରତୀୟ ସଭ୍ୟତାର କେନ୍ଦ୍ର । ପାଶ୍ଚାତ୍ୟ ସଭ୍ୟତାର ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କ କାର୍ଯ୍ୟକ୍ଷେତ୍ର ପ୍ରଧାନତଃ ସହର ଥିଲା । ମାତ୍ର ଭାରତର ମହାପୁରୁଷମାନେ ଅରଣ୍ୟକୁ ନିଜ ସାଧନା ଓ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ । ପ୍ରାଚୀନ କାଳରେ ଯେଉଁସବୁ ତତ୍ତ୍ଵ ପୃଥିବୀକୁ ଆଲୋକ ଦେଇଥୁଲା, ସେ ସମସ୍ତର ଆବିର୍ଭାବ ବନପ୍ରଦେଶରେ ଘଟିଥିଲା ।
ବର୍ତ୍ତମାନ ମଧ୍ୟ ସେସବୁ ଭାରତୀୟ ସଭ୍ୟତାର ମୂଳଭିତ୍ତି ରୂପେ ବିଦ୍ୟମାନ । ପ୍ରାଚୀନ କାଳର ଯୋଗୀ ଋଷିମାନଙ୍କୁ ନେଇ ଆମେ ଗର୍ବ କରିଥାଉ । ସେମାନଙ୍କର ଅଧିଷ୍ଠାନ ଓ ସାଧନାପୀଠ ଥିଲା ଅରଣ୍ୟ । ବାଲ୍ୟାବସ୍ଥାରେ ଭାରତୀୟ ସନ୍ତାନମାନେ ଅରଣ୍ୟରେ ଯୋଗୀଋଷିଙ୍କ ପାଦତଳେ ବସି ବିଦ୍ୟାଶିକ୍ଷା କରୁଥିଲେ । ରାଜା ମହାରାଜାମାନେ ମଧ୍ୟ ଜୀବନର ଶେଷଦଶାରେ ରାଜ୍ୟ ଓ ଧନସଂପଦ ଛାଡ଼ି ଅରଣ୍ୟରେ ବାସ କରିବାକୁ ଶ୍ରେୟ ମଣୁଥିଲେ । ବାସ୍ତବରେ ଅରଣ୍ୟ ଥିଲା ଭାରତୀୟ ସଭ୍ୟତାର କେନ୍ଦ୍ର । ଉକ୍ତ ପ୍ରସଙ୍ଗରେ ଲେଖକଙ୍କ ବର୍ଣ୍ଣନା ବେଶ୍ ଭାବଗର୍ଭକ ହୋଇପାରିଛି ।
(ଗ) ‘ଅରଣ୍ୟ ହିଁ ସେମାନଙ୍କର ଅଧ୍ୟାନ ଏବଂ ସାଧନାପୀଠ ଥିଲା ।’’
ଅରଣ୍ୟ ହିଁ ………………………………… ସାଧନାପୀଠ ଥିଲା।
ଶଂସିତ ଗଦ୍ୟାଶଟି ଗୋପବନ୍ଧୁ ଦାସଙ୍କ ଲିଖ୍ତ ‘ବନବାଶା’ ପ୍ରବନ୍ଧରୁ ଗୃହାତା ଏଠାରେ ପ୍ରାବନ୍ଧିକ ଅରଶ୍ୟର ମହତ୍ତ୍ୱ ବର୍ଣ୍ଣନା କରିଛନ୍ତ୍ରା ଅରଣ୍ୟ ହେଉଛି ଭାରତୀୟ ସଭ୍ୟତାର କେନ୍ଦ୍ର । ଭାରତର ଯେଉଁ ସମସ୍ତ ତତ୍ତ୍ଵ ପ୍ରାଚୀନ କାଳରେ ପୃଥିବୀକୁ ଆଲୋକ ଦେଇଥୁଲା ସେ ସମସ୍ତର ଆବିର୍ଭାବ ସ୍ଥଳ ହେଉଛି ବନ ପ୍ରଦେଶ । ଯେଉଁ ଯୋଗୀ ଋଷିମାନଙ୍କର ପବିତ୍ର ସ୍ମୃତି ଭାରତ ପ୍ରାଣରେ ଜାତୀୟ ଗୌରବ ଜନ୍ମାଇଥାଏ, ଅରଣ୍ୟ ହିଁ ସେମାନଙ୍କର ଅଷ୍ଠାନ ଏବଂ ସାଧନା ପୀଠ ଥିଲା । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି ।
Question ୫।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) କେଉଁମାନେ ବନସ୍ପତିର ମାହାତ୍ମ୍ୟ ଅନୁଭବ କରୁଥିଲେ ?
Answer:
ଭାରତୀୟ ଭାବୁକମାନେ କାଳେ କାଳେ ପ୍ରକୃତିକୁ ପ୍ରେରଣାର ମୂଳ ନିଦାନ ବୋଲି ଗ୍ରହଣ କରିଛନ୍ତି । ସେମାନଙ୍କ ନିକଟରେ ନିର୍ଜୀବ ବା ଜଡ଼ ନୁହେଁ, ତାହା ଏକ ମହାଶକ୍ତି । ଜୀବନର ବାସ୍ତବତା ବୁଝିବା ନିମନ୍ତେ ଅରଣ୍ୟ ଜନସମାଜକୁ ପ୍ରେରଣା ଦେଉଥିଲା । ଅରଣ୍ୟର ତରୁଲତାଶ୍ରେଣୀ ଭାରତୀୟ ଭାବୁକ କାନରେ ନୀରବ ବାଣୀ କହୁଥିଲା । ପବନର ସନସନ ଶବ୍ଦ, ନଦୀର କଳକଳ ନାଦ ଓ ବିହଙ୍ଗକୁଳର କୋଳାହଳ ସେମାନଙ୍କ ପ୍ରାଣରେ ଅପୂର୍ବ ସ୍ପନ୍ଦନ ଜନ୍ମଉଥିଲା । ତହିଁରୁ ସେମାନେ ବନସ୍ପତିର ମାହାତ୍ମ୍ୟ ଅନୁଭବ କରୁଥିଲେ । ସେହି ବନସ୍ପତି ହିଁ ସେମାନଙ୍କୁ ବାସ୍ତବ ଜୀବନ ବିଷୟରେ ସଠିକ୍ ଜ୍ଞାନ ଦେଉଥିଲା । ବାସ୍ତବିକ ଅରଣ୍ୟ ହିଁ ଥିଲା ଭାରତୀୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ।
(ଖ) କେଉଁମାନେ କାହିଁକି ‘ମୁନିବନ ତରୁଛାୟା’ର ଆଶ୍ରୟ ନେଇ ଜୀବନକୁ କୃତାର୍ଥ ମଣୁଥିଲେ ?
Answer:
ବାଛିଥିଲେ । ବାଲ୍ୟାବସ୍ଥାରେ ଭାରତର ସନ୍ତାନମାନେ ଅରଣ୍ୟରେ ଗୁରୁକୁଳାଶ୍ରମରେ ରହି ମୁନିଋଷିଙ୍କଠାରୁ ବିଦ୍ୟା ଶିକ୍ଷା କରୁଥିଲେ । ଏହି ଅରଣ୍ୟରୁ ହିଁ ସେ କାଳରେ ପୃଥିବୀକୁ ଆଲୋକିତ କରିଥିବା ସମସ୍ତ ତତ୍ତ୍ଵର ଆବିର୍ଭାବ ଘଟିଥିଲା । ରାଜା ମହାରାଜାମାନେ ମଧ୍ୟ ଜୀବନର ଶେଷ ଦଶାରେ ରାଜ୍ୟ, ଧନସମ୍ପଦ ପରିତ୍ୟାଗ କରି ଅରଣ୍ୟ କୋଳରେ ଆଶ୍ରୟ ନେବାକୁ ଇଚ୍ଛା ପ୍ରକାଶ କରୁଥିଲେ । ମୁନିବନ ତରୁଛାୟାର ଆଶ୍ରୟ ନେଇ ସେମାନେ ଜୀବନକୁ କୃତାର୍ଥ ମଣୁଥିଲେ ।
(ଗ) ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷମାନେ କାହିଁକି ଅରଣ୍ୟରେ ସମୟ ଅତିବାହିତ କରୁଥିଲେ ?
Answer:
ଅରଣ୍ୟହିଁ ଥିଲା ଭାରତୀୟ ସଭ୍ୟତାର ଗୌରବର ମୂଳ ହେତୁ । ଅରଣ୍ୟ କବି ଓ ଭାବୁକମାନଙ୍କୁ ସୁନ୍ଦର ମହାକାବ୍ୟମାନ ରଚନା ପାଇଁ ପ୍ରେରଣା ଯୋଗାଇଥିଲା । ମହାକାବ୍ୟମାନଙ୍କରେ ଯେଉଁସବୁ ମହାପୁରୁଷମାନଙ୍କର ଆଲେଖ୍ୟ ଦିଆଯାଇଛି, ସେମାନେ ସଂସାର କ୍ଷେତ୍ରରେ ସମାଜର ନେତୃତ୍ୱ ନେବା ପୂର୍ବରୁ ଜୀବନର ସଂଯମ ଏବଂ ସାଧନା ନିମନ୍ତେ ଦୀର୍ଘକାଳ ଅରଣ୍ୟରେ ଅତିବାହିତ କରୁଥିଲେ । ଅଯୋଧ୍ୟାର ସିଂହାସନରେ ଅଧିଷ୍ଠିତ ହେବା ପୂର୍ବରୁ ରାମଚନ୍ଦ୍ରଙ୍କୁ ଚଉଦ ବର୍ଷ ପାଇଁ ବନବାସ କଷ୍ଟ ଭୋଗିବାକୁ ପଡ଼ିଥିଲା ।
ସେ ଅରଣ୍ୟରେ ନାନା ଦୁଃଖ ଓ ଦୁର୍ବିପାକ ଭୋଗିଥିଲେ । ଏଭଳି ଅବସ୍ଥାରେ କାଳାତିପାତ କରି ସେ ଜୀବନର ବାସ୍ତବିକତା ସମ୍ବନ୍ଧରେ ଜ୍ଞାନଲାଭ କରିଥିଲେ । ସେହିପରି ‘ମହାଭାରତ’ରେ ପଞ୍ଚୁପାଣ୍ଡବଙ୍କୁ ରାଜ୍ୟଲାଭ ପୂର୍ବରୁ ବନବାସରେ ଏହିପରି ଦୀର୍ଘ ସାଧନା ମଧ୍ୟଦେଇ ଗତି କରିବାକୁ ପଡ଼ିଥିଲା । କାରଣ ଏହି ଅବସ୍ଥା ତାଙ୍କୁ ରାଜ୍ୟଲାଭ ପରେ ସୁଶାସନ କରିବା ନିମନ୍ତେ ଯଥେଷ୍ଟ ସହାୟକ ହୋଇଥିଲା ।
(ଘ) ଭାରତୀୟ ଭାବୁକମାନେ କାହିଁକି ପ୍ରକୃତିକୁ ସମସ୍ତ ପ୍ରେରଣାର ଉତ୍ସ ବୋଲି ଗ୍ରହଣ କରିଛନ୍ତି ?
Answer:
ଭାରତର କାବ୍ୟ, ନାଟକ ଓ ପୁରାଣାଦିରେ ଅରଣ୍ୟର ଗୌରବ ବିଶେଷଭାବେ ପ୍ରକଟିତ ହୋଇଛି । ‘ଶକୁନ୍ତଳା’, ‘କୁମାର ସମ୍ଭବ’, ‘ଉତ୍ତର ରାମଚରିତ’ ପ୍ରଭୃତି ଲୋକପ୍ରିୟ ସାହିତ୍ୟରେ ବନପ୍ରଦେଶର ସୁନ୍ଦର ଚିତ୍ର ଓ ଘଟଣା ସକଳ ପ୍ରକାଶ ପାଇଛି । ସେସବୁ ବିନା ଏସବୁ କାବ୍ୟ ପରିପୂର୍ଣ୍ଣତା ପାଇପାରି ନଥା’ନ୍ତା । ଭାରତୀୟ କବି ଓ ଭାବୁକମାନଙ୍କ ନିକଟରେ ପ୍ରକୃତି ନିର୍ଜୀବ ଓ ଜଡ଼ ନୁହେଁ, ଏହା ଏକ ମହାଶକ୍ତି । ପ୍ରକୃତି ସହ ଘନିଷ୍ଠ ମିଳନଦ୍ୱାରା ସେମାନଙ୍କଠାରେ ବିଶ୍ଵକପ୍ରାଣତା ଭାବ ପ୍ରକାଶ ପାଇଥିଲା । ପ୍ରତ୍ୟେକ ସୁନ୍ଦର ସୃଷ୍ଟି ମୂଳରେ ପ୍ରକୃତିର ପ୍ରେରଣା ରହିଥିଲା । ତେଣୁ ଭାରତୀୟ ଭାବୁକମାନେ କାଳେ କାଳେ ପ୍ରକୃତିକୁ ପ୍ରେରଣାର ଉତ୍ସଭାବେ ଗ୍ରହଣ କରିଛନ୍ତି ।
(ଙ) ବନବାଣୀକୁ କାହିଁକି ‘ଭାରତର ବାଣୀ’ ବୋଲି କୁହାଯାଇଛି ?
Answer:
ଭାରତୀୟ ସଭ୍ୟତାର ପ୍ରାଣକେନ୍ଦ୍ର ହେଉଛି ଅରଣ୍ୟ । ଅତୀତରେ ଭାରତୀୟ ସଂସ୍କୃତିର ମୂଳାଧାର ଥିଲା ଅରଣ୍ୟ । ସେଦିନ ଆଜି ଅବଶ୍ୟ ଆଉ ନାହିଁ । ବାହ୍ୟିକ ପ୍ରଭାବରେ ଭାରତର ସଭ୍ୟତା ଓ ଚିନ୍ତାଧାରା ଅନେକ ପରିମାଣରେ ପରିବର୍ତ୍ତିତ ହୋଇଛି । ପୂର୍ବରୁ ସେ ଋଷି ଆଶ୍ରମ ଆଉ ନାହିଁ । ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ଆଉ ମୁଖରିତ ହେଉନାହିଁ । ତଥାପି ସେ କାଳର ସ୍ମୃତି ଏବେ ମଧ୍ୟ ଭାରତୀୟଙ୍କ ପ୍ରାଣରେ ସ୍କନ୍ଦିତ ହେଉଛି । ସେସବୁ କେବେ ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହେବ ନାହିଁ । କାରଣ ବନବାଣୀ ହିଁ ଭାରତର ବାଣୀ । ଏହାହିଁ ଏ ଦେଶ ସଭ୍ୟତାର ବିଶେଷତ୍ଵ । କୌଣସି ବିଶେଷତ୍ଵ ଲୋପ ପାଇବା ଅର୍ଥ ଜାତିର ବିଲୟ ଘଟିବା । ତେଣୁ ଏହି ବିଶେଷତ୍ଵ ଆଡ଼କୁ ଏବେ ଚିନ୍ତା ଫେରିଛି ଓ ଅଧୁନା ଅରଣ୍ୟ ସଭ୍ୟତାର ପୁନରୁଦ୍ଧାର ଆଶା ଅନେକଙ୍କ ହୃଦୟରେ ଜାଗିଅଛି ।
(ଚ) ଅରଣ୍ୟକୁ ଭାରତୀୟ ସଭ୍ୟତାର କେନ୍ଦ୍ର ବୋଲି କୁହାଯାଏ କାହିଁକି ? କିମ୍ବା, କେଉଁମାନେ କାହିଁକି ଆବହମାନ କାଳରୁ ଅରଣ୍ୟକୁ ଅପାଣାର ସାଧନା ଓ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ ?
Answer:
ଅରଣ୍ୟ ହିଁ ଭାରତୀୟ ସଭ୍ୟତାର କେନ୍ଦ୍ରବିନ୍ଦୁ । ଆବହମାନ କାଳରୁ ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଓ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ । ଯେଉଁସବୁ ତତ୍ତ୍ଵ ପ୍ରାଚୀନ କାଳରେ ପୃଥିବୀକୁ ଆଲୋକ ପ୍ରଦାନ କରିଥିଲା, ଯାହା ଏବେ ମଧ୍ୟ ଭାରତୀୟ ସଭ୍ୟତାର ମୂଳଭିତ୍ତି ହୋଇ ରହିଛି, ସେ ସମସ୍ତର ଆବିର୍ଭାବ ବନପ୍ରଦେଶରେ ହୋଇଥିଲା । ଭାରତର ଗର୍ବ ଓ ଗୌରବ ମୁନିଋଷିମାନଙ୍କର ଅଷ୍ଠାନ ଓ ସାଧନାପୀଠ ଥିଲା ବନପ୍ରଦେଶ । ଭାରତୀୟ ସନ୍ତାନଗଣ ବନପ୍ରଦେଶରେ ରହି ମୁନିଋଷିଙ୍କଠାରୁ ଶିକ୍ଷାଗ୍ରହଣ କରୁଥିଲେ । ରାଜା, ମହାରାଜାମାନେ ଜୀବନର ଅନ୍ତିମ ଭାଗରେ ରାଜ୍ୟ ଓ ଧନସମ୍ପଦକୁ ତୁଚ୍ଛ ମଣି ଅରଣ୍ୟର ତରୁଛାୟା ତଳେ ଆଶ୍ରୟ ନେବାକୁ ଶ୍ରେୟ ମଣୁଥିଲେ । ତେଣୁ ଅରଣ୍ୟକୁ ଭାରତୀୟ ସଭ୍ୟତାର କେନ୍ଦ୍ରବିନ୍ଦୁ ବୋଲି କୁହାଯାଇଥିଲା।
ଲେଖକ ପରିଚୟ:
ପଣ୍ଡିତ ଗୋପବନ୍ଧୁ ଦାସ (୧୮୭୭ – ୧୯୨୮) ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟବର୍ତ୍ତୀ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ସେ ବହୁବାର କାରାବରଣ କରିଥିଲେ । ଏଥ୍ ସହିତ ସାହିତ୍ୟ, ସାଧନା ତାଙ୍କ ଜୀବନର ଅନ୍ୟତମ ଅଙ୍ଗ ଥିଲା। ସତ୍ୟବାଦୀ ବନବିଦ୍ୟାଳୟ, ‘ସତ୍ୟବାଦୀ’ ପତ୍ରିକା ଓ ଦୈନିକ ସମ୍ବାଦପତ୍ର ‘ସମାଜ’ ର ସେ ପ୍ରତିଷ୍ଠାତା । ସେ ‘ଉତ୍କଳମଣି’ ନାମରେ ପରିଚିତ । ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ‘ବନ୍ଦୀର ଆତ୍ମକଥା’, ‘କାରା କବିତା’, ‘ଧର୍ମପଦ’ ଓ ‘ଗୋ -ମାହାତ୍ମ୍ୟ’ ପ୍ରଧାନ ।
ବିଷୟ ସ୍ତଚନା:
ଭାରତୀୟ ସଂସ୍କୃତି ତଥା ସଭ୍ୟତାର ବିକାଶ ଦିଗରେ ଅରଣ୍ୟର ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ୍ଣ ଅଟେ । ଯୋଗୀ ଋଷିମାନେ ଏହି ଅରଣ୍ୟରେ ଆଶ୍ରମ ସ୍ଥାପନ କରି ସାଧନାରତ ଥିଲେ । ଅରଣ୍ୟ ଥିଲା ଭାରତୀୟ ଶିକ୍ଷାକେନ୍ଦ୍ରର ପୀଠସ୍ଥଳ । ବହୁ କାବ୍ୟ- କବିତାରେ ଅରଣ୍ୟର ବର୍ଣ୍ଣନା ଦେଖିବାକୁ ମିଳେ । ଆଜି ଅରଣ୍ୟ ଲୋପ ପାଇଥିଲେ ମଧ୍ୟ ତା’ର ସ୍ମୃତି ଭାରତୀୟଙ୍କ ମନରୁ ଲୋପ ପାଇନାହିଁ । ବନବାଣୀ ହିଁ ଭାରତର ବାଣୀ । ଏହାର ପୁନରୁଦ୍ଧାର କରାଯିବା ଆବଶ୍ୟକ । ଏହା ହିଁ ଉକ୍ତ ‘ବନବାଣୀ’ ପ୍ରବନ୍ଧରେ ପ୍ରତିପାଦିତ ବିଷୟବସ୍ତୁ ।
ସାରକଥା :
ଅରଣ୍ୟ ଭାରତୀୟ ସଭ୍ୟତାର କେନ୍ଦ୍ର । ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ବର୍ତ୍ତମାନ ଭାରତ ପ୍ରଭାବିତ ହେଲେ ମଧ୍ୟ କେଉଁ ଅନାଦିକାଳରୁ ଭାରତର ମହାପୁରୁଷଗଣ ଅରଣ୍ୟକୁ ନିଜର ସାଧନା ଓ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ । ଭାରତୀୟ ସଭ୍ୟତାର ମୂଳଭିଭି ଓ ସମସ୍ତ ତତ୍ତ୍ଵ ଏହି ବନପ୍ରଦେଶରେ ହିଁ ଆବିର୍ଭୂତ ହୋଇଥିଲା । ଏହା ଯୋଗୀ ଋଷିଙ୍କର ସାଧନାର ପୀଠସ୍ଥଳୀ ଥିଲା । ବାଲ୍ୟକାଳରେ ଭାରତର ସନ୍ତାନଗଣ ଏହି ଆର୍ଯ୍ୟଋଷିଙ୍କର ଚରଣତଳେ ବସି ଶିକ୍ଷା ଲାଭ କରୁଥିଲେ । ଏପରିକି ରାଜା, ମହାରାଜାଗଣ ଜୀବନର ଅନ୍ତିମଭାଗରେ ରାଜ୍ୟ, ଧନସମ୍ପଦ ଛାଡ଼ି ଏହି ଅରଣ୍ୟରେ ଆଶ୍ରୟ ନେଇ ଜୀବନକୁ ଧନ୍ୟ ମଣୁଥିଲେ ।
ଭାରତର କାବ୍ୟ, ନାଟକ, ପୁରାଣ ଆଦିରେ ଅରଣ୍ୟର ଗୌରବ ବର୍ଣ୍ଣିତ ହୋଇଛି । ‘ଶକୁନ୍ତଳା’, ‘କୁମାର ସମ୍ଭବ’, ‘ଉତ୍ତର ରାମଚରିତ’ ପ୍ରଭୃତି ସାହିତ୍ୟରେ ଯଦି ବନର ଚିତ୍ର ସନ୍ନିବେଶିତ ହୋଇନଥା’ନ୍ତା, ତେବେ ସେଥିରେ କବିଙ୍କର ପୂର୍ଣପ୍ରାଣତା ପ୍ରକାଶ ପାଇଥା’ନ୍ତା କି ନା ସନ୍ଦେହ । ଭାରତୀୟ ଭାବୁକମାନେ ଯୁଗେ ଯୁଗେ ପ୍ରକୃତିକୁ ପବିତ୍ର ପ୍ରେରଣାର ମୂଳ ନିଦାନ ବୋଲି ଗ୍ରହଣ କରିଛନ୍ତି । ପ୍ରକୃତି ସେମାନଙ୍କ ପାଇଁ ଜଡ଼ ନହୋଇ ମହାଶକ୍ତି ପାଲଟିଛି । ସେମାନେ ପ୍ରକୃତି ସହିତ
ଏହି ଘନିଷ୍ଠ ମିଳନଦ୍ୱାରା ବିଶ୍ଵପ୍ରାଣରେ ନିଜ ପ୍ରାଣ ଏବଂ ନିଜ ପ୍ରାଣରେ ବିଶ୍ଵପ୍ରାଣକୁ ଅନୁଭବ କରିପାରୁଥିଲେ । ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷଗଣ ସମାଜର ନେତୃତ୍ୱ ନେବା ଆଗରୁ ଜୀବନର ସଂଯମ ଏବଂ ସାଧନା ନିମିତ୍ତ ଦୀର୍ଘକାଳ ଅରଣ୍ୟରେ ଅତିବାହିତ କରୁଥିଲେ । ରାମଚନ୍ଦ୍ରଙ୍କୁ ଅଯୋଧ ସିଂହାସନରେ ବସିବା ପୂର୍ବରୁ ଅରଣ୍ୟ ପ୍ରଦେଶରେ ଚଉଦବର୍ଷ କାଳ ନାନାବିଧ ଦୁଃଖ ଦୁର୍ବିପାକ ଭୋଗ କରିବାକୁ ପଡ଼ିଛି । କାରଣ ଏହିଭଳି ଅବସ୍ଥାରେ ନ ପଡ଼ିଲେ ଜୀବନର ବାସ୍ତବିକତା ସମ୍ବନ୍ଧରେ ମନୁଷ୍ୟର ଯଥାର୍ଥ ଜ୍ଞାନ ଜନ୍ମେ ନାହିଁ । ମହାଭାରତରେ ପଞ୍ଚୁପାଣ୍ଡବଙ୍କୁ ମଧ୍ୟ ରାଜ୍ୟଲାଭ ପୂର୍ବରୁ ଅଜ୍ଞାତ ବନବାସରେ ଏହିପରି ଦୀର୍ଘ ସାଧନା ମଧ୍ୟଦେଇ ଯିବାକୁ ପଡ଼ିଛି । ଅରଣ୍ୟର ଏହି ତରୁଲତାଗଣ ଭାରତୀୟ ଭାବୁକଙ୍କ କାନରେ ନୀରବ ବାଣୀ କହିବା ସହିତ ସେମାନଙ୍କ ପ୍ରାଣରେ କି ଅପୂର୍ବ ଭାବ ଜନ୍ମଉଥିଲେ ଯେ ସେମାନେ ବନସ୍ପତିର ମାହାତ୍ମ୍ୟ ପ୍ରାଣରେ ଅନୁଭବ କରୁଥିଲେ ।
ଆଜି ସେଦିନ ଆଉ ନାହିଁ । ଭାରତର ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି । ଆଜି ସିନା ଋଷି ଆଶ୍ରମ ନାହିଁ କି ବନପ୍ରଦେଶ ଶିଷ୍ୟଗଣଙ୍କ ବେଦଧ୍ଵନିରେ ମୁଖରିତ ହେଉନାହିଁ; ହେଲେ ତା’ର ସ୍ମୃତି ଭାରତବାସୀଙ୍କ ହୃଦୟରୁ ଏକାବେଳକେ ବିଲୁପ୍ତ ହୋଇନାହିଁ କି ହେବ ନାହିଁ । ବନବାଣୀ ହିଁ ଭାରତର ବାଣୀ । ଏହା ହିଁ ଏ ଦେଶ ସଭ୍ୟତାର ବିଶେଷତ୍ଵ । କୌଣସି ବିଶେଷତ୍ଵ ଲୋପ ପାଇବା ଅର୍ଥ ସେ ଦେଶ ବା ଜାତିର ବିଲୟ । ଏହି ଲୁପ୍ତପ୍ରାୟ ଜାତୀୟ ବିଶେଷତ୍ଵର ପୁନରୁଦ୍ଧାର ଆଶା ଅନେକଙ୍କ ହୃଦୟରେ ବର୍ତ୍ତମାନ ଜାଗିଅଛି ।
କଠିନ ଶବ୍ଦ।ର୍ଥ:
- ଅରଣ୍ୟ – ବଣ।
- ପାଶ୍ଚାତ୍ୟ – ବିଦେଶ (ଆମ ଦେଶର ପଶ୍ଚିମରେ ଥିବା ଦେଶ ) ।
- ଆବହମାନ – ଚିରପ୍ରଚଳିତ ।
- ଅଦ୍ୟାପି – ଏବେ ମଧ୍ୟ ।
- ମୂଳଭିତ୍ତି – ମୂଳଦୁଆ ।
- ବିଦ୍ୟମାନ – ରହିଛି ।
- ଆବିର୍ଭାବ – ପ୍ରକାଶ ।
- ଅଧୃଷ୍ଠାନ – ଅବସ୍ଥିତି ।
- ଚରଣତଳେ – ପାଦତଳେ ।
- ଏମନ୍ତ – ଏପରି ।
- ଶେଷ ଦଶା – ଶେଷ ଭାଗ ।
- କୃତାର୍ଥ – ଧନ୍ୟ, ଚରିତାର୍ଥ ।
- ଗୌରବ – ଉତ୍କର୍ଷ ।
- ପ୍ରକଟିତ – ପ୍ରକାଶିତ ।
- ଘଟଣାସକଳ – ଘଟଣାସବୁ ।
- ସନ୍ନିବେଶ – ଯୋଡ଼ିବା, ଏକାଠି କରିବା ।
- ନିଦାନ – ମୂଳ କାରଣ ।
- ଜଡ଼- ଯାହାର ଜୀବନ ନାହିଁ ।
- ଆଲେଖ୍ୟ – ଚିତ୍ର ।
- ଦୁର୍ବିପାକ – ଦୁର୍ଯୋଗ, ବିପତ୍ତି ।
- ନିରୁଦ୍ଦେଶ୍ୟ – ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନଥିବା ।
- ଅଜ୍ଞାତ – ଅଜଣା ।
- ଭାବୁକ – ଯେ ଭାବନା କରେ ।
- ସନସନ – ଗଛର ପତ୍ର ପବନରେ ହଲିବାର ଶବ୍ଦ ।
- ବିହଙ୍ଗକୁଳ – ପକ୍ଷୀସମୂହ ।
- କୋଳାହଳ – ଘୋ ଘୋ ଶବ୍ଦ ।
- ବନସ୍ପତି – ବୃକ୍ଷ ।
- ବାହ୍ୟିକ – ବାହାରର ।
- ମାହାତ୍ମ୍ୟ – ମହତ୍ତ୍ବ, ଗୌରବ, ମହିମା।
- ମୁଖରିତ – ଧ୍ଵନିତ ।
- ବିଲୁପ୍ତ – ସଂପୂର୍ଣ୍ଣ ଲୋପ ।
- ବିଲୟ – ବିଲୋପ ।
- ପୁନରୁଦ୍ଧାର – ଆଉଥରେ ଉଦ୍ଧାର ।
- ଜାଗିଅଛି – ଚେଇଁ ଉଠିଛି ।
ସୂଚନା:
ଶକୁନ୍ତଳା : ଏହା ଏକ ନାଟକ। ମହାକବି କାଳିଦାସ ଏହାର ଲେଖକ । ସଂସ୍କୃତରେ ଏହାର ନାମ ‘ଅଭିଜ୍ଞାନ ଶାକୁନ୍ତଳମ୍’ ଅଟେ । ଏଥିରେ ରାଜା ଦୁଷ୍ୟନ୍ତ ଓ ମୁନିକନ୍ୟା ଶକୁନ୍ତଳାଙ୍କ କଥା ବର୍ଣ୍ଣିତ ହୋଇଛି ।
କୁମାର ସମ୍ଭବ : ଏହା ମହାକବି କାଳିଦାସଙ୍କ ରଚିତ ଏକ ମହାକାବ୍ୟ । ଏଥରେ ପାର୍ବତୀଙ୍କର ତପସ୍ୟା, କାର୍ତ୍ତିକେୟଙ୍କ ଜନ୍ମ ଓ ସମ୍ବରାସୁର ବଧ କଥା ବର୍ଣ୍ଣିତ ହୋଇଛି ।
ଉତ୍ତର ରାମଚରିତ : ଏହି ସଂସ୍କୃତ ନାଟକର ଲେଖକ ଭବଭୂତି । ଏଥିରେ ରାମ ବନବାସ ପରେ ଘଟିଥିବା ଘଟଣା ବର୍ଣ୍ଣିତ ହୋଇଛି ।
ପଞ୍ଚୁପାଣ୍ଡବ : ମହାଭାରତର ପଞ୍ଚୁପାଣ୍ଡବ ହେଲେ ଯୁଧୁଷ୍ଠିର, ଭୀମ, ଅର୍ଜୁନ, ସହଦେବ ଓ ନକୁଳ ।