BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

Odisha State Board BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ will enable students to study smartly.

BSE Odisha Class 6 Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

ବିଷୟବସ୍ତୁ
ସ୍ୱାୟତ୍ତ ଶାସନ କ’ଣ ? ପଞ୍ଚାୟତିରାଜ, ଗ୍ରାମାଞ୍ଚଳ ସ୍ନାୟତ୍ତ ଶାସନ ବ୍ୟବସ୍ଥା, ଗ୍ରାମ ପଞ୍ଚାୟତ (ଗଠନ, କାର୍ଯ୍ୟ ଓ ଆୟ) ପଞ୍ଚାୟତ ସମିତି (ଗଠନ ଓ କାର୍ଯ୍ୟ), ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟକ୍ରମ, ଜିଲ୍ଲା ପରିଷଦ, ଜିଲ୍ଲା ପରିଷଦର ଗଠନ, କାର୍ଯ୍ୟ ଓ ଆୟ, ସହରାଞ୍ଚଳର ସ୍ୱାୟତ୍ତ ଶାସନ ବ୍ୟବସ୍ଥା, ମହାନଗର ନିଗମ (ଗଠନ, କାର୍ଯ୍ୟ ଓ ଆୟ, ପୌରପାଳିକା ବା ନଗର ପାଳିକା) (ଗଠନ, କାର୍ଯ୍ୟ ଓ ଆୟ), ବିଜ୍ଞାପିତ ଅଞ୍ଚଳ ପରିଷଦ ।

(୧) ସ୍ୱାୟତ୍ତ ଶାସନ କ’ଣ?

  • ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନେ ସେମାନଙ୍କ ପ୍ରତିନିଧ୍ବ ବାଛି ‘ଜନଗୋଷ୍ଠୀ’ ତିଆରି କରିଥା’ନ୍ତି । ଜନଗୋଷ୍ଠୀ ନିଜକୁ ନିଜେ ଶାସନ କରିବାକୁ ‘ସ୍ୱାୟତ୍ତଶାସନ’ କୁହାଯାଏ ।
  • ଆମ ଦେଶର କେନ୍ଦ୍ର ଶାସନର ମୁଖ୍ୟ କାର୍ଯ୍ୟପାଳିକା ଦିଲ୍ଲୀରେ ଅବସ୍ଥିତ ।
  • ସେହିପରି ପ୍ରତ୍ୟେକ ରାଜ୍ୟ ଶାସନର ମୁଖ୍ୟ କାର୍ଯ୍ୟାଳୟ ସାଧାରଣତଃ ନିଜ ନିଜ ରାଜ୍ୟର ରାଜଧାନୀ ଥାଏ ।

(୨) ପଞ୍ଚାୟତିରାଜ

  • ୧୯୫୮ ମସିହାରେ ବଳବନ୍ତରାୟ ମେହେଟ୍ଟା କମିଟି ଏକ ତିନିସ୍ତର ବିଶିଷ୍ଟ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥା ପ୍ରଚଳନ କରିବାକୁ ସୁପାରିସ୍ କରିଥିଲେ ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(୩) ଗ୍ରାମାଞ୍ଚଳ ସ୍ୱାୟତ୍ତଶାସନ ବ୍ୟବସ୍ଥା

  • ଆମ ଦେଶରେ ସ୍ଥାନୀୟ ସ୍ୱାୟତ୍ତଶାସନ ବ୍ୟବସ୍ଥା ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯଥା— ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ।
  • ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ମଧ୍ୟରେ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଅନ୍ତର୍ଭୁକ୍ତ ।

(୩) ଗ୍ରାମ ପଞ୍ଚାୟତ (ଗଠନ, କାର୍ଯ୍ୟ ଓ ଆୟ)

  • ଦୁଇ ହଜାରରୁ ଦଶ ହଜାର ଲୋକ ବାସ କରୁଥିବା ଗ୍ରାମକୁ ନେଇ ଗୋଟିଏ ଗ୍ରାମପଞ୍ଚାୟତ ଗଠିତ ।
  • ଏଥିରେ ଏକରୁ ଅଧିକ ଗ୍ରାମ ଥାଇପାରେ ।
  • ଆମ ରାଜ୍ୟର ପଞ୍ଚାୟତ ଆଇନ ଅନୁଯାୟୀ ଅତି ବେଶୀରେ ୨୫ ଜଣ ଓ ଅତି କମ୍‌ରେ ୧୧ ଜଣ ୱାର୍ଡ଼ ସଭ୍ୟ ରହିପାରିବେ ।
  • ସରପଞ୍ଚ ଗ୍ରାମ ପଞ୍ଚାୟତର ମୁଖ୍ୟ ଅଟନ୍ତି ।
  • ଗ୍ରାମ ପଞ୍ଚାୟତର କାର୍ଯ୍ୟକାଳ ୫ ବର୍ଷ ।
  • ମନେରଖ : ଆମ ରାଜ୍ୟରେ ବର୍ତ୍ତମାନ ୬, ୨୩୪ଟି ଗ୍ରାମ ପଞ୍ଚାୟତ ରହିଛି ।
  • ଗ୍ରାମ ପଞ୍ଚାୟତର କାର୍ଯ୍ୟ ଦୁଇ ପ୍ରକାର । ଯଥା– ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ ।
  • ଗ୍ରାମ ପଞ୍ଚାୟତର ଆୟ ଦୁଇଟି ମାଧମରୁ ପାଇଥାଏ । ଯଥା— ନିଜସ୍ବ ଆୟ ଓ ସରକାରୀ ଅନୁଦାନ ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(୫) ପଞ୍ଚାୟତ ସମିତି (ଗଠନ ଓ କାର୍ଯ୍ୟ)

  • ପଞ୍ଚାୟତ ସମିତି ପଞ୍ଚାୟତିରାଜ ବ୍ୟବସ୍ଥାର ଦ୍ବିତୀୟ ସ୍ତର ।
  • କେତୋଟି ଗ୍ରାମ ପଞ୍ଚାୟତକୁ ନେଇ ବ୍ଲକସ୍ତରରେ ଗୋଟିଏ ପଞ୍ଚାୟତ ସମିତି ଗଠିତ ହୋଇଥାଏ ।
  • ପ୍ରତି ବ୍ଲକ୍‌ରେ ଥ‌ିବା ଗୋଟିଏ ପଞ୍ଚାୟତ ସମିତି ଥାଏ ।
  • ଗୋଟିଏ ପଞ୍ଚାୟତ ସମିତି ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥାଏ ।
  • ପ୍ରତି ଦୁଇମାସରେ ଥରେ ପଞ୍ଚାୟତ ସମିତି ବୈଠକ ବସେ ।
  • ମନେରଖ : ଓଡ଼ିଶାରେ ୩୧୪ଟି ପଞ୍ଚାୟତ ସମିତି ରହିଛି ।
  • ପଞ୍ଚାୟତ ସମିତିର କାର୍ଯ୍ୟ ହେଉଛି– ସରକାରଙ୍କର ଉନ୍ନୟନ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବା, ପଞ୍ଚାୟତ ସମିତି ବୈଠକରେ ଗୃହୀତ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା, ଗ୍ରାମ ପଞ୍ଚାୟତଗୁଡ଼ିକର ଆୟବ୍ୟୟ ଅଟକଳ ପ୍ରସ୍ତୁତ କରିବା ଓ ବ୍ଲକସ୍ତରୀୟ ଯୋଜନା ପ୍ରସ୍ତୁତ କରିବା ।
  • ପଞ୍ଚାୟତ ସମିତିର ନିଜସ୍ୱ ଆୟ ନଥାଏ । ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବାପାଇଁ ସମସ୍ତ ଅର୍ଥ ସରକାରଙ୍କଠାରୁ ମିଳିଥାଏ ।

(୬) ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟକ୍ରମ

  • ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟକ୍ରମଗୁଡ଼ିକ ହେଲା — ଗ୍ରାମାଞ୍ଚଳ ଗରିବଲୋକଙ୍କ ଆର୍ଥିକ ଥଇଥାନ କାର୍ଯ୍ୟକ୍ରମ, ସମନ୍ବିତ ଗ୍ରାମ ଉନ୍ନୟନ ଯୋଜନା, ପ୍ରଧାନମନ୍ତ୍ରୀଙ୍କ ଅର୍ଥ ଯୋଗାଣ କାର୍ଯ୍ୟକ୍ରମ ଓ ଜାତୀୟ ଗ୍ରାମ୍ୟ ନିଯୁକ୍ତି କାର୍ଯ୍ୟକ୍ରମ ଏବଂ ଗ୍ରାମ୍ୟ ଶ୍ରମିକ ନିଯୁକ୍ତି ସୃଷ୍ଟି ।

(୭) ଜିଲ୍ଲା ପରିଷଦ (ଗଠନ, କାର୍ଯ୍ୟ ଓ ଆୟ)

  • ପ୍ରତି ଜିଲ୍ଲାକୁ କେତେଗୁଡ଼ିଏ ଜିଲ୍ଲାପରିଷଦ ଜୋନ୍‌ରେ ବିଭକ୍ତ କରାଯାଏ ଓ ପ୍ରତ୍ୟେକ ଜୋନରୁ ସାବାଳକ ଭୋଟ ପ୍ରଥା ଜରିଆରେ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରାଯାଏ ।
  • ଜିଲ୍ଲା ପରିଷଦର କାର୍ଯ୍ୟକାଳ ୫ ବର୍ଷ l
  • ଜିଲ୍ଲା ପରିଷଦର କାର୍ଯ୍ୟ ହେଉଛି– ଜିଲ୍ଲା ସ୍ତରୀୟ ଯୋଜନା ପ୍ରସ୍ତୁତି, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା, ଜିଲ୍ଲା ମଧ୍ୟରେ ଥିବା ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ପାଠାଗାର ଇତ୍ୟାଦିକୁ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିବା, କୃଷି, ଶିଳ୍ପ, ପଶୁପାଳନ, ଗ୍ରାମ୍ୟ ବିଦ୍ୟୁତ୍ଵକରଣ, ସାମାଜିକ ବନୀକରଣ ଓ ବିଭିନ୍ନ ସ୍ତରୀୟ ଶିକ୍ଷାପାଇଁ ପଦକ୍ଷେପ ଗ୍ରହଣ କରିବା ଇତ୍ୟାଦି ।
  • ଜିଲ୍ଲା ପରିଷଦର ଆୟ ହେଉଛି- ମୁଖ୍ୟତଃ ସରକାରୀ ଅନୁଦାନ ଉପରେ ନିର୍ଭର କରେ, ଏହାଛଡ଼ା ବିଭିନ୍ନ କର ଆଦାୟ, ରହିବା ଘର ଓ ଦୋକାନ ଘର ଇତ୍ୟାଦିରୁ ଏହା ଭଡ଼ା ସୂତ୍ରରେ ଅର୍ଥ ପାଇଥାଏ ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(୮) ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା

  • ସହରାଞ୍ଚଳ ସ୍ୱାୟତ୍ତ ଶାସନ ୩ ଭାଗରେ ବିଭକ୍ତ ।
  • ସେଗୁଡ଼ିକ ହେଲା– ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ।

(୯) ମହାନଗର ନିଗମ

  • ସାଧାରଣତଃ ୧୦ ଲକ୍ଷରୁ ଅଧ‌ିକ ଲୋକ ବାସକରୁଥିବା ସହରମାନଙ୍କରେ ମହାନଗର ନିଗମ ଗଠିତ ହୋଇଥାଏ ।
  • ନଗରର ବିଭିନ୍ନ ୱାର୍ଡ଼ରୁ ନିର୍ବାଚିତ ହୋଇଥିବା ବିଭିନ୍ନ ପ୍ରତିନିଧୁ ବା କର୍ପୋରେଟର ସେମାନଙ୍କ ମଧ୍ୟରୁ ଜଣଙ୍କୁ ମେୟର ଓ ଅନ୍ୟ ଜଣଙ୍କୁ ଡେପୁଟି ମେୟର ଭାବରେ ନିର୍ବାଚିତ କରିଥା’ନ୍ତି ।
  • ନିଗମର ମୁଖ୍ୟ ହେଉଛନ୍ତି ମେୟର ଓ ସେ ନିଗମ ପରିଷଦର ଅଧ୍ୟକ୍ଷତା କରନ୍ତି ।
  • ମହାନଗର ନିଗମର କାର୍ଯ୍ୟ ପରିଚାଳନା ପାଇଁ ରାଜ୍ୟ ସରକାର ଦ୍ବାରା ଜଣେ କାର୍ଯ୍ୟପାଳିକା ବା କମିଶନର ନିଯୁକ୍ତ ହୋଇଥା’ତି, ଯିଏକି ନିଗମର ସମସ୍ତ ବୈଠକରେ ଯୋଗଦିଅନ୍ତି ଓ ବିଭିନ୍ନ ବଜେଟ୍ ରିପୋର୍ଟ ପ୍ରସ୍ତୁତ କରି ନିଗମ ପରିଷଦରେ ଦାଖଲ କରନ୍ତି ।
  • ମହାନଗର ନିଗମର କାର୍ଯ୍ୟ ଦୁଇ ପ୍ରକାର । ଯଥା– ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ । ବାଧ୍ୟତାମୂଳକ କାର୍ଯ୍ୟ ହେଉଛି – ପାଣିଟାଙ୍କି ନିର୍ମାଣ ଓ ଏହାର ରକ୍ଷଣାବେକ୍ଷଣ, ରାସ୍ତା ବିଦ୍ୟୁତ୍‌କରଣ ଓ ଯୋଗାଣ, ଯାନବାହନ ଚଳାଚଳ ଓ ନିୟନ୍ତ୍ରଣ, ଅଳିଆ ଆବର୍ଜନା ସଫା, ନାଳନର୍ଦ୍ଦମା ନିର୍ମାଣ ଓ ରକ୍ଷଣାବେକ୍ଷଣ ଇତ୍ୟାଦି । ଇଚ୍ଛାଧୀନ କାର୍ଯ୍ୟ ହେଉଛି– ସର୍ବସାଧାରଣ ପାଠାଗାର, ଯାଦୁଘର ଓ ପାର୍କ ନିର୍ମାଣ, ବିଶ୍ରାମ ଗୃହ, ଅନାଥଶ୍ରମ ନିର୍ମାଣ ଓ ପରିଚାଳାନା, ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷରୋପଣ ଓ ସାମାଜିକ ବନୀକରଣ ଇତ୍ୟାଦି ।
  • ମହାନଗର ନିଗମର ଆୟର ପନ୍ଥା ହେଉଛି– ଯାନବାହନ ଓ ବିଭିନ୍ନ ପ୍ରାଣୀମାନଙ୍କ ଉପରୁ ଟିକସ, ସମ୍ପତ୍ତିକର, ପ୍ରମୋଦକର, ଶିକ୍ଷାକର, ବୃଷ୍ଟିକର ଓ କୋଠାବାଡ଼ି, ଲାଇସେନ୍ସ ଫି ଇତ୍ୟାଦି ଅଣଟିକସରୁ ଓ ଗୋପାଳନ, କୁକୁଡ଼ା ପାଳନ, ସିନେମା ପ୍ରଭୃତିରୁ ବାଣିଜ୍ୟ କର ଭଳି ଲାଭଜନକ ବ୍ୟବସାୟ ଦ୍ବାରା ଓ ଅନେକ ସମୟରେ ସରକାରୀ ଅନୁଦାନ ସୂତ୍ରରୁ ଏହା ନିଜର ଆୟ କରିଥାଏ ।

(୧୦) ପୌରପାଳିକା ବା ନଗରପାଳିକା (ଗଠନ, କାର୍ଯ୍ୟ ଓ ଆୟ)

  • ପୌରପାଳିକାର ସମସ୍ତ ୱାର୍ଡ଼ର ପ୍ରତିନିଧ୍ଵ (କାଉନ୍ସିଲର)ମାନଙ୍କୁ ନେଇ ପୌର ପରିଷଦ ଗଠିତ ।
  • କାଉନ୍ସିଲରଙ୍କ ମଧ୍ୟରୁ ଏକ-ତୃତୀୟାଂଶ ମହିଳାମାନଙ୍କ ପାଇଁ ସଂରକ୍ଷିତ ।
  • ନିର୍ବାଚିତ କାଉନସିଲରମାନେ ନିଜ ଭିତରୁ ଜଣଙ୍କୁ ଚେୟାରମ୍ୟାନ ଓ ଆଉଜଙ୍କୁ ଭାଇସ୍‌ଚେୟାରମ୍ୟାନ ଭାବେ ନିର୍ବାଚିତ କରନ୍ତି । ଚେୟାରମ୍ୟାନ ସଭାରେ ଅଧ୍ୟକ୍ଷତା କରନ୍ତି ।
  • ପୌର ପରିଷଦର ଦୈନନ୍ଦିନ କାର୍ଯ୍ୟ ତଦାରଖ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ ହୋଇଥା’ଛି ।
  • ପୌରପାଳିକାର କାର୍ଯ୍ୟକ ଦଇ ଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା– ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ । ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ ହେଲା– ଗମନାଗମନ, ରାସ୍ତାନିର୍ମାଣ ଓ ରକ୍ଷଣାବେକ୍ଷଣ, ପାନୀୟଜଳ ଯୋଗାଣ, ଜଳ ନିଷ୍କାସନ ଓ ଆଲୋକ ବ୍ୟବସ୍ଥା, ସଂକ୍ରାମକ ରୋଗର ନିରାକରଣ, ପ୍ରାଥମିକ ଶିକ୍ଷାର ପ୍ରସାର ଏବଂ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଦି ପ୍ରମୁଖ । ଇଚ୍ଛାଧୀନ କାର୍ଯ୍ୟଗୁଡ଼ିକ ହେଲା– ଗୃହ ନିର୍ମାଣ ଓ ଟାଉବସ୍‌ର ପ୍ରଚଳନ, ଆମୋଦ ପ୍ରମୋଦ ପାଇଁ ପାର୍କ ତିଆରି, ସିନେମା ଗୃହ ନିର୍ମାଣ, ହାଟ ବଜାର ଓ ପାଠାଗାର ସ୍ଥାପନ ।
  • ପୌରପାଳିକାର ଆୟ ପନ୍ଥା ହେଲା– ପୌରପାଳିକା ତା’ର ଆୟର ଦୁଇଟି ଉପାୟରେ ଅର୍ଥ ପାଇଥାଏ । ଯଥା— ନିଜସ୍ବ ଆୟ ଓ ସରକାରୀ ଅନୁଦାନ ନିଜସ୍ବ ଆୟ ହେଲା– ପୌରପାଳିକାର ଅନ୍ତର୍ଗତ ଜମି, ଘର, କୋଠାବାଡ଼ି, ପଣ୍ୟକର, ପାଇଖାନା, ଆଲୋକ ଓ ଜଳକର, ବ୍ୟବସାୟ, ପ୍ରମୋଦ କର, ସାଇକେଲ, ରିକ୍କା, ଶଗଡ଼, ଟ୍ରଲି ଆଦି ଯାନବାହନରୁ ଟିକସ ଆଦାୟ । ସରକାରୀ ଅନୁଦାନ ହେଲା ପୌରପାଳିକାର ଉନ୍ନତିମୂଳକ କାର୍ଯ୍ୟପାଇଁ ବିଭିନ୍ନ ସମୟରେ ସରକାର ବିଭିନ୍ନ ଅନୁଦାନ ଦେବା ସହିତ ଋଣ ମଧ୍ୟ ଯୋଗାଇଥା’ନ୍ତି ।
  • ମନେରଖ: ଆମ ରାଜ୍ୟରେ ଏବେ ୩୫ଟି ପୌରସଂସ୍ଥା ବା ପୌରପାଳିକା ଅଛି ।

BSE Odisha 6th Class Political Science Notes Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(୧୧) ବିଜ୍ଞାପିତ ଅଞ୍ଚଳ ପରିଷଦ

  • ଯେଉଁ ଛୋଟ ସହରର ଲୋକସଂଖ୍ୟା ୧୦ ହଜାରରୁ ଅଧିକ ସେଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ (N.A.C.) ଗଠିତ ହୋଇଥାଏ ।
  • ବିଜ୍ଞାପିତ ଅଞ୍ଚଳ ପରିଷଦର ଗଠନ, କାର୍ଯ୍ୟ, ଆୟ ଓ ଅନ୍ୟାନ୍ୟ ବ୍ୟବସ୍ଥା ପୌରପାଳିକା ବା ମ୍ୟୁନିସିପାଲିଟି ପରି ହୋଇଥାଏ ।
  • ମନେରଖ: ଓଡ଼ିଶାରେ ଏବେ ୬୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଛି ।

Leave a Comment