BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

Odisha State Board BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ will enable students to study smartly.

BSE Odisha Class 6 History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

ବିଷୟ ବସ୍ତୁ

ଉପନିଷଦ, ଉପନିଷଦର ବିଷୟବସ୍ତୁ, ମହାବୀର ଓ ଜୈନଧର୍ମ, ମହାବୀରଙ୍କ ଜୀବନୀ, ଧର୍ମ ପ୍ରଚାର, ଧର୍ମନୀତି, ଜୈନଧର୍ମର ପ୍ରସାର, ଜୈନ ଧର୍ମର କୀର୍ତ୍ତି, ଗୌତମ ବୁଦ୍ଧ ଓ ବୌଦ୍ଧ ଧର୍ମ, ଧର୍ମ ପ୍ରଚାର, ବୌଦ୍ଧଧର୍ମର ନୀତି, ବୌଦ୍ଧ ସଂଘ, ଧର୍ମ ପ୍ରସାର ।

→ (କ) ଉପନିଷଦ :

  • ଭାରତୀୟ ଦର୍ଶନର ମୌଳିକ ତଥ୍ୟ ଗୁଡ଼ିକ ଉପନିଷଦରେ ଆଲୋଚନା କରାଯାଇଛି ।
  • ବହୁ ଜଟିଳ ତଥ୍ୟ, ଜୀବାତ୍ମା, ପରମାତ୍ମା, ପୃଥିବୀ ସୃଷ୍ଟିର ରହସ୍ୟ ଆଦି ବିଷୟରେ ଏଥରେ ଆଲୋଚନା କରାଯାଇଛି ।
  • ବ୍ରହ୍ମ ହେଉଛି ପରମାତ୍ମା ବା ପରମେଶ୍ଵର । ଏହି ବ୍ରହ୍ମ ଜ୍ଞାନ ବିଷୟରେ ଉପନିଷଦରେ ସବିଶେଷ ଆଲୋଚନା କରାଯାଇଛି ।
  • ଉପନିଷଦ ହେଉଛି ବେଦର ଏକ ଅଂଶ । ବୈଦିକ ଯୁଗର ଶେଷଭାଗରେ ଏହା ରଚନା କରାଯାଇଛି ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

ମନେରଖ :
ଶ୍ରୀମଦ୍ ଭାଗବଦ ଗୀତା ଗ୍ରନ୍ଥରେ ଅର୍ଜୁନ ନିଜଗୁରୁ ଶ୍ରୀକୃଷ୍ଣଙ୍କ ଠାରୁ ବ୍ରହ୍ମଜ୍ଞାନ ଲାଭ କରିଥିଲେ । ସେହିପରି କଠୋପନିଷଦରେ ନଚିକେତା ଉପାଖ୍ୟାନରେ ନଚିକେତା ନିଜର ଶ୍ରଦ୍ଧା, ଭକ୍ତି, ନିଷ୍ଠା ଓ ସେବା ବଳରେ ଧର୍ମରାଜ ଯମଙ୍କଠାରୁ ବ୍ରହ୍ମଜ୍ଞାନ ଲାଭ କରିଥିଲେ ବୋଲି ବର୍ଣ୍ଣନା କରାଯାଇଛି ।

→ (ଖ) ଉପନିଷଦର ବିଷୟବସ୍ତୁ

  • ଗୁରୁ ଓ ଶିଷ୍ୟ ମଧ୍ୟରେ କଥୋପକଥନ ମାଧ୍ୟମରେ ବ୍ରହ୍ମତତ୍ତ୍ୱର ଗୂଢ଼ ରହସ୍ୟ ଉପନିଷଦରେ ବର୍ଣ୍ଣନା କରାଯାଇଛି ।
  • ଉପନିଷଦର ସଂଖ୍ୟା ଅନେକ । ମାତ୍ର ବର୍ତ୍ତମାନ ମିଳୁଥିବା ଉପନିଷଦ ସଂଖ୍ୟା ୨୦୦ ଏବଂ ସେଗୁଡ଼ିକ ମଧ୍ୟରୁ ୧୬ଗୋଟି ଉପନିଷଦ ପ୍ରଧାନ ଅଟେ । ପ୍ରତ୍ୟେକ ଉପନିଷଦରେ ଭିନ୍ନଭିନ୍ନ ବିଷୟବସ୍ତୁ ରହିଛି ।
  • ଭାରତୀୟ ଦାର୍ଶନିକମାନେ ଉପନିଷଦକୁ ବିଭିନ୍ନ ଚିନ୍ତାଧାରାରେ ବ୍ୟଖ୍ୟା କରିଛନ୍ତି ।
  • ଭାରତୀୟ ଦର୍ଶନଶାସ୍ତ୍ରର ପଣ୍ଡିତମାନେ ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତବାଦମୂଳକ ବ୍ୟାଖ୍ୟାକୁ ଅଧିକ ସମ୍ମାନ ଦେଉଥାନ୍ତି ।
  • ବଲ୍ଲଭାଚାର୍ଯ୍ୟ, ମାଧୁଚାର୍ଯ୍ୟ, ରାମାନୁଜ ପ୍ରଭୃତି ଭାରତୀୟ ଦାର୍ଶନିକ ଉପନିଷଦକୁ ଭିନ୍ନ ଭିନ୍ନ ଭାବରେ ଉପସ୍ଥାପନ କରିଛନ୍ତି ।

→ (ଗ) ମହାବୀର ଓ ଜୈନଧର୍ମ

  • ଆଜକୁ ପ୍ରାୟ ୨୫୦୦ ବର୍ଷ ତଳେ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ମହାବୀର ଜୈନ ଓ ଗୌତମ ବୁଦ୍ଧ ନାମକ ଦୁଇଜଣ ମହାପୁରୁଷ ଜନ୍ମଗ୍ରହଣ କରିଥିଲେ । ସେମାନେ ଯଥାକ୍ରମେ ଜୈନଧର୍ମ ଓ ବୌଦ୍ଧଧର୍ମ ପ୍ରଚାର କରିଥିଲେ ।
  • ଜୈନଧର୍ମର ପ୍ରଚାରକ ମହାବୀର ୨୪ ତମ ତୀର୍ଥଙ୍କର ଥିଲେ ଓ ଜୈନଧର୍ମର ପରମ୍ପରା ଅନୁସାରେ ତାଙ୍କ ପୂର୍ବରୁ ୨୩ ଜଣ ତୀର୍ଥଙ୍କର ସେମାନଙ୍କର ବାଣୀ ପ୍ରଚାର କରିଥିଲେ । ଋଷ୍ଟ୍ରନାଥ ହେଉଛନ୍ତି ପ୍ରଥମ ତୀର୍ଥଙ୍କର ।
  • ମହାବୀରଙ୍କ ପୂର୍ବବର୍ତ୍ତୀ ତୀର୍ଥଙ୍କର ପାର୍ଶ୍ଵନାଥ କାଶୀରାଜା ଅଶ୍ଵସେନଙ୍କ ପୁତ୍ର ଥିଲେ । ସେ ଜୈନଧର୍ମର ଚାରିଗୋଟି ନୀତି ପ୍ରଚାର କରିଥିଲେ । ଏହାକୁ ‘ଚତୁର୍ଯ୍ୟାମ ଧର୍ମ’’ କୁହାଯାଉଥିଲା ।
  • ମହାବୀର ଏହି ‘ଚତୁର୍ଯ୍ୟ’ ଧର୍ମରେ ଆଉ ଏକ ନୀତି ବ୍ରହ୍ମଚର୍ଯ୍ୟ ଯୋଗ କରି ଏହାକୁ ‘ପଞ୍ଚଯାମ ଧର୍ମ’ରେ ପରିଣତ କରିଥିଲେ ।
  • ଏହି ପାଞ୍ଚଟି ନୀତିକୁ ଜୈନମାନେ ‘ପଞ୍ଚମହାବ୍ରତ’ ଭାବରେ ପାଳନ କରନ୍ତି ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

ମନେରଖ :
ପାର୍ଶ୍ଵନାଥଙ୍କ ପ୍ରଚାରିତ ‘ଚତୁର୍ଯ୍ୟାମ ଧର୍ମ’ର ଚାରିଗୋଟି ନୀତି ହେଲା – (୧) ଜୀବପ୍ରତିହିଂସା ଆଚରଣ ନ କରିବା, (୨) ମିଥ୍ୟା ନ କହିବା, (୩) ଚୋରି ନକରିବା ଓ (୪) ସମ୍ପଭି ପ୍ରତି ଅନାଗ୍ରହ ହେବା ।

→ (ଘ) ମହାବୀରଙ୍କ ଜୀବନୀ

  • ମହାବୀର ବୈଶାଳୀ ନଗରର କୁନ୍ଦଗ୍ରାମର ଏକ କ୍ଷତ୍ରୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାଲ୍ୟନାମ ‘ବର୍ଷମାନ’ ଥିଲା ।
  • ତାଙ୍କ ପିତାଙ୍କ ନାମ ସିଦ୍ଧାର୍ଥ ଓ ମାତାଙ୍କ ନାମ ତ୍ରିଶଳା ଥିଲା । ‘ଯଶୋଦା’ ନାମରେ ଏକ କନ୍ୟାକୁ ବର୍ଷମାନ ବିବାହ କରିଥିଲେ ।
  • ସତ୍ୟର ସନ୍ଧାନ ପାଇଁ ସେ ୩୦ ବର୍ଷ ବୟସରେ ଗୃହତ୍ୟାଗ କରି ଦୀର୍ଘ ୧୨ ବର୍ଷ କଠୋର ସାଧନା କରିଥିଲେ । ସେ ୪୨ ବର୍ଷ ବୟସରେ ଦିବ୍ୟଜ୍ଞାନ ଲାଭ କରିଥିଲେ ।
  • ପ୍ରକୃତ ଜ୍ଞାନର ଅଧିକାରୀ ହୋଇଥିବାରୁ ତାଙ୍କୁ ‘ଜିନ’ କୁହାଯାଏ ।
  • ଏହି ଜିନ୍ ଶବ୍ଦରୁ ତାଙ୍କ ପ୍ରଚାରିତ ଧର୍ମକୁ ‘ଜୈନଧର୍ମ’ କୁହାଯାଏ ।

ମନେରଖ :
ମହାବୀର ଇନ୍ଦ୍ରିୟ ମାନଙ୍କ ଉପରେ ଜୟଲାଭ କରିଥିବାରୁ ସେ ‘ମହାବୀର’ ନାମ ଧାରଣ କରିଥିଲେ ।

→ (ଙ) ଧର୍ମପ୍ରଚାର

  • ମହାବୀର ମଗଧର ରାଜା ବିମ୍ବିସାର ଓ ଅଜାତଶତ୍ରୁଙ୍କୁ ଜୈନଧର୍ମ ପ୍ରତି ଆକୃଷ୍ଣ କରାଇଥିଲେ ।
  • ସେ ମଗଧ, ଅବନ୍ତୀ, ବୈଶାଳୀ, ମିଥୁଳା ଓ ଶ୍ରୀବସ୍ତି ଆଦି ସ୍ଥାନରେ ନିଜର ଧର୍ମ ପ୍ରଚାର କରି ୭୨ ବର୍ଷ ବୟସରେ ପାନା ନାମକ ସ୍ଥାନରେ ଦେହତ୍ୟାଗ କରିଥିଲେ ।

→ (ଚ) ଧର୍ମନୀତି

  • ମହାବୀର ଈଶ୍ବରଙ୍କ ସ୍ଥିତି, ଧର୍ମବିଧ୍ର, ଯାଗଯଜ୍ଞ, ପଶୁବଳି ଜାତି ଭେଦରେ ବିଶ୍ୱାସ କରୁନଥିଲେ । ସେ ସରଳ ଓ ନିରାଡ଼ମ୍ବର ଜୀବନଯାପନ ଉପରେ ବିଶ୍ଵାସ କରୁଥିଲେ ।
  • ଜୈନଧର୍ମର ମୂଳମନ୍ତ୍ର ଥିଲା ଅହିଂସା । ମହାବୀର ପୁନର୍ଜନ୍ମରେ ବିଶ୍ବାସ କରୁଥିଲେ ।
  • ମହାବୀର କର୍ମବାଦ ଉପରେ ଅଧ‌ିକ ଗୁରୁତ୍ଵ ଦେଉଥିଲେ । ସୁକର୍ମ କଲେ ପୁନର୍ଜନ୍ମ ହେବନାହିଁ ବୋଲି ସେ ବିଶ୍ବାସ କରୁଥିଲେ ।
  • ଆତ୍ମାର କର୍ମ ବନ୍ଧନରୁ ମୁକ୍ତି ହେଉଛି ନିର୍ବାଣ ଓ ଜୈନ ଧର୍ମାବଲମ୍ବୀଙ୍କ ପ୍ରଧାନ ଲକ୍ଷ୍ୟ ହେଲା ନିର୍ବାଣ ପ୍ରାପ୍ତି । ଏହା କେବଳ ଉପବାସ, ଧ୍ୟାନ ଓ କଠୋର ସଂଯମ ଦ୍ବାରା ସମ୍ଭବ ହୋଇପାରିବ ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

ମନେରଖ :
ମହାବୀର ଉପଦେଶ ଦେଉଥିଲେ ଯେ ପୁନର୍ଜନ୍ମରୁ ମୁକ୍ତିଲାଭ କରିବାପାଇଁ ସତ୍ଵବିଶ୍ଵାସ, ସଜ୍ଞାନ ଓ ସତ୍‌କାର୍ଯ୍ୟ ଆଦି ତିନୋଟି ମାର୍ଗ ଅବଲମ୍ବନ କରିବାକୁ ହେବ । ଏହାକୁ ଜୈନ ‘ତ୍ରିରତ୍ନ’ କୁହାଯାଏ ।

→ (ଛ) ଜୈନଧର୍ମର ପ୍ରସାର

  • ଜୈନଧର୍ମର ନୀତିଗୁଡ଼ିକ ଅତି ସରଳ ପାଲି ଓ ପ୍ରାକୃତ ଭାଷାରେ ଲେଖାଯାଇଥିବାରୁ ଲୋକମାନେ ସହଜରେ ଜାଣିପାରୁଥିଲେ । ଫଳରେ ଏହା ଭାରତର ବିଭିନ୍ନ ଅଞ୍ଚଳକୁ ପ୍ରସାରିତ ହୋଇଥିଲା ।
  • ଏହି ଧର୍ମ କେବଳ ଭାରତବର୍ଷ ମଧ୍ୟରେ ସୀମିତ ହୋଇ ରହିଲା । ବର୍ତ୍ତମାନ ଗୁଜରାଟ ଓ ରାଜସ୍ଥାନ ରାଜ୍ୟରେ ଜୈନଧର୍ମୀ ବଲମ୍ବୀ ଲୋକ ଅଧ‌ିକ ସଂଖ୍ୟାରେ ବାସ କରୁଛନ୍ତି ।
  • ଏହି ଧର୍ମ କେବଳ ଭାରତବର୍ଷ ମଧ୍ୟରେ ହିଁ ସୀମିତ ହୋଇ ରହିଥିଲା । ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ଓ ଗୁଜରାଟ ରାଜ୍ୟରେ ଅଧ‌ିକ ଜୈନ ଧର୍ମାବଲମ୍ବୀମାନେ ରହିଛନ୍ତି ।

ମନେରଖ :
ମଗଧର ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ କଳିଙ୍ଗର ରାଜା ଖାରବେଳ ଜୈନଧର୍ମ ଗ୍ରହଣ କରି ଏହାର ପୃଷ୍ଠପୋଷକତା ଲାଭ କରିଥିଲେ ।

→ (ଜ) ଜୈନଧର୍ମର କୀର୍ତ୍ତି :

  • ଭାରତରେ ଅବସ୍ଥିତ ଜୈନଧର୍ମର କୀର୍ତ୍ତି ମଧ୍ୟରେ ପ୍ରସିଦ୍ଧ ହେଉଛି କର୍ଣାଟକ ଶ୍ରାବଣ ବେଲଗୋଲା, ମହାରାଷ୍ଟ୍ରର ଏଲୋରା ପାହାଡ଼ରେ ଥିବା ଜୈନଗୁମ୍ଫା ଏବଂ ରାଜସ୍ଥାନର ଆବୁ ପର୍ବତରେ ଥିବା ଜୈନ ମନ୍ଦିର ।
  • ଓଡିଶାର ଭୁବନେଶ୍ଵରରେ ଉଦୟଗିରି ଓ ଖଣ୍ଡଗିରି ପାହଡ଼ରେ ଜୈନ ମନ୍ଦିର ଏବଂ ରାଣୀ ଓ ହାତୀ ଗୁମ୍ଫା ରହିଛି ।
  • ମହାବୀରଙ୍କ ଦେହତ୍ୟାଗ ପରେ ଜୈନ ଧର୍ମାବଲମ୍ବୀମାନେ ଶ୍ୱେତାମ୍ବର ଓ ଦିଗମ୍ବର ନାମକ ଦୁଇଟି ଶ୍ରେଣୀରେ ବିଭକ୍ତ ହୋଇଥିଲେ ।
  • ଯେଉଁ ଜୈନ ସନ୍ୟାସୀମାନେ ଧଳା ବସ୍ତ୍ର ପରିଧାନ କଲେ ସେମାନଙ୍କୁ ଶ୍ଵେତାମ୍ବର ଓ ଯେଉଁମାନେ କୌଣସି ବସ୍ତ୍ର ପରିଧାନ କଲେ ନାହିଁ ସେମାନଙ୍କୁ ଦିଗମ୍ବର କୁହାଗଲା ।

→ (ଝ) ଗୌତମ ବୁଦ୍ଧ ଓ ବୌଦ୍ଧଧର୍ମ

  • ଗୌତମ ବୁଦ୍ଧ ନେପାଳ ଦେଶର ହିମାଳୟର ପାଦଦେଶରେ ଅବସ୍ଥିତ କପିଳବାସ୍ତୁ ନଗରୀ ନିକଟବର୍ତ୍ତୀ ଲୁମ୍ବିନୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଥିଲେ ଶାକ୍ୟ ବଂଶୀୟ କ୍ଷତ୍ରୀୟ ଶୁଦ୍ଧୋଦନ ଓ ତାଙ୍କ ମାତା ଥିଲେ ରାଣୀମାୟାଦେବୀ ।
  • ମାୟାଦେବୀଙ୍କ ମୃତ୍ୟୁଯୋଗୁଁ ମାଉସୀ ଗୌତମୀଙ୍କ ଦ୍ୱାରା ଲାଳିତ ପାଳିତ ହୋଇ ଥିବାରୁ ମାଉସୀ ନାମାନୁସାରେ ତାଙ୍କର ନାମ ଗୌତମ ରଖାଯାଇଥିଲା । ଗୌତମଙ୍କର ଅନ୍ୟନାମ ଥିଲା ସିଦ୍ଧାର୍ଥ ।
  • ତାଙ୍କର ଯଶୋଧାରା ନାମ୍ନୀ ପତ୍ନୀ ଓ ରାହୁଳ ନାମକ ପୁତ୍ର ଥିଲେ ।
  • ଗୌତମ ମାତ୍ର ୨୯ ବର୍ଷ ବୟସରେ ଏକ ଗଭୀର ରାତିରେ ସ୍ତ୍ରୀ, ପୁତ୍ର ଓ ରାଜପ୍ରାସାଦକୁ ପରିତ୍ୟାଗ କରି ସତ୍ୟର ସନ୍ଧାନରେ ଗୃହତ୍ୟାଗ କରିଥିଲେ । ଏହି ସଂସାର ତ୍ୟାଗକୁ ବୌଦ୍ଧ ଗ୍ରନ୍ଥରେ ‘ମହାଭିନିଷ୍କ୍ରମତା’ କୁହାଯାଇଛି ।
  • ଗୃହତ୍ୟାଗ କରି ଛଅବର୍ଷ ଧରି ଗୌତମ ଜ୍ଞାନ ଆହରଣର ମାର୍ଗ ଖୋଜିଥିଲେ ।
  • ଶେଷରେ ଗୟାର ନିରଞ୍ଜନା ନଦୀ କୂଳରେ ଥିବା ଏକ ଅଶ୍ୱତ୍‌ଥ ଗଛ ମୂଳରେ ଧ୍ୟାନମଗ୍ନ ରହିବାପରେ ତାଙ୍କର ଜ୍ଞାନ ପ୍ରାପ୍ତି ହେଲା । ତେଣୁ ସେ ‘ବୁଦ୍ଧ’ ନାମରେ ପରିଚିତ ହେଲେ ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

ମନେରଖ :
ଗୌତମ ଯେଉଁ ଅଶ୍ୱତ୍‌ଥ ବୃକ୍ଷ ମୂଳରେ ଧ୍ୟାନ କରୁଥିଲେ ସେହି ବୃକ୍ଷକୁ ‘ବୋଧଦ୍ରୁମ’ ଓ ସେ ସ୍ଥାନକୁ ‘ବୁଦ୍ଧଗୟା’ କୁହାଗଲା ।

→ (ଞ୍ଜ) ବୁଦ୍ଧଦେବଙ୍କ ଧର୍ମପ୍ରଚାର

  • ଜ୍ଞାନ ଲାଭପରେ ବୁଦ୍ଧଦେବ ପ୍ରଥମେ ସାରନାଥର ହରିଣ ଉଦ୍ୟାନରେ ନିଜର ପାଞ୍ଚଜଣ ଶିଷ୍ୟଙ୍କୁ ତାଙ୍କର ଧର୍ମବାଣୀ ଶୁଣାଇଥିଲେ । ଏହାକୁ ‘ଧର୍ମଚକ୍ର’ ପ୍ରବର୍ତନ କୁହାଯାଏ ।
  • ସେ ମଗଧକୁ ଯାତ୍ରା କରି ରାଜା ବିମ୍ବିସାର ଓ ଅଜାତଶତ୍ରୁଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ ଏବଂ କୋଶଳ ଯାତ୍ରା କରି ରାଜା ପ୍ରସେନଜିତ୍‌ ଓ ରାଣୀ ମଲ୍ଲିକାଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ । କପିଳବାସ୍ତୁକୁ ଯାଇଁ ନିଜ ପିତା ଶୁଦ୍ଧୋଦନ ଓ ପୁତ୍ର ରାହୁଳଙ୍କୁ ସେ ବୌଦ୍ଧଧର୍ମରେ ଦୀକ୍ଷିତ କରିଥିଲେ ।
  • ଏହାପରେ ସେ ଶ୍ରାବସ୍ତୀ, ନାଳନ୍ଦା, କୌଶାୟୀ, ଚମ୍ପା, ପାବା, କୁଶୀନଗର ଆଦି ସ୍ଥାନ ଭ୍ରମଣ କରି ନିଜର ଧର୍ମମତ ସରଳ ଭାଷାରେ ପ୍ରଚାର କରିଥିଲେ ।
  • ଏହିପରି ୪୫ ବର୍ଷ ବୁଦ୍ଧଦେବ ତାଙ୍କର ଧର୍ମପ୍ରଚାର କରି ୮୦ ବର୍ଷ ବୟସରେ ଉତ୍ତରପ୍ରଦେଶର କୁଶୀନଗରଠାରେ ଦେହତ୍ୟାଗ କରିଥିଲେ ।

→ (ଟ) ବୌଦ୍ଧଧର୍ମର ନୀତି

  • ବୁଦ୍ଧଦେବ ଯେଉଁ ଚାରୋଟି ସତ୍ୟ ପ୍ରଚାର କରିଥିଲେ ତାହାକୁ ‘ଚତୁଃ ଆର୍ଯ୍ୟ ସତ୍ୟ’ କୁହାଯାଏ I

ମନେରଖ :
ବୁଦ୍ଧଦେବଙ୍କ ‘ଚତୁଃଆର୍ଯ୍ୟ ସତ୍ୟ’ ହେଲା – (୧) ମନୁଷ୍ୟ ଜୀବନ ଦୁଃଖପୂର୍ଣ୍ଣ, (୨) ଦୁଃଖର କାରଣ ହେଉଛି | କାମନା, (୩) କାମନାର ବିନାଶରେ ଦୁଃଖର ବିନାଶ, (୪) କାମନାର ବିନାଶ ହେଲେ ନିର୍ବାଣ ପ୍ରାପ୍ତି ହେବ ।

  • ବୁଦ୍ଧଦେବଙ୍କ ମତରେ ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ ମାଧ୍ୟମରେ ଏହି କାମନାର ବିନାଶ ହୋଇପାରିବ ।

ମନେରଖ :
ବୁଦ୍ଧଦେବଙ୍କ ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ ହେଲା – (୧) ସତ୍ ବିଶ୍ଵାସ, (୨) ସତ୍ ଚିନ୍ତା, (୩) ସତ୍ କର୍ମ, (୪) ସତ୍ ବାକ୍ୟ, (୫) ସତ୍ ଆଚାର, (୬) ସତ୍ ଉଦ୍ୟମ, (୭) ସତ୍ ଜୀବିକା, (୮) ସତ୍ ସଂକଳ୍ପ ।

  • ବୌଦ୍ଧ ଧର୍ମ ବ୍ରାହ୍ମଣ ଧର୍ମର କୋମଳତା ଓ ଜୈନଧର୍ମର କଠୋର ତାର ମଧ୍ୟବର୍ତ୍ତୀ ହୋଇଥିବାରୁ ଏହାକୁ ‘ମଧ୍ୟମ ପଥ’ କୁହାଯାଏ ।
  • ମହାବୀର ଜୈନଙ୍କ ପରି ଗୌତମ ସମସ୍ତ କ୍ଷେତ୍ରରେ ଅହିଂସା ଆଚରଣ ଉପରେ ଗୁରୁତ୍ଵ ଦେଉଥିଲେ ।
  • ବୁଦ୍ଧଦେବ ନୀତିମୟ ଜୀବନଯାପନ ଉପରେ ଗୁରୁତ୍ୱାରୋପ କରିବା ସହିତ ମୂର୍ତ୍ତିପୂଜା, ଯାଗଯଜ୍ଞ ଓ ବଳିପ୍ରଥାକୁ ବାରଣ କରିଥିଲେ ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

→ (୦) ବୌଦ୍ଧ ସଂଘ

  • ବୁଦ୍ଧଦେବ ସଂଘ ଗଠନକୁ ଅଧିକ ଗୁରୁତ୍ୱ ଦେଉଥିଲେ । ତେଣୁ ସେ ନିଜର ଶିଷ୍ୟମାନଙ୍କୁ ନେଇ ବୌଦ୍ଧ ସଂଗଠନ ଗଢିଥିବା ବୌଦ୍ଧ ସଂଘ ଭୁକ୍ତ ସନ୍ୟାସୀମାନେ ସଂଘବଦ୍ଧ ଭାବରେ ବୌଦ୍ଧ ବିହାର ମାନଙ୍କରେ ରହୁଥିଲେ ।
  • ବୌଦ୍ଧ ବିହାର ଗୁଡ଼ିକରେ ବୌଦ୍ଧସନ୍ୟାସୀମାନେ ଧର୍ମ ଚର୍ଚ୍ଚା ଓ ଧ୍ୟାନ କରୁଥିଲେ । ଏହି ବୌଦ୍ଧବିବହାର ଗୁଡ଼ିକ ମଧ୍ୟ ଶିକ୍ଷାଦାନର କେନ୍ଦ୍ରରୂପେ କାର୍ଯ୍ୟ କରୁଥିଲେ ।
  • ବୌଦ୍ଧ ଧର୍ମଗ୍ରନ୍ଥକୁ ‘ତ୍ରିପିଟକ’ କୁହାଯାଏ ।

ମନେରଖ :
ବୌଦ୍ଧ ସଂଘରେ ଯୋଗଦେବାପାଇଁ ଜତାକୁ ମସ୍ତକ ଲଣ୍ଡିତ ହୋଇ ଗୈରିକ ବସ୍ତ୍ର ପରିଧାନ କରି ତ୍ରିବାର ଉଚ୍ଚାରଣ କରିବାକୁ ହେଉଥୁଲା –
‘ବୃଦ୍ଧ ଶରଣଂ ଗଚ୍ଛାମି,
ଧର୍ମ ଶରଣଂ ଗଚ୍ଛାମି
ସଂଘ ଶରଣଂ ଗଚ୍ଛାମି ।’’

ମନେରଖ :
ଭାରତର ସାରନାଥ, ସାଞ୍ଚ, ବୋଧଗୟା ଏବଂ ଓଡ଼ିଶାର ଧଉଳି, ରତ୍ନଗିରି, ଲଳିତଗିରି, ଉଦୟଗିରି, ଲାଙ୍ଗୁଡ଼ି ପ୍ରଭୃତି ପାହାଡ଼ରେ ବୌଦ୍ଧସ୍ତୁପ ଏବଂ ବିହାର ମାନ ରହିଛି । ବୌଦ୍ଧଶିଳ୍ପ କଳାର ଏକ ମୁଖ୍ୟ ନିଦର୍ଶନ ହେଉଛି ସ୍ତୁପ ।

→ (ଙ) ବୌଦ୍ଧଧର୍ମର ପ୍ରସାର

  • ବୌଦ୍ଧଧର୍ମ ସମଗ୍ର ଭାରତ ଓ ଭାରତ ବାହାରେ ତିବ୍ଦତ, ଚୀନ, ଜାପାନ, ଶ୍ରୀଲଙ୍କା, ମିଆଁମାର, ଇଣ୍ଟେନେସିଆ, କୋରିଆ ପ୍ରଭୃତି ଦେଶମାନଙ୍କରେ ପ୍ରସାରିତ ହୋଇଥିଲା ।
  • ପରବର୍ତ୍ତୀ ସମୟରେ ବୌଦ୍ଧଧର୍ମାବଲମ୍ବୀମାନେ ହୀନଯାନ ଓ ମହାଯାନ ନାମକ ଦୁଇଟି ସମ୍ପ୍ରଦାୟରେ ବିଭକ୍ତ ହୋଇଥିଲେ ।

Leave a Comment