BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Odisha State Board BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା  Textbook Exercise Questions and Answers.

BSE Odisha Class 6 Odia Solutions Chapter 7 ମୋ ଜୀବନର ଅଭୁଲା କଥା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ଲେଖକ ଚତୁର୍ଥ ଶ୍ରେଣୀରେ ପଢୁଥିବାବେଳେ ଦେଶର ଅବସ୍ଥା କିପରି ଥିଲା ?
Answer:
ଲେଖକ ଚତୁର୍ଥ ଶ୍ରେଣୀରେ ପଢ଼ୁଥ‌ିବାବେଳେ ମହାତ୍ମା ଗାନ୍ଧିଙ୍କର ସ୍ଵାଧୀନତା ଆନ୍ଦୋଳନର ଆହ୍ଵାନ ସାରା ଦେଶରେ ବ୍ୟାପି ଯାଇଥିଲା ।

(ଖ) ୧୯୨୧ ମସିହାରେ ଭାରତରେ ହୋଇଥିବା ଆନ୍ଦୋଳନର ନାମ କ’ଣ୍ ?
Answer:
୧୯୨୧ ମସିହାରେ ଭାରତରେ ହୋଇଥିବା ଆନ୍ଦୋଳନର ନାମ ଅସହଯୋଗ ଆନ୍ଦୋଳନ ।

(ଗ) ମହାତ୍ମା ଗାନ୍ଧି ପାରଳାଖେମୁଣ୍ଡି ଆସି କ’ଣ କଲେ ?
Answer:
ମହାତ୍ମା ଗାନ୍ଧି ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସି ସଭା କଲେ ଓ ସେହି ସଭାରେ ଜାତୀୟତାର ବୀଜ ଲୋକମାନଙ୍କ ହୃଦୟରେ ରୋପଣ କରିଦେଲେ ।

(ଘ) ଛାତ୍ରମାନେ ଗାନ୍ଧିଜୀଙ୍କୁ କିପରି ସୁରକ୍ଷା ଦେଇଥିଲେ ?
Answer:
ଛାତ୍ରମାନେ ଚକ୍ରାକାରରେ ଘେର କରି ହାତକୁ ହାତ ଛନ୍ଦି ମଝିରେ ମହାତ୍ମାଙ୍କୁ ରଖ୍ ଜନଗହଳି ମଧ୍ୟରେ ମଞ୍ଚ ଉପରକୁ ନେବାକୁ ଚେଷ୍ଟା କଲେ ।

(ଙ) ଗାନ୍ଧିଜୀ ଲେଖକଙ୍କୁ କ’ଣ କହିଥିଲେ ?
Answer:
ଜନତାର ଚାପକୁ ସମ୍ଭାଳି ନପାରି ଲେଖକ ମହାତ୍ମାଙ୍କର ପିଠି ଆଡ଼କୁ ଠେଲି ହୋଇଯାଇଥିଲେ । ଗାନ୍ଧିଜୀ ଏପରି ଅବସ୍ଥାରେ ତାଙ୍କ ଆଡ଼କୁ ଚାହିଁ ଟିକେ ହସିଦେଇ ହିନ୍ଦୀରେ କହିଥିଲେ, ‘ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ, ମୋତେ ସମ୍ଭାଳିବୁ କିପରି ?’’

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୨।
ଉତ୍ତର ଲେଖ ।
(କ) ଲେଖକ କାହାକୁ ନିଜର ପିତାମହୀ ଓ କାହାକୁ ଜନନୀ ବୋଲି କହିଛନ୍ତି ?
Answer:
ଲେଖକ ଭାରତମାତାକୁ ନିଜର ପିତାମହୀ ଓ ଉତ୍କଳକୁ ଜନନୀ ବୋଲି କହିଛନ୍ତି ।

(ଖ) ଗରିବ ବାଳକଟିର ବେଶଭୂଷା କିପରି ଥୁଲା ?
Answer:
ଗରିବ ବାଳକଟି ଛିଣ୍ଡାଲୁଗା ଖଣ୍ଡେ ପିନ୍ଧିଥିଲା । ମଇଳା ବୁକୁଚାଟିଏ ହାତରେ ଧରିଥିଲା । ତା’ର ବର୍ଷ ଗୋରା । ସେ ସୁସ୍ଥସବଳ ଥିଲା । ମାତ୍ର ବହୁତଦିନ ଧରି ନ ଖାଇଥିବାରୁ ତା’ର ମୁହଁ ଶୁଖୁଲା

(ଗ) ଲେଖକ ପିଲାଟିକୁ କିପରି ସାହାଯ୍ୟ କଲେ ?
Answer:
ଲେଖକ ପିଲାଟି ସହ କଥାବାର୍ତ୍ତାରୁ ଜାଣିଲେ ଯେ ତା’ର ପଢ଼ିବାର ଆଗ୍ରହ ଅଛି । ତେଣୁ ଲେଖକ ତା’ର ବହିପତ୍ର, ଜାମା – ଲୁଗା, ଖାଇବା ପିଇବା, ଦରମା ପାଇଁ ସ୍କଲାରସିପ୍‌ର ବ୍ୟବସ୍ଥା କରି ପିଲାଟିର ପାଠ ପଢ଼ିବାର ବନ୍ଦୋବସ୍ତ କରିଦେଇଥିଲେ ।

(ଘ) ଉକ୍ତ ପିଲାଟି ସହ ଲେଖକଙ୍କର ପୁଣି କେଉଁ ପରିସ୍ଥିତିରେ ସାକ୍ଷାତ୍‌ ହେଲା ?
Answer:
୧୯୪୩ ମସିହାରେ ଲେଖକ ପୁରୀରୁ ପାରଳାଖେମୁଣ୍ଡି ଫେରୁଥିଲେ । ଖୋର୍ଦ୍ଧା ଷ୍ଟେସନରେ ସେ ମାନ୍ଦ୍ରାଜ ମେଲ୍‌କୁ ଅପେକ୍ଷା କରିଥିଲେ । ଏହି ସମୟରେ ଗୋଟିଏ ସ୍ବତନ୍ତ୍ର ମିଲିଟାରୀ ଗାଡ଼ି ମାନ୍ଦ୍ରାଜରୁ ଆସି ଖୋର୍ଦ୍ଧାରେ ପହଞ୍ଚିଲା । ପ୍ଲାଟଫର୍ମରେ ଛିଡ଼ା ହୋଇଥିବାବେଳେ ସେହି ପିଲାଟି ନିଜେ ସେହି ଗାଡ଼ିର ସ୍ବତନ୍ତ୍ର ବଗିରୁ ଓହ୍ଲାଇ ଆସି ଲେଖକଙ୍କୁ ନମସ୍କାର କଲା । ଏହିପରି ଭାବରେ ଲେଖକଙ୍କର ସେହି ପିଲାଟି ସହ ସାକ୍ଷାତ୍ ହେଲା ।

(ଙ) ମିଲିଟାରୀ ପୋଷାକ ପିନ୍ଧିଥିବା ସେଇ ଯୁବକଙ୍କର ନାଆଁ କ’ଣ ?
Answer:
ମିଲିଟାରୀ ପୋଷାକ ପିନ୍ଧିଥିବା ସେହି ଯୁବକଙ୍କର ନାମ ବ୍ରହ୍ମଚାରୀ ମୁଇଁ ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୩ ।
କେଉଁ ପ୍ରସଙ୍ଗରେ କୁହାଯାଇଛି ?
(କ) ‘ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ, ମୋତେ ସମ୍ଭାଳିବୁ କିପରି ???
Answer:
ଯେତେବେଳେ ଲେଖକ ଜନତାର ଭିଡ଼ ମଧ୍ଯରେ ଚାପିହୋଇ ସମ୍ଭାଳି ନ ପାରି ମହାତ୍ମାଙ୍କ ପିଠି ଆଡ଼କୁ ଠେଲି ହୋଇଗଲେ, ସେହି ସମୟରେ ଗାନ୍ଧିଜୀ ଲେଖକଙ୍କୁ ଏକଥା କହିଥିଲେ ।

(ଖ) ‘‘ମନୁଷ୍ୟର ଜ୍ଞାନ ଓ କର୍ମ ଏକା ସ୍ତରରେ ରହିବା ଆବଶ୍ୟକ । ତୁମର ଜ୍ଞାନ ପରିପକ୍ଵ ହେଲେ ଦେଶ ପାଇଁ କର୍ମ କରିବାକୁ ଶକ୍ତି ପାଇବ ।”
Answer:
ମହାତ୍ମା ଗାନ୍ଧିଙ୍କ ଭାଷଣରେ ପ୍ରଭାବିତ ହୋଇ ଲେଖକ ଯେତେବେଳେ ସ୍କୁଲରୁ ନିଜର ନାମକୁ କାଟି ରାଜନୀତିରେ ମାତିଲେ, ସେହି ପ୍ରସଙ୍ଗରେ ତାଙ୍କର ନାନା ତାଙ୍କୁ ସେହି ବାଟରୁ ଓହରିଯିବାକୁ ପରାମର୍ଶ ଦେଇ ଏକଥା କହିଥିଲେ ।

(ଗ) ‘ସୁବିଧା ଓ ପାରିପାର୍ଶ୍ଵକ ଅବସ୍ଥା ହିଁ ମନୁଷ୍ୟକୁ ଉଚ୍ଚ କିମ୍ବା ନୀଚ କରିଥାଏ ।’’
Answer:
ଲେଖକଙ୍କ ଉଦ୍ୟମ ବଳରେ ଭିକାରି ବ୍ରହ୍ମଚାରୀ ମୁଇଁ ସେନାବାହିନୀର ଲେଫ୍‌ଟନାଣ୍ଟ୍‌ ହୋଇପାରିଥିଲା । ଲେଖକଙ୍କ ଉଦ୍ୟମ ଓ ନିଙ ଭାଗ୍ୟ ବଳରେ ପିଲାଟି ଏତେ ଉଚ୍ଚକୁ ଉଠିପାରିଲା । ଏହାକୁ ଲକ୍ଷ୍ୟକରି ଲେଖକ ଏହିକଥା କହିଛନ୍ତି ।

Question ୪।
ନିମ୍ନଲିଖ୍ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ ।
ବକ୍ତୃତା, ମହାତ୍ମା, ବୀଜ, ଅଧ୍ୟବସାୟ, ପରିପକ୍ବ
Answer:
ବକ୍ତୃତା – ହରି ସଭାରେ ବକ୍ତୃତା ଦେଲା ।
ମହାମ୍ବା – ଗୋପବନ୍ଧୁ ଓଡ଼ିଶାବାସୀଙ୍କ ପାଇଁ ଜଣେ ମହାତ୍ମା ଥିଲେ ।
ବାଜ – ପିଲାଟି ବୀଜ ରୋପଣ କରୁଛି ।
ଅଧ୍ୟବସାୟ – କଠିନ ଅଧ୍ୟବସାୟର ଫଳ ବ୍ୟର୍ଥ ହୁଏ ନାର୍ହି।
ପରିପକ୍ବ – ଜ୍ଞାନ ପରିପକ୍ଵ ହେଲେ କର୍ମ କରିବାର ଶକ୍ତି ମିଳେ ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୫।
ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(କ) ଅସହଯୋଗ ଆନ୍ଦୋଳନ ସମୟରେ ଲେଖକ କିପରି ସ୍ଵାଧୀନତା ସଂଗ୍ରାମ ସହିତ ସଂଶ୍ଳିଷ୍ଟ ଥିଲେ ?
Answer:
୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନ ଦେଶବ୍ୟାପି ଚାଲିଥିଲା । ସେହି ବର୍ଷ ମହାତ୍ମା ଗାନ୍ଧି ପାରଳାଖେମୁଣ୍ଡି ଆସିଥିଲେ । ମାତ୍ର ତାଙ୍କୁ ସଭା କରିବାକୁ ସ୍ଥାନ ମିଳି ନ ଥିଲା । ଲେଖକ ଓ ଅନ୍ୟ ଛାତ୍ରମାନେ ପୁରୁଣା ମାର୍କେଟ ପଡ଼ିଆରେ ଜୋର୍ କରି ସଭା କରିବାକୁ ସ୍ଥିର କଲେ । ଗାନ୍ଧିଜୀଙ୍କୁ ଲୋକଙ୍କ ଗହଳିରୁ ରକ୍ଷାକରି ସଭାମଞ୍ଚକୁ ନେବାର ଦାୟିତ୍ଵ ଲେଖକ ଅନ୍ୟ ଛାତ୍ରମାନଙ୍କ ସହିତ ଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧିଙ୍କ ଭାଷଣରେ ଲେଖକ ବେଶ୍ ପ୍ରଭାବିତ ହୋଇଥିଲେ । ଫଳରେ ସଭାରୁ ଫେରି ସ୍କୁଲରୁ ନିଜର ନାମ କାଟି ରାଜନୀତିରେ ମାତିଥିଲେ । ପିତାଙ୍କ ହସ୍ତକ୍ଷେପ ଯୋଗୁଁ ସେ ସେଥୁରୁ ନିବୃତ୍ତ ହେଲେ । ବହୁ ଚିନ୍ତାକରି ସେ ମଧୁବାବୁ, ଗୋପବନ୍ଧୁଙ୍କ ଆଦର୍ଶ ଅନୁସରଣ କରି ଉତ୍କଳ ଜନନୀର ସେବା ଜନ୍ମଭୂମିର ସେବାକୁ ନିଜର ପ୍ରଥମ କର୍ତ୍ତବ୍ୟ ଭାବରେ ସେ ଗ୍ରହଣ କଲେ । ଜନ୍ମଭୂମିର ସେବାକୁ ନିଜର ପ୍ରଥମ କର୍ତ୍ତବ୍ୟ ଭାବରେ ସେ ଗ୍ରହଣ କଲେ ।

(ଖ) ‘ବ୍ରହ୍ମଚାରୀ ମୁଇଁ’ର ଭବିଷ୍ୟତ ଗଠନରେ ଲେଖକ କିପରି ସହାୟକ ହେଲେ ?
Answer:
କୌଣସି ଏକ ଦିନ ଲେଖକ ନିଜର ସାଙ୍ଗମାନଙ୍କ ସହ ଘରର ବାରଣ୍ଡାରେ ବସି ଗପ କରୁଥିଲେ । ଏତିକିବେଳେ ଜଣେ ଭିକାରି ବାଳକ ତାଙ୍କ ପାଖକୁ ଭିକ୍ଷା ପାଇବା ଆଶାରେ ଆସିଲା । ପିଲାଟି ଛିଣ୍ଡା ଲୁଗା ପିନ୍ଧିଥିଲା ଓ ଅନାହାରକ୍ଳିଷ୍ଟ ଥିଲା । ଲେଖକ ତା’ର ପରିଚୟ ବୁଝିଲେ । ସାହାଯ୍ୟ କଲେ ସେ ପାଠ ପଢ଼ିବ କି ନାହିଁ ବୋଲି ତାକୁ ପଚାରିଲେ । ତା’ର ପଢ଼ିବାରେ ଆଗ୍ରହ ଥ‌ିବା ଜାଣିପାରି ସାଙ୍ଗମାନଙ୍କଠାରୁ ଚାନ୍ଦାକରି ପିଲାଟିକୁ ପଢ଼ାଇବାକୁ ସ୍ଥିର କଲେ । ତାକୁ ତାଙ୍କର ସାଙ୍ଗମାନେ ବହିପତ୍ର ଓ ଜାମାଲୁଗା ଦେଲେ । ଲେଖକ ତା’ର ଖୁଆପିଆ ଓ ପାଠପଢ଼ା ପାଇଁ ସ୍କଲାର୍‌ସିପ୍ ବ୍ୟବସ୍ଥା କରାଇଦେଲେ। ବାପାଙ୍କୁ କହି ତା’ପାଇଁ ଗୋଟିଏ ଅବୈତନିକ ସ୍ଥାନ ଯୋଗାଡ଼ କରିଦେଲେ । ଏହିଭଳି ଭାବରେ ଲେଖକ ବ୍ରହ୍ମଚାରୀ ମୁଇଁର ଭବିଷ୍ୟତ ଗଠନରେ ସହାୟକ ହେଲେ ।

(ଗ) ପିଲାଟିର ଲେଖକଙ୍କ ପ୍ରତି ଥିବା କୃତଜ୍ଞତା କିପରି ପ୍ରମାଣିତ ହେଲା ?
Answer:
ପୁରୀରୁ ପାରଳାଖେମୁଣ୍ଡି ଯିବା ବାଟରେ ଖୋର୍ଦ୍ଧା ଷ୍ଟେସନ୍‌ରେ ମାନ୍ଦ୍ରାଜ ମେଲ୍‌କୁ ଅପେକ୍ଷା କରି ଲେଖକ ସେଠାରେ ଥ‌ିବା ପ୍ଲାଟଫର୍ମରେ ଠିଆ ହୋଇଥିଲେ । ଏତିକିବେଳେ ଏକ ସ୍ଵତନ୍ତ୍ର ମିଲିଟାରୀ ଗାଡ଼ି ମାନ୍ଦ୍ରାଜରୁ ଆସି ଖୋର୍ଦ୍ଧା ଷ୍ଟେସନ୍‌ରେ ପହିଞ୍ଚିଲା। ସେହି ଗାଡ଼ିରୁ ଏକ ସ୍ଵତନ୍ତ୍ର ବଗିରୁ ଓହ୍ଲାଇପଡ଼ି ମିଲିଟାରୀ ପୋଷାକ ପିନ୍ଧା ଜଣେ ଉଚ୍ଚ କର୍ମଚାରୀ ଲେଖକଙ୍କୁ ନମସ୍କାର କଲା ଏବଂ ସେ ବ୍ରହ୍ମଚାରୀ ମୁଇଁ ବୋଲି ନିଜର ପରିଚୟ ଦେଲା । ଲେଖକଙ୍କର କରୁଣାରୁ ସେ ଯେ ଆଜି ସେହି ଲେଫ୍‌ଟନାଣ୍ଡ୍ ପଦବୀରେ ନିଯୁକ୍ତ ହୋଇପାରିଛି, ତାହା ମଧ୍ୟ ଲେଖକଙ୍କୁ ଜଣାଇଥିଲା । ଏହି କଥାରୁ ପିଲାଟିର ଲେଖକଙ୍କ ପ୍ରତି ଥିବା କୃତଜ୍ଞତା ପ୍ରମାଣିତ ହୋଇ ପାରିଥିଲା ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୬।
ପ୍ରଭାବ ଶବ୍ଦର ବିଶେଷଣ ଯେପରି ପ୍ରଭାବିତ, ସେଇଭଳି ନିମ୍ନ ବିଶେଷ୍ୟ ପଦଗୁଡ଼ିକର ବିଶେଷଣ କ’ଣ ହେବ ଲେଖ ।
ପରିଚୟ, ନିର୍ବାଚନ, ଆମୋଦ, ପୁଲକ
Answer:
ବିଶେଷ ପରିଚୟ ନିର୍ବାଚନ ଆମୋଦ ପୁଲକ ବିଶେଷଣ ପରିଚିତ ନିର୍ବାଚିତ ଆମୋଦିତ ପୁଲକିତ

Question ୭।
ଲିଙ୍ଗ ପରିବର୍ତ୍ତନ କରି ଲେଖ ।
ପିତାମହୀ, ଜନନୀ, ଛାତ୍ର, ମହାରାଜା, ପିତା, ଭିକାରି
Answer:
ପିତାମହୀ – ପିତାମହ
ଜନନୀ – ଜନକ
ଛାତ୍ର – ଛାତ୍ରୀ
ମହାରାଜା – ମହାରାଣୀ
ପିତା – ମାତା
ଭିକାରି – ଭିକାରୁଣୀ

Question ୮।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ୧୯୨୧ ମସିହାରେ ମାହାତ୍ମା ଗାନ୍ଧି ପଚାର ଉଦ୍ଦେଶ୍ୟରେ କୁ ଆସିଥିଲେ ।
(ସମ୍ବଲପୁର, ପାରଳାଖେମୁଣ୍ଡି, ଖୋର୍ଦ୍ଧା, କଟକ)
Answer:
ପାରଳାଖେମୁଣ୍ଡି

(ଖ) କଠିନ ………………… ବଳରେ ସେ ଅଳ୍ପକାଳ ମଧ୍ୟରେ ତୃତୀୟ ଶ୍ରେଣୀ ପାଶ୍ କରିଥିଲା (ଅଧ୍ୟବସାୟ, ଶକ୍ତି, ବକ୍ତୃତା) ଉ
Answer:
ଅଧ୍ୟବସାୟ ।

Question ୯ ।
ଏକଥା କିଏ କାହାକୁ କହିଛନ୍ତି ?
(କ) ‘ତୁମ ଜ୍ଞାନ ପରିପକ୍ବ ହେଲେ ଦେଶପାଇଁ କାମ କରିବାକୁ ଶକ୍ତି ପାଇବ ।’’
Answer:
ଏକଥା ଲେଖକଙ୍କର ନନା ଲେଖକଙ୍କୁ କହିଥିଲେ ।

(ଖ) ‘‘ମୋର କେହି ନାହାନ୍ତି । ବୁଢ଼ୀ ମା’ ଥିଲେ, ମରିଗଲେ ।’’
Answer:
ଏକଥା ବ୍ରହ୍ମଚାରୀ ମୁଇଁ (ଭିକାରି ବାଳକ) ଲେଖକଙ୍କୁ କହିଛି ।

(ଗ) ‘‘ଆପଣଙ୍କ କରୁଣାରୁ ମୁଁ ଆଜି ଏହି ଲେଫ୍‌ଟନାଣ୍ଟ ପଦବୀରେ ନିଯୁକ୍ତ ହୋଇପାରିଛି ।??
Answer:
ଏକଥା ବ୍ରହ୍ମଚାରୀ ମୁଇଁ ଲେଖକଙ୍କୁ କହିଛି ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୧୦।
ଉପଯୁକ୍ତ ବିରାମଚିହ୍ନ ଦେଇ ତଳଲିଖୂତ ଗଦ୍ୟାଶଟିକୁ ଲେଖ । ସେ ମୋ ଆଡ଼େ ଚାହିଁ ସ୍ମିତହାସ୍ୟ କରି ହିନ୍ଦୀରେ କହିଲେ ଆରେ ପିଲା ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ ମୋତେ ସମ୍ଭଜିବୁ କିପରି।
Answer:
ସେ ମୋ ଆଡ଼େ ଚାହିଁ ସ୍ମିତହାସ୍ୟ କରି ହିନ୍ଦୀରେ କହିଲେ, ‘ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳି ମୋତେ ସମ୍ଭାଳିବୁ କିପରି ?’’

ତ୍ରୁମ ପାଇଁ କାମ:

୧। ଲେଖକ ସତ୍ୟନାରାୟଣ ରାଜଗୁରୁଙ୍କ ଆତ୍ମଜୀବନୀ ‘ମୋ ଜୀବନ ସଂଗ୍ରାମ’ ସଂଗ୍ରହ କରି ପଢ଼ ।
୨। ନିଜ ଘର ପାଖରେ କେହି ଗରିବ ଅଥଚ ମେଧାବୀ ପିଲା ଥିଲେ, ତା’ର ପଢ଼ିବା ସକାଶେ କିଛି ସାହାଯ୍ୟ ବନ୍ଦୋବସ୍ତ କରିବାକୁ ନିଜର ଅଭିଭାବକଙ୍କୁ ଅନୁରୋଧ କର ।

ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ଲିଙ୍ଗ ପରିବର୍ତ୍ତନ କର ।
Answer:
ସହାୟକ – ସହାୟିକା
ଲେଖକ – ଲେଖୁ
ସଭାପତି – ସଭାନେତ୍ରୀ
ଛାତ୍ର – ଛାତ୍ରା
ଶିକ୍ଷକ – ଶିକ୍ଷିକା / ଶିକ୍ଷୟିତ୍ରା

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ରାଜନୀତିରେ ଭାଗ ନେବାର ଦେଖ୍ ଲେଖକଙ୍କ ନନା ଲେଖକଙ୍କୁ କ’ଣ କହିଥିଲେ ?
Answer:
ରାଜନୀତିରେ ଭାଗ ନେବାର ଦେଖ୍ ଲେଖକଙ୍କ ନନା ଆଦୌ ସହ୍ୟ କରିପାରିଲେ ନାହିଁ । ସେ ତାଙ୍କୁ ଏହି ମାର୍ଗରୁ ନିବୃତ୍ତ କରାଇ କହିଲେ, ‘ମନୁଷ୍ୟର ଜ୍ଞାନ ଓ କର୍ମ ଏକା ସ୍ତରରେ ରହିବା ଆବଶ୍ୟକ । ତୁମର ଜ୍ଞାନ ପରିପକ୍ବ ହେଲେ ଦେଶପାଇଁ କର୍ମ କରିବାକୁ ଶକ୍ତି ପାଇବ। ସେତେବେଳଯାଏ ତୁମେ ଅପେକ୍ଷା କରିବା ଆବଶ୍ୟକ ।’’

(ଖ) ଲେଖକଙ୍କର ମତରେ ପ୍ରଥମ କର୍ତ୍ତବ୍ୟଟି କ’ଣ ?
Answer:
(ଗ) ଦ୍ଵିତୀୟ ପୃଥ‌ିବୀ ମହାସମର ପୂର୍ବରୁ ମହାରାଜାଙ୍କ ଉପରେ କେଉଁ ଭାର ଦିଆଗଲା ?
Answer:
ଦ୍ଵିତୀୟ ପୃଥ‌ିବୀ ମହାସମର ପୂର୍ବରୁ ଗୋଟିଏ ଗୋଟିଏ ଇଣ୍ଡିଆନ୍ ବାଟାଲିୟନ୍ ଭାରତର ପ୍ରତି ଅଞ୍ଚଳରେ ଗଢ଼ିବା ନିୟମ ଥାଏ । ମାନ୍ଦ୍ରାଜର ପ୍ରତି ଜିଲ୍ଲାରୁ ସୁସ୍ଥସବଳ ଲୋକଙ୍କୁ ବାଛି ସେଥୁରେ ନାମ ଲେଖାଇବା କାର୍ଯ୍ୟ ଚାଲିଥାଏ । ଗଞ୍ଜାମରୁ ବାଳକମାନଙ୍କୁ ବାଛି ଯୁଦ୍ଧଶିକ୍ଷା କରିବାକୁ ପଠାଇବାପାଇଁ ମହାରାଜାଙ୍କ ଉପରେ ଭାର ଦିଆଗଲା ।

(ଘ) ବ୍ରହ୍ମଚାରୀ ମୁଇଁକୁ ଯୁଦ୍ଧଶିକ୍ଷାରେ ଭାଗ ନେବାର ଦେଖୁ ଲେଖକ କ’ଣ ଭାବିଲେ ?
Answer:
ବ୍ରହ୍ମଚାରୀ ମୁଇଁକୁ ଯୁଦ୍ଧଶିକ୍ଷାରେ ଭାଗ ନେବାର ଦେଖୁ ଲେଖକ ବେଶ୍ ବିବ୍ରତ ହୋଇପଡ଼ିଲେ । କାରଣ ସେ ଶ୍ରେଣୀରେ ଭଲ ପଢୁଥିଲା । ତାଙ୍କର ସାଥୀହୋଇ ସବୁ କାମ କରୁଥିଲା । ତାଙ୍କର ଅନୁଗତ ହୋଇ ରହିଥିଲା । ଏଥିରେ ଭାଗନେଲେ ଏସବୁ ଆଉ ହୋଇପାରିବ ନାହିଁ ବୋଲି ଲେଖକ ଭାବିଲେ ।

(ଙ) ଲେଖକ କାହାକୁ ଜନନୀ ଓ କାହାକୁ ପିତାମହୀ ବୋଲି କହିଛନ୍ତି ?
Answer:
ଲେଖକ ଜନ୍ମଭୂମି ଉତ୍କଳକୁ ନିଜର ଜନନୀ ଏବଂ ଭାରତମାତାକୁ ପିତାମହୀ ବୋଲି କହିଛନ୍ତି । ସେ ନିଜ ଜନନୀ ଉତ୍କଳର ସେବାକୁ ପ୍ରଥମ କର୍ତ୍ତବ୍ୟ ଭାବେ ସ୍ଥିର କରିଛନ୍ତି ।

(ଚ) ବ୍ରହ୍ମଚାରୀ ମୁଇଁ ଯୁଦ୍ଧଶିକ୍ଷାରେ ଭାଗନେବା ଦେଖୁ ଲେଖକ କାହିଁକି ବିବ୍ରତ ହେଲେ ?
Answer:
ବ୍ରହ୍ମଚାରୀ ମୁଇଁ ଭଲ ପାଠ ପଢୁଥିଲା, ଲେଖକଙ୍କ ସହ ସାଥୀ ହୋଇ ସବୁ କାମ କରୁଥିଲା ଓ ତାଙ୍କର ଏକାନ୍ତ ଅନୁଗତ ଥିଲା । ଯୁଦ୍ଧଶିକ୍ଷାରେ ଭାଗ ନେଲେ ଏସବୁ ହୋଇପାରିବ ନାହିଁ ଭାବି ଲେଖକ ବିବ୍ରତ ହେଲେ ।

(ଛ) ଲେଖକଙ୍କ ମନରେ କାହିଁକି ଗର୍ବ ସଞ୍ଚାର ହେଲା ?
Answer:
ଲେଖକଙ୍କ ସାହାଯ୍ୟ ଫଳରେ ବ୍ରହ୍ମଚାରୀ ମୁଇଁ ପରି ଜଣେ ଭିକାରି ପିଲା ଆଜି ଲେଫ୍ଟନାଣ୍ଟ ପଦବୀରେ ନିଯୁକ୍ତ ହୋଇପାରିଛି– ଏକଥା ଚିନ୍ତା କରି ଲେଖକଙ୍କ ମନରେ ଗର୍ବ ସଞ୍ଚାର ହେଲା ।

(ଜ) ମହାତ୍ମା ଗାନ୍ଧିଙ୍କୁ ସଭା କରିବାକୁ ସ୍ଥାନ ମିଳିଲା ନାହିଁ କାହିଁକି ?
Answer:
ମହାତ୍ମା ଗାନ୍ଧି ୧୯୨୧ ମସିହାରେ ଆନ୍ଦୋଳନର ପ୍ରଚାର ନିମନ୍ତେ ପାରଳାଖେମୁଣ୍ଡି ଆସିଥିଲେ । ସେତେବେଳେ ବ୍ରିଟିଶ ସରକାରଙ୍କ କଟକଣା ହେତୁ ତାଙ୍କୁ ସଭା କରିବାକୁ ସ୍ଥାନ ମିଳିଲା ନାହିଁ ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୩।
ସରଳାର୍ଥ ଲେଖ ।
(କ) ‘‘ସେଥ‌ିମଧ୍ୟରୁ ପ୍ରଥମ କର୍ତ୍ତବ୍ୟଟି ହେଉଛି ଜନ୍ମଭୂମି ମା’ଙ୍କର ସେବା’’
Answer:
‘‘ସେଥ‌ିମଧ୍ୟରୁ ………………………………… ସେବା’’ ।
ଶଂସିତ ଗଦ୍ୟାଶଟି ‘ମୋ ଜୀବନର ଅଭୁଲା କଥା’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଉକ୍ତ ପ୍ରସଙ୍ଗରେ ଲେଖକ ସତ୍ୟନାରାୟଣ ରାଜଗୁରୁ ନିଜର କର୍ତ୍ତବ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଲେଖକଙ୍କ ମନରେ ମାତୃଭୂମି ପ୍ରତି ଏକ ଦୃଢ଼ ଆକର୍ଷଣ ଥିଲା। ଉତ୍କଳ ସମ୍ମିଳନୀର ନେତୃତ୍ବବର୍ଗ ଓଡ଼ିଆ ଭାଷୀମାନଙ୍କର ଏକତ୍ରୀକରଣ ପାଇଁ ଯେଉଁ ଡାକରା ଦେଇଥିଲେ ତହିଁରେ ଅନୁପ୍ରାଣିତ ହୋଇ ଲେଖକ ଅନୁଭବ କରିଥିଲେ ଯେ ତାଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ଜନ୍ମଭୂମି ମା’ଙ୍କର ସେବା ।

(ଖ) ଭାରତମାତା ମୋର ପିତାମହୀ; କିନ୍ତୁ ଉତ୍କଳ ମୋର ଜନନୀ ।
Answer:
ଭାରତମାତା …………………………… ମୋର ଜନନୀ ।
ଶଂସିତ ଗଦ୍ୟାଶଟି ସତ୍ୟନାରାୟଣ ରାଜଗୁରୁଙ୍କ ଲିଖିତ ‘ମୋ ଜୀବନର ଅଭୁଲା କଥା’ ପ୍ରବନ୍ଧରୁ ଆସିଅଛି । ଏଠାରେ ଲେଖକ ଉତ୍କଳ ଜନନୀର ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିବା କଥା ବର୍ଣ୍ଣନା କରିଛନ୍ତି । ଲେଖକ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ରାଜନୀତିରେ ଭାଗ ନେବାକୁ ଆଗ୍ରହୀ ହୋଇଥିଲେ । ବହୁ ଚିନ୍ତା ପରେ ସେ ସ୍ଥିର କଲେ ଯେ ଭାରତୀୟ ରାଜନୀତିରେ ଭାଗନେବାକୁ ହେଲେ ପ୍ରଥମେ ନିଜକୁ ଓ ନିଜ ଜନ୍ମଭୂମି ଉତ୍କଳକୁ ବଳିଷ୍ଠ କରି ଗଢ଼ିବାକୁ ହେବ ।

ସେତେବେଳେ ଉତ୍କଳ ସମ୍ମିଳନୀର ନେତୃବର୍ଗମାନେ ଓଡ଼ିଆଭାଷୀମାନଙ୍କ ଏକତ୍ରୀକରଣ ନିମନ୍ତେ ଆହ୍ଵାନ ଦେଇଥା’ନ୍ତି । ସେଥ‌ିରେ ଅନୁପ୍ରାଣିତ ହୋଇ ସେ ଉତ୍କଳମାତାର ସେବା କରିବାକୁ ସ୍ଥିର କଲେ । ତାଙ୍କ ମତରେ, ଭାରତମାତା ତାଙ୍କର ପିତାମହୀ; ମାତ୍ର ଉତ୍କଳ ତାଙ୍କର ଜନନୀ । ଯଦିଓ ଉଭୟଙ୍କ ସେବା ତାଙ୍କର କର୍ତ୍ତବ୍ୟ, ତଥାପି ପ୍ରଥମ କର୍ତ୍ତବ୍ୟ ହେଲା ଜନନୀ ଉତ୍କଳର ସେବା । ତେଣୁ ସେ ମଧୁବାବୁ, ଉତ୍କଳମଣି ଗୋପବନ୍ଧୁଙ୍କ ଭଳି ଉତ୍କଳ ଜନନୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ଉକ୍ତ ପ୍ରସଙ୍ଗଟି ବେଶ୍ ଶିକ୍ଷାପ୍ରଦ ହୋଇପାରିଛି ।

(ଗ) ସେଦିନ ସେ ଯେଉଁ ନୀତିଦୀର୍ଘ ଭାଷଣରେ ଜାତୀୟତାର ବୀଜ ଆମମାନଙ୍କ ହୃଦୟରେ ରୋପଣ କଲେ, ତାହା କାଳକ୍ରମେ ଅଙ୍କୁରିତ ହୋଇ ତାଙ୍କର ଆଶୀର୍ବାଦ ତୁଲ୍ୟ ଆମକୁ ଯଥେଷ୍ଟ ପ୍ରଭାବିତ କଲା କହିଲେ ଚଳେ ।
Answer:
ସେଦିନ ସେ ……………………. କହିଲେ ଚଳେ ।
ଉକ୍ତ ଗଦ୍ୟାଶଟି ସତ୍ୟନାରାୟଣ ରାଜଗୁରୁଙ୍କ ରଚିତ ‘ମୋ ଜୀବନର ଅଭୁଲା କଥା’ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ଗାନ୍ଧିଜାଙ୍କ ଭାଷଣ ପାରଳାଖେମୁଖ୍ରିର ଲୋକମାନଙ୍କୁ କିପରି ପ୍ରଭାବିତ କରିଥିଲା ତା’ଉପରେ ଆଲୋକପାତ କରିଛନ୍ତି । ୧୯୨୧ ମସିହାରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ଵରେ ଦେଶସାରା ଅସହଯୋଗ ଆନ୍ଦୋଳନ ଚାଲିଥିଲା । ସେହିବର୍ଷ ପ୍ରଚାର ଉଦ୍ଦେଶ୍ୟରେ ଗାନ୍ଧିଜୀ ପାରଳାଖେମୁଣ୍ଡି ଆସିଥିଲେ । ତାଙ୍କ ଭାଷଣ ଶୁଣିବାକୁ ହଜାର ହଜାର ଲୋକ ଆସିଥିଲେ । ଜନଗହଳିରେ ସଭାସ୍ଥଳଟି ମୁଖରିତ ହୋଇ ଉଠିଥିଲା ।

ସେଦିନ ଗାନ୍ଧିଜୀ ସେଠାରେ ଯେଉଁ ନୀତିଦୀର୍ଘ ଭାଷଣ ଦେଇଥିଲେ, ତାହା ଲୋକମାନଙ୍କୁ ଜାତୀୟତା ଭାବନାରେ ଉଦ୍‌ବୁଦ୍ଧ କରିଥିଲା । ନିଜେ ଲେଖକ ଏହାଦ୍ଵାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ଛାତ୍ରାବସ୍ଥାରୁ ସେ ସ୍ଵାଧୀନତା ସଂଗ୍ରାମରେ ଝାସଦେବାକୁ ଚାହିଁଥିଲେ । ପରବର୍ତ୍ତୀ ସମୟରେ ସେ ନିଜକୁ ଉତ୍କଳ ଜନନୀର ସେବାରେ ନିୟୋଜିତ କରିଥିଲେ । ଏଠାରେ ଲେଖକଙ୍କ ବର୍ଣ୍ଣନା ବେଶ୍ ଭାବଦ୍ୟୋତକ ହୋଇଛି ।

(ଘ) ‘‘ମନୁଷ୍ୟର ଜ୍ଞାନ ଓ କର୍ମ ଏକା ସ୍ତରରେ ରହିବା ଆବଶ୍ୟକ ।’’
Answer:
ମନୁଷ୍ୟର ଜ୍ଞାନ …………………….. ଆବଶ୍ୟକ ।
ଉକ୍ତ ଗଦ୍ୟାଶଟି ସତ୍ୟନାରାୟଣ ରାଜଗୁରୁଙ୍କ ଲିଖ୍ ‘ମୋ ଜୀବନର ଅଭୁଲା କଥା’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକଙ୍କୁ ଅଳ୍ପ ବୟସରୁ ରାଜନୀତିରେ ନ ମାତିବାକୁ ତାଙ୍କ ନନା ଦେଇଥିବା ପରାମର୍ଶ କଥା ବର୍ଣ୍ଣନା କରାଯାଇଛି । ୧୯୨୧ ମସିହାରେ ମହାତ୍ମା ଗାନ୍ଧି ପାରଳାଖେମୁଣ୍ଡି ଆସି ଏକ ପ୍ରଚାର ସଭା କରିଥିଲେ। ସେହି ସଭାରେ ସେ ଦେଇଥ‌ିବା ଭାଷଣ ଅଞ୍ଚଳବାସୀଙ୍କ ହୃଦୟରେ ଜାତୀୟତାର ବୀଜ ରୋପଣ କରିଥିଲା । ଲେଖକ ମଧ୍ୟ ସେହି ଭାଷଣଦ୍ଵାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ସେ ସଭାରୁ ଫେରିଆସି ସ୍କୁଲରୁ ନାଁ କାଟି ରାଜନୀତିରେ ମାତିଲେ ।

ତାଙ୍କ ନନା ଏହା ସହ୍ୟ କରିପାରିଲେ ନାହିଁ । ସେ ଲେଖକଙ୍କୁ ଏହି ପନ୍ଥାରୁ ନିବୃତ୍ତ କରାଇଥିଲେ । ସେ କହିଥିଲେ ଯେ ମନୁଷ୍ୟର ଜ୍ଞାନ ଓ କର୍ମ ଏକା ସ୍ତରରେ ରହିବା ଆବଶ୍ୟକ । ଏତେ ଅଳ୍ପ ବୟସରୁ ଦେଶସେବା ଭଳି କାମରେ ହାତଦେବା ଠିକ୍ ନୁହେଁ । ବୟସ ବଢ଼ିବା ସହ ଜ୍ଞାନ ପରିପକ୍ଵ ହେଲେ ଦେଶ ପାଇଁ କର୍ମ କରିବାକୁ ଶକ୍ତି ମିଳିବ । ଲେଖକ ମଧ୍ଯ ପିତାଙ୍କ ସୁପରାମର୍ଶକୁ ଗ୍ରହଣ କରିଥିଲେ । ଏହି ପ୍ରସଙ୍ଗଟି ବାସ୍ତବରେ ବେଶ୍ ଶିକ୍ଷଣୀୟ ହୋଇଛି ।

(ଙ) ‘‘ତାହା କାଳକ୍ରମେ ଅଙ୍କୁରିତ ହୋଇ ତାଙ୍କର ଆଶୀର୍ବାଦ ତୁଲ୍ୟ ଆମକୁ ଯଥେଷ୍ଟ ପ୍ରଭାବିତ କଲା ।””
Answer:
‘‘ତାହା କାଳକ୍ରମେ ……………………………. ପ୍ରଭାବିତ କଲା ।
ଶଂସିତ ଉଦ୍ଧୃତାଂଶଟି ସତ୍ୟନାରାୟଣ ରାଜଗୁରୁଙ୍କ ଲିଖ୍ ‘ମୋ ଜୀବନର ଅଭୁଲା କଥା’ ପ୍ରବନ୍ଧରୁ ଗୃହୀତ । ଏଠାରେ ପ୍ରାବନ୍ଧିକ ମହାତ୍ମାଗାନ୍ଧୀଙ୍କ ଭାଷଣର ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି । ୧୯୨୧ ମସିହାରେ ମହାତ୍ମାଗାନ୍ଧି ଭାରତବ୍ୟାପୀ ସ୍ଵାଧୀନତା ଆନ୍ଦୋଳନର ଆହ୍ଵାନ ଦେଇଥିଲେ । ନିଜେ ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସିଥିଲେ । ବ୍ରିଟିଶ ସରକାରଙ୍କ କଟକଣା ସତ୍ତ୍ଵେ ସଭା ହୋଇଥିଲା ଏବଂ ହଜାର ହଜାର ଲୋକ ତାଙ୍କର ବକ୍ତୃତା ଶୁଣି ପ୍ରଭାବିତ ହୋଇଥିଲେ । ଲେଖକ ନିଜେ ସେ ସମୟରେ ସେହି ଭାଷଣ ଶୁଣି ଜାତୀୟତାରେ ଉଦ୍‌ବୁଦ୍ଧ ହୋଇଥିଲେ । ଗାନ୍ଧୀଙ୍କର ସେହି ପ୍ରଭାବ କାଳକ୍ରମେ ଅଙ୍କୁରିତ ହୋଇ ଲେଖକଙ୍କୁ ଆଶୀର୍ବାଦ ତୁଲ୍ୟ ପ୍ରଭାବିତ କଲା । ବାସ୍ତବରେ ପ୍ରାବନ୍ଧିକଙ୍କ ଏହି ଉକ୍ତିଟି ଜାତୀୟଭାବମୂଳକ ଅଟେ।

Question ୪।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଦ୍ଵିତୀୟ ପୃଥ୍ବୀ ମହାସମର ପୂର୍ବରୁ ପାରଳାର ମହାରାଜାଙ୍କ ଉପରେ କେଉଁ ଭାର ଦିଆଯାଇଥିଲା ?
Answer:
ଦ୍ବିତୀୟ ପୃଥ‌ିବୀ ମହାସମର ପୂର୍ବରୁ ଭାରତର ପ୍ରତି ଅଞ୍ଚଳରେ ଗୋଟିଏ ଗୋଟିଏ ଇଣ୍ଡିଆନ୍ ବାଟାଲିୟନ୍ ଗଢ଼ିବାର ନିୟମ ହୋଇଥିଲା । ମାନ୍ଦ୍ରାଜର ପ୍ରତି ଜିଲ୍ଲାର ସୁସ୍ଥସବଳ ଲୋକଙ୍କୁ ବାଛି ସେଥୁରେ ନାମ ଲେଖାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା । ଗଞ୍ଜାମରୁ ବାଳକମାନଙ୍କୁ ବାଛି ଯୁଦ୍ଧ ଶିକ୍ଷା କରିବାକୁ ପଠାଇବା ଭାର ପାରଳା ମହାରାଜାଙ୍କ ଉପରେ ଥିଲା । ସେହି କାର୍ଯ୍ୟରେ ମହାରାଜା ତତ୍ପରତା ପ୍ରକାଶ କରିଥିଲେ । ସେଥ୍‌ପାଇଁ କଲେଜରେ ଏକ ବିରାଟ ସଭାରେ ମହାରାଜା ଭାଷଣ ଦେଇ ସମର ଶିକ୍ଷା କରିବାକୁ କେଉଁ ଛାତ୍ରମାନେ ଇଚ୍ଛୁକ ଅଛନ୍ତି ଜାଣିବାକୁ ଇଚ୍ଛା କରିଥିଲେ ।

(ଖ) ଜନଗହଳି ସମ୍ଭାଳିବାକୁ ପୋଲିସ୍ କାହିଁକି ଅସମର୍ଥ ହେଲା ?
Answer:
୧୯୨୧ ମସିହାରେ ମହାତ୍ମା ଗାନ୍ଧିଙ୍କର ଆହ୍ଵାନରେ ସ୍ଵାଧୀନତା ଆନ୍ଦୋଳନ ଭାରତ ସାରା ବ୍ୟାପିଗଲା । ସ୍କୁଲ, କଲେଜ ଛାଡ଼ି ଅନେକ ଅସହଯୋଗ ଆନ୍ଦୋଳନରେ ଭାଗ ନେଲେ । ଠିକ୍ ସେହି ବର୍ଷ ମହାତ୍ମା ଗାନ୍ଧି ନିଜେ ତାଙ୍କର ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସିଥିଲେ । ସେତେବେଳେ ବ୍ରିଟିଶ୍ ସରକାରଙ୍କ କଟକଣା ହେତୁ ତାଙ୍କୁ ସଭା କରିବାପାଇଁ ସ୍ଥାନଟିଏ ମିଳିଲା ନାହିଁ । ଦେଶପ୍ରେମୀ ସ୍ଵାଧୀନତା ସଂଗ୍ରାମୀ ଛାତ୍ରମାନେ ଜୋର୍ ଜବରଦସ୍ତ ପୁରୁଣା ମାର୍କେଟ ପଡ଼ିଆରେ ସଭା କରିବାପାଇଁ ସ୍ଥିର କଲେ । ମହାତ୍ମା ଗାନ୍ଧିଙ୍କ ଭାଷଣ ଶୁଣିବାକୁ ସମସ୍ତଙ୍କ ମନରେ ପ୍ରବଳ ଆଗ୍ରହ ଥିଲା । ତେଣୁ ବହୁ ସଂଖ୍ୟାରେ ଲୋକ ସମାଗମ ହେଲା । ଜନଗହଳି ଏତେ ଅଧ୍ଵକ ହେଲା ଯେ ପୋଲିସ୍ ସେମାନଙ୍କୁ ସମ୍ଭାଳିବାକୁ ଅସମର୍ଥ ହେଲା ।

(ଗ) ଲେଖକ କାହାକୁ ନିଜର ପିତାମହୀ ଓ କାହାକୁ ଜନନୀ ବୋଲି କହିଛନ୍ତି ?
Answer:
ଲେଖକ ମହାତ୍ମା ଗାନ୍ଧିଙ୍କ ଭାଷଣରେ ପ୍ରଭାବିତ ହୋଇ ସ୍କୁଲରୁ ନାମ କାଟି ରାଜନୀତିରେ ମାତିଲେ । କିନ୍ତୁ ତାଙ୍କ ପିତା ତାଙ୍କୁ ଏଥୁରୁ ବାରଣ କଲେ । ସେ ପିତାଙ୍କ ଆଦେଶକୁ ଅମାନ୍ୟ କରିପାରିଲେ ନାହିଁ । ସେ ବହୁ ଚିନ୍ତା ପରେ ସ୍ଥିର କଲେ ଯେ ଭାରତୀୟ ରାଜନୀତିରେ ଯୋଗଦେବାକୁ ହେଲେ ପ୍ରଥମେ ନିଜକୁ ଓ ନିଜ ଜନ୍ମଭୂମି ଉତ୍କଳକୁ ବଳିଷ୍ଠ କରି ଗଢ଼ିବା ଆବଶ୍ୟକ । ସେତେବେଳେ ଉତ୍କଳ ସମ୍ମିଳନୀର ନେତୃବର୍ଗ ଓଡ଼ିଆଭାଷୀମାନଙ୍କ ଏକତ୍ରୀକରଣ ପାଇଁ ଡାକରା ଦେଇଥା’ନ୍ତି । ଲେଖକ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ । ସେ ଉତ୍କଳ ମାତାର ସେବା କରିବାକୁ ପ୍ରଥମ ଲକ୍ଷ୍ୟ ଭାବେ ଗ୍ରହଣ କଲେ । ତାଙ୍କ ମତରେ ଭାରତ ଆମର ପିତାମହୀ; ମାତ୍ର ଉତ୍କଳ ଆମର ଜନନୀ । ତେଣୁ ଉଭୟଙ୍କର ସେବା କରିବା ତାଙ୍କର କର୍ତ୍ତବ୍ୟ ; କିନ୍ତୁ ପ୍ରଥମ କର୍ତ୍ତବ୍ୟଟି ହେଉଛି ଜନ୍ମଭୂମି ଉତ୍କଳ ଜନନୀଙ୍କର ସେବା । ତେଣୁ ସେ ମଧୁବାବୁ ଓ ଗୋପବନ୍ଧୁଙ୍କ ପରି ଉତ୍କଳ ଜନନୀଙ୍କ ସେବାରେ ମନୋନିବେଶ କଲେ ।

ଲେଖକ ପରିଚୟ:

ସତ୍ୟନାରାୟଣ ରାଜଗୁରୁ (୧୯୦୩ – ୧୯୯୭) ପାରଳାଖେମୁଣ୍ଡିରେ ଜନ୍ମଗ୍ରହଣ କରିଥିଲେ । ଜଣେ ଐତିହାସିକ ଓ ଲିପିତତ୍ତ୍ବବିତ୍ ଭାବରେ ସେ ସୁପରିଚିତ । ସେ ‘ଓଡ଼ିଆ ଭାଷାର ଉପଭାଷା’, ‘କଳିଙ୍ଗର ଆତ୍ମକଥା’, ‘ଗଙ୍ଗବଂଶର ଇତିହାସ’ ପ୍ରଭୃତି ପୁସ୍ତକ ରଚନା କରିଛନ୍ତି । ନିଜର ଆତ୍ମକାହାଣୀ ‘ମୋ ଜୀବନ ସଂଗ୍ରାମ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଛନ୍ତି ।

ବିଷୟ ସୂଚନା

ଉକ୍ତ ପାଠ୍ୟଶଟି ଲେଖକଙ୍କର ଆତ୍ମକାହାଣୀ ‘ମୋ ଜୀବନ ସଂଗ୍ରାମ’ ପୁସ୍ତକରୁ ସଂଗୃହୀତ । ଏଥିରେ ଲେଖକଙ୍କର ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସହିତ ସାକ୍ଷାତ୍ ଓ ପିତାଙ୍କର ଆଦେଶ ପାଳନ, ତତ୍ ସହିତ ନିଜର ଲକ୍ଷ୍ୟପଥ ସ୍ଥିର କରିବା କଥା ବର୍ଣ୍ଣିତ ହୋଇଛି । ନିଜେ ଜଣେ ଭିକାରି ପିଲାକୁ ସାହାଯ୍ୟ କରିଥିବାରୁ ସେ କିପରି ସେନାବାହିନୀରେ ଲେଫ୍ଟନାଣ୍ଟ ହୋଇପାରିଲା ସେକଥା ଏଥିରେ ସ୍ଥାନ ପାଇଛି ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

ସାରକଥା:

୧୯୨୧ ମସିହାରେ ଲେଖକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ । ସେତେବେଳେ ସାରା ଭାରତରେ ସ୍ଵାଧୀନତା ଆନ୍ଦୋଳନ ବ୍ୟାପି ଯାଇଥାଏ । ପାରଳାଖେମୁଣ୍ଡିରେ ମଧ୍ଯ ତା’ର ପ୍ରଭାବ ପଡ଼ିଥିଲା । ସମ୍ବଲପୁରର ଜଣେ ବକ୍ତାଙ୍କ ପ୍ରଭାବରେ ବହୁ ଯୁବକ ଛାତ୍ର ପ୍ରଭାବିତ ହୋଇ ସ୍କୁଲ କଲେଜ ଛାଡ଼ି ଅସହଯୋଗ ଆନ୍ଦୋଳନରେ ଭାଗ ନେଇଥିଲେ । ସେହିବର୍ଷ ମହାତ୍ମା ଗାନ୍ଧି ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସିଥିଲେ । ବ୍ରିଟିଶ୍ ସରକାରଙ୍କର କଟକଣା ହେତୁ ସଭା କରିବାକୁ ସ୍ଥାନ ମିଳିଲା ନାହିଁ । ଲେଖକ କେତେଜଣ ଛାତ୍ରଙ୍କ ସହିତ ମିଶି ଜୋକରି ପୁରୁଣା ମାର୍କେଟ ପଡ଼ିଆରେ (ଏବେ ଯେଉଁଠାରେ ମ୍ୟୁନିସପାଲ ରିଡ଼ିଙ୍ଗୁରୁମ୍ ତିଆରି ହୋଇଛି) ସଭା କରିବାକୁ ସ୍ଥିର କଲେ ।

ମହାତ୍ମା ଗାନ୍ଧିଙ୍କୁ ଦେଖିବାକୁ ଓ ତାଙ୍କର ବକ୍ତୃତା ଶୁଣିବାକୁ ପ୍ରବଳ ଜନଗହଳି ହେଲା । ପୋଲିସ୍ ତାକୁ ସମ୍ଭାଳିବାକୁ ଅସମର୍ଥ ହେଲା । ଲେଖକ କେତେଜଣ ଛାତ୍ରଙ୍କ ସହିତ ମିଶି ଚକ୍ରାକାରରେ ଘେରକରି ହାତକୁ ହାତ ଛନ୍ଦି ମଝିରେ ମହାତ୍ମାଙ୍କୁ ରଖ୍ ସେହି ଜନଗହଳି ଭିତରେ ମଞ୍ଚ ଉପରକୁ ନେବାକୁ ଚେଷ୍ଟାକଲେ । ଲେଖକ ଠିକ୍ ମହାତ୍ମାଙ୍କର ପଛପଟେ ଚାଲିଥା’ନ୍ତି । ଜନତାର ଚାପ ଏତେ ବଢ଼ିଗଲା ଯେ ସେ ଆଉ ସମ୍ଭାଳି ନପାରି ମହାତ୍ମାଙ୍କର ପିଠି ଆଡ଼କୁ ଠେଲି ହୋଇଗଲେ । ମହାତ୍ମା ଲେଖକଙ୍କୁ ଅନାଇ ଟିକେ ହସିଦେଇ ହିନ୍ଦୀରେ କହିଲେ, ‘ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ, ମୋତେ ସମ୍ଭାଳିବୁ କିପରି ?’’

ଏତିକି କହି ସେ ସେହି ଭିଡ଼ରୁ ବାହାରି କିପରି ଲୋକମାନଙ୍କ ଭିତରେ ଗଳି ଗଳି ମଞ୍ଚ ଉପରକୁ ଚାଲିଗଲେ ତାହା କେହି ଜାଣିପାରିଲେ ନାହିଁ । ସେଦିନ ସେ ଯେଉଁ ଭାଷଣ ଦେଲେ, ସେଥ୍ରେ ଜାତୀୟତାର ବୀଜ ଲେଖକ ତଥା ଅନ୍ୟମାନଙ୍କ ହୃଦୟରେ ପୋତି ଦେଲେ । ତାହା ପରେ ଲେଖକଙ୍କୁ ବେଶ୍ ପ୍ରଭାବିତ କରିଥିଲା। ସଭାରୁ ଫେରି ଲେଖକ ନିଜର ନାମ ସ୍କୁଲରୁ କାଟିଦେଇ ରାଜନୀତିରେ ମାତିଲେ । ତାଙ୍କର ବାପା ଜ୍ଞାନ ପରିପକ୍ଵ ନ ହେଲା ଯାଏ କର୍ମ କରିବାକୁ ଶକ୍ତି ମିଳିବ ନାହିଁ ବୋଲି ବୁଝାଇ ତାଙ୍କୁ ସେଥୁରୁ ନିବୃତ୍ତ କରାଇଥିଲେ । ବାପାଙ୍କର ଏହି ଆଦେଶକୁ ସେ ଲଙ୍ଘନ କରି ନ ଥିଲେ । ବହୁ ଚିନ୍ତା ପରେ ସେ ସର୍ବପ୍ରଥମେ ଉତ୍କଳ ଜନନୀଙ୍କର ସେବା କରିବାକୁ ଠିକ୍ କଲେ । ସେ ମଧୁବାବୁ ଓ ଉତ୍କଳମଣି ଗୋପବନ୍ଧୁଙ୍କୁ ଅନୁସରଣ କରି ନିଜ ଜୀବନର ଲକ୍ଷ୍ୟ ସାଧନରେ ଅଗ୍ରସର ହେଲେ ।

ଦିନେ ଲେଖକ କେତେଜଣ ଛାତ୍ରଙ୍କ ସହିତ ବସି ନିଜ ଘରର ବାରଣ୍ଡାରେ ଗପ କରୁଥିଲେ । ଏତିକିବେଳେ ଗୋଟିଏ ଗରିବ ବାଳକ ଭିକ୍ଷା ପାଇବା ଆଶାରେ ତାଙ୍କ ପାଖକୁ ଆସିଲା । ଅନାଥ ପିଲାଟିର ନାମ ବ୍ରହ୍ମଚାରୀ ମୁଇଁ, ଆଉ ତା’ର ଘର ଖଲ୍ଲିକୋଟରେ । ତା’ର ବୟସ ବାରବର୍ଷ । ତାକୁ ସାହାଯ୍ୟ କଲେ ସେ ପାଠ ପଢ଼ିବ କି ନାହିଁ ବୋଲି ଲେଖକ ପଚାରିଲେ । ସେକଥା ଶୁଣି ତା’ର ମୁହଁ ଉତ୍‌ଫୁଲ୍ଲ ଦେଖାଗଲା । ଲେଖକ ନିଜର ସାଙ୍ଗମାନଙ୍କୁ ପ୍ରସ୍ତାବ ଦେଲେ ଯେ ସମସ୍ତେ ମିଶି ଚାନ୍ଦା କରି ତାକୁ ପାଠ ପଢ଼ାଇ ମଣିଷ କରାଇବେ ।

କଲେ । ଲେଖକ ତା’ର ଖୁଆପିଆର ବନ୍ଦୋବସ୍ତ ରାଧାକାନ୍ତ ପାଇଁ ସ୍କଲାରସିପ୍‌ର ବ୍ୟବସ୍ଥା କରିଦେଲେ । ନିଜର ବାପାଙ୍କୁ
ତାଙ୍କ କଥାରେ ସାଙ୍ଗମାନେ ଉତ୍ସାହିତ ହୋଇ ସାହାଯ୍ୟ ମଠର ମହନ୍ତଙ୍କୁ ଅନୁରୋଧ କରି କରାଇଲେ । ତା’ର ଦରମା କହି ବ୍ରହ୍ମଚାରୀ ପାଇଁ ଏକ ଅବୈତନିକ ସ୍ଥାନ ଯୋଗାଡ଼ କଲେ । ବ୍ରହ୍ମଚାରୀ ଅଧ୍ୟବସାୟ ବଳରେ ଅଳ୍ପକାଳ ମଧ୍ୟରେ ତୃତୀୟ ଶ୍ରେଣୀ ପାସ୍ କଲା । ବ୍ରହ୍ମଚାରୀ ଅଧ‌ିକ ପାଠ ନ ପଢ଼ି ଯୁଦ୍ଧଶିକ୍ଷା କରିବା ନିମିତ୍ତ ମହାରାଜାଙ୍କ ସୁପାରିସରେ ମାନ୍ଦ୍ରାଜ ଚାଲିଗଲା ।

ତାଙ୍କ କଥାରେ ସାଙ୍ଗମାନେ ଉତ୍ସାହିତ ହୋଇ ସାହାଯ୍ୟ କଲେ । ଲେଖକ ତା’ର ଖୁଆପିଆର ବନ୍ଦୋବସ୍ତ ରାଧାକାନ୍ତ ମଠର ମହନ୍ତଙ୍କୁ ଅନୁରୋଧ କରି କରାଇଲେ । ତା’ର ଦରମା ପାଇଁ ସ୍କଲାରସିପ୍‌ର ବ୍ୟବସ୍ଥା କରିଦେଲେ । ନିଜର ବାପାଙ୍କୁ କହି ବ୍ରହ୍ମଚାରୀ ପାଇଁ ଏକ ଅବୈତନିକ ସ୍ଥାନ ଯୋଗାଡ଼ କଲେ । ବ୍ରହ୍ମଚାରୀ ଅଧ୍ୟବସାୟ ବଳରେ ଅଳ୍ପକାଳ ମଧ୍ୟରେ ତୃତୀୟ ଶ୍ରେଣୀ ପାସ୍‌ କଲା । ବ୍ରହ୍ମଚାରୀ ଅଧିକ ପାଠ ନ ପଢ଼ି ଯୁଦ୍ଧଶିକ୍ଷା କରିବା ନିମିତ୍ତ ମହାରାଜାଙ୍କ ସୁପାରିସରେ ମାନ୍ଦ୍ରାଜ ଚାଲିଗଲା ।

୧୯୪୩ ମସିହାରେ ଲେଖକ ପୁରୀରୁ ପାରଳାଖେମୁଣ୍ଡି ଫେରୁଥିଲେ । ଖୋର୍ଦ୍ଧା ଷ୍ଟେସନରେ ମାନ୍ଦ୍ରାଜ ମେଲ୍‌କୁ ସେ ଅପେକ୍ଷା କରିଥିଲେ । ଏତିକିବେଳେ ଏକ ସ୍ଵତନ୍ତ୍ର ମିଲିଟାରୀ ଗାଡ଼ି ଆସି ଖୋର୍ଦ୍ଧାରେ ପହଞ୍ଚିଲା । ସେହି ଗାଡ଼ିର ଏକ ସ୍ଵତନ୍ତ୍ର ବଗିରୁ ଜଣେ ସାହେବ ଓହ୍ଲାଇ ପଡ଼ି ଲେଖକଙ୍କ ହାତକୁ ଧରି ନମସ୍କାର କଲେ । ନିଜର ପରିଚୟ ଦେଇ ସେ କହିଥିଲେ ଯେ ସେ ସେହି ବ୍ରହ୍ମଚାରୀ ମୁଇଁ । ତାଙ୍କ ଦୟାରୁ ଆଜି ଲେଫ୍ଟନାଣ୍ଟ ପଦବୀରେ ନିଯୁକ୍ତ ହୋଇ ଦେଶ ମାଆର ସେବାରେ ଉଚ୍ଚତମ ସ୍ଥାନ ଅଧିକାର କରିଛି । ତାଙ୍କ ଉଦ୍ୟମରୁ ଯେଉଁ ପିଲାଟି ସ୍କୁଲରେ ନାମ ଲେଖାଇ ପାରିଥିଲା, ଆଜି ସେ ଭାଗ୍ୟ ବଳରେ କେତେ ଉଚ୍ଚକୁ ଉଠିପାରିଛି । ତେଣୁ ସୁବିଧା ଓ ପାରିପାର୍ଶ୍ବକ ଅବସ୍ଥା ହିଁ ମଣିଷକୁ ଉଚ୍ଚ ବା ନୀଚ କରିଥାଏ ।

କଠିନ ଶବ୍ଦ।ର୍ଥ:

  • ଆହ୍ବାନ – ଡାକରା ।
  • ବକ୍ତା – ଯିଏ କହିପାରେ ।
  • ଚକ୍ରାକାର – ଗୋଲାକାର ।
  • ସ୍ମିତହାସ୍ୟ – ଅଳ୍ପ ହସି ।
  • ନୀତିଦୀର୍ଘ – ଯାହା ବେଶି ବଡ଼ ନୁହେଁ ।
  • ବୀଜ – ମଞ୍ଜି ।
  • ରୋପଣ – ପୋତିବା ।
  • ଅଙ୍କୁରିତ – ମଞ୍ଜିରୁ ଗଛ ହେବା ।
  • ନନା – ବାପା ।
  • ସହ୍ୟ – ସହିବାର ଯୋଗ୍ୟ ।
  • ପନ୍ଥା – ବାଟ ।
  • ନିବୃତ୍ତ କଲେ – ଅଟକାଇଲେ ।
  • ପରିପକ୍ବ – ପୂର୍ଣ୍ଣରୂପେ ପରିଣତିପ୍ରାପ୍ତ ।
  • ଲଙ୍ଘନ – କାଟିବା ।
  • ବଳିଷ୍ଠ – ସର୍ବାଧ୍ଵ ବଳୁଆ ।
  • ଉତ୍କଳ ସମ୍ମିଳନୀ – ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ରିତ କରି ଗଢ଼ି ତୋଳିବାପାଇଁ ଗଠିତ ହୋଇଥିବା ସଭାର ନାମ ।
  • ପିତାମହ – ଜେଜେମାଆ ।
  • ବୁକୁଚା – ଗଣ୍ଠିଲି ।
  • ଗୌରବର୍ଷ – ଗୋରା ରଙ୍ଗର ।
  • ଅନାହାରକ୍ଳିଷ୍ଟ – କିଛିଦିନ ଧରି ଖାଇନାହିଁ ।
  • ଶୁଷ୍କ – ଶୁଖିଲା ।
  • ଅନାଥ – ଯାହାର କେହି ନାହିଁ ।
  • ସ୍କଲାରସିପ୍ର – ବୃତ୍ତି ।
  • ମହାରାଜା – ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ।
  • ଅନୁଗ୍ରହ – ଦୟା ।
  • ମେଧାବୀ – ବୁଦ୍ଧିମାନ୍ ।
  • ଅବୈତନିକ – ଯେଉଁଥ‌ିରେ ଦରମା ଦେବାକୁ ପଡ଼େ ନାହିଁ ।
  • ଅଧ୍ୟବସାୟ – ଅବିରାମ ପରିଶ୍ରମ ।
  • ଭାର – ଦାୟିତ୍ଵ ।
  • ଅନୁଗତ – ଆଶ୍ରିତ ।
  • ସ୍ପେଶାଲ – ସ୍ଵତନ୍ତ୍ର ।
  • ମଣ୍ଡିତ – ପିନ୍ଧିଥିବା ।
  • ହ୍ୟାଟ୍ – ଟୋପି ।
  • ମହନ୍ତ – ମଠର ମୁଖ୍ୟ ।

Leave a Comment