BSE Odisha 6th Class Political Science Notes Chapter 3 ସରକାର

Odisha State Board BSE Odisha 6th Class Political Science Notes Chapter 3 ସରକାର will enable students to study smartly.

BSE Odisha Class 6 Political Science Notes Chapter 3 ସରକାର

ବିଷୟବସ୍ତୁ
ସରକାରର ସଂଜ୍ଞା, ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ, ସରକାରଙ୍କର ଆଇନ୍ ପ୍ରଣୟନ, ସରକାରୀ ଅନୁଷ୍ଠାନ, ବିଭିନ୍ନ ପ୍ରକାରର ସରକାର, ସଂସଦୀୟ ସରକାର, ରାଷ୍ଟ୍ରପତୀୟ ସରକାର, ଐକିକ ସରକାର, ରାଷ୍ଟ୍ରସଂଘୀୟ ସରକାର, ରାଜତନ୍ତ୍ରିକ ସରକାର, ଗଣତାନ୍ତ୍ରିକ ସରକାର ।

→ (୧) ସରକାରର ସଂଜ୍ଞା

  • ସରକାର ରାଷ୍ଟ୍ରର ଏକ ଅପରିହାର୍ଯ୍ୟ ଅଙ୍ଗ ଓ ରାଷ୍ଟ୍ର ଶାସନ ପାଇଁ ସରକାର ଗଠନ କରାଯାଏ ।
  • ଗମନାଗମନ ପାଇଁ ରାସ୍ତା ତିଆରି, ରାସ୍ତା ମରାମତି, ସହର ଓ ଗ୍ରାମକୁ ବିଦ୍ୟୁତ ଶକ୍ତି ଯୋଗାଣ, ଲୋକମାନଙ୍କୁ ଚାଷ ଓ ବ୍ୟବସାୟ ପାଇଁ ଋଣ ପ୍ରଦାନ, ବିଦ୍ୟାଳୟ ପାଇଁ ଗୃହ ନିର୍ମାଣ ଇତ୍ୟାଦି ସରକାରଙ୍କର କାର୍ଯ୍ୟ ଅଟେ ।

→ (୨) ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ
ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ହେଲା– ରାସ୍ତା ନିର୍ମାଣ ଓ ମରାମତି, ବିଦ୍ୟୁତଶକ୍ତି ଯୋଗାଣ, ଚାଷ ଓ ବ୍ୟବସାୟ ପାଇଁ ଋଣ ପ୍ରଦାନ, ବିଦ୍ୟାଳୟ ଗୃହ ତଥା ଗରିବ ଲୋକଙ୍କ ପାଇଁ ବାସଗୃହ ବ୍ୟବସ୍ଥା, ସମସ୍ତଙ୍କୁ ସୁରକ୍ଷା, କର୍ମଯୋଗାଣ, ଦରଦାମ ନିୟନ୍ତ୍ରଣ, ବାହାର ଦେଶ ସହ ସମ୍ପର୍କ ରକ୍ଷା, ଦେଶର ସୀମାସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ବେଳେ ସାହାଯ୍ୟ ପ୍ରଦାନ ।

BSE Odisha 6th Class Political Science Notes Chapter 3 ସରକାର

→ (୩) ସରକାରଙ୍କର ଆଇନ ପ୍ରଣୟନ

  • ଜନସାଧାରଣଙ୍କର ମଙ୍ଗଳ ପାଇଁ ସରକାର ବିଭିନ୍ନ ଆଇନ ପ୍ରଣୟନ କରିଥା’ଛି ।
  • ଏଗୁଡ଼ିକ ହେଲା– ସର୍ବସାଧାରଣ ସ୍ଥାନରେ ଧୂମପାନ ନକରିବା, ନିୟନ୍ତ୍ରିତ ବେଗରେ ଗାଡ଼ିଚଳାଇବା, ଚାଳକ ହେଲ୍‌ମେଟ୍ ପିନ୍ଧିବା ସହିତ ନିଜପାଖରେ ଲାଇସେନ୍ସ ରଖୁବା ଇତ୍ୟାଦି ।

→ (୪) ସରକାରୀ ଅନୁଷ୍ଠାନ

  • ସରକାର ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ସରକାରୀ କାର୍ଯ୍ୟ କରିଥା’ନ୍ତି ।
  • ବିଭିନ୍ନ ସରକାରୀ ଅନୁଷ୍ଠାନଗୁଡ଼ିକ ହେଲା– ପୋଷ୍ଟ ଅଫିସ, ପୋଲିସ ଷ୍ଟେସନ, ବିଦ୍ୟାଳୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ହାଇକୋର୍ଟ, ତହସିଲ ଇତ୍ୟାଦି ।

→ (୫) ସରକାରର ପ୍ରକାର ଭେଦ

  • ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ସରକାର ଗଠିତ ହୋଇଥାଏ ।
  • ସେଗୁଡ଼ିକ ହେଲା – ସଂସଦୀୟ ସରକାର, ରାଷ୍ଟ୍ରପତୀୟ ସରକାର, ଐକିକ ସରକାର, ରାଷ୍ଟ୍ରସଂଘୀୟ ସରକାର, ରାଜତନ୍ତ୍ରିକ ସରକାର, ଗଣତାନ୍ତ୍ରିକ ସରକାର ।

BSE Odisha 6th Class Political Science Notes Chapter 3 ସରକାର

→ (୬) ସଂସଦୀୟ ସରକାର

  • ସଂସଦୀୟ ସରକାରରେ ରାଷ୍ଟ୍ରମୁଖ୍ୟ ‘ଆଳଙ୍କାରିକ ମୁଖ୍ୟ’ ମାତ୍ର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରିଚାଳିତ ମନ୍ତ୍ରୀମଣ୍ଡଳ ଶାସନର ‘ପ୍ରକୃତ ମୁଖ୍ୟ’ ଅଟନ୍ତି ।
  • ସଂସଦୀୟ ସରକାରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ନିଜ ନିଜ ଭିତରେ ଉତ୍ତମ ବୁଝାମଣା ଭିଭିରେ କାର୍ଯ୍ୟକରନ୍ତି ।
  • ବ୍ୟବସ୍ଥାପିକାର ସଭ୍ୟମାନେ ଜନସାଧାରଣଙ୍କ ଦ୍ବାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥା’ନ୍ତି ଓ ବ୍ୟବସ୍ଥାପିକାର ସଭ୍ୟ ଓ ବିଭାଗୀୟ ମନ୍ତ୍ରୀମାନେ ସେମାନଙ୍କର କାର୍ଯ୍ୟପାଇଁ ଲୋକମାନଙ୍କ ପାଖରେ ଉତ୍ତରଦାୟୀ ରହନ୍ତି ।
  • ମନେରଖ: ଭାରତ ଓ ଜାପାନରେ ସଂସଦୀୟ ସରକାର ରହିଛି ।

→ (୭) ରାଷ୍ଟ୍ରପତୀୟ ସରକାର

  • ଏହି ଶାସନ ବ୍ୟବସ୍ଥାରେ ରାଷ୍ଟ୍ରପତି ଉଭୟ ରାଷ୍ଟ୍ର ଓ ସରକାରର ମୁଖ୍ୟ ଅଟନ୍ତି ଓ ତାଙ୍କ ନାମରେ ଶାସନ କାର୍ଯ୍ୟ ଚାଲେ ।
  • ରାଷ୍ଟ୍ରପତି ବିଭିନ୍ନ ସଚିବମାନଙ୍କୁ ନିଯୁକ୍ତ କରି ସେମାନଙ୍କ ମାଧ୍ୟମରେ ଶାସନ କାର୍ଯ୍ୟ ପରିଚାଳନା କରନ୍ତି ।
  • ମନେରଖ : ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ଶ୍ରୀଲଙ୍କା ଓ ବ୍ରାଜିଲ୍ ଆଦି ଦେଶରେ ଏହି ପ୍ରକାର ସରକାର ରହିଛି ।

→ (୮) ଐକିକ ସରକାର

  • ଯେଉଁ ରାଷ୍ଟ୍ରରେ ସମସ୍ତ କ୍ଷମତା ଗୋଟିଏ ସରକାର ବା କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ ଥାଏ, ତାକୁ ‘ଐକିକ ସରକାର’ କୁହାଯାଏ ।
  • ଏହି ପ୍ରକାର ସରକାରୀ ବ୍ୟବସ୍ଥାକୁ ଅଧିକ ଫଳପ୍ରଦ କରିବାପାଇଁ ରାଷ୍ଟ୍ରକୁ କେତୋଟି ଅଞ୍ଚଳରେ ବିଭକ୍ତ କରାଯାଏ ଓ ଆଞ୍ଚଳିକ ସରକାରମାନଙ୍କୁ କେନ୍ଦ୍ର ସରକାର କିଛି କ୍ଷମତା ପ୍ରଦାନ କରିଥାଆନ୍ତି ।
  • ମନେରଖ : ଇଟାଲୀ, ବେଲ୍‌ଜିୟମ୍, ଜାପାନ, ଇରାନ, ଯୁକ୍ତରାଜ୍ୟ ବା ଇଂଲଣ୍ଡ ଓ ଫ୍ରାନ୍ସ ପ୍ରଭୃତି ଦେଶରେ ‘ଐକିକ ସରକାର’ ଶାସନ ପ୍ରଚଳିତ ।

BSE Odisha 6th Class Political Science Notes Chapter 3 ସରକାର

→ (୯) ରାଷ୍ଟ୍ରସଂଘୀୟ ସରକାର

  • ସମ୍ବିଧାନର ନିର୍ଦ୍ଦେଶ ଅନୁସାରେ ‘ରାଷ୍ଟ୍ର ସଂଘୀୟ ସରକାର’ ଗଠିତ ହୋଇଥାଏ ।
  • ଏହି ବ୍ୟବସ୍ଥାରେ ରାଷ୍ଟ୍ରସ୍ତରରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ରାଜ୍ୟ ସରକାର ଗଠନ କରାଯାଏ ଓ ଉଭୟ ସରକାର ବ୍ୟବସ୍ଥାପିକା, ପ୍ରଶାସନିକ ଓ ନ୍ୟାୟିକ କ୍ଷମତା ଉପଭୋଗ କରିଥାଆନ୍ତି ।
  • ମନେରଖ : ଭାରତ ଓ ରୁଷିଆ ଆଦି ରାଷ୍ଟ୍ରରେ ‘ରାଷ୍ଟ୍ରସଂଘୀୟ ସରକାର’ ରହିଛି ।

→ (୧୦) ରାଜତନ୍ତ୍ରିକ ସରକାର

  • ପୃଥ‌ିବୀର ସବୁଠାରୁ ପ୍ରାଚୀନ ଶାସନ ହେଉଛି ରାଜତନ୍ତ୍ର ଶାସନ ବା ‘ରାଜତନ୍ତ୍ରିକ ସରକାର’ ।
  • ଏହି ଶାସନରେ ସମସ୍ତ କ୍ଷମତାର ଅଧିକାରୀ ରାଜାଙ୍କର ସମସ୍ତ ଆଇନ୍ ବା ଆଦେଶ ପ୍ରଜାମାନେ ମାନିବାକୁ ବାଧ୍ୟ ।
  • ମନେରଖ : ଅତୀତରେ ଫ୍ରାନ୍ସ ଓ ତୁର୍କୀ ପ୍ରଭୃତି ରାଷ୍ଟ୍ରରେ ‘ରାଜତନ୍ତ୍ରିକ ସରକାର’ ଶାସନ ପ୍ରଚଳିତ ଥିଲା ।

→ (୧୧) ଗଣତାନ୍ତ୍ରିକ ସରକାର

  • ଗଣତନ୍ତ୍ର ହେଉଛି ଗଣ-ଶାସନ । ଏହି ଶାସନରେ ସାବାଳାକମାନେ ସ୍ବାଧୀନ ଭାବରେ ଭୋଟ ଦେଇ ରାଜନୈତିକ ଦଳର ଲୋକମାନଙ୍କ ମଧ୍ୟରୁ ଜଣକୁ ସେମାନଙ୍କର ପ୍ରତିନିଧ୍ବ ବାଛନ୍ତି ।
  • ସଂଖ୍ୟାଗରିଷ୍ଠ ରାଜନୈତିକ ଦଳର ବ୍ୟକ୍ତିମାନେ ସରକାର ଗଢ଼ି ରାଜ୍ୟ ଶାସନ କରିଥାଆନ୍ତି ।
  • ଗଣତନ୍ତ୍ର ବା ‘ଡେମୋକ୍ରାସି’ ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ‘ଡେମୋସ୍’ (ଲୋକମାନେ) ଓ ‘କ୍ରୀଟସ୍’ (ଶାସନ)ରୁ ଆସିଛି ଯାହାର ଅର୍ଥ ହେଉଛି ‘ଗଣଶାସନ’ ।
  • ମନେରଖ : ବର୍ତ୍ତମାନ ଭାରତ, ପାକିସ୍ତାନ ଆଦି ରାଷ୍ଟ୍ରରେ ‘ଗଣତାନ୍ତ୍ରିକ ସରକାର’ ପ୍ରଚଳିତ । ଆମ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକମାନଙ୍କର ଭୋଟ ଦେବାର ଅଧିକାର ଅଛି ।

Leave a Comment