Odisha State Board BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ Textbook Exercise Questions and Answers.
BSE Odisha Class 6 Political Science Solutions Chapter 1 ଆମେ ଓ ଆମ ସମାଜ
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
୧। ସଂକ୍ଷେପରେ ଉତ୍ତର ଲେଖ ।
(କ) ବ୍ୟକ୍ତି ସମାଜ ଉପରେ ନିର୍ଭର କରିଥାଏ କିପରି ?
Answer:
- ବ୍ୟକ୍ତି ନିଜର ଧନଜୀବନର ସୁରକ୍ଷା ପାଇଁ ସମାଜ ଉପରେ ନିର୍ଭର କରେ ।
- ବ୍ୟକ୍ତି ଜୀବିକା ଅର୍ଜନ ପାଇଁ ସମାଜ ଉପରେ ନିର୍ଭର କରେ ।
- ବ୍ୟକ୍ତି ନୂତନ ଅଭିଜ୍ଞତା, ଜ୍ଞାନ ଅର୍ଜନ ପାଇଁ ସମାଜ ଉପରେ ନିର୍ଭର କରେ ।
- ନିଜ ବ୍ୟକ୍ତିତ୍ଵର ବିକାଶ ପାଇଁ ବ୍ୟକ୍ତି ସମାଜର ଆଦର୍ଶ ନୀତି ଓ ପ୍ରଥାଗୁଡ଼ିକୁ ଅନୁସରଣ କରେ ।
(ଖ) ପରିବାରର କାର୍ଯ୍ୟଗୁଡ଼ିକ କ’ଣ ?
Answer:
- ବଂଶରକ୍ଷା କରିବା ପରିବାରର ମୌଳିକ କାର୍ଯ୍ୟ ।
- ଶିଶୁର ଲାଳନପାଳନ, ଶିଶୁକୁ ବିଭିନ୍ନ ସଦ୍ଗୁଣ ଶିକ୍ଷାଦେବା, ଶିଶୁଟି ବଡ଼ ହେବାପରେ ଜୀବିକା ଅର୍ଜନରେ ସାହାଯ୍ୟ କରିବା ଆଦି କାର୍ଯ୍ୟ ପରିବାରଦ୍ଵାରା ହୋଇଥାଏ ।
- ଶିଶୁକୁ ଉତ୍ତମ ନାଗରିକ ରୂପେ ଗଢ଼ି ତୋଳିବାରେ ପରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
(ଗ) ସମୁଦାୟ ଓ ସଂଘ ମଧ୍ଯରେ ପାର୍ଥକ୍ୟ କ’ଣ ?
Answer:
(ଘ) ଗୋଟିଏ ଜନଜାତିର ଲୋକଙ୍କ ମଧ୍ୟରେ କେଉଁସବୁ ସମାନତା ଦେଖାଯାଏ ?
Answer:
- ଗୋଟିଏ ଜନଜାତିର ଲୋକମାନେ ନିଜକୁ ଏକ ସାଧାରଣ ବଂଶର ବୋଲି ମନେକରନ୍ତି ।
- ଏମାନେ ଏକ ସାଧାରଣ ଭାଷାରେ କଥାବାର୍ତ୍ତା ହୁଅନ୍ତି ।
- ଏମାନେ ସମାନ ପ୍ରକାର କାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି ।
- ଏମାନେ ମିଳିମିଶି ବିଭିନ୍ନ ପର୍ବପର୍ବାଣି ପାଳନ କରନ୍ତି ।
- ଏମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରନ୍ତି ।
(ଙ) ବଂଶ ବିଭାଜନର କାରଣଗୁଡ଼ିକ କ’ଣ ?
Answer:
- ବଂଶ ବହୁ ପିଢ଼ିର ହୋଇଗଲେ ଏହାର ଲୋକସଂଖ୍ୟା ଅତ୍ୟଧିକ ହୋଇଯାଏ ।
- ଫଳରେ ଧାର୍ମିକ କ୍ରିୟା କର୍ମ ପାଳନରେ ଅସୁବିଧା ହୁଏ ।
- ବେଳେବେଳେ ସେମାନଙ୍କ ମଧ୍ୟରେ ସମ୍ପତ୍ତିଗତ ବିବାଦ ଦେଖାଯାଏ ।
- ଏପରି ହେବାଦ୍ଵାରା କେତେକ ନିକଟ ସମ୍ପର୍କୀୟ ପରିବାରର ମୂଳବଂଶରୁ ଅଲଗା ହୋଇ ନୂତନ ବଂଶ ସୃଷ୍ଟି କରିବାଦ୍ୱାରା ବଂଶ ବିଭାଜନ ହୋଇଥାଏ । ମାତ୍ର ସମଗ୍ର ବଂଶର ଏକ ସାଧାରଣ ପୂର୍ବପୁରୁଷ ଥାଏ ।
(ଚ) ସମାଜର ଉନ୍ନତି କିପରି କରାଯାଇପାରିବ ?
Answer:
- ବ୍ୟକ୍ତି ଓ ସମାଜ ପରସ୍ପର ପରିପୂରକ ହୋଇଥିବାରୁ ବ୍ୟକ୍ତିର ଉନ୍ନତି ହେଲେ ସମାଜର ଉନ୍ନତି ହୁଏ ।
- ନିଜର ଆବଶ୍ୟକତା ପୁରଣ ସହ ସମାଜରେ ବାସ କରୁଥିବା ବ୍ୟକ୍ତି ଅନ୍ୟମାନଙ୍କ ଆବଶ୍ୟକତା ପୁରଣ ପାଇଁ ଉଦ୍ୟମ କଲେ ସମାଜର ଉନ୍ନତି ହୋଇଥାଏ ।
- ବ୍ୟକ୍ତି ନିଜର ଧନଜୀବନ ସୁରକ୍ଷା ସହିତ ଅନ୍ୟମାନଙ୍କର ଧନଜୀବନ ସୁରକ୍ଷା ପ୍ରତି ଦୃଷ୍ଟି ଦେଲେ ସମାଜରେ ସମସ୍ତେ ସୁଖରେ ରହିବେ । ଫଳରେ ସମାଜର ଉନ୍ନତି ହେବ ।
- ସମାଜରେ ପ୍ରଚଳିତ ଆଦର୍ଶ ନୀତି ଓ ପ୍ରଥାଗୁଡ଼ିକ ବ୍ୟକ୍ତିତ୍ଵ ବିକାଶରେ ସହାୟକ ହୋଇଥାଏ । ତେଣୁ ସମାଜର ନୀତି ଓ ପ୍ରଥାକୁ ଅତୁଟ ରଖିଲେ ସମାଜର ଉନ୍ନତି ହୋଇପାରିବ ।
- ବ୍ୟକ୍ତି ସମାଜରେ ଉନ୍ନତି ଆଣିପାରିଲେ ସମାଜ ସମୃଦ୍ଧ ହୋଇପାରିବ ।
୨। ତଳେ ଲେଖାଥିବା ସଂଘଗୁଡ଼ିକ କାର୍ଯ୍ୟ ଦୃଷ୍ଟିରୁ କେଉଁ ପ୍ରକାରର ?
୩। ଶୂନ୍ୟସ୍ଥାନ ପୂରଣ କର ।
(କ) କ୍ଷୁଦ୍ରତମ ସାମାଜିକ ଅନୁଷ୍ଠାନ ହେଉଛି _______________ ।
Answer:
ପରିବାର
(ଖ) ସାଧାରଣ ଲକ୍ଷ୍ୟ ସାଧନ ପାଇଁ କେତେକ ବ୍ୟକ୍ତି ଇଚ୍ଛାକୃତ ଭାବରେ ମିଶି ________________ ଗଠନ କରିଥାଆନ୍ତି ।
Answer:
ସଂଘ
(ଗ) ଲୋକମାନଙ୍କ ମଧ୍ୟରେ ସମ୍ପର୍କର ନିବିଡ଼ତା _______________ ସମୁଦାୟରେ ଅଧ୍ଵ ।
Answer:
କ୍ଷୁଦ୍ର
(ଘ) ସାନ୍ତି।ଳ ଜନଜାତିର ଲୋକମାନେ _______________ ଭାଷାରେ କଥାବାର୍ତ୍ତା କରନ୍ତି ।
Answer:
ସାନ୍ତାଳୀ
(ଙ) ରକ୍ତ ସମ୍ପର୍କୀୟ ପରିବାରମାନଙ୍କୁ ନେଇ ______________ ଗଠିତ ।
Answer:
ବଂଶ
୪। ଠିକ୍ତ ଉକ୍ତି ପାଖରେ (✓) ଚିହ୍ନ ଓ ଭୁଲ ଉକ୍ତି ପାଖରେ (x) ଚିହ୍ନ ଦିଅ ।
(ପ୍ରଶ୍ନ ସହ ଉତ୍ତର)
(କ) ଏକକ ପରିବାରରେ ବାପା, ମା’, ଦାଦା, ଖୁଡ଼ୀ, ସେମାନଙ୍କର ପିଲାମାନେ ମିଳିମିଶି ରହନ୍ତି ।
Answer:
x
(ଖ) ସମୁଦାୟ ପ୍ରାକୃତିକ ଭାବେ ସୃଷ୍ଟି ହୋଇଥାଏ ।
Answer:
✓
(ଗ) ସମାଜ ସହ ବ୍ୟକ୍ତିର ସମ୍ପର୍କ ନଥାଏ ।
Answer:
x
(ଘ) ପରିବାରରୁ ଶିଶୁ ବିଭିନ୍ନ ଗୁଣ ଶିକ୍ଷାକରେ ।
Answer:
✓
୫। ସଂପର୍କକୁ ଲକ୍ଷ୍ୟ କରି ଶୂନ୍ୟସ୍ଥାନ ପୂରଣ କର ।
(ପ୍ରଶ୍ନ ସହ ଉତ୍ତର)
(କ) ପୁତ୍ର : ପିତାଙ୍କ ଗୋତ୍ର :: ବିବାହିତା କନ୍ୟା : ପତିଙ୍କ ଗୋତ୍ର
(ଖ) ପରଜା : କୋରାପୁଟ :: ବଣ୍ଡା : ମାଲକାନଗିରି
(ଗ) ଆତ୍ମନିର୍ଭରଶୀଳତା : କ୍ଷୁଦ୍ର ସମୁଦାୟ :: ସାମାଜିକ ନିରାପତ୍ତା : ବୃହତ୍ ସମୁଦାୟ
(ଘ) ପରିବାର : ଚିରସ୍ଥାୟୀ :: ରାଜନୈତିକ ଦଳ : ଅସ୍ଥାୟୀ